ମହାମହିମ ଓ ମୋର ପ୍ରିୟ ମିତ୍ର ରାଷ୍ଟ୍ରପତି ମାକ୍ରୋନ୍, ଉଭୟ ଦେଶର ପ୍ରତିନିଧି, ମିଡିଆ ବନ୍ଧୁଗଣ, ନମସ୍କାର।

ପ୍ୟାରିସର ସୁନ୍ଦର ସହରରେ ଏହି ସ୍ୱାଗତ ପାଇଁ ମୁଁ ରାଷ୍ଟ୍ରପତି ମାକ୍ରୋନଙ୍କୁ କୃତଜ୍ଞତା ଜଣାଉଛି। ମୁଁ ମଧ୍ୟ ସେମାନଙ୍କର ଜାତୀୟ ଦିବସରେ ଫ୍ରାନ୍ସର ଲୋକମାନଙ୍କୁ ମୋର ହୃଦୟରୁ ଶୁଭେଚ୍ଛା ଜଣାଉଛି। ଏହି ଦିନ ବିଶ୍ବରେ ସ୍ୱାଧୀନତା, ସମାନତା ଏବଂ ଭ୍ରାତୃଭାବ ଭଳି ମୂଲ୍ୟବୋଧର ପ୍ରତୀକ ଭାବରେ ବିବେଚନା କରାଯାଏ । ଏହି ମୂଲ୍ୟବୋଧଗୁଡିକ ଆମର ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ସମ୍ପର୍କର ମୂଳଦୁଆ ଅଟେ । ଆଜି ମୁଁ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ  ଯୋଗ ଦେଇ ଗୌରବାନ୍ୱିତ ଅନୁଭବ କରୁଛି। ମୁଁ ଖୁସି ଯେ ଭାରତୀୟ ସଶସ୍ତ୍ର ବାହିନୀର ତିନୋଟି ସେବାର କଣ୍ଟିଜେଣ୍ଟମାନେ ଏହି ଅବସରରେ ଶୋଭା ଓ ଗରିମା ବଢ଼ାଇା ପାଇଁ ଅଂଶଗ୍ରହଣ କରିଛନ୍ତି। ଆମେ ଭାରତୀୟ ରାଫାଲ ବିମାନର ଫ୍ଲାଇପ୍ୟାଷ୍ଟର ସାକ୍ଷୀ ରହିଥିଲୁ ଏବଂ ଆମର ନୌସେନାର ଜାହାଜ ମଧ୍ୟ ଫ୍ରାନ୍ସ ବନ୍ଦରରେ ଉପସ୍ଥିତ ଥିଲା। ସମୁଦ୍ର, ସ୍ଥଳ ଏବଂ ବାୟୁ କ୍ଷେତ୍ରରେ ଆମର ବଢ଼ୁଥିବା ସହଯୋଗର ସାକ୍ଷୀ ହେବା ଏହା ଏକ ଚମତ୍କାର ଦୃଶ୍ୟ। ଗତକାଲି ରାଷ୍ଟ୍ରପତି ମାକ୍ରନ୍ ମୋତେ ଫ୍ରାନ୍ସର ସର୍ବୋଚ୍ଚ ଜାତୀୟ ପୁରସ୍କାରରେ ସମ୍ମାନିତ କରିଥିଲେ। ଏହି ସମ୍ମାନ ହେଉଛି 140 କୋଟି ଭାରତୀୟଙ୍କ ସମ୍ମାନ।

ବନ୍ଧୁଗଣ,

ଆମେ ଆମର ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ର 25 ତମ ବାର୍ଷିକୀ ପାଳନ କରୁଛୁ। ବିଗତ 25 ବର୍ଷର ଦୃଢ଼ ମୂଳଦୁଆ ଉପରେ ନିର୍ମାଣ କରି ଆମେ ପରବର୍ତ୍ତୀ 25 ବର୍ଷ ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରୁଛୁ । ଏହି ପରିପ୍ରେକ୍ଷୀରେ ବୋଲ୍ଡ ଏବଂ ଉଚ୍ଚାଭିଳାଷୀ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ସମୟ ମଧ୍ୟରେ ଆମ ଦେଶକୁ ଏକ ବିକଶିତ ରାଷ୍ଟ୍ର କରିବାକୁ ଭାରତର ଲୋକମାନେ ମଧ୍ୟ ପ୍ରତିଶୃତି ଦେଇଛନ୍ତି। ଏହି ଯାତ୍ରାରେ ଆମେ ଫ୍ରାନ୍ସକୁ ଏକ ନ୍ୟାଚୁରାଲ୍ ପାର୍ଟନର ଭାବରେ ଦେଖୁ । ପରବର୍ତ୍ତୀ ଦୁଇ ଦିନ ମଧ୍ୟରେ, ପାରସ୍ପରିକ ସ୍ୱାର୍ଥର ସମସ୍ତ କ୍ଷେତ୍ରରେ ସହଯୋଗ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବାର ସୁଯୋଗ ଆମ ପାଖରେ ଅଛି । ଆମର ଅର୍ଥନୈତିକ ସମ୍ପର୍କକୁ ମଜବୁତ କରିବା ଆମର ପ୍ରାଥମିକତା ଅଟେ।

ନବୀକରଣ ଯୋଗ୍ୟ ଶକ୍ତି, ଗ୍ରୀନ୍ ହାଇଡ୍ରୋଜେନ୍, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ସେମିକଣ୍ଡକ୍ଟର, ସାଇବର ସୁରକ୍ଷା ଏବଂ ଡିଜିଟାଲ୍ ଟେକ୍ନୋଲୋଜି ପରି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ଆମେ ନୂତନ ପଦକ୍ଷେପ ଚିହ୍ନଟ କରୁଛୁ। ଫ୍ରାନ୍ସରେ ଭାରତର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଆରମ୍ଭ କରିବାକୁ ଏକ ଚୁକ୍ତିନାମା ହୋଇଛି। ଆମେ ଉଭୟ ଦେଶର ଷ୍ଟାର୍ଟ ଅପ୍ ଏବଂ ଇନୋଭେସନ୍ ଇକୋସିଷ୍ଟମକୁ ସଂଯୋଗ କରିବା ଉପରେ ଗୁରୁତ୍ୱ ଦେଉଛୁ। ସମାନ ଚିନ୍ତାଧାରା ବିଶିଷ୍ଟ ଦେଶମାନଙ୍କ ସହିତ, ଆମେ ଟେକ୍ନୋଲୋଜି ଯୋଗାଣ ଶୃଙ୍ଖଳାର ଲୋକତାନ୍ତ୍ରିକରଣ ପାଇଁ ପ୍ରୟାସ କରିବା ଉଚିତ୍ । ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ସୁରକ୍ଷା ଆମର ଅଂଶୀଦାର ଏବଂ ସର୍ବୋଚ୍ଚ ପ୍ରାଥମିକତା ହୋଇ ରହିଥାଏ। ଏହି ଦିଗରେ, ଆମେ ପୂର୍ବରୁ ଆନ୍ତର୍ଜାତୀୟ ସୋଲାର ଆଲାଇନ୍ସ ପ୍ରତିଷ୍ଠା କରିଛୁ, ଯାହା ବର୍ତ୍ତମାନ ଏକ ଆନ୍ଦୋଳନରେ ପରିଣତ ହୋଇଛି। ଆମେ ବର୍ତ୍ତମାନ ବ୍ଲୁ ଇକୋନୋମି ଏବଂ ଓସିନ ଗଭର୍ଣ୍ଣାନ୍‌ସ ପାଇଁ ରୋଡମ୍ୟାପରେ ଶୀଘ୍ର କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛୁ | ଏକକ ବ୍ୟବହାର ପ୍ଲାଷ୍ଟିକ ବିରୋଧରେ ମିଳିତ ଉଦ୍ୟମରେ ଆମେ ଏକତ୍ର ଅଗ୍ରଗତି କରିବୁ। ଫ୍ରେଞ୍ଚ କମ୍ପାନୀ ଇଣ୍ଡିଆନ୍ ଅଏଲ୍ ଏବଂ ଟୋଟାଲ୍ ମଧ୍ୟରେ ଏଲଏନଜି ରପ୍ତାନି ପାଇଁ ମୁଁ ଦୀର୍ଘକାଳୀନ ଚୁକ୍ତିନାମାକୁ ସ୍ୱାଗତ କରୁଛି। ଏହା ଆମର ସ୍ୱଚ୍ଛ ଶକ୍ତି ପରିବର୍ତ୍ତନ ଲକ୍ଷ୍ୟକୁ ଦୃଢ଼ କରିବ। ଖୁବ୍ ଶୀଘ୍ର, ଆମେ ଭାରତ-ଫ୍ରାନ୍ସ ସିଇଓ ଫୋରମରେ ମଧ୍ୟ ଅଂଶଗ୍ରହଣ କରିବୁ। ଆର୍ଥିକ ସହଯୋଗ ବୃଦ୍ଧି ପାଇଁ ଉଭୟ ଦେଶର ବ୍ୟବସାୟିକ ପ୍ରତିନିଧିମାନଙ୍କ ସହିତ ବ୍ୟାପକ ଆଲୋଚନା ହେବ।

ବନ୍ଧୁଗଣ,

ପ୍ରତିରକ୍ଷା ସହଯୋଗ ଆମର ସମ୍ପର୍କର ଏକ ଦୃଢ଼ ସ୍ତମ୍ଭ ହୋଇଛି । ଏହା ଦୁଇ ଦେଶ ମଧ୍ୟରେ ଗଭୀର ପାରସ୍ପରିକ ବିଶ୍ୱାସର ପ୍ରତୀକ। ମେକ୍ ଇନ୍ ଇଣ୍ଡିଆ ଏବଂ ‘ଆତ୍ମନିର୍ଭର ଭାରତ’ରେ ଫ୍ରାନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଅଟେ। ଆଜି ଆମେ ପ୍ରତିରକ୍ଷା କ୍ଷେତ୍ରରେ ଭାରତରେ ନୂତନ ଟେକ୍ନୋଲୋଜିର ସହ-ଉତ୍ପାଦନ ଏବଂ ସହ-ବିକାଶ ବିଷୟରେ ଆଲୋଚନା କରିବା। ଏହା ବୁଡ଼ାଜାହାଜ ହେଉ କିମ୍ବା ନୌସେନାର ଜାହାଜ ହେଉ, ଆମେ କେବଳ ଆମର ନୁହେଁ, ଅନ୍ୟ ବନ୍ଧୁତ୍ୱପୂର୍ଣ୍ଣ ଦେଶର ମଧ୍ୟ ଆବଶ୍ୟକତା ପୂରଣ କରିବାକୁ ଏକତ୍ର କାର୍ଯ୍ୟ କରିବାକୁ ଚାହୁଁଛୁ। ଆମର ପ୍ରତିରକ୍ଷା ସ୍ପେସ୍ ଏଜେନ୍ସି ମଧ୍ୟରେ ସହଯୋଗ ବୃଦ୍ଧି କରିବାର ସମ୍ଭାବନା ଅଛି। ଆମେ ଭାରତରେ ଫ୍ରେଞ୍ଚ କମ୍ପାନୀଗୁଡିକ ଦ୍ୱାରା ହେଲିକପ୍ଟର ପାଇଁ ଏମଆରଓ ସୁବିଧା, ଅତିରିକ୍ତ ଅଂଶ ଏବଂ ଇଞ୍ଜିନ ଉତ୍ପାଦନରେ ଅଗ୍ରଗତି କରୁଛୁ। ଏହି ପରିପ୍ରେକ୍ଷୀରେ ଆମେ ଆମର ସହଯୋଗକୁ ମଜବୁତ କରିବୁ। ନାଗରିକ ଆଣବିକ ସହଯୋଗ କ୍ଷେତ୍ରରେ କ୍ଷୁଦ୍ର ଏବଂ ଉନ୍ନତ ମଡ୍ୟୁଲାର୍ ରିଆକ୍ଟରଗୁଡିକରେ ସହଯୋଗର ସମ୍ଭାବନା ବିଷୟରେ ଆମେ ଆଲୋଚନା କରିବୁ। ଭାରତରେ ଚନ୍ଦ୍ରଯାନର ସଫଳ ଉନ୍ମୋଚନ ପାଇଁ ଆଜି ସମଗ୍ର ଦେଶ ଉତ୍ସାହିତ ଅଛନ୍ତି। ଏହା ଆମର ବୈଜ୍ଞାନିକମାନଙ୍କ ଦ୍ୱାରା ଏକ ମହତ୍ବପୂର୍ଣ୍ଣ ସଫଳତା। ମହାକାଶ କ୍ଷେତ୍ରରେ ଭାରତ ଏବଂ ଫ୍ରାନ୍ସର ଦୀର୍ଘ ଦିନର ଏବଂ ଗଭୀର ସହଯୋଗ ରହିଛି। ସାଟେଲାଇଟ୍ ଉତକ୍ଷେପଣ ସେବା ସହିତ ସମୁଦ୍ର ଏବଂ ସ୍ଥଳ ତାପମାତ୍ରା ଏବଂ ପରିବେଶ ଉପରେ ନଜର ରଖିବା ପାଇଁ ତ୍ରିଷ୍ଣା ଉପଗ୍ରହର ବିକାଶ ସହିତ ଆମେ ଆମର ସ୍ପେସ୍ ଏଜେନ୍ସି ମଧ୍ୟରେ ନୂତନ ଚୁକ୍ତିନାମା କରିଛୁ। ସ୍ପେସ୍ ଆଧାରିତ ସାମୁଦ୍ରିକ ଡୋମେନ୍ ସଚେତନତା ପରି କ୍ଷେତ୍ରରେ ମଧ୍ୟ ଆମେ ଆମର ସହଯୋଗକୁ ବିସ୍ତାର କରିପାରିବା |

ବନ୍ଧୁଗଣ,

ଭାରତ ଏବଂ ଫ୍ରାନ୍ସର ଲୋକମାନଙ୍କ ମଧ୍ୟରେ ଗଭୀର ଏବଂ ଦୀର୍ଘ ଦିନର ସମ୍ପର୍କ ରହିଆସିଛି। ଆଜି ଆମର ଆଲୋଚନା ଏହି ସମ୍ପର୍କକୁ ଆହୁରି ମଜବୁତ କରିବ। ଦକ୍ଷିଣ ଫ୍ରାନ୍ସର ମାର୍ସେଲ ସହରରେ ଆମେ ଏକ ନୂତନ ଭାରତୀୟ କନସୁଲେଟ୍ ଖୋଲିବୁ। ଫ୍ରାନ୍ସରେ ଅଧ୍ୟୟନ କରୁଥିବା ଭାରତୀୟ ମୂଳ ଲୋକଙ୍କୁ ଦୀର୍ଘକାଳୀନ ଭିସା ଯୋଗାଇବା ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ। ଭାରତରେ ସେମାନଙ୍କ କ୍ୟାମ୍ପସ୍ ପ୍ରତିଷ୍ଠା କରିବାକୁ ଆମେ ଫ୍ରାନ୍ସ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଆମନ୍ତ୍ରଣ କରୁଛୁ । ଦିଲ୍ଲୀରେ ନିର୍ମିତ ନୂତନ ଜାତୀୟ ସଂଗ୍ରହାଳୟର ପ୍ରତିଷ୍ଠା ପାଇଁ ଫ୍ରାନ୍ସ ଅଂଶୀଦାର ଭାବରେ ଯୋଗ ଦେଉଛି। ଆସନ୍ତା ବର୍ଷ ପ୍ୟାରିସରେ ହେବାକୁ ଥିବା ଅଲିମ୍ପିକ୍ସକୁ ସମସ୍ତ ଭାରତୀୟ ଆଥଲେଟ୍ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି କାର୍ଯ୍ୟକ୍ରମର ସଫଳ ସଂଗଠନ ପାଇଁ ମୁଁ ରାଷ୍ଟ୍ରପତି ମାକ୍ରୋନ୍ ଏବଂ ତାଙ୍କ ସମଗ୍ର ଦଳକୁ ମୋର ଶୁଭେଚ୍ଛା ଜଣାଉଛି ।

ବନ୍ଧୁଗଣ,

ଆଜି ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିବା। ଭାରତ-ପ୍ରଶାନ୍ତ ମହାସାଗରରେ ରେସିଡେଣ୍ଟ ପାୱାର ଭାବରେ ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ପାଇଁ ଭାରତ ଏବଂ ଫ୍ରାନ୍ସର ଏକ ବିଶେଷ ଦାୟିତ୍ବ ରହିଛି। ଆମର ସହଯୋଗକୁ ଏକ ଗଠନମୂଳକ ରୂପ ଦେବା ପାଇଁ ଆମେ ଏକ ଇଣ୍ଡୋ-ପାସିଫିକ୍ ସହଯୋଗ ରୋଡମ୍ୟାପରେ କାର୍ଯ୍ୟ କରୁଛୁ। ଇଣ୍ଡୋ-ପାସିଫିକ୍ ତ୍ରିକୋଣୀୟ ବିକାଶ ସହଯୋଗ ପାଣ୍ଠି ପ୍ରସ୍ତାବ ଉପରେ ଉଭୟ ପକ୍ଷ ମଧ୍ୟ ଆଲୋଚନାରେ ନିୟୋଜିତ ଅଛନ୍ତି। ଏହା ସମଗ୍ର ଅଞ୍ଚଳରେ ଷ୍ଟାର୍ଟ ଅପ୍ ଏବଂ ନୂତନତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। ଭାରତର ଭାରତ-ପ୍ରଶାନ୍ତ ମହାସାଗର ଉଦ୍ୟମରେ ସାମୁଦ୍ରିକ ଉତ୍ସ ସ୍ତମ୍ଭର ନେତୃତ୍ୱ ନେବାକୁ ଫ୍ରାନ୍ସର ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ।

ବନ୍ଧୁଗଣ,

କୋଭିଡ୍-19 ମହାମାରୀର ପ୍ରଭାବ ଏବଂ ୟୁକ୍ରେନରେ ହୋଇଥିବା ସଂଘର୍ଷ ବିଶ୍ୱବ୍ୟାପୀ ଅନୁଭୂତ ହୋଇଛି, ଯାହା ଗ୍ଲୋବାଲ୍ ସାଉଥ୍ ଦେଶଗୁଡିକ ଉପରେ ବିଶେଷ ନକାରାତ୍ମକ ପ୍ରଭାବ ପକାଇଥାଏ। ଏହା ଏକ ଚିନ୍ତାର ବିଷୟ। ସମସ୍ତ ରାଷ୍ଟ୍ର ଏକତ୍ରିତ ହୋଇ ଏହି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିବା ଆବଶ୍ୟକ। ଆମେ ବିଶ୍ୱାସ କରୁ ଯେ ସମସ୍ତ ବିବାଦ ଆଲୋଚନା ଏବଂ କୂଟନୈତିକ ମାଧ୍ୟମରେ ସମାଧାନ ହେବା ଉଚିତ୍। ସ୍ଥାୟୀ ଶାନ୍ତିର ସ୍ଥାପନା ପାଇଁ ଭାରତ ସହଯୋଗ କରିବାକୁ ପ୍ରସ୍ତୁତ। ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତ ଏବଂ ଫ୍ରାନ୍ସ ସବୁବେଳେ ଏକାଠି ଠିଆ ହୋଇଛନ୍ତି। ଆମେ ବିଶ୍ୱାସ କରୁ ଯେ ସୀମା ଆତଙ୍କବାଦକୁ ଦୂର କରିବା ପାଇଁ ଠୋସ୍ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ଏହି ଦିଗରେ ସହଯୋଗ ବୃଦ୍ଧି ପାଇଁ ଉଭୟ ଦେଶ ଏକମତ ହୋଇଛନ୍ତି।

ରାଷ୍ଟ୍ରପତି ମାକ୍ରନ୍,

ଏହି ବର୍ଷ ଜି -20 ଶିଖର ସମ୍ମିଳନୀରେ ମୁଁ ଏବଂ ସମସ୍ତ ଭାରତୀୟ ଆପଣଙ୍କୁ ଭାରତରେ ସ୍ୱାଗତ କରିବାକୁ ଆଗ୍ରହୀ ଅଛନ୍ତି। ଆପଣଙ୍କର ବନ୍ଧୁତା ଏବଂ ମୋ ପାଇଁ ଆତିଥ୍ୟ ପାଇଁ ପୁଣି ଥରେ ଆପଣଙ୍କୁ ବହୁତ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
iPhone exports hit record ₹2 trillion in final year of smartphone PLI

Media Coverage

iPhone exports hit record ₹2 trillion in final year of smartphone PLI
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting how enthusiasm and positive energy lead to success
April 30, 2026

Prime Minister Shri Narendra Modi today shared a Sanskrit Subhashitam highlighting that enthusiasm and positive energy inspire a person to remain consistently active in their actions.

The Prime Minister noted that this unwavering enthusiasm leads all those efforts to success which a person resolves to accomplish.

The Prime Minister posted on X:

"कर्मशील और ऊर्जावान देशवासी ही राष्ट्र की सबसे बड़ी शक्ति हैं, जिनके परिश्रम से विकास की नई राहें तय होती हैं। इनके प्रयासों से देश समृद्धि, आत्मनिर्भरता और उन्नति के शिखर को छूता है।

अनिर्वेदो हि सततं सर्वार्थेषु प्रवर्तकः।

करोति सफलं जन्तोः कर्म यच्च करोति सः॥"
Enthusiasm and positive energy inspire a person to remain consistently active in their actions. This unwavering enthusiasm leads all those efforts to success which a person resolves to accomplish.