“ଆମର ବିପର୍ଯ୍ୟୟକୁ ନେଇ ଜବାବ ସମନ୍ୱିତ, ଏକକ ନୁହଁ”
“ଭିତ୍ତିଭୂମି କେବଳ ମାତ୍ର ଲାଭ ପାଇଁ ନୁହଁ ଏହା ସୁରକ୍ଷା ପାଇଁ ମଧ୍ୟ ଆବଶ୍ୟକ”
“ଭିତ୍ତିଭୂମି ଗୋଟିଏ ଓ ଅନ୍ୟ ଗୋଟିଏ ବିପର୍ଯ୍ୟୟ ସମୟ ମଧ୍ୟରେ ତିଆରି ହୋଇଥାଏ”
“ଆଧୁନିକ ପ୍ରଯୁକ୍ତି ଓ ସ୍ବଦେଶୀ ଜ୍ଞାନ ବିପର୍ଯ୍ୟୟ ପ୍ରଶମନ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ”
“ବିପର୍ଯ୍ୟୟ ପ୍ରଶମନ ପଦକ୍ଷେପର ସଫଳତା ନିମନ୍ତେ ଆର୍ଥିକ ସମ୍ବଳର ଅଙ୍ଗୀକାରବଦ୍ଧତା ମୁଖ୍ୟସ୍ଥାନ ଅଧିକାର କରିଥାଏ”
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୪.୦୪.୨୦୨୩ ) ପଂଚମ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ସଂକ୍ରାନ୍ତ ଆନ୍ତର୍ଜାତିକ ସମ୍ମିଳନୀ ଆଇସିଡିଆରଆଇ-୨୦୨୩କୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧିତ କରିଛନ୍ତି ।

ନମସ୍କାର!

ମାନ୍ୟଗଣ୍ୟ, ରାଷ୍ଟ୍ର ମୁଖ୍ୟଗଣ, ଶିକ୍ଷାବିତ୍‌,  ବ୍ୟବସାୟୀ ନେତୃବୃନ୍ଦ, ନୀତି ନିର୍ମାତା, ଏବଂ ସାରା ବିଶ୍ୱର ମୋର ପ୍ରିୟ ବନ୍ଧୁଗଣ!

ସମସ୍ତଙ୍କୁ ମୋର ଶୁଭେଚ୍ଛା । ଭାରତରେ ଆପଣ ସମସ୍ତଙ୍କୁ ସ୍ୱାଗତ! ସର୍ବପ୍ରଥମେ, ମୁଁ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମିଳିତ ମଂଚକୁ ଅଭିନନ୍ଦନ ଜଣାଉଛି । ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି, ଆଇସିଡିଆର୍‌ଆଇ - ୨୦୨୩ର ଆନ୍ତର୍ଜାତିକ ସମ୍ମିଳନୀର ୫ମ ସଂସ୍କରଣର ଅବସର ପ୍ରକୃତରେ ଏକ ବିଶେଷ ଅବସର ଅଟେ ।

ବନ୍ଧୁଗଣ,

ଏକ ବିଶ୍ୱ ଦୃଷ୍ଟିକୋଣରୁ ସିଡିଆର୍‌ଆଇ ଉତ୍ପନ୍ନ ହେଲା । ଏକ ନିବିଡ଼ ଭାବରେ ସଂଯୁକ୍ତ ଦୁନିଆରେ ବିପର୍ଯ୍ୟୟର ପ୍ରଭାବ କେବଳ ସ୍ଥାନୀୟ ହୋଇ ନଥାଏ । ଗୋଟିଏ ଅଞ୍ଚଳରେ ଘଟୁଥିବା ବିପର୍ଯ୍ୟୟ ସମ୍ପୂର୍ଣ୍ଣ ରୂପରେ ଭିନ୍ନ ଅନ୍ୟ ଅଞ୍ଚଳ ଉପରେ ମଧ୍ୟ ଏକ ବଡ ପ୍ରଭାବ ପକାଇପାରେ । ତେଣୁ, ଆମର ପ୍ରତିକ୍ରିୟା ସମନ୍ୱିତ ହେବା ଆବଶ୍ୟକ, ପରସ୍ପର ଠାରୁ ଭିନ୍ନ ନୁହେଁ ।

