“ଲତା ଦିଦିଙ୍କ ଠାରୁ ଭଉଣୀର ପ୍ରେମ ପାଇବା ଅପେକ୍ଷା ଆଉ କ'ଣ ଅଧିକ ସୌଭାଗ୍ୟ ହୋଇପାରେ, ଯିଏ ପ୍ରେମ ଏବଂ ଭାବନାର ଉପହାର ସବୁ ପୀଢିକୁ ଦେଇଛନ୍ତି”
“ମୁଁ ଏହି ପୁରସ୍କାରକୁ ସମସ୍ତ ଦେଶବାସୀଙ୍କୁ ଉତ୍ସର୍ଗ କରୁଛି । ଯେହେତୁ ଲତା ଦିଦି ଲୋକଙ୍କର ଥିଲେ, ତାଙ୍କ ନାମରେ ମୋତେ ଦିଆଯାଇଥିବା ଏହି ପୁରସ୍କାର ମଧ୍ୟ ଲୋକଙ୍କର ଅଟେ”
“ସେ ସ୍ୱାଧୀନତା ପୂର୍ବରୁ ଭାରତକୁ ସ୍ୱର ଦେଇଥିଲେ ଏବଂ ଏହି ୭୫ ବର୍ଷର ଦେଶର ଯାତ୍ରା ମଧ୍ୟ ତାଙ୍କ ସ୍ୱର ସହିତ ଜଡିତ ଅଛି”
“ଲତା ଜୀ ସଙ୍ଗୀତକୁ ପୂଜା କରିଥିଲେ କିନ୍ତୁ ଦେଶଭକ୍ତି ଏବଂ ଜାତୀୟ ସେବା ମଧ୍ୟ ତାଙ୍କ ସଙ୍ଗୀତ ମାଧ୍ୟମରେ ପ୍ରେରଣା ପାଇଥିଲା”
“ଲତା ଜୀ" ଏକ ଭାରତ ଶ୍ରେଷ୍ଠ ଭାରତ' ର ଏକ ସୁସଜ୍ଜିତ ନିଦର୍ଶନ ପରି ଥିଲେ'
“ଲତା ଜୀଙ୍କର ଉଲ୍ଲେଖନୀୟ କାର୍ଯ୍ୟ ସମଗ୍ର ଦେଶକୁ ଏକତ୍ର କରିବା ପାଇଁ କାମ କରୁଥିଲା । ବିଶ୍ୱସ୍ତରରେ ମଧ୍ୟ ସେ ଭାରତର ସାଂସ୍କୃତିକ ରାଷ୍ଟ୍ରଦୂତ ଥିଲେ”

ଶ୍ରୀ ସରସ୍ୱତୀ ନମଃ!

ବାଣୀ ପରମ୍ପରାର ଏହି ପବିତ୍ର ସମାରୋହରେ ଆମ ସହିତ ଉପସ୍ଥିତ ଥିବା ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ଭଗତ ସିଂହ କୋଶ୍ୟାରୀ ଜୀ, ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳର ନେତା ଶ୍ରୀ ଦେବେନ୍ଦ୍ର ଫଡ଼ନାବୀସ ଜୀ, ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ସୁଭାଷ ଦେଶାଇ ଜୀ, ଆରଦଣୀୟ ଉଷା ଜୀ, ଆଶା ଜୀ, ଆଦିନାଥ ମଂଗେଶକର ଜୀ, ମାଷ୍ଟର ଦୀନାନାଥ ସ୍ମୃତି ପ୍ରତିଷ୍ଠାନର ସମସ୍ତ ସଦସ୍ୟଗଣ ଏବଂ ସଂଗୀତ ଏବଂ କଳା ଜଗତର ସମସ୍ତ ବିଶିଷ୍ଟ ସାଥୀମାନେ, ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ର ଲୋକମାନେ!

ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଆଦରଣୀୟ ହୃଦୟ ନାଥ ମଂଗେଶକର ଜୀଙ୍କୁ ମଧ୍ୟ ଆସିବାର ଥିଲା । କିନ୍ତୁ ବର୍ତ୍ତମାନ ଯେଭଳି ଭାବରେ ଆଦିନାଥ ଜୀ କହିଲେ ଯେ ଅସୁସ୍ଥତା କାରଣରୁ ସେ ଏଠାକୁ ଆସିପାରିଲେ ନାହିଁ । ମୁଁ ତାଙ୍କୁ ଶୀଘ୍ର ଆରୋଗ୍ୟ ହେବାର କାମନା କରୁଛି ।

