“ଯୁବ ଶକ୍ତି ଦ୍ୱାରା ଏବେ ଦେଶର ବିକାଶ ଏକ ନୂତନ ଗତି ଲାଭ କରିଛି ।”
“ବିଗତ ମାତ୍ର ୮ ବର୍ଷ ଭିତରେ ଦେଶର ଷ୍ଟାର୍ଟ ଅପ୍ ବାତାବରଣରେ ବୈପ୍ଳବିକ ପରିବର୍ତ୍ତନ ଘଟିଛି ।”
“୨୦୧୪ ମସିହା ପରେ ସରକାର ଦେଶର ଯୁବଗୋଷ୍ଠୀଙ୍କ ମନରେ ନବସୃଜନ ସାମର୍ଥ୍ୟ ପ୍ରତି ଥିବା ଆସ୍ଥାକୁ ପୁନଃସ୍ଥାପନ କରିପାରିଛନ୍ତି ଏବଂ ଏକ ସୁସ୍ଥ ଓ ଅନୁକୂଳ ବାତାବରଣ ସୃଷ୍ଟି କରିଛନ୍ତି ।”
“୭ ବର୍ଷ ପୂର୍ବେ ଆରମ୍ଭ କରାଯାଇଥିବା ଷ୍ଟାର୍ଟ ଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ଚିନ୍ତନକୁ ନବସୃଜନରେ ପରିଣତ କରିବା ଦିଗରେ ଏକ ବିରାଟ ପଦକ୍ଷେପ ଭାବେ ସାବ୍ୟସ୍ତ ହୋଇଛି ଏବଂ ଏହାକୁ ନେଇ ଶିଳ୍ପସଂସ୍ଥାମାନଙ୍କ ନିକଟରେ ପହଞ୍ଚାଇପାରିଛି ।”
“ଦେଶରେ ଇଜ୍ ଅଫ୍ ଡୁଇଂ ବିଜିନେସ ଏବଂ ଇଜ୍ ଅଫ୍ ଲିଭିଂ ଇନ୍ ଇଣ୍ଡିଆ କ୍ଷେତ୍ରରେ ଅଭୂତପୂର୍ବ ଗୁରୁତ୍ୱ ଆରୋପ କରାଯାଇଛି।”

ନମସ୍କାର!

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ, ମଧ୍ୟପ୍ରଦେଶ ସରକାରଙ୍କ ସମସ୍ତ ମନ୍ତ୍ରୀବୃନ୍ଦ, ସାଂସଦଗଣ, ବିଧାୟକଗଣ, ଷ୍ଟାର୍ଟ ଅପ ଜଗତର ମୋର ବନ୍ଧୁଗଣ, ଭାଇ ଓ ଭଉଣୀମାନେ!

ଆପଣମାନେ ସମସ୍ତେ ଦେଖିଥିବେ ବୋଧହୁଏ ମୁଁ ମଧ୍ୟପ୍ରଦେଶର ଯୁବ ପ୍ରତିଭାମାନଙ୍କ ସହିତ, ଷ୍ଟାର୍ଟ ଅପଗୁଡିକ ସହ ଯୋଡି ହୋଇଥିବା କେତେକ ଯୁବକମାନଙ୍କ ସହ ଆଲୋଚନା କରୁଥିଲି ଏବଂ ମୁଁ ଅନୁଭବ କରୁଥିଲି, ଆପଣମାନେ ସମସ୍ତେ ମଧ୍ୟ ଅନୁଭବ କରୁଥିବେ ଏବଂ ଆଉ ଗୋଟିଏ କଥା ନିଶ୍ଚିତ ଯେ ଯେତେବେଳେ ହୃଦୟରେ ପ୍ରବଳ ଆଗ୍ରହ ଥିବ, ନୂତନ ଉନ୍ମାଦନା ଥିବ, ନବସୃଜନର ଉତ୍ସାହ ଥିବ ତାହାହେଲେ ତାର ପ୍ରଭାବ ସ୍ପଷ୍ଟ ଦୃଶ୍ୟମାନ ହୋଇଥାଏ ଏବଂ ଉତ୍ସାହ ତ ଆଜି ଏଭଳି ଭାଷଣ ମଧ୍ୟ ଦେଇଦେଲା । ଆପଣ ସମସ୍ତଙ୍କ ସହ ମତେ କଥା ହେବାର ଯେଉଁ ଅବସର ମିଳିଲା ଏବଂ ଯେଉଁମାନେ ଏହି କଥା ଶୁଣିଥିବେ ସେମାନେ ସମ୍ପୁର୍ଣ୍ଣ ବିଶ୍ୱାସର ସହିତ ଏହା କହି ପାରିବେ ଯେ ଆଜି ଦେଶରେ ଯେତିକି ସକ୍ରିୟ ଷ୍ଟାର୍ଟ ଅପ ନୀତି ରହିଛି, ସେତିକି ପରିଶ୍ରମୀ ଷ୍ଟାର୍ଟ ଅପ ନେତୃତ୍ୱ ମଧ୍ୟ ରହିଛି । ଏଥିପାଇଁ ଦେଶ ଏକ ନୂତନ ଯୁବ ଉର୍ଜା ସହ ବିକାଶକୁ ଗତି ପ୍ରଦାନ କରୁଛି । ଆଜି ମଧ୍ୟପ୍ରଦେଶରେ ଷ୍ଟାର୍ଟ ଅପ ପୋର୍ଟାଲ ଏବଂ ଆଇ-ହବ ଇନ୍ଦୋରର ଶୁଭାରମ୍ଭ କରାଯାଇଛି । ମଧ୍ୟପ୍ରଦେଶର ଷ୍ଟାର୍ଟ ଅପ ନୀତି ଅନୁସାରେ ଷ୍ଟାର୍ଟ ଅପ ଏବଂ ଇନକ୍ୟୁବେଟର୍ସ ଗୁଡିକୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି । ମୁଁ ଏହି ପ୍ରୟାସଗୁଡିକ ପାଇଁ, ଏବଂ ଏହି ଆୟୋଜନ ପାଇଁ ମଧ୍ୟପ୍ରଦେଶ ସରକାରଙ୍କୁ, ଦେଶର ଷ୍ଟାର୍ଟ ଅପ ଇକୋସିଷ୍ଟମକୁ ଏବଂ ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ,

