“ମୁଁ ଏଠାରେ ପ୍ରଧାନମନ୍ତ୍ରୀ ଭାବେ ନୁହେଁ ପରିବାର ସଦସ୍ୟ ଭାବେ ଉପସ୍ଥିତ ଅଛି ଯିଏ ପରିବାର ସହିତ ଚାରି ପୀଢି ଧରି ଜଡିତ ଅଛି”
“ପରିବର୍ତ୍ତିତ ସମୟ ଓ ବିକାଶ ମାନଦଣ୍ଡରେ ଦାଉଦୀ ବୋହରା ସମ୍ପ୍ରଦାୟ ନିଜକୁ ପ୍ରତିପାଦିତ କରିଛି, ଅଲଜାମିଆ-ତୁସ- ସୈଫିୟା ଭଳି ସଂସ୍ଥା ଏହାର ଜ୍ୱଳନ୍ତ ଉଦାହରଣ”
“ନୂଆ ଜାତୀୟ ଶିକ୍ଷା ନୀତି ଭଳି ସଂସ୍କାର ସହ ଅମୃତ କାଳକୁ ଆଗେଇ ନେବାକୁ ଦେଶ ଦେଶ ସଂକଳ୍ପବଦ୍ଧ”
“ଭାରତୀୟ ଲୋକାଚାର ସହ ଆଧୁନିକ ଶିକ୍ଷା ବ୍ୟବସ୍ଥା ଦେଶର ପ୍ରାଥମିକତା”
ଶୈକ୍ଷିକ ଭିତ୍ତିଭୂମିର ଗତି ଓ ପରିମାଣ ଏହାର ସାକ୍ଷୀ ଯେ, ଭାରତ ଯୁବ ପ୍ରତିଭାଙ୍କ ଗନ୍ତାଘର ପାଲଟିବାକୁ ଯାଉଛି ଯାହା ସାରା ବିଶ୍ୱକୁ ନୂଆ ରୂପ ଦେବ
ଆମ ଯୁବପୀଢି ପ୍ରକୃତ ବିଶ୍ୱର ସମସ୍ୟାଗୁଡିକ ପାଇଁ ପ୍ରସ୍ତୁତ ଏବଂ ସକ୍ରିୟ ଭାବେ ସେଗୁଡିକର ସମାଧାନ ଖୋଜୁଛନ୍ତି
ଆଜି ଦେଶ ନିଯୁକ୍ତି ସୃଷ୍ଟିକାରୀଙ୍କ ସହ ଛିଡା ହୋଇଛି ଓ ବିଶ୍ୱାସର ତନ୍ତ୍ର ସୃଷ୍ଟି ହୋଇଛି
ଭାରତ ଭଳି ଦେଶ ପାଇଁ ବିକାଶ ଓ ଐତିହ୍ୟ ସମ ଗୁରୁତ୍ୱପୂର୍ଣ୍ଣ

ପରମପାବନ ସୈୟଦନା ମୁଫଦଲ୍ ଜି, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମହାଶୟ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ମହାଶୟ, ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ସମସ୍ତ ମାନ୍ୟବର ମହାନୁଭବ !

ଆପଣ ସଭିଙ୍କ ମଧ୍ୟରେ ରହିବା ମୋ ପାଇଁ ପରିବାରକୁ ଆସିବା ପରି ଅଟେ। ଏବଂ ମୁଁ ଯେଉଁ ଭିଡିଓ ଆଜି ଆପଣଙ୍କର ଦେଖିଲି, ଫିଲ୍ମ ଦେଖିଲି, ମୋର ଗୋଟିଏ ଅଭିଯୋଗ ଅଛି ଏବଂ ମୁଁ ଚାହିଁବି ଯେ ଆପଣ ଏଥିରେ ସୁଧାର କରିବେ, ଆପଣ ବାରମ୍ବାର ଏଥିରେ ମାନନୀୟ ମୁଖ୍ୟମନ୍ତ୍ରୀ, ମାନନୀୟ ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଆପଣଙ୍କ ପରିବାରର ସଦସ୍ୟ, ଏଠାରେ ମୁଁ ପ୍ରଧାନମନ୍ତ୍ରୀ ନୁହେଁ କିମ୍ବା ମୁଖ୍ୟମନ୍ତ୍ରୀ ନୁହେଁ ଏବଂ ମୋତେ ଯେଉଁ ସୌଭାଗ୍ୟ ମିଳିଛି, ତାହା ବହୁତ କମ୍ ଲୋକମାନଙ୍କୁ ମିଳିଥାଏ। ମୁଁ 4 ପୀଢ଼ି ଧରି ଏହି ପରିବାର ସହିତ ଜଡ଼ିତ ରହିଛି, 4 ପିଢ଼ି ଓ ସମସ୍ତ ଚାରି ପିଢ଼ି ମୋର ଘରକୁ ଆସିଛନ୍ତି। ଏପରି ସୌଭାଗ୍ୟ ବହୁତ କମ୍ ଲୋକମାନଙ୍କୁ ମିଳିଥାଏ ଏବଂ ଏଥିପାଇଁ ମୁଁ କହୁଛି ଯେ ଫିଲ୍ମରେ ଯେଉଁ ବାରମ୍ବାର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ସମ୍ବୋଧନ ରହିଛି ସେଥିରେ କିଛି ସଂଶୋଧନ କରାଯାଉ। ମୁଁ ତ ଆପଣଙ୍କ ପରିବାରର ସଦସ୍ୟ ଏବଂ ପ୍ରତି ଥର ଏକ ପରିବାର ସଦସ୍ୟ ଭାବରେ ଆସିବାର ଯେତେବେଳେ ସୁଯୋଗ ମିଳିଥାଏ ମୋର ଖୁସି ବହୁ ଗୁଣା ବଢ଼ି ଯାଇଥାଏ। କୌଣସି ସମୁଦାୟ, କୌଣସି ସମାଜ ବା ସଙ୍ଗଠନ, ତାହାର ପରିଚୟ ଏହି ବିଷୟରେ ହୋଇଥାଏ ଯେ ସେ ସମୟ ଅନୁସାରେ ନିଜର ପ୍ରାସଙ୍ଗିକତାକୁ କେତେ ବାଜୟ ରଖିପାରୁଛି। ସମୟ ସହିତ ପରିବର୍ତ୍ତନ ଏବଂ ବିକାଶର ଏହି ପୃଷ୍ଠଭୂମିରେ ଦାଉଦି ଭୋରା ଗୋଷ୍ଠୀ ସର୍ବଦା ନିଜକୁ ପ୍ରମାଣିତ କରିଛି। ଆଜି ଅଲଜେମିଆ-ତୁସ-ସୈଫିୟା ପରି ଶିକ୍ଷାର ମହତ୍ତ୍ବପୂର୍ଣ୍ଣ କେନ୍ଦ୍ରର ବିସ୍ତାର ଏହାର ଜ୍ବଳନ୍ତ ଉଦାହରଣ ଅଟେ। ମୁଁ ସଂସ୍ଥାରେ ସାମିଲ୍ ଥିବା ସମସ୍ତ ବ୍ୟକ୍ତିକୁ ମୁମ୍ବାଇ ଶାଖା ଆରମ୍ଭ ହେବା ଏବଂ 150 ବର୍ଷ ପୁରୁଣା ସ୍ବପ୍ନ ପୂରଣ ହୋଇଛି, ଆପଣ ସାକାର କରିଛନ୍ତି, ଏଥିପାଇଁ ମୁଁ ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ମୋର ହୃଦୟରୁ ଏହି ଅଭିନନ୍ଦନ ଜଣାଉଛି। 

