“ସଫଳ କ୍ରୀଡାବିତ୍‌ମାନେ ଲକ୍ଷ୍ୟ ହାସଲରେ ବ୍ରତୀ ହେବା ସହ ସେମାନେ ନିଜ ରାସ୍ତାରେ ଆସୁଥିବା ସମସ୍ତ ବାଧାବିଘ୍ନ ଅତିକ୍ରମ କରିଥାନ୍ତି”
“ଖେଳ ମହାକୁମ୍ଭ ଭଳି କାର୍ଯ୍ୟକ୍ରମ ଆୟୋଜନ କରି ସାଂସଦମାନେ ନୂତନ ପିଢିର ଭବିଷ୍ୟତକୁ ମାର୍ଜିତ କରୁଛନ୍ତି”
“ସାଂସଦ ଖେଳ ମହାକୁମ୍ଭ ଆଞ୍ଚଳିକ ମେଧା ଅନ୍ୱେଷଣ ଓ ପ୍ରସ୍ତୁତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ”
“କ୍ରୀଡା ସମାଜରେ ଏହାର ଉଚିତ୍ ସମ୍ମାନ ପାଉଛି”
“ଅଲମ୍ପିକ ମଞ୍ଚ ଲକ୍ଷ୍ୟ ଯୋଜନାରେ ପ୍ରାୟ ୫୦୦ ସମ୍ଭାବ୍ୟ ଅଲମ୍ପିକ ଖେଳାଳୀଙ୍କୁ ପ୍ରସ୍ତୁତ କରାଯାଉଛି”
“ଯୋଗ ଦ୍ୱାରା ଆପଣଙ୍କ ଶରୀର ସୁସ୍ଥ ରହିବା ସହ ମନ ମଧ୍ୟ ଜାଗ୍ରତ ହେବ”
“ସ୍ଥାନୀୟ ସ୍ତରରେ ଜାତୀୟସ୍ତରୀୟ ସୁବିଧା ସୁଯୋଗ ଦେବା ପାଇଁ ଉଦ୍ୟମ କରାଯାଉଛି”

