“ରାଷ୍ଟ୍ରୀୟ ବାଳିକା ଦିବସ ହେଉଛି ଶୌର୍ଯ୍ୟ, ସଂକଳ୍ପ ଓ ଆମ ଝିଅମାନଙ୍କ ସଫଳତାର ସମାରୋହ ପାଳନ”
“ଜନନାୟକ କପୁରୀ ଠାକୁରଙ୍କ ସମଗ୍ର ଜୀବନ ସାମାଜିକ ନ୍ୟାୟ ଓ ଅବେହଳିତଙ୍କ ଉତ୍‌ଥାନ ନିମନ୍ତେ ଉତ୍ସର୍ଗୀକୃତ”
“ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ଭ୍ରମଣ ପ୍ରତ୍ୟେକ ନାଗରିକ ନିମନ୍ତେ ନୂତନ ଅଭିଜ୍ଞତା ଆଣିଥାଏ । ଏହା ହିଁ ଭାରତର ବିଶେଷତ୍ୱ”
“ମୁଁ ଜେନ ଜେଡ କହିବାକୁ ଉଚିତ ମଣେ, ତାହା ହେଉଛି ଅମ୍ରିତ ଜେନେରେସନ”
“ଏହା ହେଉଛି ପ୍ରକୃତ ସମୟ ଓ ଆପଣମାନଙ୍କ ସମୟ”
“ପ୍ରେରଣା ବେଳେ ବେଳେ କ୍ଷୟକାରୀ ହୋଇଥାଏ, ମାତ୍ର ଏହା ହେଉଛି ଶୃଙ୍ଖଳା, ଯାହା ତୁମକୁ ସତ୍‌ପଥରେ ନେଇଥାଏ”
“ଯୁବା ଭାରତ ମଞ୍ଚରେ ଯୁବା ଶକ୍ତି” ମୋ ଭାରତ ସ୍ୱେଚ୍ଛାସେବୀ ଭାବେ ନିଶ୍ଚିତ ପଞ୍ଜୀକରଣ କରନ୍ତି”
“ନମୋ ଆପ୍‌” ଜରିଆରେ ଆଜିର ଯୁବା ପିଢି ମୋ ସହ ନିରବଚ୍ଛିନ୍ନ ଭାବେ ଯୋଡି ହୋଇ ରହିପାରିବେ”

ଦେଶର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଜୀ, କ୍ୟାବିନେଟ୍ ମୋର ଅନ୍ୟ ସହଯୋଗୀ, ଡିଜି ଏନସିସି, ଉପସ୍ଥିତ ଅଧିକାରୀମାନେ , ସମ୍ମାନିତ ଅତିଥି, ଶିକ୍ଷକ, ଏନସିସି ଏବଂ ଏନଏସଏସର ମୋର ଯୁବ ସହଯୋଗୀ ।

ସାଥିମାନେ,

ଆପଣମାନେ ବର୍ତ୍ତମାନ ଏଠାରେ ଯେଉଁ ସାଂସ୍କୃତିକ ପରିବେଷଣ ଦେଇଛନ୍ତି ତାହାକୁ ଦେଖି ଗର୍ବ ଅନୁଭବ ହେଉଛି । ରାଣୀ ଲକ୍ଷ୍ମୀବାଈଙ୍କ ଐତିହାସିକ ବ୍ୟକ୍ତିତ୍ୱ ଏବଂ ଇତିହାସର ଘଟଣାଗୁଡ଼ିକୁ ଆପଣ କିଛି ମୁହୂର୍ତ୍ତରେ ଏଠାରେ ଜୀବନ୍ତ କରିଥିଲେ । ଆମେ ସମସ୍ତେ ଏହି ଘଟଣାଗୁଡ଼ିକ ସହିତ ପରିଚିତ, କିନ୍ତୁ ଆପଣ ଏହାକୁ ଯେପରି ଉପସ୍ଥାପନ କରିଥିଲେ ତାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଥିଲା । ଆପଣ ଗଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଆଉ ଏଥର ଦୁଇଟି କାରଣରୁ ଏହା ଅଧିକ ସ୍ପେଶାଲ ହୋଇଛି । ଏହା ହେଉଛି ୭୫ତମ ସାଧାରଣତନ୍ତ୍ର ଦିବସ । ଆଉ ଦ୍ୱିତୀୟତଃ ପ୍ରଥମ ଥର ପାଇଁ ସାଧାରଣତନ୍ତ୍ର ଦିବସ ପରେଡ୍ ଦେଶର ନାରୀ ଶକ୍ତିକୁ ସମର୍ପିତ କରାଯାଇଛି । ମୁଁ ଆଜି ଏତେ ସଂଖ୍ୟକ ଝିଅଙ୍କୁ ଦେଖୁଛି ଯେଉଁମାନେ ଦେଶର ବିଭିନ୍ନ ପ୍ରାନ୍ତରୁ ଏଠାକୁ ଆସିଛନ୍ତି । ଆପଣ ଏକୁଟିଆ ଏଠାକୁ ଆସିନାହାଁନ୍ତି, ଆପଣମାନେ ସମସ୍ତେ ଆପଣ ରାଜ୍ୟର ମହକ, ବିଭିନ୍ନ ରୀତିନୀତିର ଅନୁଭୂତି ଏବଂ ଆପଣଙ୍କ ସମାଜର ସମୃଦ୍ଧ ଚିନ୍ତାଧାରା ନେଇ ଆସିଛ । ଆଜି ଆପଣ ସମସ୍ତଙ୍କୁ ଭେଟିବା ମଧ୍ୟ ଏକ ବିଶେଷ ଅବସର ପାଲଟିଯାଏ । ଆଜି ଜାତୀୟ କନ୍ୟା ସନ୍ତାନ ଦିବସ । ଝିଅଙ୍କ ସାହସ, ଉତ୍ସାହ ଓ ଉପଲବ୍ଧିକୁ ପାଳନ କରିବାର ଆଜିର ଦିନ । ଝିଅମାନେ ସମାଜ ଓ ଦେଶକୁ ଉନ୍ନତ କରିବାର ସାମର୍ଥ୍ୟ ରଖନ୍ତି । ଇତିହାସର ବିଭିନ୍ନ ଯୁଗରେ ଭାରତର ଝିଅମାନେ ନିଜର ଦୃଢ଼ ଇଚ୍ଛାଶକ୍ତି ଓ ସମର୍ପଣ ଭାବନା ବଳରେ ଅନେକ ବଡ଼ ପରିବର୍ତ୍ତନର ମୂଳଦୁଆ ପକାଇଛନ୍ତି । କିଛି ସମୟ ପୂର୍ବରୁ ଆପଣ ଦେଇଥିବା ଉପସ୍ଥାପନା ମଧ୍ୟ ଏହି ଭାବନାକୁ ପ୍ରତିଫଳିତ କରୁଥିଲା ।

 

ମୋର ପ୍ରିୟ ସାଥୀମାନେ,

ଆପଣମାନେ ସମସ୍ତେ ଦେଖିଥିବେ ଯେ ଗତକାଲି ଦେଶ ଏକ ବଡ ନିଷ୍ପତ୍ତି ନେଇଛି । ଜନନାୟକ କର୍ପୁରୀ ଠାକୁରଙ୍କୁ ଭାରତ ରତ୍ନ ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଆଜିର ଯୁବପିଢ଼ି କର୍ପୂରୀ ଠାକୁରଜୀଙ୍କ ବିଷୟରେ ଜାଣିବା, ତାଙ୍କ ଜୀବନରୁ ଶିଖିବା ଅତ୍ୟନ୍ତ ଜରୁରୀ । ଏହା ଆମ ବିଜେପି ସରକାରଙ୍କ ସୌଭାଗ୍ୟ ଯେ ଜନନାୟକ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବାର ସୁଯୋଗ ପାଇଛି । ଅତ୍ୟଧିକ ଦାରିଦ୍ର‌୍ୟ ଓ ସାମାଜିକ ଅସମାନତା ଭଳି ଆହ୍ୱାନର ମୁକାବିଲା କରି ସେ ଜାତୀୟ ଜୀବନରେ ଏକ ଉଚ୍ଚ ସ୍ଥାନରେ ପହଞ୍ଚିଥିଲେ । ସେ ଦୁଇଥର ବିହାରର ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ । ଏହା ସତ୍ତ୍ୱେ ସେ ସମାଜର ସବୁ ବର୍ଗଙ୍କ ପାଇଁ କାମ କରିବା ବନ୍ଦ କରିନଥିଲେ । ଜନନାୟକ କର୍ପୂରୀ ଠାକୁର ତାଙ୍କ ସରଳତା ପାଇଁ ସର୍ବଦା ଜଣାଶୁଣା ଥିଲେ । ତାଙ୍କର ସମଗ୍ର ଜୀବନ ସାମାଜିକ ନ୍ୟାୟ ଏବଂ ପଛୁଆଲୋକଙ୍କ ଉନ୍ନତି ପାଇଁ ଉତ୍ସର୍ଗୀକୃତ ଥିଲା । ଆଜି ବି ତାଙ୍କ ସଚ୍ଚୋଟତାର ଉଦାହରଣ ନିଆଯାଇପାରେ । ଗରିବଙ୍କ ଦୁଃଖ ବୁଝିବା, ଗରିବଙ୍କ ଚିନ୍ତା କମାଇବା ପାଇଁ ପ୍ରୟାସ କରିବା, ଗରିବଙ୍କ କଲ୍ୟାଣକୁ ପ୍ରାଥମିକତା ଦେବା, ଗରିବ ଙ୍କ ପାଖରେ ପହଞ୍ଚାଇବା ପାଇଁ ବିକାଶ ଭାରତ ସଂକଳ୍ପ ଯାତ୍ରା ଭଳି ଅଭିଯାନ ଚଳାଇବା, ସମାଜର ପଛୁଆ ଓ ଅବହେଳିତ ବର୍ଗଙ୍କ ପାଇଁ କ୍ରମାଗତ ଭାବେ ନୂଆ ନୂଆ ଯୋଜନା କରିବା, ଆମ ସରକାରଙ୍କ ଏହି ସବୁ କାର୍ଯ୍ୟରେ କର୍ପୂରୀ ବାବୁଙ୍କ ଚିନ୍ତାଧାରାରୁ ମିଳିଥିବା ପ୍ରେରଣା ଆପଣମାନେ ସମସ୍ତେ ଦେଖିପାରୁଥିବେ । ଆପଣମାନେ ସମସ୍ତେ ତାଙ୍କ ବିଷୟରେ ପଢନ୍ତୁ, ତାଙ୍କ ଆଦର୍ଶକୁ ଆପଣଙ୍କ ଜୀବନର ଏକ ଅଂଶ କରନ୍ତୁ । ଏହା ଆପଣଙ୍କ ବ୍ୟକ୍ତିତ୍ୱକୁ ଏକ ନୂତନ ଶିଖରକୁ ନେଇଯିବ ।

