India is the world's most ancient living civilization: PM
India is a service-oriented country, a humanity-oriented country: PM
Our government has granted Prakrit the status of a 'classical language': PM
We are running a campaign to digitize India's ancient manuscripts: PM
To further enrich our cultural heritage, more such big works need to be done: PM
All our efforts will be in the spirit of ‘Jan Bhagidhari’, with the mantra of ‘Sabka Sath, Sabka Vikas, Sabka Prayas’: PM

ଓମ୍ ନମ, ଓମ୍ ନମ, ଓମ୍ ନମ !

ପରମ ଶ୍ରଦ୍ଧେୟ ଆଚାର୍ଯ୍ୟ ଶ୍ରୀ ପ୍ରଜ୍ଞା ସାଗର ମହାରାଜ ଜୀ, ଶ୍ରାବଣ ବେଲା ଗୋଲାର ମଠାଧୀଶ ସ୍ୱାମୀ ଚାରୁକୀର୍ତ୍ତି ଜୀ, ମୋର ସହକର୍ମୀ ଗଜେନ୍ଦ୍ର ସିଂହ ଶେଖାୱତ ଜୀ, ସଂସଦରେ ମୋର ସାଥୀଭାଇ ନବୀନ ଜୈନ ଜୀ, ଭଗବାନ ମହାବୀର ଅହିଂସା ଭାରତୀ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରିୟଙ୍କ ଜୈନ ଜୀ, ସେକ୍ରେଟାରୀ ମମତା ଜୈନ ଜୀ, ଟ୍ରଷ୍ଟି ପୀୟୁଷ ଜୈନ ଜୀ, ଅନ୍ୟ ସମସ୍ତ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି, ଶ୍ରଦ୍ଧେୟ ସନ୍ଥଗଣ, ଭଦ୍ର ମହିଳା ଏବଂ ଭଦ୍ରବ୍ୟକ୍ତିଗଣ, ଜୟ ଜିନେନ୍ଦ୍ର!

ଆଜି ଆମେ ସମସ୍ତେ ଭାରତର ଆଧ୍ୟାତ୍ମିକ ପରମ୍ପରାରେ ଏକ ଗୁରୁତ୍ୱପୂର୍ଣ୍ଣ ଅବସରର ସାକ୍ଷୀ ହୋଇଛୁ। ପୂଜ୍ୟ ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜଙ୍କ ତାଙ୍କ ଜନ୍ମ ଶତବାର୍ଷିକୀର ଏହି ପୂଣ୍ୟପର୍ବ, ଆମର ପ୍ରେରଣାରେ ପରିପୂର୍ଣ୍ଣ ଏହି କାର୍ଯ୍ୟକ୍ରମ, ଏକ ଅଭୁପୂର୍ବ ପ୍ରେରଣାଦାୟକ ପରିବେଶ ସୃଷ୍ଟି କରୁଛି, ଯାହା ଆମ ସମସ୍ତଙ୍କୁ ପ୍ରେରଣା ଦେଉଛି । ଏହି ସମାବେଶରେ ଉପସ୍ଥିତ ଥିବା ଲୋକଙ୍କ ସହିତ ଲକ୍ଷ ଲକ୍ଷ ଲୋକ ଅନଲାଇନ୍ ମାଧ୍ୟମରେ ଆମ ସହିତ ଯୋଗ ଦେଇଛନ୍ତି। ମୁଁ ଆପଣ ସମସ୍ତଙ୍କୁ ମୋର ହୃଦୟରୁ ଶୁଭେଚ୍ଛା ଜଣାଉଛି , ଆଜି ମୋତେ ଏଠାକୁ ଆସିବାର ସୁଯୋଗ ଦେଇଥିବାରୁ ମୁଁ ଆପଣ ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି।

 

ସାଥିମାନେ,

ଆଜିର ଏହି ଦିନ ଆଉ ଏକ କାରଣରୁ ବିଶେଷ ମହତ୍ତ୍ୱ ରହିଛି। 1987 ମସିହା ଜୁନ୍ 28 ତାରିଖରେ ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜଙ୍କୁ ଆଚାର୍ଯ୍ୟ ପଦ ପାଇଁ ଉପାଧି ପ୍ରଦାନ କରାଯାଇଥିଲା। ଏବଂ ଏହା କେବଳ ଏକ ସମ୍ମାନ ନ ଥିଲା, ବରଂ ଜୈନ ପରମ୍ପରାକୁ ବିଚାର, ସଂଯମ ଏବଂ କରୁଣା ସହିତ ଯୋଡ଼ି ହେବା ପାଇଁ ଏକ ପବିତ୍ର ଧାରା ପ୍ରବାହିତ ହୋଇଥିଲା| ଆଜି ଯେତେବେଳେ ଆମେ ତାଙ୍କର ଜନ୍ମ ଶତବାର୍ଷିକୀ ପାଳନ କରୁଛୁ, ସେତେବେଳେ ଏହି ତାରିଖ ଆମକୁ ସେହି ଐତିହାସିକ ମୁହୂର୍ତ୍ତକୁ ମନେ ପକାଇ ଦେଉଛି। ଏହି ଅବସରରେ ମୁଁ ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜଙ୍କ ଚରଣରେ ପ୍ରଣିପାତ କରୁଛି। ମୁଁ ପ୍ରାର୍ଥନା କରୁଛି ଯେ ତାଙ୍କର ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ସର୍ବଦା ରହିଥାଉ।

