ମହାମାରୀ ପ୍ରଭାବିତ ପଥ-ପାର୍ଶ୍ୱ ବିକ୍ରେତାମାନଙ୍କୁ ସେମାନଙ୍କର ଜୀବିକା ପୁନଃଆରମ୍ଭ କରିବାରେ ସାହାଯ୍ୟ କରିବାକୁ ସ୍ୱନିଧି ଯୋଜନା ଶୁଭାରମ୍ଭ ହୋଇଥିଲା: ପ୍ରଧାନମନ୍ତ୍ରୀ
ଯୋଜନା ଅଧୀନରେ ଏଭଳି ଭାବେ ସୁଧରେ 7 ପ୍ରତିଶତ ପର୍ଯ୍ୟନ୍ତ ଛାଡ଼ ଦିଆ ଯାଉଛି ,1 ବର୍ଷ ମଧ୍ୟରେ ବ୍ୟାଙ୍କରୁ ନେଇଥିବା ଅର୍ଥକୁ ସୁଝିଦେବେ ତ ଆପଣଙ୍କୁ ସୁଧ ଦେବାକୁ ପଡ଼ିବ ନାହିଁ :ପ୍ରଧାନମନ୍ତ୍ରୀ
ବ୍ୟବସାୟ ଏବଂ ଡିଜିଟାଲ କାରବାର ପାଇଁ ଅନଲାଇନ ପ୍ଲାଟଫର୍ମକୁ ଷ୍ଟ୍ରିଟ୍ ଭେଣ୍ଡରମାନଙ୍କୁ ଆକ୍ସେସ୍ ଦିଆଯିବ: ପ୍ରଧାନମନ୍ତ୍ରୀ

କେନ୍ଦ୍ରୀୟ ମନ୍ତ୍ରୀପରିଷଦରେ ମୋର ସାଥୀ ଶ୍ରୀ ହରଦୀପ ସିଂହ ପୁରୀ ମହାଶୟ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାଇ ଶିବରାଜ ମହାଶୟ, ରାଜ୍ୟ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟଗଣ, ପ୍ରଶାସନ ସହିତ ଜଡ଼ିତ ଲୋକ, ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ସମସ୍ତ ହିତାଧିକାରୀ ଏବଂ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମଧ୍ୟପ୍ରଦେଶର ଏବଂ ମଧ୍ୟପ୍ରଦେଶ ବାହାରର ସମସ୍ତ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ସମସ୍ତ ହିତାଧିକାରୀମାନଙ୍କୁ ମୁଁ ବହୁତ-ବହୁତ ଶୁଭକାମନା ଜଣାଉଛି । ଏବେ କିଛି ସମୟ ପୂର୍ବରୁ ମୋତେ କିଛି ସାଥୀମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ମିଳିଥିଲା । ସେମାନଙ୍କର କଥାରେ ଏକ ବିଶ୍ୱାସ ମଧ୍ୟ ରହିଛି, ଗୋଟିଏ ଆଶାର କିରଣ ମଧ୍ୟ ଦୃଷ୍ଟିଗୋଚର ହେଉଛି । ଏହା ମୁଁ ମାନୁଛି ଯେ ଏହି ଭରସା ହେଉଛି ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ସବୁଠାରୁ ବଡ଼ ସଫଳତା, ସବୁଠାରୁ ବଡ଼ ଶକ୍ତି । ଆପଣଙ୍କର ଶ୍ରମର ଶକ୍ତିକୁ, ଆପଣଙ୍କର ଆତ୍ମସମ୍ମାନ ଏବଂ ଆତ୍ମବଳକୁ ମୁଁ ଆଦର ପୂର୍ବକ ପ୍ରଣାମ ଜଣାଉଛି ।

ସାରା ଦେଶରେ ଯେଉଁ ସାଥୀମାନେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ସହିତ ଆଗକୁ ବଢ଼ୁଛନ୍ତି, ସେମାନଙ୍କୁ ମଧ୍ୟ ମୁଁ ମୋର ଶୁଭକାମନା ଜଣାଉଛି । ବିଶେଷ ଭାବେ ମଧ୍ୟପ୍ରଦେଶ ଏବଂ ଶିବରାଜ ମହାଶୟଙ୍କ ଟିମକୁ ମୁଁ ବହୁତ ଶୁଭେଚ୍ଛା ଜଣାଉଛି, ସେମାନଙ୍କ ପ୍ରୟାସ ଯୋଗୁଁ ମାତ୍ର ଦୁଇ ମାସ ସମୟରେ ମଧ୍ୟପ୍ରଦେଶରେ ଏକ ଲକ୍ଷରୁ ଅଧିକ ଉଠାଦୋକାନୀ-ରାସ୍ତାକଡ଼ରେ ବିକୁଥିବା ଲୋକମାନଙ୍କୁ ସ୍ୱନିଧି ଯୋଜନାର ଲାଭ ସୁନିଶ୍ଚିତ ହୋଇଛି ।

କରୋନା ସତ୍ୱେ ଏତେ କମ୍ ସମୟରେ ସାଢ଼େ ଚାରି ଲକ୍ଷ ବୁଲା ବିକାଳୀଙ୍କୁ ପରିଚୟପତ୍ର ଦେବା, ବିକ୍ରେତା ଭାବେ ପ୍ରମାଣପତ୍ର ଦେବା, ମୁଁ ବୁଝିପାରୁଛି ଏହା ବହୁତ ବଡ଼ କାର୍ଯ୍ୟ ହୋଇଛି । ମୋର ବିଶ୍ୱାସ ରହିଛି ଯେ ଅନ୍ୟ ରାଜ୍ୟ ମଧ୍ୟ ମଧ୍ୟପ୍ରଦେଶର ଏହି ପ୍ରୟାସରୁ ପ୍ରେରଣା ନେଇ ନିଶ୍ଚିତ ପ୍ରୋତ୍ସାହିତ ହେବେ ଏବଂ ହିନ୍ଦୁସ୍ତାନର ପ୍ରତ୍ୟେକ ସହରରେ ଆମର ଯେତେ ମଧ୍ୟ ପଥପାର୍ଶ୍ଵ ବିକ୍ରେତା ଭାଇ ଭଉଣୀ ଅଛନ୍ତି ସେମାନଙ୍କୁ ବ୍ୟାଙ୍କରୁ ଅର୍ଥ ମିଳୁ, ଏଥିପାଇଁ ଆପଣ ସକ୍ରିୟ ପ୍ରୟାସ କରିବେ ।