ବନ୍ଧୁଗଣ, 

ଏଠାରେ କୌଣସି ବ୍ୟକ୍ତି ନଥିବେ ଯିଏ ଜାଣନ୍ତି ନାହିଁ ଯେ ଦାଉଦି ଭୋରା ସମ୍ପ୍ରଦାୟ ସହିତ ମୋର ସମ୍ପର୍କ କେତେ ପୁରୁଣା। ମୁଁ ଦୁନିଆର ଯେଉଁଠାରେ ରହିଥାଏ ନା କାହିଁକି ତାଙ୍କର ପ୍ରେମ ସର୍ବଦା ମୋ ସହିତ ରହିଛି। ଏବଂ ମୁଁ ସବୁବେଳେ ଗୋଟିଏ କଥା କହିଥାଏ । ସୟଦନା ସାହେବଙ୍କୁ ବୋଧହୁଏ 99 ବର୍ଷ ହୋଇଥିଲା। ମୁଁ ଭକ୍ତି ସହିତ ତାଙ୍କ ପାଖକୁ ଗଲି । 99 ବର୍ଷ ବୟସରେ ସେ ପିଲାମାନଙ୍କୁ ଶିକ୍ଷା ଦେଉଥିଲେ! ସେହି ଘଟଣା ମୋତେ ବହୁତ ପ୍ରେରଣା ଦିଏ । ସୟଦନା ସାହେବଙ୍କୁ ନୂତନ ପୀଢ଼ିକୁ ତାଲିମ ଦେବା ପାଇଁ କେତେ ବଡ଼ ପ୍ରତିବଦ୍ଧତା ଥିଲା! ସେ 99 ବର୍ଷ ବୟସରେ ମଧ୍ୟ ପିଲାମାନଙ୍କୁ ଶିକ୍ଷା ଦେଉଥିଲେ ଏବଂ ମୁଁ ବିଶ୍ୱାସ କରେ 800-1000 ପିଲା ଏକାଠି ଅଧ୍ୟୟନ କରୁଥିଲେ । ସେହି ଦୃଶ୍ୟ ସର୍ବଦା ମୋ ହୃଦୟକୁ ପ୍ରେରଣା ଦେଇଥାଏ । ଗୁଜୁରାଟରେ ରହୁଥିବାବେଳେ ଆମେ ପରସ୍ପର ସହିତ ଅତି ନିକଟତର ଭାବେ କାମ କରିଛୁ । ଆମେ ଏକାଠି ଅନେକ ସୃଜନଶୀଳ ପ୍ରୟାସକୁ ଆଗକୁ ନେଇଛୁ । ଏବଂ ମୋର ମନେ ଅଛି ଯେ ଆମେ ସୟଦନା ସାହେବଙ୍କ ଶତବାର୍ଷିକୀ ପାଳନ କରୁଥିଲୁ ଏବଂ ସୁରଟରେ ଆମର ଏକ ବିରାଟ ସମାବେଶ ହୋଇଥିଲା ଏବଂ ମୁଁ ମଧ୍ୟ ସେଠାରେ ଥିଲି । ସେଠାରେ ସୟଦନା ସାହେବ ମୋତେ କହିଥିଲେ - ତୁମେ ମୋତେ କୁହ ମୁଁ କେଉଁ କାମ କରିବା ଉଚିତ୍? ମୁଁ କହିଲି, ମୁଁ କାମ ବିଷୟରେ ଆପଣଙ୍କୁ କହିବା ପାଇଁ କିଏ? କିନ୍ତୁ ସେ ବହୁତ ଜିଦ୍ ଧରିଥିଲେ, ତେଣୁ ମୁଁ କହିଲି, ଦେଖନ୍ତୁ, ଗୁଜୁରାଟରେ ସବୁବେଳେ ଜଳ ସଙ୍କଟ ଦେଖାଦେଇଥାଏ, ଆପଣ ଏହା ବିଷୟରେ କିଛି କରିବା ଉଚିତ୍। ଏତେ ବର୍ଷ ପରେ ବି ଆଜି ମଧ୍ୟ ଭୋରା ସମ୍ପ୍ରଦାୟର ଲୋକମାନେ ଜଳ ସଂରକ୍ଷଣ କାର୍ଯ୍ୟରେ ହୃଦୟ ସହିତ ଜଡିତ ଅଛନ୍ତି। ମୁଁ ସୌଭାଗ୍ୟବାନ୍ ଏବଂ ସେଥିପାଇଁ ମୁଁ କହୁଛି ଯେ ଜଳ ସଂରକ୍ଷଣ ଅଭିଯାନ ଏବଂ କୁପୋଷଣ ବିରୋଧରେ ସଂଗ୍ରାମ ଭଳି ଉଦାହରଣ ଦେଇ ସମାଜ ଏବଂ ସରକାର ପରସ୍ପରର ଶକ୍ତି ହୋଇପାରିବେ। ଆମେ ମିଶି କରି ତାହା କରିଛୁ ଏବଂ ଏଥିପାଇଁ ମୁ ନିଜକୁ ଗର୍ବିତ ମନେ କରୁଛି। ଏବଂ ବିଶେଷ କରି ଯେତେବେଳେ ବି ମୁଁ ପରମପାବନ ସୟଦନା ମହମ୍ମଦ ବୁରହାନୁଦ୍ଦିନ ସାହେବଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇଥିଲି, ତାଙ୍କର କାର୍ଯ୍ୟକଳାପ ଏବଂ ସହଯୋଗ ମୋ ପାଇଁ ଏକ ମାର୍ଗଦର୍ଶିକା ହୋଇପାରିଛି । ମୁଁ ବହୁତ ଶକ୍ତି ପାଇଥିଲି। ଏବଂ ଯେତେବେଳେ ମୁଁ ଗୁଜରାଟରୁ ଦିଲ୍ଲୀ ଗଲି, ଆପଣ ଦାୟୀତ୍ବ ଗ୍ରହଣ କଲେ। ସେହି ପ୍ରେମ ଏବେ ବି ଅଛି ଏବଂ ସେହି ପ୍ରକ୍ରିୟା ଜାରି ରହିଛି । ପରମପାବନ ଡକ୍ଟର ସୟଦନା ମୁଫାଦଲ ସୈଫୁଦ୍ଦିନ ସାହେବ ଏବଂ ଆପଣ ସମସ୍ତେ ଇନ୍ଦୋର କାର୍ଯ୍ୟକ୍ରମରେ ଦେଇଥିବା ସ୍ନେହ ମୋ ପାଇଁ ଅମୂଲ୍ୟ ଅଟେ।