ମୋର ପ୍ରିୟ ଯୁବ ବନ୍ଧୁମାନେ,

ଆପଣମାନଙ୍କ ମଧ୍ୟରୁ ଅନେକ ଥିବେ ଯେଉଁମାନେ ପ୍ରଥମ ଥର ପାଇଁ ଦିଲ୍ଲୀ ଆସିଛନ୍ତି । ଗଣତନ୍ତ୍ର ଦିବସକୁ ନେଇ ଆପଣ ଉତ୍ସାହିତ ଅଛନ୍ତି, କିନ୍ତୁ ମୁଁ ଜାଣେ ଯେ ଅନେକ ଲୋକ ପ୍ରଥମ ଥର ପାଇଁ ଏଭଳି ଥଣ୍ଡା ଅନୁଭବ କରିଥିବେ । ଆମ ଦେଶ ପାଣିପାଗ ଦୃଷ୍ଟିରୁ ମଧ୍ୟ ଭିନ୍ନତାରେ ପରିପୂର୍ଣ୍ଣ । ଏଭଳି ଥଣ୍ଡା ଓ ଘନ କୁହୁଡ଼ି ଭିତରେ ଆପଣ ଦିନରାତି ଅଭ୍ୟାସ କରିବା ସହ ଏଠାରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି । ମୁଁ ନିଶ୍ଚିତ ଯେ ଯେତେବେଳେ ଆପଣ ଏଠାରୁ ଘରକୁ ଯିବେ, ସେତେବେଳେ ଆପଣଙ୍କୁ ଗଣତନ୍ତ୍ର ଦିବସର ଅଭିଜ୍ଞତା ବିଷୟରେ ବହୁତ କିଛି କହିବାର ଅଛି ଏବଂ ଏହା ହେଉଛି ଏହି ଦେଶର ବିଶେଷତ୍ୱ । ବିବିଧତାରେ ପରିପୂର୍ଣ୍ଣ ଆମ ଦେଶରେ କେବଳ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ଦ୍ୱାରା ଜୀବନରେ ନୂଆ ଅନୁଭୂତି ଯୋଡି ହେବାରେ ଲାଗିଥାଏ ।

 

ମୋର ପ୍ରିୟ ବନ୍ଧୁମାନେ,

ଆପଣଙ୍କ ପିଢ଼ିକୁ ଆପଣଙ୍କ ନିଜ ଶବ୍ଦରେ 'ଜେନ୍ ଜେଡ୍‌' କୁହାଯାଏ । କିନ୍ତୁ ମୁଁ ଆପଣମାନଙ୍କୁ ଅମୃତ ପିଢ଼ି ବୋଲି ବିବେଚନା କରୁଛି । ଆପଣମାନେ ହିଁ ଅମୃତକାଳରେ ଦେଶକୁ ଗତି ଦେବେ । ଆପଣମାନେ ସମସ୍ତେ ଜାଣନ୍ତି ଯେ ଭାରତ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ରେ ପରିଣତ ହେବାର ସଂକଳ୍ପ ନେଇଛି । ଆଗାମୀ ୨୫ ବର୍ଷ ଦେଶ ପାଇଁ, ଆପଣଙ୍କ ଭବିଷ୍ୟତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମର ସଂକଳ୍ପ ଯେ ଆପଣମାନଙ୍କର ଏହି ଅମୃତ ପିଢ଼ିର ପ୍ରତ୍ୟେକ ସ୍ୱପ୍ନ ପୂରଣ ହେବ । ଆମର ସଂକଳ୍ପ ହେଉଛି ଆପଣଙ୍କ ଅମୃତ ପିଢ଼ି ସୁଯୋଗରେ ପରିପୂର୍ଣ୍ଣ ହେବା ଉଚିତ୍ । ଆମର ସଂକଳ୍ପ ହେଉଛି ଅମୃତ ପିଢ଼ିର ପଥରେ ଥିବା ପ୍ରତ୍ୟେକ ପ୍ରତିବନ୍ଧକକୁ ଦୂର କରିବା । ତୁମ ପ୍ରଦର୍ଶନରେ ବର୍ତ୍ତମାନ ମୁଁ ଯେଉଁ ଶୃଙ୍ଖଳା, କେନ୍ଦ୍ରୀଭୂତ ମାନସିକତା ଏବଂ ସମନ୍ୱୟ ଦେଖୁଛି ତାହା ଅମୃତକାଳର ସଂକଳ୍ପପୂରଣର ଆଧାର ।

ସାଥୀମାନେ

ଅମୃତକାଳର ଏହି ଯାତ୍ରାରେ ଆପଣ ସବୁବେଳେ ମୋର ଗୋଟିଏ କଥା ମନେ ରଖିବେ ଯେ ଆପଣଙ୍କୁ ଯାହା କରିବାକୁ ପଡିବ, ଦେଶ ପାଇଁ କରିବାକୁ ପଡିବ । ଦେଶ ପ୍ରଥମେ-ଏହା ଆପଣଙ୍କର ମାର୍ଗଦର୍ଶକ ନୀତି ହେବା ଉଚିତ୍ । ଆପଣ ଯାହା ବି କରିବେ, ପ୍ରଥମ ଚିନ୍ତା କରନ୍ତୁ ଯେ ଏହା କିପରି ଦେଶପାଇଁ ଲାଭଦାୟକ ହେବ । ଦ୍ୱିତୀୟଟି ହେଉଛି ଆପଣଙ୍କ ଜୀବନରେ କେବେ ବି ବିଫଳତାକୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ । ଏବେ ଦେଖନ୍ତୁ, ଆମ ଚନ୍ଦ୍ରଯାନ ପୂର୍ବରୁ ଚନ୍ଦ୍ରରେ ଅବତରଣ କରିପାରିନଥିଲା । କିନ୍ତୁ ତା'ପରେ ଆମେ ଏଭଳି ରେକର୍ଡ କରି ଯାହା ବି ହେଉ ଚନ୍ଦ୍ରର ଦକ୍ଷିଣ ମୁଣ୍ଡରେ ପହଞ୍ଚିବାରେ ଆମେ ଏକ ନମ୍ବର ହୋଇଗଲୁ । ତେଣୁ ଜିତିବା କିମ୍ବା ହାରିବା, ନିରନ୍ତର ରହିବା ଉଚିତ । ଆମ ଦେଶ ବହୁତ ବଡ଼, କିନ୍ତୁ ଛୋଟ ଛୋଟ ପ୍ରୟାସ ଦ୍ୱାରା ହିଁ ଏହା ସଫଳ ହୋଇଥାଏ । ପ୍ରତ୍ୟେକ ଛୋଟ ଛୋଟ ପ୍ରୟାସ ଗୁରୁତ୍ୱପୂର୍ଣ୍ଣ, ପ୍ରତ୍ୟେକ ପ୍ରକାରର ଅବଦାନ ଗୁରୁତ୍ୱପୂର୍ଣ୍ଣ ।

 

ମୋର ଯୁବ ବନ୍ଧୁମାନେ,

ଆପଣ ମୋର ସବୁଠାରୁ ବଡ ପ୍ରାଥମିକତା । ଆପଣମାନଙ୍କ ପାଖରେ ଦୁନିଆର ନେତୃତ୍ୱ ନେବାର ସାମର୍ଥ୍ୟ ଅଛି। ମୁଁ ଲାଲକିଲ୍ଲାରୁ କହିଥିଲି, ଏହା ହେଉଛି ଉପଯୁକ୍ତ ସମୟ । ଏହା ଆପଣଙ୍କ ର ସମୟ । ଏହି ସମୟ ହିଁ ଆପଣଙ୍କ ଓ ଦେଶର ଭବିଷ୍ୟତ ନିର୍ଦ୍ଧାରଣ କରିବ । ଆପଣଙ୍କୁ ନିଜର ସଂକଳ୍ପକୁ ସୁଦୃଢ଼ କରିବାକୁ ପଡିବ ଯାହାଦ୍ୱାରା ବିକଶିତ ଭାରତର ଲକ୍ଷ୍ୟ ହାସଲ ହୋଇପାରିବ । ଭାରତର ବୁଦ୍ଧି ଯେପରି ବିଶ୍ୱକୁ ଏକ ନୂଆ ଦିଗ ଦେଇପାରିବ ସେଥିପାଇଁ ଆପଣଙ୍କୁ ନିଜର ଜ୍ଞାନକୁ ବିସ୍ତାର କରିବାକୁ ପଡିବ । ଆପଣଙ୍କୁ ନିଜର ଦକ୍ଷତା ବୃଦ୍ଧି କରିବାକୁ ପଡିବ ଯାହାଦ୍ୱାରା ଭାରତ ବିଶ୍ୱସ୍ତରୀୟ ଆହ୍ୱାନର ସମାଧାନ ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ସରକାର ନିଜ ଯୁବ ବନ୍ଧୁମାନଙ୍କ ସହ ପର୍ଯ୍ୟାୟକ୍ରମେ ଚାଲି ଚାଲି ଯାଉଛନ୍ତି । ଆଜି ଆପଣଙ୍କ ପାଇଁ ସୁଯୋଗର ନୂଆ ବାଟ ଖୋଲାଯାଉଛି । ନୂଆ ନୂଆ କ୍ଷେତ୍ରରେ ଆଜି ଆପଣଙ୍କ ପାଇଁ ସୁଯୋଗ ସୃଷ୍ଟି ହେଉଛି । ମହାକାଶ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଆପଣଙ୍କ ପାଇଁ ନୂଆ ମାର୍ଗ ସୃଷ୍ଟି କରାଯାଉଛି । ବ୍ୟବସାୟ କରିବାର ସହଜତା ଉପରେ ଆପଣଙ୍କ ପାଇଁ ଗୁରୁତ୍ୱ ଦିଆଯାଉଛି । ପ୍ରତିରକ୍ଷା କ୍ଷେତ୍ରରେ ଆପଣଙ୍କ ପାଇଁ ଘରୋଇ କ୍ଷେତ୍ର ପାଇଁ ଏକ ସ୍ଥାନ ସୃଷ୍ଟି କରାଯାଇଛି । ଆପଣଙ୍କ ପାଇଁ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ ଗଠନ କରାଯାଇଛି । ଏକବିଂଶ ଶତାବ୍ଦୀରେ ଆପଣଙ୍କୁ କେଉଁ ପ୍ରକାର ର ଆଧୁନିକ ଶିକ୍ଷା ର ଆବଶ୍ୟକତା ପଡିବ ତାହା ଉପରେ ଆମେ କାମ କରୁଛୁ । ଆମେ ଦେଶର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିଛୁ । ଆଜି ଆପଣଙ୍କୁ ନିଜ ମାତୃଭାଷାରେ ଉଚ୍ଚ ଶିକ୍ଷା ଲାଭ କରିବାର ସୁଯୋଗ ମିଳିଛି । ଆଜି ଆପଣଙ୍କର କୌଣସି ଧାରା କିମ୍ବା ବିଷୟ ସହିତ ବନ୍ଧା ହେବାର ବାଧ୍ୟତା ନାହିଁ । ଆପଣ ସର୍ବଦା ନିଜ ପସନ୍ଦର ବିଷୟ ଚୟନ କରି ଅଧ୍ୟୟନ କରିପାରିବେ । ଆପଣ ସମସ୍ତେ ଗବେଷଣା ଏବଂ ଉଦ୍ଭାବନ ସହିତ ଅଧିକରୁ ଅଧିକ ସଂଯୁକ୍ତ ହେବା ଉଚିତ୍ । ସୃଜନଶୀଳତା ଏବଂ ଉଦ୍ଭାବନକୁ ପ୍ରୋତ୍ସାହିତ କରିବାରେ ଅଟଳ ଟିଙ୍କରିଂ ଲ୍ୟାବ୍ ବହୁତ ସହାୟକ ହେବ । ସେନାରେ ଯୋଗ ଦେଇ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା ଛାତ୍ରୀଙ୍କ ପାଇଁ ମଧ୍ୟ ସରକାର ନୂଆ ସୁଯୋଗ ସୃଷ୍ଟି କରିଛନ୍ତି । ଏଣିକି ଛାତ୍ରୀମାନେ ମଧ୍ୟ ବିଭିନ୍ନ ସୈନିକ ବିଦ୍ୟାଳୟରେ ନାମ ଲେଖାଇପାରିବେ । ପୂରା ଆତ୍ମବିଶ୍ୱାସ ସହ ଆଗକୁ ବଢ଼ିବାକୁ ପଡ଼ିବ । ଆପଣଙ୍କ ପ୍ରୟାସ, ଦୂରଦୃଷ୍ଟି, ସାମର୍ଥ୍ୟ ଭାରତକୁ ନୂତନ ଶିଖରରେ ପହଞ୍ଚାଇବ ।

