“Golden Jubilee Celebrations of the Gujarat Cooperative Milk Marketing Federation is a landmark occasion in its illustrious journey”
“Amul has become the symbol of the strength of the Pashupalaks of India”
“Amul is an example of how decisions taken with forward-thinking can sometimes change the fate of future generations”
“The real backbone of India's dairy sector is Nari Shakti”
“Today our government is working on a multi-pronged strategy to increase the economic power of women”
“We are working to eradicate Foot and Mouth disease by 2030”
“Government is focused on transforming farmers into energy producers and fertilizer suppliers”
“Government is significantly expanding the scope of cooperation in the rural economy”
“Cooperative movement is gaining momentum with the establishment of over 2 lakh cooperative societies in more than 2 lakh villages across the country”
“Government stands with you in every way, and this is Modi's guarantee”

ଭାରତ ମାତାଙ୍କର ଜୟ !

ଭାରତ ମାତାଙ୍କର ଜୟ !

ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଜୀ, ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ ପୁରୁଷୋତ୍ତମ ରୁପାଲା ଜୀ, ସଂସଦରେ ମୋର ସହକର୍ମୀ ସି ଆର ପାଟିଲ, ଅମୁଲର ଅଧ୍ୟକ୍ଷ ଶ୍ରୀ ଶ୍ୟାମଲ ଭାଇ ଏବଂ ଏତେ ସଂଖ୍ୟାରେ ଏଠାକୁ ଆସିଥିବା ମୋର ଭାଇ ଓ ଭଉଣୀମାନେ!

ମୋର ଭାଇ ଭଉଣୀମାନେ , 

୫୦ ବର୍ଷ ପୂର୍ବେ ଗୁଜରାଟର ଅନେକ ଗ୍ରାମ ଏକାଠି ହୋଇ ଯେଉଁ କ୍ଷୁଦ୍ର ଚାରା ଗଛକୁ ରୋପଣ କରିଥିଲେ, ତାହା ଏବେ ଏକ ବିରାଟ ବର ଗଛରେ ପରିଣତ ହୋଇଛି । ଆଉ ଆଜି ଏହି ବିରାଟ ବର ଗଛର ଡାଳ ଦେଶ ବିଦେଶକୁ ବ୍ୟାପି ଯାଇଛି । ଗୁଜରାଟ ସମବାୟ ଦୁଗ୍ଧ ବିପଣନ ମହାସଂଘର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଆପଣ ସମସ୍ତଙ୍କୁ ମୋର ବହୁତ ବହୁତ ଶୁଭେଚ୍ଛା । ମୁଁ ଗୁଜରାଟର ଦୁଗ୍ଧ ସମିତି ଗୁଡିକ ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ପୁରୁଷ, ପ୍ରତ୍ୟେକ ମହିଳାଙ୍କୁ ଅଭିନନ୍ଦନ ଜଣାଉଛି । ଏବଂ ଏହା ସହିତ ଆମର ଅନ୍ୟ ବନ୍ଧୁ ଅଛନ୍ତି, ଯିଏ ଦୁଗ୍ଧ କ୍ଷେତ୍ରର ସବୁଠାରୁ ବଡ ଅଂଶୀଦାର, ମୁଁ ସେମାନଙ୍କୁ ମଧ୍ୟ ପ୍ରଣାମ କରୁଛି । ଏହି ଅଂଶୀଦାରମାନେ, ଏହି ଭାଗୀଦାରମାନେ ହେଉଛନ୍ତି ଆମର ପଶୁସମ୍ପଦ । ଏହି ଯାତ୍ରାକୁ ସଫଳ କରିବାରେ ପଶୁସମ୍ପଦର ଅବଦାନକୁ ମଧ୍ୟ ଆଜି ମୁଁ ସମ୍ବର୍ଦ୍ଧିତ କରୁଛି । ମୁଁ ସେମାନଙ୍କ ପ୍ରତି ମୋର ସମ୍ମାନ ପ୍ରକାଶ କରୁଛି । ସେମାନଙ୍କ ବିନା ଦୁଗ୍ଧ କ୍ଷେତ୍ର ସମ୍ପର୍କରେ କଳ୍ପନା କରାଯାଇପାରିବ ନାହିଁ । ସେଥିପାଇଁ ମୁଁ ଦେଶର ପଶୁଧନକୁ ମଧ୍ୟ ନମସ୍କାର କରୁଛି । 

 

ଭାଇ ଓ ଭଉଣୀମାନେ,

ଭାରତ ସ୍ୱାଧୀନ ହେବା ପରେ ଦେଶରେ ଅନେକ ବ୍ରାଣ୍ଡ ତିଆରି ହୋଇଥିଲା , କିନ୍ତୁ ଅମୁଲ ଭଳି କେହି ନଥିଲେ । ଆଜି ଅମୁଲ ଭାରତର ଗୋପାଳକଙ୍କ ମାନଙ୍କ ସାମର୍ଥ୍ୟର ପରିଚୟ ପାଲଟିଛି । ଅମୁଲର ଅର୍ଥ ହେଉଛି ବିଶ୍ୱାସ । ଅମୁଲର ଅର୍ଥ ହେଉଛି ବିକାଶ । ଅମୁଲର ଅର୍ଥ ହେଉଛି ଜନସାଧାରଣଙ୍କ ଅଂଶଗ୍ରହଣ । ଅମୁଲର ଅର୍ଥ ହେଉଛି କୃଷକ ସଶକ୍ତିକରଣ । ଅମୁଲ ଅର୍ଥ ସମୟ ସହିତ ଆଧୁନିକତାକୁ ଅନ୍ତର୍ଭୁକ୍ତ କରିବା, ଅମୁଲ ଅର୍ଥ ଆତ୍ମନିର୍ଭର ଭାରତର ପ୍ରେରଣା, ଅମୁଲର ଅର୍ଥ ବଡ଼ ସ୍ୱପ୍ନ, ବଡ଼ ସଂକଳ୍ପ ଏବଂ ଆହୁରି ବଡ଼ ଉପଲବ୍ଧି । ଆଜି ଅମୁଲର ଉତ୍ପାଦ ବିଶ୍ୱର ୫୦ରୁ ଅଧିକ ଦେଶକୁ ରପ୍ତାନି ହେଉଛି । ୧୮ ହଜାରରୁ ଅଧିକ ଦୁଗ୍ଧ ସମବାୟ ମଣ୍ଡଳ, ୩୬ ଲକ୍ଷ ଦୁଗ୍ଧଚାଷୀଙ୍କ ନେଟୱର୍କ, ଦୈନିକ ସାଢ଼େ ୩ କୋଟି ଲିଟରରୁ ଅଧିକ କ୍ଷୀର ସଂଗ୍ରହ, ପ୍ରତି ଦିନ ୨୦୦ କୋଟିରୁ ଅଧିକ ଟଙ୍କାର ଅନ୍‌ଲାଇନ୍ ଦେଣନେଣ, ଏହା ଏତେ ସହଜ କାର୍ଯ୍ୟ ନୁହେଁ । କ୍ଷୁଦ୍ର ଗୋପାଳକ ମାନଙ୍କର ଏହି ସଂଗଠନ ଆଜି ଯେଉଁ ସ୍ତରରେ କାର୍ଯ୍ୟ କରୁଛି ତାହା ହେଉଛି ସଂଗଠନର ଶକ୍ତି, ସହଯୋଗର ଶକ୍ତି । 

ଭାଇ ଓ ଭଉଣୀମାନେ,

ସୁଦୂର ପ୍ରସାରୀ ଚିନ୍ତାଧାରାରେ ନିଆଯାଇଥିବା ନିଷ୍ପତ୍ତି କିପରି ବେଳେବେଳେ ଭବିଷ୍ୟତ ପିଢ଼ିର ଭାଗ୍ୟ ବଦଳାଇ ଦେଇଥାଏ , ତାହାର ଏକ ଉଦାହରଣ ହେଉଛି ଅମୁଲ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ତତ୍ତ୍ୱାବଧାନରେ ଖେଡା ମିଲ୍କ ୟୁନିୟନ ଆକାରରେ ଆଜିର ଅମୁଲର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ସମୟକ୍ରମେ ଗୁଜରାଟରେ ଦୁଗ୍ଧ ସମବାୟ ଅଧିକ ବ୍ୟାପକ ହେଲା ଏବଂ ପରେ ଗୁଜରାଟ ଦୁଗ୍ଧ ମାର୍କେଟିଂ ଫେଡେରେସନ୍ ଗଠନ ହେଲା । ଆଜି ବି ଏହା ସରକାର ଓ ସହଯୋଗ ମଧ୍ୟରେ ସମନ୍ୱୟର ଏକ ମହାନ ମଡେଲ । ଏଭଳି ପ୍ରୟାସ ଯୋଗୁଁ ଆଜି ଆମେ ବିଶ୍ୱର ସବୁଠାରୁ ବଡ଼ ଦୁଗ୍ଧ ଉତ୍ପାଦନକାରୀ ରାଷ୍ଟ୍ର । ୮ କୋଟି ଲୋକ ଭାରତର ଦୁଗ୍ଧ କ୍ଷେତ୍ର ସହ ପ୍ରତ୍ୟେକ୍ଷ ଭାବେ ଜଡ଼ିତ ଅଛନ୍ତି । ଯଦି ମୁଁ ଗତ ୧୦ ବର୍ଷ ବିଷୟରେ କହିବି, ତେବେ ଭାରତରେ ଦୁଗ୍ଧ ଉତ୍ପାଦନ ପ୍ରାୟ ୬୦ ପ୍ରତିଶତ ବୃଦ୍ଧି ପାଇଛି । ଗତ ୧୦ ବର୍ଷ ମଧ୍ୟରେ ମୁଣ୍ଡପିଛା କ୍ଷୀରର ଉପଲବ୍ଧତା ମଧ୍ୟ ପ୍ରାୟ ୪୦ ପ୍ରତିଶତ ବୃଦ୍ଧି ପାଇଛି । ବିଶ୍ୱରେ ଦୁଗ୍ଧ କ୍ଷେତ୍ର ମାତ୍ର ୨ ପ୍ରତିଶତ ହାରରେ ବୃଦ୍ଧି ପାଉଥିବା ବେଳେ ଭାରତରେ ଦୁଗ୍ଧ କ୍ଷେତ୍ର ୬ ପ୍ରତିଶତ ହାରରେ ବୃଦ୍ଧି ପାଉଛି । 