ସାଥିମାନେ,

ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜଙ୍କ ଜନ୍ମ ଶତବାର୍ଷିକୀର ଏହି ଆୟୋଜନ, ଏହା କୌଣସି ସାଧାରଣ କାର୍ଯ୍ୟକ୍ରମ ନୁହେଁ। ଏଥିରେ ଏକ ଯୁଗର ସ୍ମୃତି ରହିଛି, ଏହା ଜଣେ ମହାନ ତପସ୍ବୀଙ୍କ ଜୀବନକୁ ପ୍ରତିଧ୍ୱନିତ କରୁଛି | ଆଜି ଏହି ଐତିହାସିକ ଅବସରକୁ ସ୍ମରଣୀୟ କରିବା ପାଇଁ, ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଏବଂ ଡାକ ଟିକଟ ଉନ୍ମୋଚନ କରାଯାଇଛି। ସେଥିପାଇଁ ମଧ୍ୟ ମୋର ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ମୁଁ ବିଶେଷ କରି ଆଚାର୍ଯ୍ୟ ଶ୍ରୀ ପ୍ରଜ୍ଞା ସାଗର ଜୀଙ୍କୁ ଅଭିନନ୍ଦନ ଜଣାଉଛି, ତାଙ୍କୁ ପ୍ରଣାମ କରୁଛି । ଆପଣଙ୍କ ମାର୍ଗଦର୍ଶନରେ, ଆଜି କୋଟି କୋଟି ଅନୁଗାମୀ ପୂଜ୍ୟ ଗୁରୁଦେବଙ୍କ ଦ୍ୱାରା ପ୍ରଦର୍ଶିତ ପଥରେ ଆଗେଇ ଚାଲିଛନ୍ତି। ଏହି ଅବସରରେ ଆଜି ଆପଣମାନେ ମୋତେ 'ଧର୍ମଚକ୍ରବର୍ତ୍ତୀ’ ର ଉପାଧି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି, ମୁଁ ନିଜକୁ ଏହି ସମ୍ମାନର ଯୋଗ୍ୟ ବୋଲି ବିବେଚନା କରୁ ନାହିଁ, କିନ୍ତୁ ଏହା ଆମର ସଂସ୍କାର ହେଉଛି ଯେ ଆମେ ସନ୍ଥମାନଙ୍କ ଠାରୁ ଯାହା ପାଇଥାଉ, ତାହାକୁ ପ୍ରସାଦ ଭାବି ଗ୍ରହଣ କରାଯାଇଯାଏ | ତେଣୁ, ମୁଁ ନମ୍ରତାର ସହ ଏହି ସମ୍ମାନକୁ ଏକ ଦିବ୍ୟ ନୈବେଦ୍ୟ ଭାବେ ଗ୍ରହଣ କରୁଛି ଏବଂ ଏହାକୁ ମା’ ଭାରତୀଙ୍କ ଚରଣରେ ସମର୍ପଣ କରୁଛି।

ସାଥିମାନେ,

ଯେଉଁ ଦିବ୍ୟ ଆତ୍ମାଙ୍କ ବାଣୀକୁ, ତାଙ୍କ ବଚନକୁ ଆମେ ସାରା ଜୀବନ ଗୁରୁବାକ୍ୟ ମାନି ତାଙ୍କଠାରୁ ଶିକ୍ଷା ପାଇଥାଉ, ଯାହା ସହିତ ଆମର ହୃଦୟ ଭାବପ୍ରବଣ ଭାବରେ ବନ୍ଧା ହୋଇଛି, ତାଙ୍କ ସମ୍ପର୍କରେ କିଛି ମଧ୍ୟ କହିବା, ଆମକୁ ଭାବପ୍ରବଣ କରିଦେଇଥାଏ । ମୁଁ ବର୍ତ୍ତମାନ ମଧ୍ୟ ଚିନ୍ତା କରୁଛି ଯେ ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜଙ୍କ ବିଷୟରେ କହିବା ପରିବର୍ତ୍ତେ, ଯଦି ଆଜି ତାଙ୍କର ଭାଷଣ ଶୁଣିଥାନ୍ତେ, ତେବେ ଆମକୁ ସୌଭାଗ୍ୟ ମିଳିଥାନ୍ତା। ଏଭଳି ଜଣେ ମହାନ ବ୍ୟକ୍ତିତ୍ୱଙ୍କ ଜୀବନ ଯାତ୍ରାକୁ ଶବ୍ଦରେ ବର୍ଣ୍ଣନା କରିବା ସହଜ କାମ ନୁହେଁ। ସେ 1925 ମସିହା ଏପ୍ରିଲ 22 ତାରିଖରେ କର୍ଣ୍ଣାଟକର ପବିତ୍ର ଭୂମିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ଆଧ୍ୟାତ୍ମିକ ନାମ 'ବିଦ୍ୟାନନ୍ଦ "ଦିଆଯାଇଥିଲା, ଏବଂ ତାଙ୍କ ଜୀବନ ଜ୍ଞାନ ଏବଂ ଆନନ୍ଦର ଏକ ଅନନ୍ୟ ସଙ୍ଗମ ପାଲଟିଥିଲା। ତାଙ୍କ ଭାଷଣରେ ଗଭୀର ଜ୍ଞାନ ପ୍ରତିଫଳିତ ହେଉଥିଲା, ତଥାପି ତାଙ୍କ ଶବ୍ଦଗୁଡ଼ିକ ଏତେ ସରଳ ଥିଲା ଯେ ଯେକୌଣସି ବ୍ୟକ୍ତି ସେଗୁଡ଼ିକୁ ବୁଝି ପାରୁଥିଲେ। 150 ରୁ ଅଧିକ ଗ୍ରନ୍ଥର ଲେଖକ, ହଜାର ହଜାର କିଲୋମିଟର ପଦଯାତ୍ରା, ଲକ୍ଷ ଲକ୍ଷ ଯୁବକମାନଙ୍କୁ ଆତ୍ମସଂଯମ ଏବଂ ସାଂସ୍କୃତିକ ମୂଲ୍ୟବୋଧ ସହିତ ଯୋଡିବା ପାଇଁ ଏକ ମହାନ ମିଶନ ଆରମ୍ଭ କରିଥିଲେ। ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜ ପ୍ରକୃତରେ ସେହି ସମୟର ଜଣେ ବ୍ୟକ୍ତିଥିଲେ, ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତି ଥିଲେ। ଏହା ମୋର ସୌଭାଗ୍ୟ ଯେ, ବ୍ୟକ୍ତିଗତ ଭାବରେ ତାଙ୍କର ଆଧ୍ୟାତ୍ମିକ ଆଭା ଅନୁଭବ କରିବାର ସୁଯୋଗ ପାଇଥିଲି । ସମୟ-ସମୟରେ, ସେ ମୋତେ ମାର୍ଗଦର୍ଶନ ମଧ୍ୟ ଦେଇଥିଲେ, ଏବଂ ତାଙ୍କର ଆଶୀର୍ବାଦ ସର୍ବଦା ମୋ ଉପରେ ରହିଥିଲା। ଆଜି ତାଙ୍କର ଶତବାର୍ଷିକୀ ମଞ୍ଚରେ ଠିଆ ହୋଇ, ମୁଁ ଆଜି ମଧ୍ୟ ତାଙ୍କଠାରୁ ସେହି ପ୍ରେମ ଏବଂ ଆପଣାପଣକୁ ଅନୁଭବ କରିପାରୁଛି।

 

ସାଥିମାନେ,

ଭାରତ ହେଉଛି ବିଶ୍ୱର ସବୁଠାରୁ ପ୍ରାଚୀନ ଜୀବନ୍ତ ସଭ୍ୟତା। ଆମେ ହଜାର ହଜାର ବର୍ଷ ଧରି ଚିରନ୍ତନ ରହିଛୁ, କାରଣ ଆମର ବିଚାର ଚିରନ୍ତନ, ଆମର ଭାବନା ଚିରନ୍ତନ,ଆମର ଦର୍ଶନ ଚିରନ୍ତନ,। ଏବଂ, ଏହି ଦର୍ଶନର ଉତ୍ସ-ଆମର ଋଷି, ମୁନି, ମହର୍ଷି, ସନ୍ଥ ଏବଂ ଆଚାର୍ଯ୍ୟମାନଙ୍କ ମଧ୍ୟରେ ରହିଛି। ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜ ଏହି ପ୍ରାଚୀନ ଭାରତୀୟ ପରମ୍ପରାର ଜଣେ ଆଧୁନିକ ଆଲୋକବର୍ତ୍ତିକା ଥିଲେ। ସେ ଅନେକ ବିଭାଗରେ ବିଶେଷଜ୍ଞ ଥିଲେ, ଏବଂ ଅନେକ କ୍ଷେତ୍ରରେ ନିପୁଣତା ହାସଲ କରିଥିଲେ। ତାଙ୍କର ଆଧ୍ୟାତ୍ମିକ ପ୍ରତିଭା, ତାଙ୍କର ଜ୍ଞାନ, କନ୍ନଡ, ମରାଠୀ, ସଂସ୍କୃତ ଏବଂ ପ୍ରାକୃତ ଭଳି ଭାଷା ଉପରେ ତାଙ୍କର ଦକ୍ଷତା ଥିଲା -ଏବଂ ବର୍ତ୍ତମାନ ଯେମିତି ପୂଜ୍ୟ ମହାରାଜ ଜୀ ଯେପରି ଉଲ୍ଲେଖ କରିଛନ୍ତି, 18ଟି ଭାଷା ବିଷୟରେ ତାଙ୍କର ଜ୍ଞାନ, ତାଙ୍କ ଦ୍ଵାରା ରଚନା କରାଯାଇଥିବା ସାହିତ୍ୟିକ ଏବଂ ଧାର୍ମିକ ଅବଦାନ, ସଙ୍ଗୀତ ପ୍ରତି ତାଙ୍କର ନିଷ୍ଠା, ଏବଂ ରାଷ୍ଟ୍ର ସେବା ପ୍ରତି ତାଙ୍କର ସମର୍ପଣ, ଜୀବନର ଏପରି କୌଣସି ଦିଗ ନଥିଲା ଯେଉଁଥିରେ ସେ ଆଦର୍ଶର ଶିଖରରେ ପହଞ୍ଚି ନ ଥିଲେ। ସେ ଜଣେ ମହାନ ସଙ୍ଗୀତଜ୍ଞ, ଜଣେ ଜ୍ୱଳନ୍ତ ଦେଶପ୍ରେମୀ ଏବଂ ସ୍ୱାଧୀନତା ସଂଗ୍ରାମୀ ଏବଂ ଜଣେ ଅତୁଟ ଦିଗମ୍ବର ମୁନି ଥିଲେ। ସେ ବିଦ୍ୟା ଏବଂ ଜ୍ଞାନର ଭଣ୍ଡାର ଥିଲେ ଏବଂ ଆଧ୍ୟାତ୍ମିକ ଆନନ୍ଦର ଝରଣା ମଧ୍ୟ ଥିଲେ। ମୁଁ ବିଶ୍ୱାସ କରୁଛି ଯେ ସୁରେନ୍ଦ୍ର ଉପାଧ୍ୟାୟରୁ ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ମୁନିରାଜ ହେବା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଜଣେ ସାଧାରଣ ମଣିଷରୁ ଏକ ମହାନ ଆତ୍ମାରେ ରୂପାନ୍ତରିତ ହେବାର ଯାତ୍ରା ଥିଲା। ଏହା ଏହି କଥାର ଆମକୁ ପ୍ରେରଣା ଦିଏ ଯେ, ଆମର ଭବିଷ୍ୟତ ଆମର ବର୍ତ୍ତମାନର ପ୍ରତିବନ୍ଧକ ଦ୍ୱାରା ସୀମିତ ନୁହେଁ। ଆମର ଭବିଷ୍ୟତ ଆମର ଦିଗ, ଆମର ଲକ୍ଷ୍ୟ ଏବଂ ଆମର ସଂକଳ୍ପ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ।