ସାଥୀମାନେ

ଆପଣମାନେ ସମସ୍ତେ ସ୍ୱେଚ୍ଛାସେବୀ, ମୁଁ ଖୁସି ଯେ ଆପଣମାନେ ଆପଣଙ୍କ ଶକ୍ତିକୁ ସଠିକ୍ ଦିଗରେ ବ୍ୟବହାର କରୁଛନ୍ତି । ଆପଣ ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ । ଏହା କାହାର ପୂରା ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । ଯିଏ ଶୃଙ୍ଖଳାର ଭାବନା ରଖିଛି, ଯିଏ ଦେଶ ବହୁତ ଭ୍ରମଣ କରିଛି, ଯାହାର ବନ୍ଧୁ ଅଛନ୍ତି ଯିଏ ବିଭିନ୍ନ ପ୍ରଦେଶର ଭାଷା ଜାଣନ୍ତି, ତାଙ୍କ ବ୍ୟକ୍ତିତ୍ୱରେ ଉନ୍ନତି ହେବା ସ୍ୱାଭାବିକ । ଆଉ ଏକ କଥା ଆପଣଙ୍କୁ ସବୁବେଳେ ମନେ ରଖିବାକୁ ପଡିବ ତାହା ହେଉଛି ଫିଟନେସ । ଠିକ୍ ଅଛି ମୁଁ ଦେଖୁଛି, ତୁମେ ସମସ୍ତେ ଫିଟ୍ ଅଛ । ଫିଟନେସ୍ ଆପଣଙ୍କର ପ୍ରଥମ ପ୍ରାଥମିକତା ହେବା ଉଚିତ୍ । ଏବଂ ଫିଟନେସ୍ ବଜାୟ ରଖିବା ପାଇଁ ଆପଣଙ୍କ ଶୃଙ୍ଖଳା ବହୁତ କାମରେ ଆସିଥାଏ । କୌଣସି ସମୟରେ ପ୍ରେରଣା କମିପାରେ, କିନ୍ତୁ ଶୃଙ୍ଖଳା ହିଁ ଆପଣଙ୍କୁ ସଠିକ୍ ମାର୍ଗରେ ରଖିଥାଏ । ଏବଂ ଯଦି ଆପଣଙ୍କ ଶୃଙ୍ଖଳା କାହାକୁ ପ୍ରେରଣା ଦେଇଥାଏ, ତେବେ ବୁଝନ୍ତୁ ଯେ ପ୍ରତ୍ୟେକ କ୍ଷେତ୍ରରେ ବିଜୟ ସୁନିଶ୍ଚିତ ।

ସାଥୀମାନେ,

ମୁଁ ମଧ୍ୟ ଆପଣଙ୍କ ଭଳି ଏନସିସିରେ ଅଛି । ମୁଁ ଏନସିସିରୁ ବାହାରକୁ ଆସିଛି । ମୁଁ ସେହି ରାସ୍ତା ଦେଇ ଆପଣମାନଙ୍କ ମଧ୍ୟକୁ ଆସିଥିଲି । ମୁଁ ଜାଣେ ଯେ ଏନସିସି, ଏନଏସଏସ କିମ୍ବା ସାଂସ୍କୃତିକ ଶିବିର ଭଳି ଅନୁଷ୍ଠାନ ଯୁବକମାନଙ୍କୁ ସମାଜ ଏବଂ ନାଗରିକର କର୍ତ୍ତବ୍ୟ ବିଷୟରେ ସଚେତନ କରିଥାଏ । ଏହି କ୍ରମରେ ଦେଶରେ ଆଉ ଏକ ସଂଗଠନ ଗଠନ କରାଯାଇଛି । ଏହି ସଂଗଠନର ନାମ 'ମୋ ଯୁବ ଭାରତ' । ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଯେ 'ମୋ ଭାରତ' ସ୍ୱେଚ୍ଛାସେବୀ ଭାବରେ ପଞ୍ଜୀକରଣ କରନ୍ତୁ । ଅନଲାଇନରେ 'ମୋ ଭାରତ' ୱେବସାଇଟକୁ ଯାଆନ୍ତୁ ।

 

ସାଥୀମାନେ

ସାଧାରଣତନ୍ତ୍ର ଦିବସର ଏହି ପାଳନ ସମୟରେ ଆପଣଙ୍କୁ କ୍ରମାଗତ ଭାବରେ ଏଭଳି କାର୍ଯ୍ୟକ୍ରମକୁ ଯିବାର ସୁଯୋଗ ମିଳିବ । ପରେଡ୍ ରେ ଅଂଶଗ୍ରହଣ କରିବା ବ୍ୟତୀତ ଆପଣମାନେ ସମସ୍ତେ ଅନେକ ଐତିହାସିକ ସ୍ଥାନ ପରିଦର୍ଶନ କରିବା ସହ ଅନେକ ବିଶେଷଜ୍ଞଙ୍କୁ ଭେଟିବେ । ଏହା ଏକ ଅନୁଭୂତି ହେବ ଯାହାକୁ ଆପଣ ସାରା ଜୀବନ ମନେ ରଖିବେ । ପ୍ରତିବର୍ଷ ଯେତେବେଳେ ବି ଆପଣ ଗଣତନ୍ତ୍ର ଦିବସ ପରେଡ୍ ଦେଖିବେ, ଆପଣଏହି ଦିନଗୁଡ଼ିକୁ ମନେ ରଖିବେ, ଆପଣଙ୍କୁ ମଧ୍ୟ ମନେ ଥିବ ଯେ ମୁଁ ଆପଣଙ୍କୁ କିଛି କଥା କହିଥିଲି । ତେଣୁ ମୋ ପାଇଁ ଗୋଟିଏ କାମ କରନ୍ତୁ । କେବଳ ହାତ ଉପରକୁ ରଖନ୍ତୁ, ମୋତେ କୁହନ୍ତୁ? କନ୍ୟାମାନଙ୍କର ସ୍ୱର ଶୁଭୁଛି, ପୁଅମାନଙ୍କ ସ୍ୱର ଶୁଭୁନାହିଁ । କହିବେ କି? ଏବେ ଏହା ସମାନ ହୋଇଛି । ଆପଣଙ୍କ ଅନୁଭୂତିକୁ କେଉଁଠି ଡାଏରୀରେ ଲେଖନ୍ତୁ । ଦ୍ୱିତୀୟତଃ, ଆପଣ ଗଣତନ୍ତ୍ର ଦିବସରୁ ଯାହା ଶିଖିଛନ୍ତି, ତାହା ନମୋ ଆପରେ ଲେଖି କିମ୍ବା ଭିଡିଓ ରେକର୍ଡିଂ କରି ମଧ୍ୟ ମୋତେ ପଠାଇବେ । ପଠାନ୍ତୁ? କେମିତି ଆପଣଙ୍କ କଣ୍ଠସ୍ୱର ଶୁଭିଲା । ନମୋ ଆପ୍ ଜରିଆରେ ଆଜିର ଯୁବପିଢ଼ି ମୋ ସହ ନିରନ୍ତର ଯୋଡ଼ି ହୋଇପାରିବେ । ଆଉ ଯେତେବେଳେ ଆପଣ ମଧ୍ୟ ଆପଣଙ୍କ ପକେଟରେ ମୋବାଇଲ ରଖିବେ, ତେବେ ଆପଣ ଦୁନିଆକୁ କହିପାରିବେ ଯେ ମୁଁ ନରେନ୍ଦ୍ର ମୋଦିଙ୍କୁ ମୋ ପକେଟରେ ରଖିଛି ।

 

ମୋର ଯୁବ ବନ୍ଧୁ ସାଥିମାନେ,

ମୁଁ ଆପଣଙ୍କ ଉପରେ ବିଶ୍ୱାସ କରେ, ମୁଁ ଆପଣଙ୍କ ଉପରେ ବିଶ୍ୱାସ କରେ । କଠିନ ଅଧ୍ୟୟନ କରନ୍ତୁ, ସଚେତନ ନାଗରିକ ହୁଅନ୍ତୁ, ପରିବେଶର ସୁରକ୍ଷା କରନ୍ତୁ, ଖରାପ ଅଭ୍ୟାସରୁ ଦୂରେଇ ରୁହନ୍ତୁ ଏବଂ ନିଜ ଐତିହ୍ୟ ଓ ସଂସ୍କୃତି କୁ ନେଇ ଗର୍ବିତ ହୁଅନ୍ତୁ । ଆପଣମାନଙ୍କ ସହିତ ଦେଶର ଆଶୀର୍ବାଦ ଅଛି, ମୋର ଶୁଭେଚ୍ଛା । ମୁଁ ଚାହୁଁଛି ଯେ ଆପଣ ପ୍ୟାରେଡ୍ ସମୟରେ ପ୍ରଭାବଶାଳୀ ରୁହନ୍ତୁ ଏବଂ ସମସ୍ତଙ୍କ ହୃଦୟ ଜିତନ୍ତି । ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ । ଆପଣମାନେ ପୂରା ସାମର୍ଥ୍ୟ ସହିତ ମୋ ସହିତ କଥା ହୁଅ –

ଭାରତ ମାତା କି ଜୟ ।

ଭାରତ ମାତା କି ଜୟ ।

ଭାରତ ମାତା କି ଜୟ ।

ବନ୍ଦେ ମାତରମ୍ ।

ବନ୍ଦେ ମାତରମ୍ ।

ବନ୍ଦେ ମାତରମ୍ ।

ବନ୍ଦେ ମାତରମ୍ ।

ବନ୍ଦେ ମାତରମ୍ ।

ବନ୍ଦେ ମାତରମ୍ ।

ବନ୍ଦେ ମାତରମ୍ ।

ବନ୍ଦେ ମାତରମ୍ ।

ବନ୍ଦେ ମାତରମ୍ ।

 ସାବାସ୍ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Launches SVANidhi Card In Kerala: What Is This 'Credit Scheme' For Street Vendors?

Media Coverage

PM Modi Launches SVANidhi Card In Kerala: What Is This 'Credit Scheme' For Street Vendors?
NM on the go

Nm on the go

Always be the first to hear from the PM. Get the App Now!
...
Today, India has embarked on the Reform Express, aimed at making both life and business easier: PM Modi at the 18th Rozgar Mela
January 24, 2026
In recent years, the Rozgar Mela has evolved into an institution and through it, lakhs of young people have received appointment letters in various government departments: PM
Today, India stands among the youngest nations in the world; Our government is consistently striving to create new opportunities for the youth of India, both within the country and across the globe: PM
Today, the Government of India is entering into trade and mobility agreements with numerous countries which will open up countless new opportunities for the youth of India: PM
Today, the nation has embarked on the Reform Express, with the purpose to make both life and business easier across the country: PM

सभी युवा साथियों, आप सबको मेरा नमस्कार! साल 2026 का आरंभ, आपके जीवन में नई खुशियों का आरंभ कर रहा है। इसके साथ ही जब वसंत पंचमी कल ही गई है, तो आपके जीवन में भी ये नई वसंत का आरंभ हो रहा है। आपको ये समय, संविधान के प्रति अपने दायित्वों से भी जोड़ रहा है। संयोग से इस समय देश में गणतंत्र का महापर्व चल रहा है। कल 23 जनवरी को हमने नेताजी सुभाष की जयंती पर पराक्रम दिवस मनाया, और अब कल 25 जनवरी को राष्ट्रीय मतदाता दिवस है, फिर उसके बाद 26 जनवरी को गणतंत्र दिवस है। आज का दिन भी विशेष है। आज के ही दिन हमारे संविधान ने ‘जन गण मन’ को राष्ट्रीय गान और ‘वंदे मातरम’ को राष्ट्रीय गीत के रूप में अपनाया था। आज के इस महत्वपूर्ण दिन, देश के इकसठ हज़ार से ज्यादा नौजवान जीवन की नई शुरुआत कर रहे हैं। आज आप सबको सरकारी सेवाओं के नियुक्ति पत्र मिल रहे हैं, ये एक तरह से Nation Building का Invitation Letter है। ये विकसित भारत के निर्माण को गति देने का संकल्प पत्र है। आप में बहुत सारे साथी, देश की सुरक्षा को मज़बूत करेंगे, हमारे एजुकेशन और हेल्थकेयर इकोसिस्टम को और सशक्त करेंगे, कई साथी वित्तीय सेवाओं और एनर्जी सिक्योरिटी को मज़बूती देंगे, तो कई युवा हमारी सरकारी कंपनियों की ग्रोथ में महत्वपूर्ण भूमिका निभाएंगे। मैं आप सभी युवाओं को बहुत-बहुत बधाई और शुभकामनाएं देता हूं।

साथियों,

युवाओं को कौशल से जोड़ना और उन्हें रोजगार-स्वरोजगार के अवसर देना, ये हमारी सरकार की प्राथमिकता रही है। सरकारी भर्तियों को भी कैसे मिशन मोड पर किया जाए, इसके लिए रोज़गार मेले की शुरुआत की गई थी। बीते वर्षों में रोज़गार मेला एक इंस्टीट्यूशन बन गया है। इसके जरिए लाखों युवाओं को सरकार के अलग-अलग विभागों में नियुक्ति पत्र मिल चुके हैं। इसी मिशन का और विस्तार करते हुए, आज देश के चालीस से अधिक स्थानों पर ये रोजगार मेला चल रहा है। इन सभी स्थानों पर मौजूद युवाओं का मैं विशेष तौर पर अभिनंदन करता हूं।

साथियों,

आज भारत, दुनिया के सबसे युवा देशों में से एक है। हमारी सरकार का निरंतर प्रयास है कि भारत की युवाशक्ति के लिए देश-दुनिया में नए-नए अवसर बनें। आज भारत सरकार, अनेक देशों से ट्रेड और मोबिलिटी एग्रीमेंट कर रही है। ये ट्रेड एग्रीमेंट भारत के युवाओं के लिए अनेकों नए अवसर लेकर आ रहे हैं।

साथियों,

बीते समय में भारत ने आधुनिक इंफ्रास्ट्रक्चर के लिए अभूतपूर्व निवेश किया है। इससे कंस्ट्रक्शन से जुड़े हर सेक्टर में रोजगार बहुत बढ़े हैं। भारत के स्टार्ट-अप इकोसिस्टम का दायरा भी तेज़ गति से आगे बढ़ रहा है। आज देश में करीब दो लाख रजिस्टर्ड स्टार्ट-अप हैं। इनमें इक्कीस लाख से ज्यादा युवा काम कर रहे हैं। इसी प्रकार, डिजिटल इंडिया ने, एक नई इकॉनॉमी को विस्तार दिया है। एनिमेशन, डिजिटल मीडिया, ऐसे अनेक क्षेत्रों में भारत एक ग्लोबल हब बनता जा रहा है। भारत की क्रिएटर इकॉनॉमी बहुत तेज़ गति से ग्रो कर रही है, इसमें भी युवाओं को नई-नई अपॉरचुनिटीज मिल रही हैं।

मेरे युवा साथियों,

आज भारत पर जिस तरह दुनिया का भरोसा बढ़ रहा है, वो भी युवाओं के लिए अनेक नई संभावनाएं बना रहा है। भारत दुनिया की एकमात्र बड़ी इकॉनॉमी है, जिसने एक दशक में GDP को डबल किया है। आज दुनिया के सौ से अधिक देश, भारत में FDI के जरिए निवेश कर रहे हैं। वर्ष 2014 से पहले के दस वर्षों की तुलना में भारत में ढाई गुना से अधिक FDI आया है। और ज्यादा विदेशी निवेश का अर्थ है, भारत के युवाओं के लिए रोजगार के अनगिनत अवसर।

साथियों,

आज भारत एक बड़ी मैन्युफेक्चरिंग पावर बनता जा रहा है। Electronics, दवाएं और वैक्सीन, डिफेंस, ऑटो, ऐसे अनेक सेक्टर्स में भारत के प्रोडक्शन और एक्सपोर्ट, दोनों में अभूतपूर्व वृद्धि हो रही है। 2014 के बाद से भारत की electronics manufacturing में छह गुना वृद्धि हुई है, छह गुना। आज ये 11 लाख करोड़ रुपए से अधिक की इंडस्ट्री है। हमारा इलेक्ट्रॉनिक्स एक्सपोर्ट भी चार लाख करोड़ रुपए को पार कर चुका है। भारत की ऑटो इंडस्ट्री भी सबसे तेजी से ग्रो करने वाले सेक्टर्स में से एक बन गई है। वर्ष 2025 में टू-व्हीलर की बिक्री दो करोड़ के पार पहुंच चुकी है। ये दिखाता है कि देश के लोगों की खरीद शक्ति बढ़ी है, इनकम टैक्स और GST कम होने से उन्हें अनेक लाभ हुए हैं, ऐसे अनेक उदाहरण हैं, जो बताते हैं कि देश में बड़ी संख्या में रोजगार का निर्माण हो रहा है।

साथियों,

आज के इस आयोजन में 8 हजार से ज्यादा बेटियों को भी नियुक्ति पत्र मिले हैं। बीते 11 वर्षों में, देश की वर्कफोर्स में वीमेन पार्टिसिपेशन में करीब-करीब दोगुनी बढ़ोतरी हुई है। सरकार की मुद्रा और स्टार्ट अप इंडिया जैसी योजनाओं का, बहुत बड़ा फायदा हमारी बेटियों को हुआ है। महिला स्व-रोजगार की दर में करीब 15 परसेंट की बढ़ोतरी हुई है। अगर मैं स्टार्ट अप्स और MSMEs की बात करूं, तो आज बहुत बड़ी संख्या में वीमेन डायरेक्टर, वीमेन फाउंडर्स हैं। हमारा जो को-ऑपरेटिव सेक्टर है, जो हमारे सेल्फ हेल्प ग्रुप्स गांवों में काम कर रहे हैं, उनमें बहुत बड़ी संख्या में महिलाएं नेतृत्व कर रही हैं।

साथियों,

आज देश रिफॉर्म एक्सप्रेस पर चल पड़ा है। इसका उद्देश्य, देश में जीवन और कारोबार, दोनों को आसान बनाने का है। GST में नेक्स्ट जेनरेशन रिफॉर्म्स का सभी को फायदा हुआ है। इससे, हमारे युवा आंत्रप्रन्योर्स को लाभ हो रहा है, हमारे MSMEs को फायदा हो रहा है। हाल में देश ने ऐतिहासिक लेबर रिफॉर्म्स लागू किए हैं। इससे, श्रमिकों, कर्मचारियों और बिजनेस, सबको फायदा होगा। नए लेबर कोड्स ने, श्रमिकों के लिए, कर्मचारियों के लिए, सामाजिक सुरक्षा का दायरा और सशक्त किया है।

साथियों,

आज जब रिफॉर्म एक्सप्रेस की चर्चा हर तरफ हो रही है, तो मैं आपको भी इसी विषय में एक काम सौंपना चाहता हूं। आप याद कीजिए, बीते पांच-सात साल में कब-कब आपका सरकार से किसी न किसी रूप में संपर्क हुआ है? कहीं किसी सरकारी दफ्तर में काम पड़ा हो, किसी और माध्यम से संवाद हुआ हो और आपको इसमें परेशानी हुई हो, कुछ कमी महसूस हुई हो, आपको कुछ न कुछ खटका हो, जरा ऐसी बातों को याद करिए। अब आपको तय करना है, कि जिन बातों ने आपको परेशान किया, कभी आपके माता पिता को परेशान किया, कभी आपके यार दोस्तों को परेशान किया, और वो जो आपको अखरता था, बुरा लगता था, गुस्सा आता था, अब वो कठिनाइयां, आपके अपने कार्यकाल में आप दूसरे नागरिकों को नहीं होने देंगे। आपको भी सरकार का हिस्सा होने के नाते, अपने स्तर पर छोटे-छोटे रिफॉर्म करने होंगे। इस अप्रोच को लेकर के आपको आगे बढ़ना है, ताकि ज्यादा से ज्यादा लोगों का भला हो। Ease of living, Ease of doing business, इसको ताकत देने का काम, जितनी नीति से होता है, उससे ज्यादा स्थानीय स्तर पर काम करने वाले सरकारी कर्मचारी की नीयत से होता है। आपको एक और बात याद रखनी है। तेज़ी से बदलती टेक्नॉलॉजी के इस दौर में, देश की ज़रूरतें और प्राथमिकताएं भी तेज़ी से बदल रही हैं। इस तेज़ बदलाव के साथ आपको खुद को भी अपग्रेड करते रहना है। आप iGOT कर्मयोगी जैसे प्लेटफॉर्म का जरूर सदुपयोग करें। मुझे खुशी है कि इतने कम समय में, करीब डेढ़ करोड़ सरकारी कर्मचारी iGOT के इस प्लेटफॉर्म से जुड़कर खुद को नए सिरे से ट्रेन कर रहे हैं, Empower कर रहे हैं।

साथियों,

चाहे प्रधानमंत्री हो, या सरकार का छोटा सा सेवक, हम सब सेवक हैं और हम सबका एक मंत्र समान है, उसमें न कोई ऊपर है, न कोई दाएं बाएं है, और हम सबके लिए, मेरे लिए भी और आपके लिए भी मंत्र कौन सा है- ‘’नागरिक देवो भव’’ ‘’नागरिक देवो भव’’ के मंत्र के साथ हमें काम करना है, आप भी करते रहिए, एक बार फिर आपके जीवन में ये जो नई वसंत आई है, ये नया जीवन का युग शुरू हो रहा है और आप ही के माध्यम से 2047 में विकसित भारत बनने वाला है। आपको मेरी तरफ से बहुत-बहुत शुभकामनाएं। बहुत-बहुत धन्यवाद।