ଆପଣମାନଙ୍କର ମନେ ଥିବ, ୨୦୧୪ରେ ଯେତେବେଳେ ଆମ ସରକାର କ୍ଷମତାକୁ ଆସିଥିଲା, ସେତେବେଳେ ଦେଶରେ ୩୦୦ ରୁ ୪୦୦ ପାଖାପାଖି ଷ୍ଟାଟ ଅପ ଥିଲା ଏବଂ କୌଣସି ଷ୍ଟାର୍ଟ ଅପ ଶଦ୍ଦ ମଧ୍ୟ ଶୁଣିବାକୁ ମିଳୁ ନ ଥିଲା, ନା ତାର କୌଣସି ଆଲୋଚନା ହେଉଥିଲା । କିନ୍ତୁ ଆଜି ଆଠ ବର୍ଷର କ୍ଷୁଦ୍ର କାଳଖଣ୍ଡରେ ଭାରତରେ ଷ୍ଟାର୍ଟ ଅପର ବିଶ୍ୱ ହିଁ ବଦଳି ସାରିଛି । ଆଜି ଆମ ଦେଶରେ ପାଖାପାଖି ୭୦ ହଜାର ମାନ୍ୟତାପ୍ରାପ୍ତ ଷ୍ଟାର୍ଟ ଅପ ରହିଛି । ଆଜି ଭାରତରେ ବିଶ୍ୱର ତୃତୀୟ ସର୍ବବୃହତ ଷ୍ଟାର୍ଟ ଅପ ଇକୋ ସିଷ୍ଟମ ରହିଛି । ଆମେ ବିଶ୍ୱର ସର୍ବବୃହତ ୟୁନିକର୍ଣ୍ଣ ହବ ମଧ୍ୟରେ ବି ଏକ ଶକ୍ତି ଭାବରେ ଉଭା ହେଉଛୁ । ଆଜି ବୋଧହୁଏ ୮ କିମ୍ବା ୧୦ ଦିନ ମଧ୍ୟରେ ଭାରତରେ ଗୋଟିଏ ଷ୍ଟାର୍ଟ ଅପ, ୟୁନିକର୍ଣ୍ଣ ତିଆରି ହୋଇଯାଉଛି, ୟୁନିକର୍ଣ୍ଣରେ ରୂପାନ୍ତରିତ ହେଉଛି । ଏବେ ଆପଣ ଚିନ୍ତା କରିପାରିବେ ଯେ ଶୂନ୍ୟରୁ ଆରମ୍ଭ କରି, କୌଣସି ଏକ ଷ୍ଟାର୍ଟ ଅପ ୟୁନିକର୍ଣ୍ଣରେ ପରିଣତ ହେବାର ଅର୍ଥ ଏହା ଯେ ଏତେ କମ ସମୟରେ ପାଖାପାଖି ୭ ହଜାର କୋଟି ଟଙ୍କାର ପୁଞ୍ଜି ପର୍ଯ୍ୟନ୍ତ ପହଂଚିବା, ସେତେବେଳେ ଯାଇ ଗୋଟିଏ ୟୁନିକର୍ଣ୍ଣ ତିଆରି ହୋଇଥାଏ ଏବଂ ଆଜି ୮ – ୧୦ ଦିନ ମଧ୍ୟରେ ଗୋଟିଏ ନୂଆ ୟୁନିକର୍ଣ୍ଣ ଏହି ଦେଶରେ ଆମ ଯୁବପିଢୀ ପ୍ରସ୍ତୁତ କରୁଛନ୍ତି ।

ବନ୍ଧୁଗଣ,

ଏହା ଭାରତର ଯୁବକମାନଙ୍କର ସାମର୍ଥ୍ୟ ଅଟେ, ସଫଳତାର ନୂତନ ଶିଖର ପ୍ରାପ୍ତ କରିବାର ଇଚ୍ଛାଶକ୍ତିର ଉଦାହରଣ ଅଟେ । ଏବଂ ମୁଁ ଆର୍ଥିକ ଜଗତର ନୀତିଗୁଡିକର ଅଧ୍ୟୟନ କରୁଥିବା ବିଜ୍ଞ ଲୋକମାନଙ୍କୁ ଗୋଟିଏ କଥା ଲେଖି ରଖିବା ପାଇଁ କହିବି । ଭାରତରେ ଆମର ଷ୍ଟାର୍ଟ ଅପର ପରିସର ଯେତେ ବିରାଟ ଅଟେ, ସେତିକି ହିଁ ବିଶାଳ ଏହାର ବିବିଧତା ମଧ୍ୟ ଅଟେ । ଏହି ଷ୍ଟାର୍ଟ ଅପଗୁଡିକ କୌଣସି ଗୋଟିଏ ରାଜ୍ୟ କିମ୍ବା ଦୁଇ ଚାରିଟି ମେଟ୍ରୋ ସିଟି ମଧ୍ୟରେ ସିମୀତ ନାହିଁ । ଏହି ଷ୍ଟାର୍ଟ ଅପ ଭାରତର ଅନେକ ରାଜ୍ୟରେ, ଅନେକ ଛୋଟ ଛୋଟ ସହରରେ ପରିବ୍ୟାପ୍ତ ହୋଇ ରହିଛି । କେବଳ ଏତିକି ନୁହେଁ, ଯଦି ମୁଁ ଗୋଟିଏ ମୋଟା ମୋଟି ହିସାବ କରିବି ତ ୫୦ରୁ ଅଧିକ ଭିନ୍ନ ଭିନ୍ନ ଶିଳ୍ପ ସହ ଷ୍ଟାର୍ଟ ଅପଗୁଡିକ ଯୋଡି ହୋଇଛି । ଏହା ଦେଶର ପ୍ରତ୍ୟେକ ରାଜ୍ୟ ଏବଂ ସାଢେ ଛଅ ଶହରୁ ଅଧିକ ଜିଲ୍ଲାରେ ପରିବ୍ୟାପ୍ତ ହୋଇଛି । ପାଖାପାଖି ୫୦ ପ୍ରତିଶତ ଷ୍ଟାର୍ଟ ଅପ ତ ଏଭଳି ରହିଛି, ଯାହା ଟାୟର ଟୁ ଏବଂ ଟାୟର ଥ୍ରୀ ସହରରେ ରହିଛି । ସାଧାରଣତଃ କିଛି ଲୋକଙ୍କର ଭୁଲ ଧାରଣା ରହିଛି ଯେ ଷ୍ଟାର୍ଟ ଅପ ଅର୍ଥାତ ଯୁବକ ଜଣଙ୍କ କମ୍ପ୍ୟୁଟର ସମ୍ବନ୍ଧିତ କିଛି ଖେଳ ବା କାର୍ଯ୍ୟ କରୁଛି, ବ୍ୟବସାୟ କରୁଛି । ଏହା ଭୁଲ ଧାରଣା, ସତ୍ୟ ଏହା ଯେ ଷ୍ଟାର୍ଟ ଅପର ପରିସର ଏବଂ ବିସ୍ତାର ଖୁବ ବଡ ଅଟେ । ଷ୍ଟାର୍ଟ ଅପ ଆମକୁ ଜଟିଳ ସମସ୍ୟାର ସରଳ ସମାଧାନ ଦେଇଥାଏ । ଏବଂ ଆମେମାନେ ଦେଖୁଛୁ ଯେ ଗତକାଲିର ଷ୍ଟାର୍ଟ ଅପ, ଆଜିର ମଲ୍ଟି ନ୍ୟାସନାଲ କମ୍ପାନିରେ ପରିଣତ ହେଉଛି । ମୁଁ ଖୁସି ଯେ ଆଜି କୃଷି କ୍ଷେତ୍ରରେ, ଖୁଚୁରା ବ୍ୟବସାୟ କ୍ଷେତ୍ରରେ, ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂଆ ନୂଆ ଷ୍ଟାର୍ଟ ଅପ ଆଗକୁ ଆସୁଛି ।

ବନ୍ଧୁଗଣ,

ଆଜି ଯେତେବେଳେ ଆମେ ବିଶ୍ୱକୁ ଭାରତର ଷ୍ଟାର୍ଟ ଅପ ଇକୋସିଷ୍ଟମର ପ୍ରଶଂସା କରୁଥିବାର ଶୁଣୁ ପ୍ରତ୍ୟେକ ଭାରତୀୟକୁ ଗର୍ବ ଅନୁଭବ ହୋଇଥାଏ । କିନ୍ତୁ ବନ୍ଧୁଗଣ, ଗୋଟିଏ ପ୍ରଶ୍ନ ମଧ୍ୟ ରହିଛି । ଆଠ ବର୍ଷ ପୂର୍ବ ପର୍ଯ୍ୟନ୍ତ ଯେଉଁ ଷ୍ଟାର୍ଟ ଅପ ଶଦ୍ଦ କିଛି ଗଳିରେ ହିଁ, କିଛି ପ୍ରଯୁକ୍ତିଭିତିକ ଜଗତର ଗଳିରେ ହିଁ ଆଲୋଚନାର ଅଂଶ ଥିଲା, ତାହା ଆଜି ସାଧାରଣ ଭାରତୀୟ ଯୁବକର ସ୍ୱପ୍ନ ପୂରଣ କରିବାର ଏକ ସଶକ୍ତ ମାଧ୍ୟମ, ଏହା ସେମାନଙ୍କ ଦୈନନ୍ଦିନ କଥାବାର୍ତାର ବିଷୟ କିଭଳି ପାଲଟିଗଲା? ଏତେ ବଡ ପରିବର୍ତନ କିପରି ଆସିଲା? ଏହା ତତକ୍ଷଣାତ ଆସି ନାହିଁ । ଏକ ସୁଚିନ୍ତିତ ରଣନୀତି ଅନୁସାରେ ସ୍ପଷ୍ଟ ଲକ୍ଷ୍ୟ, ନିର୍ଦ୍ଧାରିତ ସଙ୍କଳ୍ପ, ଏହା ଏ ସବୁର ପରିଣାମ ଅଟେ ଏବଂ ମୁଁ ନିଶ୍ଚିତ ଭାବରେ ଚାହିଁବି ଯେ ଆଜି ଯେତେବେଳେ ମୁଁ ଷ୍ଟାର୍ଟ ଅପ ଜଗତର ଯୁବକମାନଙ୍କୁ ଭେଟିଛି, ଇନ୍ଦୋର ଭଳି ଭୂମୀ ଯେତେବେଳେ ମୋ ସମ୍ମୁଖରେ ରହିଛି ତ ମୁଁ ଭାବୁଛି ଯେ କିଛି କଥା ଆଜି ଆପଣମାନଙ୍କୁ ଜଣାଇବି । ଆଜି ଯାହାକୁ ଷ୍ଟାର୍ଟ ଅପ କ୍ରାନ୍ତି ଭାବେ ପରିଚୟ ମିଳିଛି, ତାହା କିପରି ଆରମ୍ଭ ହେଲା, ମୁଁ ଭାବୁଛି ପ୍ରତ୍ୟେକ ଯୁବା ଏହା ଜାଣିବା ଅତ୍ୟନ୍ତ ଜରୁରୀ ଅଟେ ଏବଂ ଏହା ନିଜ ମଧ୍ୟରେ ଏକ ପ୍ରେରଣା ମଧ୍ୟ ଅଟେ । ଆଜାଦୀର ଅମୃତ କାଳ ପାଇଁ ଏହା ଖୁବ ବଡ ପ୍ରୋତ୍ସାହନ ମଧ୍ୟ ଅଟେ ।

ବନ୍ଧୁଗଣ,

ଭାରତରେ ନୂଆ କିଛି କରିବାର, ନୂତନ ଚିନ୍ତାଧାର ଦ୍ୱାରା ସମସ୍ୟାଗୁଡିକର ସମାଧାନ କରିବାର ତୀବ୍ର ଇଚ୍ଛା ସର୍ବଦା ରହିଆସିଛି । ଏହା ଆମେ ଆମର ସୂଚନା ପ୍ରଯୁକ୍ତି ବିପ୍ଳବ ସମୟରେ ଖୁବ ଭଲ ଭାବରେ ଅନୁଭବ କରିଥିଲେ । କିନ୍ତୁ ଦୁର୍ଭାଗ୍ୟରୁ ଯେତେ ପ୍ରୋତ୍ସାହନ, ଯେତେ ସମର୍ଥନ, ସେହି ସମୟରେ ଆମ ଯୁବପିଢୀକୁ ମିଳିବାର ଆବଶ୍ୟକତା ଥିଲା, ସେତିକି ମିଳି ନାହିଁ । ଆବଶ୍ୟକତା ଏହି କଥାର ଥିଲା ଯେ ସୂଚନା ପ୍ରଯୁକ୍ତି ବିପ୍ଳବ ଦ୍ୱାରା ସୃଷ୍ଟ ପରିବେଶକୁ ପ୍ରଣାଳୀଗତ କରାଯାଇଥାଆନ୍ତା, ଏକ ଦିଗ ଦିଆଯାଇଥାଆନ୍ତା । କିନ୍ତୁ ହୋଇପାରିଲା ନାହିଁ । ଆମେ ଦେଖିଲୁ ଯେ ସମ୍ପୁର୍ଣ୍ଣ ଗୋଟିଏ ଦଶନ୍ଧି ବଡ ବଡ ଦୁର୍ନିତୀରେ, ନୀତିଗତ ସ୍ଥାଣୁତାରେ, ସ୍ୱଜନ ପକ୍ଷପାତିତାରେ ଏହି ଦେଶର ଗୋଟିଏ ପିଢୀର ସ୍ୱପ୍ନକୁ ବରବାଦ କରିଦେଲା । ଆମ ଯୁବକମାନଙ୍କ ନିକଟରେ ଚିନ୍ତାଧାରା ଥିଲା, ନବସୃଜନ ପାଇଁ ଇଚ୍ଛା ମଧ୍ୟ ଥିଲା, କିନ୍ତୁ ସବୁ କିଛି ପୂର୍ବର ସରକାରଙ୍କ ନୀତିଗୁଡିକରେ ଏବଂ ଏକ ପ୍ରକାର କହିବାକୁ ଗଲେ ନୀତିଗୁଡିକର ଅଭାବ ମଧ୍ୟରେ ଛନ୍ଦି ହୋଇ ରହିଗଲା ।

ବନ୍ଧୁଗଣ,

୨୦୧୪ ପରେ ଆମେ ଯୁବକମାନଙ୍କ ମଧ୍ୟରେ ଚିନ୍ତାଧାରାର ଏହି ଶକ୍ତିକୁ, ନବସୃଜନର ଏହି ଉତ୍ସାହକୁ ପୁଣି ଥରେ ପୁନର୍ଜୀବିତ କଲୁ, ଆମେ ଭାରତର ଯୁବକମାନଙ୍କ ସାମର୍ଥ୍ୟ ଉପରେ ବିଶ୍ୱାସ କଲୁ । ଆମେ ‘ଆଇଡିଆ ଟୁ ଇନୋଭେସନ ଟୁ ଇଣ୍ଡଷ୍ଟ୍ରି’ ଏହାର ଏକ ସମ୍ପୁର୍ଣ୍ଣ ରୋଡମ୍ୟାପ ପ୍ରସ୍ତୁତ କଲୁ ଏବଂ ତିନିଟି କଥା ଉପରେ ଗୁରୁତ୍ୱ ଦେଲୁ ।

ପ୍ରଥମ - ଆଇଡିଆ, ଇନୋଭେଟ, ଇନକ୍ୟୁବେଟ ଏବଂ ଇଣ୍ଡଷ୍ଟ୍ରି ଏସବୁ ସହ ଜଡିତ ସଂସ୍ଥାଗୁଡିକର ଭିତିଭୂମୀ ନିର୍ମାଣ ।

ଦ୍ୱିତୀୟ – ସରକାରୀ ପ୍ରକ୍ରିୟାଗୁଡିକର ସରଳୀକରଣ

ଏବଂ ତୃତୀୟ - ନବସୃଜନ ପାଇଁ ମନୋଭାବରେ ପରିବର୍ତନ, ନୂତନ ଇକୋସିଷ୍ଟମର ନିର୍ମାଣ ।

ବନ୍ଧୁଗଣ,

ଏହି ସବୁ କଥାକୁ ଧ୍ୟାନରେ ରଖି ଆମେ ଭିନ୍ନ ଭିନ୍ନ ମଂଚରେ ଏକ ସଙ୍ଗେ କାର୍ଯ୍ୟ କରିବା ଆରମ୍ଭ କଲୁ । ଏଥିରୁ ଗୋଟିଏ ଥିଲା ହାକାଥନ । ସାତ ଆଠ ବର୍ଷ ପୂର୍ବେ ଯେତେବେଳେ ଦେଶରେ ହାକାଥନ ହେବା ଆରମ୍ଭ ହେଲା ତ କାହାକୁ ମଧ୍ୟ ଧାରଣା ନଥିଲା ଯେ ଏହା ଷ୍ଟାର୍ଟ ଅପଗୁଡିକ ପାଇଁ ମଜବୁତ ଭିତିଭୂମୀ ନିର୍ମାଣ କରିବାର କାର୍ଯ୍ୟ କରିବ । ଏକ ଶକ୍ତ ଭିତିଭୂମୀ ପ୍ରସ୍ତୁତ କରିବ । ଆମେ ଦେଶର ଯୁବକମାନଙ୍କୁ ଆହ୍ୱାନ ଦେଲୁ, ଯୁବକମାନେ ଆହ୍ୱାନକୁ ଗ୍ରହଣ କଲେ ଏବଂ ସମାଧାନ ବାହାର କରି ଦେଖାଇଲେ । ଦେଶର ଲକ୍ଷ ଲକ୍ଷ ଯୁବକମାନଙ୍କୁ ଏହି ହାକାଥନରୁ ଜୀବନର ଲକ୍ଷ୍ୟ ମିଳିଲା, ଦାୟିତ୍ୱବୋଧ ଆହୁରି ବଢିଲା । ଏହାଦ୍ୱାରା ସେମାନଙ୍କ ମଧ୍ୟରେ ଏହି ବିଶ୍ୱାସ ସୃଷ୍ଟି ହେଲା ଯେ ଦେଶ ଯେଉଁ ଦୈନନ୍ଦିନ ସମସ୍ୟାର ସମ୍ମୁଖୀନ ହେଉଛି, ସେଗୁଡିକୁ ଦୂର କରିବା ପାଇଁ ସେମାନେ ନିଜର ଯୋଗଦାନ ଦେଇପାରିବେ । ଏହି ଭାବନା ଷ୍ଟାର୍ଟ ଅପ ପାଇଁ ଏକ ପ୍ରକାର ଲଂଚ ପ୍ୟାଡ ଭଳି କାର୍ଯ୍ୟ କଲା । କେବଳ ସରକାରଙ୍କ ସ୍ମାର୍ଟ ଇଣ୍ଡିଆ ହାକାଥନରେ ହିଁ ଆପଣମାନେ ତ ଜାଣିଥିବେ, ଆପଣମାନଙ୍କ ମଧ୍ୟରୁ ବୋଧହୁଏ କିଛି ଲୋକ ସେଥିରେ ଯୋଡି ହୋଇଥିବେ, ମୋ ସମ୍ମୁଖରେ ଯେଉଁମାନେ ବସିଛନ୍ତି, ସ୍ମାର୍ଟ ଇଣ୍ଡିଆ ହାକାଥନରେ ହିଁ ଗତ ବର୍ଷ ପାଖାପାଖି ୧୫ ଲକ୍ଷ ଏଭଳି ପ୍ରତିଭାବାନ ଯୁବ ସାଥୀ ତା ସହ ଯୋଡି ହୋଇଛନ୍ତି । ମୋର ମନେ ଅଛି ଯେ ଏଭଳି ହାକାଥନଗୁଡିକରେ, କାରଣ ମତେ ମଧ୍ୟ ବହୁତ ଭଲ ଲାଗୁଥିଲା, ନୂଆ ନୂଆ ଜିନିଷ ବୁଝିବାକୁ ମିଳୁଥିଲା, ଜାଣିବାକୁ ମିଳୁଥିଲା ତ ମୁଁ ଦୁଇ ଦୁଇ ଦିନ ପର୍ଯ୍ୟନ୍ତ ଯୁବକମାନଙ୍କର ଏହି ହାକାଥନର ଏହି ଗତିବିଧିଗୁଡିକୁ ଖୁବ ସୂକ୍ଷ୍ମ ଭାବରେ ନଜର ରଖୁଥିଲି, ଦେଖୁଥିଲି, ରାତି ୧୨ଟା ପର୍ଯ୍ୟନ୍ତ, ଗୋଟାଏ ଦୁଇଟା ପର୍ଯ୍ୟନ୍ତ ସେମାନଙ୍କ ସହ ଗପ କରୁଥିଲି । ସେମାନଙ୍କ ଉଦ୍ଦାମତାକୁ ଦେଖୁଥିଲି । ସେମାନେ କଣ କରୁଥିଲେ, କିଭଳି ସମାଧାନ କରୁଥିଲେ, ନିଜର ସଫଳତାରେ କେତେ ଖୁସି ହେଉଥିଲେ, ଏ ସବୁ କଥା ମୁଁ ଦେଖୁଥିଲି, ମୁଁ ଅନୁଭବ କରୁଥିଲି । ଏବଂ ମତେ ଖୁସି ଲାଗୁଛି ଯେ ଆଜି ମଧ୍ୟ ଦେଶର କୌଣସି ନା କୌଣସି ଭାଗରେ ପ୍ରତି ଦିନ କିଛି ନା କିଛି ହାକାଥନ କରାଯାଉଛି, ଚାଲିଛି । ଅର୍ଥାତ୍ ଷ୍ଟାର୍ଟ ଅପ ନିର୍ମାଣର ପ୍ରାରମ୍ଭିକ ପ୍ରକ୍ରିୟା ଉପରେ ଦେଶ ନିରନ୍ତର କାର୍ଯ୍ୟ କରୁଛି ।

ବନ୍ଧୁଗଣ,

ସାତ ବର୍ଷ ପୂର୍ବେ, ଷ୍ଟାର୍ଟ ଅପ ଇଣ୍ଡିଆ ଅଭିଯାନ ‘ଆଇଡିଆ ଟୁ ଇଣ୍ଡଷ୍ଟ୍ରି’କୁ ସଂସ୍ଥାଗତ କରିବା ଦିଗରେ ଏକ ବଡ ପଦକ୍ଷେପ ଥିଲା । ଆଜି ଏହା ଚିନ୍ତାଧାରଗୁଡିକର ସଫଳ ରୂପାୟନ ପାଇଁ ସେଗୁଡିକୁ ସହାୟତା ଯୋଗାଇଦେବା ଏବଂ ସହାୟତା ଯୋଗାଇ ଦେଇ ସେଗୁଡିକୁ ଶିଳ୍ପରେ ପରିଣତ କରିବାର ବହୁତ ବଡ ମାଧ୍ୟମ ହୋଇସାରିଛି । ତା ପରବର୍ତୀ ବର୍ଷ ଆମେ ଦେଶରେ ନବସୃଜନର ମାନସିକତା ବିକଶିତ କରିବା ପାଇଁ ଅଟଳ ଇନୋଭେସନ ମିଶନ ଆରମ୍ଭ କଲୁ । ଏହା ଅଧୀନରେ ବିଦ୍ୟାଳୟଗୁଡିକରେ ଅଟଳ ଟିଙ୍କରିଙ୍ଗ ଲ୍ୟାବରୁ ନେଇ ବିଶ୍ୱବିଦ୍ୟାଳୟଗୁଡିକରେ ଇନକ୍ୟୁବେସନ ସେଂଟର ଏବଂ ହାକାଥନ ଭଳି ଏକ ବହୁତ ବଡ ଇକୋସିଷ୍ଟମ ପ୍ରସ୍ତୁତ କରାଯାଉଛି । ଆଜି ସମଗ୍ର ଦେଶର ୧୦ ହଜାରରୁ ଅଧିକ ବିଦ୍ୟାଳୟରେ ଅଟଳ ଟିଙ୍କରିଙ୍ଗ ଲ୍ୟାବ କାର୍ଯ୍ୟ କରୁଛି । ଏହାଦ୍ୱାରା ୭୫ ଲକ୍ଷରୁ ଅଧିକ ପିଲା ଆଧୁନିକ ଜ୍ଞାନକୌଶଳ ସହ ପରିଚିତ ହେଉଛନ୍ତି, ନବସୃଜନର ବର୍ଣ୍ଣବୋଧ ଶିଖୁଛନ୍ତି । ସମଗ୍ର ଦେଶରେ ନିର୍ମାଣ ହେଉଥିବା ଏହି ଅଟଳ ଟିଙ୍କରିଙ୍ଗ ଲ୍ୟାବ ଏକ ପ୍ରକାର ଷ୍ଟାର୍ଟ ଅପର ଏନ୍ତୁଡିଶାଳ ଭାବରେ କାର୍ଯ୍ୟ କରୁଛି । ଯେତେବେଳେ ବିଦ୍ୟାର୍ଥୀ କଲେଜରେ ପହଂଚିବେ, ସେମାନଙ୍କ ନିକଟରେ ଯେଉଁ ନୂତନ ଚିନ୍ତାଧାରା ଥିବ, ତାକୁ ଫଳପ୍ରସୁ କରିବା ପାଇଁ ଦେଶରେ ୭୦୦ରୁ ଅଧିକ ଅଟଳ ଇନକ୍ୟୁବେସନ ସେଂଟର ପ୍ରସ୍ତୁତ ହୋଇସାରିଛି । ଦେଶରେ ଯେଉଁ ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ଲାଗୁ ହୋଇଛି, ତାହା ମଧ୍ୟ ଆମ ଛାତ୍ରଛାତ୍ରୀମାନଙ୍କର ସୃଜନଶୀଳ ମସ୍ତିଷ୍କକୁ ଆହୁରି ଅଧିକ ବିକଶିତ କରାଇବାରେ ସାହାଯ୍ୟ କରିବ ।

ବନ୍ଧୁଗଣ,

ଇନକକ୍ୟୁବେସନ ସହିତ ଷ୍ଟାର୍ଟ ଅପଗୁଡିକ ପାଇଁ ଅର୍ଥ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏଥିରେ ସେମାନଙ୍କୁ ସରକାରଙ୍କ ମହତ୍ୱପୂର୍ଣ୍ଣ ନୀତିଗୁଡିକ ଯୋଗୁଁ ସାହାଯ୍ୟ ମିଳିଥିଲା । ସରକାର ନିଜ ତରଫରୁ ଏକ ଫଣ୍ଡ ଅଫ ଫଣ୍ଡସ ତ ସୃଷ୍ଟି କଲେ, ଷ୍ଟାର୍ଟ ଅପଗୁଡିକୁ ଘରୋଇ କ୍ଷେତ୍ର ସହ ସଂଯୋଗ କରିବା ପାଇଁ ଭିନ୍ନ ଭିନ୍ନ ପ୍ଲାଟଫର୍ମ ମଧ୍ୟ ପ୍ରସ୍ତୁତ କଲେ । ଏଭଳି ପଦକ୍ଷେପଗୁଡିକ ଯୋଗୁଁ ଆଜି ହଜାର ହଜାର କୋଟି କୋଟି ଟଙ୍କାର ଘରୋଇ ନିବେଶ ମଧ୍ୟ ଷ୍ଟାର୍ଟ ଅପ ଇକୋ ସିଷ୍ଟମରେ ପ୍ରୟୋଗ କରାଯାଉଛି ଏବଂ ଏହା ଦିନକୁ ଦିନ ବୃଦ୍ଧି ପାଉଛି ।

ବନ୍ଧୁଗଣ,

ଗତ ବର୍ଷଗୁଡିକରେ ଟିକସ ଛାଡ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରୋତ୍ସାହନ ପ୍ରଦାନ ପର୍ଯ୍ୟନ୍ତ, ଦେଶରେ ଲଗାତାର ଭାବେ ଅନେକ ସଂସ୍କାର କରାଯାଇଛି । ଅନ୍ତରୀକ୍ଷ କ୍ଷେତ୍ରରେ ମ୍ୟାପିଂ, ଡ୍ରୋନ ଆଦି ଟେକ୍ନୋଲୋଜି ଭଳି ଉଚ୍ଚତାରେ ପହଂଚିବା ଏଭଳି ଅନେକ କ୍ଷେତ୍ରରେ ଯେଉଁଭଳି ଭାବରେ ସଂସ୍କାର କରାଯାଇଛି, ସେଥିରେ ଷ୍ଟାର୍ଟ ଅପଗୁଡିକ ପାଇଁ ନୂତନ କ୍ଷେତ୍ରର ଦ୍ୱାର ଉନ୍ମୁକ୍ତ ହୋଇଯାଇଛି ।

ବନ୍ଧୁଗଣ,

ଆମେ ଷ୍ଟାର୍ଟ ଅପଗୁଡିକର ଅନ୍ୟ ଏକ ଆବଶ୍ୟକତାକୁ ପ୍ରାଥମିକତା ଦେଇଛୁ । ଷ୍ଟାର୍ଟ ଅପ ତିଆରି ହୋଇଗଲା, ସେମାନଙ୍କ ସେବା, ସେମାନଙ୍କ ଉତ୍ପାଦ ସହଜରେ କିପରି ବଜାରରେ ପହଂଚିପାରିବ, ସରକାରଙ୍କ ତରଫରୁ ଏକ ବଡ କ୍ରେତା ସେମାନଙ୍କୁ ମିଳୁ, ଏଥିପାଇଁ ଭାରତ ସରକାରଙ୍କ ଦ୍ୱାରା ଜିଇଏମ ପୋର୍ଟାଲରେ ବିଶେଷ ବ୍ୟବସ୍ଥା କରାଯାଇଛି । ଆଜି ଜିଇଏମ ପୋର୍ଟାଲରେ ୧୩ ହଜାରରୁ ଅଧିକ ଷ୍ଟାର୍ଟ ଅପ ପଞ୍ଜିକୃତ ହୋଇଛନ୍ତି । ଏବଂ ଆପଣମାନେ ଜାଣି ଖୁସି ହେବେ ଯେ ଏହି ପୋର୍ଟାଲରେ ଷ୍ଟାର୍ଟ ଅପଗୁଡିକ ସାଢେ ୬ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବ୍ୟବସାୟ କରିଛନ୍ତି ।

ବନ୍ଧୁଗଣ,

ଆଉ ଏକ ପ୍ରମୁଖ କାର୍ଯ୍ୟ ଯାହା ହୋଇଛି, ତାହା ହେଉଛି ଆଧୁନିକ ଭିତିଭୂମୀର । ଡିଜିଟାଲ ଇଣ୍ଡିଆ ଷ୍ଟାର୍ଟ ଅପ ଇକୋସିଷ୍ଟମର ବିସ୍ତାର ପାଇଁ ଖୁବ ଗୁରୁତ୍ୱ ଦେଇଛି । ଶସ୍ତା ସ୍ମାର୍ଟ ଫୋନ ଏବଂ ଶସ୍ତା ଡାଟା ଗାଁର ଗରିବ ଓ ମଧ୍ୟବିତ ବର୍ଗଙ୍କୁ ମଧ୍ୟ ସଂଯୋଗ କରିଛି । ଏହାଦ୍ୱାରା ସ୍ମାର୍ଟ ଆପଗୁଡିକ ପାଇଁ ନୂତନ ପରିସର, ନୂତନ ବଜାର ଖୋଲି ଯାଇଛି । ଆଇଡିଆ ଟୁ ଇଣ୍ଡଷ୍ଟ୍ରିର ଏଭଳି ପ୍ରୟାସଗୁଡିକ କାରଣରୁ ହିଁ ଆଜି ଷ୍ଟାର୍ଟ ଅପ ଏବଂ ୟୁନିକର୍ଣ୍ଣ ଦେଶର ଲକ୍ଷ ଲକ୍ଷ ଯୁବକମାନଙ୍କୁ ରୋଜଗାର ଯୋଗାଉଛି ।

ବନ୍ଧୁଗଣ,

ଷ୍ଟାର୍ଟ ଅପ ନିଜେ ନିଜେ ନିତ୍ୟ ନୂତନ ହୋଇଥାଏ । ଏହା ଅତୀତ ବିଷୟରେ କୁହେ ନାହିଁ, ଷ୍ଟାର୍ଟ ଅପର ମୂଳଦୁଆ ହେଉଛି ଚରିତ୍ର ଏବଂ ଏହା ସର୍ବଦା ଭବିଷ୍ୟତ ବିଷୟରେ କହିଥାଏ । ଆଜି ସ୍ୱଚ୍ଛ ଉର୍ଜା ଏବଂ ଜଳବାୟୁ ପରିବର୍ତନଠାରୁ ନେଇ ସ୍ୱାସ୍ଥ୍ୟ ସେବା ପର୍ଯ୍ୟନ୍ତ, ଏଭଳି ସମସ୍ତ କ୍ଷେତ୍ରରେ ଷ୍ଟାର୍ଟ ଅପଗୁଡିକ ପାଇଁ ନବସୃଜନର ଅସୀମ ସୁଯୋଗ ରହିଛି । ଆମ ଦେଶରେ ପର୍ଯ୍ୟଟନର ଯେଉଁ ସମ୍ଭାବନା ରହିଛି, ତାକୁ ବୃଦ୍ଧି କରିବାରେ ମଧ୍ୟ ଷ୍ଟାର୍ଟଅପଗୁଡିକର ବହୁତ ବଡ ଭୂମିକା ରହିଛି । ଏହିପରି ଭାବରେ ଭୋକାଲ ଫର ଲୋକାଲର ଜନ ଆନ୍ଦୋଳନକୁ ମଜବୁତ କରିବା ପାଇଁ ମଧ୍ୟ ଷ୍ଟାର୍ଟ ଅପଗୁଡିକ ବହୁତ କିଛି କରିପାରିବେ । ଆମ ଦେଶର ଯେଉଁ କୁଟୀର ଉଦ୍ୟୋଗୁଡିକ ରହିଛି, ହସ୍ତତନ୍ତ ଏବଂ ବୁଣାକାରମାନଙ୍କର ଯେଉଁ ଚମତ୍କାର କାର୍ଯ୍ୟ ହୋଇଥାଏ, ତାହାର ବ୍ରାଣ୍ଡିଙ୍ଗରେ, ତାକୁ ଅନ୍ତରାଷ୍ଟ୍ରୀୟ ବଜାର ପର୍ଯ୍ୟନ୍ତ ପହଂଚାଇବାରେ ଆମର ଷ୍ଟାର୍ଟ ଅପଗୁଡିକ ବିଶ୍ୱ ସମ୍ମୁଖରେ ଏକ ବହୁତ ବଡ ନେଟୱର୍କ, ଏକ ବହୁତ ବଡ ପ୍ଲାଟଫର୍ମ ଆଣିପାରେ । ଭାରତର ଆମର ଆଦିବାସୀ ଭାଇ ଓ ଭଉଣୀମାନେ, ବନବାସୀ ଭାଇ ଭଉଣୀମାନେ ଏତେ ସବୁ ସୁନ୍ଦର ସାମଗ୍ରୀ ତିଆରି କରିଥାଆନ୍ତି । ତାହା ମଧ୍ୟ ଷ୍ଟାର୍ଟ ଅପଗୁଡିକ ପାଇଁ କାମ କରିବାର ଏକ ବହୁତ ବଡ ବିକଳ୍ପ, ବହୁତ ବଡ କ୍ଷେତ୍ର ହୋଇ ପାରେ । ଏହିଭଳି ଭାବରେ ଆପଣମାନେ ଜାଣିଛନ୍ତି ଯେ ଭାରତ ମୋବାଇଲ ଗେମିଙ୍ଗ ମାମଲାରେ ବିଶ୍ୱର ଶ୍ରେଷ୍ଠ ୫ଟି ଦେଶ ମଧ୍ୟରେ ଅନ୍ୟତମ । ଭାରତର ଗେମିଙ୍ଗ ଶିଳ୍ପର ଅଭିବୃଦ୍ଧି ହାର ୪୦ ପ୍ରତିଶତରୁ ମଧ୍ୟ ଅଧିକ ଅଟେ । ଚଳିତ ଥରର ବଜେଟରେ ଏଭିଜିସି ଅର୍ଥାତ୍ ଆନିମେସନ, ଭିଜୁଆଲ ଇଫେକ୍ଟ, ଗେମିଙ୍ଗ ଏବଂ କମିକ ଏହି କ୍ଷେତ୍ରର ସମର୍ଥନ ଉପରେ ମଧ୍ୟ ଜୋର ଦିଆଯାଇଛି । ଭାରତର ଷ୍ଟାର୍ଟ ଅପଗୁଡିକ ପାଇଁ ମଧ୍ୟ ଆଉ ଏକ ବଡ କ୍ଷେତ୍ର ରହିଛି, ଯାହାର ସେମାନେ ନେତୃତ୍ୱ ନେଇପାରିବେ । ଏଭଳି ଏକ କ୍ଷେତ୍ର ହେଉଛି ଖେଳଣା ଶିଳ୍ପ । ଖେଳଣାକୁ ନେଇ ଭାରତର ବହୁତ ସମୃଦ୍ଧ ଐତିହ୍ୟ ରହିଛି । ଭାରତର ଷ୍ଟାର୍ଟ ଅପଗୁଡିକ ଏହାକୁ ସମଗ୍ର ବିଶ୍ୱର ଆକର୍ଷଣର କେନ୍ଦ୍ର କରିପାରିବେ । ଏବେ ଖେଳଣା କ୍ଷେତ୍ରରେ ବିଶ୍ୱ ବଜାର ଅଂଶଧନରେ ଭାରତର ଯୋଗଦାନ କେବଳ ଏକ ପ୍ରତିଶତରୁ ମଧ୍ୟ କମ୍ ରହିଛି । ଏହାକୁ ବଢାଇବାରେ ମଧ୍ୟ ମୋ ଦେଶର ଯୁବକମାନେ, ମୋ ଦେଶର ଚିନ୍ତାଧାରାକୁ ନେଇ ବଂଚୁଥିବା ଯୁବକମାନେ ଷ୍ଟାର୍ଟ ଅପ ନେଇକି ଆସନ୍ତୁ, ବହୁତ ବଡ ଯୋଗଦାନ କରିପାରିବେ । ମତେ ଏହା ଦେଖି ଖୁବ ଭଲ ଲାଗୁଛି ଯେ ଭାରତର ୮୦୦ରୁ ଅଧିକ ଷ୍ଟାର୍ଟ ଅପ୍‌, ଆପଣମାନେ ମଧ୍ୟ ଶୁଣି ଖୁସି ହେବେ ୮୦୦ରୁ ଅଧିକ ଷ୍ଟାର୍ଟ ଅପ ଖେଳକୁଦ କାର୍ଯ୍ୟରେ କ୍ରୀଡା ସହ ଯୋଡି ହୋଇଛନ୍ତି । କେହି ଭାବି ମଧ୍ୟ ନ ଥିବେ ଯେ ଏହା ମଧ୍ୟ ଏକ କ୍ଷେତ୍ର ହୋଇପାରେ । ଏଥିରେ ମଧ୍ୟ ଯେଉଁଭଳି ଭାବେ ଭାରତରେ ଏକ ଖେଳୁଆଡ ସଂସ୍କୃତି ସୃଷ୍ଟି ହେଉଛି, ଖେଳର ମନୋଭାବ ଜନ୍ମ ନେଉଛି, ଷ୍ଟାର୍ଟ ଅପଗୁଡିକ ପାଇଁ ଏହି କ୍ଷେତ୍ରରେ ମଧ୍ୟ ଅନେକ ସମ୍ଭାବନା ରହିଛି । 

ବନ୍ଧୁଗଣ,

ଆମକୁ ଦେଶର ସଫଳତାକୁ ନୂତନ ଗତି ଦେବାକୁ ପଡିବ, ନୂତନ ଶିଖରରେ ପହଂଚାଇବାକୁ ପଡିବ । ଆଜି ଭାରତ ଜି-୨୦ ଦେଶମାନଙ୍କ ମଧ୍ୟରେ ଦୃତ ଅଭିବୃଦ୍ଧିଶୀଳ ଅର୍ତନୀତି ଅଟେ । ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥା ଭାରତର ଅଟେ । ଆଜି ଭାରତ, ସ୍ମାର୍ଟ ଫୋନ ଡାଟା ବ୍ୟବହାର ମାମଲାରେ ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛି । ଇଂଟରନେଟ ବ୍ୟବହାର କରିବାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆଜି ଭାରତ ବିଶ୍ୱ ରିଟେଲ ସୂଚକାଙ୍କରେ ଦ୍ୱିତୀୟ ସ୍ଥାନରେ ଛିଡା ହୋଇଛି । ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଶକ୍ତି ବ୍ୟବହାରକରୀ ଦେଶ ଅଟେ । ବିଶ୍ୱର ତୃତୀୟ ସର୍ବବୃହତ ଖାଉଟି ବଜାର ଭାରତରେ ରହିଛି । ଭାରତ ଗତ ଆର୍ଥିକ ବର୍ଷରେ ୪୧୭ ବିଲିଅନ ଡଲାର ଅର୍ଥାତ୍ ୩୦ ଲକ୍ଷ କୋଟି ଟଙ୍କାରୁ ଅଧିକ ରପ୍ତାନି ବ୍ୟବସାୟ କରି ନୂତନ ରେକର୍ଡ ସ୍ଥାପନ କରିଛି । ଭାରତ ଆଜି ଏହାର ଭିତିଭୂମୀକୁ ଆଧୁନିକ କରିବା ପାଇଁ ଯେତେ ନିବେଶ କରୁଛି, ସେତେ ଆଗରୁ କେବେ ହୋଇ ନଥିଲା । ସହଜରେ ଜୀବନଧାରଣକୁ ନେଇ ଏବଂ ସହଜରେ ବ୍ୟବସାୟ କରିବାକୁ ନେଇ ଆଜି ଭାରତର ଅଭୂତପୂର୍ବ ଶକ୍ତି ରହିଛି । ଏ ସମସ୍ତ କଥା ପ୍ରତିଟି ଭାରତୀୟକୁ ଗର୍ବିତ କରିବ । ଏ ସମସ୍ତ ପ୍ରୟାସ ଏକ ବିଶ୍ୱାସ ଜନ୍ମାଉଛି । ଭାରତର ଅଭିବୃଦ୍ଧି କାହାଣୀ, ଭାରତର ସଫଳତାର କାହାଣୀ ଏବେ ଏହି ଦଶନ୍ଧିରେ ଏକ ନୂତନ ଉର୍ଜା ସହ ଆଗକୁ ବଢିବ । ଏହି ସମୟ ଆଜାଦୀର ଅମୃତ ମହୋତ୍ସବର ଅଟେ । ଆମେ ଆମ ସ୍ୱାଧୀନତାର ୭୫ ବର୍ଷ ପୂର୍ତିର ପର୍ବ ପାଳନ କରୁଛୁ । ଆଜି ଆମେ ଯାହା ବି କରିବା, ସେଥିରୁ ଭାରତର ଭବିଷ୍ୟତ ନିର୍ଦ୍ଧାରଣ ହେବ, ଦେଶର ଲକ୍ଷ୍ୟ ନିର୍ଣ୍ଣୟ ହେବ । ନିଜର ଏହି ସାମୁହିକ ପ୍ରୟାସଗୁଡିକ ଦ୍ୱାରା ଆମେ ୧୩୫ କୋଟି ଆଶା ଆକାଂକ୍ଷାକୁ ପୂରଣ କରିବା । ମୋର ବିଶ୍ୱାସ ଯେ, ଭାରତର ଷ୍ଟାର୍ଟ ଅପ କ୍ରାନ୍ତି ଏହି ଅମୃତ କାଳର ଖୁବ ମହତ୍ୱପୂର୍ଣ୍ଣ ପରିଚୟ ହେବ । ସମସ୍ତ ଯୁବକମାନଙ୍କୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା ।

ମଧ୍ୟପ୍ରଦେଶ ସରକାରଙ୍କୁ ମଧ୍ୟ ମୋର ଅଭିନନ୍ଦନ ।

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
British Couple Praises 'Excellent' Indian Railways After Travelling With 2-Month-Old Baby

Media Coverage

British Couple Praises 'Excellent' Indian Railways After Travelling With 2-Month-Old Baby
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings to the people of Sikkim on Statehood Day
May 16, 2026

The Prime Minister, Shri Narendra Modi, today extended greetings to the people of Sikkim on the occasion of the State’s Statehood Day, marking a historic milestone as Sikkim celebrates its 50th Statehood Day this year. Shri Modi remarked that the contribution of Sikkim to India’s development journey is deeply valued and appreciated. Recalling his recent visit to Sikkim during the 50th Statehood Day celebrations, the Prime Minister said that he was deeply touched by the warmth and affection shown by the people of the State.

Shri Modi posted on X:

“Greetings to my sisters and brothers on their Statehood Day. The contribution of Sikkim to India’s development is deeply valued. Wishing the people of the state good health and prosperity.

This occasion comes at a time when Sikkim is marking 50th Statehood Day celebrations. A few days ago, I had the good fortune of being among the people of Sikkim for the celebrations. The warmth I received in Sikkim will remain a part of my memory. The Central Government will keep supporting Sikkim’s growth trajectory in the times to come.”