May this session witness productive discussions that strengthen India's development journey: PM
We pray that the monsoon remains proactive and the Monsoon Session remains productive, contributing to the welfare of the nation: PM
Over the past month, the country has achieved several milestones at the national, international and space levels that have filled every Indian with pride: PM
Despite the challenges in West Asia, India continued to grow as the fastest-growing major economy in the world, reflecting its strength and determination: PM
Smooth functioning of Parliament, meaningful discussions and a collective resolve to take the country forward are the need of the hour: PM

ବନ୍ଧୁଗଣ, ଆପଣ ସମସ୍ତଙ୍କୁ ସ୍ୱାଗତ।

 

ମୌସୁମୀ ବର୍ଷା ଏବେ ତାହାର ସକାରାତ୍ମକ ପ୍ରଭାବ ଦେଖାଇବା ଆରମ୍ଭ କରିଛି ଏବଂ ସଂସଦର ମୌସୁମୀ ଅଧିବେଶନ ମଧ୍ୟ ଆରମ୍ଭ ହେଉଛି। ମୌସୁମୀ ବର୍ଷା ହେଉ କିମ୍ବା ମୌସୁମୀ ଅଧିବେଶନ ଉଭୟ ଯେତେବେଳେ ସକ୍ରିୟ ହୁଅନ୍ତି, ସେତେବେଳେ ସେମାନେ ଅତ୍ୟନ୍ତ ଫଳପ୍ରଦ ହୋଇଉଠନ୍ତି। ଆଉ ଯେତେବେଳେ ଉଭୟ ଫଳପ୍ରଦ ହୁଅନ୍ତି, ସେତେବେଳେ ଦେଶର କଲ୍ୟାଣ ହେବା ସହିତ ସମସ୍ତ ଜୀବଜଗତର କଲ୍ୟାଣ ସୁନିଶ୍ଚିତ ହୋଇଥାଏ। ଏହି ଆଶା ଓ ପ୍ରାର୍ଥନା ସହିତ ଆମେ କାମନା କରୁଛୁ ଯେ, ମୌସୁମୀ ସକ୍ରିୟ ରହୁ ଏବଂ ସଂସଦର ମୌସୁମୀ ଅଧିବେଶନ ମଧ୍ୟ ସମାନ ଭାବରେ ଫଳପ୍ରଦ ହେଉ।

 

