India is committed to the ‘Neighbourhood First’ policy: PM
India is the first responder to crises in neighboring countries: PM

ପ୍ରଧାନମନ୍ତ୍ରୀ – ସ୍ୱାଗତ, ବନ୍ଧୁଗଣ!

 

ଶ୍ରୀଲଙ୍କା ଖେଳାଳି – ଧନ୍ୟବାଦ, ଧନ୍ୟବାଦ, ମହାଶୟ!

 

ପ୍ରଧାନମନ୍ତ୍ରୀ – ସ୍ୱାଗତ!

 

ପ୍ରଧାନମନ୍ତ୍ରୀ – ଆପଣମାନଙ୍କୁ ସମସ୍ତଙ୍କୁ ଭେଟିବାର ସୁଯୋଗ ପାଇ ମୁଁ ଆନନ୍ଦିତ । ମୁଁ ଅନୁଭବ କରୁଛି ଯେ ଆପଣଙ୍କ ଦଳ ଏପରି ଏକ ଦଳ

ଯାହାକୁ ଭାରତର ଲୋକମାନେ ଏବେ ବି ସ୍ନେହରେ ମନେ ରଖିଛନ୍ତି। ଆପଣ ଭାରତୀୟ ଦଳକୁ ପରାସ୍ତ କରିଥିବା ସମୟକୁ ଦେଶ ଭୁଲିନାହିଁ।

 

ଶ୍ରୀଲଙ୍କା ଖେଳାଳି – ମହାଶୟ, ଆଜି ଆପଣଙ୍କୁ ଦେଖିବା ଏକ ମହାନ ସମ୍ମାନ ଏବଂ ସୌଭାଗ୍ୟର କଥା, ଏବଂ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣ ଆମକୁ ଏହି ସମୟ ଏବଂ ସୁଯୋଗ ଦେଇଥିବାରୁ ଆମେ ବହୁତ କୃତଜ୍ଞ।

 

ପ୍ରଧାନମନ୍ତ୍ରୀ – ଆପଣମାନଙ୍କ ମଧ୍ୟରୁ କେତେ ଜଣ ଏବେ ବି ଭାରତ ସହିତ କିଛି ସମ୍ପର୍କ ବଜାୟ ରଖିଛନ୍ତି?

 

ଶ୍ରୀଲଙ୍କା ଖେଳାଳି – ମୁଁ  ଭାବୁଛି ପ୍ରାୟ ସମସ୍ତେ।

 

ପ୍ରଧାନମନ୍ତ୍ରୀ – ଓଃ, ମୁଁ ଦେଖିପାରୁଛି। ଆପଣ ଭାରତ ସହିତ କିପରି ଜଡିତ, ସନଥ ?

 

ଶ୍ରୀଲଙ୍କା ଖେଳାଳି – ମହାଶୟ, ମୁଁ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଥିଲି, ଏବଂ ଏଠାରେ ଥିବା ଅନ୍ୟ ଅଧିକାଂଶ ଖେଳାଳି ମଧ୍ୟ IPLରେ ଖେଳିଥିଲେ।

 

ପ୍ରଧାନମନ୍ତ୍ରୀ – ହଁ, ଆପଣ IPLରେ ଖେଳିଛନ୍ତି।

ଶ୍ରୀଲଙ୍କା ଖେଳାଳି - ଏବଂ କୁମାର ଧର୍ମସେନା ସେତେବେଳେ ଅମ୍ପାୟାର ଥିଲେ।

 

ପ୍ରଧାନମନ୍ତ୍ରୀ - ହଁ ।

 

ଶ୍ରୀଲଙ୍କା ଖେଳାଳି - ହଁ, ତେଣୁ...

 

