ଭାରତୀୟ ଇତିହାସରେ ଅଗଷ୍ଟ ୫ଏକ ଗୁରୁତ୍ୱପୂର୍ଣ୍ଣ ଦିବସ ହେବାକୁ ଯାଉଛି କାରଣ ସମ୍ବିଧାନର ୩୭୦ଧାରା ଉଚ୍ଛେଦ ସହ ରାମମନ୍ଦିର ନିର୍ମାଣ ଏଥିସହ ସଂଶ୍ଳିଷ୍ଟ: ପ୍ରଧାନମନ୍ତ୍ରୀ
ଆମର ଯୁବଗୋଷ୍ଠୀ ଆଜି ଜାତୀୟ ଖେଳ ହକିର ଗୌରବ ଫେରାଇ ଆଣିବାରେ ବିରାଟ ପଦକ୍ଷେପ ନେଇଛନ୍ତି: ପ୍ରଧାନମନ୍ତ୍ରୀ
ଆମର ଯୁବଗୋଷ୍ଠୀ ବିଜୟ ପାଇଁ ଗୋଲ ସ୍କୋର କଲାବେଳେ କେତେକ ରାଜନୈତିକ ସ୍ୱାର୍ଥ ଦୃଷ୍ଟିରୁ ଆତ୍ମଘାତୀ ଗୋଲ କରୁଛନ୍ତି: ପ୍ରଧାନମନ୍ତ୍ରୀ
ଭାରତୀୟ ଯୁବଗୋଷ୍ଠୀଙ୍କ ଦୃଢ ବିଶ୍ୱାସ ଯେ ସେମାନେ ଓ ଭାରତ ଆଗେଇ ଚାଲିଛନ୍ତି: ପ୍ରଧାନମନ୍ତ୍ରୀ
ମହାନ ଦେଶ ସ୍ୱାର୍ଥ ଓ ଜାତୀୟତା ବିରୋଧୀ ରାଜନୀତିର ପଣବନ୍ଦୀ ହୋଇପାରିବ ନାହିଁ: ପ୍ରଧାନମନ୍ତ୍ରୀ
ଡବଲଇଞ୍ଜିନ ସରକାର ଗରିବ, ନିଷ୍ପେସିତ, ଅନଗ୍ରସର, ଆଦିବାସୀଙ୍କ ନିମନ୍ତେ ବିଭିନ୍ନ ଯୋଜନା ସଫଳତାର ସହ ଉତ୍ତରପ୍ରଦେଶରେ ତ୍ୱରାନ୍ୱିତ କରୁଛନ୍ତି: ପ୍ରଧାନମନ୍ତ୍ରୀ
ଉତ୍ତରପ୍ରଦେଶକୁ ସବୁବେଳେ ରାଜନୀତିର ପ୍ରିଜିମରେ ଦେଖାଯାଏ । ୟୁପି ଦିନେ ଦେଶର ଅଭିବୃଦ୍ଧି ଶକ୍ତିକ୍ଷେତ୍ର ଭାବେ ନିକଟରେ ଉଭା ହୋଇଛି ଏହି ବିଶ୍ୱାସ ଅଛି : ପ୍ରଧାନମନ୍ତ୍ରୀଉତ୍ତରପ୍ରଦେଶର ସାତ ଦଶନ୍ଧି ଧରି ରହିଥିବା ଭୂଲଭଟକା ଓ ଅଭାବ ଏହି ଦଶନ୍ଧିରେ ପୂରଣ ହେବ: ପ୍ରଧାନମନ୍ତ୍ରୀ
ଉତ୍ତରପ୍ରଦେଶର ସାତ ଦଶନ୍ଧି ଧରି ରହିଥିବା ଭୂଲଭଟକା ଓ ଅଭାବ ଏହି ଦଶନ୍ଧିରେ ପୂରଣ ହେବ: ପ୍ରଧାନମନ୍ତ୍ରୀ

ନମସ୍ତେ,

ଆଜି ଆଣମାନଙ୍କ ସହିତ କଥା ହୋଇ ବହୁତ ଆତ୍ମ ସନ୍ତୋଷ ମିଳୁଛି । ସନ୍ତୋଷ ଏହି କଥା ପାଇଁ ମିଳୁଛି, ଯେ ଦିଲ୍ଲୀରୁ ଅନ୍ନ ଯୋଜନାର ଯେଉଁ ଗୋଟିଏ- ଗୋଟିଏ ଦାନା ପଠାଗଲା, ତାହା ପ୍ରତ୍ୟେକ ହିତାଧିକାରୀଙ୍କ ଥାଳି ପର୍ପ୍ୟନ୍ତ ପହଞ୍ଚୁଛି । ସନ୍ତୋଷ ଏହି କଥା ପାଇଁ ମିଳୁଛି, ଯେ ପୂର୍ବ ସରକାରଙ୍କ ସମୟରେ ଉତ୍ତର ପ୍ରଦେଶରେ ଗରିବଙ୍କ ଖାଦ୍ୟଶସ୍ୟର ଯେଉଁ ଲୁଟ ହୋଇଯାଉଥିଲା, ଏବେ ସେଥିପାଇଁ ସେହି ରାସ୍ତା ଆଉ ନାହିଁ । ୟୁପିରେ ଯେଉଁଭଳି ଭାବେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଲାଗୁ କରାଯାଉଛି, ତାହା ନୂଆ ଉତ୍ତର ପ୍ରଦେଶର ପରିଚୟକୁ ଆହୁରି ସୁଦୃଢ କରୁଛି । ମୋତେ ଆପଣମାନଙ୍କ ସହିତ କଥା ହୋଇ ବହୁତ ଭଲ ଳାଗିଲା, ଆଉ ଯେଭଳି ଆପଣମାନେ ସାହସର ସହିତ କହୁଥିଲେ, ଯେଉଁ ବିଶ୍ୱାସର ସହିତ ଆପଣମାନେ କହୁଥିଲେ। ଆଉ ସତ୍ୟତା, ଆପଣମାନଙ୍କର ପ୍ରତ୍ୟେକ ଶବ୍ଦରୁ ସତ୍ୟତା ବହାରୁ ଥିଲା। ସେଥିରୁ ମୋତେ ସନ୍ତୋଷ ମିଳିଲା । ଆପଣମାନଙ୍କ ପାଇଁ କାର୍ଯ୍ୟ କରିବା ନିମନ୍ତେ ମୋର ଆଜି ଉତ୍ସାହ ବୃଦ୍ଧି ପାଇଛି। ଚାଲନ୍ତୁ ଆପଣମାନଙ୍କ କଥାବାର୍ତ୍ତା କରି ଯେତେ କଥା ହେଲେ ମଧ୍ୟ ତାହା କମ୍‍ ହୋଇଯିବ । ଆସନ୍ତୁ, ଏବେ କାର୍ଯ୍ୟକ୍ରମ ଆଡ଼କୁ ଯିବା ।

ଆଜିକାର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ମଧ୍ୟ ଅଛନ୍ତି, କର୍ମଯୋଗୀ ମଧ୍ୟ ଅଛନ୍ତି। ଏଭଳି ଆମର ଯୋଗୀ ଆଦିତ୍ୟନାଥ ମହାଶୟ, ୟୁପି ସରକାରଙ୍କର ଆମର ସମସ୍ତ ମନ୍ତ୍ରୀଗଣ, ସଂସଦରେ ଥିବା ମୋର ସହଯୋଗୀ, ସମସ୍ତ ସାଂସଦ ବିଧାୟକ, ମେୟର, ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ଏବଂ ବିଶାଳ ସଂଖ୍ୟାରେ ଉତ୍ତର ପ୍ରଦେଶର କୋଣ-ଅନୁକୋଣରୁ ଆଜି ଏକାଠି ହୋଇଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଅଗଷ୍ଟର ଏହି ମାସ ଭାରତର ଇତିହାସରେ ତାହାର ଶୁଭାରମ୍ଭ ଦେଖନ୍ତୁ, ଏକ ପ୍ରକାରରେ ଉପଲବ୍ଧିଗୁଡ଼ିକୁ ନେଇକରି ଆସିଛି । ଏପରି ଲାଗୁଛି ଯେ ଭାରତର ବିଜୟର ଶୁଭାରମ୍ଭ ହୋଇଯାଇଛି। ଏଥିରେ ମଧ୍ୟ ଆଜିର 5 ଅଗଷ୍ଟ ତାରିଖ ବହୁତ ସ୍ୱତନ୍ତ୍ର ପାଲଟି ଯାଇଛି। ବହୁତ ଗୁରୁତ୍ୱପୂର୍ଣ୍ଣ ପାଲଟି ଯାଇଛି । ଇତିହାସ ଏହାକୁ ବର୍ଷ- ବର୍ଷ ଧରି ଲିପିବଦ୍ଧ କରି ରଖିବ । ଏହି 5 ଅଗଷ୍ଟ ହିଁ ହେଉଛି, ଯେତେବେଳେ 2 ବର୍ଷ ପୂର୍ବେ ଦେଶ ଏକ ଭାରତ, ଶ୍ରେଷ୍ଠ ଭାରତର ଭାବନାକୁ ଆହୁରି ସଶକ୍ତ କରିଥିଲା । ପାଖାପାଖି ସାତ ଦଶକ ପରେ ଦୁଇ ବର୍ଷ ପୂର୍ବରୁ 5 ଅଗଷ୍ଟରେ ହିଁ ଧାରା- 370କୁ ହଟାଇ ଜମ୍ମୁ-କଶ୍ମୀରର ପ୍ରତ୍ୟେକ ନାଗରିକଙ୍କୁ ପ୍ରତ୍ୟେକ ଅଧିକାର, ପ୍ରତ୍ୟେକ ସୁବିଧାର ସମ୍ପୂର୍ଣ୍ଣ ଭାଗୀଦାର କରାଯାଇଥିଲା । ଏହି 5 ଅଗଷ୍ଟରେ ଯେତେବେଳେ ବିଗତ ବର୍ଷ ତଳେ କୋଟି-କୋଟି ଭାରତୀୟମାନେ ଶହ-ଶହ ବର୍ଷ ପରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଦିଗକୁ ଏକ ପ୍ରଥମ ପଦକ୍ଷେପ ଭାବେ ରଖିଥିଲେ । ଆଜି ଅଯୋଧ୍ୟାରେ ଦ୍ରୁତ ଗତିରେ ରାମ ମନ୍ଦିର ନିର୍ମାଣ ହେଉଛି। ଆଉ ଆଜି 5 ଅଗଷ୍ଟ ତାରିଖ, ପୁଣିଥରେ ଆମ ସମସ୍ତଙ୍କ ପାଇଁ, ଉତ୍ସାହ ଏବଂ ଉଦ୍ଦୀପନା ନେଇ ଆସିଛି। ଆଜି ହିଁ ଅଲିମ୍ପିକ୍ସ ମୈଦାନରେ ଦେଶର ଯୁବକମାନେ ହକିରେ ନିଜର ଗୌରବକୁ ପୁଣିଥରେ ସ୍ଥାପିତ କରିବା ଦିଗରେ ବଡ଼ ଲମ୍ଫ ପ୍ରଦାନ କରିଛନ୍ତି । ପ୍ରାୟ 4 ଦଶକ ପରେ ଏହି ସ୍ୱର୍ଣ୍ଣିମ କ୍ଷଣ ଆସିଛି । ଯେଉଁ ହକିକୁ ନେଇ ଆମର ରାଷ୍ଟ୍ରୀୟ ପରିଚୟ ରହିଛି । ଆଜି ଆମର ଯୁବକମାନେ ସେହି ଗୌରବକୁ ପୁନଃ ହାସଲ କରିବା ଦିଗରେ ଦେଶକୁ ବହୁତ ବଡ଼ ଉପହାର ଦେଇଛନ୍ତି । ଆଉ ଏହା ମଧ୍ୟ ସଂଯୋଗର କଥା ଯେ, ଆଜି ହିଁ ୟୁପିର 15 କୋଟି ଲୋକଙ୍କ ପାଇଁ ଏତେ ପୁଣ୍ୟର ଆୟୋଜନ ହୋଇଛି। ମୋର ଗରିବ ପରିବାରର ଭାଇ ଓ ଭଉଣୀମାନଙ୍କୁ, 80 କୋଟିରୁ ଅଧିକ ଲୋକଙ୍କୁ ଖାଦ୍ୟଶସ୍ୟ, ପାଖାପାଖି ଗୋଟିଏ ବର୍ଷରୁ ଅଧିକ ସମୟ ହେବ ମାଗଣାରେ ମିଳୁଛି । କିନ୍ତୁ ମୋତେ ତା’ସହ ସାମିଲ ହୋଇ ଏହି ପୁଣ୍ୟ କାର୍ଯ୍ୟକ୍ରମକୁ ଆସି ଆପଣ ସମସ୍ତଙ୍କର ଦର୍ଶନ କରିବା ପାଇଁ ଆଜି ମୋତେ ସୁଯୋଗ ମିଳୁଛି।

ଭାଇ ଓ ଭଉଣୀମାନେ,

ଗୋଟିଏ ପକ୍ଷରେ ଆମ ଦେଶ, ଆମର ଯୁବକମାନେ ଭାରତ ପାଇଁ ନୂତନ ସିଦ୍ଧି ପ୍ରାପ୍ତ କରୁଛନ୍ତି । ବିଜୟର ଗୋଲ୍‍ ପରେ ଗୋଲ୍‍ ସ୍କୋର କରୁଛନ୍ତି, ସେହିପରି ଦେଶର କିଛି ଲୋକ ଏପରି ମଧ୍ୟ ଅଛନ୍ତି ଯେଉଁମାନେ ରାଜନୀତିର ସ୍ୱାର୍ଥରେ ବୁଡ଼ିରହି ଏପରି କାର୍ଯ୍ୟ କରୁଛନ୍ତି । ଲାଗୁଛି ଯେ ନିଜେ ଗୋଲ୍‍ କରିବାରେ ଲାଗି ପଡ଼ିଛନ୍ତି । ଦେଶ କ’ଣ ଚାହୁଁଛି, ଦେଶ କ’ଣ ହାସଲ କରୁଛି, ଦେଶ କିପରି ବଦଳୁଛି, ସେଥିରେ ସେମାନଙ୍କର କୌଣସି ନେଣଦେଣ ନାହିଁ । ଏହି ଲୋକମାନେ ନିଜ ସ୍ୱାର୍ଥ ପାଇଁ ଦେଶର ସମୟ ଏବଂ ଦେଶର ଭାବନା, ଉଭୟଙ୍କୁ ଆହତ କରିବା ପାଇଁ ଲାଗି ପଡ଼ିଛନ୍ତି । ଭାରତର ସଂସଦର, ଜନ ଭାବନାକୁ ଅଭିବ୍ୟକ୍ତିର ପବିତ୍ର ସ୍ଥାନର, ଏହି ଲୋକମାନେ ନିଜ ରାଜନୈତିକ ସ୍ୱାର୍ଥ ଯୋଗୁଁ ନିରନ୍ତର ଅପମାନ କରୁଛନ୍ତି । ଆଜି ସାରା ଦେଶ, ମାନବ ସମାଜ ଉପରକୁ ଆସିଥିବା ସବୁଠାରୁ ବଡ଼ ସଙ୍କଟ ସହିତ, 100 ବର୍ଷରେ ଆସିଥିବା, ପ୍ରଥମ ଥର ଆସିଥିବା ଏତେ ବଡ଼ ସଙ୍କଟରୁ ବାହାରକୁ ବାହାରିବା ପାଇଁ ମନ- ପ୍ରାଣ ଦେଇ ଦେଶର ପ୍ରତ୍ୟେକ ନାଗରିକ ଲାଗି ପଡ଼ିଛନ୍ତି । ପ୍ରୟାସ କରୁଛନ୍ତି । ଆଉ ଏହି ଲୋକମାନେ, କିପରି ଦେଶ ହିତର କାମକୁ ରୋକା ଯାଇପାରିବ ଏହି ପ୍ରତିଯୋଗିତାରେ ଲାଗି ପଡ଼ିଛନ୍ତି । ଏହି ଦୌଡ଼ରେ ଏକାଠି ହୋଇଛନ୍ତି । କିନ୍ତୁ ସାଥୀଗଣ, ଏହି ମହାନ ଦେଶ, ଏହି ଦେଶର ମହାନ ଜନତା, ଏଭଳି ସ୍ୱାର୍ଥ ଏବଂ ଦେଶ ହିତ ବିରୋଧି ରାଜନୀତିର ବନ୍ଧକ ହୋଇ ପାରିବେ ନାହିଁ । ଏହି ଲୋକମାନେ ଦେଶକୁ, ଦେଶର ବିକାଶକୁ ଅଟକାଇବା ପାଇଁ ଯେତେ ମଧ୍ୟ ପ୍ରୟାସ କରନ୍ତୁ, ଏହି ଦେଶ ସେମାନଙ୍କ ଦ୍ୱାରା ଅଟକି ରହିବା ଭଳି ନୁହେଁ । ସେମାନେ ସଂସଦକୁ ରୋକିବା ପାଇଁ ପ୍ରୟାସ କରୁଛନ୍ତି। କିନ୍ତୁ 130 କୋଟି ଜନତାର ଦେଶକୁ ରୋକିବାକୁ ନ ଦେବା ପାଇଁ ଲାଗି ପଡ଼ିଛନ୍ତି । ପ୍ରତ୍ୟେକ ସମସ୍ୟାକୁ ଆହ୍ୱାନ ଦେଇ, ଦେଶର ପ୍ରତ୍ୟେକ ମୋର୍ଚ୍ଚାରେ ଦ୍ରୁତ ଗତିରେ ଆଗକୁ ବଢ଼଼ୁଛନ୍ତି । କେବଳ ବିଗତ କିଛି ସପ୍ତାହର କିର୍ତ୍ତିମାନକୁ ହିଁ ଦେଖନ୍ତୁ, ଆଉ ଟିକେ ଦେଖନ୍ତୁ, ଯେତେବେଳେ ଦେଶ ନୂଆ କିର୍ତ୍ତିମାନ ସ୍ଥାପିତ କରୁଥିଲା । ଆଉ କିଛି ଲୋକ ଦିଲ୍ଲୀରେ ସଂସଦକୁ ରୋକିବାରେ ଲାଗିଥିଲେ । ମାତ୍ର କିଛି ସପ୍ତାହରେ ଆମେ ଯେଉଁ କିର୍ତ୍ତିମାନ ଦେଖିଲେ, ସେଥିରେ ଭାରତୀୟମାନଙ୍କର ସାମର୍ଥ୍ୟ ଏବଂ ସଫଳତା ଚାରିଆଡ଼ୁ ଦୃଷ୍ଟିଗୋଚର ହେଉଛି । ଅଲିମ୍ପିକ୍ସରେ ଅଦ୍ଭୁତପୂର୍ବ ପ୍ରଦର୍ଶନକୁ ସମ୍ପୂର୍ଣ୍ଣ ଦେଶ ଉତ୍ସାହପୂର୍ବ ଭାବେ ଦେଖୁଛି । ଭାରତ ଟିକାକରଣ କ୍ଷେତ୍ରରେ ମଧ୍ୟ 50 କୋଟିର ସୋପାନର ଅତି ନିକଟତମ ଦ୍ୱାରଦେଶରେ ଆସି ପହଞ୍ଚିଯାଇଛି। ଦେଖୁ-ଦେଖୁ ତାହାକୁ ମଧ୍ୟ ଅତିକ୍ରମ କରିଯିବ । ଏହି କରୋନା ସମୟରେ ମଧ୍ୟ ଭାରତୀୟ ମାନଙ୍କର ଉଦ୍ୟମ ନୂତନ କିର୍ତ୍ତିମାନ ପ୍ରତିଷ୍ଠା କରୁଛି । ଜୁଲାଇ ମାସରେ ଜିଏସଟି ସଂଗ୍ରହ ହେଉ ଅବା ଆମର ରପ୍ତାନୀ ହେଉ, ଏହା ନୂତନ ଶୀଖର ଛୁଉଁଛି । ଜୁଲାଇରେ 1 ଲକ୍ଷ 16 ହଜାର କୋଟି ଟଙ୍କାର ଜିଏସଟି ସଂଗ୍ରହ ହେବା ଏହି କଥାକୁ ଦର୍ଶାଉଛି ଯେ ଅର୍ଥବ୍ୟବସ୍ଥା ପୁଣି ଗତିଶୀଳ ହେବାରେ ଲାଗିଛି । ସେହିପରି ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଗୋଟିଏ ମାସରେ ଭାରତର ରପ୍ତାନୀ ଅଢ଼େଇ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇ ପାରିଛି । ଅଢ଼େଇ ଲକ୍ଷ କୋଟି ଟଙ୍କାରୁ ଅଧିକ ଅତିକ୍ରମ କରିଯା​‌​‌ଇଛି । ଅଢ଼େଇ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବା, ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଏହି ମାସରେ ହୋଇଛି । କୃଷି ରପ୍ତାନୀରେ ଆମେ ଦଶକ-ଦଶକ ପରେ ବିଶ୍ୱର ଶ୍ରେଷ୍ଠ- 10 ଦେଶ ମଧ୍ୟରେ ସାମିଲ ହୋଇ ପାରିଛେ । ଭାରତକୁ କୃଷି ପ୍ରଧାନ ଦେଶ କୁହାଯାଏ । କିନ୍ତୁ ବହୁ ଦଶକ ପରେ ଶ୍ରେଷ୍ଠ- 10ରେ ଆମ ନାମ ସ୍ଥାନ ପାଇଛି । ଭାରତର ଗୌରବ, ଦେଶର ପ୍ରଥମ ମେଡ-ଇନ୍‍- ଇଣ୍ଡିଆ, ବିମାନ ବାହୀ ପୋତ ବିକ୍ରାନ୍ତ, ସମୁଦ୍ରରେ ନିଜର ଅଭ୍ୟାସ ଆରମ୍ଭ କରି ଦେଇଛି । ପ୍ରତ୍ୟେକ ଆହ୍ୱାନକୁ ଚ୍ୟାଲେଞ୍ଜ ଦେଇ ଭାରତ ଲଦ୍ଦାଖରେ ବିଶ୍ୱର ସର୍ବୋଚ୍ଚ ଯାନବାହାନ ଚଳାଚଳ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ କରିଛି । ନିକଟରେ ହିଁ ଭାରତ ଇ-ରୁପିର ଶୁଭାରମ୍ଭ କରିଛି, ଯାହା ଆଗାମୀ ସମୟରେ ଡିଜିଟାଲ ଇଣ୍ଡିଆକୁ ସୁଦୃଢ କରିବ ଏବଂ ଜନ କଲ୍ୟାଣକାରୀ ଯୋଜନାକୁ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ପରିପୂର୍ଣ୍ଣ କରିବ ।

ସାଥୀଗଣ,

ଯେଉଁ ଲୋକ କେବଳ ନିଜ ପଦ ପାଇଁ ସମସ୍ୟାରେ ଅଛନ୍ତି, ସେମାନେ ଏବେ ଭାରତକୁ ଅଟକାଇ ପାରିବେ ନାହିଁ । ନୂଆ ଭାରତ, ପଦ ନୁହେଁ ପଦକ ଜିତି କରି ବିଶ୍ୱରେ ଛାଇ ଯାଉଛି । ନୂତନ ଭାରତରେ ଆଗକୁ ବଢ଼ିବାର ମାର୍ଗ ପରିବାର ନୁହେଁ, ବରଂ ପରିଶ୍ରମରେ ସ୍ଥିର ହେବ । ଆଉ ଏଥିପାଇଁ, ଆଜି ଭାରତର ଯୁବକ କହୁଛନ୍ତି- ଭାରତ ଆଗେଇ ଚାଲିଛି, ଭାରତର ଯୁବକ ଆଗେଇ ଛାଲିଛନ୍ତି।

ସାଥୀଗଣ,

ଏହି ଶୃଙ୍ଖଳରେ ଯୋଗୀ ମହାଶୟ ଆଉ ତାଙ୍କ ସରକାର ଆଜିକାର ଏ ଯେଉଁ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ତାହା ଆହୁରି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ଏହି ସଙ୍କଟ ସମୟରେ, ଜଣେ ମଧ୍ୟ ଗରିବ ଏପରି ନ ରୁହନ୍ତୁ, ଯାହାଙ୍କ ଘରେ ରାସନ ନ ଥାଉ, ଏହା ସୁନିଶ୍ଚିତ କରିବା ହେଉଛି ବହୁତ ଜରୁରୀ ।

ସାଥୀଗଣ,

ଶହେ ବର୍ଷରେ ଏହା ହେଉଛି ସବୁଠାରୁ ବଡ଼ ସଙ୍କଟ ଯାହାକି କେବଳ ମହାମାରୀର ନୁହେଁ । ବରଂ ଏହା କେତେକ ମୋର୍ଚ୍ଚାରେ ଦେଶ ଏବଂ ବିଶ୍ୱର ଶହ ଶହ କୋଟି ଜନସଂଖ୍ୟାକୁ, ସମ୍ପୂର୍ଣ୍ଣ ମାନବଜାତିକୁ ନିଜ କବଳକୁ ନେଇ ସାରିଛି । ଆଉ ତାହା ସବୁଠାରୁ ଏକ ବଡ଼ ଆହ୍ୱାନ ସୃଷ୍ଟି କରୁଛି। ଅତୀତରେ ଆମେ ଅନୁଭବ କରିଛୁ ଯେ ଯେତେବେଳେ ପୂର୍ବରୁ ଦେଶ ଉପରେ ଏଭଳି ବଡ଼ ସଙ୍କଟ ଆସୁଥିଲା, ସେତେବେଳେ ଦେଶର ସମସ୍ତ ବ୍ୟବସ୍ଥାଗୁଡ଼ିକ ଖୁବ୍‍ ସାଂଘାତିକ ଭାବେ ପ୍ରଭାବିତ ହୋଇ ଯାଉଥିଲା, ଦୋହଲି ଯାଉଥିଲା । ଲୋକମାନଙ୍କର ବିଶ୍ୱାସ ମଧ୍ୟ ଟଳମଟଳ ହୋଇ ଯାଉଥିଲା । କିନ୍ତୁ ଆଜି ଭାରତ, ଭାରତର ପ୍ରତ୍ୟେକ ନାଗରିକ ସମ୍ପୂର୍ଣ୍ଣ ଶକ୍ତିର ସହିତ ଏହି ମହାମାରୀର ମୁକାବିଲା କରୁଛନ୍ତି । ମେଡିକାଲ ସେବା ସହିତ ଜଡ଼ିତ ଭିତ୍ତିଭୂମି ହେଉ, ଦୁନିଆର ସବୁଠାରୁ ବଡ଼ ନିଶୁଳ୍କ ଟିକାକରଣ ଅଭିଯାନ ବ୍ୟବସ୍ଥା ହେଉ କିମ୍ବା ପୁଣି ଭାରତବାସୀଙ୍କୁ ଭୋକ ଉପାସରୁ ବଞ୍ଚାଇବାର ସବୁଠାରୁ ବଡ଼ ଅଭିଯାନ ହେଉ, ଲକ୍ଷ-ଲକ୍ଷ, କୋଟି-କୋଟି ଟଙ୍କାର ଏହି କାର୍ଯ୍ୟକ୍ରମରେ ଆଜି ଭାରତ ସଫଳତାର ସହିତ ଆଗକୁ ବଢ଼଼ୁଛି । ମହାମାରୀର ଏହି ସଙ୍କଟ ମଧ୍ୟରେ, ଭାରତ ବୃହତ ମାତ୍ରାରେ ରୋଜଗାର ସୃଷ୍ଟି କରିବା ଭଳି ଲୋକ ଆଉ ବଡ଼- ବଡ଼ ବୃହତ ଭିତିଭୂମି ପ୍ରକଳ୍ପଗୁଡ଼ିକୁ ମଧ୍ୟ ଅଟକିବାକୁ ଦେଇ ନାହିଁ । ମୁଁ ଖୁସି ଯେ, ୟୁପି ଏବଂ ୟୁପିର ଲୋକମାନେ ଦେଶର ସାମର୍ଥ୍ୟକୁ ବୃଦ୍ଧି କରିବା ପାଇଁ, କାନ୍ଧରେ କାନ୍ଧ ମିଳାଇ କାର୍ଯ୍ୟ କରିଛନ୍ତି। ୟୁପିରେ ଚାଲୁଥିବା ରାଜପଥ, ଏକ୍ସପ୍ରେସ୍‍ ୱେ ଏବଂ ଉତ୍ସର୍ଗୀକୃତ ଫ୍ରେଟ କରିଡର ଏବଂ ପ୍ରତିରକ୍ଷା କରିଡର ଭଳି ପ୍ରକଳ୍ପ ଯେଉଁ ଗତିରେ ଆଗକୁ ବଢ଼଼ୁଛି । ଏହା ହେଉଛି ତାହାର ଜ୍ୱଳନ୍ତ ଉଦାହରଣ।

ସାଥୀଗଣ,

ଏତେ ସଙ୍କଟ ମଧ୍ୟରେ ଆଜି ଦେଶ ରାସନରୁ ନେଇ ଅନ୍ୟାନ୍ୟ ଖାଦ୍ୟ-ପାନୀୟ ଜିନିଷ ଗୁଡ଼ିକର ଦରଦାମ୍‍ ସବୁକୁ ଦେଖି ସମଗ୍ର ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଯେଭଳି ଭାବେ ଆମକୁ ଜଣାଅଛି ଛୋଟରୁ ଅତି ଛୋଟ ବନ୍ୟା ଆସିଯାଏ, ତେବେ ମଧ୍ୟ ଦୁଗ୍ଧ ଏବଂ ପନିପରିବାର ଦର କେତେ ବଢ଼ି ଯାଇଥାଏ। ଟିକେ ଅସୁବିଧା ହେଲେ ମୂଲ୍ୟ କେତେ ପରିମାଣରେ ବଢ଼଼ି ଯାଇଥାଏ। ଆମ ସାମ୍ନାରେ ମଧ୍ୟ ବହୁତ ବଡ଼ ଆହ୍ୱାନ ରହିଛି । କିନ୍ତୁ ମୁଁ ମୋର ଗରିବ ମଧ୍ୟମବର୍ଗର ଭାଇ ଭଉଣୀମାନଙ୍କୁ ଭରସା ଦେଉଛି । ଆମେ ପୂର୍ଣ୍ଣମାତ୍ରାରେ ଚେଷ୍ଟା କରୁଛୁ । ଫଳରେ ଏହାକୁ ନିୟନ୍ତ୍ରଣରେ ରଖିପାରିବୁ, ଆଉ ଏହା ମଧ୍ୟ ଆପଣମାନଙ୍କ ସହଯୋଗ ଦ୍ୱାରା ହିଁ ସମ୍ଭବପର ହୋଇ ପାରିବ । କରୋନା କାଳରେ ମଧ୍ୟ କୃଷିକାର୍ଯ୍ୟ ଏବଂ ଏହା ସହିତ ଜଡ଼ିତ କାର୍ଯ୍ୟଗୁଡ଼ିକୁ ବନ୍ଦ ହେବାକୁ ଦିଆଯାଇ ନାହିଁ, ସେଗୁଡ଼ିକୁ ପୂର୍ଣ୍ଣ ସତର୍କତାର ସହିତ ଜାରି ରଖାଗଲା । କୃଷକମାନଙ୍କୁ ବିହନରୁ ନେଇ ସାର ପର୍ପ୍ୟନ୍ତ ଆଉ ପୁଣି ଉତ୍ପାଦିତ ଦ୍ରବ୍ୟକୁ ବିକ୍ରି କରିବାରେ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ନଡ଼ୁ, ସେଥିାଇଁ ଉଚିତ ବ୍ୟବସ୍ଥା କରାଗଲା। ଏହାର ପରିଣାମ ଏହା ହେଲା ଯେ ଆମ କୃଷକମାନେ ରେକର୍ଡ ସ୍ତରର ଉତ୍ପାଦନ କଲେ ଏବଂ ସରକାର ମଧ୍ୟ ଏମଏସପିରେ କ୍ରୟ କରିବାରେ ନୂତନ ରେକର୍ଡ ସ୍ଥାପିତ କଲେ। ଆଉ ଆମର ଯୋଗୀ ମହାଶୟଙ୍କ ସରକାର ତ, ବିଗତ 4 ବର୍ଷରେ ଏମଏସିରେ କ୍ରୟ କରିବାରେ ପ୍ରତିବର୍ଷ ନୂଆ-ନୂଆ ରେକର୍ଡ ସ୍ଥାପିତ କରିଛନ୍ତି। ୟୁପିରେ ଚଳିତ ବର୍ଷ ଗହମ ଏବଂ ଧାନ କ୍ରୟରେ ଗତ ବର୍ଷ ତୁଳନାରେ ପ୍ରାୟତଃ ଦୁଇ ଗୁଣା ଏମଏସିର ଲାଭ କୃଷକମାନଙ୍କୁ ହୋଇ ସାରିଛି । ୟୁପିର 13 ଲକ୍ଷରୁ ଅଧିକ କୃଷକ ପରିବାରଙ୍କୁ ସେମାନଙ୍କର ଉତ୍ପାଦନର ପାଖାପାଖି 24 ହଜାର କୋଟି ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାରେ ପହଞ୍ଚାଯାଇଛି।

ସାଥୀଗଣ,

କେନ୍ଦ୍ର ଏବଂ ଉତ୍ତର ପ୍ରଦେଶର ଡବଲ ଇଞ୍ଜିନ ସରକାର ସାଧାରଣ ଜନତାଙ୍କର ସୁବିଧା ଏବଂ ସଶକ୍ତି କରଣ ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି । କରୋନା ସମୟ ପରେ ମଧ୍ୟ ଗରିବଙ୍କୁ ସୁବିଧା ପ୍ରଦାନ କରିବାର ଅଭିଯାନ ମନ୍ଥର ପଡ଼ିନାହିଁ । ୟୁପିରେ ଏର୍ଯ୍ୟନ୍ତ 17 ଲକ୍ଷରୁ ଅଧିକ ଗ୍ରାମୀଣ ଏବଂ ସହରୀ ଗରିବ ପରିବାରଙ୍କୁ ନିଜର ପକ୍କା ଘର ମଞ୍ଜୁର ହୋଇ ସାରିଛି । ଲକ୍ଷ-ଲକ୍ଷ ଗରିବ ପରିବାରଙ୍କୁ ଘରେ ହିଁ ଶୌଚାଳୟର ସୁବିଧା ମିଳିଛି । ପ୍ରାୟତଃ ଦେଢ଼କୋଟି ଗରିବ ପରିବାରଙ୍କୁ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ମାଗଣା ଗ୍ୟାସ ସଂଯୋଗ ଏବଂ ଲକ୍ଷ-ଲକ୍ଷ ପରିବାରଙ୍କୁ ବିଜୁଳି ସଂଯୋଗ ଦିଆଯାଇଛି। ପ୍ରତି ଘରକୁ ପାନୀୟ ଜଳ ପହଞ୍ଚାଇବାର ମିଶନ ମଧ୍ୟ ୟୁପିରେ ଦ୍ରୁତ ଗତିରେ ଆଗକୁ ବଢ଼଼ୁଛି। ବିଗତ 2 ବର୍ଷ ମଧ୍ୟରେ ୟୁପିରେ 27 ଲକ୍ଷ ଗ୍ରାମୀଣ ପରିବାରଙ୍କ ପାଖରେ ପାଇପ୍‍ ଯୋଗେ ପାନୀୟ ଜଳ ପହଞ୍ଚାଯାଇ ସାରିଛି।

ଭାଇ ଓ ଭଉଣୀମାନେ,

ଡବଲ ଇଞ୍ଜିନର ସରକାର ଏହା ସୁନିଶ୍ଚିତ କରିଛନ୍ତି ଯେ ଗରିବ, ଦଳିତ, ପଛୁଆ, ଆଦିବାସୀମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଯୋଜନା ସବୁ ଦ୍ରୁତ ଗତିରେ ଏହି ମାଟିରେ ଲାଗୁ ହେଉ । ପିଏମ ସ୍ୱନିଧି ଯୋଜନା ମଧ୍ୟ ହେଉଛି ଏହାର ଏକ ବଡ଼ ଉଦାହରଣ। କରୋନା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିରେ, ଏହି କରୋନା କାଳରେ ଯେଉଁଭଳି ପରିସ୍ଥିତି ସୃଷ୍ଟି ହେଲା, ରାସ୍ତା କଡରେ ଠେଲା, ଉଠା ଦୋକାନ ଖୋଲିଥିବା ଭାଇ-ଭଉଣୀମାନଙ୍କର ଜୀବିକା ପୁଣି ଥରେ ଧାରାକୁ ଆସିଯାଉ ଏଥିପାଇଁ ସେମାନଙ୍କୁ ବ୍ୟାଙ୍କ ସହିତ ଯୋଡ଼ାଗଲା । ବହୁତ କମ୍‍ ସମୟରେ ହିଁ ଏହି ଯୋଜନା ମାଧ୍ୟମରେ ୟୁପିର ପାଖାପାଖି 10 ଲକ୍ଷ ସାଥୀଗଣଙ୍କୁ ଏହାର ଲାଭ ଦେବାର ପ୍ରକ୍ରିୟା ଆରମ୍ଭ ହୋଇଛି।

ସାଥୀଗଣ,

ବିଗତ ଦଶକଗୁଡ଼ିକରେ ଉତ୍ତର ପ୍ରଦେଶର ସଦା ସର୍ବଦା କ’ଣ ପରିଚୟ ସୃଷ୍ଟି ହୋଇଥିଲା, କ’ଣ ଉଲ୍ଲେଖ ହେଉଥିଲା, ଉତର ପ୍ରଦେଶର ଆପଣଙ୍କର ମନେଥିବ । ଉତରପ୍ରଦେଶକୁ ସଦା ସର୍ବଦା ରାଜନୀତିର ଚଷମାରେ ଦେଖା ଯାଇଛି । ୟୁପି ଦେଶର ବିକାଶରେ ମଧ୍ୟ ଅଗ୍ରଣୀ ଭୂମିକା ତୁଲାଇ ପାରିବ, ଏହାର ଚର୍ଚ୍ଚା ମଧ୍ୟ ଟିକେ ହେବାକୁ ଦିଆଗଲା ନାହିଁ । ଦିଲ୍ଲୀର ସିଂହାସନର ରାସ୍ତା, ୟୁପି ମଧ୍ୟ ଦେଇ ଯାଇଥାଏ, ଏଭଳି ସ୍ୱପ୍ନ ଦେଖୁଥିବା ଭଳି ଲୋକ ତ ବହୁତ ଆସିଲେ ଆଉ ଗଲେ, କିନ୍ତୁ ଏଭଳି ଲୋକମାନେ କେବେ ହେଲେ ମଧ୍ୟ ମନେ ରଖିଲେ ନାହିଁ ଯେ ଭାରତର ସମୃଦ୍ଧିର ପଥ ୟୁପି ମଧ୍ୟ ଦେଇ ଯାଇଥାଏ। ଏହି ଲୋକମାନେ ଉତ୍ତରପ୍ରଦେଶକୁ କେବଳ ରାଜନୀତିର କେନ୍ଦ୍ର କରି ରଖିଥିଲେ । କେହି ବଂଶବାଦ ପାଇଁ, କେହି ନିଜର ପରିବାର ପାଇଁ, କେହି ନିଜର ରାଜନୈତିକ ସ୍ୱାର୍ଥ ପାଇଁ, ୟୁପିକୁ କେବଳ ବ୍ୟବହାର କଲେ । ଏହି ଲୋକମାନେ ସଂକୀର୍ଣ୍ଣ ରାଜନୀତିରେ, ଭାରତର ଏତେ ବଡ଼ ରାଜ୍ୟକୁ ଭାରତର ଆର୍ଥିକ ପ୍ରଗତି ସହିତ ଯୋଡ଼ାଗଲା ନାହିଁ। ହଁ, କିଛି ଲୋକ ନିଶ୍ଚିତ ରୂପେ ସମୃଦ୍ଧ ହୋଇଗଲେ, କିଛି ପରିବାର ନିଶ୍ଚିତ ଭାବେ ଆଗକୁ ବଢ଼଼ିଛନ୍ତି । ଏହି ଲୋକମାନେ ୟୁପିକୁ ନୁହେଁ ବରଂ ନିଜକୁ ସମୃଦ୍ଧ କଲେ । ମୁଁ ଖୁସି ଯେ ଆଜି ଉତ୍ତର ପ୍ରଦେଶ, ଏଭଳି ଲୋକମାନଙ୍କର କୁଚକ୍ରରୁ ବାହାରକୁ ବାହାରି ଆସି ଆଗକୁ ବଢ଼଼ୁଛି । ଡବଲ ଇଞ୍ଜିନର ସରକାର ୟୁପିର ସାମର୍ଥ୍ୟକୁ ଏକ ସଙ୍କୁଚିତ ଦୃଷ୍ଟିଭଙ୍ଗୀରେ ଦେଖିବାର ପଦ୍ଧତିକୁ ବଦଳାଇ ପାରିଛି । ୟୁପି ଭାରତର ଅଭିବୃଦ୍ଧି ଇଞ୍ଜିନର ପାୱାର ହାଉସ୍‍ ହୋଇ ପାରିବ, ଏହି ଆତ୍ମବିଶ୍ୱାସ ବିଗତ ବର୍ଷମାନଙ୍କରେ ସୃଷ୍ଟି ହୋଇ ପାରିଛି । ୟୁପିର ଇତିହାସରେ ପ୍ରଥମ ଥର ପାଇଁ ସାଧାରଣ ଯୁବକମାନଙ୍କର ସ୍ୱପ୍ନର କଥା କୁହାଯାଉଛି । ୟୁପିର ଇତିହାସରେ ପ୍ରଥମ ଥର ପାଇଁ ଅପରାଧୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ୟୁପିର ଇତିହାସରେ ପ୍ରଥମ ଥର ପାଇଁ, ଗରିବମାନଙ୍କୁ କଷ୍ଟ ଦେଲାବାଲା, ଦୁର୍ବଳ ବର୍ଗଙ୍କୁ ଡରାଇ-ଧମକାଇ ଆଉ ଅବୈଧ କବ୍‍ଜା କରିବା ଭଳି ଲୋକମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି ।

ଯେଉଁ ବ୍ୟବସ୍ଥାକୁ ଭ୍ରଷ୍ଟାଚାର ଏବଂ ଭାଇ-ଭଣଜାବାଦର ଅଭ୍ୟାସ ହୋଇ ଯାଇଥିଲା, ସେଥିରେ ସାର୍ଥକ ପରିବର୍ତ୍ତନ ଆରମ୍ଭ ହୋଇଛି । ଆଜି ୟୁପିରେ ସୁନିଶ୍ଚିତ କରାଯାଉଛି ଯେ ଜନତାଙ୍କ ଭାଗର ଏକ-ଏକ ପଇସା ସିଧାସଳଖ ଜନତାଙ୍କ ଖାତାରେ ପହଞ୍ଚୁ, ଜନତାଙ୍କୁ ଲାଭ ହେଉ । ଆଜି ୟୁପି ନିବେଶ କେନ୍ଦ୍ର ଭାବେ ଉଭା ହେଉଛି । ବଡ଼-ବଡ଼ କମ୍ପାନୀ ଆଜି ୟୁପି ଆସିବା ପାଇଁ ଲାଳାୟିତ ହେଉଛନ୍ତି । ୟୁପିରେ ଭିତିଭୂମିର ବୃହତ ପ୍ରକଳ୍ପମାନ ନିର୍ମାଣ କରାଯାଉଛି, ଶିଳ୍ପ କରିଡର ଭାବେ ସ୍ଥାପିତ ହେଉଛି, ରୋଜଗାରର ନୂତନ ଅବସର ପ୍ରସ୍ତୁତ ହେଉଛି।

ଭାଇ ଓ ଭଉଣୀମାନେ,

ଉତରପ୍ରଦେଶ, ଏଠାକାର ପରିଶ୍ରମୀ ଲୋକ, ଆତ୍ମନିର୍ଭର ଭାରତ, ଏକ ବୈଭବଶାଳୀ ଭାରତର ନିର୍ମାଣର ହେଉଛନ୍ତି ବହୁତ ବଡ଼ ଆଧାର। ଆଜି ଆମେ ସ୍ୱାଧୀନତାର 75 ବର୍ଷର ପର୍ବ ପାଳନ କରୁଛେ, ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛେ । ଏହି ମହୋତ୍ସବ କେବଳ ସ୍ୱାଧୀନତାର ଉତ୍ସବ ହିଁ ନୁହେଁ । ବରଂ ଏହା ହେଉଛି ଆଗାମୀ 25 ବର୍ଷ ପାଇଁ ବଡ଼-ବଡ଼ ଲକ୍ଷ୍ୟ, ବଡ଼-ବଡ଼ ସଂକଳ୍ପର ଅବସର । ଏହି ସଂକଳ୍ପ ଗୁଡ଼ିକରେ ଉତ୍ତରପ୍ରଦେଶର ବହୁତ ବଡ଼ ଭାଗିଦାରୀ ରହିଛି, ବହୁତ ବଡ଼ ଦାୟିତ୍ୱ ରହିଛି । ବିଗତ ଦଶକ ଗୁଡ଼ିକରେ ଉତ୍ତରପ୍ରଦେଶ ଯାହା ହାସଲ କରି ପାରି ନାହିଁ, ଏବେ ସେଗୁଡ଼ିକୁ ହାସଲ କରିବାର ସମୟ ଆସିଛି । ଏହି ଦଶକ ଉତ୍ତରପ୍ରଦେଶର ବିଗତ 7 ଦଶକରେ ଯେଉଁ ଅଭାବ ରହି ଯାଇଛି ତାହାର ପରିପୂରଣ କରିବାର ହେଉଛି ଦଶକ। ଏହି କାର୍ଯ୍ୟ ୟୁପିର ସାଧାରଣ ଯୁବକ, ଆମର ଝିଅ, ଗରିବ, ଦଳିତ, ବଞ୍ଚିତ, ପଛୁଆ ବର୍ଗଙ୍କର ପର୍ଯ୍ୟାପ୍ତ ଭାଗିଦାରୀ ଆଉ ସେମାନଙ୍କୁ ଉନ୍ନତ ଅବସର ଯୋଗାଇ ନ ଦେଲେ ହୋଇ ପାରିବ ନାହିଁ। ସମସ୍ତଙ୍କ ସହିତ ସମସ୍ତଙ୍କର ବିକାଶ ଏବଂ ସମସ୍ତଙ୍କର ବିଶ୍ୱାସ ଏହି ମନ୍ତ୍ରର ସହିତ ଆମେ ଆଗକୁ ବଢ଼ୁଛୁ । ବିଗତ ସମୟରେ ଶିକ୍ଷା ସହିତ ଜଡ଼ିତ ଏଭଳି ଦୁଇଟି ନିଷ୍ପତ୍ତି ରହିଛି, ଯାହାର ବହୁତ ବଡ଼ ହିତାଧିକାରୀ ଉତରପ୍ରଦେଶ ହେବାକୁ ଯାଉଛି । ପ୍ରଥମ ନିଷ୍ପତ୍ତି ଇଞ୍ଜିନୟରିଂର ପାଠପଢ଼଼ା ସହିତ ଜଡିତ । ଇଞ୍ଜିନୟରିଂ ଏବଂ ବୈଷୟିକ ଶିକ୍ଷା ସହିତ ଜଡ଼ିତ ପାଠପଢ଼଼ା ସହିତ ୟୁପିର ଗାଁ ଏବଂ ଗରିବଙ୍କ ସନ୍ତାନ ବହୁତ ମାତ୍ରାରେ ଭାଷା ସମସ୍ୟା କାରଣରୁ ବଞ୍ଚିତ ହୋଇ ରହି ଯାଉଥିଲେ। ଏବେ ଏହି ବାଧ୍ୟ ବାଧକତାକୁ ଶେଷ କରି ଦିଆଯାଇଛି । ହିନ୍ଦୀ ସହିତ ଅନେକ ଭାରତୀୟ ଭାଷାଗୁଡ଼ିକରେ ଇଞ୍ଜିନୟରିଂ ଏବଂ ବୈଷୟିକ ଶିକ୍ଷାର ପାଠପଢ଼଼ା ଆରମ୍ଭ ହେଉଛି । ଆଧୁନିକ ଟେକ୍ନୋଲୋଜିର ଉପଯୋଗ କରି, ସର୍ବୋତ୍ତମ ପାଠ୍ୟକ୍ରମ, ଶ୍ରେଷ୍ଠ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଦେଶର ଅନେକ ରାଜ୍ୟଗୁଡ଼ିକର ସଂସ୍ଥାନ ସବୁ ଏହି ସୁବିଧା ଲାଗୁ କରିବା ଆରମ୍ଭ କରି ଦେଲେଣି ।

ଭାଇ ଓ ଭଉଣୀମାନେ,

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଡାକ୍ତରୀ ଶିକ୍ଷା ସହିତ ଯୋଡ଼ି ହୋଇଛି । ଡାକ୍ତରୀ ଶିକ୍ଷାରେ ଅଖିଳ ଭାରତୀୟ ସଂରକ୍ଷଣ କୋଟାରୁ ଓବିସିଙ୍କୁ, ପଛୁଆ ବର୍ଗଙ୍କୁ ସଂରକ୍ଷଣ ପରିସର ଭିତରୁ ବାହାରେ ରଖା ଯାଇଥିଲା । ଏହି ସ୍ଥିତିକୁ ପରିବର୍ତନ କରି ନିକଟରେ ଆମ ସରକାର ଏଥିରେ ଓବିସିଙ୍କୁ 27 ପ୍ରତିଶତ ସଂରକ୍ଷଣ ଦେଇଛନ୍ତି । କେବଳ ଏତିକି ନୁହେଁ, ସାଧାରଣ ବର୍ଗର, ଗରିବ ପରିବାରର ପିଲାମାନଙ୍କ ପାଇଁ ମଧ୍ୟ ଯେଉଁ 10 ପ୍ରତିଶତ ସଂରକ୍ଷଣ ରହିଛି, ତାହାକୁ ମଧ୍ୟ ଚଳିତ ଶିକ୍ଷାବର୍ଷରୁ ଲାଗୁ କରାଯାଇଛି । ଏହି ନିଷ୍ପତ୍ତି ଦ୍ୱାରା ଡାକ୍ତରୀ ପେଶାରେ ଯେଉଁମାନେ ଡାକ୍ତର ହେବାକୁ ଚାହୁଁଛନ୍ତି, ସେହି କ୍ଷେତ୍ରରେ ଏକ ବଡ଼ ପ୍ରତିଭା ପୁଲ୍‍ଙ୍କୁ ସୁଯୋଗ ମିଳିପାରିବ ଆଉ ସମାଜର ପ୍ରତ୍ୟେକ ବର୍ଗଙ୍କୁ ଆଗକୁ ବଢ଼଼ିବା ପାଇଁ, ଉନ୍ନତ କରିବା ପାଇଁ, ପ୍ରୋତ୍ସାହନ ମିଳିବ । ଗରିବ ପିଲାମାନଙ୍କୁ ଡାକ୍ତର ହେବାର ରାସ୍ତା ଖୋଲି ଯାଇଛି।

ଭାଇ ଓ ଭଉଣୀମାନେ,

ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ବିଗତ ବର୍ଷମାନଙ୍କରେ ଉତ୍ତରପ୍ରଦେଶରେ ଅଦ୍ଭୁତପୂର୍ବ କାର୍ଯ୍ୟ ହୋଇଛି । କଳ୍ପନା କରନ୍ତୁ 4-5 ବର୍ଷ ପୂର୍ବେ ଯଦି କରୋନା ଭଳି ବୈଶ୍ୱିକ ମହାମାରୀ ଆସି ଥାଆନ୍ତା ତେବେ ୟୁପିର ସ୍ଥିତି କ’ଣ ହୋଇ ଥାଆନ୍ତା ? ସେତେବେଳେ ତ, ସାଧାରଣ ଥଣ୍ଡା-ଜ୍ୱର, ହଇଜା ଭଳି ରୋଗ ମଧ୍ୟ ଜୀବନ ପାଇଁ ସଙ୍କଟ ସୃଷ୍ଟି କରୁଥିଲା । ଆଜି ଉତ୍ତରପ୍ରଦେଶ କରୋନା ଟିକାକରଣ ମାମଲାରେ ପାଖାପାଖି ପାଞ୍ଚକୋଟି ପଚିଶ ଲକ୍ଷର ସୋପାନରେ ପହଞ୍ଚିବାରେ ପ୍ରଥମ ରାଜ୍ୟ ହେବାକୁ ଯାଉଛି । ତାହା ମଧ୍ୟ ସେତେବେଳେ ଯେତେବେଳେ କେବଳ ମାତ୍ର ରାଜନୈତିକ ବିରୋଧ ପାଇଁ ମେଡ୍‍ ଇନ୍‍ ଇଣ୍ଡିଆ (ଭାରତରେ ପ୍ରସ୍ତୁତ) ଟିକାକୁ ନେଇ କିଛି ଲୋକମାନଙ୍କ ଦ୍ୱାରା ଭ୍ରମାତ୍ମକ ତଥ୍ୟ ପ୍ରଚାରିତ କରାଗଲା, ମିଥ୍ୟା ଅପପ୍ରଚାର କରାଗଲା । କିନ୍ତୁ ୟୁପିର ବୁଦ୍ଧିମାନ ଜନତା ପ୍ରତ୍ୟେକ ଭ୍ରମ, ପ୍ରତ୍ୟେକ ମିଥ୍ୟାକୁ ଅଣଦେଖା କରିଗଲେ। ମୋର ବିଶ୍ୱାସ ରହିଛି ଯେ, ଉତ୍ତରପ୍ରଦେଶ, ସମସ୍ତଙ୍କୁ ଟିକା-ମାଗଣା ଟିକା ଅଭିଯାନକୁ ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼଼ାଇବ। ଆଉ ମାସ୍କ, ଦୁଇ ଗଜର ଦୂରତାର ନିୟମରେ କୋହଳ ହେବାକୁ ଦେବା ନାହିଁ । ଆଉ ଥରେ ପୁଣି ପିଏମ୍‍ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମସ୍ତ ହିତାଧିକାରୀଙ୍କୁ ମୁଁ ବହୁତ-ବହୁତ ଶୁଭକାମନା ଜଣାଉଛି । ଆଉ ଆସୁଥିବା ସମୟ ହେଉଛି ପାର୍ବଣର ସମୟ । ଦୀପାବଳୀ ପର୍ଯ୍ୟନ୍ତ ପର୍ବ ହିଁ ପର୍ବ ପର୍ବାଣୀ ଆସୁଛି । ଆଉ ଏଥିପାଇଁ ଆମେ ସ୍ଥିର କରିଛୁ ଯେ ପର୍ବ ପର୍ବାଣୀ ଗୁଡ଼ିକରେ ଆମର କୌଣସି ଗରିବ ପରିବାରଙ୍କୁ କଷ୍ଟ ନ ହେଉ । ଏଥିାଇଁ ଦୀପାବଳୀ ପର୍ଯ୍ୟନ୍ତ ଏହି ମାଗଣା ରାସନ ପ୍ରଦାନ କରିବା ଚାଲୁ ରହିବ। ମୁଁ ଆଉ ଥରେ ପୁଣି ଆପଣ ସମସ୍ତଙ୍କୁ ଆସୁଥିବା ସମସ୍ତ ପାର୍ବଣ ଗୁଡ଼ିକ ପାଇଁ ବହୁତ-ବହୁତ ଶୁଭକାମନା ଜଣାଉଛି । ଆପଣ ସୁସ୍ଥ ରୁହନ୍ତୁ, ଆପଣଙ୍କ ପରିବାର ସୁସ୍ଥ ରହୁ।

 ବହୁତ-ବହୁତ ଧନ୍ୟବାଦ !!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
President’s address on the eve of 80th Independence Day reflects the nation’s strength and inspires renewed determination for a Viksit Bharat: PM
August 14, 2026

Prime Minister Shri Narendra Modi today lauded the address delivered by President of India, Smt. Droupadi Murmu, on the eve of 80th Independence Day noting that it was motivating and thoughtful.

The Prime Minister observed that her thoughts reflect the strength of our nation and the aspirations of every Indian. He stated that her message inspires us all to work with renewed determination for a Viksit Bharat.

In a post on X, the Prime Minister shared:

"A motivating and thoughtful address by Rashtrapati Ji on the eve of Independence Day.

Her thoughts reflect the strength of our nation and the aspirations of every Indian.

Her message inspires us all to work with renewed determination for a Viksit Bharat.

@rashtrapatibhvn"