The spirit of standing with courage and truth is as relevant today as it was in the time of Sri Guru Teg Bahadur Sahib Ji: PM

ଯୋ ବୋଲେ ସୋ ନିହାଲ, ସତ୍ ଶ୍ରୀ ଅକାଲ ! ଆଜି ଆମେ ସମସ୍ତେ, 'ହିନ୍ଦ୍ ଦି ଚାଦର' ଶ୍ରୀ ଗୁରୁ ତେଗ୍ ବାହାଦୁର ସାହିବ ଜୀଙ୍କ ତିନି ଶହ ପଚାଶ ତମ ସହିଦ ପର୍ବର  ପୂଣ୍ୟ ତିଥିରେ ତାଙ୍କୁ ସ୍ମରଣ କରୁଛୁ। ଏହି ସହିଦ ସଭାରେ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ମୋର ପ୍ରଣାମ। ​

ଏହି ଐତିହାସିକ ଏବଂ ପବିତ୍ର ଆୟୋଜନରେ ଅଂଶୀଦାର ହେବା ମୋ ପାଇଁ ସୌଭାଗ୍ୟର କଥା।

ବନ୍ଧୁଗଣ,

ଭାରତର ଇତିହାସ  ସାହସ, ସମନ୍ୱୟ ଏବଂ ସହଯୋଗର ଇତିହାସ ।  ମହାରାଷ୍ଟ୍ରର ଏହି  ପବିତ୍ର ଭୂମିରେ କାର୍ଯ୍ୟକ୍ରମ ମାଧ୍ୟମରେ ମୁଁ ସେହି ମହାନ ଐତିହ୍ୟର ସାକ୍ଷୀ ହୋଇପାରିଛି ।  ଯେତେବେଳେ ଆମର ଗୁରୁମାନେ ତ୍ୟାଗର ପରାକାଷ୍ଠା ଦେଖାଇଥିଲେ, ସେତେବେଳେ ସେହି ସମୟରେ ସାମାଜିକ ଏକତାର ଏକ ବହୁତ ବଡ଼ ଭୂମିକା ରହିଥିଲା।  ପ୍ରତ୍ୟେକ ବର୍ଗର, ପ୍ରତ୍ୟେକ ସମାଜର ଲୋକମାନେ ଆମ ଗୁରୁମାନଙ୍କଠାରୁ ପ୍ରେରଣା ପାଇଥିଲେ।  ସମାଜ ସବୁ ପରିସ୍ଥିତିରେ ସତ୍ୟ ଏବଂ ସଂସ୍କୃତି ପାଇଁ ଦୃଢ଼ ରହିବା ଶିଖିଥିଲା।  ସାମାଜିକ ଏକତାର ସେହି ମହାଯଜ୍ଞ , ସେଥିରେ  ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀଙ୍କର ଗୁରୁ ନାନକ ନାମଲେୱା ଭଳି ମହାନ ଆତ୍ମା ଏବଂ ଆନୁଷ୍ଠାନଗୁଡ଼ିକର  ବହୁତ ବଡ଼ ଭୂମିକା ଥିଲା।  ଆଜି ଯେତେବେଳେ ପୁଣି ଥରେ ଦେଶକୁ ସାମାଜିକ ଏକତାର ସବୁଠାରୁ ଅଧିକ ଆବଶ୍ୟକତା ରହିଛି, ସାଥିମାନଙ୍କର ଏହି ଅଦ୍ଭୂତ ଏବଂ ସୁନ୍ଦର ଆୟୋଜନ  ଆମକୁ ବିଶ୍ୱାସ ଦେଉଛି ଯେ, ଆମର ଗୁରୁ ଏବଂ ସନ୍ଥମାନଙ୍କ ଆଶୀର୍ବାଦ ଆମ ସହିତ ଅଛି।

 

