ମନ୍ଦିର ଦର୍ଶନ, ପରିକ୍ରମା କରିଛନ୍ତି ଏବଂ ବିଷ୍ଣୁ ମହାଯଜ୍ଞରେ ପୂର୍ଣ୍ଣାହୂତି ଦେଇଛନ୍ତି
ଦେଶର ନିରନ୍ତର ବିକାଶ ତଥା ଗରିବ ଲୋକଙ୍କ କଲ୍ୟାଣ ପାଇଁ ଭଗବାନ୍ ଶ୍ରୀ ଦେବନାରାୟଣ ଜୀ ଙ୍କ ଠାରୁ ଆଶୀର୍ବାଦ ଲୋଡିଛନ୍ତି
“ଭୌଗୋଳିକ, ସାଂସ୍କୃତିକ, ସାମାଜିକ ତଥା ଆଦର୍ଶଗତ ଭାବରେ ଭାରତକୁ ଭାଙ୍ଗିବାକୁ ଅନେକ ଚେଷ୍ଟା ସତ୍ୱେ କୌଣସି ଶକ୍ତି ଭାରତକୁ ଶେଷ କରିପାରିବ ନାହିଁ”
“ଏହା ଭାରତୀୟ ସମାଜର ଶକ୍ତି ଏବଂ ପ୍ରେରଣା ଯାହା ଦେଶର ଅମରତାକୁ ସୁରକ୍ଷିତ ରଖିଥାଏ ବୋଲି ସେ କହିଛନ୍ତି”
“ଭଗବାନ୍ ଦେବନାରାୟଣଙ୍କ ଦ୍ୱାରା ପ୍ରଦର୍ଶିତ ରାସ୍ତା "ସବକା ସାଥ୍‌” ମାଧ୍ୟମରେ " ସବକା ବିକାଶ” ଅଟେ ଏବଂ ଦେଶ ଆଜି ମଧ୍ୟ ସମାନ ମାର୍ଗ ଅନୁସରଣ କରୁଛି”
“ଦେଶ ବଞ୍ଚିତ ଏବଂ ଅବହେଳିତ ରହିଥିବା ପ୍ରତ୍ୟେକ ବର୍ଗକୁ ସଶକ୍ତ କରିବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି”
“ଜାତୀୟ ପ୍ରତିରକ୍ଷା ହେଉ କିମ୍ବା ସଂସ୍କୃତିର ସଂରକ୍ଷଣ ହେଉ, ଗୁରୁଜାର ସମ୍ପ୍ରଦାୟ ପ୍ରତ୍ୟେକ ସମୟରେ ସୁରକ୍ଷାଦାତାର ଭୂମିକା ଗ୍ରହଣ କରିଛନ୍ତି”
“ନୂତନ ଭାରତ ବିଗତ ଦଶନ୍ଧିର ତ୍ରୁଟିକୁ ସଂଶୋଧନ କରୁଛି ଏବଂ ଏହାର ଅନାଲୋଚିତ ହିରୋ ମାନଙ୍କୁ ସମ୍ମାନିତ କରୁଛି”

ମାଲାସେରୀ ଡୁଙ୍ଗରୀ କୀ ଜୟ, ମାଲାସେରୀ ଡୁଙ୍ଗରୀ କୀ ଜୟ!

ସାଡୁ ମାତା କୀ ଜୟ, ସାଡୁ ମାତା କୀ ଜୟ!

ସବାଈଭୋଜ ମହାରାଜ କୀ ଜୟ, ସବାଈଭୋଜ ମହାରାଜ କୀ ଜୟ!

ଦେବ ନାରାୟଣ ଭଗବାନ ଜୀ କୀ ଜୟ, ଦେବ ନାରାୟଣ ଭଗବାନ ଜୀ କୀ ଜୟ !

ସାଡୁ ମାତା ଗୁର୍ଜରୀ ଙ୍କର ଏହି ତପୋଭୂମି, ମହାଦାନୀ ବଗଡାବତ ସୁରବୀରଙ୍କ କର୍ମଭୂମି, ଏବଂ ଦେବ ନାରାୟଣ ଭଗବାନଙ୍କର ଜନ୍ମଭୂମି, ମାଲାସୋରୀ ଡୁଙ୍ଗରୀଙ୍କୁ ମୋର ପ୍ରଣାମ ।

ଶ୍ରୀ ହେମରାଜ ମହାଶୟ ଗୁର୍ଜର, ଶ୍ରୀ ସୁରେଶ ଦାସ ମହାଶୟ, ଦୀପକ ପାଟିଲ ମହାଶୟ, ରାମ ପ୍ରସାଦ ଧାବେଇ ମହାଶୟ, ଅର୍ଜୁନ ମେଘୱାଲ ମହାଶୟ, ସୁଭାଷ ବହେଡିୟା ମହାଶୟ, ଏବଂ ସାରା ଦେଶରୁ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ,

