“ଗୁରୁକୁଳ ଛାତ୍ରଛାତ୍ରୀମାନଙ୍କ ମନ ଓ ହୃଦୟରେ ଉତ୍ତମ ଭାବନା ଓ ମୂଲ୍ୟବୋଧ ଭରି ସାମଗ୍ରିକ ବିକାଶ କରିଥାଏ”
“ପ୍ରକୃତ ଜ୍ଞାନର ପ୍ରସାର ପୃଥିବୀରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ଭାରତ ଏହି ପ୍ରକଳ୍ପ ପ୍ରତି ନିଷ୍ଠାବାନ ରହିଛି”
“ଆଧ୍ୟାତ୍ମିକ କ୍ଷେତ୍ରରୁ ଆରମ୍ଭ କରି ଇସ୍ରୋ ଓ ବାର୍କରେ ବୈଜ୍ଞାନିକଙ୍କ ପର୍ଯ୍ୟନ୍ତ ଉତ୍ସଗୀକୃତ ଛାତ୍ରଛାତ୍ରୀଙ୍କ ଗୁରୁକୁଳ ପରମ୍ପରା ଦେଶର ସବୁ କ୍ଷେତ୍ରକୁ ପରିପୁଷ୍ଟ କରିଛି”
“ଆବିଷ୍କାର ଓ ଗବେଷଣା ଭାରତୀୟ ଜୀବନଶୈଳୀର ଅବିଛେଦ୍ୟ ଅଂଶ ହୋଇ ରହିଆସିଛି”
“ଆମର ଗୁରୁକୁଳ ମାନବତାକୁ ବିଜ୍ଞାନ, ଆଧ୍ୟାତ୍ମିକତା ଓ ଲିଙ୍ଗଗତ ସମାନତାର ମାର୍ଗ ଦେଖାଇଛି”
“ଦେଶର ଶିକ୍ଷା ଭିତ୍ତିଭୂମିର ସମ୍ପ୍ରସାରଣ ପାଇଁ ଅଦ୍ଭୁତପୂର୍ବ କାର୍ଯ୍ୟ ଚାଲିଛି”

ଜୟ ସ୍ୱାମୀ ନାରାୟଣ 

ଏହି ପବିତ୍ର କାର୍ଯ୍ୟକ୍ରମକୁ ମାର୍ଗ ପ୍ରଦାନ କରୁଥିବା ପୂଜ୍ୟ ଶ୍ରୀ ଦେବକୃଷ୍ଣ ଦାସ ଜୀ ସ୍ୱାମୀ, ମହନ୍ତ ଶ୍ରୀ ଦେବପ୍ରସାଦ ଦାସ ଜୀ ସ୍ୱାମୀ, ପୂଜ୍ୟ ଧର୍ମବଲ୍ଲଭ ସ୍ୱାମୀ ଜୀ, କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ପୂଜ୍ୟ ସନ୍ଥଗଣ ଅନ୍ୟ ମହାନୁଭବ ଏବଂ ମୋର ପ୍ରିୟ ଯୁବ ସାଥୀଗଣ!

ଆପଣ ସମସ୍ତଙ୍କୁ ଜୟ ସ୍ୱାମୀ ନାରାୟଣ । ।

ପୂଜ୍ୟ ଶାସ୍ତ୍ରୀଜୀ ମହାରାଜ ଶ୍ରୀ ଧର୍ମଜୀବନ ଦାସଜୀ ସ୍ୱାମୀଙ୍କ ପ୍ରେରଣାରୁ, ତାଙ୍କ ଆଶୀର୍ବାଦରୁ ରାଜକୋଟ ଗୁରୁକୁଳର 75 ବର୍ଷ ପାଳନ କରାଯାଉଛି । ମୁଁ ରାଜକୋଟ ଗୁରୁକୁଳର 75 ବର୍ଷର ଏହି ଯାତ୍ରା ପାଇଁ ଆପଣ ସମସ୍ତଙ୍କୁ ହୃଦୟର ସହିତ ବହୁତ- ବହୁତ ଶୁଭକାମନା ପ୍ରଦାନ କରୁଛି । ଭଗବାନ ଶ୍ରୀ ସ୍ୱାମୀ ନାରାୟଣ ତାଙ୍କ ନାମ ସ୍ମରଣ ମାତ୍ରେ ହିଁ ଏକ ନବ ଚେତନାର ସଂଚାର ହୋଇଥାଏ ଆଉ ଆଜି ଆପଣ ସମସ୍ତ ସନ୍ଥମାନଙ୍କର ସାନିଧ୍ୟରେ ସ୍ୱାମୀନାରାୟଣଙ୍କ ନାମ ସ୍ମରଣ ହେଉଛି ଭିନ୍ନ ଏକ ସୌଭାଗ୍ୟର ଅବସର । ମୋର ବିଶ୍ୱାସ ରହିଛି ଯେ ଏହି ଐତିହାସିକ ସଂସ୍ଥାନର ଆଗାମୀ ଭବିଷ୍ୟତ ଆହୁରି ମଧ୍ୟ ଯଶସ୍ୱୀ ହେବ । ଏହାର ଯୋଗଦାନ ଆହୁରି ମଧ୍ୟ ଅପ୍ରତିମ ହେବ ।

