“କର୍ଣ୍ଣାଟକର ଅବଦାନ ବିନା ଭାରତର ପରିଚୟ, ପରମ୍ପରା ଏବଂ ପ୍ରେରଣାକୁ ବ୍ୟାଖ୍ୟା କରାଯାଇପାରିବ ନାହିଁ”
“ପ୍ରାଚୀନ କାଳରୁ କର୍ଣ୍ଣାଟକ ଭାରତରେ ହନୁମାନ ଭୂମିକାରେ ଅଭିନୟ କରୁଛି”
“ଯଦି କୌଣସି ଯୁଗ ପରିବର୍ତ୍ତନକାରୀ ମିଶନ ଅଯୋଧ୍ୟା ଠାରୁ ଆରମ୍ଭ ହୋଇ ରାମେଶ୍ୱରାମକୁ ଯାଏ, ତେବେ ଏହା କେବଳ କର୍ଣ୍ଣାଟକରେ ଶକ୍ତି ପାଇବ”
“ଅନୁଭବ ମନ୍ତାପା ମାଧ୍ୟମରେ ଭଗବାନ ବାସଭେଶ୍ୱରଙ୍କ ଗଣତାନ୍ତ୍ରିକ ଶିକ୍ଷା ଭାରତ ପାଇଁ ଆଲୋକର କିରଣ ପରି”
“କର୍ଣ୍ଣାଟକ ହେଉଛି ପରମ୍ପରା ଏବଂ ପ୍ରଯୁକ୍ତିବିଦ୍ୟାର ଭୂମି । ଏହାର ଐତିହାସିକ ସଂସ୍କୃତି ସହିତ ଆଧୁନିକ କୃତ୍ରିମ ବୁଦ୍ଧିମତା ମଧ୍ୟ ରହିଛି”
“୨୦୦୯-୨୦୧୪ ମଧ୍ୟରେ କର୍ଣ୍ଣାଟକ ପାଞ୍ଚ ବର୍ଷ ମଧ୍ୟରେ ରେଳ ପ୍ରକଳ୍ପରେ ୪ ହଜାର କୋଟି ଟଙ୍କା ପାଇଥିଲାବେଳେ କେବଳ ଚଳିତ ବର୍ଷର ବଜେଟରେ କର୍ଣ୍ଣାଟକ ପାଇଁ ରେଳ ଭିତ୍ତିଭୂମି ପାଇଁ ୭ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି”
“କନ୍ନଡ ସଂସ୍କୃତିର ଚିତ୍ରଣ କରୁଥିବା ଚଳଚ୍ଚିତ୍ର ଅଣ-କନ୍ନଡିଗା ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଥିଲା ଏବଂ କର୍ଣ୍ଣାଟକ ବିଷୟରେ ଅଧିକ ଜାଣିବାକୁ ଇଚ୍ଛା ସୃଷ୍ଟି କରିଥିଲା । ଏହି ଇଚ୍ଛାକୁ ଉପଯୋଗ କରିବା ଆବଶ୍ୟକ”

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ବସାବରାଜ ବୋମ୍ମଇ ମହାଶୟ, ମନ୍ତ୍ରୀପରିଷଦରେ ମୋର ସାଥୀ ପ୍ରହ୍ଲାଦ ଯୋଶୀ ମହାଶୟ,  ସଂସଦରେ ଆମର ବରିଷ୍ଠ ସାଥୀ ଡଃ. ବୀରେନ୍ଦ୍ର ହେଗଡେ ମହାଶୟ, ପରମ ପୂଜ୍ୟ ସ୍ୱାମୀ ନିର୍ମଳାନନ୍ଦ- ନାଥ ସ୍ୱାମୀଜୀ, ପରମ ପୂଜ୍ୟ ଶ୍ରୀ ଶ୍ରୀ ଶିବରାତ୍ରି ଦେଶୀକେନ୍ଦ୍ର ସ୍ୱାମୀଜୀ, ଶ୍ରୀ ଶ୍ରୀ ବିଶ୍ୱପ୍ରସନ୍ନ ତୀର୍ଥ ସ୍ୱାମୀଜୀ, ଶ୍ରୀ ଶ୍ରୀ ନଞ୍ଜାବଧୂତା ସ୍ୱାମୀଜୀ, ଶ୍ରୀ ଶ୍ରୀ ଶିବମୂର୍ତି ଶିବାଚାର୍ଯ୍ୟ ସ୍ୱାମୀଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସମସ୍ତ ସହଯୋଗୀଗଣ, ସାଂସଦଗଣ, ଭାଇ ସିଟି ରବି ମହାଶୟ, ଦିଲ୍ଲୀ- କର୍ଣ୍ଣାଟକ ସଙ୍ଘର ସମସ୍ତ ସଦସ୍ୟଗଣ, ଭଦ୍ର ବ୍ୟକ୍ତି ଓ ଭଦ୍ର ମହିଳାଗଣ,

