BJP-led NDA government has always focused on only one objective of 'India First, Citizen First': PM Modi
Moment of pride for the entire country that the Budget Session would start with the address of President Murmu, who belongs to tribal community: PM Modi

ନମସ୍କାର ବନ୍ଧୁଗଣ 

୨୦୨୩ ବର୍ଷର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି ଏବଂ ପ୍ରାରମ୍ଭରେ ଅର୍ଥନୈତିକ ଜଗତର ସ୍ୱର, ଯାହାର ମାନ୍ୟତା ରହିଛି, ଏକ ସକରାତ୍ମକ ବାର୍ତ୍ତା ନେଇ ସବୁ ଦିଗରୁ ଆସୁଛି, ଆଶା ଏବଂ ଉତ୍ସାହର କିରଣ ନେଇ ଆସୁଛି, ଉତ୍ସାହର ପ୍ରେରଣା ନେଇ ଆସୁଛି । ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଅଟେ । ଭାରତର ବର୍ତ୍ତମାନର ରାଷ୍ଟ୍ରପତି ଆଜି ପ୍ରଥମ ଥର ସଂସଦର ମିଳିତ ଗୃହକୁ ସମ୍ବୋଧିତ କରିବାକୁ ଯାଉଛନ୍ତି । ରାଷ୍ଟ୍ରପତିଙ୍କ ଭାଷଣ ହେଉଛି ଭାରତର ସମ୍ବିଧାନର ଗୌରବ, ଭାରତର ସଂସଦୀୟ ବ୍ୟବସ୍ଥାର ଗୌରବ ଏବଂ ବିଶେଷ ଭାବରେ ଆଜି ମଧ୍ୟ ମହିଳାମାନଙ୍କୁ ସମ୍ମାନ ଦେବା ତଥା ଦୂର ଦୂରାନ୍ତର ଜଙ୍ଗଲରେ ବାସ କରୁଥିବା ଆମ ଦେଶର ମହାନ ଆଦିବାସୀ ପରମ୍ପରାକୁ ସମ୍ମାନ ଦେବା ପାଇଁ ଏକ ଉତ୍ସବ ଅଟେ ।

କେବଳ ସାଂସଦ ନୁହଁନ୍ତି ଆଜି ସମଗ୍ର ଭାରତ ପାଇଁ ଗୌରବର ମୁହୂର୍ତ୍ତ ଯେ ଭାରତର ବର୍ତ୍ତମାନର ରାଷ୍ଟ୍ରପତି ଆଜି ତାଙ୍କର ପ୍ରଥମ ଭାଷଣ ଦେଉଛନ୍ତି । ଆମର ସଂସଦୀୟ କାର୍ଯ୍ୟରେ ଛଅ-ସାତ ଦଶନ୍ଧିରୁ ଯେଉଁ ପରମ୍ପରାଗୁଡ଼ିକ ବିକଶିତ ହୋଇଛି, ଦେଖାଯାଉଛି ଯେ ଯଦି କୌଣସି ନୂତନ ସାଂସଦ ଯିଏ କି ଗୃହରେ ପ୍ରଥମ ଥର ପାଇଁ ଛିଡ଼ା ହୁଅନ୍ତି, ତେବେ ସେ କୌଣସି ଦଳର ହୋଇ ଥାଆନ୍ତୁ ନା କାହିଁକି, ପ୍ରଥମ ଥର ପାଇଁ ଯେତେବେଳେ ସେ ତାଙ୍କର ବକ୍ତବ୍ୟ ରଖନ୍ତି, ସମଗ୍ର ଗୃହ ତାଙ୍କୁ ସମ୍ମାନ କରେ, ଏପରି ଭାବରେ ତାଙ୍କର ଆତ୍ମବିଶ୍ୱାସ ବଢିଯାଏ, ଏକ ସକରାତ୍ମକ ପରିବେଶ ସୃଷ୍ଟି ହୁଏ । ଏହା ଏକ ମହାନ ଏବଂ ଉତ୍ତମ ପରମ୍ପରା । ଆଜି ରାଷ୍ଟ୍ରପତିଙ୍କ ଭାଷଣ ମଧ୍ୟ ପ୍ରଥମ ଭାଷଣ ଅଟେ । ସମସ୍ତ ସାଂସଦଙ୍କ ତରଫରୁ ଏହି ମୁହୂର୍ତ୍ତକୁ ଉତ୍ସାହ, ଉଦ୍ଦୀପନା ଏବଂ ଶକ୍ତିରେ ପରିପୂର୍ଣ୍ଣ କରିବା ଆମର ଦାୟିତ୍ୱ ଅଟେ । ମୋର ବିଶ୍ୱାସ ଯେ ଆମର ସମସ୍ତ ସାଂସଦ ଏହି ପରୀକ୍ଷାରେ ସଫଳାର ସହ ଉତ୍ତୀର୍ଣ୍ଣ ହେବେ ।

ଆମ ଦେଶର ଅର୍ଥମନ୍ତ୍ରୀ ମଧ୍ୟ ଜଣେ ମହିଳା, ସେ ଆସନ୍ତାକାଲି ଆଉ ଏକ ବଜେଟ୍ ନେଇ ଦେଶ ସାମ୍ନାକୁ ଆସୁଛନ୍ତି । ଆଜିର ବୈଶ୍ୱିକ ପରିସ୍ଥିତିରେ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱର ଧ୍ୟାନ ଭାରତର ବଜେଟ୍ ଉପରେ ରହିଛି । ବିଶ୍ୱ ଅର୍ଥନୀତିରେ ହଲଚଲ ସୃଷ୍ଟି ହୋଇଥିବାବେଳେ ଭାରତର ବଜେଟ୍ କେବଳ ଭାରତର ସାଧାରଣ ଲୋକଙ୍କର ଆଶା ଓ ସ୍ୱପ୍ନକୁ ପୂରଣ କରିବାକୁ ଚେଷ୍ଟା କରିବ ନାହିଁ, ବରଂ ବିଶ୍ୱ ଦେଖୁଥିବା ଆଶାର କିରଣକୁ ଅଧିକ ଉଜ୍ଜ୍ୱଳ ଦେଖାଇବା ଉଚିତ୍‍ ।

ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ର୍ନିମଳା ଜୀ ଏହି ଆଶା ପୂରଣ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରିବେ । ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନଡିଏ ସରକାରଙ୍କର କେବଳ ଗୋଟିଏ ଉଦ୍ଦେଶ୍ୟ, ଗୋଟିଏ ଲକ୍ଷ୍ୟ ରହିଛି ଏବଂ ଆମର କାର୍ଯ୍ୟ ସଂସ୍କୃତିର କେନ୍ଦ୍ର ବିନ୍ଦୁରେ ଗୋଟିଏ ବିଚାର ହେଉଛି ‘ଭାରତ ପ୍ରଥମ, ନାଗରିକ ପ୍ରଥମ\' ସବୁଠାରୁ ଆଗେ ଦେଶ, ସବୁଠାରୁ ଆଗେ ଦେଶବାସୀ । ସମାନ ଆବେଗକୁ ଆଗକୁ ନେଇ ବଜେଟ୍ ଅଧିବେଶନରେ ମଧ୍ୟ ବିତର୍କ ହେବ, ବିତର୍କ ହେବା ବି ଉଚିତ ଏବଂ ମୁଁ ନିଶ୍ଚିତ ଯେ ଆମର ସମସ୍ତ ବିରୋଧୀ ବନ୍ଧୁମାନେ ବହୁତ ପ୍ରସ୍ତୁତିର ସହିତ ଭଲଭାବେ ଅଧ୍ୟୟନ କରିବା ପରେ ଗୃହରେ ସେମାନଙ୍କର ମତ ଉପସ୍ଥାପନ କରିବେ । ଦେଶର ନୀତି ର୍ନିଦ୍ଧାରଣରେ ଗୃହ ବହୁତ ଭଲ ଆଲୋଚନା କରିବ ଏବଂ ଅମୃତ ବାହାର କରିବ ଯାହା ଦେଶ ପାଇଁ ଉପଯୋଗୀ ହେବ । ମୁଁ ପୁଣି ଥରେ ତୁମ ସମସ୍ତଙ୍କୁ ସ୍ୱାଗତ କରୁଛି ।

ମୁଁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି । ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rs 25,000 cr cyber fraud prevented, Rs 323 cr returned to victims as Centre expands e-Zero FIR: Report

Media Coverage

Rs 25,000 cr cyber fraud prevented, Rs 323 cr returned to victims as Centre expands e-Zero FIR: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 11, 2026
July 11, 2026

Record Exports, Record Investments, Record Pride: India’s Rise Under PM Modi is Multi-Dimensional