ସାଥୀଗଣ,

ଶ୍ରୀ ସ୍ୱାମୀନାରାୟଣ ଗୁରୁକୁଳ ରାଜକୋଟର ଯାତ୍ରାର 75 ବର୍ଷ, ଏଭଳି ସମୟରେ ସମ୍ପୂର୍ଣ୍ଣ ହେଉଛି, ଯେତେବେଳେ ଦେଶ ନିଜର ସ୍ୱାଧୀନତାର 75 ବର୍ଷ ପାଳନ କରୁଛି । ଏହା ନିଶ୍ଚିତ ଭାବେ ହେଉଛି ଏକ ସୁଖଦ ସଂଯୋଗ, ହେଉଛି ଏକ ସୁଖଦ ସୁଯୋଗ ମଧ୍ୟ । ଏକ ରାଷ୍ଟ୍ର ରୂପେ ଭାରତର, ସ୍ୱାଧୀନ ଭାରତର ଜୀବନ ଯାତ୍ରା, ଏଭଳି ସୁଯୋଗ ଗୁଡ଼ିକ ମାଧ୍ୟମରେ ହିଁ ଏବଂ ହଜାର- ହଜାର ବର୍ଷର ଆମର ମହାନ ପରମ୍ପରା ମଧ୍ୟ ଏହିଭଳି ସୁଯୋଗ ଗୁଡ଼ିକ ମାଧ୍ୟମରେ ଗତିମାନ ରହି ଆସିଛି । ଏହି ସୁଯୋଗ ହେଉଛି, କର୍ମଠତା ଏବଂ କର୍ତବ୍ୟର ସୁଯୋଗ! ଏହି ସୁଯୋଗ ହେଉଛି, ସଂସ୍କୃତି ଏବଂ ସମର୍ପଣର ସୁଯୋଗ! ଏହି ସୁଯୋଗ ହେଉଛି, ଆଧ୍ୟାତ୍ମ ଏବଂ ଆଧୁନିକତାର ସୁଯୋଗ! ଯେତେବେଳେ ଦେଶ ସ୍ୱାଧୀନ ହେଲା ସେତେବେଳେ ଆମ ଉପରେ ଏହି ଦାୟିତ୍ୱ ରହିଥିଲା ଯେ ଆମେ ଶିକ୍ଷା କ୍ଷେତ୍ରରେ ଭାରତର ପ୍ରାଚୀନ ବୈଭବ ଏବଂ ଆମର ମହାନ ଗୌରବକୁ ପୁନର୍ଜୀବିତ କରିବା । କିନ୍ତୁ ପରାଧୀନତାର ମାନସିକତାର ଚାପରେ ସରକାରମାନେ ସେହି ଦିଗରେ ଅଗ୍ରସର ହେଲେ ନାହିଁ । ଆଉ କିଛି କଥାରେ ତ ଓଲଟା ପାଦରେ ଚାଲିଲେ । ଆଉ ଏହି ପରିସ୍ଥିତି ମଧ୍ୟରେ, ଆଉ ଥରେ ପୁଣି ଆମର ସନ୍ଥମାନେ, ଆଚାର୍ଯ୍ୟମାନେ ଦେଶ ପ୍ରତି ଏହି କର୍ତବ୍ୟକୁ ତୁଲାଇବାର ଦାୟିତ୍ୱ ନେଲେ । ସ୍ୱାମୀନାରାୟଣ ଗୁରୁକୁଳ ହେଉଛି ଏହି ସୁଯୋଗର ଏକ ଜ୍ୱଳନ୍ତ ଉଦାହରଣ । ସ୍ୱାଧୀନତାର ତୁରନ୍ତ ପରେ ଭାରତୀୟ ମୂଲ୍ୟବୋଧ ଏବଂ ଆଦର୍ଶର ମୂଳଦୁଆରେ ଏହି ଆନେ୍ଦାଳନକୁ, ଏହି ସଂସ୍ଥାନକୁ ନିର୍ମିତ କରାଗଲା । ପୂଜ୍ୟ ଧର୍ମଜୀବନଦାସ ସ୍ୱାମୀ ଜୀଙ୍କର ରାଜକୋଟ ଗୁରୁକୁଳ ପାଇଁ ଯେଉଁ ଦୃଷ୍ଟିକୋଣ ରହିଥିଲା, ସେଥିରେ ଆଧ୍ୟାତ୍ମ ଏବଂ ଆଧୁନିକତାରୁ ନେଇ ସଂସ୍କୃତି ଏବଂ ସଂସ୍କାର ପର୍ଯ୍ୟନ୍ତ, ସବୁକିଛି ସମାହିତ ରହିଥିଲା । ଆଜି ସେହି ଚିନ୍ତାଧାରାର- ବୀଜ ଏହି ବିଶାଳ ବଟବୃକ୍ଷ ରୂପେ ଆମ ସମ୍ମୁଖରେ ରହିଛି । ମୁଁ ଗୁଜରାଟରେ ଆପଣମାନଙ୍କ ଗହଣରେ ରହିଛି, ଆପଣମାନଙ୍କ ଗହଣରେ ଲାଳିତ-ପାଳିତ ହୋଇ ବଡ଼ ହୋଇଛି । ଆଉ ଏହା ମୋର ସୌଭାଗ୍ୟ ରହିଛି ଯେ ମୋତେ ଏହି ବଟବୃକ୍ଷକୁ ଆକାର ନେବାର ନିଜ ଆଖିରେ ଅତି ନିକଟରୁ ଦେଖିବାର ସୁଅବସର ମିଳିଛି ।

ଏହି ଗୁରୁକୁଳର ମୂଳରେ ଗଭବାନ ସ୍ୱାମୀନାରାୟଣଙ୍କର ପ୍ରେରଣା ରହିଛି- ପ୍ରବର୍ତନୀୟା ସଦ୍ ବିଦ୍ୟା ଭୁବି ଯତ୍ ସୁକୃତଂ ମହତ୍। ଅର୍ଥାତ୍, ସତ୍ ବିଦ୍ୟାର ପ୍ରସାର ହେଉଛି ସଂସାରର ସବୁଠାରୁ ପବିତ୍ର, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ଏହା ହିଁ ତ ହେଉଛି ଜ୍ଞାନ ଏବଂ ଶିକ୍ଷା ପ୍ରତି ଭାରତର ସେହି ଶାଶ୍ୱତ ସମର୍ପଣ, ଯାହା ଆମ ସଭ୍ୟତାର ମୂଳଦୁଆ ରଖିଛି । ଏହାର ପ୍ରଭାବ ହେଉଛି ଯେ କେବେ ରାଜକୋଟରେ କେବଳ 7 ଜଣ ବିଦ୍ୟାର୍ଥୀଙ୍କୁ ନେଇ ଆରମ୍ଭ ହୋଇଥିବା ଗୁରୁକୁଳ ବିଦ୍ୟା ପ୍ରତିଷ୍ଠାନମ୍ ର ଆଜି ଦେଶ ବିଦେଶରେ ପ୍ରାୟ 40 ଶାଖା ରହିଛି । ପ୍ରତିବର୍ଷ ହଜାର- ହଜାର ସଂଖ୍ୟାରେ ବିଦ୍ୟାର୍ଥୀ ଏଠାକୁ ଆସନ୍ତି । ଗତ 75 ବର୍ଷରେ ଗୁରୁକୁଳ, ଛାତ୍ରମାନଙ୍କର ମନ ମସ୍ତିଷ୍କକୁ ଉତମ ବିଚାରଧାରା ଏବଂ ମୂଲ୍ୟବୋଧ ଦ୍ୱାରା ସିଂଚନ କରିଛନ୍ତି, ଫଳରେ ସେମାନଙ୍କର ସାମଗ୍ରିକ ବିକାଶ ହୋଇ ପାରିବ । ଆଧ୍ୟାତ୍ମିକ କ୍ଷେତ୍ରରେ ସମର୍ପିତ ଯୁବକମାନଙ୍କ ସମେତ ଇସ୍ରୋ ଏବଂ ବାର୍କରେ ରହିଥିବା ବୈଜ୍ଞାନିକମାନଙ୍କ ପର୍ଯ୍ୟନ୍ତ, ଆମର ଗୁରୁକୁଳ ପରମ୍ପରା ପ୍ରତ୍ୟେକ କ୍ଷେତ୍ରରେ ଦେଶର ମେଧାକୁ ପୋଷିତ କରିଛନ୍ତି । ଆଉ ଗୁରୁକୁଳର ଏକ ବିଶେଷତ୍ୱ ଆମେ ସମସ୍ତେ ଜାଣିଛୁ ଆଉ ଆଜିକାର ଯୁଗରେ ପ୍ରତ୍ୟେକଙ୍କୁ ସେମାନେ ପ୍ରଭାବିତ କରୁଛନ୍ତି । ବହୁତ କମ୍ ଲୋକମାନଙ୍କୁ ଏହା ଜଣାଅଛି ଯେ ସେହି କଠିନ ସମୟରେ ମଧ୍ୟ ଆଉ ଆଜି ମଧ୍ୟ ଏହି ଗୁରୁକୁଳ ହେଉଛି ଏଭଳି ଏକ ସଂସ୍ଥାନ ଯାହା ପ୍ରତ୍ୟେକ ଗରିବ ଛାତ୍ରଙ୍କ ଠାରୁ ଶିକ୍ଷା ପାଇଁ ଗୋଟିଏ ଦିନ ପାଇଁ କେବଳ ମାତ୍ର ଗୋଟିଏ ଟଙ୍କା ଫିସ୍ ନେଇଥାଏ । ଏହା ଫଳରେ ଗରିବ ବିଦ୍ୟାର୍ଥୀମାନଙ୍କ ପାଇଁ ଶିକ୍ଷା ଲାଭ କରିବାର ପଥ ସହଜ ହେଉଛି ।

ସାଥୀଗଣ,

ଆପଣମାନେ ସମସ୍ତେ ଜାଣନ୍ତି ଯେ ଭାରତରେ ଜ୍ଞାନ ହିଁ ଜୀବନର ସର୍ବୋଚ୍ଚ ଉଦେ୍ଦଶ୍ୟ ହୋଇ ରହି ଆସିଛି । ତେଣୁ, ଯେଉଁ ସମୟରେ ବିଶ୍ୱର ଅନ୍ୟାନ୍ୟ ଦେଶମାନଙ୍କର ପରିଚୟ ସେଠାକାର ରାଜ୍ୟଗୁଡ଼ିକ ଦ୍ୱାରା ଏବଂ ରାଜକୁଳ ଦ୍ୱାରା ହେଉଥିଲା, ସେତେବେଳେ ଭାରତକୁ, ଭାରତଭୂମିକୁ ଗୁରୁକୁଳ ଗୁଡ଼ିକ ଦ୍ୱାରା ଜଣା ଯାଉଥିଲା । ଗୁରୁକୁଳ ଅର୍ଥାତ୍, ଗୁରୁଙ୍କର କୁଳ, ଜ୍ଞାନର କୁଳ! ଆମର ଗୁରୁକୁଳ ଗୁଡ଼ିକ ଶତାବ୍ଦୀ ଶତାବ୍ଦୀ ଧରି ସମତା, ମମତା, ସମାନତା ଏବଂ ସେବାଭାବର ବାଟିକା ଭଳି ରହି ଆସିଛି । ନାଳନ୍ଦା ଏବଂ ତକ୍ଷଶିଳା ଭଳି ବିଶ୍ୱବିଦ୍ୟାଳୟ ଭାରତର ଏହି ଗୁରୁକୁଳ ପରମ୍ପରାର ବୈଶ୍ୱିକ ବୈଭବର ପର୍ଯ୍ୟାୟ ରହି ଆସିଥିଲା । ଅନ୍ୱେଷଣ ଏବଂ ଗବେଷଣା, ଏହା ଭାରତର ଜୀବନ ପଦ୍ଧତିର ଅଂଶ ରହିଥିଲା । ଆଜି ଆମେ ଭାରତର କୋଣ ଅନୁକୋଣରେ ଯେଉଁ ବିବଧତା ଦେଖୁଛେ, ଯେଉଁ ସାଂସ୍କୃତିକ ସମୃଦ୍ଧି ଦେଖୁଛେ, ଏହା ହେଉଛି ସେହି ଗବେଷଣା ଏବଂ ଅନ୍ୱେଷଣର ପରିଣାମ । ଆତ୍ମ ତତ୍ୱରୁ ପରମାତ୍ମା ତତ୍ୱ ପର୍ଯ୍ୟନ୍ତ, ଆଧ୍ୟାତ୍ମରୁ ଆୟୁର୍ବେଦ ପର୍ଯ୍ୟନ୍ତ, ସାମାଜିକ ବିଜ୍ଞାନରୁ ନେଇ ସୌର ବିଜ୍ଞାନ ପର୍ଯ୍ୟନ୍ତ ଗଣିତରୁ ନେଇ ଧାତୁ ବିଜ୍ଞାନ ପର୍ଯ୍ୟନ୍ତ, ଆଉ ଶୂନ୍ୟରୁ ନେଇ ଅନନ୍ତ ପର୍ଯ୍ୟନ୍ତ, ଆମେ ପ୍ରତ୍ୟେକ କ୍ଷେତ୍ରରେ ଗବେଷଣା କରିଛୁ, ନୂତନ ନିଷ୍କର୍ଷ ବାହାର କରିଛୁ । ଭାରତ, ଅନ୍ଧକାରରେ ପରିପୂର୍ଣ୍ଣ ସେହି ଯୁଗରେ ମାନବତାକୁ ଆଲୋକର ସେହି କିରଣ ଦେଇଛି ଯେଉଁଥିରୁ ଆଧୁନିକ ବିଶ୍ୱ ଏବଂ ଆଧୁନିକ ବିଜ୍ଞାନର ଯାତ୍ରା ଆରମ୍ଭ ହୋଇଛି । ଆଉ ସେହି ଉପଲବ୍ଧôଗୁଡ଼ିକ ମଧ୍ୟରେ, ଆମର ଗୁରୁକୁଳ ଗୁଡ଼ିକର ଆଉ ଏକ ଶକ୍ତି ବିଶ୍ୱର ମାର୍ଗ ପ୍ରଶସ୍ତ କରିଛି । ଯେଉଁ କାଳଖଣ୍ଡରେ ବିଶ୍ୱରେ ଲିଙ୍ଗଗତ ସମାନତା ଭଳି ଶବ୍ଦର ଜନ୍ମ ମଧ୍ୟ ହୋଇ ନ ଥିଲା, ସେତେବେଳେ ଆମର ଏଠାରେ ଗାର୍ଗୀ- ମୈତ୍ରେୟୀଙ୍କ ଭଳି ବିଦୂଷୀମାନେ ଶାସ୍ତ୍ରର ବ୍ୟାଖ୍ୟା କରୁଥିଲେ । ମହର୍ଷି ବାଲ୍ମିକୀଙ୍କ ଭଳି ଆଶ୍ରମରେ ଲବ- କୁଶଙ୍କ ସହିତ ହିଁ ଆତ୍ରେୟୀ ମଧ୍ୟ ପାଠ ପଢ଼ୁଥିଲେ । ମୁଁ ଖୁସି ଯେ ସ୍ୱାମୀ ନାରାୟଣ ଗୁରୁକୁଳ ଏହି ପୁରାତନ ପରମ୍ପରାକୁ, ଆଧୁନିକ ଭାରତକୁ ଆଗକୁ ଅଗ୍ରସର କରାଇବା ପାଇଁ ‘କନ୍ୟା ଗୁରୁକୁଳ’ର ଶୁଭାରମ୍ଭ କରୁଛି । 75 ବର୍ଷର ଅମୃତ ମହୋତ୍ସବରେ, ସ୍ୱାଧୀନତାର ଅମୃତ କାଳରେ ଏହି ସଂସ୍ଥାନର ଭବ୍ୟ ଉପଲବ୍ଧô ହେବ, ଆଉ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ମଧ୍ୟ ହେବ ।