 

ବନ୍ଧୁଗଣ,

ଭାରତର ଦୁଗ୍ଧ କ୍ଷେତ୍ରର ସବୁଠାରୁ ବଡ ବୈଶିଷ୍ଟ୍ୟ ଯାହା ବିଷୟରେ ଅଧିକ ଆଲୋଚନା କରାଯାଏ ନାହିଁ , ଆଜି ଏହି ଐତିହାସିକ ଅବସରରେ ମୁଁ ଏହି ବିଷୟରେ ବିସ୍ତୃତ ଆଲୋଚନା କରିବାକୁ ଚାହୁଁଛି । ଭାରତରେ ୧୦ ଲକ୍ଷ କୋଟି ଟଙ୍କାର କାରବାର କରୁଥିବା ଦୁଗ୍ଧ କ୍ଷେତ୍ରର ମୁଖ୍ୟ ନେତୃତ୍ୱ ନେଉଛନ୍ତି ଦେଶର ନାରୀ ଶକ୍ତି । ଏହା ସହିତ ଆମର ମାଆ , ଆମର ଭଉଣୀ, ଆମର ଝିଅମାନେ ଜଡିତ ଅଛନ୍ତି । ଆଜି ଯଦି ଆମେ ଧାନ, ଗହମ ଓ ଆଖୁକୁ ଏକାଠି କରିଦେଉ, ତେବେ ମଧ୍ୟ ଏହି ଫସଲର କାରବାର ୧୦ ଲକ୍ଷ କୋଟି ଟଙ୍କା ହେବନାହିଁ । କିନ୍ତୁ ଦୁଗ୍ଧ କ୍ଷେତ୍ରରେ ୧୦ ଲକ୍ଷ କୋଟି ଟଙ୍କାର କାରବାର ହେଉଥିବା ବେଳେ ଆମର ୭୦ ପ୍ରତିଶତ ମା' ଭଉଣୀ ଓ ଝିଅ ଏହି କ୍ଷେତ୍ରରେ କାମ କରୁଛନ୍ତି । ମହିଳା ଶକ୍ତି ହେଉଛି ଭାରତର ଦୁଗ୍ଧ କ୍ଷେତ୍ରର ପ୍ରକୃତ ମେରୁଦଣ୍ଡ । ଆଜି ଅମୁଲ ସଫଳତାର ଶୀର୍ଷରେ ରହିଛି , ତାହା କେବଳ ନାରୀ ଶକ୍ତି ଯୋଗୁଁ ହୋଇପାରିଛି । ଆଜି ଯେତେବେଳେ ଭାରତ ମହିଳା ନେତୃତ୍ୱାଧୀନ ବିକାଶର ମନ୍ତ୍ର ନେଇ ଆଗକୁ ବଢ଼ୁଛି, ସେତେବେଳେ ଭାରତର ଦୁଗ୍ଧ କ୍ଷେତ୍ରର ଏହି ସଫଳତା ଏଥିପାଇଁ ଏକ ବଡ଼ ପ୍ରେରଣା । ମୁଁ ବିଶ୍ୱାସ କରେ ଯେ ଭାରତକୁ ବିକଶିତ କରିବା ପାଇଁ ଭାରତର ପ୍ରତ୍ୟେକ ମହିଳାଙ୍କ ଅର୍ଥନୈତିକ ଶକ୍ତି ବୃଦ୍ଧି କରିବା ସମାନ ଭାବରେ ଆବଶ୍ୟକ । ସେଥିପାଇଁ ଆମ ସରକାର ମଧ୍ୟ ଆଜି ମହିଳାଙ୍କ ଅର୍ଥନୈତିକ ଶକ୍ତି ବୃଦ୍ଧି ପାଇଁ ଚାରିଆଡ଼େ କାମ କରୁଛନ୍ତି । ମୁଦ୍ରା ଯୋଜନାରେ ସରକାର ଦେଉଥିବା ୩୦ ଲକ୍ଷ କୋଟିରୁ ଅଧିକ ଟଙ୍କାର ସହାୟତାର ପ୍ରାୟ ୭୦ ପ୍ରତିଶତ ହିତାଧିକାରୀ ହେଉଛନ୍ତି ଭଉଣୀ ଓ ଝିଅ । ସରକାରଙ୍କ ପ୍ରୟାସ ଯୋଗୁଁ ଗତ ୧୦ ବର୍ଷ ମଧ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡିତ ମହିଳା ମାନଙ୍କର ସଂଖ୍ୟା ୧୦ କୋଟି ଅତିକ୍ରମ କରିଛି । ଗତ ୧୦ ବର୍ଷ ମଧ୍ୟରେ ବିଜେପି ସରକାର ସେମାନଙ୍କୁ ୬ ଲକ୍ଷ କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି । ଦେଶରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସରକାର ଦେଇଥିବା ୪ କୋଟିରୁ ଅଧିକ ଘର ମଧ୍ୟରୁ ଅଧିକାଂଶ ମହିଳାଙ୍କ ନାମରେ ରହିଛି । ଏଭଳି ଅନେକ ଯୋଜନା ଯୋଗୁଁ ଆଜି ସମାଜରେ ମହିଳା ମାନଙ୍କର ଅର୍ଥନୈତିକ ଭାଗିଦାରୀ ବୃଦ୍ଧି ପାଇଛି । ଆପଣମାନେ ନମୋ ଡ୍ରୋନ୍ ଦିଦି ଅଭିଯାନ ବିଷୟରେ ନିଶ୍ଚୟ ଶୁଣିଥିବେ । ଏହି ଅଭିଯାନ ଅଧୀନରେ ଗାଁର ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଆଧୁନିକ ଡ୍ରୋନ ଦିଆଯାଉଛି । ଏହି ଅତ୍ୟାଧୁନିକ ଡ୍ରୋନ୍ ଉଡ଼ାଇବା ପାଇଁ ନମୋ ଡ୍ରୋନ୍ ଦିଦିମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି । ସେହି ଦିନ ଦୂର ନୁହେଁ ଯେତେବେଳେ ନମୋ ଡ୍ରୋନ୍ କୀଟନାଶକ ଓ ସାର ସିଞ୍ଚନରେ ସବୁଠାରୁ ଆଗରେ ରହିବ ।

ବନ୍ଧୁଗଣ

ମୁଁ ଖୁସି ଯେ ଏଠାରେ ଗୁଜରାଟରେ ମଧ୍ୟ ଆମର ଦୁଗ୍ଧ ସମବାୟ ସମିତିରେ ମହିଳା ମାନଙ୍କର ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ମୋର ମନେ ଅଛି, ଯେତେବେଳେ ମୁଁ ଗୁଜରାଟରେ ଥିଲି, ଆମେ ଦୁଗ୍ଧ କ୍ଷେତ୍ର ସହ ଜଡ଼ିତ ମହିଳା ମାନଙ୍କ ପାଇଁ ଆଉ ଏକ ମହାନ କାର୍ଯ୍ୟ କରିଥିଲୁ । ଆମେ ସୁନିଶ୍ଚିତ କରିଥିଲୁ ଯେ ଦୁଗ୍ଧ କାରବାର ଟଙ୍କା ସିଧାସଳଖ ଆମ ଭଉଣୀ ଏବଂ ଝିଅମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଯେପରି ଜମା ହେବ । ଆଜି ଏହି ଭାବନାକୁ ବିସ୍ତାର କରିଥିବାରୁ ମୁଁ ଅମୁଲକୁ ମଧ୍ୟ ପ୍ରଶଂସା କରିବାକୁ ଚାହୁଁଛି । ପ୍ରତି ଗାଁରେ ମାଇକ୍ରୋ ଏଟିଏମ୍ ଲାଗିବା ପରେ ଗୋପାଳକଙ୍କୁ ଟଙ୍କା ଉଠାଇବା ପାଇଁ ଦୂରକୁ ଯିବାକୁ ପଡ଼ିବ ନାହିଁ । ଆଗାମୀ ଦିନରେ ଗୋପାଳକଙ୍କୁ ରୂପେ କ୍ରେଡିଟ୍ କାର୍ଡ ଦେବାର ଯୋଜନା ରହିଛି । ପାଇଲଟ୍ ପ୍ରୋଜେକ୍ଟ ଭାବେ ପଞ୍ଚମହଲ ଓ ବନାସକଣ୍ଠାରେ ମଧ୍ୟ ଏହାକୁ ଆରମ୍ଭ କରାଯାଇଛି ।

 

