କେନ୍ଦ୍ର-ରାଜ୍ୟ ମଧ୍ୟରେ ସହଯୋଗ ଖୁବ ଗୁରୁତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ
ପିଏଲଆଇ ଯୋଜନାର ସୁଯୋଗ ନେଇ ଅଧିକରୁ ଅଧିକ ପୁଞ୍ଜି ବିନିଯୋଗ ଆକୃଷ୍ଟ କରିବାକୁ ରାଜ୍ୟଗୁଡିକୁ ନିବେଦନ

ନମସ୍କାର!

ନୀତି ଆୟୋଗର ଗଭର୍ଣ୍ଣି କାଉନସିଲରେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଛି । ଦେଶର ପ୍ରଗତିର ଆଧାରର କେନ୍ଦ୍ର ଏବଂ ରାଜ୍ୟ ସହିତ ମିଳିମିଶି କଲେ ନିଶ୍ଚିତ ରୂପେ ଆମେ ଆଗକୁ ବଢ଼ିପାରିବା । ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ଆହୁରି ଅଧିକ ସାର୍ଥକ କରିବା ଏବଂ କେବଳ ସେତିକି ନୁହେଁ, ଆମେ ପ୍ରଯତ୍ନପୂର୍ବକ ପ୍ରତିଯୋଗୀ ସହଭାଗୀ ସଂଘୀୟ ବ୍ୟବସ୍ଥାକୁ କେବଳ ରାଜ୍ୟମାନଙ୍କ ମଧ୍ୟରେ ନୁହେଁ, ଜିଲ୍ଲାସ୍ତର ପର୍ଯ୍ୟନ୍ତ ଆଣିବାକୁ ପଡ଼ିବ ଯଦ୍ୱାରା ବିକାଶର ସ୍ପର୍ଦ୍ଧା ନିରନ୍ତର ଭାବେ ଜାରି ରହିପାରିବ । ବିକାଶକୁ ଏଥିପାଇଁ ଏକ ମୌଳିକ କାର୍ଯ୍ୟସୂଚୀ ଭାବେ ଆମେ ପ୍ରସ୍ତୁତ କରୁଛୁ । ଦେଶକୁ ନୂତନ ଶୀର୍ଷରେ ପହଞ୍ଚାଇବା ସକାଶେ ଆମମାନଙ୍କ ଭିତରେ କିଭଳି ସାହସ ବୃଦ୍ଧି ପାଇବ, ସେହି ପ୍ରସଙ୍ଗରେ ମାନସ ମନ୍ଥନ କରିବା ସକାଶେ ପୂର୍ବରୁ ବି ଆମେମାନେ ଅନେକ ଥର ଆଲୋଚନା କରିଛେ ଏବଂ ଆଜି ମଧ୍ୟ ଏକଥା ସ୍ୱାଭାବିକ ଯେ ଏହି ସମିତିରେ ସେହି ପ୍ରସଙ୍ଗକୁ ଶକ୍ତି ପ୍ରଦାନ କରାଯିବ । ଆମେ କରୋନା କାଳଖଣ୍ଡ ବେଳେ ଏକଥା ଦେଖିଛୁ ଯେ କିପରି ଭାବେ ରାଜ୍ୟ ଓ କେନ୍ଦ୍ର ସରକାର ମିଳିବିଶି କାର୍ଯ୍ୟ କରିଥିଲେ ଯାହାର ସଫଳତା ସମଗ୍ର ଦେଶକୁ ମିଳିଥିଲା ଏବଂ ବିଶ୍ୱରେ ମଧ୍ୟ ଭାରତର ଏକ ଉତ୍ତମ ଛବି ସୃଷ୍ଟି ହୋଇପାରିଥିଲା ।

ସାଥୀଗଣ,

ଆଜି ଯେତେବେଳେ ଦେଶ ସ୍ୱାଧୀନତାର ୭୫ତମ ବର୍ଷ ପୂରଣ କରିବାକୁ ଯାଉଛି, ସେତେବେଳେ ଏହି ଗଭର୍ଣ୍ଣିଂ କାଉନସିଲ୍‌ର ବୈଠକ ଆହୁରି ମହତ୍ତ୍ୱପୂର୍ଣ୍ଣ ପାଲଟି ଯାଇଛି । ମୁଁ ରାଜ୍ୟମାନଙ୍କୁ ମଧ୍ୟ ନିବେଦନ କରିବାକୁ ଚାହିଁବି ଯେ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ନିମନ୍ତେ ନିଜ ନିଜ ରାଜ୍ୟରେ ସମାଜର ସବୁ ବର୍ଗର ଲୋକମାନଙ୍କୁ ଯୋଡ଼ିବା ଦିନରେ ସମିତିମାନ ଗଠନ କରନ୍ତୁ, ଜିଲ୍ଲାରେ ମଧ୍ୟ ଏଭଳି ସମିତିମାନ ଗଠନ କରାଯିବା ଦରକାର । ଏଇ କିଛି ସମୟ ପୂର୍ବରୁ ଏହି ବୈଠକ ନିମନ୍ତେ ବିନ୍ଦୁଗୁଡ଼ିକର ପ୍ରସଙ୍ଗ ଉଲ୍ଲେଖ ଆପଣମାନଙ୍କ ସମ୍ମୁଖରେ ହିଁ ହୋଇଛି । ସେହି ସବୁ ଏଜେଣ୍ଡା ପଏଣ୍ଟର ଚୟନ, ଦେଶର ସର୍ବୋଚ୍ଚ ପ୍ରାଥମିକତାଗୁଡ଼ିକୁ ସ୍ମରଣ ରଖି କରାଯାଇଛି । ଏହିସବୁ କାର୍ଯ୍ୟସୂଚୀର ନିର୍ଯ୍ୟାସ ଉପରେ ରାଜ୍ୟମାନଙ୍କ ପରାମର୍ଶ ସଂଗ୍ରହ କରିବା ସକାଶେ, ରାଜ୍ୟମାନଙ୍କୁ ଏଥି ନିମନ୍ତେ ପ୍ରସ୍ତୁତ ହେବା ଲାଗି ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିବା ଲାଗି ଏକ ନୂତନ ପ୍ରୟୋଗର ଶୁଭାରମ୍ଭ କରାଯାଇଛି । ଚଳିତ ଥର ନୀତି ଆୟୋଗ ସହିତ ରାଜ୍ୟମାନଙ୍କର ସମସ୍ତ ପ୍ରମୁଖ ଅଧିକାରୀମାନଙ୍କୁ ଏକାସଙ୍ଗେ ଗୋଟିଏ କର୍ମଶାଳାରେ ମିଳିତ ହେବାର ବ୍ୟବସ୍ଥା ଇତି ପୂର୍ବରୁ କରାଯାଇଥିଲା । ଏବଂ ଆଜିର ଆଲୋଚନାରୁ ଯେଉଁ ନିର୍ଯ୍ୟାସ ମିଳିବ ତାହାକୁ ସେଥିସହ ଯୋଡ଼ିବା ଲାଗି ଆମେ ପ୍ରୟାସ କରିଛୁ । ଏହି କାରଣରୁ ପର୍ଯ୍ୟାପ୍ତ ସୁଧାର ଏବଂ କହିବାକୁ ଗଲେ ରାଜ୍ୟମାନଙ୍କ ଆକାଂକ୍ଷା ପ୍ରତି ଏକ ପ୍ରକାର ଅଧିକ ଧ୍ୟାନ ଦିଆଯାଇ ଏହି କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି । ଏହି ପ୍ରକ୍ରିୟା ମଧ୍ୟ ଦେଇ ଅତିକ୍ରମ କରିବା କାରଣରୁ ଚଳିତ ଥର ଗଭର୍ଣ୍ଣିଂ କାଉନସିଲର କାର୍ଯ୍ୟସୂଚୀର ପଏଣ୍ଟଗୁଡ଼ିକୁ ଅତି ନିର୍ଦ୍ଦିଷ୍ଟ ଭାବେ ରଖାଯାଇଛି ଏବଂ ଏହା ଆମର ଚର୍ଚ୍ଚାକୁ ଆହୁରି ସାରଗର୍ଭକ କରିବ ।