ସାଥୀମାନେ,

ମୁଁ ଏଠାରେ ନିଜକୁ ଅତ୍ୟଧିକ ଉପଯୁକ୍ତ ମନେ କରୁନାହିଁ, କାରଣ ସଂଗୀତ ପରି ଏକ ଗଭୀର ବିଷୟ ଉପରେ ମୋର ଆଦୌ ଜ୍ଞାନ ନାହିଁ, କିନ୍ତୁ ସାଂସ୍କୃତିକ ବୁଝାମଣାରୁ ମୁଁ ଅନୁଭବ କରେ ଯେ ସଂଗୀତ ମଧ୍ୟ ଏକ ସାଧନା ଅଟେ ଏବଂ ଭାବନା ମଧ୍ୟ ଅଟେ । ଯାହା ଅବ୍ୟକ୍ତକୁ ବ୍ୟକ୍ତ କରିଦିଏ- ସେହି ଶବ୍ଦ ଅଟେ । ଯିଏ ବ୍ୟକ୍ତରେ ଶକ୍ତିର, ଚେତନାର ସଂଚାର କରିଦିଏ- ତାହା ନାଦ ଅଟେ । ଏବଂ ଯାହା ଚେତନାରେ ଭାବକୁ ଏବଂ ଭାବନାକୁ ଭରିଦିଏ, ତାହାକୁ ସୃଷ୍ଟି ଏବଂ ସଂବେଦନଶୀଳତାର ଚରମ ସୀମାରେ ପହଂଚାଇଥାଏ- ତାହା ହେଉଛି ସଂଗୀତ । ଆପଣ ହୁଏତ ଗତିହୀନ ଭାବରେ ବସିଥିବେ, କିନ୍ତୁ ସଂଗୀତର ଏକ ସ୍ୱର ଆପଣଙ୍କ ଆଖିରୁ ଲୁହ ବାହାର କରି ଦେଇପାରେ, ଏହି ସାମର୍ଥ୍ୟ ରହିଥାଏ । କିନ୍ତୁ ସଂଗୀତର ସ୍ୱର ଆପଣଙ୍କୁ ବୈରାଗ୍ୟକୁ ବୋଧ କରାଇ ଦେଇପାରେ । ସଂଗୀତ ଦ୍ୱାରା ଆପଣଙ୍କ ଭିତରେ ବୀର ରସ ପରିପୂର୍ଣ୍ଣ କରିଥାଏ, ସଂଗୀତ ମାତୃତ୍ୱ ଏବଂ ମମତାର ଅନୁଭୂତି ଦେଇପାରେ । ସଂଗୀତ ଆପଣଙ୍କୁ ଦେଶ ପ୍ରେମ ଏବଂ କର୍ତ୍ତବ୍ୟର ଶିଖରକୁ ନେଇପାରେ । ଆମେ ସମସ୍ତେ ସୌଭାଗ୍ୟଶାଳୀ ଅଟୁ ଯେ ଆମେ ସଂଗୀତର ଏହି ଶକ୍ତିକୁ ଲତା ଦିଦିଙ୍କ ରୂପରେ ଆମେ ସାକ୍ଷାତରେ ଦେଖିଛୁ । ତାଙ୍କୁ ଆମେ ନିଜେ ଆଖିରେ ଦେଖିବାର ସୌଭାଗ୍ୟ ମିଳିଛି ଏବଂ ମଂଗେଶକର ପରିବାର ଏହି ଯଜ୍ଞରେ ପିଢ଼ି ପରେ ପିଢ଼ି ବଳିଦାନ ଦେଉଛନ୍ତି ଏବଂ ମୋ ପାଇଁ ଏହି ଅନୁଭବ ଆହୁରି ବହୁତ ବଡ଼ କଥା । ହରିଶ ଜୀ ବର୍ତ୍ତମାନ କିଛି ଘଟଣା କହିଲେ, କିନ୍ତୁ ମୁଁ ଭାବୁଥିଲି ଦିଦିଙ୍କ ସହିତ ମୋର ସମ୍ପର୍କ କେତେ ପୁରୁଣା । ଯିବାବେଳେ ମୋତେ ମନେ ପଡୁଥିଲା ଯେ ତାଙ୍କ ସହିତ ଚାରି ସାଢ଼େ ଚାରି ଦଶକ ହେବ ସୁଧୀର ଫଡ଼କେ ଜୀ ମୋତେ ପରିଚିତ କରାଇଥିଲେ । ଏବଂ ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଏହି ପରିବାର ସହିତ ଥିବା ମୋର ଅପାର ସ୍ନେହ, ଅସଂଖ୍ୟ ଘଟଣାବଳୀ ମୋ ଜୀବନର ଅଂଶ ହୋଇଗଲା । ମୋ ପାଇଁ ଲତା ଦିଦି ସୁର ସାମ୍ରଜ୍ଞୀ ହେବା ସହ ଯାହାକୁ କହିବା ପାଇଁ ମୁଁ ଗର୍ବ ଅନୁଭବ କରୁଛି ଯେ ସେ ମୋର ବଡ଼ ଭଉଣୀ ଥିଲେ । ଲତା ଦିଦି, ଯିଏ ପିଢ଼ି ପରେ ପିଢ଼ି ଭଲପାଇବା ଏବଂ ଭାବପ୍ରବଣତାର ଉପହାର ଦେଇଥିବା ଲତା ଦିଦି ସେ ମୋତେ ସବୁବେଳେ ବଡ଼ ଭଉଣୀ ପରି ବହୁତ ଭଲପାଇବା ଦେଇଛନ୍ତି । ମୁଁ ଏହା ବୁଝିପାରୁଛି ଯେ ଏହାଠାରୁ ଜୀବନରେ ବଡ଼ ସୌଭାଗ୍ୟ କ’ଣ ହୋଇପାରେ । ବୋଧହୁଏ ଅନେକ ଦଶନ୍ଧି ପରେ, ଯେତେବେଳେ ଏଥର ପ୍ରଥମ ରାକ୍ଷୀ ପର୍ବ ଆସିବ, ଦିଦି ନ ଥିବେ । ସାଧାରଣ ଭାବରେ କୌଣସି ଏକ ସମ୍ମାନ ସମାରୋହକୁ ଯିବା ଏବଂ ହରିଶ ଜୀ ମଧ୍ୟ କହୁଥିଲେ କୌଣସି ସମ୍ମାନ ଗ୍ରହଣ କରିବା ବର୍ତ୍ତମାନ ମୁଁ ସେହି ବିଷୟଗୁଡ଼ିକ ଠାରୁ ଟିକେ ଦୂରରେ ରହିଛି, ମୁଁ ନିଜକୁ ନିଜେ ସଜାଡ଼ି ପାରୁନାହିଁ । କିନ୍ତୁ ପୁରସ୍କାର ଯେତେବେଳେ ମୋ ବଡ଼ ଭଉଣୀ ଲତା ଦିଦିଙ୍କ ନାମରେ ହେଉଛି ସେତେବେଳେ ଏହା ମୋ ପାଇଁ ଅନେକ ଆତ୍ମୀୟତା ଏବଂ ମଂଗେଶକର ପରିବାରର ମୋ ଉପରେ ଯେଉଁ ଅଧିକାର ଅଛି ଏଠାକୁ ଆସିବା ମୋ ପାଇଁ ଏକ ପ୍ରକାରର ଦାୟିତ୍ୱ ହୋଇଯାଉଛି । ଏବଂ ଏହା ସେହି ଭଲପାଇବାର ପ୍ରତୀକ ଏବଂ ଯେତେବେଳେ ତ୍ରିନାଥ ଜୀଙ୍କ ସଂଦେଶ ଆସିଲା, ମୋର କ’ଣ କାର୍ଯ୍ୟକ୍ରମ ଅଛି, ମୁଁ କେତେ ବ୍ୟସ୍ତ ଅଛି, ମୁଁ କିଛି ପଚାରିଲି ନାହିଁ, ମୁଁ କହିଲି ଭାଇ ପ୍ରଥମେ ହଁ କର । ମନା କରିବା ମୋ ପକ୍ଷେ ସମ୍ଭବ ନୁହେଁ! ମୁଁ ଏହି ପୁରସ୍କାରକୁ ସମସ୍ତ ଦେଶବାସୀଙ୍କୁ ଉତ୍ସର୍ଗ କରୁଛି । ଯେତେବେଳେ ଲତା ଦିଦି ଜନତାଙ୍କର ଥିଲେ ସେହିଭଳି ତାଙ୍କ ନାମରେ ମୋତେ ଦିଆଯାଇଥିବା ଏହି ପୁରସ୍କାର ମଧ୍ୟ ଜନତାଙ୍କର ଅଟେ । ମୁଁ ଲତା ଦିଦିଙ୍କ ସହିତ ପ୍ରାୟ ବାର୍ତ୍ତାଳପ କରୁଥିଲି । ସେ ନିଜର ସଂଦେଶ ଏବଂ ଆଶୀର୍ବାଦ ପଠାଉ ଥିଲେ । ବୋଧହୁଏ ତାଙ୍କର ଗୋଟିଏ ଜିନିଷ ଆମ ସମସ୍ତଙ୍କ କାମରେ ଆସିବ, ଯାହାକୁ ମୁଁ ଭୁଲିପାରିବି ନାହିଁ । ମୁଁ ତାଙ୍କୁ ବହୁତ ସମ୍ମାନ କରୁଥିଲି । କିନ୍ତୁ ସେ ଯାହା କହୁଥିଲେ, ସେ ସର୍ବଦା କହୁଥିଲେ- “ମନୁଷ୍ୟ ନିଜର ବୟସର ନୁହେଁ, ନିଜର କାର୍ଯ୍ୟରେ ବଡ଼ ହୋଇଥାଏ । ଦେଶ ପାଇଁ ଯିଏ ଯେତେ ଅଧିକ କରିବେ ସିଏ ସେତିକି ବଡ଼ ହେବେ ।” ସଫଳତାର ଶିଖରରେ ଏପରି ଚିନ୍ତାଧାରା ସହିତ ବ୍ୟକ୍ତିର ମହାନତା, ତାହାର ଅନୁଭବ ହୋଇଥାଏ । ଲତା ଦିଦି ବୟସରେ ବଡ଼ ଥିଲେ ଏବଂ କାମରେ ମଧ୍ୟ ବଡ଼ ଥିଲେ ।

ଆମେ ସମସ୍ତେ ଲତା ଦିଦିଙ୍କ ସହିତ ଯେତେ ସମୟ ବିତାଇଛନ୍ତି, ଆମେ ସମସ୍ତେ ଜାଣିଛୁ ଯେ ସେ ସରଳତାର ଏକ ପ୍ରତିମୂର୍ତ୍ତି ଥିଲେ । ସଂଗୀତରେ ଲତା ଦିଦି ଏପରି ଏକ ସ୍ଥାନ ହାସଲ କରିଥିଲେ ଯେ ଲୋକମାନେ ତାଙ୍କୁ ମା’ ସରସ୍ୱତୀଙ୍କ ପ୍ରତିରୂପ ଭାବରେ ବିବେଚନା କରୁଥିଲେ । ତାଙ୍କ ସ୍ୱର ପ୍ରାୟ ୮ଠ ବର୍ଷ ଧରି ସଂଗୀତ ଜଗତରେ ନିଜର ଚିହ୍ନ ଛାଡ଼ି ଥିଲା । ଗ୍ରାମଫୋନରୁ ଆରମ୍ଭ କରି ତା’ପରେ କ୍ୟାସେଟ, ତା’ ପରେ ସିଡି, ତା’ପରେ ଡିଭିଡି ଏବଂ ପରେ ପେନଡ୍ରାଇଭ୍, ଅନଲାଇନ ସଂଗୀତ ଏବଂ ଆପ୍ସ ପର୍ଯ୍ୟନ୍ତ ସଂଗୀତ ଏବଂ ଦୁନିଆ ସହିତ ଏତେବଡ଼ ଯାତ୍ରା ଲତା ଜୀଙ୍କ ସହିତ ନିର୍ଦ୍ଧାରିତ ହୋଇଛି । ସିନେମାରେ ୪-୫ ପିଢ଼ିଙ୍କୁ ସେ ତାଙ୍କର ସ୍ୱର ଦେଇଥିଲେ । ଭାରତ ରତ୍ନ ପରି ସର୍ବୋଚ୍ଚ ସମ୍ମାନ ଦେଶ ତାଙ୍କୁ ପ୍ରଦାନ କଲା ଏବଂ ଦେଶ ଗୌରବାନ୍ୱିତ ହେଲା । ସମଗ୍ର ବିଶ୍ୱ ତାଙ୍କୁ ସ୍ୱର ସାମ୍ରାଜ୍ଞୀ ବୋଲି ମାନୁଥିଲେ କିନ୍ତୁ ସେ ନିଜକୁ ସ୍ୱର ସାମ୍ରାଜ୍ଞୀ ବୋଲି ଭାବି ନ ଥିଲେ ବରଂ ଏକ ସାଧିକା ବୋଲି ମାନୁଥିଲେ । ଏବଂ ଆମେ ଏହା ଅନେକ ଲୋକଙ୍କ ଠାରୁ ଶୁଣିଛୁ ଯେ ଯେତେବେଳେ ବି ସେ କୌଣସି ଗୀତର ରେକର୍ଡିଂ ପାଇଁ ଯାଉଥିଲେ ସେତେବେଳେ ସେ ଚପଲ ବାହାରେ ରଖୁଥିଲେ । ସଂଗୀତର ସାଧନା ଏବଂ ଈଶ୍ୱରଙ୍କ ଉପାସନା ତାଙ୍କ ପାଇଁ ସମାନ ଥିଲା ।

ସାଥୀମାନେ,

ଆଦିଶଙ୍କରଙ୍କର ଅଦ୍ୱୈତ ସିଦ୍ଧାନ୍ତକୁ ଆମେମାନେ ବୁଝିବାକୁ ପ୍ରୟାସ କରିବା, ତେବେ ବେଳେବେଳେ ଆମେ ଦ୍ୱନ୍ଦ୍ୱରେ ପଡ଼ି ଯାଇଥାଉ । କିନ୍ତୁ ମୁଁ ଯେତେବେଳେ ଆଦିଶଙ୍କରଙ୍କର ଅଦ୍ୱୈତର ସିଦ୍ଧାନ୍ତ ବିଷୟରେ ଚିନ୍ତା କରିବାକୁ ଚେଷ୍ଟା କରେ, ତେବେ ଯଦି ମୋତେ ଏହାକୁ ସରଳ ଶବ୍ଦରେ କହିବାକୁ ହେବ ଯେ ସେହି ଅଦ୍ୱୈତ ସିଦ୍ଧାନ୍ତକୁ ଈଶ୍ୱରଙ୍କର ଉଚ୍ଚାରଣ ସ୍ୱର ବିନା ଅସମ୍ପୂର୍ଣ୍ଣ ଅଟେ । ଈଶ୍ୱରଙ୍କ ସ୍ୱର ଭିତରେ ସମାହିତ ଅଛନ୍ତି, ଯେଉଁଠାରେ ସ୍ୱର ଅଛି ସେଠାରେ ପୂର୍ଣ୍ଣତା ଅଛି । ସଂଗୀତ ଆମ ହୃଦୟରେ ଆମର ଅର୍ନ୍ତମନରେ ପ୍ରଭାବିତ କରେ । ଯଦି ତାହାର ଉତ୍ପତି ଲତା ଜୀଙ୍କ ପରି ପବିତ୍ର ହୋଇଥିବ ତେବେ ସେହି ପବିତ୍ରତା ଏବଂ ଭାବନା ମଧ୍ୟ ସେହି ସଂଗୀତରେ ମିଶି ଯାଇଥାଏ । ତାଙ୍କ ବ୍ୟକ୍ତତ୍ୱର ଏହି ଅଂଶ ଆମ ସମସ୍ତଙ୍କ ପାଇଁ ଏବଂ ବିଶେଷ କରି ଯୁବ ପିଢ଼ି ପାଇଁ ଏକ ପ୍ରେରଣା ।

ସାଥୀମାନେ,

ଲତା ଜୀଙ୍କ ଜୀବନ ଯାତ୍ରା ଏମିତି ଏକ ସମୟରେ ସମାପ୍ତ ହୋଇଥିଲା, ଯେତେବେଳେ ଆମ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ସ୍ୱାଧୀନତାର ପୂର୍ବରୁ ସେ ଭାରତକୁ ଯେଉଁ ସ୍ୱର ଦେଇଥିଲେ ଏବଂ ତାହା ଏହି ୭୫ ବର୍ଷରେ ଦେଶର ଯାତ୍ରା ତାଙ୍କ ସ୍ୱର ସହିତ ଜଡ଼ିତ ଥିଲା । ଏହି ପୁରସ୍କାର ସହିତ ଲତା ଜୀଙ୍କ ପିତା ଦୀନାନାଥ ମଂଗେଶକର ଜୀଙ୍କ ନାମ ମଧ୍ୟ ଜଡ଼ିତ । ମଂଗେଶକର ପରିବାରଙ୍କର ଦେଶ ପାଇଁ ଯେଉଁ ଯୋଗଦାନ ରହିଛି, ସେଥିପାଇଁ ଆମେ ଦେଶବାସୀ ତାଙ୍କ ନିକଟରେ ଋଣି ଅଟୁ । ସଂଗୀତ ସହିତ ଦେଶପ୍ରେମର ଚେତନା, ଯାହା ଲତା ଦିଦିଙ୍କ ଭିତରେ ଥିଲା, ଏହାର ଉତ୍ସ ତାଙ୍କର ପିତା ଥିଲେ । ସ୍ୱାଧୀନତା ସଂଗ୍ରାମ ସମୟରେ ସିମଲାରେ ବି୍ରଟିଶ ବାୟସରାୟ କାର୍ଯ୍ୟକ୍ରମରେ ଦୀନାନାଥ ଜୀ ଭୀର ସାୱାରକରଙ୍କ ଦ୍ୱାରା ଲିଖିତ ଗୀତ ଗାଇଥିଲେ । ବ୍ରିଟିଶ ବାୟସରାୟ ସମ୍ମୁଖରେ କେବଳ ଦୀନାନାଥ ଜୀ ଏହା କରିପାରିବେ ଏବଂ କେବଳ ସଂଗୀତରେ କରିପାରିବେ । ଏବଂ ଏହା ଥିମ ଉପରେ ମଧ୍ୟ ପ୍ରଦର୍ଶନ କରିଥିଲେ ଏବଂ ବି୍ରଟିଶ ଶାସନକୁ ଚାଲେଞ୍ଜ କରି ସେ ଭୀର ସାୱରକର ଜୀ ଏହି ଗୀତ ଲେଖିଥିଲେ । ଏହି ସାହସ, ଏହି ଦେଶ ପ୍ରେମକୁ ଦୀନାନାଥ ଜୀ ତାଙ୍କ ପରିବାରକୁ ଦେଇଥିଲେ । ଲତା ଜୀ ବୋଧ ହୁଏ ଥରେ କୌଣସି ସ୍ଥାନରେ କହିଥିଲେ ଯେ, ପ୍ରଥମେ ସେ ସମାଜ ସେବା କ୍ଷେତ୍ରରେ ଯିବାକୁ ଚାହୁଁଥିଲେ । ଲତା ଜୀ ସଂଗୀତକୁ ତାଙ୍କର ଉପାସନା କରିଥିଲେ କିନ୍ତୁ ଦେଶ ଭକ୍ତି ଏବଂ ଜାତୀୟ ସେବା ମଧ୍ୟ ତାଙ୍କ ଗୀତ ମାଧ୍ୟମରେ ପ୍ରେରଣା ପାଇଲା । ଛତ୍ରପତି ଶିବାଜୀ ମହାରାଜଙ୍କ ଉପରେ ଭୀର ସାୱରକର ଜୀଙ୍କ ଲେଖା ଗୀତ- ହିନ୍ଦୁ ନରସିଂହା ହେଉ ସମର୍ଥ ଗୁରୁ ରାମଦାସ ଜୀଙ୍କର ପଦ ହେଉ! ଶିବ କଲ୍ୟାଣ ରାଜାଙ୍କ ରେକର୍ଡିଂ ମାଧ୍ୟମରେ ଲତା ଜୀ ତାଙ୍କୁ ଅମର କରିଛନ୍ତି । “ଏ ମେରେ ବତନ କି ଲୋଗୋଁ’ ଏବଂ ‘ଜୟ ହିନ୍ଦ କି ସେନା’- ଏହି ଭାବ ପଂକ୍ତିରେ ଅଛି ଯାହା ଆଜି ଦେଶର ଲୋକଙ୍କ ମୁହଁରେ ଅମର ହୋଇପାରିଛି । ତାଙ୍କ ଜୀବନ ସହିତ ଜଡ଼ିତ ଅନେକ କ୍ଷଣ ଅଛି! ଲତା ଦିଦି ଏବଂ ତାଙ୍କ ପରିବାରର ଯୋଗଦାନକୁ ମଧ୍ୟ ଅମୃତ ମହୋତ୍ସବରେ ଆମେ ଜନ ସାଧାରଣଙ୍କ ନିକଟକୁ ନେବା, ଏହା ଆମର କର୍ତ୍ତବ୍ୟ ଅଟେ ।

ସାଥୀମାନେ,

ଆଜି ଦେଶ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଆତ୍ମବିଶ୍ୱାସ ସହିତ ଆଗକୁ ବଢୁଛି । ଲତା ଜୀ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଏକ ମଧୁର ପ୍ରସ୍ତୁତି ଭଳି ଥିଲେ । ଆପଣ ଦେଖନ୍ତୁ ଦେଶର ୩ଠରୁ ଅଧିକ ଭାଷାରେ ହଜାର ହଜାର ଗୀତ ଗାଇଥିଲେ । ସେ ହିନ୍ଦୀ ହେଉ ବା ମରାଠୀ, ସଂସ୍କୃତ ହେଉ କିମ୍ବା ଅନ୍ୟାନ୍ୟ ଭାରତୀୟ ଭାଷା, ଲତା ଜୀଙ୍କ ସ୍ୱର ପ୍ରତ୍ୟେକ ଭାଷାରେ ମିଶି ରହିଛି । ସେ ପ୍ରତ୍ୟେକ ରାଜ୍ୟ, ପ୍ରତ୍ୟେକ କ୍ଷେତ୍ରରେ ଲୋକଙ୍କ ମନ ମଧ୍ୟରେ ସମାହିତ ହୋଇ ରହିଛନ୍ତି । ଭାରତୀୟତା ସହିତ ସଂଗୀତ କିପରି ଅମର ହୋଇପାରିବ ସେ ଏହାକୁ ବଂଚାଇ ଦେଖାଇଛନ୍ତି । ସେ ଭଗବତ ଗୀତାର ପାଠ ମଧ୍ୟ କରିଥିଲେ ଏବଂ ତୁଳସୀ, ମୀରା, ସନ୍ଥ ଜ୍ଞାନେଶ୍ୱର ଏବଂ ନରସୀ ମେହେତାଙ୍କ ଗୀତଗୁଡ଼ିକୁ ମଧ୍ୟ ସମାଜର ମନ ମସ୍ତିଷ୍କରେ ମିଶ୍ରିତ କରିଥିଲେ । ରାମଚରିତ ମାନସର ଚୌପାଈ ଠାରୁ ଆରମ୍ଭ କରି ବାପୁଙ୍କ ପ୍ରିୟ ଭଜନ ‘ବୈଷ୍ଣବଜନ ତୋ ତେରେ କହିଏ’ ପର୍ଯ୍ୟନ୍ତ ସବୁକିଛି ଲତା ଜୀ ସ୍ୱର ଦ୍ୱାରା ପୁନର୍ଜୀବିତ ହୋଇଥିଲା । ସେ ତିରୁପତି ଦେବସ୍ଥାନମ ପାଇଁ ଏକ ଗୀତ ଏବଂ ମନ୍ତ୍ରର ରେକର୍ଡ କରିଥିଲେ ଯାହାକି ଆଜି ମଧ୍ୟ ପ୍ରତିଦିନ ସକାଳେ ସେଠାରେ ଶୁଣିବାକୁ ମିଳିଥାଏ । ଅର୍ଥାତ ସଂସ୍କୃତି ଠାରୁ ନେଇ ବିଶ୍ୱାସ ପର୍ଯ୍ୟନ୍ତ, ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ, ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ଲତା ଜୀଙ୍କ ସ୍ୱର ସମଗ୍ର ଦେଶକୁ ଏକ ସୂତ୍ରରେ ବାନ୍ଧିବାର କାର୍ଯ୍ୟ କରିଛି । ଦୁନିଆରେ ମଧ୍ୟ ସେ ଭାରତର ଆମର ସାଂସ୍କୃତିକ ରାଷ୍ଟ୍ରଦୂତ ଥିଲେ । ତାଙ୍କର ବ୍ୟକ୍ତିଗତ ଜୀବନ ମଧ୍ୟ ଥିଲା । ପୁଣେରେ ସେ ନିଜର ରୋଜଗାର ଏବଂ ସାଙ୍ଗମାନଙ୍କ ସହିତ ମିଶି ମାଷ୍ଟର ଦୀନାନାଥ ମଂଗେଶକର ହସ୍ପିଟାଲ ନିର୍ମାଣ କରିଥିଲେ ଯାହା ଆଜି ବି ଗରିବ ଲୋକଙ୍କୁ ସେବା ଯୋଗାଉଛି ଏବଂ ଏହି କଥା ଦେଶରେ ବହୁତ କମ ଲୋକଙ୍କ ପାଖରେ ପହଂଚିଛି, କରୋନା ଅବଧି ସମୟରେ ଦେଶରେ ଯେଉଁ ମନୋନୀତ ହସ୍ପିଟାଲ ଚୟନ କରାଯାଇଥିଲା, ଯିଏ ଗରିବଙ୍କ ପାଇଁ ସର୍ବାଧିକ କାମ କରିଥିଲା ସେଥିମଧ୍ୟରେ ପୁଣେର ମଂଗେଶକର ହସ୍ପିଟାଲ ଅନ୍ୟତମ ।

ସାଥୀମାନେ,

ସ୍ୱାଧୀନତାର ଅମୃତ ମହୋତ୍ସବରେ ଦେଶ ନିଜର ଅତୀତକୁ ସ୍ମରଣ କରୁଛି ଏବଂ ଦେଶ ଭବିଷ୍ୟତ ପାଇଁ ସଂକଳ୍ପ ନେଉଛି । ଆମେ ଦୁନିଆର ସବୁଠୁ ବଡ଼ ଷ୍ଟାର୍ଟଅପ୍ ଇକୋସିଷ୍ଟମ ମଧ୍ୟରେ ଅନ୍ୟତମ । ଆଜି ଭାରତ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଆଗକୁ ବଢୁଛି । ବିକାଶର ଏହି ଯାତ୍ରା ଆମର ସଂକଳ୍ପର ଏକ ଅଂଶ । କିନ୍ତୁ ବିକାଶକୁ ନେଇ ଭାରତର ମୌଳିକ ଦୃଷ୍ଟିକୋଣ ସର୍ବଦା ଅଲଗା ରହିଛି । ଆମ ପାଇଁ ବିକାଶର ଅର୍ଥ ହେଉଛି- ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ’ । ସମସ୍ତଙ୍କ ପାଇଁ ବିକାଶ ଏହି ଭାବନା ସହିତ ‘ବସୁଦେବ କୁଟୁମ୍ବକମ’ର ଭାବନା ମଧ୍ୟ ଜଡ଼ିତ ଅଛି । ଏଥିପାଇଁ ଆବଶ୍ୟକ- ମାନବିକ ମୂଲ୍ୟ! ଏଥିପାଇଁ ଆବଶ୍ୟକ ଆଧ୍ୟାତ୍ମିକ ଚେତନା! ଏଥିପାଇଁ ଆଜି ଯୋଗ ଏବଂ ଆୟୁର୍ବେଦ ଠାରୁ ଆରମ୍ଭ କରି ପରିବେଶ ସୁରକ୍ଷା ପର୍ଯ୍ୟନ୍ତ ଭାରତ ବିଶ୍ୱକୁ ଦିଗଦର୍ଶନ ଦେଉଛି । ମୁଁ ମାନୁଛି ଯେ ଭାରତର ଏହି ଅବଦାନରେ ଆମର ଭାରତୀୟ ସଂଗୀତର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଛି । ଏହି ଦାୟିତ୍ୱ ଆପଣଙ୍କ ହାତରେ ଅଛି, ଆମର ଏହି ଐତିହ୍ୟକୁ ସେହି ମୂଲ୍ୟବୋଧ ସହିତ ଜୀବନ୍ତ ରଖିବା ଏବଂ ଏହାକୁ ଆଗକୁ ବଢ଼ାଇବା ଏବଂ ବିଶ୍ୱ ଶାନ୍ତିର ଏକ ମାଧ୍ୟମ କରିବା, ଏହା ଆମ ସମସ୍ତଙ୍କର ଦାୟିତ୍ୱ । ମୋତେ ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଆପଣ ଯେଉଁମାନେ ସମସ୍ତେ ସଂଗୀତ ଜଗତ ସହିତ ଜଡ଼ିତ ଥିବେ ସେମାନେ ଏହି ଦାୟିତ୍ୱ ତୁଲାଇବେ ଏବଂ ଏକ ନୂତନ ଭାରତକୁ ଦିଗଦର୍ଶନ ଦେବେ । ଏହି ବିଶ୍ୱାସ ସହିତ ମୁଁ ଆପଣ ସମସ୍ତଙ୍କୁ ମୋର ହୃଦୟରୁ ଧନ୍ୟବାଦ ଜଣାଉଛି । ମଂଗେଶକର ପରିବାରକୁ ମଧ୍ୟ ଧନ୍ୟବାଦ ଜଣାଉଛି ଯେ ଆପଣ ଦିଦିଙ୍କ ନାମରେ ଦିଆଯାଉଥିବା ଏହି ପ୍ରଥମ ପୁରସ୍କାର ପାଇଁ ମୋତେ ବାଛିଲେ । କିନ୍ତୁ ହରିଶ ଜୀ ଯେତେବେଳେ ସମ୍ମାନପତ୍ର ପଢୁଥିଲେ ସେତେବେଳେ ମୁଁ ଭାବୁଥିଲି ଯେ ମୋତେ କେତେଥର ପଢ଼ିବାକୁ ହେବ ଏବଂ ପଢ଼ିକି ମୋତେ ନୋଟ କରିବାକୁ ପଡ଼ିବ ଯେ ବର୍ତ୍ତମାନ ମୋତେ ଏଥିରୁ କେତେ କ’ଣ ପାଇବାକୁ ବାକି ଅଛି । ଏବେ ଆହୁରି ମୋ ଭିତରେ ବହୁତ ଅଭାବ ରହିଛି, ତାହାକୁ କେମିତି ପୂରଣ କରିବି? ଦିଦିଙ୍କ ଆଶୀର୍ବାଦରେ ଏବଂ ମଂଗେଶକର ପରିବାରର ଭଲପାଇବାରୁ ମୋ ଭିତରୁ ଯେଉଁ ଅଭାବ ରହିଛି ସେହି ଅଭବାକୁ ଆଜି ମୋତେ ସମ୍ମାନପତ୍ର ଦ୍ୱାରା ପ୍ରସ୍ତୁତ କରାଯାଇଛି ଓ ସେହି ଅଭାବଗୁଡ଼ିକୁ ପୂରା କରିବାକୁ ପ୍ରୟାସ କରିବି ।

ବହୁତ ବହୁତ ଧନ୍ୟବାଦ!

ନମସ୍କାର!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In Photos: PM Narendra Modi Prays At Kashi Vishwanath, Holds Trishul-Damru

Media Coverage

In Photos: PM Narendra Modi Prays At Kashi Vishwanath, Holds Trishul-Damru
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 30, 2026
April 30, 2026

Investment Magnet India: PLI Triumphs, FTA Deals & Defence Milestones — How PM Modi’s Vision is Reshaping the Nation