ଆପଣ "ଅମୃତ ପୀଢି” ର ପ୍ରତିନିଧିତ୍ୱ କରୁଛନ୍ତି ଯାହାକି ଏକ ବିକଶିତ ଏବଂ ଆତ୍ମନିର୍ଭର ଭାରତ ସୃଷ୍ଟି କରିବ”
“ଯେତେବେଳେ ସ୍ୱପ୍ନଗୁଡ଼ିକ ସଂକଳ୍ପରେ ପରିଣତ ହୁଏ ଏବଂ ଏକ ଜୀବନ ଏହା ପାଇଁ ଉତ୍ସର୍ଗୀକୃତ ହୁଏ, ସଫଳତା ନିଶ୍ଚିତ ହୁଏ । ଏହା ହେଉଛି ଭାରତର ଯୁବକମାନଙ୍କ ପାଇଁ ନୂଆ ସୁଯୋଗର ସମୟ”
“ଭାରତର ସମୟ ଆସିଯାଇଛି”
“ଯୁବ ଶକ୍ତି ହେଉଛି ଭାରତର ବିକାଶ ଯାତ୍ରାର ଏକ ପ୍ରେରଣା ଶକ୍ତି”
“ଯେତେବେଳେ ଦେଶ ଯୁବକମାନଙ୍କ ଶକ୍ତି ଏବଂ ଉତ୍ସାହ ସହିତ ଉଜ୍ଜ୍ୱଳ ହୁଏ, ସେତେବେଳେ ସେହି ଦେଶର ପ୍ରାଥମିକତାରେ ସର୍ବଦା ଏହାର ଯୁବକ ମାନେ ରହିବେ”
“ବିଶେଷକରି ପ୍ରତିରକ୍ଷା ବାହିନୀ ଏବଂ ସଂଗଠନରେ ଦେଶର ଝିଅମାନଙ୍କ ପାଇଁ ଏହା ଏକ ବଡ଼ ସମ୍ଭାବନା”

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀମାନ ରାଜନାଥ ସିଂହ ମହାଶୟ, ଶ୍ରୀ ଅଜୟ ଭଟ୍ଟ ମହାଶୟ, ସିଡିଏସ୍ ଅନୀଲ ଚୌହାନ ମହାଶୟ, ତିନି ସେନାର ପ୍ରମୁଖ, ପ୍ରତିରକ୍ଷା ସଚିବ,ଏନସିସି ଡିଜି ଏବଂ ଆଜି ବିଶାଳ ସଂଖ୍ୟାରେ ଆସିଥିବା ସମସ୍ତ ଅତିଥିଗଣ ଓ ମୋର ପ୍ରିୟ ଯୁବ ସାଥୀଗଣ!

ସ୍ୱାଧୀନତାର 75 ବର୍ଷର ଏହି ପର୍ଯ୍ୟାୟରେ ଏନସିସି ମଧ୍ୟ ନିଜର 75 ବର୍ଷ ପୂର୍ତି ପର୍ବ ପାଳନ କରୁଛି । ଏହି ବର୍ଷମାନଙ୍କରେ ଯେଉଁ ଲୋକମାନେ ଏନସିସିର ପ୍ରତିନିଧିତ୍ୱ କରିଛନ୍ତି, ଯେଉଁମାନେ ଏହାର ଅଂଶ ହୋଇ ରହିଛନ୍ତି, ମୁଁ ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ଯୋଗଦାନକୁ ପ୍ରଶଂସା କରୁଛି। ଆଜି ଏହି ସମୟରେ ମୋ ସାମ୍ନାରେ ଯେଉଁ କ୍ୟାଡେଟ୍ସ ଅଛନ୍ତି, ଯେଉଁମାନେ ଏବେ ଏନସିସିରେ ଅଛନ୍ତି, ସେମାନେ ମଧ୍ୟ ହେଉଛନ୍ତି ଆହୁରି ସ୍ୱତନ୍ତ୍ର, ହେଉଛନ୍ତି ସ୍ପେଶାଲ । ଆଜି ଯେଉଁଭଳି ଭାବେ କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି, କେବଳ ସମୟ ବଦଳି ନାହିଁ, ସ୍ୱରୂପ ମଧ୍ୟ ବଦଳିଛି । ପୂର୍ବ ତୁଳନାରେ ଦର୍ଶକଙ୍କ ସଂଖ୍ୟା ମଧ୍ୟ ବହୁତ ବଡ଼ ମାତ୍ରାରେ ରହିଛି । ଆଉ କାର୍ଯ୍ୟକ୍ରମର ପରିକଳ୍ପନାରେ ମଧ୍ୟ ବିବିଧତାରେ ଭରି ହୋଇ ରହିଛି କିନ୍ତୁ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ମୂଳମନ୍ତ୍ର ଭାବେ ଗୁଞ୍ଜରିତ ହୋଇ ହିନ୍ଦୁସ୍ତାନର କୋଣ ଅନୁକୋଣକୁ ନେଇଯିବା ଭଳି ଏହି ସମାରୋହ ସଦା ସର୍ବଦା ସ୍ମରଣୀୟ ହୋଇ ରହିବ। ଆଉ ଏଥିପାଇଁ ମୁଁ ଏନସିସିର ସମ୍ପୂର୍ଣ୍ଣ ଟିମକୁ, ତାଙ୍କର ସମସ୍ତ ଅଧିକାରୀ ଏବଂ ପରିଚାଳକ ସମସ୍ତଙ୍କୁ ହୃଦୟର ସହିତ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି । ଆପଣ ଏନସିସି କ୍ୟାଡେଟ୍ସ ଭାବେ ଏବଂ ଦେଶର ଯୁବପିଢ଼ୀ ଭାବେ ମଧ୍ୟ ଏକ ଅମୃତ ପିଢ଼ୀର ପ୍ରତିନିଧିତ୍ୱ କରୁଛନ୍ତି । ଏହି ଅମୃତ ପିଢ଼ୀ, ଆଗାମୀ 25 ବର୍ଷରେ ଦେଶକୁ ଏକ ନୂତନ ଶିଖରକୁ ନେଇଯିବେ, ଭାରତକୁ ଆତ୍ମନିର୍ଭର କରିବେ, ବିକଶିତ କରିବେ ।

ସାଥୀଗଣ,

ଦେଶର ବିକାଶରେ ଏନସିସିର ଭୂମିକା କ’ଣ ରହିଛି, ଆପଣ ସମସ୍ତେ କେତେ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି, ଏହା ଆମେ କିଛି ସମୟ ପୂର୍ବରୁ ଏଠାରେ ଦେଖିଛୁ । ଆପଣମାନଙ୍କ ମଧ୍ୟରୁ ଜଣେ ସାଥୀ ମୋତେ ୟୁନିଟି ଫ୍ଲେମ୍ (ଏକତାର ଜ୍ୟୋତି) ପ୍ରଦାନ କଲେ । ଆପଣମାନେ ପ୍ରତ୍ୟେକ ଦିନ 50 କିଲୋମିଟର ଦୌଡ଼ୁଛନ୍ତି, 60 ଦିନରେ କନ୍ୟାକୁମାରୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାତ୍ରା ଶେଷ କରିଛନ୍ତି । ଏକତାର ଏହି ଜ୍ୟୋତିରେ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଭାବନା ସଶକ୍ତ ହେଉ, ଏଥିପାଇଁ ବହୁତ ସାଥୀ ଏହି ଦୌଡ଼ରେ ସାମିଲ ହେଲେ । ଆପଣମାନେ ବାସ୍ତବରେ ବହୁତ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି, ପ୍ରେରଣାଦାୟକ କାର୍ଯ୍ୟ କରିଛନ୍ତି । ଏଠାରେ ଆକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଗଲା। ଭାରତର ସାଂସ୍କୃତିକ ବିବିଧତା, ଆପଣମାନଙ୍କର କୌଶଳ ଏବଂ କର୍ମଠତାର ଏହି ପ୍ରଦର୍ଶନ, ଆଉ ଏଥିପାଇଁ ମଧ୍ୟ ମୁଁ ଆପଣମାନଙ୍କୁ ଯେତେ ଶୁଭେଚ୍ଛା ଜଣାଇବି ତାହା ମଧ୍ୟ କମ୍ ହେବ ।

ସାଥୀଗଣ,

ଆପଣମାନେ ଗଣତନ୍ତ୍ର ଦିବସର ପରେଡରେ ମଧ୍ୟ ଭାଗ ନେଲେ । ଚଳିତ ଥର ଏହି ପରେଡ ଏଥିପାଇଁ ମଧ୍ୟ ସ୍ୱତନ୍ତ୍ର ଥିଲା, କାରଣ ପ୍ରଥମଥର ପାଇଁ ଏହା କର୍ତବ୍ୟ ପଥରେ ହୋଇଥିଲା । ଆଉ ଏବେ ଦିଲ୍ଲୀର ପାଣିପାଗରେ ଟିକେ ଅଧିକ ଥଣ୍ଡା ରହିଛି । ଆପଣମାନଙ୍କ ମାନଙ୍କ ମଧ୍ୟରୁ ଅନେକ ସାଥୀଙ୍କୁ ବୋଧହୁଏ ଏହି ପାଣିପାଗର ଅଭ୍ୟାସ ମଧ୍ୟ ନ ଥିବ । ପୁଣି ମଧ୍ୟ ମୁଁ ଆପଣମାନଙ୍କୁ ଦିଲ୍ଲୀର କିଛି ସ୍ଥାନ ନିଶ୍ଚୟ ବୁଲିଯିବା ପାଇଁ ଅନୁରୋଧ କରିବି, ସମୟ ବାହାରି ପାରିବେ ତ’ । ଦେଖନ୍ତୁ ଜାତୀୟ ସମର ସ୍ମାରକୀ, ପୁଲିସ ସ୍ମାରକୀ, ଯଦି ଆପଣମାନେ ଯାଇ ନାହାଁନ୍ତି, ତେବେ ଆପଣମାନେ ନିଶ୍ଚିତ ଭାବେ ଯିବା ଉଚିତ । ସେହିଭଳି ଲାଲକିଲ୍ଲାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟକୁ ମଧ୍ୟ ନିଶ୍ଚିତ ଯାଆନ୍ତୁ । ସ୍ୱାଧୀନ ଭାରତର ସମସ୍ତ ପ୍ରଧାନମନ୍ତ୍ରୀମାନଙ୍କର ପରିଚୟ ପ୍ରଦାନ କରୁଥିବା ଏକ ଆଧୁନିକ ପିଏମ- ସଂଗ୍ରହାଳୟ ମଧ୍ୟ ନିର୍ମିତ ହୋଇଛି । ସେଠାରେ ଆପଣ ବିଗତ 75 ବର୍ଷରେ ଦେଶର ବିକାଶ ଯାତ୍ରା ବିଷୟରେ ମଧ୍ୟ ଜାଣି ପାରିବେ- ବୁଝି ପାରିବେ । ଆପଣମାନଙ୍କୁ ଏଠାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସୁନ୍ଦର ସଂଗ୍ରହାଳୟ ଦେଖିବାକୁ ମଧ୍ୟ ମିଳିବ, ବାବା ସାହେବ ଆମ୍ବେଦକରଙ୍କର ବହୁତ ସୁନ୍ଦର ସଂଗ୍ରହାଳୟ ଦେଖିବାକୁ ମଧ୍ୟ ମିଳିବ, ବହୁତ କିଛି ଅଛି । ହୋଇପାରେ, ଏହିସବୁ ସ୍ଥାନମାନଙ୍କରୁ ଆପଣମାନଙ୍କୁ କୌଣସି ନା କୌଣସି ପ୍ରେରଣା ମିଳୁ, ପ୍ରୋତ୍ସାହନ ମିଳୁ ଯାହା ଆପଣମାନଙ୍କର ଜୀବନରେ ଏକ ନିର୍ଦ୍ଧାରିତ ଲକ୍ଷ୍ୟକୁ ନେଇ କିଛି କରିଯିବା ପାଇଁ ଆଗେଇ ଚାଲିବେ, ଆଗକୁ ବଢ଼ି ଚାଲିବେ, ବଢ଼ି ଚାଲିବେ ।

ମୋର ଯୁବ ସାଥୀଗଣ,

କୌଣସି ମଧ୍ୟ ରାଷ୍ଟ୍ରକୁ ଚଲାଇବା ପାଇଁ ଯେଉଁ ଉର୍ଜ୍ଜା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ, ସେହି ଉର୍ଜ୍ଜା ହେଉଛନ୍ତି ଯୁବକମାନେ । ଏବେ ଆପଣ ସମସ୍ତେ ବୟସର ଯେଉଁ ପର୍ଯ୍ୟାୟରେ ଅଛନ୍ତି ସେଠାରେ ଏକ ଯୋଶ୍ ବା ଉତ୍ସାହ ଥାଏ, କିଛି କରିଯିବାର ପାଗଳପଣ ଥାଏ । ଆପଣମାନଙ୍କର ବହୁତ ଗୁଡ଼ିଏ ସ୍ୱପ୍ନ ଥାଏ । ଆଉ ଯେତେବେଳେ ସ୍ୱପ୍ନ ସଂକଳ୍ପ ପାଲଟିଯାଏ, ଏବଂ ସଂକଳ୍ପ ପାଇଁ ଜୀବନ ଏକାଠି ହୋଇଯାଏ, ସେତେବେଳେ ଜୀବନ ମଧ୍ୟ ସଫଳ ହୋଇ ଯାଇଥାଏ। ଆଉ ଭାରତର ଯୁବକମାନଙ୍କ ପାଇଁ ଏହି ସମୟ ହେଉଛି ନୂତନ ସୁଯୋଗର ସମୟ। ପ୍ରତ୍ୟେକ କ୍ଷେତ୍ରରେ ଚର୍ଚ୍ଚା ହେଉଛି ଯେ ଭାରତର ସମୟ ଆସି ଯାଇଛି, ଇଣ୍ଡିଆଜ୍ ଟାଇମ୍ ହାଜ୍ ଆରାଇଭଡ଼। ଆଜି ସମଗ୍ର ବିଶ୍ୱ ଭାରତ ଆଡ଼କୁ ଦେଖୁଛି । ଆଉ ଏହା ପଛରେ ସବୁଠାରୁ ବଡ଼ କାରଣ ହେଉଛନ୍ତି ଆପଣମାନେ, ହେଉଛନ୍ତି ଭାରତର ଯୁବକମାନେ । ଭାରତର ଯୁବକମାନେ ଆଜି କେତେ ସଚେତନ ଅଛନ୍ତି, ଏହାର ଏକ ଉଦାହରଣ ବିଷୟରେ ମୁଁ ଆଜି ଆପଣମାନଙ୍କୁ ନିଶ୍ଚିତ ଭାବେ କହିବାକୁ ଚାହୁଁଛି । ଏହା ଆପଣମାନଙ୍କୁ ଜଣାଅଛି ଯେ ଚଳିତ ବର୍ଷ ଭାରତ ବିଶ୍ୱର ସବୁଠାରୁ ଶକ୍ତିଶାଳୀ 20 ଅର୍ଥବ୍ୟବସ୍ଥା ସମୂହ, ଜି-20ର ଅଧ୍ୟକ୍ଷତା କରୁଛି । ମୁଁ ସେତେବେଳେ ଆଶ୍ଚର୍ଯ୍ୟ ହୋଇ ରହିଗଲି, ଯେତେବେଳେ ସାରା ଦେଶର ଅନେକ ଯୁବକମାନେ ମୋତେ ଏହାକୁ ନେଇ ଚିଠି ଲେଖିଲେ, ଦେଶର ଉପଲବ୍ôଧ ଏବଂ ପ୍ରାଥମିକତା କ୍ଷେତ୍ରଗୁଡ଼ିକୁ ନେଇ ଆପଣଙ୍କ ଭଳି ଯୁବକମାନେ ଯେଉଁ ପ୍ରକାରର ଆଗ୍ରହ ପ୍ରକାଶ କରୁଛନ୍ତି, ଏହା ଦେଖି ବାସ୍ତବରେ ବହୁତ ଗର୍ବ ଅନୁଭବ ହେଉଛି ।