ବନ୍ଧୁଗଣ,

କିଛି ବର୍ଷ ମଧ୍ୟରେ, ୪୦ ରୁ ଅଧିକ ଦେଶ ସିଡିଆର୍‌ଆଇର ଅଂଶ ହୋଇ ପାରିଛନ୍ତି । ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଂଚରେ ପରିଣତ ହେଉଛି । ଉନ୍ନତ ଅର୍ଥ ବ୍ୟବସ୍ଥା ଏବଂ ବିକାଶଶୀଳ ଅର୍ଥନୀତି, ବଡ଼ ଏବଂ ଛୋଟ ଦେଶ ସମୂହ, ଉତ୍ତର ବିଶ୍ୱ ଏବଂ ଦକ୍ଷିଣ ବିଶ୍ୱ ଏହି ମଂଚରେ ଏକାଠି ହେଉଛନ୍ତି । ଏହା ମଧ୍ୟ ଉତ୍ସାହଜନକ ଯେ , ଏଥିରେ କେବଳ ସରକାରମାନେ ସାମିଲ୍ ନୁହନ୍ତି, ବିଶ୍ୱ ସ୍ତରୀୟ ଅନୁଷ୍ଠାନ, ପରିସର ବିଶେଷଜ୍ଞ ଏବଂ ଘରୋଇ କ୍ଷେତ୍ର ମଧ୍ୟ ଏକ ଭୂମିକା ନିର୍ବାହ କରୁଛନ୍ତି ।

ବନ୍ଧୁଗଣ,

ଯେହେତୁ ଆମେ ଭିତ୍ତିଭୂମି ସଂରଚନା ବିଷୟରେ ଆଲୋଚନା କଲାବେଳେ କିଛି ପ୍ରାଥମିକତାକୁ ନିଶ୍ଚିତ ରୂପରେ ମନେ ରଖିବାକୁ ପଡିବ । ଚଳିତ ବର୍ଷର ସମ୍ମିଳନୀ ପାଇଁ ସିଡିଆର୍‌ଆଇର ବିଷୟ ସମାବେଶୀ ଏବଂ ପ୍ରତିରୋଧୀ ଭିତ୍ତିଭୂମି ପ୍ରଦାନ ସହିତ ସମ୍ପର୍କିତ । ଭିତ୍ତିଭୂମି କେବଳ ଲାଭ ବିଷୟରେ ନୁହେଁ, ବରଂ ବ୍ୟାପକତା ଏବଂ ନମନୀୟତା ବିଷୟକୁ ମଧ୍ୟ ଅନ୍ତର୍ଭୁକ୍ତ କରିଥାଏ । ଭିତ୍ତିଭୂମି ନିଶ୍ଚିତ ଭାବରେ କାହାକୁ ପଛରେ ଛାଡ଼ିବା ଉଚିତ ନୁହେଁ ଏବଂ ସଙ୍କଟ ସମୟରେ ମଧ୍ୟ ଲୋକ ମାନଙ୍କୁ ସେବା ପ୍ରଦାନ କରିବ । ଆହୁରି ମଧ୍ୟ, ଭିତ୍ତିଭୂମି ବିଷୟରେ ଏକ ସାମଗ୍ରିକ ଦୃଷ୍ଟିକୋଣର ଆବଶ୍ୟକତା ରହିଛି । ପରିବହନ ଭିତ୍ତିଭୂମି ଭଳି ସାମାଜିକ ଏବଂ ଡିଜିଟାଲ ଭିତ୍ତିଭୂମି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।

ବନ୍ଧୁଗଣ,

ବିପର୍ଯ୍ୟୟ ସମୟରେ, ଯେଉଁମାନେ ଦୁଃଖ ଭୋଗୁଛନ୍ତି, ସେମାନଙ୍କ ପାଇଁ ଆମର ହୃଦୟ ବ୍ୟଥିତ ହୋଇ ପଡିବା ସ୍ୱାଭାବିକ କଥା । ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପ୍ରାଥମିକତା ଭିତ୍ତିରେ ହୋଇଥାଏ ଏବଂ ଏହା ହେବା ମଧ୍ୟ ଠିକ୍ କଥା । ନମନୀୟତା ହେଉଛି ସରକାରୀ ବ୍ୟବସ୍ଥା କିପରି ଲୋକ ମାନଙ୍କ  ଜୀବନକୁ ଯେତେ ଶୀଘ୍ର ସମ୍ଭବ ପୁନର୍ବାର ସାଧାରଣ କରିବାକୁ ସୁନିଶ୍ଚିତ କରି ପାରିବ । ଗୋଟିଏରୁ ଅନ୍ୟ ବିପର୍ଯ୍ୟୟ ମଧ୍ୟରେ ରହିଥିବା ସମୟରେ ପ୍ରତିରୋଧୀତା ନିର୍ମିତ ହୋଇଥାଏ । ଅତୀତର ବିପର୍ଯ୍ୟୟକୁ ଅଧ୍ୟୟନ କରିବା ଏବଂ ସେଥିରୁ ଶିକ୍ଷାଲାଭ କରିବା ହେଉଛି ଏକମାତ୍ର ମାର୍ଗ । ଆଉ ଏହିଠାରେ ହିଁ ସିଡିଆର୍‌ଆଇ  ଏବଂ ଏହି ସମ୍ମିଳନୀ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