ବନ୍ଧୁଗଣ, 

କେବଳ ଦେଶରେ ନୁହେଁ, ଯେପରି ମୁଁ କହିଥିଲି, ଯେତେବେଳେ ବି ମୁଁ ବିଦେଶ ଯାଏ, ମୋର ଅନେକ ଭୋରା ଭାଇ ଓ ଭଉଣୀ ଆସି ବିମାନବନ୍ଦରରେ ମୋତେ ଅପେକ୍ଷା କରିଥାନ୍ତି। ଯଦିଓ ମୁଁ ଭୋର 2 ଟାରେ ଅବତରଣ କରେ, ବିମାନ ବନ୍ଦରରେ 2-5 ପରିବାର ସେଠାରେ ପହଞ୍ଚି ଯାଇଥାନ୍ତି। ମୁଁ ସେମାନଙ୍କୁ କହେ – ଆପଣ ଏତେ ଥଣ୍ଡା ପାଗରେ ଏତେ କଷ୍ଟ କାହିଁକି କଲେ? ଆପଣ କାହିଁକି ଏତେ କଷ୍ଟ କରୁଛନ୍ତି? ସେମାନେ କୁହନ୍ତି - "ଆପଣ ଏଠାକୁ ଆସିଛନ୍ତି, ତେଣୁ ଆମକୁ ଆସିବାକୁ ପଡିଲା" । ସେ ଦୁନିଆର ଯେଉଁ କୋଣରେ ଥାଆନ୍ତୁ ନା କାହିଁକି ଯେଉଁ ଦେଶରେ ରହିଥାନ୍ତୁ ନା କାହିଁକି ଭାରତ ପ୍ରତି ତାଙ୍କର ପ୍ରେମ ଏବଂ ଚିନ୍ତା ତାଙ୍କ ହୃଦୟରେ ସର୍ବଦା ଦୃଶ୍ୟମାନ ହୁଏ। ଆପଣଙ୍କର ଭାବନା ଏବଂ ଏହି ପ୍ରେମ ମୋତେ ବାରମ୍ବାର ଆପଣଙ୍କ ଆଡକୁ ଆକର୍ଷିତ କରେ ।

ବନ୍ଧୁଗଣ,

କିଛି ପ୍ରୟାସ ଏବଂ କିଛି ସଫଳତା ଏପରି ଅଟେ ଯାହା ସେମାନଙ୍କ ପଛରେ ଦଶନ୍ଧି ପୁରୁଣା ସ୍ୱପ୍ନ ରହିଥାଏ। ମୁଁ ଜାଣେ ଯେ ମୁମ୍ବାଇ ଶାଖା ଆକାରରେ ଅଲଜାମିଆ-ତୁସ୍-ସୈଫିଆର ସମ୍ପ୍ରସାରଣ ପରମପାବନ ସୟଦନା ଅବଦୁଲ କାଦିର ନଇମୁଦ୍ଦିନ ସାହାବଙ୍କର ଦଶନ୍ଧି ପୂର୍ବରୁ ସ୍ବପ୍ନ ଥିଲା। ସେତେବେଳେ ଦେଶ ଔପନିବେଶିକ ଶାସନ ଅଧୀନରେ ଥିଲା। ଶିକ୍ଷା କ୍ଷେତ୍ରରେ ଏଭଳି ଏକ ବଡ଼ ସ୍ୱପ୍ନ ନିଶ୍ଚିତ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଥିଲା। କିନ୍ତୁ ସଠିକ୍ ଚିନ୍ତାଧାରା ସହିତ ସ୍ୱପ୍ନଗୁଡ଼ିକ ପୂରଣ ହେବାକୁ ସମ୍ଭବ । ଆଜି ଯେତେବେଳେ ଦେଶ 'ଆଜାଦି କା ଅମୃତକାଲ' ଆଡକୁ ଯାତ୍ରା ଆରମ୍ଭ କରୁଛି, ସେତେବେଳେ ଶିକ୍ଷା କ୍ଷେତ୍ରରେ ଭୋରା ସମ୍ପ୍ରଦାୟର ଏହି ଅବଦାନର ଗୁରୁତ୍ୱ ଆହୁରି ବଢ଼ି ଯାଉଛି ଏବଂ ଯେତେବେଳେ ମୁଁ 75 ବର୍ଷର ସ୍ବାଧୀନତା ବିଷୟରେ ଚିନ୍ତା କରେ, ମୁଁ ନିଶ୍ଚିତ ଭାବରେ ଗୋଟିଏ କଥା ଉଲ୍ଲେଖ କରିବି ଏବଂ ମୁଁ ଆପଣଙ୍କୁ ଅନୁରୋଧ କରେ ଯେ ଯେତେବେଳେ ଆପଣ ସୁରଟ କିମ୍ବା ମୁମ୍ବାଇ ଯାଆନ୍ତି, ଥରେ ଦାଣ୍ଡି ପରିଦର୍ଶନ କରନ୍ତୁ; ଦାଣ୍ଡି ଯାତ୍ରା ମହାତ୍ମା ଗାନ୍ଧୀଙ୍କ ଦ୍ବାରା ସ୍ବାଧୀନତାର ଏକ ଟର୍ଣ୍ଣିଂ ପଏଣ୍ଟ ଥିଲା। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୋ ପାଇଁ, ଦାଣ୍ଡିରେ ଲବଣ ସତ୍ୟଗ୍ରାହ ପୂର୍ବରୁ ଗାନ୍ଧୀ ଜୀ ଦାଣ୍ଡିରେ ଆପଣଙ୍କ ଘରେ ରହିଥିଲେ ଏବଂ ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲି, ସେତେବେଳେ ମୁଁ ସୟଦନା ସାହେବଙ୍କୁ ଅନୁରୋଧ କରିଥିଲି। ମୁଁ ସୟଦନା ସାହେବଙ୍କୁ କହିଲି ଯେ ମୋର ହୃଦୟରେ ମୋର ବହୁତ ଇଚ୍ଛା ଅଛି । କୌଣସି ଦ୍ୱିତୀୟ ଚିନ୍ତା ନକରି, ସମୁଦ୍ର ସାମ୍ନାରେ ଥିବା ସେହି ବିରାଟ ବଙ୍ଗଳା ମୋତେ ଦିଆଗଲା ଏବଂ ଆଜି ସେଠାରେ ଦାଣ୍ଡି ଯାତ୍ରାର ସ୍ମୃତିରେ ଏକ ସୁନ୍ଦର ସ୍ମାରକୀ ନିର୍ମାଣ କରାଯାଇଛି । ସୟଦନା ସାହେବଙ୍କ ସେହି ସ୍ମୃତି ଦାଣ୍ଡି ଯାତ୍ରା ସହିତ ଅମର ହୋଇଯାଇଛି। ଆଜି ଆମର ଦେଶରେ ନୂତନ ଜାତୀୟ ଶିକ୍ଷା ନୀତି ପରି ସଂସ୍କାର ଆସିଛି। ବହୁ ପୁରାତନ ତଥା ବର୍ତ୍ତମାନର କୁଳପତିମାନେ ଏଠାରେ ବସିଛନ୍ତି। ସମସ୍ତେ ମୋର ବନ୍ଧୁ ହୋଇଛନ୍ତି | ମହିଳା ଏବଂ ଝିଅମାନେ ଆଧୁନିକ ଶିକ୍ଷା ପାଇଁ ନୂତନ ସୁଯୋଗ ପାଇଛନ୍ତି । ଅଲଜାମିଆ-ତୁସ୍-ସୈଫିୟା ମଧ୍ୟ ଏହି ମିଶନ୍ ଏବଂ ସଂକଳ୍ପ ସହିତ ଆଗକୁ ବଢ଼ୁଛନ୍ତି ଯାହାକୁ ଆମେ 'ଅମୃତକାଲ୍' ରେ ଆଗକୁ ନେଉଛୁ। ଆଧୁନିକ ପାଠ୍ୟକ୍ରମ ଅନୁଯାୟୀ ଆପଣଙ୍କର ପାଠ୍ୟକ୍ରମ ମଧ୍ୟ ଅପଗ୍ରେଡ୍ ହୋଇ ରହିଥାଏ, ଏବଂ ଆପଣଙ୍କର ଚିନ୍ତାଧାରା ମଧ୍ୟ ସଂପୂର୍ଣ୍ଣ ଅପଡେଟ୍ ହୋଇ ରହିଥାଏ । ବିଶେଷ ଭାବରେ, ମହିଳା ଶିକ୍ଷାରେ ଏହି ଅନୁଷ୍ଠାନର ଅବଦାନ ସାମାଜିକ ପରିବର୍ତ୍ତନ ପାଇଁ ଏକ ନୂତନ ପ୍ରେରଣା ଯୋଗାଉଛି ।

ବନ୍ଧୁଗଣ,

ଶିକ୍ଷା କ୍ଷେତ୍ରରେ, ଭାରତ ଏକଦା ନାଳନ୍ଦା ଏବଂ ତକ୍ଷଶିଳା ପରି ବିଶ୍ୱବିଦ୍ୟାଳୟର କେନ୍ଦ୍ର ଥିଲା। ବିଶ୍ବର ବିଭିନ୍ନ ସ୍ଥାନରୁ ଲୋକମାନେ ଅଧ୍ୟୟନ ଏବଂ ଶିଖିବା ପାଇଁ ଏଠାକୁ ଆସୁଥିଲେ। ଯଦି ଆମେ ଭାରତର ଗୌରବ ଫେରାଇ ଆଣିବାକୁ ଚାହୁଁ, ତେବେ ଶିକ୍ଷାର ସେହି ଗୌରବକୁ ମଧ୍ୟ ଫେରାଇ ଆଣିବା ଆବଶ୍ୟକ । ସେଥିପାଇଁ, ଆଜି ଭାରତୀୟ ଶୈଳୀରେ ଗଠିତ ଆଧୁନିକ ଶିକ୍ଷା ବ୍ୟବସ୍ଥା ଦେଶର ପ୍ରାଥମିକତା ଅଟେ। ଆମେ ସମାନ ଭାବରେ ପ୍ରତ୍ୟେକ ସ୍ତରରେ କାର୍ଯ୍ୟ କରୁଛୁ। ଆପଣ ନିଶ୍ଚୟ ଦେଖିଥିବେ; ଗତ 8 ବର୍ଷରେ ଏକ ରେକର୍ଡ ସଂଖ୍ୟକ ବିଶ୍ୱବିଦ୍ୟାଳୟ ମଧ୍ୟ ଖୋଲିଛି। ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଯୁବକମାନଙ୍କ ମଧ୍ୟରେ ଅଧିକ ଆଗ୍ରହ ରହିଛି ଏବଂ ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ୍ କଲେଜ ଖୋଲୁଛୁ । ଆପଣ ଦେଖିଥିବେ 2004 ରୁ 2014 ମଧ୍ୟରେ ଦେଶରେ 145 ଟି ମେଡିକାଲ କଲେଜ ଖୋଲା ଯାଇଥିଲା। 2014 ରୁ 2022 ମଧ୍ୟରେ 260 ରୁ ଅଧିକ ମେଡିକାଲ୍ କଲେଜ ଖୋଲା ଯାଇଥିବା ବେଳେ ଗତ 8 ବର୍ଷ ମଧ୍ୟରେ ଦେଶରେ ପ୍ରତି ସପ୍ତାହରେ ଗୋଟିଏ ବିଶ୍ୱବିଦ୍ୟାଳୟ ଏବଂ ଦୁଇଟି କଲେଜ ଖୋଲା ଯାଇଛି ଏବଂ ଏହା ଅତ୍ୟନ୍ତ ଆନନ୍ଦଦାୟକ ବିଷୟ । ଗତି ଏବଂ ସ୍କେଲ ହେଉଛି ଏହାର ଏକ ପ୍ରମାଣ ଏବଂ ଭାରତ ସେହି ଯୁବ ପୀଢ଼ିର ଏକ ସ୍ରୋତ ହେବାକୁ ଯାଉଛି, ଯାହା ବିଶ୍ବକୁ ଭବିଷ୍ୟତରେ ଦିଗଦର୍ଶନ ପ୍ରଦାନ କରିବ। 

ବନ୍ଧୁଗଣ,

ମହାତ୍ମା ଗାନ୍ଧୀ କହୁଥିଲେ- ଶିକ୍ଷା ଆମ ଚାରିପାଖରେ ଥିବା ପରିସ୍ଥିତି ସହିତ ଅନୁରୂପ ହେବା ଉଚିତ, କେବଳ ସେତେବେଳେ ଏହାର ମହତ୍ତ୍ୱ ଅକ୍ଷୁର୍ଣ୍ଣ ରହିପାରିବ। ସେଥିପାଇଁ ଦେଶ ଶିକ୍ଷା ବ୍ୟବସ୍ଥାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ଏହି ପରିବର୍ତ୍ତନ ହେଉଛି ଶିକ୍ଷା ବ୍ୟବସ୍ଥାରେ ସ୍ଥାନୀୟ ଭାଷାକୁ ଗୁରୁତ୍ୱ ଦେବା। ଗୁଜୁରାଟୀରେ କବିତା ମାଧ୍ୟମରେ ଆମର ବନ୍ଧୁମାନେ ଜୀବନର ମୂଲ୍ୟବୋଧ ବିଷୟରେ କିପରି ଭାବରେ ଆଲୋଚନା କଲେ ଆମେ ଦେଖିଲୁ। ଜଣେ ଗୁଜୁରାଟୀ ଭାବରେ, ମୁଁ ଶବ୍ଦର ଅନ୍ତର୍ନିହିତ ଭାବନାକୁ ଗ୍ରହଣ କରିବାକୁ ସକ୍ଷମ ହେଲି। ମୁଁ ମାତୃଭାଷାର ଶକ୍ତି ଅନୁଭବ କରିପାରିଲି ।