ସାଥୀଗଣ,

ଗତ କିଛି ବର୍ଷ ମଧ୍ୟରେ ଆମେ ଦେଖିଛୁ ଯେ ଆମ ଦେଶରେ ଗରିବ ଲୋକମାନଙ୍କୁ ସଶକ୍ତ କରିବା ଦିଗରେ ସରକାର ସେମାନଙ୍କର ବ୍ୟାଙ୍କ ଜମାଖାତା ଖୋଲିବା ଠାରୁ ଆରମ୍ଭ କରି, ଟିକାକରଣ ବୃଦ୍ଧି, ସ୍ୱାସ୍ଥ୍ୟ ସୁବିଧା ବୃଦ୍ଧି, ମାଗଣାରେ ବିଜୁଳି ସଂଯୋଗ ଯୋଗାଇ ଦେବା, ମାଗଣାରେ ଗ୍ୟାସ ସଂଯୋଗ ଯୋଗାଣ, ମାଗଣାରେ ଶୌଚାଳୟ ନିର୍ମାଣ ଭଳି ଯୋଜନା, ସେମାନଙ୍କ ଜୀବନରେ ବିଶେଷ କରି ଗରିବ ଲୋକଙ୍କ ଜୀବନରେ ଏକ ଅଦ୍‌ଭୁତ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଦେଶରେ ଏବେ ପ୍ରତ୍ୟେକ ଗରିବ ଲୋକଙ୍କୁ ଛାତଥିବା ପକ୍କା ଘର ପ୍ରଦାନ ଅଭିଯାନ ମଧ୍ୟ ଦ୍ରୁତ ଗତିରେ ଚାଲୁ ରହିଛି । କିଛି ରାଜ୍ୟ ଏଦିଗରେ ବେଶ୍ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି, କିଛି ରାଜ୍ୟଙ୍କୁ ନିଜର ଗତି ବଢ଼ାଇବାର ଆବଶ୍ୟକତା ରହିଛି । ୨୦୧୪ ମସିହା ପରର ଦୃଶ୍ୟପଟ୍ଟ ଉପରେ ଯଦି ଆମେ ନଜର ପକାଇବା, ତେବେ ଗାଁ ଏବଂ ସହରମାନଙ୍କୁ ମିଶାଇ ମୋଟ ୨ କୋଟି ୪୦ ଲକ୍ଷରୁ ଅଧିକ ବାସଗୃହ ନିର୍ମିତ ହୋଇଥିବା ଆମକୁ ଜଣାପଡ଼ିବ । ଆପଣମାନଙ୍କୁ ଏକଥା ଜଣାଥିବ ଯେ ଦେଶର ଛଅଟି ସହରରେ ଆଧୁନିକ ପ୍ରଯୁକ୍ତିଯୁକ୍ତ ବାସଗୃହ ନିର୍ମାଣ ଅଭିଯାନ ଚାଲୁ ରହିଛି । ମାସେ ଦୁଇମାସ ଭିତରେ ନୂତନ ଏଭଳି ନୂତନ ପ୍ରଯୁକ୍ତି ଦ୍ୱାରା ଅତି ଦ୍ରୁତ ଗତିରେ ଉତ୍ତମ ମାନଯୁକ୍ତ ମଜଭୁତ ବାସଗୃହ ନିର୍ମାଣ ଦିଗରେ ଦେଶର ଛଅଟି ସହରରେ ନୂତନ ମଡେଲ ପ୍ରସ୍ତୁତ ହୋଇଯିବ ।ତାହା ମଧ୍ୟ ପ୍ରତ୍ୟେକ ରାଜ୍ୟ ନିମନ୍ତେ ବେଶ୍ ଉପଯୋଗୀ ହେବାକୁ ଯାଉଛି । ଏହିଭଳି ଭାବେ ଜଳର ଅଭାବ ଏବଂ ପ୍ରଦୂଷିତ ଜଳରୁ ସୃଷ୍ଟି ହେଉଥିବା ବେମାରୀ ଲୋକମାନଙ୍କ ବିକାଶ ଧାରାରେ ଯେଭଳି ବାଧା ସୃଷ୍ଟି ନକରେ, କୁପୋଷଣ ଭଳି ସମସ୍ୟାଗୁଡ଼ିକୁ ଏହା ଯେଭଳି ବୃଦ୍ଧି କରିବାକୁ ନଦିଏ ସେହି ଦିଗରେ ମଧ୍ୟ ମିଶନ ମୋଡ଼ରେ କାର୍ଯ୍ୟ କରାଯାଉଛି। ଜଳ ଜୀବନ ମିଶନ ଆରମ୍ଭ ହେବା ପରେ ବିଗତ ୧୮ ମାସ ଭିତରେ ହିଁ ସାଢ଼େ ତିନି କୋଟିରୁ ଅଧିକ ଗ୍ରାମାଞ୍ଚଳ ଘରକୁ ପାଇପ ଯୋଗେ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯାଇଛି । ଗାଁରେ ଇଣ୍ଟରନେଟ ସଂଯୋଗ ନିମନ୍ତେ ଭାରତ ନେଟ ସ୍କିମ ଏକ ବିରାଟ ପରିବର୍ତ୍ତନର ମାଧ୍ୟମ ପାଲଟିଛି । ଏଭଳି ସମସ୍ତ ଯୋଜନାଗୁଡ଼ିକ ପାଇଁ ଯେତେବେଳେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ମିଳିମିଶି କାର୍ଯ୍ୟ କରିବେ ସେତେବେଳେ କାର୍ଯ୍ୟର ଗତି ବୃଦ୍ଧି ପାଇବ ଏବଂ ସମାଜର ଶେଷତମ ବ୍ୟକ୍ତି ନିକଟରେ ଏହାର ସୁଫଳ ପହଞଚାପାରିବା ସୁନିଶ୍ଚିତ ହୋଇପାରିବ ।

ସାଥୀଗଣ,

ଚଳିତ ବର୍ଷ ବଜେଟ ସଂପର୍କରେ ଯେଉଁ ପ୍ରକାର ସକାରାତ୍ମକ ପ୍ରତିକ୍ରିୟା ମିଳିଛି, ଚାରିଆଡ଼ୁ ଏକପ୍ରକାର ନୂତନ ଆଶାର ବାତାବରଣ ସୃଷ୍ଟି ହୋଇଛି, ତାହା ଏହି ବିଶ୍ୱାସକୁ ଜନ୍ମ ଦେଇଛି ଯେ ରାଷ୍ଟ୍ରର ମନୋଭାବ କିପରି ରହିଛି। ଦେଶ ମନ ସ୍ଥିର କରିସାରିଛି । ଦେଶ ଦ୍ରୁତ ଗତିରେ ଆଗକୁ ବଢ଼ିବା ପାଇଁ ଚାହୁଁଛି । ଦେଶ ଏବେ ଆଉ ଅଧିକ ସମୟ ଅପଚୟ କରିବାକୁ ଚାହେଁନାହିଁ । ଏବଂ ସବୁକୁ ମିଶାଇ ଦେଶର ମନ ସ୍ଥିର କରିବା ସକାଶେ ଦେଶର ଯୁବଗୋଷ୍ଠୀଙ୍କ ମନ ବହୁତ ବଡ଼ ଭୂମିକା ଗ୍ରହଣ କରିବାକୁ ଯାଉଛି ଏବଂ ସେଇଥିପାଇଁ ତ ଏଭଳି ପରିବର୍ତ୍ତନ ସକାଶେ ଏକ ନୂତନ ଆକର୍ଷଣ ସୃଷ୍ଟି ହୋଇଛି । ଏବଂ ଆମେ ଏକଥା ମଧ୍ୟ ଦେଖୁଛୁ ଯେ କିପରି ଭାବେ ଦେଶର ଘରୋଇ ସେକ୍ଟର, ଦେଶର ଏହି ବିକାଶ ଯାତ୍ରାରେ ଏବଂ ଅଧିକ ଉତ୍ସାହର ସହିତ ଆଗକୁ ଅଗ୍ରସର ହେଉଛି । ସରକାର ହିସାବରେ ଆମେ ଏଭଳି ଉତ୍ସାହକୁ ଘରୋଇ କ୍ଷେତ୍ରର ସାମର୍ଥ୍ୟକୁ ସମ୍ମାନ ମଧ୍ୟ କରିବା ଉଚିତ । ଏବଂ ଏହାକୁ ଆତ୍ମନିର୍ଭର ଭାରତ ଅଭିଯାନ ନିମନ୍ତେ ସେତିକି ଅବସର ମଧ୍ୟ ପ୍ରଦାନ କରିବାକୁ ପଡ଼ିବ । ଆତ୍ମନିର୍ଭର ଭାରତ ଏଭଳି ଏକ ନୂତନ ଭାରତ ଦିଗରେ ପାଦ ବଢ଼ାଇ ଆଗକୁ ଅଗ୍ରସର ହେଉଛି ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ସଂସ୍ଥା, ପ୍ରତ୍ୟେକ ଉଦ୍ୟମକୁ ନିଜର ପୂର୍ଣ୍ଣ କ୍ଷମତାର ସହିତ ଆଗକୁ ବଢ଼ିବାର ସୁଯୋଗ ମିଳିପାରିବ ।

ସାଥୀଗଣ,

ଆତ୍ମନିର୍ଭର ଭାରତ ଅଭିଯାନ, ଏକ ଏଭଳି ଭାରତ ନିର୍ମାଣର ମାର୍ଗ ଯାହା କେବଳ ନିଜର ଆବଶ୍ୟକତାଗୁଡ଼ିକ ନିମନ୍ତେ ନୁହେଁ ଅପରନ୍ତୁ ସମଗ୍ର ବିଶ୍ୱ ନିମନ୍ତେ ଉତ୍ପାଦନ କରିବ ଏବଂ ଏହି ଉତ୍ପାଦନ ବିଶ୍ୱ ଶ୍ରେଷ୍ଠତାର କଷଟି ଉପରେ ଦଣ୍ଡାୟମାନ କରିବ । ଏବଂ ସେଥିପାଇଁ ମୁଁ ସଦାବେଳେ ଜିରୋ ଡିଫେକ୍ଟ, ଜିରୋ ଇଫେକ୍ଟ କଥା କହିଆସୁଛି । ଭାରତ ଯେଉଁଭଳି ଯୁବ ରାଷ୍ଟ୍ର, ସେମାନଙ୍କର ଆଶା ଆକାଂକ୍ଷାକୁ ଧ୍ୟାନରେ ରଖି ଆମେ ଆଧୁନିକ ଭିତ୍ତିଭୂମିର ନିର୍ମାଣଚରିବାକୁ ପଡ଼ିବ । ଅଭିନବତ୍ୱକୁ ବୃଦ୍ଧି କରିବାକୁ ହେବ । ପ୍ରଯୁକ୍ତିକୁ ଅଧିକରୁ ଅଧିକ ପ୍ରୟୋଗ କରିବାକୁ ପଡ଼ିବ । ଶିକ୍ଷା, କୌଶଳକୁ ଉତ୍ତମ ଅବସର ଦେବାକୁ ପଡ଼ିବ ।

ସାଥୀଗଣ,

ଆମେ ନିଜର ବ୍ୟବସାୟିକ ସଂସ୍ଥାମାନଙ୍କୁ, ଏମଏସଏମଇମାନଙ୍କୁ, ଷ୍ଟାର୍ଟ ଅପ୍‍ଗୁଡ଼ିକୁ ଆହୁରି ମଜଭୁତ କରିବାର ଆବଶ୍ୟକତା ରହିଛି । ଆମର ପ୍ରତ୍ୟେକ ରାଜ୍ୟଙ୍କର ନିଜସ୍ୱ ଗୋଟିଏ ଗୋଟିଏ ବିଶେଷତ୍ୱ ରହିଛି । ପ୍ରତ୍ୟେକ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ନିକଟରେ ବିଶେଷ ସାମର୍ଥ୍ୟ ରହିଛି । ନିଜର ବିଶେଷ ଜ୍ଞାନ ରହିଛି । ଅନେକ ପ୍ରକାର ସାମର୍ଥ୍ୟକୁ ଆମେ ଯଦି ଅତି ସୂକ୍ଷ୍ମ ଭାବେ ଦେଖିବା, ତେବେ ସେସବୁ ଆମକୁ ଦୃଶ୍ୟ ହେବ । ସରକାରଙ୍କ ଦ୍ୱାରା, ଦେଶର ଶହ ଶହ ଜିଲ୍ଲାର ଉତ୍ପାଦକୁ ତାଲିକାଭୁକ୍ତ କରି ସେସବୁଥିରେ ଭାଲ୍ୟୁ ଆଡିସନ୍‍ କରିବା ପାଇଁ, ବିପଣନ ପାଇଁ ଏବଂ ରପ୍ତାନୀ କରିବା ନିମନ୍ତେ ସେସବୁକୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ଏହା ଦ୍ୱାରା ରାଜ୍ୟମାନଙ୍କ ମଧ୍ୟରେ ଏକ ସ୍ୱସ୍ଥ ସ୍ପର୍ଦ୍ଧା ମଧ୍ୟ ଏବେ ଆରମ୍ଭ ହୋଇଛି । କିନ୍ତୁ ତାହାକୁ ଆହୁରି ଆଗକୁ ନେଇଯିବାକୁ ପଡ଼ିବ । କେଉଁ ରାଜ୍ୟ ସବୁଠାରୁ ଅଧିକ ରପ୍ତାନୀ କରୁଛି, ଅଧିକରୁ ଅଧିକ ପ୍ରକାର ସାମଗ୍ରୀ ରପ୍ତାନୀ କରୁଛି, ଅଧିକ ଦେଶଙ୍କୁ ରପ୍ତାନୀ କରୁଛି, ଅଧିକରୁ ଅଧିକ ମୂଲ୍ୟର ରପ୍ତାନୀ କରୁଛି । ପୁଣି ଜିଲ୍ଲାମାନଙ୍କ ମଧ୍ୟରେ ଏହିଭଳି ପ୍ରତିଯୋଗିତା ରପ୍ତାନୀକୁ ନେଇ ସୃଷ୍ଟି କରିବାକୁ ପଡ଼ିବ । କେବଳ ଜିଲ୍ଲାସ୍ତରରେ ନୁହେଁ ଆମମାନଙ୍କୁ ବ୍ଲକ୍‍ସ୍ତର ପର୍ଯ୍ୟନ୍ତ ମଧ୍ୟ ଏହାର ପ୍ରୟୋଗକୁ ନେଇ ଯିବାକୁ ପଡ଼ିବ । ଆମକୁ ରାଜ୍ୟମାନଙ୍କ ସଂସାଧନର ପୂର୍ଣ୍ଣ ଉପଯୋଗ କରିବାକୁ ହେବ, ରାଜ୍ୟମାନଙ୍କରୁ ହେବାକୁ ଥିବା ରପ୍ତାନୀକୁ ଆମମାନଙ୍କୁ ଆଗ୍ରହପୂର୍ବକ ହିସାବ ରଖିବାକୁ ହେବ, ପ୍ରତି ମାସରେ ଏହା କରାଯିବ ଏବଂ ଏହାକୁ ବଢ଼ାଯିବା ଆବଶ୍ୟକ । ନୀତି ନିର୍ଦ୍ଧାରଣ ଢାଂଚା ଏବଂ କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ ଉତ୍ତମ ତାଳମେଳ ରକ୍ଷା ସୁଦ୍ଧା ଏକାନ୍ତ ଜରୁରି । ଏବେ ଯେପରି ଆମର ତଟୀୟ ରାଜ୍ୟମାନଙ୍କର ମତ୍ସ୍ୟ ଉଦ୍ଦ୍ୟୋଗଙ୍କୁ, ନୀଳ ଅର୍ଥନୀତିକୁ ଏବଂ ମାଛକୁ ବିଦେଶକୁ ରପ୍ତାନୀ କରିବା ନିମନ୍ତେ ଆମ ପାଖରେ ଅସୀମ ସୁଯୋଗ ରହିଛି । ଆମର ତଟୀୟ ରାଜ୍ୟମାନେ ଏଥିପାଇଁ କାହିଁକି ବିଶେଷ ପ୍ରୟାସ ନକରିବେ? ଦେଖନ୍ତୁ, ଅର୍ଥନୀତିକୁ ବହୁତ ବଡ଼ ଶକ୍ତି ମିଳିପାରିବ, ଆମର ମତ୍ସ୍ୟଜୀବୀମାନଙ୍କୁ ବହୁତ ଲାଭ ମିଳିବ । ମୁଁ ଚାହିଁବି ଯେ ଆପଣମାନେ ଏହି କଥା ସହିତ ପରିଚିତ ଥିବେ ଯେ କେନ୍ଦ୍ର ସରକାର ବିଭିନ୍ନ ସେକ୍ଟର ସକାଶେ ଏକ ପିଏଲଆଇ ଯୋଜନା ଆରମ୍ଭ କରିଛନ୍ତି । ଏହା ଦେଶରେ ମାନୁଫାକଚରିଂକୁ ବୃଦ୍ଧି କରିବା ନିମନ୍ତେ ଉତ୍ତମ ଅବସର ପ୍ରଦାନ କରିବ । ରାଜ୍ୟମାନେ ମଧ୍ୟ ଏହି ଯୋଜନାର ପୁରା ଫାଇଦା ଉଠାଇ ପାରିବେ ଏବଂ ସେଠାରେ ଅଧିକରୁ ଅଧିକ ପୁଂଜି ନିବେଶ ସକାଶେ ନିବେଶକମାନଙ୍କୁ ଆକର୍ଷିତ କରାଯିବା ଉଚିତ । କର୍ପୋରେଟ ଟିକସ ହାରକୁ କମ୍‍ କରିବାର ଲାଭି ମଧ୍ୟ ରାଜ୍ୟମାନଙ୍କୁ ଅଧିକରୁ ଅଧିକ ମାତ୍ରାରେ ଉଠାଇବା ଆବଶ୍ୟକ । ଆପଣମାନଙ୍କୁ ଏଭଳି କମ୍ପାନୀମାନଙ୍କ ସହିତ ସଂପର୍କ ସ୍ଥାପନ କରିବା ଉଚିତ ଯେ ସେମାନେ ଯେଭଳି ଅନୁଭବ କରିବେ ଯେ ବିଶ୍ୱରେ ଏତେ କମ୍‍ ଟିକସ ହାର ଯେତେବେଳେ ଦିଆଯାଉଛି ତାହାର ଫାଇଦା ସେମାନେ ନେଇପାରିବେ ଏବଂ ଆପଣମାନଙ୍କ ରାଜ୍ୟ ମଧ୍ୟ ଉପକୃତ ହୋଇପାରିବ ।