ଆଜି ଏହି ପବିତ୍ର ଅବସରରେ ଭଗବାନ ଦେବ ନାରାୟଣ ଜୀଙ୍କର ଡାକରା ଆସିଲା ଆଉ ଯେତେବେଳେ ଭଗବାନ ଦେବ ନାରାୟଣ ଜୀଙ୍କର ଡାକରା ଆସିଥାଏ ସେତେବେଳେ କିଏ ହେଲେ ମଧ୍ୟ ସୁଯୋଗକୁ ହାତଛଡ଼ା କରିଥାଏ କି? ମୁଁ ମଧ୍ୟ ଆସି ପହଂଚିଗଲି । ଆଉ ଆପଣ ମନେ ରଖନ୍ତୁ, ଇଏ କୌଣସି ପ୍ରଧାନମନ୍ତ୍ରୀ ଏଠାକୁ ଆସି ନାହାଁନ୍ତି । ମୁଁ ସମ୍ପୂର୍ଣ୍ଣ ଭକ୍ତିଭାବର ସହିତ ଆପଣମାନଙ୍କ ପାଖକୁ ଜଣେ ତୀର୍ଥଯାତ୍ରୀ ଭାବେ ଆଶୀର୍ବାଦ ନେବାକୁ ଆସିଛି । ଏବେ ମୋତ ଯଞ୍ଜଶାଳାରେ ପୂର୍ଣ୍ଣାହୁତି ଦେବାର ସୌଭାଗ୍ୟ ମଧ୍ୟ ମିଳିଲା । ମୋ ପାଇଁ ଏହା ମଧ୍ୟ ସୌଭାଗ୍ୟର ବିଷୟ ଯେ ମୋ ଭଳି ଏକ ସାଧାରଣ ବ୍ୟକ୍ତି ଆପଣମାନଙ୍କ ଗହଣକୁ ଆସି ଭଗବାନ ଦେବ ନାରାୟଣ ଜୀଙ୍କର ଆଉ ତାଙ୍କର ସମସ୍ତ ଭକ୍ତମାନଙ୍କର ଆଶୀର୍ବାଦ ପ୍ରାପ୍ତ କରିବାର ପୁଣ୍ୟ ପ୍ରାପ୍ତ ହୋଇଛି । ଭଗବାନ ଦେବ ନାରାୟଣ ଜୀ ଏବଂ ଜନତା ଜନାର୍ଦ୍ଦନ, ଦୁହିଁଙ୍କର ଦର୍ଶନ କରି ମୁଁ ଆଜି ଧନ୍ୟ ହୋଇଗଲି । ସାରା ଦେଶରୁ ଏଠାକୁ ଆସିଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ଭଳି, ଅନବରତ ରାଷ୍ଟ୍ରସେବା ପାଇଁ, ଗରୀବଙ୍କ କଲ୍ୟାଣ ପାଇଁ ମୁଁ ଭଗବାନ ଦେବ ନାରାୟଣ ଜୀଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିବାକୁ ଆସିଛି ।

ସାଥୀଗଣ,

ଏହା ହେଉଛି ଭଗବାନ ଦେବ ନାରାୟଣ ଜୀଙ୍କର ଏକ ହଜାର ଏକ ଶହ ଏଗାର ଅବତରଣ ଦିବସ । ସପ୍ତାହ ଧରି ଏଠାରେ ଏହା ସହିତ ଜଡ଼ିତ ସମାରୋହ ଚାଲିଛି । ଏହି ସୁଯୋଗ ହେଉଛି ଯେତେ ବଡ଼, ସେତିକି ହିଁ ଭବ୍ୟତା, ସେତିକି ଦିବ୍ୟତା, ସେତେ ବଡ଼ ଭାଗିଦାରୀ ଗୁର୍ଜର ସମାଜ ସୁନିଶ୍ଚିତ କରିଛନ୍ତି । ଏଥିପାଇଁ ମୁଁ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି, ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରୟାସକୁ ପ୍ରଶଂସା କରୁଛି ।

ଭାଇ ଓ ଭଉଣୀମାନେ,

ଭାରତର ଆମେମାନେ, ହଜାର- ହଜାର ବର୍ଷ ପୁରୁଣା ନିଜର ଇତିହାସ, ନିଜର ସଭ୍ୟତା, ନିଜର ସଂସ୍କୃତି ଉପରେ ଗର୍ବ କରିଥାଉ । ବିଶ୍ୱର ଅନେକ ସଭ୍ୟତା ଗୁଡ଼ିକ ସମୟ ସହିତ ଶେଷ ହୋଇ ଯାଇଛି, ପରିବର୍ତନର ଢ଼ାଂଚା ସହିତ ନିଜକୁ ମିଶାଇ ପାରିଲେ ନାହିଁ । ଭାରତକୁ ମଧ୍ୟ ଭୌଗୋଳିକ, ସାଂସ୍କୃତିକ, ସାମାଜିକ ଏବଂ ବୈଚାରିକ ଭାବେ ଭାଙ୍ଗିବା ପାଇଁ ବହୁତ ପ୍ରୟାସ ହୋଇଛି । କିନ୍ତୁ ଭାରତକୁ କୌଣସି ଶକ୍ତି ମଧ୍ୟ ସମାପ୍ତ କରି ପାରି ନାହିଁ । ଭାରତ କେବଳ ଏକ ଭୂଖଣ୍ଡ ନୁହେଁ, ବରଂ ଆମର ସଭ୍ୟତାର, ସଂସ୍କୃତିର, ସଦଭାବନାର ସମ୍ଭାବନାର ହେଉଛି ଏକ ଅଭିବ୍ୟକ୍ତି । ଏଥିପାଇଁ ଆଜି ଭାରତ ନିଜର ବୈଭବଶାଳୀ ଭବିଷ୍ୟତର ମୂଳଦୁଆ ରଖୁଛି । ଆଉ ଜାଣିଛନ୍ତି, ଏହା ପଛରେ ସବୁଠାରୁ ବଡ଼ ପ୍ରେରଣା, ସବୁଠାରୁ ବଡ଼ ଶକ୍ତି କ’ଣ ରହିଛି? କାହାର ଶକ୍ତି ଦ୍ୱାରା, କାହାର ଆଶୀର୍ବାଦରେ ଭାରତ ଅଟଳ ରହିଛି, ଅଜର ରହିଛି, ଅମର ରହିଛି?