ସର୍ବପ୍ରଥମେ ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି, ଅଭିନନ୍ଦନ ଜଣାଉଛି । ଆଜି, ଦିଲ୍ଲୀ- କର୍ଣ୍ଣାଟକ ସଙ୍ଘ ଏଲ୍ଲାଦରୁ ଇରୁ, ଏଁତାଦରୁ ଇରୁ, ଏଁଦେଦିଗୁ ନି କନ୍ନଡାବାଗିରୁ, ଏଭଳି ଗୌରବଶାଳୀ ପରମ୍ପରାକୁ ଆଗକୁ ବଢ଼ାଉଛନ୍ତି । ଦିଲ୍ଲୀ- କର୍ଣ୍ଣାଟକ ସଙ୍ଘର 75 ବର୍ଷର ଏହି ଉତ୍ସବ ଏଭଳି ସମୟରେ ହେଉଛି, ଯେତେବେଳେ ଦେଶ ମଧ୍ୟ ସ୍ୱାଧୀନତାର 75 ବର୍ଷର ଅମୃତ ମହୋତ୍ସବ ପାଳନ କରୁଛି । ଯେତେବେଳେ ଆମେ 75 ବର୍ଷ ପୂର୍ବର ପରିସ୍ଥିତିକୁ ଦେଖୁ, ସେଗୁଡ଼ିକର ଆକଳନ କରୁଛୁ, ସେତେବେଳେ ଆମକୁ ଏହି ପ୍ରୟାସରେ ଭାରତର ଅମର ଆତ୍ମାର ଦର୍ଶନ ହୋଇଥାଏ। ଦିଲ୍ଲୀ- କର୍ଣ୍ଣାଟକ ସଙ୍ଘର ଗଠନ ଏହା ଦେଖାଇଥାଏ ଯେ ସ୍ୱାଧୀନତାର ସେହି ପ୍ରଥମ ପ୍ରହରରେ କେଉଁଭଳି ଭାବେ ଲୋକମାନେ, ଦେଶକୁ ସୁଦୃଢ଼ କରିବାର ମିଶନରେ ଲାଗି ପଡ଼ିଥିଲେ। ମୁଁ ଖୁସି ଯେ, ଆଜି ସ୍ୱାଧୀନତାର ଅମୃତ କାଳର ପ୍ରଥମ ପ୍ରହରରେ ମଧ୍ୟ ଦେଶର ସେହି ଉର୍ଜ୍ଜା, ସେହି ସମର୍ପଣ ଆଜି ସେତିକି ମାତ୍ରାରେ ଜୀବନ୍ତ ଦୃଷ୍ଟିଗୋଚର ହେଉଛି । ମୁଁ ଏହି ଅବସରରେ ଏହି ସଙ୍ଘର ସ୍ୱପ୍ନକୁ ଦେଖୁଥିବା, ଏହାକୁ ସାକାର କରିଥିବା ସମସ୍ତ ମହାନ ବିଭୂତିଙ୍କୁ ପ୍ରଣାମ କରୁଛି । ଆଉ 75 ବର୍ଷର ଏହି ଯାତ୍ରା ସରଳ ହୋଇ ନ ଥାଏ । ଅନେକ ଉତଥାନ ପତନ ଆସିଥାଏ, ଅନେକ ଲୋକଙ୍କୁ ସାଙ୍ଗରେ ନେଇ ଚାଲିବାକୁ ପଡ଼ିଥାଏ । 75 ବର୍ଷ ପର୍ଯ୍ୟନ୍ତ ଯେଉଁ ଲୋକମାନେ ଏହି ସଙ୍ଘକୁ ଚଳାଇ ରଖିଲେ, ଆଗକୁ ବଢ଼ାଇଲେ, ବିକାଶ କଲେ, ସେମାନେ ସଭିଏଁ ହେଉଛନ୍ତି ଅଭିନନ୍ଦନର ଅଧିକାରୀ । ମୁଁ କର୍ଣ୍ଣାଟକର ଲୋକମାନଙ୍କୁ ମଧ୍ୟ ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ପ୍ରୟାସ ପାଇଁ ପ୍ରଣାମ କରୁଛି ।

ସାଥୀଗଣ,

ଭାରତର ପରିଚୟ ହେଉ, ଭାରତର ପରମ୍ପରା ହେଉ, କିମ୍ବା ଭାରତର ପ୍ରେରଣା ହେଉ, କର୍ଣ୍ଣାଟକ ବିନା ଆମେ ଭାରତକୁ ପରିଭାଷିତ କରି ପାରିବା ନାହିଁ । ପୌରାଣିକ ସମୟରୁ ଭାରତରେ କର୍ଣ୍ଣାଟକର ଭୂମିକା ତ ହନୁମାନଙ୍କ ଭଳି ରହିଛି । ହନୁମାନଙ୍କ ବିନା ନା ରାମ ହୋଇ ଥାଆନ୍ତି, ନା ରାମାୟଣର ସୃଷ୍ଟି ହୋଇଥାଏ । ଯୁଗ ପରିବର୍ତନର କୌଣସି ମିଶନ ଯଦି ଅଯୋଧ୍ୟାରୁ ଆରମ୍ଭ ହୋଇ ରାମେଶ୍ୱରକୁ ଯାଇଥାଏ, ତେବେ ତାହାକୁ ଶକ୍ତି କର୍ଣ୍ଣାଟକରେ ହିଁ ମିଳିଥାଏ ।

ଭାଇ  ଭଉଣୀମାନେ,

ମଧ୍ୟକାଳରେ ମଧ୍ୟ ଯେତେବେଳେ ଆକ୍ରମଣକାରୀମାନେ ଭାରତକୁ ଧ୍ୱଂସ କରିବା ପାଇଁ ପ୍ରୟାସ କରୁଥିଲେ, ଆଉ ସୋମନାଥଙ୍କ ଭଳି ଶିବଲିଙ୍ଗକୁ ଭଙ୍ଗା ଯାଇଥାଏ, ସେତେବେଳେ କର୍ଣ୍ଣାଟକର ଦେବରା ଦାସିମୟା, ମାଦରା ଚେନ୍ନୟା, ଡୋହର କକ୍କୟା, ଏବଂ ଭଗବାନ ବସବେଶ୍ୱରାଙ୍କ ଭଳି ସନ୍ଥ ଜନ-ଜନଙ୍କୁ ଇଷ୍ଟଲିଙ୍ଗ ସହିତ ଯୋଡ଼ି ଦିଅନ୍ତି । ଯେତେବେଳେ ଦେଶକୁ ବାହ୍ୟ ଶତ୍ରୁ ଆକ୍ରମଣ କରି ଥାଆନ୍ତି ସେତେବେଳେ ରାଣୀ ଅବକ୍କା, ଓନାକେ ଓବାବ୍ୱା, ରାଣୀ ଚେନମ୍ମା ଏବଂ କ୍ରାନ୍ତୀବୀରା ସଙ୍ଗୋଲ୍ଲୀ ରାୟନ୍ନାଙ୍କ ଭଳି ବୀର ସେମାନଙ୍କ ସାମ୍ନାରେ ପ୍ରାଚୀର ଭଳି ଠିଆ ହୋଇ ଯାଆନ୍ତି । ସ୍ୱାଧୀନତା ପରେ ମଧ୍ୟ ‘କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ’ର ପ୍ରଥମ କୁଳପତି ମହାରାଜା କୃଷ୍ଣରାଜା ଆଡେୟରଙ୍କ ଠାରୁ ନେଇ ଫିଲ୍ଡ ମାର୍ଶାଲ କେଏମ କରିୟପ୍ପା ଏବଂ ଭାରତରତ୍ନ ଏମ. ବିଶ୍ୱେଶ୍ୱରାୟାଙ୍କ ପର୍ଯ୍ୟନ୍ତ, କର୍ଣ୍ଣାଟକ ସବୁବେଳେ ଭାରତକୁ ପ୍ରେରିତ ମଧ୍ୟ କରିଛି, ଆଉ ଆକର୍ଷିତ ମଧ୍ୟ କରିଛି । ଆଉ ଏବେ ଆମେ ପୂଜ୍ୟ ସ୍ୱାମୀଜୀଙ୍କଠାରୁ କାଶୀରେ ତାଙ୍କର ଅନୁଭବ ସମ୍ପର୍କରେ ଶୁଣୁଥିଲେ ।

ସାଥୀଗଣ,

କନ୍ନଡାର ଲୋକମାନେ ସବୁବେଳେ ଏକ ଭାରତ, ଶ୍ରେଷ୍ଠ ଭାରତ ମନ୍ତ୍ରକୁ ନେଇ ଜୀଇଁଛନ୍ତି । ଏହାର ପ୍ରେରଣା ସେମାନଙ୍କୁ କର୍ଣ୍ଣାଟକର ଧରଣୀରୁ ହିଁ ମିଳିଥାଏ । ରାଷ୍ଟ୍ରକବି କୁବେମ୍ପୁଙ୍କ ରଚନା ନାଡା-ଗୀତେ ଏବେ ଆମେ ସମସ୍ତେ ତାହାକୁ ଶୁଣିଲେ । କେତେ ଅଦ୍ଭୂତ ରଚନା, ତାଳ-ଲୟ ରହିଛି- ଜୟ ଭାରତ ଜନନୀୟା ତନୁ ଜାତେ, ଜୟ ହେ କର୍ଣ୍ଣାଟକା ମାତେ । କେତେ ଆତ୍ମୀୟତାର ସହିତ ସେ କର୍ଣ୍ଣାଟକ ମାତାଙ୍କର ସ୍ତୁତି କରିଛନ୍ତି, ଏଥିରେ ସେ କହିଛନ୍ତି ଯେ ସେ ହେଉଛନ୍ତି ଭାରତ ମାତାର ‘ତନୁ ଜାତେ’। ଏହି ଗୀତରେ ସମଗ୍ର ଭାରତବର୍ଷର ସଭ୍ୟତାର ମଧ୍ୟ ବର୍ଣ୍ଣନା ରହିଛି, ଆଉ କର୍ଣ୍ଣାଟକର ମହତ୍ୱ ଏବଂ ଭୂମିକାର ମଧ୍ୟ ଅବତାରଣା କରାଯାଇଛି । ଯେତେବେଳେ ଆମେ ଏହି ଗୀତର ଭାବକୁ ବୁଝିଯାଉ, ସେତେବେଳେ ଆମେ ଏକ ଭାରତ, ଶ୍ରେଷ୍ଠ ଭାରତର ଭାବନାକୁ ମଧ୍ୟ ବୁଝିଯାଉ ।

ସାଥୀଗଣ,

ଆଜି ଯେତେବେଳେ ଭାରତ G-20 ଭଳି ବୃହତ ବୈଶ୍ୱିକ ସମୂହର ଅଧ୍ୟକ୍ଷତା କରୁଛି, ସେତେବେଳେ ଆମେ ଗଣତନ୍ତ୍ରର ଜନନୀ- ମଦର୍ ଅଫ୍ ଡେମୋକ୍ରାସି ରୂପରେ ଆମର ଆଦର୍ଶ ଆମର ମାର୍ଗଦର୍ଶନ କରୁଛି । ଅନୁଭବ ମଂଟପା ମାଧ୍ୟମରେ ଭଗବାନ ବସବେଶ୍ୱରଙ୍କ ବଚନ, ତାଙ୍କର ଗଣତାନ୍ତ୍ରିକ ଉପଦେଶ, ଭାରତ ପାଇଁ ହେଉଛି ଏକ ଆଲୋକ ଭଳି । ଏହା ହେଉଛି ମୋର ସୌଭାଗ୍ୟ ଯେ ମୋତେ ଲଣ୍ଡନରେ ଭଗବାନ ବସବେଶ୍ୱରଙ୍କ ମୂର୍ତିର ଲୋକାର୍ପଣ କରିବାର, ଆମର ଏହି ଗୌରବକୁ ବିସ୍ତାର କରିବାର ସୁଯୋଗ ମିଳିଥିଲା । ଏହା ସହିତ, ଭିନ୍ନ- ଭିନ୍ନ ଭାଷାରେ ତାଙ୍କର ନୀତିବାଣୀଗୁଡ଼ିକୁ ଉନ୍ମୋଚନ କରିବାର ସୁଯୋଗ ମଧ୍ୟ ମୋତେ ମିଳିଥିଲା। ଏହିସବୁ ଉପଲବ୍ଧି ଗୁଡ଼ିକ ହେଉଛି ଏହି କଥାର ପ୍ରମାଣ ଯେ କର୍ଣ୍ଣାଟକର ବିଚାର, ପରମ୍ପରା ମଧ୍ୟ ହେଉଛି ଅମର, ତାହାର ପ୍ରଭାବ ମଧ୍ୟ ହେଉଛି ଅମର ।

ସାଥୀଗଣ,

କର୍ଣ୍ଣାଟକ ହେଉଛି ପରମ୍ପରାର ମାଟି, ଆଉ ମଧ୍ୟ ହେଉଛି ଟେକ୍ନୋଲୋଜିର ଧରଣୀ । ଏଠାରେ ଐତିହାସିକ ପରମ୍ପରା ମଧ୍ୟ ରହିଛି, ଆଉ ଆଧୁନିକ କୃତ୍ରିମ ବୁଦ୍ଧିମତା ମଧ୍ୟ ରହିଛି । ଏବେ ଆଜି ସକାଳେ ହିଁ ମୁଁ ଜର୍ମାନ ଚାନସେଲରଙ୍କ ସହିତ ମୋର ବୈଠକ ଥିଲା ଆଉ ମୁଁ.. ମୁଁ ଖୁସି ଯେ କାଲିଠାରୁ ତାଙ୍କର କାର୍ଯ୍ୟକ୍ରମ ବାଙ୍ଗାଲୁରୁରେ ହେଉଛି । ଆଜି G-20 ସମୂହର ମଧ୍ୟ ଏକ ବଡ ବୈଠକ ବେଙ୍ଗାଲୁରୁରେ ଚାଲୁଛି ।

ସାଥୀଗଣ,

ମୁଁ କୌଣସି ମଧ୍ୟ ରାଷ୍ଟ୍ରଧ୍ୟକ୍ଷଙ୍କ ସହିତ ସାକ୍ଷାତ କରିଥାଏ, ସେତେବେଳେ ମୋର ପ୍ରଥମ ପ୍ରୟାସ ହୋଇଥାଏ, ଯେ ସେ ପ୍ରାଚୀନ ଏବଂ ଆଧୁନିକ ଭାରତର, ଦୁଇଟି ଯାକ ଛବିକୁ ଦେଖନ୍ତୁ । ପରମ୍ପରା ଏବଂ ଟେକ୍ନୋଲୋଜି, ଏହା ହେଉଛି ଆଜିର ନୂତନ ଭାରତର ସ୍ୱଭାବ ମଧ୍ୟ । ଆଜି ଦେଶ ବିକାଶ ଏବଂ ଐତିହ୍ୟକୁ, ଅଗ୍ରଗତି ଏବଂ ପରମ୍ପରାଗୁଡ଼ିକୁ, ଏକାଠି ନେଇ ଆଗକୁ ବଢ଼ୁଛି । ଆଜି ଗୋଟିଏ ପଟେ ଭାରତ ନିଜର ପ୍ରାଚୀନ ମନ୍ଦିରଗୁଡ଼ିକୁ, ସାଂସ୍କୃତିକ କେନ୍ଦ୍ରଗୁଡ଼ିକୁ ପୁନର୍ଜୀବିତ କରୁଛି, ଅନ୍ୟ ପଟେ ଏକା ସହିତ ଆମେ ଡିଜିଟାଲ କାରବାର ମାମଲାରେ ବିଶ୍ୱର ନେତୃତ୍ୱ ମଧ୍ୟ ହୋଇ ଯାଉଛେ । ଆଜିକାର ଭାରତ ଆମର ଶତାବ୍ଦୀ ଶତାବ୍ଦୀ ପୂର୍ବରୁ ଚୋରୀ ହୋଇ ଯାଇଥିବା ମୂର୍ତିଗୁଡ଼ିକୁ, କଳାକୃତି ଗୁଡ଼ିକୁ ବିଦେଶରୁ ଫେରାଇ ଆଣୁଛି । ଆଉ, ଆଜିକାର ଭାରତ ବିଦେଶରୁ ରେକର୍ଡ ସ୍ତରର ପ୍ରତ୍ୟେକ୍ଷ ବିଦେଶୀ ନିବେଶ ମଧ୍ୟ ନେଇକରି ଆସୁଛି । ଏହା ହେଉଛି ନୂତନ ଭାରତର ସେହି ବିକଶିତ ପଥ ଯାହା ଆମକୁ ବିକଶିତ ଭାରତର ଲକ୍ଷ୍ୟ ପର୍ଯ୍ୟନ୍ତ ନେଇଯିବ ।

