PM launches National Portal for Credit Linked Government schemes - Jan Samarth Portal
“This is a moment to infuse the dreams of our freedom fighters with new energy and dedicate ourselves to new pledges”
“Increased public participation has given impetus to the development of the country and empowered the poorest”
“We are witnessing a new confidence among the citizens to come out of the mentality of deprivation and dream big”
“21st century India is moving ahead with the approach of people-centric governance”
“When we move with the power of reform, simplification and ease, we attain a new level of convenience”
“World is looking at us with hope and confidence as a capable, game changing, creative, innovative ecosystem”
“We have trusted the wisdom of the common Indian. We encouraged the public as intelligent participants in Growth”

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀମତୀ ନିର୍ମଳା ସୀତାରମଣ ମହାଶୟା, ଶ୍ରୀ ରାଓ ଇନ୍ଦ୍ରଜିତ ସିଂହ, ପଙ୍କଜ ଚୌଧୂରୀ ମହାଶୟ, ଶ୍ରୀ ଭାଗବତ କୃଷ୍ଣ ରାଓ କରାଡ଼ ମହାଶୟ, ଅନ୍ୟ ସମସ୍ତ ମହାନୁଭବ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ!

ବିଗତ ବର୍ଷମାନଙ୍କରେ ଅର୍ଥ ମନ୍ତ୍ରଣାଳୟ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ସେମାନେ ନିଜସ୍ୱ କାର୍ଯ୍ୟ ଦ୍ୱାରା ଉପଯୁକ୍ତ ସମୟରେ ସଠିକ୍ ନିଷ୍ପତ୍ତି ଗ୍ରହଣ କରି ନିଜର ଏକ ପରମ୍ପରା ପ୍ରସ୍ତୁତ କରିଛନ୍ତି, ଏକ ଉନ୍ନତ ଯାତ୍ରାପଥ ସ୍ଥିର କରିଛନ୍ତି । ଆପଣ ସମସ୍ତେ ଏହି ପରମ୍ପରାର ହେଉଛନ୍ତି ଏକ ଅଂଶ । ଦେଶର ସାଧାରଣ ଜନତାଙ୍କର ଜୀବନକୁ ସହଜ କରିବା ହେଉ, କିମ୍ବା ଦେଶର ଅର୍ଥବ୍ୟବସ୍ଥାକୁ ସଶକ୍ତ କରିବା ହେଉ, ବିଗତ 75 ବର୍ଷରେ ଅନେକ ସାଥୀଗଣ ବହୁତ ବଡ଼ ଯୋଗଦାନ ଦେଇଛନ୍ତି।

ଏହି ଆଇକନିକ୍ ସପ୍ତାହ ହେଉଛି ଏଭଳି ପ୍ରତ୍ୟେକ ସାଥୀଙ୍କୁ, ଅତୀତର ଏଭଳି ସମସ୍ତ ପ୍ରୟାସକୁ ଜୀବନ୍ତ କରିବାର ସୁଯୋଗ। ସ୍ୱାଧୀନତାର ଅମୃତକାଳରେ ଆମେ ଆମର ଏହି ଅତୀତରୁ ପ୍ରେରଣା ପାଇ ଆମର ପ୍ରୟାସ ଗୁଡ଼ିକୁ ଆହୁରି ଉନ୍ନତ କରି ପାରିବା, ଏହା ହେଉଛି ଏହି ଦିଗରେ ବହୁତ ବଡ଼ ପଦକ୍ଷେପ । ଆଜି ଏଠାରେ ଟଙ୍କାର ଗୌରବଶାଳୀ ଯାତ୍ରାକୁ ମଧ୍ୟ ଦେଖାଯାଇଛି, ଏହି ଯାତ୍ରା ସହିତ ପରିଚିତ କରାଉଥିବା ଡିଜିଟାଲ ପ୍ରଦର୍ଶନୀ ମଧ୍ୟ ଆରମ୍ଭ ହୋଇଛି, ଆଉ ଆଜାଦୀର ଅମୃତ ମହୋତ୍ସବ ପାଇଁ ସମର୍ପିତ ନୂତନ ମୁଦ୍ରା ମଧ୍ୟ ଜାରି କରାଗଲା।

ଏହି ନୂତନ ମୁଦ୍ରା ଦେଶର ଲୋକମାନଙ୍କୁ ନିରନ୍ତର ଅମୃତକାଳର ଲକ୍ଷ୍ୟକୁ ମନେ ପକାଇ ଦେବ, ସେମାନଙ୍କୁ ରାଷ୍ଟ୍ରର ବିକାଶରେ ଯୋଗଦାନ ପାଇଁ ପ୍ରେରିତ କରିବ । ଆଗାମୀ ଏକ ସପ୍ତାହରେ ଆପଣଙ୍କ ବିଭାଗ ଦ୍ୱାରା ଅନେକ କାର୍ଯ୍ୟକ୍ରମ ହେବାକୁ ଯାଉଛି । ଏହି ଅମୃତ କାର୍ଯ୍ୟ ସହିତ ଜଡ଼ିତ ସମସ୍ତ ବିଭାଗକୁ, ଆପଣଙ୍କ ପ୍ରତ୍ୟେକ ଛୋଟ-ବଡ଼ ଶାଖାକୁ ମୁଁ ବହୁତ- ବହୁତ ଶୁଭକାମନା ଜଣାଉଛି।