ଭାଇ ଓ ଭଉଣୀମାନେ,

ଗାନ୍ଧିଜୀ କହୁଥିଲେ ଯେ ଭାରତର ଆତ୍ମା ଗାଁରେ ବାସ କରେ । ବିକଶିତ ଭାରତ ଗଠନ ପାଇଁ ଭାରତର ଗ୍ରାମୀଣ ଅର୍ଥନୀତି ସୁଦୃଢ଼ ହେବା ଦରକାର । ପୂର୍ବରୁ କେନ୍ଦ୍ର ସରକାର ଗ୍ରାମୀଣ ଅର୍ଥନୀତିର ଆବଶ୍ୟକତାକୁ ଭାଗ ଭାଗ କରି ଦେଖୁଥିଲେ । ଆମେ ଗାଁର ପ୍ରତ୍ୟେକ ଦିଗକୁ ପ୍ରାଥମିକତା ଦେଉଛୁ ଏବଂ କାର୍ଯ୍ୟକୁ ଆଗକୁ ନେଉଛୁ । କ୍ଷୁଦ୍ର କୃଷକଙ୍କ ଜୀବନରେ କିପରି ଉନ୍ନତି ଆସିପାରିବ ତାହା ଉପରେ ଆମର ଧ୍ୟାନ ରହିଛି । ପଶୁପାଳନର ପରିସରକୁ କିପରି ବୃଦ୍ଧି କରାଯିବ ତାହା ଉପରେ ଆମର ଧ୍ୟାନ ରହିଛି । ପଶୁମାନଙ୍କ ସ୍ୱାସ୍ଥ୍ୟରେ କିପରି ଉନ୍ନତି ଅଣାଯାଇପାରିବ ସେଥିପ୍ରତି ଆମର ଧ୍ୟାନ ରହିଛି । ଗାଁରେ ପଶୁପାଳନ ସହ ମତ୍ସ୍ୟ ଚାଷ ଓ ମହୁମାଛି ପାଳନକୁ କିପରି ପ୍ରୋତ୍ସାହିତ କରାଯିବ ତାହା ଉପରେ ଆମେ ଧ୍ୟାନ କେନ୍ଦ୍ରିତ କରୁଛୁ । ଏହି ଚିନ୍ତାଧାରାରେ ଆମେ ପ୍ରଥମ ଥର ପାଇଁ ପଶୁସମ୍ପଦ ଚାଷୀ ଏବଂ ମତ୍ସ୍ୟ ଚାଷୀଙ୍କୁ କିଷାନ କ୍ରେଡିଟ୍ କାର୍ଡର ସୁବିଧା ମଧ୍ୟ ପ୍ରଦାନ କରିଛୁ । ଆମେ କୃଷକମାନଙ୍କୁ ଆଧୁନିକ ବିହନ ଦେଇଛୁ ଯାହା ଜଳବାୟୁ ପରିବର୍ତ୍ତନର ମୁକାବିଲା କରିପାରିବ । ବିଜେପି ସରକାର ମଧ୍ୟ ରାଷ୍ଟ୍ରୀୟ ଗୋକୁଳ ମିଶନ ଭଳି ଅଭିଯାନ ମାଧ୍ୟମରେ ଦୁଗ୍ଧ ପ୍ରଦାନକାରୀ ପଶୁଙ୍କ ପ୍ରଜାତିରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରୁଛନ୍ତି । ଦୀର୍ଘ ଦିନ ଧରି ପାଦ ଓ ପାଟି ରୋଗ ଆମ ପଶୁମାନଙ୍କ ପାଇଁ ବହୁତ ଯନ୍ତ୍ରଣାର କାରଣ ପାଲଟିଛି । ଏହି ରୋଗ ଯୋଗୁଁ ପ୍ରତି ବର୍ଷ ଗୋପାଳକମାନେ ହଜାର ହଜାର କୋଟି ଟଙ୍କାର କ୍ଷତି ସହିଥାନ୍ତି । ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ମାଗଣା ଟିକାକରଣ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନରେ ୧୫ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି । ଏହା ଅଧୀନରେ ୬୦ କୋଟି ଟିକା ଦିଆଯାଇଛି । ଆମେ ୨୦୩୦ ସୁଦ୍ଧା ପାଦ ଓ ପାଟି ରୋଗକୁ ଦୂର କରିବା ଉପରେ କାମ କରୁଛୁ ।

ବନ୍ଧୁଗଣ

ଗତ କାଲି ପଶୁସମ୍ପଦର ସମୃଦ୍ଧି ପାଇଁ କ୍ୟାବିନେଟ୍ ବୈଠକ ହୋଇଥିଲା, ବିଳମ୍ବିତ ରାତିରେ କ୍ୟାବିନେଟ୍ ବୈଠକ ବସିଥିଲା ଏବଂ ବିଜେପି ସରକାର କ୍ୟାବିନେଟ୍‌ରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଜାତୀୟ ପ୍ରାଣୀଧନ ମିଶନରେ ସଂଶୋଧନ କରି ଦେଶୀ ପ୍ରଜାତିଙ୍କୁ ବଞ୍ଚାଇ ରଖିବା ପାଇଁ ନୂଆ ପଦକ୍ଷେପ ଘୋଷଣା କରାଯାଇଛି । ପଡିଆ ପଡିଥିବା ଜମିକୁ ଚାରଣଭୂମି ଭାବେ ବ୍ୟବହାର କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ପଶୁସମ୍ପଦ ବୀମା କରିବାରେ କୃଷକଙ୍କ ଖର୍ଚ୍ଚକୁ କମ୍ କରିବା ପାଇଁ ପ୍ରିମିୟମ ପରିମାଣ ହ୍ରାସ କରିବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପଶୁଙ୍କ ସଂଖ୍ୟା ବୃଦ୍ଧି ଏବଂ ପଶୁସମ୍ପଦ ଚାଷୀଙ୍କ ଆୟ ବୃଦ୍ଧି ରେ ଏହି ନିଷ୍ପତ୍ତି ଅଧିକ ସହାୟକ ସାବ୍ୟସ୍ତ ହେବ ।

 