ସାଥୀଗଣ,

ଆଜି ଦେଶ ପାଇଁ, ଆଉ କର୍ଣ୍ଣାଟକର ସରକାରଙ୍କ ପାଇଁ କର୍ଣ୍ଣାଟକର ବିକାଶ ହେଉଛି ସର୍ବୋଚ୍ଚ ପ୍ରାଥମିକତା । ପୂର୍ବରୁ ଏପରି ଏକ ସମୟ ମଧ୍ୟ ଥିଲା, ଯେତେବେଳେ କର୍ଣ୍ଣାଟକରେ ସରକାର ଗଠନ କରି ଲୋକମାନେ ଏଠାକାର ଅର୍ଥକୁ ବାହାରକୁ ନେଇ ଯାଉଥିଲେ । କିନ୍ତୁ, ଆଜି ଦେଶର ଅର୍ଥ, ଦେଶର ସଂସାଧନ କର୍ଣ୍ଣାଟକର ବିକାଶ ପାଇଁ ସଚ୍ଚୋଟତାର ସହିତ ସମର୍ପିତ କରା ଯାଉଛି। ଆପଣ ଦେଖନ୍ତୁ, 2009 ରୁ 2014 ମଧ୍ୟରେ କେନ୍ଦ୍ର ତରଫରୁ କର୍ଣ୍ଣାଟକ ରାଜ୍ୟକୁ ବାର୍ଷିକ 11 ହଜାର କୋଟି ଟଙ୍କା ଦିଆ ଯାଉଥିଲା, ପ୍ରତି ବର୍ଷ । ଯେତେବେଳେ କି ଆମ ସରକାରରେ 2019 ରୁ 2023 ମଧ୍ୟରେ, ଏ ପର୍ଯ୍ୟନ୍ତ କେନ୍ଦ୍ର ତରଫରୁ 30 ହଜାର କୋଟି ଟଙ୍କା ପଠାଯାଇଛି । 2009 ରୁ 2014 ମଧ୍ୟରେ କର୍ଣ୍ଣାଟକରେ ରେଳ ପ୍ରକଳ୍ପ ପାଇଁ ମୋଟାମୋଟି ଭାବେ 4 ହଜାର କୋଟି ଟଙ୍କାରୁ ମଧ୍ୟ କମ୍ ଖର୍ଚ୍ଚ କରାଯାଇଛି ଆଉ ଜଣେ ରେଳ ମନ୍ତ୍ରୀ ତ’ କର୍ଣ୍ଣାଟକର ହିଁ ଥିଲେ, 4 ହଜାର କୋଟି । ଅର୍ଥାତ ପାଂଚ ବର୍ଷରେ 5 ହଜାର କୋଟିରୁ ମଧ୍ୟ କମ୍ । ଯେତେବେଳେ କି ଆମ ସରକାର ଚଳିତ ଥରର ବଜେଟରେ କର୍ଣ୍ଣାଟକର ରେଳ ଭିତିଭୂମି ପାଇଁ ପ୍ରାୟ 7 ହଜାର କୋଟି ଟଙ୍କା ଦେଇଛନ୍ତି, ଚଳିତ ବର୍ଷର କଥା ମୁଁ କହୁଛି । ଜାତୀୟ ରାଜପଥ ପାଇଁ ମଧ୍ୟ ଗତ ସରକାରଙ୍କର 5 ବର୍ଷରେ ମୋଟ ମିଶାଇ 6 ହଜାର କୋଟି ଟଙ୍କା କର୍ଣ୍ଣାଟକ ପାଇଁ ଦିଆଯାଇଛି । କିନ୍ତୁ, ଏହି 9 ବର୍ଷରେ ଆମ ସରକାର ପ୍ରତି ବର୍ଷ 5 ହଜାର କୋଟି ଟଙ୍କାର ନିବେଶ କର୍ଣ୍ଣାଟକରେ କରାଯାଇଛି । କେଉଁଠାରେ 5 ବର୍ଷରେ 6 ହଜାର କୋଟି, ଆଉ କେଉଁଠି ପ୍ରତି ବର୍ଷ 5 ହଜାର କୋଟି!

ସାଥୀଗଣ,

ଆମ ସରକାରଙ୍କ ଦ୍ୱାରା ଦୀର୍ଘ ଦିନରୁ ଚାଲି ଆସୁଥିବା ଉପର ଭଦ୍ରା ପ୍ରକଳ୍ପର ଦାବୀକୁ ମଧ୍ୟ ପୂରଣ କରାଯାଉଛି । ଏହା ଫଳରେ ତୁମକୁରୁ, ଚିକମଗଲୁରୁ, ଚିତ୍ରଦୁର୍ଗ ଏବଂ ଦାୱଣଗେରେ ସମେତ କେନ୍ଦ୍ରୀୟ କର୍ଣ୍ଣାଟକର ବ୍ୟାପକ ମରୁଡ଼ି ପ୍ରଭାବିତ ଅଂଚଳଗୁଡ଼ିକୁ ଲାଭ ହେବାକୁ ଯାଉଛି, ମୋର କୃଷକମାନଙ୍କର କଲ୍ୟାଣ ହେବ । ବିକାଶର ଏହି ନୂତନ ବେଗ କର୍ଣ୍ଣାଟକର ଛବିକୁ ଦ୍ରୁତ ଗତିରେ ବଦଳାଉଛି । ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ଦିଲ୍ଲୀରେ ରହୁଛନ୍ତି, ଦୀର୍ଘ ସମୟ ଧରି ନିଜ ଗାଁକୁ ଯାଇ ନାହାଁନ୍ତି, ଆପଣମାନେ ଯେତେବେଳେ ସେଠାକୁ ଯିବେ ସେତେବେଳେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହେବେ, ଗର୍ବ ମଧ୍ୟ ଅନୁଭବ କରିବେ ।