ସାଥୀଗଣ,

ଆଜାଦୀ କା ଅମୃତ ମହୋତ୍ସବ କେବଳ 75 ବର୍ଷର ଏକ ଉତ୍ସବ ମାତ୍ର ନୁହେଁ, ବରଂ ସ୍ୱାଧୀନତାର ପ୍ରତ୍ୟେକ ନାୟକ- ନାୟିକାମାନେ ସ୍ୱାଧୀନ ଭାରତ ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ, ସେହି ସ୍ୱପ୍ନଗୁଡ଼ିକୁ ପାଳନ କରିବା, ସେହି ସ୍ୱପ୍ନଗୁଡ଼ିକୁ ପରିପୂର୍ଣ୍ଣ କରିବା, ସେହି ସ୍ୱପ୍ନଗୁଡ଼ିକରେ ଏକ ନୂତନ ସାମର୍ଥ୍ୟ ଭରିଦେବା ଆଉ ନୂତନ ସଂକଳ୍ପକୁ ନେଇ ଆଗକୁ ବଢ଼ିବାର ଏହି ହେଉଛି କ୍ଷଣ । ସ୍ୱାଧୀନତାର ଦୀର୍ଘ ସଂଘର୍ଷରେ ଯେଉଁମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି, ସେ ଏହି ଆନ୍ଦୋଳନରେ ଏକ ନୂତନ ପରିମାପ ସହ ଯୋଡ଼ିଲେ, ଏବଂ ତାହାର ଉର୍ଜ୍ଜାକୁ ବୃଦ୍ଧି କଲେ।

କେହି ସତ୍ୟାଗ୍ରହର ରାସ୍ତାକୁ ଆପଣାଇଲେ, କେହି ଅସ୍ତ୍ର- ଶସ୍ତ୍ରର ରାସ୍ତାକୁ ଆପଣାଇଲେ, କେହି ଆସ୍ଥା ଏବଂ ଆଧ୍ୟାତ୍ମର ରାସ୍ତାକୁ ବାଛିଲେ, ତ ଆଉ କିଏ ବୁଦ୍ଧିମତାର ସହିତ ସ୍ୱାଧୀନତାର ଆଲୋକକୁ ପ୍ରଜ୍ଜ୍ୱଳିତ କରିବାରେ ନିଜ କଲମର ଶକ୍ତିର ଉପଯୋଗ କଲେ । କେହି କୋର୍ଟ କଚେରୀର ମୋକଦ୍ଦମା ଲଢ଼େଇ କରି ଦେଶର ସ୍ୱାଧୀନତାରେ ଏକ ନୂତନ ଶକ୍ତି ଭରିବାର ପ୍ରୟାସ କଲେ। ତେଣୁ, ଆଜି ଯେତେବେଳେ ଆମେ ସ୍ୱାଧୀନତାର 75 ବର୍ଷର ପର୍ବ ପାଳନ କରୁଛେ, ସେତେବେଳେ ପ୍ରତ୍ୟେକ ଦେଶବାସୀଙ୍କର ଏହା ହେଉଛି କର୍ତ୍ତବ୍ୟ ଯେ ସେମାନେ ନିଜ- ନିଜ ସ୍ତରରେ, ନିଜ- ନିଜର ବିଶିଷ୍ଟ ଯୋଗଦାନ ରାଷ୍ଟ୍ର ବିକାଶରେ ନିଶ୍ଚିତ ଭାବେ ଯୋଡ଼ନ୍ତୁ।

ଆପଣ ଦେଖନ୍ତୁ, ଯଦି ଆମେ ରାଷ୍ଟ୍ର ହିସାବରେ ଦେଖିବା, ତେବେ ଭାରତ ବିଗତ ଆଠ ବର୍ଷରେ ଭିନ୍ନ- ଭିନ୍ନ ଭାବରେ ନିତ୍ୟ ନୂତନ ପଦକ୍ଷେପ ଗ୍ରହଣ କରିଛି, ନବୀନ କାର୍ଯ୍ୟ କରିବାର ପ୍ରୟାସ କରିଛି । ଏହି ସମୟ ମଧ୍ୟରେ ଦେଶରେ ଜନ-ଭାଗିଦାରୀ ବୃଦ୍ଧି ପାଇଛି, ସେମାନେ ଦେଶର ବିକାଶକୁ ଗତି ପ୍ରଦାନ କରିଛନ୍ତି, ଦେଶର ଗରିବରୁ ଅତି ଗରିବ ନାଗରିକଙ୍କୁ ସଶକ୍ତ କରିଛନ୍ତି।

ସ୍ୱଚ୍ଛ ଭାରତ ଅଭିଯାନ- ଗରିବଙ୍କୁ ସମ୍ମାନର ସହିତ ବଞ୍ଚିବାର ସୁଯୋଗ ପ୍ରଦାନ କରିଛି । ପକ୍କା ଘର, ବିଜୁଳି, ଗ୍ୟାସ, ପାଣି, ମାଗଣା ଚିକିତ୍ସା ଭଳି ସୁବିଧା ଆମର ଗରିବର ସମ୍ମାନ ବଢ଼ାଇଛି, ଆମର ନାଗରିକମାନଙ୍କ ଆତ୍ମବିଶ୍ୱାସରେ ଏକ ନୂତନ ଉର୍ଜ୍ଜା ଭରି ଦେଲା ଆଉ ଏହା ସହିତ ସୁବିଧା ମଧ୍ୟ ବଢାଇଛି ।

କରୋନା କାଳରେ ମାଗଣା ରାସନର ଯୋଜନା 80 କୋଟିରୁ ଅଧିକ ଦେଶବାସୀଙ୍କୁ ଭୋକ ଆଶଙ୍କାରୁ ମୁକ୍ତି କରାଇଛି। ଦେଶର ଅଧାରୁ ଅଧିକ ଜନସଂଖ୍ୟା ଯେଉଁମାନେ ଦେଶର ବିକାଶର ବିମର୍ଶରେ, ଆନୁଷ୍ଠାନିକ ବ୍ୟବସ୍ଥାରୁ ବଞ୍ଚିତ ଥିଲେ, ବାହାରେ ଥିଲେ, ସେମାନଙ୍କର ଅନ୍ତର୍ଭୁକ୍ତିକରଣ ଆମେ ମିଶନ ମୋଡ଼ରେ କରିଛୁ । ଅର୍ଥନୈତିକ ଅନ୍ତର୍ଭୁକ୍ତିକରଣର ଏତେ ବଡ଼ କାର୍ଯ୍ୟ, ଏତେ କମ୍ ସମୟ ମଧ୍ୟରେ ବିଶ୍ବରେ କୌଣସି ଠାରେ ହୋଇ ନାହିଁ। ଆଉ ସବୁଠାରୁ ବଡ଼ କଥା, ଦେଶର ଲୋକମାନଙ୍କ ମଧ୍ୟରେ ଅଭାବରୁ ବାହାରକୁ ବାହାରି ସ୍ୱପ୍ନ ଦେଖିବା ଆଉ ସ୍ୱପ୍ନକୁ ସାକାର କରିବାର ନୂତନ ସାହସ ଆମକୁ ଦେଖିବାକୁ ମିଳିଲା।

ସାଥୀଗଣ,

ସ୍ୱାଧୀନତାର 7 ଦଶକ ପରେ ଏ ଯେଉଁ ଏତେ ବଡ଼ ପରିବର୍ତ୍ତନ ଆସିଛି, ତାହାର କେନ୍ଦ୍ରରେ ଲୋକ- କୈନ୍ଦ୍ରିକ ପ୍ରଶାସନ ରହିଛି, ସୁଶାସନର କ୍ରମାଗତ ପ୍ରୟାସ ରହିଛି। ଗୋଟିଏ ସମୟ ଥିଲା, ଯେତେବେଳେ ଆମ ଦେଶରେ ନୀତି ଏବଂ ନିଷ୍ପତି ସରକାର- କୈନ୍ଦ୍ରିକ ଥିଲା। ଅର୍ଥାତ କୌଣସି ଯୋଜନା ଆରମ୍ଭ ହେଲା ପରେ ଏହା ଲୋକମାନଙ୍କର ଦାୟିତ୍ୱ ଥିଲା ଯେ ସେମାନେ ସରକାରଙ୍କ ପାଖରେ ପହଞ୍ଚି ତାହାର ଲାଭ ଉଠାନ୍ତୁ । ଏହି ପ୍ରକାରର ବ୍ୟବସ୍ଥାରେ ସରକାର ଏବଂ ପ୍ରଶାସନ, ଦୁଇ ଜଣଙ୍କର ହିଁ ଦାୟିତ୍ୱ ହ୍ରାସ ପାଉଥିଲା। ଏବେ ଯେମିତି କୌଣସି ଗରିବ ଛାତ୍ରଙ୍କୁ ପାଠପଢ଼ା ପାଇଁ ଆର୍ଥିକ ସାହାୟତାର ଆବଶ୍ୟକତା ହେଉଥିଲା, ତେବେ ପ୍ରଥମେ ସେ ନିଜର ପରିବାର, ନିଜର ପରିଜନ କିମ୍ବା ନିଜର ବନ୍ଧୁମାନଙ୍କ ଠାରୁ ସାହାୟତା ନେବା ପାଇଁ ବାଧ୍ୟ ହେଉଥିଲା । ଏହି କାର୍ଯ୍ୟ ପାଇଁ ସରକାରଙ୍କର ଯାହା କିଛି ମଧ୍ୟ ଯୋଜନା ରହିଥିଲା, ସେଥିରେ ଏତେ ଅଧିକ ପ୍ରକ୍ରିୟାମାନ ରହିଥିଲା, ଯେ ସେ ଏହି ସାହାଯ୍ୟ ପାଇବା ପାଇଁ ଆଗକୁ ହିଁ ବଢ଼ୁ ନ ଥିଲା, ସେହି ପ୍ରକ୍ରିୟାରେ ହିଁ ସେ ଅବଶ ଅନୁଭବ କରିବାକୁ ଲାଗୁଥିଲା।

ସେହିଭଳି ଭାବେ ଯଦି କୌଣସି ଉଦ୍ୟୋଗୀ, କୌଣସି ବ୍ୟାପାରୀ- ବ୍ୟବସାୟୀ କରିବା ପାଇଁ ଋଣର ଆବଶ୍ୟକତା ପଡ଼ୁଥିଲା, ତେବେ ତାଙ୍କୁ ମଧ୍ୟ ଅନେକ ସ୍ଥାନରେ ଚକ୍କର ଲଗାଇବାକୁ ପଡ଼ୁଥିଲା, ଅନେକ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ୁଥିଲା । ଅଧିକାଂଶ ସମୟରେ ଏହା ମଧ୍ୟ ହେଉଥିଲା ଯେ ଅଧା ସୂଚନା ଯୋଗୁଁ ସେ ମନ୍ତ୍ରଣାଳୟର ୱେସାଇଟ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ପାରୁ ନ ଥିଲା। ଏ ପ୍ରକାରର ଅସୁବିଧାଗୁଡ଼ିକ ଯୋଗୁଁ ପରିଣାମ ଏହା ହେଉଥିଲା ଯେ ଛାତ୍ର ହୁଅନ୍ତୁ ଅବା ବ୍ୟବସାୟୀ, ନିଜର ସ୍ୱପ୍ନଗୁଡ଼ିକୁ ଅଧାରେ ହିଁ ଛାଡ଼ି ଦେଉଥିଲେ, ତାକୁ ପୂରଣ କରିବା ପାଇଁ ପଦକ୍ଷେପ ହିଁ ଗ୍ରହଣ କରୁ ନ ଥିଲେ ।

ପୂର୍ବ ସମୟରେ ସରକାର- କୈନ୍ଦ୍ରିକ ପ୍ରଶାସନ ବ୍ୟବସ୍ଥା ଯୋଗୁଁ ଦେଶ ବହୁତ ବଡ଼ କ୍ଷତି ସହିଛି। କିନ୍ତୁ ଆଜି ଏକବିଂଶ ଶତାବ୍ଦୀର ଭାରତ, ଜନତା- କୈନ୍ଦ୍ରିକ ସରକାରର ଅଭିବ୍ୟକ୍ତି ସହିତ ଆଗକୁ ବଢ଼ୁଛି । ଏମାନେ ହେଉଛନ୍ତି ଜନତା, ଯେଉଁମାନେ ନିଜର ସେବା ପାଇଁ ଆମକୁ ଏଠାକୁ ପଠାଇଛନ୍ତି । ଏଥିପାଇଁ, ଏହା ହେଉଛି ଆମର ସର୍ବୋଚ୍ଚ ପ୍ରାଥମିକତା ଯେ ଆମେ ନିଜେ ଜନତାଙ୍କ ପାଖରେ ପହଞ୍ଚିବା, ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବା,  ତାଙ୍କୁ ସମସ୍ତ ପ୍ରକାରର ଲାଭ ପହଞ୍ଚାଇବା, ଏହି ଦାୟିତ୍ୱ ଆମ ଉପରେ ରହିଛି।

ଭିନ୍ନ- ଭିନ୍ନ ମନ୍ତ୍ରଣାଳୟର ଭିନ୍ନ- ଭିନ୍ନ ୱେସାଇଟଗୁଡ଼ିକର ଚକ୍କର, ତାହା କରିବା ଠାରୁ ଭଲ ହେଉଛି ଯେ ସେ ଭାରତ ସରକାରଙ୍କର ଏକମାତ୍ର ପୋର୍ଟାଲ ନିକଟରେ ପହଞ୍ଚୁ ଆଉ ତାହାର ସମସ୍ୟାର ସମାଧାନ ହେଉ। ଆଜି ଜନସମର୍ଥ ପୋର୍ଟାଲର ଶୁଭାରମ୍ଭ କରାଯାଇଛି, ତାହା ଏହି ଲକ୍ଷ୍ୟକୁ ନେଇ କରାଯାଇଛି । ଏବେ ଭାରତ ସରକାରଙ୍କର ସମସ୍ତ ଋଣ- ଭିତ୍ତିକ ଯୋଜନା ଗୁଡ଼ିକ ଭିନ୍ନ-ଭିନ୍ନ ମାଇକ୍ରୋ ସାଇଟରେ ନୁହେଁ, ବରଂ ଗୋଟିଏ ହିଁ ସ୍ଥାନରେ ଉପଲବ୍ଧ ହେବ।

ଏହି ଜନସମର୍ଥ ପୋର୍ଟାଲ ଛାତ୍ରମାନଙ୍କୁ, ଉଦ୍ୟମୀମାନଙ୍କୁ,  ବ୍ୟାପାରୀ- ବ୍ୟବସାୟୀଙ୍କୁ, କୃଷକମାନଙ୍କର ଜୀବନ ତ ନିଶ୍ଚୟ ହିଁ ସହଜ ହେବ, ସେମାନଙ୍କୁ ନିଜର ସ୍ୱପ୍ନକୁ ପୂରଣ କରିବାରେ ମଧ୍ୟ ସାହାଯ୍ୟ କରିବ । ଏବେ ଛାତ୍ରମାନେ ସହଜରେ ସୂଚନା ପାଇ ପାରିବେ ଯେ କେଉଁ ସରକାରୀ ଯୋଜନାରୁ ତାଙ୍କୁ ଅଧିକ ଲାଭ ମିଳିବ, ସେମାନେ କିଭଳି ତାହାର ଲାଭ ପାଇ ପାରିବେ । ଏହିଭଳି ଭାବେ ଆମର ଯୁବକମାନେ ସହଜରେ ଏହା ସ୍ଥିର କରି ପାରିବେ ଯେ ସେମାନଙ୍କୁ ମୁଦ୍ରା ଋଣ ଆବଶ୍ୟକ କିମ୍ବା ଷ୍ଟାର୍ଟ-ଅପ୍ ଇଣ୍ଡିଆ ଋଣ ଆବଶ୍ୟକ ।

ଜନସମର୍ଥ ପୋର୍ଟାଲ ମାଧ୍ୟମରେ ଏବେ ଦେଶର ଯୁବକଙ୍କୁ, ମଧ୍ୟମବର୍ଗଙ୍କୁ ଏଣ୍ଡ- ଟୁ- ଏଣ୍ଡ ଡେଲିଭରିର ଏକ ବହୁତ ବଡ଼ ପ୍ଲାଟଫର୍ମ ମିଳିଛି । ଆଉ ଯେତେବେଳେ ଋଣ ନେବାରେ ସହଜ ହେବ, କମ୍ ରୁ ଅତି କମ୍ ପ୍ରକ୍ରିୟା ହେବ ତେବେ ଏହା ମଧ୍ୟ ସ୍ୱାଭାବିକ ଯେ ଅଧିକରୁ ଅଧିକ ଲୋକ ଋଣ ନେବା ପାଇଁ ଆଗକୁ ଆସିବେ । ଏହି ପୋର୍ଟାଲ, ସ୍ୱରୋଜଗାରକୁ ବୃଦ୍ଧି କରିବାରେ, ସରକାରଙ୍କର ଯୋଜନାଗୁଡ଼ିକୁ ସମସ୍ତ ହିତାଧିକାରୀଙ୍କ ପର୍ଯ୍ୟନ୍ତ ପହଂଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବାକୁ ଯାଉଛି। ମୁଁ ଜନସମର୍ଥ ପୋର୍ଟାଲ ପାଇଁ ଦେଶର ଯୁବକମାନଙ୍କୁ ବିଶେଷ ଭାବେ ଶୁଭେଚ୍ଛା ଜଣାଉଛି।

ଆଜି ଏଠାରେ ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କିଙ୍ଗ କ୍ଷେତ୍ରର ପ୍ରସିଦ୍ଧ ଲୋକମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ମୋର ସେମାନଙ୍କୁ ନିବେଦନ ଯେ ସମସ୍ତ ବ୍ୟାଙ୍କର୍ସ ମଧ୍ୟ ଜନସମର୍ଥ ପୋର୍ଟାଲକୁ ସଫଳ କରିବା ପାଇଁ, ଯୁବକଙ୍କୁ ଋଣ ମିଳିବା ସହଜ କରିବା ପାଇଁ ନିଜର ଭାଗିଦାରୀକୁ ଅଧିକରୁ ଅଧିକ ବୃଦ୍ଧି କରନ୍ତୁ।

ସାଥୀଗଣ,

କୌଣସି ମଧ୍ୟ ପରିବର୍ତନ ହେଉ, ସଂସ୍କାର ହେଉ, ଯଦି ତାହାର ଲକ୍ଷ୍ୟ ସ୍ପଷ୍ଟ ରହିଛି, ତାହାର କାର୍ଯ୍ୟକାରିତାକୁ ନେଇ ଗମ୍ଭୀରତା ରହିଛି, ତେବେ ତାହାର ଭଲ ପରିଣାମ ମଧ୍ୟ ନିଶ୍ଚିତ ଆସିବ। ବିଗତ ଆଠ ବର୍ଷରେ ଦେଶ ଯେଉଁ ସଂସ୍କାର ଆଣିଛି, ସେଥିରେ ଏହି କଥାକୁ ବଡ଼ ପ୍ରାଥମିକତା ଦିଆଯାଇଛି ଯେ ଆମ ଦେଶର ଯୁବକମାନଙ୍କୁ ନିଜର ସାମର୍ଥ୍ୟ ପ୍ରଦର୍ଶନ କରିବାର ସମ୍ପୂର୍ଣ୍ଣ ସୁଯୋଗ ମିଳୁ।