ସାଥୀଗଣ,

ଆପଣ ସମସ୍ତେ ଭଲ ଭାବେ ଜାଣିଛନ୍ତି ଯେ ଭାରତର ଉଜ୍ଜ୍ୱଳ ଭବିଷ୍ୟତରେ ଆମର ଆଜିର ଶିକ୍ଷା ବ୍ୟବସ୍ଥା ଏବଂ ଶିକ୍ଷଣ ସଂସ୍ଥାନର କେତେ ବଡ଼ ଭୂମିକା ରହିଛି । ଏଥିପାଇଁ, ସ୍ୱାଧୀନତାର ଏହି ଅମୃତକାଳରେ ଦେଶର ଶିକ୍ଷା ଭିତିଭୂମି ହେଉ, ଅବା ଶିକ୍ଷା ନୀତି ଆମେ ପ୍ରତ୍ୟେକ ସ୍ତରରେ ଅଧିକ ଗତିରେ ଅଧିକ ବିସ୍ତାର ସହିତ କାମରେ ଲାଗି ପଡ଼ିଛୁ । ଆଜି ଦେଶରେ ବଡ଼- ବଡ଼ ଶୈକ୍ଷିକ ସଂସ୍ଥାନ- ଆଇଆଇଟି, ଟ୍ରିପଲଆଇଟି, ଆଇଆଇଏମ, ଏମ୍ସ ଭଳି ସଂସ୍ଥାନ ଗୁଡ଼ିକର ସଂଖ୍ୟାରେ ବହୁତ ବୃଦ୍ଧି ହୋଇଛି । 2014 ପରଠାରୁ ମେଡିକାଲ କଲେଜ ସଂଖ୍ୟାରେ 65 ପ୍ରତିଶତ ଅଧିକ ବୃଦ୍ଧି ହୋଇଛି । ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି ଜରିଆରେ ଦେଶ ପ୍ରଥମ ଥର ପାଇଁ ସେହି ଶିକ୍ଷା ବ୍ୟବସ୍ଥାକୁ ପ୍ରସ୍ତୁତ କରୁଛି ଯାହା ଦୂରଦୃଷ୍ଟି ସମ୍ପନ୍ନ ହେଉ, ଭବିଷ୍ୟତ ଅଭିମୁଖୀ ହେଉ । ଯେତେବେଳେ ନୂତନ ପିଢ଼ୀ ପିଲାଦିନରୁ ହିଁ ଉନ୍ନତ ଶିକ୍ଷା ବ୍ୟବସ୍ଥାକୁ ନେଇ ଲାଳିତ ପାଳିତ ହେବ, ବଢ଼ିବ, ସେତେବେଳେ ଦେଶ ପାଇଁ ଆଦର୍ଶ ନାଗରିକ ମାନଙ୍କର ନିର୍ମାଣ ମଧ୍ୟ ସ୍ୱତଃ ହୋଇ ଚାଲିବ । ଏହି ଆଦର୍ଶ ନାଗରିକ, ଆଦର୍ଶ ଯୁବକ 2047ରେ ଯେତେବେଳେ ଦେଶ ସ୍ୱାଧୀନତାର 100 ବର୍ଷ ପାଳନ କରୁଥିବ ବିକଶିତ ଭାରତର ସ୍ୱପ୍ନକୁ ସିଦ୍ଧି ପର୍ଯ୍ୟନ୍ତ ନେଇଯିବ । ଆଉ ଏଥିରେ ନିଶ୍ଚିତ ଭାବରେ ଶ୍ରୀ ସ୍ୱାମୀନାରାୟଣ ଗୁରୁକୁଳ ଭଳି ଶିକ୍ଷା ସଂସ୍ଥାନଗୁଡ଼ିକର ପ୍ରୟାସ ବହୁତ ଗୁରୁତ୍ୱପୂର୍ଣ୍ଣ ରହିବ ।

ସାଥୀଗଣ,

ଅମୃତ କାଳର ଆଗାମୀ 25 ବର୍ଷର ଯାତ୍ରାରେ ଆପଣ ସନ୍ଥମାନଙ୍କର ଆଶୀର୍ବାଦ ଏବଂ ଆପଣ ସମସ୍ତଙ୍କର ସହଯୋଗ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ । ଆଜି ଭାରତରେ ଆଉ ଭାରତର ସଂକଳ୍ପ ମଧ୍ୟ ହେଉଛି ନୂଆ, ସେହି ସଂକଳ୍ପର ସିଦ୍ଧିର ପ୍ରୟାସ ମଧ୍ୟ ହେଉଛି ନୂଆ । ଆଜି ଦେଶ ଡିଜିଟାଲ ଇଣ୍ଡିଆ, ଆତ୍ମନିର୍ଭର ଭାରତ, ଭୋକାଲ ଫର୍ ଲୋକାଲ୍, ପ୍ରତ୍ୟେକ ଜିଲ୍ଲାରେ 75 ଅମୃତ ସରୋବର ଗୁଡ଼ିକର ନିର୍ମାଣ, ଏକ ଭାରତ- ଶ୍ରେଷ୍ଠ ଭାରତର ଦୃଷ୍ଟିଭଙ୍ଗୀକୁ ନେଇ ଆଗକୁ ବଢ଼ୁଛି । ସାମାଜିକ ପରିବର୍ତନ ଏବଂ ସମାଜ ସଂସ୍କାରର ଏହି କାର୍ଯ୍ୟରେ ମଧ୍ୟ ସମସ୍ତଙ୍କର ପ୍ରୟାସ କୋଟି- କୋଟି ଲୋକଙ୍କର ଜୀବନକୁ ପ୍ରଭାବିତ କରିବ । ମୋର ବିଶ୍ୱାସ ଯେ ସ୍ୱାମୀ ନାରାୟଣ ଗୁରୁକୁଳ ବିଦ୍ୟା ପ୍ରତିଷ୍ଠାନମ୍ ଭଳି ସଂସ୍ଥାନ ଏହି ସଂକଳ୍ପ ଯାତ୍ରାକୁ ଏହିଭଳି ଭାବେ ଉର୍ଜ୍ଜା ଦେଇ ଚାଲିଥିବ । ଆଉ ଯେତେବେଳେ ମୁଁ ଆଜି ଆପଣ ସମସ୍ତ ସନ୍ଥମାନଙ୍କ ଗହଣକୁ ଆସିଛି 75 ବର୍ଷର ଏକ ବହୁତ ବଡ଼ ଯାତ୍ରା ଯାହାକୁ ଆପଣମାନେ ସଫଳତା ପୂର୍ବକ ଆଗକୁ ବଢ଼ାଇଛନ୍ତି । ଏବେ ଏହାର ସମ୍ପ୍ରସାରଣ ଦେଶର ଯୁବକମାନଙ୍କର ଲାଭ ପାଇଁ ମଧ୍ୟ ବିନିଯୋଗ ହେବା ଉଚିତ । କ’ଣ ମୁଁ ଆଜି ସ୍ୱାମୀ ନାରାୟଣ ଗୁରୁକୁଳକୁ ଏକ ପ୍ରାର୍ଥନା କରି ପାରିବି । ଆମର ଯେଉଁ ଉତର-ପୂର୍ବାଂଚଳ ଅଛି, ଆପଣ ସ୍ଥିର କରନ୍ତୁ ଯେ ପ୍ରତ୍ୟେକ ବର୍ଷ ଅତି କମରେ 100 ଜଣ ଯୁବକ, 15 ଦିନ ପାଇଁ ଉତର- ପୂର୍ବାଂଚଳ ଯିବେ, ନାଗାଲାଣ୍ଡ ହେଉ, ମିଜୋରାମ ହେଉ, ଅରୁଣାଚଳ ପ୍ରଦେଶ ହେଉ, ତ୍ରିପୁରା ହେଉ, ସିକ୍କିମ୍ ହେଉ, 15 ଦିନ ସେଠାକୁ ଯିବା, ସେଠାକାର ଯୁବକମାନଙ୍କ ସହିତ ମିଶିବା, ସେମାନଙ୍କ ସହିତ ପରିଚୟ ବୃଦ୍ଧି କରିବା, ସେଠାକାର ବିଭିନ୍ନ ଜିନିଷ ବିଷୟରେ ଜାଣିବା, ଏଠାକୁ ଆସି ତାହା ଉପରେ ଲେଖିବା, ପ୍ରତ୍ୟେକ ବର୍ଷ ଅତି କମରେ 150 ଯୁବକ 15 ଦିନ ପାଇଁ ସେଠାକୁ ଯାଆନ୍ତୁ । ଆପଣ ଦେଖିବେ, 75 ବର୍ଷ ପୂର୍ବରୁ ଆମର ସନ୍ଥମାନେ କେତେ ଅସୁବିଧା ଗୁଡ଼ିକ ସହିତ ଏହି ଯାତ୍ରା ଆରମ୍ଭ କରିଥିବେ, ଆପଣମାନେ ସେଠାକୁ ଯିବା ପରେ ଜାଣିବେ, କେତେ ପ୍ରତିଭାବାନ ଯୁବକ ଆମର ଉତର- ପୂର୍ବାଂଚଳରେ ଅଛନ୍ତି । ଯଦି ସେମାନଙ୍କ ସହିତ ଆମର ସମ୍ପର୍କ ଯୋଡ଼ି ହୋଇଯିବ, ତେବେ ଦେଶ ପାଇଁ ତାହା ଏକ ନୂତନ ଶକ୍ତି ଭାବେ ଉଭା ହେବ । ଆପଣ ପ୍ରୟାସ କରନ୍ତୁ ।