ନମସ୍କାର ।

ୟୁପିର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ସଂସଦରେ ମୋର ସହକର୍ମୀ ଆମର ଯୁବ ବନ୍ଧୁ ଭାଇ ହରିଶ ଦ୍ୱିବେଦୀ ଜୀ, ବିଭିନ୍ନ ଖେଳର ଖେଳାଳି, ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିଧାୟକ, ଅନ୍ୟ ସମସ୍ତ ଜନପ୍ରତିନିଧି, ଅନ୍ୟ ସମସ୍ତ ବରିଷ୍ଠ ମାନ୍ୟଗଣ୍ୟ ଏବଂ ବିଶାଳ ସଂଖ୍ୟାରେ ମୁଁ ଏଠାରେ ଯୁବଗୋଷ୍ଠୀଙ୍କୁ ଦେଖୁଛି । ସବୁ ସ୍ଥାନରେ କେବଳ ଯୁବକ ଏବଂ ଯୁବକମାନେ ହିଁ ଅଛନ୍ତି । ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ଏହା ଆମର ବସ୍ତି, ମହର୍ଷି ବଶିଷ୍ଠଙ୍କର ପବିତ୍ର ଭୂମି ଅଟେ, ଶ୍ରମ ଏବଂ ସାଧନା, ତପ ଏବଂ ତ୍ୟାଗର ଭୂମି ଅଟେ ଏବଂ ଜଣେ ଖେଳାଳି ପାଇଁ ତାହାର ଖେଳ ମଧ୍ୟ ଏକ ସାଧନା ଅଟେ, ଏକ ତପସ୍ୟା ଅଟେ ଏବଂ ଯେଉଁଥିରେ ସେ ନିଜକୁ ସଠିକ୍ ପ୍ରମାଣିତ କରିଥାଏ । ଏବଂ ସଫଳ ଖେଳାଳିଙ୍କର ଫୋକସ ମଧ୍ୟ ବହୁ ସଠିକ୍ ହୋଇଥାଏ ଏବଂ ସେତେବେଳେ ଯାଇ ଗୋଟିଏ ପରେ ଗୋଟିଏ ନୂଆ ପାହାଚର ବିଜୟ ଲାଭ କରିବା ସହ ସେମାନେ ଆଗକୁ ବଢ଼ିଥାନ୍ତି, ସିଦ୍ଧି ପ୍ରାପ୍ତ କରିଥାନ୍ତି । ମୋତେ ଖୁସି ଲାଗୁଛି ଯେ ବସ୍ତିରେ ଆମର ସାଂସଦଙ୍କ ସାଥୀ ଭାଇ ହରିଶ ଦ୍ୱୀବେଦୀ ଜୀଙ୍କ ପରିଶ୍ରମ ଦ୍ୱାରା ଏତେ ବିଶାଳ ଖେଳ ମହାକୁମ୍ଭର ଆୟୋଜନ ହେଉଛି । ଭାରତର ଲୋକମାନଙ୍କ ମଧ୍ୟରେ ପରମ୍ପରାଗତ - ପାରଂଗତ ସ୍ଥାନୀୟ ଖେଳାଳିମାନଙ୍କୁ ଏହି ଖେଳ ମହାକୁମ୍ଭ ନୂତନ ଦିଗକୁ ଯିବାର ସୁଯୋଗ ଦେବ । ମୋତେ କୁହାଯାଇଛି ଯେ ଭାରତର ପାଖାପାଖି ୨ଠଠ ସାଂସଦମାନେ ଆମର ଏଠାରେ ଏହିଭଳି ଭାବରେ ଏମପି ଖେଳ ପ୍ରତିଯୋଗିତାର ଆୟୋଜନ କରିଛନ୍ତି, ଯେଉଁଥିରେ ବହୁ ସଂଖ୍ୟାରେ ଯୁବକମାନେ ଅଂଶଗ୍ରହଣ କରୁଛନ୍ତି । ମୁଁ ମଧ୍ୟ ଜଣେ ସାଂସଦ, କାଶୀର ସାଂସଦ ଅଟେ । ତେବେ ମୋର କାଶୀର ସାଂସଦୀୟ କ୍ଷେତ୍ରରେ ମଧ୍ୟ ଏମିତି ଖେଳ ପ୍ରତିଯୋଗିତାର ଶୃଙ୍ଖଳା ଚାଲିଛି । ଏହିଭଳି ଭାବରେ ଖେଳ ମହାକୁମ୍ଭ ଅନେକ ସ୍ଥାନରେ କରାଇ, ଏମପି ଖେଳ ପ୍ରତିଯୋଗିତା କରିବା ଦ୍ୱାରା, ସମସ୍ତ ସାଂସଦ ନୂତନ ପିଢ଼ିର ଭବିଷ୍ୟତ ଗଢ଼ିବାର କାର୍ଯ୍ୟ କରୁଛନ୍ତି । ସାଂସଦ ଖେଳ ମହାକୁମ୍ଭରେ ଭଲ ପ୍ରଦର୍ଶନ କରୁଥିବା ଯୁବ ଖେଳାଳିମାନଙ୍କୁ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆର ତାଲିମ କେନ୍ଦ୍ରରେ ଆଗାମୀ ତାଲିମ ପାଇଁ ମଧ୍ୟ ଚୟନ କରାଯାଉଛି । ଏହାଦ୍ୱାରା ଦେଶର ଯୁବଶକ୍ତିଙ୍କୁ ବହୁତ ଲାଭ ହେବ । ଏହି ମହାକୁମ୍ଭରେ ୪ଠ ହଜାରରୁ ଅଧିକ ଯୁବକମାନେ ଅଂଶଗ୍ରହଣ କରୁଛନ୍ତି । ଏବଂ ମୋତେ କୁହାଯାଉଛି ଗତ ବର୍ଷ ତୁଳନାରେ ଏହା ତିନିଗୁଣା ଅଧିକ ଅଟେ । ମୁଁ ଆପଣ ସମସ୍ତଙ୍କୁ, ମୋର ସମସ୍ତ ଯୁବ ସାଥିମାନଙ୍କୁ ଏହି ଖେଳ ପାଇଁ ବହୁତ ବହୁତ ଶୁଭକାମନା ଜଣାଉଛି । ବର୍ତ୍ତମାନ ମୋତେ ଖୋ-ଖୋ ଦେଖିବାର ସୁଯୋଗ ମିଳିଲା । ଆମର ଝିଅମାନେ ଯେଉଁ ଚତୁରତାର ସହିତ ଏବଂ ଦଳ ସହିତ ସମ୍ପୂର୍ଣ୍ଣ ଭାବରେ ଟିମ ସ୍ପିରିଟର ସହ ଖେଳୁଥିଲେ, ସତରେ ବଡ଼ ଖୁସି ଲାଗୁଥିଲା ଏହି ଖେଳ ଦେଖି । ମୁଁ ଜାଣିନାହିଁ ମୋର ତାଳି ଆପଣମାନଙ୍କୁ ଶୁଭାଯାଉଥିଲା କି ଶୁଭାଯାଉ ନ ଥିଲା । କିନ୍ତୁ ଗୋଟିଏ ଭଲ ଖେଳ ଖେଳିବା ପାଇଁ ଏବଂ ମୋତେ ମଧ୍ୟ ଖୋ-ଖୋ ଖେଳର ଆନନ୍ଦ ପ୍ରାପ୍ତ କରିବାର ସୁଯୋଗ ଦେବା ପାଇଁ ମୁଁ ଏହି ସମସ୍ତ ଝିଅମାନଙ୍କୁ ଶୁଭେଚ୍ଛା ଜଣାଉଛି, ତାଙ୍କୁ ଅଭିନନ୍ଦନ ଜଣାଉଛି ।

ସାଥୀମାନେ,

ସାଂସଦ ଖେଳ ମହାକୁମ୍ଭର ଆହୁରି ଗୋଟିଏ ବିଶେଷ କଥା ଅଛି । ଏଥିରେ ବହୁ ସଂଖ୍ୟାରେ ଝିଅମାନେ ଅଂଶଗ୍ରହଣ କରୁଛନ୍ତି । ଏବଂ ମୋତେ ବିଶ୍ୱାସ ଅଛି ବସ୍ତୀ, ପୂର୍ବାଞ୍ଚଳ, ୟୁପି ଏବଂ ଦେଶର ଝିଅମାନେ, ଏମିତି ରାଷ୍ଟ୍ରୀୟ - ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗିତାମାନଙ୍କର ନିଜର ଶକ୍ତି ପ୍ରଦର୍ଶନ କରୁଥିବ । ବର୍ତ୍ତମାନ କିଛି ଦିନ ପୂର୍ବରୁ ମୁଁ ଦେଖିଲି ଯେ ୧୯ ବର୍ଷରୁ କମ ବୟସର ଝିଅ, ଟି-୨ଠ ବିଶ୍ୱକପରେ ଆମର ଦେଶର କ୍ୟାପଟେନ ଶେଫାଳୀ ବର୍ମା କେତେ ସୁନ୍ଦର ପ୍ରଦର୍ଶନ କରିଥିଲେ । ଝିଅ ଶେଫାଳୀ କ୍ରମାଗତ ୫ଟି ବଲକୁ ଛକା ମାରି, ଗୋଟିଏ ଓଭରରେ ୨୬ ରନ କରିଥିଲେ । ଏମିତି ଅନେକ ପ୍ରତିଭାମାନଙ୍କର ଅନ୍ୱେଷଣରେ, ଖୋଜିବାରେ ଏହିଭଳି ଭାବରେ ସାଂସଦ ଖେଳ ମହାକୁମ୍ଭର ବଡ଼ ଭୂମିକା ରହିଛି ।

ସାଥୀମାନେ,

ଗୋଟିଏ ସମୟ ଥିଲା ଯେତେବେଳେ ଖେଳକୁ ଅତିରିକ୍ତ କାର୍ଯ୍ୟକଳାପ ଭାବରେ ଗଣନା କରାଯାଉଥିଲା । ଅର୍ଥାତ, ଏହାକୁ ପାଠପଢ଼ା ଠାରୁ ଅଲଗା କେବଳ ଟାଇମ ପାସର ମାଧ୍ୟମ ବୁଝା ଯାଉଥିଲା। ପିଲାମାନଙ୍କୁ ମଧ୍ୟ କୁହାଯାଉଥିଲା ଏବଂ ଏହା ଶିଖାଯାଉଥିଲା । ଏହାଦ୍ୱାରା ପିଢ଼ି ପରେ ପିଢ଼ି ଗୋଟିଏ ମାନସିକତା ସମାଜ ମଧ୍ୟରେ ଘର କରିଥିବା ସ୍ପୋର୍ଟ୍ସ ସେତିକି ଜରୁରୀ ନାହିଁ, ତାହା ଜୀବନ ଏବଂ ଭବିଷ୍ୟତର ଅଂଶ ନୁହେଁ । ଏହି ମାନସିକତା ଦ୍ୱାରା ଦେଶର ବହୁତ ବଡ଼ କ୍ଷତି ହେଲା ।

ଅନେକ ଦକ୍ଷ ଯୁବଶକ୍ତି, ଅନେକ ପ୍ରତିଭାମାନ ପଡ଼ିଆରୁ ଦୂର ହୋଇ ରହିଗଲେ । ଗତ ୮-୯ ବର୍ଷରେ ଦେଶ ଏହି ପୁରୁଣା ଚିନ୍ତାଧାରାକୁ ପଛରେ ପକାଇ, ସ୍ପୋର୍ଟ୍ସ ପାଇଁ ଏକ ଉତ୍ତମ ବାତାବରଣ ପ୍ରସ୍ତୁତ କରିବାର କାର୍ଯ୍ୟ ହୋଇଛି । ଏଥିପାଇଁ ବର୍ତ୍ତମାନ ଅଧିକ ପିଲାମାନେ ଏବଂ ଆମର ଯୁବଗୋଷ୍ଠୀ ଖେଳକୁ କ୍ୟାରିଅରର ବିକଳ୍ପ ଭାବରେ ଦେଖିବାରେ ଲାଗିଛନ୍ତି । ଫିଟନେସକୁ ନେଇ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ, ଦଳ ବନ୍ଧନ ଠାରୁ ନେଇ ଚାପରୁ ମୁକ୍ତି ପାଇଁ, ବୃତ୍ତିଗତ ସଫଳତା ଠାରୁ ନେଇ ବ୍ୟକ୍ତିଗତ ଉନ୍ନତି ପର୍ଯ୍ୟନ୍ତ, ଖେଳର ଅଲଗା ଅଲଗା ଲାଭ ଲୋକମାନଙ୍କ ନଜରକୁ ଆସିବାରେ ଲାଗିଛି । ଏବଂ ଖୁସିର କଥା ଏହା ଯେ ମାତା-ପିତା ମଧ୍ୟ ବର୍ତ୍ତମାନ ଖେଳକୁ ଗମ୍ଭୀରତାପୂର୍ବକୁ ନେଇଛନ୍ତି। ଏହି ପରିବର୍ତ୍ତନ ଆମର ସମାଜ ପାଇଁ ମଧ୍ୟ ଭଲ, ଖେଳ ପାଇଁ ମଧ୍ୟ ଭଲ । ଖେଳକୁ ବର୍ତ୍ତମାନ ଗୋଟିଏ ସାମଜିକ ପ୍ରତିଷ୍ଠା ମିଳିବାରେ ଲାଗିଛି ।

ଏବଂ ସାଥୀମାନେ,

ଲୋକମାନଙ୍କ ମନରେ ଆସିଥିବା ଏହି ପରିବର୍ତ୍ତନର ସିଧା ଲାଭ, ଖେଳ କ୍ଷେତ୍ରରେ ଦେଶର ଉପଲବ୍ଧି ଉପରେ ଦେଖାଯାଉଛି । ଆଜି ଭାରତ ଲଗାତାର ନୂଆ ନୂଆ ରେକର୍ଡ କରୁଛି । ଆମେ ଅଲିମ୍ପିକ୍ସରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛୁ । ଅଲଗା ଅଲଗା ଖେଳର ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରଦର୍ଶନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏବଂ ସାଥୀମାନେ, ମୋର ଯୁବ ସାଥୀମାନେ ଏହା ଏବେ ଶୁଭାରମ୍ଭ । ବର୍ତ୍ତମାନ ଆମକୁ ଆହୁରି ଲମ୍ବା ଯାତ୍ରା କରିବାକୁ ହେବ । ଆମକୁ ନୂତନ ଲକ୍ଷ୍ୟକୁ ହାସଲ କରିବାକୁ ହେବ, ଆମକୁ ଅନେକ ନୂତନ ରେକର୍ଡ କରିବାକୁ ହେବ ।

