ନମସ୍କାର ବନ୍ଧୁଗଣ,

ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି ଏବଂ ବାତାବରଣ ମଧ୍ୟ ଶୀତଳ ରହିବ। ଆମେ ୨୦୨୪ର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛୁ ଏବଂ ଦେଶ ଅଧିକ ଉତ୍ସାହର ସହିତ ଅଧିକ ଶକ୍ତି ଓ ଉତ୍କଣ୍ଠିତ ଭାବରେ ୨୦୨୫କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଛି।

ବନ୍ଧୁଗଣ,

ସଂସଦର ଏହି ଅଧିବେଶନ ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଆମ ସମ୍ବିଧାନର ୭୫ ବର୍ଷର ଯାତ୍ରା, ଯେତେବେଳେ କି ଏହା ନିଜର ୭୫ତମ ବର୍ଷରେ ପ୍ରବେଶ କରୁଛି। ଗଣତନ୍ତ୍ର ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ। ଆସନ୍ତାକାଲି ଆମେ ମିଳିତ ଭାବେ ସାମ୍ବିଧାନିକ ସଦନରେ ସମ୍ବିଧାନର ୭୫ତମ ବାର୍ଷିକୀ ପାଳନ ଆରମ୍ଭ କରିବା। ସମ୍ବିଧାନ ପ୍ରଣୟନକାରୀମାନେ ସମ୍ବିଧାନ ରଚନା କରିବା ସମୟରେ ପ୍ରତ୍ୟେକ ପ୍ରସଙ୍ଗରେ ବିସ୍ତୃତ ଭାବରେ ବିତର୍କ କରିଥିଲେ, ଯାହାର ଫଳସ୍ୱରୂପ ଏହି ଉତ୍କୃଷ୍ଟ ଦସ୍ତାବିଜଟି ପ୍ରସ୍ତୁତ କରାଯାଇଥିଲା। ଏହାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହେଉଛନ୍ତି ଆମ ସଂସଦ ଏବଂ ଏହାର ସଦସ୍ୟବୃନ୍ଦ। ସଂସଦ ପାଇଁ ସୁସ୍ଥ ଆଲୋଚନା କରିବା ଜରୁରୀ, ଯେଉଁଠାରେ ଯଥାସମ୍ଭବ ଅଧିକରୁ ଅଧିକ ଲୋକ ଯୋଗଦାନ କରିବେ। ଦୁର୍ଭାଗ୍ୟବଶତଃ ଲୋକମାନେ ଯେଉଁମାନଙ୍କୁ  ପ୍ରତ୍ୟାଖ୍ୟାନ କରିଛନ୍ତି ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି ନିଜର ରାଜନୈତିକ ଫାଇଦା ପାଇଁ ବିଶୃଙ୍ଖଳିତ କୌଶଳ ମାଧ୍ୟମରେ ସଂସଦକୁ ନିୟନ୍ତ୍ରଣ କରିବାକୁ ନିରନ୍ତର ଚେଷ୍ଟା କରୁଛନ୍ତି। ସଂସଦୀୟ କାର୍ଯ୍ୟକୁ ବନ୍ଦ କରିବା ନେଇ ସେମାନଙ୍କର ପ୍ରାଥମିକ ଲକ୍ଷ୍ୟ ଖୁବ୍ କମ୍ ସଫଳ ହୋଇଥାଏ, ଆଉ ସାଧାରଣ ଲୋକମାନେ ସେମାନଙ୍କର ଏଭଳି  କାର୍ଯ୍ୟକଳାପ ପ୍ରତି ଲକ୍ଷ୍ୟ ରଖିଥାନ୍ତି ଓ ସମୟ ଆସିଲେ ସେମାନଙ୍କୁ ଅନେକ ସମୟରେ ଦଣ୍ଡ ମଧ୍ୟ ଦେଇଥାନ୍ତି।

 