ସାଥୀଗଣ,

ଦିଲ୍ଲୀ- କର୍ଣ୍ଣାଟକ ସଙ୍ଘର 75 ବର୍ଷରେ ଉନ୍ନତି, ଉପଲବ୍ଧି ଏବଂ ଜ୍ଞାନର ଉତ୍କର୍ଷର କେତେକ ଗୁରୁତ୍ୱପୂର୍ଣ୍ଣ କ୍ଷଣ ଆମ ସାମ୍ନାକୁ ଆସିଛି । ଏବେ ଆଗାମୀ 25 ବର୍ଷ ହେଉଛି ଆହୁରି ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଅମୃତକାଳ ଏବଂ ଦିଲ୍ଲୀ କର୍ଣ୍ଣାଟକ ସଙ୍ଘର ଆଗାମୀ 25 ବର୍ଷରେ ଆପଣମାନେ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରି ପାରନ୍ତି । ଯେଉଁ ଦୁଇଟି କଥା ଉପରେ ଆପଣ ଗୁରୁତ୍ୱ ଦେଇ ପାରନ୍ତି, ତାହା ହେଉଛି- କଲିକେ ମତୁ କଲେ । ଅର୍ଥାତ ଜ୍ଞାନ ଏବଂ କଳା । ଯଦି ଆମେ କଳିକାର କଥା କହିବା, ତେବେ ଆମେ ଜାଣିଛେ ଯେ ଆମର କନ୍ନଡ ଭାଷା ହେଉଛି କେତେ ସୁନ୍ଦର, ଏହାର ସାହିତ୍ୟ ହେଉଛି କେତେ ସମୃଦ୍ଧ । ଏହା ସହିତ କନ୍ନଡ ଭାଷାର ଆଉ ଏକ ବିଶେଷତ୍ୱ ରହିଛି । ଏହା ହେଉଛି ସେହି ଭାଷା ଯାହାକୁ କହିବାବାଲାଙ୍କ ପାଖରେ ପଢ଼ିବାର ଅଭ୍ୟାସ ବହୁତ ଦୃଢ଼ ହୋଇଥାଏ । କନ୍ନଡ ଭାଷାର ପାଠକଙ୍କ ସଂଖ୍ୟା ମଧ୍ୟ ହେଉଛି ବହୁତ ଅଧିକ । ଆଜି କନ୍ନଡ ଭାଷାରେ କୌଣସି ଭଲ ନୂତନ ପୁସ୍ତକ ଆସୁଛି ତେବେ ମାତ୍ର କିଛି ସପ୍ତାହରେ ପ୍ରକାଶକଙ୍କୁ ତାହାର ପୁନଃ ପ୍ରକାଶନ କରାଇବାକୁ ପଡ଼ୁଛି । ଅନ୍ୟ ଭାଷାମାନଙ୍କର ଏଭଳି ସୌଭାଗ୍ୟ ନାହିଁ ଯାହା କର୍ଣ୍ଣାଟକର ରହିଛି ।

ଆପଣମାନଙ୍କ ମଧ୍ୟରୁ ଦିଲ୍ଲୀରେ ରହୁଥିବା ସାଥୀମାନେ ଜାଣିଥିବେ ଯେ ନିଜର ମୂଳ ରାଜ୍ୟରୁ ବାହାରେ ଆସି ରହିଥିବା ନୂତନ ପିଢ଼ୀଙ୍କ ପାଇଁ ଭାଷାର କଠିନତା କେତେ ପରିମାଣରେ ବଢ଼ି ଯାଇଥାଏ । ତେଣୁ, ସେ ହୁଏତ ଜଗତଗୁରୁ ବସବେଶ୍ୱରଙ୍କ ବାଣୀ ହେଉ, କିମ୍ବା ହରି ଦାସଙ୍କ ଗୀତ, ହୁଏତ କୁମାର ବ୍ୟାସଙ୍କ ଦ୍ୱାରା ଲିଖିତ ମହାଭାରତର ସଂସ୍କରଣ ହେଉ, କିମ୍ବା କୁବେମ୍ପୁଙ୍କ ଲିଖିତ ରାମାୟଣ ଦର୍ଶନମ୍‌, ଏହି ବିଶାଳ ଐତିହ୍ୟ ଓ ପରମ୍ପରାକୁ ଆଗାମୀ ପିଢ଼ୀଙ୍କ ପର୍ଯ୍ୟନ୍ତ ପହଂଚାଇବା ହେଉଛି ବହୁତ ଜରୁରୀ । ମୁଁ ଶୁଣିଛି ଯେ ଆପଣ ଏକ ପାଠାଗାର ମଧ୍ୟ ଚଳାଉଛନ୍ତି। ଆପଣ ନିୟମିତ ଭାବେ ଷ୍ଟଡି ସର୍କଲ ଅଧିବେଶନ, ସାହିତ୍ୟ ସମ୍ବନ୍ଧିତ ଚର୍ଚ୍ଚା ବାରମ୍ବାର ଅନେକ କାର୍ଯ୍ୟକ୍ରମ ଆପଣମାନେ ଆୟୋଜିତ କରନ୍ତି । ଏହାକୁ ଆହୁରି ଅଧିକ ପ୍ରଭାବୀ କରି ପାରିବା । ଏହା ଦ୍ୱାରା ଆପଣ ଦିଲ୍ଲୀର କନ୍ନଡିଗାଓଁର ପିଲାମାନଙ୍କୁ କନ୍ନଡରେ ପଢ଼ିବାର ଅଭ୍ୟାସ ବିକଶିତ କରାଇବାରେ ସହାୟତା କରି ପାରିବେ। ଏଭଳି ପ୍ରୟାସ ଦ୍ୱାରା କଲିକେ ଅର୍ଥାତ ଜ୍ଞାନର ଯେଉଁ ପ୍ରୟାସ ହେବ, ତାହା ଦିଲ୍ଲୀର କନ୍ନଡ ଲୋକଙ୍କ ସହିତ ଅନ୍ୟମାନଙ୍କୁ ମଧ୍ୟ ପ୍ରଭାବିତ କରିବ। କନ୍ନଡା କଲିୟେରି ଅର୍ଥାତ କନ୍ନଡ ଶିଖିବା ଏବଂ କନ୍ନଡା କଲିସିରି ଅର୍ଥାତ କନ୍ନଡ ଶିଖାଇବା, ଉଭୟକୁ ସହାୟତା କରିବ ।