ବନ୍ଧୁଗଣ,

ଏହି ସମାଗମ ଏକ ନିରନ୍ତର ଚାଲୁଥିବା ଯଜ୍ଞ ହୋଇଆସିଛି। ଏହି ଯାତ୍ରା ଗତବର୍ଷ  ନାଗପୁରର ପବିତ୍ର ଭୂମିରୁ ଆରମ୍ଭ ହୋଇଥିଲା।  ପୁଣି  ତଖ୍ତ ଶ୍ରୀ ହଜୁର ସାହିବ , ନାନ୍ଦେଡ଼ର ଐତିହାସିକ ଭୂମିରେ ଆମେ ସମସ୍ତେ ସେହି ଭାବନାକୁ ଆହୁରି ଗଭୀର ହେଉଥିବାର ଦେଖିଲୁ। ଏବଂ ଆଜି ନାଭି ମୁମ୍ବାଇରେ ଏହି ଯାତ୍ରା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟରେ ପହଞ୍ଚିଛି। ଏହି ଯାତ୍ରାର ବାର୍ତ୍ତା କେବଳ ଏହି ତିନୋଟି ସହର ପର୍ଯ୍ୟନ୍ତ ସୀମିତ ରହିନାହିଁ। ମହାରାଷ୍ଟ୍ରର ପ୍ରତ୍ୟେକ କୋଣରେ, ହଜାର ହଜାର ଗ୍ରାମରେ ଏବଂ ଛୋଟ- ଛୋଟ ବସ୍ତି ପର୍ଯ୍ୟନ୍ତ , ଶ୍ରୀ ଗୁରୁ ତେଗ୍ ବାହାଦୁର ସାହିବ ଜୀଙ୍କର ସେହି ବୀରତ୍ୱପୂର୍ଣ୍ଣ ଇତିହାସ ପହଞ୍ଚାଯାଇଛି। ମୁଁ ବିଶେଷ ଭାବରେ ମହାରାଷ୍ଟ୍ର ସରକାରଙ୍କୁ ଅଭିନନ୍ଦନ ଜଣାଉଛି ଯେ ସେ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ।

ବନ୍ଧୁଗଣ,

ଶ୍ରୀ ଗୁରୁ ତେଗ୍ ବାହାଦୁର ସାହିବ ଜୀଙ୍କର ଏହି ମହାନ ବଳିଦାନର ସ୍ମୃତିରେ, ଦେଶର ବିଭିନ୍ନ ସ୍ଥାନରେ ଉଚ୍ଚ ସ୍ତରରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ବର୍ତ୍ତମାନ କିଛି ସମୟ ପୂର୍ବରୁ, ହରିୟାଣାର କୁରୁକ୍ଷେତ୍ରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ,ଏବଂ ସେହି ସୁନ୍ଦର ମହାନ କାର୍ଯ୍ୟକ୍ରମରେ, ସେହି କାର୍ଯ୍ୟକ୍ରମରେ ମୋତେ ଉପସ୍ଥିତ ରହିବାର ସୌଭାଗ୍ୟ ମିଳିଥିଲା। କେନ୍ଦ୍ରସରକାର  ଆମର ଗୁରୁ ସାହିବମାନଙ୍କ ସହିତ ଜଡିତ ପ୍ରତ୍ୟେକ ଐତିହାସିକ ଅବସରକୁ ଜାତୀୟ ସ୍ତରରେ ପାଳନ କରୁଛନ୍ତି ।  ଆପଣମାନେ ସମସ୍ତେ ଜାଣନ୍ତି ଯେ, ଶ୍ରୀ ଗୁରୁ ତେଗ୍ ବାହାଦୁର ସାହିବ ଜୀଙ୍କ ୪୦୦ତମ ପ୍ରକାଶ ପରବ, ଶ୍ରୀ ଗୁରୁ ତେଗ୍ ବାହାଦୁର ଜୀଙ୍କୁ ସମର୍ପିତ ସ୍ମାରକୀ ଡାକଟିକଟ ଏବଂ ସ୍ୱତନ୍ତ୍ର ମୁଦ୍ରାର ଲୋକାର୍ପଣ , ଗୁରୁ ନାନକ ଦେବ ଜୀଙ୍କ ପାଞ୍ଚଶହ ପଚାଶ  ତମ ପ୍ରକାଶ ପରବ ,  ଆମେ ଆମର ଗୁରୁମାନଙ୍କ ସହିତ ଜଡିତ ପ୍ରତ୍ୟେକ ପର୍ବ ଏବଂ ଅବସରକୁ ସଂପୂର୍ଣ୍ଣ ନିଷ୍ଠାର ସହିତ ପାଳନ କରିଛୁ।  ଆମେ ସେହି ସମ୍ମାନନୀୟ ବ୍ୟକ୍ତିମାନଙ୍କ  ସମ୍ମାନାର୍ଥେ ପ୍ରତିବର୍ଷ ବୀର୍ ବାଲ୍ ଦିବସ ପାଳନ କରିବାର ଜାତୀୟ ପରମ୍ପରା ମଧ୍ୟ ଆରମ୍ଭ କରିଛୁ।

