ମାନ୍ୟବର,

ମହାମହିମ,

ବନ୍ଧୁଗଣ,

ଷୋଡ଼ଶ ବ୍ରିକ୍ସ ଶିଖର ସମ୍ମିଳନୀର ଭବ୍ୟ ଆୟୋଜନ ପାଇଁ ରାଷ୍ଟ୍ରପତି ପୁତିନଙ୍କୁ ଅଭିନନ୍ଦନ ।

ବ୍ରିକ୍ସ ସହ ଯୋଡ଼ି ହୋଇଥିବା ସମସ୍ତ ବନ୍ଧୁଙ୍କୁ ପୁଣି ଥରେ ହାର୍ଦ୍ଦିକ ସ୍ୱାଗତ କରୁଛି । ବ୍ରିକ୍ସର ନୂଆ ସ୍ୱରୂପ ବିଶ୍ୱର ୪୦ ପ୍ରତିଶତ ମାନବତା ଏବଂ ପ୍ରାୟ ୩୦ ପ୍ରତିଶତ ଅର୍ଥ ବ୍ୟବସ୍ଥା ର ପ୍ରତିନିଧିତ୍ୱ କରୁଛି ।

ବିଗତ ଦୁଇ ଦଶନ୍ଧିରେ ବ୍ରିକ୍ସ ଅନେକ ଗୁଡ଼ିଏ ଉପଲବ୍ôଧ ହାସଲ କରିଛି । ମୋର ବିଶ୍ୱାସ ଅଛି କି ଆଗାମୀ ଦିନରେ ଏହି ସଂଗଠନ ବୈଶ୍ୱିକ ଆହ୍ୱାନର ସମ୍ମୁଖୀନ ହେବା ଲାଗି ଅନେକ ପ୍ରଭାବୀ ମାଧ୍ୟମ ରୂପରେ ସାମନାକୁ ଆସିବ ।

ନିଉ ଡେଭଲପମେଣ୍ଟ ବ୍ୟାଙ୍କ (New Development Bank)ର ଅଧ୍ୟକ୍ଷା ଦିଲମା ରୁସେଫଙ୍କୁ ମଧ୍ୟ ମୁଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।

ବନ୍ଧୁଗଣ,

ବିଗତ ଦଶ ବର୍ଷ ମଧ୍ୟରେ ଏହି ବ୍ୟାଙ୍କ ଗ୍ଲୋବାଲ ସାଉଥ୍ (Global South)ଦେଶ ଗୁଡ଼ିକର ବିକାଶ ପାଇଁ ମହତ୍ୱପୂର୍ଣ୍ଣ ବିକଳ୍ପ ଭାବେ ସାମନାକୁ ଆସିଛି । ଭାରତରେ ଜିଆଇଏଫଟି (GIFT) ତଥା ଗୁଜରାଟ ଇଣ୍ଟରନ୍ୟାସନାଲ ଫାଇନାନ୍ସ ଟେକ୍ ସିଟି (Gujarat International Finance Tech City) ଏବଂ ଆଫ୍ରିକା ଓ ରୁଷିଆରେ ଆଞ୍ଚଳିକ କେନ୍ଦ୍ର ଗୁଡ଼ିକ ଖୋଲିବା ଦ୍ୱାରା ବ୍ୟାଙ୍କର କାର୍ଯ୍ୟକଳାପ ବୃଦ୍ଧି ପାଇଛି । ପ୍ରାୟ ୩୫ ବିଲିଅନ ଡଲାରର ବିକାଶମୂଳକ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଚାହିଦାଗତ ନୀତି ଅନୁଯାୟୀ ଏନଡିବି କାମ କରିବା ଆବଶ୍ୟକ । ବ୍ୟାଙ୍କର ସମ୍ପ୍ରସାରଣ ସମୟରେ ଦୀର୍ଘକାଳୀନ ଆର୍ଥିକ ସ୍ଥିରତା, ହେଲଦି କ୍ରେଡିଟ ରେଟିଂ ଏବଂ ବଜାର ସୁନିଶ୍ଚିତତା ଉପରେ ପ୍ରାଥମିକତା ଦିଆଯିବା ଜରୁରି ।

ବନ୍ଧୁଗଣ,

ନୂତନ ସମ୍ପ୍ରସାରିତ ରୂପରେ ବ୍ରିକ୍ସ ୩୦ ଟ୍ରିଲିୟନ ଆମେରିକୀୟ ଡଲାର ଠାରୁ ବଡ଼ ଅର୍ଥନୀତି ଭାବେ ଉଭା ହୋଇଛି । ଆମର ଆର୍ଥିକ ସହଯୋଗକୁ ବୃଦ୍ଧି କରିବା ଦିଗରେ ବ୍ରିକ୍ସ ବିଜିନେସ କାଉନସିଲ ଏବଂ ବ୍ରିକ୍ସ ୱିମେନ ବିଜିନେସ ଆଲିଆନ୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଚଳିତ ବର୍ଷ ବ୍ରିକ୍ସ ମଧ୍ୟରେ ଡବ୍ଲୁଟିଓ ସଂସ୍କାର, କୃଷି କ୍ଷେତ୍ରରେ ବାଣିଜ୍ୟ ସୁବିଧା, ନମନୀୟ ଯୋଗାଣ ଶୃଙ୍ଖଳ, ଇ-କମର୍ସ ଏବଂ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍‌କୁ ନେଇ ହୋଇଥିବା ସହମତି ଯୋଗୁ ଆର୍ଥିକ ସହଯୋଗ ଅଧିକ ସୁଦୃଢ଼ ହୋଇପାରିବ । ଏ ସମସ୍ତ ପଦକ୍ଷେପ ଗୁଡ଼ିକ ଭିତରେ ଆମେ ମଧ୍ୟ ଛୋଟ ଏବଂ ମଧ୍ୟମ ଉଦ୍ୟୋଗ ଗୁଡ଼ିକର ସ୍ୱାର୍ଥକୁ ଦେଖିବା ଉଚିତ ।

ମୋତେ ଖୁସି ଲାଗୁଛି କି ୨୦୨୧ ମସିହାରେ ବ୍ରିକ୍ସରେ ଭାରତର ଅଧ୍ୟକ୍ଷତା କାଳରେ ପ୍ରସ୍ତାବିତ ବ୍ରିକ୍ସ ଷ୍ଟାର୍ଟଅପ୍ ଫୋରମର ଶୁଭାରମ୍ଭ ଚଳିତ ବର୍ଷ ହେଉଛି । ଭାରତ ଦ୍ୱାରା ଆରମ୍ଭ କରାଯାଇଥିବା ରେଲୱେ ରିସର୍ଚ୍ଚ ନେଟୱର୍କ ପଦକ୍ଷେପ ମଧ୍ୟ ବ୍ରିକ୍ସ ଦେଶ ଗୁଡ଼ିକ ମଧ୍ୟରେ ପରିବହନ ଓ ଯୋଗାଣ ଶୃଙ୍ଖଳ ଯୋଗାଯୋଗକୁ ବଢ଼ାଇବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଚଳିତ ବର୍ଷ ବ୍ରିକ୍ସ ଦେଶ ଗୁଡ଼ିକୁ ୟୁନିଡୋ (UNIDO) ସହ ମିଳିତ ଭାବେ ଇଣ୍ଡଷ୍ଟ୍ରି ୪.୦ ପାଇଁ ଦକ୍ଷ ଶ୍ରମ ଶକ୍ତି ପ୍ରସ୍ତୁତ କରିବାକୁ ସହମତ ହେବା ବେଶ୍ ଗୁରୁତ୍ୱପୂର୍ଣ୍ଣ ।

୨୦୨୨ରେ ଶୁଭାରମ୍ଭ ହୋଇଥିବା ବ୍ରିକ୍ସ ଭ୍ୟାକ୍ସିନ୍ ଆର ଆଣ୍ଡ ଡି ସେଣ୍ଟର ସମସ୍ତ ଦେଶରେ ସ୍ୱାସ୍ଥ୍ୟ ସୁରକ୍ଷା ବୃଦ୍ଧି ଦିଗରେ ସହାୟକ ହୋଇପାରିଛି । ବ୍ରିକ୍ସ ସହଯୋଗୀମାନଙ୍କ ସହ ଡିଜିଟାଲ ହେଲଥ୍ ଦିଗରେ ଭାରତର ସଫଳ ଅଭିଜ୍ଞତା ବାଣ୍ଟିବାରେ ଆମେ ଖୁସି ହେବୁ ।

ବନ୍ଧୁଗଣ,

ଜଳବାୟୁ ପରିବର୍ତ୍ତନ ଆମର ମୂଳ ପ୍ରାଥମିକତା ରହିଛି । ରୁଷ୍ ଅଧ୍ୟକ୍ଷତାରେ ବ୍ରିକ୍ସ ଓପନ କାର୍ବନ ମାର୍କେଟ ପାର୍ଟନରସିପରେ ହୋଇଥିବା ସହମତିକୁ ସ୍ୱାଗତ । ଭାରତରେ ମଧ୍ୟ ସବୁଜ ବଳୟ ବୃଦ୍ଧି, ଜଳବାୟୁ ଅନୁକୂଳ ମୌଳିକ ଢାଞ୍ଚା, ଗ୍ରୀନ୍ ଟ୍ରାଞ୍ଜିସନକୁ ଗୁରୁତ୍ୱ ଦିଆଯାଉଛି । ଭାରତ ଦ୍ୱାରା ଆନ୍ତର୍ଜାତିକ ସୌର ମଞ୍ଚ, ବିପର୍ଯ୍ୟୟ ପ୍ରତିରୋଧ ଇନଫ୍ରାଷ୍ଟ୍ରକଚର କୋଆଲିସନ, ମିସନ ଲାଇଫ୍‌, ଯଥା: ପରିବେଶ ପାଇଁ ଜୀବନଶୈଳୀ, ମା’ଙ୍କ ନାମରେ ଗୋଟିଏ ଗଛ ଇତ୍ୟାଦି ପଦକ୍ଷେପ ନିଆଯାଇଛି ।

ଗତ ବର୍ଷ ସିଓପି-୨୮ ସମୟରେ ଆମେ ଗ୍ରୀନ୍ କ୍ରେଡିଟ ନାମରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆରମ୍ଭ କରିଥିଲୁ । ବ୍ରିକ୍ସ ସହଯୋଗୀମାନଙ୍କୁ ଏଥିରେ ସାମିଲ ହେବାକୁ ଆହ୍ୱାନ କରୁଛି ।

ବ୍ରିକ୍ସର ସମସ୍ତ ଦେଶରେ ମୌଳି ଢାଞ୍ଚା ନିର୍ମାଣ ଦିଗରେ ବିଶେଷ ଭାବେ ଧ୍ୟାନ ଦିଆଯାଉଛି ।

ଭାରତରେ ବହୁମୁଖୀ ସଂଯୋଗୀକରଣକୁ ବ୍ୟାପକ କରିବା ଲାଗି ଆମେ ଗତିଶକ୍ତି ପୋର୍ଟାଲ ନାମରେ ଡିଜିଟାଲ ପ୍ଲାଟଫର୍ମ ପ୍ରସ୍ତୁତ କରିଛୁ । ଏହାଦ୍ୱାରା ମୌଳିକ ଢାଞ୍ଚାର ବିକାଶ ପାଇଁ ସମନ୍ୱିତ ଯୋଜନାକୁ ସହାୟତା ମିଳିଛି ଏବଂ ପରିବହନ ଖର୍ଚ୍ଚ କମ୍ ହୋଇଛି ।

ଆପଣମାନଙ୍କ ସହ ଏହି ଅଭିଜ୍ଞତା ବାଣ୍ଟିବାରେ ଖୁସି ହେବୁ ।

ବନ୍ଧୁଗଣ,

ବ୍ରିକ୍ସ ଦେଶ ଗୁଡ଼ିକ ମଧ୍ୟରେ ବିତ୍ତୀୟ ଏକୀକରଣ ବୃଦ୍ଧି ସକାଶେ ପ୍ରଚେଷ୍ଟାକୁ ସ୍ୱାଗତ ।

ସ୍ଥାନୀୟ ମୁଦ୍ରାରେ ବାଣିଜ୍ୟ ଏବଂ ସୀମାପାରି ସୁଗମ ଦେଣନେଣ ଆମର ଆର୍ଥିକ ସହଯୋଗକୁ ସୁଦୃଢ଼ କରିବ । ଭାରତ ଦ୍ୱାରା ଆରମ୍ଭ କରାଯାଇଥିବା ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ୍ (ୟୁପିଆଇ) ଏକ ବଡ଼ ସଫଳ କାହାଣୀ ଏବଂ ଅନେକ ଗୁଡ଼ିଏ ଦେଶ ଏହାକୁ ଆଦରିଛନ୍ତି ।

ଗତବର୍ଷ ମହାମାନ୍ୟ ଶେଖ୍ ମହମ୍ମଦଙ୍କ ସହ ମିଳିତ ଭାବେ ୟୁଏଇରେ ଏହାର ଶୁଭାରମ୍ଭ କରିଥିଲୁ । ଅନ୍ୟାନ୍ୟ ବ୍ରିକ୍ସ ଦେଶ ଗୁଡ଼ିକ ସହ ଏହି କ୍ଷେତ୍ରରେ ଆମେ ମଧ୍ୟ ସହଯୋଗ କରିପାରିବୁ ।

ବନ୍ଧୁଗଣ,

ବ୍ରିକ୍ସରେ ସହଯୋଗ ବୃଦ୍ଧି ପାଇଁ ଭାରତ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ ।

ଆମର ବିବିଧିତା ଏବଂ ବହୁଧ୍ରୁବୀୟତା ଆମ ଶକ୍ତି ବୋଲି ଦୃଢ଼ ବିଶ୍ୱାସ । ଆମର ଏହି ଶକ୍ତି ଏବଂ ମାନବତାରେ ଥିବା ବିଶ୍ୱାସ ଆମର ଭାବୀ ପିଢ଼ିଙ୍କୁ ସମୃଦ୍ଧ ଓ ସଶକ୍ତ ଭବିଷ୍ୟକୁ ସାର୍ଥକ ରୂପ ଦେବାକୁ ସହଯୋଗୀ ହେବ ।

ଆଜିର ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଓ ଉପଯୋଗୀ ଆଲୋଚନା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି ।

ବ୍ରିକ୍ସର ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ରାଷ୍ଟ୍ରପତି ଲୁଲାଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଉଛି । ଆପଣଙ୍କ ବ୍ରିକ୍ସ ଅଧ୍ୟକ୍ଷତା ପାଇଁ ଭାରତ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବ ।

ପୁଣି ଥରେ ରାଷ୍ଟ୍ରପତି ପୁତିନ ଓ ଅନ୍ୟ ନେତାମାନଙ୍କୁ ବହୁତ ଧନ୍ୟବାଦ ।

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi inaugurates Northeast’s first Emergency Landing Facility in Moran. Why it matters?

Media Coverage

PM Modi inaugurates Northeast’s first Emergency Landing Facility in Moran. Why it matters?
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 15, 2026
February 15, 2026

Visionary Leadership in Action: From AI Global Leadership to Life-Saving Reforms Under PM Modi