ସାଥୀଗଣ,

କାଲିକେଙ୍କ ସହ କଲେ ଅର୍ଥାତ କଳା କ୍ଷେତ୍ରରେ ମଧ୍ୟ କର୍ଣ୍ଣାଟକ ଅସାଧାରଣ ସଫଳତା ହାସଲ କରିଛି। ମୁଁ କୃତଜ୍ଞ ଯେ, ଏହି ଅଳ୍ପ ସମୟ ମଧ୍ୟରେ ମୁଁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମଗ୍ର କର୍ଣ୍ଣାଟକର ସାଂସ୍କୃତିକ ଅବଲୋକନ କରିବାର ସୁଯୋଗ ପାଇଲି। କର୍ଣ୍ଣାଟକ ଉଭୟ ଶାସ୍ତ୍ରୀୟ କଳା ଏବଂ ଲୋକ କଳାରେ ସମୃଦ୍ଧ। କଂସାଲେ ଠାରୁ ନେଇ ସଂଗୀତରେ କର୍ଣ୍ଣାଟକ ଶୈଳୀ ପର୍ଯ୍ୟନ୍ତ, ଭରତନାଟ୍ୟମ୍ ଠାରୁ ନେଇ ଯକ୍ଷଗାନ ପର୍ଯ୍ୟନ୍ତ, କର୍ଣ୍ଣାଟକର ପ୍ରତ୍ୟେକ ପ୍ରକାର କଳା ଆମକୁ ଆନନ୍ଦରେ ପରିପୂର୍ଣ୍ଣ କରିଦେଇ ଥାଏ। ବିଗତ ଅନେକ ବର୍ଷ ଧରି ଦିଲ୍ଲୀ କର୍ଣ୍ଣାଟକ ସଂଘ ଏଭଳି ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଛି । କିନ୍ତୁ ବର୍ତ୍ତମାନ ଏହି ପ୍ରୟାସକୁ ପରବର୍ତ୍ତୀ ସ୍ତରକୁ ନେବାର ଆବଶ୍ୟକତା ଅଛି । ମୁଁ ଅନୁରୋଧ କରୁଛି ଯେ ଭବିଷ୍ୟତରେ ଯେତେବେଳେ ମଧ୍ୟ କୌଣସି କାର୍ଯ୍ୟକ୍ରମ ଥାଏ, ସେତେବେଳେ ପ୍ରତ୍ୟେକ ଦିଲ୍ଲୀ କନ୍ନଡିଗା ପରିବାର ଏହି ପ୍ରୟାସ କରିବା ଉଚିତ ଯେ ସେମାନଙ୍କ ସହିତ ଏକ ଅଣ-କନ୍ନଡ ପରିବାରକୁ ମଧ୍ୟ ସାମିଲ କରିବେ। ଯାହାଫଳରେ ସେମାନେ କର୍ଣ୍ଣାଟକର ବୈଭବକୁ ଅନୁଭବ କରି ପାରିବେ ଏବଂ କର୍ଣ୍ଣାଟକର ସମୃଦ୍ଧ କଳାର ଆନନ୍ଦ ଉପଭୋଗ କରି ପାରିବେ। କନ୍ନଡ ସଂସ୍କୃତିର ଚିତ୍ରଣ କରୁଥିବା କିଛି ଚଳଚ୍ଚିତ୍ର ଅଣ-କନ୍ନଡ ଲୋକଙ୍କ ମଧ୍ୟରେ ମଧ୍ୟ ବହୁତ ଲୋକପ୍ରିୟ ହୋଇପାରିଛି । ଏହାଦ୍ବାରା କର୍ଣ୍ଣାଟକକୁ ଜାଣିବା ଏବଂ ବୁଝିବା ପାଇଁ ଲୋକମାନଙ୍କର ଜିଜ୍ଞାସା ବୃଦ୍ଧି ପାଇଛି, ଆମକୁ ଏହି ଜିଜ୍ଞାସାକୁ ଉପଯୋଗ କରିବାକୁ ପଡିବ। ଏଥି ସହିତ, ମୋର ଆପଣମାନଙ୍କୁ ଆଉ ଏକ ଅନୁରୋଧ ଅଛି । କର୍ଣ୍ଣାଟକର କଳାକାର, ଯେଉଁ ଜ୍ଞାନୀଗୁଣୀ ଲୋକମାନେ ଏଠାକୁ ଆସିଛନ୍ତି, ଆପଣ ନିଶ୍ଚିତ ଭାବରେ ଦିଲ୍ଲୀର ଜାତୀୟ ସମର ସ୍ମାରକୀ, ପିଏମ୍ ସଂଗ୍ରହାଳୟ ଏବଂ କାର୍ତ୍ତବ୍ୟ ପଥ ଭଳି ସ୍ଥାନ ନିଶ୍ଚୟ ପରିଦର୍ଶନ କରିବାକୁ ଯାଆନ୍ତୁ, ତାହା ପରେ ଆପଣ ଘରକୁ ଫେରିଯାଆନ୍ତୁ। ଆପଣମାନଙ୍କୁ ଏଭଳି ବହୁତ କିଛି ଦେଖିବାକୁ ମିଳିବ, ଯାହା ଆପଣମାନଙ୍କୁ ଗର୍ବରେ ପରିପୂର୍ଣ୍ଣ କରି ଦେବ । ଆପଣମାନଙ୍କୁ  ଲାଗିବ ଯେ ଏହି କାର୍ଯ୍ୟ ବହୁ ପୂର୍ବରୁ ହୋଇ ଯିବାର ଥିଲା। ମୁଁ ଚାହିଁବି ଯେ, ଆପଣମାନେ ଏଠାକାର ନିଜର ଏହି ଅନୁଭୂତିକୁ କର୍ଣ୍ଣାଟକର ଲୋକଙ୍କୁ ମଧ୍ୟ ଜଣାଇବେ।

ସାଥୀଗଣ,

ବର୍ତ୍ତମାନ ଭାରତର ଉଦ୍ୟମରେ ସାରା ବିଶ୍ୱ ‘ଆନ୍ତର୍ଜାତୀୟ ମିଲେଟ ବର୍ଷ' ପାଳନ କରୁଛି । କର୍ଣ୍ଣାଟକ ଭାରତୀୟ ମିଲେଟସ୍ ଅର୍ଥାତ୍ ସିରି ଧନ୍ୟାର ପ୍ରମୁଖ୍ୟ କେନ୍ଦ୍ର ରହି ଆସିଛି । ଆପଣମାନଙ୍କ ଶ୍ରୀ ଅନ୍ନ- ମାଣ୍ଡିଆ ମଧ୍ୟ କର୍ଣ୍ଣାଟକର ସଂସ୍କୃତିର ଏକ ଅଂଶ ହୋଇ ରହିଛି, ଏବଂ ହେଉଛି ଆପଣମାନଙ୍କର ସାମାଜିକ ପରିଚୟ ମଧ୍ୟ । କର୍ଣ୍ଣାଟକରେ ଆମର ୟେଦୁରୁପ୍ପା ମହାଶୟଙ୍କ ସମୟରୁ ‘ସିରି ଧନ୍ୟା’ର ପ୍ରୋତ୍ସାହନ ପାଇଁ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରା ଯାଇଥିଲା। ଆଜି ସମଗ୍ର ଦେଶ କନ୍ନଡିଗାଓଁର ପଥ ଅନୁସରଣ କରି ଚାଲୁଛି ଏବଂ ମୋଟା ଶସ୍ୟକୁ ଶ୍ରୀ ଅନ୍ନ ବୋଲି କହିବା ଆରମ୍ଭ କରିଛି । ଆଜି ଯେତେବେଳେ ସମଗ୍ର ବିଶ୍ୱ ଶ୍ରୀଅନ୍ନର ଉପକାରିତା ଏବଂ ଏହାର ଆବଶ୍ୟକତା ବୁଝୁଛି, ସେତେବେଳେ ଆଗାମୀ ଦିନରେ ଏହାର ଚାହିଦା ମଧ୍ୟ ବୃଦ୍ଧି ପାଇବ। ଏହାଦ୍ବାରା କର୍ଣ୍ଣାଟକର ଲୋକଙ୍କୁ, କର୍ଣ୍ଣାଟକର କ୍ଷୁଦ୍ର ଚାଷୀଙ୍କୁ ବହୁତ ଲାଭ ମିଳିବାକୁ ଯାଉଛି।

ସାଥୀଗଣ,

2047 ମସିହାରେ, ଯେତେବେଳେ ଭାରତ ଏକ ବିକଶିତ ରାଷ୍ଟ୍ର ଭାବରେ ନିଜ ସ୍ୱାଧୀନତାର 100 ବର୍ଷ ପୂରଣ କରିବ, ସେତେବେଳେ ଦିଲ୍ଲୀ-କର୍ଣ୍ଣାଟକ ସଂଘ ମଧ୍ୟ ଏହାର ଶତବାର୍ଷିକୀରେ ପ୍ରବେଶ କରିବ । ସେତେବେଳେ ଭାରତର ଅମୃତକାଳର ଗୌରବରେ ଆପଣଙ୍କର ଅବଦାନ ବିଷୟରେ ମଧ୍ୟ ଆଲୋଚନା କରାଯିବ। ଏହି ଭବ୍ୟ ସମାରୋହ ପାଇଁ ଏବଂ 75 ବର୍ଷର ଏହି ଯାତ୍ରା ପାଇଁ ମୁଁ ପୁଣି ଥରେ ଆପଣଙ୍କୁ ବହୁତ- ବହୁତ ଶୁମକାମନା ଜଣାଉଛି, ମୁଁ ମଧ୍ୟ ପୂଜ୍ୟ ସନ୍ଥମାନଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି ଯେ, ପୂଜ୍ୟ ସନ୍ଥମାନେ ଆମ ଗହଣକୁ ଆସି ଆମ ସମସ୍ତଙ୍କୁ ଆଶୀର୍ବାଦ ଦେଇଛନ୍ତି, ଆମ ସମସ୍ତଙ୍କୁ ପ୍ରେରଣା ଦେଇଛନ୍ତି । ପୂଜ୍ୟ ସନ୍ଥମାନର ଆଶୀର୍ବାଦ ପ୍ରାପ୍ତ କରିବାର ସୌଭାଗ୍ୟ ମୋତେ ମିଳିଲା ସେଥିପାଇଁ ମୁଁ ନିଜକୁ ନିଜେ ଗୌରବନ୍ବିତ ଅନୁଭବ କରୁଛି । ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ମୋର ହୃଦୟରୁ ବହୁତ- ବହୁତ ଧନ୍ୟବାଦ ଜଣାଉଛି । ମୋ ସହିତ କୁହନ୍ତୁ ଭାରତ ମାତା କି - ଜୟ, ଭାରତ ମାତା କି - ଜୟ, ଭାରତ ମାତା କି - ଜୟ !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi urges people to take 9 pledges on health, saving water, others

Media Coverage

PM Modi urges people to take 9 pledges on health, saving water, others
NM on the go

Nm on the go

Always be the first to hear from the PM. Get the App Now!
...
Prime Minister receives phone call from President Emmanuel Macron, discusses situation in West Asia and maritime security
April 16, 2026

The Prime Minister, Shri Narendra Modi, received a phone call from the President of France, Emmanuel Macron.

During the conversation, the two leaders discussed the prevailing situation in West Asia. They agreed on the urgent need to restore safety and ensure freedom of navigation in the Strait of Hormuz.

Both leaders reiterated their commitment to continue close cooperation in advancing peace and stability in the region and beyond.

The Prime Minister wrote on X;

“Received a phone call from my dear friend President Emmanuel Macron. We discussed the situation in West Asia and agreed on the need to urgently restore safety and freedom of navigation in the Strait of Hormuz.

We will continue our close cooperation to advance peace and stability in the region and beyond.

@EmmanuelMacron”