“Every word of this discussion will be useful to all of us in our upcoming Parliamentary journey”
“The spirit of all political parties in this discussion will rekindle a new self-confidence among the people of the country”

ମାନନୀୟ ସଭାପତି ମହୋଦୟ,

ଦୁଇ ଦିନରୁ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଏହି ବିଧେୟକ ଉପରେ ବିସ୍ତୃତ ଭାବେ ଆଲୋଚନା ହେଉଛି। ପ୍ରାୟ ୧୩୨ ମାନନୀୟ ସଦସ୍ୟମାନେ ଉଭୟ ସଦନରେ ମିଳିତ ଭାବେ ବହୁତ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଏହି ଆଲୋଚନାର ଗୋଟିଏ ଗୋଟିଏ ଶବ୍ଦ ଆସିବାକୁ ଥିବା ଆମର ଯାତ୍ରାରେ ଆମ ସମସ୍ତଙ୍କ କାର୍ଯ୍ୟରେ ଆସିବ ଏବଂ ସେଥିପାଇଁ ପ୍ରତ୍ୟେକଟି କଥାର ନିଜସ୍ବ ଏକ ମହତ୍ବ ରହିଥାଏ, ମୂଲ୍ୟ ଥାଏ। ମୁଁ ଏବଂ ସାଂସଦମାନେ ସମସ୍ତେ ନିଜ କଥାର ପ୍ରାରମ୍ଭରେ ପ୍ରଥମେ କହିଲେ ଯେ ଆମର ଏହାର ସମର୍ଥନ କରୁଛୁ ଏବଂ ସେଥିପାଇଁ ମୁଁ ସମସ୍ତଙ୍କୁ ଆନ୍ତରିକତାର ସହିତ ଅଭିନନ୍ଦନ କରୁଛି, ହୃଦୟରୁ କୃତଜ୍ଞତା ଜଣାଉଛି। ଏହା ଯେଉଁ ସ୍ପିରିଟ୍ ସୃଷ୍ଟି ହୋଇଛି, ଏହି ସ୍ପିରିଟ୍ ଦେଶର ପ୍ରତ୍ୟେକ ଜନସାଧାରଣଙକ୍ ମଧ୍ୟରେ ଏକ ନୂତନ ଆତ୍ମିବିଶ୍ବାସ ସୃଷ୍ଟି କରିବ ଏବଂ ଆମର ସମସ୍ତ ସାଂସଦମାନେ ଏବଂ ରାଜନୈତିକ ଦଳମାନେ ଗୋଟିଏ ବହୁତ ବଡ଼ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ନାରୀ ଶକ୍ତିକୁ ଏକ ବିଶେଷ ସମ୍ମାନ, କେବଳ ବିଧେୟକ ପାରିତ ହେବା ଦ୍ବାରା ମିଳିପାରିଛି, ଏମିତି ନୁହେଁ। ଏହି ବିଧେୟକ ପ୍ରତି ଦେଶର ସମସ୍ତ ରାଜନୈତିକ ଦଳଗୁଡ଼ିକର ସକାରାତ୍ମକ ଚିନ୍ତା ଆସିବ, ଏହା ଦ୍ବାରା ଆମର ଦେଶର ନାରୀ ଶକ୍ତିକୁ ଏକ ନୂତନ ଶକ୍ତି ପ୍ରଦାନ କରିବ। ଏକ ନୂତନ ବିଶ୍ବାସ ସହିତ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦେବାରେ ନେତୃତ୍ବ ନେବାକୁ ସେମାନେ ଆଗେଇ ଆସିବେ, ଏମାନେ ନିଜେ ଆମର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଗ୍ୟାରେଣ୍ଟି ହେବେ।

ମାନନୀୟ ସଭାପତି ମହୋଦୟ,

ମୁଁ ଏହି ସଦନର ସମୟ ବେଶୀ ନେବି ନାହିଁ। ମୁଁ କେବଳ ଯେଉଁ ଭାବନା ଆପଣଙ୍କ ଡାରେ ବ୍ୟକ୍ତ କଲି, ସେଥିପାଇଁ କୃତଜ୍ଞତା ଜଣାଉଛି ଏବଂ ଯେତେବେଳେ ମତଦାନ ହେବ ସେତେବେଳେ ମୋର ଆପଣ ସମସ୍ତଙ୍କୁ ଅନୁରୋଧ ଯେ ଏହା ଉଚ୍ଚ ସଦନ ଅଟେ, ଭଲ ଆଲୋଚନା ପାଇଁ ମଧ୍ୟ ପ୍ରୟାସ ହୋଇଛି ଏବଂ ମତଦାନ ମଧ୍ୟ ସର୍ବସମ୍ମତି କ୍ରମେ ହୋଇ ଆମେ ଦେଶକୁ ଏକ ନୂତନ ବିଶ୍ବାସ ଦେବା। ଏହି ଅପେକ୍ଷା ସହ ମୁଁ ପୁଣିଥରେ ସମସ୍ତଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ ଜଣାଉଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi