“Embracing entire India, Kashi is the cultural capital of India whereas Tamil Nadu and Tamil culture is the centre of India's antiquity and glory”
“Kashi and Tamil Nadu are timeless centres of our culture and civilisations”
“In Amrit Kaal, our resolutions will be fulfilled by the unity of the whole country”
“This is the responsibility of 130 crore Indians to preserve the legacy of Tamil and enrich it”

ହର ହର ମହାଦେବ!

ୱଣକମ୍ କାଶୀ ।

ୱଣକମ୍ ତମିଲନାଡ଼ୁ ।

କାର୍ଯ୍ୟକ୍ରମରେ ଉପସ୍ଥିତ ଉତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ, ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ମହୋଦୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାଶୟ, ଶ୍ରୀ ଏଲ ମୁରୁଗନ ମହାଶୟ, ପୂବତର୍ନ କେନ୍ଦ୍ରୀୟ ମନ୍ତ୍ରୀ ପାଁନ ରାଧାକୃଷ୍ଣ ମହାଶୟ, ବିଶ୍ୱ ପ୍ରସିଦ୍ଧ ସଙ୍ଗୀତକାର ଏବଂ ରାଜ୍ୟସଭାର ସଦସ୍ୟ ଇଲୈଈରାଜା ମହାଶୟ, ବିଏଚୟୁର କୁଳପତି ସୁଧୀର ଜୈନ, ଆଇଆଇଟି ମଦ୍ରାସର ନିଦେ୍ର୍ଦଶକ ପ୍ରଫେସର କାମାକୋଟ୍ଟୀ ମହାଶୟ, ଅନ୍ୟ ସମସ୍ତ ମହାନୁଭବ ଏବଂ ତାମିଲନାଡ଼ୁରୁ କାଶୀକୁ ଆସିଥିବା ମୋର ସମସ୍ତ ସମ୍ମାନିତ ଅତିଥିଗଣ, ଭଦ୍ର ବ୍ୟକ୍ତି ଓ ଭଦ୍ର ମହିଳାଗଣ,

ବିଶ୍ୱର ସବୁଠାରୁ ପ୍ରାଚୀନ ଜୀବନ୍ତ ସହର କାଶୀର ପବିତ୍ର ଧରଣୀରେ ଆପଣ ସମସ୍ତଙ୍କୁ ଦେଖି ଆଜି ମୋର ମନ ବହୁତ ପ୍ରସନ୍ନ ହୋଇଗଲା, ବହୁତ ହିଁ ଭଲ ଲାଗୁଛି । ମୁଁ ଆପଣ ସମସ୍ତଙ୍କୁ ମହାଦେବଙ୍କ ନଗରୀ କାଶୀକୁ, କାଶୀ-ତାମିଲ ସଙ୍ଗମମ୍ କୁ ହୃଦୟର ସହିତ ସ୍ୱାଗତ ଜଣାଉଛି । ଆମ ଦେଶରେ ସଙ୍ଗମଗୁଡ଼ିକର ବଡ଼ ମହିମା, ବଡ଼ ଗୁରୁତ୍ୱ ରହି ଆସିଛି । ନଦୀ ଏବଂ ଉପନଦୀ ଗୁଡିକର ସଙ୍ଗମଠାରୁ ନେଇ ବିଚାର- ବିଚାର ଧାରାଗୁଡ଼ିକ, ଜ୍ଞାନ- ବିଜ୍ଞାନ ଏବଂ ସମାଜ ସଂସ୍କୃତିଗୁଡ଼ିକର ପ୍ରତ୍ୟେକ ସଙ୍ଗମକୁ ଆମେ ପାଳନ କରୁଛୁ ।

ଏହି ଉତ୍ସବ ପାଳନ ବାସ୍ତବରେ ଭାରତର ବିବିଧତା ଏବଂ ବିଶେଷତ୍ୱ ଗୁଡ଼ିକର ହେଉଛି ଉତ୍ସବ । ଆଉ ଏଥିପାଇଁ କାଶୀ ତାମିଲ ସଙ୍ଗମମ୍ ନିଜକୁ ନିଜ ମଧ୍ୟରେ ହେଉଛି ସ୍ୱତନ୍ତ୍ର, ହେଉଛି ଅଦ୍ୱିତୀୟ । ଆଜି ଆମ ସମ୍ମୁଖରେ ଗୋଟିଏ ପଟେ ସମଗ୍ର ଭାରତକୁ ନିଜ ମଧ୍ୟରେ ଧରି ରଖି ଆମର ସାଂସ୍କୃତିକ ରାଜଧାନୀ କାଶୀ ରହିଛି ତେବେ ଅନ୍ୟ ପଟେ ଭାରତର ପ୍ରାଚୀନତା ଏବଂ ଗୌରବର କେନ୍ଦ୍ର ଆମର ତାମିଲନାଡ଼ୁ ଏବଂ ତାମିଲ ସଂସ୍କୃତି ରହିଛି । ଏହି ସଙ୍ଗମ ମଧ୍ୟ ଗଙ୍ଗା- ଯମୁନାର ସଙ୍ଗମ ଭଳି ହିଁ ପବିତ୍ର । ଏହି ଗଙ୍ଗା- ଯମୁନା ମଧ୍ୟ କେତେ ଅନନ୍ତ ସମ୍ଭାବନା ଏବଂ ସାମର୍ଥ୍ୟକୁ ଧରି ରଖିଛି । ମୁଁ କାଶୀ ଏବଂ ତାମିଲନାଡ଼ୁର ସମସ୍ତ ଲୋକଙ୍କୁ ଏହି ଆୟୋଜନ ପାଇଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ମୁଁ ଦେଶର ଶିକ୍ଷା ମନ୍ତ୍ରଣାଳୟ ଏବଂ ଉତର ପ୍ରଦେଶକୁ ମଧ୍ୟ ଶୁଭକାମନା ଜଣାଉଛି, ଯେଉଁମାନେ ଏକ ମାସର ଏହି ବ୍ୟାପକ କାର୍ଯ୍ୟକ୍ରମକୁ ସାକାର କରିଛନ୍ତି । ଏଥିରେ ବିଏଚୟୁ ଏବଂ ଆଇଆଇଟି ମାଡ୍ରାସ ଭଳି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ସଂସ୍ଥାନ ମଧ୍ୟ ସହଯୋଗ କରୁଛି । ବିଶେଷ ଭାବେ, ମୁଁ କାଶୀ ଏବଂ ତାମିଲନାଡ଼ୁର ବିଦ୍ୱାନମାନଙ୍କୁ, ଛାତ୍ରମାନଙ୍କୁ ଅଭିନନ୍ଦନ ଜଣାଉଛି ।