ବନ୍ଧୁଗଣ,

ଦାସତ୍ୱ କାଳରେ ବ୍ରିଟିଶମାନେ ଇଂରାଜୀକୁ ଶିକ୍ଷା ପାଇଁ ଏକ ମାନକ କରିଥିଲେ। ଦୁର୍ଭାଗ୍ୟବଶତଃ, ସ୍ୱାଧୀନତା ପରେ ମଧ୍ୟ, ଆମେ ସେହି ନିମ୍ନମାନର ଭାବନା ବହନ କରିଥିଲୁ। ସବୁଠାରୁ ବଡ କ୍ଷତି ଆମର ଗରିବ, ଦଲିତ, ପଛୁଆ ଏବଂ ଦୁର୍ବଳ ବିଭାଗର ପିଲାମାନେ ସମ୍ମୁଖୀନ ହୋଇଥିଲେ। ପ୍ରତିଭା ଥିବା ସତ୍ତ୍ବେ ସେମାନଙ୍କୁ କେବଳ ଭାଷା ଆଧାରରେ ପ୍ରତିଯୋଗିତାରୁ ବାହାର କରି ଦିଆ ଯାଉଥିଲା। କିନ୍ତୁ ବର୍ତ୍ତମାନ, ମେଡିକାଲ୍ ଏବଂ ଇଞ୍ଜିନିୟରିଂ ପରି କ୍ଷେତ୍ରଗୁଡିକ ମଧ୍ୟ ସ୍ଥାନୀୟ ଭାଷାରେ ଅଧ୍ୟୟନ କରାଯାଇପାରିବ । ସେହିଭଳି ଭାରତୀୟ ଆବଶ୍ୟକତା ଅନୁଯାୟୀ ଦେଶ ଅନ୍ୟାନ୍ୟ ଅନେକ ସଂସ୍କାର ଆଣିଛି। ବର୍ଷ ବର୍ଷ ଧରି, ଆମେ ପେଟେଣ୍ଟ ଇକୋ-ସିଷ୍ଟମରେ କାମ କରିଛୁ ଏବଂ ପେଟେଣ୍ଟ ଦାଖଲ କରିବା ସହଜ କରିଛୁ। ପୂର୍ବାପେକ୍ଷା ଆଜି ଆଇଆଇଟି, ଆଇଆଇଏସସି ପରି ଅନୁଷ୍ଠାନରେ ଅଧିକ ପେଟେଣ୍ଟ ଦାଖଲ କରାଯାଉଛି। ଆଜି ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜି ବହୁଳ ଭାବରେ ବ୍ୟବହୃତ ହେଉଛି । ସେଥିପାଇଁ ବିଦ୍ୟାଳୟରେ ଶିକ୍ଷଣ ଉପକରଣଗୁଡ଼ିକ ବ୍ୟବହୃତ ହେଉଛି । ବର୍ତ୍ତମାନ ଯୁବକମାନେ କେବଳ ପୁସ୍ତକ ଜ୍ଞାନ ନୁହେଁ ବରଂ ଦକ୍ଷତା, ପ୍ରଯୁକ୍ତିବିଦ୍ୟା ଏବଂ ନୂତନତ୍ୱ ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି । ଫଳସ୍ୱରୂପ, ଆମର ଯୁବକମାନେ ବାସ୍ତବ ଦୁନିଆର ସମସ୍ୟା ପାଇଁ ପ୍ରସ୍ତୁତ ହେଉଛନ୍ତି | ସେମାନେ ଏହି ସମସ୍ୟାର ସମାଧାନ ଖୋଜୁଛନ୍ତି।

ବନ୍ଧୁଗଣ,

ଯେ କୌଣସି ଦେଶରେ ଏହାର ଶିକ୍ଷା ବ୍ୟବସ୍ଥା ଏବଂ ଏହାର ଶିଳ୍ପ ଇକୋସିଷ୍ଟମ୍ ଦୃଢ଼ ହେବା ଆବଶ୍ୟକ। ଉଭୟ ଅନୁଷ୍ଠାନ ଏବଂ ଶିଳ୍ପ ପରସ୍ପରର ପରିପୂରକ ଅଟନ୍ତି। ଏହି ଦୁଇଟି ବିଷୟ ଯୁବକଙ୍କ ଭବିଷ୍ୟତ ପାଇଁ ମୂଳଦୁଆ ପକାଇଥାନ୍ତି। ଦାଉଦି ଭୋରା ସମ୍ପ୍ରଦାୟର ଲୋକମାନେ ବିଶେଷ ଭାବରେ ବ୍ୟବସାୟରେ ବହୁତ ସକ୍ରିୟ ଏବଂ ସଫଳ ଅଟନ୍ତି । ଗତ 8-9 ବର୍ଷ ମଧ୍ୟରେ, ଆପଣ 'ବ୍ୟବସାୟର ସହଜତା' ଦିଗରେ ଐତିହାସିକ ସଂସ୍କାର ଦେଖିଛନ୍ତି ଏବଂ ଏହାର ପ୍ରଭାବ ଅନୁଭବ କରିଛନ୍ତି । ଏହି ଅବଧି ମଧ୍ୟରେ, ଦେଶ 40,000 ନିୟମକୁ ରଦ୍ଦ କରି ଶହ ଶହ ବ୍ୟବସ୍ଥାକୁ ଅପରାଧୀକରଣରୁ ମୁକ୍ତ କରିଥିଲା। ପୂର୍ବରୁ ଏଭଳି ନିୟମ ଦ୍ୱାରା ଉଦ୍ୟୋଗୀମାନେ ହଇରାଣ ହେଉଥିଲେ। ଏହା ସେମାନଙ୍କ ବ୍ୟବସାୟକୁ ପ୍ରଭାବିତ କରୁଥିଲା। କିନ୍ତୁ ଆଜି ସରକାର ନିଯୁକ୍ତି ପ୍ରଦାନକାରୀଙ୍କ ସହ ଛିଡା ହୋଇଛନ୍ତି ଏବଂ ସେମାନଙ୍କୁ ସମ୍ପୂର୍ଣ୍ଣ ସହାୟତା କରୁଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଏକ ଅଦ୍ୱିତୀୟ ବିଶ୍ୱାସର ପରିବେଶ ସୃଷ୍ଟି ହୋଇଛି। 42 ଟି କେନ୍ଦ୍ରୀୟ ଅଧିନିୟମରେ ସଂସ୍କାର ଆଣିବା ପାଇଁ ଆମେ ଜନ ବିଶ୍ୱାସ ବିଲ୍‌ ଆଣିଛୁ। ବ୍ୟବସାୟୀଙ୍କ ଉପରେ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ, ଆମେ ‘ବିବାଦ ସେ ବିଶ୍ୱାସ’ ଯୋଜନା ପ୍ରସ୍ତୁତ କରିଛୁ। ଏହି ବଜେଟରେ ଟିକସ ହାରରେ ସଂସ୍କାର ଆଣିବା ଭଳି ଅନେକ ପଦକ୍ଷେପ ନିଆଯାଇଛି। ଏହା କର୍ମଚାରୀ ଏବଂ ଉଦ୍ୟୋଗୀଙ୍କ ହାତରେ ଅଧିକ ଟଙ୍କା ଆଣିବ। ଏହି ପରିବର୍ତ୍ତନ ଯୁବକମାନଙ୍କ ପାଇଁ ବିଭିନ୍ନ ସୁଯୋଗ ସୃଷ୍ଟି କରିବ ଯେଉଁମାନେ ନିଯୁକ୍ତି ପ୍ରଦାନକାରୀ ହେବାର ସ୍ୱପ୍ନ ଦେଖୁଛନ୍ତି ।

