PM lauds the children for their exceptional spirit and fortitude
PM emphasises on maintaining good health through yoga and regular habits
PM calls upon children to participate in ‘Ek ped maa ke naam’ campaign for expressing gratitude for Mother earth

ପ୍ରଧାନମନ୍ତ୍ରୀ- ହୃଦୟର କଥା କହିବାକୁ ଚାହୁଁଛି, କିଏ କରିବ?
କୁନି ହିତାଧିକାରୀ-ମୁଁ ହକିର ଚାମ୍ପିଅନ୍, ମୁଁ ହକିରେ 5 ଟି ପଦକ ଜିତିଛି, ମୋ ସ୍କୁଲରେ ମୋର ପରୀକ୍ଷା କରାଯାଇଥିଲା, ମୁଁ ଜାଣିବାକୁ ପାଇଲି ମୋ ହୃଦୟରେ ଛିଦ୍ର ଅଛି, ତେଣୁ ମୁଁ ଏଠାକୁ ଆସିଥିଲି,  ମୋର ଏକ ଅସ୍ତ୍ରୋପଚାର ହୋଇଥିଲା, କିନ୍ତୁ ମୁଁ ବର୍ତ୍ତମାନ ହକି ଖେଳିବାକୁ ସକ୍ଷମ।
ପ୍ରଧାନମନ୍ତ୍ରୀ- ପୁଅ, ତୁମର ଅସ୍ତ୍ରୋପଚାର କେବେ ହେଲା ? 
କୁନି ହିତାଧିକାରୀ -ଏହା ମାତ୍ର 6 ମାସ ପୂର୍ବରୁ ହୋଇଥିଲା ।
ପ୍ରଧାନମନ୍ତ୍ରୀ-  ଆଉ ପୂର୍ବରୁ ଖେଳୁଥିଲ ? 
କୁନି ହିତାଧିକାରୀ -ହଁ। 
ପ୍ରଧାନମନ୍ତ୍ରୀ-  ତୁମେ ଏବେ ବି ଖେଳୁଛ କି?
କୁନି ହିତାଧିକାରୀ - ହଁ। 
ପ୍ରଧାନମନ୍ତ୍ରୀ- ତୁମେ ଆଗକୁ କ’ଣ କରିବାକୁ ଚାହୁଁଛ ? 
କୁନି ହିତାଧିକାରୀ-ମୁଁ ଜଣେ ଡାକ୍ତର ହେବାକୁ ଚାହେଁ। 
ପ୍ରଧାନମନ୍ତ୍ରୀ- ତୁମେ ଡାକ୍ତର ହେବ କି, ଡାକ୍ତର ହୋଇ କ’ଣ କରିବ?
କୁନି ହିତାଧିକାରୀ-ସମସ୍ତ ପିଲାମାନଙ୍କୁ ଚିକିତ୍ସା କରିବି। 
ପ୍ରଧାନମନ୍ତ୍ରୀ- କେବଳ ପିଲାମାନଙ୍କର କରିବ? 
କୁନି ହିତାଧିକାରୀ- ସମସ୍ତଙ୍କର। 
ପ୍ରଧାନମନ୍ତ୍ରୀ- ତୁମେ ଯେତେବେଳେ ଡାକ୍ତର ହେବ, ସେତେବେଳେକୁ ମୁଁ ବୁଢା ହୋଇଯାଇଥିବି, ମୋର   କିଛି କରିବ କି ନାହିଁ ?  
କୁନି ହିତାଧିକାରୀ- କରିବି ।
ପ୍ରଧାନମନ୍ତ୍ରୀ-ନିଶ୍ଚିତ। 
କୁନି ହିତାଧିକାରୀ-ହଁ, ନିଶ୍ଚିତ ଭାବେ କରିବି। 
ପ୍ରଧାନମନ୍ତ୍ରୀ-ଠିକ ଅଛି ।
କୁନି ହିତାଧିକାରୀ-ମୁଁ କେବେ ଭାବି ନ ଥିଲି ଯେ ମୁଁ ଆପଣଙ୍କୁ ଭେଟି ପାରିବି, ମୁଁ ଆଜି ପ୍ରଥମ ଥର ପାଇଁ   ଭେଟିଲି, ମୋତେ ବହୁତ ଭଲ ଲାଗିଲା। 
କୁନି ହିତାଧିକାରୀ- ମୋର ଏକ ବର୍ଷ ପୂର୍ବେ ଅସ୍ତ୍ରୋପଚାର ହୋଇଥିଲା ଏବଂ ମୁଁ ବଡ଼ ହେବା ପରେ ଡାକ୍ତର ହେବାକୁ ଚାହୁଁଛି ଏବଂ ସମସ୍ତଙ୍କୁ ଚିକିତ୍ସା କରିବାକୁ ଚାହୁଁଛି। 
 

କୁନି ହିତାଧିକାରୀ- ମୋର ଏକ ବର୍ଷ ପୂର୍ବେ ଅସ୍ତ୍ରୋପଚାର ହୋଇଥିଲା ଏବଂ ମୁଁ ବଡ଼ ହେବା ପରେ ଡାକ୍ତର ହେବାକୁ ଚାହୁଁଛି ଏବଂ ସମସ୍ତଙ୍କୁ ଚିକିତ୍ସା କରିବାକୁ ଚାହୁଁଛି। 
ପ୍ରଧାନମନ୍ତ୍ରୀ- କେବେ କାନ୍ଦିଥିଲ ? 
କୁନି ହିତାଧିକାରୀ- କାନ୍ଦି ଥିବି, ମନେ ନାହିଁ। 
ପ୍ରଧାନମନ୍ତ୍ରୀ- ଡାକ୍ତର କହୁଥିଲେ ଯେ ତୁମେ ବହୁତ କାନ୍ଦୁଥିଲ। 
କୁନି ହିତାଧିକାରୀ- ଡାକ୍ତର କେବେ କହିଲେ, କହି ନ ନାହାନ୍ତି । 
ପ୍ରଧାନମନ୍ତ୍ରୀ- ନା।
କୁନି ହିତାଧିକାରୀ- ଆପଣଙ୍କୁ ଗୋଟିଏ ଭାଷଣ ଶୁଣାଇବାକୁ ଚାହୁଁଛି।
ପ୍ରଧାନମନ୍ତ୍ରୀ- ହଁ, କୁହ–କୁହ ।
କୁନି ହିତାଧିକାରୀ- ଯଦି ତୁମକୁ ନଦୀ ମିଳୁଛି, ତେବେ ତୁମେ ସମୁଦ୍ରର ସନ୍ଧାନ କର। ସବୁ କାଚ ଭାଙ୍ଗିଯାଏ ପଥରର ଆଘାତରେ, ମାତ୍ର ପଥର ଭାଙ୍ଗିଯିବ ସେହି ପ୍ରକାର କାଚର ସନ୍ଧାନ କର । ତୁମ ପ୍ରାର୍ଥନାରୁ କ’ଣ ହେଲା, ଶତାବ୍ଦୀ ବିତିଗଲା। ପ୍ରାର୍ଥନା ଏଭଳି କର ଯାହା ତୁମ ଜୀବନକୁ ବଦଳେଇ ଦେବ । 
ପ୍ରଧାନମନ୍ତ୍ରୀ- ବାଃ ବାଃ ବାଃ। 
କୁନି ହିତାଧିକାରୀ- 2014ରେ ମୋର ଅସ୍ତ୍ରୋପଚାର ହୋଇଥିଲା, ସେତେବେଳେ ମୋତେ 14 ମାସ ହୋଇଥିଲା, ବର୍ତ୍ତମାନ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ କ୍ରିକେଟରେ ବହୁତ ରୁଚି ରଖେ ।
ପ୍ରଧାନମନ୍ତ୍ରୀ- ତୁମେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରୁଛ, କାରଣ ବର୍ତ୍ତମାନ ତୁମର ଅସ୍ତ୍ରୋପଚାର ହେବା 11 ବର୍ଷ  ହୋଇଗଲାଣି? 
କୁନି ହିତାଧିକାରୀ- ଆଜ୍ଞା ସାର୍। 
ପ୍ରଧାନମନ୍ତ୍ରୀ- ତେବେ ତୁମେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରୁଛ କି? 
କୁନି ହିତାଧିକାରୀ- ଆଜ୍ଞା ସାର୍। 
ପ୍ରଧାନମନ୍ତ୍ରୀ- ଏବେ କିଛି ଅସୁବିଧା ନାହିଁ, 
କୁନି ହିତାଧିକାରୀ-ନା ସାର୍
ପ୍ରଧାନମନ୍ତ୍ରୀ- ଖେଳୁଛ ?
କୁନି ହିତାଧିକାରୀ- ଆଜ୍ଞା ସାର୍। 
ପ୍ରଧାନମନ୍ତ୍ରୀ-କ୍ରିକେଟ ଖେଳ ? 
କୁନି ହିତାଧିକାରୀ- ଆଜ୍ଞା ସାର୍। 
କୁନି ହିତାଧିକାରୀ- ମୋତେ ଆପଣ ସହିତ ମିଶିବାକୁ ଅଛି, ମୁଁ 2 ମିନିଟ ପାଇଁ ଆସିପାରିବି କି 
ପ୍ରଧାନମନ୍ତ୍ରୀ- ପାଖକୁ ଆସିବ, ଆସ। 
ପ୍ରଧାନମନ୍ତ୍ରୀ-କେମିତି ଲାଗୁଥିଲା ଯେତେବେଳେ ଡାକ୍ତରଖାନା ଯିବାକୁ ପଡିଲା, ଔଷଧ ଖାଇବାକୁ ପଡୁଥିଲା,  ଇଞ୍ଜେକ୍ସନ୍ ନେବାକୁ ପଡୁଥିଲା, କେମିତି ଲାଗୁଥିଲା ? 
 

କୁନି ହିତାଧିକାରୀ- ସାର୍ ମୋତେ ଇଞ୍ଜେସନକୁ ଡର ଲାଗୁ ନ ଥିଲା । ସେଥିପାଇଁ ମୋର ଭଲ ଭାବରେ ଅପରେସନ ହେଲା । ମୋତେ ଡର ଲାଗିଲା ନାହିଁ ।
ପ୍ରଧାନମନ୍ତ୍ରୀ- ଆଚ୍ଛା ହଁ, ତମ ଶିକ୍ଷକ କ’ଣ କହୁଥିଲେ ?
କୁନି ହିତାଧିକାରୀ- ମୋ ଶିକ୍ଷକ କହୁଥିଲେ, ତୁମେ ପାଠପଢାରେ ଭଲ ଅଛ, କିନ୍ତୁ, ଟିକେ-ଟିକେ ରହିଯାଉଛ। 
ପ୍ରଧାନମନ୍ତ୍ରୀ- ଆଚ୍ଛା ଏହି କଥା, କିନ୍ତୁ ତୁମେ ସତ କହୁଛ, ତୁମେ ସତ କହିବା ଦ୍ୱାରା ତୁମକୁ ବହୁତ ଲାଭ ମିଳିବ।
କୁନି ହିତାଧିକାରୀ- ମୁଁ ସପ୍ତମ ଶ୍ରେଣୀ ପାଠ ପଢେ । ମୋର ଅପରେସନ ! 
ପ୍ରଧାନମନ୍ତ୍ରୀ- ସପ୍ତମରେ ପଢୁଛ ପୁଅ ? 
କୁନି ହିତାଧିକାରୀ- ଆଜ୍ଞା ସାର୍ !
ପ୍ରଧାନମନ୍ତ୍ରୀ- ତମେ ଖାଉନାହଁ ?
କୁନି ହିତାଧିକାରୀ- ଆଜ୍ଞା ସାର୍, ଖାଉଛି ।
ପ୍ରଧାନମନ୍ତ୍ରୀ- ତୁମେ ଶିକ୍ଷକଙ୍କର ମୁଣ୍ଡ ଖରାପ କରୁଥିବ, ଆଚ୍ଛା କୁହ ।
କୁନି ହିତାଧିକାରୀ- ମୋର ୨୦୨୩ ମସିହାରେ ଅସ୍ତ୍ରୋପଚାର କରାଯାଇଥିଲା ଏବଂ ମୁଁ ବଡ ହେବା ପରେ ଜଣେ ଶିକ୍ଷକ ହେବାକୁ ଚାହେଁ, କାରଣ ଜଣେ ଶିକ୍ଷକ ହେବା ଦ୍ୱାରା ଆମର ଗରିବ ପିଲାମାନଙ୍କର ଉନ୍ନତି ହେବ,ସେମାନଙ୍କୁ ମାଗଣା ଶିକ୍ଷା ଦେବାକୁ ଚାହିଁବି ଏବଂ ଆମର ଦେଶ ଶିକ୍ଷା ମାଧ୍ୟମରେ ପ୍ରଗତି କରିବ । 
ପ୍ରଧାନମନ୍ତ୍ରୀ- ଆପଣମାନେ ସମସ୍ତେ ଜାଣନ୍ତି, ଏ ମାସରେ କାହାର ଶତବାର୍ଷିକୀ ଆରମ୍ଭ ହୋଇଛି ? ସତ୍ୟସାଇ ବାବାଙ୍କ ୧୦୦ବର୍ଷ । ଅନେକ ବର୍ଷ ପୂର୍ବେ ପୁଟାପଟ୍ଟି ପାଖରେ ପାଣିର ଘୋର ଅଭାବ ଥିଲା । ଚାଷ ପାଇଁ ପାଣି ନ ଥିଲା । ପିଇବା ପାଇଁ ମଧ୍ୟ ପାଣିର ଅଭାବ ଥିଲା, ତେଣୁ ସେହି ସମୟରେ ପାଣି ପାଇଁ ଅନେକ ପରିଶ୍ରମ କରିଥିଲେ, ପାଖାପାଖି ୪୦୦ଟି ଗ୍ରାମକୁ ପାନୀୟ ଜଳ ଯୋଗାଉଥିଲେ । ଅର୍ଥାତ୍ ଯଦି କୌଣସି ସରକାରଙ୍କୁ ଏତେ କାମ କରିବାକୁ ପଡେ, ବେଳେ ବେଳେ ତାଙ୍କୁ ବହୁତ ଚିନ୍ତା କରିବାକୁ ପଡ଼େ, ଏବଂ ସେଥିରୁ ଆମ ପାଇଁ ବାର୍ତ୍ତା ହେଉଛି ଯେ ଆମେ ପାଣି ସଞ୍ଚୟ କରିବା ଉଚିତ, ବୃକ୍ଷରୋପଣ କରିବା ଉଚିତ । ଆପଣ ଜାଣନ୍ତି, ମୁଁ ଏକ ଅଭିଯାନ ଚଳାଉଛି- ‘ଗୋଟିଏ ଗଛ ମା’ଙ୍କ ନାମରେ ।’ ସମସ୍ତେ ନିଜ ମା’ଙ୍କୁ ଭଲ ପାଆନ୍ତି, ତେଣୁ  ଆମେ ଆମ ମା’ଙ୍କ ନାମରେ ଗୋଟିଏ ଗଛ ଲଗାଇବା ଉଚିତ। ତେଣୁ ଆମେ ମଧ୍ୟ ପୃଥିବୀ ମାତାର ଋଣ ପରିଶୋଧ କରିବୁ, ଆମେ ମଧ୍ୟ ଆମ ମା’ର ଋଣ ପରିଶୋଧ କରିପାରିବୁ । 
କୁନି ହିତାଧିକାରୀ-ମୋର ନାମ ଅଭିକ, ମୁଁ ପଶ୍ଚିମବଙ୍ଗର, ମୁଁ ବଡ ହୋଇ ଜଣେ ସେନା କର୍ମଚାରୀ ହେବି ଏବଂ ମୋତେ ଦେଶର ସେବା କରିବାକୁ ହେବ । 
ପ୍ରଧାନମନ୍ତ୍ରୀ- ଦେଶର କି ସେବା କରିବ ?
କୁନି ହିତାଧିକାରୀ- ହଁ 
ପ୍ରଧାନମନ୍ତ୍ରୀ- ନିଶ୍ଚିତ ?
କୁନି ହିତାଧିକାରୀ- ହଁ
ପ୍ରଧାନମନ୍ତ୍ରୀ-ତୁମେ କାହିଁକ କରିବ ?
 

କୁନି ହିତାଧିକାରୀ- ଯେହେତୁ ଦେଶର ସୈନିକମାନେ ଆମକୁ ସୁରକ୍ଷା ଦେଉଛନ୍ତି, ମୁଁ ମଧ୍ୟ ସୁରକ୍ଷା ଦେବାକୁ ଚାହୁଁଛି ।
ପ୍ରଧାନମନ୍ତ୍ରୀ- ବାଃ ବାଃ ବାଃ
କୁନି ହିତାଧିକାରୀ- ମୁଁ ହାତ ମିଳାଇବାକୁ ଚାହିୁଁଛି ।
କୁନି ହିତାଧିକାରୀ- ଆପଣଙ୍କୁ ସାକ୍ଷାତ କରିବା, ମୋର ସ୍ୱପ୍ନ ଥିଲା । 
ପ୍ରଧାନମନ୍ତ୍ରୀ- ଆଚ୍ଛା, ସ୍ୱପ୍ନ କେବେ ଆସିଲା, ଆଜି ନା ପୂର୍ବରୁ ଆସିଥିଲା ?
କୁନି ହିତାଧିକାରୀ- ବହୁ ପୂର୍ବରୁ ଥିଲା । 
ପ୍ରଧାନମନ୍ତ୍ରୀ-ମୋତେ ଜାଣିଥିଲ ?
 

କୁନି ହିତାଧିକାରୀ- ନ୍ୟୁଜରେ ଆପଣଙ୍କୁ ଦେଖିଥିଲି । 
 

ପ୍ରଧାନମନ୍ତ୍ରୀ- ମୋତେ ନ୍ୟୁଜ୍‌ରେ ଦେଖିଥିଲ, ଭଲ । ଆପଣମାନଙ୍କ ସହ କଥା ହୋଇ ମୋତେ ବହୁତ ଖୁସି ଲାଗିଲା । ବର୍ତ୍ତମାନ ଯଦି ଆପଣଙ୍କୁ କୌଣସି ଭଲ କାମ କରିବାକୁ ଅଛି, ତେବେ ତାହାର ଉପାୟ ହେଉଛି, ଆମର ଶରୀର, ଏଥିପାଇଁ ଆପଣଙ୍କୁ ବହୁତ ସତର୍କ ରହିବାକୁ ପଡିବ । ରଖିବେ ? ନିଶ୍ଚିତ ରଖିବେ ? ଠିକ୍ ଅଛି ଆପଣଙ୍କୁ ମୋର ବହୁତ-ବହୁତ ଶୁଭକାମନା।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Proud Moment For Every Indian: PM Modi On Sarnath Being Inscribed On UNESCO World Heritage List

Media Coverage

Proud Moment For Every Indian: PM Modi On Sarnath Being Inscribed On UNESCO World Heritage List
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates weightlifter Mirabai Chanu on winning Gold at Commonwealth Games 2026
July 26, 2026

The Prime Minister, Shri Narendra Modi, has congratulated weightlifter Mirabai Chanu on winning the Gold medal in the 48 kg category at the Commonwealth Games 2026.

The Prime Minister said that Mirabai Chanu once again showcased her skills with a stunning performance. Shri Modi noted that with back-to-back Commonwealth Games Gold medals and an overall fourth Commonwealth Games medal to her name, she remains an inspiration for every Indian.

The Prime Minister extended his best wishes to her for her future endeavours.

In a post on X, Shri Modi said;

“Another glorious chapter in Indian Weightlifting!

The talented Mirabai Chanu once again showcased her skills at the Commonwealth Games with a stunning performance in the 48 kg category and winning Gold. With back-to-back Commonwealth Games Golds and an overall fourth CWG medal to her name, she remains an inspiration for every Indian. Congratulations to her! Best wishes for the endeavours ahead. #CWG2026

@mirabai_chanu”