Welcomes Vice President to the Upper House
“I salute the armed forces on behalf of all members of the house on the occasion of Armed Forces Flag Day”
“Our Vice President is a Kisan Putra and he studied at a Sainik school. He is closely associated with Jawans and Kisans”
“Our democracy, our Parliament and our parliamentary system will have a critical role in this journey of Amrit Kaal”
“Your life is proof that one cannot accomplish anything only by resourceful means but by practice and realisations”
“Taking the lead is the real definition of leadership and it becomes more important in the context of Rajya Sabha”
“Serious democratic discussions in the House will give more strength to our pride as the mother of democracy”

ଆଦରଣୀୟ ସଭାପତି ମହାଶୟ, 

ଆଦରଣୀୟ ସମସ୍ତ ସମ୍ମାନନୀୟ ବରିଷ୍ଠ ସାଂସଦଗଣ,

ସର୍ବ ପ୍ରଥମେ ମୁଁ ଆଦରଣୀୟ ସଭାପତି ମହାଶୟ, ଆପଣଙ୍କୁ ଏହି ସଦନ ତରଫରୁ ସମ୍ପୂର୍ଣ୍ଣ ଦେଶ ତରଫରୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ଆପଣ ଏକ ସାଧାରଣ ପରିବାରରୁ ଆସି ସଂଘର୍ଷ ମଧ୍ୟରେ ଜୀବନ ଯାତ୍ରାକୁ ଆଗକୁ ବଢ଼ାଇ ଆପଣ ଯେଉଁ ସ୍ଥାନରେ ପହଞ୍ଚିଛନ୍ତି, ତାହା ଦେଶର ଅନେକ ଲୋକଙ୍କ ପାଇଁ ବାସ୍ତବରେ ଏକ ପ୍ରେରଣାର କାରଣ ଅଟେ। ଏହି ଉଚ୍ଚ ସଦନରେ ଏହି ଗରିମାମୟ ଆସନକୁ ଆପଣ ସୁଶୋଭିତ କରୁଛନ୍ତି ଓ ମୁଁ କହିବି ଯେ କିଠାନାର ଲାଲ୍, ତାଙ୍କର ଉପଲବ୍ଧି ଦେଶ ଦେଖୁଛି ଓ ଦେଶର ଖୁସିର କୌଣସି ତୁଳନା ନାହିଁ। 

ଆଦରଣୀୟ ସଭାପତି ମହାଶୟ,

ଏହା ସୁଖଦ ଅବସର ଅଟେ ଯେ ଆଜି ଆର୍ମଡ୍‌ ଫୋର୍ସେସ୍ ଫ୍ଲାଗ୍ ଡେ ମଧ୍ୟ ଅଟେ। 

ଆଦରଣୀୟ ସଭାପତି ମହାଶୟ, 

ଆପଣ ଝୁନ୍‌ଝୁନରୁ ଆସିଛନ୍ତି, ଝନ୍‌ଝୁନ ବୀରମାନଙ୍କ ଭୂମି ଅଟେ। ବୋଧହୁଏ ଏପରି କୌଣସି ପରିବାର ଥିବ ଯିଏ ଦେଶର ସେବାରେ ଭୂମିକା ଗ୍ରହଣ କରିନଥିବ। ଏବଂ ଏହା ମଧ୍ୟ ଏକ ଖୁସିର ବିଷୟ ଅଟେ ଯେ ଆପଣ ନିଜେ ମଧ୍ୟ ସୈନିକ ସ୍କୁଲର ଛାତ୍ର ରହିଛନ୍ତି। ତେଣୁ ଚାଷୀଙ୍କର ପୁତ୍ର ଏବଂ ସୈନିକ ସ୍କୁଲର ଛାତ୍ର ଭାବରେ ମୁଁ ଦେଖୁଛି ଯେ ଆପଣଙ୍କ ନିକଟରେ ଚାଷୀ ଓ ସୈନିକ ଉଭୟଙ୍କର ସମାହାର ରହିଛି। 

ମୁଁ ଆପଣଙ୍କ ଅଧ୍ୟକ୍ଷତାରେ ଏହି ସଦନରୁ ସମସ୍ତ ଦେଶବାସୀମାନଙ୍କୁ ଆର୍ମଡ୍‌ ଫୋର୍ସେସ୍ ଫ୍ଲାଗ୍ ଡେ ର ମଧ୍ୟ ଶୁଭକାମନା ଜଣାଉଛି। ମୁଁ ଏହି ଗୃହ ର ସମସ୍ତ ଆଦରଣୀୟ ସଦସ୍ୟମାନଙ୍କ ତରଫରୁ ଦେଶର ଆର୍ମଡ୍‌ ଫୋର୍ସେସକୁ ସାଲ୍ୟୁଟ କରୁଛି। 

ସଭାପତି ମହୋଦୟ,

ଆଜି ସଂସଦର ଉଚ୍ଚ ସଦନ ଏକ ଏପରି ସମୟରେ ଆପଣଙ୍କୁ ସ୍ବାଗତ କରୁଛି ଯେତେବେଳେ ଦେଶ ଦୁଇଟି ମହତ୍ତ୍ବପୂର୍ଣ୍ଣ ସୁଯୋଗର ସାକ୍ଷୀ ହୋଇଛି। ଏବେ କିଛି ଦିନ ମଧ୍ୟରେ ଦୁନିଆଁ ଭାରତକୁ ଜି-20 ଗ୍ରୁପର ଆୟୋଜନର ଦାୟୀତ୍ବ ପ୍ରଦାନ କରିଛି। ଏହା ସହିତ, ଏହି ସମୟ ଅମୃତକାଳର ଆରମ୍ଭର ସମୟ ଅଟେ। ଏହି ଅମୃତକାଳ ଏକ ନୂଆ ବିକଶିତ ଭାରତର ନିର୍ମାଣର ମୁହୂର୍ତ୍ତ ହେବ, ଏହା ସହିତ ଭାରତ ଏହି ସମୟରେ ବିଶ୍ବର ଭବିଷ୍ୟତ ଦିଗରେ ନିର୍ଦ୍ଧାରିତ କରିବା ଉପରେ ମଧ୍ୟ ବହୁତ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। 

 

ଆଦରଣୀୟ ସଭାପତି ମହାଶୟ, 

ଭାରତର ଏହି ଯାତ୍ରାରେ ଆମର ଲୋକତନ୍ତ୍ର, ଆମର ସଂସଦ, ଆମର ସଂସଦୀୟ ବ୍ୟବସ୍ଥା, ଏହାର ମଧ୍ୟ ଏକ ବହୁତ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ମୁଁ ଖୁସି ଯେ ଏହି ଗୁରୁତ୍ବପୂର୍ଣ୍ଣ ସମୟରେ ଉଚ୍ଚ ସଦନକୁ ଆପଣଙ୍କ ପରି ଜଣେ ସକ୍ଷମ ଓ ପ୍ରଭାବୀ ନେତୃତ୍ବ ମିଳିଛି। ଆପଣଙ୍କର ମାର୍ଗଦର୍ଶନରେ ଆମର ସମସ୍ତ ସଦସ୍ୟଗର ନିଜର କର୍ତ୍ତବ୍ୟକର ଉଚିତ୍ ଭାବରେ ପାଳନ କରିବେ, ଏହି ସଦନ ଦେଶର ସଙ୍କଳ୍ପକୁ ପୂରଣ କରିବାରେ ଏକ ପ୍ରଭାବୀ ମଞ୍ଚ ହୋଇପାରିବ। 

ଆଦରଣୀୟ ସଭାପତି ମହାଶୟ, 

ଆଜି ଆପଣ ସଂସଦର ଉଚ୍ଚ ସଦନରେ ମୁଖିଆ ଭାବରେ ନିଜର ନୂତନ ଦାୟୀତ୍ବର ଔପଚାରିକ ଆରମ୍ଭ କରୁଛନ୍ତି। ଏହି ଉଚ୍ଚ ସଦନର କାନ୍ଧରେ ମଧ୍ୟ ଯେଉଁ ଦାୟୀତ୍ବ ରହିଛି ତାହାର ସବୁଠାରୁ ପ୍ରଥମ ବିଷୟ ଦେଶର ନିମ୍ନ ଭାଗରେ ଥିବା ସାଧାରଣ ନାଗରିକମାନଙ୍କର ହିତ ସହିତ ଜଡ଼ିତ ରହିଛି। ଏହି ସମୟରେ ଦେଶ ଆମର ଏହି ଦାୟୀତ୍ବକୁ ବୁଝିଅଛି ଏବଂ ଏହାର ସମ୍ପୂର୍ଣ୍ଣ ଦାୟୀତ୍ବ ପାଳନ କରୁଛି। 

ଆଜି ପ୍ରଥମ ଥର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶର ଗୌରବଶାଳୀ ଆଦିବାସୀ ସମୂହକୁ ମାର୍ଗଦର୍ଶନ କରାଉଛନ୍ତି। ଏହା ପୂର୍ବରୁ ମଧ୍ୟ ରାମନାଥ କୋବିନ୍ଦ ଏପରି ହିଁ ଏକ ବଞ୍ଚିତ ସମାଜରୁ ବାହାରି ଦେଶର ସର୍ବୋଚ୍ଚ ପଦବୀରରେ ପହଞ୍ଚିଛନ୍ତି। ଏବଂ ଏବେ ଜଣେ ଚାଷୀଙ୍କ ପୁଅ ଭାବରେ ଆପଣ ମଧ୍ୟ କୋଟି କୋଟି ଦେଶବାସୀଙ୍କର, ଗ୍ରାମାଞ୍ଚଳର ଏବଂ ଚାଷୀମାନଙ୍କର ଶକ୍ତିର ପ୍ରତିନିଧିତ୍ବ କରୁଛନ୍ତି। 

ଆଦରଣୀୟ ସଭାପତି ମହାଶୟ, 

ଆପଣଙ୍କ ଜୀବନ ଏହି ବିଷୟର ଏକ ପ୍ରମାଣ ଅଟେ ଯେ ସିଦ୍ଧି କେବଳ ସାଧନରୁ ନୁହେଁ ସାଧନା ବଳରେ ମିଳିଥାଏ। ଆପଣ ସେହି ସମୟ ମଧ୍ୟ ଦେଖିଛନ୍ତି, ଯେତେବେଳେ ଆପଣ ଅନେକ କିଲୋମିଟର ପାଦରେ ଚାଲି ସ୍କୁଲ୍ ଯାଉଥିଲେ। ଗ୍ରାମ, ବଞ୍ଚିତ ସମୁଦାୟ ଓ ଚାଷୀମାନଙ୍କ ପାଇଁ ଆପଣ ଯାହା କରିଛନ୍ତି ତାହା ସାମାଜିକ ଜୀବନରେ ରହୁଥିବା ପ୍ରତି ବ୍ୟକ୍ତି ପାଇଁ ଏକ ଉଦାହରଣ ଅଟେ। 

ଆଦରଣୀୟ ସଭାପତି ମହାଶୟ, 

ଆପଣଙ୍କ ନିକଟରେ ସିନିୟର ଆଡଭୋକେଟ ଭାବରେ ତିନି ଦଶକରୁ ଅଧିକ ଅନୁଭବ ରହିଛି। ମୁଁ ବିଶ୍ବାସର ସହିତ କହିପାରିବି ଯେ ସଦନରେ ଆପଣ କୋର୍ଟର କଦାପି ଅଭାବକୁ ଅନୁଭବ କରିବେ ନାହିଁ। କାରଣ ରାଜ୍ୟସଭାରେ ବହୁତ ବଡ଼ ମାତ୍ରାରେ ସେହି ସବୁ ଲୋକ ରହିଛନ୍ତି, ଯେଉଁମାନେ ଆପଣଙ୍କୁ ସୁପ୍ରିମ କୋର୍ଟରେ ଦେଖା ହେଉଥିଲେ ଏବଂ ଏଥିପାଇଁ ସେହି ମୁଡ୍‌ ଓ ମିଜାଜ୍ ମଧ୍ୟ ଆପଣଙ୍କୁ ଏଠାରେ ନିଶ୍ଚିତ ଭାବରେ ନ୍ୟାୟାଳୟକୁ ମନେ ପକାଇବ। 

ଆପଣ ବିଧାୟକ ଠାରୁ ନେଇ ସାଂସଦ, କେନ୍ଦ୍ରୀୟ ମନ୍ତ୍ରୀ, ଗଭର୍ଣ୍ଣର ପର୍ଯ୍ୟନ୍ତର ଭୂମିକାରେ କାମ କରିଛନ୍ତି। ଏହି ସମସ୍ତ ଭୂମିକାରେ ଯେଉଁ ଏକ ବିଷୟ ସାଧାରଣ ରହିଛି ତାହା ହେଉଛି ଦେଶର ବିକାଶ ଏବଂ ଗଣତନ୍ତ୍ରର ମୂଲ୍ୟବୋଧ ପାଇଁ ଆପଣଙ୍କ ନିଷ୍ଠା। ନିଶ୍ଚିତ ଭାବରେ ଆପଣଙ୍କ ଅନୁଭବ ଦେଶ ଏବଂ ଗଣତନ୍ତ୍ର ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ଅଟେ। 

 

ଆଦରଣୀୟ ସଭାପତି ମହାଶୟ, 

ଆପଣ ରାଜନୀତିରେ ରହି ମଧ୍ୟ ଦଳଗତ ସୀମା ଉପରକୁ ଉଠି ସଭିଙ୍କୁ ସାଥିରେ ନେଇ କାମ କରି ଆସୁଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଆପଣଙ୍କ ପାଇଁ ସଭିଙ୍କର ଭଲ ପାଇବା ଆମେ ସ୍ପଷ୍ଟ ଭାବରେ ଦେଖିଛୁ। ମତଦାନର 75 ପ୍ରତିଶତ ଭୋଟ୍ ପ୍ରାପ୍ତ କରି ବିଜୟ ହାସଲ କରିବା ବାସ୍ତବରେ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଅଟେ। 

ଆଦରଣୀୟ ସଭାପତି ମହାଶୟ, 

ଆମର ଏଠାରେ କୁହାଯାଏ – ନୟତି ଇତି ନାୟକ :- ଅର୍ଥାତ୍ ଯିଏ ଆମକୁ ଆଗକୁ ନେଇ ଯାଏ, ସେ ହିଁ ନାୟକ ଅଟନ୍ତି। ଆଗକୁ ନେଇ ଯିବା ହିଁ ନେତୃତ୍ବର ବାସ୍ତବିକ ପରିଭାଷା ଅଟେ। ରାଜ୍ୟସଭା ସନ୍ଦର୍ଭରେ ଏହି ବିଷୟ ଆହୁରି ଗୁରୁତ୍ବପୂର୍ଣ୍ଣ ହୋଇଯାଏ। କାରଣ ସଦନରେ ଗଣତନ୍ତ୍ରର ନିଷ୍ପତ୍ତିକୁ ଆହୁରି ରିଫାଇନ୍‌ଡ ଭାବରେ ଆଗକୁ ନେବାର ଦାୟୀତ୍ବ ରହିଛି। ଏଥିପାଇଁ ମୁଁ ଅନୁଭବ କରେ ଯେ ସଦନର ସମସ୍ତ ସଦସ୍ୟଙ୍କ ପାଇଁ ଏହା ଏକ ସୌଭାଗ୍ୟ ଅଟେ। 

ଆଦରଣୀୟ ସଭାପତି ମହାଶୟ, 

ରାଜ୍ୟସଭା ଦେଶର ଏକ ମହାନ୍ ଗଣତାନ୍ତ୍ରିକ ବ୍ୟବସ୍ଥା ଭାବରେ ରହିଆସିଛି ଏବଂ ଏହାର ଶକ୍ତି ମଧ୍ୟ ରହିଛି। ଆମର ଅନେକ ପ୍ରଧାନମନ୍ତ୍ରୀ ଏପରି ରହିଛନ୍ତି, ଯେଉଁମାନେ କେବେ ନା କେବେ ରାଜ୍ୟସଭାର ସଦସ୍ୟ ଭାବରେ କାମ କରିଛନ୍ତି। ଅନେକ ଉତ୍କୃଷ୍ଟ ନେତା ସଂସଦିୟ ଯାତ୍ରା ରାଜ୍ୟସଭାରୁ ଆରମ୍ଭ କରିଛନ୍ତି। ଏଥିପାଇଁ ଏହି ସନର ଗରିମା ବଜାୟ ରଖିବା ଏବଂ ଆଗକୁ ବଢ଼ିବା ପାଇଁ ଏକ ମଜବୁତ୍ ଦାୟୀତ୍ବ ଆମ ସଭିଙ୍କ ଉପରେ ରହିଛି। 

ଆଦରଣୀୟ ସଭାପତି ମହାଶୟ, 

ମୋର ବିଶ୍ବାସ ରହିଛି ଯେ ଆପଣଙ୍କ ମାର୍ଗଦର୍ଶନରେ ଏହି ସଦନ ନିଜର ଏହି ଗରିମାକୁ ଆହୁରି ଆଗକୁ ନେବ, ନୂତନ ଶିଖରରେ ପହଞ୍ଚିବ। ସଦନର ଗମ୍ଭୀର ଆଲୋଚନା, ଲୋକତାନ୍ତ୍ରିକ ଆଲୋଚନା, ଲୋକତନ୍ତ୍ରର ଜନନୀ ଭାବରେ ଆମର ଗୌରବକୁ ଆହୁରି ଅଧିକ ଶକ୍ତି ପ୍ରଦାନ କରିବ। 

ଆଦରଣୀୟ ସଭାପତି ମହାଶୟ, 

ଗତ ଅଧିବେଶନ ପର୍ଯ୍ୟନ୍ତ ଆମର ପୂର୍ବ ଉପରାଷ୍ଟ୍ରପତି ମହାଶୟ ଏବଂ ପୂର୍ବ ସଭାପତି ଯିଏ ଏହି ସଦନର ମାର୍ଗଦର୍ଶନ କରୁଥିଲେ ଏବଂ ତାଙ୍କର ଶବ୍ଦ ରଚନା, ତାଙ୍କର ନେତୃତ୍ବ ସଦନକୁ ସର୍ବଦା ପ୍ରସନ୍ନ ରୁଖଥିଲା। ମୋର ବିଶ୍ବାସ ରହିଛି ଯେ ଆପଣ ଯେଉଁ ଦକ୍ଷତା ରହିଛି ତାହା ସେହି ଅଭାବକୁ ମଧ୍ୟ କେବେ ଅନୁଭବ କରିବାକୁ ସୁଯୋଗ ଦେବ ନାହିଁ ଏବଂ ଆପଣ ସଦନକୁ ସେହିସବୁ ଲାଭ ମଧ୍ୟ ପ୍ରଦାନ କରିବେ। 

ଏହା ସହିତ ମୁଁ ସମ୍ପୂର୍ଣ୍ଣ ସଦନ ତରଫରୁ, ଦେଶ ତରଫରୁ, ମୋ ପକ୍ଷରୁ ଆପଣଙ୍କୁ ବହୁତ ବହୁତ ଶୁଭ କାମନା ଜଣାଉଛି। 

ଧନ୍ୟବାଦ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways clears ₹755-crore project to build third line between Champa and Korba

Media Coverage

Indian Railways clears ₹755-crore project to build third line between Champa and Korba
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hails India-UK Comprehensive Economic and Trade Agreement as a historic milestone for bilateral relations
June 17, 2026

The Prime Minister, Shri Narendra Modi, has expressed delight that the India-UK Comprehensive Economic and Trade Agreement will enter into force on 15 July 2026.

The Prime Minister said that the agreement will significantly boost bilateral trade and investment.

Shri Modi stated that the agreement will unlock numerous opportunities for Indian farmers, workers, MSMEs, startups and innovators and contribute meaningfully to the realisation of Viksit Bharat 2047.

The Prime Minister noted that both he and UK Prime Minister Keir Starmer, who are in Evian for the G7 Summit, are very happy with the significant momentum being added to India-UK economic ties.

The Prime Minister wrote on X;

“A historic milestone for India-UK relations.

Delighted to note that the India-UK Comprehensive Economic and Trade Agreement will enter into force on 15th July 2026.

This agreement will significantly boost our bilateral trade and investment.

It will also unlock numerous opportunities for Indian farmers, workers, MSMEs, startups and innovators and contribute meaningfully to the realisation of Viksit Bharat 2047.

Both PM Starmer and I, who are in Evian for the G7 Summit, are naturally very happy with the significant momentum being added to our economic ties.

@Keir_Starmer”