ସାଥୀଗଣ,

ଚଳିତ ଥର ବଜେଟରେ ଭିତ୍ତିଭୂମି ନିମନ୍ତେ ଦିଆଯାଇଥିବା ପାଣ୍ଠି ଉପରେ ମଧ୍ୟ ଢେର୍‍ ଚର୍ଚ୍ଚା ହେଉଛି । ଭିତ୍ତିଭୂମି ଉପରେ ହେବାକୁ ଥିବା ଏହି ଖର୍ଚ୍ଚ ଦେଶର ଅର୍ଥବ୍ୟବସ୍ଥାକୁ ଅନେକ ସ୍ତରରେ ଆଗକୁ ଆଗେଇ ନେବା କାମ କରିବ, ରୋଜଗାରର ମଧ୍ୟ ପର୍ଯ୍ୟାପ୍ତ ଅବସର ସୃଷ୍ଟି କରିବ । ଏଥିରୁ ବିବିଧ ଫାଇଦା ଭଳି ସୁବିଧା ମିଳିପାରିବ । ରାଷ୍ଟ୍ରୀୟ ଭିତ୍ତିଭୂମି ପାଇପଲାଇନ ରେ ରାଜ୍ୟମାନଙ୍କ ଅଂଶ ୪୦ ପ୍ରତିଶତ ଏବଂ ସେଥିପାଇଁ ଏହା ଜରୁରି ଯେ ରାଜ୍ୟ ଏବଂ କେନ୍ଦ୍ର ସରକାରମାନେ ମିଳିମିଶି ନିଜର ବଜେଟ ମଧ୍ୟରେ ତାଳମେଳ ରକ୍ଷା କରିବା ବାଂଛନୀୟ । ଏଥିପାଇଁ ଯୋଜନା ପ୍ରସ୍ତୁତ କରିବା ଉଚିତ ଏବଂ ପ୍ରାଥମିକତାଗୁଡ଼ିକ ପ୍ରଥମେ ନିର୍ଦ୍ଧାରଣ କରିବା ଦରକାର । ଏବେ ଭାରତ ସରକାର ନିଜର ବଜେଟ ପୂର୍ବ ତୁଳନାରେ ଗୋଟିଏ ମାସ ପଛକୁ ଘୁଞ୍ଚାଇ ଦେଇଛନ୍ତି । ରାଜ୍ୟମାନଙ୍କ ବଜେଟ ଏବଂ କେନ୍ଦ୍ର ବଜେଟ ଭିତରେ ତିନି- ଚାରି ସପ୍ତାହ ମିଳିପାରୁଛି । ତେଣୁ କେନ୍ଦ୍ର ବଜେଟ ଛାପରେ ଯଦି ରାଜ୍ୟମାନଙ୍କ ବଜେଟ ପ୍ରସ୍ତୁତ କରାଯାଏ ତେବେ ଉଭୟେ ମିଶି ଗୋଟିଏ ଦିଗରେ ଆଗକୁ ବଢ଼ି ପାରିବେ । ଏବଂ ମୁଁ ଚାହିଁବି ଯେ ଏହି ଦିଗରେ ମୁଁ ରାଜ୍ୟମାନଙ୍କ ବଜେଟ ସଂପର୍କରେ ଚର୍ଚ୍ଚା କରାଯିବା ଆବଶ୍ୟକ । ଯେଉଁସବୁ ରାଜ୍ୟମାନଙ୍କ ବଜେଟ ଏବେ ସୁଦ୍ଧା ଆସିବାକୁ ବାକି ଅଛି, ସେମାନେ ଏହି କାମକୁ ଆହୁରି ପ୍ରାଥମିକତା ପ୍ରଦାନ କରିପାରିବେ । କେନ୍ଦ୍ରୀୟ ବଜେଟ ସହିତ ହିଁ ରାଜ୍ୟମାନଙ୍କ ବଜେଟର ବିକାଶକୁ ଗତିଶୀଳ କରିବାକୁ ପଡ଼ିବ । ରାଜ୍ୟମାନଙ୍କୁ ଆତ୍ମନିର୍ଭର କରିବା ଦିଗରେ ଏହା ବେଶ୍‍ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।

ସାଥୀଗଣ,

ପଞ୍ଚଦଶ ଅର୍ଥ କମିଶନରେ ସ୍ଥାନୀୟ ସଂସ୍ଥାମାନଙ୍କ ଆର୍ଥିକ ସଂସାଧନକୁ ଅଧିକ ଲାଭ ମିଳିବାକୁ ଯାଉଛି । ସ୍ଥାନୀୟ ସ୍ତରରେ ଗଭର୍ଣ୍ଣାନ୍ସରେ ସୁଧାର, ଲୋକମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ସେମାନଙ୍କର ଆତ୍ମବିଶ୍ୱାସର ଆଧାର ହେବାକୁ ଯାଉଛି । ସେହିସବୁ ସୁଧାରରେ ପ୍ରଯୁକ୍ତି ସହିତ ଜନଭାଗୀଦାରୀ ମଧ୍ୟ ଏକାନ୍ତ ଜରୁରି । ମୁଁ ବୁଝୁଛି ଯେ ପଞ୍ଚାୟତି ରାଜ ବ୍ୟବସ୍ଥା ତଥା ନଗର ନିଗମମାନଙ୍କର ନିର୍ବାଚିତ ପ୍ରତିନିଧିଗଣଙ୍କୁ ଏହି ସମନ୍ୱୟ ତଥା ଏହାର ସୁଫଳ ନିମନ୍ତେ ଦାୟିତ୍ୱବାନ କରିବା ନିମନ୍ତେ ଏବେ ଉପଯୁକ୍ତ ଅବସର ଆସିଛି । ସ୍ଥାନୀୟ ସ୍ତରରେ ପରିବର୍ତ୍ତନ ନିମନ୍ତେ ଜିଲ୍ଲା, ରାଜ୍ୟ ଏବଂ କେନ୍ଦ୍ର ଏକ ସଙ୍ଗେ ମିଳି ଯଦି କାମ କରନ୍ତି ତେବେ ଏହାର ପରିଣାମ କେତେ ସକାରାତ୍ମକ ହେବ, ସେଥିପାଇଁ ଆକାଙ୍‍କ୍ଷୀ ଜିଲ୍ମାମାନଙ୍କ ଉଦାହରରଣ ଆମମାନଙ୍କ ସାମ୍ନାରେ ରହିଛି । ଆକା„ୀ ଜିଲ୍ଲାମାନଙ୍କରେ ଯେଉଁସବୁ କାର୍ଯ୍ୟକ୍ରମ ପ୍ରୟୋଗ ହେଉଛି ସେଥିରୁ ଉତ୍ତମ ପରିଣାମ ମିଳୁଛି । କିନ୍ତୁ ବିଗତ କିଛିଦିନ ଧରି କରୋନା ମହାମାରୀ କାରଣରୁ ଏଥିରେ ଯେଉଁ ଗତି ଆସିବା କଥା ତାହା ଆସୁନାହିଁ । କିନ୍ତୁ ଏବେ ପୁଣି ଥରେ ଆମେ ଏହା ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିପାରିବା ।

ସାଥୀଗଣ,

କୃଷି ଅପାର କ୍ଷମତାରେ ଭରପୂର ରହିଛି ।କିନ୍ତୁ ପୁଣି ମଧ୍ୟ କିଛି ବାସ୍ତବତାକୁ ଆମକୁ ସ୍ୱୀକାର କରିବାକୁ ପଡ଼ିବ । ଆମେ ନିଜକୁ ଏକ କୃଷିପ୍ରଧାନ ଦେଶ ବୋଲି କହୁଛେ ଏବଂ ସେଇ ନାମରେ ଆମେ ସୁପରିଚିତ । ଏହା ସତ୍ତ୍ୱେ ଆଜି ପାଖାପାଖି ୬୫- ୭୦ ହଜାର କୋଟି ଟଙ୍କାର ଖାଦ୍ୟ ତୈଳ ଆମେ ବିଦେଶରୁ ଆମଦାନି କରୁଛୁ । ଏହାକୁ ଚାହିଁଲେ ଆମେ ରୋକି ପାରିବା । ଆମର କୃଷକମାନଙ୍କ ଏହାର ଲାଭ ପହଞ୍ôଚପାରିବ । ଏହି ଟଙ୍କାର ହକ୍‍ଦାର୍‍ ଆମର କୃଷକଭାଇମାନେ ହୋଇପାରିବେ । କିନ୍ତୁ ଏଥିପାଇଁ ଆମର ଯୋଜନାମାନଙ୍କୁ ସେହିଭଳି ଢ଼ଙ୍ଗରେ ଆମକୁ ପ୍ରସ୍ତୁତ କରିବାକୁ ପଡ଼ିବ । ଆମେ ବିଗତ ଦିଗରେ ଏହାକୁ ଡାଲି କ୍ଷେତ୍ରରେ ପ୍ରୟୋଗ କରିଥିଲୁ। ସେଥରୁ ଆମକୁ ସଫଳତା ମିଳିଛି । ଏବେ ଡାଲିଜାତୀୟ ଶସ୍ୟ ବାହାରୁ ଆମଦାନୀ ଖର୍ଚ୍ଚ ବେଶ୍‍ ହ୍ରାସ ପାଇଛି । ଏହିଭଳି କିଛି ବସ୍ତୁ, କେତେକ ଖାଦ୍ୟପଦାର୍ଥ ବିନା କାରଣରେ ଆମ ଟେବୁଲ ଉପରକୁ ଆସିଯାଉଛି । ଆମ ଦେଶର କୃଷକମାନେ ଏଭଳି ଦ୍ରବ୍ୟ ଉତ୍ପାଦନ କରିପାରିବେ ଏବଂ ସେଥିପାଇଁ ସେମାନଙ୍କୁ କୌଣସି ମୁସ୍କିଲ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବନାହିଁ । କେବଳ ଯାହା ସେମାନଙ୍କୁ କିଛି ମାତ୍ରାରେ ଗାଇଡ଼ କରିବାକୁ ହେବ। ଏବଂ ସେଥିପାଇଁ ଏଭଳି ଅନେକ କୃଷି ଉତ୍ପାଦ ରହିଛି, ଯାହା ଆମର କୃଷକମାନେ କେବଳ ଦେଶପାଇଁ ଉତ୍ପାଦନ କରିବେନାହିଁ ଅପରନ୍ତୁ ବାହାର ଦୁନିଆକୁ ମଧ୍ୟ ଯୋଗାଇ ପାରିବେ । ସେଥିପାଇଁ ଆବଶ୍ୟକ ଯେ ସମସ୍ତ ରାଜ୍ୟ ନିଜ ନିଜ କୃଷି-ଜଳବାୟୁ କ୍ଷେତ୍ରୀୟ ଯୋଜନାକୁ ନେଇ ସେମାନଙ୍କର ରଣନୀତି ପ୍ରସ୍ତୁତ କରନ୍ତୁ , ସେହି ଭଳି ଭାବେ କୃଷକମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦିଅନ୍ତୁ ।

ସାଥୀଗଣ,

ବିଗତ ବର୍ଷମାନଙ୍କରେ କୃଷିଠାରୁ ନେଇ, ପଶୁପାଳନ ଏବଂ ମତ୍ସ୍ୟପାଳନ ପର୍ଯ୍ୟନ୍ତ ଏକ ସାମଗ୍ରିକ କାର୍ଯ୍ୟପନ୍ଥା ଆପଣାଯାଇଛି । ଏହାର ପରିଣାମ ଏଇଆ ହୋଇଛି ଯେ କରୋନା ମହାମାରୀ ସମୟରେ ସୁଦ୍ଧା ଦେଶର କୃଷି ରପ୍ତାନୀ ପରିମାଣରେ ବେଶ୍‍ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । କିନ୍ତୁ ଆମର ସାମର୍ଥ୍ୟ ଏହାଠାରୁ ଅନେକ ଗୁଣ ଅଧିକ । ଆମର ଉତ୍ପାଦ କିଭଳି ଭାବେ କମ୍‍ ନଷ୍ଟ ହେବ, ଏହାର ଭଣ୍ଡାରକରଣ ଏବଂ ପ୍ରୋସେସିଂ ଉପରେ ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି ଏବଂ ସେଥିରେ ଆମକୁ ପୁଂଜି ନିବେଶ ସକାଶେ ଆମର ଯାହା ବି ସାମର୍ଥ୍ୟ ଯେଉଁଠାରେ ରହିଛି ତାହାକୁ ଯୋଡ଼ିବାକୁ ପଡ଼ିବ । ଆମେ ଏକଥା ଜାଣିଛେ ଯେ ଭାରତ, ଦକ୍ଷିଣ ପୂର୍ବ ଏସିଆକୁ କଞ୍ଚାମାଛ ରପ୍ତାନୀ କରିଥାଏ । ମୁଁ ଯାହା ପ୍ରାରମ୍ଭରେ କହିଛି ସେଠାରେ ସେମାନେ ଏହି ମାଛକୁ ପ୍ରୋସେସିଂ କରି ସେଥିରୁ ପ୍ରଚୁର ଲାଭ କମାଇଥାନ୍ତି ଏବଂ ସେହି ପ୍ରକ୍ରିୟାକୃତ ଉତ୍ପାଦକୁ ଅଧିକ ମୂଲ୍ୟରେ ବିକ୍ରି କରିଥାନ୍ତି । ଆମେ କ’ଣ ଚାହିଁଲେ ତାହା କରିପାରିବା ନାହିଁ? ଆମର ସମସ୍ତ ତଟୀୟ ରାଜ୍ୟ ନିଜସ୍ୱ ପ୍ରୟାସରେ ଏଭଳି ଉଦ୍ୟମ କରିପାରିବେ ଏବଂ ଏହାକୁ ସଂପୂର୍ଣ୍ଣ ବୈଶ୍ୱିକ ବଜାରରେ ପହଞ୍ଚାଇ ନିଜର ପ୍ରଭାବ ସୃଷ୍ଟି କରିପାରିବେ । ଏଭଳି ସ୍ଥିତି ଆହୁରି ଅନେକ କ୍ଷେତ୍ରରେ ଏବଂ ଉତ୍ପାଦରେ ମଧ୍ୟ ରହିଛି ଯାହା ଆମେ ସହଜରେ ହାସଲ କରିପାରିବା । ଆମର କୃଷକମାନଙ୍କ ଆବଶ୍ୟକ ଜରୁରି ଆର୍ଥିକ ସଂସାଧନ କିପରି ମିଳିପାରିବ, ଉତ୍ତମ ଭିତ୍ତିଭୂମି କିପରି ଯୋଗାଯାଇପାରିବ, ଆଧୁନିକ ପ୍ରଯୁକ୍ତି ମିଳିପାରିବ, ସେଥିପାଇଁ ସଂସ୍କାର ଏକାନ୍ତ ଜରୁରି ।

ସାଥୀଗଣ,

ନିକଟରେ ଏଭଳି କେତେକ ସଂସ୍କାର ଅଣାଯାଇଛି ଯାହା ନିୟନ୍ତ୍ରଣକୁ ହ୍ରାସ କରିଛି, ସରକାରୀ ଦଖଲ କମିଛି । ମୁଁ ବିଗତ ଦିନରେ ଲକ୍ଷ୍ୟ କରିଛି, ସରକାରଙ୍କ ଭିତରେ ଏମିତି ସାଧାରଣ ଲୋକଙ୍କ ହାନିଲାଭ ସମାଧାନର ହଜାର ହଜାର ଉପାୟ ଅଛି ଯାହାକୁ ଆମେ ଖୋଜି ବାହାର କରିବାରିବା । ସମସ୍ୟାକୁ ଦୂର କରିବାରିବା । ଯେମିତି କି ଅତୀତରେ ଆମେ ୧୫୦୦ ଅଚଳ ଆଇନର ଉଚ୍ଛେଦ କରିଛୁ । ମୁଁ ରାଜ୍ୟମାନଙ୍କୁ ନିବେଦନ କରିବି ଯେ ଆପଣମାନେ ନିଜର ଗୋଟିଏ ଗୋଟିଏ ଛୋଟ ଟିମ୍‍ ପ୍ରସ୍ତୁତ କରନ୍ତୁ । ଏବେ ଯେତେବେଳେ ଆପଣମାନଙ୍କ ନିକଟରେ ଆଧୁନିକ ପ୍ରଯୁକ୍ତି ଉପଲବ୍ଧ ସେତେବେଳେ ଲୋକମାନଙ୍କୁ ବାରମ୍ବାର ସବୁକଥା ମାଗିବାର କୌଣସି କାରଣ ନାହିଁ । ଏଭଳି କମ୍ପ୍ଲିଆନ୍ସର ବୋଝକୁ ଲୋକମାନଙ୍କ ମୁଣ୍ଡରୁ ଆମେ ହାଲୁକା କରିବାକୁ ପଡ଼ିବ । ରାଜ୍ୟମାନଙ୍କୁ ଏଥିଲାଗି ଆଗକୁ ଆସିବାକୁ ପଡ଼ିବ । ମୁଁ ମଧ୍ୟ ଭାରତ ସରକାରଙ୍କୁ ଏଇକଥା କହୁଛି ଏବଂ ଆମର କ୍ୟାବିନେଟ ସେକ୍ରେଟାରୀଙ୍କୁ ଏଇ କାମରେ ଲଗାଇଦେବି । ଏବେ କମ୍ପ୍ଲ୍‍ିଆନ୍ସ ସଂଖ୍ୟା ଯେତେ କମ୍‍ ହେବ ସେତେ ଭଲ । ଏହା ଇଜ୍‍ ଅଫ୍‍ ଲିଭିଂ ସକାଶେ ବହୁତ ଜରୁରି ।

ଏହିଭଳି ଭାବେ ସାଥୀମାନଙ୍କୁ ଯୁବକମାନଙ୍କୁ ନିଜର ସାମର୍ଥ୍ୟ ଖୋଲି ଦେଖାଇବାର ସୁଯୋଗ ଆମେ ଦେବାକୁ ପଡ଼ିବ । କିଛି ମାସ ପୂର୍ବେ ହିଁ ଆପଣମାନେ ଦେଖିଥିବେ କିଛି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହାର ଚର୍ଚ୍ଚା ବେଶ୍‍ ଅଧିକ ନୁହେଁ କିନ୍ତୁ ଏହାର ପରିଣାମ ବହୁତ ବଡ଼ । ଓଏସପି ନିୟନ୍ତ୍ରଣର ସଂସ୍କାର କରାଯାଇଛି । ଏହା ଦ୍ୱାରା ଯୁବଗୋଷ୍ଠୀଙ୍କୁ ଯେକୌଣସି ସ୍ଥାନରେ କରିବାର ସୁବିଧା ପ୍ରାପ୍ତ ହୋଇଛି । ଏହାର ସବୁଠାରୁ ଅଧିକ ଲାଭ ଆମର ଟେକ୍‍ ସେକ୍ଟରରେ କାର୍ଯ୍ୟରତ ଯୁବକଯୁବତୀମାନଙ୍କୁ ହିଁ ମିଳିପାରଛି ।

ମୁଁ ଏଇ କିଛି ଦିନ ତଳେ ଆଇଟି ସେକ୍ଟରର ଲୋକଙ୍କ ସହିତ କଥାବାର୍ତ୍ତା କରୁଥିଲି । ମୋତେ ସେମାନଙ୍କ ଭିତରୁ କେତେଜଣ ସୂଚୀତ କରିଥିଲେ ଯେ ସେମାନଙ୍କର ୯୫ ପ୍ରତିଶତ ଲୋକ ଏବେ ଘରେ ରହି ହିଁ କାର୍ଯ୍ୟ କରୁଛନ୍ତି ଏବଂ ସେମାନଙ୍କ କାମ ଠିକ୍ ଭାବେ ଚାଲିଛି । ଏବେ ଦେଖନ୍ତୁ ଏହା କେତେ ବଡ଼ ପରିବର୍ତ୍ତନ ଆସିଛି । ଆମେ ଏହିସବୁ କଥା ଉପରେ ଗୁରୁତ୍ୱ ଆରୋପ କରିବା କଥା । ଆମମାନଙ୍କୁ ଏଭଳି ଯେଉଁ ସମସ୍ୟାବଳୀ ରହିଛି ସେସବୁକୁ ସମାପ୍ତ କରିବାକୁ ପଡ଼ିବ । ଆମେ ପୂର୍ବରୁ ମଧ୍ୟ ଯଥେଷ୍ଟ ମାତ୍ରାରେ ସଂସ୍କାର ଘଟାଇଛୁ । ଆପଣମାନେ ଦେଖିଛନ୍ତି ଯେ କିଛି ଦିନ ପୂର୍ବେ ଆମେ ଏକ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛୁ । ଜିଓ ସ୍ପେସିଆଲ୍ ଡାଟା ସହିତ ସଂଶ୍ଳିଷ୍ଟ ନିୟମକୁ ସୁଦ୍ଧା ଆମେ ସରଳ କରିଦେଇଛୁ । ଆମେ ଯାହା ଏବେ କରିଛୁ ଯଦି ତାହା ଦଶ ବର୍ଷ ପୂର୍ବରୁ ଆମେ କରିପାରିଥାନ୍ତୁ ତା’ହେଲେ ଏ ଗୁଗଲ ଓ ଅନ୍ୟାନ୍ୟ ସଂସ୍ଥାମାନେ ଦେଶ ବାହାରେ ମୁଣ୍ଡ ଟେକି ପାରିନଥାନ୍ତେ । ସେମାନେ ଆସି ଆମରି ପାଖରେ ହିଁ ସ୍ଥାପିତ ହୋଇଥାନ୍ତେ । ଆମ ଲୋକମାନଙ୍କ ପ୍ରଜ୍ଞା ରହିଛି କିନ୍ତୁ ଆମର ସେଭଳି ଉତ୍ପାଦ ନାହିଁ । ଏହା ଦ୍ୱାରା ଆମର ଷ୍ଟାର୍ଟ ଅପ୍‌କୁ ଓ ପ୍ରଯୁକ୍ତି କ୍ଷେତ୍ରକୁ ବହୁତ ବଡ଼ ସହାୟତା ମିଳିପାରିବ । ମୁଁ ଚାହେଁ ଯେ ଏଭଳି ନିଷ୍ପତ୍ତି ଦେଶର ସାଧାରଣ ନାଗରକଙ୍କୁ ଇଜ୍ ଅଫ୍ ଲିଭିଂ ପାଇଁ ବିଶେଷ ଉପକାର ମିଳିପାରିବ ।

ଏବଂ ସାଥୀଗଣ, ମୁଁ ଆପଣମାନଙ୍କୁ ଏହି ପରିପ୍ରେକ୍ଷୀରେ ଦୁଇଟି ଅନୁରୋଧ କରିବି । ଆଜି ବିଶ୍ୱରେ ଆମକୁ ଗୋଟିଏ ଅବସର ପ୍ରାପ୍ତ ହୋଛଇ । ସେହି ଅବସରକୁ ହାସଲ କରିବା ନିମନ୍ତେ ଆମର ପ୍ରୟାସ ହେଉଛି ଇଜ୍ ଅଫ୍ ଡୁଇଂ ବିଜିନେସ୍ ଏବଂ ଭାରତର ନାଗରିକମାନଙ୍କ ସକାଶେ ଆମର ପ୍ରୟାସ ଇଜ୍ ଅଫ୍ ଲିଭିଂ ହେବା ଜରୁରି । ବିଶ୍ୱବ୍ୟାପୀ ଭାରତର ସ୍ଥିତିକୁ ମଜଭୁତ ରଖିବା ନିମନ୍ତେ, ଭାରତକୁ ଏହି ସୁଯୋଗ ହାସଲ କରିବା ସକାଶେ ଇଜ୍ ଅଫ୍ ଡୁଇଂ ବିଜିନେସର ମହତ୍ୱ ରହିଛି ଏବଂ ସେଥିପାଇଁ ଆମର ଆଇନ ବ୍ୟବସ୍ଥାରେ ଏଭଳି ସୁଧାର ଆଣିବାକୁ ପଡ଼ିବ । ବ୍ୟବସ୍ଥାଗୁଡ଼ିକର ସୁଧାର କରାଯିବା ଜରୁରି ଏବଂ ଏହା ଦ୍ୱାରା ଦେଶର ସାଧାରଣ ନାଗରିକଙ୍କ ଆଶା ଅପେକ୍ଷାକୁ ସାକାର କରିବା ନିମନ୍ତେ, ସେମାନଙ୍କ ଜୀବନକୁ ସରସସୁନ୍ଦର କରିବା ଲାଗି, ଇଜ୍ ଅଫ୍ ଲିଭିଂ ନିମନ୍ତେ ଯେଉଁ ସବୁ କଥା ଆବଶ୍ୟକ ରହିଛି ସେସବୁକୁ ସୁଦୃଢ଼ କରିବାକୁ ପଡ଼ିବ ।

ସାଥୀଗଣ,

ମୁଁ ଏବେ ଆପଣମାନଙ୍କ ଅନୁଭବ, ଆପଣମାନଙ୍କ ପରାମର୍ଶ ଶୁଣିବାକୁ ଉତ୍ସୁକ । ଆଜି ଆମେ ସାରା ଦିନ ବସି ଆଲୋଚନା କରିବା । ମଝିରେ କିଛି ସମୟ ପାଇଁ ବ୍ରେକ୍ ନେବା କିନ୍ତୁ ଆମେ ସମସ୍ତ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବା । ମୋର ବିଶ୍ୱାସ ଯେ ସବୁଥର ପରି ଏଥର ମଧ୍ୟ ଆପଣମାନେ ସମସ୍ତଙ୍କ ତରଫରୁ ରଚନାତ୍ମକ ଓ ସକାରାତ୍ମକ ବିଚାର ଶୁଣିବାକୁ ମିଳିବ ଯାହା ଦେଶ ସମ୍ମୁଖରେ ଉପସ୍ଥାପନ କରିବାରେ ବିଶେଷ ସଫଳତା ମିଳିବ। ଏବଂ ଆମେ ସମସ୍ତ ମିଶି, କେନ୍ଦ୍ର ଓ ରାଜ୍ୟ ସରକାରମାନେ, ଆମେ ଏକ ରାଷ୍ଟ୍ର ଭାବେ ଗୋଟିଏ ଦିଗରେ ଯେତିକି ଶକ୍ତି ଉପଯୋଗ କରିପାରିବା ତାହା ଲଗାଇବା ଏବଂ ଭାରତ ପାଇଁ ସାରା ବିଶ୍ୱରେ ଏକ ଅଭୂତପୂର୍ବ ଅବସର ସୃଷ୍ଟି କରିପାରିବା । ଏଭଳି ସୁଯୋଗ ଆମେ କଦାପି ହାତଛଡ଼ା କରିବାନାହିଁ । ଏହି ଅପେକ୍ଷାର ସହିତ ମୁଁ ପୁଣି ଥରେ ଏଭଳି ମହତ୍ୱପୂର୍ଣ୍ଣ ସମ୍ମିଳନୀରେ ଆପଣମାନଙ୍କ ଉପସ୍ଥିତିକୁ ସ୍ୱାଗତ କରୁଛି । ଆପଣମାନଙ୍କ ସୁପରାମର୍ଶ ପାଇଁ ଅପେକ୍ଷା କରୁଛି । ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's data centre boom could create 1 lakh engineering jobs by 2030

Media Coverage

India's data centre boom could create 1 lakh engineering jobs by 2030
NM on the go

Nm on the go

Always be the first to hear from the PM. Get the App Now!
...
Cabinet approves National Investment Policy for Urea-2026 for Atmanirbhar Bharat (NIPU-2026)
July 15, 2026

The Cabinet Committee on Economic Affairs, chaired by the Prime Minister Shri Narendra Modi, today has approved the proposal of the Department of Fertilizers on National Investment Policy for Urea-2026 for Atmanirbhar Bharat (NIPU-2026).

Benefits:

The policy will encourage new investments in the Urea sector for setting up the gas based Urea manufacturing units in the country. This will help in the achieving the goal of self-sufficiency. Further, the key changes in comparison to NIP-2012 includes the separation of fixed and variable costs for greater transparency, introduction of a viable Return on Equity (RoE) band with a floor at 12% and a ceiling at 16%, and mitigation of foreign exchange risk through conversion of fixed cost into INR after four years based on prevailing exchange rates. These measures are estimated to result in savings of over Rs.250 crore for each plant established under NIPU-2026 compared to NIP-2012.

Implementation Strategy and targets:

Setting up of new Urea manufacturing units will be covered under the National Investment Policy for Urea-2026 for Atmanirbhar Bharat (NIPU-2026).

Background:

To attract New Investments in the Urea sector, a policy for investments in the Urea sector was finalised by the Department of Fertilizers for Revamp, Expansion, Revival/Brownfield and Greenfield projects in 2012. Under New Investment Policy (NIP) – 2012, total 6 new Urea units have been set up which includes 4 urea units set up through Joint Venture Companies (JVC) of nominated PSUs and 2 urea units set up by the private companies. The period for new investment under NIP-2012 expired by October-2019.

At present, there are 33 operational Urea manufacturing units with total Reassessed/installed capacity of 269.42 LMT. There is a need to increase the indigenous production of Urea. There is a gap in the indigenous production and demand of urea in the country which is filled by the import of urea.

Department of Fertilizers have received various proposals for setting up of Urea units. Hence, a National Investment Policy for Urea is necessary.