ସାଥୀମାନେ,

ଖେଳ ଗୋଟିଏ ଦକ୍ଷତା ଅଟେ ଏବଂ ଏହା ଏକ ସ୍ୱଭାବ ମଧ୍ୟ ଅଟେ । ଖେଳ ଏବଂ ଟାଲେଣ୍ଟ ଏବଂ ଏହା ଏକ ସଂକଳ୍ପ ମଧ୍ୟ ଅଟେ । ଖେଳର ବିକାଶରେ ତାଲିମର ନିଜସ୍ୱ ମହତ୍ତ୍ୱ ରହିଛି ଏବଂ ତା’ ସହିତ ଏହା ମଧ୍ୟ ଆବଶ୍ୟକ ଅଟେ ଯେ ଖେଳର ପ୍ରତିଯୋଗିତାମାନ, ଖେଳ ଟୁର୍ଣ୍ଣାମେଣ୍ଟସ କ୍ରମାଗତ ଚାଲିବା ଦରକାର । ଏହାଦ୍ୱାରା ଖେଳାଳିମାନଙ୍କୁ ନିଜର ତାଲିମକୁ ଲଗାତାର ଟେଷ୍ଟ କରିବାର ସୁଯୋଗ ମିଳିଥାଏ । ଅଲଗା ଅଲଗା କ୍ଷେତ୍ରରେ, ଅଲଗା ଅଲଗା ସ୍ତରରେ ହେଉଥିବା ଖେଳ ପ୍ରତିଯୋଗିତାମାନ ଖେଳାଳିମାନଙ୍କୁ ବହୁତ ସାହାଯ୍ୟ କରିଥାଏ । ଏହାଦ୍ୱାରା ଖେଳାଳିମାନଙ୍କର ନିଜସ୍ୱ ସାମର୍ଥ୍ୟ ବିଷୟରେ ଜାଣିପାରିଥାନ୍ତି, ସେ ତାଙ୍କର ନିଜର ଛୋଟବଡ଼ ଉନ୍ନତି କରି ପାରିଥାନ୍ତି । ଖେଳାଳିମାନଙ୍କର ପ୍ରଶିକ୍ଷକମାନଙ୍କୁ ମଧ୍ୟ ଜଣା ପଡ଼ିଥାଏ ଯେ ତାଙ୍କ ଶିଷ୍ୟଙ୍କ ପାଖରେ ଯାହାଙ୍କୁ ସାନେ ପ୍ରଶିକ୍ଷଣ ଦେଇଥିଲେ ବର୍ତ୍ତମାନ ତାଙ୍କ ପାଖରେ କ’ଣ କମ ରହିଯାଇଛି । କେଉଁଠି ସୁଧାରିବାକୁ ଆବଶ୍ୟକତା ରହିଛି, କେଉଁଠି ସାମ୍ନାରେ ଥିବା ଖେଳାଳି ତାଙ୍କ ପାଖରେ ଅଧିକ ଭାରି ପଡ଼ିଲା । ସେଥିପାଇଁ ସାଂସଦ ମହାକୁମ୍ଭରୁ ନେଇ ରାଷ୍ଟ୍ରୀୟ ଖେଳ ପର୍ଯ୍ୟନ୍ତ ଖେଳାଳିମାନଙ୍କୁ ଅଧିକରୁ ଅଧିକ ସୁଯୋଗ ଦିଆଯାଉଛି । ସେଥିପାଇଁ ଆଜି ଦେଶରେ ଅଧିକରୁ ଅଧିକ ୟୁଥ ଗେମ୍ସ ଅନୁଷ୍ଠିତ ହେଉଛି ଏବଂ ୟୁନିଭର୍ସିଟି ଗେମ୍ସ ହେଉଛି, ୱିଣ୍ଟର ଗେମ୍ସ ହେଉଛି । ଏହି ଖେଳରେ ପ୍ରତ୍ୟେକ ବର୍ଷ ହଜାର ହଜାର ଖେଳାଳି ଭାଗ ନେଉଛନ୍ତି । ଖେଲୋ ଇଣ୍ଡିଆ ଅଭିଯାନ ଅଧିନରେ ଆମର ସରକାର ଖେଳାଳିମାନଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ ଦେଉଛନ୍ତି । ଏବେ ଦେଶରେ ୨୫ଠଠରୁ ଅଧିକ ଖେଳାଳି ଏମିତି ଅଛନ୍ତି ଯେଉଁମାନଙ୍କୁ ଖେଲୋ ଇଣ୍ଡିଆ ଅଭିଯାନ ଅଧିନରେ ପ୍ରତ୍ୟେକ ମାସରେ ୫ଠ ହଜାର ଟଙ୍କାରୁ ଅଧିକ ପ୍ରଦାନ କରାଯାଉଛି । ଅଲିମ୍ପିକରେ ଯାଇଥିବା ଖେଳାଳିମାନଙ୍କୁ ଆମ ସରକାରଙ୍କ ଲକ୍ଷ୍ୟ ଯେ ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମରୁ ବହୁତ ସାହାଯ୍ୟ ମିଳୁଛି । ଏହି ଯୋଜନା ଅଧିନରେ ମଧ୍ୟ ପ୍ରତ୍ୟେକ ମାସରେ ପାଖାପାଖି ୫ଠଠ ଖେଳାଳିମାନଙ୍କୁ ଆଥିକ ସାହାଯ୍ୟ ମଧ୍ୟ ବି ଦିଆଯାଉଛି । ଅନ୍ତରାଷ୍ଟ୍ରୀୟ ସ୍ତରରେ କିଛି ଖେଳାଳିମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ତାଙ୍କୁ ଅଢ଼େଇ କୋଟି ଟଙ୍କାରୁ ନେଇ ୭ କୋଟି ଟଙ୍କା ପର୍ଯ୍ୟନ୍ତ ସାହାଯ୍ୟ କରିଛନ୍ତି ।

ସାଥୀମାନେ,

ଆଜିର ନୂତନ ଭାରତ, ଖେଳ କ୍ଷେତ୍ରରେ ଆଗରେ ଥିବା ପ୍ରତ୍ୟେକ ଆହ୍ୱାନକୁ ସମାଧାନ କରିବାକୁ ମଧ୍ୟ ପ୍ରୟାସ କରୁଛି । ଆମର ଖେଳାଳିମାନଙ୍କ ନିକଟରେ ପର୍ଯ୍ୟାପ୍ତ ସଂସାଧନ, ତାଲିମ, ବୈଷୟିକ ଜ୍ଞାନ, ଇଣ୍ଟରନାସନାଲ ଏକ୍ସପୋଜର ଥିବ, ତାଙ୍କ ଚୟନରେ ପାରଦର୍ଶିତା ଥିବ- ଏହି ସମସ୍ତ ଦିଗରେ ଜୋର ଦିଆଯାଉଛି । ଆଜି ବସ୍ତି ଏବଂ ଏମିତି ଅନ୍ୟ ଜିଲ୍ଲାରେ ଖେଳ ସହିତ ଜଡ଼ିତ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି, ଷ୍ଟାଡିୟମ ନିର୍ମାଣ କରାଯାଉଛି, ପ୍ରଶିକ୍ଷକମାନଙ୍କର ବ୍ୟବସ୍ଥା କରାଯାଉଛି । ସମଗ୍ର ଦେଶରେ ସମସ୍ତ ଖେଳ ପଡ଼ିଆର ଜିଓ ଟ୍ୟାଗିଂ ମଧ୍ୟ କରାଯାଉଛି ଯାହାକି ଖେଳାଳିମାନଙ୍କୁ ତାଲିମ ଦେବାରେ କୌଣସି ଅସୁବିଧା ଯେପରି ନ ହେଉ ।

ସରକାର ଉତ୍ତର ପୂର୍ବାଞ୍ଚଳର ଯୁବଗୋଷ୍ଠୀମାନଙ୍କ ପାଇଁ ମଣିପୁରରେ ଏକ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ନିର୍ମାଣ କରିଛନ୍ତି ଏବଂ ୟୁପିର ମିରଟରେ ମଧ୍ୟ ଏକ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯାଉଛି । ଏବଂ ମୋତେ କୁହାଯାଇଛି ଯେ ୟୁପିରେ ଅନେକ ନୂତନ ଷ୍ଟାଡିୟମ ନିର୍ମାଣ କରାଯାଇଛି । କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ୟୁପିର ଅନେକ ଜିଲ୍ଲାରେ କ୍ରୀଡ଼ା ହଷ୍ଟେଲ ମଧ୍ୟ ଚାଲିଛି । ସ୍ଥାନୀୟ ସ୍ତରରେ ଜାତୀୟ ସ୍ତରରେ ସୁବିଧା ଯୋଗାଇବା ପାଇଁ ମଧ୍ୟ ଉଦ୍ୟମ କରାଯାଉଛି । ତାହା ହେଉଛି, ତୁମେମାନେ ମୋର ଯୁବ ବନ୍ଧୁମାନେ, ତୁମର ଅପାର ସୁଯୋଗ ରହିଛି । ଆପଣମାନଙ୍କୁ ବର୍ତ୍ତମାନ ବିଜୟର ପତାକା ଉତ୍ତୋଳନ କରିବାକୁ ପଡ଼ିବ । ଦେଶର ନାମକୁ ଆଲୋକିତ କରିବାକୁ ପଡ଼ିବ ।

ସାଥୀମାନେ,

ପ୍ରତ୍ୟେକ କ୍ରୀଡ଼ାବିତ ଜାଣନ୍ତି ଯେ ଫିଟ ରହିବା କେତେ ମହତ୍ତ୍ୱପୂର୍ଣ୍ଣ ଏବଂ ଏଥିରେ ଫିଟ ଇଣ୍ଡିଆ ଆଂଦୋଳନ ଏକ ଭୂମିକା ଗ୍ରହଣ କରିଛି । ଫିଟନେସ ପ୍ରତି କାମ କରିବା ଜରୁରୀ । ଆପଣଙ୍କ ଜୀବନରେ ଯୋଗକୁ ସାମିଲ କରନ୍ତୁ । ଯୋଗ ସହିତ ଆପଣଙ୍କ ଶରୀର ମଧ୍ୟ ସୁସ୍ଥ ରହିବ ଏବଂ ଆପଣଙ୍କ ମନ ମଧ୍ୟ ସତେଜ ରହିବ । ଆପଣଙ୍କର ଖେଳରେ ମଧ୍ୟ ଏହା ଲାଭଦାୟକ ହେବ । ସେହିପରି ପ୍ରତ୍ୟେକ ଖେଳାଳିଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ । ଏଥିରେ ଆମର ମିଲେଟଗୁଡ଼ିକ ହେଉଛି ଆମର ଚର୍ବି ଶସ୍ୟ, ଯାହାକୁ କଠିନ ଶସ୍ୟ କୁହାଯାଏ, ଯାହା ସାଧରଣତଃ ଆମର ଗାଁରେ ପ୍ରକ୍ୟେକ ଘରେ ଖିଆଯାଏ । ଏହି ମିଲେଟଗୁଡ଼ିକ ଖାଦ୍ୟାର ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି । ଆପଣ ଜାଣନ୍ତି ଯେ ଭାରତରେ ନିୟକ ଅନୁଯାୟୀ ୨ଠ୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ଘୋଷିତ କରାଯାଇଛି । ଯଦି ତୁମେ ତୁମର ଖାଦ୍ୟର ତାଲିକାରେ ମିଲେଟକୁ ସାମିଲ କରିବ, ତେବେ ଏହା ତୁମକୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଭଲ ସାହାଯ୍ୟ କରିବ ।

ସାଥୀମାନେ,

ମୁଁ ନିଶ୍ଚିତ, ଆମର ସମସ୍ତ ଯୁବକ କ୍ରୀଡ଼ା ଠାରୁ ଅନେକ କିଛି ତାଙ୍କ ଜୀବନରେ ଶିଖିବେ, ଏବଂ ଆପଣଙ୍କରଏହି ବ୍ୟକ୍ତି କ୍ରୀଡ଼ା କ୍ଷେତ୍ରରୁ ବିସ୍ତାର ହୋଇ ଦେଶର ଶକ୍ତି ହେବ । ମୁଁ ହରିଶ ଜୀଙ୍କୁ ଆଗ୍ରହର ସହିତ ଅଭିନନ୍ଦନ ଜଣାଉଛି । ବହୁତ ଆଗ୍ରହର ସହିତ ସେ ଏହି କାନ୍ଥ ପଛରେ ବ୍ୟସ୍ତ ରୁହନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ଗତ ସପ୍ତାହରେ ଆଜି ମୋତେ ନିମନ୍ତ୍ରଣ କରାଯାଇଥିଲା । ତେଣୁ ବସ୍ତିର ଏହି ଯୁବଗୋଷ୍ଠୀମାନେ ଦିନ-ରାତି କାମ କରିବାର ସ୍ୱଭାବ ମଧ୍ୟ ଏହି ଖେଳ ପଡ଼ିଆରେ ଦୃଶ୍ୟମାନ ହେଉଛି ।

ମୁଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian coffee exports reach 140 countries in FY2025–26

Media Coverage

Indian coffee exports reach 140 countries in FY2025–26
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasizing on spirit of selfless service
August 07, 2026

The Prime Minister, Shri Narendra Modi, shared a Sanskrit Subhashitam highlighting the virtue of selfless service and the noble ideal of working for the welfare of others without expecting anything in return:

"किं चन्द्रमाः प्रत्युपकारलिप्सया करोति गोभिः कुमुदावबोधनम्।

स्वभाव एवोन्नतचेतसां सतां परोपकारव्यसनं हि जीवितम्॥"

The Prime Minister posted on X:

किं चन्द्रमाः प्रत्युपकारलिप्सया करोति गोभिः कुमुदावबोधनम्।

स्वभाव एवोन्नतचेतसां सतां परोपकारव्यसनं हि जीवितम्॥