ବୁଲେଟ ଟ୍ରେନ କର୍ମଚାରୀ -  ମୋଦୀ ଜୀ, ବୁଲେଟ ଟ୍ରେନ ଆମର ପରିଚୟ, ଏହା ଆପଣଙ୍କର ଏବଂ ଆମର ସଫଳତା ।
ପ୍ରଧାନମନ୍ତ୍ରୀ - ଆପଣ କ’ଣ ଭାବୁଛନ୍ତି, ଗତି ଠିକ ଅଛି ? ଆପଣମାନେ ଯେଉଁ ଟାଇମ ଟେବୁଲ ସ୍ଥିର କରିଥିଲେ, ତାହା ପାଳନ କରୁଛନ୍ତି ନା, କୌଣସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି?
ବୁଲେଟ ଟ୍ରେନ କର୍ମଚାରୀ – ନା, ସାର୍‌, କୌଣସି ଅସୁବିଧା ନାହିଁ ।
ପ୍ରଧାନମନ୍ତ୍ରୀ - ଆପଣ କ’ଣ କହିବାକୁ ଚାହାଁନ୍ତି ?
ବୁଲେଟ ଟ୍ରେନ କର୍ମଚାରୀ – ମୁଁ କେରଳରୁ । ମୁଁ ଏଠାରେ ନବସାରୀ ଶବ୍ଦ ପ୍ରତିବନ୍ଧକ କାରଖାନା ସେକ୍ସନ ୨ରେ ଅଛି....
ପ୍ରଧାନମନ୍ତ୍ରୀ - ଆପଣ କ’ଣ ଗୁଜରାଟକୁ ପ୍ରଥମ ଥର ପାଇଁ ଆସିଛନ୍ତି ?
ବୁଲେଟ ଟ୍ରେନ କର୍ମଚାରୀ – ହଁ ସାର, ମୁଁ ଶବ୍ଦ ପ୍ରତିବନ୍ଧକ କାରଖାନାର ସେକ୍ସେନ ୨ରେ ଥିବା ରୋବୋଟିକ ୟୁନିଟ ଯାଞ୍ଚ କରୁଛି । ଆମେ ରୋବୋଟ ବ୍ୟବହାର କରି ଶବ୍ଦ ପ୍ରତିବନ୍ଧକର ପୁନଃ ନିର୍ମାଣକୁ ୱେଲ୍ଡିଂ କରୁଛୁ ।
ପ୍ରଧାନମନ୍ତ୍ରୀ – ଏହି ବୁଲେଟ ଟ୍ରେନର ନିର୍ମାଣ ଏବଂ ଭାରତର ପ୍ରଥମ ବୁଲେଟ ଟ୍ରେନର ଅଂଶ ହେବା ବିଷୟରେ ଆପଣ କ’ଣ ଭାବୁଛନ୍ତି ?  ଆପଣଙ୍କ ମନରେ ଏହା ବିଷୟରେ କ’ଣ ଭାବନା ଆସୁଛି ? ଆପଣମାନେ ନିଜ ପରିବାରକୁ କ’ଣ କହୁଛନ୍ତି ?
ବୁଲେଟ ଟ୍ରେନ କର୍ମଚାରୀ – ସାର, ଏହା ଏକ ସ୍ୱପ୍ନ ପରି ଲାଗୁଛି, ମୁଁ ଯେଉଁ କାମ କରୁଛି ତାହା ବହୁତ ଉପଯୋଗୀ ହେବ । ସାର୍‌, ଏହା ମୋ ପରିବାର ଏବଂ ମୋ ପାଇଁ ଗର୍ବର ମୁହୂର୍ତ୍ତ ।
ପ୍ରଧାନମନ୍ତ୍ରୀ – ଦେଖନ୍ତୁ, ଯେପର୍ଯ୍ୟନ୍ତ ମନରେ ଏହି ଭାବନା ନ ଆସେ ଯେ, ମୁଁ ମୋ ଦେଶ ପାଇଁ କାମ କରୁଛି, ମୁଁ ଦେଶକୁ କିଛି ନୂଆ ଦେଉଛି, ସେପର୍ଯ୍ୟନ୍ତ ମହାକାଶକୁ ପ୍ରଥମ ସାଟେଲାଇଟ ପ୍ରକ୍ଷେପଣ କରିଥିବା ବ୍ୟକ୍ତି ମଧ୍ୟ ସମାନ ଅନୁଭବ କରିଥିବେ ଏବଂ ଆଜି ଶହ ଶହ ସାଟେଲାଇଟ ପ୍ରକ୍ଷେପଣ କରାଯାଉଛି ।
ବୁଲେଟ ଟ୍ରେନ କର୍ମଚାରୀ - ନମସ୍କାର ସାର୍‌, ମୋର ନାମ ଶ୍ରୁତି । ମୁଁ ବେଙ୍ଗାଲୁରୁରୁ ଏବଂ ମୁଁ ଲିଡ ଇଞ୍ଜିନିୟରିଂ ମ୍ୟାନେଜର ଅଛି ଏବଂ ଡିଜାଇନ  ତଥା ଇଞ୍ଜିନିୟରିଂ କଣ୍ଟ୍ରୋଲ ତଦାରଖ କରୁଛି । ଆପଣ ଯେପରି କହୁଛନ୍ତି, କୌଣସି ପ୍ରାରମ୍ଭିକ ଯୋଜନା ଏବଂ କାର୍ଯ୍ୟାନ୍ୱୟନ ଯାହା ହୋଇଥାଏ, ତାହା ପ୍ରଥମ ପର୍ଯ୍ୟାୟରେ ହୋଇଥାଏ । ପରେ ଯେତେବେଳେ ଆମେ କାର୍ଯ୍ୟାନ୍ୱୟନ ଆଡକୁ ଅଗ୍ରସର ହେଉ, ପ୍ରତ୍ୟେକ ଥର ଏହାର ଭଲ ଏବଂ ଖରାପ ଦିଗ ଉପରେ ଯାଞ୍ଚ କରୁ, ଏବଂ ଯଦି ଆମ ଦ୍ୱାରା ହେଉ ନାହିଁ, ତେବେ ଏହା କାହିଁକି ହେଉ ନାହିଁ, ପ୍ରଥମେ ତାହାର ସମାଧାନ ଖୋଜିବାକୁ ଚେଷ୍ଟା କରିଥାଉ । ଯଦି ଏହା ପରେ ମଧ୍ୟ କାମ ହୋଇନଥାଏ, ତେବେ କେଉଁ ବିକଳ୍ପ ସମାଧାନ କାମ କରିବ, ତାହା ବାହାର କରି ଆମେ ପ୍ରତ୍ୟେକ ସୋପାନ ଆଗକୁ ବଢ଼ିଥାଉ , ସାର୍ ।
ପ୍ରଧାନମନ୍ତ୍ରୀ - ଆପଣଙ୍କର ଏହି ଅଭିଜ୍ଞତାଗୁଡିକୁ ଯଦି ଏକ ‘ବ୍ଲୁ ବୁକ୍‌’ ପରି ଲିପିବଦ୍ଧ କରାଯାଇ ପ୍ରସ୍ତୁତ କରାଯାଏ, ତେବେ ଏହା ଦେଶ ପାଇଁ ବହୁତ ଉପଯୋଗୀ ହେବ, ଯେହେତୁ ଆମେ ଆଗକୁ ଅଧିକ ବୁଲେଟ ଟ୍ରେନ ଚଲାଇବାକୁ ଯାଉଛୁ । ଆମେ ଚାହୁଁନାହୁଁ ଯେ ପ୍ରତିଥର ସମସ୍ତେ ନୂଆ କରି ଆରମ୍ଭ କରନ୍ତୁ । ଆମେ ଏଠାରେ ଯାହା ଶିଖିଛୁ, ତାହାର ନକଲ ଯେକୌଣସି ସ୍ଥାନରେ କରିପାରିବା କିନ୍ତୁ ସେହି ନକଲ କେବଳ ସେତେବେଳେ ହୋଇପାରିବ, ଯେତେବେଳେ କୌଣସି ଏକ ନିର୍ଦ୍ଦଷ୍ଟ ପଦ୍ଧତି କାହିଁକି ବ୍ୟବହାର ହୋଇଛି, ସେ ସମ୍ପର୍କରେ ସମସ୍ତଙ୍କର ଜ୍ଞାନ ଥିବ । ନଚେତ, ଲୋକମାନେ କିଛି ନବୁଝି କେବଳ ଏହାର ନକଲ କରିବେ । ଯଦି ଆପଣ ଏପରି ରେକର୍ଡ ରଖନ୍ତି, ତେବେ ଏହା ଭବିଷ୍ୟତର ଛାତ୍ରମାନଙ୍କୁ ମଧ୍ୟ ସାହାଯ୍ୟ କରିବ। ଆପଣ ଏଥିରେ ଆପଣଙ୍କର ଜୀବନ ଉତ୍ସର୍ଗ କରିବେ ଏବଂ ଦେଶ ପାଇଁ କିଛି ମୂଲ୍ୟବାନ ଛାଡିଯିବେ।
ବୁଲେଟ ଟ୍ରେନ କର୍ମଚାରୀ – ଆମର ପ୍ରସିଦ୍ଧି ଦରକାର ନାହିଁ, ପୁରସ୍କାର ଦରକାର ନାହିଁ । ଦେଶ ପ୍ରଗତି କରୁ, ଏହା ହିଁ ଆମର କାମନା ।
ପ୍ରଧାନମନ୍ତ୍ରୀ – ବାଃ !
ବୁଲେଟ ଟ୍ରେନ କର୍ମଚାରୀ – ମୋଦୀ ଜୀ, ଆପଣଙ୍କର ସବୁ ସ୍ୱପ୍ନ ସାକାର ହେଉ, ବାରମ୍ବାର ଏବଂ ଅନେକ ଥର ଦେଶ ପ୍ରଗତି କରୁ ତଥା ଦେଶ ନାମ ଉଚ୍ଚ ହେଉ । ବୁଲେଟ ଟ୍ରେନ ଆମର ପରିଚୟ, ମୋଦୀ ଜୀ, ଏହା ଆପଣଙ୍କର ଏବଂ ଆମର ସଫଳତା ।
 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Led by iPhones, ‘Made in India’ smartphone exports grow 28% y-o-y in CY25: Counterpoint

Media Coverage

Led by iPhones, ‘Made in India’ smartphone exports grow 28% y-o-y in CY25: Counterpoint
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 24, 2026
April 24, 2026

Made in India, Built for 2047: PM Modi’s Reforms Turning Rural Hope into National Strength