“ପୂଜ୍ୟ ଶାସ୍ତ୍ରୀଜୀ ମହାରାଜଙ୍କ ଆତ୍ମଜୀବନୀ ଏକ ନିଃସ୍ୱାର୍ଥପର ବ୍ୟକ୍ତିତ୍ୱର ଜୀବନ ଯାହା ସମାଜ ସେବା ଓ ଜ୍ଞାନ ଅନ୍ୱେଷଣ ପାଇଁ ଉତ୍ସର୍ଗୀକୃତ ଥିଲା”
“ସମୟର ଆବଶ୍ୟକତା ଅନୁସାରେ ଶୀଥିଳତା ପରିତ୍ୟାଗ କରି ପ୍ରାଚୀନ ଗୁଣବତ୍ତାକୁ ଗ୍ରହଣ କରିବା ଉପରେ ଶାସ୍ତ୍ରୀଜୀ ଗୁରୁତ୍ୱଆରୋପ କରୁଥିଲେ”
“ସନ୍ଥ ଓ ଭକ୍ତି ଆନ୍ଦୋଳନ ସ୍ୱାଧୀନତା ଆନ୍ଦୋଳନର ମୂଳଦୁଆ ସ୍ଥାପନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା”

ଜୟ ସ୍ୱାମୀ ନାରାୟଣ!

ପୂଜ୍ୟ ସନ୍ଥମାନେ ।

ସମସ୍ତ ସତସଙ୍ଗର ଭାଇ ଓ ଭଉଣୀମାନେ,

ଆଜି ଭାବବନ୍ଦନାର ଏହି ପବିତ୍ର ପର୍ବକୁ ଦେଖୁଛି । ଗୁରଦେବ ଶାସ୍ତ୍ରୀଜୀ ଏବଂ ତାଙ୍କର ଏକ ସାଧନା ଥିଲା, ତପସ୍ୟା ଥିଲା, ସମାଜ ପ୍ରତି ସମର୍ପଣ ଥିଲା, ଯାହା ସୁନ୍ଦର ଭାବରେ ମାଧବପ୍ରିୟ ଦାସଜୀ ମହାରାଜ ଶ୍ରୀ ଧର୍ମଜୀବନ ଗାଥା ରୂପରେ ଏକ ପ୍ରେରଣାଦାୟକ ଗ୍ରନ୍ଥ ରଚନା କରି ଯାଇଥିଲେ ।

ଆପଣ ସମସ୍ତଙ୍କ ମଧ୍ୟରେ ରହି ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିବା ମୋ ପାଇଁ ଖୁସିର ବିଷୟ ହୋଇଥାନ୍ତା, କିନ୍ତୁ ସମୟର ସୀମିତତା ହେତୁ ଏହି ଆକର୍ଷଣକୁ ମଧ୍ୟ ମୋତେ ହରାଇବାକୁ ପଡୁଛି । ସେମିତି ମଧ୍ୟ ପୂଜନୀୟ ଶାସ୍ତ୍ରୀଜୀ କର୍ତ୍ତବ୍ୟ କରିବାକୁ ଶିଖାଇଛନ୍ତି, ଏଥିପାଇଁ ମୋତେ ମଧ୍ୟ ଏହା କରିବାକୁ ପଡ଼ିବ ।

କିନ୍ତୁ ଏହି କାର୍ଯ୍ୟ ପାଇଁ ଯେଉଁମାନେ କଠିନ ପରିଶ୍ରମ କରିଛନ୍ତି, ବିଶେଷ କରି ପୂଜନୀୟ ମାଧବପ୍ରିୟ ଦାସଜୀ ଏଥିପାଇଁ ପରିଶ୍ରମ କରିଛନ୍ତି, ଏଥିପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ସମସ୍ତ ସତସଙ୍ଗୀମାନଙ୍କୁ ମୋ ତରଫରୁ କୃତଜ୍ଞତା ଜଣାଉଛି ।

ସାଧାରଣ ଭାବରେ ଆମ ଦେଶରେ ବହୁତ କିଛି ସୁନ୍ଦର ହୋଇଥାଏ, କିନ୍ତୁ ଏହା ଚେତନା ହୋଇନଥାଏ । ସ୍ମୃତିରେ ରହିଥାଏ, ପିଢ଼ି ପରେ ପିଢ଼ି ସମସ୍ତଙ୍କୁ କୁହାଯାଇଥାଏ । କିନ୍ତୁ ତାହା ସବୁ ଚେତନା ହେବା ଉଚିତ ଏବଂ ଏହା ସାହିତ୍ୟ ରୂପରେ ଆମ ସମ୍ମୁଖରେ ରହିବା ଉଚିତ, ଯେତେବେଳେ ନୂତନ ଜୀବନ ଏକ ପ୍ରକାରରେ ଜନ୍ମ ନେଇଥାଏ, ସେଥିପାଇଁ ଲାଗିଥାଏ ଯେ ଆମ ମଧ୍ୟରେ ଆମେ ପଢ଼ିବୁ, ତେବେ ସେତେବେଳେ ଲାଗିବ କି ଦେଖ ଏହା ଶାସ୍ତ୍ରିଜୀ ମହାରାଜ ଆମକୁ କହିଥିଲେ, ଚାଲ ଆମେ ଏବେ ତାହା କରିବା । ନା ନା ଏହା ହୋଇପାରିବ ନାହିଁ, କାରଣ ଶାସ୍ତ୍ରୀଜୀ ମହାରାଜ ଏହାକୁ ବାରଣ କରିଛନ୍ତି । କାରଣ ଏଥିରେ ବହୁତ ଛୋଟ ଛୋଟ କଥା ରହିଛି । ବିଶେଷ କରି ସତସଙ୍ଗର କଥା । ଏବଂ ଏକ ନିର୍ଲିପ୍ତ ଜୀବନ, ଯିଏ ସମାଜ ପାଇଁ ନିରନ୍ତର ଭାବେ ଚିନ୍ତା କରିଥାଏ, ଚିନ୍ତା କରେ ଏବଂ ସମାଜକୁ ପ୍ରେରଣା ଦିଏ ଏବଂ ଯେଉଁଥିରେ ତପସ୍ୟାର ଏକ ପ୍ରାଣଶକ୍ତିର ଅନୁଭବ ଥାଏ । ଯେଉଁଥିରେ ଜ୍ଞାନର ଏକ ଅବିରତ ପ୍ରବାହକୁ ଆମେ ଅନୁଭବ କରିପାରିବା । ଯାହାର ଆନନ୍ଦ ନେଇପାରିବା । କୌଣସି ପ୍ରକାରରେ ଏହା ଜୀବନ ସାଧନା, ଗୋଟିଏ ଶବ୍ଦ ସାଧନା ଆମ ସମ୍ମୁଖରେ ସାହିତ୍ୟ ଆକାରରେ ଏକ ମୂଲ୍ୟବାନ ପୁଷ୍ପ ଆକାରରେ ଆମ ହାତରେ ଦିଆଯାଇଛି । ଆମର କାମ ହେଉଛି ଯେ ଏହା ଶାସ୍ତ୍ରୀଜୀ ମହାରାଜାଙ୍କ ଜୀବନକୁ ଆମର ସମସ୍ତ ପିଢ଼ିମାନେ, ସମଗ୍ର ପରିବାର ତାହାକୁ ଜାଣନ୍ତୁ, ବୁଝନ୍ତୁ, ଆମେ ସମସ୍ତେ ଜାଣିଛୁ ଯେ ଶାସ୍ତ୍ରୀଜୀ ମହାରାଜାଙ୍କ ଉପଦେଶରେ ଦୁଇଟି କଥା ବାରମ୍ବାର ଦେଖିବାକୁ ମିଳିଥାଏ । ଯାହାକୁ ଆମେ ଜୀବନ ମନ୍ତ୍ର ବୋଲି କହିପାରିବା । ଗୋଟିଏ କଥା ସେ ସର୍ବଦା କହୁଥିଲେ ଯେ ଆମେ ଯାହା ବି କରିବା, ତାହା ସମସ୍ତଙ୍କ ହିତ ପାଇଁ ହେବା ଉଚିତ ।

ଏବଂ ଦ୍ୱିତୀୟ କଥା ହେଉଛି ଯେ ସେ ଏହା କହୁଥିଲେ ଯେ ସାଦ୍ୱିଧ୍ୟା ପ୍ରବର୍ତ୍ତନାୟ । ଯାହା ସମସ୍ତଙ୍କ ହିତ ବିଷୟରେ କଥା କହିଥାଏ, ସେଥିପାଇଁ ମୁଁ କହୁଛି ଯେ ସବକା ସାଥ ସବକା ବିଶ୍ୱାସ, ସବକା ବିଶ୍ୱାସ । ଶାସ୍ତ୍ରୀଜୀ ଯାହା କହୁଥିଲେ ତାହା ହେଉଛି ଏହି ଶବ୍ଦ । ଯେଉଁଥିରେ ସମସ୍ତଙ୍କର କଲ୍ୟାଣ ଏବଂ ସମସ୍ତଙ୍କର ସୁଖର କଳ୍ପନା ହୃଦୟଙ୍ଗମ ହୋଇଥାଏ। ଏବଂ ଏହା ମଧ୍ୟ ଏକ ସତ୍ୟ କଥା ଯେ ଆମ ଦେଶରେ ଶତାବ୍ଦୀ ଶତାବ୍ଦୀ ଧରି ଜ୍ଞାନ, ଉପାସନା, ଶିକ୍ଷା, ମହାମୂଳ ମନ୍ତ୍ର ରହିଆସିଛି, ଆମର ସମସ୍ତ ସାଧୁମାନେ କୌଣସି ଗୋଟିଏ ନା ଗୋଟିଏ ଗୁରୁକୁଳ ପରମ୍ପରା ସହିତ ଜଡ଼ିତ ଥିଲେ, ପ୍ରତ୍ୟେକ ଋଷିଙ୍କର ଗୁରୁ ପରମ୍ପରା ଏକ ପ୍ରକାରରେ ପାରମ୍ପରିକ ବିଶ୍ୱ ବିଦ୍ୟାଳୟ ଥିଲା ।

ଯେଉଁଥିରେ ସମାଜର ସମସ୍ତ ବର୍ଗର ଲୋକମାନେ, ସମସ୍ତଙ୍କର କଲ୍ୟାଣ, ଯେଉଁଠାରେ ରାଜାଙ୍କର ପିଲାମାନେ ମଧ୍ୟ ସେଠାରେ ଥିବେ, ସାଧାରଣ ମଣିଷର ପରିବାରର ସଦସ୍ୟ ମଧ୍ୟ ସେଠାରେ ଥିବେ ଏବଂ ସମସ୍ତେ ଏକତ୍ରିତ ହୋଇ ଭଲ ଜ୍ଞାନ ଆହରଣ କରୁଥିବେ । ଆମର ଏଠାରେ ସ୍ୱାମୀ ନାରାୟଣ ପରମ୍ପରାରେ ଯେଉଁ ଗୁରୁକୁଳ ପରମ୍ପରା ଅଛି, ଏହି ଗୁରୁକୁଳ ପରମ୍ପରା ଆମର ଅତୀତ ଏବଂ ଉଜ୍ୱଳ ଭବିଷ୍ୟତକୁ ସଂଯୋଗ କରୁଥିବା ଏକ ମାଧ୍ୟମ । ସମାଜର ସାଧାରଣ ମଣିଷମାନଙ୍କ ପାଇଁ ଧାର୍ମିକ ପ୍ରେରଣା, ସାଂସ୍କୃତିକ ପ୍ରେରଣା, ସଂସ୍କାରିକ ପ୍ରେରଣା, ଯାହା ସେମାନଙ୍କ ଗୁରୁକୁଳରେ ମିଳିଥାଏ । ଗୁରୁକୁଳ ସେମାନଙ୍କୁ ଏପରି ରତ୍ନ ଦେଇଛନ୍ତି, ସେଗୁଡ଼ିକ ଆଜି ଦୁନିଆରେ ବିଚ୍ଛୁରିତ ହୋଇଛି। ଶାସ୍ତ୍ରୀଜୀ ମହାରାଜଙ୍କ ଏହି ଦୃଷ୍ଟି, ଦିବ୍ୟ ଦର୍ଶନ ଯାହା ଦ୍ୱାରା ବିଶ୍ୱର ଯେକୌଣସି ଦେଶକୁ ଯିବେ ଭାରତୀୟ ସମ୍ପ୍ରଦାୟକୁ ଭେଟିବେ, ତେବେ ସେଠାରେ ଏପରି ଜଣେ ଦୁଇଜଣଙ୍କୁ ଭେଟିବେ ଯେଉଁମାନେ କହିବେ ଯେ, ମୁଁ ଏକ ଗରିବ ପରିବାରରୁ ଆସିଛି ଏବଂ ଗୁରୁକୁଳରେ ବଢ଼ିଛି, ଗୁରୁକୁଳ ଯାହା ଶିକ୍ଷା ଦେଇଥିଲେ ଏବଂ ମୁଁ ଯେଉଁଠାରେ ଅଛି, ସେଠାରେ କାମ କରୁଛି ।

କହିବାର ଅର୍ଥ ଏହା ନୁହେଁ ଯେ ଏଥିରେ ଉପଦେଶ ନାହିଁ, ଆଦେଶ ନାହିଁ, ଶାସ୍ତ୍ରୀଜୀଙ୍କ ଜୀବନରେ ଏକ ନିରନ୍ତର ସାଧନା, ତପସ୍ୟା ଅଛି । ତାହାର ପରିଣାମ ସ୍ୱରୂପ, ଏତେ ଦିନ ପରେ ମଧ୍ୟ ଶାସ୍ତ୍ରୀଜୀ ମହାରାଜ ଆମ ମଧ୍ୟରେ ଉପସ୍ଥିତ ଅଛନ୍ତି, ଶରୀରରେ ବିଦ୍ୟମାନ ଅଛି, ଆତ୍ମା ରୂପରେ ବିଦ୍ୟମାନ ଏବଂ ଯେତେବେଳେ ଏହି ଶବ୍ଦ ଗୋଷ୍ଠୀ ଏବଂ ସାହିତ୍ୟ ମଧ୍ୟରେ ଅକ୍ଷର ମାଧ୍ୟମରେ ଆସେ ସେତେବେଳେ ଆମେ ଶାସ୍ତ୍ରୀଜୀ ମହାରାଜଙ୍କ କଥା ମନ ଭିତରକୁ ଆସିବ।

କର୍ତ୍ତବ୍ୟର ପ୍ରେରଣା ହେବ, ଆପଣଙ୍କ ସହିତ ମୋର ଅତି ଘନିଷ୍ଠ ସମ୍ପର୍କ ଅଛି । ଏସଜିଭିପିକୁ ମୋର ଯିବା-ଆସିବା ରହିଥାଏ, ଆମର ଯେଉଁ ପୁରୁଣା ଏମଏଲଏ ଥିଲେ, ମୁଁ ମଧ୍ୟ ତାଙ୍କ ସମୟରେ ଏଠାକୁ ଆସିଛି, କାରଣ ମୁଁ ଜାଣିଥିଲି ଯେ ଏହା ଏପରି ଏକ ପବିତ୍ର ସ୍ଥାନ, ଯେଉଁଠାରେ କମ୍ପନର ଅନୁଭବ ହୋଇଥାଏ, ମୁଁ ମଧ୍ୟ ଆଧୁନିକତାକୁ ପସନ୍ଦ କରେ, ମୁଁ ଦେଖିଛି ଯେ ଆମର ଗୁରୁକୁଳରେ ଅନେକ ଆଧୁନିକତା ଆସିଛି । ମୋତେ ଖୁସି ଲାଗୁଛି ଯେ, ଯେତେବେଳେ ଆମେ ଏସଜି ରାସ୍ତାରେ ଯାଉଛୁ, ଲାଇଟ ଜଳୁଛି, ପିଲାମାନେ କ୍ରିକେଟ, ଭଲିବଲ ଖେଳୁଛନ୍ତି, ସତସଙ୍ଗ ଚାଲୁଛି, ମିଟିଂ ଏବଂ ଟ୍ରେଣ୍ଡ ଚାଲିଛି ଏବଂ ଏସବୁକୁ ଶାସ୍ତ୍ରୀଜୀ ମହାରାଜ ପ୍ରେରଣା ଦେଇଥିଲେ, ପରମ୍ପରା ଦେଇଥିଲେ, ସେଥିରେ ପ୍ରତ୍ୟେକ ପିଢ଼ି ସମୟାନୁସାରେ ପରିବର୍ତ୍ତନ କରିଥିଲେ, ନିଷ୍କ୍ରିୟତା ରଖି ନ ଥିଲେ, ପରିବର୍ତ୍ତନକୁ ଗ୍ରହଣ କରିଥିଲେ, ନା ନା ଏହା କରିପାରିବ ନାହିଁ, ଏମିତି ନୁହେଁ, ସ୍ୱାମୀ ନାରାୟଣଙ୍କର ବିଶେଷତା ଏହା ଯେ ସବୁକିଛିରୁ ଏକ ବ୍ୟବହାରିକ ଉପାୟ ଖୋଜିବା ।

ଆମେ ଉପାୟ ବାହାର କଲୁ, ଏବଂ ଏଥିରେ ଏକ ସୁନ୍ଦର କାର୍ଯ୍ୟ ହେଲା, ସମସ୍ତେ ଜାଣିଛନ୍ତି ଯେ ଏପରି ଏକ ବଡ଼ ସୁନ୍ଦର କାର୍ଯ୍ୟ ହେବା ଉଚିତ, ଏତେ ବଡ଼ ସତସଙ୍ଗୀ ପରିବାର ଥିବ, ଏବଂ ଯେତେବେଳେ ମୁଁ ଆପଣମାନଙ୍କ ମଧ୍ୟକୁ ଆସିଥିଲି ଆପଣ ସମସ୍ତେ ଜାଣନ୍ତି ଯେ ଯେତେବେଳେ ମୁଁ ଆସିଛି ସେତେବେଳେ ମୁଁ ଖାଲି ହାତରେ ଯିବିନାହିଁ । ଆଜି ମୁଁ ଖାଲିଟାରେ ଆପଣଙ୍କ ସମ୍ମୁଖକୁ ମଧ୍ୟ ଆସିନାହିଁ, କିଛି ମୁଁ ମାଗିବି, ମାଧବପ୍ରିୟ ଦାସଜୀ, ବାଲାସ୍ୱାମୀ ନିଶ୍ଚିତ ଭାବରେ ସମର୍ଥନ କରିବେ, ବର୍ତ୍ତମାନ ମୁଁ କହୁଛି ଯେତେବେଳେ ସମ୍ମୁଖକୁ ଆସିବି, ମୁଁ ଉଚ୍ଚ ସ୍ୱରରେ କହିପାରିବି, କିନ୍ତୁ ମୁଁ ଦୂରରୁ ଧୀରେ କହିବି ଯେ ଆମ ଗୁରୁକୁଳରୁ ଯେତେ ସବୁ ଲୋକ ବାହାରିଛନ୍ତି ସେମାନଙ୍କର ସମସ୍ତ ପରିବାରଗୁଡ଼ିକ ବର୍ତ୍ତମାନର ଛାତ୍ରମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସାମୁହିକ ଶକ୍ତି ସହିତ ସ୍ୱାଧୀନତାର ଅମୃତ ମହୋତ୍ସବକୁ ପାଳନ କରିବା ପାଇଁ, ସ୍ୱାଧୀନତାର ୭୫ ବର୍ଷରେ ଆମର ସାଧୁ ସନ୍ଥମାନେ ମଧ୍ୟ ସ୍ୱାଧୀନତା ସଂଗ୍ରାମରେ ବାତାବରଣ ସୃଷ୍ଟି କରିବାରେ ସହଯୋଗ କରିଥିଲେ । ନିଜେ ପ୍ରଭୁ ସ୍ୱାମୀ ନାରାୟଣଙ୍କ ଉପଦେଶରେ ସମାଜସେବା ହୋଇଥିଲା, ଏହିସବୁ ସ୍ୱାଧୀନତା ସଂଗ୍ରାମ ପାଇଁ ପ୍ରେରଣା ଥିଲା । ସ୍ୱାଧୀନତାର ୭୫ ବର୍ଷ ପରେ ଆପଣଙ୍କ ସଂସ୍ଥା ଦ୍ୱାରା ଗୁରୁକୁଳ, ସତସଙ୍ଗୀ, ସେମାନଙ୍କର ପରିବାର ଦ୍ୱାରା ବର୍ତ୍ତମାନ ପର୍ଯ୍ୟନ୍ତ ଅଧ୍ୟୟନ କରିଥିବା ସମସ୍ତ ଛାତ୍ରଙ୍କ ଠାରୁ କିଛି ଜିନିଷ ପାଇଁ ମୁଁ ଆଗ୍ରହ ପ୍ରକାଶ କରିବି । ଆଜି ବିଶ୍ୱର ସ୍ଥିତିକୁ ଦେଖିଲେ, ଲାଗୁନାହିଁ ଯେ ସମସ୍ତଙ୍କ ପାଇଁ ଏକ ନୂଆ ନୂଆ ଅସୁବିଧା ଅଛି, କରୋନା କାରଣରୁ ୟୁକ୍ରେନ-ରୁଷିଆରେ ଯାହା ଘଟୁଛି ତାହା ଦ୍ୱାରା ଏହା ଆମେ ଅନୁଭବ କରୁଛୁ ଯେ ଆଜିର ଦୁନିଆରେ କେତେବେଳେ କ’ଣ ହେବ ତାହାର ଆମ ଉପରେ କ’ଣ ପ୍ରଭାବ ପକାଇବ ତାହା ପୂର୍ବାନୁମାନ କରିବା କଷ୍ଟକର ଏବଂ ଦୁନିଆ ଆଜି ଏତେ ଛୋଟ ହୋଇଯାଇଛି ଯେ ଯାହା ଉପରେ ପ୍ରଭାବ ନ ପଡ଼ି ରହିପାରିବ ନାହିଁ ।