ମୋର ପ୍ରିୟ ଭାଇ ଓ ଭଉଣୀମାନେ,

ଏହି ଶକ୍ତି ହେଉଛି ଆମ ସମାଜର ଶକ୍ତି । ହେଉଛି ଦେଶର କୋଟି- କୋଟି ଲୋକଙ୍କର ଶକ୍ତି । ଭାରତର ହଜାର- ହଜାର ବର୍ଷର ଯାତ୍ରାରେ ସମାଜଶକ୍ତିର ବହୁତ ବଡ଼ ଭୂମିକା ରହିଛି । ଏହା ଆମର ସୌଭାଗ୍ୟ ରହିଛି ଯେ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ କାଳରେ ଆମର ସମାଜ ଭିତରୁ ହିଁ ଏକ ଏଭଳି ଉର୍ଜ୍ଜା ବାହାରିଥାଏ, ଯାହାର ଆଲୋକ, ସମସ୍ତଙ୍କୁ ପଥ ପ୍ରଦର୍ଶିତ କରିଥାଏ, ସମସ୍ତଙ୍କ କଲ୍ୟାଣ କରିଥାଏ । ଭଗବାନ ଦେବ ନାରାୟଣ ମଧ୍ୟ ଏହିଭଳି ହିଁ ଶକ୍ତିପୁଞ୍ଜ ଥିଲେ, ଅବତାର ଥିଲେ, ଯିଏକି ଅତ୍ୟାଚରୀମାନଙ୍କ କବଳରୁ ଆମର ଜୀବନ ଏବଂ ଆମ ସଂସ୍କୃତିର ରକ୍ଷା କରିଥିଲେ । ଶାରୀରିକ ଭାବେ ମାତ୍ର 31 ବର୍ଷର ବୟସ ବିତାଇ, ଜନମାନସରେ ଅମର ହୋଇଯିବା, ହେଉଛି ସର୍ବସିଦ୍ଧି ଅବତାର ପାଇଁ ହିଁ ସମ୍ଭବ । ସେ ସମାଜରେ ବ୍ୟାପୀ ରହିଥିବା କୁପ୍ରଥାକୁ ଦୂର କରିବା ପାଇଁ ସାହସ କଲେ, ସମାଜକୁ ଏକାଠି କଲେ, ସମରସତାର ଭାବକୁ ବ୍ୟାପକ କଲେ । ଭଗବାନ ଦେବ ନାରାୟଣ ସମାଜର ବିଭିନ୍ନ ବର୍ଗଙ୍କୁ ଏକାଠି କରି ଆଦର୍ଶ ବ୍ୟବସ୍ଥା ପ୍ରତିଷ୍ଠା କରିବା ଦିଗରେ କାର୍ଯ୍ୟକଲେ । ଏହା ହେଉଛି କାରଣ ଯେ ଭଗବାନ ଦେବ ନାରାୟଣଙ୍କ ପ୍ରତି ସମାଜର ପ୍ରତ୍ୟେକ ବର୍ଗରେ ଶ୍ରଦ୍ଧା ରହିଛି, ଆସ୍ଥା ରହିଛି । ଏଥିପାଇଁ ଭଗବାନ ଦେବ ନାରାୟଣ ଆଜି ମଧ୍ୟ ଜନ ଜୀବନରେ ପରିବାରରେ ମୁଖ୍ୟ ଭାବେ ଅଛନ୍ତି, ତାଙ୍କ ସହିତ ପରିବାରର ସୁଖ-ଦୁଖ ଆଦାନ-ପ୍ରଦାନ ହୁଏ ।

ଭାଇ ଓ ଭଉଣୀମାନେ,

ଭଗବାନ ଦେବ ନାରାୟଣ ସଦାସର୍ବଦା ସେବା ଏବଂ ଜନକଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଥିଲେ । ଏହି ଶିକ୍ଷା, ଏହି ପ୍ରେରଣା ନେଇ ପ୍ରତ୍ୟେକ ଶ୍ରଦ୍ଧାଳୁ ଏଠାରୁ ଯାଇଥାନ୍ତି । ସେ ଯେଉଁ ପରିବାରୁ ଆସିଥିଲେ, ସେଠାରେ ତାଙ୍କ ପାଇଁ କୌଣସି ଅଭାବ ନ ଥିଲା । କିନ୍ତୁ ସୁଖ- ସୁବିଧା ବ୍ୟତୀତ ସେ ସେବା ଏବଂ ଜନକଲ୍ୟାଣର କଠିନ ମାର୍ଗ ବାଛିଥିଲେ । ନିଜ ଉର୍ଜ୍ଜାର ଉପଯୋଗ ମଧ୍ୟ ସେ ପ୍ରାଣୀମାନଙ୍କ କେବଳ ମାତ୍ର କଲ୍ୟାଣ ପାଇଁ କରିଥିଲେ ।

ଭାଇ ଓ ଭଉଣୀମାନେ, 

‘ଭଲା ଜୀ ଭଲା, ଦେବ ଭଲା’ ଅର୍ଥାତ ଭଲ ହିଁ ଭଲ, ଦେବଙ୍କ ଭଳି ଭଲ । ‘ଭଲା ଜୀ ଭଲା, ଦେବ ଭଲା’ ଅର୍ଥାତ ଭଲ ହିଁ ଭଲ, ଦେବଙ୍କ ଭଳି ଭଲ । ଏହି ଉଦଘୋଷରେ, ଭଲର କାମନା ରହିଛି, କଲ୍ୟାଣର କାମନା ରହିଛି । ଭଗବାନ ଦେବ ନାରାୟଣ ଯେଉଁ ପଥ ଦେଖାଇଛନ୍ତି, ତାହା ହେଉଛି ସମସ୍ତଙ୍କର ସହିତଠାରୁ ସମସ୍ତଙ୍କର ବିକାଶ । ଆଜି ଦେଶ ଏହି ପଥରେ ଚାଲିଛି । ବିଗତ 8-9 ବର୍ଷରେ ଦେଶ ସମାଜର ପ୍ରତ୍ୟେକ ବର୍ଗକୁ ସଶକ୍ତ କରିବାର ପ୍ରୟାସ କରି ଚାଲିଛି, ଯେଉଁମାନେ ଉପେକ୍ଷିତ ଅଛନ୍ତି, ଯେଉଁମାନେ ବଂଚିତ ରହିଛନ୍ତି । ବଂଚିତଙ୍କୁ ଅଗ୍ରାଧିକାର ଏହି ମନ୍ତ୍ରକୁ ନେଇ ଆମେ ଆଗେଇ ଚାଲିଛୁ । ଆପଣମାନେ ମନେ ପକାନ୍ତୁ, ରାସନ ମିଳିବ ନା ନାହିଁ, କେତେ ମିଳିବ, ଏହା ଗରିବଙ୍କର କେତେ ବଡ଼ ଚିନ୍ତା ହୋଇଥାଏ । କିନ୍ତୁ ଆଜି ପ୍ରତ୍ୟେକ ହିତାଧିକାରୀଙ୍କୁ ସମ୍ପୁର୍ଣ୍ଣ ରାସନ ମିଳୁଛି, ନିଶୁଳ୍କ ମିଳୁଛି । ହାସ୍ପାତାଳରେ ଚିକିତ୍ସାର ଚିନ୍ତାକୁ ମଧ୍ୟ ଆମେ ଆୟୂଷ୍ମାନ ଭାରତ ଯୋଜନା ଦ୍ୱାରା ଦୂର କରି ଦେଇଛୁ । ଗରିବଙ୍କ ମନରେ ଘରକୁ ନେଇ, ଶୌଚାଳୟକୁ ନେଇ, ବିଜୁଳି, ଗ୍ୟାସ ସଂଯୋଗକୁ ନେଇ ଚିନ୍ତା ଥିଲା, ତା’ ମଧ୍ୟ ଆମେ ଦୂର କରୁଛୁ । ବ୍ୟାଙ୍କରେ କାରବାର କରିବା ମଧ୍ୟ ବହୁତ କମ୍ ଲୋକଙ୍କ ଭାଗ୍ୟରେ ଥିଲା । ଆଜି ଦେଶରେ ସମସ୍ତଙ୍କ ପାଇଁ ବ୍ୟାଙ୍କର ଦ୍ୱାର ଖୋଲି ଯାଇଛି ।

ସାଥୀଗଣ,

ଜଳର କ’ଣ ମହତ୍ୱ ଥାଏ, ଏହା ରାଜସ୍ଥାନରୁ ଭଲଭାବେ ଆଉ କିଏ ଜାଣିପାରେ । କିନ୍ତୁ ସ୍ୱାଧୀନତାର ଅନେକ ଦଶକ ପରେ ମଧ୍ୟ ଦେଶର କେବଳ 3 କୋଟି ପରିବାର ପର୍ଯ୍ୟନ୍ତ ପାଇପ ଯୋଗେ ପାନୀୟ ଜଳ ମିଳିବାର ସୁବିଧା ଥିଲା । 16 କୋଟିରୁ ଅଧିକ ଗ୍ରାମୀଣ ପରିବାରଙ୍କୁ ପାଣି ପାଇଁ ସଂଘର୍ଷ କରିବାକୁ ପଡ଼ୁଥିଲା । ବିଗତ ସାଢ଼େ 3 ବର୍ଷ ମଧ୍ୟରେ ଦେଶରେ ଯେଉଁ ପ୍ରୟାସ ହୋଇଛି, ତାହା ଯୋଗୁଁ ଏବେ 11 କୋଟିରୁ ଅଧିକ ପରିବାର ପର୍ଯ୍ୟନ୍ତ ପାଇପ ଯୋଗେ ପାଣି ପହଂଚିବାରେ ଲାଗିଛି । ଦେଶରେ କୃଷକମାନଙ୍କର ଚାଷଜମି ପର୍ଯ୍ୟନ୍ତ ପାଣି ପହଂଚାଇବା ପାଇଁ ମଧ୍ୟ ବହୁତ ବ୍ୟାପକ କାର୍ଯ୍ୟ ଦେଶରେ ହେଉଛି । ଜଳସେଚନର ପାରମ୍ପରିକ ଯୋଜନାଗୁଡ଼ିକର ସମ୍ପ୍ରସାରଣ ହେଉ ଅବା ପୁଣି ନୂତନ କୌଶଳରେ ଜଳସେଚନ ହେଉ, କୃଷକମାନଙ୍କୁ ଆଜି ସମସ୍ତ ପ୍ରକାରର ସହାୟତା ଦିଆଯାଉଛି । କ୍ଷୁଦ୍ରଚାଷୀ, ଯେଉଁମାନେ କେବେ ସରକାରୀ ସହାୟତା ପାଇଁ ବ୍ୟାକୁଳ ହେଉଥିଲେ, ତାଙ୍କୁ ମଧ୍ୟ ପ୍ରଥମ ଥର ପାଇଁ ପିଏମ କିଷାନ ସମ୍ମାନ ନିଧି ଦ୍ୱାରା ସିଧାସଳଖ ସହାୟତା ମିଳୁଛି । ଏଠାରେ ରାଜସ୍ଥାନରେ ମଧ୍ୟ କୃଷକମାନଙ୍କୁ ପିଏମ କିଷାନ ସମ୍ମାନ ନିଧି ମାଧ୍ୟମରେ 15 ହଜାର କୋଟିରୁ ଅଧିକ ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଛି ।

ସାଥୀଗଣ,

ଭଗବାନ ଦେବ ନାରାୟଣ ଗୋସେବା ଦ୍ୱାରା ସମାଜ ସେବାର, ସମାଜର ଶକ୍ତିକରଣର ମାଧ୍ୟମ କରିଥିଲେ । ବିଗତ କିଛି ବର୍ଷରେ ଦେଶରେ ମଧ୍ୟ ଗୋସେବାର ଏହି ଭାବ ନିରନ୍ତର ସଶକ୍ତ ହେଉଛି । ଆମର ଏଠାରେ ପଶୁମାନଙ୍କ ଠାରେ ପାଦ ଏବଂ ମୁହଁରେ ରୋଗ, (ଖୁରପକା ଏବଂ ମୁହଁପକା) ପାଦ ଏବଂ ମୁଖ ଜନିତ ରୋଗ କେତେ ବଡ଼ ସମସ୍ୟା ଥିଲା, ଏହା ଆପଣମାନେ ଭଲ ଭାବେ ଜାଣିଛନ୍ତି । ଏହାଦ୍ୱାରା ଆମର ଗାଈମାନଙ୍କୁ, ଆମର ପଶୁଧନକୁ ମୁକ୍ତି ମିଳୁ, ଏଥିପାଇଁ ଦେଶରେ କୋଟି- କୋଟି ପଶୁଙ୍କୁ ନିଃଶୁଳ୍କ ଟିକାକରଣର ବହୁତ ବଡ଼ ଅଭିଯାନ ଚାଲୁ ରହିଛି । ଦେଶରେ ପ୍ରଥମ ଥର ପାଇଁ ଗୋ-କଲ୍ୟାଣ ନିମନ୍ତେ ରାଷ୍ଟ୍ରୀୟ କାମଧେନୁ ଆୟୋଗ ପ୍ରତିଷ୍ଠା କରାଯାଇଛି । ରାଷ୍ଟ୍ରୀୟ ଗୋକୁଳ ମିଶନ ଦ୍ୱାରା ବୈଜ୍ଞାନିକ ପଦ୍ଧତିରେ ପଶୁପାଳନକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ଦିଆ ଯାଉଛି । ପଶୁଧନ ଆମର ପରମ୍ପରା, ଆମର ଆସ୍ଥାର ହିଁ ନୁହେଁ, ବରଂ ଆମର ଗ୍ରାମୀଣ ଅର୍ଥବ୍ୟବସ୍ଥାର ମଧ୍ୟ ହେଉଛି ସୁଦୃଢ଼ ଅଂଶ । ଏଥିପାଇଁ ପ୍ରଥମ ଥର ଲାଗି ପଶୁପାଳକମାନଙ୍କ ପାଇଁ ମଧ୍ୟ କିଷାନ କ୍ରେଡିଟ କାର୍ଡର ସୁବିଧା ଦିଆଯାଇଛି । ଆଜି ସାରା ଦେଶରେ ଗୋବର୍ଦ୍ଧନ ଯୋଜନା ମଧ୍ୟ ଚାଲୁ ରହିଛି । ଏହା ଗୋବର ସହିତ ଚାଷବାସରୁ ବାହାରୁଥିବା ଆବର୍ଜନାକୁ ସମ୍ପଦରେ ପରିବର୍ତନ କରିବାର ହେଉଛି ଏକ ଅଭିଯାନ । ଆମର ଯେଉଁ ଡାଏରୀ ପ୍ଲାଂଟ ଅଛି- ତାହା ଗୋବରରୁ ସୃଷ୍ଟି ହେଉଥିବା ବିଜୁଳି ଦ୍ୱାରା ହିଁ ଚାଲୁ, ଏଥିପାଇଁ ମଧ୍ୟ ପ୍ରୟାସ କରାଯାଉଛି ।

ସାଥୀଗଣ,

ଗତବର୍ଷ ସ୍ୱାଧୀନତା ଦିବସ ଅବସରରେ ମୁଁ ଲାଲକିଲ୍ଲାରୁ ପାଂଚ ପ୍ରଣ ନେଇ ଚାଲିବାକୁ ଅନୁରୋଧ କରିଥିଲି । ଉଦ୍ଦେଶ୍ୟ ଏହା ଥିଲା ଯେ ଆମେ ସମସ୍ତେ ନିଜର ପରମ୍ପରାକୁ ନେଇ ଗର୍ବ କରିବା, ପରାଧୀନତାର ମାନସିକତାରୁ ବାହାରି ଦେଶପାଇଁ ନିଜର କର୍ତବ୍ୟକୁ ସ୍ମରଣ ରଖିବା । ନିଜ ମନିଷୀମାନଙ୍କ ଦ୍ୱାରା ପ୍ରଦର୍ଶିତ ପଥରେ ଚାଲିବା ଏବଂ ଆମର ବଳିଦାନ ଦେଇଥିବା ଶୁର-ବୀରଙ୍କ ଶୌର୍ଯ୍ୟକୁ ମନେ ରଖିବା ମଧ୍ୟ ଏହି ସଂକଳ୍ପର ହେଉଛି ଏକ ଅଂଶ । ରାଜସ୍ଥାନ ହେଉଛି ପରମ୍ପରା ଓ ଐତିହ୍ୟର ମାଟି । ଏଠାରେ ସୃଜନଶୀଳତା ଅଛି, ଉତ୍ସାହ ଅଛି, ଉତ୍ସବ ମଧ୍ୟ ଅଛି । ପରିଶ୍ରମ ଏବଂ ପରୋପକାର ମଧ୍ୟ ରହିଛି । ଶୌର୍ଯ୍ୟ ଏଠାରେ ଘରେ- ଘରେ ସଂସ୍କାର ଭାବେ ରହିଛି । ରଙ୍ଗ-ରାଗ ରାଜସ୍ଥାନରେ ପର୍ଯ୍ୟାପ୍ତ ମାତ୍ରାରେ ଅଛି । ସେତିକି ହିଁ ଗୁରୁତ୍ୱ ଏଠାକାର ଜନ- ଜନଙ୍କ ସଂଘର୍ଷ ଏବଂ ସଂଯମର ମଧ୍ୟ ରହିଛି । ଏହି ପ୍ରେରଣାସ୍ଥଳୀ, ଭାରତର ଅନେକ ଗୌରବଶାଳୀ କ୍ଷଣର ବ୍ୟକ୍ତିତ୍ୱଙ୍କ ସାକ୍ଷୀ ରହିଛି । ତେଜା-ଜୀଙ୍କ ଠାରୁ ପାବୁ-ଜୀଙ୍କ ପର୍ଯ୍ୟନ୍ତ, ଗୋଗା-ଜୀଙ୍କ ଠାରୁ ରାମଦେବ-ଜୀଙ୍କ ପର୍ଯ୍ୟନ୍ତ, ବପ୍ପା ରାୱଲଙ୍କ ଠାରୁ ମହାରାଣା ପ୍ରତାପଙ୍କ ପର୍ଯ୍ୟନ୍ତ, ଏଠାକାର ମହାପୁରୁଷ, ଜନ-ନାୟକ, ଲୋକ-ଦେବତା ଏବଂ ସମାଜ ସଂସ୍କାରକମାନେ ସର୍ବଦା ଦେଶକୁ ପଥ ପ୍ରଦର୍ଶନ କରିଛନ୍ତି । ଇତିହାସରେ ବୋଧହୁଏ ଏପରି କୌଣସି ସମୟ ନାହିଁ ଯେଉଁଥିରେ ଏହି ମାଟି ରାଷ୍ଟ୍ର ପାଇଁ ପ୍ରେରଣା ଦେଇ ନ ଥିବ । ଏଥିରେ ମଧ୍ୟ ଗୁର୍ଜର ସମାଜ, ଶୌର୍ଯ୍ୟ, ପରାକ୍ରମ ଏବଂ ଦେଶଭକ୍ତିର ପର୍ଯ୍ୟାୟ ରହିଛି । ରାଷ୍ଟ୍ରରକ୍ଷା ହେଉ ଅବା ପୁଣି ସଂସ୍କୃତିର ରକ୍ଷା, ଗୁର୍ଜର ସମାଜ ପ୍ରତ୍ୟେକ କାଳଖଣ୍ଡରେ ପ୍ରହରୀର ଭୂମିକା ତୁଲାଇଛି । କ୍ରାନ୍ତିବୀର ଭୂପସିଂହ ଗୁର୍ଜର, ଯିଏ ବିଜୟ ସିଂହ ପଥିକ ଭାବେ ଜଣାଶୁଣା, ତାଙ୍କ ନେତୃତ୍ୱରେ ବିଜୋଲିୟାର କୃଷକ ଆନ୍ଦୋଳନ ସ୍ୱାଧୀନତା ଆନ୍ଦୋଳନରେ ଏକ ବଡ଼ ପ୍ରେରଣା ଥିଲା । କୋତୱାଲ ଧନସିଂହ ମହାଶୟ ଏବଂ ଯୋଗରାଜ ସିଂହ ମହାଶୟ ଏଭଳି ଅନେକ ଯୋଦ୍ଧା ଅଛନ୍ତି, ଯେଉଁମାନେ ଦେଶ ପାଇଁ ନିଜର ଜୀବନ ଦେଇ ଦେଇଛନ୍ତି । କେବଳ ଏତିକି ନୁହେଁ, ରାମପ୍ୟାରୀ ଗୁର୍ଜର, ପନ୍ନାଧାଈଙ୍କ ଭଳି ନାରୀଶକ୍ତିଙ୍କ ଏଭଳି ମହାନ ପ୍ରେରଣାମାନ ମଧ୍ୟ ଆମକୁ ପ୍ରତିକ୍ଷଣ ପ୍ରେରଣା ଦେଇଥାଏ । ଏହା ଦର୍ଶାଉଛି ଯେ ଗୁର୍ଜର ସମାଜର ଭଉଣୀମାନେ, ଗୁର୍ଜର ସମାଜର ଝିଅମାନେ କେତେ ବଡ଼ ଯୋଗଦାନ ଦେଶ ଏବଂ ସଂସ୍କୃତିର ସେବା ପାଇଁ ଦେଇଛନ୍ତି । ଆଉ ଏହି ପରମ୍ପରା ଆଜି ମଧ୍ୟ ନିରନ୍ତର ସମୃଦ୍ଧ ହେଉଛି । ଏହା ହେଉଛି ଦେଶର ଦୁର୍ଭାଗ୍ୟ ଯେ ଏଭଳି ଅଗଣିତ ସଂଗ୍ରାମୀମାନଙ୍କୁ ଆମର ଇତିହାସରେ ସେହି ସ୍ଥାନ ମିଳି ପାରିଲା ନାହିଁ, ଯାହାର ସେମାନେ ହକଦାର ଥିଲେ, ଯାହା ସେମାନଙ୍କୁ ମିଳିବା ଉଚିତ ଥିଲା । କିନ୍ତୁ ଆଜିର ନୂତନ ଭାରତ, ବିଗତ ଦଶକରେ ହୋଇଥିବା ଏହି ତ୍ରୁଟିକୁ ମଧ୍ୟ ସୁଧାରୁଛି । ଏବେ ଭାରତର ସଂସ୍କୃତି ଏବଂ ସ୍ୱାଧୀନତାର ରକ୍ଷା ପାଇଁ ଭାରତର ବିକାଶରେ ଯେଉଁମାନଙ୍କର ମଧ୍ୟ ଯୋଗଦାନ ରହିଛି, ତାହାକୁ ସମ୍ମୁଖକୁ ଅଣାଯାଉଛି ।

ସାଥୀଗଣ,

ଆଜି ଏହା ମଧ୍ୟ ବହୁତ ଆବଶ୍ୟକ ଯେ ଆମର ଗୁର୍ଜର ସମାଜର ଯେଉଁ ନୂତନ ପିଢ଼ୀ ଅଛନ୍ତି, ଯେଉଁ ଯୁବକମାନେ ଅଛନ୍ତି, ସେମାନେ ଭଗବାନ ଦେବ ନାରାୟଣଙ୍କ ବାର୍ତାକୁ, ତାଙ୍କ ଶିକ୍ଷାକୁ ଆହୁରି ଦୃଢ଼ତାର ସହିତ ଆଗକୁ ବଢ଼ାନ୍ତୁ । ଏହା ଗୁର୍ଜର ସମାଜକୁ ମଧ୍ୟ ସଶକ୍ତ କରିବ ଆଉ ଏହାଦ୍ୱାରା ଦେଶକୁ ମଧ୍ୟ ଆଗକୁ ଅଗ୍ରସର ହେବାରେ ସହାୟତା ମିଳିବ ।

ସାଥୀଗଣ,

ଏକବିଂଶ ଶତାବ୍ଦୀର ସମୟ, ଭାରତର ବିକାଶ ପାଇଁ, ରାଜସ୍ଥାନର ବିକାଶ ପାଇଁ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ । ଆମକୁ ଏକାଠି ହୋଇ ଦେଶର ବିକାଶ ପାଇଁ କାର୍ଯ୍ୟ କରିବାର ଅଛି । ଆଜି ସାରା ବିଶ୍ୱ ଭାରତ ଆଡ଼କୁ ବହୁତ ଆଶା ଓ ଆକାଂକ୍ଷାର ସହିତ ଦେଖୁଛି । ଭାରତ ଯେଉଁଭଳି ଭାବେ ସମଗ୍ର ବିଶ୍ୱକୁ ନିଜର ସାମର୍ଥ୍ୟ ଦେଖାଇଛି, ନିଜର ସାହସ ଓ ଶକ୍ତି ଦେଖାଇଛି, ତାହାଦ୍ୱାରା ଏହି ମାଟିର ଶୂରବୀରଙ୍କ ଗୌରବ ବୃଦ୍ଧି ପାଇଛି । ଆଜି ଭାରତ, ବିଶ୍ୱର ପ୍ରତ୍ୟେକ ବଡ଼ ମଂଚରେ ନିଜ କଥାକୁ ଗୁରୁତ୍ୱର ସହିତ ସମସ୍ତଙ୍କୁ କହି ପାରୁଛି । ଆଜି ଭାରତ ଅନ୍ୟ ଦେଶ ଉପରେ ନିଜର ନିର୍ଭରଶୀଳତାକୁ ହ୍ରାସ କରୁଛି । ଏଥିପାଇଁ ପ୍ରତ୍ୟେକ କଥା, ଯାହା ଦେଶବାସୀଙ୍କ ଏକତା ବିରୁଦ୍ଧରେ ରହିଛି, ତା’ଠାରୁ ଆମକୁ ଦୂରରେ ରହିବାକୁ ହେବ । ଆମକୁ ନିଜ ସଂକଳ୍ପକୁ ସିଦ୍ଧ କରି ବିଶ୍ୱର ଆଶା ଆକାଂକ୍ଷା ଅନୁସାରେ ଶ୍ରେଷ୍ଠତା ପ୍ରତିପାଦନ କରିବାକୁ ହେବ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଭଗବାନ ଦେବ ନାରାୟଣ ଜୀଙ୍କ ଆଶୀର୍ବାଦରେ ଆମେ ସମସ୍ତେ ନିଶ୍ଚୟ ସଫଳ ହେବା । ଆମେ କଠିନ ପରିଶ୍ରମ କରିବା, ସମସ୍ତେ ମିଳିମିଶି କରିବା, ସମସ୍ତଙ୍କ ପ୍ରୟାସରେ ସିଦ୍ଧ ପ୍ରାପ୍ତ ହେବ ଆଉ ଏହା ମଧ୍ୟ ଦେଖନ୍ତୁ ହେଉଛି କିପରି ସଂଯୋଗ । ଭଗବାନ ଦେବ ନାରାୟଣ ଜୀଙ୍କ 1111ତମ ଅବତରଣ ବର୍ଷ ସେହି ସମୟରେ ଭାରତ ଜୀ-20ର ଅଧ୍ୟକ୍ଷତା ଏବଂ ସେଥିରେ ମଧ୍ୟ ଭଗବାନ ଦେବ ନାରାୟଣଙ୍କ ଅବତରଣ କମଳ (ପଦ୍ମଫୁଲ) ଉପରେ ହୋଇଥିଲା, ଆଉ ଜି-20ର ଯେଉଁ ଲୋଗୋ ଅଛି, ସେଥିରେ ମଧ୍ୟ କମଳ ଉପରେ ସମଗ୍ର ପୃଥିବୀକୁ ସ୍ଥାନିତ କରାଯାଇଛି । ଏହା ମଧ୍ୟ ବଡ଼ ସଂଯୋଗ ଯେ ଆଉ ଆମେ ତ ହେଉଛୁ ସେହି ଲୋକ ଯେଉଁମାନଙ୍କର ଜନ୍ମ କମଳ ସହିତ ହୋଇଛି । ଆଉ ଏଥିପାଇଁ ଆମର ଆଉ ଆପଣମାନଙ୍କର ସମ୍ପର୍କ ହେଉଛି କେତେ ନିବିଡ଼ । କିନ୍ତୁ ମୁଁ ପୂଜ୍ୟ ସନ୍ଥମାନଙ୍କୁ ପ୍ରଣାମ କରୁଛି ଏତେ ବଡ଼ ବିପୁଳ ସଂଖ୍ୟାରେ ଏଠାକୁ ଆଶୀର୍ବାଦ ଦେବାପାଇଁ ଆସିଛନ୍ତି । ମୁଁ ସମାଜକୁ ମଧ୍ୟ ହୃଦୟର ସହିତ କୃତଜ୍ଞତା ବ୍ୟକ୍ତ କରୁଛି ଯେ ଜଣେ ଭକ୍ତ ଭାବେ ମୋତେ ଆଜି ଆପଣମାନେ ଏଠାକୁ ଡାକିଲେ, ଭକ୍ତି ଭାବର ସହିତ ଆମନ୍ତ୍ରଣ କଲେ । ଏହା ସରକାରୀ କାର୍ଯ୍ୟକ୍ରମ ନୁହେଁ । ସମ୍ପୂର୍ଣ୍ଣ ଭାବେ ସମାଜର ଶକ୍ତି, ସମାଜର ଭକ୍ତି ସେହିଠାରୁ ହିଁ ମୋତେ ପ୍ରେରଣା ମିଳିଛି । ଆଉ ମୁଁ ଆପଣମାନଙ୍କ ଗହଣରେ ପହଂଚିଗଲି । ମୋ ତରଫରୁ ଆପଣ ସମସ୍ତଙ୍କୁ ଅନେକ- ଅନେକ ଶୁଭକାମନା ।

ଜୟ ଦେବ ଦରବାର! ଜୟ ଦେବ ଦରବାର! ଜୟ ଦେବ ଦରବାର!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
A Year After Operation Sindoor: How India's Defence Tech Is Rewriting War

Media Coverage

A Year After Operation Sindoor: How India's Defence Tech Is Rewriting War
NM on the go

Nm on the go

Always be the first to hear from the PM. Get the App Now!
...
Prime Minister salutes armed forces on one year of Operation Sindoor
May 07, 2026
Prime Minister urges citizens to change social media display pictures as a mark of respect for armed forces

The Prime Minister, Shri Narendra Modi today saluted the courage, precision and resolve of the armed forces on the completion of one year of Operation Sindoor.

The Prime Minister said that the armed forces had given a fitting response to those who dared to attack innocent Indians at Pahalgam.

Shri Modi said that Operation Sindoor reflected India’s firm response against terrorism and its unwavering commitment to safeguarding national security.

The Prime Minister noted that the operation highlighted the professionalism, preparedness and coordinated strength of the armed forces. He further said that it showcased the growing jointness among the forces and underlined the strength that India’s quest for self-reliance in the defence sector has brought to national security.

Shri Modi reiterated that India remains steadfast in its resolve to defeat terrorism and destroy its enabling ecosystem.

Shri Modi said that during Operation Sindoor, the armed forces showcased their valour and gave a firm response to those who attacked the people of India. He said that every Indian is proud of the armed forces.

As a mark of respect to the armed forces and their success during Operation Sindoor, the Prime Minister urged citizens to change their display pictures on social media platforms, including X, Facebook, Instagram and WhatsApp, to the picture shared by him.

The Prime Minister posted on X;

“A year ago, our armed forces displayed unparalleled courage, precision and resolve during #OperationSindoor. They gave a fitting response to those who dared to attack innocent Indians at Pahalgam. The entire nation salutes our forces for their valour.

Operation Sindoor reflected India’s firm response against terrorism and an unwavering commitment to safeguarding national security. It also highlighted the professionalism, preparedness and coordinated strength of our armed forces. At the same time, it showcased the growing jointness among our forces and underlined the strength that India’s quest for self-reliance in the defence sector has brought to our national security.

Today, a year later, we remain as steadfast as ever in our resolve to defeat terrorism and destroy its enabling ecosystem.”

“A year ago, during #OperationSindoor, our armed forces showcased their valour and gave a firm response to those who attacked our people. Every Indian is proud of our armed forces. As a mark of respect to our forces and their success during #OperationSindoor, let us all change our display pictures on social media, including X, Facebook, Instagram and WhatsApp to the picture shared below.”