ବନ୍ଧୁଗଣ,

ପ୍ରତ୍ୟେକ ଦେଶ ଏବଂ ଅଞ୍ଚଳ ବିଭିନ୍ନ ପ୍ରକାରର ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି । ସମାଜଗୂଡ଼ିକ ଭିତ୍ତିଭୂମି ସହିତ ସମ୍ପର୍କିତ ସ୍ଥାନୀୟ ଜ୍ଞାନର ବିକାଶ କରିଥାନ୍ତି ଯାହା ବିପର୍ଯ୍ୟୟକୁ ସାମନା କରି ପାରିବ । ଭିତ୍ତିଭୂମି ସଂରଚନାକୁ ଆଧୁନିକୀକରଣ କରିବା ବେଳେ, ଏଭଳି ଜ୍ଞାନକୁ ବୁଦ୍ଧିମତ୍ତାର ସହିତ ବ୍ୟବହାର କରାଯିବା ଆବଶ୍ୟକ ଅଟେ । ସ୍ଥାନୀୟ ଅର୍ନ୍ତଦୃଷ୍ଟି ସହିତ ଆଧୁନିକ ପ୍ରଯୁକ୍ତି ବିଦ୍ୟା ନମନୀୟତା ପାଇଁ ଉତ୍ତମ ହୋଇପାରେ । ଅଧିକନ୍ତୁ, ଯଦି ଭଲ ଭାବରେ ନଥୀକରଣ ହୁଏ, ସ୍ଥାନୀୟ ଜ୍ଞାନ ଏକ ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସ ହୋଇପାରେ!

ବନ୍ଧୁଗଣ,

ସିଡିଆର୍‌ଆଇର କିଛି ପଦକ୍ଷେପ ଏହାର ସମାବେଶୀ ଉଦ୍ଦେଶ୍ୟ ଦେଖାଇ ଚାଲିଛି । ଦ୍ୱୀପାଂଚଳ ରାଷ୍ଟ୍ର ସମୂହ ପାଇଁ ପ୍ରତିରୋଧୀ ଭିତ୍ତିଭୂମି ପଦକ୍ଷେପ ବା ଆଇଆରଆଇଏସ୍ ଅନେକ ଦ୍ୱୀପପୁଞ୍ଜ ଦେଶମାନଙ୍କୁ ଲାଭ ପ୍ରଦାନ କରୁଛି । ଏହି ଦ୍ୱୀପପୁଞ୍ଜ ଗୁଡିକ ଛୋଟ ହୋଇପାରେ, କିନ୍ତୁ ସେଥିରେ ବାସ କରୁଥିବା ପ୍ରତ୍ୟେକ ମନୁଷ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏଇ ମାତ୍ର ଗତ ବର୍ଷ ଭିତ୍ତିଭୂମି ନମନୀୟତା ଗତିବର୍ଦ୍ଧକ ପାଣ୍ଠି ସମ୍ପର୍କରେ ଘୋଷଣା କରା ଯାଇଥିଲା । ଏହି ୫୦ ନିୟୁତ ଡଲାରର ପାଣ୍ଠି ବିକାଶଶୀଳ ଦେଶ ମାନଙ୍କ ମଧ୍ୟରେ ବିପୁଳ ଆଗ୍ରହ ସୃଷ୍ଟି କରିଛି । ଆର୍ଥିକ ସମ୍ବଳର ପ୍ରତିବଦ୍ଧତା ପଦକ୍ଷେପ ଗୁଡ଼ିକର ସଫଳତା ନିମନ୍ତେ ଚାବିକାଠି ।

ବନ୍ଧୁଗଣ,

ସାମ୍ପ୍ରତିକ ବିପର୍ଯ୍ୟୟ ଆମକୁ ସାମ୍ନା କରୁଥିବା ଆହ୍ୱାନର ଭୟାବହତାକୁ ମନେ ପକାଇ ଦେଇଛି ।  ମୁଁ ଆପଣମାନଙ୍କୁ କିଛି ଉଦାହରଣ ଦେଉଛି । ଭାରତ ଏବଂ ୟୁରୋପରେ ଆମର ଉତ୍ତାପ ଲହରୀ ଥିଲା । ଭୂକମ୍ପ, ଘୂର୍ଣ୍ଣିବଳୟ ଏବଂ ଆଗ୍ନେୟଗିରି ଦ୍ୱାରା ପୃଥିବୀର ଅନେକ ଦ୍ୱୀପପୁଞ୍ଜ କ୍ଷତିଗ୍ରସ୍ତ ହୋଇଥିଲେ । ତୁର୍କୀ ଏବଂ ସିରିୟାରେ ଭୂକମ୍ପ ବିପୁଳ ଧନ ଜୀବନ ନଷ୍ଟର କାରଣ ପାଲଟି ଥିଲା । ଆପଣ ମାନଙ୍କର କାମ ଅଧିକ ପ୍ରାସଙ୍ଗିକ ହୋଇଯାଉଛି । ସିଡିଆର୍‌ଆଇରୁ ବହୁତ ଆଶା ଅଛି ।

ବନ୍ଧୁଗଣ,

ଚଳିତ ବର୍ଷ ଭାରତ ମଧ୍ୟ ନିଜର ଜି ୨୦ ଅଧ୍ୟକ୍ଷତା ମାଧ୍ୟମରେ ବିଶ୍ୱକୁ ଏକାଠି କରୁଛି । ଜି ୨୦ର ଅଧ୍ୟକ୍ଷ ଭାବରେ, ଆମେ ସିଡିଆର୍‌ଆଇକୁ ଅନେକ କାର୍ଯ୍ୟ ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରି ସାରିଛୁ । ଆପଣ ଏଠାରେ ଅନୁସନ୍ଧାନ କରୁଥିବା ସମାଧାନ ଗୁଡିକ ବିଶ୍ୱର ନୀତି ନିର୍ଦ୍ଧାରଣର ସର୍ବୋଚ୍ଚ ସ୍ତରରେ ଧ୍ୟାନ ଗ୍ରହଣ କରିବ । ଭିତ୍ତିଭୂମି ନମନୀୟତା ଦିଗରେ ଅବଦାନ ରଖିବାକୁ ଏହା ସିଡିଆରଆଇ ପାଇଁ ଏହା ଏକ ସୁଯୋଗ, ବିଶେଷକରି ଜଳବାୟୁ ବିପଦ ଏବଂ ବିପର୍ଯ୍ୟୟ ବିରୁଦ୍ଧରେ ଭିତ୍ତିଭୂମି ନମନୀୟତା ପାଇଁ । ମୁଁ ନିଶ୍ଚିତ ଯେ ଆଇସିଡିଆର୍‌ଆଇରେ ୨୦୨୩ ରେ ହୋଇଥିବା ବିଚାର ବିମର୍ଶ ଏକ ଅଧିକ ନମନୀୟ ଦୁନିଆର ସହଭାଗୀ ଦୃଷ୍ଟିକୋଣ ହାସଲ କରିବା ପାଇଁ ଏକ ମାର୍ଗ ପ୍ରଦାନ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi’s FTA push: Why India’s MSMEs now have a bigger export opportunity

Media Coverage

PM Modi’s FTA push: Why India’s MSMEs now have a bigger export opportunity
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the importance of self-respect, courage and steadfastness
August 18, 2026

The Prime Minister, Shri Narendra Modi has shared a Sanskrit Subhashitam highlighting the importance of living with self-respect, courage and dignity. He emphasised that true valour and strength lie in remaining steadfast in one’s principles and values, without compromising them under any circumstances.

The Prime Minister shared a Sanskrit Subhashitam-

“उद्यच्छेदेव न नमेदुद्यमो ह्येव पौरुषम्।
अप्यपर्वणि भज्येत न नमत्वेव कस्यचित्॥”

The Subhashitam conveys that a person should always live with self-respect, courage and dignity. True valor and strength lie in never compromising one's principles and values under any circumstances, but remaining steadfast in one's ideals with truth, patience and self-pride.

The Prime Minister wrote on X;

“उद्यच्छेदेव न नमेदुद्यमो ह्येव पौरुषम्।

अप्यपर्वणि भज्येत न नमत्वेव कस्यचित्॥”