ପ୍ରଧାନମନ୍ତ୍ରୀ – ୨୦୧୦ରେ ଅହମ୍ମଦାବାଦରେ ଭାରତ ଖେଳୁଥିବା ବେଳେ ବୋଧହୁଏ ଆପଣ ଅମ୍ପାୟାର ଥିଲେ । ମୁଁ ସେହି ମ୍ୟାଚ୍ ଦେଖିବାକୁ ଯାଇଥିଲି। ସେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଥିଲି। ୧୯୮୩ରେ ଯେତେବେଳେ ଭାରତ ବିଶ୍ୱକପ୍ ଜିତିଥିଲା ଏବଂ ୧୯୯୬ରେ ଯେତେବେଳେ ଆପଣଙ୍କ ଦଳ ଏହାକୁ ଜିତିଥିଲା, ସେତେବେଳେ ଉଭୟ ଇଭେଣ୍ଟ କ୍ରିକେଟ୍ ଦୁନିଆକୁ ଯଥେଷ୍ଟ ବଦଳାଇ ଦେଇଥିଲା। ମୋର ବିଶ୍ୱାସ ଯେ ୧୯୯୬ରେ ଆପଣଙ୍କ ଦଳ ଯେଉଁଭଳି ଖେଳିଥିଲା ତାହା ଏକ ଦୃଷ୍ଟିରୁ ଟି-୨୦ ଶୈଳୀ କ୍ରିକେଟ୍ର ଜନ୍ମ ଥିଲା।

 

ମୁଁ ଅନ୍ୟମାନଙ୍କଠାରୁ ମଧ୍ୟ ଶୁଣିବାକୁ ଚାହେଁ- ଆଜିକାଲି ଆପଣ କ'ଣ କରୁଛନ୍ତି? ଆପଣ କିଛି କହିବାକୁ ଚାହୁଁଛନ୍ତି କି? ଆପଣ ଏବେ ବି କ୍ରିକେଟ୍ ସହ ଜଡ଼ିତ ଅଛନ୍ତି କି? ଆପଣ ବର୍ତ୍ତମାନ କୋଚିଂ କରୁଛନ୍ତି କି?

ଶ୍ରୀଲଙ୍କା ଖେଳାଳି- ଆମ ମଧ୍ୟରୁ ଅଧିକାଂଶ ଏବେ ବି କୌଣସି ନା କୌଣସି ଉପାୟରେ କ୍ରିକେଟ୍ ସହ ଜଡ଼ିତ। ଏବଂ ମୁଁ ବିଶ୍ୱାସ କରେ ଯେ ଆଜି, ଆପଣଙ୍କୁ ଭେଟିବା ବିଶ୍ୱକପ୍ ଫାଇନାଲରେ ଖେଳିବା ଅପେକ୍ଷା ଅଧିକ ଚାପ ପକାଉଛି !

 

ଶ୍ରୀଲଙ୍କା ଖେଳାଳି - ମୁଁ ଭାବୁଛି ଆମେ ଏକ ପରିସ୍ଥିତି ଉପରେ କଥା ହେବାକୁ ଚାହୁଁଛୁ, ବିଭିନ୍ନ ବିଷୟ ଉପରେ କଥା ହେବାକୁ ଚାହୁଁଛୁ ଯେଉଁଠାରେ ଆମେ ୧୯୯୬ ରେ ବିଶ୍ୱକପ୍ ଜିତିଥିଲୁ, କିନ୍ତୁ ଆମେ ଜିତିବାର ଅନ୍ୟତମ କାରଣ ଥିଲା, କାରଣ ଦୁଇଟି ଜିନିଷ ଥିଲା ଯାହା ସେହି ସମୟରେ ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍ ଏବଂ ଅଷ୍ଟ୍ରେଲିଆ ଆସିନଥିଲା, ଆମେ ସେଥିପାଇଁ  ...

 

ପ୍ରଧାନମନ୍ତ୍ରୀ - ବୋମା ବିସ୍ଫୋରଣ !

 

ଶ୍ରୀଲଙ୍କା ଖେଳାଳି - ହଁ ଏବଂ ଭାରତ ଆମକୁ ସାହାଯ୍ୟ କରିଥିଲେ। ଭାରତକୁ ପଠାନ୍ତୁ, ଆମ ପାଇଁ ଖେଳିବା ପାଇଁ, ବିଶ୍ୱକୁ ଦେଖାଇବା ପାଇଁ ଯେ ଏହା ଏକ ସୁରକ୍ଷିତ ସ୍ଥାନ । ଆଉ ଏହା ହିଁ ଶ୍ରୀଲଙ୍କା ବିଶ୍ୱକପ୍ ଜିତିବାର ଅନ୍ୟତମ କାରଣ। ତେଣୁ ଆମେ ଭାରତ ପ୍ରତି କୃତଜ୍ଞ।