ତେବେ ସବୁଠାରୁ ଚିନ୍ତାର ବିଷୟ ହେଉଛି, ଏଭଳି ଆଚରଣ ବିଭିନ୍ନ  ଦଳରୁ ନୂତନ ଚିନ୍ତାଧାରା ଓ ଶକ୍ତି ନେଇ ଆସିଥିବା ନୂଆ ସାଂସଦଙ୍କ ଅଧିକାରକୁ ଦମନ କରିଥାଏ। ଏହି ନୂତନ ସଦସ୍ୟମାନେ ଅନେକ ସମୟରେ ସଦନରେ ସେମାନଙ୍କ ମତ ଉପସ୍ଥାପନ କରିବାର ସୁଯୋଗରୁ ବଞ୍ଚିତ ହୁଅନ୍ତି। ଗଣତାନ୍ତ୍ରିକ ପରମ୍ପରାରେ ପରବର୍ତ୍ତୀ ପିଢ଼ିକୁ ପ୍ରସ୍ତୁତ କରିବା ପ୍ରତ୍ୟେକ ପିଢ଼ିର ଦାୟିତ୍ୱ। କିନ୍ତୁ ଯେଉଁମାନେ ୮୦ ରୁ ୯୦ ଥର ପର୍ଯ୍ୟନ୍ତ ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଛନ୍ତି, ସେମାନେ ସଂସଦରେ ଆଲୋଚନା କରିବାକୁ ଦିଅନ୍ତି ନାହିଁ କିମ୍ବା ଗଣତାନ୍ତ୍ରିକ ନୀତି କିମ୍ବା ଲୋକଙ୍କ ଆକାଂକ୍ଷାକୁ ସମ୍ମାନ ପ୍ରଦର୍ଶନ କରନ୍ତି ନାହିଁ। ସେମାନେ ସାଧାରଣ ଲୋକମାନଙ୍କ ପ୍ରତି ସେମାନଙ୍କର ଦାୟିତ୍ୱକୁ ବୁଝିପାରୁ ନାହାନ୍ତି। ଫଳରେ ସେମାନେ କ୍ରମାଗତ ଭାବେ ଜନସାଧାରଣଙ୍କ ଆଶା ପୂରଣ କରିବାରେ ବିଫଳ ହୁଅନ୍ତି, ଯେଉଁଥି ପାଇଁ ଭୋଟରମାନେ ସେମାନଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଥାନ୍ତି।

ବନ୍ଧୁଗଣ,

ଏହି ସଦନ ଗଣତନ୍ତ୍ରର ପ୍ରମାଣ। ୨୦୨୪ ଲୋକସଭା ନିର୍ବାଚନ ପରେ ଦେଶର ଜନସାଧାରଣ ନିଜ ନିଜ ରାଜ୍ୟରେ ନିଜର ଚିନ୍ତାଧାରା, ମତ ଓ ଆଶାବ୍ୟକ୍ତ କରିବାର ସୁଯୋଗ ପାଇଛନ୍ତି। ରାଜ୍ୟଗୁଡ଼ିକର ଏହି ନିର୍ବାଚନର ଫଳାଫଳ ୨୦୨୪ ଲୋକସଭା ନିର୍ବାଚନର ଫଳାଫଳକୁ ଆହୁରି ସୁଦୃଢ଼ କରିଛି, ସମର୍ଥନ ଭିତ୍ତିଭୂମିକୁ ବ୍ୟାପକ କରିଛି ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ବିଶ୍ୱାସ ବୃଦ୍ଧି କରିଛି। ଗଣତନ୍ତ୍ରରେ ଲୋକଙ୍କ ଭାବନାକୁ ସମ୍ମାନ ଦେବା ସହ ସେମାନଙ୍କ ଆଶା ଓ ଆକାଂକ୍ଷାଗୁଡ଼ିକକୁ ପୂରଣ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିବା ଆମ ନିମନ୍ତେ ଜରୁରୀ। ମୁଁ ବାରମ୍ବାର ବିରୋଧୀଙ୍କୁ ଅନୁରୋଧ କରିଛି ଏବଂ କିଛି ବିରୋଧୀ ସଦସ୍ୟ ଅତ୍ୟନ୍ତ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି। ସେମାନେ ମଧ୍ୟ ସଦନକୁ ସୁରୁଖୁରୁରେ ଚଳାଇବାକୁ ଚାହୁଁଛନ୍ତି। ତେବେ ଯେଉଁମାନଙ୍କୁ ଲୋକମାନେ ପ୍ରତ୍ୟାଖ୍ୟାନ କରିଛନ୍ତି, ସେମାନେ ନିଜ ସହକର୍ମୀମାନଙ୍କ ସ୍ୱରକୁ ମଧ୍ୟ ଦମନ କରିଥାନ୍ତି, ସେମାନଙ୍କ ଭାବନାକୁ ଅସମ୍ମାନ କରିଥାନ୍ତି ଏବଂ ଗଣତନ୍ତ୍ରର ଭାବନାକୁ କ୍ଷୁଣ୍ଣ କରି ଦିଅନ୍ତି।