ସେହିଭଳି କ’ଣ ଆମର ସନ୍ଥ ସମୁଦାୟ, ମୋର ସ୍ମରଣ ଅଛି, ଯେତେବେଳେ ବେଟୀ ବଚାଓ ଅଭିଯାନ ଆମେ ଆରମ୍ଭ କରିଥିଲୁ, ସେତେବେଳେ ଛୋଟ- ଛୋଟ ଝିଅମାନେ ମଂଚକୁ ଆସି, 7 ମିନିଟ, 8 ମିନିଟ, 10 ମିନିଟର ବଡ଼ ହୃଦୟସ୍ପର୍ଶୀ ଏବଂ ବଡ଼ ଅଭିନୟ ସହିତ ଭାଷଣ ଦେଉଥିଲେ। ସମଗ୍ର ଦର୍ଶକମାନଙ୍କୁ କନ୍ଦାଇ ଦେଇଥିଲେ । ଆଉ ସେମାନେ କହିଥିଲେ ମା ଗର୍ଭରେ ସେମାନେ କହୁଥିଲେ ଯେ ମାଆ ମୋତେ ମାରନାହିଁ । ଭ୍ରୁଣ ହତ୍ୟା ବିରୋଧରେ ଆନେ୍ଦାଳନର ବହୁତ ବଡ଼ ନେତୃତ୍ୱ ଆମର ଝିଅମାନେ ଗୁଜରାଟରେ କରିଥିଲେ । କ’ଣ ଆମର ଗୁରୁକୂଳର ବିଦ୍ୟାର୍ଥୀ ଧରଣୀମାତା ରୂପେ ଲୋକଙ୍କୁ ସମ୍ବୋଧିତ କରନ୍ତୁ ଯେ ମୁଁ ହେଉଛି ତୁମର ମାତା । ମୁଁ ତୁମପାଇଁ ଅନ୍ନ, ଫଳ, ଫୁଲ, ସବୁ ପ୍ରଦାନ କରୁଛି । ମୋତେ ମାରନ୍ତୁ ନାହିଁ, ଏହି ସାର, ଏହି ରାସାୟନିକ, ଏହି ଔଷଧ, ମୋତେ ତା’ଠାରୁ ମୁକ୍ତି ଦିଅ ଆଉ ପ୍ରାକୃତିକ କୃଷି ଦିଗରେ ପ୍ରେରଣା ଦେବା ପାଇଁ କୃଷକ ମାନଙ୍କ ମଧ୍ୟରେ, ମୁଁ ମୋର ଗୁରୁକୁଳର ବିଦ୍ୟାର୍ଥୀ ଏହିଭଳି ଭାବରେ ପଥ ପ୍ରାନ୍ତ ନାଟକ କରନ୍ତୁ, ସହରରେ ନାଟକ ପରିବେଷଣ କରନ୍ତୁ । ବହୁତ ବଡ଼ ଅଭିଯାନ ଆମର ଗୁରୁକୁଳ ଚଲାଇ ପାରିବ । ଆଉ ମୁଁ ଖୁସି ଯେ ଗୁଜରାଟର ଆମର ରାଜ୍ୟପାଳ ଶ୍ରୀମାନ ଆଚାର୍ଯ୍ୟ ଦେବବ୍ରତ ମହୋଦୟଙ୍କ ନେତୃତ୍ୱରେ ପ୍ରାକୃତିକ କୃଷିର ଏକ ବହୁତ ବଡ଼ ଅଭିଯାନ ଚାଲୁ ରହିଛି । ଆପଣମାନେ ଯେଭଳି ମଣିଷମାନଙ୍କୁ ବ୍ୟସନରୁ ମୁକ୍ତିର ଅଭିଯାନ ଚଳାଉଛନ୍ତି ସେହିଭଳି ଧରଣୀ ମାତାକୁ ଏହି ପ୍ରକାରର ବିଷରୁ ମୁକ୍ତିର ପ୍ରଣ ନେବା ପାଇଁ କୃଷକମାନଙ୍କୁ ଅନୁପ୍ରାଣିତ କରିବାର କାମ କରି ପାରିବେ । କାରଣ ଗୁରୁକୁଳକୁ ଯେଉଁ ଲୋକମାନେ ଆସୁଛନ୍ତି, ସେମାନେ ମୂଳତଃ ଗାଁର, କୃଷକ ପରିବାରରୁ ଆସୁଛନ୍ତି । ସେମାନଙ୍କ ମାଧ୍ୟମରେ ଏହି କଥା ବହୁତ ସହଜ ଓ ସରଳତାର ସହିତ ପହଂଚି ପାରିବ । ତେଣୁ ସ୍ୱାଧୀନତାର ଏହି ଅମୃତ କାଳରେ ଆମର ଗୁରୁକୁଳ, ଆମର ସଂସ୍କାରୀ ଶିକ୍ଷିତ ଯୁବକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ, ପର୍ଯ୍ୟାବରଣର ରକ୍ଷା ପାଇଁ, ଏକ ଭାରତ- ଶ୍ରେଷ୍ଠ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ, ଅନେକ ନୂତନ ବିଚାର, ଆଦର୍ଶ, ସଂକଳ୍ପ ଗୁଡ଼ିକୁ ନେଇ ଚାଲି ପାରିବେ । ଆଉ ମୋର ବିଶ୍ୱାସ ଯେ ସ୍ୱାମୀ ନାରାୟଣ ପରମ୍ପରାରେ ଯେତେବେଳେ ମଧ୍ୟ ମୁଁ ଆପଣମାନଙ୍କୁ ସାକ୍ଷାତ କରୁଛି, ଯାହା ମଧ୍ୟ ମାଗିଛି, ଆପଣ ସମସ୍ତେ ପୂରଣ କରିଛନ୍ତି । ଆଜି ଯେତେବେଳେ ମୁଁ ଏହି କଥାକୁ ମାଗୁଛି ମୋର ବିଶ୍ୱାସ ଯେ ଆପଣ ମଧ୍ୟ ଏହାକୁ ପୂରଣ କରିବେ । ଆଉ ଗୁଜରାଟର ନାମ ତ ଉଜ୍ଜ୍ୱଳ ହେବ ହିଁ ହେବ, ଏହା ସହିତ ଭବିଷ୍ୟତ ପିଢ଼ୀର ଜୀବନ ସହଜ ହେବ । ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ- ବହୁତ ଧନ୍ୟବାଦ ।

ଜୟ ସ୍ୱାମୀନାରାୟଣ      

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
President’s address on the eve of 80th Independence Day reflects the nation’s strength and inspires renewed determination for a Viksit Bharat: PM
August 14, 2026

Prime Minister Shri Narendra Modi today lauded the address delivered by President of India, Smt. Droupadi Murmu, on the eve of 80th Independence Day noting that it was motivating and thoughtful.

The Prime Minister observed that her thoughts reflect the strength of our nation and the aspirations of every Indian. He stated that her message inspires us all to work with renewed determination for a Viksit Bharat.

In a post on X, the Prime Minister shared:

"A motivating and thoughtful address by Rashtrapati Ji on the eve of Independence Day.

Her thoughts reflect the strength of our nation and the aspirations of every Indian.

Her message inspires us all to work with renewed determination for a Viksit Bharat.

@rashtrapatibhvn"