India is ready to protect humanity with not one but two 'Made in India' coronavirus vaccines: PM Modi
When India took stand against terrorism, the world too got the courage to face this challenge: PM
Whenever anyone doubted Indians and India's unity, they were proven wrong: PM Modi
Today, the whole world trusts India: PM Modi

ନମସ୍କାର!

ଦେଶବିଦେଶରେ ରହୁଥିବା ମୋର ଭାରତୀୟ ଭାଇ ଓ ଭଉଣୀମାନେ ।

ନମସ୍କାର!

ଆପଣ ସମସ୍ତଙ୍କୁ 2021ର ଅନେକ ଅନେକ ଶୁଭକାମନା!

ଆଜି ଦୁନିଆର କୋଣ ଅନୁକୋଣରେ ଆମକୁ ଇଂଟରନେଟ୍ ଯୋଡିରଖିଛି ସତ, କିନ୍ତୁ ଆମ ସମସ୍ତଙ୍କ ମନ ସଦାସର୍ବଦା ଭାରତମାତା ସହିତ ଯୋଡି ହୋଇରହିଛି, ଆପଣାପଣ ଦ୍ୱାରା ପରସ୍ପର ସହିତ ଏକାଠି ହୋଇଛି ।

ବନ୍ଧୁଗଣ,

ସାରାବିଶ୍ୱରେ ଭାରତମାତାର ଗୌରବ ବୃଦ୍ଧି କରୁଥିବା ଆପଣଙ୍କ ଭଳି ସାଥୀଙ୍କୁ ପ୍ରତିବର୍ଷ ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରିବାର ପରମ୍ପରା ରହିଛି । ଭାରତରତ୍ନ ସ୍ୱର୍ଗୀୟ ଅଟଳ ବିହାରୀ ବାଜପେୟୀଙ୍କ ମାର୍ଗଦର୍ଶନରେ ଯେଉଁ ଯାତ୍ରା ଆରମ୍ଭ ହୋଇଥିଲା ସେଥିରେ ବର୍ତମାନ ପର୍ଯ୍ୟନ୍ତ 60ଟି ଭିନ୍ନ ଭିନ୍ନ ଦେଶରେ ରହୁଥିବା ପ୍ରାୟ 240 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇସାରିଛି । ଏଥର ମଧ୍ୟ ଏହାର ଘୋଷଣା କରାଯିବ । ସେହିପରି ସାରା ବିଶ୍ୱର ହଜାର ହଜାର ସାଥୀ ଭାରତକୁ ଜାଣନ୍ତୁ କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଏହି ସଂଖ୍ୟା ପ୍ରମାଣ କରୁଛି ଯେ ଦେଶଠାରୁ ଦୂରରେ ରହିଥିଲେ ମଧ୍ୟ ନୂଆ ପିଢୀ ମଧ୍ୟରେ ସଂଯୋଗ ବୃଦ୍ଧି ପାଇବାରେ ଲାଗିଛି । ଏହି କୁଇଜ୍‌ର 15 ଜଣ ବିଜେତା ମଧ୍ୟ ଆଜି ଏହି ଭର୍ଚୁଆଲ୍ ସମାରୋହରେ ଆମ ସହ ଉପସ୍ଥିତ ଅଛନ୍ତି ।

ମୁଁ ସମସ୍ତ ବିଜେତାଙ୍କୁ ଅଭିନନ୍ଦନ ଜଣାଉଛି, ଶୁଭକାମନା ଦେଉଛି । ଏହି କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀ ମଧ୍ୟ ଅଭିନନ୍ଦନର ଅଧିକାରୀ ଅଟନ୍ତି । ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତଙ୍କୁ ମୋର ଏତିକି ନିବେଦନ ଯେ ଆପଣମାନେ ସ୍ଥିର କରନ୍ତୁ ଯେତେବେଳେ ପରବର୍ତୀ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ ସେତେବେଳେ ଆପଣମାନଙ୍କ ପ୍ରଚେଷ୍ଟାରେ ଆହୁରି 10 ଜଣ ନୂଆ ବ୍ୟକ୍ତି ପ୍ରତିଯୋଗିତାରେ ସାମିଲ୍ ହେବେ । ଏହା ଏକ ଶୃଙ୍ଖଳ, ଯାହା ଜାରି ରହିବା ଉଚିତ୍‌, ବଢିବା ଉଚିତ୍ ଏବଂ ନୂୂଆ ନୂଆ ଲୋକଙ୍କୁ ଯୋଡିବା ଉଚିତ୍ । ବିଦେଶର ଅନେକ ଲୋକ ଭାରତକୁ ପଢିବା ପାଇଁ ଆସୁଛନ୍ତି । ପାଠପଢା ଶେଷକରି ନିଜ ଦେଶକୁ ଫେରୁଛନ୍ତି । ସେମାନଙ୍କୁ ମଧ୍ୟ ନିବେଦନ କରିବା ଉଚିତ୍ ଯେ ସେମାନେ ଏହି କୁଇଜ୍ ପ୍ରତିଯୋଗିତା ସହ ଯୋଡି ହୋଇ ଏହାର ଅଗ୍ରଦୂତ ଭାବେ କାର୍ଯ୍ୟ କରନ୍ତୁ । କାରଣ ସମଗ୍ର ବିଶ୍ୱରେ ଭାରତର ପରିଚୟ ସୃଷ୍ଟି କରିବା ପାଇଁ, ନୂଆ ପିଢୀ ଭାରତକୁ ଜାଣିବା ପାଇଁ ଓ ସେମାନଙ୍କ ମନରେ ଜିଜ୍ଞାସା ଉଦ୍ରେକ କରିବା ନିମନ୍ତେ ଏକ ପ୍ରଯୁକ୍ତି ପରିଚାଳିତ ଖୁବ୍ ସରଳ ଉପାୟ ରହିଛି । ଏବଂ ଏଥିପାଇଁ ମୋର ଅନୁରୋଧ ଯେ ଆପଣମାନେ ଏହି ବିଷୟକୁ ଆଗକୁ ବଢାନ୍ତୁ ।

ବନ୍ଧୁଗଣ,

ବିଗତ ବର୍ଷଟି ଆମ ସମସ୍ତଙ୍କ ପାଇଁ ବହୁତ ଆହ୍ୱାନପୂର୍ଣ୍ଣ ବର୍ଷ ଥିଲା । କିନ୍ତୁ ଏହିସବୁ ଆହ୍ୱାନ ମଧ୍ୟରୁ ସମଗ୍ର ବିଶ୍ୱରେ ରହିଥିବା ଆମର ଭାରତୀୟ ବଂଶୋଦ୍ଭବମାନେ ଯେଉଁଭଳିଭାବେ କାର୍ଯ୍ୟ କରିଛନ୍ତି, ନିଜ ନିଜର କର୍ତବ୍ୟ ନିର୍ବାହ କରିଛନ୍ତି, ସେସବୁ ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ । ଏହା ହିଁ ହେଉଛି ଆମର ପରମ୍ପରା, ଏହା ହିଁ ଆମ ମାଟିର ସଂସ୍କାର ।

ଏହି କାରଣରୁ ସାମାଜିକ ଓ ରାଜନୈତିକ ନେତୃତ୍ୱ ନିମନ୍ତେ ସାରା ଦୁନିଆରେ ଭାରତୀୟ ବନ୍ଧୁମାନଙ୍କ ଉପରେ ଭରସା ଅଧିକରୁ ଅଧିକ ମଜବୁତ୍ ହେବାରେ ଲାଗିଛି । ଆଜିର ଏହି ଆୟୋଜନର ମୁଖ୍ୟ ଅତିଥି, ସୁରିନାମର ନୂତନ ରାଷ୍ଟ୍ରପତି ଶ୍ରୀଯୁକ୍ତ ଚନ୍ଦ୍ରିକା ପ୍ରସାଦ ସନ୍ତୋଖି ମହୋଦୟ, ନିଜେ ମଧ୍ୟ ଏହି ସେବା ଭାବନାର ଏକ ଜ୍ୱଳନ୍ତ ଉଦାହରଣ । ଏବଂ ମୁଁ ଏକଥା ମଧ୍ୟ କହିବି ଯେ ଏହି କରୋନା କାଳରେ ବିଦେଶରେ ରହୁଥିବା ଆମର ଅନେକ ଭାରତୀୟ ଭାଇଭଉଣୀମାନେ ମଧ୍ୟ ନିଜର ଜୀବନ ହରାଇଛନ୍ତି, ମୁଁ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଉଛି । ମୁଁ ପ୍ରାର୍ଥନା କରୁଛି ଯେ ପରମାତ୍ମା ତାଙ୍କୁ ଯଥେଷ୍ଟ ଶକ୍ତି ଦିଅନ୍ତୁ ।

ଆଜି ସୁରିନାମର ରାଷ୍ଟ୍ରପତି ମହୋଦୟ ଆବେଗଭରା ଶଦ୍ଦ ଏବଂ ଭାରତ ପ୍ରତି ଥିବା ତାଙ୍କର ସ୍ନେହଭାବ ଦ୍ୱାରା ଆମ ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଛନ୍ତି । ତାଙ୍କର ପ୍ରତ୍ୟେକଟି ଶଦ୍ଦରେ, ପ୍ରତ୍ୟେକ ଭାବରେ ଭାରତ ପ୍ରତି ଥିବା ଅନୁରାଗ ପ୍ରବାହିତ ହେଉଥିଲା, ପ୍ରକଟ ହେଉଥିଲା ଏବଂ ଆମକୁ ଅନୁପ୍ରାଣିତ କରୁଥିଲା ।

ତାଙ୍କରି ଭଳି ମୁଁ ମଧ୍ୟ ଆଶା କରୁଛି ଯେ ଆମେ ଖୁବଶୀଘ୍ର ଏକାଠି ହେବା ଏବଂ ଭାରତରେ ସୁରିନାମର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଆମକୁ ଅବସର ମିଳିବ । ବିଗତ ବର୍ଷରେ ପ୍ରବାସୀ ଭାରତୀୟ ମାନେ ପ୍ରତିଟି କ୍ଷେତ୍ରରେ ନିଜର ପରିଚୟକୁ ଆହୁରି ମଜବୁତ୍ କରିଛନ୍ତି ।

ବନ୍ଧୁଗଣ,

ଗତ କିଛି ମାସ ମଧ୍ୟରେ ଅନେକ ରାଷ୍ଟ୍ରମୁଖ୍ୟଙ୍କ ସହ ମୋର ଆଲୋଚନା ହୋଇଛି । ପ୍ରବାସୀ ଭାରତୀୟ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଏବଂ ସାଧାରଣ ଭାରତୀୟ ନାଗରିକଙ୍କ ଦ୍ୱାରା କିଭଳି ଭାବରେ ମନ୍ଦିର ହେଉ କିମ୍ବା ଗୁରୁଦ୍ୱାର ଲଙ୍ଗରର ପରମ୍ପରା ହେଉ, ଅଥବା ଅନେକ ଛୋଟବଡ ସାମାଜିକ, ସାଂସ୍କୃତିକ, ଧାର୍ମିକ ସଂଗଠନଗୁଡିକ ଯେଭଳି ସେବାଭାବ ପ୍ରଦର୍ଶନ କରିଛନ୍ତି ସେସମ୍ପର୍କରେ ରାଷ୍ଟ୍ରମୁଖ୍ୟମାନେ ବିଶେଷ ଭାବେ ଉଲ୍ଲେଖ କରିଛନ୍ତି । ଏହି କଠିନ ପରିସ୍ଥିତିରେ ମଧ୍ୟ ସେମାନେ ପ୍ରତିଟି ନାଗରିକର ସେବା କରିଛନ୍ତି । ଦୁନିଆର ପ୍ରତିଟି ଦେଶରେ ମୁଁ ଯେତେବେଳେ ଏ ସମ୍ପର୍କରେ ଶୁଣେ ସେତେବେଳେ ମତେ କେତେ ଗର୍ବ ଅନୁଭୂତ ହେଉନଥିବ ! ଆପଣମାନେ କଳ୍ପନା କରନ୍ତୁ, ଯେତେବେଳେ ଟେଲିଫୋନ୍ ଯୋଗେ ଆପଣମାନଙ୍କ ପ୍ରଶଂସା ଶୁଣୁଥିଲି ଏବଂ ବିଶ୍ୱର ପ୍ରତ୍ୟେକ ନେତା ଦୀର୍ଘ ସମୟଧରି ଆପଣମାନଙ୍କ ଗୁଣଗାନ କରୁଥିଲେ ଏବଂ ସେସବୁ କଥାକୁ ମୁଁ ଯେତେବେଳେ ମୋର ବନ୍ଧୁମାନଙ୍କ ସହ ବାଂଟୁଥିଲି ସେତେବେଳେ ସମସ୍ତଙ୍କ ମନ ଆନନ୍ଦରେ ଭରି ଉଠୁଥିଲା, ଗୌରବାନ୍ୱିତ ହେଉଥିଲା । ଆପଣମାନଙ୍କର ଏଭଳି ସଂସ୍କାର ବିଶ୍ୱର କୋଣ ଅନୁକୋଣରେ ଆତ୍ମପ୍ରକାଶ ପାଉଛି । ଏଭଳି କେଉଁ ଭାରତୀୟ ଥିବ ଯାହାକୁ ଏହା ଭଲ ଲାଗୁନଥିବ ।