ବନ୍ଧୁଗଣ,

ଗତ ଏକ ମାସ ମଧ୍ୟରେ ଦେଶ ଅନେକ ଐତିହାସିକ ସଫଳତା ହାସଲ କରିଛି। ଏହି ସଫଳତା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରିଛି। ଏହି ସଫଳତାଗୁଡ଼ିକ ଜାତୀୟ, ଆନ୍ତର୍ଜାତିକ ଏବଂ ମହାକାଶ କ୍ଷେତ୍ର ପର୍ଯ୍ୟନ୍ତ ପରିବ୍ୟାପ୍ତ। ଭାରତ ପାଇଁ ଏଗୁଡ଼ିକ ଗୌରବର ମୁହୂର୍ତ୍ତ। ଗତ ବର୍ଷ ମୌସୁମୀ ଅଧିବେଶନ ଆରମ୍ଭ ହେବାର ଠିକ୍ ପୂର୍ବରୁ ଜଣେ ଭାରତୀୟ ନାଗରିକ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପହଞ୍ଚିଥିଲେ। ଗତକାଲି, ଗୋଟିଏ ଦିନ ପୂର୍ବରୁ, ଭାରତର ଏକ ଯୁବ ଷ୍ଟାର୍ଟଅପ୍ ଏକ ଅସାଧାରଣ କୃତିତ୍ୱ ହାସଲ କରିଛନ୍ତି। ବିଶ୍ୱର ଖୁବ୍ କମ୍ ଦେଶରେ ଏଭଳି ବେସରକାରୀ ସାହସିକ ପଦକ୍ଷେପ ଦେଖିବାକୁ ମିଳେ। ଆମର ଯୁବ ଉଦ୍ଭାବକମାନେ ମହାକାଶ କ୍ଷେତ୍ରରେ ଭାରତର ଆକାଂକ୍ଷାକୁ ନୂତନ ଉଚ୍ଚତାକୁ ନେଇଯାଇଛନ୍ତି ଏବଂ ଏହା ପ୍ରକୃତରେ ଏକ ଅତ୍ୟନ୍ତ ଉଲ୍ଲେଖନୀୟ ସଫଳତା। ମୋତେ କୁହାଯାଇଛି ଯେ, ‘ସ୍କାଏରୁଟ୍’ ଷ୍ଟାର୍ଟଅପ୍‌ରେ କାମ କରୁଥିବା ସମସ୍ତ ସଦସ୍ୟମାନଙ୍କର ହାରାହାରି ବୟସ ମାତ୍ର ୨୮ ବର୍ଷ। ଏଭଳି ଯୁବକମାନେ ଏହି ଅସାଧାରଣ କାର୍ଯ୍ୟ କରି ଦେଖାଇଛନ୍ତି। ମୁଁ କୌଣସି ୫୬ ବର୍ଷର ‘ଯୁବକ’ଙ୍କ କଥା କହୁନାହିଁ; ମୁଁ ଆମ ଦେଶର ସେହି ଷ୍ଟାର୍ଟଅପ୍‌ର କଥା କହୁଛି, ଯେଉଁଠି ହାରାହାରି ୨୮ ବର୍ଷ ବୟସର ଯୁବକମାନେ ଅନ୍ତରୀକ୍ଷରେ ଭାରତର ପତାକା ଉଡ଼ାଇଛନ୍ତି। ସେମାନଙ୍କୁ ମୋର ଅନେକ ଅନେକ ଅଭିନନ୍ଦନ। ଏଭଳି ସଫଳତା ଭାରତକୁ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ କରେ। ବିଶ୍ୱସ୍ତରରେ ଭାରତର ପ୍ରତିଷ୍ଠା ଏବଂ ପରିଚୟ ସର୍ବମାନ୍ୟ ଓ ସର୍ବସ୍ୱୀକୃତ ହୋଇ ଚାଲିଛି।

 

ବନ୍ଧୁଗଣ,

ଏହା କେବଳ ଏକ ସଂଯୋଗ ନୁହେଁ, ବରଂ ଏକ ସଶକ୍ତ ବାର୍ତ୍ତା। ଏହା ଅତ୍ୟନ୍ତ ଦୃଢ଼ତାର ସହିତ ଏହି ସନ୍ଦେଶ ପ୍ରଦାନ କରୁଛି ଯେ, ଆମ ଦେଶର ଯୁବପିଢ଼ିଙ୍କର ସାମର୍ଥ୍ୟ ଏବଂ ସେମାନଙ୍କର ଆକାଂକ୍ଷା ମହାକାଶ ପରି ଅସୀମ। ଦେଶ ପାଇଁ ଏହାଠାରୁ ବଡ଼ ପ୍ରେରଣାଦାୟକ ବାର୍ତ୍ତା ଆଉ କିଛି ହୋଇପାରିବ ନାହିଁ।

 

ବନ୍ଧୁଗଣ,

ଆଜି ଦେଶ ଯେଉଁ 'ସଂସ୍କାର ଏକ୍ସପ୍ରେସ'ର ଦ୍ରୁତଗାମୀ ପଥରେ ଆଗେଇ ଚାଲିଛି, ତାହାର ଫଳସ୍ୱରୂପ ଆମ ଦେଶର ଯୁବକମାନେ ଏଭଳି ବଡ଼ ସାହସିକ ପଦକ୍ଷେପ ନେବାର କ୍ଷମତା ହାସଲ କରୁଛନ୍ତି ଏବଂ ସେଥିରେ ସଫଳତା ମଧ୍ୟ ଅର୍ଜନ କରୁଛନ୍ତି।

 

ବନ୍ଧୁଗଣ,

ନିକଟ ଅତୀତରେ ରାଜସ୍ଥାନରେ ଏକ ବୃହତ୍ ତୈଳ ବିଶୋଧନାଗାର ଦେଶକୁ ସମର୍ପଣ କରାଯାଇଛି। ଏହାର କିଛି ସପ୍ତାହ ପୂର୍ବରୁ, ଦେଶର ତୃତୀୟ ସେମିକଣ୍ଡକ୍ଟର କାରଖାନାକୁ ମଧ୍ୟ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା। କିଛି ଦିନ ପୂର୍ବରୁ ସବୁଜ ହାଇଡ୍ରୋଜେନ୍‌ ଇନ୍ଧନ ଚାଳିତ ଟ୍ରେନ୍‌କୁ ମଧ୍ୟ ଦେଶବାସୀଙ୍କୁ ସମର୍ପଣ କରାଯାଇଥିଲା। ବିଶ୍ୱରେ ଏଭଳି ସୁବିଧା ଥିବା ଦେଶର ସଂଖ୍ୟା ଖୁବ୍ କମ୍। କିନ୍ତୁ ଭାରତ ଯେଉଁ ହାଇଡ୍ରୋଜେନ୍‌ ଟ୍ରେନ୍‌ ଦେଶବାସୀଙ୍କୁ ସମର୍ପଣ କରିଛି, ତାହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଇଞ୍ଜିନ୍‌ ବିଶିଷ୍ଟ ଏବଂ ସବୁଠାରୁ ଲମ୍ବା ହାଇଡ୍ରୋଜେନ୍‌ ଟ୍ରେନ୍‌। ଏହା ଆମ ଦେଶର ବୈଜ୍ଞାନିକ, ଇଞ୍ଜିନିୟର, ଉଦ୍ଭାବକ, ଉଦ୍ୟୋଗୀ ଓ ଶ୍ରମିକମାନଙ୍କର ସାମୂହିକ ପ୍ରୟାସର ପ୍ରତ୍ୟକ୍ଷ ଫଳାଫଳ । ସେମାନେ ଗୋଟିଏ ଲକ୍ଷ୍ୟକୁ ସାମ୍ନାରେ ରଖି ଦେଶ ପାଇଁ ବଞ୍ଚୁଛନ୍ତି, ଦେଶ ପାଇଁ କାମ କରୁଛନ୍ତି, ଏବଂ ସେହି ସମର୍ପଣର ଫଳସ୍ୱରୂପ ଆଜି ଏଭଳି ସଫଳତା ସମ୍ଭବ ହୋଇପାରିଛି।

 

ବନ୍ଧୁଗଣ,

ଆମେ ସମସ୍ତେ ଭଲଭାବେ ଜାଣୁଛୁ ଏବଂ ସମଗ୍ର ବିଶ୍ୱ ମଧ୍ୟ ଏହାକୁ ନେଇ ଚିନ୍ତିତ ଯେ, ବିଭିନ୍ନ ସ୍ଥାନରେ କ୍ରମାଗତ ଭାବେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଉଛି। ଭାରତ ପରି ଶକ୍ତି ଆବଶ୍ୟକତା ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ଦେଶମାନଙ୍କ ସମ୍ମୁଖରେ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଏକ ବଡ଼ ସଙ୍କଟର କାରଣ ପାଲଟିଛି। ପେଟ୍ରୋଲ, ଡିଜେଲ, ଏଲ୍‌ପିଜି, ସାର, ରସାୟନ ସମେତ ପ୍ରାୟ ସମସ୍ତ କ୍ଷେତ୍ରରେ ଅନେକ ବାଧା ଓ ସଙ୍କଟ ଦେଖାଦେଇଛି। ଏସବୁ ପ୍ରତିକୂଳତା ପରିସ୍ଥିତି ସତ୍ତ୍ୱେ ମଧ୍ୟ ଭାରତ ୭.୭ ପ୍ରତିଶତ ଅଭିବୃଦ୍ଧି ହାର ସହ ବିଶ୍ୱର ପ୍ରମୁଖ ଅର୍ଥନୀତିଗୁଡ଼ିକ ମଧ୍ୟରେ ସବୁଠାରୁ ଦ୍ରୁତ ଅଗ୍ରଗତି କରୁଥିବା ଦେଶ ଭାବେ ନିଜ ସ୍ଥାନ ବଜାୟ ରଖିଛି। ଏହା ଭାରତର ସାମର୍ଥ୍ୟର ପରିଚାୟକ। ଏହା ପ୍ରମାଣ କରୁଛି ଯେ, ଭାରତ କିପରି ଉତ୍ସାହ ଓ ଉଦ୍ଦୀପନା ସହ ନୂତନ ଉଚ୍ଚତା ଛୁଇଁବାକୁ ଚାହୁଛି। ଏଭଳି ସମୟରେ ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ଦେଶ ବିକାଶର ଗତି ଧରି ସାରିଛି ଏବଂ ସଂସଦର ସକାରାତ୍ମକ ଚେତନା ସେହି ଗତିରେ ନୂତନ ଶକ୍ତି ସଞ୍ଚାର କରିପାରିବ। ରାଷ୍ଟ୍ରର ଲକ୍ଷ୍ୟ ପୂରଣ ପାଇଁ ସକାରାତ୍ମକ ମନୋଭାବ ଅତ୍ୟନ୍ତ ଆବଶ୍ୟକ। ଆମ ସଂସଦରେ ଅନେକ ଅଭିଜ୍ଞ ସାଂସଦ ଅଛନ୍ତି। ସେମାନେ ଯେକୌଣସି ଦଳର ହୁଅନ୍ତୁ ନା କାହିଁକି, ସେମାନଙ୍କର ଗଭୀର ଅଭିଜ୍ଞତା ରହିଛି। ଏଭଳି ସମୟରେ ସେମାନଙ୍କର ଅନୁଭବ ଓ ଜ୍ଞାନର ଆବଶ୍ୟକତା ସଂସଦକୁ ଅଛି ଏବଂ ଦେଶକୁ ମଧ୍ୟ ଅଛି। ସେଥିପାଇଁ ସଂସଦ ସୁଚାରୁରୂପେ ଚାଲିବା, ଫଳପ୍ରଦ ଆଲୋଚନା ହେବା ଏବଂ ମିଳିମିଶି ଦେଶକୁ ଆଗକୁ ନେବା ପାଇଁ ସଂକଳ୍ପ ନେବା-ଏହା ସମୟର ସବୁଠାରୁ ବଡ଼ ଆବଶ୍ୟକତା ବୋଲି ମୁଁ ମନେ କରେ। ଆକାଂକ୍ଷାରେ ପରିପୂର୍ଣ୍ଣ ଆମ ଦେଶର ଯୁବପିଢ଼ି ଚାହୁଛନ୍ତି ଯେ, ଆମେ ଆହୁରି ଆଗକୁ ବଢ଼ିବା। ଆଜି ସମୟର ଆହ୍ୱାନ ହେଉଛି ଯେ, ରାଷ୍ଟ୍ରନିଷ୍ଠା ଓ ଦେଶପ୍ରେମରେ ସମର୍ପିତ ସ୍ୱରଗୁଡ଼ିକୁ ସଂସଦରେ ଉପଯୁକ୍ତ ମଞ୍ଚ ମିଳୁ, ସେମାନେ ନିଜର ସ୍ୱରକୁ ସଶକ୍ତ ଭାବେ ଉପସ୍ଥାପନ କରନ୍ତୁ ଏବଂ ଦେଶକୁ ଦିଗଦର୍ଶନ ଦିଅନ୍ତୁ। ସେଥିପାଇଁ ମୁଁ ଆଶା କରୁଛି ଏବଂ ମୋର ଦୃଢ଼ ବିଶ୍ୱାସ ଯେ, ଯେଉଁଠାରେ ତଥ୍ୟ ଓ ତର୍କ ରହେ, ସେଠାରେ ଝଡ଼ ସୃଷ୍ଟି କରିବା ପାଇଁ ସ୍ଥାନ ନଥାଏ। ଯଦି ତର୍କ ଦୃଢ଼ ଓ ତଥ୍ୟ ଶକ୍ତିଶାଳୀ ଥାଏ, ତେବେ ଶାନ୍ତ ଚିତ୍ତରେ ମଧ୍ୟ ନିଜର କଥାକୁ ପ୍ରଭାବଶାଳୀ ଭାବରେ ରଖାଯାଇପାରେ। ମୁଁ ଆଶା କରୁଛି ଯେ, ତର୍କ ଓ ତଥ୍ୟ ଆଧାରରେ ସଦନର ଆଲୋଚନାକୁ ସମୃଦ୍ଧ କରାଯିବ। ପ୍ରତ୍ୟେକ ସ୍ୱରକୁ ସୁଯୋଗ ମିଳୁ, ପ୍ରତ୍ୟେକ ଚିନ୍ତାଧାରାକୁ ସମ୍ମାନ ମିଳୁ - ଏହା ହିଁ ଆମ ସଂସଦର ମୂଳ ଭୂମିକା। ମୁଁ ସମସ୍ତ ସାଂସଦଙ୍କୁ ଏହି ସଦନର କାର୍ଯ୍ୟକଳାପରେ ସକ୍ରିୟ ଓ ଉତ୍ସାହର ସହ ଅଂଶଗ୍ରହଣ କରିବା ପାଇଁ ଆହ୍ୱାନ ଜଣାଉଛି। ଆଜି ସକାଳେ ମାନ୍ୟବର ଲୋକସଭା ବାଚସ୍ପତି ମହୋଦୟ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ଦେଶର ସାଂସଦମାନଙ୍କୁ ସ୍ୱାଗତ ଜଣାଇ ନିଜର ଭାବନା ପ୍ରକାଶ କରିଛନ୍ତି। ମୁଁ ମଧ୍ୟ ସେହି ସ୍ୱାଗତରେ ମୋର ସ୍ୱର ମିଶାଉଛି।

 

ଆପଣ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ।

 

ନମସ୍କାର।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auto industry contributes over ₹22.75 lakh crore to Indian economy: SIAM

Media Coverage

Auto industry contributes over ₹22.75 lakh crore to Indian economy: SIAM
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Italian PM Giorgia Meloni on becoming the longest continuously serving Prime Minister in Italy's postwar history
September 04, 2026

Prime Minister Shri Narendra Modi today congratulated Italian Prime Minister Giorgia Meloni on becoming the longest continuously serving Prime Minister in Italy's postwar history.

The Prime Minister stated that this milestone is a reflection of the trust and confidence of the Italian people in her leadership. He further noted that her friendship has been instrumental in strengthening the India-Italy Special Strategic Partnership, adding that he looks forward to continuing their close cooperation to build a prosperous future for the people of both countries. He extended his best wishes for her continued success in the years ahead.

In a post on X, the Prime Minister shared:

"Congratulations to my friend Prime Minister Meloni on becoming the longest continuously serving Prime Minister in Italy's postwar history. This milestone is a reflection of the trust and confidence of the Italian people in her leadership.

Her friendship has also been instrumental in strengthening the India-Italy Special Strategic
Partnership and I look forward to continuing our close cooperation to build a prosperous future for the people of our countries.

My best wishes for her continued success in the years ahead.

@GiorgiaMeloni"