ସାଥିମାନେ,

ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ମୁନିରାଜ ନିଜ ଜୀବନକୁ ବ୍ୟକ୍ତିଗତ ଆଧ୍ୟାତ୍ମିକ ଅଭ୍ୟାସ ମଧ୍ୟରେ ସୀମିତ ରଖିନଥିଲେ। ସେ ତାଙ୍କ ଜୀବନକୁ ସାମାଜିକ ଏବଂ ସାଂସ୍କୃତିକ ପୁନଃନିର୍ମାଣର ଏକ ମାଧ୍ୟମ କରିଥିଲେ। ପ୍ରାକୃତ ଭବନ ଏବଂ ବିଭିନ୍ନ ଗବେଷଣା କେନ୍ଦ୍ର ଭଳି ଅନୁଷ୍ଠାନ ପ୍ରତିଷ୍ଠା କରି ସେ ଜ୍ଞାନର ଦୀପଶିଖାକୁ ନୂଆ ପିଢ଼ିଙ୍କ ନିକଟରେ ପହଞ୍ଚାଇଥିଲେ। ସେ ଜୈନ ଇତିହାସକୁ ମଧ୍ୟ ବର୍ଣ୍ଣନାକୁ ଏହାର ଯଥାର୍ଥ ସ୍ଥାନକୁ ଫେରାଇ ଆଣିଥିଲେ। 'ଜୈନ ଦର୍ଶନ "ଏବଂ' ଅନେକାନ୍ତବାଦ" ଭଳି ତାଙ୍କ ମୌଳିକ ଗ୍ରନ୍ଥ ରଚନାରେ ସେ ବିଚାର ଗୁଡିକର ଗଭୀରତା, ବ୍ୟାପକତା ଏବଂ ସମାବେଶୀତା ପ୍ରଦାନ କରିଥିଲେ। ମନ୍ଦିରର ପୁନରୁଦ୍ଧାର ଠାରୁ ଆରମ୍ଭ କରି ଗରିବ ପିଲାମାନଙ୍କର ଶିକ୍ଷା ଏବଂ ସାମାଜିକ କଲ୍ୟାଣ ପର୍ଯ୍ୟନ୍ତ, ତାଙ୍କର ପ୍ରତ୍ୟେକ ପ୍ରୟାସ ଉଭୟ ଆତ୍ମ କଲ୍ୟାଣଠାରୁ ନେଇ ଲୋକମଙ୍ଗଳ ପର୍ଯ୍ୟନ୍ତ ଜଡିତ ଥିଲା।

ସାଥିମାନେ,

ଆଚାର୍ଯ୍ୟ ବିଦ୍ୟାନନ୍ଦ ଜୀ ମହାରାଜ କହୁଥିଲେ-ଜୀବନ ସେତେବେଳେ ଆଧ୍ୟାତ୍ମିକ ହୋଇପାରିବ ଯେତେବେଳେ ଜୀବନ ନିଜେ ସେବା ହୋଇଯିବ। ଏହି ଚିନ୍ତାଧାରା ଜୈନ ଦର୍ଶନର ମୂଳ ଭାବନା ସହିତ ଜଡିତ ଅଛି । ଏହା ଭାରତୀୟ ଚେତନା ପାଇଁ ମଧ୍ୟ ଅନ୍ତର୍ନିହିତ। ଭାରତ ହେଉଛି ସେବାର ଭୂମି। ଭାରତ ହେଉଛି ମାନବିକତା ଉପରେ ଆଧାରିତ ଏକ ରାଷ୍ଟ୍ର। ଏକ ବିଶ୍ଵ ଯେତେବେଳେ ହଜାର-ହଜାର ବର୍ଷ ପର୍ଯ୍ୟନ୍ତ ହିଂସାକୁ ହିଂସାରେ ଦମନ କରିବାକୁ ଚେଷ୍ଟା କରୁଥିଲା, ସେତେବେଳେ ଭାରତ ବିଶ୍ୱ ସମ୍ମୁଖରେ ଅହିଂସାର ଶକ୍ତି ପ୍ରକାଶ କରିଥିଲା। ଆମେ ମାନବସେବାର ଭାବନାକୁ ସର୍ବୋପରି ରଖିଛୁ।

 

ସାଥିମାନେ,

ଆମର ସେବା ଭାବନା ବିନା ସ୍ୱାର୍ଥରେ, ପରମାର୍ଥଙ୍କ ଦ୍ୱାରା ଅନୁପ୍ରାଣିତ। ଏହି ସିଦ୍ଧାନ୍ତକୁ ଜୀବନର ପ୍ରେରଣା ନେଇ କାର୍ଯ୍ୟ କରୁଛୁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ, ଜଳ ଜୀବନ ମିଶନ ହେଉ, ଆୟୁଷ୍ମାନ ଭାରତ ଯୋଜନା ହେଉ, କିମ୍ବା ଅଭାବୀ ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ପ୍ରଦାନ କରିବା ହେଉ, ପ୍ରତ୍ୟେକ ପଦକ୍ଷେପ ସମାଜର ଶେଷ ସ୍ଥାନରେ ଥିବା ବ୍ୟକ୍ତିଙ୍କ ପ୍ରତି ସେବାର ଭାବନାକୁ ପ୍ରତିଫଳିତ କରିଥାଏ। ଆମେ ଏହି ଯୋଜନାଗୁଡ଼ିକରେ ପରିପୂର୍ଣ୍ଣତା ହାସଲ କରିବାର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛୁ । ଅର୍ଥାତ୍ କେହି ଯେପରି ପଛରେ ରହିଯିବେ ନାହିଁ ସମସ୍ତେ ଏକାଠି ଆଗକୁ ବଢ଼ିବ, ସମସ୍ତେ ମିଳିମିଶି, ସାଥିରେ ଆଗକୁ ବଢିବା । ଏହା ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜଙ୍କ ପ୍ରେରଣା, ଏବଂ ଏହା ହେଉଛି ଆମର ସାମୂହିକ ସଂକଳ୍ପ।