ପ୍ରଧାନମନ୍ତ୍ରୀ - ମୋର ମନେ ଅଛି ଯେତେବେଳେ ଟିମ୍ ଭରତ ଶ୍ରୀଲଙ୍କା ଯିବାକୁ ନିଷ୍ପତ୍ତି ନେଇଥିଲା । ସେହି ସମୟରେ ବୋମା ବିସ୍ଫୋରଣ ଯୋଗୁଁ ଅନ୍ୟ ଟିମ୍ ପ୍ରତ୍ୟାହାର କରୁଥିଲେ। ମୁଁ ଦେଖିଲି ଯେ ଆପଣଙ୍କ ଖେଳାଳିମାନେ ଭାରତର  ଏହି ପଦକ୍ଷେପକୁ କେତେ ପ୍ରଶଂସା କରିଥିଲେ। ଶ୍ରୀଲଙ୍କାର ଲୋକମାନେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ସ୍ୱୀକାର କରି ଭାରତ ପ୍ରକୃତ କ୍ରୀଡ଼ାଦକ୍ଷତା ପ୍ରଦର୍ଶନ କରିଥିଲେ ଏବଂ ସେମାନଙ୍କୁ ସେମାନଙ୍କ ଭାଗ୍ୟ ଉପରେ ଛାଡିବାକୁ ମନା କରିଥିଲେ । ବରଂ ଆମେ କହିଲୁ, "ଆସ, ଯାଇ ଦେଖିବା କଣ ହଉଚି  । ଏହି କାର୍ଯ୍ୟ ଆପଣଙ୍କ କ୍ରୀଡ଼ା ସମୁଦାୟରେ ବହୁତ ପ୍ରଶଂସିତ ହୋଇଥିଲା । ଆଜି ବି ଭାରତବାସୀ ସେହି କ୍ରୀଡ଼ା ନୋଭାବକୁ ମନେ ରଖିଛନ୍ତି। ଗୋଟିଏ ପଟେ ବୋମା ବିସ୍ଫୋରଣ ଆକାରରେ ଆତଙ୍କ ସୃଷ୍ଟି ହୋଇଥିଲା; ଅପରପକ୍ଷେ, କ୍ରୀଡ଼ା ମନୋଭାବର ଭାବନା ଥିଲା- ଏବଂ ପରବର୍ତ୍ତୀ ସମୟରେ  ବିଜୟ ଲାଭ । ସେହି ଭାବନା ଆଜି ବି ଜାରି ରହିଛି। ଯେମିତି ୧୯୯୬ ବୋମା ବିସ୍ଫୋରଣ ସମଗ୍ର ଶ୍ରୀଲଙ୍କାକୁ ଦୋହଲାଇ ଦେଇଥିଲା, ଠିକ୍ ସେହିପରି ୨୦୧୯ରେ ଯେତେବେଳେ ଏକ ସମାନ ଦୁଃଖଦ ଘଟଣା ଘଟିଥିଲା- ଚର୍ଚ୍ଚ ଭିତରେ ବୋମା ବିସ୍ଫୋରଣ- ମୁଁ ପ୍ରଥମ ବିଶ୍ୱନେତା ଥିଲି ଯିଏ ଏହା ପରେ ଶ୍ରୀଲଙ୍କା ଗସ୍ତ କରିଥିଲି। ସେତେବେଳେ ବୋମା ବିସ୍ଫୋରଣ ସତ୍ତ୍ୱେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତରେ ଆସିଥିଲା।

ଏଥର ବୋମା ବିସ୍ଫୋରଣ ପରେ ମୁଁ ନିଜେ ଶ୍ରୀଲଙ୍କା ଆସିଛି। ଏହା ଦର୍ଶାଉଛି ଯେ ଉଭୟ ସୁଖ ଓ ଦୁଃଖରେ ଶ୍ରୀଲଙ୍କା ସହିତ ଠିଆ ହେବର ମନୋଭାବ  ଜାରି ରହିଛି । ଏହା ହେଉଛି ଭାରତର ସ୍ଥାୟୀ ଭାବନା ।

 

ଶ୍ରୀଲଙ୍କା ଖେଳାଳି - ଜଣେ ଶ୍ରୀଲଙ୍କା ଭାବରେ, ଏକ ପଡ଼ୋଶୀ ଦେଶ ଭାବରେ, ମୁଁ ଆପଣଙ୍କ ଅହମ୍ମଦାବାଦ ଗ୍ରାଉଣ୍ଡରେ ବିଶ୍ୱକପ୍ ଫାଇନାଲ୍ ଅମ୍ପାୟାର କରିଥିଲି ଏବଂ ଏହା ସମଗ୍ର ବିଶ୍ୱର ସବୁଠାରୁ ବଡ଼ ପଡ଼ିଆ । ବାସ୍ତବରେ ଏହା କ୍ରିକେଟ୍ ପାଇଁ ଏକ ଚମତ୍କାର ବାତାବରଣ ଏବଂ ଚମତ୍କାର ପଡ଼ିଆ ଥିଲା। ଏବଂ ମୁଁ ଭାବୁଛି ସମସ୍ତେ ସେଠାରେ ଖେଳିବାକୁ ଏବଂ ଅମ୍ପାୟାର କରିବାକୁ ଭଲ ପାଆନ୍ତି ।

 

ଶ୍ରୀଲଙ୍କା ଖେଳାଳି - ସାର୍, ମୋର ପ୍ରଥମ ଭାରତ ଗସ୍ତ ୧୯୯୦ ରେ ହୋଇଥିଲା, ମୋର ପ୍ରଥମ ବର୍ଷ । ଏହା ମୋର ପ୍ରଥମ ଗସ୍ତ ଥିଲା । ଏବଂ ମୋର ସମାନ ସ୍ମୃତି ଅଛି, କାରଣ ମୁଁ ଏକ ମାସ ପାଇଁ ଭାରତରେ ଥିଲି | ମୁଁ ପାଞ୍ଚ ଦିନ ତଳେ ଆସିଥିଲି । ଆମେ ନିୟମିତ ଭାବେ ଭାରତ ଗସ୍ତ କରୁଛୁ। ଏବଂ ମୁଁ କହିବି, ଯେତେବେଳେ ବି ଶ୍ରୀଲଙ୍କା ସଙ୍କଟରେ ପଡ଼େ, ବିଶେଷ କରି ଆର୍ଥିକ ଦୃଷ୍ଟିରୁ ଭାରତ ସବୁବେଳେ ଆଗେଇ ଆସିଥାଏ ଏବଂ ସେହି ସହାୟତା ପ୍ରଦାନ କରିଥାଏ। ତେଣୁ ଆମେ ସର୍ବଦା ଭାରତକୁ ଧନ୍ୟବାଦ ଦେଉଛୁ କାରଣ ଆମେ ଅନୁଭବ କରୁଛୁ ଯେ ଭାରତ ଆମର ଭାଇ । ତେଣୁ ଆମେ ଭାରତ ଗଲେ ନିଜ ଘର ଭଳି  ଅନୁଭବ କରିଥାଉ। ତେଣୁ ଧନ୍ୟବାଦ ସାର୍ । ଧନ୍ୟବାଦ।