ସାଥୀଗଣ,

ଆମର ଏଠାରେ ଋଷିମାନେ କହିଛନ୍ତି- ‘ଏକୋ ଅହମ୍ ବହୁ ଶ୍ୟାମ’! ଅର୍ଥାତ, ଗୋଟିଏ ହିଁ ଚେତନା, ଭିନ୍ନ ଭିନ୍ନ ରୂପରେ ପ୍ରକଟ ହୋଇଥାଏ । କାଶୀ ଏବଂ ତାମିଲନାଡ଼ୁ ପରିପ୍ରେକ୍ଷୀରେ ଏହି ଦର୍ଶନ ଆମେ ସାକ୍ଷାତ ଦେଖି ପାରୁଛେ । କାଶୀ ଏବଂ ତାମିଲନାଡ଼ୁ, ଦୁଇଟି ଯାକ ସଂସ୍କୃତି ଏବଂ ସଭ୍ୟତା ହେଉଛନ୍ତି ସଭ୍ୟତାର କାଳଜୟୀ କେନ୍ଦ୍ର । ଉଭୟ କ୍ଷେତ୍ର ହେଉଛି, ସଂସ୍କୃତ ଏବଂ ତାମିଲ ଭଳି ବିଶ୍ୱର ସବୁଠାରୁ ପ୍ରାଚୀନ ଭାଷା ଗୁଡ଼ିକର କେନ୍ଦ୍ର । କାଶୀରେ ବାବା ବିଶ୍ୱନାଥ ଅଛନ୍ତି ଆଉ ତାମିଲନାଡ଼ୁରେ ଭଗବାନ ରାମେଶ୍ୱରମଙ୍କର ଆଶୀର୍ବାଦ ରହିଛି । କାଶୀ ଏବଂ ତାମିଲନାଡ଼ୁ, ଉଭୟ ହେଉଛନ୍ତି ଶିବମୟ, ଉଭୟ ମଧ୍ୟ ହେଉଛନ୍ତି ଶକ୍ତିମୟ । ଗୋଟିଏ ସ୍ୱୟଂ ହେଉଛି କାଶୀ ତେବେ ତାମିଲନାଡ଼ୁ ହେଉଛି ଦକ୍ଷିଣ କାଶୀ । ‘କାଶୀ- କାଂଚି’ ଭାବରେ ଉଭୟ ସପ୍ତପୁରୀରେ ନିଜର ଗୁରୁତ୍ୱ ପ୍ରତିପାଦନ କରିଛନ୍ତି । କାଶୀ ଏବଂ ତାମିଲନାଡ଼ୁ ଉଭୟ ସଙ୍ଗୀତ ସାହିତ୍ୟ ଏବଂ କଳାର ହେଉଛନ୍ତି ସ୍ରୋତ । କାଶୀର ପୁଷ୍କରିଣୀ ଏବଂ ତାମିଲନାଡ଼ୁର ତନ୍ନୁମାଈ । କାଶୀରେ ବନାରସୀ ଶାଢ଼ୀ ମିଳିବ ତେବେ ତାମିଲନାଡ଼ୁର କାଞ୍ଜିବରମ ସିଲକ୍ ସମଗ୍ର ବିଶ୍ୱରେ ହେଉଛି ଫେସନ୍ । ଉଭୟ ହେଉଛନ୍ତି ଭାରତୀୟ ଆଧ୍ୟାତ୍ମର ସବୁଠାରୁ ମହାନ ଆଚାର୍ଯ୍ୟମାନଙ୍କର ଜନ୍ମଭୂମି ଏବଂ କର୍ମଭୂମି । କାଶୀ ଭକ୍ତ ତୁଳସୀ ଦାସଙ୍କ ଜନ୍ମମାଟି ହୋଇଥିବା ବେଳେ ତାମିଲନାଡ଼ୁ ସନ୍ଥ ତିରୁବଲ୍ଲବରଙ୍କ ଭକ୍ତିର ଭୂମି । ଆପଣ ଜୀବନର ପ୍ରତ୍ୟେକ କ୍ଷେତ୍ରରେ, ଜୀବନର ପ୍ରତ୍ୟେକ ପରିସରରେ କାଶୀ ଏବଂ ତାମିଲନାଡ଼ୁର ଭିନ୍ନ- ଭିନ୍ନ ରଙ୍ଗରେ ଏହି ଏକ ପ୍ରକାରର ଉର୍ଜ୍ଜାକୁ ଦର୍ଶନ କରି ପାରିବେ । ଆଜି ମଧ୍ୟ ତାମିଲ ବିବାହ ପରମ୍ପରାରେ କାଶୀ ଯାତ୍ରାର କଥା ଆଲୋଚନା କରାଯାଏ । ଅର୍ଥାତ ତାମିଲ ଯୁବକମାନଙ୍କ ଜୀବନର ନୂତନ ଯାତ୍ରା ସହିତ କାଶୀର ଯାତ୍ରାକୁ ଯୋଡ଼ି ଦିଆ ଯାଇଥାଏ । ଏହା ହେଉଛି ତାମିଲ ହୃଦୟରେ କାଶୀ ପ୍ରତି ଅବିନାଶୀ ପ୍ରେମ, ଯାହା ବିଗତ ଦିନରେ କେବେ ଲିଭି ଯାଇଛି ନା ଭବିଷ୍ୟତରେ କେବେ ଲିଭିଯିବ । ଏହା ହେଉଛି ‘ଏକ ଭାରତ- ଶ୍ରେଷ୍ଠ ଭାରତ’ର ସେହି ପରମ୍ପରା ଯାହାକୁ ନେଇ ଆମ ପୂର୍ବ ପୁରୁଷମାନେ ବଂଚିଥିଲେ ଆଉ ଆଜି ଏହା କାଶୀ ତାମିଲ ସଙ୍ଗମମ୍ ପୁଣିଥରେ ତାହାର ଗୌରବକୁ ଆଗକୁ ବଢ଼ାଉଛି ।

ସାଥୀଗଣ,

କାଶୀର ନିର୍ମାଣରେ, କାଶୀର ବିକାଶରେ ମଧ୍ୟ ତାମିଲନାଡ଼ୁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି । ତାମିଲନାଡ଼ୁରେ ଜନ୍ମ ନେଇଥିବା ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍ ବିଏଚୟୁର ପୂର୍ବତନ କୁଳପତି ଥିଲେ । ତାଙ୍କ ଯୋଗଦାନକୁ ଆଜି ମଧ୍ୟ ବିଏଚୟୁ ସ୍ମରଣ କରୁଛି । ଶ୍ରୀ ରାଜେଶ୍ୱର ଶାସ୍ତ୍ରୀଙ୍କ ଭଳି ମୂଳତଃ ତାମିଲନାଡ଼ୁର ପ୍ରସିଦ୍ଧ ବୈଦିକ ବିଦ୍ୱାନ କାଶୀରେ ରହିଲେ । ସେ ରାମଘାଟରେ ସାଙ୍ଗବେଦ ବିଦ୍ୟାଳୟର ସ୍ଥାପନା କରିଥିଲେ । ସେହିପରି ଶ୍ରୀ ପଟ୍ଟାଭିରାମ ଶାସ୍ତ୍ରୀ ଜୀ, ଯିଏକି ହନୁମାନ ଘାଟରେ ରହୁଥିଲେ, ତାଙ୍କୁ ମଧ୍ୟ କାଶୀର ଲୋକ ସ୍ମରଣ କରୁଛନ୍ତି । ଆପଣମାନେ କାଶୀ ଭ୍ରମଣ କରିବେ ତେବେ ଦେଖିବେ ହରିଶ୍ଚନ୍ଦ୍ର ଘାଟରେ କାଶୀ କାମକୋଟୀଶ୍ୱର ପଂଚାୟତନ ମନ୍ଦିର ରହିଛି, ଯାହା ହେଉଛି ଏକ ତାମିଲ ମନ୍ଦିର । କେଦାର ଘାଟରେ ମଧ୍ୟ 200 ବର୍ଷର ପୁରୁଣା କୁମାରସ୍ୱାମୀ ମଠ ରହିଛି ତଥା ମାର୍କଣ୍ଡେୟ ଆଶ୍ରମ ରହିଛି । ଏଠାରେ ହନୁମାନ ଘାଟ ଏବଂ କେଦାର ଘାଟର ଆଖପାଖରେ ବିଶାଳ ସଂଖ୍ୟାରେ ତାମିଲନାଡ଼ୁର ଲୋକମାନେ ବସବାସ କରନ୍ତି, ଯେଉଁମାନେ ପିଢ଼ୀ ପରେ ପିଢ଼ୀ କାଶୀ ପାଇଁ ଅଦ୍ଭୁତପୂର୍ବ ଯୋଗଦାନ କରିଛନ୍ତି । ତାମିଲନାଡ଼ୁର ଆଉ ଏକ ମହାନ ବିଭୂତି, ମହାନ କବି ଶ୍ରୀ ସୁବ୍ରମଣ୍ୟମ ଭାରତୀ ଜୀ, ଯିଏକି ମହାନ ସ୍ୱାଧୀନତା ସଂଗ୍ରାମୀ ମଧ୍ୟ ଥିଲେ, ସେ ମଧ୍ୟ ବହୁ ସମୟ ଧରି କାଶୀରେ ରହିଥିଲେ । ଏହିଠାରେ ମିଶନ କଲେଜ ଏବଂ ଜୟ ନାରାୟଣ କଲେଜରେ ସେ ପାଠ ପଢ଼ିଥିଲେ। କାଶୀ ସହିତ ସେ ଏପରି ଭାବେ ଯୋଡ଼ି ହୋଇଗଲେ ଯେ, କାଶୀ ତାଙ୍କର ଅଂଶ ବିଶେଷ ହୋଇଗଲା। କୁହାଯାଏ ଯେ ନିଜର ଲୋକପ୍ରିୟ ନିଶକୁ ସେ ଏହିଠାରେ ହିଁ ରଖିଥିଲେ । ଏହିଭଳି କେତେ ହିଁ ବ୍ୟକ୍ତିତ୍ୱମାନେ ରହିଛନ୍ତି, କେତେ ହିଁ ପରମ୍ପରାମାନ ରହିଛି, କେତେ ହିଁ ଆସ୍ଥାମାନ ରହିଛି ଯେଉଁଗୁଡ଼ିକ କାଶୀ ଏବଂ ତାମିଲନାଡ଼ୁକୁ ରାଷ୍ଟ୍ରୀୟ ଏକତାର ସୂତ୍ରରେ ବାନ୍ଧି କରି ରଖିଛି । ଏବେ ବିଏଚୟୁ ସୁବ୍ରମଣ୍ୟମ ଭାରତୀଙ୍କ ନାମରେ ଚେୟାରର ସ୍ଥାପନା କରି, ନିଜର ଗୌରବକୁ ଆହୁରି ବଢ଼ାଇଛି ।