ବନ୍ଧୁଗଣ,

ଏକ ଦେଶ ଭାବରେ ଉଭୟ ବିକାଶ ତଥା ଐତିହ୍ୟ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହା ମଧ୍ୟ ଭାରତର ପ୍ରତ୍ୟେକ ସମ୍ପ୍ରଦାୟ, ଗୋଷ୍ଠୀ ଏବଂ ଆଦର୍ଶର ବିଶେଷତ୍ବ ଅଟେ। ସେଥିପାଇଁ ଆଜି ପରମ୍ପରା ଏବଂ ଆଧୁନିକତାର ମିଳନ ସହିତ ଦେଶ ବିକାଶ ପଥରେ ଆଗକୁ ବଢ଼ୁଛି। ଗୋଟିଏ ପଟେ ଦେଶରେ ଆଧୁନିକ ଭୌତିକ ଭିତ୍ତିଭୂମି ନିର୍ମାଣ କରାଯାଉଥିବାବେଳେ ସେହି ସମୟରେ ଦେଶ ମଧ୍ୟ ସାମାଜିକ ଭିତ୍ତିଭୂମିରେ ନିବେଶ କରୁଛି। ଆଜି ଆମେ କେବଳ ଉତ୍ସବର ପ୍ରାଚୀନ ପରମ୍ପରାକୁ ପାଳନ କରୁନାହୁଁ, ବରଂ ପର୍ବ ସମୟରେ ସପିଂ ପାଇଁ ଆଧୁନିକ ଜ୍ଞାନ କୌଶଳ ମାଧ୍ୟମରେ ପେମେଣ୍ଟ ମଧ୍ୟ କରୁଛୁ। ଆପଣ ନିଶ୍ଚିତ ଭାବରେ ଦେଖିଥିବେ, ଏହି ବଜେଟରେ, ନୂତନ କୌଶଳ ସାହାଯ୍ୟରେ ପ୍ରାଚୀନ ରେକର୍ଡଗୁଡ଼ିକୁ ଡିଜିଟାଇଜ୍ କରିବାକୁ ଏକ ଘୋଷଣା ମଧ୍ୟ କରାଯାଇଛି ଏବଂ ମୁଁ ବର୍ତ୍ତମାନ ଆମର ହସ୍ତଲିଖନ ପୁରାଣକୁ ଦେଖୁଥିଲି ଯାହା ବହୁ ଶତାବ୍ଦୀ ପୁରୁଣା ଏବଂ ଏହି ଦିଗରେ ଭାରତ ସରକାରଙ୍କର ଏକ ପ୍ରମୁଖ ଯୋଜନା ଅଛି। ତେଣୁ ମୁଁ ସବୁକିଛି ଡିଜିଟାଇଜ୍ କରିବାକୁ ସରକାରଙ୍କୁ ଅନୁରୋଧ କରିଛି। ଏହା ଆଗାମୀ ପୀଢ଼ି ପାଇଁ ନିଶ୍ଚିତ ଭାବରେ ଉପଯୋଗୀ ହେବ | ମୁଁ ଚାହୁଁଛି ଯେ ସମସ୍ତ ସମାଜ, ସମସ୍ତ ଦଳ ଏହିପରି ଉଦ୍ୟମ ଜାରି ରଖିବାକୁ ଆଗକୁ ଆସନ୍ତୁ। ଯଦି କୌଣସି ସମ୍ବନ୍ଧୀୟ ପ୍ରାଚୀନ ଗ୍ରନ୍ଥ ଅଛି, ସେଗୁଡ଼ିକୁ ଡିଜିଟାଇଜେସନ୍ କରାଯିବା ଉଚିତ । ସମ୍ପ୍ରତି ମୁଁ ମୋଙ୍ଗୋଲିଆ ପରିଦର୍ଶନ କରିଥିଲି । ମଙ୍ଗୋଲିଆରେ ଭଗବାନ ବୁଦ୍ଧଙ୍କ ସମୟରୁ କିଛି ହସ୍ତଲିଖନ କାଗଜାତ ଥିଲା। ବର୍ତ୍ତମାନ ଏହା ସେଠାରେ ରହିଛି। ତେଣୁ ମୁଁ ସେମାନଙ୍କୁ ଏହାକୁ ଦେବାକୁ କହିଲି ଯାହାଦ୍ବାରା ମୁଁ ଏହାକୁ ଡିଜିଟାଇଜ୍ କରିପାରିବି ଏବଂ ଆମେ ସେହି କାମ କରିଛୁ । ପ୍ରତ୍ୟେକ ପରମ୍ପରା, ପ୍ରତ୍ୟେକ ବିଶ୍ୱାସ ଏକ ଶକ୍ତି। ଯୁବକମାନେ ମଧ୍ୟ ଏହି ଅଭିଯାନ ସହିତ ଜଡିତ ହେବା ଉଚିତ୍ । ଏଥିରେ ଦାଉଦି ଭୋରା ସମ୍ପ୍ରଦାୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ।