ଶ୍ରୀଲଙ୍କା ଖେଳାଳି - ଯେମିତି ରୋମେଶ କହିଥିଲେ, ଯେତେବେଳେ ଆମର ଶ୍ରୀଲଙ୍କାରେ ଅଶାନ୍ତି ଏବଂ ସମସ୍ୟା ଥିଲା, ସେତେବେଳେ ଆମ ପାଖେ  ପେଟ୍ରୋଲ, ଡିଜେଲ, କୌଣସି କରେଣ୍ଟ, ଲାଇଟ୍ ନଥିଲା ଏବଂ ମୁଁ ଭାବୁଛି ଆପଣ ଏବଂ ସରକାର, ଆମକୁ ବହୁତ ସାହାଯ୍ୟ କରିଥିଲେ । ତେଣୁ ଆମ ଦେଶକୁ ସାହାଯ୍ୟ କରିଥିବାରୁ ଆମେ ସର୍ବଦା କୃତଜ୍ଞ ଏବଂ ଧନ୍ୟବାଦ ଜଣାଉଛୁ । ଶ୍ରୀଲଙ୍କାକୁ ସାହାଯ୍ୟ କରିଥିବାରୁ ଆମେ ସାର୍ ଙ୍କୁ କୃତଜ୍ଞତା ଜଣାଉଛୁ। ଏବଂ ମୋର ଏକ ଛୋଟ ଅନୁରୋଧ ମଧ୍ୟ ଅଛି, ସାର୍ । ଶ୍ରୀଲଙ୍କା କ୍ରିକେଟ୍ ର ପ୍ରଶିକ୍ଷକ ଭାବେ ଆମେ ଜାଫନାକୁ  ଛାଡ଼ି ଦେଲେ ସମଗ୍ର ଶ୍ରୀଲଙ୍କାରେ ଖେଳୁଛୁ। ମୁଁ ଚାହୁଁଛି, ଶ୍ରୀଲଙ୍କା କ୍ରିକେଟ୍ ର ଜଣେ ପ୍ରଶିକ୍ଷକ ଭାବରେ, ଯଦି ଭାରତ ଜାଫନାରେ ଏକ ଅନ୍ତର୍ଜାତୀୟ ପଡ଼ିଆ ଆଣିବାରେ ଆମକୁ ସାହାଯ୍ୟ କରିପାରିବ। ତେବେ ଜାଫନାର, ଉତ୍ତର ଏବଂ ପୂର୍ବ ଭାଗର ଲୋକମାନଙ୍କ ପାଇଁ ଏହା ଏକ ବଡ଼ ସହାୟକ ହେବ, ଯାହାଫଳରେ ବର୍ତ୍ତମାନ ଆମର ଅଭାବ ରହିଛି ... ତେଣୁ ଆମେ ଉତ୍ତର ଭାଗକୁ ଅଲଗା କରିବୁ ନାହିଁ, ତେଣୁ ସେମାନେ ମଧ୍ୟ ଅତି ନିକଟତର ହେବେ, ଶ୍ରୀଲଙ୍କା କ୍ରିକେଟ୍ ସହ କାମ କରିବେ ଏବଂ ଆମେ ବର୍ତ୍ତମାନ ଏହା ଉପରେ କାମ କରୁଛୁ, କିନ୍ତୁ ଜାଫନାରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଲେ ଏହା ଆହୁରି ନିକଟତର ହେବ। ତେଣୁ ମୋର ଏକ ଛୋଟ ଅନୁରୋଧ ଅଛି ସାର୍, ଯଦି ଆପଣ କିଛି ଆଣିବାରେ ସାହାଯ୍ୟ କରିପାରିବେ ।

 

ପ୍ରଧାନମନ୍ତ୍ରୀ - ଜୟସୂରିଆଙ୍କଠାରୁ ଏସବୁ ଶୁଣି ମୁଁ ପ୍ରକୃତରେ ଆନନ୍ଦିତ । ଏହା ପ୍ରକୃତରେ ଏକ ସତ୍ୟ ଯେ ଭାରତ ସର୍ବଦା 'ପଡ଼ୋଶୀ ପ୍ରଥମେ' ନୀତିକୁ ଅନୁସରଣ କରିଆସିଛି। ଯେତେବେଳେ ବି ଆମ ପଡ଼ୋଶୀ ଦେଶଗୁଡ଼ିକ ସଙ୍କଟର ସମ୍ମୁଖୀନ ହୁଅନ୍ତି, ଭାରତ ଯଥାସମ୍ଭବ ଶୀଘ୍ର ଏବଂ ପ୍ରଭାବଶାଳୀ ଭାବେ ସାହାଯ୍ୟ ଦେବାକୁ ଚେଷ୍ଟା କରେ। ଉଦାହରଣ ସ୍ୱରୂପ, ଆପଣଙ୍କୁ ମନେ ଥିବ, ଯେତେବେଳେ ମିଆଁମାରରେ ଭୂମିକମ୍ପ ହୋଇଥିଲା, ସେତେବେଳେ ଭାରତ ପ୍ରଥମ ଦେଶ ଭାବେ ସାହାଯ୍ୟ ଦେଇଥିଲା। ଆମର ପଡ଼ୋଶୀ ଏବଂ ବନ୍ଧୁ ରାଷ୍ଟ୍ରମାନଙ୍କର ଯତ୍ନ ଏବଂ ସମର୍ଥନ କରିବା ଭାରତର କର୍ତ୍ତବ୍ୟ ବୋଲି ଆମେ ବିଶ୍ୱାସ କରୁ । ଏକ ବୃହତ ଏବଂ ଦକ୍ଷ ରାଷ୍ଟ୍ର ହୋଇଥିବାରୁ ତୁରନ୍ତ କାର୍ଯ୍ୟ କରିବା ଭାରତ ଏକ ଦାୟିତ୍ୱ ବୋଲି  ଅନୁଭବ କରେ । ନିକଟରେ ଯେତେବେଳେ ଶ୍ରୀଲଙ୍କାରେ ଅର୍ଥନୈତିକ ସଙ୍କଟ ଦେଖାଦେଇଥିଲା- ସେତେବେଳେ ଭାରତଙ୍କର ଏକ ଦୃଢ଼ ବିଶ୍ୱାସ ଥିଲା: ଏହାକୁ ଦୂର କରିବା ପାଇଁ ଶ୍ରୀଲଙ୍କାକୁ ସମସ୍ତ ସମ୍ଭବ ଉପାୟରେ ସମର୍ଥନ ଏବଂ ସହାୟତା କରାଯିବା ଆବଶ୍ୟକ। ଆମେ ଆମର ଭୂମିକା ନିର୍ବାହ କରିବାକୁ ଯଥାସମ୍ଭବ ପ୍ରୟାସ କରିଥିଲୁ, କାରଣ ଆମେ ଏହାକୁ ଆମର ନୈତିକ କର୍ତ୍ତବ୍ୟ ବୋଲି ବିବେଚନା କରୁ । ଆଜି ବି ଆପଣମାନେ ଦେଖିଥିବେ, ମୁଁ ଅନେକ ନୂଆ ଉନ୍ନୟନ ମୂଳକ ପ୍ରକଳ୍ପ ଘୋଷଣା କରିଛି।

କିନ୍ତୁ ପ୍ରକୃତରେ ଯାହା ମୋତେ ଉତ୍ସାହିତ କରିଥିଲା ତାହା ହେଉଛି ଜାଫନାଙ୍କ ପ୍ରତି ତୁମର ଚିନ୍ତା । ଏହା ଏକ ଶକ୍ତିଶାଳୀ ଏବଂ ସକାରାତ୍ମକ ବାର୍ତ୍ତା ଦେଇଥାଏ ଯେ ଶ୍ରୀଲଙ୍କାର ଜଣେ ବରିଷ୍ଠ କ୍ରିକେଟ୍ ବ୍ୟକ୍ତିତ୍ୱ ଜାଫନାରେ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳୁଥିବା ଦେଖିବାକୁ ଚାହୁଁଛନ୍ତି। ଏହି ଭାବନା ଅତି  ପ୍ରେରଣାଦାୟକ। ଜାଫନା ପଛରେ ପଡ଼ିଯିବା କଥା ନୁହେଁ। ସେଠାରେ ମଧ୍ୟ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବା ଦରକାର, ଏବଂ ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି ଯେ ମୋ ଟିମ୍ ନିଶ୍ଚିତ ଭାବରେ ଏହି ପ୍ରସ୍ତାବକୁ ଧ୍ୟାନ ଦେବ ଏବଂ ଏହାକୁ କିପରି କାର୍ଯ୍ୟକାରୀ କରାଯାଇପାରିବ ସେ ବିଷୟରେ ଅନୁସନ୍ଧାନ କରିବ । ମୁଁ ବହୁତ ପ୍ରଶଂସା କରୁଛି ଯେ ଆପଣମାନେ ସମସ୍ତେ ମୋତେ ଭେଟିବା ପାଇଁ ସମୟ ଦେଇଥିଲେ । ମଧୁର ସ୍ମୃତିକୁ ମନେ ପକାଇବା ଏବଂ ପୁଣି ଥରେ ଆପଣଙ୍କ ସମସ୍ତଙ୍କ ମୁହଁ ଦେଖିବା ବହୁତ  ଆନନ୍ଦଦାୟକ ଥିଲା | ମୁଁ ଆଶା କରୁଛି ଯେ ଭାରତ ସହିତ ଆପଣଙ୍କ ସମ୍ପର୍କ ଆହୁରି ମଜବୁତ ହେବ । ଆପଣମାନେ  ଯାହା ସାହସ ପ୍ରଦର୍ଶନ କର, ଏବଂ ଯାହାବି ଆପଣମାଙ୍କୁ ଦରକାର - ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି, ମୁଁ ସର୍ବଦା ଆପଣଙ୍କ ପାଖରେ ରହିବି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties

Media Coverage

'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 04, 2026
August 04, 2026

From Auto PLI to Ramsar Sites: How India is Winning on Every Front Under PM Modi