ଏହାର ଏକ ସମାଧାନ ଅଛି, ତାହା ହେଉଛି ଆତ୍ମନିର୍ଭରତା, ଆମକୁ ଆମ ଗୋଡ଼ରେ ଠିଆ ହେବାକୁ ପଡ଼ିବ, ଆମର ଆବଶ୍ୟକତା ପାଇଁ ଆମର ଶକ୍ତି ଉପରେ ଠିଆ ହେବାକୁ ପଡ଼ିବ, ସବୁ ଦେଶ ଠିଆ ହେବେ । ଶାସ୍ତ୍ରୀଜୀ ମହାରାଜଙ୍କ ଠାରୁ ପ୍ରେରଣା ନେଇ ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗକୁ ନିଆଯାଇପାରିବ । ଗୋଟିଏ କଥା ମୁଁ ବାରମ୍ବାର କହୁଛି ଯେ ଭୋକାଲ ଫର ଲୋକାଲ, ମୋର ଗୋଟିଏ କାମ କରିବେ, ଆମର ସମସ୍ତ ଗୁରୁକୁଳ ଛାତ୍ର, ପରିବାର ସଦସ୍ୟଙ୍କୁ କହିବା ଯେ ସେମାନେ କାଗଜ ପେନସିଲ ନେଇ ବସନ୍ତୁ ଏବଂ ଟେବୁଲରେ ସକାଳ ୬ଟାରୁ ତା’ ପରଦିନ ୬ଟା ପର୍ଯ୍ୟନ୍ତ ବସି ଦେଖନ୍ତୁ ଯେ ଆମ ଭିତରେ କେତେଗୁଡ଼ିଏ ବିଦେଶୀ ଜିନିଷ ଅଛି ଯାହା ଆମ ଘରେ ରହିଛି, ଆମ ଦେଶରେ ମଧ୍ୟ ଅଛି । ଏବଂ ସେଗୁଡ଼ିକ ଭାରତରେ ମିଳୁଛି ଏବଂ ଆମେ ଜାଣିନାହୁଁ କି ଯେଉଁ କେତେକ କନ୍ଧି ବା ଦୀପକ ଅଛି ତାହା ମଧ୍ୟ ବିଦେଶୀ ଅଟେ ।

ଆମେ ଜାଣିନାହୁଁ ଯେ ଯେଉଁ ଫଟକା ଜଳାଉଛୁ ତାହା ମଧ୍ୟ ବିଦେଶୀ ଅଟେ । କେବେ ଚିନ୍ତା କରିନାହୁଁ, ଥରେ ଆପଣ ଏକ ତାଲିକା ପ୍ରସ୍ତୁତ କରିବେ, ତେବେ ଚକିତ ହୋଇଯିବେ ଯେ ମୁଁ କ’ଣ ଏତିକି ଆଶା କରିବା ଉଚିତ ନୁହେଁ । ଆମର ଗୁରୁକୁଳ ସହିତ ଜଡ଼ିତ କୌଣସି ସତସଙ୍ଗୀ ବନ୍ଧୁଙ୍କ ଘରେ ଏପରି ଜିନିଷ ରହିବା ଉଚିତ, ଏଥିରେ ଭାରତର ମାଟିର ସୁଗନ୍ଧ ରହିଥିବ । ଏମିତି ପ୍ରତ୍ୟେକଟି ଜିନିଷ ଥିବ ଯେଉଁଥିରେ ଭାରତର କୌଣସି ମଣିଷର ପରିଶ୍ରମର ଝାଳ ଥିବ ଯାହା ହିନ୍ଦୁସ୍ତାନର ମାଟିରେ ହିଁ ତିଆରି ହୋଇଥିବ । ଏଭଳି ଜିନିଷ କାହଁକି ଆମେ ବ୍ୟବହାର କରିବା ନାହିଁ । ଭୋକାଲ ଫର ଲୋକାଲର ଅର୍ଥ ଏହା ନୁହେଁ ଯେ ଦୀପାବଳିରେ ଦୀପ ଏଠାରୁ ନିଅ, ଯଦି ଆମର ଆବଶ୍ୟକ ଥିବା ସମସ୍ତ ଜିନିଷ ଏଠାରୁ ନେବୁ ତେବେ କେତେ ଲୋକଙ୍କୁ ଚାକିରି ମିଳିବ, ଆତ୍ମନିର୍ଭର ହେବାର ଗତି କେତେ ଶୀଘ୍ର ହେବ?

ଦେଶ ଯେତେ ଶକ୍ତିଶାଳୀ ହେବ, ଏହି କାର୍ଯ୍ୟ ପାଇଁ ଆପଣଙ୍କର ସାହାଯ୍ୟ ସେତିକି ଆବଶ୍ୟକ ହେବ, ଦ୍ୱିତୀୟରେ ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକ । ସ୍ୱଚ୍ଛତା ଅଭିଯାନ, ଆମର ଗୁରୁକୁଳରେ କେବଳ ଆମର କ୍ୟାମ୍ପସକୁ ସଫା ରଖିବା, ମନ୍ଦିରକୁ ପରିଷ୍କାର ରଖିବା, ଏମିତି ନୁହେଁ, ଆମେ ସପ୍ତାହରେ ଥରେ କିମ୍ବା ମାସରେ ଥରେ, ସାମୁହିକ ଭାବରେ ବାହାରି ଏକ ଅଞ୍ଚଳର ଏକ ଗାଁକୁ ଯିବା ଏବଂ ନିଶ୍ଚିତ କରିବା ଯେ ଦୁଇ ଘଣ୍ଟା ପାଇଁ ସେଠାକୁ ଯାଇ ସଫା କରି ଆସିବା । ଆପଣଙ୍କ ପାଖରେ କୌଣସି ଜିନିଷର ଅଭାବ ନାହିଁ, ବାହନ ଅଛି ସବୁ ଅଛି । କେତେବେଳେ ଷ୍ଟାଚୁ୍ୟ ଅଫ୍ ୟୁନିଟି ଉପରେ ଯିବାକୁ ସ୍ଥିର କର ଏବଂ ତୁମେ ସେଠାକୁ କାହିଁକି ଯିବ? ବୁଲିବା ପାଇଁ ନୁହେଁ, ସେଠାରେ ଯାଇ ସଫା କରିବାକୁ । ଆସନ୍ତୁ ସ୍ଥିର କରିବା ଯେ ଏଥର ଅମ୍ବାଜୀ ଯିବା । ଅମ୍ବାଜୀ ଯାଇ ସଫେଇ କାର୍ଯ୍ୟ କର, ଆମ ସହର ଭିତରେ ଅନେକ ମୂର୍ତ୍ତି ରଖାଯାଇଛି । ଯଦି ବାବା ଆମ୍ବେଦକର, ଲାଲ ବାହାଦୂର ଶାସ୍ତ୍ରୀ, ଭଗତ ସିଂଙ୍କ ପ୍ରତିମୂର୍ତ୍ତି ରହିବ ତେବେ ଏହା ନୁହେଁ ଯେ ଏହାକୁ ସଫା କରିବାର ଦାୟିତ୍ୱ ଆମର ହେବ । ସ୍ୱଚ୍ଛତାର ଅନେକ ରୂପ ରହିଛି, କାହିଁକି ଆମର ପ୍ରସାଦକୁ ଏକ ପ୍ଲାଷ୍ଟିକ ପ୍ଲେଟରେ ଦେବା, ଆମ ଘରେ କାହିଁକି ପ୍ଲାଷ୍ଟିକ ରହିବ, ଯଦି ସତସଙ୍ଗୀ ପରିବାର ଥାଏ ତେବେ ସେଠାରେ ମଧ୍ୟ ଆଦୌ ପ୍ଲାଷ୍ଟିକ ରହିବା ଉଚିତ ନୁହେଁ ।

ଏହା ଏପରି ଏକ କଥା କାରଣ ଗୁରୁକୁଳରେ ପ୍ରାୟ ସମସ୍ତ ପିଲା କୃଷକ ପରିବାରର ଗ୍ରାମୀଣ ପୃଷ୍ଠଭୂମିରୁ ଆସିଛନ୍ତି, ମାଧବପ୍ରସାଦ ଜୀ ହୁଅନ୍ତୁ କିମ୍ବା ଅନ୍ୟ କୌଣସି ସାଧୁ ହୁଅନ୍ତୁ । ସେମାନଙ୍କର ପୂର୍ବାଶ୍ରମ କୃଷକ ପରିବାର ସହିତ ଜଡ଼ିତ ଅଛି । ଆମର ଗୁଜୁରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ପ୍ରାକୃତିକ ଚାଷ ପାଇଁ ଅଭିଯାନ ଚଳାଉଛନ୍ତି, ପୃଥିବୀ ଆମର ମାତା, ସେହି ମାତାଙ୍କର ସେବା କରିବା ପାଇଁ ଆମର ଦାୟିତ୍ୱ ରହିଛି କି ନାହିଁ । ଶାସ୍ତ୍ରୀଜୀ ମହାରାଜ ଏହା କହିଥିଲେ ଯେ ଧରିତ୍ରୀ ମାତାକୁ ବିଷ ଦେଇ ଦେଇ ତାହାକୁ କେତେଦିନ ପର୍ଯ୍ୟନ୍ତ ଆମେ ପ୍ରତାରିତ କରିବା । 

ଧରିତ୍ରୀ ମାତାକୁ ଏହିସବୁ କେମିକାଲ ବୋଝରୁ ମୁକ୍ତି ଦେବା, ଆପଣଙ୍କର ଏଠାରେ ଅନ୍ୟମାନଙ୍କର ଗାଇର ଗୋ-ଶାଳା ମଧ୍ୟ ଥିବ ଏବଂ ପ୍ରାକୃତିକ ଚାଷର ଯେଉଁ ପଦ୍ଧତି ଅଛି ତାହା ସବୁ ଗୁରୁକୁଳରେ ଶିକ୍ଷା ଦିଆଯାଉଛି । ଗୁରୁକୁଳରୁ ଥରେ ସପ୍ତାହରେ ଗାଁକୁ ଯାଆନ୍ତୁ । ଗାଁ ଗାଁ ଯାଇ ଏହି ଅଭିଯାନ ପ୍ରତ୍ୟେକ ଚାଷୀଙ୍କୁ ଶିଖାଇବା, ଫର୍ଟିଲାଇଜର, କେମିକାଲ, ଔଷଧର ଆବଶ୍ୟକତା ନାହିଁ । ପ୍ରାକୃତିକ ଚାଷ, ମୁଁ ମାନୁଛି ଯେ ଗୁଜୁରାଟ ଏବଂ ଦେଶର ବଡ଼ ସେବା ହେବ ଏବଂ ଶାସ୍ତ୍ରୀଜୀ ମହାରାଜଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ । ଏହା ମାନନ୍ତୁ ଯେ ଏହି ଗ୍ରନ୍ଥରୁ ହିଁ ଉତ୍ପନ୍ନ ହେବ । ଆଜି ଯେତେବେଳେ ମୁଁ ଆପଣମାନଙ୍କ ମଧ୍ୟକୁ ସେତେବେଳେ ସ୍ୱାଭାବିକ ଭାବେ ମୋ ମନ କହୁଛି ଏବଂ ମାଧବପ୍ରିୟ ଦାସ ଜୀ ମହାରାଜଙ୍କୁ ମୁଁ ଅଧିକାର ସହିତ କହୁଛି ଏମିତି ମୋର ଆଦତ୍ ହୋଇଯାଇଛି ଯେ ଏମିତି କହିବ ତ ଭୁଲ ହେବ ନାହିଁ । ଆଦତ୍ ଅନୁସାରେ ଆଜି ମଧ୍ୟ ଅଧିକାର ସହିତ ମାଗୁଛି ଆମର ଗୁରୁକୁଳ, ସତସଙ୍ଗ ପରିଜନର ଲୋକମାନେ ଆଜାଦୀର ଅମୃତ ମହୋତ୍ସବକୁ ନୂତନ ରୀତିରେ ନୂତନ ଭାବରେ ପାଳନ କରନ୍ତୁ ।

ଏବଂ ସର୍ବଜନ ହିତାୟ ସର୍ବଜନ ସୁଖାୟ, ଯାହା ଆଜି ଶାସ୍ତ୍ରୀଜୀ ମହାରାଜଙ୍କ ସଂକଳ୍ପ ଅଛି ତାହାକୁ କରିବା ଏବଂ ପୁଣି ଥରେ ମୁଁ ଯେଉଁ ସମ୍ମୁଖକୁ ଆସିପାରିଲି ନାହିଁ ସେଥିପାଇଁ କ୍ଷମା ମାଗୁଛି ଏବଂ ସମସ୍ତଙ୍କୁ ଭାବବନ୍ଦନା ପର୍ବର ଶୁଭକାମନା, ସମସ୍ତଙ୍କୁ ଧନ୍ୟବାଦ ।

ଜୟ ଶ୍ରୀ ସ୍ୱାମୀ ନାରାୟଣ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
7 hyper local foods that PM Modi made popular via speeches, social media and Mann ki Baat

Media Coverage

7 hyper local foods that PM Modi made popular via speeches, social media and Mann ki Baat
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Rastriya Swatantra Party leaders on electoral success in Nepal
March 09, 2026

The Prime Minister, Shri Narendra Modi, had warm telephone conversations with Mr. Rabi Lamichhane, Chairman of the Rastriya Swatantra Party (RSP), and Mr. Balendra Shah, Senior Leader of the RSP.

Shri Modi congratulated both leaders on their electoral victories and the RSP’s resounding success in the Nepal elections. He conveyed his best wishes for the forthcoming new Government and reaffirmed India’s commitment to work with them for mutual prosperity, progress and well-being of the people of both countries.

Expressing confidence in the future of India-Nepal relations, the Prime Minister said that with joint endeavours, the partnership between the two nations will scale new heights in the years ahead.

In a X post, the Prime Minister said;

“Had warm telephone conversations with Mr. Rabi Lamichhane, Chairman of the Rastriya Swatantra Party (RSP) and Mr. Balendra Shah, Senior Leader of the RSP.

Congratulated both leaders on their electoral victories and RSP’s resounding success in the Nepal elections. Conveyed my best wishes for their forthcoming new Government and India's commitment to work with them for mutual prosperity, progress and well-being of our two countries.

I am confident that with our joint endeavours, India and Nepal relations will scale new heights in the years ahead.

@hamrorabi

@ShahBalen

@party_swatantra”