ସାଥୀଗଣ,

ଯେଉଁ ଦେଶର ଯୁବକ ଏତେ ଉତ୍ସାହ ଏବଂ ଉଦ୍ଦୀପନାରେ ଭରି ରହିଛନ୍ତି, ସେହି ଦେଶର ପ୍ରାଥମିକତା ସଦା ସର୍ବଦା ଯୁବକମାନେ ହିଁ ହେବେ । ଆଜିର ଭାରତ ମଧ୍ୟ ନିଜର ସମସ୍ତ ଯୁବ ସାଥୀମାନଙ୍କ ପାଇଁ ସେହି ମଂଚ ଦେବାର ପ୍ରୟାସ କରୁଛି ଯାହା ଆପଣମାନଙ୍କ ସ୍ୱପ୍ନକୁ ପୂରଣ କରିବାରେ ସହାୟତା କରିବ । ଆଜି ଭାରତରେ ଯୁବକମାନଙ୍କ ପାଇଁ ନୂଆ- ନୂଆ କ୍ଷେତ୍ର ଖୋଲା ଯାଉଛି । ଭାରତର ଡିଜିଟାଲ ବିପ୍ଳବ ହେଉ, ଭାରତର ଷ୍ଟାର୍ଟ-ଅପ୍ ବିପ୍ଳବ ହେଉ, ନବସୃଜନ ବିପ୍ଳବ ହେଉ, ଏହି ସମୟର ସବୁଠାରୁ ବଡ଼ ଲାଭ ଯୁବକମାନଙ୍କୁ ତ’ ହିଁ ହେଉଛି । ଆଜି ଭାରତ ଯେଉଁଭଳି ଭାବେ ନିଜର ପ୍ରତିରକ୍ଷା କ୍ଷେତ୍ରରେ କ୍ରମାଗତ ଭାବରେ ସଂସ୍କାର କରୁଛି, ତାହାର ଲାଭ ମଧ୍ୟ ଦେଶର ଯୁବକମାନଙ୍କୁ ହେଉଛି । ଗୋଟିଏ ସମୟ ଥିଲା, ଯେତେବେଳେ ଆମେ ଆକ୍ରମଣ ପାଇଁ ରାଇଫଲ ଏବଂ ବୁଲେଟପ୍ରୁଫ୍ ଜ୍ୟାକେଟ୍ ପର୍ଯ୍ୟନ୍ତ ବିଦେଶରୁ ମଗାଉଥିଲେ। ଆଜି ସେନାର ଆବଶ୍ୟକତାର ଶହ- ଶହ ଏଭଳି ଉପକରଣ ଅଛି, ଯାହା ଆମେ ଭାରତରେ ତିଆରି କରୁଛୁ । ଆଜି ଆମେ ସୀମା ଭିତିଭୂମି ଉପରେ ବହୁତ ଦ୍ରୁତ ଗତିରେ କାର୍ଯ୍ୟ କରୁଛୁ । ଏହି ସମସ୍ତ ଅଭିଯାନ ଭାରତର ଯୁବକମାନଙ୍କ ପାଇଁ ନୂତନ ସମ୍ଭାବନା ନେଇକରି ଆସିଛି, ସୁଯୋଗ ନେଇକରି ଆସିଛି ।

ସାଥୀଗଣ,

ଯେତେବେଳେ ଆମେ ଯୁବକମାନଙ୍କ ଉପରେ ଭରସା କରିଥାଉ, ସେତେବେଳେ କ’ଣ ପରିଣାମ ଆସିଥାଏ, ଏହାର ଏକ ଉତମ ଉଦାହରଣ ହେଉଛି ଆମର ମହାକାଶ କ୍ଷେତ୍ର । ଦେଶ ନିଜର ମହାକାଶ କ୍ଷେତ୍ରର ଦ୍ୱାର ଯୁବ ପ୍ରତିଭାମାନଙ୍କ ପାଇଁ ଉନ୍ମୁକ୍ତ କରି ଦେଇଛି । ଆଉ ଦେଖୁ ଦେଖୁ ପ୍ରଥମ ଘରୋଇ ଉପଗ୍ରହ ପ୍ରେରଣ କରାଗଲା । ସେହିଭଳି ଏନିମେସନ ଏବଂ ଗେମିଙ୍ଗ୍ କ୍ଷେତ୍ର, ପ୍ରତିଭାଶାଳୀ ଯୁବକମାନଙ୍କ ପାଇଁ ସୁଯୋଗର ବିସ୍ତାରକୁ ନେଇ କରି ଆସିଛି । ଆପଣମାନେ ଡ୍ରୋନର ଉପଯୋଗ ନିଜେ କରିଛନ୍ତି ଅବା ଅନ୍ୟ କାହାକୁ କରୁଥିବାର ଦେଖିଥିବେ। ଏବେ ତ’ ଡ୍ରୋନର ଏହି ପରିସର ମଧ୍ୟ କ୍ରମାଗତ ଭାବେ ବୃଦ୍ଧ ପାଉଛି । ମନୋରଞ୍ଜନ ହେଉ, ଲଜିଷ୍ଟିକ ହେଉ, ଚାଷ- ବାସ ହେଉ, ପ୍ରତ୍ୟେକ ସ୍ଥାନରେ ଡ୍ରୋନ ବୈଷୟିକ ଜ୍ଞାନ କାର୍ଯ୍ୟରେ ଆସୁଛି । ଆଜି ଦେଶର ଯୁବକମାନେ ପ୍ରତ୍ୟେକ ପ୍ରକାର ଡ୍ରୋନ ଭାରତରେ ପ୍ରସ୍ତୁତ କରିବା ପାଇଁ ଆଗେଇ ଆସୁଛନ୍ତି ।

ସାଥୀଗଣ,

ମୁଁ ଅନୁଭବ କରିଛି ଯେ, ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଯୁବକ ଆମର ସେନା ବାହିନୀରେ, ଆମର ସୁରକ୍ଷା ବଳରେ, ସଂସ୍ଥାଗୁଡିକରେ ସାମିଲ ହେବାର ଆଶା ରଖୁଛନ୍ତି । ଏହା ନିଶ୍ଚିତ ଭାବେ ଆପଣମାନଙ୍କ ପାଇଁ, ବିଶେଷ କରି ଆମ ଝିଅମାନଙ୍କ ପାଇଁ ମଧ୍ୟ ହେଉଛି ବହୁତ ବଡ଼ ସମୟ । ବିଗତ 8 ବର୍ଷରେ ପୁଲିସ ଏବଂ ଅର୍ଦ୍ଧସାମରିକ ବଳରେ ଝିଅମାନଙ୍କ ସଂଖ୍ୟା ପ୍ରାୟ ଦୁଇଗୁଣ ବୃଦ୍ଧି ହୋଇଛି । ଆପଣ ଦେଖନ୍ତୁ, ସେନାର ତିନି(ଅଙ୍ଗ) ବାହିନୀରେ ଅଗ୍ରୀମ ମୋର୍ଚ୍ଚାରେ ମହିଳାମାନଙ୍କର ମୂତୟନର ପଥ ଉନ୍ମୁକ୍ତ ହୋଇ ସାରିଛି । ଆଜି ମହିଳାମାନେ ଭାରତୀୟ ନୌସେନାରେ ପ୍ରଥମ ଥର ପାଇଁ ଅଗ୍ନିବୀର ଭାବେ, ନାବିକ ଭାବେ ସାମିଲ ହୋଇଛନ୍ତି । ମହିଳାମାନେ ସଶସ୍ତ୍ର ସେନାରେ ଲଢ଼ୁଆ ଭୂମିକାରେ ମଧ୍ୟ ପ୍ରବେଶ କରିବାକୁ ଆରମ୍ଭ କରିଛନ୍ତି । ଏନଡିଏ ପୁଣେରେ ମହିଳା କ୍ୟାଡେଟ୍ସଙ୍କର ପ୍ରଥମ ବ୍ୟାଚର ଟ୍ରେନିଙ୍ଗ ଆରମ୍ଭ ହୋଇ ସାରିଛି । ଆମ ସରକାରଙ୍କ ଦ୍ୱାରା ସୈନିକ ସ୍କୁଲମାନଙ୍କରେ ଝିଅମାନଙ୍କର ନାମଲେଖାକୁ ଅନୁମତି ପ୍ରଦାନ କରାଯାଇଛି । ଆଜି ମୁଁ ଖୁସି ଯେ ପ୍ରାୟ 1500 ଛାତ୍ରୀମାନେ ସୈନିକ ସ୍କୁଲରେ ପାଠପଢ଼ା ଆରମ୍ଭ କରି ସାରିଲେଣି । ଏପରିକି ଏନସିସିରେ ମଧ୍ୟ ଆମେ ପରିବର୍ତନ ଲକ୍ଷ୍ୟ କରୁଛୁ । ବିଗତ ଏକ ଦଶକ ମଧ୍ୟରେ ଏନସିସିରେ ଝିଅମାନଙ୍କର ଭାଗିଦାରୀ ମଧ୍ୟ କ୍ରମାଗତ ଭାବେ ବଢ଼ୁଛି । ମୁଁ ଦେଖୁଥିଲି ଯେ ଏଠାରେ ଯେଉଁ ପରେଡ ଅନୁଷ୍ଠିତ ହେଲା, ଜଣେ ଝିଅ ମଧ୍ୟ ତାହାର ନେତୃତ୍ୱ ନେଉଥିଲେ । ସୀମାନ୍ତବର୍ତୀ ଏବଂ ଉପକୂଳ ଅଂଚଳରେ ଏନସିସିର ସମ୍ପ୍ରସାରଣର ଅଭିଯାନରେ ମଧ୍ୟ ବହୁତ ସଂଖ୍ୟାରେ ଯୁବକମାନେ ସାମିଲ ହୋଇଛନ୍ତି । ଏପର୍ଯ୍ୟନ୍ତ ସୀମାନ୍ତବର୍ତୀ ଏବଂ ଉପକୂଳ ଅଂଚଳରେ ପାଖାପାଖି ଏକ ଲକ୍ଷ କ୍ୟାଡେଟ ପଞ୍ଜିକୃତ ହୋଇଛନ୍ତି । ଏତେ ବଡ଼ ଯୁବଶକ୍ତି ଯେତେବେଳେ ରାଷ୍ଟ୍ର ନିର୍ମାଣ ସହିତ ଯୋଡ଼ି ହେବେ, ଦେଶର ବିକାଶରେ ଯୋଡ଼ି ହେବେ, ତେବେ ସାଥୀଗଣ, ମୁଁ ବହୁତ ବିଶ୍ୱାସର ସହିତ କହୁଛି, କୌଣସି ମଧ୍ୟ ଲକ୍ଷ୍ୟ ଅସମ୍ଭବ ହୋଇ ରହିବ ନାହିଁ । ମୋର ବିଶ୍ୱାସ ଯେ ଏକ ସଂଗଠନ ଭାବେ ମଧ୍ୟ ଆଉ ବ୍ୟକ୍ତିଗତ ଭାବେ ମଧ୍ୟ ଆପଣମାନେ ଦେଶର ସମସ୍ତ ସଂକଳ୍ପଗୁଡ଼ିକୁ ସିଦ୍ଧିରେ ପରିଣତ କରିବା ପାଇଁ ଆପଣଙ୍କ ଭୂମିକାକୁ ବିସ୍ତାରିତ କରିବେ। ମା ଭାରତୀ ପାଇଁ ସ୍ୱାଧୀନତାର ଲଢ଼େଇରେ ଅନେକ ଲୋକ ଦେଶ ପାଇଁ ପ୍ରାଣବଳୀ ଦେବାର ପଥ ବାଛି ନେଇଥିଲେ । କିନ୍ତୁ ସ୍ୱାଧୀନ ଭାରତରେ ପ୍ରତିକ୍ଷଣରେ ଦେଶ ପାଇଁ ଜୀଇଁବାର ରାସ୍ତା ହିଁ ଦେଶକୁ ବିଶ୍ୱର ନୂତନ ଶିଖରରେ ପହଂଚାଇବାକୁ ଅଛି । ଆଉ ଏହି ସଂକଳ୍ପର ପୂରଣ ପାଇଁ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଆଦର୍ଶକୁ ନେଇ ଦେଶକୁ ଭାଗ ଭାଗ କରିବା ପାଇଁ ଅନେକ ବାହାନା ଖୋଜା ଯାଉଛି । ବିଭିନ୍ନ ପ୍ରକାରର କଥା ବାହାର କରି ମାଆ ଭାରତୀର ସନ୍ତାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାର ପ୍ରୟାସ ହେଉଛି । ଲକ୍ଷ ଲକ୍ଷ ପ୍ରୟାସ ହୋଇଯାଉ, ମାଆର ଦୁଗ୍ଧ କେବେ ହେଲେ ମଧ୍ୟ ବିଭେଦ ଖୋଜି ପାଇ ପାରିବେ ନାହିଁ । ଆଉ ଏଥିପାଇଁ ଏକତାର ମନ୍ତ୍ର ଏହା ହେଉଛି ବହୁତ ବଡ଼ ଔଷଧୀ, ହେଉଛି ବହୁତ ବଡ଼ ସାମର୍ଥ୍ୟ । ଭାରତର ଭବିଷ୍ୟତ ପାଇଁ ଏକତାର ମନ୍ତ୍ର, ଏହି ସଂକଳ୍ପ ମଧ୍ୟ ହେଉଛି, ଭାରତର ସାମର୍ଥ୍ୟ ମଧ୍ୟ ହେଉଛି, ଆଉ ଭାରତର ଭବ୍ୟତା ପ୍ରାପ୍ତ କରିବା ପାଇଁ ଏହା ହେଉଛି ଏକମାତ୍ର ପଥ । ସେହି ମାର୍ଗରେ ଆମକୁ ଜୀଇଁବାର ଅଛି, ସେହି ପଥରେ ଆସୁଥିବା ପ୍ରତିବନ୍ଧକ ସହିତ ଆମକୁ ଲଢେଇ କରିବାର ଅଛି । ଆଉ ଦେଶ ପାଇଁ ଜୀଇଁ ସମୃଦ୍ଧ ଭାରତକୁ ନିଜ ଆଖି ଆଗରେ ଦେଖିବାର ଅଛି। ଏହି ଆଖିରେ ଭବ୍ୟ ଭାରତକୁ ଦେଖିବା, ଏହାଠାରୁ କିଛି ଛୋଟ ସଂକଳ୍ପ ହୋଇ ପାରେ ନାହିଁ । ଏହି ସଂକଳ୍ପର ପୂରଣ ପାଇଁ ଆପଣ ସମସ୍ତଙ୍କୁ ମୋର ବହୁତ- ବହୁତ ଶୁଭକାମନା ଜଣାଉଛି । 75 ବର୍ଷର ଏହି ଯାତ୍ରା, ଆଗାମୀ 25 ବର୍ଷ ଯାହା ହେଉଛି ଭାରତର ଅମୃତ କାଳ, ଯାହା ମଧ୍ୟ ହେଉଛି ଆପଣମାନଙ୍କର ଅମୃତ କାଳ । ଯେତେବେଳେ ଦେଶ 2047 ରେ ସ୍ୱାଧୀନତାର 100 ବର୍ଷ ପାଳନ କରିବ, ଏକ ବିକଶିତ ଦେଶ ହେବ, ସେତେବେଳେ ଆପଣ ସେହି ଶିଖରରେ ବସିଥିବେ । 25 ବର୍ଷ ପରେ ଆପଣ କେଉଁ ଶିଖରରେ ଥିବେ, କଳ୍ପନା କରନ୍ତୁ ବନ୍ଧୁ । ଆଉ ଏଥିପାଇଁ ଗୋଟିଏ ମୁହୂର୍ତ ମଧ୍ୟ ହରାଇବାର ନାହିଁ, ଗୋଟିଏ ମଧ୍ୟ ସୁଯୋଗ ହରାଇବାର ନାହିଁ । କେବଳ ମାଆ ଭାରତୀକୁ ନୂତନ ଶିଖରକୁ ନେଇ ଯିବାର ସଂକଳ୍ପକୁ ନେଇ ଚାଲିବାର ଅଛି, ବଢି ଚାଲିବାର ଅଛି, ନୂଆ- ନୂଆ ସିଦ୍ଧିକୁ ପ୍ରାପ୍ତ କରି ଚାଲିବାର ଅଛି, ବିଜୟଶ୍ରୀର ସଂକଳ୍ପକୁ ନେଇ ଚାଲିବାର ଅଛି । ଏହା ହେଉଛି ଆପଣମାନଙ୍କୁ ମୋର ଶୁଭକାମନା । ମୋ ସାଙ୍ଗରେ ସମ୍ପୂର୍ଣ୍ଣ ଶକ୍ତିର ସହିତ କୁହନ୍ତୁ- ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ! 

ବନ୍ଦେ-ମାତରମ୍‌, ବନ୍ଦେ-ମାତରମ୍ ।

ବନ୍ଦେ-ମାତରମ୍‌, ବନ୍ଦେ-ମାତରମ୍ ।   

ବନ୍ଦେ-ମାତରମ୍‌, ବନ୍ଦେ-ମାତରମ୍ ।   

ବନ୍ଦେ-ମାତରମ୍‌, ବନ୍ଦେ-ମାତରମ୍ ।   

ବହୁତ- ବହୁତ ଧନ୍ୟବାଦ । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi