ଭାରତର ବିଭିନ୍ନ ଧାର୍ମିକ ପରମ୍ପରା ଦୈନନ୍ଦିନ ଜୀବନ ସହିତ ଓତଃପ୍ରୋତ ଭାବେ ଜଡ଼ିତ: ପ୍ରଧାନମନ୍ତ୍ରୀ
ଚିନ୍ତନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ ଉପବାସ। ଏହା ନୂଆ ଦୃଷ୍ଟିକୋଣ ପ୍ରଦାନ କରିଥାଏ ଓ ଅଭିନବ ଚିନ୍ତନକୁ ପ୍ରୋତ୍ସାହିତ କରିଥାଏ: ପ୍ରଧାନମନ୍ତ୍ରୀ
ବିଭିନ୍ନ ବାଧାବିଘ୍ନ ଜୀବନର ଅଂଶବିଶେଷ ଅଟେ, କିନ୍ତୁ ଏହା ଜଣକର ଲକ୍ଷ୍ୟର ପରିଚୟ ନୁହେଁ: ପ୍ରଧାନମନ୍ତ୍ରୀ
ଅନେକ ସ୍ୱାଧୀନତା ସଂଗ୍ରାମୀ ପ୍ରଭାବିତ କରିଥିଲେ ମଧ୍ୟ, ମହାତ୍ମା ଗାନ୍ଧି ହିଁ ସତ୍ୟକୁ ଆଧାର କରି ଏକ ଜନଆନ୍ଦୋଳନ ଜରିଆରେ ପୁରା ଦେଶକୁ ଜାଗ୍ରତ କରିଥିଲେ: ପ୍ରଧାନମନ୍ତ୍ରୀ
ଝାଡୁଦାରଠାରୁ ଆରମ୍ଭ କରି ଶିକ୍ଷକ, ବୁଣାକାରଙ୍କଠାରୁ ଆରମ୍ଭ କରି ନର୍ସଙ୍କ ପର୍ଯ୍ୟନ୍ତ, ସ୍ୱାଧୀନତା ସଂଗ୍ରାମରେ ଦେଶର ପ୍ରତ୍ୟେକ ଲୋକଙ୍କୁ ସାମିଲ କରିପାରିବାର ଗାନ୍ଧିଜୀଙ୍କ କ୍ଷମତା ନିଶ୍ଚିତ ଭାବେ ପ୍ରଶଂସାଯୋଗ୍ୟ: ପ୍ରଧାନମନ୍ତ୍ରୀ
ଯେତେବେଳେ ମୁଁ ବିଶ୍ୱର ବଡ଼ ନେତାଙ୍କ ସହିତ ହାତ ମିଳାଏ, ତାହା ମୋଦୀ ନୁହେଁ, ବରଂ ୧୪୦ କୋଟି ଭାରତୀୟ ହାତ ମିଳାନ୍ତି: ପ୍ରଧାନମନ୍ତ୍ରୀ
ଯେତେବେଳେ ଆମେ ଶାନ୍ତିର କଥା କହିଥାଉ, ସାରା ବିଶ୍ୱ ଆମକୁ ଶୁଣିଥାଏ। ଏହା ଆମର ଦୃଢ଼ ସାଂସ୍କୃତିକ ଓ ଐତିହାସିକ ପୃଷ୍ଠଭୂମି ଯୋଗୁଁ ସମ୍ଭବ ହୋଇଥାଏ: ପ୍ରଧାନମନ୍ତ୍ରୀ
ଭିନ୍ନ ଦେଶର ଲୋକଙ୍କୁ ଏକଠି କରି କ୍ରୀଡ଼ା ବିଶ୍ୱରେ ଶକ୍ତିର ସଂଚାର କରିଥାଏ ଓ ଲୋକଙ୍କ ମଧ୍ୟରେ ଆନ୍ତରିକ ସଂପର୍କ ସ୍ଥାପନ କରିଥାଏ: ପ୍ରଧାନମନ୍ତ୍ରୀ
ବିଶ୍ୱର ସ୍ଥିରତା ଓ ସମୃଦ୍ଧି ପାଇଁ ଭାରତ ଓ ଚୀନ ମଧ୍ୟରେ ସହଯୋଗ ଅତ୍ୟନ୍ତ ଜରୁରୀ: ପ୍ରଧାନମନ୍ତ୍ରୀ
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବିକାଶ ଏକ ସହଯୋଗୀ ପ୍ରୟାସ, କୌଣସି ଏକ ଦେଶ ଏକାକୀ ଏହି ବିକାଶ କରିପାରିବ ନାହିଁ: ପ୍ରଧାନମନ୍ତ୍ରୀ
ମଣିଷର କଳ୍ପନା ଶକ୍ତି ଆଧାରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଅନେକ କିଛି ସୃଜନ କରିପାରିବ, କିନ୍ତୁ ଏହି ପ୍ରଯୁକ୍ତି କେବେ ମଧ୍ୟ ମଣିଷ ମସ୍ତିଷ୍କର ଅସୀମ ସୃଜନଶୀଳତା ଓ କଳ୍ପନାଶକ୍ତିର ବିକଳ୍ପ ହୋଇପାରିବ ନାହିଁ: ପ୍ରଧାନମନ୍ତ୍ରୀ
ମୁଁ ମୋ ଦେଶ ପାଇଁ କଠିନ ପରିଶ୍ରମ କରିବି, କଦାପି ଖରାପ ଉଦ୍ଦେଶ୍ୟରେ କାମ କରିବି ନାହିଁ, ଏବଂ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କୌଣସି କାମ କରିବି ନାହିଁ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ମୋର ଶକ୍ତି ମୋଦୀ ହେବାରେ ନୁହେଁ; ଏହା ୧୪୦ କୋଟି ଭାରତୀୟଙ୍କ ଠାରୁ ଆସିଛି, ହଜାର ହଜାର ବର୍ଷର ଆମ ଦେଶର ସମୃଦ୍ଧ ସାଂସ୍କୃତିକ ଏବଂ ଐତିହାସିକ ପରମ୍ପରାରୁ ଆସିଛି। ଏହା ହିଁ ମୋର ପ୍ରକୃତ ଶକ୍ତି । ମୁଁ ଯେଉଁଠିକୁ ବି ଯାଏ, ମୁଁ ମୋଦୀ ଭାବେ ଯାଏ ନାହିଁ- ବେଦ ଠାରୁ ଆରମ୍ଭ କରି ବିବେକାନନ୍ଦ ପର୍ଯ୍ୟନ୍ତ ଆମ ସଭ୍ୟତାର ହଜାର ହଜାର ବର୍ଷ ପୁରୁଣା ମହାନ ପରମ୍ପରାକୁ ମୁଁ ସାଙ୍ଗରେ ନେଇ ଯାଇଥାଏ। ମୁଁ ୧୪୦ କୋଟି ଲୋକଙ୍କ ପ୍ରତିନିଧିତ୍ବ କରୁଛି, ସେମାନଙ୍କ ସ୍ୱପ୍ନ ଏବଂ ସେମାନଙ୍କ ଆକାଂକ୍ଷାକୁ ପ୍ରତିନିଧିତ୍ୱ କରୁଛି । ସେଥିପାଇଁ ଯେତେବେଳେ ମୁଁ ବିଶ୍ୱର କୌଣସି ନେତାଙ୍କ ସହ ହାତ ମିଳାଉଛି, ତାହା କେବଳ ମୋଦୀଙ୍କ ହାତ ନୁହେଁ- ଏହା ୧୪୦ କୋଟି ଭାରତୀୟଙ୍କ ହାତ। ମୋର ଶକ୍ତି ମୋର ନୁହେଁ; ଏହା ହେଉଛି ଭାରତର ଶକ୍ତି । ଯେତେବେଳେ ବି ଆମେ ଶାନ୍ତି କଥା କହୁଛୁ, ବିଶ୍ୱ ଶୁଣେ, କାରଣ ଏହା ମହାତ୍ମା ଗାନ୍ଧୀଙ୍କ ଦେଶ ବୁଦ୍ଧଙ୍କ ଭୂମି। ଆମେ ସଂଘର୍ଷକୁ ନୁହେଁ; ଆମେ ଶାନ୍ତିକୁ ସମର୍ଥନ କରୁଛୁ। ଆମେ ପ୍ରକୃତି ସହିତ ସଂଘର୍ଷ ଚାହୁଁନାହୁଁ କିମ୍ବା ଜାତି ମାନଙ୍କ ମଧ୍ୟରେ ସଂଘର୍ଷ ଚାହୁଁନାହୁଁ - ଆମେ ଏପରି ଦେଶ ଯିଏ ସହଯୋଗରେ ବିଶ୍ୱାସ କରୁ । ଶାନ୍ତି ପ୍ରତିଷ୍ଠା ଦିଗରେ ଯଦି ଆମେ କୌଣସି ପ୍ରକାର ଅବଦାନ ଦେଇପାରିବା, ତେବେ ଆମେ ସବୁବେଳେ ତାହା କରିବାକୁ ଚେଷ୍ଟା କରୁଛୁ। ମୋ ଜୀବନ ଅତ୍ୟଧିକ ଦାରିଦ୍ର୍ୟରୁ ବାହାରିଥିଲା, ତଥାପି ଆମେ କେବେ ବି ଏହା ଦ୍ୱାରା ବୋଝ ଅନୁଭବ କରିନଥିଲୁ। ସାରା ଜୀବନ ଜୋତା ପିନ୍ଧିଥିବା ବ୍ୟକ୍ତି ଯଦି ହଠାତ୍ ଏହାକୁ ହରାଇଥାନ୍ତି, ତେବେ ସେମାନେ ହୁଏତ ସଂଘର୍ଷ କରିପାରନ୍ତି। କିନ୍ତୁ ଯେଉଁମାନେ କେବେ ଜୋତା ପିନ୍ଧି ନାହାନ୍ତି, ସେମାନଙ୍କ ପାଇଁ ଏଥିରୁ ବଞ୍ଚିତ ହେବାର କୌଣସି ଭାବନା ନଥାଏ- ଆମେ କେବଳ ସେମାନଙ୍କ ଭଳି ଜୀବନ ଅତିବାହିତ କରୁଛୁ।

ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ହେଲି, ଏକ ନୂତନ ଆରମ୍ଭ ଆଶାରେ ମୁଁ ମୋ ଶପଥ ଗ୍ରହଣ ସମାରୋହରେ ପାକିସ୍ତାନକୁ ନିମନ୍ତ୍ରଣ କରି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲି । ତେବେ ସଦ୍ଭାବନାର ପ୍ରତ୍ୟେକ ପ୍ରୟାସ ନିରାଶାଜନକ ଥିଲା। ଆମେ ଆଶା କରୁଛୁ ଯେ ଜ୍ଞାନର ବିଜୟ ହେବ ଏବଂ ସେମାନଙ୍କୁ ଶାନ୍ତି ଏବଂ ସମୃଦ୍ଧି ଆଡକୁ ନେବ । ମୁଁ ବିଶ୍ୱାସ କରେ ଯେ ସେଠାକାର ଲୋକମାନେ ମଧ୍ୟ ଉନ୍ନତ ଭବିଷ୍ୟତ ଚାହୁଁଛନ୍ତି । ସମାଲୋଚନା ବିଷୟରେ- ମୁଁ ଏହାକୁ କିପରି ଦେଖିଥାଏ? ଯଦି ମୁଁ ଏହାକୁ ଗୋଟିଏ ବାକ୍ୟରେ କହିବି, ତେବେ ମୁଁ ଏହାକୁ ସ୍ୱାଗତ କରେ । ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଯେ ସମାଲୋଚନା ହେଉଛି ଗଣତନ୍ତ୍ରର ଆତ୍ମା । ସମସ୍ତ ଯୁବକମାନଙ୍କୁ ମୁଁ କହିବି ଯେ, ଜୀବନରେ ରାତି ଯେତେ ଅନ୍ଧକାରମୟ ଲାଗୁଥିଲେ ମଧ୍ୟ ମନେ ରଖନ୍ତୁ- ଏହା କେବଳ ଏକ ରାତି, ଏବଂ ସକାଳ ନିଶ୍ଚିତ ଭାବରେ ଆସିବ।

 

ଲେକ୍ସ ଫ୍ରିଡମ୍ୟାନ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମୋର କଥାବାର୍ତ୍ତା ଆପଣ ଶୁଣିବାକୁ ଯାଉଛନ୍ତି । ଏହି ଆଲୋଚନା ମୋର ସବୁଠାରୁ ଗଭୀର ଆଲୋଚନା ମଧ୍ୟରୁ ଗୋଟିଏ - ଏହା ମୋ ଉପରେ ଏକ ଅବିସ୍ମରଣୀୟ ପ୍ରଭାବ ପକାଇଛି, ଏବଂ ମୁଁ ଏହା ଉପରେ ମୋର ଚିନ୍ତାଧାରା ବାଣ୍ଟିବାକୁ ଚାହୁଁଛି । ଯଦି ଆପଣ ଚାହିଁବେ, ତେବେ ଆପଣ ସିଧାସଳଖ ଆମର ବାର୍ତ୍ତାଳାପ ଶୁଣିବାକୁ ଆଗକୁ ଯାଇପାରିବେ।

ନରେନ୍ଦ୍ର ମୋଦୀଙ୍କ ଜୀବନ କାହାଣୀ ଅସାଧାରଣ ଯାତ୍ରା ଠାରୁ କମ୍ ନୁହେଁ । ଦାରିଦ୍ର୍ୟରୁ ଉଠି ସେ ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶକୁ ମାର୍ଗଦର୍ଶନ କରି ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ନେତା ହୋଇଛନ୍ତି। ସେ କେବଳ ଥରେ ନୁହେଁ, ତିନି ଥର ନିର୍ବାଚିତ ହୋଇଛନ୍ତି, ଏବଂ ପ୍ରତ୍ୟେକ ଥର ନିର୍ଣ୍ଣାୟକ ଜନାଦେଶ ପାଇଛନ୍ତି। ଜଣେ ନେତା ଭାବରେ, ସେ ଭାରତକୁ ଏକଜୁଟ ରଖିବା ପାଇଁ ଅନେକ ଯୁଦ୍ଧ ଲଢ଼ିଛନ୍ତି - ଏକ ବିବିଧ ସଂସ୍କୃତି, ସମ୍ପ୍ରଦାୟ ଏବଂ ଧାର୍ମିକ, ସାମାଜିକ ଏବଂ ରାଜନୈତିକ ଆହ୍ୱାନର ଏକ ଜଟିଳ ଇତିହାସ ଥିବା ଏକ ଦେଶ । ସେ ସାହସିକ ଏବଂ ବେଳେବେଳେ ବିବାଦୀୟ ନିଷ୍ପତ୍ତି ନେବା ପାଇଁ ଜଣାଶୁଣା । ସେଥିପାଇଁ ଲକ୍ଷ ଲକ୍ଷ ଲୋକ ତାଙ୍କୁ ପ୍ରଶଂସା କରୁଥିବା ବେଳେ ଅନେକ ତାଙ୍କୁ ସମାଲୋଚନା ମଧ୍ୟ କରୁଛନ୍ତି। ଆମ କଥାବାର୍ତ୍ତାରେ ଆମେ ଏହି ଦିଗ ଗୁଡ଼ିକୁ ଗଭୀରଭାବରେ ଅନୁସନ୍ଧାନ କରିଥିଲୁ । ଆମେରିକା-ଚୀନ୍, ୟୁକ୍ରେନ୍-ଋଷିଆ, ଇସ୍ରାଏଲ-ପାଲେଷ୍ଟାଇନ୍ କିମ୍ବା ମଧ୍ୟପ୍ରାଚ୍ୟ ରେ ସଂଘର୍ଷରେ ଫସି ରହିଥିବା ରାଷ୍ଟ୍ରଗୁଡ଼ିକର ନେତାମାନେ ମଧ୍ୟ ତାଙ୍କୁ ଶାନ୍ତିର ସୈନିକ ଏବଂ ବନ୍ଧୁ ଭାବରେ ବିବେଚନା କରନ୍ତି। ସାରା ବିଶ୍ୱରେ ତାଙ୍କୁ ସ୍ୱୀକୃତି ମିଳିଛି । ଇତିହାସର ଏହି ମୁହୂର୍ତ୍ତରେ, ମୁଁ ଅନୁଭବ କରିଛି ଯେ ମାନବିକତା ଏକ ଜଟିଳ ଅବସ୍ଥା ଦେଇ ଗତି କରୁଛି। ଯୁଦ୍ଧ ବଢିବାର ସମ୍ଭାବନା ଆମ ଉପରେ ରହିଛି । ସଂଘର୍ଷ ଦେଶ ବାହାରକୁ ଯାଇ ସମଗ୍ର ବିଶ୍ୱକୁ ବ୍ୟାପିପାରେ । ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ରମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ଦ୍ରୁତ ବୈଷୟିକ ଉନ୍ନତି - କୃତ୍ରିମ ବୁଦ୍ଧିମତ୍ତାଠାରୁ ଆରମ୍ଭ କରି ପରମାଣୁ ଶକ୍ତି ପର୍ଯ୍ୟନ୍ତ - ସମାଜ ଏବଂ ଭୂ-ରାଜନୀତିକୁ ଏପରି ଭାବରେ ପରିବର୍ତ୍ତନ କରିବାକୁ ଯାଉଛି ଯାହା ଆମେ ପୂର୍ବାନୁମାନ କରିପାରିବା ନାହିଁ । ଏହି ପରିବର୍ତ୍ତନ ରାଜନୈତିକ ଓ ସାଂସ୍କୃତିକ ହଟଚମଟ ସୃଷ୍ଟି କରିପାରେ । ବର୍ତ୍ତମାନ, ପୂର୍ବାପେକ୍ଷା, ଆମକୁ ମହାନ ନେତାଙ୍କ ଆବଶ୍ୟକତା ରହିଛି- ଯେଉଁମାନେ ବିଭାଜନ ପରିବର୍ତ୍ତେ ଏକଜୁଟ ହୋଇପାରିବେ, ଯେଉଁମାନେ ନିଜ ଦେଶକୁ ସୁରକ୍ଷା ଦେବା ସହିତ ଶାନ୍ତିକୁ ପ୍ରାଥମିକତା ଦିଅନ୍ତି, କିନ୍ତୁ ସମଗ୍ର ମାନବଜାତିର କଲ୍ୟାଣ ବିଷୟରେ ମଧ୍ୟ ବିଚାର କରନ୍ତି । ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମୋର ବାର୍ତ୍ତାଳାପ ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଆମ ଆଲୋଚନା କିଛି ଦିଗରୁ ଲାଗିପାରେ ଯେମିତି ମୁଁ କ୍ଷମତା ଦ୍ୱାରା ପ୍ରଭାବିତ । ତାହା କେବେ ହୋଇନାହିଁ କି କେବେ ହେବ ନାହିଁ । ମୁଁ କାହାକୁ ଆଦର୍ଶ କରେ ନାହିଁ, ବିଶେଷ କରି କ୍ଷମତାରେ ଥିବା ସମସ୍ତଙ୍କୁ । ମୁଁ କ୍ଷମତା, ଅର୍ଥ କିମ୍ବା ପ୍ରସିଦ୍ଧିର ପ୍ରଲୋଭନରେ ବିଶ୍ୱାସ କରେ ନାହିଁ, କାରଣ ଏଗୁଡ଼ିକ ହୃଦୟ, ମନ ଏବଂ ଆତ୍ମାକୁ ଦୂଷିତ କରିପାରନ୍ତି ।

କ୍ୟାମେରା ସାମ୍ନାରେ ହେଉ କି ପଛରେ, ମୋର ଲକ୍ଷ୍ୟ ସର୍ବଦା ମାନବ ମନକୁ ବୁଝିବା - ଏହାର ଗୁଣ ଏବଂ ଏହାର ତ୍ରୁଟି ଉଭୟ । ମୁଁ ସବୁକିଛି ଜାଣିବାକୁ ଏବଂ ବୁଝିବାକୁ ଚାହେଁ, ଭଲ ହେଉ କି ଖରାପ  ଏବଂ ଯେତେବେଳେ ମୁଁ ଗଭୀର ଭାବରେ ଚିନ୍ତା କରେ, ମୁଁ ଅନୁଭବ କରେ ଯେ ଆମେ ସମସ୍ତେ ସମାନ । ଆମେ ସମସ୍ତେ ଉଭୟ ଆଲୋକ ଓ ଅନ୍ଧାରକୁ ନିଜ ଭିତରେ ବହନ କରିଥାଉ । ଆମେ ବିଶ୍ୱନେତା, ଭାରତୀୟ ଶ୍ରମିକ ହୋଇପାରୁ କିମ୍ବା ଆମେରିକାର କୃଷକ ଓ ଶ୍ରମିକ ହୋଇପାରୁ, ଆମ ସମସ୍ତଙ୍କର ନିଜସ୍ୱ ସଂଘର୍ଷ ଏବଂ ଆଶା ରହିଛି । ଏହା ସହିତ, ମୁଁ ଅନେକ ଆମେରିକୀୟ ଶ୍ରମିକ ଏବଂ କୃଷକଙ୍କ ସହ ଜଡିତ ହେବାକୁ ଯୋଜନା କରୁଛି, ଏହା ଅଫ୍‌-କ୍ୟାମେରା କିମ୍ବା ଅନ୍‌-ରେକର୍ଡରେ ହୋଇପାରେ, ମୁଁ ସାରା ବିଶ୍ୱ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ମୋର ଭ୍ରମଣ ଜାରି ରଖିଛି । ନରେନ୍ଦ୍ର ମୋଦୀଙ୍କ ଉପରେ ମୋର ପ୍ରତିଫଳନ କେବଳ ତାଙ୍କ ନେତୃତ୍ୱ ବିଷୟରେ ନୁହେଁ ବରଂ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ମଧ୍ୟ । କ୍ୟାମେରା ସାମ୍ନାରେ ଏବଂ ଦୂରରେ ମୁଁ ତାଙ୍କ ସହ ବିତାଇଥିବା ଘଣ୍ଟାଗୁଡ଼ିକ ଗଭୀର ଆଲୋଚନାରେ ଭରି ରହିଥିଲା । ଏଥିରେ ସହାନୁଭୂତି, ହାସ୍ୟ ଏବଂ ଆଭ୍ୟନ୍ତରୀଣ ଓ ବାହ୍ୟ ଶାନ୍ତିର ଭାବନା ଥିଲା । ଆମ କଥାବାର୍ତ୍ତା ସମୟ ସହିତ ବାନ୍ଧି ହୋଇ ନଥିଲା । ମୁଁ ଶୁଣିଛି ଯେ ସେ ପୃଷ୍ଠଭୂମି ନିର୍ବିଶେଷରେ ସମସ୍ତଙ୍କୁ ଆଗ୍ରହ ଏବଂ ଉତ୍ସାହର ସହିତ ଭେଟିଥାନ୍ତି । ତାଙ୍କ ବାର୍ତ୍ତାଳାପରେ ଏହି ନିରନ୍ତରତା ଅନୁଭୂତିକୁ ପ୍ରକୃତରେ ଉଲ୍ଲେଖନୀୟ କରିଛି - ଯାହାକୁ ମୁଁ କେବେ ବି ଭୁଲିପାରିବି ନାହିଁ ।

ବାସ୍ତବରେ, ମୁଁ ଆଉ ଗୋଟିଏ କଥା ଉଲ୍ଲେଖ କରିବାକୁ ଚାହୁଁଛି - ଆପଣ ଇଂରାଜୀ, ହିନ୍ଦୀ ଏବଂ ଅନ୍ୟ କେତେକ ଭାଷାରେ ଏହି ବାର୍ତ୍ତାଳାପର ସବ୍ଟାଇଟଲ୍ ପଢ଼ିପାରିବେ। ଏହାବ୍ୟତୀତ, ଆପଣ ଏହିସବୁ ଭାଷାରେ ଏହି ଭିଡିଓକୁ ଶୁଣିପାରିବେ। ଆପଣଙ୍କ ପାଖରେ ଏହାକୁ ଦ୍ୱିଭାଷିକ ଫର୍ମାଟରେ ଶୁଣିବାର ବିକଳ୍ପ ମଧ୍ୟ ଅଛି, ଯେଉଁଠାରେ ମୁଁ ଇଂରାଜୀରେ କହିବି ଏବଂ ପ୍ରଧାନମନ୍ତ୍ରୀ ମୋଦୀ ହିନ୍ଦୀରେ ଉତ୍ତର ଦେବେ । ଯଦି ଆପଣ ଚାହିଁବେ, ଆପଣ ଆପଣଙ୍କ ମନୋନୀତ ଭାଷାରେ ସବଟାଇଟଲ୍ ସକ୍ଷମ କରିପାରିବେ। ୟୁଟ୍ୟୁବ୍ ରେ, ଆପଣ "ସେଟିଂସ୍" ଆଇକନ୍ ଉପରେ କ୍ଲିକ୍ କରି ଅଡିଓ ଭାଷା ପରିବର୍ତ୍ତନ କରିପାରିବେ। ତା'ପରେ, "ଅଡିଓ ଟ୍ରାକ୍" ଚୟନ କରନ୍ତୁ ଏବଂ ଆମର ବାର୍ତ୍ତାଳାପ ଶୁଣିବାକୁ ଆପଣଙ୍କ ପସନ୍ଦର ଭାଷା ଚୟନ କରନ୍ତୁ। ସମ୍ପୂର୍ଣ୍ଣ ଆଲୋଚନା ଇଂରାଜୀରେ ଶୁଣିବାକୁ, "ଇଂରାଜୀ" ଚୟନ କରନ୍ତୁ; ହିନ୍ଦୀ ପାଇଁ, "ହିନ୍ଦୀ" ଚୟନ କରନ୍ତୁ। ଯଦି ଆପଣ ଏହି କଥାବାର୍ତ୍ତାକୁ ଏହାର ମୂଳ ଫର୍ମାଟରେ ଅନୁଭବ କରିବାକୁ ଚାହୁଁଛନ୍ତି - ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦୀ ହିନ୍ଦୀରେ କହୁଛନ୍ତି ଏବଂ ମୁଁ ଇଂରାଜୀରେ କହୁଛି - ଦୟାକରି "ହିନ୍ଦୀ (ଲାଟିନ)" ନାମକ ଅଡିଓ ଟ୍ରାକ୍ ଚୟନ କରନ୍ତୁ। ଏହି ବାର୍ତ୍ତାଳାପକୁ ଗୋଟିଏ ଭାଷାରେ କିମ୍ବା ଉଭୟ ହିନ୍ଦୀ ଏବଂ ଇଂରାଜୀରେ ଶୁଣିବା ପାଇଁ ଆପଣଙ୍କ ନିକଟରେ ବିକଳ୍ପ ଅଛି, ଆପଣଙ୍କ ପସନ୍ଦର ଭାଷାରେ ସବ୍ଟାଇଟଲ୍ ଉପଲବ୍ଧ ଅଛି। ଭିଡିଓର ଡିଫଲ୍ଟ ଭାଷା ହେଉଛି ଇଂରାଜୀ । ଏହାକୁ ସମ୍ଭବ କରିଥିବାରୁ ମୁଁ 'ଇଲେଭେନ୍ ଲ୍ୟାବ୍ସ୍' ଏବଂ ଅନୁବାଦକଙ୍କ ଅତୁଳନୀୟ ଦଳକୁ ଧନ୍ୟବାଦ ଜଣାଉଛି।

ଏଆଇ କ୍ଲୋନିଂ ମାଧ୍ୟମରେ ସୃଷ୍ଟି ହୋଇଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇଂରାଜୀରେ ସ୍ୱର ଯେପରି ଯଥାସମ୍ଭବ ପ୍ରାମାଣିକ ହେବ ସେଥିପାଇଁ ଆମେ ଯଥାସମ୍ଭବ ପ୍ରୟାସ କରିଛୁ। ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଯେ ଭାଷା ଆମ ମଧ୍ୟରେ କେବେ ବି ପ୍ରତିବନ୍ଧକ ସୃଷ୍ଟି କରିବା ଉଚିତ୍ ନୁହେଁ । ଏହି ବାର୍ତ୍ତାଳାପକୁ ପ୍ରତ୍ୟେକ ଭାଷାରେ ସମଗ୍ର ବିଶ୍ୱର ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମୁଁ ପ୍ରୟାସ ଜାରି ରଖିବି । ପୁଣି ଥରେ ମୁଁ ଆପଣ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରିବାକୁ ଚାହୁଁଛି । ଏହା ମୋ ପାଇଁ ଏକ ଅବିଶ୍ୱସନୀୟ ଯାତ୍ରା ଥିଲା, ଏବଂ ଆପଣଙ୍କ ନିରନ୍ତର ସମର୍ଥନ ପାଇ ମୁଁ ଗର୍ବ ଅନୁଭବ କରୁଛି । ମୁଁ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ପ୍ରକୃତରେ ପ୍ରଶଂସା କରୁଛି । ଆପଣ "ଲେକ୍ସ ଫ୍ରିଡମ୍ୟାନ ପଡକାଷ୍ଟ" ଦେଖୁଛନ୍ତି । ତେଣୁ, ମୋର ବନ୍ଧୁଗଣ, ସେହି ମୁହୂର୍ତ୍ତ ଆସିଯାଇଛି- ଆପଣମାନେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମୋର କଥାବାର୍ତ୍ତା ଶୁଣିବାକୁ ଯାଉଛନ୍ତି।

ଲେକ୍ସ ଫ୍ରିଡମ୍ୟାନ୍: ମୁଁ ଆପଣଙ୍କୁ କିଛି କହିବାକୁ ଚାହେଁ-ମୁଁ ଉପବାସ କରୁଛି। ପାଖାପାଖି ୪୫ ଘଣ୍ଟା କିମ୍ବା ଦୁଇ ଦିନ ବିତିଗଲାଣି, ଏହି ସମୟରେ ମୁଁ କେବଳ ପାଣି ପିଇଛି ଏବଂ ଖାଦ୍ୟ ନେଇ ନାହିଁ । ମୁଁ ଏହି ଉପବାସକୁ ସମ୍ମାନସୂଚକ ଭାବରେ ଏବଂ ଏହି କଥାବାର୍ତ୍ତା ପାଇଁ ପ୍ରସ୍ତୁତି ଭାବରେ ଗ୍ରହଣ କରିଛି, ଯାହା ଦ୍ୱାରା ଆମେ ଏକ ଗଭୀର, ଅଧିକ ଆଧ୍ୟାତ୍ମିକ ସ୍ତରରେ ନିୟୋଜିତ ହୋଇପାରିବା। ମୁଁ ଶୁଣିଛି ଯେ ଆପଣ ମଧ୍ୟ ନିୟମିତ ଉପବାସ ରଖନ୍ତି । ଆପଣ ମୋ ସହିତ ଆପଣଙ୍କ ଜୀବନରେ ଉପବାସର ମହତ୍ତ୍ୱ ଏବଂ ଉପବାସ ସମୟରେ ଆପଣଙ୍କ ମନର ସ୍ଥିତି ବିଷୟରେ କିଛି କହିବେ କି?

ପ୍ରଧାନମନ୍ତ୍ରୀ: ସର୍ବପ୍ରଥମେ, ମୁଁ ଏହା ଜାଣି ଆଶ୍ଚର୍ଯ୍ୟ ଯେ ଏହି ବାର୍ତ୍ତାଳାପକୁ ସମ୍ମାନ ଦେବା ପାଇଁ ଆପଣ ଉପବାସ କରିଛନ୍ତି। ମୁଁ ଆପଣଙ୍କର ଏହି ପଦକ୍ଷେପକୁ ଆନ୍ତରିକତାର ସହ ପ୍ରଶଂସା କରୁଛି । ଭାରତରେ ଧାର୍ମିକ ପରମ୍ପରା କେବଳ ରୀତିନୀତି ନୁହେଁ ବରଂ ଏକ ଜୀବନଶୈଳୀ । ଆମର ସର୍ବୋଚ୍ଚ ନ୍ୟାୟାଳୟ ହିନ୍ଦୁ ଧର୍ମକୁ କେବଳ ଏକ ଉପାସନା ପ୍ରଣାଳୀ ନୁହେଁ ବରଂ ଏକ ସମ୍ପୂର୍ଣ୍ଣ ଜୀବନ ଦର୍ଶନ ଭାବରେ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ଆମ ଶାସ୍ତ୍ରରେ ଶରୀର, ମନ, ବୁଦ୍ଧି, ଆତ୍ମା ଏବଂ ମାନବିକତାକୁ ଉଚ୍ଚ କ୍ଷେତ୍ରକୁ ଉନ୍ନତ କରିବାର ଉପାୟ ଅନୁସନ୍ଧାନ କରାଯାଇଛି ଏବଂ ଉପବାସ ହେଉଛି ଏହି ପ୍ରକ୍ରିୟାରେ ଯୋଗଦାନ କରୁଥିବା ଅନେକ ଶାସ୍ତ୍ର ମଧ୍ୟରୁ ଅନ୍ୟତମ । ତେବେ ଏହି ପରମ୍ପରାର ଉପବାସ ଏକମାତ୍ର ଦିଗ ନୁହେଁ। ସାଂସ୍କୃତିକ ଓ ଦାର୍ଶନିକ ଦୃଷ୍ଟିକୋଣରୁ ଉଭୟ ଆଭ୍ୟନ୍ତରୀଣ ଓ ବାହ୍ୟ ଶୃଙ୍ଖଳା ଗଠନରେ ଉପବାସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯଦି ମୁଁ ଏହାକୁ ଭାରତ ସହିତ ପରିଚିତ ନଥିବା ଲୋକଙ୍କ ପାଇଁ ସରଳ ଶବ୍ଦରେ ବର୍ଣ୍ଣନା କରିବି, ତେବେ ମୁଁ କହିବି ଯେ ଉପବାସ ବ୍ୟକ୍ତିର ଜୀବନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଦୁଇ ଦିନ ଧରି କେବଳ ପାଣିରେ ଉପବାସ କରିବା ପରେ ଆପଣ ନିଶ୍ଚୟ ଦେଖିଥିବେ ଯେ ଆପଣଙ୍କର ଇନ୍ଦ୍ରିୟ- ବିଶେଷକରି ଗନ୍ଧ, ସ୍ପର୍ଶ ଏବଂ ସ୍ୱାଦ- ଅସାଧାରଣ ତୀକ୍ଷ୍ଣ ହୋଇଯାଇଛି। ଏବେ ଆପଣ ପାଣିର କ୍ଷୁଦ୍ର ସୁଗନ୍ଧ କୁ ମଧ୍ୟ ଜାଣିପାରିବେ, ଯାହା ଆପଣ ପୂର୍ବରୁ କେବେ ଅନୁଭବ କରିନଥିଲେ। ଯଦି କେହି ଚା' କିମ୍ବା କଫି ନେଇ ଆପଣଙ୍କ ପାଖକୁ ଯାଆନ୍ତି, ତେବେ ଆପଣ ତୁରନ୍ତ ସୁଗନ୍ଧକୁ ଚିହ୍ନିପାରିବେ। ସେହିଭଳି ଛୋଟ ଫୁଲକୁ ଦେଖିଲେ ଆପଣ ଏହାକୁ ଏକ ନୂଆ ସ୍ପଷ୍ଟତାର ସହ ଅନୁଭବ କରିବେ ।

ମୋଟାମୋଟି ଭାବରେ, ଯେତେବେଳେ ଆପଣ ଉପବାସ କରନ୍ତି, ଆପଣଙ୍କର ସମସ୍ତ ଇନ୍ଦ୍ରୀୟ ହଠାତ୍ ଅତ୍ୟଧିକ ସକ୍ରିୟ ହୋଇଯାଏ, ଏବଂ ପ୍ରତିକ୍ରିୟା ଦେବାର ସେମାନଙ୍କର କ୍ଷମତା ଯଥେଷ୍ଟ ବୃଦ୍ଧି ପାଇଥାଏ । ଏହା ମୁଁ ବ୍ୟକ୍ତିଗତ ଭାବରେ ଅନୁଭବ କରିଛି । ଏହାବ୍ୟତୀତ, ମୁଁ ଦେଖିଛି ଯେ ଉପବାସ ମୋର ଚିନ୍ତାଧାରାର ପ୍ରଭାବକୁ ତୀବ୍ର କରିଥାଏ, ଯାହା ସେମାନଙ୍କୁ ଏକ ସତେଜତା ଏବଂ ଏକ ସ୍ବତନ୍ତ୍ର ଦୃଷ୍ଟିକୋଣ ଦେଇଥାଏ । ମୁଁ ନିଶ୍ଚିତ ନୁହେଁ ଯେ ଅନ୍ୟମାନେ ଉପବାସର ସମାନ ଅନୁଭୂତି ଲାଭ କରନ୍ତି କି ନାହିଁ, କିନ୍ତୁ ଏହା ମୋର ବ୍ୟକ୍ତିଗତ ଯାତ୍ରା।

 

ଅଧିକାଂଶ ଲୋକ ଭାବନ୍ତି ଯେ ଉପବାସର ଅର୍ଥ କେବଳ ଖାଦ୍ୟରୁ ଦୂରେଇ ରହିବା – ଖାଦ୍ୟ ଗ୍ରହଣ ନକରିବା । ତେବେ ଏହା ଏକ ସମ୍ପୂର୍ଣ୍ଣ ଶାରୀରିକ କ୍ରିୟା । ଯଦି କେହି ବାହ୍ୟ ପରିସ୍ଥିତି କାରଣରୁ ଖାଇବାକୁ ଅସମର୍ଥ ହୁଅନ୍ତି ଏବଂ ତାଙ୍କ ପେଟରେ କିଛି ପ୍ରବେଶ କରେ ନାହିଁ, ତେବେ ଏହାକୁ ପ୍ରକୃତରେ ଉପବାସ ବୋଲି ବିବେଚନା କରାଯାଇପାରିବ ନାହିଁ । ଉପବାସ ଏକ ବୈଜ୍ଞାନିକ ପ୍ରକ୍ରିୟା । ଉଦାହରଣ ସ୍ୱରୂପ, ମୁଁ ଦୀର୍ଘ ସମୟ ଧରି ଉପବାସ କରିଆସୁଛି, ଏବଂ ମୁଁ ଆରମ୍ଭ କରିବା ପୂର୍ବରୁ, ମୁଁ ଅନେକ ପ୍ରସ୍ତୁତି ପଦକ୍ଷେପ ନେଇଥାଏ । ଉପବାସର ପାଞ୍ଚରୁ ସାତ ଦିନ ପୂର୍ବରୁ ମୁଁ ଆୟୁର୍ବେଦିକ ରୁଟିନ୍ , ଯୋଗ ଏବଂ ଅନ୍ୟ ପାରମ୍ପରିକ ପଦ୍ଧତି ଅଭ୍ୟାସ କରି ମୋ ଶରୀରକୁ ଆଭ୍ୟନ୍ତରୀଣ ଭାବେ ସଫା କରିଥାଏ । ତା'ପରେ ଆନୁଷ୍ଠାନିକ ଭାବେ ଉପବାସ ଆରମ୍ଭ କରିବା ପୂର୍ବରୁ ମୁଁ ଯଥାସମ୍ଭବ ପାଣି ପିଇଥାଏ, ଯାହା ଦ୍ୱାରା ମୋ ଶରୀର ସମ୍ପୂର୍ଣ୍ଣ ହାଇଡ୍ରେଟେଡ୍ ଏବଂ ଡିଟକ୍ସିଫିକେସନ୍ ପାଇଁ ପ୍ରସ୍ତୁତ ହୋଇଥାଏ। ମୋ ପାଇଁ ଉପବାସ ଏକ ଭକ୍ତିର କାର୍ଯ୍ୟ; ଏହା ଏକ ଶୃଙ୍ଖଳା । ଉପବାସ ସମୟରେ ମୁଁ ଯେତେ ବାହ୍ୟ କାର୍ଯ୍ୟରେ ନିୟୋଜିତ ହୁଏ ନା କାହିଁକି, ମୁଁ ମୋର ଆଭ୍ୟନ୍ତରୀଣ ଆତ୍ମାରେ ଗଭୀର ଭାବରେ ନିମଗ୍ନ ରହେ। ଏହା ଏକ ଗଭୀର ଅନୁଭୂତି, ଏକ ଚମତ୍କାର ଅନୁଭବ | ଉପବାସ କରିବାର ମୋର ଅଭ୍ୟାସ ପୁସ୍ତକ, ଉପଦେଶ କିମ୍ବା ପାରିବାରିକ ପରମ୍ପରା ଦ୍ୱାରା ପ୍ରଭାବିତ ହୋଇନଥିଲା - ଏହା ମୋର ନିଜ ଅନୁଭୂତିରୁ ଉତ୍ପନ୍ନ ହୋଇଥିଲା । ଯେତେବେଳେ ମୁଁ ସ୍କୁଲରେ ପଢୁଥିଲି, ସେତେବେଳେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ପ୍ରେରିତ ହୋଇ ଗୋସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ହୋଇଥିଲା । ସେତେବେଳେ ସରକାର କୌଣସି ଆଇନଗତ ପଦକ୍ଷେପ ଗ୍ରହଣ କରିନଥିଲେ ଏବଂ ଏହି ଆନ୍ଦୋଳନର ଏକ ଅଂଶ ଭାବରେ ସାରା ଦେଶରେ ଲୋକମାନେ ସର୍ବସାଧାରଣ ସ୍ଥାନରେ ଦିନିକିଆ ଉପବାସ ପାଳନ କରିଥିଲେ । ସେତେବେଳେ ମୁଁ ଏକ ପିଲା ଥିଲି, ବୋଧହୁଏ ପ୍ରାଥମିକ ବିଦ୍ୟାଳୟରୁ ସତେଜ ଥିଲି, ଏବଂ ମୁଁ ଅଂଶଗ୍ରହଣ କରିବାକୁ ଚିନ୍ତା କଲି। ଉପବାସ କରିବାର ଏହା ମୋର ପ୍ରଥମ ଅନୁଭୂତି ଥିଲା | ମୋର ଛୋଟ ବୟସ ସତ୍ତ୍ୱେ ମୋତେ ନା ଭୋକ ଲାଗିଲା ନା ଖାଇବାକୁ ଇଚ୍ଛା ହେଲା । ଏହା ପରିବର୍ତ୍ତେ, ମୁଁ ଏକ ନୂତନ ସଚେତନତା ଏବଂ ଶକ୍ତି ଅନୁଭବ କଲି। ସେତେବେଳେ ମୁଁ ଅନୁଭବ କଲି ଯେ ଉପବାସ କେବଳ ଖାଦ୍ୟରୁ ଦୂରେଇ ରହିବା ନୁହେଁ; ଏହା ଏକ ଗଭୀର, ବୈଜ୍ଞାନିକ ପ୍ରକ୍ରିୟା । ସମୟକ୍ରମେ, ମୁଁ ଉପବାସ ମାଧ୍ୟମରେ ମୋ ଶରୀର ଏବଂ ମନକୁ ସୁଧାରିବା ପାଇଁ ଅନେକ ପରୀକ୍ଷଣ କରିଥିଲି । ଉପବାସ ସହିତ ଏତେ ବ୍ୟାପକ ଯାତ୍ରା କରିବା ପରେ, ମୁଁ ଦେଖିଛି ଯେ ମୋର କାର୍ଯ୍ୟକଳାପର ସ୍ତର କେବେ ବି ହ୍ରାସ ପାଏ ନାହିଁ । ବାସ୍ତବରେ, ବେଳେବେଳେ ଲାଗୁଛି ଯେପରି ମୁଁ ଉପବାସ ସମୟରେ ଅଧିକ କାମ କରେ | ଆଉ ଏକ ଉଲ୍ଲେଖନୀୟ ବିଷୟ ହେଉଛି ଯେ ଉପବାସ ସମୟରେ ଯେତେବେଳେ ମୋତେ ମୋର ଚିନ୍ତାଧାରାକୁ ପ୍ରକାଶ କରିବାର ଆବଶ୍ୟକତା ଥାଏ, ମୁଁ ପ୍ରାୟତଃ ଆଶ୍ଚର୍ଯ୍ୟ ହୁଏ ଯେ ଧାରଣାଗୁଡିକ କେତେ ସହଜରେ ପ୍ରବାହିତ ହୁଏ | ମୁଁ ଜାଣେ ନାହିଁ ଏହି ଚିନ୍ତାଧାରା କେଉଁଠାରୁ ଉତ୍ପନ୍ନ ହୁଏ, କିନ୍ତୁ ଏହି ଅନୁଭୂତି ପ୍ରକୃତରେ ଅସାଧାରଣ ଅଟେ |

ଲେକ୍ସ ଫ୍ରିଡମ୍ୟାନ୍: ତେଣୁ ଉପବାସ କରିବା ସମୟରେ ମଧ୍ୟ ଆପଣ ବିଶ୍ୱ ନେତାମାନଙ୍କୁ ଭେଟିବା, ପ୍ରଧାନମନ୍ତ୍ରୀ ଭାବରେ ନିଜର କର୍ତ୍ତବ୍ୟ ପାଳନ କରିବା ଏବଂ ଜଣେ ବିଶ୍ୱ ରାଜନେତା ଭାବରେ ନିଜର ଦାୟିତ୍ୱ ନିର୍ବାହ କରିବା ଜାରି ରଖନ୍ତି । ଆଉ ବେଳେବେଳେ ଆପଣ ଲଗାତାର ୯ ଦିନ ପାଇଁ ଉପବାସ ରଖିଥାନ୍ତି।

ପ୍ରଧାନମନ୍ତ୍ରୀ: ବାସ୍ତବରେ, ଏବଂ ଏହି ଅଭ୍ୟାସର ଏକ ଦୀର୍ଘ ଇତିହାସ ଅଛି । ବୋଧହୁଏ ଶ୍ରୋତାମାନେ ଏହାକୁ ଶୁଣି ଥକି ଯାଇପାରନ୍ତି, କିନ୍ତୁ ତଥାପି ମୁଁ ଏହା ବିଷୟରେ କହିବି |

 

ଭାରତରେ 'ଚତୁର୍ମାସ' ନାମକ ଏକ ପରମ୍ପରା ରହିଛି, ଯାହା ମୌସୁମୀ ଋତୁକୁ ବୁଝାଏ । ଏହି ସମୟରେ ହଜମ ଶକ୍ତି ଦୁର୍ବଳ ହୋଇଯାଏ, ତେଣୁ ଚାରି ମାସ ପର୍ଯ୍ୟନ୍ତ ଦିନକୁ ଥରେ ଖାଇବାର ପରମ୍ପରା ରହିଛି । ମୋ ପାଇଁ, ଏହି ଅଭ୍ୟାସ ଜୁନ୍ ମଧ୍ୟଭାଗରୁ ଆରମ୍ଭ ହୁଏ ଏବଂ ଦୀପାବଳି ପରେ, ସାଧାରଣତଃ ନଭେମ୍ବର ପର୍ଯ୍ୟନ୍ତ ଚାଲିଥାଏ । ତା'ପରେ ସେପ୍ଟେମ୍ବର କିମ୍ବା ଅକ୍ଟୋବର ମାସରେ ନଅ ଦିନିଆ ପର୍ବ 'ନବରାତ୍ରୀ' ରହିଛି, ଯାହା ଦେବୀ ଦୁର୍ଗାଙ୍କ ଆରାଧନା ପାଇଁ ସମର୍ପିତ ହୋଇଥାଏ। ଏହି ସମୟରେ ମୁଁ କେବଳ ଗରମ ପାଣି ପିଇଥାଏ । ମୋର ପ୍ରାରମ୍ଭିକ ଜୀବନର ଅନୁଭୂତି ହେତୁ ଗରମ ପାଣି ପିଇବା ସବୁବେଳେ ମୋର ଏକ ଅଭ୍ୟାସ ରହିଆସିଛି ଏବଂ ମୁଁ ଏହି ଅଭ୍ୟାସରେ ଅଟଳ ରହିଥିଲି । ମାର୍ଚ୍ଚ କିମ୍ବା ଏପ୍ରିଲରେ ଆଉ ଏକ 'ନବରାତ୍ରୀ' ହୁଏ, ଯାହାକୁ 'ଚୈତ୍ର ନବରାତ୍ରୀ' କୁହାଯାଏ । ଚଳିତ ବର୍ଷ ଏହା ମାର୍ଚ୍ଚ ୩୧ତାରିଖରୁ ଆରମ୍ଭ ହେବାର ସମ୍ଭାବନା ରହିଛି। ଏହି ବ୍ରତ ସମୟରେ ମୁଁ ପ୍ରତିଦିନ କେବଳ ଗୋଟିଏ ପ୍ରକାର ଫଳ ଖାଇଥାଏ । ଉଦାହରଣ ସ୍ୱରୂପ, ଯଦି ମୁଁ ଅମୃତଭଣ୍ଡା କୁ ବାଛିବି, ତେବେ ମୁଁ ପୂରା ନଅ ଦିନର ଅବଧି ପାଇଁ ଦିନକୁ ଥରେ କେବଳ ଅମୃତଭଣ୍ଡା ଖାଇବି ।

ବର୍ଷ ବର୍ଷ ଧରି ଏହି ଉପବାସ ପରମ୍ପରା ମୋ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଛି । ବାସ୍ତବରେ, ମୁଁ 50-55 ବର୍ଷରୁ ଅଧିକ ସମୟ ଧରି ଏଭଳି ଅଭ୍ୟାସ ଅନୁସରଣ କରୁଛି ।

ଲେକ୍ସ ଫ୍ରିଡମ୍ୟାନ: ଆପଣ ଉପବାସରେ ଥିବା ବେଳେ ବିଶ୍ୱର କିଛି ମହାନ ନେତାଙ୍କୁ ଭେଟିଛନ୍ତି କି? ସେମାନେ କିପରି ପ୍ରତିକ୍ରିୟା ପ୍ରକାଶ କରିଥିଲେ? ଆପଣ ବିନା ଖାଦ୍ୟରେ ରହିଥିବା ଜାଣି ସେମାନେ ଆଶ୍ଚର୍ଯ୍ୟ ହୋଇଥିଲେ କି? ଏବଂ ମୁଁ କହିବାକୁ ଚାହୁଁଛି, ଆପଣ ସମ୍ପୂର୍ଣ୍ଣ ଠିକ୍ କହିଛନ୍ତି । ଦୁଇ ଦିନ ଉପବାସ କରିବା ପରେ, ମୁଁ ଅଧିକ ସଚେତନ ହେବା ସହିତ ମୋର ବିଷୟ ଗୁଡ଼ିକୁ ଅନୁଭବ କରିବାର କ୍ଷମତା ବୃଦ୍ଧି ପାଇଛି | ଏହା ଏକ ଗଭୀର ଅନୁଭୂତି ଥିଲା । ଆପଣ କୌଣସି ନିର୍ଦ୍ଦିଷ୍ଟ ଘଟଣା ମନେ ପକାଇ ପାରିବେ କି ଯେଉଁଠାରେ ଆପଣ ଜଣେ ବିଶ୍ୱ ନେତାଙ୍କ ଉପସ୍ଥିତିରେ ଉପବାସ କରିଥିଲେ?

 

ପ୍ରଧାନମନ୍ତ୍ରୀ: ମୁଁ ସାଧାରଣତଃ ଅଧିକାଂଶ ଲୋକଙ୍କୁ ଏ ବିଷୟରେ ଜାଣିବାକୁ ଦିଏ ନାହିଁ । ଉପବାସ ମୋ ପାଇଁ ଏକ ଗଭୀର ବ୍ୟକ୍ତିଗତ ବିଷୟ, ଏବଂ ମୁଁ ଏଥିପାଇଁ କେବେ ବି ପ୍ରଚାର ଚାହୁଁନାହିଁ । ମୁଁ ମୁଖ୍ୟମନ୍ତ୍ରୀ ଏବଂ ପରେ ପ୍ରଧାନମନ୍ତ୍ରୀ ହେବା ପରେ ହିଁ ଲୋକମାନେ ଏ ବିଷୟରେ ସଚେତନ ହେବା ଆରମ୍ଭ କରିଥିଲେ । ନଚେତ୍ ଏହା ସବୁବେଳେ ମୋ ଜୀବନର ଏକ ବ୍ୟକ୍ତିଗତ ଦିଗ ହୋଇ ରହିଆସିଛି। ବର୍ତ୍ତମାନ ଏହା ଜଣାପଡ଼ିବା ପରେ, ପଚାରିବା ସମୟରେ ମୁଁ ମୋର ଅନୁଭୂତିକୁ ସେୟାର କରେ, ଏହି ଆଶାରେ ଯେ ଏହା କାହା ପାଇଁ ଉପଯୋଗୀ ହୋଇପାରେ । ମୋ ପାଖରେ କୌଣସି ବ୍ୟକ୍ତିଗତ ସମ୍ପତ୍ତି ନାହିଁ- କେବଳ ମୋର ଅନୁଭୂତି, ଯାହା ଅନ୍ୟମାନଙ୍କ ପାଇଁ ଲାଭଦାୟକ ହୋଇପାରେ । ମୋର ପୁରା ଜୀବନ ଲୋକଙ୍କ ପାଇଁ ସମର୍ପିତ । ଉଦାହରଣ ସ୍ୱରୂପ, ମୁଁ ପ୍ରଧାନମନ୍ତ୍ରୀ ହେବା ପରେ ହ୍ୱାଇଟ ହାଉସରେ ରାଷ୍ଟ୍ରପତି ଓବାମାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲି । ଏକ ଆନୁଷ୍ଠାନିକ ରାତ୍ରୀ ଭୋଜନର ବ୍ୟବସ୍ଥା କରାଯାଇଥିଲା ଏବଂ ଆମ ନିଜ ଦଳ ମଧ୍ୟରେ ଆଲୋଚନା ସମୟରେ ଉଲ୍ଲେଖ କରାଯାଇଥିଲା ଯେ ରାତ୍ରୀ ଭୋଜନ ବେଳେ ପ୍ରଧାନମନ୍ତ୍ରୀ ଖାଇବେ ନାହିଁ । ଏହା କିଛି ଚିନ୍ତାର କାରଣ ପାଲଟିଥିଲା- ସେମାନେ ଭାରତ ଭଳି ଏକ ବିଶାଳ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଭୋଜନ ନ ଦେଇ କିପରି ଆୟୋଜନ କରିପାରିବେ? ଯେତେବେଳେ ଆମେ ବସିଲୁ, ସେମାନେ ମୋ ପାଇଁ ଏକ ଗ୍ଲାସ ଗରମ ପାଣି ଆଣିଲେ । ହାଲୁକା ମନ୍ତବ୍ୟ ଦେଇ ମୁଁ ରାଷ୍ଟ୍ରପତି ଓବାମାଙ୍କ ପାଖକୁ ଯାଇ କହିଲି, ଦେଖ, ମୋର ରାତ୍ରୀ ଭୋଜନ ଆସିଯାଇଛି!" ଏବଂ କାଚ ଗ୍ଲାସଟି ତାଙ୍କ ସାମ୍ନାରେ ରଖିଲି । ପରେ ଯେତେବେଳେ ମୁଁ ପୁଣି ଥରେ ଯାଇଥିଲି, ସେତେବେଳେ ତାଙ୍କର ମନେ ପଡ଼ିଲା। ସେ କହିଲେ, "ଗତଥର ଆପଣ ଉପବାସ କରିଥିଲେ, କିନ୍ତୁ ଏଥର ଆପଣଙ୍କୁ ମଧ୍ୟାହ୍ନ ଭୋଜନ କରିବାକୁ ହେବ। ଏଥର ଉପବାସ କଲେ ଚଳିବ ନାହିଁ- ଆପଣ ଏଥର ଦୁଇଗୁଣା ଖାଇବାକୁ ହେବ !

ଲେକ୍ସ ଫ୍ରିଡମ୍ୟାନ: ଏବେ ଆପଣଙ୍କ ପିଲାଦିନ ବିଷୟରେ କିଛି ଜାଣିବା। ଆପଣ ଏକ ସାମାନ୍ୟ ପୃଷ୍ଠଭୂମିରୁ ଆସିଛନ୍ତି ଏବଂ ପରେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଆପଣଙ୍କ ଯାତ୍ରା ଅନେକଙ୍କ ପାଇଁ ପ୍ରେରଣା। ଆପଣଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ଭଲ ନଥିଲା, ଏବଂ ଆପଣ ଆପଣଙ୍କର ପ୍ରାରମ୍ଭିକ ବର୍ଷଗୁଡ଼ିକ ମାଟିରେ ନିର୍ମିତ ଏକ ସାମାନ୍ୟ, ଏକ ବଖରା ବିଶିଷ୍ଟ ଘରେ ରହୁଥିଲେ, ଯେଉଁଠାରେ ଆପଣଙ୍କର ପୁରା ପରିବାର ଚଳୁଥିଲେ। ଆପଣ ଆପଣଙ୍କ ପିଲାଦିନର କିଛି ସ୍ମୃତି ସେୟାର କରିପାରିବେ କି? ସୀମିତ ସମ୍ବଳ ସହିତ ବଡ଼ ହେବା ଆପଣଙ୍କ ବ୍ୟକ୍ତିତ୍ୱକୁ କିପରି ଆକାର ଦେଇଥିଲା?

ପ୍ରଧାନମନ୍ତ୍ରୀ: ମୁଁ ଗୁଜରାଟରେ ଉତ୍ତର ଗୁଜରାଟର ମେହସାନା ଜିଲ୍ଲାରେ ଅବସ୍ଥିତ ଭଡ଼ନଗର ନାମକ ଏକ ଛୋଟ ସହରରେ ଜନ୍ମଗ୍ରହଣ କରିଥିଲି । ଭଡ଼ନଗର ଐତିହାସିକ ଦୃଷ୍ଟିକୋଣରୁ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ତଥା ଏହା ମୋର ଜନ୍ମ ସ୍ଥାନ ଓ ଏଠାରେ ମୋର ଶିକ୍ଷା ଆରମ୍ଭ ହେଲା।   ଆଜିର ଦୁନିଆ ବିଷୟରେ ଚିନ୍ତା କରି, ମୁଁ ଅନୁଭବ କରେ ଯେ ମୁଁ ଯେଉଁ ପରିବେଶରେ ବଡ଼ ହୋଇଥିଲି ତାହା ବହୁତ ଅନନ୍ୟ ଥିଲା - ବୋଧହୁଏ ବିରଳ ମଧ୍ୟ । ଯେତେବେଳେ ମୁଁ ସ୍କୁଲରେ ପଢ଼ୁଥିଲି, ସେତେବେଳେ ଆମ ଗାଁରେ ଜଣେ ଭଦ୍ରବ୍ୟକ୍ତି ଥିଲେ ଯିଏ ଆମ ପିଲାମାନଙ୍କୁ ପ୍ରାୟତଃ ଉତ୍ସାହିତ କରୁଥିଲେ ଯେ, "ଯଦି ଆପଣ କେବେ ଏକ ଖୋଦିତ ପଥର, ଏକ ଚିହ୍ନିତ ପଥର କିମ୍ବା କୌଣସି ପ୍ରାଚୀନ କଳାକୃତି ଦେଖିବେ, ତେବେ ଏହାକୁ ବିଦ୍ୟାଳୟକୁ ଆଣନ୍ତୁ। ତାଙ୍କର ଏହି କଥା ମୋର ଉତ୍ସୁକତା ସୃଷ୍ଟି କଲା ଏବଂ ଯେତେବେଳେ ମୁଁ ଅଧିକ ବୁଝିବାକୁ ଆରମ୍ଭ କଲି, ମୁଁ ଅନୁଭବ କଲି ଯେ ମୋ ଗାଁର ଏକ ବହୁତ ସମୃଦ୍ଧ ଏବଂ ପ୍ରାଚୀନ ଇତିହାସ ଅଛି । ସ୍କୁଲରେ ଆମ ଗାଁର ଐତିହ୍ୟ ବିଷୟରେ ଆଲୋଚନା ମୋର ଆଗ୍ରହକୁ ଆହୁରି ଗଭୀର କରିଥିଲା । ପରବର୍ତ୍ତୀ ସମୟରେ ମୁଁ ଏକ ଖବରକାଗଜରେ ଏକ ଚାଇନିଜ୍ ଚଳଚ୍ଚିତ୍ର ବିଷୟରେ ପଢ଼ିଥିଲି ଯେଉଁଥିରେ ପ୍ରସିଦ୍ଧ ଚୀନ୍ ଦାର୍ଶନିକ ଏବଂ ପର୍ଯ୍ୟଟକ ହିଉଏନ୍ ସାଙ୍ଗଙ୍କ ବିଷୟରେ ଉଲ୍ଲେଖ କରାଯାଇଥିଲା। ମୁଁ ଜାଣିବାକୁ ପାଇଲି ଯେ ସେ ଶତାବ୍ଦୀ ପୂର୍ବେ ମୋ ଗାଁରେ ଯଥେଷ୍ଟ ସମୟ ବିତାଇଥିଲେ, କାରଣ ଭଡ଼ନଗର ଏକଦା ବୌଦ୍ଧ ଶିକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଥିଲା । ବାସ୍ତବରେ, ଐତିହାସିକ ଦସ୍ତାବିଜରୁ ଜଣାଯାଏ ଯେ ୧୪୦୦ ଦଶକରେ ଏହା ଏକ ସମୃଦ୍ଧ ବୌଦ୍ଧ ଶିକ୍ଷାକେନ୍ଦ୍ର ଥିଲା । ସମୟକ୍ରମେ, ମୁଁ ଭଡ଼ନଗରର ଇତିହାସର ଅଧିକ ଆକର୍ଷଣୀୟ ଦିଗ ଆବିଷ୍କାର କଲି - ଦ୍ୱାଦଶ ଶତାବ୍ଦୀର ବିଜୟ ସ୍ମାରକୀ, ସପ୍ତଦଶ ଶତାବ୍ଦୀର ଏକ ମନ୍ଦିର ଏବଂ ଷୋଡ଼ଶ ଶତାବ୍ଦୀର ଦୁଇ ଭଉଣୀ ତାନା ଏବଂ ରିରିଙ୍କ ପରମ୍ପରା, ଯେଉଁମାନେ ସଙ୍ଗୀତରେ ଅତ୍ୟନ୍ତ ଦକ୍ଷ ଥିଲେ । ଏହି ଐତିହାସିକ ଉପାଦାନ ସାମ୍ନାକୁ ଆସିବା ପରେ ମୋର ଆଗ୍ରହ ବଢିବାରେ ଲାଗିଲା । ମୁଁ ମୁଖ୍ୟମନ୍ତ୍ରୀ ହେବା ପରେ ଭଡ଼ନଗରର ଐତିହାସିକ ମହତ୍ତ୍ୱକୁ ଉନ୍ମୋଚନ କରିବା ପାଇଁ ବ୍ୟାପକ ଖନନ ପ୍ରକଳ୍ପ ଆରମ୍ଭ କରିଥିଲି। ଏହି କାର୍ଯ୍ୟ ମାଧ୍ୟମରେ ଆମେ ପ୍ରମାଣ ପାଇଲୁ ଯେ, ଗୋଟିଏ ସମୟରେ ସେଠାରେ ହଜାର ହଜାର ବୌଦ୍ଧ ଭିକ୍ଷୁ ଅଧ୍ୟୟନ କରିଥିଲେ। ଏହା ସହିତ ବୌଦ୍ଧ ଧର୍ମ, ଜୈନ ଧର୍ମ ଏବଂ ହିନ୍ଦୁ ଧର୍ମର ପ୍ରଭାବ ପରସ୍ପର ସହିତ ଗଭୀର ଭାବରେ ଜଡ଼ିତ ଥିଲା । ଭଡ଼ନଗରର ଇତିହାସ କେବଳ ବହିରେ ସୀମିତ ନଥିଲା- ପ୍ରତ୍ୟେକ ପଥର, ପ୍ରତ୍ୟେକ କାନ୍ଥ ନିଜ ନିଜ କାହାଣୀ ବର୍ଣ୍ଣନା କରୁଥିଲା । ଏହି ଖନନରୁ ଉଲ୍ଲେଖନୀୟ ତଥ୍ୟ ସାମ୍ନାକୁ ଆସିଛି ଯାହା ଇତିହାସ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ସୁଦ୍ଧା, ପ୍ରମାଣରୁ ଜଣାପଡିଛି ଯେ ଭଡ଼ନଗରରେ ୨,୮୦୦ ବର୍ଷ ଧରି କ୍ରମାଗତ ଭାବରେ ଜନବସତି ରହିଆସିଛି - ଏକ ଅଖଣ୍ଡ ଏବଂ ସ୍ଥାୟୀ ମାନବ ବସତି ଯାହାର ଅଭିବୃଦ୍ଧି ଏବଂ ବିକାଶର ଏକ ସୁଲିଖିତ ଇତିହାସ ପାଖାପାଖି ତିନି ହଜାର ବର୍ଷ ଧରି ଚାଲିଛି । ଆଜି ସେଠାରେ ଏକ ଅନ୍ତର୍ଜାତୀୟ ସ୍ତରର ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଛି, ଯେଉଁଥିରେ ବିଶେଷ କରି ପ୍ରତ୍ନତତ୍ତ୍ୱ ବିଦ୍ୟାର୍ଥୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଗବେଷଣା ସ୍ଥାନ ଉପଲବ୍ଧ ହେଉଛି । ମୋ ପାଇଁ ମୋ ଜନ୍ମସ୍ଥାନର ଏକ ବିଶେଷ ମହତ୍ତ୍ୱ ରହିଛି। ଏବଂ ଦିବ୍ୟ ବ୍ୟବସ୍ଥାର ନିର୍ଦ୍ଦେଶରେ ବୋଧହୁଏ ମୋର କର୍ମଭୂମି କାଶୀ ରେ ପରିଣତ ହେଲା । କାଶୀ - ବନାରସ କିମ୍ବା ବାରଣାସୀ ନାମରେ ମଧ୍ୟ ପରିଚିତ - ଅନ୍ୟ ଏକ ପ୍ରାଚୀନ ସହର ଯେଉଁଠାରେ ଶହ ଶହ ବର୍ଷ ଧରି ଲୋକମାନେ ନିରନ୍ତର ଭାବରେ ବସବାସ କରିଆସୁଛନ୍ତି।

 

ଏହା ଅସାଧାରଣ ଲାଗୁଛି ଯେ, ଭଡ଼ନଗରରେ ଜନ୍ମଗ୍ରହଣ କରିଥିବା ମୋ ଭଳି ଜଣେ ବ୍ୟକ୍ତି ପରେ ମା' ଗଙ୍ଗାଙ୍କ ଚରଣରେ ରହୁଥିବା କାଶୀରେ ନିଜ ଜୀବନର କାମ ପାଇବେ। ମୋର ପ୍ରାରମ୍ଭିକ ବର୍ଷଗୁଡ଼ିକରେ, ମୁଁ ମୋର ପିତାମାତା, ଭାଇଭଉଣୀ, ଜେଜେବାପା, ମାମୁଁ ଏବଂ ମାଉସୀମାନଙ୍କ ସହିତ ରହୁଥିଲି | ଆମେ ଯେଉଁ ଘରେ ବଡ଼ ହୋଇଥିଲୁ ତାହା ଏକ ସାମାନ୍ୟ ଘର ଥିଲା- ଏକ ଛୋଟ ଘର, ଏଥିରେ ଝରକା ନଥିଲା, କେବଳ ଗୋଟିଏ କବାଟ ଥିଲା। ଆମେ ସେଠାରେ ଜନ୍ମ ନେଇଥିଲୁ ଏବଂ ବଡ଼ ହୋଇଥିଲୁ । ଯେତେବେଳେ ଲୋକମାନେ ଦାରିଦ୍ର୍ୟ ବିଷୟରେ ଆଲୋଚନା କରନ୍ତି, ଏହାକୁ ପ୍ରାୟତଃ ଆପେକ୍ଷିକ ଶବ୍ଦରେ ପ୍ରସ୍ତୁତ କରାଯାଏ । ଆଜି ସାର୍ବଜନୀନ ଜୀବନରେ ଅନେକ ବିଭିନ୍ନ ପୃଷ୍ଠଭୂମିରୁ ଆସିଛନ୍ତି, କିନ୍ତୁ ମୋର ପିଲାଦିନ ଅତ୍ୟନ୍ତ ଦାରିଦ୍ର୍ୟ ମଧ୍ୟରେ କଟିଥିଲା । ତଥାପି, ମୁଁ କେବେ ବି ଏହାର ବୋଝ ଅନୁଭବ କରିନଥିଲି । ଆପଣ ଦେଖନ୍ତୁ, ଯଦି କେହି ଜୋତା ପିନ୍ଧିବାରେ ଅଭ୍ୟସ୍ତ ଏବଂ ହଠାତ୍ ଏହା ଚାଲିଯାଏ, ତେବେ ସେମାନେ ଏହାର ଅନୁପସ୍ଥିତି ଅନୁଭବ କରିବେ । କିନ୍ତୁ ଯଦି କେହି କେବେ ଜୋତା ପିନ୍ଧି ନାହାନ୍ତି, ତେବେ ସେମାନେ କ'ଣ ହରାଉଛନ୍ତି ତାହା ଜାଣିପାରିବେ ନାହିଁ। ପିଲାଦିନେ କେବେ ଜୋତା ନଥିବାରୁ ମୁଁ ସେଥିରୁ ବଞ୍ଚିତ ଅନୁଭବ କରୁନଥିଲି। ବିନା ତୁଳନାରେ ମୋ ଜୀବନ କେବଳ ସେମିତି ଥିଲା । ମୋ ମା' ଅତ୍ୟନ୍ତ କଠିନ ପରିଶ୍ରମ କରିଥିଲେ ଏବଂ ମୋ ବାପା ମଧ୍ୟ। ତାଙ୍କର ଏକ ନିଆରା ଦୈନନ୍ଦିନ ରୁଟିନ୍ ଥିଲା- ସକାଳ ପ୍ରାୟ ୪:୦୦ କିମ୍ବା ୪:୩୦ ସମୟରେ ଖୁବ୍ ଶୀଘ୍ର ଉଠିବା। ସେ ବହୁ ଦୂର ଚାଲି ଚାଲି ଯାଉଥିଲେ, ଅନେକ ମନ୍ଦିର ଦର୍ଶନ କରୁଥିଲେ ଏବଂ ତା'ପରେ ତାଙ୍କ ଛୋଟ ଦୋକାନକୁ ଯାଉଥିଲେ । ସେ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ୱାରା ପ୍ରସ୍ତୁତ ହାତତିଆରି ଚମଡ଼ା ଜୋତା ପିନ୍ଧୁଥିଲେ, ଯାହା ଚାଲିବା ସମୟରେ ଏକ ସ୍ୱତନ୍ତ୍ର ଟୁକ୍, ଟୁକ୍, ଟୁକ୍ ଶବ୍ଦ ସୃଷ୍ଟି କରିଥିଲା। ଦାମୋଦର ଭାଇ ଏତେ ସମୟାନୁବର୍ତ୍ତୀ ଓ ଶୃଙ୍ଖଳିତ ଥିବାରୁ ତାଙ୍କ ଆଗମନ ଅନୁଯାୟୀ ସେମାନେ ଘଡ଼ି କୁ ଆଡଜଷ୍ଟ କରିବେ ବୋଲି ଗ୍ରାମର ଲୋକମାନେ କହୁଥିଲେ। ସେ ଅକ୍ଳାନ୍ତ ପରିଶ୍ରମ କରୁଥିଲେ, ପ୍ରାୟତଃ ବିଳମ୍ବିତ ରାତି ପର୍ଯ୍ୟନ୍ତ । ଏହି ସମୟରେ, ମୋ ମା' ସୁନିଶ୍ଚିତ କରିଥିଲେ ଯେ ଆମର କଷ୍ଟ ସତ୍ତ୍ୱେ, ଆମେ କେବେ ବି ବଞ୍ଚିତ ଅନୁଭବ କରୁନାହୁଁ । ସେ ସବୁ କିଛି ପରିଚାଳନା କରୁଥିଲେ ଯାହାଦ୍ୱାରା ଆମ ଘର ଜୀବନ ଯଥାସମ୍ଭବ ସୁରୁଖୁରୁରେ ଚାଲିବ। ତଥାପି ଦାରିଦ୍ର୍ୟର ଏଭଳି ପରିସ୍ଥିତି ସତ୍ତ୍ୱେ ଏହା ଆମ ମନକୁ କେବେ ପ୍ରଭାବିତ କରିନଥିଲା।

 

ମୋର ଭଲ ଭାବରେ ମନେ ଅଛି ଯେ ସ୍କୁଲକୁ ଜୋତା ପିନ୍ଧିବା ବିଷୟରେ ମୁଁ କେବେ ବି ଚିନ୍ତା କରିନଥିଲି । ଦିନେ ମୁଁ ସ୍କୁଲ ଯାଉଥିବା ବେଳେ ମୋ ମାମୁଁ ମୋତେ ଦେଖିଲେ । ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, "ଆରେ! ତୁ ଏମିତି ସ୍କୁଲ୍ ଯାଉଛୁ ?" ବିନା ଦ୍ୱିଧାରେ, ସେ ମୋ ପାଇଁ ଏକ ଯୋଡା କ୍ୟାନଭାସ୍ ଜୋତା କିଣିଲେ ଏବଂ ମୋତେ ପିନ୍ଧିବାକୁ କହିଲେ । ସେହି ସମୟରେ ସେହି ଜୋତାର ଦାମ୍ ପ୍ରାୟ ୧୦-୧୨ ଟଙ୍କା ଥିଲା। ଯେହେତୁ ଏହା କ୍ୟାନଭାସରେ ନିର୍ମିତ , ଏଥିରେ ସହଜରେ ଦାଗ ଲାଗି ଯାଉଥିଲା ଏବଂ ଏହା ଧଳା ଜୋତା ଥିଲା। ଏହି ଜୋତାକୁ ପରିଷ୍କାର ରଖିବା ପାଇଁ ମୋର ଏକ ଅଭ୍ୟାସ ବିକଶିତ ହେଲା । ସ୍କୁଲ୍ ସରିବା ପରେ ମୁଁ କିଛି ସମୟ ପଛରେ ରହି ଶିକ୍ଷକଙ୍କ ଦ୍ୱାରା ଫିଙ୍ଗି ଦିଆଯାଇଥିବା ବଳକା ଚକ ଖଣ୍ଡଗୁଡ଼ିକୁ ସଂଗ୍ରହ କରୁଥିଲି। ମୁଁ କ୍ଲାସରୁମ୍ ରୁ କ୍ଲାସରୁମ୍ କୁ ଯାଉଥିଲି, ଚକର ଖଣ୍ଡ ସଂଗ୍ରହ କରୁଥିଲି, ତା'ପରେ ସେଗୁଡ଼ିକୁ ଘରକୁ ନେଉଥିଲି, ଭିଜାଇ ଦେଉଥିଲି ଏବଂ ସେଗୁଡ଼ିକୁ ମୋ କ୍ୟାନଭାସ୍ ଜୋତା ପଲିସ୍ କରିବା ପାଇଁ ବ୍ୟବହାର କରୁଥିଲି । ଏହା ମୋର ଜୋତାକୁ ଚମକାଇବ, ଏବଂ ମୋ ପାଇଁ, ଯାହା ଏକ ଅସୀମ ବିଳାସ, ଏକ ସମ୍ପଦ ପରି ମନେ ହେଉଥିଲା । ମୁଁ ଜାଣେ ନାହିଁ କାହିଁକି, କିନ୍ତୁ ପିଲାଦିନରୁ ଆମ ମା' ସ୍ୱଚ୍ଛତା ପ୍ରତି ଅତ୍ୟନ୍ତ ସଚେତନ ଥିଲେ । ବୋଧହୁଏ ସେହି ଶୃଙ୍ଖଳା ଆମ ଭିତରେ ମଧ୍ୟ ଗଢ଼ି ଉଠିଥିଲା। ସବୁବେଳେ ଭଲ ପୋଷାକ ପିନ୍ଧିବାର ଅଭ୍ୟାସ ମୁଁ କିପରି ବିକଶିତ କଲି ତାହା ମୁଁ ନିଶ୍ଚିତ ନୁହେଁ, କିନ୍ତୁ ଏହା ଏକ ଜିନିଷ ଥିଲା ଯାହାକୁ ମୁଁ ବହୁତ ଛୋଟ ବୟସରୁ ଅନୁସରଣ କରିଥିଲି | ମୁଁ ଯାହା ପିନ୍ଧିଥିଲି, ତାହାକୁ ଠିକ୍ ଭାବେ ପିନ୍ଧିବା ନିଶ୍ଚିତ କରିଥିଲି। ଆମର ପୋଷାକ ଆଇରନ୍ କରିବାର କୌଣସି ଉପାୟ ନଥିଲା, ତେଣୁ ମୁଁ ମୋର ନିଜର ଉପାୟ ବାହାର କରିଥିଲି। ମୁଁ ଏକ ତମ୍ବା ପାତ୍ରରେ ପାଣି ଗରମ କରୁଥିଲି, ଏହାକୁ ଏକ ଚିମୁଟା ସହିତ ଧରୁଥିଲି ଏବଂ ସ୍କୁଲଯିବା ପୂର୍ବରୁ ମୋର ପୋଷାକକୁ ଆଇରନ କରୁଥିଲି | ଏହି ଜୀବନକୁ ମୁଁ ପ୍ରକୃତରେ ଉପଭୋଗ କରିଥିଲି । ଅନ୍ୟମାନଙ୍କର ଆର୍ଥିକ ସ୍ଥିତି କୁ ଆଧାର କରି ବିଚାର କରିବାର ମାନସିକତାରେ ଆମେ କେବେ ବି ବଡ଼ ହୋଇନଥିଲୁ । ଜଣେ ଗରିବ କି ଭଳି ଜୀବନ ବିତାଉଛନ୍ତି ସେ ବିଷୟରେ ଆମେ କେବେ ଚିନ୍ତା କରିନଥିଲୁ। ବରଂ ଆମ ପାଖରେ ଯାହା ଅଛି ସେଥିରେ ସନ୍ତୁଷ୍ଟ ରହିବା, କଠିନ ପରିଶ୍ରମ ଜାରି ରଖିବା ଏବଂ ଦୁଃଖର ସହ ଏସବୁ ବିଷୟରେ କେବେ ବି ଧ୍ୟାନ ନ ଦେବାକୁ ଆମକୁ ଶିଖାଯାଇଥିଲା । ଏହାକୁ ସୌଭାଗ୍ୟ କୁହନ୍ତୁ କି ଦୁର୍ଭାଗ୍ୟ, ରାଜନୀତିରେ ମୋର ଯାତ୍ରା ଶେଷରେ ମୋ ଜୀବନର ଏହି ଦିଗଗୁଡ଼ିକୁ ଲୋକଙ୍କ ନଜରକୁ ଆଣିଥିଲା। ମୁଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଟେଲିଭିଜନ ସାମ୍ବାଦିକମାନେ ମୋ ଗାଁରେ ପହଞ୍ଚିଥିଲେ। ସେମାନେ ମୋର ପିଲାଦିନର ସାଙ୍ଗମାନଙ୍କ ସହ କଥା ବାର୍ତ୍ତା କରିବା ଆରମ୍ଭ କଲେ ଏବଂ ମୋ ଘରର ଫୁଟେଜ୍ ନେଇଥିଲେ । ଏହା ପରେ ହିଁ ଲୋକମାନେ ପ୍ରକୃତରେ ମୋର ପୃଷ୍ଠଭୂମି ଏବଂ ମୁଁ କେଉଁଠାରୁ ଆସିଥିଲି ସେ ବିଷୟରେ ଜାଣିବାକୁ ପାଇଥିଲେ । ଏହା ପୂର୍ବରୁ ବହୁତ କମ୍ ଲୋକ ମୋ ବିଷୟରେ ବହୁତ କିଛି ଜାଣିଥିଲେ । ଏମିତି ମୋ ଜୀବନ ଚାଲିଛି। ମୋ ମା'ଙ୍କର ସେବା ପ୍ରତି ସ୍ୱାଭାବିକ ଆଗ୍ରହ ଥିଲା । ସେ ପାରମ୍ପରିକ ଉପଚାର ବିଷୟରେ ଜ୍ଞାନ ରଖିଥିଲେ ଏବଂ ପ୍ରାୟତଃ ଗାଁରେ ପିଲାମାନଙ୍କ ର ଚିକିତ୍ସା କରୁଥିଲେ । ପିତାମାତା ମାନେ ସେମାନଙ୍କ ପିଲାମାନଙ୍କୁ ସକାଳେ, ସୂର୍ଯ୍ୟୋଦୟ ପୂର୍ବରୁ ଚିକିତ୍ସା ପାଇଁ ତାଙ୍କ ପାଖକୁ ଆଣନ୍ତି - ବେଳେବେଳେ ସକାଳ ପାଞ୍ଚଟା ବେଳେ। ପିଲାମାନେ ଅଧିକାଂଶ ସମୟରେ କାନ୍ଦୁଥିଲେ ଏବଂ ଏହି କାରଣରୁ ଆମକୁ ମଧ୍ୟ ଶୀଘ୍ର ଉଠିବାକୁ ପଡୁଥିଲା । ନିଃସ୍ୱାର୍ଥପର ସେବା ଭାବନାକୁ ପ୍ରତିଫଳିତ କରି ସେ ପିଲାମାନଙ୍କୁ ଯତ୍ନର ସହ ଦେଖୁଥିଲେ । ପଛକୁ ଫେରି ଦେଖିଲେ ମୁଁ ବିଶ୍ୱାସ କରେ ଯେ ଏହା ଦେଖି ମୋ ଭିତରେ ସମାଜ ପ୍ରତି ଗଭୀର କରୁଣା ଓ ଅନ୍ୟମାନଙ୍କ ପାଇଁ ଭଲ କରିବାର ଇଚ୍ଛା ଜାଗ୍ରତ ହୋଇଥିଲା । ଆଜି ମୁଁ ଯାହା ବି ହୋଇପାରିଛି ତାହା ମୁଁ ଯେଉଁ ପରିବେଶରେ ବଡ଼ ହୋଇଥିଲି ତାହାର ପରିଣାମ- ମୋ ମା' ଓ ପିତାଙ୍କ ଦ୍ୱାରା ମୋ ଭିତରେ ସୃଷ୍ଟି ହୋଇଥିବା ମୂଲ୍ୟବୋଧ ଏବଂ ମୋର ଶିକ୍ଷକମାନଙ୍କ ମାର୍ଗଦର୍ଶନ। ଏହି ପ୍ରଭାବ ଦ୍ୱାରା ମୋ ଜୀବନ ଆକାର ନେଇଛି ।

ଲେକ୍ସ ଫ୍ରିଡମ୍ୟାନ୍: ଏହି କଥାବାର୍ତ୍ତା ଶୁଣିଥିବା ଅନେକ ଯୁବକ ପ୍ରକୃତରେ ଆପଣଙ୍କ କାହାଣୀରୁ ପ୍ରେରିତ ହୁଅନ୍ତି – ଏକ ନମ୍ର ଆରମ୍ଭରୁ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ନେତୃତ୍ୱ ନେବା ପର୍ଯ୍ୟନ୍ତ ଆପଣଙ୍କର ଯାତ୍ରା ଜାରି ରହିଛି। ସଂଘର୍ଷ କରୁଥିବା, ହଜିଯାଇଥିବା ଅନୁଭବ କରୁଥିବା ଏବଂ ଜୀବନରେ ବାଟ ଖୋଜିବାକୁ ଚେଷ୍ଟା କରୁଥିବା ଯୁବକମାନଙ୍କୁ ଆପଣ କ'ଣ ପରାମର୍ଶ ଦେବେ?

ପ୍ରଧାନମନ୍ତ୍ରୀ: ମୁଁ ସମସ୍ତ ଯୁବକଙ୍କୁ କହିବାକୁ ଚାହେଁ ଯେ ଜୀବନରେ ରାତି ଯେତେ ଅନ୍ଧକାରମୟ ହେଉ ନା କାହିଁକି, ଏହା କେବଳ ଗୋଟିଏ ରାତି - ସକାଳ ହେବା ନିଶ୍ଚିତ । ସେଥିପାଇଁ ଧୈର୍ଯ୍ୟ ଓ ଆତ୍ମବିଶ୍ୱାସ ଜରୁରୀ । ପରିସ୍ଥିତି ଚ୍ୟାଲେଞ୍ଜିଂ ହୋଇପାରେ, କିନ୍ତୁ ମୁଁ କେବଳ ପରିସ୍ଥିତି କାରଣରୁ ଏଠାରେ ନାହିଁ । ପରମେଶ୍ୱର ସେମାନଙ୍କୁ ଏକ ଉଦ୍ଦେଶ୍ୟ ପାଇଁ ଏହି ଦୁନିଆକୁ ପଠାଇଛନ୍ତି ବୋଲି ବିଶ୍ୱାସ ରଖିବା ଉଚିତ୍ । ଏବଂ ମନେରଖନ୍ତୁ, ତୁମେ କେବେ ବି ଏକୁଟିଆ ନୁହଁ- ଯିଏ ତୁମକୁ ପଠାଇଛି, ସେ ସର୍ବଦା ତୁମ ସହିତ ରହିଛନ୍ତି । ଏହି ଅତୁଟ ବିଶ୍ୱାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସମସ୍ୟା ଆମକୁ ଚିହ୍ନିବାରେ ସହାୟତା କରେ। ; ଏହା ଆମକୁ ଭାଙ୍ଗିବା ପାଇଁ ନୁହେଁ ବରଂ ଆମକୁ ମଜବୁତ କରିବା ପାଇଁ ଉଦ୍ଦିଷ୍ଟ । କଷ୍ଟ ନିରାଶା ସୃଷ୍ଟି କରିବା ପାଇଁ ନୁହେଁ- ଏହା ସ୍ଥିରତା ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ । ମୁଁ ସବୁବେଳେ ପ୍ରତ୍ୟେକ ସଙ୍କଟ, ପ୍ରତ୍ୟେକ ଚ୍ୟାଲେଞ୍ଜକୁ ଏକ ସୁଯୋଗ ଭାବରେ ଦେଖିଛି । ଏହା ମୁଁ ଯୁବପିଢ଼ିଙ୍କୁ ଜଣାଇବାକୁ ଚାହୁଁଛି। ଦ୍ବିତୀୟତଃ, ଧୈର୍ଯ୍ୟ ଜରୁରୀ- ଜୀବନରେ କୌଣସି ସର୍ଟକଟ ନାହିଁ। ଆମ ରେଳ ଷ୍ଟେସନରେ ଲୋକଙ୍କୁ ବ୍ରିଜ ବ୍ୟବହାର  କରିବାକୁ ଏବଂ ରେଳ ଧାରଣା ଅତିକ୍ରମ ନ କରିବାକୁ ସତର୍କ କରାଯାଇଛି । ଏଥିରେ କୁହାଯାଇଛି, ସର୍ଟକଟ୍ ତୁମ ଜୀବନକୁ ଛୋଟ କରିଦେବ। ଏହା ଜୀବନ ପାଇଁ ମଧ୍ୟ ସତ । ମୁଁ ମଧ୍ୟ ଯୁବକମାନଙ୍କୁ ମନେ ପକାଇଦେବାକୁ ଚାହେଁ: "ସର୍ଟକଟ୍ ତୁମକୁ ଛୋଟ କରିଦେବ। ଜୀବନରେ କୌଣସି ସର୍ଟକଟ୍ ନାହିଁ। ଧୈର୍ଯ୍ୟ ଓ କାର୍ଯ୍ୟ ପ୍ରତି ନିଷ୍ଠା ନିହାତି ଜରୁରୀ । ଆମକୁ ଯାହା ବି ଦାୟିତ୍ବ ଦିଆଯାଉ, ସେଥିରେ ଆମକୁ ନିଷ୍ଠାର ସହ ନିଜକୁ ଉତ୍ସର୍ଗ କରିବାକୁ ପଡ଼ିବ। ଆମେ ଏହାକୁ ଆନନ୍ଦର ସହ ଗ୍ରହଣ କରିବା ଉଚିତ ଏବଂ ଆମର କାର୍ଯ୍ୟରେ ଗର୍ବ କରିବା ଉଚିତ୍। ମୁଁ ବିଶ୍ୱାସ କରେ ଯେ ଯଦି ଜଣେ ବ୍ୟକ୍ତି ଜୀବନ ପ୍ରତି ଏହି ଆଭିମୁଖ୍ୟ ଗ୍ରହଣ କରେ, ତେବେ ଅନ୍ୟ ସବୁ କିଛି ଠିକ୍ ହୋଇଯାଏ। ସଫଳତା ଓ ସମୃଦ୍ଧିର ନିଜସ୍ୱ ମହିମା ଅଛି, କିନ୍ତୁ ବ୍ୟକ୍ତି ନିଜ ଚେଷ୍ଟାରେ ସନ୍ତୁଷ୍ଟ ହେବା ଉଚିତ୍ ନୁହେଁ । ଯଦି କେହି କେବଳ ନିଷ୍କ୍ରିୟ, ଆରାମରେ ଲିପ୍ତ ରହିବେ, ତେବେ ସେମାନେ ଶେଷରେ ସ୍ଥିର ହୋଇଯିବେ । ପରିସ୍ଥିତି ଯାହା ହେଉ ନା କାହିଁକି, ସବୁବେଳେ ଯୋଗଦାନ କରିବାକୁ ଚେଷ୍ଟା କରିବା ଉଚିତ୍ । ଯଦି ମୁଁ ନିଜକୁ ପ୍ରଭାବଶାଳୀ ସ୍ଥିତିରେ ପାଇବି, ତେବେ ମୁଁ ଏହାକୁ ବ୍ୟବହାର କରି ମୋର ସାମର୍ଥ୍ୟ ଅନୁଯାୟୀ ସମାଜକୁ ଫେରାଇ ଦେବା ଉଚିତ୍ | ଯଦି ମୁଁ ଏଭଳି ସ୍ଥିତିରେ ନ ଥିବି, ତା'ହେଲେ ମଧ୍ୟ ଅର୍ଥପୂର୍ଣ୍ଣ କାମ କରିବାକୁ ପଡ଼ିବ। କାହାର ସ୍ଥିତି କିମ୍ବା ପରିସ୍ଥିତି ଯାହା ହେଉ ନା କାହିଁକି, ଅଭିବୃଦ୍ଧି ଏବଂ ସେବା ପାଇଁ ସର୍ବଦା ସ୍ଥାନ ଥାଏ, ଏବଂ ସେହି ଆଭିମୁଖ୍ୟକୁ ମୁଁ ଉତ୍ସାହିତ କରିବି |

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶିଖିବା କେବେ ବି ବନ୍ଦ ହେବା ଉଚିତ୍ ନୁହେଁ । କିଛି ଲୋକ ଯଥେଷ୍ଟ ଜାଣନ୍ତି ବୋଲି ଭାବି ଆତ୍ମସନ୍ତୋଷ ପ୍ରକାଶ କରିଥାନ୍ତି। କିନ୍ତୁ ଆମ ଭିତରେ ଥିବା ଛାତ୍ର କେବେ ମରିବା ଉଚିତ ନୁହେଁ; ଆମେ ସବୁବେଳେ ଶିଖିବା ପାଇଁ ଆଗ୍ରହୀ ରହିବା ଉଚିତ୍। ଉଦାହରଣ ସ୍ୱରୂପ, ମୋର ମାତୃଭାଷା ଗୁଜରାଟୀ, ଏବଂ ଯେତେବେଳେ ମୁଁ ଛୋଟ ଥିଲି, ମୋର ହିନ୍ଦୀ ବିଷୟରେ ଅଳ୍ପ ଜ୍ଞାନ ଥିଲା । ମୁଁ ଜାଣି ନଥିଲି କି ବକ୍ତୃତା କ'ଣ କିମ୍ବା କିପରି ପ୍ରଭାବଶାଳୀ ଭାବରେ କଥା ବାର୍ତ୍ତା କରିବି । ତେବେ ମୁଁ ମୋ ବାପାଙ୍କ ସହ ଚା' ଦୋକାନରେ ବସିଥିଲି, ଯେଉଁଠାରେ ମୋତେ ସବୁ ବର୍ଗର ଲୋକଙ୍କୁ ଭେଟିବାର ସୁଯୋଗ ମିଳିଥିଲା । ପିଲାଦିନେ ମଧ୍ୟ ମୁଁ ଏହିସବୁ ଘଟଣାରୁ ଶିଖିଥିଲି- ସେମାନଙ୍କର ଆଚରଣ, ସେମାନଙ୍କର କହିବାର ଶୈଳୀ, ସେମାନଙ୍କର ଦୃଷ୍ଟିକୋଣ। ମୁଁ ସବୁ କିଛି ଗ୍ରହଣ କଲି । ମୁଁ ନିଜକୁ କହିଥିଲି ଯେ ଯଦିଓ ମୁଁ ସେହି ସମୟରେ ପ୍ରଭାବଶାଳୀ ସ୍ଥିତିରେ ନଥିଲି, ମୁଁ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରିବା ଉଚିତ୍ | ମୁଁ କାହିଁକି ଶିଖିବି ନାହିଁ? ମୁଁ କାହିଁକି ନିଜକୁ ଉନ୍ନତ କରିବି ନାହିଁ? ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଯେ ଶିଖିବାର ଇଚ୍ଛା ସର୍ବଦା ଆମ ଭିତରେ ବଞ୍ଚି ରହିବା ଉଚିତ୍। ଏହାବ୍ୟତୀତ, ମୁଁ ଲକ୍ଷ୍ୟ କରିଛି ଯେ ଅନେକ ଲୋକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବା କିମ୍ବା କିଛି ନିର୍ଦ୍ଦିଷ୍ଟ ହେବାକୁ ଆଗ୍ରହୀ ଅଟନ୍ତି । ଯେତେବେଳେ ସେମାନେ ନିଜ ଇଚ୍ଛିତ ଫଳାଫଳରେ ପହଞ୍ଚିବାରେ ବିଫଳ ହୁଅନ୍ତି, ସେମାନେ ନିରାଶ ହୋଇଯାଆନ୍ତି । ସେଥିପାଇଁ ମୁଁ ସବୁବେଳେ ମୋ ସାଙ୍ଗମାନଙ୍କୁ ଉପଦେଶ ଦେଇଥାଏ: "କିଛି ପାଇବା କିମ୍ବା ହେବାର ସ୍ୱପ୍ନ ଦେଖିବା ପରିବର୍ତ୍ତେ, କିଛି କରିବାର ସ୍ୱପ୍ନ ଦେଖନ୍ତୁ।

 

ଯେତେବେଳେ ଆପଣ କରିବାକୁ ସ୍ୱପ୍ନ ଦେଖନ୍ତି, ଏବଂ ଆପଣ ଦଶର ଲକ୍ଷ୍ୟ ଧାର୍ଯ୍ୟ କରନ୍ତି କିନ୍ତୁ ଆଠରେ ପହଞ୍ଚିବେ, ସେତେବେଳେ ମଧ୍ୟ ଆପଣ ସଫଳତାର ଭାବନା ଅନୁଭବ କରିବେ । ଆପଣ ନିରାଶ ନ ହୋଇ ଦଶଟି ପାଇଁ ପ୍ରୟାସ ଜାରି ରଖିବେ । ତେବେ ଯଦି ଆପଣଙ୍କ ସ୍ୱପ୍ନ କେବଳ କିଛି ହେବା ବିଷୟରେ ଅଛି, ଏବଂ ତାହା ସାକାର ନହୁଏ, ତେବେ ଆପଣ ଯାହା ହାସଲ କରିଛନ୍ତି ତାହା ମଧ୍ୟ ବୋଝ ଅନୁଭବ କରିବା ଆରମ୍ଭ କରିବ । ସେଥିପାଇଁ ଆପଣ କେବଳ ଆକାଂକ୍ଷା ପରିବର୍ତ୍ତେ କାର୍ଯ୍ୟ ଉପରେ ଧ୍ୟାନ ଦେବା ଉଚିତ୍ ।

ଶେଷରେ, ଜୀବନରେ, ଆପଣ ଯାହା ପାଇଛନ୍ତି କିମ୍ବା ପାଇନାହାଁନ୍ତି ସେ ବିଷୟରେ ଚିନ୍ତା କରିବା ପରିବର୍ତ୍ତେ, ନିଜକୁ ପଚାରନ୍ତୁ, "ମୁଁ କ'ଣ ଦେଇପାରିବି?" ପ୍ରକୃତ ସନ୍ତୋଷ ଦାନ କରିବାର ଭାବନାରୁ ଜନ୍ମ ନେଇଥାଏ ।

ଲେକ୍ସ ଫ୍ରିଡମ୍ୟାନ୍: ମୁଁ ଆପଣଙ୍କ ସହ କିଛି ସେୟାର କରିବାକୁ ଚାହେଁ। ପିଲାଟି ଦିନରୁ ମୁଁ ଏବେ ଯାହା କରୁଛି ତାହା କରିବା ମୋର ସ୍ୱପ୍ନ ଥିଲା । ତେଣୁ ଏହା ମୋ ପାଇଁ ଏକ ସ୍ୱତନ୍ତ୍ର ମୁହୂର୍ତ୍ତ। ଆପଣଙ୍କ ଜୀବନର ଆଉ ଏକ ଆକର୍ଷଣୀୟ ଅଂଶ ହେଉଛି ଯେତେବେଳେ, ୧୭ ବର୍ଷ ବୟସରେ, ଆପଣ ଘର ଛାଡି ଦୁଇ ବର୍ଷ ପାଇଁ ହିମାଳୟରେ ଭ୍ରମଣ କରିଥିଲେ । ଆପଣ ଆପଣଙ୍କର ଜୀବନର ଉଦ୍ଦେଶ୍ୟ, ସତ୍ୟ ଓ ଈଶ୍ୱରଙ୍କ ସନ୍ଧାନରେ ରହିଥିଲେ। ଆପଣଙ୍କ ଜୀବନର ଏହି ସମୟ ବିଷୟରେ ବହୁତ କମ୍ ଲୋକ ଜାଣନ୍ତି । ଆପଣଙ୍କର କୌଣସି ଘର ନଥିଲା, କୌଣସି ସମ୍ପତ୍ତି ନଥିଲା- ଆପଣଙ୍କର ଜୀବନ ସମ୍ପୂର୍ଣ୍ଣ ସନ୍ନ୍ୟାସୀ ପରି ଥିଲା । ଆପଣଙ୍କ ମୁଣ୍ଡ ଉପରେ ଛାତ ନଥିଲା । ଆପଣ ସେହି ସମୟର କିଛି ଆଧ୍ୟାତ୍ମିକ ମୁହୂର୍ତ୍ତ, ଅଭ୍ୟାସ କିମ୍ବା ଅନୁଭୂତି ବାଣ୍ଟିବାକୁ ଚାହାଁନ୍ତି କି?

ପ୍ରଧାନମନ୍ତ୍ରୀ: ମୁଁ ଦେଖୁଛି ଆପଣ ଆପଣଙ୍କ ଗବେଷଣା କରିଛନ୍ତି। ସତ କହିବାକୁ ଗଲେ, ମୁଁ ଏହି ବିଷୟରେ ଅଧିକ କିଛି କହୁନାହିଁ, କିନ୍ତୁ ମୁଁ ନିଶ୍ଚିତ ଭାବରେ କିଛି ବିଷୟ କହିବି। ମୁଁ ଏକ ଛୋଟ ସ୍ଥାନରେ, ଏକ ଗୋଷ୍ଠୀ ଭିତ୍ତିକ ପରିବେଶରେ ବଡ଼ ହୋଇଥିଲି । ଲୋକଙ୍କ ମଧ୍ୟରେ ରହିବା ଏକ ଜୀବନଶୈଳୀ ଥିଲା । ଆମ ଗାଁରେ ଏକ ପାଠାଗାର ଥିଲା, ଏବଂ ମୁଁ ପ୍ରାୟତଃ ସେଠାକୁ ବହି ପଢ଼ିବାକୁ ଯାଉଥିଲି । ସେହି ପୁସ୍ତକଗୁଡ଼ିକ ମୋ ଭିତରେ ଆତ୍ମ-ଶୃଙ୍ଖଳା ପାଇଁ ଗଭୀର ଇଚ୍ଛା ଜାଗ୍ରତ କରିଥିଲା । ମୁଁ ସ୍ୱାମୀ ବିବେକାନନ୍ଦ, ଛତ୍ରପତି ଶିବାଜୀ ମହାରାଜଙ୍କ ବିଷୟରେ ପଢୁଥିଲି- ସେମାନେ କିପରି ସେମାନଙ୍କ ଜୀବନକୁ ରୂପ ଦେଇଥିଲେ, ସେମାନେ କିପରି ନିଜକୁ ପରିବର୍ତ୍ତନ କରିଥିଲେ। ସେମାନଙ୍କଠାରୁ ପ୍ରେରିତ ହୋଇ ମୁଁ ନିଜ ଜୀବନକୁ ନେଇ ପରୀକ୍ଷା ନିରୀକ୍ଷା କରିଥିଲି। ମୋର ପରୀକ୍ଷଣ ପ୍ରାୟତଃ ଶାରୀରିକ ପ୍ରକୃତିର ଥିଲା | ଉଦାହରଣ ସ୍ୱରୂପ, ଯଦିଓ ଆମ ଅଞ୍ଚଳରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହୋଇନଥିଲା, କିନ୍ତୁ ଡିସେମ୍ବର ମାସର ରାତିଗୁଡିକରେ ବହୁତ ଥଣ୍ଡା ଅନୁଭବ ହେଉଥିଲା । ମୁଁ ନିଜକୁ ଚ୍ୟାଲେଞ୍ଜ କରୁଥିଲି- କିଛି ରାତିରେ, ମୁଁ ବିନା ଚଦରରେ ଖୋଲାରେ ଶୋଉଥିଲି, କେବଳ ମୋ ଶରୀର ଥଣ୍ଡାକୁ କିପରି ସହିବ ତାହା ଦେଖୁଥିଲି। ମୁଁ ବହୁତ କମ୍ ବୟସରେ ଏଭଳି ପରୀକ୍ଷଣ କରିଥିଲି । ପାଠ ପଢ଼ିବା ବ୍ୟତୀତ ଗାଁ ପୋଖରୀକୁ ଯିବା, ପରିବାରର ପୋଷାକ ଧୋଇବା ଓ ପହଁରିବା ମୋର ଦୈନନ୍ଦିନ କାର୍ଯ୍ୟ ଥିଲା । ପହଁରିବା ମୋର ଶାରୀରିକ ରୁଟିନ୍ ର ଏକ ପ୍ରମୁଖ ଅଂଶ ପାଲଟିଯାଇଥିଲା । ତେଣୁ ଏହି ସବୁ ଜିନିଷ ମୋ ଜୀବନ ସହ ଜଡିତ ଥିଲା । ଯେତେବେଳେ ମୁଁ ସ୍ୱାମୀ ବିବେକାନନ୍ଦଙ୍କ କାର୍ଯ୍ୟଗୁଡ଼ିକୁ ଗଭୀର ଭାବରେ ଅନୁଧ୍ୟାନ କଲି, ମୁଁ ତାଙ୍କ ଶିକ୍ଷା ପ୍ରତି ଆହୁରି ଦୃଢ଼ ଆକର୍ଷଣ ଅନୁଭବ କଲି | ବିବେକାନନ୍ଦଙ୍କ ବିଷୟରେ ଗୋଟିଏ କାହାଣୀ ମୋ ଉପରେ ଗଭୀର ପ୍ରଭାବ ପକାଇଥିଲା ।

ତାଙ୍କ ମା' ଅସୁସ୍ଥ ଥିବାରୁ ସେ ତାଙ୍କୁ ରାମକୃଷ୍ଣ ପରମହଂସଙ୍କ ପାଖକୁ ନେଇଯାଇଥିଲେ। ସେତେବେଳେ ବିବେକାନନ୍ଦ ଗଭୀର ଜ୍ଞାନୀ ଥିଲେ ଏବଂ ପ୍ରାୟତଃ ସବୁ କିଛି ଉପରେ ପ୍ରଶ୍ନ କରି ବିତର୍କ ଓ ଯୁକ୍ତିତର୍କ କରୁଥିଲେ । ସେ ଭାବୁଥିଲେ, "ଯଦି ମୋ ପାଖରେ ପଇସା ଥାଆନ୍ତା, ତେବେ ମୁଁ ଆଜି ମୋ ମା'ର କେତେ ଭଲ ସେବା କରିପାରିଥାନ୍ତି?" ଏବଂ ତାଙ୍କ ପରିସ୍ଥିତିକୁ ନେଇ ଅସହାୟ ଅନୁଭବ କରୁଥିଲେ । ଏହା ଦେଖି ରାମକୃଷ୍ଣ ଦେବ ତାଙ୍କୁ କହିଲେ, "ତୁମେ ମୋତେ କାହିଁକି ହଇରାଣ କରୁଛ? ମା' କାଳୀଙ୍କ ପାଖକୁ ଯାଅ। ସେ ସେଠାରେ ଅଛନ୍ତି- ତୁମକୁ ଯାହା ଦରକାର ତାହା ତାଙ୍କ ଠାରୁ ମାଗନିଅ । ତେଣୁ ବିବେକାନନ୍ଦ ମନ୍ଦିର ଯାଇ ମା' କାଳୀଙ୍କ ମୂର୍ତ୍ତି ସମ୍ମୁଖରେ ବସି ଘଣ୍ଟା ଘଣ୍ଟା ଧରି ଧ୍ୟାନ କରୁଥିଲେ। ସେ ଫେରିବା ପରେ ରାମକୃଷ୍ଣ ଦେବ ପଚାରିଲେ, "ତୁମେ ମା'ଙ୍କୁ ଯାହା ଦରକାର ତାହା ମାଗିଛ କି?" ବିବେକାନନ୍ଦ ଉତ୍ତର ଦେଲେ, "ନା, ମୁଁ ମାଗି ନାହିଁ। ଏହାପରେ ରାମକୃଷ୍ଣ ଦେବ ତାଙ୍କୁ କହିଲେ, "ଆସନ୍ତାକାଲି ପୁଣି ଯାଅ-ମା' ତୁମର ଇଚ୍ଛା ପୂରଣ କରିବେ। ପରଦିନ ପୁଣି ବିବେକାନନ୍ଦ ମନ୍ଦିରକୁ ଫେରିଲେ । କିନ୍ତୁ ପ୍ରତିଥର ମା' କାଳୀଙ୍କ ଉପସ୍ଥିତିରେ ସେ ନିଜକୁ ଏତେ ନିମଗ୍ନ ଅନୁଭବ କଲେ ଯେ ସେ କିଛି ମାଗି ପାରିନଥିଲେ। ତାଙ୍କ ମା' ଅସୁସ୍ଥ ଥିଲେ, ତାଙ୍କୁ ସାହାଯ୍ୟର ଆବଶ୍ୟକତା ଥିଲା, ତଥାପି ସେ ଭକ୍ତିରେ ହଜି ଯାଇଥିଲେ, ଖାଲି ହାତରେ ଫେରୁଥିଲେ। ଯେତେବେଳେ ସେ ରାମକୃଷ୍ଣ ଦେବଙ୍କ ନିକଟରେ ଏହି କଥା ସ୍ୱୀକାର କଲେ, ଏହା ତାଙ୍କ ଭିତରେ ଗଭୀର ଭାବନା ଜାଗ୍ରତ କଲା । ଏହି ଅନୁଭୂତି ତାଙ୍କ ଦୃଷ୍ଟିକୋଣକୁ ବଦଳାଇ ଦେଇଥିଲା- ସେ ବୁଝିପାରିଥିଲେ ଯେ ସାଂସାରିକ ଲାଭ ପାଇବା କେବଳ ଏକ ଅସୀମ ଇଚ୍ଛାକୁ ଉତ୍ସାହିତ କରିବ, ଯେତେବେଳେ କି ପ୍ରକୃତ ପୂର୍ଣ୍ଣତା ଦେବାରେ ରହିଛି । ଏହି ଅନୁଭବରୁ ହିଁ ତାଙ୍କ ଜୀବନରେ ନିଃସ୍ୱାର୍ଥପର ସେବାର ଭାବନା ଗଢ଼ି ଉଠିଥିଲା। ସେ ଶିବ ଏବଂ ଆତ୍ମାର ଏକତାରେ ବିଶ୍ୱାସ କଲେ, ଏହି ଧାରଣାରେ ଯେ ଜୀବଙ୍କ ସେବା କରିବା ହିଁ ଦିବ୍ୟଙ୍କ ସେବା କରିବାର ପ୍ରକୃତ ଉପାୟ | ଏହି କାହାଣୀ ମୋ ଉପରେ ଗଭୀର ପ୍ରଭାବ ପକାଇଥିଲା । ବୋଧହୁଏ, କୌଣସି ପ୍ରକାରେ, ଏହା ମୋର ନିଜ ଚିନ୍ତାଧାରାକୁ ପ୍ରଭାବିତ କରିଥିଲା - ମୋ ଭିତରେ ଏହି ବିଶ୍ୱାସ ସୃଷ୍ଟି କରିଥିଲା ଯେ ପ୍ରକୃତ ସନ୍ତୋଷ ପ୍ରାପ୍ତିରୁ ନୁହେଁ, ବରଂ ଦାନ ରୁ ମିଳିଥାଏ । ମୋର ଆଉ ଏକ ପିଲାଦିନର ସ୍ମୃତି ମନେ ପଡୁଛି । ଆମ ଅଞ୍ଚଳ ନିକଟରେ ଏକ ମହାଦେବ ମନ୍ଦିର ଥିଲା ଯେଉଁଠାରେ ଜଣେ ସନ୍ଥ ଧ୍ୟାନ କରିବାକୁ ଆସିଥିଲେ । ତାଙ୍କ ଆଧ୍ୟାତ୍ମିକ ଉପସ୍ଥିତିରେ ଆକର୍ଷିତ ହୋଇ ମୁଁ ତାଙ୍କ ପ୍ରତି ଆକର୍ଷିତ ହେଲି । ଯେହେତୁ ମୁଁ ସ୍ୱାମୀ ବିବେକାନନ୍ଦଙ୍କ ବିଷୟରେ ପଢିଥିଲି କିନ୍ତୁ ବାସ୍ତବ ଜୀବନରେ ଏଭଳି ଲୋକଙ୍କୁ କେବେ ଦେଖିନଥିଲି, ତେଣୁ ମୁଁ ଦେଖିବାକୁ ଏବଂ ଶିଖିବାକୁ ଆଗ୍ରହୀ ଥିଲି | ନବରାତ୍ରୀ ସମୟରେ, ଏହି ସାଧୁ ଏକ ଅନନ୍ୟ ବ୍ରତ କରିଥିଲେ - ସେ ତାଙ୍କ ହାତରେ ଜଅ ଚାଷ କରିଥିଲେ ଏବଂ ଖାଇବା ପିଇବା ବିନା ନଅ କିମ୍ବା ଦଶ ଦିନ ପର୍ଯ୍ୟନ୍ତ ଧ୍ୟାନରେ ରହିଥିଲେ । ସେହି ସମୟରେ ମୋ ମାମୁଁ ପରିବାରରେ ଏକ ବିବାହ ହେଉଥିଲା ଏବଂ ମୋର ପୂରା ପରିବାର ଉତ୍ସବ ପାଇଁ ବାହାରିବାକୁ ପ୍ରସ୍ତୁତ ହେଉଥିଲେ । ଯେକୌଣସି ପିଲାଙ୍କ ପାଇଁ, ସେମାନଙ୍କ ମାମୁଁ ଘରକୁ ଯିବା ବହୁତ ଉତ୍ସାହର ବିଷୟ ଥିଲା, କିନ୍ତୁ ମୁଁ ମୋ ପରିବାରକୁ କହିଲି, "ନା, ମୁଁ ଯିବି ନାହିଁ । ମୁଁ ଏଠାରେ ରହି ସ୍ୱାମୀଜୀଙ୍କ ସେବା କରିବି । ଯେହେତୁ ସେ ଖାଇ ପିଇପାରିବେ ନାହିଁ, ମୁଁ ତାଙ୍କର ଯତ୍ନ ନେବି। ତେଣୁ ବିବାହରେ ଯୋଗ ଦେବା ପରିବର୍ତ୍ତେ ମୁଁ ସାଧୁଙ୍କ ସହ ରହି ତାଙ୍କର ଯତ୍ନ ନେଲି। ପିଲାଦିନେ ମଧ୍ୟ ମୁଁ ସ୍ୱାଭାବିକ ଭାବରେ ଏଭଳି ଅନୁଭୂତି ପ୍ରତି ଆକର୍ଷିତ ହୋଇଥିଲି । ଏଥିସହିତ ଯେଉଁମାନେ ଦେଶର ସେବା କରିଥିଲେ ସେମାନଙ୍କ ଠାରୁ ମଧ୍ୟ ମୁଁ ପ୍ରେରଣା ପାଇଥିଲି। ଆମ ଗାଁରେ କିଛି ଲୋକ ସେନାରେ କାମ କରୁଥିଲେ । ଯେତେବେଳେ ବି ସେମାନେ ଛୁଟିରେ ଘରକୁ ଫେରୁଥିଲେ, ୟୁନିଫର୍ମରେ ରହିଥିଲେ, ମୁଁ ସାରା ଦିନ ଦେଶ ପ୍ରତି ସେମାନଙ୍କ ପ୍ରତିବଦ୍ଧତାରେ ଆକର୍ଷିତ ହୋଇ ସେମାନଙ୍କ ନିକଟରେ ରହୁଥିଲି। ମୋ ଜୀବନ ପାଇଁ ମୋର କୌଣସି ସ୍ପଷ୍ଟ ଦିଗ ନଥିଲା, କିମ୍ବା ମୋର ଏକ ରୋଡମ୍ୟାପ୍ ନଥିଲା, କିନ୍ତୁ ମୋର ସର୍ବଦା କିଛି ଅର୍ଥପୂର୍ଣ୍ଣ କରିବାର ତୀବ୍ର ଇଚ୍ଛା ଥିଲା | ମୁଁ ଜୀବନକୁ ଅନୁସନ୍ଧାନ କରିବାକୁ, ଏହାକୁ ବୁଝିବାକୁ ଆଗ୍ରହୀ ଥିଲି | ଏହି ଉତ୍କଣ୍ଠା ମୋତେ ଆବିଷ୍କାରର ଯାତ୍ରାକୁ ନେଇଗଲା । ମୋର ଅନୁସନ୍ଧାନରେ, ମୁଁ ରାମକୃଷ୍ଣ ମିଶନ ସଂସ୍ପର୍ଶରେ ଆସିଲି, ଯେଉଁଠାରେ ସାଧୁମାନେ ମୋତେ ଭଲପାଇବା ଏବଂ ଆଶୀର୍ବାଦ ଦେଇଥିଲେ । ପ୍ରାୟ ଶହେ ବର୍ଷ ଧରି ରହୁଥିବା ସ୍ୱାମୀ ଆତ୍ମାସ୍ଥାନନ୍ଦ ଜୀଙ୍କ ସହିତ ମୋର ଘନିଷ୍ଠ ସମ୍ପର୍କ ଗଢ଼ି ଉଠିଥିଲା। ପରବର୍ତ୍ତୀ ଜୀବନରେ, ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ହେଲି, ମୁଁ ତାଙ୍କୁ ମୋ ବାସଭବନକୁ ଆସିବା ପାଇଁ ଗଭୀର ଇଚ୍ଛା କରିଥିଲି, କିନ୍ତୁ ତାଙ୍କ ଦାୟିତ୍ୱ ତାଙ୍କୁ ଏହା କରିବାରେ ବାଧା ଦେଇଥିଲା । ତେବେ ମୁଁ ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ଅନେକ ସମୟରେ ମୋତେ ଭେଟି ମାର୍ଗଦର୍ଶନ ଓ ଆଶୀର୍ବାଦ ଦେଉଥିଲେ। ଥରେ ସେ ମୋତେ ପଚାରିଲେ, "ତୁମେ ଏଠାକୁ କାହିଁକି ଆସିଛ? ତୁମର ପ୍ରାଥମିକତା କ'ଣ- ତୁମର ନିଜର କଲ୍ୟାଣ ନା ସମାଜର ସେବା? ବିବେକାନନ୍ଦ ଯାହା ଶିଖାଇଥିଲେ ତାହା ମନେ ରଖନ୍ତୁ: ତୁମର ଉଦ୍ଦେଶ୍ୟ ହେଉଛି ସେବା କରିବା।

 

ସେହି ମୁହୂର୍ତ୍ତରେ, ମୁଁ ନିରାଶା ଅନୁଭବ କଲି କାରଣ ମୋତେ କେବଳ ଉପଦେଶ ଶୁଣିବାକୁ ମିଳିଲା, ମୋତେ କୌଣସି ସାହାଯ୍ୟ ମିଳିଲା ନାହିଁ | ସେହି ଅନୁଭବ ସହିତ ମୋର ଯାତ୍ରା ଜାରି ରହିଲା । ମୁଁ ହିମାଳୟରେ ସମୟ ବିତାଉଥିଲି, ଏକ ସରଳ ଜୀବନ ବିତାଉଥିଲି, ବିଭିନ୍ନ ସ୍ଥାନ ଅନୁଭବ କରିଥିଲି, ଋଷି ଏବଂ ସନ୍ନ୍ୟାସୀମାନଙ୍କୁ ଭେଟିଥିଲି ଏବଂ ସେମାନଙ୍କ ଜ୍ଞାନରୁ ଶିଖିଥିଲି | ତଥାପି ମୋ ମନ ଅଶାନ୍ତ ରହିଲା । ବୋଧହୁଏ ଏହା ମୋର ଯୌବନ ଥିଲା - ଉତ୍ସୁକତାରେ ପରିପୂର୍ଣ୍ଣ, ଜାଣିବା ଏବଂ ବୁଝିବା ପାଇଁ ଏକ ଇଚ୍ଛା । ପର୍ବତରେ ଜୀବନ ଏକ ସମ୍ପୂର୍ଣ୍ଣ ନୂତନ ଅନୁଭୂତି ଥିଲା - ଥଣ୍ଡା ପାଣିପାଗ, ଏକାନ୍ତତା, ବିଶାଳ ବରଫ ଆଚ୍ଛାଦିତ ଶିଖର । ତଥାପି, ଏହି ଅନୁଭୂତିଗୁଡିକ ମୋତେ ଗଢ଼ିତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଏଗୁଡ଼ିକ ମୋର ଆଭ୍ୟନ୍ତରୀଣ ସଂକଳ୍ପକୁ ଦୃଢ଼ କରିଥିଲା। ମୁଁ ନିଜକୁ ଶୃଙ୍ଖଳିତ କରିଥିଲି- ବ୍ରହ୍ମ ମୁହୂର୍ତ୍ତରେ ଉଠିବା, ଧ୍ୟାନ କରିବା, ଥଣ୍ଡା ଜଳରେ ସ୍ନାନ କରିବା, ଲୋକଙ୍କ ସେବା କରିବା। ମୁଁ ସ୍ୱାଭାବିକ ଭାବରେ ବୟସ୍କ ସାଧୁ ଓ ସନ୍ନ୍ୟାସୀମାନଙ୍କୁ ସାହାଯ୍ୟ କରିବା ଦିଗରେ ଆକର୍ଷିତ ହେଲି । ଏକ ନିର୍ଦ୍ଦିଷ୍ଟ ସମୟରେ, ଏହି ଅଞ୍ଚଳରେ ଏକ ପ୍ରାକୃତିକ ବିପର୍ଯ୍ୟୟ ଆସିଥିଲା, ଏବଂ ମୁଁ ଗ୍ରାମବାସୀଙ୍କୁ ସାହାଯ୍ୟ କରିବା ପାଇଁ ନିଜକୁ ଉତ୍ସର୍ଗ କରିଥିଲି । ମୋର ଭ୍ରମଣ କାଳରେ ମୁଁ କେବେ ବି ଗୋଟିଏ ସ୍ଥାନରେ ଅଧିକ ସମୟ ରହିନଥିଲି । ମୁଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରି ଶିଖିଥିଲି, ଦେଖୁଥିଲି ଏବଂ ସେବା କରୁଥିଲି । ତାହା ଥିଲା ମୋ ଜୀବନ।

ଲେକ୍ସ ଫ୍ରିଡ୍ମ୍ୟାନ୍: କିଛି ଲୋକ ଜାଣିନଥିବେ ଯେ, ଆପଣ ରାମକୃଷ୍ଣ ମିଶନ ଆଶ୍ରମରେ ସ୍ୱାମୀ ଆତ୍ମସ୍ଥାନାନନ୍ଦଙ୍କ ସହ ଯଥେଷ୍ଟ ସମୟ ବିତାଇଥିଲେ। ଆପଣ ଏବେ କହିଲେ ଯେ, ସେ ଆପଣଙ୍କୁ ସେବା ଜୀବନ ଆଡକୁ ମାର୍ଗଦର୍ଶନ କରିଥିଲେ । ଆପଣଙ୍କ ପାଇଁ ଏକ ସମ୍ଭାବ୍ୟ ମାର୍ଗ ହୋଇଥାନ୍ତା ସନ୍ନ୍ୟାସୀ ହେବା ପାଇଁ ସବୁ କିଛି ତ୍ୟାଗ କରି ସନ୍ନ୍ୟାସୀ ହେବା । ଏଭଳି ସ୍ଥିତିରେ ଆଜି ଆପଣ ହୁଏତ ସନ୍ନ୍ୟାସୀ ନରେନ୍ଦ୍ର ମୋଦୀ କିମ୍ବା ପ୍ରଧାନମନ୍ତ୍ରୀ ଭାବରେ ଏଠାକୁ ଆସିଥାନ୍ତେ । ପ୍ରତ୍ୟେକ ସ୍ତରରେ ସେବା ପାଇଁ ଆପଣଙ୍କ ଜୀବନ ଉତ୍ସର୍ଗ କରିବାକୁ ନିଷ୍ପତ୍ତି ନେବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ପ୍ରଧାନମନ୍ତ୍ରୀ: ବାହ୍ୟ ଦୃଷ୍ଟିକୋଣରୁ ଲୋକମାନେ କାହାକୁ ନେତା, ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ବୋଲି ଲେବଲ୍ କରିପାରନ୍ତି। ତଥାପି, ମୋର ଆଭ୍ୟନ୍ତରୀଣ ଜୀବନ ସେବା ପାଇଁ ସର୍ବଦା ରହିଛି । ପିଲାଦିନେ ଯେଉଁ ମୋଦୀ ନିଜ ମା'ଙ୍କୁ ପିଲାଙ୍କ ଚିକିତ୍ସାରେ ସାହାଯ୍ୟ କରୁଥିଲେ, ସେତେବେଳେ ସେହି ପିଲାମାନଙ୍କର ଯତ୍ନ ନେଉଥିବା ମୋଦୀ, ହିମାଳୟ ଦେଇ ବୁଲୁଥିବା ମୋଦୀ ଏବଂ ଆଜି ଏଠାରେ ଠିଆ ହୋଇଥିବା ମୋଦୀ ସମସ୍ତେ ଯାତ୍ରାର ଅଂଶ ବିଶେଷ। ମୋ ଜୀବନର ପ୍ରତିଟି ମୁହୂର୍ତ୍ତ ଅନ୍ୟମାନଙ୍କ ପାଇଁ ବଞ୍ଚିଛି। ଏହି ନିରନ୍ତରତା ହିଁ ବିଶ୍ୱ ଦୃଷ୍ଟିରେ ଜଣେ ସାଧୁ ଓ ନେତାଙ୍କ ମଧ୍ୟରେ ଏକ ବିରାଟ ପାର୍ଥକ୍ୟ ସୃଷ୍ଟି କରିଥାଏ । ପୋଷାକ, ଜୀବନଶୈଳୀ, ଦୈନନ୍ଦିନ ଭାଷା ଏବଂ ଦାୟିତ୍ୱରେ ପାର୍ଥକ୍ୟ ରହିଛି । କିନ୍ତୁ ଆଭ୍ୟନ୍ତରୀଣ ସ୍ତରରେ ମୁଁ ମୋର କର୍ତ୍ତବ୍ୟ ସମାନ ଭାବରେ ସମ୍ପାଦନ କରେ ।

ଲେକ୍ସ ଫ୍ରିଡମ୍ୟାନ: ଆପଣଙ୍କ ଜୀବନର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଭାରତକୁ ପ୍ରାଥମିକତା ଦେବା ପାଇଁ ଆପଣଙ୍କର ଅତୁଟ ପ୍ରତିବଦ୍ଧତା । ଆଠ ବର୍ଷ ବୟସରୁ ଆପଣ ହିନ୍ଦୁ ଜାତୀୟତାବାଦର ଧାରଣାକୁ ସମର୍ଥନ କରୁଥିବା ସଂଗଠନ ଆରଏସଏସ ସହିତ ଜଡିତ ଥିଲେ । ଆପଣ ଆରଏସଏସ ସହିତ ଆପଣଙ୍କ ଅନୁଭୂତି ବାଣ୍ଟିପାରିବେ କି ଏବଂ ଏହା ଆପଣଙ୍କୁ କିପରି ପ୍ରଭାବିତ କରିଥିଲା ତାହା ବର୍ଣ୍ଣନା କରିପାରିବେ କି? ଏହା ଆପଣଙ୍କ ବିଶ୍ୱାସ ଏବଂ ରାଜନୈତିକ ଦୃଷ୍ଟିକୋଣକୁ କିପରି ରୂପ ଦେଇଛି?

ପ୍ରଧାନମନ୍ତ୍ରୀ: ପିଲାଦିନେ ମୁଁ ସବୁବେଳେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେବାକୁ ଆଗ୍ରହୀ ଥିଲି। ମୋର ମନେ ଅଛି ଜଣେ ବ୍ୟକ୍ତି, ଯଦିଓ ମୋର ତାଙ୍କ ପୁରା ନାମ ମନେ ନାହିଁ- ବୋଧହୁଏ ମାକୋସି ସୋନି । ସେ ସେବା ଦଳରୁ ଆସିଥିଲେ। ସେ ଏକ ଡ୍ରମ୍ (ଡଫଲି) ଧରି ଏକ ଅସାଧାରଣ ସ୍ୱରରେ ଦେଶାତ୍ମବୋଧକ ଗୀତ ଗାଉଥିଲେ । ସେ ଆମ ଗାଁକୁ ଯାଇ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ। ମୁଁ ତାଙ୍କୁ ଅନୁସରଣ କରୁଥିଲି, ପୂରା ମୋହିତ ହୋଇ ରାତି ସାରା ତାଙ୍କ ଗୀତ ଶୁଣୁଥିଲି । ମୁଁ ଏଥିରେ ବହୁତ ଆନନ୍ଦ ପାଇଲି, ଯଦିଓ ସେତେବେଳେ ମୁଁ ସମ୍ପୂର୍ଣ୍ଣ ଭାବରେ ବୁଝି ପାରିନଥିଲି କାହିଁକି । ସେହିଭଳି ମୋ ଘର ନିକଟରେ ଆରଏସଏସ ଶାଖା ଥିଲା, ଯେଉଁଠାରେ ଆମେ କ୍ରୀଡ଼ା ଖେଳୁଥିଲୁ ଏବଂ ଦେଶାତ୍ମବୋଧକ ଗୀତ ଗାଉଥିଲୁ । ମୁଁ ଏହି ସମାବେଶଗୁଡ଼ିକୁ ଗଭୀର ଭାବରେ ଗତିଶୀଳ ଏବଂ ଆକର୍ଷଣୀୟ ମନେ କଲି, ଏବଂ ଏହି ପରି ମୁଁ ସଂଘ ସହିତ ଜଡିତ ହେଲି | ଆରଏସଏସ ମୋ ଭିତରେ ଏକ ମୌଳିକ ନୀତି ସୃଷ୍ଟି କଲା: ଯିଏ ଯାହା ବି କରୁ ତାହା ଦେଶ ସେବା କରିବାର ଚିନ୍ତାରେ କରାଯିବା ଉଚିତ୍ । ପାଠପଢ଼ା ହେଉ, ବ୍ୟାୟାମ ହେଉ କିମ୍ବା କୌଣସି କାର୍ଯ୍ୟରେ ନିୟୋଜିତ ହେଉ, ଏହା ଦେଶ ପାଇଁ ଅବଦାନ ଦେବା ଉଦ୍ଦେଶ୍ୟରେ କରାଯିବା ଉଚିତ। ଏହି ଦର୍ଶନ ସଂଘର ଶିକ୍ଷାରେ ଅନ୍ତର୍ଭୁକ୍ତ । ଆରଏସଏସ ଏକ ବିଶାଳ ସଂଗଠନ, ଯାହା ବର୍ତ୍ତମାନ ଏହାର ୧୦୦ତମ ବର୍ଷରେ ପହଞ୍ଚିଛି, ଏବଂ ମୁଁ ବିଶ୍ୱର ଏପରି କୌଣସି ବିଶାଳ ସ୍ୱେଚ୍ଛାସେବୀ ସଂଗଠନ ବିଷୟରେ ଅବଗତ ନାହିଁ । ଏହାର କୋଟି କୋଟି ସଦସ୍ୟ ଅଛନ୍ତି, ତଥାପି ଏହାର ସାରକୁ ସମ୍ପୂର୍ଣ୍ଣ ଭାବରେ ବୁଝିବା ସହଜ ନୁହେଁ । ଜଣେ ଏହାର କାର୍ଯ୍ୟ ଏବଂ ଏହା ବଜାୟ ରଖିଥିବା ଉଦ୍ଦେଶ୍ୟକୁ ବୁଝିବାକୁ ଚେଷ୍ଟା କରିବା ଉଚିତ, ଯାହା ଏକ ଦୃଢ଼ ଦିଗଦର୍ଶନ ପ୍ରଦାନ କରେ । ଏହାର ମୂଳରେ, ସଂଘ ବିଶ୍ୱାସ କରେ ଯେ ରାଷ୍ଟ୍ର ସର୍ବୋଚ୍ଚ ଏବଂ ଜନସେବା ହେଉଛି ଈଶ୍ୱରଙ୍କ ସେବା କରିବା ସଦୃଶ - ଏକ ଧାରଣା ବୈଦିକ ଯୁଗରୁ ପ୍ରତିଫଳିତ ହୋଇଥିଲା, ଯାହାକୁ ଆମ ଋଷିମାନେ ଦୋହରାଇଥିଲେ ଏବଂ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ସୁଦୃଢ଼ ହୋଇଥିଲା । ଜଣେ ସ୍ୱୟଂସେବକ (ସ୍ୱେଚ୍ଛାସେବୀ)ଙ୍କୁ ଶିକ୍ଷା ଦିଆଯାଏ ଯେ ଆରଏସଏସର ସାର କେବଳ ଏକ ଘଣ୍ଟାର ପ୍ରବଚନରେ ଯୋଗ ଦେବା ଏବଂ ୟୁନିଫର୍ମ ପିନ୍ଧିବା ନୁହେଁ । ପ୍ରକୃତ ସ୍ୱୟଂସେବା (ନିଃସ୍ୱାର୍ଥପର ସେବା) ହିଁ ସମାଜପାଇଁ ଅବଦାନରେ ରହିଛି । ଏହି ଦର୍ଶନରେ ଅନୁପ୍ରାଣିତ ହୋଇ ଅନେକ ପଦକ୍ଷେପ ନିଆଯାଇଛି । ଉଦାହରଣସ୍ୱରୂପ, କିଛି ସ୍ୱୟଂସେବକ ସେବା ଭାରତୀ ପ୍ରତିଷ୍ଠା କରିଥିଲେ, ଯାହା କି ସେବା ବସ୍ତି ନାମରେ ପରିଚିତ ଅବହେଳିତ ବସ୍ତିରେ କାର୍ଯ୍ୟ କରୁଛି - ସରକାରୀ ସହାୟତା ବିନା ବସ୍ତିବାସିନ୍ଦାଙ୍କୁ ସାହାଯ୍ୟ କରୁଛି । ସାମାଜିକ ସହାୟତା ମାଧ୍ୟମରେ ସ୍ୱେଚ୍ଛାସେବୀମାନେ ପିଲାମାନଙ୍କୁ ଶିକ୍ଷିତ କରିବା, ସ୍ୱାସ୍ଥ୍ୟସେବା ଆବଶ୍ୟକତା ପୂରଣ କରିବା, ମୂଲ୍ୟବୋଧ ସୃଷ୍ଟି କରିବା ଏବଂ ସ୍ୱଚ୍ଛତା ଅଭିଯାନ ପରିଚାଳନା ପାଇଁ ନିଜର ସମୟ ଉତ୍ସର୍ଗ କରନ୍ତି । ବର୍ତ୍ତମାନ ସେବା ଭାରତୀ ପାଖାପାଖି ୧.୨୫ ଲକ୍ଷ ସେବା ପ୍ରକଳ୍ପ ଚଳାଉଛି, ଯାହା ଏକ ଆଶ୍ଚର୍ଯ୍ୟଜନକ ସଂଖ୍ୟା । ସେହିଭଳି ପୂର୍ବତନ ସ୍ୱୟଂସେବକମାନେ ବନବାସୀ କଲ୍ୟାଣ ଆଶ୍ରମ ପ୍ରତିଷ୍ଠା କରି ଜଙ୍ଗଲରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ସେବା କରିଥିଲେ ଏବଂ ଆଦିବାସୀ ପିଲାମାନଙ୍କୁ ଶିକ୍ଷିତ କରିବା ପାଇଁ ୭୦,୦୦୦ରୁ ଅଧିକ ଏକାଲ ବିଦ୍ୟାଳୟ (ଗୋଟିଏ ଶିକ୍ଷକ, ଗୋଟିଏ ବିଦ୍ୟାଳୟ) ଚଳାଇଥିଲେ । ଏପରିକି ଯୁକ୍ତରାଷ୍ଟ୍ର ଆମେରିକାରେ ସମର୍ଥକମାନେ ଏହି ବିଦ୍ୟାଳୟଗୁଡ଼ିକର ଭରଣପୋଷଣ ପାଇଁ ୧୦ କିମ୍ବା ୧୫ ଡଲାର ଦାନ କରନ୍ତି, ବେଳେବେଳେ ସମାନ ରାଶି ଦାନ କରିବା ପାଇଁ ଗୋଟିଏ କୋକା-କୋଲା ଛାଡିବାକୁ ପସନ୍ଦ କରନ୍ତି । ଶିକ୍ଷାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ବିଦ୍ୟା ଭାରତୀ ପ୍ରତିଷ୍ଠା କରାଯାଇଥିଲା । ଏହା ବର୍ତ୍ତମାନ ପ୍ରାୟ ୨୫,୦୦୦ ବିଦ୍ୟାଳୟ ପରିଚାଳନା କରୁଛି ଏବଂ ଗୋଟିଏ ସମୟରେ ୩୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରୁଛି । ମୁଁ ବିଶ୍ୱାସ କରେ ଯେ କୋଟି କୋଟି ଛାତ୍ରଛାତ୍ରୀ ସୁଲଭ ଶିକ୍ଷା ଦ୍ୱାରା ଉପକୃତ ହୋଇଛନ୍ତି ଯାହା କେବଳ ଶୈକ୍ଷିକ ଜ୍ଞାନ ପ୍ରଦାନ କରେ ନାହିଁ ବରଂ ସାଂସ୍କୃତିକ ମୂଲ୍ୟବୋଧ, ବ୍ୟବହାରିକ ଦକ୍ଷତା ଏବଂ ସମାଜ ପ୍ରତି ଦାୟିତ୍ୱବୋଧ ମଧ୍ୟ ସୃଷ୍ଟି କରେ | ମହିଳା କଲ୍ୟାଣ, ଯୁବ ବିକାଶ ଓ ଶ୍ରମ ଅଧିକାର ସମେତ ବିଭିନ୍ନ କ୍ଷେତ୍ରରେ ଆରଏସଏସ୍ ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିଛି। ଉଦାହରଣ ସ୍ୱରୂପ, ଭାରତୀୟ ମଜଦୁର ସଂଘ ହେଉଛି ବିଶ୍ୱର ଅନ୍ୟତମ ବୃହତ୍ତମ ଶ୍ରମିକ ସଂଗଠନ, ଯେଉଁଥିରେ ପାଖାପାଖି ୫୫,୦୦୦ ଅନୁବନ୍ଧିତ ସଂଘ ଏବଂ କୋଟି କୋଟି ସଦସ୍ୟ ଅଛନ୍ତି । ଐତିହାସିକ ଦୃଷ୍ଟିକୋଣରୁ ଶ୍ରମିକ ଆନ୍ଦୋଳନ ବାମପନ୍ଥୀ ବିଚାରଧାରା ଦ୍ୱାରା ପ୍ରଭାବିତ ହୋଇଛି, ଯେଉଁମାନେ ପ୍ରାୟତଃ "ବିଶ୍ୱର ଶ୍ରମିକମାନେ, ଏକଜୁଟ ହୁଅନ୍ତୁ" ସ୍ଲୋଗାନ ଦେଇଥାଆନ୍ତି । ତେବେ ଆରଏସଏସ ପ୍ରଭାବିତ ଶ୍ରମିକ ସଂଗଠନଗୁଡ଼ିକ ଏହି ବିଚାରଧାରାକୁ ପୁନଃସଂଜ୍ଞା କରି କହିଛନ୍ତି: "ଶ୍ରମିକମାନେ, ବିଶ୍ୱକୁ ଏକାଠି କରନ୍ତୁ। ଶବ୍ଦରେ ଏହି ସାମାନ୍ୟ ପରିବର୍ତ୍ତନ ଗଭୀର ଆଦର୍ଶଗତ ପ୍ରଭାବ ବହନ କରେ, ଯାହା ସଂଘର୍ଷ ପରିବର୍ତ୍ତେ ଏକତା ଏବଂ ସୌହାର୍ଦ୍ଦ୍ୟର ଦର୍ଶନକୁ ପ୍ରତିଫଳିତ କରେ । ଯେତେବେଳେ ଆରଏସଏସ ଦର୍ଶନ ଦ୍ୱାରା ନିର୍ମିତ ବ୍ୟକ୍ତିମାନେ ନିଜ ନିଜ କ୍ଷେତ୍ରରେ ନିୟୋଜିତ ହୁଅନ୍ତି, ସେମାନେ ଏପରି ପରିବର୍ତ୍ତନମୂଳକ ପଦକ୍ଷେପ ଗ୍ରହଣ କରନ୍ତି । ବିଗତ ଶତାବ୍ଦୀରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସମର୍ପଣ ଓ ନିଃସ୍ୱାର୍ଥପର ଭାବନା ସହିତ କାର୍ଯ୍ୟ କରିଛି, ସମାଜ ପାଇଁ ଅତୁଳନୀୟ ଅବଦାନ ଦେଇ ଲାଇମ୍ ଲାଇଟ୍ କୁ ଏଡ଼ାଇ ଆସିଛି। ଏଭଳି ଏକ ମହାନ ସଂଗଠନରୁ ମୂଲ୍ୟବୋଧ ଗ୍ରହଣ କରିବା ମୋର ସୌଭାଗ୍ୟ ବୋଲି ମୁଁ ବିବେଚନା କରୁଛି, ଯାହା ମୋ ଜୀବନକୁ ଏକ ଉଦ୍ଦେଶ୍ୟର ଅନୁଭବ ଦେଇଥିଲା । ପରବର୍ତ୍ତୀ ସମୟରେ, ମୁଁ ସନ୍ଥମାନଙ୍କ ସହିତ ସମୟ ବିତାଇବାର ସୌଭାଗ୍ୟ ପାଇଲି, ଯେଉଁଠାରେ ମୁଁ ଆଧ୍ୟାତ୍ମିକ ଜାଗରଣ ଅନୁଭବ କଲି | ସ୍ୱାମୀ ଆତ୍ମସ୍ଥାନାନନ୍ଦଙ୍କ ଭଳି ବ୍ୟକ୍ତିତ୍ୱଙ୍କ ସହ ମୋର ସମ୍ପର୍କ ରୂପାନ୍ତରମୂଳକ ଥିଲା- ସେ ମୋତେ ରାମକୃଷ୍ଣ ମିଶନ ଏବଂ ସ୍ୱାମୀ ବିବେକାନନ୍ଦଙ୍କ ଶିକ୍ଷା ପରି ପ୍ରତ୍ୟେକ ପଦକ୍ଷେପରେ ମାର୍ଗଦର୍ଶନ କରିଥିଲେ । ଏହି ଆଧ୍ୟାତ୍ମିକ ପ୍ରଭାବ ସହିତ ସଂଘର ସେବା ଭିତ୍ତିକ ଦର୍ଶନ ମୋତେ ଗଢ଼ି ତୋଳିବାରେ ଗଭୀର ଭୂମିକା ଗ୍ରହଣ କରିଛି।

 

ଲେକ୍ସ ଫ୍ରିଡମ୍ୟାନ: ଆରଏସଏସ କେବଳ ବ୍ୟକ୍ତିବିଶେଷଙ୍କୁ ଆକାର ଦେଇନାହିଁ ବରଂ ଭାରତର ଧାରଣାକୁ ସଂକଳ୍ପିତ କରିବାରେ ମଧ୍ୟ ଯୋଗଦାନ ଦେଇଛି । ଆପଣଙ୍କ ମତରେ ଭାରତକୁ ଏକାଠି କରୁଥିବା ମୌଳିକ ଧାରଣା କ'ଣ? ସମାଜ, ସମ୍ପ୍ରଦାୟ ଓ ସଂସ୍କୃତିର ବିବିଧତାକୁ ଦୃଷ୍ଟିରେ ରଖି ଏକ ରାଷ୍ଟ୍ର ଭାବରେ ଭାରତର ସାର କ'ଣ?

ପ୍ରଧାନମନ୍ତ୍ରୀ: ଦେଖନ୍ତୁ, ଭାରତ ହେଉଛି ଏକ ସାଂସ୍କୃତିକ ପରିଚୟ, ହଜାର ହଜାର ବର୍ଷ ଧରି ଚାଲିଥିବା ଏକ ସଭ୍ୟତା ସହିତ ଏକ ଅଖଣ୍ଡ ରାଷ୍ଟ୍ର । ଶହେରୁ ଅଧିକ ଭାଷା ଏବଂ ହଜାର ହଜାର ଉପଭାଷା ରହୁଥିବା ଭାରତର ବିଶାଳତାକୁ ବିଚାର କରନ୍ତୁ । ଅନେକ ସମୟରେ କୁହାଯାଏ ଯେ ଯଦି ଆପଣ ଦେଶ ଭିତରେ ମାତ୍ର ୨୦ ମାଇଲ ଯାତ୍ରା କରନ୍ତି, ତେବେ ଭାଷା, ରୀତିନୀତି, ରୋଷେଇ, ଏପରିକି ପୋଷାକ ମଧ୍ୟ ବଦଳିଯାଏ । ଦକ୍ଷିଣରୁ ଉତ୍ତର ଭାରତ ପର୍ଯ୍ୟନ୍ତ ସବୁଠି ବିବିଧତା ଦେଖିବାକୁ ମିଳୁଛି। ତଥାପି, ଯଦି ଆପଣ ଗଭୀର ଭାବରେ ଅନୁଧ୍ୟାନ କରିବେ, ତେବେ ଆପଣଙ୍କୁ ଏସବୁ ମଧ୍ୟରେ ଏକ ସାଧାରଣ ଏକତା ଦେଖିବାକୁ ପାଇପାରିବେ। ଯେମିତି ମୁଁ ବାରମ୍ବାର କହୁଛି, ଭଗବାନ ରାମଙ୍କ ନାମ ସାରା ଦେଶରେ ଗୁଞ୍ଜରିତ ହେଉଛି- ଆପଣ ସମସ୍ତଙ୍କ ଓଠରେ ତାଙ୍କ ନାମ ଶୁଣିବେ।

ଯଦି ଆପଣ ତାମିଲନାଡୁରୁ ଜମ୍ମୁ-କଶ୍ମୀରକୁ ଯାଆନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ସେହି ଲୋକମାନଙ୍କୁ ଦେଖିବେ ଯେଉଁମାନଙ୍କ ନାମରେ 'ରାମ' କୌଣସି ନା କୌଣସି ରୂପରେ ରହିଛି । ଗୁଜରାଟରେ କାହାକୁ 'ରାମ ଭାଇ' କୁହାଯାଇପାରେ; ତାମିଲନାଡୁରେ 'ରାମଚନ୍ଦ୍ରନ୍'; ଏବଂ ମହାରାଷ୍ଟ୍ରରେ 'ରାମଭାଉ'। ଏହି ସାଂସ୍କୃତିକ ନିରନ୍ତରତା ଭାରତକୁ ଏକାଠି ବାନ୍ଧି ରଖିଛି। ଉଦାହରଣ ସ୍ୱରୂପ ଆମ ଦେଶରେ ଗାଧୋଇବା କାର୍ଯ୍ୟକୁ ନିଆଯାଉ । ଲୋକମାନେ ସାଧାରଣତଃ ବାଲଟିରୁ ପାଣି ବ୍ୟବହାର କରି ଗାଧୋଇଥାନ୍ତି, ତଥାପି ସେମାନେ ଭାରତର କୋଣ ଅନୁକୋଣରୁ ନଦୀର ନାମ କୁହନ୍ତି । ପ୍ରାର୍ଥନା ଗଙ୍ଗେ ଚା ଯମୁନେ ଚୈବ ଗୋଦାବରୀ ସରସ୍ୱତୀ, ନର୍ମଦା ସିନ୍ଧୁ କାବେରୀ ଜଲେସ୍ମିନ ସଂନିଧିମ କୁରୁ ର ଅର୍ଥ ହେଉଛି ଯେ ଜଣେ ଆଧ୍ୟାତ୍ମିକ ଭାବରେ ଏହି ସବୁ ନଦୀର ଜଳରେ ସ୍ନାନ କରୁଛି, ଯାହା ସମଗ୍ର ଦେଶକୁ ଘେରି ରହିଛି । ଆମର ସଂକଳ୍ପର ଏକ ଗଭୀର ପରମ୍ପରା ରହିଛି- ଏକ ଗମ୍ଭୀର ପ୍ରତିଜ୍ଞା ବା ସଂକଳ୍ପ । ଧାର୍ମିକ ସମାରୋହ ହେଉ ଅବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ, ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଏକ ସଂକଳ୍ପରୁ ଆରମ୍ଭ ହୋଇଥାଏ । ସଂକଳ୍ପର ମହତ୍ତ୍ୱ ଉପରେ ଏକ ବିଶାଳ ଇତିହାସ ଲେଖାଯାଇପାରେ, ବିଶେଷକରି ପ୍ରାଚୀନ ଭାରତରେ କିପରି ତଥ୍ୟ ସଂଗ୍ରହ କରାଯାଇଥିଲା ଏବଂ ଆମ ଶାସ୍ତ୍ରଗୁଡ଼ିକ କିପରି ଗଠନ କରାଯାଇଥିଲା । ଆମ ପରମ୍ପରାର ସ୍ବତନ୍ତ୍ରତା ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ, ବ୍ରତ, ପ୍ରାର୍ଥନା କିମ୍ବା ବିବାହ ସମୟରେ ଆମେ କିପରି ବ୍ରହ୍ମାଣ୍ଡକୁ ସ୍ୱୀକାର କରି ଆରମ୍ଭ କରିଥାଉ। ଶେଷରେ ଗାଁ ଓ ପରିବାର ଦେବତାଙ୍କ ବିଷୟରେ ଉଲ୍ଲେଖ କରିବା ପୂର୍ବରୁ ଆମେ ଜମ୍ବୁଦ୍ୱୀପ, ତା'ପରେ ଭରତଖଣ୍ଡ, ତା'ପରେ ଆର୍ଯ୍ୟବର୍ତ୍ତଙ୍କ ବିଷୟରେ ଉଲ୍ଲେଖ କରିଥାଉ ।

ଏହି ପରମ୍ପରା ଆଜି ବି ସମଗ୍ର ଭାରତବର୍ଷରେ ବଜାୟ ରହିଛି। ଦୁର୍ଭାଗ୍ୟବଶତଃ, ସେମାନେ ସରକାରୀ ବ୍ୟବସ୍ଥା ଆଧାରରେ ପାଶ୍ଚାତ୍ୟ ଏବଂ ଅନ୍ୟାନ୍ୟ ବୈଶ୍ୱିକ ମଡେଲ୍ ଗୁଡ଼ିକ କ'ଣ ତାହା ଦେଖିବା ଆରମ୍ଭ କଲେ । ଭାରତ ଏହାର ଇତିହାସରେ ଶାସନର ବିଭିନ୍ନ ରୂପ ଦେଖିଛି - ଅନେକ ଖଣ୍ଡବିଖଣ୍ଡିତ, କେତେକ ବିକ୍ଷିପ୍ତ ରୂପରେ ଦେଖାଯାଏ, ଅଗଣିତ ରାଜା ଏବଂ ସମ୍ରାଟମାନଙ୍କ ସହିତ ଦେଖାଯାଏ । କିନ୍ତୁ ଯାହା ଭାରତକୁ ଏକାଠି କରିଛି ତାହା ହେଉଛି ଏହାର ସାଂସ୍କୃତିକ ଏକତା । ଉଦାହରଣ ସ୍ୱରୂପ ତୀର୍ଥଯାତ୍ରା ପରମ୍ପରା ଏକ ଗୁରୁତ୍ୱପୂର୍ଣ୍ଣ ଏକତ୍ରୀକରଣ ଶକ୍ତି । ଆଦି ଶଙ୍କରାଚାର୍ଯ୍ୟ ଏକ ସଂଯୁକ୍ତ ଆଧ୍ୟାତ୍ମିକ ରାଷ୍ଟ୍ରର ଧାରଣାକୁ ସୁଦୃଢ଼ କରି ଚାରିଧାମ ପ୍ରତିଷ୍ଠା କରିଥିଲେ। ଆଜି ବି ଦେଶର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଲକ୍ଷ ଲକ୍ଷ ଲୋକ ତୀର୍ଥଯାତ୍ରାରେ ଯାଉଛନ୍ତି।

ଉଦାହରଣ ସ୍ୱରୂପ, ଲୋକମାନେ କାଶୀକୁ ଯାତ୍ରା କରନ୍ତି, ଅନ୍ୟମାନେ ରାମେଶ୍ୱରମରୁ କାଶୀ କୁ ପବିତ୍ର ଜଳ ନେଇ ଯାଆନ୍ତି । ଏହି ସାଂସ୍କୃତିକ ଓ ଆଧ୍ୟାତ୍ମିକ ଅଭ୍ୟାସ ଦେଶକୁ ଏପରି ଭାବରେ ବାନ୍ଧି ରଖିଥାଏ ଯାହାକୁ ସମ୍ପୂର୍ଣ୍ଣ ଭାବରେ ବୁଝିବା କଷ୍ଟକର । ଯଦି କେହି ଆମର ପଞ୍ଚାଙ୍ଗ (ହିନ୍ଦୁ ପୌରାଣିକ କଥା) ଅଧ୍ୟୟନ କରନ୍ତି, ତେବେ ସେମାନେ ସମଗ୍ର ଦେଶରେ ଏକ ଆଶ୍ଚର୍ଯ୍ୟଜନକ ସମୃଦ୍ଧ ଏବଂ ପରସ୍ପର ସହ ଜଡ଼ିତ ସାଂସ୍କୃତିକ ଐତିହ୍ୟ ପାଇବେ ।

ଲେକ୍ସ ଫ୍ରିଡମ୍ୟାନ୍: ଆଧୁନିକ ଭାରତର ଇତିହାସକୁ ଦେଖିଲେ ମହାତ୍ମା ଗାନ୍ଧୀ ଏବଂ ଆପଣ ଦୁଇ ଜଣ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ଭାବରେ ଠିଆ ହୋଇଛନ୍ତି, ନିଶ୍ଚିତ ଭାବରେ ଭାରତର ଇତିହାସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି । ମହାତ୍ମା ଗାନ୍ଧୀଙ୍କ ବିଷୟରେ ଆପଣ କ'ଣ ସବୁଠାରୁ ଅଧିକ ପ୍ରଶଂସା କରନ୍ତି?

ପ୍ରଧାନମନ୍ତ୍ରୀ: ଆପଣ ଜାଣନ୍ତି ଯେ ମୁଁ ଗୁଜରାଟରେ ଜନ୍ମ ଗ୍ରହଣ କରିଛି ଏବଂ ମୋର ମାତୃଭାଷା ଗୁଜରାଟୀ ଅଟେ । ମହାତ୍ମା ଗାନ୍ଧୀ ମଧ୍ୟ ଗୁଜୁରାଟରୁ ଆସିଥିଲେ ଏବଂ ତାଙ୍କର ଭାଷାଗତ ଏବଂ ସାଂସ୍କୃତିକ ଐତିହ୍ୟ ଥିଲା । ବ୍ୟାରିଷ୍ଟର ହୋଇ ବିଦେଶରେ ରହିବା ସତ୍ତ୍ୱେ ଅନେକ ସୁଯୋଗ ପାଇ ମଧ୍ୟ ସେ ତାଙ୍କ ପରିବାର ଦ୍ୱାରା ତାଙ୍କ ଭିତରେ ସୃଷ୍ଟି ହୋଇଥିବା ମୂଲ୍ୟବୋଧ ସହିତ ଗଭୀର ଭାବରେ ଜଡ଼ିତ ରହିଥିଲେ । ଦେଶର ସ୍ୱାଧୀନତା ସଂଗ୍ରାମରେ ନିଜକୁ ଉତ୍ସର୍ଗ କରି ଭାରତବାସୀଙ୍କ ସେବା କରିବା ପାଇଁ ସେ ଭୌତିକ ସୁବିଧା ତ୍ୟାଗ କରିଥିଲେ । ଆଜି ବି ଭାରତୀୟ ଜୀବନରେ ମହାତ୍ମା ଗାନ୍ଧୀଙ୍କ ପ୍ରଭାବ ବିଭିନ୍ନ ଭାବରେ ଦେଖିବାକୁ ମିଳୁଛି। ତାଙ୍କର ଏକ ନିର୍ଦ୍ଦିଷ୍ଟ ଗୁଣ ଥିଲା ଯେ ସେ ଯାହା ଉପଦେଶ ଦେଇଥିଲେ ତାହାକୁ ସେ ଅଭ୍ୟାସ କରୁଥିଲେ । ଉଦାହରଣ ସ୍ୱରୂପ, ସ୍ୱଚ୍ଛତାକୁ ନିଅନ୍ତୁ- ସେ ଜଣେ କଠୋର ଓକିଲ ଥିଲେ, କିନ୍ତୁ ସେ ବ୍ୟକ୍ତିଗତ ଭାବରେ ସଫେଇ କାର୍ଯ୍ୟରେ ନିୟୋଜିତ ଥିଲେ ଏବଂ ଅନ୍ୟମାନଙ୍କୁ ମଧ୍ୟ ଏହା କରିବାକୁ ନିରନ୍ତର ଉତ୍ସାହିତ କରୁଥିଲେ। ଭାରତର ସ୍ୱାଧୀନତା ସଂଗ୍ରାମ ଥିଲା ଅନନ୍ୟ । ମୋଗଲ ହେଉ କି ବ୍ରିଟିଶ ଶାସନରେ, ଶତାବ୍ଦୀଧରି ଅଧୀନତା ସତ୍ତ୍ୱେ ଭାରତରେ ଏପରି କୌଣସି ସମୟ କିମ୍ବା ସ୍ଥାନ ନଥିଲା ଯେଉଁଠାରେ ପ୍ରତିରୋଧର ଭାବନା ଅନୁପସ୍ଥିତ ଥିଲା । ଅନେକ ଲକ୍ଷ୍ୟଭିତ୍ତିକ ବିପ୍ଳବୀ ସ୍ୱାଧୀନତା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିଲେ ଏବଂ ଜେଲରେ ନିଜର ଯୌବନ ବିତାଇଥିଲେ । ଗାନ୍ଧୀ ମଧ୍ୟ ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିଲେ, କିନ୍ତୁ ସେ ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ଆଣିଥିଲେ- ସେ ସ୍ୱାଧୀନତା ସଂଗ୍ରାମକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଥିଲେ । ନିଜ ନେତୃତ୍ୱ ମାଧ୍ୟମରେ ସେ ଅତ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକଳାପକୁ ମଧ୍ୟ ପ୍ରତିରୋଧ ଭାବନା ସହିତ ଯୋଡ଼ିଥିଲେ । ଯଦି କେହି ଚଟାଣ ସଫା କରୁଥିଲେ, ତେବେ ଗାନ୍ଧୀ କହୁଥିଲେ, 'ତୁମେ ସ୍ୱାଧୀନତା ପାଇଁ ଏପରି କରୁଛ। ଯଦି କେହି ପିଲାଙ୍କୁ ପାଠ ପଢ଼ାଉଥିଲେ, ତା'ହେଲେ ସେ କହୁଥିଲେ, 'ତୁମେ ସ୍ୱାଧୀନତା ପାଇଁ କାମ କରୁଛ। ଚରଖା ବୁଲାଇବା ହେଉ, ଖଦି ତିଆରି ହେଉ କିମ୍ବା କୁଷ୍ଠ ରୋଗୀଙ୍କ ସେବା ହେଉ, ସେ ପ୍ରତ୍ୟେକ କାର୍ଯ୍ୟକୁ ସ୍ୱାଧୀନତା ସଂଗ୍ରାମ ସହ ଯୋଡ଼ିଥିଲେ। ଏହି ଆଭିମୁଖ୍ୟ ସାଧାରଣ ଲୋକଙ୍କୁ ସ୍ୱାଧୀନତା ସଂଗ୍ରାମରେ ଜଣେ ସୈନିକ ଭଳି ଅନୁଭବ କରାଇଥିଲା ।

 

ଜନସାଧାରଣଙ୍କୁ ଏକାଠି କରିବାର ଗାନ୍ଧିଜୀଙ୍କ ଦକ୍ଷତା ଏତେ ଗଭୀର ଥିଲା ଯେ ଇଂରେଜମାନେ ଏହାକୁ ସମ୍ପୂର୍ଣ୍ଣ ଭାବରେ ବୁଝି ପାରିନଥିଲେ । କିଏ ଭାବିଥିଲା ଯେ ଏକ ଚିମୁଟାଏ ଲୁଣ ବିପ୍ଳବ ସୃଷ୍ଟି କରିପାରେ? ତଥାପି ଗାନ୍ଧି ଜୀ ଦାଣ୍ଡି ଶୋଭାଯାତ୍ରାରେ ତାହା ହିଁ କରିଥିଲେ। ତାଙ୍କ ସରଳତା, ଆଚରଣ, କଥା କହିବାର ଶୈଳୀ ଏବଂ ଏପରିକି ତାଙ୍କର ଆଭିମୁଖ୍ୟ ସବୁ ଏକ ସ୍ଥାୟୀ ପ୍ରଭାବ ପକାଇଥିଲା । ତାଙ୍କର ଅନେକ କାହାଣୀ ସମସ୍ତେ ଜାଣନ୍ତି । ଗୋଟିଏ ଉଦାହରଣ ଦେଖିବାକୁ ମିଳୁଛି- ଯେତେବେଳେ ସେ ରାଉଣ୍ଡ ଟେବୁଲ ସମ୍ମିଳନୀକୁ ଯାଉଥିଲେ, ସେତେବେଳେ ଜଣେ ଇଂରେଜ ରାଜା ଜର୍ଜଙ୍କ ସହ ସାକ୍ଷାତ ପାଇଁ ବକିଂହାମ ପ୍ୟାଲେସ ଯାଇଥିଲେ । ଗାନ୍ଧୀ ଏକ ସରଳ ଧୋତି ଏବଂ ଶାଲ ବ୍ୟତୀତ ଆଉ କିଛି ପିନ୍ଧି ଆସିନଥିଲେ। ରାଜାଙ୍କ ସହ ସାକ୍ଷାତ ପାଇଁ ଏଭଳି ପୋଷାକ ଉପଯୁକ୍ତ କି ବୋଲି ପ୍ରଶ୍ନ କରି ଅନେକ ଆପତ୍ତି ଉଠାଇଥିଲେ। ଏହାର ଜବାବରେ ଗାନ୍ଧି ଜୀ ମଜାଳିଆ ଭାବରେ କହିଥିଲେ, ମୁଁ ପୋଷାକ କୁ ନେଇ କାହିଁକି ଚିନ୍ତିତ ହେବି? ରାଜା ଆମ ଦୁହିଁଙ୍କ ପାଇଁ ଯଥେଷ୍ଟ ପୋଷାକ ପିନ୍ଧିଛନ୍ତି। ତାଙ୍କର ବୁଦ୍ଧି ଓ ନମ୍ରତା ଉଲ୍ଲେଖନୀୟ ଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ ସାମୂହିକ ଦାୟିତ୍ୱବୋଧ ଜାଗ୍ରତ କରିଥିଲେ ଏବଂ ଲୋକଙ୍କ ଶକ୍ତିକୁ ସ୍ୱୀକାର କରିଥିଲେ । ଏହି ଦର୍ଶନ ଆଜି ବି ମୋତେ ମାର୍ଗଦର୍ଶନ କରୁଛି । ମୁଁ ଯାହା ବି କରେ, ଜନସାଧାରଣଙ୍କୁ ଯଥାସମ୍ଭବ ସାମିଲ କରିବାକୁ ଚେଷ୍ଟା କରେ । ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଯେ କେବଳ ସରକାର ହିଁ ସବୁକିଛି ହାସଲ କରିପାରିବେ ନାହିଁ - ସମାଜର ସାମୂହିକ ଶକ୍ତି ଅସୀମ ।

ଲେକ୍ସ ଫ୍ରିଡମ୍ୟାନ: ଗାନ୍ଧୀ ନିଶ୍ଚିତ ଭାବରେ ବିଂଶ ଶତାବ୍ଦୀର ଅନ୍ୟତମ ଶ୍ରେଷ୍ଠ ନେତା ଥିଲେ ଏବଂ ଆପଣ ଏକବିଂଶ ଶତାବ୍ଦୀର ଅନ୍ୟତମ ପ୍ରମୁଖ ନେତା ଅଟନ୍ତି । ଏହି ଯୁଗଗୁଡିକ ଅଲଗା ଅଟେ, ତଥାପି ଆପଣ ଭୂ-ରାଜନୀତି କଳାରେ ପାରଦର୍ଶିତା ହାସଲ କରିଛନ୍ତି । ଆପଣ ପ୍ରମୁଖ ରାଷ୍ଟ୍ରମାନଙ୍କ ସହିତ ପ୍ରଭାବଶାଳୀ ଭାବରେ ଆଲୋଚନା କରିଛନ୍ତି। ଆପଣ କଣ ଭଲ ବୋଲି ବିଶ୍ୱାସ କରନ୍ତି। ଲୋକମାନଙ୍କର ଆପଣଙ୍କ ପ୍ରତି ଭଲ ପାଇବା କିମ୍ବା ଆପଣଙ୍କ ପ୍ରତି ଭୟ? ଏହା ଜଣାଯାଉଛି ଯେ ଲୋକମାନେ ଆପଣଙ୍କୁ ପ୍ରଶଂସା କରନ୍ତି, ତଥାପି ସେମାନେ ମଧ୍ୟ ଆପଣଙ୍କ ଶକ୍ତିକୁ ଚିହ୍ନିଥାନ୍ତି । ଆପଣ ଏହି ସନ୍ତୁଳନତା କିପରି ବଜାୟ ରଖିଥାନ୍ତି?

ପ୍ରଧାନମନ୍ତ୍ରୀ: ପ୍ରଥମତଃ, ମୁଁ ବିଶ୍ୱାସ କରେ ନାହିଁ ଯେ ଏଭଳି ତୁଳନା କରିବା ଉଚିତ୍ । ବିଂଶ, ଏକବିଂଶ କିମ୍ବା ଦ୍ବାବିଂଶ ଶତାବ୍ଦୀ ହେଉ ମହାତ୍ମା ଗାନ୍ଧୀ ଜଣେ କାଳଜୟୀ ବ୍ୟକ୍ତିତ୍ୱ ହୋଇ ରହିଛନ୍ତି। ତାଙ୍କ ପ୍ରାସଙ୍ଗିକତା ପିଢ଼ି ପିଢ଼ି ଧରି ଲାଗି ରହିଛି। ମୋ ପାଇଁ, ମୋର ଏକ ଦାୟିତ୍ୱ ଅଛି - କିନ୍ତୁ ସେହି ଦାୟିତ୍ୱ ଜଣେ ବ୍ୟକ୍ତି ଭାବରେ ମୋଦୀଙ୍କ ବିଷୟରେ ନୁହେଁ । ପ୍ରକୃତ ମହାନତା ମୋ ଦେଶରେ ଅଛି, କୌଣସି ଜଣେ ବ୍ୟକ୍ତିଙ୍କ ମଧ୍ୟରେ ନୁହେଁ । ମୋର ଶକ୍ତି ମୋଦୀଙ୍କଠାରୁ ନୁହେଁ, ବରଂ ୧୪୦ କୋଟି ଭାରତୀୟଙ୍କଠାରୁ, ଆମର ହଜାର ହଜାର ବର୍ଷ ପୁରୁଣା ସଂସ୍କୃତି ଓ ପରମ୍ପରାରୁ ଆସିଛି। ସେଥିପାଇଁ, ମୁଁ ଯେଉଁଠି ବି ଯାଏ, ମୁଁ ନିଜକୁ ପ୍ରତିନିଧିତ୍ୱ କରେ ନାହିଁ- ମୁଁ ବେଦଠାରୁ ବିବେକାନନ୍ଦ ପର୍ଯ୍ୟନ୍ତ ହଜାର ହଜାର ବର୍ଷର ଐତିହ୍ୟ ଏବଂ ୧୪୦ କୋଟି ଲୋକଙ୍କ ଆକାଂକ୍ଷାକୁ ସାଙ୍ଗରେ ନେଇ ଅଛି । ଯେତେବେଳେ ମୁଁ ଜଣେ ବିଶ୍ୱ ନେତାଙ୍କ ସହ ହାତ ମିଳାଏ, ଏହା ମୋଦୀଙ୍କ ହାତ ନୁହେଁ- ଏହା ୧୪୦ କୋଟି ଭାରତୀୟଙ୍କ ହାତ। ସେଠାରେ ହିଁ ପ୍ରକୃତ ଶକ୍ତି ରହିଥାଏ। ମୋର ମନେ ଅଛି, ୨୦୧୩ରେ ଯେତେବେଳେ ମୋ ଦଳ ମୋତେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା, ସେତେବେଳେ ସେଠାରେ ବିତର୍କ ହୋଇଥିଲା। କେବଳ ଗୋଟିଏ ରାଜ୍ୟକୁ ଶାସନ କରୁଥିବା ବ୍ୟକ୍ତି ଭାବରେ ମୁଁ ବୈଦେଶିକ ନୀତି ପରିଚାଳନା କରିବାରେ ସକ୍ଷମ ହୋଇପାରିବି କି ବୋଲି ଅନେକ ପ୍ରଶ୍ନ କରିଥିଲେ। ଆନ୍ତର୍ଜାତିକ ସମ୍ପର୍କକୁ ମୁଁ କିପରି ପରିଚାଳନା କରିବି ବୋଲି ସାକ୍ଷାତକାରକାରୀମାନେ ବାରମ୍ବାର ପଚାରିଥିଲେ। ମୋର ଉତ୍ତର ସରଳ ଥିଲା: "ଭରତ ମୁଣ୍ଡ ନୁଆଁଇବ ନାହିଁ କି ଅନ୍ୟକୁ ଆଖି ଦେଖାଇବ ନାହିଁ । ପାରସ୍ପରିକ ସମ୍ମାନ ବଜାୟ ରଖି ଭାରତ ବିଶ୍ୱ ସହ ସମାନ ଭାବରେ ଯୋଡ଼ି ହେବ। ସେହି ଦର୍ଶନ ଆଜି ବି ମୋତେ ମାର୍ଗଦର୍ଶନ କରୁଛି। ମୋ ଦେଶ ପ୍ରଥମେ ଆସେ, କିନ୍ତୁ ଅନ୍ୟକୁ ସମ୍ମାନ ଦେବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ଆମର ସାଂସ୍କୃତିକ ମୂଲ୍ୟବୋଧ କାହାକୁ ଅପମାନିତ କରିବାକୁ ସମର୍ଥନ କରେ ନାହିଁ । ଭାରତ ସର୍ବଦା 'ଜୟ ଜଗତ' (ବିଶ୍ୱର ବିଜୟ) ଏବଂ 'ବସୁଧୈବ କୁଟୁମ୍ବକମ୍' (ବିଶ୍ୱ ହେଉଛି ଏକ ପରିବାର) ନୀତିକୁ ବଜାୟ ରଖିଛି, ଯାହା ବିଶ୍ୱ କଲ୍ୟାଣର ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିଛି। ମୋର ଅନେକ ବିଶ୍ୱସ୍ତରୀୟ ପଦକ୍ଷେପ ଏହି ନୀତିକୁ ପ୍ରତିଫଳିତ କରେ। ଉଦାହରଣ ସ୍ୱରୂପ, ପରିବେଶ ଆହ୍ୱାନ ବିଷୟରେ ଆଲୋଚନା ବେଳେ ମୁଁ 'ଗୋଟିଏ ସୂର୍ଯ୍ୟ, ଗୋଟିଏ ବିଶ୍ୱ, ଗୋଟିଏ ଗ୍ରିଡ୍'ର ଧାରଣା ଉପସ୍ଥାପନ କଲି । କୋଭିଡ୍-୧୯ ମହାମାରୀ ସମୟରେ ମୁଁ ଗୋଟିଏ ପୃଥିବୀ, ଗୋଟିଏ ସ୍ୱାସ୍ଥ୍ୟ ପାଇଁ ସମର୍ଥନ କରିଥିଲି। ଏହି ଧାରଣାଗୁଡ଼ିକ ଦୁନିଆର ପରସ୍ପର ସହ ଏକତାର ଭାବନାକୁ ପ୍ରତିଫଳିତ କରିଥାଏ । ଆଜି କୌଣସି ଦେଶ ଏକାକୀ କାର୍ଯ୍ୟ କରିପାରିବ ନାହିଁ- ସହଯୋଗ ଓ ସମନ୍ୱୟ ଜରୁରୀ। ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଜାତିସଂଘ ଭଳି ଅନୁଷ୍ଠାନର ଆବିର୍ଭାବ ହୋଇଥିଲା, ତଥାପି ପରିବର୍ତ୍ତିତ ସମୟ ସହିତ ଆବଶ୍ୟକ ସଂସ୍କାର ତାଳ ଦେଇ ପାରିନାହିଁ। ଏହା ସେମାନଙ୍କ ପ୍ରାସଙ୍ଗିକତାକୁ ନେଇ ବିତର୍କ ଜାରି ରଖିଛି। ବିଶ୍ୱକୁ ଅନୁକୂଳ ହେବାକୁ ପଡ଼ିବ ଏବଂ ଆମେ ସମସ୍ତେ ମିଳିତ ଭାବେ ବିଶ୍ୱ କଲ୍ୟାଣ ଦିଗରେ କାମ କରିବା ଦରକାର।

 

ଲେକ୍ସ ଫ୍ରିଡମ୍ୟାନ: ବିଶ୍ୱ ଶାନ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଆବଶ୍ୟକ ଦକ୍ଷତା, ଅଭିଜ୍ଞତା ଏବଂ ଭୂ-ରାଜନୈତିକ ପ୍ରଭାବ ବିଷୟରେ ଆପଣ କହିଛନ୍ତି । ଆଜିର ଦୁନିଆରେ, ଯେଉଁଠାରେ ସଂଘର୍ଷ ବ୍ୟାପକ ଅଛି, ଆପଣ ବିଶ୍ୱ ସ୍ତରରେ ସର୍ବଶ୍ରେଷ୍ଠ ଶାନ୍ତି ସୃଷ୍ଟିକାରୀ ହେବାର ସାମର୍ଥ୍ୟ ରଖିଛନ୍ତି । ଶାନ୍ତି ପ୍ରତିଷ୍ଠା ପାଇଁ ଆପଣ ନିଜର ଆଭିମୁଖ୍ୟ ବାଣ୍ଟିପାରିବେ କି? ଉଦାହରଣସ୍ୱରୂପ, ରୁଷ୍ ଏବଂ ୟୁକ୍ରେନ୍ ଭଳି ଦୁଇ ଦେଶ ମଧ୍ୟରେ ଶାନ୍ତି ବୁଝାମଣା ପାଇଁ ଆପଣ କିପରି ମଧ୍ୟସ୍ଥତା କରିବେ?

ପ୍ରଧାନମନ୍ତ୍ରୀ: ମୁଁ ଏକ ରାଷ୍ଟ୍ରର ପ୍ରତିନିଧିତ୍ୱ କରୁଛି ଯାହା ଭଗବାନ ବୁଦ୍ଧଙ୍କ ଭୂମି ଅଟେ । ମୁଁ ମହାତ୍ମା ଗାନ୍ଧୀଙ୍କ ମାଟି ଥିବା ଏକ ଦେଶର ପ୍ରତିନିଧିତ୍ୱ କରୁଛି। ଏମାନେ ହେଉଛନ୍ତି ମହାନ ବ୍ୟକ୍ତିତ୍ୱ, ଯାହାଙ୍କ ଶିକ୍ଷା, ଶବ୍ଦ, କାର୍ଯ୍ୟ ଓ ଆଚରଣ ସମ୍ପୂର୍ଣ୍ଣ ଭାବେ ଶାନ୍ତି ପାଇଁ ସମର୍ପିତ । ସାଂସ୍କୃତିକ ଓ ଐତିହାସିକ ଦୃଷ୍ଟିକୋଣରୁ ଭାରତର ଏକ ମଜବୁତ ଭିତ୍ତିଭୂମି ରହିଛି, ଯାହା ଶାନ୍ତି କଥା କହିଲେ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥାଏ। ବିଶ୍ୱ ଆମ କଥା ଶୁଣେ କାରଣ ଆମେ ବୁଦ୍ଧ ଏବଂ ଗାନ୍ଧୀଙ୍କ ଦେଶରୁ ଆସିଛୁ, ଏବଂ ଆମର ଆଭିମୁଖ୍ୟ କେବେ ବି ସଂଘର୍ଷ ସପକ୍ଷରେ ନଥାଏ - ଆମେ ସୌହାର୍ଦ୍ଦ୍ୟ ପାଇଁ ସମର୍ଥନ କରୁ । ଆମେ ପ୍ରକୃତି ସହିତ କିମ୍ବା ଜାତି ମଧ୍ୟରେ ସଂଘର୍ଷ ଚାହୁଁନାହୁଁ; ଆମେ ସମନ୍ୱୟ ଏବଂ ସହଯୋଗ ଚାହୁଁଛୁ । ଯଦି ଆମେ ଏଥିରେ କୌଣସି ଉପାୟରେ ଯୋଗଦାନ କରିପାରିବା, ତେବେ ଆମେ ଏଥିପାଇଁ ନିରନ୍ତର ପ୍ରୟାସ କରୁଛୁ । ଉଦାହରଣ ସ୍ୱରୂପ, ଉଭୟ ରୁଷିଆ ଏବଂ ୟୁକ୍ରେନ ସହିତ ମୋର ଘନିଷ୍ଠ ସମ୍ପର୍କ ରହିଛି । ମୁଁ ରାଷ୍ଟ୍ରପତି ପୁଟିନଙ୍କ ସହ ବସି ଗଣମାଧ୍ୟମକୁ କହିପାରିବି ଯେ ଏହା ଯୁଦ୍ଧର ସମୟ ନୁହେଁ । ସେହିଭଳି, ମୁଁ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଖୋଲାଖୋଲି ଭାବରେ କଥା ହୋଇପାରିବି ଏବଂ କହିପାରିବି, "ଭାଇ, ଆପଣଙ୍କୁ ଯେତେ ବିଶ୍ୱସ୍ତରୀୟ ସମର୍ଥନ ମିଳିଲେ ମଧ୍ୟ ଯୁଦ୍ଧର ସମାଧାନ ହୋଇନଥାଏ - ଆଲୋଚନା ଟେବୁଲରେ ଶାନ୍ତି ହାସଲ ହୁଏ । ସେହି ଟେବୁଲରେ ଉଭୟ ୟୁକ୍ରେନ୍ ଓ ରୁଷିଆ ବସିବା ପରେ ହିଁ ଏହାର ସମାଧାନ ହେବ। ଉଭୟ ପକ୍ଷ ସିଧାସଳଖ ସଂପୃକ୍ତ ନ ହେଲେ କୌଣସି ପରିମାଣର ବାହ୍ୟ ମଧ୍ୟସ୍ଥତା ଫଳପ୍ରଦ ହେବ ନାହିଁ। ପ୍ରାରମ୍ଭରେ ଏ ବିଷୟରେ ସୀମିତ ବୁଝାମଣା ଥିଲା, କିନ୍ତୁ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଁ ଆଶାବାଦୀ। ଉଭୟ ରୁଷିଆ ଓ ୟୁକ୍ରେନ୍ ର ଯଥେଷ୍ଟ କ୍ଷତି ହୋଇଛି ଏବଂ ଏହାର ପରିଣାମ ବିଶ୍ୱ ବହନ କରିଛି। ବିଶେଷ କରି ଗ୍ଲୋବାଲ ସାଉଥ୍ ଖାଦ୍ୟ, ଇନ୍ଧନ ଓ ସାର କ୍ଷେତ୍ରରେ ସଙ୍କଟ ସହ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇଛି। ସମଗ୍ର ବିଶ୍ୱ ଏବେ ଯଥାଶୀଘ୍ର ଶାନ୍ତି ଚାହୁଁଛି। ମୁଁ ସର୍ବଦା ସ୍ପଷ୍ଟ ଅଛି: ମୁଁ ଶାନ୍ତି ପାଇଁ ସର୍ବଦା ଛିଡ଼ା ହୋଇଛି । ମୁଁ ନିରପେକ୍ଷ ନୁହେଁ- ମୁଁ ଏକ ପକ୍ଷ ଗ୍ରହଣ କରେ, ଏବଂ ମୋର ପକ୍ଷ ହେଉଛି ଶାନ୍ତି । ମୁଁ ଏଥିପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରୁଛି ।

ଲେକ୍ସ ଫ୍ରିଡମ୍ୟାନ: ଆଉ ଏକ ଐତିହାସିକ ଜଟିଳ ଏବଂ ଅତ୍ୟନ୍ତ ବିପଜ୍ଜନକ ସଂଘର୍ଷ ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ। ଉଭୟ ଦେଶ ପରମାଣୁ ଶକ୍ତିସମ୍ପନ୍ନ ଏବଂ ସେମାନଙ୍କର ଆଦର୍ଶଗତ ପାର୍ଥକ୍ୟ ରହିଛି। ଆପଣ ଏକ ପ୍ରଗତିଶୀଳ ଭବିଷ୍ୟତର ପରିକଳ୍ପନା କରନ୍ତି ଏବଂ ଶାନ୍ତି ଚାହାନ୍ତି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ବନ୍ଧୁତା ଏବଂ ସମନ୍ୱୟ ପାଇଁ ଆପଣ କିପରି ଏକ ମାର୍ଗ ଦେଖୁଛନ୍ତି?

ପ୍ରଧାନମନ୍ତ୍ରୀ: ପ୍ରଥମତଃ ଏମିତି କିଛି ଐତିହାସିକ ତଥ୍ୟ ରହିଛି ଯାହା ବିଷୟରେ ହୁଏତ ବିଶ୍ୱର ଅନେକ ଲୋକ ଜାଣିନଥିବେ । ୧୯୪୭ ପୂର୍ବରୁ ସ୍ୱାଧୀନତା ସଂଗ୍ରାମରେ ସବୁ ଧର୍ମର ଭାରତୀୟ ମାନେ ଏକାଠି ଲଢ଼ିଥିଲେ । ସମଗ୍ର ଦେଶ ସ୍ୱାଧୀନତା ପାଇଁ ଉଦ୍ୟମ କରିଥିଲା ଏବଂ ଏହାକୁ ପାଳନ କରିବାକୁ ପ୍ରସ୍ତୁତ ହେଉଥିଲା । ତେବେ ସେହି ସମୟର ବିଭିନ୍ନ ବାଧ୍ୟତାମୂଳକତା କାରଣରୁ- ବ୍ୟାପକ ଆଲୋଚନା ପାଇଁ ଖୋଲା ଥିବା ବାଧ୍ୟତାମୂଳକତା କାରଣରୁ ସେହି ଯୁଗର ନୀତି ନିର୍ଦ୍ଧାରକମାନେ ଭାରତ ବିଭାଜନ ପାଇଁ ରାଜି ହୋଇଥିଲେ। ଧାରଣା ଥିଲା ଯେ ଯଦି କିଛି ମୁସଲମାନ ଏକ ଅଲଗା ରାଷ୍ଟ୍ର ଚାହୁଁଛନ୍ତି, ତେବେ ସେମାନଙ୍କୁ ଏକ ଦେଶ ଦିଆଯିବା ଉଚିତ୍ । ଅତ୍ୟନ୍ତ ଯନ୍ତ୍ରଣା ସହି ଭାରତବାସୀ ଭାରି ହୃଦୟରେ ଏହି ନିଷ୍ପତ୍ତିକୁ ଗ୍ରହଣ କରିଥିଲେ। ତେବେ ବିଭାଜନକୁ ସ୍ୱୀକାର କରିବା ଇତିହାସର ସବୁଠାରୁ ରକ୍ତାକ୍ତ ଦୁଃଖଦ ଘଟଣାର କାରଣ ପାଲଟିଥିଲା। ଲକ୍ଷ ଲକ୍ଷ ଲୋକଙ୍କୁ ହତ୍ୟା କରାଗଲା ଏବଂ ହତ୍ୟା କରାଯାଇଥିବା ନିରୀହଲୋକଙ୍କ ମୃତଦେହରେ ଭର୍ତ୍ତି କରି ପାକିସ୍ତାନରୁ ଟ୍ରେନ୍ ଆସିଲା । ଏହା ଏକ ଭୟଙ୍କର ଦୃଶ୍ୟ ଥିଲା । ଯେହେତୁ ପାକିସ୍ତାନକୁ ନିଜର ଜମି ପ୍ରଦାନ କରାଯାଇଛି, ତେଣୁ ଶାନ୍ତିପୂର୍ଣ୍ଣ ସହଅସ୍ତିତ୍ୱ ପ୍ରତି କୃତଜ୍ଞତା ଏବଂ ପ୍ରତିବଦ୍ଧତା ଆଶା କରାଯାଇପାରେ । ତେବେ ପାକିସ୍ତାନ ଶାନ୍ତି ଗ୍ରହଣ କରିବା ପରିବର୍ତ୍ତେ ଭାରତ ପ୍ରତି ନିରନ୍ତର ଶତ୍ରୁତାର ବାଟ ବାଛିନେଇଥିଲା। ଆଜି ବି ପ୍ରୋକ୍ସି ଯୁଦ୍ଧ ଜାରି ରହିଛି। ଏହା ଆଦର୍ଶର ବିଷୟ ନୁହେଁ- କୌଣସି ବିଚାରଧାରା ନିରୀହ ଲୋକଙ୍କ ହତ୍ୟାକୁ ଯୁକ୍ତିଯୁକ୍ତ କରେ ନାହିଁ। ତଥାପି ପାକିସ୍ତାନ କ୍ରମାଗତ ଭାବେ ଆତଙ୍କବାଦ ଜାରି ରଖିଛି। ଏବଂ ଏହା କେବଳ ଭାରତରେ ସୀମିତ ନୁହେଁ - ଯେତେବେଳେ ବି ବିଶ୍ୱର କୌଣସି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୁଏ, ପ୍ରାୟ ସବୁବେଳେ ପାକିସ୍ତାନର ସମ୍ପର୍କ ରହିଥାଏ । ଯୁକ୍ତରାଷ୍ଟ୍ର ଆମେରିକାରେ ହୋଇଥିବା ୯/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ଓସାମା ବିନ୍ ଲାଡେନ ପାକିସ୍ତାନରେ ଲୁଚି ରହିଥିବା ଜଣାପଡ଼ିଥିଲା। ବିଶ୍ୱ ଏବେ ପାକିସ୍ତାନକୁ ଆତଙ୍କବାଦୀ କାର୍ଯ୍ୟକଳାପର କେନ୍ଦ୍ର ଭାବେ ସ୍ୱୀକୃତି ଦେଇଛି। ଏହା କେବଳ ଭାରତ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଅସୁବିଧାର କାରଣ ପାଲଟିଛି । ଆମେ ବାରମ୍ବାର ପାକିସ୍ତାନକୁ ଏହି ବିନାଶକାରୀ ମାର୍ଗ ଛାଡିବାକୁ ଅନୁରୋଧ କରିଛୁ । ଆମେ ସେମାନଙ୍କୁ କହିଛୁ ଯେ ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦ ବନ୍ଦ ହେବା ଦରକାର। ସମଗ୍ର ଦେଶର ଭାଗ୍ୟକୁ ଅନୁପଯୁକ୍ତ ବ୍ୟକ୍ତିଙ୍କ ହାତକୁ ହସ୍ତାନ୍ତର କରିବା କାହାର ସ୍ୱାର୍ଥ ପୂରଣ କରେ ନାହିଁ। ଆମର ଶାନ୍ତି ପ୍ରୟାସର ଏକ ଅଂଶ ଭାବରେ ମୁଁ ବ୍ୟକ୍ତିଗତ ଭାବରେ ଲାହୋର ଗସ୍ତ କରିଥିଲି । ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ହେଲି, ମୁଁ ଏକ ଶୁଭ ନୂତନ ଆରମ୍ଭ ଆଶାରେ ଶପଥ ଗ୍ରହଣ ସମାରୋହରେ ପାକିସ୍ତାନକୁ ନିମନ୍ତ୍ରଣ କରିବାକୁ ପଦକ୍ଷେପ ନେଇଥିଲି । ତେବେ ଶାନ୍ତି ପାଇଁ ସବୁ ପ୍ରକାର ପ୍ରୟାସ ଶତ୍ରୁତାର ସହ ସାମ୍ନା ହୋଇଛି। ଆମେ କେବଳ ଆଶା କରିପାରିବା ଯେ ଉନ୍ନତ ବୁଦ୍ଧିର ବିଜୟ ହେବ ଏବଂ ପାକିସ୍ତାନ ଶାନ୍ତି ଓ ସମୃଦ୍ଧିର ମାର୍ଗ ବାଛିବ । ମୁଁ ବିଶ୍ୱାସ କରେ ଯେ ପାକିସ୍ତାନର ସାଧାରଣ ଜନତା ମଧ୍ୟ ହିଂସାର ଏହି ଅସୀମ ଚକ୍ରରେ ପୀଡ଼ିତ। ପ୍ରତିଦିନ ରକ୍ତପାତ ଦେଖି କୌଣସି ନାଗରିକ ନିରନ୍ତର ଭୟରେ ବଞ୍ଚିବାକୁ ଚାହାଁନ୍ତି ନାହିଁ। ସୀମା ପାର ହୋଇ ପଠାଯାଉଥିବା ଆତଙ୍କବାଦୀମାନେ ନିଜ ଜୀବନ ହରାଉଛନ୍ତି ଏବଂ ସେମାନଙ୍କ ପରିବାର ଦୁଃଖ ଭୋଗୁଛନ୍ତି।

ଲେକ୍ସ ଫ୍ରିଡମ୍ୟାନ: ପାକିସ୍ତାନ ସହ ସମ୍ପର୍କ ସୁଧାରିବା ପାଇଁ ଆପଣ ପ୍ରୟାସ କରିବାର କୌଣସି ନିର୍ଦ୍ଦିଷ୍ଟ ଉଦାହରଣ ଅଛି କି? ବୋଧହୁଏ ଏକ କାହାଣୀ ଯାହା ଭବିଷ୍ୟତର ଶାନ୍ତି ପାଇଁ ବ୍ଲୁପ୍ରିଣ୍ଟ ପ୍ରଦାନ କରିପାରେ?

ପ୍ରଧାନମନ୍ତ୍ରୀ: ସମ୍ପର୍କରେ ସୁଧାର ଆଣିବା ରେ ପ୍ରଥମ ବଡ଼ ସଫଳତା ହେଲା ମୁଁ ପ୍ରଧାନମନ୍ତ୍ରୀ ହେବା ମାତ୍ରେ ତାଙ୍କୁ ଶପଥ ଗ୍ରହଣ ସମାରୋହରେ ନିମନ୍ତ୍ରଣ କରିବା । ଏହା ନିଜେ ଏକ ଐତିହାସିକ ଘଟଣା ଥିଲା- ଯାହା ଦଶନ୍ଧି ଧରି ଘଟିନଥିଲା। ୨୦୧୩ରେ ମୋଦିଙ୍କ ବୈଦେଶିକ ନୀତି କ'ଣ ହେବ ବୋଲି ଅନେକ ପ୍ରଶ୍ନ କରିଥିଲେ ଏବଂ ଯେତେବେଳେ ସେମାନେ ଜାଣିବାକୁ ପାଇଲେ ଯେ ମୁଁ ସାର୍କ ରାଷ୍ଟ୍ରର ସମସ୍ତ ନେତାଙ୍କୁ ସମାରୋହକୁ ନିମନ୍ତ୍ରଣ କରିଛି ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ନିଷ୍ପତ୍ତି ଓ ଏହା ପଛର ପ୍ରକ୍ରିୟାକୁ ପରବର୍ତ୍ତୀ ସମୟରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କ ସ୍ମୃତିରେ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ। ଏହା ଏକ ନିର୍ଣ୍ଣାୟକ ମୁହୂର୍ତ୍ତ ଥିଲା ଯାହା ଭାରତର ବୈଦେଶିକ ନୀତିର ସ୍ପଷ୍ଟତା, ଆତ୍ମବିଶ୍ୱାସ ଏବଂ ଦୃଷ୍ଟିକୋଣକୁ ପ୍ରଦର୍ଶିତ କରିଥିଲା । ଶାନ୍ତି ପାଇଁ ଭାରତ କେତେ ଗଭୀର ପ୍ରତିଶ୍ରୁତିବଦ୍ଧ ତାହା ମଧ୍ୟ ଏହା ବିଶ୍ୱକୁ ଜଣାଇଥିଲା। ତେବେ ଏହି କାର୍ଯ୍ୟର ମହତ୍ତ୍ୱ ସତ୍ତ୍ୱେ ଆଶାନୁରୂପ ଫଳାଫଳ ମିଳିପାରିନଥିଲା।

 

ଲେକ୍ସ ଫ୍ରିଡମ୍ୟାନ: ଆପଣଙ୍କ ପାଇଁ ମୋର ଟିକେ ହାଲୁକା ପ୍ରଶ୍ନ ଅଛି। ଆପଣଙ୍କ ମତରେ କେଉଁ କ୍ରିକେଟ୍ ଦଳ ଭଲ- ଭାରତ ନା ପାକିସ୍ତାନ? ଉଭୟ ପିଚ୍ ରେ ଏବଂ ଭୂ-ରାଜନୈତିକ ଉତ୍ତେଜନା ଦୃଷ୍ଟିରୁ ଦୁଇ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ସର୍ବଦା ରହିଛି, ଯେପରି କି ଆପଣ ବର୍ତ୍ତମାନ ଆଲୋଚନା କରିଛନ୍ତି। ଦେଶ ମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଏବଂ ପାରସ୍ପରିକ ସହଯୋଗ ବୃଦ୍ଧି କରିବାରେ କ୍ରୀଡ଼ା, ବିଶେଷ କରି କ୍ରିକେଟ୍ ଏବଂ ଫୁଟବଲ୍ କ'ଣ ଭୂମିକା ଗ୍ରହଣ କରିଥାଏ?

ପ୍ରଧାନମନ୍ତ୍ରୀ: କ୍ରୀଡ଼ା ସମଗ୍ର ବିଶ୍ୱ ପାଇଁ ଶକ୍ତିର ଉତ୍ସ । କ୍ରୀଡ଼ା ମନୋଭାବ ଏକ ଏକତ୍ରୀକରଣ ଶକ୍ତି ଭାବରେ କାର୍ଯ୍ୟ କରେ । ମୁଁ ଚାହେଁ ନାହିଁ ଯେ କ୍ରୀଡ଼ା ବାହ୍ୟ ପ୍ରଭାବ ଦ୍ୱାରା କଳଙ୍କିତ ହେଉ । କ୍ରୀଡ଼ାକୁ ମୁଁ ସର୍ବଦା ମାନବ ପ୍ରଗତି ଓ ବିକାଶର ଏକ ଅତ୍ୟାବଶ୍ୟକ ଅଙ୍ଗ ଭାବେ ବିବେଚନା କରିଆସିଛି। କେଉଁ ଦଳ ଶ୍ରେଷ୍ଠ, ମୁଁ କ୍ରିକେଟ୍ କୌଶଳରେ ବିଶେଷଜ୍ଞ ନୁହେଁ, ତେଣୁ ଯେଉଁମାନେ ଅଛନ୍ତି ସେମାନଙ୍କ ଉପରେ ସେହି ଆକଳନ ଛାଡ଼ିବା ଭଲ ହେବ। ତେବେ ଫଳାଫଳ ନିଜେ କହୁଛି। ନିକଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଇଥିଲା। ସେହି ମ୍ୟାଚ୍ ର ଫଳାଫଳ ସ୍ୱାଭାବିକ ଭାବେ ସୂଚାଉଛି ଯେ ବର୍ତ୍ତମାନ କେଉଁ ଦଳ ଅଧିକ ଶକ୍ତିଶାଳୀ।

ଲେକ୍ସ ଫ୍ରିଡମ୍ୟାନ: ହଁ, ମୁଁ ନିକଟରେ ଦ ଗ୍ରେଟେଷ୍ଟ ରାଇଭଲରି: ଇଣ୍ଡିଆ ଭର୍ସେସ ପାକିସ୍ତାନ ନାମକ ଏକ ସିରିଜ୍ ଦେଖିଥିଲି, ଯେଉଁଥିରେ କିଛି ଅବିଶ୍ୱସନୀୟ ଖେଳାଳି ଏବଂ ମ୍ୟାଚ୍ ଉପରେ ଆଲୋକପାତ କରାଯାଇଛି। ଏଭଳି ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖିବା ଆକର୍ଷଣୀୟ। ଆପଣ ଫୁଟବଲ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି, ଯାହା ଭାରତରେ ଅତ୍ୟନ୍ତ ଲୋକପ୍ରିୟ । ତେଣୁ, ଏଠାରେ ଏକ କଠିନ ପ୍ରଶ୍ନ ଅଛି- ଆପଣଙ୍କ ପ୍ରିୟ ଫୁଟବଲର୍ କିଏ? ଆମ ପାଖରେ ମେସି, ପେଲେ, ମାରାଡୋନା, କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଜିଦାନଙ୍କ ଭଳି କିମ୍ବଦନ୍ତୀ ଅଛନ୍ତି। ଆପଣଙ୍କ ମତରେ ସର୍ବକାଳୀନ ଶ୍ରେଷ୍ଠ ଫୁଟବଲର୍ କିଏ?

ପ୍ରଧାନମନ୍ତ୍ରୀ: ଭାରତର ଅନେକ ଅଞ୍ଚଳରେ ଫୁଟବଲ ବ୍ୟାପକ ଭାବରେ ଖେଳାଯାଏ ଏବଂ ଆମର ମହିଳା ଏବଂ ପୁରୁଷ ଦଳଗୁଡିକ ବହୁତ ଅଗ୍ରଗତି କରୁଛନ୍ତି । ଅତୀତକୁ ଦେଖିଲେ, ବିଶେଷ କରି ୧୯୮୦ ଦଶକରେ ମାରାଡୋନାଙ୍କ ନାମ ପ୍ରଥମେ ସାମ୍ନାକୁ ଆସିଥାଏ। ସେ ସେହି ପିଢ଼ି ପାଇଁ ହିରୋ ଥିଲେ। ତେବେ ଆଜିର ଯୁବ ଫୁଟବଲ ପ୍ରେମୀଙ୍କୁ ପଚାରିଲେ ସେମାନେ ମେସିଙ୍କୁ ନିଜର ଆଇକନ୍ ଭାବେ ନାମିତ କରିପାରନ୍ତି। ଆପଣଙ୍କ ପ୍ରଶ୍ନ ମୋତେ ଏକ ରୋଚକ ଘଟଣା ମନେ ପକାଉଛି । ମଧ୍ୟ ଭାରତରେ ମଧ୍ୟପ୍ରଦେଶ ରାଜ୍ୟରେ ଶାହଦୋଲ ନାମକ ଏକ ଜିଲ୍ଲା ରହିଛି । ଏଠାରେ ଆଦିବାସୀ ଅଧ୍ୟୁଷିତ ଲୋକ ବସବାସ କରନ୍ତି । ଆଦିବାସୀ ମହିଳାଙ୍କ ଦ୍ୱାରା ପରିଚାଳିତ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡ଼ିତ ହେବାର ମୋର ଅଭ୍ୟାସ ଅଛି, କାରଣ ମୁଁ ଏହି କଥାବାର୍ତ୍ତାକୁ ଗଭୀର ଭାବରେ ସମୃଦ୍ଧ ମନେ କରେ | ଏଭଳି ଏକ ଗସ୍ତ ସମୟରେ, ମୁଁ ଦେଖିଲି ଯେ ପ୍ରାୟ ୮୦ରୁ ୧୦୦ ଜଣ ଯୁବକ କ୍ରୀଡ଼ା ପୋଷାକ ପିନ୍ଧିଥିଲେ - କିଛି ପିଲା ଥିଲେ, ଅନ୍ୟମାନେ କିଶୋର ଥିଲେ ଏବଂ କିଛି ବୟସ୍କ ଥିଲେ। ସ୍ୱାଭାବିକ ଭାବରେ, ମୁଁ ଉତ୍ସୁକ ଥିଲି ଏବଂ ସେମାନଙ୍କ ପାଖକୁ ଯାଇଥିଲି | ମୁଁ ପଚାରିଲି, "ତୁମେ ସମସ୍ତେ କେଉଁଠାରୁ ଆସିଛ?" ଉତ୍ତରରେ ସେମାନେ କହିଲେ, ଆମେ ମିନି ବ୍ରାଜିଲରୁ ଆସିଛୁ। ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି, "ମିନି ବ୍ରାଜିଲ ଅର୍ଥ କଣ?" ଚାରି ପିଢ଼ି ଧରି ସେଠାରେ ଫୁଟବଲ୍ ଖେଳାଯାଉଥିବାରୁ ସେମାନଙ୍କ ଗାଁ ସେହି ନାମରେ ପରିଚିତ ବୋଲି ସେମାନେ ବୁଝାଇଥିଲେ। ଏହି ଗ୍ରାମରେ ପାଖାପାଖି ୮୦ ଜଣ ଜାତୀୟ ସ୍ତରର ଖେଳାଳି ସୃଷ୍ଟି ହୋଇଛନ୍ତି ଏବଂ ସମଗ୍ର ସମ୍ପ୍ରଦାୟ ଏହି କ୍ରୀଡ଼ା ପ୍ରତି ସମର୍ପିତ । ଏପରିକି ସେମାନେ ମୋତେ କହିଥିଲେ ଯେ ସେମାନଙ୍କ ବାର୍ଷିକ ଫୁଟବଲ ମ୍ୟାଚ୍ ସମୟରେ ଆଖପାଖ ଗାଁରୁ ୨୦ରୁ ୨୫ ହଜାର ଦର୍ଶକ ଦେଖିବାକୁ ଆସନ୍ତି। ଏହି କାହାଣୀ ଭାରତରେ ଫୁଟବଲ ପ୍ରତି ବଢୁଥିବା ଉତ୍ସାହକୁ ପ୍ରତିଫଳିତ କରେ, ଏବଂ ମୁଁ ଏହାକୁ ଏକ ସକାରାତ୍ମକ ବିକାଶ ଭାବରେ ଦେଖୁଛି | ଫୁଟ୍ ବଲ୍ ଦଳଗତ କାର୍ଯ୍ୟ ଏବଂ ବନ୍ଧୁତ୍ୱକୁ ପ୍ରୋତ୍ସାହିତ କରିଥାଏ।

ଲେକ୍ସ ଫ୍ରିଡମ୍ୟାନ: ନିଶ୍ଚିତ ଭାବରେ- ଫୁଟବଲ ହେଉଛି ସେହି ଖେଳଗୁଡ଼ିକ ମଧ୍ୟରୁ ଗୋଟିଏ ଯାହା କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱର ଲୋକଙ୍କୁ ଏକାଠି କରେ । ଲୋକଙ୍କୁ ଏକାଠି କରିବାରେ ଏହା କ୍ରୀଡ଼ାର ଶକ୍ତିକୁ ପ୍ରଦର୍ଶିତ କରିଥାଏ। ଆପଣ ନିକଟରେ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ କରି ଡୋନାଲ୍ଡ ଟ୍ରମ୍ପଙ୍କ ସହ ନିଜର ବନ୍ଧୁତାକୁ ପୁନର୍ଜୀବିତ କରିଥିଲେ । ଉଭୟ ବନ୍ଧୁ ଏବଂ ନେତା ଭାବରେ ଆପଣ ତାଙ୍କ ବିଷୟରେ କ'ଣ ପ୍ରଶଂସା କରନ୍ତି?

ପ୍ରଧାନମନ୍ତ୍ରୀ: କେବଳ ମୋର ମତାମତ କହିବା ପରିବର୍ତ୍ତେ, ମୁଁ ଏକ ଅନୁଭୂତି ବାଣ୍ଟିବାକୁ ଚାହୁଁଛି ଯାହା କିଛି ଦିଗଦର୍ଶନ ପ୍ରଦାନ କରିପାରେ । ହ୍ୟୁଷ୍ଟନରେ ହାଉଡି ମୋଦୀ ନାମକ ଏକ କାର୍ଯ୍ୟକ୍ରମ ଥିଲା, ଯେଉଁଥିରେ ଉଭୟ ରାଷ୍ଟ୍ରପତି ଟ୍ରମ୍ପ ଏବଂ ମୁଁ ଯୋଗ ଦେଇଥିଲୁ । ଷ୍ଟାଡିୟମ ଭର୍ତ୍ତି ହୋଇଯାଇଥିଲା- ଯୁକ୍ତରାଷ୍ଟ୍ର ଆମେରିକାର ଏକ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ଏକ ଅବିଶ୍ୱସନୀୟ ଦୃଶ୍ୟ, ବିଶେଷକରି ସାଧାରଣତଃ କ୍ରୀଡ଼ା ଇଭେଣ୍ଟ ପାଇଁ ସଂରକ୍ଷିତ ସ୍ଥାନରେ । ପ୍ରବାସୀ ଭାରତୀୟମାନେ ବହୁ ସଂଖ୍ୟାରେ ଏକାଠି ହୋଇଥିଲେ। ଆମେ ଦୁହେଁ ଭାଷଣ ଦେଇଥିଲୁ। ମୁଁ ଭାଷଣ ଦେଉଥିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ ବସି ଧ୍ୟାନ ଦେଇ ଶୁଣୁଥିଲେ। ଏହା ମୋ ପାଇଁ ତାଙ୍କ ନମ୍ରତାକୁ ପ୍ରତିଫଳିତ କରିଥିଲା। ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି, ଦର୍ଶକଙ୍କ ମଧ୍ୟରେ ବସି ମୋ ଭାଷଣ ଶୁଣୁଥିଲେ- ଏହା ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା । ଭାଷଣ ଶେଷ କରିବା ପରେ ମୁଁ ତାଙ୍କୁ ଧନ୍ୟବାଦ ଦେବାକୁ ଯାଇଥିଲି। ଆମେରିକାରେ କଡ଼ା ସୁରକ୍ଷା ଏବଂ ବ୍ୟାପକ ପ୍ରୋଟୋକଲ୍ କୁ ଦୃଷ୍ଟିରେ ରଖି ମୁଁ କିଛି ମୁହୂର୍ତ୍ତ ପାଇଁ ପଛଘୁଞ୍ଚା ଦେଲି, କିନ୍ତୁ ତା'ପରେ ପରାମର୍ଶ ଦେଲି, "ଆପଣ ମୋ ସହିତ ଷ୍ଟାଡିୟମ ବୁଲିବାକୁ ପସନ୍ଦ କରିବେ କି?" ସେଠାରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ, ଅନେକ ଲୋକ ହାତ ଉଠାଇ ନମସ୍କାର କରିଥିଲେ। ଆମେରିକୀୟ ରାଜନୈତିକ ଜୀବନରେ ଜଣେ କାର୍ଯ୍ୟରତ ଆମେରିକୀୟ ରାଷ୍ଟ୍ରପତି ଙ୍କ ପାଇଁ ବିପୁଳ ଜନସମାଗମ ମଧ୍ୟରେ ମୁକ୍ତ ଭାବରେ ଚାଲିବା ପ୍ରାୟ ଅକଳ୍ପନୀୟ । ତଥାପି କିଛି ମୁହୂର୍ତ୍ତର ଦ୍ୱିଧା ନ କରି ରାଷ୍ଟ୍ରପତି ଟ୍ରମ୍ପ ରାଜି ହୋଇଥିଲେ। ସାଧାରଣ ସୁରକ୍ଷା ଚିନ୍ତାକୁ ଅଣଦେଖା କରି ସେ ମୋ ସହିତ ଚାଲିଥିଲେ। ଆମେରିକୀୟ ସୁରକ୍ଷାକର୍ମୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେହି ମୁହୂର୍ତ୍ତ ମୋ ମନରେ ଏକ  ଗଭୀର ବିଶ୍ବାସ ସୃଷ୍ଟି କଲା- ଏ ହେଉଛନ୍ତି ଜଣେ ସାହସୀ ବ୍ୟକ୍ତି। ସେ ନିଜେ ନିଷ୍ପତ୍ତି ନିଅନ୍ତି। ଏବଂ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ ମୋ ଉପରେ ବିଶ୍ୱାସ କରିଥିଲେ। ବିନା ଦ୍ୱିଧାରେ ସେହି ଭିଡ଼ ଭିତରକୁ ଯିବା ପାଇଁ ତାଙ୍କର ମୋ ଉପରେ ଯଥେଷ୍ଟ ବିଶ୍ୱାସ ଥିଲା । ଏହି ପାରସ୍ପରିକ ବିଶ୍ୱାସ ଏବଂ ବୁଝାମଣା ଆମ ସମ୍ପର୍କର ମୂଳଦୁଆ ସୃଷ୍ଟି କରିଥିଲା । ପରବର୍ତ୍ତୀ ସମୟରେ, ଯେତେବେଳେ ତାଙ୍କୁ ତାଙ୍କର ନିକଟରେ ନିର୍ବାଚନ ପ୍ରଚାର ସମୟରେ ଗୁଳି କରାଯାଇଥିଲା, ମୁଁ ସେହି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଦେଖିଲି - ସମ୍ପୂର୍ଣ୍ଣ ସଂକଳ୍ପବଦ୍ଧ ବ୍ୟକ୍ତି। ସେ ବଞ୍ଚିଗଲେ ଏବଂ ଆମେରିକା ପ୍ରତି ତାଙ୍କର ଅତୁଟ ପ୍ରତିବଦ୍ଧତା ଅତୁଟ ରହିଲା । ମୁଁ ଜଣେ 'ନେସନ୍ ଫର୍ଷ୍ଟ' ବ୍ୟକ୍ତି। ସେ ଜଣେ 'ଆମେରିକା ଫାଷ୍ଟ' ବ୍ୟକ୍ତି। ମୁଁ ଜଣେ 'ଭାରତ ଫାଷ୍ଟ' ବ୍ୟକ୍ତି। ସେଥିପାଇଁ ଆମେ ଏତେ ଭଲ ଭାବେ ଯୋଡ଼ି ହୋଇଥାଉ। ଏହି ଅଂଶୀଦାର ନୀତି ଗୁଡ଼ିକ ହିଁ ଆମ ମଧ୍ୟରେ ପ୍ରତିଫଳିତ ହୋଇଥାଏ । ବିଶ୍ୱ ରାଜନୀତିରେ ଗୋଟିଏ ପ୍ରସଙ୍ଗ ହେଉଛି ଗଣମାଧ୍ୟମ ର ବିବରଣୀ ନେତାମାନେ ପରସ୍ପରକୁ କିପରି ଭାବନ୍ତି ତାହା ରଚନା କରିଥାଏ । ଅଧିକାଂଶ ସମୟରେ ସେମାନେ ପରସ୍ପରକୁ ବ୍ୟକ୍ତିଗତ ଭାବେ ଚିହ୍ନି ପାରନ୍ତି ନାହିଁ; ବାହ୍ୟ ବ୍ୟାଖ୍ୟା ମାଧ୍ୟମରେ ସେମାନଙ୍କ ମତାମତ ଫିଲ୍ଟର କରାଯାଏ । ଯେତେବେଳେ ମୁଁ ପ୍ରଥମ ଥର ହ୍ୱାଇଟ୍ ହାଉସ୍ ଗସ୍ତ କରିଥିଲି, ରାଷ୍ଟ୍ରପତି ଟ୍ରମ୍ପ୍ ରାଜନୀତିରେ ଅପେକ୍ଷାକୃତ ନୂଆ ଥିଲେ। ଗଣମାଧ୍ୟମ ତାଙ୍କର ଏକ ନିର୍ଦ୍ଦିଷ୍ଟ ଚିତ୍ର ଆଙ୍କିଥିଲା ଏବଂ ମୁଁ ତାଙ୍କ ବିଷୟରେ ବିଭିନ୍ନ ସୂଚନା ପାଇଥିଲି । ତେବେ ଯେତେବେଳେ ମୁଁ ତାଙ୍କୁ ଭେଟିଲି, ସେ ତୁରନ୍ତ ସମସ୍ତ ଆନୁଷ୍ଠାନିକ ପ୍ରୋଟୋକଲ ଭାଙ୍ଗି ଦେଇଥିଲେ। ସେ ବ୍ୟକ୍ତିଗତ ଭାବେ ମୋତେ ହ୍ୱାଇଟ୍ ହାଉସ୍ ଗସ୍ତରେ ନେଇ ଏହାର ଇତିହାସକୁ ଉଲ୍ଲେଖନୀୟ ସଠିକତାର ସହ ବୁଝାଇଥିଲେ। ତାଙ୍କ ପାଖରେ ନୋଟ୍ ନଥିଲା, କୌଣସି ପ୍ରୋମ୍ପଟ ନଥିଲା- କେବଳ ତାଙ୍କ ଦେଶର ଅନୁଷ୍ଠାନଗୁଡ଼ିକ ବିଷୟରେ ଏକ ସହଜ ଜ୍ଞାନ ଥିଲା । ଆବ୍ରାହମ ଲିଙ୍କନ କେଉଁଠି ରହୁଥିଲେ, କାହିଁକି ଏକ ନିର୍ଦ୍ଦିଷ୍ଟ ଅଦାଲତକୁ ଏକ ନିର୍ଦ୍ଦିଷ୍ଟ ଉପାୟରେ ଡିଜାଇନ୍ କରାଯାଇଥିଲା ଏବଂ କେଉଁ ରାଷ୍ଟ୍ରପତି ନିର୍ଦ୍ଦିଷ୍ଟ ଡେସ୍କରେ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜରେ ସ୍ୱାକ୍ଷର କରିଥିଲେ- ସବୁ ଐତିହାସିକ ସଠିକତା ସହିତ ସେ ଦର୍ଶାଇଥିଲେ। ସେହି ଅନୁଭୂତି ମୋ ଉପରେ ଗଭୀର ପ୍ରଭାବ ପକାଇଥିଲା । ଏଥିରୁ ଜଣାପଡିଛି ଯେ ସେ ଆମେରିକୀୟ ଅନୁଷ୍ଠାନ ଏବଂ ଇତିହାସକୁ କେତେ ଗୁରୁତ୍ୱ ଦିଅନ୍ତି । ନିଜ ଦେଶର ପରମ୍ପରା ପ୍ରତି ତାଙ୍କର ଜ୍ଞାନ ଓ ସମ୍ମାନ ସ୍ପଷ୍ଟ ଥିଲା। ଏପରିକି ୪ ବର୍ଷ ଧରି ସେ କ୍ଷମତାରେ ନଥିଲେ ମଧ୍ୟ ଆମ ମଧ୍ୟରେ ଦୃଢ଼ ସମ୍ପର୍କ ରହିଥିଲା। ଅତି କମରେ ପଚାଶ ଥର ସେ ପାରସ୍ପରିକ ପରିଚିତଙ୍କ ମାଧ୍ୟମରେ ବାର୍ତ୍ତା ଦେଇ କହିଥିଲେ, "ମୋଦୀ ମୋର ବନ୍ଧୁ, ମୋର ଅଭିନନ୍ଦନ ଦିଅନ୍ତୁ। ସମ୍ପର୍କରେ ଏଭଳି ନିରନ୍ତରତା ରାଜନୀତିରେ ବିରଳ। ବ୍ୟକ୍ତିଗତ ଭାବେ ସାକ୍ଷାତ ହେଉନଥିବା ବେଳେ ମଧ୍ୟ ଆମର ଯୋଗାଯୋଗ ଅକ୍ଷୁର୍ଣ୍ଣ ରହିଥିଲା।

 

ଲେକ୍ସ ଫ୍ରିଡମ୍ୟାନ: ନିକଟରେ ଆପଣଙ୍କ ଗସ୍ତ ସମୟରେ ସେ ଉଲ୍ଲେଖ କରିଥିଲେ ଯେ ଆପଣ ତାଙ୍କଠାରୁ ଜଣେ ଭଲ ଏବଂ ସ୍ମାର୍ଟ ବୁଝାମଣାକାରୀ ଅଟନ୍ତି । ଜଣେ ବୁଝାମଣାକାରୀ ଭାବରେ ତାଙ୍କ ବିଷୟରେ ଆପଣଙ୍କର ଚିନ୍ତାଧାରା କ'ଣ? ଏବଂ ଯେତେବେଳେ ସେ କହିଲେ ଯେ ଆପଣ ବୁଝାମଣା କରିବାରେ ଉତ୍ତମ ସେତେବେଳେ ସେ କ'ଣ ବୁଝୁଛନ୍ତି ବୋଲି ଆପଣ ଭାବୁଛନ୍ତି?

ପ୍ରଧାନମନ୍ତ୍ରୀ: ମୁଁ ଏହା ଉପରେ ମନ୍ତବ୍ୟ ଦେଇପାରିବି ନାହିଁ, କାରଣ ଏହା ତାଙ୍କର ଉଦାରତା। ତାଙ୍କଠାରୁ ବୟସରେ ଛୋଟ ହୋଇଥିଲେ ମଧ୍ୟ ସେ ବିଭିନ୍ନ ପ୍ରସଙ୍ଗରେ ମୋତେ ଖୋଲାଖୋଲି ପ୍ରଶଂସା କରନ୍ତି । ତେବେ ଗୋଟିଏ କଥା ନିଶ୍ଚିତ- ମୁଁ ମୋ ଦେଶର ସ୍ୱାର୍ଥକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ମୁଁ ସବୁବେଳେ ପ୍ରତ୍ୟେକ ପ୍ଲାଟଫର୍ମରେ ଭରତଙ୍କ ସ୍ୱାର୍ଥ ପାଇଁ ଚେଷ୍ଟା କରେ । ମୁଁ କାହାକୁ କ୍ଷତି ପହଞ୍ଚାଇବା ପାଇଁ ନୁହେଁ ବରଂ ଗଠନମୂଳକ ଢଙ୍ଗରେ ଏହା କରେ, ଯେପରି ଏହାଦ୍ବାରା କେହି ଖରାପ ଅନୁଭବ କରିବେ ନାହିଁ।  ତଥାପି ସମସ୍ତେ ବୁଝିପାରୁଛନ୍ତି ଯେ ଯଦି ମୋଦୀ ଉପସ୍ଥିତ ରହିବେ, ତେବେ ସେ ଏହି ନୀତିରେ ଦୃଢ଼ତାର ସହ ଠିଆ ହେବେ। ମୋ ଦେଶର ଲୋକମାନେ ମୋତେ ଏହି ଦାୟିତ୍ୱ ଦେଇଛନ୍ତି ଏବଂ ମୋ ପାଇଁ ସେମାନେ ହିଁ ମୋ ପାଇଁ ସର୍ବୋଚ୍ଚ। ମୁଁ ସବୁବେଳେ ସେମାନଙ୍କ ଆକାଂକ୍ଷା ଅନୁଯାୟୀ କାର୍ଯ୍ୟ କରିବି।

ଲେକ୍ସ ଫ୍ରିଡମ୍ୟାନ୍: ଆମେରିକା ଗସ୍ତ ସମୟରେ ଆପଣ ଏଲନ୍ ମସ୍କ, ଜେଡି ଭାନ୍ସ, ତୁଳସୀ ଗବାର୍ଡ ଏବଂ ବିବେକ ରାମାସ୍ୱାମୀଙ୍କ ସମେତ ଅନେକ ଉଲ୍ଲେଖନୀୟ ବ୍ୟକ୍ତିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। କ'ଣ ଥିଲା ଏହି ବୈଠକର ମୁଖ୍ୟ ଆକର୍ଷଣ? କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କିମ୍ବା ସ୍ମରଣୀୟ ମୁହୂର୍ତ୍ତ ଥିଲା କି?

ପ୍ରଧାନମନ୍ତ୍ରୀ: ମୁଁ କହିପାରିବି ଯେ ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ତାଙ୍କ ପ୍ରଥମ କାର୍ଯ୍ୟକାଳ ରେ ଏବଂ ବର୍ତ୍ତମାନ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଦେଖିଛି । ଏଥର ସେ ଅଧିକ ପ୍ରସ୍ତୁତ ଅଛନ୍ତି। ସେ ଯାହା ହାସଲ କରିବାକୁ ଚାହୁଁଛନ୍ତି ସେଥିପାଇଁ ତାଙ୍କ ମନରେ ଏକ ସୁନିର୍ଦ୍ଦିଷ୍ଟ ରୋଡମ୍ୟାପ୍ ଏବଂ ଏକ ସ୍ପଷ୍ଟ ରଣନୀତି ରହିଛି। ଏହାବ୍ୟତୀତ, ମୋତେ ତାଙ୍କ ଦଳର ସଦସ୍ୟମାନଙ୍କୁ ଭେଟିବାର ସୁଯୋଗ ମିଳିଥିଲା, ଏବଂ ମୁଁ କହିବି ଯେ, ସେ ଏକ ଅତ୍ୟନ୍ତ ଦକ୍ଷ ଗୋଷ୍ଠୀ ଗଠନ କରିଛନ୍ତି। ସେମାନଙ୍କ ସହ ମୋର କଥାବାର୍ତ୍ତାରୁ ମୁଁ ଜାଣିବାକୁ ପାଇଲି ଯେ ସେମାନେ ତାଙ୍କ ଦୃଷ୍ଟିକୋଣକୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବା ପାଇଁ ସୁସଜ୍ଜିତ ଅଟନ୍ତି । ମୁଁ ଯେଉଁମାନଙ୍କୁ ଭେଟିଥିଲି- ସେ ତୁଳସୀ ଜୀ, ବିବେକ ଜୀ କିମ୍ବା ଏଲନ୍ ମସ୍କ- ସେଠାରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ପାରିବାରିକ ବାତାବରଣ ଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ପରିବାର ସହ ଆସିଥିଲେ। ମୁଁ ଏଲନ୍ ମସ୍କଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ମୋର କାର୍ଯ୍ୟକାଳରୁ ଜାଣିଛି, ତେଣୁ ଆମର ସାକ୍ଷାତ ପରିଚିତ ଏବଂ ବ୍ୟକ୍ତିଗତ ଅନୁଭବ ହେଲା।| ସେ ତାଙ୍କ ପରିବାର ଏବଂ ପିଲାମାନଙ୍କୁ ସାଙ୍ଗରେ ଆଣିଥିଲେ, ଯାହା ସମାବେଶକୁ ଆହୁରି ଅନୌପଚାରିକ ଏବଂ ଆକର୍ଷଣୀୟ କରିଥିଲା । ସ୍ୱାଭାବିକ ଭାବରେ ଆମର କଥାବାର୍ତ୍ତା ବିଭିନ୍ନ ପ୍ରସଙ୍ଗରେ ବ୍ୟାପିଥିଲା । ବର୍ତ୍ତମାନ ସେ ତାଙ୍କ ମହାକାଶ ଅଭିଯାନରେ ଗଭୀର ଭାବରେ ନିୟୋଜିତ ଅଛନ୍ତି ଏବଂ ଏହାର ପ୍ରଗତିକୁ ନେଇ ତାଙ୍କର ଉତ୍ସାହ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି । ୨୦୧୪ରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ପୁରୁଣା ବ୍ୟବସ୍ଥା ଓ ଅପାରଗତାରୁ ନିଜ ଦେଶକୁ ମୁକ୍ତ କରିବାକୁ ମୁଁ ପ୍ରତିଶ୍ରୁତିବଦ୍ଧ ହୋଇଥିବାର ଦେଖିବା ମୋ ପାଇଁ ଆନନ୍ଦଦାୟକ ଥିଲା। କାରଣ, ଯେତେବେଳେ ମୁଁ ଦାୟିତ୍ୱ ଗ୍ରହଣ କଲି, ମୁଁ ଦେଖିଲି ଯେ ଅନେକ ସରକାରୀ କଲ୍ୟାଣକାରୀ ସୁବିଧା ସେହି ବ୍ୟକ୍ତିମାନଙ୍କ ଦ୍ୱାରା ଦାବି କରାଯାଉଛି ଯେଉଁମାନଙ୍କର ଅସ୍ତିତ୍ୱ ମଧ୍ୟ ନାହିଁ - ଯାହା ଜାଲିଆତିମୂଳକ ଭାବରେ ପଞ୍ଜୀକୃତ ହୋଇଛି । ଏହି ନକଲି ହିତାଧିକାରୀଙ୍କ ମଧ୍ୟରୁ କିଛି "ବିବାହ କରିବେ, "ବିଧବା ହେବେ", ଏବଂ ପେନସନ ପାଇବା ଆରମ୍ଭ କରିବେ, କିମ୍ବା ଭିନ୍ନକ୍ଷମ ସୁବିଧା ମାଗଣା ଦାବି କରିବେ। ମୁଁ ଏକ ବ୍ୟାପକ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କଲି ଏବଂ ୧୦୦ ନିୟୁତ (୧୦ କୋଟି) ନକଲି କିମ୍ବା ଡୁପ୍ଲିକେଟ ହିତାଧିକାରୀଙ୍କୁ ଚିହ୍ନଟ କରି ବ୍ୟବସ୍ଥାରୁ ହଟାଇଦେଲି । ଏହି ସଫେଇରୁ ମିଳିଥିବା ସଞ୍ଚୟକୁ ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର (ଡିବିଟି) ମାଧ୍ୟମରେ ସିଧାସଳଖ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଯାଇଥିଲା। ଏହା ସୁନିଶ୍ଚିତ କରିଥିଲା ଯେ ଦିଲ୍ଲୀରେ ମଞ୍ଜୁର ହୋଇଥିବା ପ୍ରତ୍ୟେକ ଟଙ୍କା ବିନା କୌଣସି ମଧ୍ୟସ୍ଥିରେ ଧାର୍ଯ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିଥିଲା । କେବଳ ଏହି ପଦକ୍ଷେପ ମୋ ଦେଶକୁ ପାଖାପାଖି ୩ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିଛି, ଯାହା ପୂର୍ବରୁ ଦୁର୍ନୀତି ମାଧ୍ୟମରେ ହଡ଼ପ ହେଉଥିଲା। ଏହାବ୍ୟତୀତ, ଅପାରଗତାକୁ ଦୂର କରିବା ପାଇଁ ମୁଁ ବୈଷୟିକ ଜ୍ଞାନକୌଶଳର ବ୍ୟାପକ ଉପଯୋଗ କରୁଛି । ମୁଁ ଜିଇଏମ୍ ପୋର୍ଟାଲ୍ ଆରମ୍ଭ କଲି, ଯାହା ସରକାରୀ କ୍ରୟ ପାଇଁ ଏକ ଇ-ମାର୍କେଟପ୍ଲେସ୍, ଯାହା ଖର୍ଚ୍ଚ ହ୍ରାସ, ଉନ୍ନତ ପ୍ରତିଯୋଗିତା ଏବଂ ଉନ୍ନତ ମାନର କ୍ରୟ ପାଇଁ ପ୍ରସ୍ତୁତ ହୋଇଛି । ଆଉ ଏକ ବଡ଼ ପଦକ୍ଷେପ ହେଲା ଅମଲାତାନ୍ତ୍ରିକ ଲାଲଫିତାର ପ୍ରଭାବ ହ୍ରାସ କରିବା। ଭାରତ ଉପରେ ଅଗଣିତ ନିୟାମକ ଅନୁପାଳନର ବୋଝ ଥିଲା, ଯେଉଁଥିରୁ ଅଧିକାଂଶ ପୁରୁଣା ଥିଲା । ମୁଁ ଏଭଳି ୪୦,୦୦୦ ଅନୁପାଳନକୁ ଉଚ୍ଛେଦ କରିଥିଲି ଏବଂ ପ୍ରାୟ ୧,୫୦୦ ପୁରୁଣା ଆଇନକୁ ଉଚ୍ଛେଦ କରିଥିଲି । ଏପରି କରି ଦକ୍ଷତାରେ ବାଧା ସୃଷ୍ଟି କରୁଥିବା ଅଯଥା ପ୍ରକ୍ରିୟାରୁ ସରକାରଙ୍କୁ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଥିଲି। ଏସବୁ ହେଉଛି ଆମେ କାର୍ଯ୍ୟକାରୀ କରୁଥିବା ପରିବର୍ତ୍ତନ ଏବଂ ସ୍ୱାଭାବିକ ଭାବରେ ଏଭଳି ପ୍ରସଙ୍ଗ ଆଲୋଚନାରେ ଉପୁଜିଥାଏ ।

ଲେକ୍ସ ଫ୍ରିଡମ୍ୟାନ୍: ଆପଣ ଏବଂ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି। ସାମ୍ପ୍ରତିକ ଉତ୍ତେଜନା ହ୍ରାସ କରିବା ଏବଂ ଭାରତ ଓ ଚୀନ୍ ମଧ୍ୟରେ ଆଲୋଚନା ଏବଂ ସହଯୋଗ ପୁନଃସ୍ଥାପନ କରିବା ପାଇଁ ସେହି ବନ୍ଧୁତାକୁ କିପରି ପୁନର୍ଜୀବିତ କରାଯାଇପାରିବ?

ପ୍ରଧାନମନ୍ତ୍ରୀ: ଦେଖନ୍ତୁ, ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ଇତିହାସରେ ଗଭୀର ଭାବରେ ଜଡ଼ିତ । ଉଭୟ ପ୍ରାଚୀନ ସଭ୍ୟତା ଯାହାର ଆଧୁନିକ ଦୁନିଆରେ ଉଲ୍ଲେଖନୀୟ ଉପସ୍ଥିତି ରହିଛି । ଯଦି ଆମେ ଐତିହାସିକ ରେକର୍ଡକୁ ଦେଖୁ, ତେବେ ଶତାବ୍ଦୀ ଧରି ଭାରତ ଏବଂ ଚୀନ୍ ପରସ୍ପରଠାରୁ ଶିଖିଛନ୍ତି ଏବଂ ବିଶ୍ୱ ପ୍ରଗତିରେ ମିଳିତ ଭାବେ ଯୋଗଦାନ କରିଛନ୍ତି । ଏକ ସମୟ ଥିଲା ଯେତେବେଳେ ଭାରତ ଏବଂ ଚୀନ୍ ମିଳିତ ଭାବେ ବିଶ୍ୱର ଜିଡିପିର ୫୦% ରୁ ଅଧିକ ଅଂଶ ଗ୍ରହଣ କରୁଥିଲେ, ସେମାନଙ୍କର ବିପୁଳ ପ୍ରଭାବକୁ ଦର୍ଶାଇଥିଲେ । ଭରତଙ୍କ ଅବଦାନ ବହୁତ ବଡ଼ ଥିଲା। ଆମ ଦେଶ ମାନଙ୍କ ମଧ୍ୟରେ ସମ୍ପର୍କ ସବୁବେଳେ ସୁଦୃଢ଼ ରହିଆସିଛି, ଗଭୀର ସାଂସ୍କୃତିକ ସମ୍ପର୍କ ରହିଛି ଏବଂ ଐତିହାସିକ ଦୃଷ୍ଟିରୁ ଆମ ମଧ୍ୟରେ ସଂଘର୍ଷର କୌଣସି ରେକର୍ଡ ନଥିଲା । ବରଂ ପାରସ୍ପରିକ ଶିକ୍ଷା ଓ ଆଦାନପ୍ରଦାନର ଭାବନା ରହିଥିଲା। ଉଦାହରଣ ସ୍ୱରୂପ, ଭାରତରେ ଉତ୍ପନ୍ନ ହୋଇଥିବା ବୌଦ୍ଧ ଧର୍ମ ଚୀନରେ ଗଭୀର ପ୍ରଭାବ ସୃଷ୍ଟି କରିଥିଲା। ଆଗକୁ ଦେଖିଲେ ଆମେ ଏହି ସୁଦୃଢ଼ ସମ୍ପର୍କକୁ ଆଗକୁ ବଢ଼ାଇବା ନିହାତି ଜରୁରୀ। ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ ମତଭେଦ ଅନିବାର୍ଯ୍ୟ- ଏହା କେବଳ ଏକ କୂଟନୈତିକ ବାସ୍ତବତା ନୁହେଁ ବରଂ ପରିବାର ମଧ୍ୟରେ ମଧ୍ୟ ଘଟିଥାଏ । ତେବେ ଏହି ମତଭେଦ ଯେପରି ବିବାଦରେ ପରିଣତ ନ ହୁଏ ସେଥିପାଇଁ ଆମେ ପ୍ରୟାସ କରୁଛୁ। ସ୍ଥିରତା ଏବଂ ସହଯୋଗ ଉଭୟ ଦେଶର ସର୍ବୋତ୍ତମ ସ୍ୱାର୍ଥରେ ଥିବାରୁ ଆମେ ମତଭେଦ ଉପରେ ଆଲୋଚନାରେ ଦୃଢ଼ ଭାବରେ ବିଶ୍ୱାସ କରୁ । ଏହା ସତ ଯେ ଆମ ସୀମା ବିବାଦ ଜାରି ରହିଛି। ୨୦୨୦ ର ଘଟଣା ଆମ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତିକ୍ତତା ସୃଷ୍ଟି କରିଥିଲା । ତେବେ ନିକଟରେ ରାଷ୍ଟ୍ରପତି ସି ଙ୍କ ସହ ମୋର ସାକ୍ଷାତ ପରେ ଆମେ ସୀମାରେ ସ୍ୱାଭାବିକ ସ୍ଥିତିକୁ ଫେରିଥିବା ଦେଖିଛୁ ଏବଂ ୨୦୨୦ ପୂର୍ବ ସ୍ଥିତାବସ୍ଥାକୁ ପୁନରୁଦ୍ଧାର କରିବା ଦିଗରେ ଆମେ କ୍ରମାଗତ ଭାବରେ କାର୍ଯ୍ୟ କରୁଛୁ । ସକ୍ରିୟ ଯୋଗଦାନରେ ପାଞ୍ଚ ବର୍ଷର ବ୍ୟବଧାନକୁ ଦୃଷ୍ଟିରେ ରଖି ବିଶ୍ୱାସର ପୁନଃନିର୍ମାଣ ଏବଂ ସହଯୋଗର ଭାବନାକୁ ପୁନର୍ଜୀବିତ କରିବାକୁ ସମୟ ଲାଗିବ । ତେବେ ଆମର ଭାଗିଦାରୀ କେବଳ ଲାଭଦାୟକ ନୁହେଁ ବରଂ ବିଶ୍ୱସ୍ଥିରତା ଏବଂ ସମୃଦ୍ଧି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଏକବିଂଶ ଶତାବ୍ଦୀରେ - ଯାହାକୁ ପ୍ରାୟତଃ "ଏସିଆର ଶତାବ୍ଦୀ" ବୋଲି କୁହାଯାଏ - ଭାରତ ଏବଂ ଚୀନ୍ ମଧ୍ୟରେ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ସ୍ୱାଭାବିକ ଏବଂ ଏପରିକି ବାଞ୍ଛନୀୟ, କିନ୍ତୁ ସଂଘର୍ଷ ନାହିଁ ।

ଲେକ୍ସ ଫ୍ରିଡମ୍ୟାନ୍: ବଡ଼ ଧରଣର ଯୁଦ୍ଧ ସମ୍ଭାବନାକୁ ନେଇ ବିଶ୍ୱବ୍ୟାପୀ ଚିନ୍ତା ବଢ଼ିବାରେ ଲାଗିଛି। ଚୀନ୍ ଓ ଆମେରିକା ମଧ୍ୟରେ ଉତ୍ତେଜନା, ୟୁକ୍ରେନ୍ ଓ ରୁଷିଆ ମଧ୍ୟରେ ଚାଲିଥିବା ସଂଘର୍ଷ, ୟୁରୋପରେ ଅଶାନ୍ତି ଏବଂ ମଧ୍ୟପ୍ରାଚ୍ୟରେ ଶତ୍ରୁତା ଏହି ଚାପକୁ ବଢ଼ାଉଛି। ଏକବିଂଶ ଶତାବ୍ଦୀରେ ବିଶ୍ୱ ଯୁଦ୍ଧକୁ ରୋକିବା ପାଇଁ ଆପଣଙ୍କ ମତରେ କ'ଣ କରାଯାଇପାରିବ? ଆମେ କିପରି ସଂଘର୍ଷକୁ ଆହୁରି ବଢ଼ାଇବାକୁ ଏଡ଼ାଇ ପାରିବା?

ପ୍ରଧାନମନ୍ତ୍ରୀ: ଦେଖନ୍ତୁ, କୋଭିଡ୍-୧୯ ମହାମାରୀ ସବୁ ଦେଶର ଦୁର୍ବଳତାକୁ ପଦାରେ ପକାଇଛି। ଗୋଟିଏ ଦେଶ ଯେତେ ଶକ୍ତିଶାଳୀ, ପ୍ରଗତିଶୀଳ କିମ୍ବା ବୈଷୟିକ ଜ୍ଞାନକୌଶଳରେ ଉନ୍ନତ ମନେ ହେଉ ନା କାହିଁକି, ମହାମାରୀ ସମସ୍ତଙ୍କୁ ନିରାଶ କରିଛି। ଏହା ସମଗ୍ର ବିଶ୍ୱକୁ ଅସହାୟ କରି ଦେଇଥିଲା। କିଛି ସମୟ ପାଇଁ ଲାଗୁଥିଲା ଯେମିତି ବିଶ୍ୱ ଏହି ସଙ୍କଟରୁ ମୂଲ୍ୟବାନ ଶିକ୍ଷା ଗ୍ରହଣ କରି ଏକ ନୂତନ, ସହଯୋଗୀ ବିଶ୍ୱ ବ୍ୟବସ୍ଥା ଆଡକୁ ଅଗ୍ରସର ହେବ - ଯେପରି ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ ଏକ ନୂତନ ବିଶ୍ୱ ବ୍ୟବସ୍ଥା ସୃଷ୍ଟି ହେଲା । ଦୁର୍ଭାଗ୍ୟବଶତଃ, ଶାନ୍ତି ଆଡକୁ ଅଗ୍ରସର ହେବା ପରିବର୍ତ୍ତେ ବିଶ୍ୱ ଅନିଶ୍ଚିତତା ଭିତରକୁ ଚାଲିଗଲା। ସଂଘର୍ଷ ବଢିବା ସହ ଭୂ-ରାଜନୈତିକ ଉତ୍ତେଜନା ଗଭୀର ହେଲା । ଆଧୁନିକ ଯୁଦ୍ଧ ଆଉ କେବଳ ସମ୍ବଳ କିମ୍ବା କ୍ଷେତ୍ରୀୟ ସମ୍ପ୍ରସାରଣ ବିଷୟରେ ନୁହେଁ । ଆଜି ସଂଘର୍ଷ ଅନେକ ରୂପ ନେଉଛି- କେବଳ ଶାରୀରିକ ଲଢ଼େଇ ନୁହେଁ, ଆଦର୍ଶଗତ ଓ ଅର୍ଥନୈତିକ ସଂଘର୍ଷ ମଧ୍ୟ। ସେପଟେ ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରତିଷ୍ଠା ହୋଇଥିବା ଅନ୍ତର୍ଜାତୀୟ ଅନୁଷ୍ଠାନ ଗୁଡ଼ିକ ମୁଖ୍ୟତଃ ପ୍ରଭାବହୀନ ହୋଇପଡ଼ିଛି। ମିଳିତ ଜାତିସଂଘ ଭଳି ସଂଗଠନରେ କୌଣସି ଅର୍ଥପୂର୍ଣ୍ଣ ସଂସ୍କାର ହୋଇନାହିଁ। ଅନେକ ବୈଶ୍ୱିକ ଶକ୍ତି ଅନ୍ତର୍ଜାତୀୟ ଆଇନ ଏବଂ ନିୟମକୁ ଅଣଦେଖା କରୁଛନ୍ତି ଏବଂ ସେମାନଙ୍କୁ ଉତ୍ତରଦାୟୀ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଏହି ଆହ୍ୱାନଗୁଡ଼ିକୁ ଦୃଷ୍ଟିରେ ରଖି, ବିଶ୍ୱକୁ ସ୍ୱୀକାର କରିବାକୁ ହେବ ଯେ ସଂଘର୍ଷର ମାର୍ଗ କେବଳ ବିନାଶକୁ ନେଇଯାଏ । ବରଂ ଆମକୁ ସହଯୋଗ ଓ ସମନ୍ୱୟକୁ ପ୍ରାଥମିକତା ଦେବାକୁ ପଡ଼ିବ। ସମ୍ପ୍ରସାରଣବାଦୀ ଆକାଂକ୍ଷା ସକାରାତ୍ମକ ଫଳାଫଳ ପ୍ରଦାନ କରିବ ନାହିଁ; କେବଳ ଏକ ବିକାଶମୂଳକ ଏବଂ ସାମଗ୍ରିକ ଆଭିମୁଖ୍ୟ ରହିବ । ଆମେ ଏକ ଗଭୀର ପରସ୍ପର ନିର୍ଭରଶୀଳତା ଏବଂ ପରସ୍ପର ସମ୍ପର୍କର ଯୁଗରେ ରହୁଛୁ - କୌଣସି ରାଷ୍ଟ୍ର ଅଲଗା ଭାବରେ ବିକଶିତ ହୋଇପାରିବ ନାହିଁ । ପ୍ରତ୍ୟେକ ଦେଶକୁ ଅନ୍ୟର ସମର୍ଥନ ଦରକାର। ମୁଁ ବିଭିନ୍ନ ଆନ୍ତର୍ଜାତିକ ମଞ୍ଚରେ ମୋର ଯୋଗଦାନ ମାଧ୍ୟମରେ ଦେଖିଛି ଯେ ବିଶ୍ୱନେତାମାନେ ବଢୁଥିବା ସଂଘର୍ଷକୁ ନେଇ ଗଭୀର ଚିନ୍ତିତ । ସମାଧାନ ପାଇଁ ସଭିଙ୍କର ଆଗ୍ରହ ରହିଛି। ଏହା ମୋର ଆଶା ଯେ, ଶୀଘ୍ର, ଆମେ ଏହି ଉତ୍ତେଜନା ଚକ୍ରରୁ ମୁକ୍ତି ପାଇ ଏକ ଅଧିକ ସ୍ଥିର, ଶାନ୍ତିପୂର୍ଣ୍ଣ ବିଶ୍ୱ ଆଡକୁ ଅଗ୍ରସର ହେବାର ଏକ ଉପାୟ ପାଇବୁ ।

ଲେକ୍ସ ଫ୍ରିଡମ୍ୟାନ୍: ମୁଁ ଏବେ ବି ଶିଖୁଛି।

ପ୍ରଧାନମନ୍ତ୍ରୀ: ଆପଣ ଘଣ୍ଟାକୁ ଦେଖୁଛନ୍ତି ।

ଲେକ୍ସ ଫ୍ରିଡମ୍ୟାନ୍: ନା, ନା, ମୁଁ ଏବେ ବି ଏହା ଶିଖୁଛି, ପ୍ରଧାନମନ୍ତ୍ରୀ। ମୁଁ ଏପର୍ଯ୍ୟନ୍ତ ଏଥିରେ ବହୁତ ଭଲ ନୁହେଁ, ଠିକ୍ ଅଛି । ଆପଣଙ୍କ କ୍ୟାରିୟର ଓ ଜୀବନରେ ଆପଣ ଭାରତର ଇତିହାସରେ ଅନେକ କଠିନ ପରିସ୍ଥିତିର ସାକ୍ଷୀ ହୋଇଛନ୍ତି । ସେଥିମଧ୍ୟରୁ ଗୋଟିଏ ଥିଲା ୨୦୦୨ ଗୁଜରାଟ ଦଙ୍ଗା। ଏହା ଭାରତର ସାମ୍ପ୍ରତିକ ଇତିହାସରେ ସବୁଠାରୁ ଆହ୍ୱାନପୂର୍ଣ୍ଣ ସମୟ ଥିଲା ଯେତେବେଳେ ଗୁଜରାଟରେ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ହିଂସା କାଣ୍ଡ ଘଟିଥିଲା, ଯେଉଁଥିରେ ଏକ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଏହା ସେହି ଅଞ୍ଚଳର ଧାର୍ମିକ ଉତ୍ତେଜନାକୁ ପ୍ରତିଫଳିତ କରୁଛି। ଆପଣ ଉଲ୍ଲେଖ କରିଛନ୍ତି ଯେ, ସେତେବେଳେ ଆପଣ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ଯଦି ଆମେ ଏହା ବିଷୟରେ କହିବା, ତେବେ ଆପଣ ସେହି ସମୟରୁ କ'ଣ ଶିଖିଥିଲେ? ମୁଁ ଏହା ମଧ୍ୟ ଉଲ୍ଲେଖ କରିବାକୁ ଚାହୁଁଛି ଯେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଦୁଇଥର ରାୟ ଦେଇଛନ୍ତି - ଥରେ ୨୦୧୨ ରେ ଏବଂ ପୁଣି ଥରେ ୨୦୨୨ ରେ - କହିଛନ୍ତି ଯେ ୨୦୦୨ ଗୁଜରାଟ ଦଙ୍ଗା ସମୟରେ ହୋଇଥିବା ହିଂସାରେ ଆପଣଙ୍କର କୌଣସି ଭୂମିକା ନାହିଁ । କିନ୍ତୁ ମୁଁ ପଚାରିବାକୁ ଚାହୁଁଛି, ଯେ ଆପଣ ସେହି ସମୟଠାରୁ ସବୁଠାରୁ ବଡ ଶିକ୍ଷା କ'ଣ ଶିଖିଥିଲେ?

ପ୍ରଧାନମନ୍ତ୍ରୀ: ଦେଖନ୍ତୁ, ମୁଁ ବୁଝିପାରୁଛି ଯେ, ପ୍ରଥମେ, ଆପଣ କହିଥିଲେ ଯେ ଆପଣ ଏହି ବିଷୟରେ ବିଶେଷଜ୍ଞ ନୁହଁନ୍ତି, ଆପଣ ଏବେ ବି ସାକ୍ଷାତକାର କିପରି କରିବେ ସେ ବିଷୟରେ ଚିନ୍ତା କରୁଛନ୍ତି ଏବଂ ଆପଣଙ୍କ ମନରେ କିଛି ସନ୍ଦେହ ଅଛି । କିନ୍ତୁ ମୁଁ ଅନୁଭବ କରୁଛି ଯେ ଆପଣ ବହୁତ ପରିଶ୍ରମ କରିଛନ୍ତି, ବ୍ୟାପକ ଗବେଷଣା କରିଛନ୍ତି ଏବଂ ପ୍ରତ୍ୟେକ ବିବରଣୀ ବୁଝିବାକୁ ଚେଷ୍ଟା କରିଛନ୍ତି । ତେଣୁ, ମୁଁ ବିଶ୍ୱାସ କରେ ନାହିଁ ଯେ ଆପଣଙ୍କ ପାଇଁ ଏହା ବହୁତ କଷ୍ଟକର। ଆପଣ ଯେତିକି ପଡକାଷ୍ଟ କରିଛନ୍ତି ତାହାକୁ ଦୃଷ୍ଟିରେ ରଖି ମୁଁ ବିଶ୍ୱାସ କରେ ଯେ ଆପଣ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରୁଛନ୍ତି । କେବଳ ମୋଦୀଙ୍କୁ ପ୍ରଶ୍ନ କରିବା ପରିବର୍ତ୍ତେ ମୁଁ ଅନୁଭବ କରୁଛି ଯେ ଆପଣ ଭାରତର ପରିବେଶକୁ ବୁଝିବା ପାଇଁ ଆନ୍ତରିକ ପ୍ରୟାସ କରିଛନ୍ତି । ସେଥିପାଇଁ ମୁଁ ବିଶ୍ୱାସ କରେ ଯେ ସତରେ ପହଞ୍ଚିବା ପାଇଁ ଆପଣଙ୍କ ପ୍ରୟାସ ଆନ୍ତରିକତା ପ୍ରଦର୍ଶନ କରେ | ଏହି ପ୍ରୟାସ ପାଇଁ ମୁଁ ଆପଣଙ୍କୁ ପ୍ରକୃତରେ ପ୍ରଶଂସା ଏବଂ ଅଭିନନ୍ଦନ ଜଣାଉଛି ।

ଲେକ୍ସ ଫ୍ରିଡମ୍ୟାନ୍: ଧନ୍ୟବାଦ।

ପ୍ରଧାନମନ୍ତ୍ରୀ: ଅତୀତର ଘଟଣା ବିଷୟରେ ଆପଣ ଉଲ୍ଲେଖ କରିଛନ୍ତି, ଆପଣ ୨୦୦୨ ଗୁଜରାଟ ଦଙ୍ଗା ବିଷୟରେ ଉଲ୍ଲେଖ କରିଛନ୍ତି । କିନ୍ତୁ ଏହା ପୂର୍ବରୁ, ମୁଁ ଏହା ପୂର୍ବରୁ ୧୨-୧୫ ମାସର ଏକ ଚିତ୍ର ଉପସ୍ଥାପନ କରିବାକୁ ଚାହୁଁଛି ଯାହା ଦ୍ୱାରା ଆପଣ ପରିସ୍ଥିତିର ପରିପ୍ରେକ୍ଷୀକୁ ବୁଝିପାରିବେ | ଉଦାହରଣ ସ୍ୱରୂପ, ତିନି ବର୍ଷ ପୂର୍ବେ ଡିସେମ୍ବର ୨୪, ୧୯୯୯ରେ କାଠମାଣ୍ଡୁରୁ ଦିଲ୍ଲୀ ଯାଉଥିବା ଏକ ବିମାନକୁ ଅପହରଣ କରାଯାଇ ଆଫଗାନିସ୍ତାନ, କାନ୍ଦାହାର କୁ ନିଆଯାଇଥିଲା । ଶହ ଶହ ଭାରତୀୟ ଯାତ୍ରୀଙ୍କୁ ବନ୍ଧକ ରଖାଯାଇଥିଲା। ସମଗ୍ର ଭାରତରେ ଏହା ଏକ ବିରାଟ ସଙ୍କଟ ଥିଲା- ଜୀବନ ଓ ମୃତ୍ୟୁର ପ୍ରସଙ୍ଗ। ଏହାପରେ ୨୦୦୦ମସିହାରେ ଦିଲ୍ଲୀର ଲାଲକିଲ୍ଲା ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ଯାହା ପରିସ୍ଥିତିରେ ଆଉ ଏକ ସଙ୍କଟ ସୃଷ୍ଟି କରିଥିଲା। ସେପ୍ଟେମ୍ବର ୧୧, ୨୦୦୧ରେ ଆମେରିକାର ଟ୍ୱିନ୍ ଟାୱାରଉପରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ଯାହା ପୁଣି ଥରେ ବିଶ୍ୱକୁ ଚିନ୍ତାରେ ପକାଇଦେଇଥିଲା କାରଣ ଏଭଳି ଆକ୍ରମଣର ଅପରାଧୀମାନେ ସମାନ ପ୍ରକାରର ଥିଲେ । ୨୦୦୧ ଅକ୍ଟୋବରରେ ଜମ୍ମୁ-କଶ୍ମୀର ବିଧାନସଭା ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଡିସେମ୍ବର ୧୩, ୨୦୦୧ରେ ଭାରତୀୟ ସଂସଦ ଉପରେ ଆକ୍ରମଣ ହୋଇଥିଲା । ଏବେ ଯଦି ଆପଣ ଏହି ୮-୧୦ ମାସର ସମୟକୁ ଦେଖିବେ, ତେବେ ଆପଣ ଦେଖିବେ ବିଶ୍ୱସ୍ତରୀୟ ଘଟଣା, ଆତଙ୍କବାଦୀ ଆକ୍ରମଣ, ରକ୍ତପାତ ଏବଂ ନିରୀହ ଲୋକଙ୍କ ମୃତ୍ୟୁ । ଏଭଳି ସମୟରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଏକ କ୍ଷୁଦ୍ର କାର୍ଯ୍ୟ ବି ଯଥେଷ୍ଟ ହୋଇପାରେ ଏବଂ ଏଭଳି ପରିସ୍ଥିତି ସୃଷ୍ଟି ହୋଇସାରିଛି। ଏହି ପରିବେଶରେ ୨୦୦୧ ମସିହା ଅକ୍ଟୋବର ୭ ତାରିଖରେ ହଠାତ୍ ମୋତେ ମୁଖ୍ୟମନ୍ତ୍ରୀ ହେବାର ଦାୟିତ୍ବ ଦିଆଯାଇଥିଲା। ସେହି ସମୟରେ ମୋର ସବୁଠାରୁ ବଡ ଦାୟିତ୍ୱ ଥିଲା ପୂର୍ବରୁ ହୋଇଥିବା ଭୟଙ୍କର ଭୂମିକମ୍ପ ପରେ ଗୁଜରାଟର ଥଇଥାନ । ଏହା ପୂର୍ବ ଶତାବ୍ଦୀର ସବୁଠାରୁ ବଡ଼ ଭୂମିକମ୍ପ ଥିଲା, ଯେଉଁଥିରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ। ହଠାତ୍ ମୁଖ୍ୟମନ୍ତ୍ରୀ ଭାବେ ଏହି ଦାୟିତ୍ୱ ମୋ ପାଖକୁ ଆସିଲା। ମୁଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଦିନ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ଏବଂ ଏଥିରେ ସାମିଲ ହୋଇଥିଲି। ମୁଁ ଏପରି ଜଣେ ବ୍ୟକ୍ତି ଥିଲି ଯିଏ ପୂର୍ବରୁ କେବେ ବି ସରକାରରେ ସାମିଲ ହୋଇନଥିଲି । ଶାସନରେ ମୋର କୌଣସି ପୂର୍ବ ଅଭିଜ୍ଞତା ନଥିଲା। ମୁଁ କେବେ ବି ବିଧାୟକ ହୋଇନଥିଲି। ମୁଁ କେବେ ବି ନିର୍ବାଚନ ଲଢ଼ି ନଥିଲି। ମୋ ଜୀବନରେ ପ୍ରଥମ ଥର ପାଇଁ, ମୋତେ ନିର୍ବାଚନ ଲଢ଼ିବାକୁ ପଡିଲା, ଏବଂ ଫେବୃଆରୀ ୨୪, ୨୦୦୨ରେ, ମୁଁ ଜଣେ ବିଧାୟକ ହୋଇଥିଲି - ଜଣେ ନିର୍ବାଚିତ ପ୍ରତିନିଧି । ପ୍ରଥମ ଥର ପାଇଁ ଫେବ୍ରୁଆରି ୨୪, ୨୫ କିମ୍ବା ୨୬ ତାରିଖରେ ମୁଁ ଗୁଜରାଟ ବିଧାନସଭାରେ ପାଦ ଦେଇଥିଲି। ତା'ପରେ, ୨୭ ଫେବୃଆରୀ, ୨୦୦୨ରେ, ବିଧାନସଭାର ବଜେଟ୍ ଅଧିବେଶନ ସମୟରେ, ଆମେ ଗୃହରେ ଥିଲୁ, ଯେତେବେଳେ ମୁଁ ମାତ୍ର ତିନି ଦିନ ପାଇଁ ବିଧାୟକ ଥିଲି, ଗୋଧ୍ରା ଘଟଣା ଘଟିଲା - ଏକ ଭୟଙ୍କର ଘଟଣା ଯେଉଁଠାରେ ଲୋକଙ୍କୁ ଜୀବନ୍ତ ଜାଳି ଦିଆଯାଇଥିଲା । ଏବେ କଳ୍ପନା କରନ୍ତୁ: ପୃଷ୍ଠଭୂମିରେ କାନ୍ଦାହାର ବିମାନ ଅପହରଣ, ସଂସଦ ଆକ୍ରମଣ, ୯/୧୧ ଏବଂ ଅନ୍ୟାନ୍ୟ ଅନେକ ଘଟଣା ଘଟିଥିଲା ଏବଂ ଏହା ପରେ ହଠାତ୍ ଏହି ଭୟଙ୍କର ଘଟଣା ଘଟିଥିଲା, ଯେଉଁଥିରେ ବହୁ ସଂଖ୍ୟକ ଲୋକ ଜୀବନ୍ତ ଦଗ୍ଧ ହୋଇଥିଲେ। ଆପଣ କଳ୍ପନା କରିପାରିବେ କି ପରିସ୍ଥିତି କେମିତି ହୋଇଥିବ? ଅବଶ୍ୟ କେହି ହିଂସା ଚାହୁଁନାହାନ୍ତି। ସମସ୍ତେ ଶାନ୍ତି ଚାହୁଁଛନ୍ତି। ୨୦୦୨ ଏକ ବଡ଼ ଦଙ୍ଗାର ସମୟ ଥିଲା ବୋଲି ଦାବି କରିବା ଏକ ମିଥ୍ୟା କାହାଣୀ। ୨୦୦୨ ପୂର୍ବର ତଥ୍ୟକୁ ଦେଖିଲେ ଗୁଜୁରାଟରେ ଅନେକ ଦଙ୍ଗା ଦେଖିବାକୁ ମିଳିଥିଲା। ସବୁବେଳେ କେଉଁଠି ନା କେଉଁଠି କର୍ଫ୍ୟୁ ଲାଗି ରହୁଥିଲା। ଏପରିକି ଗୁଡ଼ିକୁ ନେଇ ଝଗଡ଼ା କିମ୍ବା ସାଇକେଲ ଦୁର୍ଘଟଣା ଭଳି ଛୋଟ ଛୋଟ ଘଟଣା ମଧ୍ୟ ସାମ୍ପ୍ରଦାୟିକ ହିଂସାରେ ପରିଣତ ହେଊଥିଲା। ୨୦୦୨ ପୂର୍ବରୁ ଗୁଜୁରାଟରେ ୨୫୦ରୁ ଅଧିକ ବଡ଼ ଦଙ୍ଗା ହୋଇଥିଲା। ୧୯୬୯ମସିହାରେ ଗୁଜରାଟରେ ପ୍ରାୟ ୬ ମାସ ଧରି ଦଙ୍ଗା ହୋଇଥିଲା। ସେତେବେଳେ ମୁଁ ରାଜନୈତିକ ଚିତ୍ରରେ କେଉଁଠି ନଥିଲି- ମୁଁ ସେହି ସମୟ ବିଷୟରେ କହୁଛି। ୨୦୦୨ ର ଏହି ଘଟଣା ଏକ ଚାଞ୍ଚଲ୍ୟକର ବିଷୟ ପାଲଟିଥିଲା, ଯାହା ଫଳରେ କେତେକ ସ୍ଥାନରେ ହିଂସା କାଣ୍ଡ ଘଟିଥିଲା । ତେବେ ନ୍ୟାୟପାଳିକା ସବୁ ବିଷୟରେ ବିସ୍ତୃତ ଭାବେ ଅନୁଧ୍ୟାନ କରିଥିଲେ। ସେତେବେଳେ ଆମ ବିରୋଧୀ ଦଳ ସମେତ ସରକାରମାନେ କ୍ଷମତାରେ ଥିଲେ ଏବଂ ସେମାନେ ମୋତେ ଉତ୍ତରଦାୟୀ କରି ଦଣ୍ଡ ଦେବାକୁ ଚାହୁଁଥିଲେ। ବାରମ୍ବାର ଚେଷ୍ଟା ସତ୍ତ୍ୱେ ନ୍ୟାୟପାଳିକା ସବୁ କିଛିକୁ ଗଭୀର ଭାବରେ ବିଶ୍ଳେଷଣ କଲେ- ଥରେ ନୁହେଁ, ଦୁଇଥର - ଏବଂ ଆମେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ଜଣାପଡ଼ିଲା । ଯେଉଁମାନେ ଅପରାଧ ଘଟାଇଛନ୍ତି ସେମାନଙ୍କୁ ଅଦାଲତ ଦଣ୍ଡିତ କରିଥିଲେ। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି: ୨୦୦୨ ପୂର୍ବରୁ ଗୁଜୁରାଟରେ ପ୍ରାୟ ପ୍ରତିବର୍ଷ ଦଙ୍ଗା ହୋଇଥିଲା। କିନ୍ତୁ ଆଜି ୨୦୨୫ରେ ଗତ ୨୦-୨୨ ବର୍ଷ ଧରି ଗୁଜୁରାଟରେ କୌଣସି ବଡ଼ ଦଙ୍ଗା ହୋଇନାହିଁ। ସମ୍ପୂର୍ଣ୍ଣ ଶାନ୍ତି ରହିଛି। ଭୋଟ୍ ବ୍ୟାଙ୍କ ରାଜନୀତି ପ୍ରତି ଆମର କେବେ ଆଗ୍ରହ ନଥିଲା। ଆମେ "ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ"ର ନୀତି ଅନୁସରଣ କରୁଛୁ । ତୁଷ୍ଟୀକରଣ ରାଜନୀତିରୁ ଦୂରେଇ ଯାଇ ଆକାଂକ୍ଷାର ରାଜନୀତିକୁ ଆପଣାଇଛୁ। ସେଥିପାଇଁ ଗୁଜରାଟକୁ ଏକ ପ୍ରଗତିଶୀଳ ଓ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ଆମ ପ୍ରୟାସରେ ସବୁ ପୃଷ୍ଠଭୂମିର ଲୋକ ମାନେ ସାମିଲ ହୋଇଛନ୍ତି । ଏବେ ଆମେ 'ବିକଶିତ ଭାରତ' ଦିଗରେ କାର୍ଯ୍ୟ କରୁଛୁ ଏବଂ ଗୁଜରାଟ ସେହି ମିଶନରେ ନିଜର ଭୂମିକା ନିର୍ବାହ କରୁଛି।

ଲେକ୍ସ ଫ୍ରିଡମ୍ୟାନ୍: ଅନେକ ଲୋକ ଆପଣଙ୍କୁ ଭଲ ପାଆନ୍ତି- ମୁଁ ଏହା ଅନେକ ବ୍ୟକ୍ତିଙ୍କଠାରୁ ଶୁଣିଛି । କିନ୍ତୁ ଗଣମାଧ୍ୟମର ସଦସ୍ୟଙ୍କ ସମେତ ଆପଣଙ୍କୁ ସମାଲୋଚନା କରୁଥିବା ଲୋକ ମଧ୍ୟ ଅଛନ୍ତି। ବିଶେଷ କରି ୨୦୦୨ ଗୁଜରାଟ ଦଙ୍ଗା କୁ ନେଇ ଗଣମାଧ୍ୟମ ଆପଣଙ୍କୁ ସମାଲୋଚନା କରିଛି। ସମାଲୋଚନାକୁ କିପରି ମୁକାବିଲା କରିବେ? ସମାଲୋଚକଙ୍କ ସହ ଆପଣ କିପରି ମୁକାବିଲା କରିବେ, ସେମାନେ ଗଣମାଧ୍ୟମରୁ ଆସନ୍ତୁ, ଆପଣଙ୍କ ଆଖପାଖ ଲୋକଙ୍କଠାରୁ ହୁଅନ୍ତୁ କିମ୍ବା ଆପଣଙ୍କ ଜୀବନର ଅନ୍ୟ କୌଣସି ସ୍ଥାନରୁ ଆସିଥାଆନ୍ତୁ?

ପ୍ରଧାନମନ୍ତ୍ରୀ: ଦେଖନ୍ତୁ, ଆପଣ ଯାହା ପଚାରିଛନ୍ତି ସେ ବିଷୟରେ- ମୁଁ ସମାଲୋଚନାକୁ କିପରି ଦେଖିଥାଏ? ଯଦି ମୁଁ ଏହାକୁ ଗୋଟିଏ ବାକ୍ୟରେ ରଖିବି, ତେବେ ମୁଁ ଏହାକୁ ସ୍ୱାଗତ କରୁଛି । ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଯେ ସମାଲୋଚନା ହେଉଛି ଗଣତନ୍ତ୍ରର ଆତ୍ମା । ଯଦି ଆପଣ ପ୍ରକୃତରେ ଗଣତାନ୍ତ୍ରିକ ପ୍ରଣାଳୀରେ ବିଶ୍ବାସ କରନ୍ତି, ଯଦି ଗଣତନ୍ତ୍ର ଆପଣଙ୍କ ରକ୍ତରେ ଅଛି, ତେବେ ଆମ ଶାସ୍ତ୍ରରେ କୁହାଯାଇଛି: "ନିନ୍ଦାକ ନିୟାରେ ରଖିଆ" (ଆପଣଙ୍କ ସମାଲୋଚକମାନଙ୍କୁ ଆପଣଙ୍କ ନିକଟତର ରଖନ୍ତୁ)। ସମାଲୋଚନା ଆପଣଙ୍କୁ ଗଣତାନ୍ତ୍ରିକ, ସଚେତନ ଏବଂ ପ୍ରଭାବଶାଳୀ ଉପାୟରେ କାମ କରିବାକୁ ଅନୁମତି ଦିଏ। ମୁଁ ବିଶ୍ୱାସ କରେ ଯେ ସମାଲୋଚନା ହେବା ଉଚିତ୍ - ଏହା ଅଧିକ ହେବା ଉଚିତ ଏବଂ ତୀବ୍ର ଏବଂ ସମ୍ପୂର୍ଣ୍ଣ ହେବା ଉଚିତ୍। କିନ୍ତୁ ମୋର ଅଭିଯୋଗ ହେଉଛି ଯେ ଆଜିକାଲି ପ୍ରକୃତ ସମାଲୋଚନା ହେଉନାହିଁ । ପ୍ରକୃତ ସମାଲୋଚନା ପାଇଁ ଗଭୀର ଅଧ୍ୟୟନ, ଗଭୀର ଗବେଷଣା ଏବଂ ସତ୍ୟ ଓ ମିଥ୍ୟା ମଧ୍ୟରେ ପାର୍ଥକ୍ୟ ଆବଶ୍ୟକ । ଆଜିକାଲି ଲୋକମାନେ ସର୍ଟକଟ୍ ଖୋଜୁଛନ୍ତି- ସେମାନେ ଅଧ୍ୟୟନ କରନ୍ତି ନାହିଁ, ସେମାନେ ଗବେଷଣା କରନ୍ତି ନାହିଁ, ସେମାନେ ଦୁର୍ବଳତାକୁ ଖୋଜିବା ପାଇଁ ପ୍ରୟାସ କରନ୍ତି ନାହିଁ ଏବଂ ଦୋଷ ଦେବା କାର୍ଯ୍ୟରେ ସମ୍ପୃକ୍ତ ହୁଅନ୍ତି । ଅଭିଯୋଗ ଓ ସମାଲୋଚନା ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ରହିଛି। ଆପଣ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି- ତାହା ଅଭିଯୋଗ, ସମାଲୋଚନା ନୁହେଁ। ଗଣତନ୍ତ୍ରକୁ ସୁଦୃଢ଼ କରିବାକୁ ହେଲେ ଭିତ୍ତିହୀନ ଅଭିଯୋଗ ନୁହେଁ, ପ୍ରକୃତ ସମାଲୋଚନା ଦରକାର। ଅଭିଯୋଗ କାହାକୁ ସାହାଯ୍ୟ କରେ ନାହିଁ; ଏହା କେବଳ କ୍ଷୁଦ୍ର ଯୁକ୍ତିତର୍କର କାରଣ ହୁଅନ୍ତି । ସେଥିପାଇଁ ମୁଁ ସର୍ବଦା ସମାଲୋଚନାକୁ ସ୍ୱାଗତ କରେ । କିନ୍ତୁ ଯେତେବେଳେ ଅଭିଯୋଗ ମିଥ୍ୟା ହୁଏ, ମୁଁ ଶାନ୍ତ, ସନ୍ତୁଷ୍ଟ ରହେ ଏବଂ ଦେଶ ସେବାରେ ସମର୍ପିତ ରହେ ।

ଲେକ୍ସ ଫ୍ରିଡମ୍ୟାନ୍: ହଁ, ଆପଣ ଯାହା କହୁଛନ୍ତି ତାହା ମୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ମୁଁ ପ୍ରକୃତରେ ଭଲ ସାମ୍ବାଦିକତାକୁ ପ୍ରଶଂସା କରେ । ଦୁର୍ଭାଗ୍ୟବଶତଃ ଆଧୁନିକ ଯୁଗରେ ଅନେକ ସାମ୍ବାଦିକ କେବଳ ଦ୍ରୁତ ଶୀର୍ଷକ କୁ ଅନୁସରଣ କରୁଛନ୍ତି। ସେମାନେ ଅଭିଯୋଗ କରନ୍ତି କାରଣ ଏହା ସେମାନଙ୍କୁ ଫାଇଦା ଦେଇଥାଏ - କାରଣ ସେମାନେ ସମ୍ବେଦନଶୀଳ ଶୀର୍ଷକ ଏବଂ ଶସ୍ତା ଲୋକପ୍ରିୟତା ଚାହାଁନ୍ତି । ମୁଁ ବିଶ୍ୱାସ କରେ ଯେ ଜଣେ ମହାନ ସାମ୍ବାଦିକ ହେବାକୁ ହେଲେ ଇଚ୍ଛା ଓ ଶିଖିବାର କ୍ଷୁଧା ରହିବା ଜରୁରୀ। ଏଥିପାଇଁ ଗଭୀର ବୁଝାମଣା ଓ ଗଭୀର ଗବେଷଣା ର ଆବଶ୍ୟକତା ରହିଛି। ଅନେକ ଥର ଅନୁପଯୁକ୍ତ ରିପୋର୍ଟିଂକୁ ଦେଖି ମୋତେ ଦୁଃଖ ଲାଗୁଛି । ଏହା ପ୍ରକୃତରେ ଏକ କାରଣ ଯେଉଁଥିପାଇଁ ମୁଁ ଆପଣଙ୍କ ସହିତ କଥା ହେବାକୁ ଚାହୁଁଥିଲି | ମୁଁ ଭାବୁନାହିଁ ଯେ ମୁଁ ଏଥିରେ ବହୁତ ଭଲ, କିନ୍ତୁ ମୁଁ ଏହି କାରଣ ପାଇଁ ଆପଣଙ୍କ ସହିତ ଏହି କଥାବାର୍ତ୍ତା କରିବାକୁ ଚାହୁଁଥିଲି | ଲୋକମାନେ ଯଥେଷ୍ଟ ଚେଷ୍ଟା କରନ୍ତି ନାହିଁ; ସେମାନେ ଗଭୀର ଭାବରେ ଗବେଷଣା କରନ୍ତି ନାହିଁ । ମୁଁ ଏହା ମଧ୍ୟ ଜାଣେ ନାହିଁ ଯେ ମୁଁ ଏଥିପାଇଁ ପ୍ରସ୍ତୁତି କରିବା ସମୟରେ କେତେ ପୁସ୍ତକ ପଢ଼ିଛି - କେବଳ ଜିନିଷଗୁଡ଼ିକୁ ଠିକ୍ ଭାବରେ ଅନୁଭବ ଏବଂ ବୁଝିବାକୁ ଚେଷ୍ଟା କରୁଛି । ଏଥିପାଇଁ ବହୁତ ପ୍ରସ୍ତୁତି, ଅନେକ କାମ କରିବା ଦରକାର । ଏବଂ ମୁଁ ଚାହୁଁଛି ଯେ ପ୍ରମୁଖ ସାମ୍ବାଦିକମାନେ ମଧ୍ୟ ଏହା କରନ୍ତୁ । ଏହି ପ୍ରକାରର ଗଭୀର ଗବେଷଣା ଏବଂ ପ୍ରୟାସ ହିଁ ପ୍ରକୃତ ସମାଲୋଚନା କରିବାକୁ ସୁଯୋଗ ଦେଇଥାଏ - କ୍ଷମତାରେ ଥିବା ବ୍ୟକ୍ତି, ସେମାନଙ୍କର ଶକ୍ତି, ଦୁର୍ବଳତା ଏବଂ ଏପରିକି ସେମାନଙ୍କର ଭୁଲ ବିଷୟରେ ଗଭୀର ଅନୁସନ୍ଧାନ ଆବଶ୍ୟକ । କିନ୍ତୁ ଏଥିପାଇଁ ବହୁତ ପ୍ରସ୍ତୁତି ର ଆବଶ୍ୟକତା ରହିଛି । ମୁଁ ପ୍ରକୃତରେ ଚାହୁଁଛି ଯେ ମହାନ ସାମ୍ବାଦିକମାନେ ଏହି ଉପାୟରେ କାମ କରିବେ ।

ପ୍ରଧାନମନ୍ତ୍ରୀ: ଦେଖନ୍ତୁ,  ସୁନିର୍ଦ୍ଦେଶିତ ଏବଂ ନିର୍ଦ୍ଦିଷ୍ଟ ସମାଲୋଚନା ବାସ୍ତବରେ ନୀତି ନିର୍ଦ୍ଧାରଣରେ ସାହାଯ୍ୟ କରେ । ଏଥିରେ ଏକ ସ୍ପଷ୍ଟ ନୀତି ଦୃଷ୍ଟିକୋଣ ସାମ୍ନାକୁ ଆସିଛି। ଏଭଳି ଗଠନମୂଳକ ସମାଲୋଚନା ଉପରେ ମୁଁ ବିଶେଷ ଧ୍ୟାନ ଦେଉଛି ଏବଂ ମୁଁ ଏହାକୁ ସ୍ୱାଗତ କରୁଛି । ବର୍ତ୍ତମାନ, ଯେପରି ଆପଣ ସାମ୍ବାଦିକତା ଏବଂ ଶୀର୍ଷକ ବିଷୟରେ ଉଲ୍ଲେଖ କରିଛନ୍ତି, ମୁଁ ବିଶ୍ୱାସ କରେ ଯେ ଯଦି କାହାର ଶୀର୍ଷକ କିମ୍ବା ଶବ୍ଦ ଚୟନ ପ୍ରତି ଆକର୍ଷଣ ଅଛି, ତେବେ ମୁଁ ଏହାକୁ ଅଧିକ ନକାରାତ୍ମକ ଭାବରେ ଗ୍ରହଣ କରେ ନାହିଁ । କିନ୍ତୁ ଯେତେବେଳେ ସାମ୍ବାଦିକତା କୌଣସି ଏଜେଣ୍ଡା ଦ୍ୱାରା ପରିଚାଳିତ ହୁଏ, ଯେତେବେଳେ ସତ୍ୟକୁ ଅଣଦେଖା କରାଯାଏ, ଏହା ଆଗାମୀ ଦଶନ୍ଧି ପର୍ଯ୍ୟନ୍ତ କ୍ଷତି ପହଞ୍ଚାଇଥାଏ । ଯଦି କେହି ନିଜ ପାଠକ କିମ୍ବା ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଚତୁର ଶବ୍ଦ ବ୍ୟବହାର କରିବାକୁ ପସନ୍ଦ କରନ୍ତି, ଠିକ୍ ଅଛି, ଟିକେ ବୁଝାମଣା ଗ୍ରହଣୀୟ । କିନ୍ତୁ ଉଦ୍ଦେଶ୍ୟ ଯଦି ଭୁଲ ହୁଏ, ଯଦି ଲକ୍ଷ୍ୟ ଧାର୍ଯ୍ୟ ଏଜେଣ୍ଡା ଅନୁଯାୟୀ ତଥ୍ୟକୁ ହସ୍ତକ୍ଷେପ କରିବା, ତେବେ ତାହା ଏକ ଗମ୍ଭୀର ଚିନ୍ତାର ବିଷୟ ପାଲଟିଯାଏ ।

ଲେକ୍ସ ଫ୍ରିଡମ୍ୟାନ୍: ଏବଂ ସେଥିରେ ସତ୍ୟ କ୍ଷତିଗ୍ରସ୍ତ ହୁଏ; ଏହା ହେଉଛି ମୋର ବିଶ୍ୱାସ।

ପ୍ରଧାନମନ୍ତ୍ରୀ: ମୋର ମନେ ଅଛି, ଥରେ ମୁଁ ଲଣ୍ଡନରେ ଭାଷଣ ଦେଇଥିଲି । ଲଣ୍ଡନରେ ଏକ ଗୁଜରାଟୀ ଖବରକାଗଜ ଅଛି, ଏବଂ ସେମାନେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଯେଉଁଠାରେ ମୋତେ ନିମନ୍ତ୍ରଣ କରାଯାଇଥିଲା ... ତେଣୁ ମୋ ଭାଷଣରେ, ଯେହେତୁ ଏହି କାର୍ଯ୍ୟକ୍ରମ ସାମ୍ବାଦିକମାନଙ୍କ ପାଇଁ ଥିଲା, ମୁଁ କହିଥିଲି - "ସାମ୍ବାଦିକତା କିପରି ହେବା ଉଚିତ? ଏହା ମାଛି ଭଳି ହେବା ଉଚିତ ନା ମହୁମାଛି ଭଳି ହେବା ଉଚିତ୍?" ମୁଁ ବୁଝାଇଲି ଯେ ଏକ ମାଛି ଅଳିଆ ଉପରେ ବସିଥାଏ ଏବଂ ଅଧିକ ଅଳିଆ ବିସ୍ତାର କରେ । କିନ୍ତୁ ମହୁମାଛି ଫୁଲ ରେ ବସି ଅମୃତ ସଂଗ୍ରହ କରି ମଧୁରତା ବିସ୍ତାର କରିଥାଏ । ତେବେ ଯଦି କେହି କିଛି ଭୁଲ କରନ୍ତି, ମହୁମାଛି ଏପରି ଭାବରେ କାମୁଡ଼ି ଦିଅନ୍ତି ଯେ ତିନି ଦିନ ପର୍ଯ୍ୟନ୍ତ ବ୍ୟକ୍ତି ମୁହଁ ଦେଖାଇ ପାରନ୍ତି ନାହିଁ । କିନ୍ତୁ କେହି ଜଣେ ମୋ ର ମାତ୍ର ଅଧା ବୟାନ ଉଠାଇ ନେଇଥିଲେ ଏବଂ ଏହାକୁ ନେଇ ଏକ ବଡ ବିବାଦ ସୃଷ୍ଟି କରିଥିଲେ । ସତ କହିବାକୁ ଗଲେ ମୁଁ କାହା ବିଷୟରେ କିଛି ନକାରାତ୍ମକ କଥା କହୁନଥିଲି । ମୁଁ ପ୍ରକୃତରେ ମହୁମାଛିର ଶକ୍ତି ଉପରେ ଆଲୋକପାତ କରୁଥିଲି - ଯେ ଏକ ଛୋଟ ଦଂଶନ ମଧ୍ୟ ଜଣେ ବ୍ୟକ୍ତିଙ୍କୁ ତିନି ଦିନ ପର୍ଯ୍ୟନ୍ତ ମୁହଁ ଲୁଚାଇବାକୁ ବାଧ୍ୟ କରିପାରେ। ସାମ୍ବାଦିକତାର ଏହି କ୍ଷମତା ରହିବା ଦରକାର। ତେବେ କିଛି ଲୋକ ମାଛିର ବାଟକୁ ପସନ୍ଦ କରିଥାନ୍ତି ।

ଲେକ୍ସ ଫ୍ରିଡମ୍ୟାନ୍: ଏବେ ମୋର ନୂଆ ଜୀବନ ଲକ୍ଷ୍ୟ ହେଉଛି ମହୁମାଛି ଭଳି ହେବା। ଆପଣ ଗଣତନ୍ତ୍ର କଥା ଉଲ୍ଲେଖ କରିଛନ୍ତି... ଏବଂ ୨୦୦୨ ପର୍ଯ୍ୟନ୍ତ, ଆପଣଙ୍କର ସରକାରଙ୍କ ବିଷୟରେ ବିଶେଷ ଜ୍ଞାନ ନଥିଲା । କିନ୍ତୁ ୨୦୦୨ରୁ ଆଜି ପର୍ଯ୍ୟନ୍ତ ମୋ ହିସାବ ଅନୁଯାୟୀ ଆପଣ ୮ଟି ନିର୍ବାଚନ ଜିତିଛନ୍ତି। ଭାରତରେ ୮୦କୋଟିରୁ ଅଧିକ ଲୋକ ବିଭିନ୍ନ ନିର୍ବାଚନରେ ଭୋଟ୍ ଦିଅନ୍ତି। ଏତେ ବଡ଼ ନିର୍ବାଚନ ଜିତିବା ଏବଂ ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ବିଜୟୀ ହେବାକୁ ହେଲେ କ'ଣ ଦରକାର? ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ଲୋକଙ୍କ ପ୍ରତିନିଧିତ୍ୱ କରିବାର ସୁଯୋଗ ଆପଣ କିପରି ପାଇଛନ୍ତି?

ପ୍ରଧାନମନ୍ତ୍ରୀ: କଥା ହେଉଛି, ମୁଁ ବହୁତ ବିଳମ୍ବରେ ରାଜନୀତିରେ ପ୍ରବେଶ କରିଥିଲି। ପ୍ରଥମେ ମୁଁ ସଂଗଠନ ପାଇଁ କାମ କରିଥିଲି, ନିର୍ବାଚନ ପରିଚାଳନା ସମ୍ବନ୍ଧୀୟ ଦାୟିତ୍ୱ ତୁଲାଇଥିଲି। ଏଥିପାଇଁ ମୋର ଅଧିକାଂଶ ସମୟ ଲାଗିଥିଲା। ଗତ ୨୪ ବର୍ଷ ଧରି ଗୁଜରାଟ ଓ ଦେଶର ଜନତା ମୋତେ ସରକାର ମୁଖ୍ୟ ଭାବେ କାର୍ଯ୍ୟ କରିବାର ସୁଯୋଗ ଦେଇଛନ୍ତି। ସମ୍ପୂର୍ଣ୍ଣ ନିଷ୍ଠାର ସହ ମୁଁ ଲୋକମାନଙ୍କୁ ଭଗବାନଙ୍କ ରୂପ ବୋଲି ବିବେଚନା କରେ । ସେମାନେ ମୋତେ ଯେଉଁ ଦାୟିତ୍ୱ ଦେଇଛନ୍ତି- ମୁଁ ଏହାକୁ ପୂରଣ କରିବାକୁ ଚେଷ୍ଟା କରୁଛି। ମୁଁ ସେମାନଙ୍କ ବିଶ୍ୱାସକୁ କେବେ ଭାଙ୍ଗିବାକୁ ଦେଇନଥିଲି । ମୁଁ ଯେପରି ଅଛି ସେପରି ସେମାନେ ମୋତେ ଦେଖନ୍ତି । ମୋ ସରକାର ବିନା ଭେଦଭାବରେ ସମସ୍ତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ୧୦୦% ନୀତି ଅନୁସରଣ କରନ୍ତି, ଅର୍ଥାତ୍ ପ୍ରତ୍ୟେକ ଯୋଜନାକୁ ଶତ ପ୍ରତିଶତ କାର୍ଯ୍ୟକାରୀ କରାଯିବା ଉଚିତ୍ - ଜାତି, ଧର୍ମ, ବିଶ୍ୱାସ, ସମ୍ପତ୍ତି କିମ୍ବା ରାଜନୀତିର କୌଣସି ପକ୍ଷପାତ ନାହିଁ । ଯେତେବେଳେ ନୀତି ସମସ୍ତଙ୍କ ପାଇଁ ହୋଇଥାଏ, ଲୋକମାନେ ଅନୁଭବ କରନ୍ତି ନାହିଁ ଯେ ସେମାନଙ୍କୁ ଅନ୍ୟାୟ ଭାବରେ କିଛି ମନା କରାଯାଉଛି । ଯଦିଓ କେହି ଏପର୍ଯ୍ୟନ୍ତ ଉପକୃତ ହୋଇନାହାନ୍ତି, ସେମାନେ ବିଶ୍ୱାସ କରନ୍ତି ଯେ ସେମାନେ ଭବିଷ୍ୟତରେ ଉପକୃତ ହେବେ । ଏହା ଏକ ବିଶ୍ୱାସ ସୃଷ୍ଟି କରେ । ଶାସନ ଉପରେ ଏହି ବିଶ୍ୱାସ ଏକ ବଡ଼ ଶକ୍ତି । ଦ୍ବିତୀୟତଃ, ମୁଁ ନିର୍ବାଚନ କେନ୍ଦ୍ରୀତ ଶାସନ ପରିଚାଳନା କରେ ନାହିଁ; ମୁଁ ଲୋକାଭିମୁଖୀ ଶାସନ ଚଳାଉଛି। ଲୋକ ଓ ଦେଶ ପାଇଁ କ'ଣ ଲାଭଦାୟକ ହେବ ତାହା ଉପରେ ମୋର ଫୋକସ୍ ରହିଛି। ପ୍ରଥମେ ମୁଁ ଆଧ୍ୟାତ୍ମିକ ଯାତ୍ରାରେ ବାହାରିଥିଲି, କିନ୍ତୁ ବର୍ତ୍ତମାନ ମୁଁ ମୋ ଦେଶକୁ ଦିବ୍ୟ ଏବଂ ଲୋକମାନଙ୍କୁ ଭଗବାନ ଭାବରେ ଦେଖୁଛି । ଯେମିତି ଜଣେ ପୂଜକ ତାଙ୍କ ଦେବତାଙ୍କ ସେବା କରନ୍ତି, ମୁଁ ନିଜକୁ ଲୋକଙ୍କ ସେବାରେ ଉତ୍ସର୍ଗ କରେ । ଦ୍ବିତୀୟତଃ, ମୁଁ କେବେ ବି ଜନସାଧାରଣଙ୍କଠାରୁ ନିଜକୁ ଦୂରେଇ ରଖେ ନାହିଁ- ମୁଁ ସେମାନଙ୍କ ମଧ୍ୟରେ ରହୁଛି ଏବଂ ସେମାନଙ୍କୁ ପସନ୍ଦ କରେ । ମୁଁ ଖୋଲାଖୋଲି କହୁଛି, "ଯଦି ତୁମେ ୧୧ ଘଣ୍ଟା କାମ କର, ମୁଁ ୧୨ ଘଣ୍ଟା କାମ କରିବି। ଲୋକମାନେ ଏହାକୁ ଦେଖନ୍ତି ଏବଂ ବିଶ୍ୱାସ କରନ୍ତି । ମୋର କୌଣସି ବ୍ୟକ୍ତିଗତ ସ୍ୱାର୍ଥ ନାହିଁ - କୌଣସି ସମ୍ପର୍କୀୟ କିମ୍ବା ଘନିଷ୍ଠ ସହଯୋଗୀ ମୋ ପଦବୀରୁ ଉପକୃତ ନୁହଁନ୍ତି । ସାଧାରଣ ନାଗରିକ ଏସବୁ କଥାକୁ ଗୁରୁତ୍ୱ ଦିଅନ୍ତି। ବୋଧହୁଏ ଏହାର ଆହୁରି ଅନେକ କାରଣ ଥାଇପାରେ। ଆଉ ଏକ ପ୍ରମୁଖ କାରଣ ହେଉଛି ମୋ ଦଳ ଯେଉଁଥିରେ ଲକ୍ଷ ଲକ୍ଷ ସମର୍ପିତ କର୍ମୀ ଅଛନ୍ତି ଯେଉଁମାନେ କେବଳ ଭାରତ ମାତା ଏବଂ ଦେଶର ଲୋକଙ୍କ କଲ୍ୟାଣ ପାଇଁ ବଞ୍ଚିଥାନ୍ତି । ସେମାନେ ନିଜ ପାଇଁ କିଛି ହାସଲ କରିନାହାଁନ୍ତି - କେବେ ବି କ୍ଷମତା ପଦବୀ ଖୋଜିନାହାନ୍ତି - ତଥାପି ସେମାନେ ଦେଶ ପାଇଁ ଅକ୍ଳାନ୍ତ ପରିଶ୍ରମ କରନ୍ତି । ଏଠାରେ ଲକ୍ଷ ଲକ୍ଷ ଶ୍ରମିକ ଅଛନ୍ତି ଯେଉଁମାନେ ଦିନରାତି କାମ କରୁଛନ୍ତି। ମୋ ଦଳ ବିଶ୍ୱର ସବୁଠାରୁ ବଡ ରାଜନୈତିକ ଦଳ । ମୁଁ ଗର୍ବିତ ଯେ ମୁଁ ଏହାର ସଦସ୍ୟ । ମୋ ଦଳ ଅପେକ୍ଷାକୃତ ଯୁବ, କିନ୍ତୁ ଏହା ସତ୍ତ୍ୱେ ଲକ୍ଷ ଲକ୍ଷ କର୍ମୀଙ୍କ ପ୍ରୟାସ ରହିଛି। ଏହି ଲକ୍ଷ ଲକ୍ଷ ନିଃସ୍ୱାର୍ଥପର କର୍ମୀଙ୍କ କଠିନ ପରିଶ୍ରମ ଭାରତୀୟ ଜନତା ପାର୍ଟି ପ୍ରତି ଲୋକଙ୍କ ଆସ୍ଥାକୁ ଦୃଢ଼ କରିଥାଏ । ସେମାନଙ୍କ ସମର୍ପଣ ହିଁ ଆମେ ନିର୍ବାଚନ ଜିତିଥାଉ। ମୁଁ କେତେ ନିର୍ବାଚନ ଜିତିଛି ତାହା ମୁଁ କେବେ ହିସାବ କରିନାହିଁ, କିନ୍ତୁ ଲୋକଙ୍କ ଆଶୀର୍ବାଦ ସବୁବେଳେ ଆମ ସହିତ ରହିଛି।

ଲେକ୍ସ ଫ୍ରିଡମ୍ୟାନ୍: ମୁଁ ଭାରତର ଅବିଶ୍ୱସନୀୟ ନିର୍ବାଚନ ବ୍ୟବସ୍ଥା ବିଷୟରେ ଆପଣଙ୍କ ମତାମତ ବିଷୟରେ ଜାଣିବାକୁ ଚାହୁଁଛି । ଭାରତରେ ଯେଉଁଭଳି ଭାବେ ନିର୍ବାଚନ ହେଉଛି ତାହା ମୋତେ ଆଶ୍ଚର୍ଯ୍ୟ କରିଛି। ଏମିତି ଅନେକ ରୋଚକ କାହାଣୀ ସାମ୍ନାକୁ ଆସିଛି । ଉଦାହରଣ ସ୍ୱରୂପ, କୌଣସି ଭୋଟର ମତଦାନ କେନ୍ଦ୍ରଠାରୁ ଦୁଇ କିଲୋମିଟରରୁ ଅଧିକ ଦୂରରେ ରହିବା ଉଚିତ ନୁହେଁ ବୋଲି ନିୟମ ରହିଛି । ଏହି କାରଣରୁ ଭାରତର ସବୁଠାରୁ ଦୁର୍ଗମ ଅଂଚଳକୁ ଭୋଟିଂ ମେସିନ ଆଣିବା ନେଇ ଅନେକ କାହାଣୀ ରହିଛି । ଏହା ପ୍ରକୃତରେ ଅବିଶ୍ୱସନୀୟ- ପ୍ରତ୍ୟେକ ଭୋଟର ଗୁରୁତ୍ୱପୂର୍ଣ୍ଣ । ୬୦୦ ନିୟୁତରୁ ଅଧିକ ଭୋଟରଙ୍କ ପାଇଁ ନିର୍ବାଚନ ପରିଚାଳନା ଏକ ବଡ଼ ଚ୍ୟାଲେଞ୍ଜ। କ'ଣ କୌଣସି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଅଛି ଯାହା ଆପଣଙ୍କ ପାଇଁ ବିଶେଷ ଭାବରେ ପ୍ରଭାବଶାଳୀ ଭାବରେ ଉଭା ହୋଇଛି? ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ଏତେ ବଡ଼ ଧରଣର ନିର୍ବାଚନ କିପରି ହୋଇଥାଏ ସେ ବିଷୟରେ ଆପଣ କିଛି କହିପାରିବେ କି?

ପ୍ରଧାନମନ୍ତ୍ରୀ: ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିବା ପାଇଁ ପ୍ରଥମେ ମୁଁ ଆପଣଙ୍କୁ ଅତ୍ୟନ୍ତ ଧନ୍ୟବାଦ ଜଣାଉଛି । ସମଗ୍ର ବିଶ୍ୱରେ ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ଲୋକମାନେ ଏହି ଉତ୍ତର ଶୁଣିବା ଉଚିତ୍ । ଅଧିକାଂଶ ସମୟରେ ଆଲୋଚନା କେବଳ ନିର୍ବାଚନ ଜିତିବା ଓ ହାରିବା ଉପରେ ଗୁରୁତ୍ୱ ଦେଇଥାଏ, କିନ୍ତୁ ଆମ ନିର୍ବାଚନ ପ୍ରକ୍ରିୟା କିପରି ଚାଲିଛି ତାହା ଉପରେ ଆଲୋଚନା ହୋଇନଥାଏ। ଉଦାହରଣ ସ୍ବରୂପ ୨୦୨୪ ଲୋକସଭା ନିର୍ବାଚନକୁ ନିଆଯାଉ। ଏଥିରେ ୯୮୦ ନିୟୁତ ପଞ୍ଜୀକୃତ ଭୋଟର ଥିଲେ ଏବଂ ପ୍ରତ୍ୟେକଙ୍କର ଏକ ଫଟୋ ଏବଂ ସମ୍ପୂର୍ଣ୍ଣ ବାୟୋ-ଡାଟା ରେକର୍ଡ କରାଯାଇଥିଲା। ଏହି ସଂଖ୍ୟା ଉତ୍ତର ଆମେରିକାର ଜନସଂଖ୍ୟାର ଦୁଇଗୁଣରୁ ଅଧିକ ଏବଂ ସମଗ୍ର ୟୁରୋପୀୟ ସଂଘର ଜନସଂଖ୍ୟା ଠାରୁ ଅଧିକ । ଏହି ୯୮୦ ନିୟୁତ ପଞ୍ଜୀକୃତ ଭୋଟରଙ୍କ ମଧ୍ୟରୁ ୬୪୬ ନିୟୁତ ଲୋକ ମତଦାନ ପାଇଁ ଘରୁ ବାହାରକୁ ବାହାରିଥିଲେ, ମେ ମାସର ପ୍ରବଳ ଗରମ ସତ୍ତ୍ୱେ, ଯେଉଁଠାରେ କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା । ସେମାନେ ଭୋଟ୍ ଦେଇଥିଲେ। କହିବାକୁ ଗଲେ ଭାରତରେ ଭୋଟ୍ ଦେଇଥିବା ଲୋକଙ୍କ ସଂଖ୍ୟା ଆମେରିକାର ମୋଟ ଜନସଂଖ୍ୟାଠାରୁ ଦୁଇଗୁଣ। ସମଗ୍ର ଦେଶରେ ୧୦ ଲକ୍ଷରୁ ଅଧିକ ପୋଲିଂ ବୁଥ୍ ଥିଲା। କଳ୍ପନା କରନ୍ତୁ ଏଥିପାଇଁ କେତେ ମାନବସମ୍ବଳ ଦରକାର! ମୋ ଦେଶରେ ୨,୫୦୦ରୁ ଅଧିକ ପଞ୍ଜୀକୃତ ରାଜନୈତିକ ଦଳ ଅଛନ୍ତି - ଏକ ସଂଖ୍ୟା ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି ଯେ ଏପରି ଏକ ଦେଶ ଅଛି ଯେଉଁଠାରେ ୨,୫୦୦ରୁ ଅଧିକ ପଞ୍ଜୀକୃତ ରାଜନୈତିକ ଦଳ ଅଛନ୍ତି । ଆମର ୯୦୦ରୁ ଅଧିକ ଟିଭି ନ୍ୟୁଜ୍ ଚ୍ୟାନେଲ ମଧ୍ୟ ୨୪×୭ ଏବଂ ଦୈନିକ ୫,୦୦୦ରୁ ଅଧିକ ଖବରକାଗଜ ନିର୍ବାଚନକୁ କଭର କରୁଛି। ଏକ ବିଶାଳ ଏବଂ ବିବିଧ ଦେଶ ହୋଇଥିଲେ ମଧ୍ୟ ଗରିବ ଗ୍ରାମବାସୀମାନେ ମଧ୍ୟ ଶୀଘ୍ର ଟେକ୍ନୋଲୋଜି କୁ ଗ୍ରହଣ କରନ୍ତି । ଆମ ନାଗରିକମାନେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ବ୍ୟବହାର କରି ନିର୍ବାଚନକୁ ଦକ୍ଷ କରିଛନ୍ତି। କେତେକ ଦେଶରେ ନିର୍ବାଚନ ଫଳାଫଳ ପାଇଁ ମାସ ମାସ ସମୟ ଲାଗିଥାଏ, କିନ୍ତୁ ଆମ ଦେଶରେ ଆମେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଭୋଟ ଗଣନା କରିଥାଉ ଏବଂ ଗୋଟିଏ ଦିନ ମଧ୍ୟରେ ଫଳାଫଳ ଘୋଷଣା କରିଥାଉ । ଆପଣ ଠିକ୍ କହିଛନ୍ତି ଯେ ଦୁର୍ଗମ ଅଂଚଳରେ ମଧ୍ୟ ମତଦାନ କେନ୍ଦ୍ର ଖୋଲାଯାଇଥାଏ, ବେଳେବେଳେ ମତଦାନ ଉପକରଣ ଏବଂ ଅଧିକାରୀଙ୍କୁ ପରିବହନ କରିବା ପାଇଁ ହେଲିକପ୍ଟରର ଆବଶ୍ୟକତା ପଡିଥାଏ । ଉଦାହରଣ ସ୍ୱରୂପ, ଅରୁଣାଚଳ ପ୍ରଦେଶରେ ଏମିତି ଏକ ପୋଲିଂ ବୁଥ୍ ଅଛି ଯାହା ବିଶ୍ୱରେ ସର୍ବୋଚ୍ଚ ସ୍ଥାନରେ ହୋଇପାରେ । ଗୁଜରାଟର ଗିର ଫରେଷ୍ଟରେ କେବଳ ଜଣେ ଭୋଟରଙ୍କ ପାଇଁ ଏକ ସ୍ୱତନ୍ତ୍ର ପୋଲିଂ ବୁଥ ସ୍ଥାପନ କରାଯାଇଥିଲା- କାରଣ ଭାରତୀୟ ଗଣତନ୍ତ୍ରରେ ପ୍ରତ୍ୟେକ ଭୋଟ୍ ଗୁରୁତ୍ୱପୂର୍ଣ୍ଣ। ଅବାଧ ଓ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରି ଗଣତନ୍ତ୍ରକୁ ସୁଦୃଢ଼ କରିବାକୁ ଆମେ ନିରନ୍ତର ପ୍ରୟାସ କରୁଛୁ। ଭାରତର ନିର୍ବାଚନ ଆୟୋଗ ବିନା ରାଜନୈତିକ ହସ୍ତକ୍ଷେପରେ ସମସ୍ତ ନିଷ୍ପତ୍ତି ସ୍ୱାଧୀନ ଭାବରେ ପରିଚାଳନା କରିଥାନ୍ତି । ଏହା ବାସ୍ତବରେ ଏକ ଉଜ୍ଜ୍ୱଳ କାହାଣୀ । ମୁଁ ବିଶ୍ୱାସ କରେ ଯେ ବିଶ୍ୱର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକ ଆମର ନିର୍ବାଚନ ପରିଚାଳନାକୁ ଏକ କେସ୍ ଷ୍ଟଡି ଭାବରେ ଅଧ୍ୟୟନ କରିବା ଉଚିତ୍ | ଏହା ପ୍ରେରଣାର ଏକ ଉତ୍ସ - ଆମ ନାଗରିକମାନେ ରାଜନୈତିକ ଭାବରେ କେତେ ଗଭୀର ଭାବରେ ସଚେତନ ତାହା ଦର୍ଶାଉଛି । ଗଣତନ୍ତ୍ର କିପରି କାର୍ଯ୍ୟ କରିବା ଉଚିତ ତାହାର ଏକ ଉଦାହରଣ ଭାବରେ ବିଶ୍ୱର ନୂତନ ପିଢ଼ିଙ୍କ ନିକଟରେ ଏହା ଉପସ୍ଥାପନ କରାଯିବା ଉଚିତ୍ ।

ଲେକ୍ସ ଫ୍ରିଡମ୍ୟାନ୍: ମୁଁ ଗଣତନ୍ତ୍ରକୁ ଭଲ ପାଏ। ମୁଁ ଆମେରିକାକୁ ଭଲ ପାଇବାର ଏହା ଅନ୍ୟତମ କାରଣ । କିନ୍ତୁ ଭାରତରେ ଗଣତନ୍ତ୍ର ଯେପରି କାର୍ଯ୍ୟ କରୁଛି- ଏହାଠାରୁ ସୁନ୍ଦର ଆଉ କିଛି ନାହିଁ। ଆପଣ କହିଥିଲେ, ୯୦୦ ନିୟୁତ ଲୋକ ଭୋଟ୍ ଦେବା ପାଇଁ ପଞ୍ଜୀକୃତ ହୋଇଛନ୍ତି! ଏହା ପ୍ରକୃତରେ ଏକ କେସ୍ ଷ୍ଟଡି । ଏତେ ସଂଖ୍ୟକ ଲୋକ ନିଜ ଇଚ୍ଛାରେ ଏକାଠି ହୋଇ ସେମାନଙ୍କର ପ୍ରତିନିଧିତ୍ୱ କରୁଥିବା ବ୍ୟକ୍ତିଙ୍କୁ ଭୋଟ୍ ଦେବା ଅବିଶ୍ୱସନୀୟ। ଏମାନେ ବହୁତ ଉତ୍ସାହର ସହ ଭାଗ ନେଇଥାନ୍ତି । ଲୋକମାନେ ଅନୁଭବ କରିବା ଜରୁରୀ ଯେ ସେମାନଙ୍କ ସ୍ୱର ଶୁଣାଯାଉଛି । ଏହା ପ୍ରକୃତରେ ସୁନ୍ଦର ଅଟେ । ଶୁଣିବାକୁ ମିଳୁଥିବା ସ୍ୱର ବିଷୟରେ କହିବାକୁ ଗଲେ- ଅନେକ ଲୋକ ଆପଣଙ୍କୁ ଭଲ ପାଆନ୍ତି । ଆପଣ ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ । ବିଶେଷ କରି ଏତେ ବର୍ଷ ଶାସନ କରିବା ପରେ ଏତେ ସମୟ କ୍ଷମତାରେ ରହିବା ଆପଣଙ୍କୁ କିପରି ପ୍ରଭାବିତ କରିପାରେ ସେ ବିଷୟରେ ଆପଣ କେବେ ଚିନ୍ତା କରୁଛନ୍ତି କି?

ପ୍ରଧାନମନ୍ତ୍ରୀ: ପ୍ରଥମେ ମୁଁ ଅନୁଭବ କରୁଛି ଯେ "ଶକ୍ତିଶାଳୀ" ଶବ୍ଦ ଟି ମୋ ଜୀବନ ସହ ମେଳ ଖାଉନାହିଁ । ମୁଁ ନିଜକୁ ଶକ୍ତିଶାଳୀ ବୋଲି ଦାବି କରିପାରିବି ନାହିଁ, କାରଣ ମୁଁ ନିଜକୁ ସେବକ ଭାବରେ ଦେଖୁଛି | ବାସ୍ତବରେ ମୁଁ ନିଜକୁ "ପ୍ରଧାନ ସେବକ" ବୋଲି କହୁଛି- ଲୋକଙ୍କ ମୁଖ୍ୟ ସେବକ । ସେବା ହିଁ ମୋର ମାର୍ଗଦର୍ଶକ ନୀତି। କ୍ଷମତା ବିଷୟରେ କହିବାକୁ ଗଲେ, ମୁଁ କେବେ ବି ଏଥିରେ ନିଜକୁ ସାମିଲ୍ କରିନାହିଁ।  ମୁଁ କେବେ ବି କ୍ଷମତା ଖେଳ ଖେଳିବା ପାଇଁ ରାଜନୀତିରେ ପ୍ରବେଶ କରିନଥିଲି । ଶକ୍ତିଶାଳୀ ହେବା ପରିବର୍ତ୍ତେ, ମୁଁ କହିବି ଯେ ମୁଁ କଠିନ ପରିଶ୍ରମ କରିବାକୁ ଚେଷ୍ଟା କରେ | ମୁଁ ପାୱାରଫୁଲ୍‌ ନୁହେଁ, କିନ୍ତୁ ମୁଁ ପ୍ରୋ-ୱାର୍କଫୁଲ୍‌ । ମୋର ଲକ୍ଷ୍ୟ ସର୍ବଦା ଲୋକଙ୍କ ସେବା କରିବା ଏବଂ ସେମାନଙ୍କ ଜୀବନରେ ଏକ ସକାରାତ୍ମକ ଯୋଗଦାନ ଦେବା | ଏହା ହିଁ ମୋର ଉଦ୍ଦେଶ୍ୟ।

ଲେକ୍ସ ଫ୍ରିଡ୍ମ୍ୟାନ୍: ଆପଣ ଉଲ୍ଲେଖ କରିଛନ୍ତି ଯେ, ଆପଣ ଅକ୍ଳାନ୍ତ ପରିଶ୍ରମ କରନ୍ତି ଏବଂ ଏଥିରେ ନିଜର ପୂରା ହୃଦୟ ନିୟୋଜିତ କରନ୍ତି। ଆପଣ କେବେ ଏକାକୀ ଅନୁଭବ କରନ୍ତି କି?

ପ୍ରଧାନମନ୍ତ୍ରୀ: ଦେଖନ୍ତୁ, ମୁଁ କେବେ ବି ଏକାକୀ ଅନୁଭବ କରେ ନାହିଁ। କାରଣ ମୁଁ "୧+୧" ସିଦ୍ଧାନ୍ତରେ ଦୃଢ଼ ଭାବରେ ବିଶ୍ୱାସ କରେ । "୧+୧"ର ଏହି ଥିଓରି ମୋତେ ସମର୍ଥନ କରେ । ଏବେ ଯଦି କେହି ମୋତେ ପଚାରନ୍ତି ଯେ ଏହି ୧+୧ର ଅର୍ଥ କ'ଣ, ତେବେ ମୁଁ କହୁଛି: ପ୍ରଥମ ୧ ହେଉଛନ୍ତି ମୋଦୀ। ଆଉ ଦ୍ବିତୀୟ +୧ ହେଉଛନ୍ତି ଭଗବାନ । ମୁଁ କେବେ ବି ଏକା ନୁହେଁ କାରଣ ସେ ସର୍ବଦା ମୋ ସହିତ ଅଛନ୍ତି | ସେହି ଆତ୍ମା ସହିତ ମୁଁ ବଞ୍ଚିଛି । ଯେପରି ମୁଁ ପୂର୍ବରୁ ଉଲ୍ଲେଖ କରିଥିଲି, ମୁଁ ସ୍ୱାମୀ ବିବେକାନନ୍ଦଙ୍କ ନୀତି ଅନୁସରଣ କରିଛି, ଯିଏ "ନର ସେବା ହିଁ ନାରାୟଣ ସେବା"ରେ ବିଶ୍ୱାସ କରୁଥିଲେ - ଲୋକଙ୍କ ସେବା କରିବା ହେଉଛି ଭଗବାନଙ୍କ ସେବା । ମୋ ପାଇଁ ଦେଶ ଦିବ୍ୟ, ଲୋକମାନେ ଦିବ୍ୟ। ଜନସେବା ହେଉଛି ପରମେଶ୍ବରଙ୍କ ସେବା, ଏବଂ ସେହି ମାନସିକତା ସହିତ ମୁଁ କାମ କରୁଛି । ତେଣୁ ମୋତେ କେବେ ବି ଏକାକୀତାର ସମ୍ମୁଖୀନ ହେବାକୁ ପଡ଼ିନାହିଁ। ଏପରିକି କୋଭିଡ୍-୧୯ ଲକଡାଉନ୍ ସମୟରେ, ଯେତେବେଳେ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା, ମୁଁ ନିଜକୁ ନିୟୋଜିତ ରଖିଥିଲି। ମୁଁ ଭିଡିଓ କନଫରେନ୍ସିଂରେ ଶାସନକୁ ରୂପାନ୍ତରିତ କଲି, ୱାର୍କ ଫ୍ରମ୍ ହୋମ୍ ମଡେଲ ବିକଶିତ କଲି ଏବଂ ଭର୍ଚୁଆଲ ମିଟିଂ ଜାରି ରଖିଲି ଯାହା ଦ୍ୱାରା କାମ ବନ୍ଦ ହେବ ନାହିଁ । ମୁଁ ସବୁବେଳେ ନିଜକୁ ବ୍ୟସ୍ତ ରଖୁଥିଲି । ଏହାବ୍ୟତୀତ, ମୁଁ ଲୋକଙ୍କ ସହିତ ଯୋଡ଼ି ରହିବାକୁ ଏକ ପ୍ରସଙ୍ଗ କରିଥିଲି । ଦଳର ବରିଷ୍ଠ କର୍ମକର୍ତ୍ତା, ଯେଉଁମାନଙ୍କ ବୟସ ୭୦ ବର୍ଷରୁ ଅଧିକ ଥିଲା, ସେମାନଙ୍କୁ ଡାକି ଯାଞ୍ଚ କରିବାକୁ ମୁଁ ସ୍ଥିର କଲି। ଏମାନେ ଥିଲେ ତୃଣମୂଳ ସ୍ତରର କର୍ମୀ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ସାଧାରଣ ପୃଷ୍ଠଭୂମିରୁ ଆସିଥିଲେ, ଯେଉଁମାନେ ଦେଶ ସେବାରେ ନିଜ ଜୀବନ କୁ ଉତ୍ସର୍ଗ କରିଥିଲେ । ମୁଁ ବ୍ୟକ୍ତିଗତ ଭାବରେ ସେମାନଙ୍କୁ ଫୋନ୍ କରି ପଚାରିଲି: ଆପଣ କେମିତି ଅନୁଭବ କରୁଛନ୍ତି? ଆପଣଙ୍କ ପରିବାର କେମିତି ଅଛି? ମହାମାରୀ ସମୟରେ ଆପଣଙ୍କ ଅଞ୍ଚଳର ସ୍ଥିତି କେମିତି ଅଛି? ଏହା ସେମାନଙ୍କ ସହିତ ମୋର ସମ୍ପର୍କକୁ ମଜବୁତ କଲା ଏବଂ ସେମାନେ ଗଭୀର ଭାବରେ ଖୁସିର ସ୍ପର୍ଶ ଅନୁଭବ କଲେ । ସେମାନେ କହୁଥିଲେ, "ତାଙ୍କ କାନ୍ଧରେ ସମସ୍ତ ଦାୟିତ୍ୱ ସତ୍ତ୍ୱେ, ସେ ଏହି ସମୟରେ ଆମକୁ ଆଜି ବି ମନେ ପକାଉଛନ୍ତି!" ମହାମାରୀ ସମୟରେ ମୁଁ ଦୈନିକ ୩୦-୪୦ଟି ଏଭଳି କଲ୍ କରୁଥିଲି। ଏହା ମୋତେ ଅତ୍ୟନ୍ତ ଆନନ୍ଦ ଦେଇଥିଲା, କାରଣ ମୁଁ ପୁରୁଣା ସହକର୍ମୀଙ୍କ ସହିତ ପୁନର୍ବାର ଯୋଡ଼ି ହୋଇ ଅତୀତର ସ୍ମୃତିକୁ ମନେ ପକାଇବାକୁ ସୁଯୋଗ ପାଇଲି | ତେଣୁ ମୋ ପାଇଁ ଏକୁଟିଆପଣ ନାହିଁ। ମୁଁ ସର୍ବଦା ନିଜକୁ ବ୍ୟସ୍ତ ଏବଂ ଯୋଗାଯୋଗରେ ରଖିବାର ଉପାୟ ଖୋଜୁଛି | ଏଥିସହ ମୋର ନିଜ ସହ କଥା ହେବାର ଅଭ୍ୟାସ ମଧ୍ୟ ରହିଛି। ମୋର ପ୍ରାରମ୍ଭିକ ସମୟରେ ହିମାଳୟରେ ମୋର ସମୟ ମୋତେ ଏଥିରେ ବହୁତ ସାହାଯ୍ୟ କରିଛି।

ଲେକ୍ସ ଫ୍ରିଡମ୍ୟାନ: ମୁଁ ଅନେକ ଲୋକଙ୍କଠାରୁ ଶୁଣିଛି ଯେ ସେମାନେ ଜାଣିଥିବା ସମସ୍ତ ଲୋକଙ୍କ ମଧ୍ୟରୁ ଆପଣ ସବୁଠାରୁ କଠିନ ପରିଶ୍ରମୀ ବ୍ୟକ୍ତି ଅଟନ୍ତି । ଏହା ପଛରେ ଆପଣଙ୍କ ମାନସିକତା କ'ଣ? ଆପଣ ପ୍ରତିଦିନ ଲମ୍ବା ସମୟ କାମ କରନ୍ତି । ଆପଣ କେବେ ଥକି ଯାଆନ୍ତି ନାହିଁ କି? ଏସବୁ ଭିତରେ ଆପଣଙ୍କର ଶକ୍ତି ଓ ଧୈର୍ଯ୍ୟର ଉତ୍ସ କ'ଣ?

ପ୍ରଧାନମନ୍ତ୍ରୀ: ଦେଖନ୍ତୁ, ପ୍ରଥମେ, ମୁଁ ବିଶ୍ୱାସ କରେ ନାହିଁ ଯେ ମୁଁ ଏକମାତ୍ର କଠିନ ପରିଶ୍ରମ କରୁଛି । ଯେତେବେଳେ ମୁଁ ଚାରିଆଡ଼େ ଦେଖେ, ମୁଁ ଦେଖୁଛି ଯେ ଅନେକ ଲୋକ ମୋଠାରୁ ଅଧିକ କଠିନ ପରିଶ୍ରମ କରୁଛନ୍ତି । ଯେତେବେଳେ ମୁଁ ଜଣେ କୃଷକଙ୍କ ବିଷୟରେ ଚିନ୍ତା କରେ, ମୁଁ ଅନୁଭବ କରେ ଯେ ସେମାନେ କେତେ ପରିଶ୍ରମ କରନ୍ତି, ଖୋଲା ଆକାଶ ତଳେ ଝାଳ ବୁହାଇଥାନ୍ତି । ଯେତେବେଳେ ମୁଁ ଆମ ସୈନିକମାନଙ୍କୁ ଦେଖେ, ମୁଁ ଚିନ୍ତା କରେ ଯେ ସେମାନେ କିପରି ଅତ୍ୟଧିକ ଜଟିଳ ପରିସ୍ଥିତି ସହିଥାନ୍ତି - କିଛି ବରଫରେ, କିଛି ମରୁଭୂମିରେ ଏବଂ କିଛି ସମୁଦ୍ରରେ - ଆମ ଦେଶର ସୁରକ୍ଷା ପାଇଁ ଦିନ ରାତି ଅକ୍ଳାନ୍ତ ପରିଶ୍ରମ କରନ୍ତି । ମୁଁ ଯେତେବେଳେ ଜଣେ ଶ୍ରମିକଙ୍କୁ ଦେଖୁଛି, ମୁଁ ତାଙ୍କ କଠିନ ପରିଶ୍ରମ ଦେଖି ଆଶ୍ଚର୍ଯ୍ୟ ହୋଇଯାଏ । ଏବଂ ଯେତେବେଳେ ମୁଁ ପ୍ରତ୍ୟେକ ଘରର ମା' ଭଉଣୀମାନଙ୍କ ବିଷୟରେ ଚିନ୍ତା କରେ, ମୁଁ ଦେଖେ ଯେ ସେମାନେ ସେମାନଙ୍କ ପରିବାର ପାଇଁ କେତେ କରନ୍ତି - ପ୍ରଥମେ ଉଠିବା, ଶେଷରେ ଶୋଇବା, ସମସ୍ତଙ୍କର ଯତ୍ନ ନେବା ଏବଂ ସାମାଜିକ ଦାୟିତ୍ୱ ପରିଚାଳନା କରିବା ଇତ୍ୟାଦି । ତେଣୁ ଯେତେବେଳେ ମୁଁ ଏସବୁ ବିଷୟରେ ଚିନ୍ତା କରେ, ମୁଁ ନିଜକୁ ପଚାରିଥାଏ: ମୁଁ କେମିତି ଶୋଇପାରିବି? ମୁଁ କିପରି ବିଶ୍ରାମ ନେବି? ମୋ ଆଖପାଖରେ ଥିବା ଲୋକମାନେ - ପ୍ରତ୍ୟେକ ଭାରତୀୟଙ୍କ କଠିନ ପରିଶ୍ରମ ମୋତେ ପ୍ରେରଣା ଦେଇଥାଏ । ଦ୍ବିତୀୟତଃ, ମୋର ଦାୟିତ୍ୱ ମୋତେ ଶକ୍ତି ଦେଉଛି। ଦେଶର ଜନତା ମୋତେ ଏକ କର୍ତ୍ତବ୍ୟ ଦେଇଛନ୍ତି ଏବଂ ମୁଁ ଅନୁଭବ କରୁଛି ଯେ ମୁଁ ଏଠାରେ କ୍ଷମତା ଉପଭୋଗ କରିବାକୁ ନୁହେଁ, ବରଂ ସମ୍ପୂର୍ଣ୍ଣ ନିଷ୍ଠାର ସହ ଦେଶର ସେବା କରିବାକୁ ଆସିଛି । ମୁଁ ହୁଏତ ଦୁଇଟି ଜିନିଷ କରିପାରିବି ନାହିଁ, କିନ୍ତୁ ମୋର ପ୍ରୟାସରେ କେବେ ବି ଅଭାବ ରହିବ ନାହିଁ | ଯେତେବେଳେ ମୁଁ ୨୦୧୪ରେ ନିର୍ବାଚନ ଲଢୁଥିଲି ଏବଂ ଏପରିକି ଯେତେବେଳେ ମୁଁ ଗୁଜରାଟରେ ଥିଲି ଏବଂ ପରେ ମୁଁ ଦିଲ୍ଲୀ ଆସିଥିଲି, ସେତେବେଳେ ମଧ୍ୟ ମୁଁ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲି ଯେ ମୁଁ କଠିନ ପରିଶ୍ରମରୁ କେବେ ବି ପଛଘୁଞ୍ଚା ଦେବି ନାହିଁ । ଦ୍ବିତୀୟତଃ, ମୁଁ କହିଥିଲି ଯେ ମୁଁ କେବେ ବି ଖରାପ ଉଦ୍ଦେଶ୍ୟରେ ଜଡ଼ିତ ହେବି ନାହିଁ। ଏବଂ ତୃତୀୟତଃ, ମୁଁ କହିଲି ଯେ ମୁଁ ବ୍ୟକ୍ତିଗତ ଲାଭ ପାଇଁ କେବେ ବି କାମ କରିବି ନାହିଁ । ଆଜି ୨୪ ବର୍ଷ ଶାସନ ମୁଖ୍ୟ ହେବା ପରେ ମୁଁ ଏହି ତିନୋଟି ନୀତି ରେ ନିଜକୁ ବଜାୟ ରଖିଛି  ଏବଂ ମୁଁ ତାହା କାର୍ଯ୍ୟକାରୀ କରୁଛି । ମୁଁ ମୋ ଦେଶର ୧୪୦ କୋଟି ଜନସାଧାରଣଙ୍କ ଆକାଂକ୍ଷା ପାଇଁ, ସେମାନଙ୍କ ଆବଶ୍ୟକତା ପାଇଁ ସେମାନଙ୍କର ସେବା କରିବା ପାଇଁ ମୋର ସର୍ବୋତ୍ତମ ପ୍ରୟାସ ଜାରି ରଖିବି । ମୋର ଶକ୍ତି ଏବଂ ପ୍ରତିବଦ୍ଧତା ପୂର୍ବପରି ସମାନ ରହିଛି!

ଲେକ୍ସ ଫ୍ରିଡମ୍ୟାନ୍: ଜଣେ ଇଞ୍ଜିନିୟର ଏବଂ ଗଣିତ ପ୍ରେମୀ ଭାବରେ, ମୁଁ ପଚାରିବା ଉଚିତ୍ - ଶ୍ରୀନିବାସ ରାମାନୁଜନ ଏକ ଶତାବ୍ଦୀ ପୂର୍ବରୁ ଜଣେ ଭାରତୀୟ ଗଣିତଜ୍ଞ ଥିଲେ । ତାଙ୍କୁ ଇତିହାସର ଅନ୍ୟତମ ଶ୍ରେଷ୍ଠ ଗଣିତଜ୍ଞ ଭାବେ ବିବେଚନା କରାଯାଏ । ଏକ ଅତୁଳନୀୟ ପ୍ରତିଭା ଯେ କି ଦାରିଦ୍ର୍ୟ ଭିତରେ ବଡ଼ ହୋଇଥିଲେ। ଆପଣ ତାଙ୍କ ବିଷୟରେ ଅନେକ ସମୟରେ କହିଛନ୍ତି । ଆପଣ ତାଙ୍କଠାରୁ କ'ଣ ପ୍ରେରଣା ନେଉଛନ୍ତି?

ପ୍ରଧାନମନ୍ତ୍ରୀ: ଦେଖନ୍ତୁ, ମୋର ତାଙ୍କ ପ୍ରତି ବହୁତ ସମ୍ମାନ ଅଛି, ଏବଂ ମୋ ଦେଶରେ ସମସ୍ତେ ତାଙ୍କୁ ସମ୍ମାନ କରନ୍ତି କାରଣ ମୁଁ ବିଶ୍ୱାସ କରେ ଯେ ବିଜ୍ଞାନ ଏବଂ ଆଧ୍ୟାତ୍ମିକତା ମଧ୍ୟରେ ଗଭୀର ସମ୍ପର୍କ ରହିଛି । ଯଦି ଆପଣ ଭଲ ଭାବରେ ଦେଖନ୍ତି, ଅନେକ ବୈଜ୍ଞାନିକ ଉନ୍ନତ ମନ ମଧ୍ୟ ଆଧ୍ୟାତ୍ମିକ ଭାବରେ ଉନ୍ନତ ଅଟନ୍ତି - ସେମାନେ ଆଧ୍ୟାତ୍ମିକତା ଠାରୁ ବିଚ୍ଛିନ୍ନ ନୁହଁନ୍ତି । ଶ୍ରୀନିବାସ ରାମାନୁଜନ କହୁଥିଲେ ଯେ ତାଙ୍କର ଗାଣିତିକ ଧାରଣା ସେ ପୂଜା କରୁଥିବା ଦେବୀଙ୍କଠାରୁ ଆସିଛି । ଏହାର ଅର୍ଥ ହେଉଛି ଗଭୀର ସମର୍ପଣରୁ ଧାରଣା ଆସିଥାଏ  ଏବଂ ସମର୍ପଣ କେବଳ କଠିନ ପରିଶ୍ରମ ନୁହେଁ - ଏହା ହେଉଛି ନିଜକୁ ଏକ ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣ ଭାବରେ ସମର୍ପିତ କରିବା, ନିଜକୁ ଏତେ ଗଭୀରଭାବରେ ନିମଗ୍ନ କରିବା ଯେ ସେମାନେ ନିଜ କାର୍ଯ୍ୟରେ ଏକ ହୋଇଯାଆନ୍ତି । ଜ୍ଞାନର ବିଭିନ୍ନ ଉତ୍ସ ପାଇଁ ଆମେ ଯେତେ ଅଧିକ ଉନ୍ମୁକ୍ତ ରହିବୁ ସେତେ ଅଧିକ ଧାରଣା ପାଇବୁ । ସୂଚନା ଓ ଜ୍ଞାନ ମଧ୍ୟରେ ଥିବା ପାର୍ଥକ୍ୟକୁ ବୁଝିବା ମଧ୍ୟ ଜରୁରୀ । କିଛି ଲୋକ ସୂଚନାକୁ ଜ୍ଞାନ ବୋଲି ଭାବନ୍ତି- ସେମାନେ ବିପୁଳ ପରିମାଣର ସୂଚନା ସଂଗ୍ରହ କରନ୍ତି ଏବଂ ଏହାକୁ ପରିବହନ କରନ୍ତି । କିନ୍ତୁ ମୁଁ ବିଶ୍ୱାସ କରେ ନାହିଁ ଯେ ସୂଚନା ରହିବା ଅର୍ଥ ଜ୍ଞାନ ରହିବା । ଜ୍ଞାନ ହେଉଛି ଏକ ଶୃଙ୍ଖଳା- ଏହା ପ୍ରକ୍ରିୟାକରଣ ମାଧ୍ୟମରେ ଧୀରେ ଧୀରେ ବିକଶିତ ହୁଏ । ଆମେ ଏହି ପାର୍ଥକ୍ୟକୁ ବୁଝିବା ଉଚିତ ଏବଂ ଏହାକୁ ବୁଦ୍ଧିମତା ସହିତ ପରିଚାଳନା କରିବା ଉଚିତ୍ |

ଲେକ୍ସ ଫ୍ରିଡମ୍ୟାନ୍: ଆପଣଙ୍କ ପାଖରେ ଜଣେ ନିର୍ଣ୍ଣାୟକ ନେତାର ଭାବମୂର୍ତ୍ତି ରହିଛି। ତେବେ, ଆପଣ ମୋତେ ନିଷ୍ପତ୍ତି ନେବା ପ୍ରକ୍ରିୟା ବିଷୟରେ କିଛି କହିପାରିବେ କି? ଆପଣ କିପରି ନିଷ୍ପତ୍ତି ନେଇଥାନ୍ତି? ଆପଣଙ୍କ ପ୍ରକ୍ରିୟା କ'ଣ? ଯେତେବେଳେ କିଛି ଗୁରୁତ୍ୱପୂର୍ଣ୍ଣ କଥା ବିପଦରେ ପଡ଼ିଥାଏ, ଯେତେବେଳେ କୌଣସି ସ୍ପଷ୍ଟ ଉଦାହରଣ ନଥାଏ, ଯେତେବେଳେ ବହୁତ ଅନିଶ୍ଚିତତା ଥାଏ ଏବଂ ଯେତେବେଳେ ଆପଣଙ୍କୁ ସନ୍ତୁଳନ ରଖିବାର ଆବଶ୍ୟକତା ଥାଏ, ସେତେବେଳେ ଆପଣ କିପରି ନିଷ୍ପତ୍ତି ନେଇଥାନ୍ତି?

ପ୍ରଧାନମନ୍ତ୍ରୀ: ଏହାର ଅନେକ ଦିଗ ରହିଛି। ପ୍ରଥମତଃ, ମୁଁ ବିଶ୍ୱାସ କରେ ଯେ ମୁଁ ବୋଧହୁଏ ଭାରତର ଏକମାତ୍ର ରାଜନେତା ଯିଏ ଦେଶର ୮୫ରୁ ୯୦ ପ୍ରତିଶତ ଜିଲ୍ଲାରେ ଗୋଟିଏ ରାତି ବିତାଇଛି । ପ୍ରାରମ୍ଭିକ ଜୀବନରେ ମୁଁ ବ୍ୟାପକ ଭ୍ରମଣ କରୁଥିଲି। ସେଥିରୁ ମୁଁ ଯାହା ଶିଖିଛି ଏବଂ ଦେଖିଛି ତାହା ହେଉଛି ତୃଣମୂଳ ସ୍ତରର ପ୍ରାଥମିକ ଜ୍ଞାନ ଗୁରୁତ୍ବପୂର୍ଣ୍ଣ ଯାହାକୁ ବହିରେ ପଢିବା କିମ୍ବା ଅନ୍ୟମାନଙ୍କ ଠାରୁ ଜାଣିବା ସମ୍ଭବ ନୁହେଁ । ଦ୍ବିତୀୟତଃ, ପ୍ରଶାସନିକ ଦୃଷ୍ଟିକୋଣରୁ, ମୁଁ ଏପରି କୌଣସି ବୋଝ ବହନ କରେ ନାହିଁ ଯାହା ମୋତେ ଅଟକାଇ ରଖିବ କିମ୍ବା ମୋର କାର୍ଯ୍ୟକୁ ନିୟନ୍ତ୍ରଣ କରିବ । ତୃତୀୟତଃ, ନିଷ୍ପତ୍ତି ନେବା ପାଇଁ ମୋର ଏକ ସରଳ ମାପକାଠି ଅଛି: ମୋ ଦେଶ ପ୍ରଥମ ସ୍ଥାନରେ ରହିଛି। ମୁଁ ସର୍ବଦା ନିଜକୁ ପଚାରୁଛି: ମୁଁ ଯାହା କରୁଛି ତାହା  ମୋ ଦେଶକୁ କୌଣସି ପ୍ରକାର କ୍ଷତି କରୁ ନାହିଁ ତ? ମହାତ୍ମା ଗାନ୍ଧୀ ଅନେକ ସମୟରେ କହୁଥିଲେ, "ଯେତେବେଳେ ବି ଆପଣ କୌଣସି ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱର ସମ୍ମୁଖୀନ ହୁଅନ୍ତି, ସେତେବେଳେ ଆପଣ ଭେଟିଥିବା ସବୁଠାରୁ ଗରିବ ବ୍ୟକ୍ତିଙ୍କ ଚେହେରା ବିଷୟରେ ଚିନ୍ତା କରନ୍ତୁ। ତା'ପରେ ଚିନ୍ତା କରନ୍ତୁ କି ଆପଣଙ୍କ ନିଷ୍ପତ୍ତି ସେମାନଙ୍କୁ ସାହାଯ୍ୟ କରିବ କି? ତା'ହେଲେ ଆପଣଙ୍କ ନିଷ୍ପତ୍ତି ଠିକ୍ ହେବ। ଏହି ନୀତି ମୋତେ ବହୁତ ସାହାଯ୍ୟ କରେ | ମୁଁ ସର୍ବଦା ସାଧାରଣ ଲୋକଙ୍କ ବିଷୟରେ ଚିନ୍ତା କରିବାକୁ ଚେଷ୍ଟା କରେ ଏବଂ ମୋର ନିଷ୍ପତ୍ତି ସେମାନଙ୍କ ପାଇଁ ଲାଭଦାୟକ ହେବ କି ନାହିଁ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ମୁଁ ଭଲ ଭାବରେ ଯୋଗାଯୋଗରେ ରହୁଛି । ମୋର ସରକାରୀ ଅଧିକାରୀମାନେ ଈର୍ଷା କିମ୍ବା ନିରାଶ ଅନୁଭବ କରିପାରନ୍ତି କାରଣ ମୋ ପାଖରେ ଲାଇଭ୍ ସୂଚନା ପ୍ରବାହର ଏକାଧିକ ଚ୍ୟାନେଲ୍ ଅଛି | ମୁଁ କେବଳ ବ୍ରିଫିଂ ଉପରେ ନିର୍ଭର କରେ ନାହିଁ, ମୋ ପାଖରେ ଅନେକ ସୂଚନା ଚ୍ୟାନେଲ୍ ଅଛି ଏବଂ ସେଥିମଧ୍ୟରୁ ଅଧିକାଂଶ ଲାଇଭ୍ ଅଛି । ତେଣୁ ମୁଁ ସେମାନଙ୍କଠାରୁ ଅନେକ ତଥ୍ୟ ପାଇଥାଏ। ମୁଁ ଏକାଧିକ ସୂତ୍ରରୁ ସୂଚନା ପାଉଛି । ଯଦି କେହି ମୋତେ ସୂଚନା ଦିଅନ୍ତି ତେବେ ମୁଁ କେବଳ ସେହି ସୂଚନା ଉପରେ ନିର୍ଭର କରେ ନାହିଁ । ଅନ୍ୟାନ୍ୟ ଦିଗ ମଧ୍ୟ ରହିଛି। ଏହାବ୍ୟତୀତ ମୋର ଜଣେ ଛାତ୍ରର ମାନସିକତା ମଧ୍ୟ ରହିଛି। ଯଦି ଜଣେ ଅଧିକାରୀ ମୋତେ କିଛି କୁହନ୍ତି, ମୁଁ ସେମାନଙ୍କୁ ଭଲ ଭାବରେ ପ୍ରଶ୍ନ କରେ - "ଏହା କାହିଁକି? ପରବର୍ତ୍ତୀ ସମୟରେ କ'ଣ ହେବ? ଏହା କେମିତି କାମ କରେ?" ଯଦି ମୋ ପାଖରେ ଭିନ୍ନ ସୂଚନା ଅଛି, ତେବେ ମୁଁ ସେମାନଙ୍କ ମତକୁ ଚ୍ୟାଲେଞ୍ଜ କରେ । ଧାରଣାର ଏହି ଗଭୀର ମନ୍ଥନ ମୋତେ ବିଷୟର ସାର ବାହାର କରିବାରେ ସାହାଯ୍ୟ କରେ | ଦ୍ବିତୀୟତଃ, ଯେତେବେଳେ ମୁଁ କୌଣସି ନିଷ୍ପତ୍ତି ନେଇଥାଏ, ମୁଁ ଏହାକୁ ସମାନ ଚିନ୍ତାଧାରାର ବ୍ୟକ୍ତିମାନଙ୍କ ସହିତ ଅଂଶୀଦାର କରି ଏବଂ ସେମାନଙ୍କ ପ୍ରତିକ୍ରିୟାକୁ ଅନୁଧ୍ୟାନ କରି ପରୀକ୍ଷା କରେ | ଥରେ ମୁଁ ନିଶ୍ଚିତ ହେବା ପରେ, ମୁଁ ପୂରା ଆତ୍ମବିଶ୍ୱାସ ସହିତ ଆଗକୁ ବଢ଼ିଥାଏ । ଏବଂ ମୁଁ ଆପଣଙ୍କୁ କହିବାକୁ ଚାହୁଁଛି- ଏହି ପ୍ରକ୍ରିୟା ରେ ଅଧିକ ସମୟ ଲାଗେ ନାହିଁ । ମୋର ବେଗ ବହୁତ ଅଧିକ । ମୁଁ ଆପଣଙ୍କୁ ଏକ ଉଦାହରଣ ଦେବି । କୋଭିଡ୍-୧୯ ସମୟରେ ମୁଁ କିପରି ନିଷ୍ପତ୍ତି ନେଲି? ମୁଁ ନୋବେଲ ପୁରସ୍କାର ବିଜେତା ଅର୍ଥନୀତିଜ୍ଞମାନଙ୍କୁ ଭେଟିଲି, ଏବଂ ସେମାନେ ମୋତେ ବିଭିନ୍ନ ସିଦ୍ଧାନ୍ତ ଦେଲେ - "ଏହି ଦେଶ ଏହା କରିଛି, ସେହି ଦେଶ ତାହା କରିଛି । ଆପଣ ମଧ୍ୟ ତାହା କରିବା ଉଚିତ୍। ଶୀର୍ଷ ଅର୍ଥନୀତିଜ୍ଞମାନେ ମୋ ମନକୁ ଭାରାକ୍ରାନ୍ତ କରୁଥିଲେ। ରାଜନୈତିକ ଦଳଗୁଡ଼ିକ ମୋ ଉପରେ ଚାପ ପକାଉଥିଲେ- "ଏତେ ଟଙ୍କା ଲୋକଙ୍କୁ ଦିଅ, ତାହା କର!" କିନ୍ତୁ ମୁଁ ତରବରିଆ ଭାବେ କୌଣସି ପଦକ୍ଷେପ ନେଇନଥିଲି। ମୁଁ ପରିସ୍ଥିତିର ଗଭୀର ବିଶ୍ଳେଷଣ କରିଥିଲି। ତା'ପରେ ମୁଁ ମୋ ଦେଶର ସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଥିଲି। ମୁଁ ସ୍ଥିର କଲି, "କୌଣସି ଭାରତୀୟ ଭୋକିଲା ରହିବା ଉଚିତ୍ ନୁହେଁ। ସାମାଜିକ ଅଶାନ୍ତିକୁ ଏଡ଼ାଇବା ପାଇଁ ମୌଳିକ ଆବଶ୍ୟକତା ପୂରଣ କରିବାକୁ ପଡ଼ିବ। ମୁଁ ଏହି ଧାରଣାଗୁଡ଼ିକୁ ମୋ ମନରେ ବିକଶିତ କରିଥିଲି | ସେହି ସମୟରେ ସମଗ୍ର ବିଶ୍ୱରେ ଲକଡାଉନ୍ ଥିଲା ଏବଂ ବିଶ୍ୱ ଅର୍ଥନୀତି ଭୁଶୁଡ଼ି ପଡ଼ିଥିଲା। ଦୁନିଆ ଚାହୁଁଥିଲା ଯେ ମୁଁ ଟ୍ରେଜେରୀ ଖୋଲିବି, ମୁଦ୍ରା ନୋଟ୍ ଛାପିବି ଏବଂ ଲୋକଙ୍କୁ ବଣ୍ଟନ କରିବି । ଏହା କେଉଁ ପ୍ରକାରର ଅର୍ଥନୈତିକ ମଡେଲ ହେବ? ମୁଁ ସେହି ମାର୍ଗ ଅନୁସରଣ କରିବାକୁ ଚାହୁଁନଥିଲି । କିନ୍ତୁ ମୋର ଅଭିଜ୍ଞତା କହୁଛି ଯେ ମୁଁ ଯେଉଁ ମାର୍ଗ ବାଛିଥିଲି, ବିଶେଷଜ୍ଞମାନଙ୍କ ଠାରୁ ମୋତେ ଯେଉଁ ମତାମତ ମିଳିଥିଲା, ମୁଁ ସେମାନଙ୍କୁ ବୁଝିବାକୁ ଚେଷ୍ଟା କରିଥିଲି । ମୁଁ ସେମାନଙ୍କୁ ବିରୋଧ ମଧ୍ୟ କରିନଥିଲି। ଏହା ପରିବର୍ତ୍ତେ ମୁଁ ଭାରତର ଅନନ୍ୟ ଆବଶ୍ୟକତା ଏବଂ ଅଭିଜ୍ଞତା ଆଧାରରେ ନୀତି ପ୍ରସ୍ତୁତ କରିଥିଲି ଏବଂ ସେହି ଅନୁଯାୟୀ ବ୍ୟବସ୍ଥା ବିକଶିତ କରିଥିଲି । ଫଳରେ କୋଭିଡ୍ ପରେ ଅନେକ ଦେଶ ବ୍ୟାପକ ମୁଦ୍ରାସ୍ଫୀତି ସମସ୍ୟାର ସମ୍ମୁଖୀନ ହୋଇଥିଲେ ମଧ୍ୟ ଆମ ଦେଶ ସ୍ଥିର ରହିଥିଲା। ଆଜି, ମୋ ଦେଶ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି - ସେହି କଠୋର କିନ୍ତୁ ବୁଦ୍ଧିମାନ ନିଷ୍ପତ୍ତିର ସିଧାସଳଖ ଫଳାଫଳ। ମୁଁ ବିଭିନ୍ନ ସିଦ୍ଧାନ୍ତରେ ପ୍ରଲୋଭିତ ହୋଇନଥିଲି । ଖବରକାଗଜ ପସନ୍ଦ କରିବ କି ନାହିଁ ମୁଁ ଚିନ୍ତା କରୁନଥିଲି । ସେମାନେ ଏ ବିଷୟରେ ଭଲ କିମ୍ବା ଖରାପ ଲେଖିବେ ନା ମୋତେ ସମାଲୋଚନା କରିବେ। ମୁଁ ଭିତ୍ତିଭୂମି ଉପରେ ଧ୍ୟାନ ଦେଇଥିଲି ଏବଂ ଏହାକୁ ଆଗକୁ ବଢ଼ାଇଥିଲି । ଏହା ଆମର ଅର୍ଥନୀତିକୁ ମଧ୍ୟ ସାହାଯ୍ୟ କରିଥିଲା । ମୋ ଦେଶର ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗକୁ ବଢ଼ିବାକୁ ମୋର ପ୍ରୟାସ ଥିଲା। ଦ୍ବିତୀୟତଃ, ମୋର ବହୁତ ବିପଦ ନେବାର କ୍ଷମତା ଅଛି । କୌଣସି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ମୋତେ କ୍ଷତି ପହଞ୍ଚାଇବ କି ନାହିଁ ମୁଁ କେବେ ଚିନ୍ତା କରେ ନାହିଁ । ଯଦି ମୋ ଦେଶ ଓ ଲୋକଙ୍କ ପାଇଁ କିଛି ଠିକ୍ ହୁଏ, ତେବେ ମୁଁ ସାହସିକ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ଅଛି। ମୁଁ ଏହାର ଦାୟୀତ୍ବ ନେଉଛି । ଯଦି କିଛି ଭୁଲ ହୁଏ, ମୁଁ କେବେ ବି ଅନ୍ୟକୁ ଦୋଷ ଦିଏ ନାହିଁ । ମୁଁ ସମ୍ପୂର୍ଣ୍ଣ ଦାୟିତ୍ୱ ନେଉଛି। ଯେତେବେଳେ ଜଣେ ନେତା ଦାୟୀତ୍ବ ଗ୍ରହଣ କରନ୍ତି, ତାଙ୍କ ଦଳ ବିଶ୍ୱାସ ହାସଲ କରିଥାଏ । ସେମାନେ ଜାଣନ୍ତି, "ଏହି ଲୋକଟି ଆମକୁ ବିଫଳ ହେବାକୁ ଦେବ ନାହିଁ। ସେ ଆମ ସହିତ ଠିଆ ହେବେ, କାରଣ ମୋର ନିଷ୍ପତ୍ତି ସଚ୍ଚୋଟ ଏବଂ ସଦ୍ଭାବନାରେ ରହିଛି। ମୁଁ ଦେଶବାସୀଙ୍କୁ କହିଥିଲି ଯେ ଭୁଲ ହୋଇପାରେ । ମୁଁ ପୂର୍ବରୁ ଲୋକଙ୍କୁ କହିଥିଲି ଯେ ମୁଁ ଜଣେ ମଣିଷ ଏବଂ ଭୁଲ କରିପାରେ । ତେବେ ମୋର ଉଦ୍ଦେଶ୍ୟ କେବେ ବି ଭୁଲ୍ ହେବ ନାହିଁ। ଲୋକମାନେ ମଧ୍ୟ ଏସବୁ କଥା କୁ ଅନୁଭବ କରିଥାନ୍ତି । ସେମାନେ ଏହା ମଧ୍ୟ ଦେଖୁଛନ୍ତି ଯେ ମୋଦି ୨୦୧୩ରେ କିଛି କହିଥିଲେ, କିନ୍ତୁ ତାହା ହେଲା ନାହିଁ । କିନ୍ତୁ ସେମାନେ ଏହା ମଧ୍ୟ ଜାଣନ୍ତି ଯେ ମୋର ଉଦ୍ଦେଶ୍ୟ ଭୁଲ୍ ନଥିଲା । ସେମାନେ ଜାଣନ୍ତି ଯେ ମୁଁ ଭଲ ଉଦ୍ଦେଶ୍ୟ ରେ କିଛି କରିବାକୁ ଚାହୁଁଥିଲି, କିନ୍ତୁ ତାହା ହେଲା ନାହିଁ । ସେଥିପାଇଁ ସମାଜ ମୋତେ ଗ୍ରହଣ କରିଥାଏ।

ଲେକ୍ସ ଫ୍ରିଡମ୍ୟାନ: କିଛି ସପ୍ତାହ ତଳେ ଫ୍ରାନ୍ସରେ ଆୟୋଜିତ ଏଆଇ ଶିଖର ସମ୍ମିଳନୀରେ ଆପଣ ଏଆଇ ଉପରେ ଏକ ଚମତ୍କାର ଭାଷଣ ଦେଇଥିଲେ। ସେହି ଭାଷଣରେ, ଆପଣ ଭାରତରେ ବହୁ ସଂଖ୍ୟକ ଏଆଇ ଇଞ୍ଜିନିୟରଙ୍କ ବିଷୟରେ ଆଲୋଚନା କରିଥିଲେ - ବୋଧହୁଏ ବିଶ୍ୱର ପ୍ରତିଭାବାନ ଇଞ୍ଜିନିୟରମାନଙ୍କର ଏକ ବୃହତ୍ତମ ପୁଲ । ଏଆଇରେ ଭାରତ କିପରି ବିଶ୍ୱସ୍ତରୀୟ ନେତୃତ୍ୱ ହାସଲ କରିପାରିବ? ବର୍ତ୍ତମାନ ଏହା ଆମେରିକା ପଛରେ ରହିଛି। ଅନ୍ୟ ଦେଶକୁ ପଛରେ ପକାଇ ଏଆଇରେ ଶ୍ରେଷ୍ଠ ହେବାକୁ ହେଲେ ଭାରତ କ'ଣ କରିବ?

ପ୍ରଧାନମନ୍ତ୍ରୀ: ମୁଁ ଯାହା କହିବାକୁ ଯାଉଛି ତାହା ଟିକେ ସାହସିକ ଲାଗୁଥିବ ଏବଂ କିଛି ଲୋକ ଅସହମତ ମଧ୍ୟ ହୋଇପାରନ୍ତି । କିନ୍ତୁ ଆପଣ ଯେହେତୁ ପଚାରିଛନ୍ତି, ମୁଁ ମୋ ହୃଦୟରୁ କହିବି । ଏଆଇରେ ବିଶ୍ୱ ଯାହା କଲେ ବି ଭାରତ ବିନା ଏଆଇ ଅସମ୍ପୂର୍ଣ୍ଣ । ଏହା ଏକ ଅତ୍ୟନ୍ତ ଦାୟିତ୍ୱପୂର୍ଣ୍ଣ ବୟାନ ଯାହା ମୁଁ ଦେଉଛି । ଏହା ବିଷୟରେ ଚିନ୍ତା କରନ୍ତୁ- ଏଆଇ ସହିତ ଆପଣଙ୍କର ନିଜର ଅଭିଜ୍ଞତା କ'ଣ ଥିଲା? ପ୍ୟାରିସରେ ମୋର ଭାଷଣ ଶୁଣିଛନ୍ତି- ଆପଣ କ'ଣ ଭାବୁଛନ୍ତି? ଏଆଇ କେବଳ ଗୋଟିଏ ଦେଶ ଦ୍ୱାରା ବିକଶିତ ହୋଇପାରିବ କି? ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି କ'ଣ?

ଲେକ୍ସ ଫ୍ରିଡମ୍ୟାନ୍: ବାସ୍ତବରେ, ଆପଣ ଆପଣଙ୍କ ଭାଷଣରେ ଏଆଇର ସକାରାତ୍ମକ ପ୍ରଭାବ ଏବଂ ସୀମିତତାର ଏକ ଚମତ୍କାର ଉଦାହରଣ ଦେଇଛନ୍ତି। ମୁଁ ବିଶ୍ୱାସ କରେ ଯେ ଆପଣ ଦେଇଥିବା ଉଦାହରଣ ଟି ଏଆଇକୁ ଜଣେ ବ୍ୟକ୍ତିଙ୍କ ଭାବମୂର୍ତ୍ତି ସୃଷ୍ଟି କରିବାକୁ କହିବା ବିଷୟରେ ଥିଲା ...

ପ୍ରଧାନମନ୍ତ୍ରୀ: ସେମାନଙ୍କ ବାମ ହାତରେ!

ଲେକ୍ସ ଫ୍ରିଡମ୍ୟାନ୍: ହଁ, ବାମ ହାତ ବିଷୟରେ-ଏଆଇ ସର୍ବଦା ଜଣେ ବ୍ୟକ୍ତିଙ୍କ ଭାବମୂର୍ତ୍ତି ସୃଷ୍ଟି କରେ ଯିଏ କି ସେମାନଙ୍କ ଡାହାଣ ହାତରେ ଲେଖନ୍ତି । ଏହା ଦର୍ଶାଉଛି ଯେ ଯେତେବେଳେ ଏଆଇ ସିଷ୍ଟମ କେବଳ ପାଶ୍ଚାତ୍ୟ ଦେଶମାନଙ୍କ ଦ୍ୱାରା ବିକଶିତ ହୁଏ ଏବଂ ଭାରତ ସେହି ପ୍ରକ୍ରିୟାର ଅଂଶ ନୁହେଁ, ଏଆଇ ସର୍ବଦା ଜଣେ ଡାହାଣ ହାତୀ ବ୍ୟକ୍ତିଙ୍କ ଭାବମୂର୍ତ୍ତି ସୃଷ୍ଟି କରିବ କାରଣ ସିଷ୍ଟମକୁ ସେହି ଉପାୟରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏକବିଂଶ ଶତାବ୍ଦୀରେ ଭାରତ ସର୍ବଦା ବିଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ଆସିଛି ।

ପ୍ରଧାନମନ୍ତ୍ରୀ: ମୁଁ ବିଶ୍ୱାସ କରେ ଯେ ଏଆଇ ବିକାଶ ଏକ ସହଯୋଗ । ସମସ୍ତେ ନିଜର ଅନୁଭୂତି ଏବଂ ଶିକ୍ଷା ବାଣ୍ଟି ପରସ୍ପରକୁ ସମର୍ଥନ କରିପାରିବେ । ଭାରତ କେବଳ ମଡେଲ ତିଆରି କରୁନାହିଁ, ବରଂ ନିର୍ଦ୍ଦିଷ୍ଟ ବ୍ୟବହାର ମାମଲା ପାଇଁ ଏଆଇ ଭିତ୍ତିକ ଆପ୍ଲିକେସନ୍ ବିକଶିତ କରୁଛି। ଜିପିୟୁ ଆକ୍ସେସ୍ ଯେପରି ସମାଜର ସମସ୍ତ ବର୍ଗଙ୍କ ପାଖରେ ପହଞ୍ଚିପାରିବ ତାହା ସୁନିଶ୍ଚିତ କରିବା ପାଇଁ, ଆମ ପାଖରେ ପୂର୍ବରୁ ଏକ ଅନନ୍ୟ, ବଜାର ଭିତ୍ତିକ ମଡେଲ୍ ଅଛି । ଭାରତରେ ମାନସିକତା ରେ ପରିବର୍ତ୍ତନ ଘଟୁଛି । ଐତିହାସିକ କାରଣ, ସରକାରୀ କାର୍ଯ୍ୟ ପ୍ରକ୍ରିୟା କିମ୍ବା ଏକ ଦୃଢ଼ ସମର୍ଥନ ବ୍ୟବସ୍ଥାର ଅଭାବ କାରଣରୁ, କିଛି ଲୋକ ଅନୁଭବ କରିପାରନ୍ତି ଯେ ଆମେ ଏଆଇ ବିକାଶରେ ମନ୍ଥର ଅଛୁ । କିନ୍ତୁ ୫ଜିକୁ ଦେଖନ୍ତୁ- ଦୁନିଆ ଭାବିଲା ଯେ ଆମେ ବହୁତ ପଛରେ ଅଛୁ। କିନ୍ତୁ ଯେତେବେଳେ ଆମେ ଆରମ୍ଭ କଲୁ, ଆମେ ୫ଜି ଆରମ୍ଭ କରିବାରେ ବିଶ୍ୱର ଦ୍ରୁତତମ ଦେଶ ହୋଇଗଲୁ । ନିକଟରେ ଏକ ଆମେରିକୀୟ କମ୍ପାନୀର ସିଇଓ ମୋ ସହ ଏକ ଅନୁଭୂତି ବାଣ୍ଟିଥିଲେ । ସେ କହିଛନ୍ତି, "ଯଦି ମୁଁ ଆମେରିକାରେ ଇଞ୍ଜିନିୟରମାନଙ୍କ ପାଇଁ ଚାକିରି ବିଜ୍ଞାପନ ପୋଷ୍ଟ କରେ, ତେବେ ଏହି ପଦବୀ ପାଇଁ ମାତ୍ର କିଛି  ଜଣେ ଆସିଥାନ୍ତି। କିନ୍ତୁ ଯଦି ମୁଁ ଭାରତରେ ସମାନ ବିଜ୍ଞାପନ ପୋଷ୍ଟ କରେ, ତେବେ ଆବେଦନ କରୁଥିବା ଇଞ୍ଜିନିୟରଙ୍କ ସଂଖ୍ୟା ପାଇଁ ଏକ ଫୁଟବଲ ଷ୍ଟାଡିୟମ ମଧ୍ୟ ଯଥେଷ୍ଟ ହେବ ନାହିଁ। ଏହା ଭାରତର ବିଶାଳ ପ୍ରତିଭା ପୁଲକୁ ଦର୍ଶାଏ  ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କେବଳ ରିଅଲ ଇଣ୍ଟେଲିଜେନ୍ସ ସହିତ ସମୃଦ୍ଧ ହୋଇପାରିବ। ରିଅଲ ଇଣ୍ଟେଲିଜେନ୍ସ ବିନା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର କୌଣସି ଭବିଷ୍ୟତ ନାହିଁ । ଏବଂ ଏହି ପ୍ରକୃତ ଇଣ୍ଟେଲିଜେନ୍ସ କେଉଁଠି ଅଛି? ଏହା ଭାରତର ଯୁବ ପ୍ରତିଭାଙ୍କ ନିକଟରେ ରହିଛି। ମୁଁ ଭାବୁଛି ଏଆଇରେ ଏହା ଭାରତର ସବୁଠାରୁ ବଡ଼ ଶକ୍ତି ।

ଲେକ୍ସ ଫ୍ରିଡମ୍ୟାନ୍: କିନ୍ତୁ ଯଦି ଆପଣ ଶୀର୍ଷ ଟେକ୍ ନେତୃବୃନ୍ଦଙ୍କୁ ଦେଖନ୍ତି- ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ବଂଶୋଦ୍ଭବ। ବୈଷୟିକ ପ୍ରତିଭାଙ୍କଠାରୁ ଆରମ୍ଭ କରି ଟେକ୍ ନେତୃତ୍ୱ ପର୍ଯ୍ୟନ୍ତ ସୁନ୍ଦର ପିଚାଇ, ସତ୍ୟ ନଡେଲା, ଅରବିନ୍ଦ ଶ୍ରୀନିବାସଙ୍କ ଭଳି ନାମ ଦେଖିବାକୁ ମିଳୁଛି। ଆପଣ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଭେଟିଛନ୍ତି। ସେମାନଙ୍କ ଭାରତୀୟ ପୃଷ୍ଠଭୂମି ବିଷୟରେ ଏହା କ'ଣ ଯାହା ସେମାନଙ୍କୁ ଏତେ ସଫଳ ହେବାକୁ ସକ୍ଷମ କରେ?

ପ୍ରଧାନମନ୍ତ୍ରୀ: ଦେଖନ୍ତୁ, ଭାରତ ଯେଉଁ ମୂଲ୍ୟବୋଧ ସୃଷ୍ଟି କରିଛି ତାହା ଏପରି ଯେ ଆମକୁ ଉଭୟ ଜନ୍ମଭୂମି (ଜନ୍ମସ୍ଥାନ) ଏବଂ କର୍ମଭୂମି (କର୍ମକ୍ଷେତ୍ର)କୁ ସମ୍ମାନ ଦେବାକୁ ଶିକ୍ଷା ଦିଆଯାଏ । ସେମାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ରହିବା ଉଚିତ୍ ନୁହେଁ। ଯେମିତି ଆମକୁ ନିଜ ମାତୃଭୂମି ପାଇଁ ଉତ୍ସର୍ଗୀକୃତ ହେବାକୁ ପଡ଼ିବ, ଠିକ୍ ସେହିପରି ଆମେ ଯେଉଁ ଭୂମିରେ କାମ କରୁଛୁ, ସେହି ଭୂମି ପ୍ରତି ମଧ୍ୟ ସମାନ ଭାବେ ଉତ୍ସର୍ଗୀକୃତ ହେବା ଦରକାର ଏବଂ ଆମେ ଯେଉଁଠି ବି ଥାଉ, ସର୍ବଦା ଆମର ଶ୍ରେଷ୍ଠ ପ୍ରଦର୍ଶନ କରିବା ଉଚିତ୍ । ସେଥିପାଇଁ ଭାରତୀୟମାନେ ଯେକୌଣସି ସ୍ଥାନରେ ଥାଆନ୍ତୁ ନା କାହିଁକି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାରେ ଉତ୍କୃଷ୍ଟ ହୁଅନ୍ତି- ସେମାନେ ଉଚ୍ଚ ପଦବୀରେ ଥାଆନ୍ତୁ କିମ୍ବା ଛୋଟ ଛୋଟ ଭୂମିକାରେ ଥାଆନ୍ତୁ। ଆଉ ଏକ କାରଣ ହେଉଛି ସେମାନେ ଭୁଲ ଜିନିଷରେ ଫସି ନଥାନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ସଠିକ୍ କାମ କରିବା ଉପରେ ଧ୍ୟାନ ଦିଅନ୍ତି । ଏହାବ୍ୟତୀତ, ସେମାନଙ୍କର ପ୍ରକୃତି ସେମାନଙ୍କୁ ସମସ୍ତଙ୍କ ସହ ଖାପ ଖୁଆଇବା ଏବଂ ଭଲ ଭାବରେ କାମ କରିବାକୁ ଅନୁମତି ଦିଏ | ଶେଷରେ ସଫଳତା କେବଳ ଜ୍ଞାନ ନୁହେଁ। ଏକ ଦଳରେ କାମ କରିବାର ଦକ୍ଷତା ରହିବା - ଲୋକଙ୍କୁ ବୁଝିବା ଏବଂ ସେମାନଙ୍କର ସର୍ବୋତ୍ତମ କାର୍ଯ୍ୟ କୁ ସାମ୍ନାକୁ ଆଣିବା - ନେତୃତ୍ୱର ଏକ ବଡ଼ କାରଣ | ମୋଟାମୋଟି ଭାବେ ଯୁଗ୍ମ ପରିବାର ବା ମୁକ୍ତ ସମାଜରେ ବଢିଥିବା ଭାରତୀୟମାନେ ବଡ଼ ବଡ଼ ସଂଗଠନର ସଫଳ ନେତୃତ୍ୱ ନେବା ସହଜ ମନେ କରନ୍ତି । କେବଳ ଏହି ବଡ଼ ବଡ଼ କଂପାନି ନୁହଁନ୍ତି- ଭାରତୀୟମାନେ ବିଶ୍ୱର ବିଭିନ୍ନ ସରକାର ଓ ଅନୁଷ୍ଠାନରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଛନ୍ତି। ଭାରତୀୟ ବୃତ୍ତିଜୀବୀମାନଙ୍କର ସମସ୍ୟା ସମାଧାନ କୌଶଳ ଏବଂ ବିଶ୍ଳେଷଣାତ୍ମକ ଚିନ୍ତାଧାରା ସେମାନଙ୍କୁ ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ ଏବଂ ଅତ୍ୟନ୍ତ ମୂଲ୍ୟବାନ କରିଥାଏ । ସେଥିପାଇଁ ଉଦ୍ଭାବନ, ଉଦ୍ୟୋଗ, ଷ୍ଟାର୍ଟଅପ୍ ହେଉ କିମ୍ବା ବୋର୍ଡରୁମ୍ ରେ ଭାରତୀୟମାନେ ଉତ୍କର୍ଷ ହାସଲ କରିଥାନ୍ତି। ଏବେ ଆମ ମହାକାଶ କ୍ଷେତ୍ରକୁ ଉଦାହରଣ ଭାବେ ନିଆଯାଉ। ପୂର୍ବରୁ ମହାକାଶ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ନିୟନ୍ତ୍ରଣରେ ଥିଲା। କିଛି ବର୍ଷ ତଳେ ମୁଁ ଏହାକୁ ଘରୋଇ କ୍ଷେତ୍ର ପାଇଁ ଖୋଲିଦେଇଥିଲି। ଆଉ ମାତ୍ର ଦୁଇ ବର୍ଷ ମଧ୍ୟରେ ମହାକାଶ ଶିଳ୍ପରେ ୨୦୦ରୁ ଅଧିକ ଷ୍ଟାର୍ଟଅପ୍ ଉଭା ହୋଇଛନ୍ତି। ଦେଖନ୍ତୁ ଚନ୍ଦ୍ରଯାନ- ଭାରତର ଚନ୍ଦ୍ର ଅଭିଯାନ । ଆମ ମିଶନର ମୂଲ୍ୟ ଏତେ କମ୍ ଯେ ଏହା ହଲିଉଡ ଫିଲ୍ମ ଠାରୁ ମଧ୍ୟ ଶସ୍ତା ! ଯେତେବେଳେ ବିଶ୍ୱ ଦେଖୁଛି ଯେ ଆମର ଉଦ୍ଭାବନ କେତେ ଶସ୍ତା, ସେମାନେ ସ୍ୱାଭାବିକ ଭାବରେ ଆମ ସହିତ ସହଯୋଗ କରିବାକୁ ଚାହାଁନ୍ତି | ଭାରତୀୟ ପ୍ରତିଭା ପ୍ରତି ଏହି ସମ୍ମାନ ଆମ ସଭ୍ୟତା ଆଦର୍ଶରୁ ଆସିଛି । ଏହା ହିଁ ଆମର ପରିଚୟ।

ଲେକ୍ସ ଫ୍ରିଡମ୍ୟାନ୍: ତେଣୁ, ଆପଣ ମାନବ ବୁଦ୍ଧି ବିଷୟରେ କହିଥିଲେ। ଆପଣ ଚିନ୍ତା କରୁଛନ୍ତି କି ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଆମର ସ୍ଥାନ ନେବ?

ପ୍ରଧାନମନ୍ତ୍ରୀ: ଦେଖନ୍ତୁ, ପ୍ରତ୍ୟେକ ଯୁଗରେ, ପ୍ରଯୁକ୍ତି ବିଦ୍ୟା ଏବଂ ମଣିଷ ମଧ୍ୟରେ ଏକ ପ୍ରତିଦ୍ୱନ୍ଦ୍ୱିତାର ଭାବନା ସୃଷ୍ଟି କରିବାକୁ ପ୍ରୟାସ କରାଯାଇଛି । ଟେକ୍ନୋଲୋଜି ମାନବିକତାକୁ ଚ୍ୟାଲେଞ୍ଜ କରିବ ବୋଲି ଲୋକମାନେ ବାରମ୍ବାର କହୁଛନ୍ତି। କିନ୍ତୁ ପ୍ରତ୍ୟେକ ଥର ଟେକ୍ନୋଲୋଜି ବିକଶିତ ହୋଇଛି ଏବଂ ମଣିଷ ସବୁବେଳେ ଗୋଟିଏ ପାଦ ଆଗରେ ରହିଆସିଛି । ଏହା ପ୍ରତିଥର ଘଟିଛି। କାରଣ ମଣିଷ ହିଁ ଟେକ୍ନୋଲୋଜିର ସର୍ବୋତ୍ତମ ଉପାୟରେ ବ୍ୟବହାର କରିବା ଶିଖିଥାଏ । ଏବେ ଏଆଇ ଏପରି ସ୍ଥିତିରେ ପହଞ୍ଚିଛି, ଯେଉଁଠି ମଣିଷ ମଣିଷ ହେବାର ପ୍ରକୃତ ଅର୍ଥ କ'ଣ ତାହା ଚିନ୍ତା କରିବାକୁ ବାଧ୍ୟ ହେଉଛି। ଏହା ନିଜେ ଏଆଇର ଶକ୍ତିର ପ୍ରମାଣ । କିନ୍ତୁ ଏଆଇ ଯେତେ ଉନ୍ନତ ହେଉ ନା କାହିଁକି, ମଣିଷର କଳ୍ପନାଶକ୍ତି ସର୍ବଦା ଅନନ୍ୟ ରହିବ। ଏଆଇ ଅନେକ ଜିନିଷ ସୃଷ୍ଟି କରିପାରେ । ହୁଏତ ଭବିଷ୍ୟତରେ ଏହା ଆଜିର କଳ୍ପନା ଠାରୁ ଅଧିକ ଉତ୍ପାଦନ କରିବ । କିନ୍ତୁ ମୁଁ ବିଶ୍ୱାସ କରେ ନାହିଁ ଯେ କଳ୍ପନା ଶକ୍ତିର କୌଣସି ବିକଳ୍ପ ନାହିଁ।

ଲେକ୍ସ ଫ୍ରିଡମ୍ୟାନ୍: ମୁଁ ଆପଣଙ୍କ ସହ ସହମତ। ଏହା ପ୍ରକୃତରେ ମୋତେ ଏବଂ ଅନ୍ୟ ଅନେକଙ୍କୁ ଗଭୀର ଭାବରେ ଚିନ୍ତା କରିବାକୁ ବାଧ୍ୟ କରେ ଯେ କ'ଣ ମନୁଷ୍ୟକୁ ବିଶେଷ କରିଥାଏ । କାରଣ କଳ୍ପନା, ସୃଜନଶୀଳତା, ଚେତନା, ଭୟ, ପ୍ରେମ, ସ୍ୱପ୍ନ ଏବଂ ଭିନ୍ନ ଭାବରେ ଚିନ୍ତା କରିବା, ଆଗକୁ ଯିବାର କ୍ଷମତା ଭଳି ଅନେକ ଜିନିଷ ଅଛି! ବିପଦ ନେବାର କ୍ଷମତା- ଏହି ସବୁ ଜିନିଷ ମନୁଷ୍ୟକୁ ସ୍ବତନ୍ତ୍ର କରିଥାଏ।

ପ୍ରଧାନମନ୍ତ୍ରୀ: ଏବେ, ଯତ୍ନ ଉପରେ ନଜର ପକାନ୍ତୁ- ପରସ୍ପରର ଯତ୍ନ ନେବାର ସହଜ ମାନବ କ୍ଷମତା। ଏଆଇ ଏହା କରିପାରିବ କି?

ଲେକ୍ସ ଫ୍ରିଡମ୍ୟାନ୍: ଏହା ଏକବିଂଶ ଶତାବ୍ଦୀର ଏକ ବଡ଼ ସମାଧାନ ହୋଇନଥିବା ପ୍ରଶ୍ନ। ପ୍ରତିବର୍ଷ ଆପଣ "ପରୀକ୍ଷା ପେ ଚର୍ଚ୍ଚା" କାର୍ଯ୍ୟକ୍ରମ ଆୟୋଜନ କରନ୍ତି, ଯେଉଁଠାରେ ଆପଣ ଯୁବ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ କଥାବାର୍ତ୍ତା କରନ୍ତି ଏବଂ ସେମାନଙ୍କୁ ପରୀକ୍ଷା ପାଇଁ କିପରି ପ୍ରସ୍ତୁତି କରିବେ ସେ ବିଷୟରେ ପରାମର୍ଶ ଦିଅନ୍ତି । ସେଥିମଧ୍ୟରୁ ଅନେକ କାର୍ଯ୍ୟକ୍ରମ ମୁଁ ଦେଖିଛି। ପରୀକ୍ଷାରେ କିପରି ସଫଳ ହେବେ, ଚାପକୁ କିପରି ସମ୍ଭାଳିବେ ଏବଂ ଅନ୍ୟାନ୍ୟ ଦିଗ ଉପରେ ମଧ୍ୟ ଆପଣ ମାର୍ଗଦର୍ଶନ ପ୍ରଦାନ କରନ୍ତି । ଆପଣ ସଂକ୍ଷିପ୍ତ ଭାବରେ ବର୍ଣ୍ଣନା କରିପାରିବେ କି ଭାରତରେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଶିକ୍ଷାଗତ ଯାତ୍ରା ସମୟରେ କ'ଣ ପରୀକ୍ଷା ଦେବାକୁ ପଡିଥାଏ ଏବଂ ସେମାନେ କାହିଁକି ଏତେ ଚାପଗ୍ରସ୍ତ ଅଟନ୍ତି?

ପ୍ରଧାନମନ୍ତ୍ରୀ: ମୋଟାମୋଟି ଭାବେ ସମାଜରେ ଏକ ଅଦ୍ଭୁତ ମାନସିକତା ବିକଶିତ ହୋଇଛି। ଏପରିକି ବିଦ୍ୟାଳୟରେ କେତେ ଛାତ୍ରଛାତ୍ରୀ ଶୀର୍ଷ ସ୍ଥାନ ଅଧିକାର କରନ୍ତି ତାହା ଉପରେ ଅନେକ ସମୟରେ ସଫଳତାକୁ ମାପ କରାଯାଏ। ପରିବାର ମଧ୍ୟ ଏକ ପରିବେଶ ସୃଷ୍ଟି କରନ୍ତି ଯେଉଁଠାରେ ପରୀକ୍ଷାରେ ପିଲାଙ୍କ ସ୍ଥାନ ସେମାନଙ୍କ ପରିବାରର ଶିକ୍ଷାଗତ ଏବଂ ସାମାଜିକ ସ୍ଥିତି ନିର୍ଦ୍ଧାରଣ କରେ। ଏହି କାରଣରୁ ଛାତ୍ରଛାତ୍ରୀଙ୍କ ଉପରେ ଚାପ ଯଥେଷ୍ଟ ବୃଦ୍ଧି ପାଇଛି। ଅଧିକାଂଶ ଛାତ୍ରଛାତ୍ରୀ ବିଶ୍ୱାସ କରିବା ଆରମ୍ଭ କରନ୍ତି ଯେ ସେମାନଙ୍କର ପୁରା ଜୀବନ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଉପରେ ନିର୍ଭର କରେ । ଏହି ମାନସିକତାକୁ ବଦଳାଇବା ପାଇଁ ଆମେ ଆମର ନୂତନ ଶିକ୍ଷା ନୀତିରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିଛୁ । ତଥାପି, ଏହି ପରିବର୍ତ୍ତନଗୁଡିକ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ନ ହେବା ପର୍ଯ୍ୟନ୍ତ, ମୁଁ ଛାତ୍ରମାନଙ୍କ ସହିତ ଜଡ଼ିତ ହେବା, ସେମାନଙ୍କ ଚିନ୍ତାକୁ ବୁଝିବା ଏବଂ ସେମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିବା ଏକ ବ୍ୟକ୍ତିଗତ ଦାୟିତ୍ୱ ଅନୁଭବ କରେ | ଯେତେବେଳେ ମୁଁ "ପରୀକ୍ଷା ପେ ଚର୍ଚ୍ଚା" ଆୟୋଜନ କରେ, ଏହା କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଲାଭଦାୟକ ନୁହେଁ ବରଂ ମୋତେ ସେମାନଙ୍କ ମାନସିକତା, ସେମାନଙ୍କ ପିତାମାତାଙ୍କ ଆଶା ଏବଂ ଶିକ୍ଷକଙ୍କ ଦୃଷ୍ଟିକୋଣକୁ ବୁଝିବାର ସୁଯୋଗ ମଧ୍ୟ ଦେଇଥାଏ । ତେଣୁ 'ପରୀକ୍ଷା ପେ ଚର୍ଚ୍ଚା' କେବଳ ସେମାନଙ୍କ ପାଇଁ ଲାଭଦାୟକ ନୁହେଁ ବରଂ ମୋତେ ମଧ୍ୟ ଲାଭ ଦେଇଥାଏ। ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ନିଜକୁ ପରୀକ୍ଷଣ କରିବା ପାଇଁ ପରୀକ୍ଷା ଭଲ, କିନ୍ତୁ ଏହା ବ୍ୟକ୍ତିର ସାମଗ୍ରିକ କ୍ଷମତାର ଏକମାତ୍ର ମାପକ ହୋଇପାରିବ ନାହିଁ । ଅନେକ ବ୍ୟକ୍ତି ଶିକ୍ଷାକ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରି ନ ଥିଲେ ମଧ୍ୟ କ୍ରିକେଟ୍ ଭଳି ଅନ୍ୟାନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି, ଯେଉଁଠାରେ ସେମାନେ ଶତକ ହାସଲ କରିଛନ୍ତି। ଯେତେବେଳେ ଶିଖିବା ଉପରେ ଧ୍ୟାନ ଦିଆଯାଏ, ସ୍କୋର ପ୍ରାୟତଃ ସ୍ୱାଭାବିକ ଭାବରେ ଉନ୍ନତ ହୋଇଥାଏ । ମୁଁ ମୋର ଜଣେ ଶିକ୍ଷକଙ୍କୁ ମନେ ପକାଉଛି ଯିଏ ଏକ ଅଭିନବ ଶିକ୍ଷଣ କୌଶଳ ବ୍ୟବହାର କରିଥିଲେ । ଏହା ଆଜି ବି ମୋତେ ଆକର୍ଷିତ କରୁଛି। ସେ ଛାତ୍ରଛାତ୍ରୀଙ୍କୁ ଘରୁ ୧୦ ବୁଟ, ୧୫ ଦାନା ଚାଉଳ କିମ୍ବା ୨୧ ମୁଗ ଆଣିବାକୁ କହୁଥିଲେ। ଭିନ୍ନ ଭିନ୍ନ ସଂଖ୍ୟା ଏବଂ ଭିନ୍ନ ଭିନ୍ନ ପ୍ରଜାତି ସହିତ, ପିଲାଟି ଭାବୁଥିଲା, 'ମୋତେ ୧୦ ଟି ଆଣିବାକୁ ପଡ଼ିବ। ତା'ପରେ ଘରେ ସେମାନେ ଗଣନା କରି ୧୦ ପରେ କ'ଣ ଆସେ ତାହା ମନେ ରଖୁଥିଲେ। ସେମାନେ ଏହା ମଧ୍ୟ ଶିଖିବେ ଯେ ଏହାକୁ ବୁଟ କୁହାଯାଏ । ତା'ପରେ ସ୍କୁଲରେ ସମସ୍ତେ ନିଜ ନିଜର ଜିନିଷ ସଂଗ୍ରହ କରୁଥିଲେ ଏବଂ ଶିକ୍ଷକ କହୁଥିଲେ, 'ଠିକ୍ ଅଛି, ୧୦ଟି ବୁଟ, ୩ଟି ବୁଟ, ୨ଟି ମୁଗ, ଏଥିରୁ ୫ଟି। ଏହି ଉପାୟରେ ସେମାନେ ଗଣିତ ଶିଖିବେ, ବୁଟ ଚିହ୍ନିବେ ଏବଂ ମୁଗ କ'ଣ ତାହା ବୁଝିପାରିବେ । ମୁଁ ପ୍ରାରମ୍ଭିକ ଶୈଶବ ଶିକ୍ଷା ବିଷୟରେ କହୁଛି । ଏଭଳି ଶିକ୍ଷଣ କୌଶଳ ପିଲାମାନଙ୍କୁ ବିନା ବୋଝରେ ଶିଖିବାରେ ସାହାଯ୍ୟ କରେ ଏବଂ ଆମର ନୂତନ ଶିକ୍ଷାନୀତି ଏ ଦିଗରେ ପ୍ରୟାସ କରୁଛି । ମୋର ଆଉ ଜଣେ ଶିକ୍ଷୟିତ୍ରୀଙ୍କର ଏକ ସୃଜନଶୀଳ ଆଭିମୁଖ୍ୟ ଥିଲା । ସେ କ୍ଲାସରୁମ୍ ରେ ଏକ ଡାଏରୀ ରଖି ଛାତ୍ରଛାତ୍ରୀଙ୍କୁ କହିଥିଲେ ଯେ ସକାଳେ ପ୍ରଥମେ ଆସିଥିବା ବ୍ୟକ୍ତି ନିଜ ନାମ ସହ ସେଥିରେ ଏକ ବାକ୍ୟ ଲେଖିପାରିବେ। ପରବର୍ତ୍ତୀ ପ୍ରତ୍ୟେକ ଛାତ୍ରଙ୍କୁ ପ୍ରଥମ ବାକ୍ୟ ସମ୍ବନ୍ଧୀୟ ଏକ ବାକ୍ୟ ଲେଖିବାକୁ ପଡିଲା । ପ୍ରଥମେ ମୁଁ ପ୍ରଥମ ବାକ୍ୟ ଲେଖିବା ପାଇଁ ଶୀଘ୍ର ସ୍କୁଲ ଯାଉଥିଲି । ଉଦାହରଣ ସ୍ୱରୂପ, ମୁଁ ଥରେ ଲେଖିଥିଲି: "ଆଜିର ସୂର୍ଯ୍ୟୋଦୟ ସୁନ୍ଦର ଥିଲା; ଏହା ମୋତେ ଶକ୍ତିରେ ଭରି ଦେଇଥିଲା। ମୁଁ ଏମିତି କିଛି ଲେଖିଥିଲି ଏବଂ ମୋର ନାମ ମଧ୍ୟ ଲେଖିଥିଲି । ତା'ପରେ ପରବର୍ତ୍ତୀ ଛାତ୍ରଛାତ୍ରୀମାନେ ସୂର୍ଯ୍ୟୋଦୟ ବିଷୟରେ ସମ୍ବନ୍ଧୀୟ ବାକ୍ୟ ଲେଖିବେ। କିଛି ଦିନ ପରେ ମୁଁ ଅନୁଭବ କଲି ଯେ ଏହା ମୋର ସୃଜନଶୀଳତାକୁ ବିଶେଷ ଫାଇଦା ଦେଉନାହିଁ । କାହିଁକି? କାରଣ ମୁଁ ମନରେ ଏକ ଚିନ୍ତା ଧାରା ଆରମ୍ଭ କରିବି ଏବଂ ଏହାକୁ କେବଳ ଲେଖିବି | ତେଣୁ ମୁଁ ସ୍ଥିର କଲି ଯେ ପ୍ରଥମେ ଯିବା ପରିବର୍ତ୍ତେ ଶେଷକୁ ଯିବି। ପରବର୍ତ୍ତୀ ସମୟରେ, ମୁଁ ଅନୁଭବ କଲି ଯେ ଲେଖିବା ମୋତେ ଶେଷଥର ପାଇଁ ଅନ୍ୟମାନେ ଲେଖିଥିବା କଥା ପଢ଼ିବାକୁ ସୁଯୋଗ ଦେଇଥିଲା ଏବଂ ତା'ପରେ ମୋର ସୃଜନଶୀଳତାକୁ ଉନ୍ନତ କରି ପାରିଥିଲା।  ଏଭଳି କ୍ଷୁଦ୍ର ଶିକ୍ଷାଦାନ ପଦ୍ଧତି ଛାତ୍ରଛାତ୍ରୀଙ୍କ ଜୀବନ ଉପରେ ସ୍ଥାୟୀ ପ୍ରଭାବ ପକାଇପାରେ। ସାଂଗଠନିକ କାର୍ଯ୍ୟ ଏବଂ ମାନବ ସମ୍ବଳ ବିକାଶରେ ମୋର ପୃଷ୍ଠଭୂମି ହେତୁ, ମୁଁ ନିୟମିତ ଭାବରେ ଛାତ୍ରଛାତ୍ରୀଙ୍କ ସହିତ ଜଡ଼ିତ ରହିବାରେ ଦୃଢ଼ ବିଶ୍ୱାସ କରେ | ସମୟ କ୍ରମେ, ଆମର ଆଲୋଚନା ମଧ୍ୟ ଏକ ପୁସ୍ତକରେ ସଂକଳିତ ହୋଇଛି, ଯାହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉପଯୋଗୀ ପ୍ରସଙ୍ଗ ପାଲଟିଛି ।

ଲେକ୍ସ ଫ୍ରିଡମ୍ୟାନ: ଆପଣ ଛାତ୍ରମାନଙ୍କୁ ସେମାନଙ୍କ କ୍ୟାରିୟରରେ କିପରି ସଫଳ ହେବେ ସେ ବିଷୟରେ କିଛି ଅଧିକ ପରାମର୍ଶ ଦେଇପାରିବେ କି? ସେମାନେ କିପରି ସେମାନଙ୍କ କ୍ୟାରିୟର ମାର୍ଗ ଖୋଜିବା ଏବଂ ସଫଳତା ହାସଲ କରିବା ଉଚିତ୍? ଏହି ଉପଦେଶ କେବଳ ଭାରତର ଛାତ୍ରଛାତ୍ରୀଙ୍କ ପାଇଁ ନୁହେଁ ବରଂ ବିଶ୍ୱବ୍ୟାପୀ ସେହି ଲୋକମାନଙ୍କ ପାଇଁ ଯେଉଁମାନେ ଆପଣଙ୍କ କଥାରେ ପ୍ରେରଣା ପାଆନ୍ତି ।

ପ୍ରଧାନମନ୍ତ୍ରୀ: ମୁଁ ବିଶ୍ୱାସ କରେ ଯେ ଆପଣ ଯାହା ବି କାମ ପାଇବେ, ଯଦି ଆପଣ ଏହାକୁ ସମ୍ପୂର୍ଣ୍ଣ ନିଷ୍ଠା ଏବଂ ପ୍ରତିବଦ୍ଧତାର ସହ କରନ୍ତି, ତେବେ ଶୀଘ୍ର କିମ୍ବା ବିଳମ୍ବରେ ଆପଣ ଏଥିରେ ପାରଦର୍ଶିତା ହାସଲ କରିବେ । ଆପଣଙ୍କ ଦକ୍ଷତା ସଫଳତାର ଦ୍ୱାର ଖୋଲିବ। ଜଣେ ବ୍ୟକ୍ତି କାମ କରିବା ସମୟରେ ନିଜର ଦକ୍ଷତା କ୍ରମାଗତ ଭାବରେ ଉନ୍ନତ କରିବା ଉପରେ ଧ୍ୟାନ ଦେବା ଉଚିତ ଏବଂ ତାଙ୍କ ଶିକ୍ଷଣ କ୍ଷମତାକୁ କେବେ ବି ଅଣଦେଖା କରିବା ଉଚିତ୍ ନୁହେଁ | ଯଦି କେହି ଶିଖିବାର କ୍ଷମତାକୁ ଗୁରୁତ୍ୱ ଦିଅନ୍ତି ଏବଂ ସବୁ ଜିନିଷରୁ ଶିଖିବାକୁ ଚେଷ୍ଟା କରନ୍ତି, ତେବେ ସେମାନେ ବହୁତ ଆଗକୁ ଯାଇଥାନ୍ତି । କିଛି ଲୋକ କେବଳ ନିଜ କାମ ଉପରେ ଧ୍ୟାନ ଦିଅନ୍ତି ତ ଆଉ କିଛି ନିଜ ଆଖପାଖରେ ଥିବା ଲୋକଙ୍କ କାମକୁ ନିରୀକ୍ଷଣ କରନ୍ତି ଓ ବୁଝନ୍ତି, ଯାହା କି ସେମାନଙ୍କ ଦକ୍ଷତାକୁ ଦ୍ୱିଗୁଣିତ କିମ୍ବା ତିନି ଗୁଣ କରିଥାଏ । ମୁଁ ଯୁବକମାନଙ୍କୁ କହିବି- ନିରୁତ୍ସାହିତ ହେବାର କୌଣସି ଆବଶ୍ୟକତା ନାହିଁ। ଏହି ଦୁନିଆରେ କେଉଁଠି ନା କେଉଁଠି ଏମିତି ଏକ ଚାକିରି ଅଛି ଯାହା ଭଗବାନ ଆପଣଙ୍କ ପାଇଁ ଲେଖିଛନ୍ତି । ଚିନ୍ତା କରନ୍ତୁ ନାହିଁ। ନିଜର ଦକ୍ଷତା ରେ ଉନ୍ନତି ଆଣିବା ଉପରେ ଧ୍ୟାନ ଦିଅନ୍ତୁ ଯାହାଦ୍ୱାରା ଆପଣ ସକ୍ଷମ ଏବଂ ସୁଯୋଗର ଯୋଗ୍ୟ ହୋଇପାରିବେ । ଉଦାହରଣ ସ୍ୱରୂପ, କେହି କେହି କହିପାରନ୍ତି, 'ମୁଁ ଡାକ୍ତର ହେବାକୁ ଚାହୁଁଥିଲି, କିନ୍ତୁ ମୁଁ କରିପାରିଲି ନାହିଁ, ତେଣୁ ମୋ ଜୀବନ ନଷ୍ଟ ହୋଇଯାଇଛି। ଏବେ ଏହା ବଦଳରେ ମୁଁ ଜଣେ ଶିକ୍ଷୟିତ୍ରୀ। ଯଦି ଆପଣ ଏପରି ଭାବୁଛନ୍ତି, ତେବେ ଏହା କାମ କରିବ ନାହିଁ । ଠିକ୍ ଅଛି, ଆପଣ ଡାକ୍ତର ହୋଇନାହାଁନ୍ତି, କିନ୍ତୁ ଜଣେ ଶିକ୍ଷକ ଭାବରେ, ଆପଣ ଶତାଧିକ ଛାତ୍ରଛାତ୍ରୀଙ୍କୁ ଡାକ୍ତର ହେବାର ସ୍ୱପ୍ନ ପୂରଣ କରିବାରେ ସାହାଯ୍ୟ କରିପାରିବେ। ଜଣେ ଡାକ୍ତର ଭାବରେ ଆପଣ ରୋଗୀଙ୍କ ଚିକିତ୍ସା କରିଥାନ୍ତେ, କିନ୍ତୁ ଜଣେ ଶିକ୍ଷକ ଭାବରେ, ଆପଣ ଭବିଷ୍ୟତର ଡାକ୍ତରମାନଙ୍କୁ ଆକାର ଦେଇପାରିବେ ଯିଏ ଲକ୍ଷ ଲକ୍ଷ ଲୋକଙ୍କ ଚିକିତ୍ସା କରିବେ । ଏହା ଜୀବନକୁ ଏକ ନୂଆ ଦୃଷ୍ଟିକୋଣ ଦେଇଥାଏ। ଆପଣ ଯାହା ହାସଲ କରିପାରିଲେ ନାହିଁ ତାହା ଉପରେ ଧ୍ୟାନ ଦେବା ପରିବର୍ତ୍ତେ, ଆପଣ କିପରି ଯୋଗଦାନ କରିପାରିବେ ତାହା ଉପରେ ଧ୍ୟାନ ଦିଅନ୍ତୁ। ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଯେ ଭଗବାନ ସମସ୍ତଙ୍କୁ କିଛି ଅନନ୍ୟ ଶକ୍ତି ଦେଇଛନ୍ତି । ନିଜ ସାମର୍ଥ୍ୟ ଉପରେ କେବେ ବି ବିଶ୍ୱାସ ହରାଇବେ ନାହିଁ। ଆତ୍ମବିଶ୍ୱାସ ରଖନ୍ତୁ ଯେ ଯେତେବେଳେ ବି ସୁଯୋଗ ଆସିବ, ଆପଣ  ଭଲ ପ୍ରଦର୍ଶନ କରିବେ ଏବଂ ସଫଳତା ହାସଲ କରିବେ। ଆଉ ଯେତେବେଳେ ଜଣେ ବ୍ୟକ୍ତିଙ୍କର ଏହି ମାନସିକତା ଥାଏ, ସେ ସର୍ବଦା ସଫଳ ହୋଇଥାନ୍ତି ।

ଲେକ୍ସ ଫ୍ରିଡମ୍ୟାନ: ଛାତ୍ରମାନେ ସେମାନଙ୍କ ଯାତ୍ରାରେ ସମ୍ମୁଖୀନ ହେଉଥିବା ଚାପ, ସଂଘର୍ଷ ଏବଂ ଅସୁବିଧାର କିପରି ମୁକାବିଲା କରିବା ଉଚିତ୍?

ପ୍ରଧାନମନ୍ତ୍ରୀ: ପ୍ରଥମେ ସେମାନେ ବୁଝିବା ଦରକାର ଯେ ପରୀକ୍ଷା ହିଁ ଜୀବନ ନୁହେଁ। ପରିବାରଗୁଡ଼ିକ ମଧ୍ୟ ଅନୁଭବ କରିବା ଉଚିତ୍ ଯେ ସେମାନଙ୍କ ପିଲାମାନଙ୍କୁ ସମାଜରେ ମଡେଲ ଭାବରେ ପ୍ରଦର୍ଶିତ କରିବା ପାଇଁ ଉଦ୍ଦିଷ୍ଟ ନୁହଁନ୍ତି -, 'ଦେଖ, ମୋ ପିଲା ଏତେ ସ୍କୋର ରଖିଛି, ଦେଖ ମୋ ପିଲା କେତେ ମହାନ!' ଅଭିଭାବକମାନେ ନିଜ ପିଲାଙ୍କୁ ନିଜର ସାମାଜିକ ସ୍ଥିତି ପାଇଁ ଏକ ମଡେଲ ଭାବରେ ବ୍ୟବହାର କରିବା ବନ୍ଦ କରିବା ଉଚିତ୍ | ଦ୍ବିତୀୟତଃ, ମୁଁ ବିଶ୍ୱାସ କରେ ଯେ ଛାତ୍ରମାନେ ସର୍ବଦା ଭଲ ଭାବରେ ପ୍ରସ୍ତୁତ ରହିବା ଉଚିତ୍ | ତା'ପରେ ହିଁ ସେମାନେ ବିନା ଚାପରେ ପରୀକ୍ଷା ଦେଇପାରିବେ। ସେମାନେ ଯାହା ଶିଖିଛନ୍ତି ସେ ବିଷୟରେ ସେମାନଙ୍କର ଆତ୍ମବିଶ୍ୱାସ ଏବଂ ସ୍ପଷ୍ଟତା ରହିବା ଉଚିତ୍ | ବେଳେବେଳେ ପରୀକ୍ଷା ଫଳ ପାଇବା ମାତ୍ରେ ଛାତ୍ରଛାତ୍ରୀ ଆତଙ୍କିତ ହୋଇପଡ଼ନ୍ତି। ସେମାନଙ୍କ ମନ ଅତ୍ୟଧିକ ଚିନ୍ତା କରିବା ଆରମ୍ଭ କରେ - 'ଓହ ନା, ମୋ ପେନ୍ ଠିକ୍ ଭାବରେ କାମ କରୁନାହିଁ!' କିମ୍ବା 'ମୋ ପାଖରେ ବସିଥିବା ଏହି ବ୍ୟକ୍ତି ମୋତେ ବିଭ୍ରାନ୍ତ କରୁଛନ୍ତି!' କିମ୍ବା 'ବେଞ୍ଚ କମ୍ପନ ହେଉଛି!' - ପରୀକ୍ଷା ଉପରେ ଧ୍ୟାନ ଦେବା ପରିବର୍ତ୍ତେ। ଏହା ସେତେବେଳେ ହୋଇଥାଏ ଯେତେବେଳେ କାହାର ଆତ୍ମବିଶ୍ୱାସର ଅଭାବ ଥାଏ । ସେମାନେ ନିଜ ଅସୁବିଧା ପାଇଁ ବାହ୍ୟ କାରଣ ଖୋଜୁଛନ୍ତି। କିନ୍ତୁ ଯଦି ଜଣେ ଛାତ୍ର ନିଜ ଉପରେ ବିଶ୍ୱାସ ରଖନ୍ତି ଏବଂ କଠିନ ପରିଶ୍ରମ କରନ୍ତି, ତେବେ ସେମାନଙ୍କୁ ନିଜକୁ ପ୍ରସ୍ତୁତ କରିବା ପାଇଁ ମାତ୍ର କିଛି ମିନିଟ୍ ଦରକାର । ଏକ ଗଭୀର ନିଶ୍ୱାସ ନିଅନ୍ତ, ଧ୍ୟାନ ଦିଅନ୍ତୁ, ପ୍ରଶ୍ନଗୁଡ଼ିକୁ ଧ୍ୟାନର ସହ ପଢନ୍ତୁ ଏବଂ ତା'ପରେ ମାନସିକ ଭାବରେ ସମୟ ଆବଣ୍ଟନ କରନ୍ତୁ- 'ମୋ ପାଖରେ ଏତେ ସମୟ ଅଛି, ତେଣୁ ମୁଁ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଏତେ ମିନିଟ୍ ମଧ୍ୟରେ ଦେବି। ମୁଁ ବିଶ୍ୱାସ କରେ ଯେ ଯେଉଁ ଛାତ୍ରଛାତ୍ରୀମାନେ ଆଗୁଆ ଉତ୍ତର ଲେଖିବା ଅଭ୍ୟାସ କରନ୍ତି ସେମାନଙ୍କର ଏକ ଅଭ୍ୟାସ ବିକଶିତ ହୁଏ ଯାହା ସେମାନଙ୍କୁ ସୁରୁଖୁରୁରେ ଏବଂ ବିନା କୌଣସି ସମସ୍ୟାରେ ପରୀକ୍ଷା ଶେଷ କରିବାରେ ସାହାଯ୍ୟ କରେ |

ଲେକ୍ସ ଫ୍ରିଡମ୍ୟାନ: ଆପଣ ଉଲ୍ଲେଖ କରିଛନ୍ତି ଯେ ସର୍ବଦା ଶିଖିବାକୁ ଚେଷ୍ଟା କରିବା ଉଚିତ୍ । ଆପଣ ବ୍ୟକ୍ତିଗତ ଭାବରେ କିପରି ନୂତନ ଜିନିଷ ଶିଖିବେ? କେବଳ ଯୁବାବସ୍ଥାରେ ନୁହେଁ, ସାରା ଜୀବନ ଶିଖିବା ପାଇଁ ଆପଣ କ'ଣ ଉପଦେଶ ଦେବେ?

ପ୍ରଧାନମନ୍ତ୍ରୀ: ଯେପରି ମୁଁ ପୂର୍ବରୁ କହିଥିଲି, ମୋର ପ୍ରାରମ୍ଭିକ ଜୀବନରେ ମୋତେ ବହୁତ ପଢ଼ିବାର ସୁଯୋଗ ମିଳିଥିଲା । କିନ୍ତୁ ଏବେ ମୋ ଜୀବନ ଏମିତି ଯେ ପଢ଼ିବା ପାଇଁ ମୋତେ ଅଧିକ ସମୟ ମିଳୁନାହିଁ, ତଥାପି ମୁଁ ଜଣେ ଉତ୍ସାହୀ ଶ୍ରୋତା ଏବଂ ପର୍ଯ୍ୟବେକ୍ଷକ । ମୁଁ ଏହି ମୁହୂର୍ତ୍ତରେ ସମ୍ପୂର୍ଣ୍ଣ ଭାବେ ଉପସ୍ଥିତ ଅଛି । ଯେତେବେଳେ ବି ମୁଁ କାହାକୁ ଭେଟିଥାଏ, ମୁଁ ସମ୍ପୂର୍ଣ୍ଣ ଧ୍ୟାନ ଦେଇ ସେଠାରେ ଥାଏ । ଏହା ମୋତେ ଜିନିଷଗୁଡ଼ିକୁ ଶୀଘ୍ର ବୁଝିବାରେ ସାହାଯ୍ୟ କରେ | ବର୍ତ୍ତମାନ, ମୁଁ ଆପଣଙ୍କ ସହିତ ଅଛି-ମୁଁ ସମ୍ପୂର୍ଣ୍ଣ ଭାବରେ ଆପଣଭ୍କ ସହିତ ଅଛି । ମୋବାଇଲ୍ ଫୋନ୍ ନାହିଁ, ଟେଲିଫୋନ୍ ନାହିଁ, ମେସେଜ୍ ନାହିଁ। ମୁଁ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛି। ଏହା ଏକ ଅଭ୍ୟାସ ଯାହା ସମସ୍ତେ ବିକଶିତ କରିବା ଉଚିତ୍ | ଆପଣ ଯେତେ ଅଧିକ ଫୋକସ୍ କରିବେ, ଆପଣଙ୍କ ଶିକ୍ଷଣ କ୍ଷମତା ସେତେ ଭଲ ହେବ। ଦ୍ବିତୀୟତଃ, ଶିଖିବା କେବଳ ଜ୍ଞାନ ଅର୍ଜନ କରିବା ନୁହେଁ- ଏହାକୁ ଅଭ୍ୟାସରେ ପରିଣତ କରିବା ଆବଶ୍ୟକ । କେବଳ ମହାନ ଡ୍ରାଇଭରଙ୍କ ଆତ୍ମଜୀବନୀ ପଢ଼ି ଆପଣ ଜଣେ ଭଲ ଡ୍ରାଇଭର ହୋଇପାରିବେ ନାହିଁ; ଆପଣଙ୍କୁ ପ୍ରକୃତରେ କାର୍ ରେ ବସିବାକୁ ହେବ, ଷ୍ଟିୟରିଂ ହ୍ୱିଲ୍ ଧରିବାକୁ ପଡିବ ଏବଂ ଗାଡି ଚଳାଇବାକୁ ପଡିବ । ଆପଣଙ୍କୁ ରିସ୍କ ନେବାକୁ ପଡିବ । ଯଦି ଆପଣ ଭାବୁଛନ୍ତି, 'ଯଦି ମୁଁ ଦୁର୍ଘଟଣାର ଶିକାର ହୁଏ ତେବେ କ'ଣ ହେବ? ମୁଁ ମରିଗଲେ କ'ଣ ହେବ?' - ତା'ହେଲେ ଆପଣ କେବେ କିଛି ଶିଖିବ ନାହିଁ । ମୁଁ ବିଶ୍ୱାସ କରେ ଯେ ଯେଉଁମାନେ ବର୍ତ୍ତମାନରେ ରହୁଛନ୍ତି ସେମାନେ ଏକ ଗୁରୁତ୍ୱପୂର୍ଣ୍ଣ ନୀତି ଅନୁସରଣ କରନ୍ତି: ଯେଉଁ ସମୟ ବିତିଯାଇଛି ତାହା ବର୍ତ୍ତମାନ ଆପଣଙ୍କର ଅତୀତ । ବର୍ତ୍ତମାନ ସମୟରେ ବଞ୍ଚନ୍ତୁ- ଏହି ବର୍ତ୍ତମାନ ମୁହୂର୍ତ୍ତକୁ ଅନୁଭବ ନକରି ଏହାକୁ ଅତୀତରେ ପରିଣତ ହେବାକୁ ଦିଅନ୍ତୁ ନାହିଁ। ନଚେତ୍, ଆପଣ ଭବିଷ୍ୟତକୁ ଅନୁସରଣ କରିବା ଜାରି ରଖିବେ ଏବଂ ଆପଣଙ୍କ ବର୍ତ୍ତମାନକୁ ହାତ ଛଡ଼ା କରିବେ, ଏହାକୁ ଆପଣଙ୍କ ଅତୀତର ଆଉ ଏକ ଅଂଶରେ ପରିଣତ କରିବେ। ଅଧିକାଂଶ ଲୋକ ଏହି ଭୁଲ କରନ୍ତି - ସେମାନେ ଭବିଷ୍ୟତ ବିଷୟରେ ଏତେ ଚିନ୍ତିତ ହୁଅନ୍ତି ଯେ ସେମାନେ ସେମାନଙ୍କର ବର୍ତ୍ତମାନକୁ ନଷ୍ଟ କରିଦିଅନ୍ତି, ଏବଂ ଏପରି କରିବା ଦ୍ୱାରା, ସେମାନଙ୍କର ବର୍ତ୍ତମାନ କେବଳ ଏକ ହଜିଯାଇଥିବା ଅତୀତରେ ପରିଣତ ହୁଏ ।

ଲେକ୍ସ ଫ୍ରିଡମ୍ୟାନ୍: ହଁ, ମୁଁ ଲୋକମାନଙ୍କ ସହିତ ଆପଣଙ୍କର ସାକ୍ଷାତ ବିଷୟରେ ଅନେକ କାହାଣୀ ଶୁଣିଛି, ଏବଂ ସାଧାରଣତଃ ବିଭ୍ରାଟ କିପରି ସୃଷ୍ଟି ହୁଏ । କିନ୍ତୁ ବର୍ତ୍ତମାନ, କୌଣସି ବିଭ୍ରାନ୍ତି ନାହିଁ - କେବଳ ଆମେ ଦୁଇ ଜଣ, ଏହି କଥାବାର୍ତ୍ତାରେ ସମ୍ପୂର୍ଣ୍ଣ ଭାବରେ ନିୟୋଜିତ ଅଛୁ । ଏହା ବାସ୍ତବରେ ଏକ ସୁନ୍ଦର ଜିନିଷ । ଏବଂ ଆଜି, ଆପଣ ମୋତେ ଆପଣଙ୍କର ସମ୍ପୂର୍ଣ୍ଣ ଧ୍ୟାନ ଦେଇଛନ୍ତି, ଯାହା ଏକ ଉପହାର ପରି ଲାଗୁଛି । ଧନ୍ୟବାଦ! ବର୍ତ୍ତମାନ, ମୁଁ ଆପଣଙ୍କୁ ଏକ କଠିନ କିନ୍ତୁ ଗଭୀର ଭାବରେ ଜଡ଼ିତ ପ୍ରଶ୍ନ ପଚାରିବାକୁ ଚାହୁଁଛି । ଆପଣ କେବେ ନିଜ ମୃତ୍ୟୁ ବିଷୟରେ ଚିନ୍ତା କରନ୍ତି କି? ଆପଣ ମରିବାକୁ ଭୟ କରନ୍ତି କି?

ପ୍ରଧାନମନ୍ତ୍ରୀ: ମୁଁ ଆପଣଙ୍କୁ ଗୋଟିଏ ପ୍ରଶ୍ନ ପଚାରିପାରିବି କି?

ଲେକ୍ସ ଫ୍ରିଡମ୍ୟାନ୍: ନିଶ୍ଚିତ ପଚାରନ୍ତୁ

ପ୍ରଧାନମନ୍ତ୍ରୀ: ଜନ୍ମ ପରେ ଆମର ଜୀବନ ଅଛି ଏବଂ ଆମର ମୃତ୍ୟୁ ଅଛି । ଏହି ଦୁଇଟି ମଧ୍ୟରୁ କେଉଁଟି ସବୁଠାରୁ ନିଶ୍ଚିତ?

ଲେକ୍ସ ଫ୍ରିଡମ୍ୟାନ୍: ମୃତ୍ୟୁ!

ପ୍ରଧାନମନ୍ତ୍ରୀ: ମୃତ୍ୟୁ! ଏବେ, ମୋତେ କୁହନ୍ତୁ- ଆପଣ ମୋତେ ସଠିକ୍ ଉତ୍ତର ଦେଇଛନ୍ତି। ଯେବେ କେହି ଜନ୍ମ ହୁଅନ୍ତି, ମୃତ୍ୟୁ ନିଶ୍ଚିତ। ଅପରପକ୍ଷରେ ଜୀବନ ଏମିତି ଏକ ଜିନିଷ ଯାହା ବିକଶିତ ହୋଇଥାଏ। ଜୀବନ ଓ ମୃତ୍ୟୁ ମଧ୍ୟରେ କେବଳ ମୃତ୍ୟୁ ହିଁ ନିଶ୍ଚିତ। ଏବେ ଯଦି ଆପଣ ଜାଣିଛନ୍ତି ଯେ ମୃତ୍ୟୁ ନିଶ୍ଚିତ, ତେବେ ଏହାକୁ କାହିଁକି ଭୟ କରିବେ? ବରଂ ନିଜ ଶକ୍ତି, ସମୟ ଓ ବୁଦ୍ଧିକୁ ଜୀବନରେ ବିନିଯୋଗ କରନ୍ତୁ, ମୃତ୍ୟୁ ବିଷୟରେ ଚିନ୍ତା କରିବାରେ ନୁହେଁ। ଜୀବନର ଉନ୍ନତି ହେଉ! ଜୀବନ ଅନିଶ୍ଚିତ- ସେଥିପାଇଁ ଆମକୁ ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ, ଏହାକୁ ସୁବ୍ୟବସ୍ଥିତ କରିବାକୁ ପଡ଼ିବ ଏବଂ ପର୍ଯ୍ୟାୟ କ୍ରମେ ଏହାକୁ ଉନ୍ନତ କରିବାକୁ ପଡ଼ିବ। ଏହିପରି, ମୃତ୍ୟୁ ନ ଆସିବା ପର୍ଯ୍ୟନ୍ତ, ଆପଣ ପୂର୍ଣ୍ଣ ବସନ୍ତରେ ଏକ ଫୁଲ ପରି ବିକଶିତ ହୋଇପାରିବେ | ତେଣୁ ମୃତ୍ୟୁ ର ଚିନ୍ତାକୁ ମନରୁ ହଟାଇ ଦିଅନ୍ତୁ । ଏହା ନିଶ୍ଚିତ, ଏହା ପୂର୍ବରୁ ଲିଖିତ ହୋଇସାରିଛି, ଏବଂ ଏହା ସେତେବେଳେ ଆସିବାର ଥିବ ଆସିବ।  

ଲେକ୍ସ ଫ୍ରିଡମ୍ୟାନ୍: ଭବିଷ୍ୟତ ପାଇଁ ଆପଣଙ୍କର ଆଶା କ'ଣ? କେବଳ ଭାରତ ପାଇଁ ନୁହେଁ, ସମଗ୍ର ମାନବଜାତି ପାଇଁ, ପୃଥିବୀରେ ବସବାସ କରୁଥିବା ଆମ ସମସ୍ତଙ୍କ ପାଇଁ?

ପ୍ରଧାନମନ୍ତ୍ରୀ: ସ୍ୱଭାବରେ ମୁଁ ବହୁତ ଆଶାବାଦୀ ବ୍ୟକ୍ତି । ନିରାଶା ଏବଂ ନକାରାତ୍ମକତା- ସେମାନେ ମୋ ସଫ୍ଟୱେୟାରର ଅଂଶ ନୁହଁନ୍ତି; ମୋ ପାଖରେ ସେହି ଚିପ୍ ନାହିଁ। ସେଥିପାଇଁ ମୋ ମନ ସେହି ଦିଗରେ ବାସ କରେ ନାହିଁ । ମୁଁ ବିଶ୍ୱାସ କରେ ଯେ ଯଦି ଆମେ ମାନବ ଇତିହାସକୁ ଦେଖୁ, ତେବେ ମାନବିକତା ବଡ଼ ବଡ଼ ସଙ୍କଟକୁ ଅତିକ୍ରମ କରି ଆଗକୁ ବଢ଼ିଛି । ସମୟର ଚାହିଦା ଅନୁଯାୟୀ, ଲୋକମାନେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଗ୍ରହଣ କରିଛନ୍ତି ଏବଂ କ୍ରମାଗତ ଭାବରେ ବିକଶିତ ହୋଇଛନ୍ତି । ଏହାବ୍ୟତୀତ ପ୍ରତ୍ୟେକ ଯୁଗରେ ମଣିଷର ନୂଆ ନୂଆ ଜିନିଷକୁ ଗ୍ରହଣ କରିବାର ସ୍ୱାଭାବିକ ପ୍ରବୃତ୍ତି ରହିଆସିଛି । ମୋର ଆଉ ଏକ ପର୍ଯ୍ୟବେକ୍ଷଣ ଅଛି ଯେ ପ୍ରଗତିରେ ଉତ୍ଥାନ-ପତନ ଆସିପାରେ, କିନ୍ତୁ ପୁରୁଣା ଧାରଣାକୁ ତ୍ୟାଗ କରିବାର ଶକ୍ତି ମାନବ ଜାତିର ଅଛି। ଏହା ହେଉଛି ଏହାର ସବୁଠାରୁ ବଡ଼ ସାମର୍ଥ୍ୟ- ନିଜକୁ ବୋଝରୁ ମୁକ୍ତ କରିବା ଏବଂ ଶୀଘ୍ର ଆଗକୁ ବଢ଼ିବା । ପୁରୁଣା ଜିନିଷକୁ ଛାଡିବାର ଶକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏବଂ ମୁଁ ଦେଖୁଛି ଯେ ମୁଁ ଯେଉଁ ସମାଜ ସହିତ ସବୁଠାରୁ ଅଧିକ ଜଡ଼ିତ ଅଛି ସେଠାରେ ଏହା କରିବାର ସାମର୍ଥ୍ୟ ଅଛି | ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଯେ ଏହା ପୁରୁଣାକୁ ପଛରେ ପକାଇ ନୂତନକୁ ଗ୍ରହଣ କରିପାରେ।

ଲେକ୍ସ ଫ୍ରିଡମ୍ୟାନ୍: ମୁଁ ଭାବୁଥିଲି- ଆପଣ ମୋତେ କିଛି ମୁହୂର୍ତ୍ତ ପାଇଁ ମଧ୍ୟ ଏକ ହିନ୍ଦୁ ପ୍ରାର୍ଥନା କିମ୍ବା ଧ୍ୟାନ ଶିଖାଇପାରିବେ କି? ମୁଁ ଶିଖିବାକୁ ଚେଷ୍ଟା କରିଛି, ଏବଂ ମୁଁ ଗାୟତ୍ରୀ ମନ୍ତ୍ର ଅଭ୍ୟାସ କରୁଛି | ଉପବାସ ସମୟରେ ମୁଁ ମନ୍ତ୍ର ଜପ କରିବାକୁ ଚେଷ୍ଟା କଲି। ବୋଧହୁଏ ମୁଁ ବର୍ତ୍ତମାନ ଏହାକୁ ଜପ କରିବାକୁ ଚେଷ୍ଟା କରିପାରିବି, ଏବଂ ଆପଣ ଏହି ମନ୍ତ୍ର ଏବଂ ଅନ୍ୟ ମନ୍ତ୍ରଗୁଡିକର ଅର୍ଥ ଏବଂ ମହତ୍ତ୍ୱ ବର୍ଣ୍ଣନା କରିପାରିବେ, ଏବଂ ସେଗୁଡିକ ଆପଣଙ୍କ ଜୀବନ ଏବଂ ଆଧ୍ୟାତ୍ମିକତାକୁ କିପରି ପ୍ରଭାବିତ କରିଛି । ମୁଁ ଚେଷ୍ଟା କରିପାରିବି କି?

ପ୍ରଧାନମନ୍ତ୍ରୀ: ହଁ, ନିଶ୍ଚିତ!

ଲେକ୍ସ ଫ୍ରିଡମ୍ୟାନ୍: ଓଁ ଭୂର ଭୁବଃ ସ୍ୱହ, ତତ୍ ସବିତୁର ବରେଣ୍ୟମ, ଭର୍ଗୋ ଦେବସ୍ୟା ଧୀମହି, ଧିୟୋ ୟୋ ନଃ ପ୍ରଚୋଦୟାତ। ମୁଁ କିପରି କଲି?

ପ୍ରଧାନମନ୍ତ୍ରୀ: ଆପଣ ବହୁତ ଭଲ କରିଛନ୍ତି! ଓଁ ଭୂର ଭୁବଃ ସ୍ୱହ, ତତ୍ ସବିତୁର ବରେଣ୍ୟମ, ଭର୍ଗୋ ଦେବସ୍ୟା ଧୀମହି, ଧିୟୋ ୟୋ ନଃ ପ୍ରଚୋଦୟାତ। ଏହି ମନ୍ତ୍ର ପ୍ରକୃତରେ ସୂର୍ଯ୍ୟଙ୍କ ପୂଜା ସହିତ ଜଡିତ । ପ୍ରାଚୀନ କାଳରେ ସୂର୍ଯ୍ୟଙ୍କର ମହତ୍ତ୍ୱ ଅତୁଳନୀୟ ଥିଲା । ହିନ୍ଦୁ ଦର୍ଶନରେ ପ୍ରତ୍ୟେକ ମନ୍ତ୍ରର ବିଜ୍ଞାନ ସହ କିଛି ନା କିଛି ସମ୍ପର୍କ ରହିଛି । ବିଜ୍ଞାନ ହେଉ କି ପ୍ରକୃତି, ଏହି ମନ୍ତ୍ର ସବୁବେଳେ କୌଣସି ନା କୌଣସି ଉପାୟରେ ଜଡ଼ିତ ରହିଥାଏ। ସେମାନେ ଜୀବନର ବିଭିନ୍ନ ଦିଗ ସହିତ ମଧ୍ୟ ଯୋଡ଼ି ହୋଇଥାନ୍ତି । ନିୟମିତ ଭାବରେ ମନ୍ତ୍ର ଜପ କଲେ ବହୁତ ଲାଭ ମିଳିଥାଏ। ଏହା ଶୃଙ୍ଖଳା, ମାନସିକ ଏକାଗ୍ରତା ଏବଂ ଏକ ଗଭୀର ସମନ୍ୱୟ ଭାବନା ଆଣିଥାଏ |

ଲେକ୍ସ ଫ୍ରିଡମ୍ୟାନ: ଆପଣଙ୍କ ଆଧ୍ୟାତ୍ମିକତାରେ, ଶାନ୍ତିର ମୁହୂର୍ତ୍ତରେ ଯେତେବେଳେ ଆପଣ ଭଗବାନଙ୍କ ସହିତ ଥାଆନ୍ତି, ଆପଣଙ୍କ ମନ କୁଆଡ଼େ ଯାଏ? ମନ୍ତ୍ର ସେହି ପ୍ରକ୍ରିୟାରେ କିପରି ସାହାଯ୍ୟ କରେ, ବିଶେଷକରି ଯେତେବେଳେ ଆପଣ ଉପବାସ କରୁଛନ୍ତି କିମ୍ବା ଯେତେବେଳେ ଆପଣ ନିଜ ସହିତ ଏକାକୀ ଅଛନ୍ତି?

ପ୍ରଧାନମନ୍ତ୍ରୀ: ଦେଖନ୍ତୁ, ଯେତେବେଳେ ଆମେ ଲୋକମାନଙ୍କୁ 'ଧ୍ୟାନ' ବିଷୟରେ କହିଥାଉ, ତାହା ସେମାନଙ୍କ ପାଇଁ ଭାରି ଶବ୍ଦ ହୋଇ ଯାଇଥାଏ। ଆମ ଭାଷାରେ ଆମର ଏକ ସରଳ ଶବ୍ଦ ଅଛି- 'ଧ୍ୟାନ' (ଧ୍ୟାନ)। ବର୍ତ୍ତମାନ, ଯଦି ମୁଁ ଧ୍ୟାନ ବିଷୟରେ 'ଧ୍ୟାନ' ବିଷୟରେ କହିବି, ଲୋକମାନେ ଅନୁଭବ କରନ୍ତି ଯେ ଏହା ଅତ୍ୟଧିକ ବୋଝପୂର୍ଣ୍ଣ - ଯାହା ସେମାନେ କରିପାରିବେ ନାହିଁ କାରଣ ସେମାନେ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ନୁହଁନ୍ତି । ତେଣୁ ମୁଁ ଏହାକୁ ଏକ ଭିନ୍ନ ଉପାୟରେ ବୁଝାଉଛି – ଆପଣ ଅନ୍ୟମନସ୍କ ହେବା ଅଭ୍ୟାସରୁ ମୁକ୍ତି ପାଆନ୍ତୁ । ଉଦାହରଣ ସ୍ୱରୂପ, ଯଦି ଆପଣ କ୍ଲାସରେ ବସିଛନ୍ତି କିନ୍ତୁ କ୍ରୀଡ଼ା ଅବଧି କେବେ ଆରମ୍ଭ ହେବ ସେ ବିଷୟରେ ଚିନ୍ତା କରୁଛନ୍ତି, ଏହାର ଅର୍ଥ ହେଉଛି ଆପଣଙ୍କ ଫୋକସ୍ ବର୍ତ୍ତମାନରେ ନାହିଁ । କିନ୍ତୁ ଯଦି ଆପଣ ଏହି ମୁହୂର୍ତ୍ତରେ ନିଜର ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରୀତ କରନ୍ତି, ତାହା ହେଉଛି ଧ୍ୟାନ । ମୋର ମନେ ଅଛି ଯେତେବେଳେ ମୁଁ ହିମାଳୟରେ ରହୁଥିଲି, ସେତେବେଳେ ମୁଁ ଜଣେ ସାଧୁଙ୍କୁ ଭେଟିଥିଲି ଯିଏ ମୋତେ ଏକ ସରଳ କୌଶଳ ଶିଖାଇଥିଲେ - କିଛି ଆଧ୍ୟାତ୍ମିକ ନୁହେଁ, କେବଳ ଏକ କୌଶଳ । ହିମାଳୟରେ ଛୋଟ ଛୋଟ ଜଳପ୍ରପାତ କ୍ରମାଗତ ଭାବରେ ପ୍ରବାହିତ ହୋଇଥାଏ । ସେ ଏକ ଶୁଖିଲା ପତ୍ରକୁ ପାଣିର ଝରଣା ତଳେ ରଖିଲେ ଏବଂ ତା' ତଳେ ଏକ ପାତ୍ରକୁ ଓଲଟା କରି ରଖିଲେ, ଯାହାଫଳରେ ପାଣି ଧୀରେ ଧୀରେ ଝରିବ । ସେ ମୋତେ କହିଲେ, 'କିଛି କର ନାହିଁ- କେବଳ ଏହି ଝରୁଥିବା ଶବ୍ଦ ଶୁଣ। ତୁମେ ଆଉ କିଛି ଶୁଣିବା ଉଚିତ୍ ନୁହେଁ- ପକ୍ଷୀ ନୁହେଁ, ପବନ ନୁହେଁ, କିଛି ନୁହେଁ- କେବଳ ଏହି ଶବ୍ଦ। ପ୍ରଥମେ ମୋତେ କଷ୍ଟ ଲାଗୁଥିଲା, କିନ୍ତୁ ସମୟ କ୍ରମେ ମୋ ମନ ପ୍ରଶିକ୍ଷଣ ଲାଭ କଲା । ଧୀରେ ଧୀରେ ଏହା ମୋ ପାଇଁ ଧ୍ୟାନରେ ପରିଣତ ହେଲା । କୌଣସି ମନ୍ତ୍ର ନଥିଲା, ଭଗବାନଙ୍କର କୌଣସି ଚିନ୍ତାଧାରା ନଥିଲା- କେବଳ ଜଳର ଶବ୍ଦ, ନାଦ-ବ୍ରହ୍ମା (ଦିବ୍ୟ ଶବ୍ଦ)। ଏହି ଅଭ୍ୟାସ ମୋତେ ଏକାଗ୍ରତା ଶିଖାଇଲା ଏବଂ ଏହା ସ୍ୱାଭାବିକ ଭାବରେ ମୋର ଧ୍ୟାନରେ ପରିଣତ ହେଲା | ଏହା ବିଷୟରେ ଚିନ୍ତା କରନ୍ତୁ- କଳ୍ପନା କରନ୍ତୁ ଯେ ଆପଣ ଏକ ବିଳାସପୂର୍ଣ୍ଣ ପଞ୍ଚତାରକା ହୋଟେଲରେ ଅଛନ୍ତି, ଏକ ସୁନ୍ଦର ସଜ୍ଜିତ କୋଠରୀରେ ଅଛନ୍ତି, ସବୁ ଦୃଷ୍ଟିରୁ ଉପଯୁକ୍ତ, କିନ୍ତୁ ବାଥରୁମ୍ ଟ୍ୟାପରୁ ପାଣି ଝରୁଛି।  କୋଠରୀ ଯେତେ ଦାମୀ ହେଉ ନା କାହିଁକି ସେହି କ୍ଷୁଦ୍ର ଶବ୍ଦ ଆପଣଙ୍କ ଅନୁଭୂତିକୁ ନଷ୍ଟ କରିପାରେ । ଏହା ଦର୍ଶାଏ ଯେ ଛୋଟ ଛୋଟ ଜିନିଷ କିପରି ମନକୁ ବ୍ୟାହତ କରିପାରେ, ଏବଂ ଆଭ୍ୟନ୍ତରୀଣ ଧ୍ୟାନ ଆମର ଅନୁଭୂତିକୁ କିପରି ପରିବର୍ତ୍ତନ କରିପାରେ | ଆମ ଶାସ୍ତ୍ରରେ ମଧ୍ୟ ଜୀବନ ଓ ମୃତ୍ୟୁ ବିଷୟରେ ସାମଗ୍ରିକ ଢଙ୍ଗରେ ବର୍ଣ୍ଣନା କରାଯାଇଛି । ଏକ ମନ୍ତ୍ର ଅଛି: 'ଓମ୍ ପୂର୍ଣ୍ଣମଦଃ ପୂର୍ଣ୍ଣମଦମ ପୂର୍ଣ୍ଣତ୍ ପୁର୍ଣ୍ଣମୁଦଚ୍ୟତେ। '। ଏଥିରେ ଜୀବନକୁ ଏକ ସମ୍ପୂର୍ଣ୍ଣ ଚକ୍ର ଭାବରେ ବର୍ଣ୍ଣନା କରାଯାଇଛି- ପୂର୍ଣ୍ଣତା ଯାହା ସମ୍ପୂର୍ଣ୍ଣତାକୁ ଆଗେଇ ନେଇଥାଏ । ସେହିଭଳି ଆମେ ବିଶ୍ବର କଲ୍ୟାଣ ବିଷୟରେ କହୁଛୁ: 'ସର୍ବ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା'—ସମସ୍ତେ ଖୁସି ହୁଅନ୍ତୁ, ସମସ୍ତେ ରୋଗମୁକ୍ତ ହୁଅନ୍ତୁ। 'ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ, ମା କଶ୍ଚିଦ୍ ଦୁଃଖ ଭାଗ ଭବେତ'-ସମସ୍ତେ ଭଲ ଦେଖନ୍ତୁ, କେହି କଷ୍ଟ ନ ପାଆନ୍ତୁ ଏବଂ ଶେଷରେ, ପ୍ରତ୍ୟେକ ମନ୍ତ୍ର ଶେଷ ହୁଏ: 'ଓମ୍ ଶାନ୍ତିଃ, ଶାନ୍ତିଃ, ଶାନ୍ତିଃ'—ଶାନ୍ତି, ଶାନ୍ତି, ଶାନ୍ତି। ଭାରତରେ ଏହି ରୀତିନୀତି ଓ ମନ୍ତ୍ର କେବଳ ପରମ୍ପରା ନୁହେଁ; ଏହା ହଜାର ହଜାର ବର୍ଷର ଜ୍ଞାନ ଏବଂ ଆମ ଋଷିମାନଙ୍କର ଗଭୀର ଆଧ୍ୟାତ୍ମିକ ଗବେଷଣାର ଫଳ। ସେମାନେ ଜୀବନର ଉପାଦାନ ସହିତ ଗଭୀର ଭାବରେ ଜଡ଼ିତ ଏବଂ ବୈଜ୍ଞାନିକ ଉପାୟରେ ଗଠିତ। ।

ଲେକ୍ସ ଫ୍ରିଡମ୍ୟାନ୍: ଶାନ୍ତି, ଶାନ୍ତି, ଶାନ୍ତି। ଏହି ସମ୍ମାନ ପାଇଁ ଧନ୍ୟବାଦ, ଏବଂ ଏହି ଅବିଶ୍ୱସନୀୟ ବାର୍ତ୍ତାଳାପ ପାଇଁ ଧନ୍ୟବାଦ । ମୋତେ ଭରତରେ ସ୍ୱାଗତ କରିଥିବାରୁ ଧନ୍ୟବାଦ, ଏବଂ ବର୍ତ୍ତମାନ ମୁଁ ଆସନ୍ତାକାଲି ଭାରତୀୟ ଖାଦ୍ୟ ସହିତ ମୋର ଉପବାସ ଭାଙ୍ଗିବାକୁ ଅପେକ୍ଷା କରିଛି | ପ୍ରଧାନମନ୍ତ୍ରୀ, ଆପଣଙ୍କୁ ବହୁତ ଧନ୍ୟବାଦ । ଏହା ମୋ ପାଇଁ ବଡ଼ ସମ୍ମାନ ଥିଲା।

ପ୍ରଧାନମନ୍ତ୍ରୀ: ଆପଣଙ୍କ ସହ କଥା ହେବାର ସୁଯୋଗ ମୋତେ ପ୍ରକୃତରେ ଆନନ୍ଦ ଦେଇଛି। ଯେହେତୁ ଆପଣ ଦୁଇ ଦିନ ଧରି ଉପବାସରେ ଅଛନ୍ତି, ତେଣୁ ଏକାଥରକେ ସବୁ ଖାଇବା ଆରମ୍ଭ କରନ୍ତୁ ନାହିଁ । ଗୋଟିଏ ଦିନ ପାଇଁ କିଛି ତରଳ ପଦାର୍ଥରୁ ଆରମ୍ଭ କରନ୍ତୁ; ଯାହା ଆପଣଙ୍କୁ ଏକ ଶୃଙ୍ଖଳିତ ଲାଭ ଦେବ । ବୋଧହୁଏ ଆଜି, ମୁଁ ପ୍ରଥମ ଥର ପାଇଁ ଅନେକ ବିଷୟକୁ ସ୍ପର୍ଶ କଲି କାରଣ ମୁଁ ସାଧାରଣତଃ ଏହି ଜିନିଷଗୁଡ଼ିକୁ ବହୁତ ବ୍ୟକ୍ତିଗତ ରଖିଥାଏ। କିନ୍ତୁ ଆଜି ଆପଣ ସେମାନଙ୍କ ମଧ୍ୟରୁ କେତେକଙ୍କୁ ବାହାରକୁ ଆଣିବାରେ ସଫଳ ହୋଇଛନ୍ତି। ଏହା ସମ୍ଭବ ଯେ...

ଲେକ୍ସ ଫ୍ରିଡମ୍ୟାନ୍: ଆପଣଙ୍କୁ ଧନ୍ୟବାଦ।

ପ୍ରଧାନମନ୍ତ୍ରୀ: ଆପଣଙ୍କ ଦର୍ଶକ ଏହାକୁ ଉପଭୋଗ କରିବେ। ମୁଁ ଏହାକୁ ପ୍ରକୃତରେ ଉପଭୋଗ କଲି । ଆପଣଙ୍କୁ ମୋର ଶୁଭେଚ୍ଛା। ଧନ୍ୟବାଦ!

ଲେକ୍ସ ଫ୍ରିଡମ୍ୟାନ୍: ଧନ୍ୟବାଦ! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏହି ଆଲୋଚନା ଶୁଣିଥିବାରୁ ଧନ୍ୟବାଦ । ଏବେ ମୁଁ କିଛି ପ୍ରଶ୍ନର ଉତ୍ତର ଦେବାକୁ ଚାହୁଁଛି ଏବଂ ମୋ ମନରେ ଚାଲୁଥିବା କିଛି ଚିନ୍ତାଧାରାକୁ ପ୍ରକାଶ କରିବାକୁ ଚାହୁଁଛି । ଯଦି ଆପଣଙ୍କର କିଛି ପଚାରିବାକୁ ଅଛି କିମ୍ବା କୌଣସି କାରଣରୁ ମୋ ପାଖରେ ପହଞ୍ଚିବାକୁ ଚାହୁଁଛନ୍ତି, [lexfridman.com/contact](https://lexfridman.com/contact) ପରିଦର୍ଶନ କରନ୍ତୁ। ପ୍ରଥମେ ମୁଁ ପ୍ରଧାନମନ୍ତ୍ରୀଙ୍କ ସହ ଜଡ଼ିତ ଟିମଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି। ଏହା ଏକ ଉତ୍କୃଷ୍ଟ ଦଳ ଥିଲା! ସେମାନେ ଅତ୍ୟନ୍ତ ଦକ୍ଷ, ଏବଂ ମହାନ ଯୋଗାଯୋଗକାରୀ ଥିଲେ । ମୋଟାମୋଟି ଭାବେ ଏହା ଏକ ଚମତ୍କାର ଟିମ୍ ଥିଲା। ଏବଂ ଯେହେତୁ ପ୍ରଧାନମନ୍ତ୍ରୀ ମୋଦୀ ଜୀ ହିନ୍ଦୀରେ ଭାଷଣ ଦେଉଥିବା ବେଳେ ମୁଁ ଇଂରାଜୀରେ କଥା ହେଲି, ତେଣୁ ଆମ କଥାବାର୍ତ୍ତାକୁ ଅନୁବାଦ କରୁଥିବା ଇଣ୍ଟରପ୍ରିଟରଙ୍କ ବିଷୟରେ ମୁଁ କିଛି କହିବା ଉଚିତ୍ | ସେ ଅତ୍ୟନ୍ତ ଉତ୍କୃଷ୍ଟ ଥିଲେ। କୌଣସି ପ୍ରଶଂସା ଯଥେଷ୍ଟ ହେବ ନାହିଁ। ଉପକରଣଠାରୁ ଆରମ୍ଭ କରି ଅନୁବାଦର ଗୁଣବତ୍ତା ପର୍ଯ୍ୟନ୍ତ ତାଙ୍କର ସମଗ୍ର କାର୍ଯ୍ୟ ଉଲ୍ଲେଖନୀୟ ଥିଲା। ତଥାପି, ଦିଲ୍ଲୀ ଏବଂ ଭାରତ ଭ୍ରମଣ କରିବା ସମୟରେ, ମୁଁ ଏପରି ଜିନିଷ ଦେଖିଲି ଯାହା ବାକି ବିଶ୍ୱଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା | ଲାଗୁଥିଲା ଯେମିତି ମୁଁ ସମ୍ପୂର୍ଣ୍ଣ ଭାବେ ଅନ୍ୟ ଦୁନିଆରେ ପାଦ ରଖିଛି । ସାଂସ୍କୃତିକ ଦୃଷ୍ଟିକୋଣରୁ ମୁଁ ପୂର୍ବରୁ ଏଭଳି କିଛି ଅନୁଭବ କରିନଥିଲି। ସେଠାରେ ଲୋକମାନେ ପରସ୍ପର ସହିତ ଯେପରି ଭାବବିନିମୟ କରନ୍ତି- ଏପରି ଅବିଶ୍ୱସନୀୟ ଏବଂ ଆକର୍ଷଣୀୟ ବ୍ୟକ୍ତି! ଅବଶ୍ୟ, ଭାରତ ବିଭିନ୍ନ ସଂସ୍କୃତିକୁ ନେଇ ଗଠିତ ଏବଂ ଦିଲ୍ଲୀ ଏହାର କେବଳ ଏକ ଝଲକ । ଯେମିତି ନ୍ୟୁୟର୍କ, ଟେକ୍ସାସ୍ କିମ୍ବା ଆଇଓୱା ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିନିଧିତ୍ୱ କରନ୍ତି ନାହିଁ, ସେମାନେ କେବଳ ଆମେରିକାର ଭିନ୍ନ ରଙ୍ଗ ଅଟନ୍ତି । ଏହି ଯାତ୍ରାରେ ମୁଁ ରିକ୍ସାରେ ସବୁଠି ଯାତ୍ରା କଲି । ମୁଁ କେବଳ ରାସ୍ତାରେ ବୁଲୁଥିଲି, ଅନୁସନ୍ଧାନ କରୁଥିଲି । ମୁଁ ଲୋକଙ୍କ ସହ ସେମାନଙ୍କ ଜୀବନ ବିଷୟରେ କଥା ହେଲି । ଅବଶ୍ୟ, ପୃଥିବୀର ଅନ୍ୟ କୌଣସି ସ୍ଥାନ ପରି ଏଠାରେ ମଧ୍ୟ କିଛି ଲୋକ ଥିଲେ ଯେଉଁମାନେ ମୋତେ କିଛି ବିକ୍ରି କରିବାକୁ ଚାହୁଁଥିଲେ- ଯେଉଁମାନେ ପ୍ରଥମ ଦେଖାରେ ମୋତେ ଜଣେ ପର୍ଯ୍ୟଟକ, ଜଣେ ବିଦେଶୀ ଯାତ୍ରୀ ଭାବରେ ଦେଖିଥିଲେ ଯେଉଁମାନଙ୍କ ପାଖରେ ଖର୍ଚ୍ଚ କରିବା ପାଇଁ କିଛି ଟଙ୍କା ଥାଇପାରେ । କିନ୍ତୁ ସବୁବେଳେ ଭଳି ମୁଁ ଏଭଳି କଥାବାର୍ତ୍ତାକୁ ଏଡ଼ାଇ ଦେଇଥିଲି। ଏହା ପରିବର୍ତ୍ତେ, ମୁଁ ହୃଦୟରୁ ସିଧାସଳଖ ଲୋକମାନଙ୍କ ସହିତ କଥା ହେଲି - ସେମାନେ କ'ଣ ଭଲ ପାଆନ୍ତି, ସେମାନେ କ'ଣ ଭୟ କରନ୍ତି ଏବଂ ସେମାନେ ଜୀବନରେ ଅନୁଭବ କରିଥିବା ଆନନ୍ଦ ଏବଂ କଷ୍ଟ ବିଷୟରେ। ଲୋକମାନଙ୍କ ବିଷୟରେ ସବୁଠାରୁ ଭଲ କଥା ହେଉଛି ଯେ ଆପଣ ଯେକୌଣସି ସ୍ଥାନରେ ଥାଆନ୍ତୁ ନା କାହିଁକି, ସେମାନେ ଭିତରକୁ  ଦେଖନ୍ତି - ସେହି ମୁଖା ଯାହା ଅଜଣା ଲୋକମାନେ ପ୍ରାୟତଃ ପରସ୍ପର ଚାରିପାଖରେ ପିନ୍ଧିଥାଆନ୍ତି । ଯଦି ଆପଣ ସେମାନଙ୍କୁ ନିଜର ପ୍ରକୃତ ସ୍ୱଭାବ ଦେଖାଇବା ପାଇଁ ଯଥେଷ୍ଟ ଖୋଲା ଏବଂ ଉନ୍ମୁକ୍ତ, ତେବେ ସେମାନେ ଏହାକୁ ଚିହ୍ନିବେ । ଏବଂ ଏହା ହିଁ ମୁଁ କରିବାକୁ ଚେଷ୍ଟା କରେ | ମୁଁ କହିବାକୁ ଚାହେଁ ଯେ, ଅଧିକାଂଶ ସମୟରେ, ସମସ୍ତେ ଅବିଶ୍ୱସନୀୟ ଭାବରେ ଦୟାଳୁ ଏବଂ ମାନବିକତାରେ ପରିପୂର୍ଣ୍ଣ ଥିଲେ । ଯଦିଓ ସେମାନେ ଇଂରାଜୀ କହୁନଥିଲେ, ସେମାନଙ୍କୁ ବୁଝିବା ସବୁବେଳେ ସହଜ ଥିଲା । ବୋଧହୁଏ, ମୁଁ ଏପର୍ଯ୍ୟନ୍ତ ଭେଟିଥିବା ଅଧିକାଂଶ ଲୋକଙ୍କ ତୁଳନାରେ, ଭାରତରେ ଏହା ବହୁତ ସହଜ ଥିଲା - ଲୋକଙ୍କ ଆଖି, ଚେହେରା ଏବଂ ଶାରୀରିକ ଭାଷା ବହୁତ କିଛି ପ୍ରକାଶ କରିଥିଲା । ସବୁ କିଛି ସ୍ପଷ୍ଟ ଥିଲା, ଭାବନା ମଧ୍ୟ ଖୋଲାଖୋଲି ଦେଖାଯାଉଥିଲା । ଉଦାହରଣ ସ୍ୱରୂପ, ଯେତେବେଳେ ମୁଁ ପୂର୍ବ ୟୁରୋପରେ ଭ୍ରମଣ କରେ, କାହାକୁ ବୁଝିବା ଅଧିକ କଷ୍ଟକର ହୋଇପାରେ । ଆପଣ ଦେଖୁଥିବା ମିମ୍ - ଏଥିରେ ଟିକିଏ ସତ୍ୟତା ଅଛି । ସାଧାରଣତଃ ଲୋକମାନେ ନିଜର ପ୍ରକୃତ ଭାବନାକୁ ଏତେ ଖୋଲାଖୋଲି ଭାବରେ ସାମ୍ନାକୁ ଆସିବାକୁ ଦିଅନ୍ତି ନାହିଁ । କିନ୍ତୁ ଭାରତରେ ସମସ୍ତେ ଖୋଲାଖୋଲି ଭାବେ ଆଗେଇ ଆସନ୍ତି। ତେଣୁ, ଅନେକ ସପ୍ତାହ ଦିଲ୍ଲୀରେ ବୁଲିବା, ଲୋକଙ୍କୁ ଭେଟିବା ପରେ, ମୁଁ ଅନେକ ଅବିଶ୍ୱସନୀୟ ଅନୁଭୂତି ଏବଂ ବାର୍ତ୍ତାଳାପ କରିଥିଲି | ସାଧାରଣତଃ, ଯେତେବେଳେ ଲୋକମାନଙ୍କୁ ବୁଝିବା କଥା ଆସେ, ମୁଁ ବିଶ୍ୱାସ କରେ ଯେ ଆଖି ପ୍ରାୟତଃ ଶବ୍ଦ ଅପେକ୍ଷା ଅଧିକ କହିପାରେ | ଆମେମାନେ ଆକର୍ଷଣୀୟ ମଣିଷ । ପୃଷ୍ଠରେ ଥିବା ଶାନ୍ତ ଲହରୀ ତଳେ ଅନେକ ସମୟରେ ଏକ ଗଭୀର, ଝଡ଼ତୋଫାନ ସମୁଦ୍ର ଲୁଚି ରହିଥାଏ । ଏକ ପ୍ରକାରରେ, ମୁଁ କଥାବାର୍ତ୍ତାରେ ଯାହା କରିବାକୁ ଚେଷ୍ଟା କରେ  ତାହା ସେହି ଗଭୀରତାରେ ପହଞ୍ଚିଥାଏ।

ମୁଁ ଭାରତରେ ବିତାଇଥିବା କିଛି ସପ୍ତାହ ଏକ ଯାଦୁକରୀ ଅନୁଭୂତି ଥିଲା | ଏପରିକି ଏଠାରେ ଟ୍ରାଫିକ୍ ମଧ୍ୟ ଅବିଶ୍ୱସନୀୟ ଥିଲା- ସେଲ୍ଫ-ଡ୍ରାଇଭିଂ କାର୍ ପାଇଁ ଚରମ ଚ୍ୟାଲେଞ୍ଜ ଭଳି। ଏହା ମୋତେ ପ୍ରକୃତି ଡକ୍ୟୁମେଣ୍ଟାରୀ ଭିଡିଓ- ମାଛ ସହିତ ଥିବା ଭିଡିଓଗୁଡ଼ିକୁ ମନେ ପକାଇଦେଲା । ଯେଉଁଠାରେ ହଜାର ହଜାର ମାଛ ଅତ୍ୟନ୍ତ ଦ୍ରୁତ ବେଗରେ ଏକାଠି ପହଁରିଥାନ୍ତି ଏବଂ ଲାଗୁଛି ଯେ ସେମାନେ ସମସ୍ତେ ବିଭିନ୍ନ ଦିଗରେ ଗତି କରୁଛନ୍ତି। ତଥାପି, ଯେତେବେଳେ ଆପଣ ଏହାକୁ ଏକ ବ୍ୟାପକ ଦୃଷ୍ଟିକୋଣରୁ ଦେଖନ୍ତି, ସେତେବେଳେ ଲାଗିବ ଯେ ଯେପରି ସେମାନେ ସମସ୍ତେ ସଂପୂର୍ଣ୍ଣ ତାଳ ଏବଂ ସୌହାର୍ଦ୍ଦ୍ୟରେ ଗତି କରୁଛନ୍ତି । ମୁଁ ନିଶ୍ଚିତ ଭାବରେ ମୋର ବନ୍ଧୁ ପଲ୍ ରୋସୋଲି ଏବଂ ବୋଧହୁଏ ଆଉ କିଛି ବନ୍ଧୁଙ୍କ ସହିତ ଶୀଘ୍ର ଫେରିବାକୁ ଯୋଜନା କରୁଛି | ମୁଁ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ଭାରତ ଯାତ୍ରା କରିବି ।

ବର୍ତ୍ତମାନ, ମୁଁ ଏକ ପୁସ୍ତକ ବିଷୟରେ କହିବାକୁ ଚାହୁଁଛି ଯାହା ପ୍ରଥମେ ମୋତେ ଭାରତ ଏବଂ ଏହାର ଗଭୀର ଦାର୍ଶନିକ ଏବଂ ଆଧ୍ୟାତ୍ମିକ ଚିନ୍ତାଧାରା ପ୍ରତି ଆକର୍ଷିତ କରିଥିଲା । ସେହି ପୁସ୍ତକଟି ହେଉଛି ହର୍ମାନ ହେସେଙ୍କ ସିଦ୍ଧାର୍ଥ । ମୁଁ କିଶୋର ଅବସ୍ଥାରେ ହେସେଙ୍କ ଅଧିକାଂଶ ପ୍ରସିଦ୍ଧ ପୁସ୍ତକ ପଢ଼ିଥିଲି, କିନ୍ତୁ ବର୍ଷ ବର୍ଷ ପରେ, ମୁଁ ସେଗୁଡ଼ିକୁ ପୁନଃସମୀକ୍ଷା କଲି | ମୁଁ ସିଦ୍ଧାର୍ଥଙ୍କୁ ଏପରି ଏକ ସମୟରେ ଭେଟିଥିଲି ଯେତେବେଳେ ମୁଁ ଡୋଷ୍ଟୋଏଭସ୍କି, କାମୁ, କାଫ୍କା, ଅର୍ୱେଲ୍, ହେମିଙ୍ଗ୍ୱେ, କେରୋଆକ୍, ଷ୍ଟେନବେକ୍ ଏବଂ ଅନ୍ୟମାନଙ୍କ ପରି ଲେଖକଙ୍କର ଏକ ସମ୍ପୂର୍ଣ୍ଣ ଭିନ୍ନ ପ୍ରକାରର ସାହିତ୍ୟରେ ଗଭୀର ଭାବରେ ନିମଗ୍ନ ଥିଲି । ଏହି ପୁସ୍ତକଗୁଡ଼ିକ ମଧ୍ୟରୁ ଅଧିକାଂଶ ସେହି ମାନବିକ ଦ୍ୱନ୍ଦ୍ୱକୁ ପ୍ରତିଫଳିତ କରେ ଯାହାକୁ ମୁଁ ମୋର ଯୁବାବସ୍ଥାରେ ବୁଝିବା ପାଇଁ ପ୍ରାୟତଃ ସଂଘର୍ଷ କରୁଥିଲି, ଏବଂ ଆଜି ମଧ୍ୟ, ସେମାନେ ମୋତେ ନୂତନ ଉପାୟରେ ଆକର୍ଷିତ କରୁଛନ୍ତି । କିନ୍ତୁ ସିଦ୍ଧାର୍ଥ ହିଁ ମୋତେ ବୁଝିବାରେ ସାହାଯ୍ୟ କରିଥିଲେ ଯେ ଏହି ଦ୍ୱନ୍ଦ୍ୱଗୁଡ଼ିକୁ ପୂର୍ବ ଦୃଷ୍ଟିକୋଣରୁ କିପରି ଦେଖାଯାଏ । ଏହାର ରଚନା କରିଥିଲେ ହର୍ମାନ ହେସେ । ଏବଂ ହଁ, ଦୟାକରି, ମୁଁ ତାଙ୍କ ନାମ ଏପରି କହିବାକୁ ଚାହୁଁଛି । ମୁଁ ଶୁଣିଛି ଯେ କିଛି ଲୋକ ଏହାକୁ 'ହେସ୍' ବୋଲି ଉଚ୍ଚାରଣ କରନ୍ତି, କିନ୍ତୁ ମୁଁ ସର୍ବଦା 'ହେସେ' କହିଆସିଛି। ତେବେ ହଁ, ଜର୍ମାନୀ ଏବଂ ସ୍ୱିଜରଲ୍ୟାଣ୍ଡର ନୋବେଲ ପୁରସ୍କାର ବିଜେତା ଲେଖକ ହର୍ମାନ ହେସେ ତାଙ୍କ ଜୀବନର ସବୁଠାରୁ କଠିନ ସମୟରେ ଏହି ପୁସ୍ତକ ଲେଖିଥିଲେ । ତାଙ୍କର ବିବାହ ଭାଙ୍ଗି ଯାଉଥିଲା, ପ୍ରଥମ ବିଶ୍ୱଯୁଦ୍ଧ ତାଙ୍କ ଶାନ୍ତିର ସ୍ୱପ୍ନକୁ ଭାଙ୍ଗି ଦେଇଥିଲା ଏବଂ ସେ ପ୍ରବଳ ମୁଣ୍ଡବିନ୍ଧା, ଅନିଦ୍ରା ଏବଂ ଅବସାଦରେ ପୀଡ଼ିତ ଥିଲେ । ସେତେବେଳେ ସେ କାର୍ଲ ଜଙ୍ଗଙ୍କ ସହିତ ମନୋବିଶ୍ଳେଷଣ ଆରମ୍ଭ କରିଥିଲେ, ଯାହା ତାଙ୍କୁ ତାଙ୍କ ଅଶାନ୍ତ ମନକୁ ଶାନ୍ତ କରିବାର ଏକ ଉପାୟ ଭାବରେ ପୂର୍ବ ଦର୍ଶନକୁ ବୁଝିବା ଦିଗରେ ଆଗେଇ ନେଇଥିଲା । ହେସେ ପ୍ରାଚୀନ ହିନ୍ଦୁ ଶାସ୍ତ୍ରର ଅନେକ ଅନୁବାଦ ପଢ଼ିଥିଲେ, ବୌଦ୍ଧ ଗ୍ରନ୍ଥ ଅଧ୍ୟୟନ କରିଥିଲେ, ଉପନିଷଦ ପଢ଼ିଥିଲେ ଏବଂ ଭଗବତ ଗୀତାର ଅନୁସନ୍ଧାନ ମଧ୍ୟ କରିଥିଲେ । ସିଦ୍ଧାର୍ଥ ଲେଖିବା ତାଙ୍କ ପାଇଁ ଏକ ଯାତ୍ରା ଥିଲା- ପୁସ୍ତକର ମୁଖ୍ୟ ଚରିତ୍ରର ଯାତ୍ରା ପରି । ହେସେ ୧୯୧୯ ମସିହାରେ ଏହି ପୁସ୍ତକ ଲେଖିବା ଆରମ୍ଭ କରିଥିଲେ ଏବଂ ତିନି ବର୍ଷ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରିଥିଲେ, ଯେଉଁ ସମୟରେ ସେ ଏକ ବଡ ମାନସିକ ସ୍ୱାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହୋଇଥିଲେ । ଏହି ପୁସ୍ତକରେ ପ୍ରାଚୀନ ଭାରତର ଜଣେ ଯୁବକ ସିଦ୍ଧାର୍ଥଙ୍କ କାହାଣୀ କୁହାଯାଇଛି, ଯିଏ କି ପରମ ସତ୍ୟ ଖୋଜିବା ପାଇଁ ଧନ ଏବଂ ଆରାମ ତ୍ୟାଗ କରନ୍ତି । ପ୍ରତ୍ୟେକ ପୃଷ୍ଠାରେ, ଆପଣ ତାଙ୍କର ବ୍ୟକ୍ତିଗତ ସଂଘର୍ଷ ଅନୁଭବ କରିପାରିବେ - ତାଙ୍କର ଅସ୍ଥିରତା, ସାଂସାରିକ ଜୀବନ ପ୍ରତି ତାଙ୍କର ମୋହ ଏବଂ ନିଜ ପାଇଁ ସତ୍ୟ ଆବିଷ୍କାର କରିବାର ତାଙ୍କର ଗଭୀର ଇଚ୍ଛା । ମୁଁ ପୁଣି ଥରେ ଗୁରୁତ୍ୱ ଦେବାକୁ ଚାହୁଁଛି ଯେ ଏହି ପୁସ୍ତକ କେବଳ ହେସେଙ୍କ ପାଇଁ ଦର୍ଶନ ବିଷୟରେ ନୁହେଁ - ଏହା ତାଙ୍କ ମାନସିକ ସଂଘର୍ଷରୁ ରକ୍ଷା ପାଇବାର ଉପାୟ ଥିଲା । ଦୁଃଖରୁ ବାହାରି ଆଭ୍ୟନ୍ତରୀଣ ଜ୍ଞାନ ଆଡକୁ ଯିବା ପାଇଁ ସେ ଲେଖୁଥିଲେ । ମୁଁ ଏଠାରେ ପୁସ୍ତକ ବିଷୟରେ ଅଧିକ ବିସ୍ତୃତ ଭାବରେ ଯିବି ନାହିଁ, କିନ୍ତୁ ମୁଁ ଏଥିରୁ ଶିଖିଥିବା ଦୁଇଟି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଉପରେ ଆଲୋକପାତ କରିବାକୁ ଚାହୁଁଛି ଏବଂ ଆଜି ପର୍ଯ୍ୟନ୍ତ ମନେ ରଖିବାକୁ ଚାହୁଁଛି । ପ୍ରଥମଟି ଏକ ଦୃଶ୍ୟରୁ ଆସିଛି ଯାହା ମୋ ପାଇଁ ପୁସ୍ତକର ସବୁଠାରୁ ଗଭୀର ଅଟେ । ସିଦ୍ଧାର୍ଥ ନଦୀ କୂଳରେ ବସି ଧ୍ୟାନ ଦେଇ ଶୁଣୁଛନ୍ତି ଏବଂ ସେହି ନଦୀରେ ସେ ଜୀବନର ସମସ୍ତ ସ୍ୱର ଶୁଣୁଛନ୍ତି- ସମୟର ସମସ୍ତ ଶବ୍ଦ । ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସବୁ ଏକାଠି ପ୍ରବାହିତ ହେଉଛି। ସେହି ଦୃଶ୍ୟରୁ ମୁଁ କିଛି ଅନୁଭବ କଲି ଏବଂ ବୁଝିଲି: ଯଦି ଆମେ ସାଧାରଣ ଲୋକଙ୍କ ପରି ଭାବୁ, ତେବେ ସମୟ ଏକ ସରଳ ରେଖାରେ ପ୍ରବାହିତ ହେଉଥିବା ପରି ମନେ ହୁଏ । କିନ୍ତୁ ଗଭୀର ଅର୍ଥରେ ସମୟ ଏକ ଭ୍ରମ। ସତ କଥା ହେଉଛି ସବୁ କିଛି ଏକାସାଙ୍ଗରେ ରହିଛି । ଏହିପରି ଭାବରେ, ଆମ ଜୀବନ କେବଳ ଏକ କ୍ଷୁଦ୍ର ମୁହୂର୍ତ୍ତ, ତଥାପି, ଏହା ମଧ୍ୟ ଅସୀମ । ଏହି ଧାରଣାଗୁଡ଼ିକ ଶବ୍ଦରେ ପ୍ରକାଶ କରିବା କଷ୍ଟକର - ମୁଁ ଅନୁଭବ କରେ ଯେ ଏହା କେବଳ ବ୍ୟକ୍ତିଗତ ଅଭିଜ୍ଞତା ମାଧ୍ୟମରେ ପ୍ରକୃତରେ ବୁଝା ଯାଇପାରିବ।

ଏହା ମୋତେ ଡେଭିଡ୍ ଫଷ୍ଟର ୱାଲେସେଙ୍କ ପ୍ରସିଦ୍ଧ ମାଛ କାହାଣୀ ମନେ ପକାଇଦିଏ । ସେ ମୋର ଅନ୍ୟତମ ପ୍ରିୟ ଲେଖକ । ପ୍ରାୟ ୨୦ ବର୍ଷ ପୂର୍ବେ ଏକ ପ୍ରାରମ୍ଭିକ ଭାଷଣରେ ସେ ଏହି କାହାଣୀ କହିଥିଲେ। କାହାଣୀ ଏମିତି: ଦୁଇ ଜଣ ଛୋଟ ମାଛ ପାଣିରେ ପହଁରୁଥିବା ବେଳେ ବିପରୀତ ଦିଗରେ ଏକ ପୁରୁଣା ମାଛ ପହଁରିଥିବା ଦେଖିବାକୁ ମିଳିଲା । ବଡ଼ ମାଛଟି ସେମାନଙ୍କ ଆଡ଼କୁ ମୁଣ୍ଡ ହଲାଇ କହିଲା, 'ଶୁଭ ସକାଳ ପିଲାମାନେ। ପାଣି କେମିତି ଅଛି?' ଛୋଟ ମାଛମାନେ ପହଁରିବା ଜାରି ରଖନ୍ତି ଏବଂ ତା'ପରେ ପରସ୍ପର ଆଡ଼କୁ ମୁହାଁଇ ପଚାରନ୍ତି, 'ପାଣି କ'ଣ?' ଯେମିତି ସମୟ ଆଗକୁ ବଢ଼ି ଆମକୁ ଭ୍ରମରେ ପକାଇଥାଏ, ଠିକ୍ ସେହି କାହାଣୀରେ ପାଣି ସେହି ପ୍ରତାରଣାର ପ୍ରତିନିଧିତ୍ୱ କରିଥାଏ। ଆମେ ମନୁଷ୍ୟ ମାନେ ଏଥିରେ ସମ୍ପୂର୍ଣ୍ଣ ନିମଗ୍ନ । କିନ୍ତୁ ବୁଦ୍ଧି ଲାଭ କରିବାର ଅର୍ଥ ହେଉଛି ବାସ୍ତବତାକୁ ଗଭୀର ଦୃଷ୍ଟିକୋଣରୁ ଦେଖିବା, ଯେଉଁଠାରେ ସବୁକିଛି ପରସ୍ପର ସହ ଜଡିତ - ସମ୍ପୂର୍ଣ୍ଣ ଭାବରେ। ଏହା ଉଭୟ ସମୟ ଓ ଜଗତକୁ ଅତିକ୍ରମ କରିଥାଏ। ଏହି ଉପନ୍ୟାସରୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା - ଯାହା ମୁଁ ଛୋଟ ଥିବା ବେଳେ ମୋ ଉପରେ ଗଭୀର ପ୍ରଭାବ ପକାଇଥିଲା - ଏହା ହେଉଛି ଯେ କେହି କେବେ ବି କାହାକୁ ଆଖି ବୁଜି ଅନୁସରଣ କରିବା ଉଚିତ୍ ନୁହେଁ । କେବଳ ବହି ମାଧ୍ୟମରେ ଦୁନିଆ ବିଷୟରେ ଶିଖିବା ଉଚିତ୍ ନୁହେଁ । ବରଂ ନିଜ ରାସ୍ତା ତିଆରି କରି ନିଜକୁ ଜୀବନରେ ନିୟୋଜିତ କରିବାକୁ ପଡ଼ିବ। କାରଣ ଜୀବନର ବାସ୍ତବ ଶିକ୍ଷା କେବଳ ପ୍ରତ୍ୟକ୍ଷ ଅନୁଭୂତି ମାଧ୍ୟମରେ ହିଁ ଶିଖିହେବ । ଏବଂ ପ୍ରତ୍ୟେକ ଅନୁଭୂତି - ଭଲ ହେଉ କି ଖରାପ - ଭୁଲ, ଦୁଃଖ, ଏପରିକି ଆପଣ ଭାବୁଥିବା ସମୟ ମଧ୍ୟ, ଏହା ଆପଣଙ୍କ ବିକାଶର ଏକ ଅତ୍ୟାବଶ୍ୟକ ଅଙ୍ଗ ଅଟେ । ଏହି ନୋଟ୍ ରେ ହେସେ ଜ୍ଞାନ ଓ ବୁଦ୍ଧି ମଧ୍ୟରେ ପାର୍ଥକ୍ୟ ରଖିଛନ୍ତି। ଜ୍ଞାନ ହେଉଛି ଏପରି ଏକ ଜିନିଷ ଯାହାକୁ କେହି ଶିଖାଇପାରିବେ । କିନ୍ତୁ ଜୀବନର ବିଶୃଙ୍ଖଳାର ସମ୍ମୁଖୀନ ହେଲେ ହିଁ ଜ୍ଞାନ ମିଳିଥାଏ। ଅର୍ଥାତ୍ ଜ୍ଞାନର ମାର୍ଗ ହେଉଛି ଦୁନିଆକୁ ପ୍ରତ୍ୟାଖ୍ୟାନ କରିବା ନୁହେଁ, ବରଂ ଏଥିରେ ନିଜକୁ ସମ୍ପୂର୍ଣ୍ଣ ଭାବେ ନିୟୋଜିତ କରିବା। ସେମିତି ମୁଁ ଦୁନିଆକୁ ପୂର୍ବ ଦର୍ଶନର ଚକ୍ଷୁରେ ଦେଖିବା ଆରମ୍ଭ କଲି । କିନ୍ତୁ ହେସେଙ୍କ ଅନେକ ପୁସ୍ତକ ମୋତେ ପ୍ରଭାବିତ କରିଛି । ତେଣୁ, ଏଠାରେ ମୋର ସୁପାରିସ ପ୍ରଦାନ କରୁଛି: ଆପଣ ଛୋଟ ଥିବା ବେଳେ ଡେମିଆନ ପଢନ୍ତୁ। ଯେତେବେଳେ ଆପଣ ଟିକିଏ ବଡ଼ ହୁଅନ୍ତି ସେତେବେଳେ ଷ୍ଟେପ୍ପେନୱଲ୍ଫ ପଢନ୍ତୁ। ସିଦ୍ଧାର୍ଥଙ୍କୁ ଯେକୌଣସି ବୟସରେ ପଢନ୍ତୁ- ବିଶେଷ କରି କଠିନ ସମୟରେ । ଏବଂ ଯଦି ଆପଣ ହେସେଙ୍କ ସର୍ବଶ୍ରେଷ୍ଠ କୃତିକୁ ଅନୁଭବ କରିବାକୁ ଚାହୁଁଛନ୍ତି, ତେବେ ଗ୍ଲାସ୍ ବିଡ୍ ଗେମ୍ ପଢନ୍ତୁ - ଏକ ପୁସ୍ତକ ଯାହା ଗଭୀର ଭାବରେ ଅନୁସନ୍ଧାନ କରେ ଯେ ମାନବ ମନ ଏବଂ ସଭ୍ୟତା ନିଜେ କିପରି ଜ୍ଞାନ, ବୁଝାମଣା ଏବଂ ସତ୍ୟର ଅନୁସନ୍ଧାନରେ ନିଜକୁ ଉତ୍ସର୍ଗ କରିପାରିବ । କିନ୍ତୁ ସିଦ୍ଧାର୍ଥ ହେଉଛି ଗୋଟିଏ ପୁସ୍ତକ ଯାହା ମୁଁ ଦୁଇଥରରୁ ଅଧିକ ପଢିଛି | ଯେତେବେଳେ ବି ମୁଁ ନିଜ ଜୀବନରେ କୌଣସି କଠିନ ସମୟର ସମ୍ମୁଖୀନ ହୁଏ, ମୁଁ ବହିର ସେହି ମୁହୂର୍ତ୍ତକୁ ମନେ ପକାଏ ଯେତେବେଳେ ସିଦ୍ଧାର୍ଥଙ୍କୁ ପଚରାଯାଏ ଯେ ତାଙ୍କ ପାଖରେ କ'ଣ ଗୁଣ ଅଛି । ତାଙ୍କ ଉତ୍ତର ସରଳ: "ମୁଁ ଭାବିପାରିବି, ମୁଁ ଅପେକ୍ଷା କରିପାରିବି, ଏବଂ ମୁଁ ଉପବାସ କରିପାରିବି। ଆସନ୍ତୁ ଏହାକୁ ଟିକିଏ ଭାଙ୍ଗିବା । ପ୍ରଥମ ଭାଗ- "ମୁଁ ଭାବିପାରିବି। ମାର୍କସ୍ ଓରେଲିୟସ୍ କହିଲେ, "ଆପଣଙ୍କ ଜୀବନର ଗୁଣବତ୍ତା ଆପଣଙ୍କ ଚିନ୍ତାଧାରାର ଗୁଣବତ୍ତା ଉପରେ ନିର୍ଭର କରେ। ଦ୍ବିତୀୟ ଭାଗ- "ମୁଁ ଅପେକ୍ଷା କରିପାରିବି। ଧୈର୍ଯ୍ୟ ଏବଂ ଅପେକ୍ଷା ଅନେକ ସମୟରେ ସମସ୍ୟାର ମୁକାବିଲା କରିବାର ସଠିକ୍ ଉପାୟ ଅଟେ। ସମୟ ସହିତ ଗଭୀରତା ଓ ବୁଝାମଣା ଆସିଥାଏ। ତୃତୀୟ ଭାଗ- "ମୁଁ ଉପବାସ କରିପାରିବି। କମ୍ ଭାବରେ ବଞ୍ଚିବା ଏବଂ ତଥାପି ସନ୍ତୁଷ୍ଟ ରହିବାର କ୍ଷମତା ହେଉଛି ପ୍ରକୃତ ସ୍ୱାଧୀନତାର ପ୍ରଥମ ପଦକ୍ଷେପ | ଯେଉଁ ଦୁନିଆରେ ମନ, ଶରୀର ଓ ସମାଜ ଆପଣଙ୍କୁ ବାନ୍ଧି ରଖିବାକୁ ନିରନ୍ତର ଚେଷ୍ଟା କରେ, ଏହା ହେଉଛି ମୁକ୍ତି। ଠିକ୍ ଅଛି, ବନ୍ଧୁଗଣ! ଏହା ଟିକେ ଦୁଃଖଦାୟକ, କିନ୍ତୁ ଏଠାରେ ଏହି ଘଟଣାର ପରିସମାପ୍ତି ଘଟିଛି। ସବୁଦିନ ଭଳି, ଶୁଣିଥିବା ହେତୁ ଧନ୍ୟବାଦ, ଏବଂ ଏତେ ବର୍ଷ ଧରି ମୋତେ ସମର୍ଥନ କରିଥିବାରୁ ଧନ୍ୟବାଦ । ଭଗବତ ଗୀତାର ଏହି ଶବ୍ଦଗୁଡ଼ିକ ସହିତ ମୁଁ ଆପଣଙ୍କୁ ବିଦାୟ ଦେଉଛି: "ଯିଏ ଜୀବନର ଏକତା ଦେଖେ, ସେ ସମସ୍ତ ପ୍ରାଣୀଙ୍କ ଠାରେ ନିଜ ଆତ୍ମାକୁ ଦେଖେ, ଏବଂ ସମସ୍ତ ପ୍ରାଣୀକୁ ନିଜ ଆତ୍ମାରେ ଦେଖେ ଏବଂ ସେ ନିରପେକ୍ଷ ଦୃଷ୍ଟିରେ ସମସ୍ତଙ୍କୁ ଦେଖେ। ଶୁଣିବା ପାଇଁ ଧନ୍ୟବାଦ । ପୁଣି ଥରେ ଦେଖା ହେବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM-KISAN crosses ₹4.27 lakh crore disbursal, over 9.35 crore farmers benefit

Media Coverage

PM-KISAN crosses ₹4.27 lakh crore disbursal, over 9.35 crore farmers benefit
NM on the go

Nm on the go

Always be the first to hear from the PM. Get the App Now!
...
Cabinet approves Regional Connectivity Scheme – Modified UDAN with a total outlay of Rs.28,840 crore
March 25, 2026

The Union Cabinet chaired by the Prime Minister Shri Narendra Modi has approved the launch and implementation of the Regional Connectivity Scheme – Modified UDAN for a period of ten years from FY 2026-27 to FY 2035-36 with a total outlay of Rs.28,840 crore with the budgetary support of the Government of India.

Impact:

  • Enhanced regional air connectivity to underserved and unserved areas
  • Boost to economic growth, trade and tourism in Tier-2 and Tier-3 cities.
  • Support affordable air travel for common citizens.
  • Improved emergency response and healthcare access in remote and hilly regions.
  • Greater viability and sustainability for regional aerodromes and airline operators.
  • Promotion of the indigenous aerospace sector under Atmanirbhar Bharat.

  • Progress towards Viksit Bharat 2047 goal.

The key components of the scheme are as under:

(a) Development of Aerodromes (CAPEX)

Under the Modified UDAN Scheme, it is proposed to develop 100 airports from existing unserved airstrips to enhance regional connectivity, in line with the Viksit Bharat 2047 vision of infrastructure expansion and transforming India into a globally competitive aviation ecosystem with a total outlay of Rs.12,159 crore over the next eight years.

(b) Operation & Maintenance (O&M) of Aerodromes

Given the high recurring O&M costs and limited revenue streams for Regional Connectivity Scheme (RCS)-only aerodromes, the Scheme proposes to provide O&M support for three years capped at Rs.3.06 crore per annum per airport and Rs.0.90 crore per annum per heliport/water aerodrome, estimated at Rs.2,577 crore for around 441 aerodromes.

(c) Development of Modern Helipads

To address connectivity challenges in hilly, remote, island and aspirational regions, the Scheme proposes developing 200 modern helipads at Rs.15 crore each, amounting to a total requirement of Rs.3,661 crore over the next eight years (inflation-adjusted), focused on priority and aspirational districts to improve last-mile connectivity and emergency response.

(d) Viability Gap Funding (VGF)

Under the Regional Connectivity Scheme, airline operators receive financial support in the form of VGF for operating awarded routes. Recognising the need for longer market development, VGF support to airline operators is proposed amounting to Rs.10,043 crore over 10 years.

(e) Atmanirbhar Bharat Aircraft Acquisition

To address the shortage of small fixed-wing aircraft and helicopters required for operations in remote and difficult terrains and to advance the Atmanirbhar Bharat vision, the scheme also proposes to procure two HAL Dhruv helicopters for Pawan Hans and two HAL Dornier aircraft for Alliance Air.

Background:

The original UDAN Scheme was launched in October 2016 with the objective of making air travel affordable and strengthening connectivity to Tier-2 and Tier-3 cities. Over nine years of implementation:

  • 663 routes have been operationalised across 95 airports, heliports and water aerodromes (as on 28 February 2026).
  • More than 3.41 lakh flights have been operated, carrying 162.47 lakh passengers.
  • Connectivity has been established in remote, hilly and island regions, boosting tourism, healthcare access and emergency services.

  • The scheme has fostered growth in regional airlines and diverse fleet operations, laying a strong foundation for the Modified UDAN Scheme.