ସାଥୀଗଣ,

କାଶୀ- ତାମିଲ ସଙ୍ଗମମ୍ ର ଆୟୋଜନ ସେତେବେଳେ ହେଉଛି, ଯେତେବେଳେ ଭାରତ ନିଜର ସ୍ୱାଧୀନତାର ଅମୃତ କାଳରେ ପ୍ରବେଶ କରିଛି । ଅମୃତକାଳରେ ଆମର ସଂକଳ୍ପ ସମଗ୍ର ଦେଶର ଏକତା ଏବଂ ଐକବଦ୍ଧ ପ୍ରୟାସ ଦ୍ୱାରା ସମ୍ପୂର୍ଣ୍ଣ ହେବ । ଭାରତ ହେଉଛି ସେହି ରାଷ୍ଟ୍ର ଯିଏ ହଜାର- ହଜାର ବର୍ଷ ଧରି ‘ସଂ ବୋ ମନାଂସି ଜନତାମ’ର ମନ୍ତ୍ର ଦ୍ୱାରା, ଜଣେ ଅନ୍ୟ ଜଣଙ୍କର ମନକୁ ଚିହ୍ନି ଜାଣି, ସମ୍ମାନ କରି ସ୍ୱାଭାବିକ ସାଂସ୍କୃତିକ ଏକତାକୁ ନେଇ ବଂଚିଛି । ଆମ ଦେଶରେ ସକାଳୁ ଉଠି ‘ସୌରାଷ୍ଟ୍ରେ ସୋମନାଥମ’ରୁ ନେଇ ‘ସେତୁବନେ୍ଧ ତୁ ରାମେଶମ୍’ ପର୍ଯ୍ୟନ୍ତ 12 ଜ୍ୟୋତିର୍ଲିଙ୍ଗଙ୍କ ସ୍ମରଣ କରିବାର ପରମ୍ପରା ରହିଛି । ଆମେ ଦେଶର ଆଧ୍ୟାତ୍ମିକ ଏକତାକୁ ସ୍ମରଣ କରି ଆମର ଦିନ ଆରମ୍ଭ କରିଥାଉ । ଆମ୍ଭେମାନେ ସ୍ନାନ କରିବା ସମୟରେ, ପୂଜା କରିବା ସମୟରେ ମଧ୍ୟ ମନ୍ତ୍ର ପଢ଼ିଥାଉ- ଗଙ୍ଗେ ଚ ଯମୁନେ ଚୈବ ଗୋଦାବରୀ ସରସ୍ୱତୀ । ନର୍ମଦେ ସିନ୍ଧୁ କାବେରୀ ଜଳେ ଅସ୍ମିନ୍ ସନ୍ନିଧିମ୍ କୁରୁ । । ଅର୍ଥାତ୍, ଗଙ୍ଗା, ଯମୁନା ଠାରୁ ନେଇ ଗୋଦାବରୀ ଏବଂ କାବେରୀ ପର୍ଯ୍ୟନ୍ତ, ସମସ୍ତ ନଦୀଗୁଡ଼ିକ ଆମର ଜଳରେ ନିବାସ କରନ୍ତୁ । ଅର୍ଥାତ, ଆମେ ସମ୍ପୂର୍ଣ୍ଣ ଭାରତର ନଦୀଗୁଡ଼ିକରେ ସ୍ନାନ କରିବାର ଭାବନା ନେଇ ସ୍ନାନ କରିଥାଉ । ଆମକୁ ସ୍ୱାଧୀନତା ପରେ ହଜାର- ହଜାର ବର୍ଷର ଏହି ପରମ୍ପରାକୁ, ଏହି ସଂସ୍କୃତିକୁ ସୁଦୃଢ଼ କରିବାକୁ ଥିଲା । ଏହା ଦେଶର ଏକତା ସୂତ୍ର ହେବାର ଥିଲା । କିନ୍ତୁ, ଦୁର୍ଭାଗ୍ୟ ଯେ, ଏଥିପାଇଁ ବହୁତ କିଛି ପ୍ରୟାସ କରାଗଲା ନାହିଁ । କାଶୀ- ତାମିଲ ସଙ୍ଗମମ୍ ଆଜି ଏହି ସଂକଳ୍ପ ପାଇଁ ଗୋଟିଏ ପ୍ଲାଟଫର୍ମ ବା ମଂଚ ପ୍ରସ୍ତୁତ ହେବ । ଏହା ଆମକୁ ଆମର ଏହି କର୍ତବ୍ୟ ପାଇଁ ସଚେତନ କରାଇବ, ଆଉ ରାଷ୍ଟ୍ରୀୟ ଏକତାକୁ ସୁଦୃଢ଼ କରିବା ପାଇଁ ଉର୍ଜ୍ଜା ପ୍ରଦାନ କରିବ ।

ସାଥୀଗଣ,

ଭାରତର ସ୍ୱରୂପ ହେଉଛି କ’ଣ, ଶରୀର ହେଉଛି କ’ଣ, ଏହା ବିଷ୍ଣୁ ପୁରାଣର ଏକ ଶ୍ଲୋକ ଆମକୁ ଜଣାଏ, ଯିଏ କହୁଛି- ଉତରଂ ଯତ୍ ସମୁଦ୍ରସ୍ୟ ହିମାଦ୍ରୈଶ୍ଚୈବ ଦକ୍ଷିଣମ୍। ବର୍ଷଂ ତଦ୍ ଭାରତଂ ନାମ ଭାରତୀ ଯତ୍ର ସନ୍ତତିଃ ।। ଅର୍ଥାତ୍, ଭାରତ ହେଉଛି ତାହା ଯାହା ହିମାଳୟରୁ ନେଇ ଭାରତ ମହାସାଗର ପର୍ଯ୍ୟନ୍ତ ଥିବା ସମସ୍ତ ବିବିଧତା ଏବଂ ବିଶିଷ୍ଟତା ଗୁଡ଼ିକୁ ନିଜ ମଧ୍ୟରେ ସମାହିତ କରି ରଖିଛି । ଆଉ ତାହାର ପ୍ରତ୍ୟେକ ସନ୍ତାନ ହେଉଛନ୍ତି ଭାରତୀୟ । ଭାରତର ଏହି ମୂଳଦୁଆ ଗୁଡ଼ିକୁ, ଏହି ରୁଟ୍ସଗୁଡ଼ିକୁ ଯଦି ଆମେ ଅନୁଭବ କରିବାକୁ ଚାହୁଁଛେ, ତେବେ ଆମେ ଦେଖି ପାରିବା ଯେ ଉତର ଏବଂ ଦକ୍ଷିଣ ହଜାର- ହଜାର କିମି. ଦୂରରେ ଥିଲେ ମଧ୍ୟ କେତେ ନିକଟତର । ସଙ୍ଗମ ତାମିଲ ସାହିତ୍ୟରେ ହଜାର- ହଜାର ମାଇଲ ଦୂରରେ ବହୁଥିବା ଗଙ୍ଗାର ଗୌରବ ଗାନ କରାଯାଇଥିଲା, ତାମିଲ ଗ୍ରନ୍ଥ କଲିତୋଗୈରେ ବାରାଣସୀର ଲେକମାନଙ୍କର ପ୍ରଶଂସା କରାଯାଇଛି । ଆମର ପୂର୍ବପୁରୁଷମାନେ ତିରୁପ୍ପୁଗଲ ମାଧ୍ୟମରେ ଭଗବାନ ମୁରୁଗା ଏବଂ କାଶୀର ମହିମା ଏକ ସଙ୍ଗେ କରାଯାଇଥିଲା, ଦକ୍ଷିଣର କାଶୀ କୁହାଯାଉଥିବା ତେନକାଶୀର ପ୍ରତିଷ୍ଠା କରାଯାଇଥିଲା ।

ସାଥୀଗଣ,

ଏହି ଭୌତିକ ଦୂରତା ଏବଂ ଏହି ଭାଷା- ଭେଦକୁ ଦୂର କରିବା ଭଳି ନିଜତ୍ୱ ଭାବ ହିଁ ଥିଲା, ଯାହା ଦ୍ୱାରା ସ୍ୱାମୀ କୁମରଗୁରୁପର ତାମିଲନାଡୁରୁ କାଶୀ ଆସିଲେ ଏବଂ ଏହାକୁ ନିଜର କର୍ମଭୂମି କରିଥିଲେ । ଧର୍ମାପୁରମ୍ ଆଧିନମର ସ୍ୱାମୀ କୁମରଗୁରୁପର ଏଠାରେ କେଦାର ଘାଟରେ କେଦାରେଶ୍ୱର ମନ୍ଦିର ନିର୍ମାଣ କରିଥିଲେ । ପରେ ତାଙ୍କ ଶିଷ୍ୟମାନେ ତାଞ୍ଜାବୁର ଜିଲ୍ଲାରେ କାବେରୀ ନଦୀ କୂଳରେ କାଶୀ ବିଶ୍ୱନାଥ ମନ୍ଦିର ପ୍ରତିଷ୍ଠା କରିଥିଲେ । ମନୋନ୍ମଣିୟମ ସୁନ୍ଦରନାର ଜୀ ତାମିଲନାଡୁର ରାଜ୍ୟ ଗୀତ ‘ତାମିଲ ତାଈ ୱାଡ଼ୁତୁ’କୁ ଲେଖିଛନ୍ତି । କୁହାଯାଏ ଯେ ତାଙ୍କ ଗୁରୁ କୋଡଗା- ନଲ୍ଳୁର ସୁନ୍ଦରର ସ୍ୱାମୀଗଲ ଜୀ କାଶୀର ମଣିକର୍ଣ୍ଣିକା ଘାଟରେ ବହୁତ ଅଧିକ ସମୟ ଅତିବାହିତ କରିଥିଲେ । ସ୍ୱୟଂ ମନୋନ୍ମଣିୟମ ସୁନ୍ଦରନାର ଜୀଙ୍କ ଉପରେ ମଧ୍ୟ କାଶୀର ବହୁତ ପ୍ରଭାବ ଥିଲା । ତାମିଲନାଡୁରେ ଜନ୍ମ ନେଇଥିବା ରାମାନୁଜାଚାର୍ଯ୍ୟଙ୍କ ଭଳି ସନ୍ଥ ମଧ୍ୟ ହଜାର- ହଜାର ମାଇଲ ଚାଲି କାଶୀରୁ କାଶ୍ମୀର ପର୍ଯ୍ୟନ୍ତ ଯାତ୍ରା କରୁଥିଲେ । ଆଜି ମଧ୍ୟ ତାଙ୍କର ଜ୍ଞାନକୁ ପ୍ରମାଣ ଭାବେ ଗ୍ରହଣ କରାଯାଉଛି । ସି. ରାଜଗୋପାଳାଚାରୀ ଜୀଙ୍କ ଲିଖିତ ରାମାୟଣ ଏବଂ ମହାଭାରତରୁ, ଦକ୍ଷିଣରୁ ଉତର ପର୍ଯ୍ୟନ୍ତ, ସମଗ୍ର ଦେଶ ଆଜି ମଧ୍ୟ ପ୍ରେରଣା ନେଉଛି । ମୋର ସ୍ମରଣ ଅଛି, ମୋର ଜଣେ ଗୁରୁ ମୋତେ କହିଥିଲେ ଯେ, ତୁମେ ରାମାୟଣ ଏବଂ ମହାଭାରତ ପଢି ସାରିଥିବ, କିନ୍ତୁ ଯଦି ତାକୁ ଗଭୀର ଭାବରେ ବୁଝିବାର ଅଛି ତେବେ ତୁମକୁ ଯେତେବେଳେ ସୁଯୋଗ ମିଳିବ ତୁମେ ରାଜାଜୀ ଯେଉଁ ରାମାୟଣ ଏବଂ ମହାଭାରତ ଲେଖିଛନ୍ତି, ତାହାକୁ ପଢିବ, ସେତେବେଳେ ତୁମେ କିଛି ମଧ୍ୟ ବୁଝି ପାରିବ । ମୋର ଅନୁଭବ ରହିଛି, ରାମାନୁଜାଚାର୍ଯ୍ୟ ଏବଂ ଶଙ୍କରାଚାର୍ଯ୍ୟଙ୍କଠାରୁ ନେଇ ରାଜାଜୀ ଏବଂ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ପର୍ଯ୍ୟନ୍ତ, ଦକ୍ଷିଣର ବିଦ୍ୱାନମାନଙ୍କ ଭାରତୀୟ ଦର୍ଶନକୁ ବୁଝିବା ବିନା ଆମେ ଭାରତକୁ ଜାଣି ପାରିବାନାହିଁ, ସେମାନେ ହେଉଛନ୍ତି ମହାପୁରୁଷ, ଆମ୍ଭମାନଙ୍କୁ ସେମାନଙ୍କୁ ବୁଝିବାକୁ ହେବ ।

ସାଥୀଗଣ,

ଆଜି ଭାରତ ନିଜ ‘ପରମ୍ପରା ଉପରେ ଗର୍ବ’ର ପଂଚ- ପ୍ରଣ ସାମ୍ନାରେ ରଖିଛି । ବିଶ୍ୱରେ କୌଣସି ମଧ୍ୟ ଦେଶ ପାଖରେ କୌଣସି ପ୍ରାଚୀନ ପରମ୍ପରା ଥାଏ, ତେବେ ସେହି ଦେଶ ତାହା ଉପରେ ଗର୍ବ କରିଥାଏ । ସେ ଗର୍ବର ସହିତ ବିଶ୍ୱ ସାମ୍ନାରେ ପ୍ରୋତ୍ସାହିତ କରିଥାଏ । ଆମେ ଇଜିପ୍ଟର ପିରାମିଡ଼ ଠାରୁ ନେଇ ଇଟାଲୀର କୋଲୋସିୟମ ଏବଂ ପିସାର ମୀନାର ପର୍ଯ୍ୟନ୍ତ, ଏଭଳି କେତେ ଉଦାହରଣ ଦେଖିପାରିବା । ଆମ ପାଖରେ ମଧ୍ୟ ବିଶ୍ୱର ସର୍ବ ପୁରାତନ ଭାଷା ତାମିଲ ଅଛି । ଆଜି ପର୍ଯ୍ୟନ୍ତ ଏହି ଭାଷା ନିଜର ଲୋକପ୍ରିୟତା ବଜାୟ ରଖିଛି, ସେତିକି ମଧ୍ୟ ଜୀବନ୍ତ ହୋଇ ରହିଛି । ବିଶ୍ୱର ଲୋକଙ୍କୁ ଜଣା ପଡ଼ିଥାଏ ଯେ ବିଶ୍ୱର ପ୍ରାଚୀନ ଭାଷା ଭାରତରେ ରହିଛି, ତେବେ ସେମାନଙ୍କୁ ଆଶ୍ଚର୍ଯ୍ୟ ହୋଇଥାଏ । କିନ୍ତୁ ଆମେ ତାହାର ଗୌରବଗାନ କରିବାରେ ପଛରେ ରହି ଯାଇଛୁ । ଏହା ହେଉଛି ଆମ 130 କୋଟି ଦେଶବାସୀଙ୍କ ଦାୟିତ୍ୱ ଯେ ଆମେ ତାମିଲର ଏହି ପରମ୍ପରାକୁ ବଂଚାଇ ରଖିବାକୁ ହେବ, ତାହାକୁ ମଧ୍ୟ ସମୃଦ୍ଧ କରିବାକୁ ହେବ। ଯଦି ଆମେ ତାମିଲକୁ ଭୁଲିଯିବା, ତେବେ ମଧ୍ୟ ଦେଶର କ୍ଷତି ହେବ, ଏବଂ ତାମିଲକୁ ବନ୍ଧନରେ ବାନ୍ଧି ରଖିବା ତେବେ ମଧ୍ୟ ଏହାର କ୍ଷତି ହେବ । ଆମକୁ ସ୍ମରଣ ରଖିବାକୁ ହେବ- ଆମେ ଭାଷା ଭେଦଭାବକୁ ଦୂର କରିବା, ଭାବନାତ୍ମକ ଏକତା ବଜାୟ ରଖିବା ।