ବନ୍ଧୁଗଣ,

କରତାରପୁର ସାହିବ କରିଡରର ନିର୍ମାଣକୁ ରେକର୍ଡ ସମୟ ମଧ୍ୟରେ ଶେଷ କରିବା, ଶ୍ରୀ ହେମକୁଣ୍ଡ ସାହିବ ଯାତ୍ରା ପାଇଁ ନୂତନ ସୁବିଧାଗୁଡ଼ିକର ନିର୍ମାଣ, ଶିଖ୍ ସଂଗଠନଗୁଡ଼ିକ ଏବଂ ଗୁରୁଦ୍ୱାର ସହିତ ଜଡିତ ଅନେକ ସଂସ୍ଥାକୁ ଏଫ ସି ଆର ଏ ରେ ରିହାତି, ଶିଖ୍ ଇତିହାସକୁ ପାଠ୍ୟକ୍ରମ ଏବଂ ସାଂସ୍କୃତିକ ଆଲୋଚନାରେ ସ୍ଥାନ ଦେବା, ଏପରି ଅନେକ କାର୍ଯ୍ୟ, ଯାହାର ଅପେକ୍ଷା  ଆମର ଶିଖ୍ ଭାଇ ଏବଂ ଭଉଣୀମାନଙ୍କୁ ଦଶନ୍ଧି ଧରି ରହିଥିଲା , ସେଗୁଡ଼ିକୁ ପୂରା କରିବାର ସୌଭାଗ୍ୟ ଆମକୁ ମିଳିଛି  ।

 

ଭାଇ ଓ ଭଉଣୀମାନେ,

ଆମର ସରକାର ଶିଖ୍ ମାନଙ୍କ ପାଇଁ ସମ୍ମାନ ଏବଂ ନ୍ୟାୟ ପାଇଁ ପ୍ରତିବଦ୍ଧତାର ସହିତ କାର୍ଯ୍ୟ କରୁଛି। ଏହି ପ୍ରତିବଦ୍ଧତା ଯୋଗୁଁ, ଆମେ ୧୯୮୪ ଦଙ୍ଗାର ତଦନ୍ତ ପାଇଁ ଏସ୍ ଆଇ ଟି ଗଠନ କରିଥିଲୁ।  ୧୯୮୪ଦଙ୍ଗାର ବନ୍ଦ ମାମଲାଗୁଡ଼ିକୁ ପୁଣିଥରେ ଖୋଲିଥିଲୁ।  ଅନେକ ମାମଲାରେ ଦୋଷୀମାନଙ୍କୁ ଦଣ୍ଡ ଦିଆଯାଇଥିଲା।  ୧୯୮୪ ପୀଡିତ ପରିବାରଗୁଡ଼ିକ ପାଇଁ ଅତିରିକ୍ତ କ୍ଷତିପୂରଣ ଘୋଷଣା କରାଯାଇଥିଲା।  ଜାତୀୟ ସଂଖ୍ୟାଲଘୁ  କମିଶନକୁ ଅଧିକ ସକ୍ରିୟ ଭୂମିକା ଦିଆଯାଇଥିଲା।  ସେହିଭଳି ଭାବରେ , ଯେତେବେଳେ ଆଫଗାନିସ୍ତାନରେ ଶିଖ୍ ଭାଇମାନଙ୍କ ସୁରକ୍ଷା ଏବଂ ଗୁରୁ ଗ୍ରନ୍ଥ ସାହିବଙ୍କର ସମ୍ମାନର ପ୍ରଶ୍ନ ଉଠିଥିଲା, ଆମର ସରକାର ମିଶନ ମୋଡରେ କାମ କରିଥିଲେ।  ଆମେ ଗୁରୁ ଗ୍ରନ୍ଥ ସାହିବର ସ୍ୱରୂପଗୁଡ଼ିକୁ ସୁରକ୍ଷିତ ଏବଂ ସମ୍ମାନପୂର୍ବକ ଫେରାଇ ଆଣିଥିଲୁ।  ଆମେ ଆଫଗାନର ଶିଖ୍ ଏବଂ ହିନ୍ଦୁମାନଙ୍କୁ ନାଗରିକତା ଦେବାର ପଥ ପରିଷ୍କାର କରିଥିଲୁ।  ଆମେ ସିଏଏ ମାଧ୍ୟମରେ ନିର୍ଯାତିତ ଶିଖ୍ ଶରଣାର୍ଥୀଙ୍କୁ ସହାୟତା ପ୍ରଦାନ କରିଥିଲୁ।  ଜମ୍ମୁ -କାଶ୍ମୀରର ଶିଖ୍ ପରିବାରଗୁଡ଼ିକ ପାଇଁ ପୁନର୍ବାସ ପ୍ୟାକେଜ ମଧ୍ୟ କାର୍ଯ୍ୟକାରୀ କରାଯାଇଥିଲା।   ସେହିପରି, ଓସିଆଇ ଏବଂ ଭିସା ନିୟମକୁ ସରଳ କରାଯାଇଥିଲା। କଳା ତାଲିକାଭୁକ୍ତ ହଜାର ହଜାର ଶିଖ୍ ଙ୍କ ନାମ କଳା ତାଲିକାରୁ ବାଦ୍ ଦିଆଯାଇଥିଲା। ପ୍ରବାସୀ ଶିଖ୍ ଙ୍କୁ ଭାରତକୁ ଯିବା-ଆସିବାର ପ୍ରକ୍ରିୟାକୁ ବହୁତ ସରଳ କରାଯାଇଥିଲା।

ବନ୍ଧୁଗଣ,

ଶିଖ୍ ସମ୍ପ୍ରଦାୟର ଆସ୍ଥା ଏବଂ ସମ୍ମାନ, ସେମାନଙ୍କ ପ୍ରଗତି ପାଇଁ ନୂତନ ସୁଯୋଗ ସୃଷ୍ଟି ,  ଆମେ ଏହାକୁ ଆମର ଦାୟିତ୍ୱ ବୋଲି ମଧ୍ୟ ମନେ କରୁଛୁ, ଏବଂ ଏହି ସେବାକୁ ଆମର ସୌଭାଗ୍ୟ  ବୋଲି  ମଧ୍ୟ  ମନେ କରୁଛୁ।

 

ବନ୍ଧୁଗଣ,

ସାହସ ଏବଂ ସତ୍ୟ ସହିତ ଠିଆ ହେବାର ମନୋଭାବ, ଆଜି ମଧ୍ୟ ସେହିପରି ପ୍ରାସଙ୍ଗିକ ରହିଛି ଯେତିକି ଶ୍ରୀ ଗୁରୁ ତେଗ୍ ବାହାଦୁର ସାହିବ ଜୀଙ୍କ ସମୟରେ ଥିଲା। ଯେତେବେଳେ ନୂତନ ପିଢ଼ି ଏହି ମୂଲ୍ୟବୋଧ ସହିତ ଯୋଡ଼ି ହୁଅନ୍ତି , ସେତେବେଳେ ପରମ୍ପରା ସ୍ମୃତି ହୋଇ ରହେ ନାହିଁ, ଏହା ଭବିଷ୍ୟତର ମାର୍ଗ ହୋଇଯାଇଥାଏ । ଏହି ସମାଗମର ଉଦ୍ଦେଶ୍ୟ ହେଉଛି , ଆମେ କେବଳ ଇତିହାସକୁ ମନେ ରଖିବା ନାହିଁ, ବରଂ ତାହାକୁ ଜୀବନ ଆଚରଣରେ ଗ୍ରହଣ କରିବା।  ଏହି ଭାବନା ସହିତ, ମୁଁ ପୁଣି ଥରେ, ଏହି ପବିତ୍ର ସମାଗମ ସହ ଜଡିତ ସମସ୍ତ ଆୟୋଜକମାନଙ୍କୁ ଏବଂ ସାଥିମାନଙ୍କୁ ସମ୍ମାନର ସହିତ ପ୍ରଣାମ କରୁଛି। ଏହି ଐତିହାସିକ ପ୍ରୟାସ ପାଇଁ ମୁଁ ଆପଣ ସମସ୍ତଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି ।  ୱାହେଗୁରୁ ଜୀ କା ଖାଲସା, ୱାହେଗୁରୁ ଜୀ କି ଫତେହ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi