ମହାମହିମ, ପ୍ରଧାନମନ୍ତ୍ରୀ ସୋନସାୟ ସିପାନଦୋନ,

ମହାରାଜଗଣ

ମହାମହିମ,

ନମସ୍କାର।

ଆଜି ଆସିଆନ ପରିବାର ସହିତ ଏକାଦଶ ଥର ପାଇଁ ଏହି ବୈଠକରେ ଅଂଶଗ୍ରହଣ କରି ମୁଁ ଗୌରବାନ୍ୱିତ ଅନୁଭବ କରୁଛି ।

୧୦ ବର୍ଷ ତଳେ ମୁଁ ଭାରତର ‘ଆକ୍ଟ ଇଷ୍ଟ’ ନୀତି ଘୋଷଣା କରିଥିଲି। ଗତ ଏକ ଦଶନ୍ଧି ମଧ୍ୟରେ ଏହି ପଦକ୍ଷେପ ଭାରତ ଓ ଆସିଆନ ରାଷ୍ଟ୍ରମାନଙ୍କ ମଧ୍ୟରେ ଐତିହାସିକ ସମ୍ପର୍କକୁ ପୁନର୍ଜୀବିତ କରିଛି ଏବଂ ଏହାକୁ ନୂତନ ଶକ୍ତି, ଦିଗ ଏବଂ ଗତି ପ୍ରଦାନ କରିଛି ।

ଆସିଆନ୍ କେନ୍ଦ୍ରୀୟତାକୁ ଗୁରୁତ୍ୱ ଦେଇ ଆମେ ୨୦୧୯ରେ ଭାରତ-ପ୍ରଶାନ୍ତ ମହାସାଗରୀୟ ପ୍ରୟାସ ଆରମ୍ଭ କରିଥିଲୁ। ଏହି ପଦକ୍ଷେପ ‘‘ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଆସିଆନ୍ ଦୃଷ୍ଟିକୋଣ’’ ଅନୁକୂଳ ଅଟେ ।

ଆଞ୍ଚଳିକ ନିରାପତ୍ତା ଓ ସ୍ଥିରତା ବୃଦ୍ଧି ପାଇଁ ଗତବର୍ଷ ଆମେ ସାମୁଦ୍ରିକ ଅଭ୍ୟାସ ଆରମ୍ଭ କରିଥିଲୁ।

ଗତ ୧୦ ବର୍ଷ ମଧ୍ୟରେ ଆସିଆନ୍ ଅଞ୍ଚଳ ସହ ଆମର ବାଣିଜ୍ୟ କାରବାର ପ୍ରାୟ ଦ୍ୱିଗୁଣିତ ହୋଇଛି, ଯାହା କି ୧୩୦ ବିଲିୟନ ଡଲାର ଅତିକ୍ରମ କରିଛି।

ଆଜି ଭାରତର ୭ଟି ଆସିଆନ ଦେଶ ସହ ସିଧାସଳଖ ବିମାନ ଯୋଗାଯୋଗ ରହିଛି ଏବଂ ଖୁବଶୀଘ୍ର ବ୍ରୁନେଇକୁ ସିଧାସଳଖ ବିମାନ ସେବା ମଧ୍ୟ ଆରମ୍ଭ ହେବ ।

ଏହାବ୍ୟତୀତ ତିମୋର-ଲେସ୍ତେରେ ଆମେ ଏକ ନୂଆ ଦୂତାବାସ ଖୋଲିଛୁ।

ଆସିଆନ ଅଞ୍ଚଳରେ ସିଙ୍ଗାପୁର ହେଉଛି ପ୍ରଥମ ଦେଶ ଯାହା ସହିତ ଆମେ ଫିନ୍ ଟେକ୍ ଯୋଗାଯୋଗ ସ୍ଥାପନ କରିଥିଲୁ ଏବଂ ଏହି ସଫଳତାକୁ ବର୍ତ୍ତମାନ ଅନ୍ୟ ରାଷ୍ଟ୍ରରେ ଅନୁକରଣ କରାଯାଉଛି ।

ଆମର ବିକାଶ ଭାଗିଦାରୀ ଏକ ଜନକୈନ୍ଦ୍ରିକ ଆଭିମୁଖ୍ୟ ଉପରେ ଆଧାରିତ । ନାଳନ୍ଦା ବିଶ୍ୱବିଦ୍ୟାଳୟରେ ୩୦୦ରୁ ଅଧିକ ଆସିଆନ୍ ଛାତ୍ରଛାତ୍ରୀ ଛାତ୍ର ବୃତ୍ତି ଦ୍ୱାରା ଉପକୃତ ହୋଇଛନ୍ତି। ବିଶ୍ୱବିଦ୍ୟାଳୟର ଏକ ନେଟୱର୍କ ଆରମ୍ଭ ହୋଇଛି ।

ଲାଓସ୍, କାମ୍ବୋଡିଆ, ଭିଏତନାମ, ମ୍ୟାଁମାର ଏବଂ ଇଣ୍ଡୋନେସିଆରେ ଆମର ସହଭାଗୀ ଐତିହ୍ୟ ଏବଂ ପରମ୍ପରାକୁ ସଂରକ୍ଷିତ ରଖିବା ପାଇଁ ମଧ୍ୟ ଆମେ କାର୍ଯ୍ୟ କରିଛୁ ।

କୋଭିଡ ମହାମାରୀ ସମୟରେ ହେଉ ଅବା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ହେଉ, ଆମେ ପାରସ୍ପରିକ ସହାୟତା ପ୍ରଦାନ କରିଛୁ ଏବଂ ଆମର ମାନବିକ ଦାୟିତ୍ୱ ପୂରଣ କରିଛୁ ।

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପାଣ୍ଠି, ଡିଜିଟାଲ ପାଣ୍ଠି ଏବଂ ସବୁଜ ପାଣ୍ଠି ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ପାଇଁ ପାଣ୍ଠି ପ୍ରତିଷ୍ଠା କରାଯାଇଛି। ଏହି ପଦକ୍ଷେପରେ ଭାରତ ୩୦ ନିୟୁତ ଡଲାରରୁ ଅଧିକ ଯୋଗଦାନ ଦେଇଛି। ଫଳରେ ଆମର ସହଯୋଗ ଏବେ ଜଳ ପ୍ରକଳ୍ପଠାରୁ ଆରମ୍ଭ କରି ମହାକାଶ ଗବେଷଣା ପର୍ଯ୍ୟନ୍ତ ବ୍ୟାପିଛି। ଅର୍ଥାତ୍ ଗତ ଏକ ଦଶନ୍ଧି ମଧ୍ୟରେ ଆମର ଭାଗିଦାରୀ ସବୁ ଦିଗରେ ଯଥେଷ୍ଟ ବ୍ୟାପକ ହୋଇଛି।

ଆହୁରି ଏହା ଅତ୍ୟନ୍ତ ସନ୍ତୋଷର ବିଷୟ ଯେ ୨୦୨୨ରେ ଆମେ ଏହାକୁ ‘ବ୍ୟାପକ ରଣନୈତିକ ଭାଗିଦାରୀ’ର ମାନ୍ୟତା ପ୍ରଦାନ କରିଛୁ।

ବନ୍ଧୁଗଣ,

ଆମେ ପଡ଼ୋଶୀ, ଗ୍ଲୋବାଲ ସାଉଥର ଅଂଶୀଦାର ଏବଂ ବିଶ୍ୱରେ ଦ୍ରୁତ ଗତିରେ ଅଭିବୃଦ୍ଧି ପାଉଥିବା ଅଞ୍ଚଳ ଅଟୁ। ଆମେ ଶାନ୍ତିପ୍ରିୟ ରାଷ୍ଟ୍ର, ଆମେମାନେ ପରସ୍ପରର ଜାତୀୟ ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ସମ୍ମାନ ଦେଉ ଏବଂ ଆମେ ଆମର ଯୁବବର୍ଗଙ୍କ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତିବଦ୍ଧ ।

ମୁଁ ବିଶ୍ୱାସ କରେ ଯେ ଏକବିଂଶ ଶତାବ୍ଦୀ ହେଉଛି ‘‘ଆସିଆନ୍‌ ଶତାବ୍ଦୀ’’, ଯାହା କି ଭାରତ ଏବଂ ଆସିଆନ ଦେଶମାନଙ୍କ ପାଇଁ ଏକ ଶତାବ୍ଦୀ । ଆଜି ଯେତେବେଳେ ବିଶ୍ୱର ଅନେକ ସ୍ଥାନରେ ସଂଘର୍ଷ ଓ ଉତ୍ତେଜନା ଲାଗି ରହିଛି, ସେତେବେଳେ ଭାରତ ଓ ଆସିଆନ ମଧ୍ୟରେ ବନ୍ଧୁତା, ସମନ୍ୱୟ, ଆଲୋଚନା ଓ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ଆସିଆନର ସଫଳ ଅଧ୍ୟକ୍ଷତା ପାଇଁ ମୁଁ ଲାଓସ ପିଡିଆର ପ୍ରଧାନମନ୍ତ୍ରୀ ସୋନସାୟ ସିପାନଦୋନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।

ମୋର ବିଶ୍ୱାସ ଯେ ଆଜିର ବୈଠକ ଭାରତ-ଆସିଆନ୍ ଭାଗିଦାରୀରେ ନୂତନ ଅଧ୍ୟାୟ ଯୋଡ଼ିବ ।

ଅନେକ ଅନେକ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s continuing tradition of celebrating its teachers

Media Coverage

India’s continuing tradition of celebrating its teachers
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares moments from his metro journey to and from the SRCC programme
September 05, 2026

Prime Minister Shri Narendra Modi today shared glimpses of his metro journey while traveling to and from the SRCC programme.

In a post on X, the Prime Minister shared:

"Metro moments…

On the way to the SRCC programme and back."