ସାଥିମାନେ,

ଆମର ତୀର୍ଥଙ୍କର, ଆମର ମୁନିମାନେ ଏବଂ ଆଚାର୍ଯ୍ୟମାନଙ୍କ ବାଣୀ, ଏବଂ ତାଙ୍କର ଶିକ୍ଷାଗୁଡିକ, ପ୍ରତ୍ୟେକ ସମୟରେ ସେତିକି ପ୍ରାସଙ୍ଗିକ ହୋଇ ରହିଛି। ଏବଂ ବିଶେଷ କରି, ଆଜି ଜୈନ ଧର୍ମର ସିଦ୍ଧାନ୍ତ, ପାଞ୍ଚ ମହାବ୍ରତ, ଅଣୁବ୍ରତ, କ୍ରିରତ୍ନ, ଷଟ ଆବଶ୍ୟକ, ଏହା ଆଜି ପୂର୍ବ ଅପେକ୍ଷା ଅଧିକ ପ୍ରାସଙ୍ଗିକ। ଆମେ ଏହା ମଧ୍ୟ ବୁଝିଛୁ ଯେ ପ୍ରତ୍ୟେକ ଯୁଗରେ, କାଳଜୟୀ ଶିକ୍ଷାକୁ ସରଳ କରିବାର ଆବଶ୍ୟକତା ରହିଛି, ଯାହାଦ୍ୱାରା ସାଧାରଣ ଲୋକ ଏହାକୁ ସହଜରେ ଗ୍ରହଣ କରିପାରିବେ। ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜ ଏହି ମିଶନ ପାଇଁ ନିଜର ଜୀବନ ଉତ୍ସର୍ଗ କରିଥିଲେ। ଦୈନନ୍ଦିନ ଭାଷାରେ ଜୈନ ଧର୍ମଗ୍ରନ୍ଥ ଉପସ୍ଥାପନ କରି ସେ 'ବଚନାମୃତ' ଆନ୍ଦୋଳନ ଆରମ୍ଭ କରିଥିଲେ। ସେ ଭକ୍ତି ସଙ୍ଗୀତ ମାଧ୍ୟମରେ ଧର୍ମର ତତ୍ତ୍ୱ ସମ୍ପର୍କରେ ମଧ୍ୟ ସରଳରୁ ଅତି ସରଳ ଭାଷା ଲୋକମାନଙ୍କ ପାଇଁ ସୁଲଭ କରିଦେଇଥିଲେ ।

ତାଙ୍କର ଭଜନ, ଯେପରିକି "ଅବ ହମ ଅମାର ଭୟେ ନା ମରେଙ୍ଗେ, ହମ ଅମର ଭୟେ ନା ମରେଙ୍ଗେ, ତନ କାରଣ ମିଥ୍ୟାତ ଦିୟୋ ତଜ, କ୍ୟୁଉ ଦେହ ଧରେଙ୍ଗେ", ଆମ ସମସ୍ତଙ୍କ ପାଇଁ ସେ ଜ୍ଞାନର ମୋତିକୁ ମିଶାଇ ଆଧ୍ୟାତ୍ମିକ ମାଳ ତିଆରି କରି ଦେଇଛନ୍ତି | ଅବ ହମ୍ ଆମର ଭୟେ ନ ମରେଙ୍ଗେ, ଅମରତ୍ୱରେ ଏହି ସ୍ୱାଭାବିକ ବିଶ୍ୱାସ, ଅସୀମ ଆଡ଼କୁ ଦେଖିବାର ଏହି ସାହସ-ଏଗୁଡ଼ିକ ହେଉଛି ସେହି ଗୁଣ ଯାହା ଭାରତୀୟ ଆଧ୍ୟାତ୍ମିକତା ଏବଂ ସଂସ୍କୃତିକୁ ପ୍ରକୃତରେ ଅନନ୍ୟ କରିଥାଏ।

 

ସାଥିମାନେ,

ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜ ଜୀଙ୍କ ଜନ୍ମ ଶତବାର୍ଷିକୀର ଏହି ବର୍ଷ ଆମ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। କେବଳ ତାଙ୍କ ଆଧ୍ୟାତ୍ମିକ ଶିକ୍ଷାକୁ ଆମ ଜୀବନରେ ସାମିଲ କରିବା ଆମର କର୍ତ୍ତବ୍ୟ ନୁହେଁ, ବରଂ ସମାଜ ଏବଂ ରାଷ୍ଟ୍ରର କଲ୍ୟାଣ ପାଇଁ ତାଙ୍କ କାର୍ଯ୍ୟକୁ ଆଗକୁ ବଢ଼ାଇବା ମଧ୍ୟ ଆମର କର୍ତ୍ତବ୍ୟ। ଆପଣ ସମସ୍ତେ ଜାଣନ୍ତି ଯେ ତାଙ୍କ ଲେଖା ଏବଂ ଭଜନ ମାଧ୍ୟମରେ ସେ କିପରି ପ୍ରାଚୀନ ପ୍ରାକୃତ ଭାଷାକୁ ପୁନର୍ଜୀବିତ କରିଥିଲେ। ପ୍ରାକୃତ ଭାଷା ଭାରତର ପ୍ରାଚୀନତମ ଭାଷାଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହା ହେଉଛି ସେହି ଭାଷା ଯେଉଁଥିରେ ଭଗବାନ ମହାବୀର ତାଙ୍କର ଉପଦେଶ ଦେଇଥିଲେ। ସମଗ୍ର ମୂଳ ‘ଜୈନ ଆଗମ’ ଏହି ଭାଷାରେ ରଚିତ ହୋଇଛି। କିନ୍ତୁ ଆମ ନିଜ ସଂସ୍କୃତିର ଅବହେଳା ଯୋଗୁଁ ଏହି ଭାଷା ଦୈନନ୍ଦିନ ବ୍ୟବହାରରୁ ଅଦୃଶ୍ୟ ହେବାକୁ ଲାଗିଛି। ଆଚାର୍ଯ୍ୟ ଶ୍ରୀଙ୍କ ଭଳି ଋଷିମାନଙ୍କ ପ୍ରୟାସକୁ ଆମେ ଏକ ଜାତୀୟ ପ୍ରୟାସରେ ପରିଣତ କରିଛୁ। ଗତ ବର୍ଷ ଅକ୍ଟୋବରରେ ଆମ ସରକାର ପ୍ରାକୃତକୁ 'ଶାସ୍ତ୍ରୀୟ ଭାଷା" ଭାବେ ଘୋଷଣା କରିଥିଲେ। ଏହା ଏବେ କିଛି ଆଚାର୍ଯ୍ୟ ଜୀ ମଧ୍ୟ ତାଙ୍କର ଉଲ୍ଲେଖ କରିଥିଲେ। ଭାରତର ପ୍ରାଚୀନ ପାଣ୍ଡୁଲିପିକୁ ଡିଜିଟାଇଜେସନ୍ କରିବା ପାଇଁ ମଧ୍ୟ ଆମେ ଏକ ଅଭିଯାନ ଚଳାଇଛୁ। ଏଥିମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶରେ ଜୈନ ଧର୍ମଗ୍ରନ୍ଥ ଏବଂ ପୂଜ୍ୟ ଆଚାର୍ଯ୍ୟଙ୍କ ସହ ଜଡିତ ଗ୍ରନ୍ଥ ଅନ୍ତର୍ଭୁକ୍ତ | ଏବଂ ଯେପରି ଆପଣ ଉଲ୍ଲେଖ କରିଛନ୍ତି-50,000ରୁ ଅଧିକ ପାଣ୍ଡୁଲିପି ବିଷୟରେ ଆମର ମନ୍ତ୍ରଣାଳୟର ସଚିବ ମହୋଦୟ ମଧ୍ୟ ଏଠାରେ ଉପସ୍ଥିତ ଅଛନ୍ତି, ଏବଂ ନିଶ୍ଚିତ ଭାବରେ ଏହି ପ୍ରସଙ୍ଗକୁ ନିଷ୍ଠାର ସହ ଅନୁସରଣ କରିବେ | ଆମେ ଏହି ପ୍ରୟାସକୁ ଆଗକୁ ନେବାକୁ ଚାହୁଁଛୁ। ଆମେ ଏବେ ଉଚ୍ଚଶିକ୍ଷାରେ ମଧ୍ୟ ମାତୃଭାଷାକୁ ପ୍ରୋତ୍ସାହନ ଦେଉଛୁ। ସେଥିପାଇଁ ଲାଲକିଲ୍ଲାର ପ୍ରାଚୀରରୁ ମୁଁ ଘୋଷଣା କଲି ଯେ ଆମକୁ ଦେଶକୁ ଔପନିବେଶିକ ମାନସିକତାରୁ ମୁକ୍ତ କରିବାକୁ ହେବ। ଆମକୁ ଉଭୟ ବିକାଶ ଏବଂ ଐତିହ୍ୟ ସହିତ ଆଗକୁ ବଢ଼ିବାକୁ ହେବ। ଏହି ସଂକଳ୍ପ ସହିତ ଆମେ ଭାରତର ସାଂସ୍କୃତିକ ଏବଂ ତୀର୍ଥସ୍ଥାନଗୁଡ଼ିକର ବିକାଶ ପାଇଁ କାର୍ଯ୍ୟ କରୁଛୁ। 2024 ରେ, ଆମ ସରକାର ଭଗବାନ ମହାବୀରଙ୍କ ଦୁଇ ହଜାରେ ପାଞ୍ଚ ଶହ ପଚାଶତମ ନିର୍ବାଣ ମହୋତ୍ସବକୁ ବ୍ୟାପକ ଭାବରେ ଆୟୋଜନ କରିଥିଲେ। ଏହି ଉତ୍ସବ ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲା ଏବଂ ଆଚାର୍ଯ୍ୟ ଶ୍ରୀ ପ୍ରଜ୍ଞା ସାଗରଜୀଙ୍କ ପରି ଋଷିଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଥିଲା | ଆଗାମୀ ସମୟରେ, ଆମକୁ ଆମର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିବା ପାଇଁ ଏହିପରି ଆହୁରି ଅନେକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିବା ଜାରି ରଖିବାକୁ ହେବ। ଏହି କାର୍ଯ୍ୟକ୍ରମ ଭଳି, ଆମର ସମସ୍ତ ପ୍ରୟାସ ଜନ ଭାଗିଦାରୀ ଭାବନା ଦ୍ୱାରା ପରିଚାଳିତ ହେବ, ଏବଂ "ସବକା ସାଥ, ସବକା ବିକାଶ, ସବକା ପ୍ରୟାସ" ମନ୍ତ୍ର ଦ୍ୱାରା ପରିଚାଳିତ ହେବ।

 

ସାଥିମାନେ,

ଆଜି ଯେତେବେଳେ ମୁଁ ଆପଣମାନଙ୍କ ମଧ୍ୟରେ ଛିଡ଼ା ହୋଇଛି, ସେତେବେଳେ ନବକର ମହାମନ୍ତ୍ର ଦିବସର ସ୍ମୃତି ମନେ ପଡ଼ିବା ସ୍ୱାଭାବିକ। ସେଦିନ ଆମେ ନଅଟି ସଂକଳ୍ପ ବିଷୟରେ ମଧ୍ୟ ଆଲୋଚନା କରିଥିଲୁ। ମୁଁ ଖୁସି ଯେ ବହୁ ସଂଖ୍ୟକ ନାଗରିକ ସେହି ପ୍ରତିଜ୍ଞାଗୁଡ଼ିକୁ ପୂରଣ କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜଙ୍କ ଠାରୁ ମିଳିଥିବା ମାର୍ଗଦର୍ଶନ ଏହି ନଅଟି ସଂକଳ୍ପକୁ ଆହୁରି ମଜବୁତ କରୁଛି। ତେଣୁ ଏହି ଅବସରରେ ମୁଁ ପୁଣିଥରେ ସେହି ନଅଟି ସଂକଳ୍ପକୁ ଆପଣମାନଙ୍କ ସହ ବାଣ୍ଟିବାକୁ ଚାହୁଁଛି। ପ୍ରଥମ ସଂକଳ୍ପ ହେଉଛି ଜଳ ସଞ୍ଚୟ କରିବା। ଆମକୁ ପ୍ରତ୍ୟେକ ବୁନ୍ଦାର ମୂଲ୍ୟକୁ ବୁଝିବାକୁ ପଡ଼ିବ। ଏହା ଉଭୟ ଆମର ଦାୟିତ୍ୱ ଏବଂ ପୃଥିବୀ ମାତାଙ୍କ ପ୍ରତି ଆମର କର୍ତ୍ତବ୍ୟ। ଦ୍ୱିତୀୟ ସଂକଳ୍ପ ହେଉଛି ଗୋଟିଏ ଗଛ ମା’ଙ୍କ ନାମରେ ଲଗାଇବା । ପ୍ରତ୍ୟେକ ଲୋକ ନିଜ ମା’ଙ୍କ ନାମରେ ଗୋଟିଏ ଗଛ ଲଗାନ୍ତୁ । ସେ ଯେପରି ଆମର ଯତ୍ନ ନେଉଥିଲେ ସେପରି ଏହାର ଯତ୍ନ ନେବା । ପ୍ରତ୍ୟେକ ଗଛ ଆମ ମା 'ଙ୍କ ଆଶୀର୍ବାଦ ହେଉ। ତୃତୀୟ ସଂକଳ୍ପ ହେଉଛି ସ୍ୱଚ୍ଛତା- ସଫା-ସୁତରା କେବଳ ପ୍ରଦର୍ଶନ ପାଇଁ ନୁହେଁ, ଏହା ଭିତରର ଅହିଂସାକୁ ତ୍ୟାଗ କରିବା। ପ୍ରତ୍ୟେକ ରାସ୍ତା, ପ୍ରତ୍ୟେକ ପରିବେଶ, ପ୍ରତ୍ୟେକ ସହର ସ୍ୱଚ୍ଛ ହେବା ଉଚିତ ଏବଂ ସମସ୍ତଙ୍କୁ ଏଥିରେ ସାମିଲ କରାଯିବା ଉଚିତ। ଚତୁର୍ଥ ସଂକଳ୍ପ ହେଉଛି 'ଭୋକାଲ୍ ଫର୍ ଲୋକାଲ୍ "। କେବଳ ସେହି ଉତ୍ପାଦ କିଣନ୍ତୁ ଯେଉଁଥିରେ ଆମ ସାଥୀ ଭାରତୀୟଙ୍କ ପରିଶ୍ରମରା ଝାଳ ରହିଛି, ଯେଉଥିରେ ଆମ ମାଟିର ସୁଗନ୍ଧ ରହିଛି | ଆପଣମାନଙ୍କ ମଧ୍ୟରୁ ଅନେକ ବ୍ୟବସାୟ କରୁଛନ୍ତି-ମୁଁ ବିଶେଷ କରି ଆପଣଙ୍କୁ ଅନୁରୋଧ କରୁଛି ଯେ ସ୍ଥାନୀୟ ସ୍ତରରେ ପ୍ରସ୍ତୁତ ଉତ୍ପାଦ ବିକ୍ରୟକୁ ପ୍ରାଥମିକତା ଦିଅନ୍ତୁ। ଲାଭ ବାହାରେ ଦେଖନ୍ତୁ, ଏବଂ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଦିଅନ୍ତୁ। ପଞ୍ଚମ ସଂକଳ୍ପ ହେଉଛି, ଭାରତର ଅନ୍ୱେଷଣ କରିବା। ଯେକୌଣସି ଉପାୟରେ ବିଶ୍ୱକୁ ଦେଖନ୍ତୁ, କିନ୍ତୁ ପ୍ରଥମେ, ନିଜ ଦେଶକୁ ଜାଣନ୍ତୁ, ବୁଝନ୍ତୁ ଏବଂ ଅନୁଭବ କରନ୍ତୁ। ଷଷ୍ଠ ସଂକଳ୍ପଟି ହେଉଛି, ଜୈବିକ କୃଷିକୁ ଗ୍ରହଣ କରିବା। ପୃଥିବୀ ମାତାକୁ ବିଷରୁ ମୁକ୍ତ କରନ୍ତୁ। କୃଷିକୁ ରାସାୟନିକ ପଦାର୍ଥଠାରୁ ଦୂରେଇ ରଖନ୍ତୁ। ପ୍ରତ୍ୟେକ ଗ୍ରାମରେ ଜୈବିକ କୃଷିର ବାର୍ତ୍ତା ବିସ୍ତାର କରନ୍ତୁ। ଶ୍ରଦ୍ଧେୟ ମହାରାଜ ଜୀ କେବେ ଜୋତା ପିନ୍ଧି ନ ଥିଲେ- କିନ୍ତୁ କେବଳ ସେତିକି ଯଥେଷ୍ଟ ନୁହେଁ। ଆମକୁ ମଧ୍ୟ ପୃଥିବୀ ମାତାକୁ ସୁରକ୍ଷା ଦେବାକୁ ପଡ଼ିବ। ସପ୍ତମ ସଂକଳ୍ପଟି ହେଉଛି ଏକ ସୁସ୍ଥ ଜୀବନଶୈଳୀ। ଧ୍ୟାନର ସହ ଖାଆନ୍ତୁ। ନିଜର ପାରମ୍ପରିକ ଭାରତୀୟ ଖାଦ୍ୟରେ ଶ୍ରୀ ଅନ୍ନ (ବାଜରା) ସାମିଲ କରନ୍ତୁ। ଆପଣଙ୍କ ତୈଳ ବ୍ୟବହାରକୁ ଅତିକମ୍ରେ 10 ପ୍ରତିଶତ ହ୍ରାସ କରନ୍ତୁ- ଏହା ମୋଟାପଣ ହ୍ରାସ କରିବ ଏବଂ ଶକ୍ତି ବୃଦ୍ଧି କରିବ। ଅଷ୍ଟମ ସଂକଳ୍ପ ହେଉଛି, ଯୋଗ ଏବଂ କ୍ରୀଡ଼ା। ଉଭୟକୁ ନିଜ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗ୍ରହଣ କରନ୍ତୁ। ନବମ ସଂକଳ୍ପ ହେଉଛି, ଗରିବଙ୍କୁ ସାହାଯ୍ୟ କରିବା। ଦାରିଦ୍ର୍ୟରେ ଥିବା କାହାକୁ ସହାୟତା ପ୍ରଦାନ କରିବା ଏବଂ ଏହାକୁ ଦୂର କରିବାରେ ସେମାନଙ୍କୁ ସାହାଯ୍ୟ କରିବା ହେଉଛି ସେବାର ପ୍ରକୃତ ରୂପ | ମୋର ବିଶ୍ୱାସ ଯେ ଯଦି ଆମେ ଏହି ନଅଟି ସଂକଳ୍ପ ଉପରେ କାର୍ଯ୍ୟ କରିବା, ତେବେ ଆମେ କେବଳ ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜଙ୍କ ପରମ୍ପରାକୁ ନୁହେଁ ବରଂ ତାଙ୍କ ଶିକ୍ଷାକୁ ମଧ୍ୟ ମଜବୁତ କରିପାରିବା।

 

ସାଥିମାନେ,

ଆମେ ଭାରତର ଚେତନା ଏବଂ ଆମର ଋଷିମାନଙ୍କ ଅଭିଜ୍ଞତାରୁ ପ୍ରେରଣା ନେଇ ଦେଶର ଅମୃତ କାଳର ପରିକଳ୍ପନା କରିଛୁ। ଆଜି 140 କୋଟି ଭାରତୀୟ ଏହି ଅମୃତ ସଂକଳ୍ପଗୁଡ଼ିକୁ ପୂରଣ କରିବା ଏବଂ ଏକ 'ବିକଶିତ ଭାରତ’ ନିର୍ମାଣ କରିବା ପାଇଁ ନିଜକୁ ଉତ୍ସର୍ଗ କରୁଛନ୍ତି। ଏକ ବିକଶିତ ଭାରତର ଅର୍ଥ ହେଉଛି ପ୍ରତ୍ୟେକ ଭାରତୀୟଙ୍କ ସ୍ୱପ୍ନ ପୂରଣ କରିବା। ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜ ଆମକୁ ଏହି ପ୍ରେରଣା ଦେଇଛନ୍ତି। ତାଙ୍କ ଦ୍ୱାରା ପ୍ରଦର୍ଶିତ ପ୍ରେରଣାଦାୟୀ ମାର୍ଗରେ ଚାଲିବା, ତାଙ୍କ ଶିକ୍ଷାକୁ ଅନ୍ତର୍ନିହିତ କରିବା ଏବଂ ରାଷ୍ଟ୍ର ନିର୍ମାଣକୁ ଆମ ଜୀବନର ପ୍ରମୁଖ ଉଦ୍ଦେଶ୍ୟ, ଏହା ଆମ ସମସ୍ତଙ୍କର ଦାୟିତ୍ୱ। ମୋର ଦୃଢ଼ ବିଶ୍ୱାସ ଯେ, ଆଜି ଏହି ପବିତ୍ର ଅବସରର ଶକ୍ତି ଏହି ସଂକଳ୍ପଗୁଡ଼ିକୁ ସୁଦୃଢ଼ କରିବ। ଏବଂ ବର୍ତ୍ତମାନ, ଯେପରି ଆଚାର୍ଯ୍ୟ ଶ୍ରୀ ପ୍ରଜ୍ଞା ସାଗର ମହାରାଜ ଜୀ କହିଥିଲେ-"ଯିଏ ଆମକୁ ହଇରାଣ କରିବ, ମୁଁ ଅହିଂସାର ଅନୁଗାମୀମାନଙ୍କ ମଧ୍ୟରେ ଏକ ଜୈନ ସମାବେଶରେ ଅଛି। ମୁଁ କେବଳ ଅଧା ବାକ୍ୟ କହିଥିଲି, ଏବଂ ଆପଣ ବାକି ସମାପ୍ତ କରିଛନ୍ତି। ମୁଁ ଯାହା କହିବାକୁ ଚାହୁଁଛି ତାହା ହେଉଛି, ଆପଣ ଏହାକୁ ଶବ୍ଦରେ କହି ନାହାଁନ୍ତି, ବୋଧହୁଏ ଆପଣ ଅପରେସନ ସିନ୍ଦୁରକୁ ଆଶୀର୍ବାଦ ଦେଉଥିଲେ। ଆପଣଙ୍କର ସମସ୍ତ ଭଲପାଇବା, ଆପଣ ସମସ୍ତଙ୍କ ଆଶୀର୍ବାଦ, ଏହି ଭାବନା ସହିତ, ମୁଁ ପୁଣିଥରେ ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି। ଆପଣ ସମସ୍ତଙ୍କୁ ବହୁତ-ବହୁତ ଧନ୍ୟବାଦ!

ଜୟ ଜିନେନ୍ଦ୍ର ! !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Join sports, playgrounds more important than PlayStation: PM to youth

Media Coverage

Join sports, playgrounds more important than PlayStation: PM to youth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights transformative impact of Jan Dhan Yojana
August 28, 2026

The Prime Minister, Shri Narendra Modi, has highlighted the unprecedented scale and transformative outcomes of the Pradhan Mantri Jan Dhan Yojana in last 12 years. Shri Modi said that Jan Dhan Yojana has had an unparalleled impact, playing a significant role in advancing financial inclusion and empowering people across the country.

The Prime Minister posted on X:

Unprecedented scale and transformative outcomes!

Jan Dhan Yojana has had an unparalleled impact.

#12YearsOfJanDhan