ଆମର ଯୁବକ ନିଜର ମନମୁତାବକ କମ୍ପାନୀ ସହଜରେ ଖୋଲି ପାରନ୍ତୁ, ସେମାନେ ସହଜରେ ନିଜର ଉଦ୍ୟୋଗ କରି ପାରନ୍ତୁ, ସେଗୁଡ଼ିକୁ ସହଜରେ ଚଳାଇ ପାରନ୍ତୁ, ଏହି ଦିଗରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏଥିପାଇଁ 30 ହଜାରରୁ ଅଧିକ ଅଭିଯୋଗକୁ କମ୍ କରି, ଦେଢ଼ ହଜାରରୁ ଅଧିକ ଆଇନକୁ ସମାପ୍ତ କରି, କମ୍ପାନୀ ଆଇନର ଅନେକ ବ୍ୟବସ୍ଥାଗୁଡ଼ିକୁ ଅପରାଧୀକରଣ କରି, ଆମେ ଏହା ସୁନିଶ୍ଚିତ କରିଛୁ ଯେ ଭାରତର କମ୍ପାନୀଗୁଡ଼ିକ ନା କେବଳ ଆଗକୁ ବଢ଼ନ୍ତୁ ବରଂ ନୂତନ ଶୀଖରକୁ ପ୍ରାପ୍ତ କରନ୍ତୁ।

ସାଥୀଗଣ,

ସଂସ୍କାର- ଅର୍ଥାତ ସୁଧାର ସହିତ ହିଁ ଆମେ ଯେଉଁ କଥା ଉପରେ ଫୋକସ୍ କରିଛୁ, ତାହା ହେଉଛି ସରଳୀକରଣ, ସିମ୍ପ୍ଲିଫିକେସନ୍ । କେନ୍ଦ୍ର ଏବଂ ରାଜ୍ୟର ଅନେକ ଟିକସର ଜାଲର ସ୍ଥାନ ଏବେ ଜିଏସଟି ନେଇ ଯାଇଛି । ଆଉ ଏହି ସରଳୀକରଣର ଫଳାଫଳକୁ ମଧ୍ୟ ଦେଶ ଦେଖୁଛି। ଏବେ ପ୍ରତ୍ୟେକ ମାସରେ ଜିଏସଟି ସଂଗ୍ରହ ଏକ ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିଯିବା ଏକ ସାଧାରଣ କଥା ହୋଇ ଯାଇଛି । ଇପିଏଫଓ ପଞ୍ଜିକରଣର ସଂଖ୍ୟାରେ ମଧ୍ୟ ଆମେ କ୍ରମାଗତ ଭାବେ ବୃଦ୍ଧି ଦେଖୁଛୁ । ପରିବର୍ତନ, ସରଳୀକରଣରୁ ଆଗକୁ ବଢ଼ି ଏବେ ଆମେ ସୁଗମ ବ୍ୟବସ୍ଥାର ନିର୍ମାଣ କରୁଛୁ।

ଜିଇଏମ ପୋର୍ଟାଲ ଯୋଗୁଁ ଉଦ୍ୟୋମୀ ଏବଂ ଉଦ୍ୟୋଗଗୁଡିକ ସେମାନଙ୍କ ଉତ୍ପାଦକୁ ସରକାରଙ୍କୁ ବିକ୍ରୟ କରିବା ଅତ୍ୟନ୍ତ ସହଜ ହୋଇଛି । ଏଥିରେ ମଧ୍ୟ କ୍ରୟ ଆକଳନ ଏକ ଲକ୍ଷ କୋଟି ଟଙ୍କା ଅତିକ୍ରମ କରୁଛି । ଆଜି ଦେଶରେ ନିବେଶ ପାଇଁ କେଉଁଠି- କେଉଁଠାରେ ସମ୍ଭାବନା ଅଛି, ସେହି ସୂଚନା ଇନଭେଷ୍ଟ ଇଣ୍ଡିଆ ପୋର୍ଟାଲ ମାଧ୍ୟମରେ ସହଜରେ ଉପଲବ୍ଧ ହେଉଛି ।

ଆଜି ଅନେକ ପ୍ରକାରର କ୍ଲିୟରାନ୍ସ ପାଇଁ ଏକକ ବାତାୟନ ପୋର୍ଟାଲ୍ ଅଛି । ଏହି ଶୃଙ୍ଖଳରେ ଏଇ ଜନସମର୍ଥ ପୋର୍ଟାଲ ମଧ୍ୟ ଦେଶର ଯୁବକ, ଦେଶର ଷ୍ଟାର୍ଟ ଅପ୍ସକୁ ବହୁତ ସାହାଯ୍ୟ କରିବାକୁ ଯାଉଛି । ଆଜି ଆମେ ସୁଧାର, ସରଳୀକରଣ, ସୁଗମତାର ଶକ୍ତି ସହିତ ଆଗକୁ ବଢୁଛୁ, ଫଳରେ ସୁବିଧା ଗୁଡିକର ଏକ ନୂତନ ସ୍ତରର ପ୍ରାପ୍ତ ହେଉଛି। ସମସ୍ତ ଦେଶବାସୀଙ୍କୁ ଆଧୁନିକ ସୁବିଧା ଯୋଗାଇବା, ସେମାନଙ୍କ ପାଇଁ ନିତ୍ୟ ନୂତନ ପ୍ରୟାସ କରିବା ଏବଂ ନୂତନ ସଂକଳ୍ପ ନେଇ ତାହାକୁ ସିଦ୍ଧ କରିବା ଆମର ସମସ୍ତଙ୍କର ଦାୟିତ୍ବ।

ସାଥୀଗଣ,

ବିଗତ 8 ବର୍ଷ ମଧ୍ୟରେ, ଆମେ ଦେଖାଇଛୁ ଯେ ଯଦି ଭାରତ ଐକ୍ୟବଦ୍ଧ ଭାବେ କିଛି କରିବାକୁ ନିଷ୍ପତ୍ତି ନିଏ, ତେବେ ତହା ସମଗ୍ର ବିଶ୍ୱ ପାଇଁ ଏକ ନୂତନ ଆଶା ଭରସାର ବିଷୟ ହୋଇଯାଏ। ଆଜି ବିଶ୍ୱ ଏକ ବଡ଼ ଉପ​‌ଭୋକ୍ତା​‌ ବଜାର ଭାବେ ନୁହେଁ, ବରଂ ଏକ ସମର୍ଥ, ସମ୍ପୂର୍ଣ୍ଣ ପରିବର୍ତ୍ତନକାରୀ, ସୃଜନଶୀଳ ଇକୋସିଷ୍ଟମ୍ ଭାବରେ ଆଶା ଏବଂ ଆକାଂକ୍ଷା ସହିତ ଆଜି ଆମ ଆଡକୁ ଦେଖୁଛି। ବିଶ୍ବର ଏକ ବୃହତ ଭାଗକୁ, ଭାରତ ଦ୍ବାରା ସମସ୍ୟାଗୁଡିକର ସମାଧାନର ଆଶା ରହିଛି । ଏହା ଏଥିପାଇଁ ସମ୍ଭବ ହେଉଛି କାରଣ ଗତ 8 ବର୍ଷ ମଧ୍ୟରେ ଆମେ ସାଧାରଣ ଭାରତୀୟଙ୍କ ବିବେକ ଓ ଜ୍ଞାନ ଉପରେ ବିଶ୍ୱାସ କରିଛୁ । ଆମେ ଜନତାଙ୍କ ଅଭିବୃଦ୍ଧିକୁ ବୁଦ୍ଧିମାନ ଅଂଶଗ୍ରହଣକାରୀ ଭାବେ ଉତ୍ସାହିତ କରିଛୁ।

ଦେଶର ଲୋକଙ୍କ ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଉତ୍ତମ ଶାସନ ପାଇଁ ଯେକୌଣସି ପ୍ରଯୁକ୍ତିବିଦ୍ୟା ଅଣାଯିବ, ଏହାକୁ ଦେଶବାସୀ ଗ୍ରହଣ କରିବେ ଏବଂ ପ୍ରଶଂସା କରିବେ । ଏହି ଜନ ବିଶ୍ୱାସର ପରିଣାମ ବିଶ୍ବର ସର୍ବୋତ୍ତମ ଡିଜିଟାଲ୍ କାରବାର ପ୍ଲାଟଫର୍ମ ୟୁପିଆଇ (UPI) ଅର୍ଥାତ୍ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ଆକାରରେ ସମସ୍ତଙ୍କ ସମ୍ମୁଖରେ ରହିଛି । ଆଜି ଦେଶବାସୀମାନେ ଦୂର- ଦୂରାନ୍ତର ଗାଁରୁ ନେଇ ସହରର ଗଳି କନ୍ଦି ପର୍ଯ୍ୟନ୍ତ ରାସ୍ତାକଡର ଉଠା ଦୋକାନୀ ଓ ଠେଲାରେ ବିକ୍ରି କରୁଥିବା ଲୋକ 10-20 ଟଙ୍କାରୁ ନେଇ ଲକ୍ଷ- ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହଜରେ କାରବାର କରୁଛନ୍ତି।

ଭାରତର ଯୁବକମାନଙ୍କ ମଧ୍ୟରେ ନବସୃଜନ ଏବଂ ଉଦ୍ୟମିତା ପ୍ରତି ଉତ୍ସାହ ରହିଛି, ତାହା ଉପରେ ମଧ୍ୟ ଆମର ବହୁତ ବିଶ୍ୱାସ ଥିଲା । ଦେଶର ଯୁବକମାନଙ୍କ ମଧ୍ୟରେ ଲୁକ୍କାୟିତ ଭାବେ ରହିଥିବା​‌ ଏହି​‌ ଉତ୍ସାହକୁ ଷ୍ଟାର୍ଟ ଅପ୍ ଇଣ୍ଡିଆର ପ୍ଲାଟଫର୍ମ ଦିଆଯାଇଛି। ଆଜି ଦେଶରେ ପ୍ରାୟ 70 ହଜାର ଷ୍ଟାର୍ଟ ଅପ୍ ରହିଛି ଏବଂ ପ୍ରତିଦିନ ଏଥିରେ ଡଜନ ଡଜନ ନୂତନ ସଦସ୍ୟ ସାମିଲ ହେଉଛନ୍ତି।

ସାଥୀଗଣ,

ଦେଶ ଆଜି ଯାହା ମଧ୍ୟ ହାସଲ କରୁଛି, ସେଥିରେ ଆତ୍ମ-ପ୍ରେରଣାର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି, ସମସ୍ତଙ୍କ ପ୍ରୟାସ ଦ୍ବାରା  ହୋଇଛି । ଦେଶବାସୀ ଅତ୍ମନିର୍ଭର ଭାରତ ଅଭିଯାନ ଦ୍ବାରା, ଲୋକାଲ୍ ଫର ଭୋକାଲ୍ ଭଳି ଅଭିଯାନରେ ଭାବନାତ୍ମକ ରୂପରେ ସାମିଲ ହୋଇଛନ୍ତି। ଏଥିରେ ଆପଣ ସମସ୍ତଙ୍କର, ଅର୍ଥ ମନ୍ତ୍ରଣାଳୟ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ଭୂମିକା ବହୁତ ବୃଦ୍ଧି ପାଇଛି। ବର୍ତ୍ତମାନ ଆମକୁ ଦ୍ରୁତ ଗତିରେ ଯୋଜନା ଗୁଡ଼ିକୁ ଶେଷ ପର୍ଯ୍ୟନ୍ତ ପହଞ୍ଚାଇବାକୁ ପଡିବ।

ଆମେ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ପାଇଁ ପ୍ଲାଟଫର୍ମ ପ୍ରସ୍ତୁତ କରିଛୁ, ବର୍ତ୍ତମାନ ଆମକୁ ଏହାର ସଦବ୍ୟବହାରକୁ ନେଇ ସଚେତନତା ବଢାଇବାକୁ ପଡିବ । ଭାରତ ପାଇଁ ଯେଉଁ ଆର୍ଥିକ ସମାଧାନ ବ୍ୟବସ୍ଥା ପ୍ରସ୍ତୁତ ହୋଇଛି, ତାହା ବର୍ତ୍ତମାନ ବିଶ୍ବର ଅନ୍ୟ ଦେଶର ନାଗରିକମାନଙ୍କ ପାଇଁ ସମାଧାନର ପଥ ଦେଖାଉ, ଏଥିପାଇଁ ମଧ୍ୟ ଉଦ୍ୟମ କରାଯିବା ଉଚିତ୍।

ଆମର ବ୍ୟାଙ୍କଗୁଡିକ, ଆମର ମୁଦ୍ରା କିପରି ଆନ୍ତର୍ଜାତୀୟ ଯୋଗାଣ ଶୃଙ୍ଖଳାର, ଆନ୍ତର୍ଜାତୀୟ ବାଣିଜ୍ୟର ଏକ ବ୍ୟାପକ ଅଂଶ ହେଏ, ତାହା ଉପରେ ଧ୍ୟାନ ଦେବା ଆବଶ୍ୟକ। ମୋର ବିଶ୍ବାସ ଯେ ସ୍ୱାଧୀନତାର ଅମୃତକାଳରେ ଉନ୍ନତ ଆର୍ଥିକ ଏବଂ କର୍ପୋରେଟ୍ ପ୍ରଶାସନକୁ ଆପଣ ନିରନ୍ତର ଉତ୍ସାହିତ କରିବେ । ଆଜି ଏହି ସମାରୋହ ପାଇଁ 75 ଟି ସ୍ଥାନରେ ଯେଉଁ ସାଥୀମାନେ ବସିଛନ୍ତି, ସେହି ସମସ୍ତଙ୍କୁ ଅନେକ- ଅନେକ ଶୁଭକାମନା ଜଣାଇ ମୋର ବାଣୀକୁ ବିରାମ ଦେଉଛି।

ବହୁତ- ବହୁତ ଧନ୍ୟବାଦ !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Tractor sales begin FY27 with 27% jump in April on strong rural sentiment

Media Coverage

Tractor sales begin FY27 with 27% jump in April on strong rural sentiment
NM on the go

Nm on the go

Always be the first to hear from the PM. Get the App Now!
...
Russia’s Foreign Minister calls on Prime Minister Shri Narendra Modi
May 14, 2026
FM Lavrov briefs PM on the progress achieved in bilateral cooperation since the meeting of the two leaders in December 2025.
FM Lavrov and PM discuss regional and global issues of mutual interest, including the situation in Ukraine and West Asia.
PM reiterates India’s consistent stand in favour of dialogue and diplomacy.
PM conveys his warm greetings to President Putin.

The Foreign Minister of the Russian Federation, H.E. Mr. Sergei Lavrov, called on Prime Minister Shri Narendra Modi today.

Foreign Minister Lavrov briefed the Prime Minister on the progress achieved in bilateral cooperation since the meeting of the two leaders in December 2025 for the 23rd India-Russia Annual Summit.

Foreign Minister Lavrov and PM exchanged views on various regional and global issues of mutual interest, including the situation in Ukraine and West Asia.

Prime Minister reiterated India’s consistent stand in of dialogue and diplomacy as the best way forward.

Prime Minister requested Foreign Minister Lavrov to convey his warm greetings to President Putin.