ବନ୍ଧୁଗଣ

ଆମେ ଗୁଜରାଟର ଲୋକମାନେ ଜାଣିଛୁ ଜଳ ସଙ୍କଟ କ'ଣ । ସୌରାଷ୍ଟ୍ରରେ, କଚ୍ଛରେ, ଉତ୍ତର ଗୁଜରାଟରେ ଆମେ ଦେଖିଛୁ ଯେ ଦୁର୍ଭିକ୍ଷ ସମୟରେ ହଜାର ହଜାର ଗୋରୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ମାଇଲ ମାଇଲ ଚାଲି ଚାଲି ଯାଇଥାନ୍ତି । ମରିଯାଉଥିବା ପଶୁଙ୍କ କୁଢ଼ କୁଢ଼ ଶବ, ସେମାନଙ୍କର ଫଟୋ ମଧ୍ୟ ଦେଖିଛେ । ନର୍ମଦା ପାଣି ପହଞ୍ଚିବା ପରେ ଏଭଳି ଅଞ୍ଚଳର ଭାଗ୍ୟ ବଦଳିଯାଇଛି । ଭବିଷ୍ୟତରେ ଏଭଳି ଆହ୍ୱାନର ସମ୍ମୁଖୀନ ନ ହେବାକୁ ଆମେ ଚେଷ୍ଟା କରୁଛୁ । ସରକାରଙ୍କ ଦ୍ୱାରା ନିର୍ମିତ ୬୦ ହଜାରରୁ ଅଧିକ ଅମୃତ ସରୋବର ମଧ୍ୟ ଦେଶର ଗ୍ରାମୀଣ ଅର୍ଥନୀତିକୁ ବହୁତ ସାହାଯ୍ୟ କରିବାକୁ ଯାଉଛି । ଗାଁର କ୍ଷୁଦ୍ର ଚାଷୀମାନଙ୍କୁ ଆଧୁନିକ ଜ୍ଞାନକୌଶଳରେ ଯୋଡ଼ିବା ପାଇଁ ଆମର ପ୍ରୟାସ ରହିଛି । ଗୁଜରାଟରେ ଆପଣ ଦେଖିଥିବେ ଯେ ଗତ କିଛି ବର୍ଷ ମଧ୍ୟରେ କ୍ଷୁଦ୍ର ଜଳସେଚନ ଓ ଡ୍ରିପ୍ ଜଳସେଚନର ପରିସର ବହୁଗୁଣିତ ହୋଇଛି । ଡ୍ରିପ୍ ଜଳସେଚନ ପାଇଁ ଚାଷୀଙ୍କୁ ସହାୟତା ଦିଆଯାଉଛି । ଆମେ ଲକ୍ଷ ଲକ୍ଷ କୃଷକ ସମୃଦ୍ଧି କେନ୍ଦ୍ର ସ୍ଥାପନ କରିଛୁ ଯାହାଦ୍ୱାରା କୃଷକମାନେ ଗାଁ ନିକଟରେ ବୈଜ୍ଞାନିକ ସମାଧାନ ପାଇପାରିବେ । ଜୈବିକ ସାର ତିଆରିରେ ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି । 

ବନ୍ଧୁଗଣ,

ଖାଦ୍ୟ ପ୍ରଦାନକାରୀଙ୍କୁ ଶକ୍ତି ପ୍ରଦାନକାରୀ ତଥା ସାର ପ୍ରଦାନକାରୀ କରିବା ଉପରେ ଆମ ସରକାର ଗୁରୁତ୍ୱ ଦେଉଛନ୍ତି । ଆମେ କୃଷକମାନଙ୍କୁ ସୌର ପମ୍ପ ପ୍ରଦାନ କରୁଛୁ ଏବଂ କୃଷି କ୍ଷେତରେ ଛୋଟ ଛୋଟ ସୌର ପ୍ଲାଣ୍ଟ ସ୍ଥାପନ କରିବାରେ ସେମାନଙ୍କୁ ସାହାଯ୍ୟ କରୁଛୁ । ଏହାବ୍ୟତୀତ ଗୋବର୍ଦ୍ଧନ ଯୋଜନାରେ ଗୋପାଳକଙ୍କ ଠାରୁ ଗୋବର କିଣିବାର ବ୍ୟବସ୍ଥା କରାଯାଉଛି । ଆମ ଦୁଗ୍ଧ କାରଖାନାରେ ମଧ୍ୟ ଗୋବରରୁ ବିଦ୍ୟୁତ ଉତ୍ପାଦନ ହେଉଛି । ପ୍ରତିବଦଳରେ ପ୍ରସ୍ତୁତ ହେଉଥିବା ଜୈବିକ ସାର ଚାଷୀଙ୍କୁ ଖୁବ୍ କମ୍ ମୂଲ୍ୟରେ ମିଳୁଛି । ଏହା ଦ୍ୱାରା କେବଳ କୃଷକ ଓ ପଶୁ ଉପକୃତ ହେବେ ନାହିଁ, ବରଂ କ୍ଷେତର ମାଟିର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ବନାସକଣ୍ଠାରେ ଅମୁଲ ଯେଉଁ ଗୋବର ଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ କରିଛି ତାହା ଏ ଦିଗରେ ଏକ ବଡ଼ ପଦକ୍ଷେପ ।

 

ବନ୍ଧୁଗଣ,

ଆମେ ଗ୍ରାମୀଣ ଅର୍ଥ ବ୍ୟବସ୍ଥାରେ ସମବାୟର ପରିସରକୁ ଯଥେଷ୍ଟ ବିସ୍ତାର କରୁଛୁ । ପ୍ରଥମ ଥର ପାଇଁ ଆମେ କେନ୍ଦ୍ରରେ ଏକ ଅଲଗା ସମବାୟ ମନ୍ତ୍ରଣାଳୟ ଗଠନ କରିଛୁ । ଆଜି ଦେଶର ୨ ଲକ୍ଷରୁ ଅଧିକ ଗାଁରେ ସମବାୟ ସମିତି ଗଠନ ହେଉଛି । କୃଷି ହେଉ, ପଶୁପାଳନ ହେଉ, ମତ୍ସ୍ୟ ଚାଷ ହେଉ, ଏହି ସବୁ କ୍ଷେତ୍ରରେ ଏହି ସମିତି ଗଠନ କରାଯାଉଛି । ଆମେ ମେଡ୍ ଇନ୍ ଇଣ୍ଡିଆ ଅର୍ଥାତ୍ ଉତ୍ପାଦନ କ୍ଷେତ୍ରରେ ସମବାୟକୁ ମଧ୍ୟ ପ୍ରୋତ୍ସାହିତ କରୁଛୁ । ସେମାନଙ୍କ ପାଇଁ ଟିକସ ମଧ୍ୟ ବହୁତ ହ୍ରାସ କରାଯାଇଛି । ଦେଶରେ ୧୦ ହଜାର କୃଷକ ଉତ୍ପାଦକ ସଂଘ (ଏଫ୍‌ପିଓ) ଗଠନ କରାଯାଉଛି । ସେଥିମଧ୍ୟରୁ ପାଖାପାଖି ୮ ହଜାର ନିର୍ମାଣ ହୋଇସାରିଛି । ଏଗୁଡ଼ିକ ହେଉଛି କ୍ଷୁଦ୍ର କୃଷକ ମାନଙ୍କର ବଡ଼ ସଂଗଠନ । ଏହା କ୍ଷୁଦ୍ର କୃଷକ ମାନଙ୍କୁ ଉତ୍ପାଦକ ହେବା ସହ କୃଷି ଉଦ୍ୟୋଗୀ ଓ ରପ୍ତାନିକାରୀ କରିବାର ଏକ ମିଶନ । ଆଜି ବିଜେପି ସରକାର ପ୍ୟାକ୍ସ, ଏଫ୍‌ପିଓ ଏବଂ ଅନ୍ୟାନ୍ୟ ସମବାୟ ସମିତିକୁ କୋଟି କୋଟି ଟଙ୍କା ଦେଉଛନ୍ତି । ଗାଁରେ କୃଷି ଭିତ୍ତିଭୂମି ପାଇଁ ଆମେ ୧ ଲକ୍ଷ କୋଟି ଟଙ୍କାର ପାଣ୍ଠି ମଧ୍ୟ ସୃଷ୍ଟି କରିଛୁ । ଏହି ଯୋଜନାର ଲାଭ କୃଷକଙ୍କ ସମବାୟ ସଂଗଠନକୁ ମଧ୍ୟ ଦିଆଯାଉଛି ।

 

ବନ୍ଧୁଗଣ 

ପଶୁପାଳନ ସହ ଜଡ଼ିତ ଭିତ୍ତିଭୂମିର ଆଧୁନିକୀକରଣ ପାଇଁ ଆମ ସରକାର ରେକର୍ଡ ପୁଞ୍ଜି ନିବେଶ କରୁଛନ୍ତି । ଏଥିପାଇଁ ୩୦ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ଗଠନ କରାଯାଇଛି । ଏଥିରେ ଦୁଗ୍ଧ ସମବାୟ ସମିତି ଗୁଡ଼ିକୁ ସୁଧ ଉପରେ ଅଧିକ ରିହାତି ପ୍ରଦାନର ବ୍ୟବସ୍ଥା କରାଯାଇଛି । ଦୁଗ୍ଧ କାରଖାନାର ଆଧୁନିକୀକରଣ ପାଇଁ ମଧ୍ୟ ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହି ଯୋଜନା ଅଧୀନରେ ଆଜି ସାବରକଣ୍ଠ ଦୁଗ୍ଧ ସଂଘର ଦୁଇଟି ପ୍ରମୁଖ ପ୍ରକଳ୍ପ ଉଦ୍‌ଘାଟିତ ହୋଇଛି । ଏଥିରେ ଦୈନିକ ୮୦୦ ଟନ୍ ପଶୁଖାଦ୍ୟ ପ୍ରସ୍ତୁତ କରୁଥିବା ଏକ ଅତ୍ୟାଧୁନିକ କାରଖାନା ମଧ୍ୟ ଅନ୍ତର୍ଭୁକ୍ତ ।

ଭାଇ ଓ ଭଉଣୀମାନେ,

ମୁଁ ଯେତେବେଳେ ବିକଶିତ ଭାରତର କଥା କହୁଛି, ମୁଁ ସମସ୍ତଙ୍କ ପ୍ରୟାସରେ ବିଶ୍ୱାସ କରେ । ସ୍ୱାଧୀନତାର ଶହେ ବର୍ଷ ଅର୍ଥାତ୍ ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ଭାରତରେ ପରିଣତ ହେବାକୁ ସଂକଳ୍ପ ନେଇଛି । ଅମୁଲ ଏକ ଅନୁଷ୍ଠାନ ଭାବରେ ୭୫ ବର୍ଷ ପୂରଣ କରିବ । ଆପଣଙ୍କୁ ମଧ୍ୟ ଆଜି ଏଠାରୁ ନୂଆ ସଂକଳ୍ପ ନେବାକୁ ପଡିବ । ଦ୍ରୁତ ଗତିରେ ବଢ଼ୁଥିବା ଜନସଂଖ୍ୟାର ପୁଷ୍ଟିକୁ ପୂରଣ କରିବାରେ ଆପଣଙ୍କ ସମସ୍ତଙ୍କର ଏକ ବଡ଼ ଭୂମିକା ରହିଛି । ମୁଁ ଏହା ଜାଣି ଆନନ୍ଦିତ ଯେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଆପଣ ଆପଣଙ୍କ ପ୍ଲାଣ୍ଟ ଗୁଡିକର ପ୍ରକ୍ରିୟାକରଣ କ୍ଷମତାକୁ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଆଜି ଅମୁଲ ହେଉଛି ବିଶ୍ୱର ଅଷ୍ଟମ ବୃହତ୍ତମ ଦୁଗ୍ଧ କମ୍ପାନୀ । ଆପଣଙ୍କୁ ଯେତେ ଶୀଘ୍ର ସମ୍ଭବ ଏହାକୁ ବିଶ୍ୱର ସର୍ବବୃହତ ଦୁଗ୍ଧ କମ୍ପାନୀରେ ପରିଣତ କରିବାକୁ ପଡିବ । ସରକାର ସବୁ ଦୃଷ୍ଟିରୁ ଆପଣଙ୍କ ସହ ଛିଡ଼ା ହୋଇଛନ୍ତି । ଆଉ ଏହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି । ୫୦ ବର୍ଷର ଏହି ପର୍ଯ୍ୟାୟରେ ପହଞ୍ଚିଥିବାରୁ ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।

ଆପଣ ସମସ୍ତଙ୍କୁ ବହୁତ ବହୁତଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rooftop solar, KUSUM account for 40% of Indias solar capacity additions in FY27 till July: Bernstein

Media Coverage

Rooftop solar, KUSUM account for 40% of Indias solar capacity additions in FY27 till July: Bernstein
NM on the go

Nm on the go

Always be the first to hear from the PM. Get the App Now!
...
PM to Address Youth at Khelo India Dialogue on 27th August
August 26, 2026
Khelo India Dialogue will bring together sports, youth leadership, civic responsibility, volunteering, fitness and nation-building on a common platform
Yuva Samvaad under Khelo India Dialogue to Focus on Five Key Themes: Sports, Olympic Aspirations, Youth Leadership, Viksit Bharat and Nasha Mukt Yuva

Prime Minister Shri Narendra Modi will address Khelo India Dialogue on 27th August at 11 AM via video conferencing. The programme aims to help the youth engage with India's sporting journey, share their aspirations, and contribute ideas for a stronger youth-led Viksit Bharat.

Organised by Mera Yuva Bharat (MY Bharat), as part of the National Sports Day 2026 celebrations, the programme will be conducted across the country with participation of youth at two colleges in every district across States and Union Territories. The programme is being held in line with the Prime Minister's vision of building a fit, disciplined and sporting nation while placing the aspirations of youth at the centre of the national development agenda.

The nationwide Khelo India Dialogue will bring together sports, youth leadership, civic responsibility, volunteering, fitness and nation-building on a common platform. It will provide a direct channel for young people to engage with the country's sporting ambitions, while ensuring that their ideas and perspectives become part of the continuing conversation on India's youth and sports ecosystem.

The national programme will be followed by local interactions involving young participants, MY Bharat volunteers, local sportspersons and public representatives. A major feature of the initiative will be direct interaction between youth having interest in sports and leading Indian athletes and medal winners. A central feature of the programme will be Yuva Samvaad where Young participants will be invited to articulate their own ideas, perspectives and aspirations. The dialogue will be structured around five themes:

  • improving India's sports ecosystem through better facilities, coaching, sports science and inclusive participation;
  • nurturing talent for the 2036 Olympics via scientific talent identification, transparent selection and long-term athlete development;
  • creating youth leaders through governance platforms and MY Bharat-led volunteering;
  • empowering youth for Viksit Bharat by building civic mindedness, future-ready skills and structured volunteering;
  • promoting a Nasha Mukt Yuva movement that leverages sport and peer networks to fight substance abuse, reinforced by weekly Jan Bhagidari activities under PM's 100-week nationwide campaign launched on 2 August 2026.