 

ମୁଁ ଆଶା କରୁଛି ଯେ ସବୁ ଦଳର ନୂଆ ସଦସ୍ୟଙ୍କୁ ସୁଯୋଗ ମିଳିବ। ସେମାନେ ଭାରତକୁ ଆଗେଇ ନେବା ପାଇଁ ନୂତନ ଚିନ୍ତାଧାରା ଏବଂ ଅଭିନବ ଦୃଷ୍ଟିକୋଣ ନେଇ ଆସିଥାନ୍ତି। ଆଜି ସାରା ବିଶ୍ୱ ଭାରତକୁ ବହୁତ ଆଶାର ସହ ଦେଖୁଛି। ସଂସଦର ସଦସ୍ୟ ଭାବରେ ଆମେ ଆମର ସମୟକୁ ଭାରତର ବିଶ୍ୱ ସ୍ତରରେ ସମ୍ମାନ ଏବଂ ଆକର୍ଷଣକୁ ଆହୁରି ବଢ଼ାଇବା ପାଇଁ ବ୍ୟବହାର କରିବା ଉଚିତ୍‌। ଆଜି ଭାରତ ପାଖରେ ଯେଉଁ ସୁଯୋଗ ରହିଛି, ତାହା ବିଶ୍ୱ ମଞ୍ଚରେ ବିରଳ। ଭାରତର ସଂସଦର ବାର୍ତ୍ତା ଗଣତନ୍ତ୍ର ପ୍ରତି ଭୋଟରଙ୍କ ସମର୍ପଣ, ସମ୍ବିଧାନ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ଏବଂ ସଂସଦୀୟ କାର୍ଯ୍ୟଧାରା ଉପରେ ସେମାନଙ୍କର ବିଶ୍ୱାସକୁ ପ୍ରତିଫଳିତ କରିବା ଉଚିତ୍‌। ସେମାନଙ୍କ ପ୍ରତିନିଧି ଭାବରେ ଆମେ ଏହି ଭାବନାକୁ ପୂରଣ କରିବା ଉଚିତ୍‌। ବର୍ତ୍ତମାନ ସୁଦ୍ଧା ଆମେ କେତେ ସମୟ ହରାଇଛୁ, ତାହା ଚିନ୍ତା କରିବା ଏବଂ ସଦନରେ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରି ଭରଣା କରିବାକୁ ସଂକଳ୍ପ ନେବାର ସମୟ ଆସିଛି। ଭବିଷ୍ୟତ ପିଢ଼ି ଏହି ଆଲୋଚନାକୁ ପଢ଼ିବେ ଓ ପ୍ରେରଣା ପାଇବେ। ମୁଁ ଆଶା କରୁଛି ଯେ ଏହି ଅଧିବେଶନ ଅତ୍ୟନ୍ତ ଫଳପ୍ରଦ ହେବ, ସମ୍ବିଧାନର ୭୫ତମ ବର୍ଷର ଗୌରବ ବୃଦ୍ଧି କରିବ, ଭାରତର ବିଶ୍ୱ ସ୍ତରୀୟ ମାନ୍ୟତାକୁ ସୁଦୃଢ଼ କରିବ, ନୂତନ ସାଂସଦମାନଙ୍କୁ ସୁଯୋଗ ପ୍ରଦାନ କରିବ ଏବଂ ନୂତନ ଚିନ୍ତାଧାରାକୁ ସ୍ୱାଗତ କରିବ। ଏହି ଭାବନା ସହିତ ମୁଁ ପୁଣି ଥରେ ସମସ୍ତ ସମ୍ମାନାସ୍ପଦ ସାଂସଦମାନଙ୍କୁ ନିମନ୍ତ୍ରଣ କରୁଛି ଏବଂ ସ୍ୱାଗତ କରୁଛି ଯେ ସେମାନେ ଉତ୍ସାହ ଏବଂ ଆଗ୍ରହର ସହିତ ଏହି ଅଧିବେଶନକୁ ଆସନ୍ତୁ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।

ନମସ୍କାର!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The Bishkek Balancing Act: How India’s dual engagements define its strategic autonomy

Media Coverage

The Bishkek Balancing Act: How India’s dual engagements define its strategic autonomy
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi