Terrorism is the biggest problem facing the world: PM Modi
There is a need to ensure that countries supporting and assisting terrorists are held guilty: PM Modi
PM underlines need for reform of the UN Security Council as well as multilateral bodies like the World Trade Organisation and the International Monetary Fund

ମହାମହିମ ରାଷ୍ଟ୍ରପତି ପୁତିନ,

ମହାମହିମ ରାଷ୍ଟ୍ରପତି ସି,

ମହାମହିମ ରାଷ୍ଟ୍ରପତି ରାମାଫୋସା,

ମହାମହିମ ରାଷ୍ଟ୍ରପତି ବୋଲ୍ସୋନାରୋ,

ସର୍ବପ୍ରଥମେ ସଫଳ ପରିଚାଳନା ଲାଗି ରାଷ୍ଟ୍ରପତି ପୁତିନଙ୍କୁ ଅଭିନନ୍ଦନ ଜଣାଉଛି। ଆପଣଙ୍କ ମାର୍ଗଦର୍ଶନ ଏବଂ ପ୍ରୟାସ କାରଣରୁ ବୈଶ୍ୱିକ ମହାମାରୀ ସମୟରେ ମଧ୍ୟ ବ୍ରିକ୍ସ ନିଜର ଗତିକୁ ବଜାୟ ରଖିପାରିଛି। ନିଜ କଥା ଉପସ୍ଥାପନ କରିବା ପୂର୍ବରୁ ମୁଁ ରାଷ୍ଟ୍ରପତି ରାମାଫୋସାଙ୍କୁ ଜନ୍ମଦିନର ଶୁଭକାମନା ଜଣାଉଛି।

ମହାମହିମଗଣ,

ଚଳିତ ବର୍ଷର ଶିଖର ସମ୍ମିଳନୀର ବିଷୟବସ୍ତୁ-“ ବୈଶ୍ୱିକ ସ୍ଥିରତା ଲାଗି ବ୍ରିକ୍ସ ସହଭାଗିତା, ସହଭାଗୀ ନିରାପତ୍ତା ଏବଂ ଅଭିନବ ଅଭିବୃଦ୍ଧି” ପ୍ରାସଙ୍ଗିକ ଏବଂ ଦୂରଦର୍ଶୀ। ବିଶ୍ୱ ରେ ଗୁରୁତ୍ୱପୂର୍ଣ୍ଣ ଜିଓ–ରଣନୈତିକ ପରିବର୍ତ୍ତନ ଆସୁଛି, ଯାହାର ପ୍ରଭାବ ସ୍ଥିରତା, ସୁରକ୍ଷା ଏବଂ ଅଭିବୃଦ୍ଧି ଉପରେ ପଡ଼ିଚାଲିବ, ଏବଂ ଏହି ତିନୋଟି କ୍ଷେତ୍ରରେ ବ୍ରିକ୍ସର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ।

ମହାମହିମଗଣ,

ଚଳିତ ବର୍ଷ ଦ୍ୱିତୀୟ ବିଶ୍ୱଯୁଦ୍ଧର 75ତମ ବର୍ଷ ପୂର୍ତ୍ତି ଅବସରରେ ଆମେ ସହିଦ ହେଉଥିବା ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ। ଭାରତରୁ ମଧ୍ୟ 2.5 ମିଲିୟନରୁ ଅଧିକ ବୀର ଏହି ଯୁଦ୍ଧରେ ୟୁରୋପ, ଆଫ୍ରିକା ଏବଂ ଦକ୍ଷିଣ ପୂର୍ବ ଏସିଆ ଭଳି ଅନେକ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଥିଲେ। ଚଳିତ ବର୍ଷ ମିଳିତ ଜାତିସଂଘର ପ୍ରତିଷ୍ଠାର 75ତମ ବର୍ଷ ପୂର୍ତ୍ତି ମଧ୍ୟ।

ମିଳିତ ଜାତିସଂଘର ଏକ ପ୍ରତିଷ୍ଠାତା ସଦସ୍ୟ ରୂପରେ ଭାରତ ବହୁପକ୍ଷବାଦର ଦୃଢ଼ ସମର୍ଥକ ଭାବେ ରହିଆସିଛି। ଭାରତୀୟ ସଂସ୍କୃତିରେ ମଧ୍ୟ ସାରା ବିଶ୍ୱକୁ ଏକ ପରିବାର ଭଳି ଗ୍ରହଣ କରାଯାଇଛି, ତେଣୁ ଆମ ପାଇଁ ମିଳିତ ଜାତିସଂଘ ଭଳି ସଂସ୍ଥାର ସମର୍ଥନ ସ୍ୱଭାବିକ ଥିଲା। ମିଳିତ ଜାତିସଂଘର ଆଦର୍ଶ ପ୍ରତି ଆମର ପ୍ରତିବଦ୍ଧତା ଅଟଳ ରହିଛି–ଶାନ୍ତିରକ୍ଷା ଅଭିଯାନରେ ସବୁଠୁ ଅଧିକ ବୀର ସୈନିକ ଭାରତ ହିଁ ହରାଇଛି। କିନ୍ତୁ ଆଜି ବହୁପକ୍ଷବାଦ ଏକ ସଂକଟ ସମୟ ଦେଇ ଗତି କରୁଛି।
ବିଶ୍ୱ ପ୍ରଶାସନର ସଂସ୍ଥାନଗୁଡ଼ିକର ବିଶ୍ୱସନୀୟତା ଏବଂ ପ୍ରଭାବ ଉଭୟ ଉପରେ ପ୍ରଶ୍ନ ଉଠୁଛି।

ଏହାର ପ୍ରମୁଖ କାରଣ ହେଉଛି ଯେ ସଠିକ ସମୟରେ ଏଗୁଡ଼ିରେ ଉପଯୁକ୍ତ ପରିବର୍ତ୍ତନ ଆସିନାହିଁ। ଏଗୁଡ଼ିକ ବର୍ତ୍ତମାନ ମଧ୍ୟ 75 ବର୍ଷ ପୁରୁଣା ବିଶ୍ୱର ମାନସିକତା ଏବଂ ବାସ୍ତବିକତା ଉପରେ ଆଧାରିତ। ଭାରତ ବିଶ୍ୱାସ କରିଥାଏ ଯେ ମିଳିତ ଜାତିସଂଘ ପରିଷଦରେ ସଂସ୍କାର ଅତ୍ୟନ୍ତ ବାଧ୍ୟତାମୂଳକ ଅଟେ। ଏହି ବିଷୟ ଉପରେ ଆମକୁ ଆମର ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ସମର୍ଥନ ପ୍ରତି ଆଶା ରହିଛି। ମିଳିତ ଜାତିସଂଘ ବ୍ୟତୀତ, ଅନ୍ୟ କେତେଗୁଡ଼ିକ ସଂସ୍ଥା ମଧ୍ୟ ବର୍ତ୍ତମାନର ବାସ୍ତବିକତା ଅନୁସାରେ କାମ କରୁନାହିଁ। ଡବ୍ଲୁଟିଓ, ଆଇଏମଏଫ, ଡବ୍ଲୁଏଚଓ ଭଳି ସଂସ୍ଥାନରେ ମଧ୍ୟ ସୁଧାରର ଆବଶ୍ୟକତା ରହିଛି।

ମହାମହିମଗଣ,

ଆତଙ୍କବାଦ ଆଜି ବିଶ୍ୱ ସମ୍ମୁଖରେ ବଡ଼ ସମସ୍ୟା ଅଟେ। ଆମକୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ ଆତଙ୍କବାଦୀଙ୍କୁ ସମର୍ଥନ ଏବଂ ସହାୟତା ଦେଉଥିବା ଦେଶକୁ ମଧ୍ୟ ଯଦି ଦୋଷୀ ସାବ୍ୟସ୍ତ କରାଯିବ, ଏବଂ ଏହି ସମସ୍ୟାକୁ ସଂଗଠିତ ଭାବେ ମୁକାବିଲା କରାଯିବ। ଆମେ ଆନନ୍ଦିତ ଯେ ରୁଷର ଅଧ୍ୟକ୍ଷତା ସମୟରେ ବ୍ରିକ୍ସ କାଉଣ୍ଟର–ଟେରୋରିଜମ ଷ୍ଟ୍ରାଟେର୍ଜୀକୁ ଅନ୍ତିମ ରୂପ ଦିଆଯାଇଛି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଆହୁରି ଭାରତ ଏହି କାର୍ଯ୍ୟକୁ ନିଜ ଅଧ୍ୟକ୍ଷତା ସମୟରେ ଆହୁରି ଆଗକୁ ବଢ଼ାଇବ।

ମହାମହିମଗଣ,

କୋଭିଡ ପରେ ବୈଶ୍ୱିକ ସୁଧାରରେ ବ୍ରିକ୍ସ ଅର୍ଥବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ଆମ ମଧ୍ୟରେ ବିଶ୍ୱର 42 ପ୍ରତିଶରୁ ଅଧିକ ଜନଂସଖ୍ୟା ରହୁଛନ୍ତି ଏବଂ ଆମ ଦେଶଗୁଡ଼ିକ ବିଶ୍ୱ ଅର୍ଥବ୍ୟବସ୍ଥାର ପ୍ରମୁଖ ବାହକ। ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଆପୋସ ବାଣିଜ୍ୟ ବୃଦ୍ଧି ଲାଗି ଯଥେଷ୍ଟ ସୁଯୋଗ ରହିଛି।

ଆମର ଆପୋସ ସଂସ୍ଥା ଏବଂ ବ୍ୟବସ୍ଥା–ଯେପରିକି ବ୍ରିକ୍ସ ଇଣ୍ଟର–ବ୍ୟାଙ୍କ କୋଅପରେସନ ମେକାନିଜିମ, ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କ, କଣ୍ଟିନଜେଣ୍ଟ ରିଜର୍ଭ ଆରେଞ୍ଜମେଣ୍ଟ ଏବଂ କଷ୍ଟମ କୋଅପରେସନ ଆଦି ମଧ୍ୟ ବୈଶ୍ୱିକ ସୁଧାରରେ ଆମର ଯୋଗଦାନକୁ ଆହୁରି ପ୍ରଭାବୀ କରିପାରିବେ।
ଭାରତରେ, ଆମେ ‘ଆତ୍ମନିର୍ଭର ଭାରତ’ ଅଭିଯାନ ଅନ୍ତର୍ଗତ ଏକ ବ୍ୟାପକ ସଂସ୍କାର ପ୍ରକ୍ରିୟା ଆରମ୍ଭ କରିଛୁ। ଏହି ଅଭିଯାନ ଏପରି ଲକ୍ଷ୍ୟ ଉପରେ ଆଧାରିତ ଯେ ଏକ ଆତ୍ମନିର୍ଭରଶୀଳ ଏବଂ ସହନଶୀଳ ଭାରତ  କୋଭିଡ ପରବର୍ତ୍ତୀ ଅର୍ଥବ୍ୟବସ୍ଥା ଲାଗି ପ୍ରମୁଖ ବାହକ ହୋଇପାରିବ। ଆହୁରି ବୈଶ୍ୱିକ ମୂଲ୍ୟ ଶୃଙ୍ଖଳାରେ ଏକ ସୁଦୃଢ଼ ଯୋଗଦାନ ଦେଇପାରିବ। ଏହାର ଉଦାହରଣ ଆମେ କୋଭିଡ ସମୟରେ ମଧ୍ୟ ଦେଖିଛୁ, ଯେତେବେଳେ ଭାରତୀୟ ଫାର୍ମା ଉଦ୍ୟୋଗର କ୍ଷମତା କାରଣରୁ ଆମେ 150ରୁ ଅଧିକ ଦେଶକୁ ଆବଶ୍ୟକ ଔଷଧ ପଠାଇପାରିଛୁ।
ଯେପରି ମୁଁ ପୂର୍ବରୁ କହିଛି, ଆମର ଟିକା ଉତ୍ପାଦନ ଏବଂ ବିତରଣ କ୍ଷମତା ମଧ୍ୟ ସେହିପରି ଭାବେ ମାନବତାର କଲ୍ୟାଣରେ କାମରେ ଲାଗିବ। ଭାରତ ଏବଂ ଦକ୍ଷିଣ ଆଫ୍ରିକା କୋଭିଡ-19 ଭ୍ୟାକ୍ସିନ, ଚିକିତ୍ସା ଏବଂ ପରୀକ୍ଷା ସମ୍ବନ୍ଧୀୟ ବୌଦ୍ଧିକ ସମ୍ପତ୍ତି ଚୁକ୍ତିରେ ରିହାତି ଦେବାର ପ୍ରସ୍ତାବ ରଖିଛି। ଆମେ ଆଶା କରୁଛୁ ଯେ ବ୍ରିକ୍ସର ଅନ୍ୟ ଦେଶଗୁଡ଼ିକ ମଧ୍ୟ ଏହାର ସମର୍ଥନ କରିବେ।

ନିଜର ବ୍ରିକ୍ସ ଅଧ୍ୟକ୍ଷତା ସମୟରେ ଭାରତ ଡିଜିଟାଲ ହେଲ୍ଥ ଏବଂ ପାରମ୍ପରିକ ଔଷଧରେ ବ୍ରିକ୍ସ ସହଯୋଗ ବଢ଼ାଇବା ଲାଗି କାର୍ଯ୍ୟ କରିବ। ଏହି ଜଟିଳ ବର୍ଷରେ ମଧ୍ୟ ରୁଷ ଅଧ୍ୟକ୍ଷତାରେ ନାଗରିକ ସମ୍ପର୍କ ବଢ଼ାଇବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଯେପରିକି ବ୍ରିକ୍ସ ଫିଲ୍ମ ଫେଷ୍ଟିଭାଲ ଏବଂ ଯୁବ ବୈଜ୍ଞାନିକ ଓ ଯୁବ କୂଟନୈତିକମାନଙ୍କର ବୈଠକ। ଏଥିପାଇଁ ମୁଁ ରାଷ୍ଟ୍ରପତି ପୁତିନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।

ମହାମହିମଗଣ,
2021ରେ ବ୍ରିକ୍ସକୁ 15 ବର୍ଷ ପୂରଣ ହେବ। ବିଗତ କିଛି ବର୍ଷ ମଧ୍ୟରେ ଆମ ଭିତରେ ଗ୍ରହଣ କରାଯାଇଥିବା ବିଭିନ୍ନ ନିର୍ଣ୍ଣୟର ମୂଲ୍ୟାଙ୍କନ କରିବା ଲାଗି ଆମର ଶେରପା ଏକ ରିପୋର୍ଟ ପ୍ରସ୍ତୁତ କରିପାରିବେ। 2021ରେ ଆମ ଅଧ୍ୟକ୍ଷତା ସମୟରେ ଆମେ ବ୍ରିକ୍ସର ତିନୋଟି ସ୍ତମ୍ଭରେ ଆନ୍ତଃ–ବ୍ରିକ୍ସ ସହଯୋଗକୁ ସୁଦୃଢ଼ କରିବା ଲାଗି ପ୍ରୟାସ କରିବୁ। ଆମେ ଆନ୍ତଃ–ବ୍ରିକ୍ସ ଏକତାକୁ ବଢ଼ାଇବା ଏବଂ ଏହି ଉଦ୍ଦେଶ୍ୟ ଲାଗି ଦୃଢ଼ ସଂସ୍ଥାଗତ ଫ୍ରେମୱର୍କ ବିକଶିତ କରିବା ଲାଗି ପ୍ରୟାସ କରିବୁ। ମୁଁ ପୁଣିଥରେ ରାଷ୍ଟ୍ରପତି ପୁତିନଙ୍କ ସମସ୍ତ ପ୍ରୟାସ ପାଇଁ ଅଭିନନ୍ଦନ ଜଣାଇ ମୋର ବକ୍ତବ୍ୟ ସମାପ୍ତ କରୁଛି।

ଧନ୍ୟବାଦ!

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The entrepreneurs building a self-reliant India

Media Coverage

The entrepreneurs building a self-reliant India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 21, 2026
July 21, 2026

Self-Reliance Is No Longer a Slogan — It’s Happening Across Engines, UPI, Vaccines & FDI Under the Leadership of PM Modi