ସେହିଭଳି, ପରିବେଶ ସୁରକ୍ଷା ହେଉ କିମ୍ବା ମିଲେଟଗୁଡିକର ଲୋକପ୍ରିୟତା ହେଉ, ଆଜି ଭାରତ ସମଗ୍ର ବିଶ୍ୱରେ ଏହି ବିଷୟଗୁଡ଼ିକ ଉପରେ ଏକ ବିଶାଳ ଅଭିଯାନର ନେତୃତ୍ୱ ନେଉଛି । ଜନସାଧାରଣଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ଏହି ଅଭିଯାନଗୁଡିକୁ ଲୋକଙ୍କ ନିକଟକୁ ନେବାକୁ ଆପଣ ଏକ ସଙ୍କଳ୍ପ ମଧ୍ୟ ନେଇପାରିବେ | ଚଳିତ ବର୍ଷ ଭାରତ ଜି -20 ପରି ଏକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ଫୋରମ୍ ଉପରେ ମଧ୍ୟ ଅଧ୍ୟକ୍ଷତା କରୁଛି। ବିଦେଶରେ ବ୍ୟାପିଥିବା ଭୋରା ସମ୍ପ୍ରଦାୟର ଲୋକମାନେ ଏହି ଅବସରରେ ବିଶ୍ୱ ସମ୍ମୁଖରେ ଭାରତର ବ୍ରାଣ୍ଡ ଆମ୍ବାସାଡର ଭାବେ କାର୍ଯ୍ୟ କରିପାରିବେ। ମୁଁ ନିଶ୍ଚିତ ଯେ ଆପଣ ଏହି ଦାୟିତ୍ବ ଗୁଡିକ ସଫଳତାର ସହିତ ନିର୍ବାହ କରିପାରିବେ। ଏକ ବିକଶିତ ଭାରତର ଲକ୍ଷ୍ୟରେ ପହଞ୍ଚିବାରେ ଦାଉଦି ଭୋରା ଗୋଷ୍ଠୀ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି ଏବଂ ମୁଁ ସମ୍ପୂର୍ଣ୍ଣ ଭାବେ ନିଶ୍ଚିତ ଯେ ଏହା ସମାନ ଭୂମିକା ଭବିଷ୍ୟତରେ ମଧ୍ୟ ଜାରି ରଖିବେ। ଏହି ଆଗ୍ରହ ଏବଂ ବିଶ୍ବାସ ସହିତ, ମୁଁ ପୁଣି ଥରେ ଏହି ଶୁଭ ଅବସରରେ ଆପଣଙ୍କୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। ଏହି ଅବସରରେ ମୋତେ ଏଠାକୁ ଆସିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ । ସୟଦନା ସାହେବଙ୍କର ଏକ ବିଶେଷ ଭଲ ପାଇବା ରହିଛି। ଯଦିଓ ସଂସଦ ଚାଲିଛି, ମୋ ପାଇଁ ଏଠାରେ ରହିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଏବଂ ସେଥିପାଇଁ ମୁଁ ଆଜି ଆପଣଙ୍କର ଆଶୀର୍ବାଦ ପାଇବାକୁ ଏଠାକୁ ଆସିଛି। ମୁଁ ପୁଣି ଥରେ ସମସ୍ତଙ୍କୁ ମୋର ହୃଦୟରୁ ଧନ୍ୟବାଦ ଜଣାଉଛି। 

ଆପଣ ମାନଙ୍କୁ ବହୁତ ବହୁତ ଧନ୍ୟବାଦ। 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Safran’s Hyderabad engine MRO starts operations, targets 300 LEAP engines annually

Media Coverage

Safran’s Hyderabad engine MRO starts operations, targets 300 LEAP engines annually
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Unnati Sharma on winning Bronze in Women’s 63 kg Judo
August 02, 2026

The Prime Minister, Shri Narendra Modi, has congratulated Unnati Sharma on winning the Bronze medal in the Women’s 63 kg Judo category at the Commonwealth Games 2026.

The Prime Minister said that Unnati Sharma’s commitment and determination were clearly visible throughout the competition.

Shri Modi wished her continued success in all her future endeavours.

The Prime Minister wrote on X;

“More glory for India in Judo!

Congratulations to Unnati Sharma for winning the Bronze Medal in the Women's 63 kg category at the Commonwealth Games 2026. Her commitment and determination were clearly visible during the games. May she keep excelling in all her forthcoming endeavours.

#CWG2026”