ସାଥୀଗଣ,

କାଶୀ- ତାମିଲ ସଙ୍ଗମମ୍, ମୁଁ ଭାବୁଛି, ଏହି ଶବ୍ଦଗୁଡ଼ିକ ହିଁ ହେଉଛି ଅଧିକ ଅନୁଭବର ବିଷୟ । ଆମର ଏହି କାଶୀ ଯାତ୍ରା ସମୟରେ ଆପଣମାନେ ତାହାର ସ୍ମୃତି ସହିତ ସାମିଲ ହେବାକୁ ଯାଉଛନ୍ତି, ଯାହା ଆପଣମାନଙ୍କର ଜୀବନର ପୁଞ୍ଜି ହୋଇଯିବ । ମୋର କାଶୀବାସୀ ଆପଣମାନଙ୍କର ସକ୍ରାରରେ କୌଣସି ଅଭାବ ରଖିବେ ନାହିଁ । ମୁଁ ଚାହୁଁଛି, ତାମିଲନାଡ଼ୁ ଏବଂ ଦକ୍ଷିଣର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଏହିଭଳି ଆୟୋଜନ ହେଉ, ଦେଶର ଅନ୍ୟାନ୍ୟ ଭାଗର ଲୋକ ମଧ୍ୟ ସେଠାକୁ ଯାଆନ୍ତୁ, ଭାରତକୁ ନେଇ ବଂଚନ୍ତୁ, ଭାରତକୁ ଜାଣନ୍ତୁ । ମୋର କାମନା ହେଉଛି, କାଶୀ- ତାମିଲ ସଙ୍ଗମମ୍ ଏଥିରୁ ଯେଉଁ ଅମୃତ ବାହାରିବ, ତାହା ଯୁବକମାନଙ୍କ ଗବେଷଣା ଏବଂ ଅନୁସନ୍ଧାନ ଦ୍ୱାରା ଆଗକୁ ବଢ଼ାଇବା । ଏହି ବୀଜ ଆଗକୁ ଯାଇ ରାଷ୍ଟ୍ରୀୟ ଏକତାର ବଟବୃକ୍ଷ ପାଲଟିବ । ରାଷ୍ଟ୍ର ହିତ ହିଁ ହେଉଛି ଆମର ହିତ- ‘ନାଟ୍ଟୁ ନଲନେ ନମଦୁ ନଲନ’ । ଏହି ମନ୍ତ୍ର ଆମର ଦେଶବାସୀଙ୍କ ଜୀବନ ମନ୍ତ୍ର ହେବା ଉଚିତ । ଏହି ଭାବନା ସହିତ, ଆପଣମାନଙ୍କୁ ପୁଣି ଥରେ ଅନେକ- ଅନେକ ଶୁଭକାମନା । ।   

ଭାରତ ମାତା କୀ ଜୟ,

ଭାରତ ମାତା କୀ ଜୟ,

ଭାରତ ମାତା କୀ ଜୟ,

ଧନ୍ୟବାଦ!

ୱଣକମ୍ 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Kamal Haasan Backs PM Modi's Call To Save Energy Amid US-Iran War: 'India Will Emerge Stronger'

Media Coverage

Kamal Haasan Backs PM Modi's Call To Save Energy Amid US-Iran War: 'India Will Emerge Stronger'
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives in China mining accident
May 23, 2026

Prime Minister Shri Narendra Modi today expressed deep sadness over the tragic loss of lives resulting from a mining accident in the Shanxi Province of China.

On behalf of the people of India, the Prime Minister extended his heartfelt condolences to President Xi Jinping and the people of China. Shri Modi prayed that the bereaved families find strength in this tragic hour, while also wishing for the early and safe recovery of all remaining missing persons.

The Prime Minister posted on X:

"Saddened by the loss of lives in a mining accident in Shanxi Province in China. On behalf of the people of India, my condolences to President Xi Jinping and the people of China. May the bereaved families find strength in this tragic hour. Praying for the early and safe recovery of all remaining missing persons."