ସାଥୀଗଣ, ବିଶ୍ୱରେ ଯେତେବେଳେ ମଧ୍ୟ କୌଣସି ଏଭଳି ବଡ଼ ସଙ୍କଟ ଆସିଥାଏ, ମହାମାରୀ ଆସିଥାଏ, ତେବେ ତାହାର ସବୁଠାରୁ ପ୍ରଥମେ ଏବଂ ସର୍ବାଧିକ ପ୍ରଭାବ ଆମର ଗରିବ ଭାଇ-ଭଉଣୀଙ୍କ ଉପରେ ପଡ଼ିଥାଏ । ଅଧିକ ବର୍ଷା ହୋଇଯାଏ, ତେବେ ମଧ୍ୟ କଷ୍ଟ ଗରିବଙ୍କୁ, ଅଧିକ ଥଣ୍ଡା ଆସିଯାଏ, ତେବେ ମଧ୍ୟ କଷ୍ଟ ଗରିବଙ୍କୁ, ଅଧିକ ଗରମ ଆସିଯାଏ, ତେବେ ମଧ୍ୟ କଷ୍ଟ ଗରିବଙ୍କୁ । ଗରିବଙ୍କୁ ରୋଜଗାରର ସଙ୍କଟ ହୋଇଥାଏ, ସେମାନଙ୍କର ଖାଇବା-ପିଇବାର ସଙ୍କଟ ହୋଇଥାଏ, ସେମାନଙ୍କ ପାଖରେ ଯେଉଁ ଜମା ପୁଞ୍ଜି ଥାଏ, ତାହା ଶେଷ ହୋଇଯାଇଥାଏ । ମହାମାରୀ ଏ ସମସ୍ତ ବିପଦ ଗୁଡ଼ିକୁ ନିଜ ସାଙ୍ଗରେ ନେଇକରି ଆସିଥାଏ । ଆମର ଯେଉଁ ଗରିବ ଭାଇ-ଭଉଣୀ ଅଛନ୍ତି, ଯେଉଁ ଶ୍ରମିକ ସାଥୀ ଅଛନ୍ତି, ଯେଉଁ ବୁଲା ବିକାଳୀ ଅଛନ୍ତି, ଏହି ସମସ୍ତେ ମହାମାରୀର ଏହି ସଙ୍କଟକୁ ସବୁଠାରୁ ଅଧିକ ଅନୁଭବ କରିଛନ୍ତି ।

ସେମାନଙ୍କର ଏଭଳି ସାଥୀ ଅଛନ୍ତି, ଯେଉଁମାନେ କୌଣସି ଅନ୍ୟ ସହରରେ କାର୍ଯ୍ୟ କରୁଥିଲେ, କିନ୍ତୁ ମହାମାରୀ ସମୟରେ ସେମାନଙ୍କୁ ନିଜ ଗାଁକୁ ଫେରିବାକୁ ପଡ଼ିଲା । ଆଉ ଏଥିପାଇଁ, କରୋନା ବୈଶ୍ୱିକ ମହାମାରୀ ସମୟରେ ପ୍ରଥମ ଦିନରେ ସରକାରଙ୍କର, ଦେଶର ଏହି ପ୍ରୟାସ ରହିଛି କି ଗରିବଙ୍କର ଯେତିକି କଷ୍ଟ ଆମେ କମ୍ କରି ପାରିବା, ତାକୁ କମ୍ କରିବା ପାଇଁ ସକ୍ରିୟ ଭାବେ ପ୍ରୟାସ କରିବା । ଦେଶ ଏହି ସମୟରେ ଆମ ଦେଶର ଏଭଳି ଯେଉଁ ଲୋକ କଷ୍ଟରେ ଥିଲେ, ସେମାନଙ୍କ ଖାଇବାର ଚିନ୍ତା କଲା, ରାସନର ଚିନ୍ତା କଲା, ମାଗଣାରେ ଗ୍ୟାସ ସିଲିଣ୍ଡର ମଧ୍ୟ ଦିଆଗଲା ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅଭିଯାନ ଚଲାଇ, ଲକ୍ଷ-ଲକ୍ଷ ଲୋକଙ୍କୁ ଏହି ସମୟରେ ରୋଜଗାର ମଧ୍ୟ ଦିଆଗଲା । ଗରିବଙ୍କ ପାଇଁ ନିରନ୍ତର ହେଉଥିବା ଏହି କାର୍ଯ୍ୟ ମଧ୍ୟରେ, ଏକ ବହୁତ ବଡ଼ ବର୍ଗ ଏଭଳି ଥିଲେ, ଯେଉଁମାନଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାର ଆବଶ୍ୟକତା ଥିଲା । ଏମାନେ ଥିଲେ ମୋର ପଥ-ପାର୍ଶ୍ଵ ଉଠାଦୋକାନୀ ଭାଇ-ଭଉଣୀ । ପଥ-ପାର୍ଶ୍ଵ ବିକ୍ରେତା ଆମ ଲକ୍ଷ-ଲକ୍ଷ ସାଥୀମାନଙ୍କର ଘର ସେମାନଙ୍କର ପ୍ରତିଦିନର ପରିଶ୍ରମରେ ଚଳିଥାଏ । କରୋନା ଯୋଗୁଁ ବଜାର ବନ୍ଦ ହୋଇଗଲା, ନିଜର ଜୀବନ ବଂଚାଇବା ପାଇଁ ଲୋକ ଅଧିକ ସଂଖ୍ୟାରେ ଘରେ ରହିବାକୁ ଲାଗିଲେ, ତେବେ ଏହାର ବହୁତ ବଡ଼ ପ୍ରଭାବ ଆମର ଏହି ପଥ-ପାର୍ଶ୍ଵ ବିକ୍ରେତା ଭାଇ-ଭଉଣୀ ଅଛନ୍ତି, ସେମାନଙ୍କ କାରବାର ଉପରେ ହିଁ ପଡ଼ିଲା । ସେମାନଙ୍କୁ କଷ୍ଟ ବା ଅସୁବିଧାରୁ ବାହାର କରିବା ପାଇଁ ହିଁ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଶୁଭାରମ୍ଭ ହୋଇଛି ।

ଏହି ଯୋଜନାର ଲକ୍ଷ୍ୟ ହେଉଛି ଯେ, ସେହି ଲୋକମାନେ ନୂତନ ଶୁଭାରମ୍ଭ କରି ପାରନ୍ତୁ, ନିଜର କାର୍ଯ୍ୟ ପୁଣି ଆରମ୍ଭ କରି ପାରନ୍ତୁ, ଏଥିପାଇଁ ସେମାନଙ୍କୁ ସହଜରେ ପୁଞ୍ଜି ମିଳୁ । ସେମାନଙ୍କୁ ବାହାରୁ ଅଧିକ ସୁଧ ଦେଇ ଟଙ୍କା ଆଣିବାକୁ ବାଧ୍ୟ ହେବାକୁ ନ ପଡୁ । ଏହା ମଧ୍ୟ ପ୍ରଥମ ଥର ହୋଇଛି ଯେ, ପଥ ପାର୍ଶ୍ଵ ବିକ୍ରେତା ଲକ୍ଷ ଲକ୍ଷ ଲୋକଙ୍କର ନେଟୱାର୍କକୁ ସଠିକ୍ ଭାବେ ବ୍ୟବସ୍ଥା ସହିତ ସାମିଲ କରାଯାଇଛି, ସେମାନଙ୍କୁ ଏକ ପରିଚୟ ମିଳିଛି । ସ୍ୱନିଧି ଯୋଜନା, ସ୍ୱନିଧି ଦ୍ୱାରା ସ୍ୱ-ରୋଜଗାର, ସ୍ୱ-ରୋଜଗାର ଦ୍ୱାରା ସ୍ୱାବଲମ୍ବନ, ଏବଂ ସ୍ୱାବଲମ୍ବନ ଦ୍ୱାରା ସ୍ୱଭିମାନର ଯାତ୍ରାର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ ।

ସାଥୀଗଣ, ସ୍ୱନିଧି ଯୋଜନା ବିଷୟରେ ଆପଣମାନଙ୍କୁ କୁହାଯାଇଛି । ଯେଉଁ ସାଥୀମାନଙ୍କ ସହିତ  ମୁଁ ଏବେ କଥା ହେଲି, ସେମାନଙ୍କୁ ଏ ବିଷୟରେ ମଧ୍ୟ ବହୁତ କିଛି ଜଣାଅଛି । କିନ୍ତୁ ଏହା ବହୁତ ଆବଶ୍ୟକ ଯେ, ପ୍ରତ୍ୟେକ ଅଭାବୀ ଲୋକଙ୍କୁ, ପ୍ରତ୍ୟେକ ପଥ ପାର୍ଶ୍ଵ ବିକ୍ରେତାଙ୍କୁ ଏହି ଯୋଜନା ବିଷୟରେ ସବୁ କିଛି ଭଲ କଥା ଉତମ ଭାବେ ଜାଣିବା ଦରକାର । ତେବେ ଯାଇ ଆମର ଗରିବ ଭାଇ-ଭଉଣୀ ତାହାର ଲାଭ ଉଠାଇ ପାରିବେ ।

ଏହି ଯୋଜନାକୁ ଏପରି ଭାବେ ସରଳ କରାଯାଇଛି ଯେ, ସାମାନ୍ୟରୁ ସାଧାରଣ ବ୍ୟକ୍ତି ମଧ୍ୟ ଏହା ସହିତ ସାମିଲ ହେବେ । ଏବେ ଯେପରି ଆମ ଭଉଣୀ ଅର୍ଚ୍ଚନା ମହାଶୟା କହୁଥିଲେ କି ତାଙ୍କ କାର୍ଯ୍ୟ ଏତେ ସରଳତାର ସହ ହୋଇଗଲା । ତାଙ୍କୁ କୌଣସି ଅସୁବିଧା ଭୋଗିବାକୁ ପଡ଼ିଲା ନାହିଁ । ଏଥିରେ ଟେକ୍ନୋଲୋଜି ମାଧ୍ୟମରେ ଏଭଳି ବ୍ୟବସ୍ଥା କରାଯାଇଛି ଯେ ପଥ-ପାର୍ଶ୍ଵ ବିକ୍ରେତା ସାଥୀମାନଙ୍କୁ କାଗଜପତ୍ର ଜମା କରିବା ପାଇଁ ଲମ୍ବା ଧାଡ଼ି ଲଗାଇବାକୁ ପଡ଼ିବ ନାହିଁ । ଆପଣ ସାଧାରଣ ସେବା କେନ୍ଦ୍ରରେ, ନଗରପାଳିକା କାର୍ଯ୍ୟରେ, ବ୍ୟାଙ୍କ ଶାଖାକୁ ଯାଇ ନିଜ ଆବେଦନ ଅପ୍ଲୋଡ଼୍ କରିପାରିବେ । କେବଳ ଏତିକି କି ନୁହେଁ ବ୍ୟବସାୟିକ ପ୍ରତିନିଧି ଏବଂ ନଗରପାଳିକାର କର୍ମଚାରୀ, ମଧ୍ୟ ଆପଣଙ୍କ ପାଖକୁ ଆସି ଆପଣଙ୍କ ଆବେଦନ ନେଇ ପାରିବେ । ଆପଣଙ୍କୁ ଯେଭଳି ସୁବିଧା ଠିକ୍ ଲାଗିବ, ଆପଣ ତାହାର ବ୍ୟବହାର କରିବେ । ସମସ୍ତ ବ୍ୟବସ୍ଥାକୁ ଏତେ ସରଳ କରାଯିବା ପାଇଁ ପ୍ରୟାସ କରାଯାଇଛି ।

ସାଥୀଗଣ, ଏହା ହେଉଛି ଏଭଳି ଏକ ଯୋଜନା ଯେଉଁଥିରେ ଆପଣଙ୍କୁ ସୁଧରୁ ସମ୍ପୂର୍ଣ୍ଣ ଭାବେ ମଧ୍ୟ ମୁକ୍ତି ମିଳିପାରିବ । ଏହି ଯୋଜନା ଅଧୀନରେ ଏଭଳି ଭାବେ ସୁଧରେ 7 ପ୍ରତିଶତ ପର୍ଯ୍ୟନ୍ତ ଛାଡ଼ ଦିଆ ଯାଉଛି । କିନ୍ତୁ ଯଦି ଆପଣ କିଛି ଛୋଟ-ଛୋଟ କଥାକୁ ଧ୍ୟାନ ଦେବେ ତ ଆପଣଙ୍କୁ ମଧ୍ୟ ସୁଧ ଦେବାକୁ ପଡ଼ିବ ନାହିଁ । ଏବେ ଯେପରି ଆପଣ ସମୟ ଅନୁସାରେ ଅର୍ଥାତ 1 ବର୍ଷ ମଧ୍ୟରେ ବ୍ୟାଙ୍କରୁ ନେଇଥିବା ଅର୍ଥକୁ ସୁଝିଦେବେ ତ ଆପଣଙ୍କୁ ସୁଧ ଦେବାକୁ ପଡ଼ିବ ନାହିଁ । କେବଳ ଏତିକି ହିଁ ନୁହେଁ, ଯଦି ଆପଣ ଡିଜିଟାଲ କାରବାର କରିବେ, ଆପଣ ମୋବାଇଲ ଫୋନରେ ଅର୍ଥ ନେଣ-ଦେଣ କରିବେ । ବଡ଼ ବ୍ୟବସାୟୀଙ୍କୁ ମଧ୍ୟ ମୋବାଇଲରେ ପଇଠ କରିବା ଏବଂ ଆପଣମାନଙ୍କ ଠାରୁ କିଣିବାକୁ ଆସୁଥିବା ଲୋକମାନଙ୍କଠାରୁ ମୋବାଇଲ ଜରିଆରେ ଅର୍ଥ ନେବେ; ତେବେ ଆପଣଙ୍କ ଖାତାରେ ସରକାରଙ୍କ ତରଫରୁ ପୁରସ୍କାର ଭାବେ କିଛି ଅର୍ଥ କ୍ୟାସ୍ ବ୍ୟାକ୍ ଭାବେ ପଠାଯିବ । ଅର୍ଥାତ ସରକାର ଆପଣଙ୍କ ଖାତାରେ କିଛି ଅର୍ଥ ଭିନ୍ନ ଭାବେ ଜମା କରିବେ । ଏହିଭଳି ଭାବେ ଆପଣଙ୍କର ଯେଉଁ ମୋଟ ସଂଚୟ ହେବ, ତାହା ସୁଧଠାରୁ ମଧ୍ୟ ଅଧିକ ସଂଚୟ ହୋଇଯିବ ।

ଏହା ବ୍ୟତୀତ, ଯଦି ଆପଣ ଦ୍ୱିତୀୟ ଥର ଋଣ ନେବେ, ତେବେ ଆହୁରି ଅଧିକ ଋଣର ସୁବିଧା ମିଳିବ । ଯଦି ଏଥର 10 ହଜାର ମିଳିଛି ଆଉ ଆପଣ ଆପଣଙ୍କର କାମକୁ ଭଲ ଭାବେ ଚଲାଇଲେ, ତାହେଲେ ଆପଣଙ୍କୁ 15 ହଜାର ଆବଶ୍ୟକତା ଅଛି, ତେବେ 15 ହଜାର ମିଳିଯିବ । ପୁଣି ଭଲ କାରବାର ଚାଲିଲା, କେବେ 20 ହଜାର ହୋଇପାରେ, 25 ହଜାର ହୋଇପାରେ, 30 ହଜାର ହୋଇପାରେ । ଆଉ ଏବେ ପ୍ରାରମ୍ଭରୁ ଆମର ଛଗନଲାଲ ମହାଶୟ କହୁଥିଲେ ସେ 10 ଗୁଣା କରିବାକୁ ଚାହୁଁଛନ୍ତି, 1 ଲକ୍ଷ ପର୍ଯ୍ୟନ୍ତ ପହଂଚିବାକୁ ଚାହୁଁଛନ୍ତି । ଏହା ଯେତେବେଳେ ଶୁଣୁଛି ସେତେବେଳେ ବଡ଼ ଆନନ୍ଦ ଲାଗୁଛି ।

ସାଥୀଗଣ, ବିଗତ 3-4 ବର୍ଷ ମଧ୍ୟରେ ଦେଶରେ ଡିଜିଟାଲ ନେଣ-ଦେଣର ପ୍ରଚଳନ ଦ୍ରୁତ ଗତିରେ ବୃଦ୍ଧି ହୋଇ ଚାଲିଛି । କରୋନା କାଳରେ ଆମେ ସମସ୍ତେ ମଧ୍ୟ ଅନୁଭବ କରୁଛେ ଯେ ଏହା ମଧ୍ୟ କେତେ ପରିମାଣରେ ଜରୁରୀ ଥିଲା । ଏବେ ଗ୍ରାହକ ନଗଦ ଅର୍ଥ ଦେବାକୁ କୁଣ୍ଠାବୋଧ କରୁଛନ୍ତି । ସିଧାସଳଖ ମୋବାଇଲରୁ ହିଁ ଦେୟ ଦେଉଛନ୍ତି । ଏଥିପାଇଁ, ଆମର ପଥ-ପାର୍ଶ୍ଵ ବିକ୍ରେତା ସାଥୀ ଏହି ଡିଜିଟାଲ ବ୍ୟବସାୟରୁ ଆଦୌ ପଛରେ ନ ରୁହନ୍ତୁ, ଆଉ ଆପଣ ଏହା କରିପାରିବେ । ଆଉ ଆମର କୁଶୱାହା ମହାଶୟଙ୍କ ଠେଲାରେ ଆମେ ଦେଖିଲୁ, ସେ କ୍ୟୁ-ଆର କୋଡ଼ ଲଗାଇ ରଖିଛନ୍ତି । ଏହା ବଡ଼-ବଡ଼ ମଲରେ ମଧ୍ୟ ହୋଇ ନଥାଏ । ଆମର ଗରିବ ଲୋକ ପ୍ରତ୍ୟେକ ନୂଆ କଥା ଶିଖିବାକୁ ପ୍ରସ୍ତୁତ ହୋଇଥାଏ । ଆଉ ଏଥିପାଇଁ ବ୍ୟାଙ୍କ ଏବଂ ଡିଜିଟାଲ ପେମେଣ୍ଟର ସୁବିଧା ଯୋଗାଇ ଦେଉଥିବା ସାଥୀମାନେ ଉଭୟ ମିଳିମିଶି ଏକ ନୂତନ ଶୁଭାରମ୍ଭ କରାଯାଇଛି । ଏବେ ବ୍ୟାଙ୍କ ଏବଂ ସଂସ୍ଥାଗୁଡ଼ିକର ପ୍ରତିନିଧି ଆପଣଙ୍କ ଠିକଣାରେ ଆସିବେ, ଆପଣଙ୍କ ଉଠା ଦୋକାନ ଠେଲା ପାଖକୁ ଆସିବେ ଏବଂ କ୍ୟୁ-ଆର କୋଡ୍ ଦେବେ । ତାହାର ଉପଯୋଗ କିପରି କରିବାର ଅଛି, ଏହା ମଧ୍ୟ ବୁଝାଇବେ । ମୁଁ ଆମ ପଥ-ପାର୍ଶ୍ଵ ବିକ୍ରେତା ସାଥୀମାନଙ୍କୁ ନିବେଦନ କରୁଛି କି ସେ ନିଜର ଅଧିକରୁ ଅଧିକ ନେଣ-ଦେଣ ଡିଜିଟାଲ ମାଧ୍ୟମରେ କରନ୍ତୁ ଏବଂ ସମଗ୍ର ଦୁନିଆ ସମ୍ମୁଖରେ ଏକ ନୂତନ ଉଦାହରଣ ପ୍ରସ୍ତୁତ କରନ୍ତୁ ।

ସାଥୀଗଣ, ଟେକ୍ନୋଲୋଜିର ଉପଯୋଗ କରି ଆମର ଯେଉଁ ଖାଦ୍ୟ ପାନୀୟର ବ୍ୟବସାୟ କରୁଥିବା ସାଥୀ ଅଛନ୍ତି, ଯେଉଁମାନଙ୍କୁ ଏହି ପଥ-ପାର୍ଶ୍ଵ ଖାଦ୍ୟ ବିକ୍ରେତା ମଧ୍ୟ କୁହାଯାଉଛି, ସେମାନଙ୍କୁ ଅନ୍ ଲାଇନ୍ ପ୍ଲାଟଫର୍ମ ଯୋଗାଇ ଦେବାର ଯୋଜନା ପ୍ରସ୍ତୁତ କରାଯାଇଛି । ଅର୍ଥାତ ବଡ଼-ବଡ଼ ରେସ୍ତୋରାଁ ଭଳି ପଥ-ପାର୍ଶ୍ଵ ଠେଲା ଲଗାଇଲା ବାଲା ମଧ୍ୟ ନିଜ ଗ୍ରାହକଙ୍କୁ ଅନ୍ ଲାଇନରେ ଖାଦ୍ୟ ଯୋଗାଇ ପାରିବେ, ଏହି ପ୍ରକାରର ସୁବିଧା ଦେବାର ପ୍ରୟାସ ଚାଲୁ ରହିଛି ଏବଂ କିଛି ଦିନ ମଧ୍ୟରେ ଆପଣମାନେ ନିଶ୍ଚୟ ଆଗକୁ ଆସିବେ, ତେବେ ଏହାକୁ ଆମେ ଆହୁରି ଆଗକୁ ବଢ଼ାଇବା । ମୋର ବିଶ୍ୱାସ ଅଛି ଯେ ଏହି ପ୍ରକାରର ପ୍ରୟାସ ଦ୍ୱାରା ପଥ-ପାର୍ଶ୍ଵ ବିକ୍ରେତା, ଠେଲାବାଲା, ଫେରିବାଲାଙ୍କ କାରବାର ଆହୁରି ବୃଦ୍ଧି ପାଇବ, ସେମାନଙ୍କର ରୋଜଗାର ଆହୁରି ବଢ଼ିବ ।

ସାଥୀଗଣ, ପଥ-ପାର୍ଶ୍ଵ ବିକ୍ରେତାଙ୍କ ସହିତ ଜଡ଼ିତ ଆଉ ଏକ ଯୋଜନା ଉପରେ ଦ୍ରୁତ ଗତିରେ କାର୍ଯ୍ୟ କରାଯାଉଛି । ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ସହିତ ସାମିଲ ହୋଇଥିବା ଯେଉଁ ପଥ-ପାର୍ଶ୍ଵ ବିକ୍ରେତା ଅଛନ୍ତି, ସେମାନଙ୍କ ଜୀବନ ସରଳ ହେଉ, ସେମାନଙ୍କୁ ମୌଳିକ ସୁବିଧା ମିଳୁ, ଏହା ମଧ୍ୟ ସୁନିଶ୍ଚିତ କରାଯିବ । ଅର୍ଥାତ ପଥ-ପାର୍ଶ୍ଵ ବିକ୍ରେତା ଅବା ଠେଲା ଲଗାଇବା ବାଲା ମୋର ଭାଇ-ଭଉଣୀଙ୍କ ପାଖରେ ଉଜ୍ଜ୍ୱଳା ଯୋଜନା ଗ୍ୟାସ ସଂଯୋଗ ଅଛି ଅବା ନାହିଁ, ସେମାନଙ୍କ ଘରେ ବିଜୁଳି ସଂଯୋଗ ଅଛି ଅବା ନାହିଁ, ସେମାନେ ଆୟୁଷ୍ମାନ ଭାରତ ଯୋଜନା ସହିତ ସାମିଲ ହୋଇଛନ୍ତି ଅବା ନାହିଁ, ସେମାନଙ୍କୁ 90 ପଇସା ପ୍ରତିଦିନ ଏବଂ ମାସକୁ 1 ଟଙ୍କା ବାଲା ବୀମା ଯୋଜନାର ଲାଭ ମିଳୁଛି ଅବା ମିଳୁ ନାହିଁ, ସେମାନଙ୍କ ପାଖରେ ନିଜର ପକ୍କା ଛାତ ଘର ଅଛି ଅବା ନାହିଁ, ଏହି ସମସ୍ତ କଥା ଦେଖାଯିବ ଏବଂ ଯେଉଁଠାରେ ଅଭାବ ଥିବ ତାହା ପୂରଣ କରିବା ପାଇଁ ସରକାର ସକ୍ରିୟ ଭାବେ ପ୍ରୟାସ କରିବେ । ଯେଉଁ-ଯେଉଁମାନଙ୍କ ପାଖରେ ଏହି ସବୁ ନଥିବ, ସେମାନଙ୍କ ପାଇଁ ପ୍ରାଥମିକତା ଆଧାରରେ କାର୍ଯ୍ୟ କରାଯିବ ।

ସାଥୀଗଣ, ଆମ ଦେଶରେ ଗରିବଙ୍କ କଥା ବହୁତ ହୋଇଛି କିନ୍ତୁ ଗରିବଙ୍କ ପାଇଁ ଯେତେ କାର୍ଯ୍ୟ ବିଗତ ଛଅ ବର୍ଷରେ ହୋଇଛି, ଏବଂ ସଂପୂର୍ଣ୍ଣ ଯୋଜନାବଦ୍ଧ ଭାବେ ହୋଇଛି, ଗୋଟିଏ କଥାକୁ ଦ୍ୱିତୀୟ କଥା, ଦ୍ୱିତୀୟଟି ସହିତ ତୃତୀୟ କଥା, ପ୍ରତ୍ୟେକ କଥାର ଭରଣା ହେଉ ଏବଂ ଦାରିଦ୍ର୍ୟ ସହିତ ଲଢ଼ିବା ପାଇଁ ତାକୁ ଶକ୍ତି ମିଳୁ, ଆଉ ନିଜେ ହିଁ ଦାରିଦ୍ର୍ୟକୁ  ପରାସ୍ତ କରି ଦାରିଦ୍ର୍ୟରୁ ବାହାରକୁ ବାହାରି ଆସୁ, ସେହି ଦିଗରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଅନେକ ନୂଆ ପଦକ୍ଷେପ ନିଆ ଯାଇଛି ଆଉ ଏହା, ପୂର୍ବରୁ କେବେ ହୋଇ ନଥିଲା । ପ୍ରତ୍ୟେକଟି ସେହି କ୍ଷେତ୍ର, ପ୍ରତ୍ୟେକଟି ସେହି ସେକ୍ଟର ଯେଉଁଠାରେ ଗରିବ-ପୀଡ଼ିତ-ଶୋଷିତ-ବଂଚିତ-ଦଳିତ-ଆଦିବାସୀ ଅଭାବରେ ଥିଲେ, ସରକାରଙ୍କ ଯୋଜନାଗୁଡ଼ିକ ତାହାର ସମ୍ବଳ ହୋଇ ଆସିଛି ।

ଆପଣ ମନେ ପକାନ୍ତୁ, ଆମ ଦେଶର ଗରିବ କାଗଜ-ପତ୍ର ଡରରେ ସେତେବେଳେ ବ୍ୟାଙ୍କର ଦୁଆର ପର୍ଯ୍ୟନ୍ତ ଯାଇ ପାରୁ ନଥିଲା । ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ମାଧ୍ୟମରେ ସାରା ଦେଶରେ 40 କୋଟିରୁ ଅଧିକ ଗରିବମାନଙ୍କର, ନିମ୍ନ ମଧ୍ୟବିତ ଲୋକଙ୍କର ବ୍ୟାଙ୍କ ଖାତା ଖୋଲାଯାଇଛି । ଏହି ଜନ-ଧନ ଖାତାଗୁଡ଼ିକରେ ଆମର ଗରିବ ଲୋକମାନେ ବ୍ୟାଙ୍କ ସହିତ ସାମିଲ ହେଲେ ଆଉ ତେବେ ଯାଇ ସେମାନଙ୍କୁ ସହଜରେ ଋଣ ମିଳୁଛି, ସୁଧ ଖୋରଙ୍କ କବଳରୁ ସେମାନେ ବାହାରି ଆସିଛନ୍ତି । ସେହି ବ୍ୟାଙ୍କ ଖାତା ମାଧ୍ୟମରେ ଗରିବମାନଙ୍କୁ ବିନା ଲାଞ୍ଚରେ, ଆବାସ ମିଳୁଛି, କୃଷକମାନଙ୍କୁ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାରେ ସହାୟତା ପହଂଚୁଛି । କରୋନା କାଳରେ ହିଁ ସମଗ୍ର ଦେଶର 20 କୋଟିରୁ ଅଧିକ ଭଉଣୀମାନଙ୍କର ଜନ-ଧନ ଖାତାରେ ପ୍ରାୟ 31 ହଜାର କୋଟି ଟଙ୍କା ଜନ-ଧନ ଯୋଜନା ଯୋଗୁଁ ହିଁ ଜମା ହୋଇ ପାରିଛି । ସେହିପରି ପିଏମ୍ କିଷାନ ସମ୍ମାନ ନିଧି ଅଧୀନରେ ସାରା ଦେଶରେ 10 କୋଟିରୁ ଅଧିକ କୃଷକ ପରିବାରଙ୍କ ବ୍ୟାଙ୍କ ଖାତାରେ 94 ହଜାର କୋଟିରୁ ଟଙ୍କା ଅଧିକ ସିଧା ସଳଖ ନଗଦ ହସ୍ତାନ୍ତର କରାଯାଇଛି ।

ସାଥୀଗଣ, ଆମର ଗରିବ ଏହି ବର୍ଷମାନଙ୍କରେ ଯେଭଳି ଜନ-ଧନ ଖାତା ଦ୍ୱାରା, ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହିତ ସାମିଲ ହୋଇଛନ୍ତି, ସେମାନେ ଏକ ନୂତନ ଶୁଭାରମ୍ଭ କରିଛନ୍ତି । ଏବେ ବହୁତ ଶୀଘ୍ର ସହରଗୁଡ଼ିକ ଭଳି ଆମର ଗାଁ ମଧ୍ୟ ଅନ୍ ଲାଇନ ବଜାର ସହିତ ଯୋଡ଼ି ହେବେ, ବିଶ୍ୱର ବଜାର ଆମ ଗାଁ ପର୍ଯ୍ୟନ୍ତ ପହଂଚିଯିବ । ଚଳିତ ଥର 15 ଅଗଷ୍ଟରେ ଦେଶ ଏଥିପାଇଁ ଏକ ସଂକଳ୍ପ ନେଇଛି । ଦେଶର ସମସ୍ତ ଗାଁଗୁଡ଼ିକୁ ଆସନ୍ତା 1 ହଜାର ଦିନରେ ଅପ୍ଟିକାଲ ଫାଇବର ସହିତ ଯୋଡ଼ି ଦିଆଯିବ । ଅର୍ଥାତ ଗାଁ-ଗାଁରେ, ଘରେ-ଘରେ ଦ୍ରୁତ ଇଣ୍ଟରନେଟ ପହଂଚିବ । ଏହାଦ୍ୱାରା ଡିଜିଟାଲ ବିପ୍ଳବର ଲାଭ ମଧ୍ୟ ସେତିକି ଦ୍ରୁତ ଗତିରେ ଗାଁ ପର୍ଯ୍ୟନ୍ତ ଗରିବମାନଙ୍କ ପର୍ଯ୍ୟନ୍ତ ପହଂଚିବ । ଏହିଭଳି ଭାବେ, ଦେଶ ଡିଜିଟାଲ ସ୍ୱାସ୍ଥ୍ୟ ମିଶନର ମଧ୍ୟ ଶୁଭାରମ୍ଭ କରିଛି । ଅର୍ଥାତ ଏବେ ପ୍ରତ୍ୟେକ ଦେଶବାସୀଙ୍କୁ ଏକ ସ୍ୱାସ୍ଥ୍ୟ ଆଇଡି ମିଳିବ । ଆପଣଙ୍କ ସମସ୍ତ ତଥ୍ୟ ସୁରକ୍ଷିତ ଭାବେ ସେଥିରେ ରହିବ । ଏହି ଆଇଡିର ସହାୟତାରେ ଆପଣ ଡାକ୍ତରଙ୍କଠାରୁ ଭେଟିବା ପାଇଁ ଅନ୍ ଲାଇନରେ ମଧ୍ୟ ସମୟ ନେଇ ପାରିବେ । ଆଉ ସ୍ୱାସ୍ଥ୍ୟ ଚେକ୍ ଅପ୍ ଏବଂ ରିପୋର୍ଟ ମଧ୍ୟ ଅନ୍ ଲାଇନରେ ଦେଖାଇ ପାରିବେ । ଅର୍ଥାତ ଗୋଟିଏ ପଟରୁ ଦେଖିବା, ତେବେ ପ୍ରଥମେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନାରେ ବୀମା ସୁରକ୍ଷା ମିଳିଲା, ପୁଣି ଆୟୁଷ୍ମାନ ଭାରତ ଅଧୀନରେ 5 ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିଲା, ଏବଂ ଏବେ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଦ୍ୱାରା ସହଜ ଚିକିତ୍ସା ସୁବିଧା ମଧ୍ୟ ମିଳିବାକୁ ଯାଉଛି ।

ସାଥୀଗଣ, ଦେଶର ପ୍ରୟାସ ହେଉଛି ଯେ ପ୍ରତ୍ୟେକ ଦେଶବାସୀଙ୍କ ଜୀବନ ସହଜ ହେଉ, ପ୍ରତ୍ୟେକ ଦେଶବାସୀ ସମର୍ଥ ହୁଅନ୍ତୁ, ସଶକ୍ତ ହୁଅନ୍ତୁ, ଆଉ ସବୁଠାରୁ ବଡ଼ କଥା ଆତ୍ମନିର୍ଭର ହୁଅନ୍ତୁ । ନିକଟରେ ସରକାର ସହରରେ ଆପଣଙ୍କ ଭଳି ସାଥୀମାନଙ୍କୁ ଉଚିତ ଭଡ଼ାରେ ଉନ୍ନତ ଆବାସ ଉପଲବ୍ଧ କରାଇବା ପାଇଁ ମଧ୍ୟ ଏକ ବଡ଼ ଯୋଜନା ଆରମ୍ଭ କରିଛନ୍ତି । ଏକ ଦେଶ, ଏକ ରାସନ କାର୍ଡର ସୁବିଧା ଦ୍ୱାରା ଆପଣ ଦେଶରେ କେଉଁଠାକୁ ମଧ୍ୟ ଯିବେ, ତ ନିଜ ଭାଗର ଶସ୍ତା ରାସନ ଆପଣ ସେହି ସହରରେ ମଧ୍ୟ ନେଇ ପାରିବେ । ଆପଣ ଯେଉଁଠାକୁ ଯିବେ, ଆପଣଙ୍କର ଅଧିକାର ମଧ୍ୟ ଆପଣଙ୍କ ସାଙ୍ଗରେ ଯିବ ।

ସାଥୀଗଣ, ଯେବେ-ଯେବେ ଆପଣ ନୂତନ ଭାବରେ ନିଜର ବ୍ୟବସାୟକୁ ଆରମ୍ଭ କରୁଛନ୍ତି, ସେତେବେଳେ ଆପଣଙ୍କୁ ନିଶ୍ଚୟ କିଛି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଯେ ପର୍ଯ୍ୟନ୍ତ କରୋନାର ଟୀକା ନ ଆସିଛି, କୌଣସି ଉପାୟ ବାହାରି ନାହିଁ, କରୋନାର ବିପଦ ରହିଥିବ । ଏଭଳି ସ୍ଥିତିରେ ଆପଣମାନଙ୍କୁ ନିଜର ମଧ୍ୟ ନିଜ ଗ୍ରାହକଙ୍କ ସୁରକ୍ଷାର ସଂପୂର୍ଣ୍ଣ ଭାବେ ଧ୍ୟାନ ରଖିବାକୁ ହେବ । ମାସ୍କ ହେଉ, ହାତ ପରିଷ୍କାର ପରିଚ୍ଛନ୍ନ ରଖିବା ହେଉ, ନିଜ ସ୍ଥାନର ଆଖପାଖକୁ ପରିଷ୍କାର ପରିଚ୍ଛନ୍ନ ରଖିବା ହେଉ, ଦୁଇ ଗଜର ଦୂରତା ହେଉ, ଏହା ସହିତ କୌଣସି ମଧ୍ୟ ସ୍ଥିତିରେ ବୁଝାମଣା କରନ୍ତୁ ନାହିଁ । ଏହା ମଧ୍ୟ ପ୍ରୟାସ କରିବାର ଅଛି କି ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକର ବ୍ୟବହାର ମଧ୍ୟ କରିବା ନାହିଁ । ଆପଣ କରୋନାରୁ ରକ୍ଷା ପାଇବା ପାଇଁ ଯେତେ ବ୍ୟବସ୍ଥା ନିଜ ଠେଲାରେ, ଅବା ନିଜ କାରବାର ସ୍ଥାନରେ କରିବେ, ଲୋକଙ୍କ ଭରସା ମଧ୍ୟ ବଢ଼ିବ, ଆଉ ଆପଣଙ୍କ କାରବାର ମଧ୍ୟ ବୃଦ୍ଧି ପାଇବ । ଆପଣଙ୍କୁ ନିଜକୁ ମଧ୍ୟ ଏହି ନିୟମକୁ ପାଳନ କରିବାକୁ ହେବ ଏବଂ ସମ୍ମୁଖରେ ଥିବା ଲୋକକୁ ମଧ୍ୟ ଏହା ପାଳନ କରିବା ପାଇଁ କ୍ରମାଗତ ଭାବେ ଅନୁରୋଧ କରିବାକୁ ପଡ଼ିବ । ପୁଣିଥରେ ଆପଣଙ୍କୁ ନୂତନ ଶୁଭାରମ୍ଭ ପାଇଁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି, ବହୁତ-ବହୁତ ଶୁଭକାମନା ଦେଉଛି । ଆପଣ ସୁସ୍ଥ ରୁହନ୍ତୁ । ଆପଣଙ୍କ ପରିବାର ସୁସ୍ଥ ରହୁ, ଆପଣଙ୍କ କାରବାର ମଧ୍ୟ ପ୍ରସ୍ଫୁଟିତ ହେଉ; ଏହି ଏକ ଆଶା ସହିତ ମୋର ବହୁତ-ବହୁତ ଶୁଭକାମନା ।

ବହୁତ-ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on National Sports Day
August 29, 2026

The Prime Minister, Shri Narendra Modi has extended his greetings to all sports lovers on National Sports Day. Shri Modi said that the dedication, passion and determination of sportspersons make the entire nation proud.

The Prime Minister also paid homage to the legendary Major Dhyan Chand Ji, whose brilliance and contribution to Indian hockey continue to inspire generations.

Shri Modi posted on X:

“To every sports lover…your dedication, passion and determination make everyone proud.

We also pay homage to the legendary Major Dhyan Chand Ji, whose brilliance inspires generations.

#NationalSportsDay”