ଯେଉଁଠାରେ ଆପଣମାନେ ରହୁଛନ୍ତି କେବଳ ସେସବୁ ସ୍ଥାନରେ ନୁହେଁ ବରଂ ଭାରତରେ ମଧ୍ୟ କୋଭିଡ୍ ସହ ଚାଲିଥିବା ସଂଗ୍ରାମରେ ଆପଣମାନେ ସବୁପ୍ରକାର ସହଯୋଗ କରିଛନ୍ତି । ପିଏମ୍ କେୟାର୍‌ରେ ଆପଣମାନଙ୍କ ଅବଦାନ ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସଶକ୍ତ କରିବାରେ ସହାୟକ ହୋଇଛି ।

ଏଥିପାଇଁ ମୁଁ ଆପଣ ସମସ୍ତଙ୍କୁ କୃତଜ୍ଞତା ଦେଉଛି । ବନ୍ଧୁଗଣ, ଆମେ ଏକଥା ଗର୍ବର ସହିତ କହିବା ଯେ ଭାରତର ମହାନ୍ ସନ୍ଥ ଓ ଦାର୍ଶନିକ, ସନ୍ଥ ଥିରୁବଲ୍ଲୁବର ସବୁଠାରୁ ପ୍ରାଚୀନ ଭାଷା ତାମିଲରେ ବିଶ୍ୱକୁ କହିଥିଲେ-

କେଏ-ଡରିୟାକ କେଟୁଅ ବଡନଗୁଣ୍ଡା ।

ନାଇନପ ନାଟ୍ଟିନ ତଲ୍ଲଇ ।

ଏହାର ଅର୍ଥ ହେଉଛି ବିଶ୍ୱର ସର୍ବଶ୍ରେଷ୍ଠ ମାଟି ହେଉଛି ସେ, ଯେ ନିଜ ବିରୋଧିଙ୍କ ଠାରୁ ମନ୍ଦ କଥା ଶିଖେ ନାହିଁ ଏବଂ ନିଜର ଅସୁବିଧା ସମୟରେ ମଧ୍ୟ ଅନ୍ୟର କଲ୍ୟାଣରେ କଦାପି ଉଣା କରେନାହିଁ ।

 

ବନ୍ଧୁଗଣ,

ଆପଣମାନେ ସମସ୍ତେ ଏହି ମନ୍ତ୍ରକୁ ଅନୁପାଳନ କରିଛନ୍ତି, ଏହାକୁ ନିଜ ଜୀବନରେ ପ୍ରତିଫଳିତ କରିଛନ୍ତି । ଏହା ସଦାସର୍ବଦା ଭାରତର ବିଶେଷତ୍ୱ ଭାବେ ରହିଆସିଛି । ଶାନ୍ତି ହେଉ କିମ୍ବା ସଙ୍କଟର ସମୟ ହେଉ ଆମେ ଭାରତୀୟମାନେ ପ୍ରତ୍ୟେକ ପରିସ୍ଥିତିର ସବୁବେଳେ ଦୃଢତାର ସହ ମୁକାବିଲା କରିଛୁ । ଯେତେବେଳେ ଭାରତ ଉପନିବେଶବାଦ ବିରୁଦ୍ଧରେ ସଂଗ୍ରାମ ଆରମ୍ଭ କଲା ସେତେବେଳେ ବିଶ୍ୱର ଅନେକ ଦେଶରେ ସ୍ୱାଧୀନତା ସଂଗ୍ରାମ ପାଇଁ ଏହା ପ୍ରେରଣା ପାଲଟି ଯାଇଥିଲା । ଯେତେବେଳେ ଭାରତ ସନ୍ତ୍ରାସବାଦର ସାମନା କରିବା ଆରମ୍ଭ କଲା ସେତେବେଳେ ସାରା ବିଶ୍ୱକୁ ଏହି ଆହ୍ୱାନ ବିରୁଦ୍ଧରେ ଲଢେଇ ପାଇଁ ସାହସ ମିଳିଲା ।

ବନ୍ଧୁଗଣ,

ଭାରତ ଆଜି ଦୁର୍ନୀତିର ଅନ୍ତ କରିବା ପାଇଁ ବୈଷୟିକ ଜ୍ଞାନକୌଶଳର ଅଧିକରୁ ଅଧିକ ବ୍ୟବହାର କରିବା ଆରମ୍ଭ କରିଛି । ପୂର୍ବେ ବିଭିନ୍ନ ତୃଟିବିଚ୍ୟୁତି ଯୋଗୁଁ ଲକ୍ଷ ଲକ୍ଷ କୋଟି ଟଙ୍କା ଭୁଲ ଲୋକ ହାତରେ ପହଂଚୁଥିଲା ସେସବୁ ଆଜି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ପହଂଚିଯାଉଛି । ଆପଣମାନେ ଦେଖିଥିବେ ଭାରତ ଯେଉଁସବୁ ନୂତନ ବ୍ୟବସ୍ଥା ବିକଶିତ କରିଛି କରୋନାର ସମୟରେ ସେସବୁକୁ ବିଶ୍ୱସ୍ତରୀୟ ସଂଗଠନଗୁଡିକ ପକ୍ଷରୁ ପ୍ରଶଂସା ମିଳିଛି ।

ଆଧୁନିକ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଦରିଦ୍ରରୁ ଦରିଦ୍ରତମ ବ୍ୟକ୍ତିକୁ ସଶକ୍ତ କରିବା ପାଇଁ ଭାରତରେ ଆଜି ଯେଉଁ ଅଭିଯାନ ଚାଲିଛି, ବିଶ୍ୱର କୋଣ ଅନୁକୋଣରେ, ପ୍ରତିଟି ସ୍ତରରେ ତାହାର ଚର୍ଚ୍ଚା ହେଉଛି । ଭାଇ ଓ ଭଉଣୀମାନେ, ନବୀକରଣୀୟ ଶକ୍ତି କ୍ଷେତ୍ରରେ ବିକାଶଶୀଳ ବିଶ୍ୱର କୌଣସି ଦେଶ ମଧ୍ୟ ନେତୃତ୍ୱ ନେଇପାରେ ଆମେମାନେ ତାହା ଦେଖାଇ ଦେଇଛୁ । ଭାରତ ଦ୍ୱାରା ପ୍ରଦତ 'One Sun, One World, One Gridmantra' ମନ୍ତ୍ର ସାରା ଦୁନିଆକୁ ପସନ୍ଦ ଆସିଛି ।

ବନ୍ଧୁଗଣ,

ଭାରତର ଇତିହାସ ସାକ୍ଷୀ ଅଛି ଯେ ଭାରତର ସାମର୍ଥ୍ୟ ଓ ଭାରତୀୟମାନଙ୍କ ସାମର୍ଥ୍ୟକୁ ନେଇ ଯେବେବି କାହା ମନରେ ସନ୍ଦେହ ସୃଷ୍ଟି ହୋଇଛି ସବୁବେଳେ ସେହି ସନ୍ଦେହ ଭୁଲ ପ୍ରମାଣିତ ହୋଇଛି । ପରାଧୀନତା କାଳରେ ବିଦେଶର ବଡ ବଡ ବିଦ୍ୱାନ କହୁଥିଲେ ଯେ ଭାରତ ସ୍ୱାଧୀନ ହୋଇପାରିବ ନାହିଁ କାରଣ ଏହି ଦେଶ ବହୁ ଭାବରେ ବିଭାଜିତ ହୋଇଯାଇଛି । ସେହି ସନ୍ଦେହ ଭୁଲ୍ ପ୍ରମାଣିତ ହୋଇଥିଲା ଏବଂ ଆମମୋନେ ସ୍ୱାଧୀନତା ହାସଲ କରିଥିଲୁ ।

ବନ୍ଧୁଗଣ,

ଯେତେବେଳେ ଭାରତକୁ ସ୍ୱାଧୀନତା ପ୍ରାପ୍ତି ହେଲା ସେତେବେଳେ ଏକଥା ମଧ୍ୟ କୁହାଗଲା ଯେ ଏତେ ଗରିବ ଓ ଏତେ ଅଶିକ୍ଷିତ ଲୋକ ଥିବା ଭାରତ ଭାଙ୍ଗିଯିବ, ବିକ୍ଷିପ୍ତ ହୋଇଯିବ, ଗଣତନ୍ତ୍ର ଏଠି ତିଷ୍ଠି ରହିବା ଅସମ୍ଭବ । କିନ୍ତୁ ଆଜିର ବାସ୍ତବତା ହେଉଛି ଯେ ଭାରତ ଏକଜୁଟ୍ ବି ଅଛି ଏବଂ ଯଦି ବିଶ୍ୱର କୌଣସିଠାରେ ଗଣତନ୍ତ୍ର ସୁଦୃଢ ଅଛି, ଚଳଚଂଚଳ ଅଛି ଏବଂ ଜୀବନ୍ତ ଅଛି ତେବେ ତାହା ଭାରତରେ ହିଁ ଅଛି ।

ଭାଇ ଓ ଭଉଣୀମାନେ,

ସ୍ୱାଧୀନତା ପ୍ରାପ୍ତିର ପରବର୍ତୀ ଦଶକ ପର୍ଯ୍ୟନ୍ତ ଏହି ଧାରଣା ମଧ୍ୟ ଦିଆଯାଇଥିଲା ଯେ ଭାରତ ଦରିଦ୍ର-ଅଶିକ୍ଷିତ ଅଟେ, ଏଥିପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ ସମ୍ଭାବନା କ୍ଷୀଣ ରହିବାର ଆକଳନ କରାଯାଉଥିଲା । ଆଜି ଭାରତର ମହାକାଶ କାର୍ଯ୍ୟକ୍ରମ, ଆମର ପ୍ରଯୁକ୍ତି ଷ୍ଟାର୍ଟ ଅପ୍ ବାତାବରଣ ଦୁନିଆରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । କୋଭିଡର ଆହ୍ୱାନଭରା ବର୍ଷରେ ମଧ୍ୟ ଅନେକ ୟୁନିକର୍ନ ଓ ଶହଶହ ନୂଆ ପ୍ରଯୁକ୍ତି ଷ୍ଟାର୍ଟଅପ୍ ଭାରତରୁ ହିଁ ବାହାରିଛି ।

ବନ୍ଧୁଗଣ,

ମହାମାରୀର ଏହି ସମୟରେ ଭାରତ ପୁଣିଥରେ ଦେଖାଇଦେଲା ଯେ ଆମର ସାମର୍ଥ୍ୟ କ’ଣ, ଆମର କ୍ଷମତା କେତେ? ଏତେବଡ ଗଣତାନ୍ତ୍ରିକ ରାଷ୍ଟ୍ର ଯେଉଁଭଳି ଏକତାର ସହିତ ଦଣ୍ଡାୟମାନ ହେଲା ତାହାର ଉଦାହରଣ ଦୁନିଆରେ ମିଳିବ ନାହିଁ । ପିପିଇ କିଟ୍ ହେଉ, ମାସ୍କ ହେଉ, ଭେଂଟିଲେଟର ହେଉ, ଟେଷ୍ଟିଂ କିଟ୍ ହେଉ ଏସମସ୍ତ ଉପକରଣକୁ ଭାରତ ବିଦେଶରୁ ଆମଦାନୀ କରୁଥିଲା ।

ଆଜି ଏହି କରୋନା କାଳଖଣ୍ଡ ମଧ୍ୟରେ ହିଁ ଭାରତ ନିଜର ଶକ୍ତି ବୃଦ୍ଧି କରିଛି ଏବଂ ଆଜି ଦେଶ ଏସବୁ କ୍ଷେତ୍ରରେ କେବଳ ଆତ୍ମନିର୍ଭର ହୋଇନାହିଁ ବରଂ ଏସବୁ ମଧ୍ୟରୁ ଅନେକ ଉତ୍ପାଦର ରପ୍ତାନୀ ମଧ୍ୟ କରିବା ଆରମ୍ଭ କରିଛି । ଆଜି ଭାରତ ବିଶ୍ୱର ସବୁଠାରୁ କମ୍ ମୃତ୍ୟୁହାର ଓ ସବୁଠାରୁ ଦୃତ ଆରୋଗ୍ୟହାର ରହିଥିବା ଦେଶ ମଧ୍ୟରେ ଅନ୍ୟତମ ।

ଆଜି ଭାରତ ଗୋଟିଏ ନୁହେଁ ବରଂ ଦୁଇଟି କରୋନା ଟିକା ସହିତ ମାନବ ଜାତିର ସୁରକ୍ଷା ପାଇଁ ପ୍ରସ୍ତୁତ ଅଛି । ବିଶ୍ୱର ଭେଷଜାଳୟ ହୋଇଥିବା କାରଣରୁ ଦୁନିଆର ପ୍ରତ୍ୟେକ ଆବଶ୍ୟକତା ଥିବା ଲୋକ ପାଖରେ ଜରୁରୀ ଔଷଧ ପହଂଚାଇବାର କାର୍ଯ୍ୟ ଭାରତ ପୂର୍ବରୁ କରିଆସିଛି ଏବଂ ଆଜିବି କରୁଛି । ବିଶ୍ୱ ଆଜି କେବଳ ଭାରତରେ ବିକଶିତ ଟିକାର ପ୍ରତୀକ୍ଷା କରିନାହିଁ ବରଂ ଦୁନିଆର ବିଶାଳତମ ଟିକାକରଣ ଅଭିଯାନର ଭାରତ କିପରି ପରିଚାଳନା କରିବାକୁ ଯାଉଛି ତାହା ଉପରେ ମଧ୍ୟ ତୀକ୍ଷ୍‌ଣ ନଜର ରଖିଛି ।

ବନ୍ଧୁଗଣ,

ଏହି ବୈଶ୍ୱିକ ମହାମାରୀ ସମୟରେ ଭାରତ ଯେଉଁ ଶିକ୍ଷାଲାଭ କରିଛି ତାହା ଏବେ ଆତ୍ମନିର୍ଭର ଭାରତ ଅଭିଯାନର ପ୍ରେରଣା ପାଲଟିଯାଇଛି ।

ଆମର ଏଠାରେ କୁହାଯାଏ – ଶତହସ୍ତ ସମାହ ସହସ୍ରହସ୍ତ ସଂ କିର ଏହାର ଅର୍ଥ ହେଉଛି ଶହେ ହାତରେ ଅର୍ଜନ କର, ହଜାରେ ହାତରେ ବାଂଟ । ଏହା ହିଁ ଭାରତର ଆତ୍ମନିର୍ଭରତାର ମୂଳ ଭାବନା । କୋଟି କୋଟି ଭାରତୀୟଙ୍କ ପରିଶ୍ରମରୁ ଯେଉଁ ଉତ୍ପାଦ ଭାରତରେ ପ୍ରସ୍ତୁତ ହେବ, ଯେଉଁ ସମାଧାନର ସୂତ୍ର ଭାରତରୁ ବାହାରିବ, ସେସବୁ ସାରା ବିଶ୍ୱ ପାଇଁ ସୁଫଳ ଆଣିଦେବ ।

ୱାଇ-ଟୁ-କେ ସମୟରେ ଭାରତର କିଭଳି ଭୂମିକା ରହିଥିଲା, ଏହି କଠିନ ସମୟରେ ଭାରତ କିଭଳି ଭାବରେ ବିଶ୍ୱକୁ ଚିନ୍ତାମୁକ୍ତ କରିଥିଲା ଏବଂ ଆମର ଭେଷଜ ଶିଳ୍ପର କ’ଣ ଭୂମିକା ଥିଲା ସେସବୁକୁ ବିଶ୍ୱ କେବେବି ଭୁଲିପାରିବ ନାହିଁ । ଏଥିରୁ ପ୍ରମାଣିତ ହେଉଛି ଯେ ଭାରତ ଯେଉଁ କ୍ଷେତ୍ରରେ ବି ସାମର୍ଥ୍ୟ ହାସଲ କରେ ତାହାର ସୁଫଳ ସାରା ବିଶ୍ୱରେ ପହଂଚେ ।

ବନ୍ଧୁଗଣ,

ଆଜି ସାରା ବିଶ୍ୱର ଯଦି ଭାରତ ଉପରେ ଏତେ ଅଧିକ ବିଶ୍ୱାସ ରହିଛି, ତାହେଲେ ଏଥିରେ ଆପଣମାନଙ୍କ ଭଳି ପ୍ରବାସୀ ଭାରତୀୟମାନଙ୍କର ବହୁତ ବଡ ଯୋଗଦାନ ରହିଛି । ଆପଣମାନେ ଯେଉଁଠି ବି ଯାଇଛନ୍ତି, ଭାରତକୁ, ଭାରତୀୟତାକୁ ସାଥିରେ ଧରି ଯାଇଛନ୍ତି । ଆପଣମାନେ ଭାରତୀୟତାକୁ ଜିଇଁଛନ୍ତି, ଆପଣମାନେ ଭାରତୀୟତା ଦ୍ୱାରା ଜନସାଧାରଣଙ୍କୁ ଜାଗ୍ରତ କରିଛନ୍ତି । ଏବଂ ଆପଣମାନେ ଦେଖନ୍ତୁ ଖାଦ୍ୟ ହେଉ ବା ଫ୍ୟାଶନ୍‌, ପାରିବାରିକ ମୂଲ୍ୟବୋଧ ହେଉ ଅଥବା ବ୍ୟାବସାୟିକ ମୂଲ୍ୟବୋଧ, ଆପଣମାନେ ଭାରତୀୟତାର ପ୍ରସାର କରିଛନ୍ତି ।

ମୁଁ ଏକଥା ସବୁବେଳେ ସ୍ୱୀକାର କରିଆସିଛି ଯେ ଭାରତର ସଂସ୍କୃତି ଯଦି ସାରା ଦୁନିଆରେ ଲୋକପ୍ରିୟ ହୋଇଛି ତେବେ ମ୍ୟାଗଜିନ୍‌, ରାନ୍ଧଣା ବହି କିମ୍ବା ପୁସ୍ତିକାଠାରୁ ଅଧିକ ଆପଣମାନଙ୍କ ଜୀବନଶୈଳୀ, ଆପଣମାନଙ୍କ ଆଚରଣ ଓ ବ୍ୟବହାର କାରଣରୁ ଏସବୁ ସମ୍ଭବ ହୋଇପାରିଛି ।

ଭାରତ କଦାପି ବିଶ୍ୱ ଉପରେ କିଛି ଲଦି ଦେଇନାହିଁ, ଲଦିବାର ପ୍ରୟାସ ମଧ୍ୟ କରିନାହିଁ, ଲଦିବା ପାଇଁ କେବେ ମଧ୍ୟ ଚିନ୍ତା କରିନାହିଁ । ବରଂ ସାରା ଦୁନିଆରେ ଆପଣମାନେ ଭାରତ ପାଇଁ ଏକ ଜିଜ୍ଞାସା ସୃଷ୍ଟି କରିଛନ୍ତି, ଏକ ଆଗ୍ରହ ସୃଷ୍ଟି କରିଛନ୍ତି । ହୁଏତ ଏହା କୌତୁହଳରୁ ସୃଷ୍ଟି ହୋଇଥାଇପାରେ କିନ୍ତୁ ପରେ ଏହା ଲୋକାଚାରରେ ପରିଣତ ହୋଇଯାଇଛି ।

ଆଜି ଯେତେବେଳେ ଭାରତ ଆତ୍ମନିର୍ଭର ହେବା ପଥରେ ଅଗ୍ରସର ହେଉଛି ସେତେବେଳେ ବ୍ରାଣ୍ଡ ଇଣ୍ଡିଆର ପରିଚୟକୁ ଆହୁରି ମଜବୁତ୍ କରିବାରେ ଆପଣମାନେ ଗୁରୁତ୍ୱପୂର୍ଣ୍ଣ ଭୂମିିକା ନିର୍ବାହ କରୁଛନ୍ତି । ଯେତେବେଳେ ଆପଣମାନେ ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦର ଅଧିକରୁ ଅଧିକ ବ୍ୟବହାର କରିବେ ତାହେଲେ ଆପଣମାନଙ୍କ ଆଖପାଖରେ ରହୁଥିବା ଲୋକଙ୍କ ଭିତରେ ମଧ୍ୟ ଏସବୁ ଉପରେ ବିଶ୍ୱାସ ବଢିବ । ଆପଣମାନଙ୍କ ସହକର୍ମୀ, ସାଙ୍ଗସାଥୀଙ୍କୁ ଯେତେବେଳେ ଆପଣମାନେ ମେଡ ଇନ୍ ଇଣ୍ଡିଆର ଉତ୍ପାଦ ବ୍ୟବହାର କରୁଥିବାର ଦେଖିବେ ସେତେବେଳେ ଆପଣମାନଙ୍କୁ କ’ଣ ଗର୍ବ ଅନୁଭୂତ ହେବ ନାହିଁ?

ଚା’ ଠାରୁ ନେଇ ବସ୍ତ୍ର ଏବଂ ଥେରାପି ପର୍ଯ୍ୟନ୍ତ କିଛି ବି ହୋଇପାରେ । ଯେତେବେଳେ ସାରା ଦୁନିଆରେ ଖଦୀ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟୁଛି ସେତେବେଳେ ମୁଁ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛି । ଏହାଦ୍ୱାରା ଆପଣମାନେ ଭାରତୀୟ ସାମଗ୍ରୀର ରପ୍ତାନୀ ପରିମାଣ ତ ବୃଦ୍ଧି କରାଇବେ, ଏଥିସହିତ ଭାରତର ସମୃଦ୍ଧ ବିବିଧତାକୁ ମଧ୍ୟ ବିଶ୍ୱସ୍ତରରେ ପହଂଚାଇ ପାରିବେ ।

ସବୁଠାରୁ ବଡ କଥା ହେଉଛି, ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଆପଣମାନେ ଦୁନିଆର ଗରିବରୁ ଗରିବ ବ୍ୟକ୍ତି ପର୍ଯ୍ୟନ୍ତ ସୁଲଭ ଏବଂ ଉତ୍କୃଷ୍ଟ ସମାଧାନ ପହଂଚାଇବାର ମାଧ୍ୟମ ପାଲଟିବେ ।

ବନ୍ଧୁଗଣ,

ଭାରତରେ ପୁଞ୍ଜିନିବେଶ ହେଉ କିମ୍ବା ଅଧିକ ପରିମାଣର ଅର୍ଥ ପ୍ରେରଣ ହେଉ, ଆପଣମାନଙ୍କ ଯୋଗଦାନ ଅତୁଳନୀୟ ଅଟେ । ଆପଣମାନଙ୍କ ବିଶେଷ ଜ୍ଞାନ, ପୁଞ୍ଜିିନବେଶ, ଆପଣମାନଙ୍କ ନେଟୱର୍କ ଓ ଅନୁଭବର ଲାଭକୁ ନେଇ ପ୍ରତ୍ୟେକ ଭାରତୀୟ ଓ ସମଗ୍ର ଭାରତ ସଦାସର୍ବଦା ଗୌରବ ଅନୁଭବ କରେ । ଦେଶ ଆପଣମାନଙ୍କ ସଫଳତା ପାଇଁ ସବୁବେଳେ ଆତୁର ରହିଥାଏ । ଏଥିପାଇଁ ପ୍ରତିଟି ଆବଶ୍ୟକ ପଦକ୍ଷେପ ମଧ୍ୟ ନିଆଯାଉଛି ।

ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ଏକଥା ଜାଣିଛନ୍ତି ଯେ କିଛି ସପ୍ତାହ ପୂର୍ବରୁ ପ୍ରଥମଥର ପାଇଁ “ବୈଶ୍ୱିକ ଭାରତୀୟ ବୈଜ୍ଞାନିକ ସମିତି (ବୈଭବ)”ର ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ 70 ଟି ଦେଶର 25 ହଜାରରୁ ଅଧିକ ବୈଜ୍ଞାନିକ ଏବଂ ବିଶେଷଜ୍ଞମାନେ ପ୍ରାୟ ସାଢେ 7 ଘଂଟା ଧରି ବଚାରବିମର୍ଷ କରିଥିଲେ ।

ଏଥିରେ 80 ଟି ବିଷୟବସ୍ତୁ ଉପରେ ପ୍ରାୟ 100 ଟି ରିପୋର୍ଟ ବାହାରିଥିଲା, ଯାହା ବିଭିନ୍ନ କ୍ଷେତ୍ରରେ ଟେକ୍ନୋଲୋଜି ଓ ନବୋନ୍ମେଷର ବିକାଶରେ କାମରେ ଆସିବ । ଏହି ଆଲୋଚନା ଏଭଳି ଆଗକୁ ଜାରି ରହିବ । ଏହାଛଡା ଗତ କିଛି ମାସ ମଧ୍ୟରେ ଭାରତ ଶିକ୍ଷାଠାରୁ ନେଇ ଉଦ୍ୟୋଗ ପର୍ଯ୍ୟନ୍ତ ଅର୍ଥପୂର୍ଣ୍ଣ ପରିବର୍ତନ ପାଇଁ ଆବଶ୍ୟକ ଢାଂଚାଗତ ସଂସ୍କାର ଆଣିଛି । ଏହାଦ୍ୱାରା ଆପଣମାନଙ୍କ ପାଇଁ ପୁଞ୍ଜିନିବେଶ ସୁଯୋଗର ବିସ୍ତାର ହୋଇପାରିଛି ।

ନିର୍ମାଣକୁ ପ୍ରୋତ୍ସାହନ ଯୋଗାଇଦେବା ନିମନ୍ତେ ଉତ୍ପାଦନ ସଂଲଗ୍ନ ରିହାତି ଯୋଜନା ବହୁତ ଅଳ୍ପ ସମୟ ମଧ୍ୟରେ ଖୁବ୍ ଲୋକପ୍ରିୟ ହୋଇପାରିଛି ଏବଂ ଆପଣମାନେ ମଧ୍ୟ ଏହାର ପ୍ରଚୁର ଫାଇଦା ଉଠାଇ ପାରିବେ ।

ବନ୍ଧୁଗଣ,

ଭାରତ ସରକାର ସବୁ ମୁହୁର୍ତରେ ଆପଣଙ୍କ ସାଥିରେ ଆପଣଙ୍କ ପାଇଁ ଛିଡା ହୋଇଛନ୍ତି । ସାରା ବିଶ୍ୱରେ କରୋନା ଲକଡାଉନ୍ ଯୋଗୁଁ ବିଦେଶରେ ଫସିରହିଥିବା 45 ଲକ୍ଷରୁ ଅଧିକ ଭାରତୀୟଙ୍କୁ ବନ୍ଦେ ଭାରତ ମିଶନ୍ ଜରିଆରେ ସ୍ୱଦେଶକୁ ଫେରାଇ ଅଣାଯାଇ ପାରିଛି । ବିଦେଶରେ ଭାରତୀୟ ସମୁଦାୟକୁ ଠିକ୍ ସମୟରେ ଉପଯୁକ୍ତ ସହାୟତା ମିଳୁ, ସେଥିପାଇଁ ଯଥାସମ୍ଭବ ପ୍ରୟାସ କରାଯାଇଛି । ମହାମାରୀ କାରଣରୁ ବିଦେଶରେ ଭାରତୀୟମାନଙ୍କ ରୋଜଗାର ସୁରକ୍ଷିତ ରହୁ ସେଥିପାଇଁ କୂଟନୈତିକ ସ୍ତରରେ ଯଥାସମ୍ଭବ ପ୍ରୟାସ ହୋଇଛି ।

ଉପସାଗରୀୟ ଦେଶ ସମେତ ଅନେକ ଦେଶରୁ ଫେରିଥିବା ବନ୍ଧୁମାନଙ୍କ ପାଇଁ 'Skilled Workers Arrival Database for Employment Support' ଅର୍ଥାତ୍ ସ୍ୱଦେଶ ନାମରେ ଏକ ନୂଆ ଅଭିଯାନ ଆରମ୍ଭ ହୋଇଛି । ଏହି ଡାଟାବେସ୍‌ର ଉଦ୍ଦେଶ୍ୟ ହେଉଛି ବନ୍ଦେ ଭାରତ ମିଶନ୍ ଜରିଆରେ ସ୍ୱଦେଶ ଫେରିଥିବା କର୍ମଚାରୀମାନଙ୍କର ଦକ୍ଷତା ନିରୂପଣ କରିବା ଏବଂ ସେମାନଙ୍କୁ ଭାରତୀୟ ତଥା ବିଦେଶୀ କମ୍ପାନି ସହିତ ଯୋଡିବା ।

ଏହିଭଳି ଭାବରେ ସମଗ୍ର ବିଶ୍ୱରେ ରହୁଥିବା ଭାରତୀୟ ସମୁଦାୟ ସହିତ ଉନ୍ନତ ଯୋଗାଯୋଗ ନିମନ୍ତେ ରିସ୍ତା ନାମକ ଏକ ନୂଆ ପୋର୍ଟାଲର ଶୁଭାରମ୍ଭ କରାଯାଇଛି । ଏହି ପୋର୍ଟାଲ୍ ଯୋଗେ ସଙ୍କଟ ସମୟରେ ନିଜ ସମୁଦାୟ ସହିତ ଯୋଗାଯୋଗ ସ୍ଥାପନ କରିବା, ସେମାନଙ୍କ ନିକଟରେ ଶୀଘ୍ର ପହଂଚିବା ସହଜ ହେବ । ଏହି ପୋର୍ଟାଲ୍ ଦ୍ୱାରା ସାରା ବିଶ୍ୱରେ ରହୁଥିବା ଆମର ସାଥୀମାନଙ୍କର ବିଶେଷ ଜ୍ଞାନ ଭାରତର ବିକାଶରେ ଉପଯୋଗ କରିବାରେ ସହାୟତା ମିଳିପାରିବ ।

ବନ୍ଧୁଗଣ,

ଆମେ ସ୍ୱାଧୀନତାର 75 ତମ ବର୍ଷ ଆଡକୁ ଅଗ୍ରସର ହେଉଛୁ । ଆଗାମୀ ପ୍ରବାସୀ ଭାରତୀୟ ଦିବସ ସ୍ୱାଧୀନତାର 75 ବର୍ଷ ସମାରୋହ ସହିତ ମଧ୍ୟ ସଂଯୁକ୍ତ ହେବ ।

ମହାତ୍ମାଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ସ୍ୱାମୀ ବିବେକାନନ୍ଦଙ୍କ ଭଳି ଅଗଣିତ ମହାନ୍ ବ୍ୟକ୍ତିଙ୍କ ପ୍ରେରଣା ଦ୍ୱାରା ସମଗ୍ର ବିଶ୍ୱର ଭାରତୀୟ ସମୁଦାୟ ଦେଶର ସ୍ୱାଧୀନତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରିଛନ୍ତି । ଏଭଳି ସ୍ଥିତିରେ ଏହି ସମୟ ସେହି ସାଥୀମାନଙ୍କୁ, ସେହି ଜବାନଙ୍କୁ ମଧ୍ୟ ସ୍ମରଣ କରିବାର ମୁହୂର୍ତ, ଯେଉଁମାନେ ଭାରତ ବାହାରେ ରହି ମଧ୍ୟ ଭାରତର ସ୍ୱାଧୀନତା ପାଇଁ ବହୁତ କିଛି କରିଛନ୍ତି ।

ସମଗ୍ର ବିଶ୍ୱରେ ବସବାସ କରୁଥିବା ଭାରତୀୟ ସମୁଦାୟ ଏବଂ ଆମ ମିଶନ୍‌ରେ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୋର ନିବେଦନ ଯେ ଆମେ ସମସ୍ତେ ମିଶି ଏକ ଡିଜିଟାଲ୍ ପ୍ଲାଟଫର୍ମ ଓ ପୋର୍ଟାଲ୍ ପ୍ରସ୍ତୁତ କରିବା । ଭାରତର ସ୍ୱାଧୀନତା ସଂଗ୍ରାମରେ ବିଶେଷ ଭୂମିକା ନିର୍ବାହନ କରିଥିବା ପ୍ରବାସୀ ଭାରତୀୟଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ଏଥିରେ ସନ୍ନିବେଶିତ କରିବା ଏବଂ ଯଦି ଏ ସମ୍ପର୍କରେ କିଛି ଫଟୋ ଉପଲବ୍‌ଧ ଥିବ ସେସବୁକୁ ମଧ୍ୟ ଏହି ପୋର୍ଟାଲରେ ସାମିଲ କରିବା । ସମଗ୍ର ବିଶ୍ୱରେ କେତେବେଳେ କିଏ କ’ଣ କ’ଣ କରିଥିଲେ ଏବଂ କିଭଳି କରିଥିଲେ ସେସବୁ କାହାଣୀର ବର୍ଣ୍ଣନା ଓ ପ୍ରତ୍ୟେକ ଭାରତୀୟ ପରାକ୍ରମର, ପୁରୁଷାର୍ଥର, ତ୍ୟାଗର, ବଳିଦାନର ବର୍ଣ୍ଣନା, ଭାରତମାତାଙ୍କ ପ୍ରତି ତାଙ୍କର ଭକ୍ତି ଅବା ସେମାନଙ୍କ ଜୀବନଗାଥା, ଯେଉଁମାନେ ବିଦେଶରେ ରହି ମଧ୍ୟ ଭାରତକୁ ସ୍ୱାଧୀନ କରାଇବାରେ ନିଜ ନିଜର ଯୋଗଦାନ ଦେଇଛନ୍ତି ସେସବୁ ବିଷୟ ସେଥିରେ ସ୍ଥାନୀତ ହେଉ ।

ଏବଂ ମୁଁ ତ ଏକଥା ମଧ୍ୟ ଚାହିଁବି ଯେ ଏବେ ଯେଉଁ କୁଇଜ୍ ପ୍ରତିଯୋଗିତା ପାଇଁ ପ୍ରଶ୍ନ ପ୍ରସ୍ତୁତ ହେବ ସେଥିରେ ସମଗ୍ର ବିଶ୍ୱରେ ଏଭଳି ଭାରତୀୟ ସମୁଦାୟର ଯୋଗଦାନ ଉପରେ ମଧ୍ୟ କୁଇଜର ଏକ ପୃଥକ୍ ଅଧ୍ୟାୟ ସାମିଲ୍ ହେଉ । 500, 700 କିମ୍ବା 1000 ସେହିଭଳି ପ୍ରଶ୍ନ ହେଉ ଯାହା ସମଗ୍ର ବିଶ୍ୱରେ ବସବାସ କରୁଥିବା ଭାରତୀୟମାନଙ୍କ ବିଷୟରେ ଜିଜ୍ଞାସୁ ଲୋକମାନଙ୍କ ନିମନ୍ତେ ଜ୍ଞାନର ଏକ ସୁନ୍ଦର ସରୋବର ପାଲଟିବ ।

ଏହିଭଳି ପଦକ୍ଷେପ ଆମ ବନ୍ଧନକୁ ଆହୁରି ମଜବୁତ୍ କରିବ, ଆଗାମୀ ପିଢୀକୁ ଅନୁପ୍ରାଣୀତ କରିବ । ଆପଣମାନେ ସମସ୍ତେ ଏତେ ସଂଖ୍ୟାରେ ଆଜି ଭର୍ଚୁଆଲ ଭାବରେ ସମ୍ମିଳିତ ହୋଇଛନ୍ତି । କରୋନା କାରଣରୁ ସାମ୍ନାସାମ୍ନି ଭେଟ ହେବା ସମ୍ଭବ ହୋଇପାରିନାହିଁ । କିନ୍ତୁ ଭାରତର ପ୍ରତ୍ୟେକ ନାଗରିକ ସବୁବେଳେ ଏକଥା ଚାହେଁ ଯେ ଆପଣମାନେ ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ନିଜର ତଥା ଦେଶର ନାଁକୁ ଏହିଭଳି ଆଲୋକିତ କରି ଚାଲନ୍ତୁ ।

ଏହି ଶୁଭକାମନା ସହିତ ମୁଁ ପୁଣିଥରେ ସୁରିନାମର ରାଷ୍ଟ୍ରପତି ମହୋଦୟଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି । ସେ ଆମ ସମସ୍ତଙ୍କୁ ଯେଉଁ ପ୍ରେରଣା ଦେଇଛନ୍ତି, ଭାରତର ଗୌରବ ବୃଦ୍ଧି କରିଥିବା ମହାପୁରୁଷ ମାନଙ୍କ ମଧ୍ୟରେ ସେ ଅନ୍ୟତମ ଭାବେ ଆମ ସହିତ ଯୋଡି ହୋଇଛନ୍ତି । ମୁଁ ତାଙ୍କୁ ବିଶେଷ ଧନ୍ୟବାଦ ଜ୍ଞାପନ କରିବା ସହିତ ଆପଣମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
AI could contribute over $500 bn to India's economy by 2030: IBM-IndiaAI study

Media Coverage

AI could contribute over $500 bn to India's economy by 2030: IBM-IndiaAI study
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam, emphasising that India’s growing strength driven by the resolve and dedication of its people
May 15, 2026

The Prime Minister, Shri Narendra Modi today shared Sanskrit Subhashitam emphasising that India’s continuous rise on the global stage is powered by the determination, hard work and collective spirit of its people.

The Prime Minister shared a Sanskrit verse-

“यथाशक्ति चिकीर्षन्ति यथाशक्ति च कुर्वते।

न किञ्चिदवमन्यन्ते नराः पण्डितबुद्धयः॥”

The Prime Minister wrote on X;

“देशवासियों के इन्हीं गुणों से भारत आज अपने सामर्थ्य को निरंतर बढ़ा रहा है…

यथाशक्ति चिकीर्षन्ति यथाशक्ति च कुर्वते।

न किञ्चिदवमन्यन्ते नराः पण्डितबुद्धयः॥”