“ରାଷ୍ଟ୍ରୀୟ ବାଳିକା ଦିବସ ହେଉଛି ଶୌର୍ଯ୍ୟ, ସଂକଳ୍ପ ଓ ଆମ ଝିଅମାନଙ୍କ ସଫଳତାର ସମାରୋହ ପାଳନ”
“ଜନନାୟକ କପୁରୀ ଠାକୁରଙ୍କ ସମଗ୍ର ଜୀବନ ସାମାଜିକ ନ୍ୟାୟ ଓ ଅବେହଳିତଙ୍କ ଉତ୍‌ଥାନ ନିମନ୍ତେ ଉତ୍ସର୍ଗୀକୃତ”
“ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ଭ୍ରମଣ ପ୍ରତ୍ୟେକ ନାଗରିକ ନିମନ୍ତେ ନୂତନ ଅଭିଜ୍ଞତା ଆଣିଥାଏ । ଏହା ହିଁ ଭାରତର ବିଶେଷତ୍ୱ”
“ମୁଁ ଜେନ ଜେଡ କହିବାକୁ ଉଚିତ ମଣେ, ତାହା ହେଉଛି ଅମ୍ରିତ ଜେନେରେସନ”
“ଏହା ହେଉଛି ପ୍ରକୃତ ସମୟ ଓ ଆପଣମାନଙ୍କ ସମୟ”
“ପ୍ରେରଣା ବେଳେ ବେଳେ କ୍ଷୟକାରୀ ହୋଇଥାଏ, ମାତ୍ର ଏହା ହେଉଛି ଶୃଙ୍ଖଳା, ଯାହା ତୁମକୁ ସତ୍‌ପଥରେ ନେଇଥାଏ”
“ଯୁବା ଭାରତ ମଞ୍ଚରେ ଯୁବା ଶକ୍ତି” ମୋ ଭାରତ ସ୍ୱେଚ୍ଛାସେବୀ ଭାବେ ନିଶ୍ଚିତ ପଞ୍ଜୀକରଣ କରନ୍ତି”
“ନମୋ ଆପ୍‌” ଜରିଆରେ ଆଜିର ଯୁବା ପିଢି ମୋ ସହ ନିରବଚ୍ଛିନ୍ନ ଭାବେ ଯୋଡି ହୋଇ ରହିପାରିବେ”

ଦେଶର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଜୀ, କ୍ୟାବିନେଟ୍ ମୋର ଅନ୍ୟ ସହଯୋଗୀ, ଡିଜି ଏନସିସି, ଉପସ୍ଥିତ ଅଧିକାରୀମାନେ , ସମ୍ମାନିତ ଅତିଥି, ଶିକ୍ଷକ, ଏନସିସି ଏବଂ ଏନଏସଏସର ମୋର ଯୁବ ସହଯୋଗୀ ।

ସାଥିମାନେ,

ଆପଣମାନେ ବର୍ତ୍ତମାନ ଏଠାରେ ଯେଉଁ ସାଂସ୍କୃତିକ ପରିବେଷଣ ଦେଇଛନ୍ତି ତାହାକୁ ଦେଖି ଗର୍ବ ଅନୁଭବ ହେଉଛି । ରାଣୀ ଲକ୍ଷ୍ମୀବାଈଙ୍କ ଐତିହାସିକ ବ୍ୟକ୍ତିତ୍ୱ ଏବଂ ଇତିହାସର ଘଟଣାଗୁଡ଼ିକୁ ଆପଣ କିଛି ମୁହୂର୍ତ୍ତରେ ଏଠାରେ ଜୀବନ୍ତ କରିଥିଲେ । ଆମେ ସମସ୍ତେ ଏହି ଘଟଣାଗୁଡ଼ିକ ସହିତ ପରିଚିତ, କିନ୍ତୁ ଆପଣ ଏହାକୁ ଯେପରି ଉପସ୍ଥାପନ କରିଥିଲେ ତାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଥିଲା । ଆପଣ ଗଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଆଉ ଏଥର ଦୁଇଟି କାରଣରୁ ଏହା ଅଧିକ ସ୍ପେଶାଲ ହୋଇଛି । ଏହା ହେଉଛି ୭୫ତମ ସାଧାରଣତନ୍ତ୍ର ଦିବସ । ଆଉ ଦ୍ୱିତୀୟତଃ ପ୍ରଥମ ଥର ପାଇଁ ସାଧାରଣତନ୍ତ୍ର ଦିବସ ପରେଡ୍ ଦେଶର ନାରୀ ଶକ୍ତିକୁ ସମର୍ପିତ କରାଯାଇଛି । ମୁଁ ଆଜି ଏତେ ସଂଖ୍ୟକ ଝିଅଙ୍କୁ ଦେଖୁଛି ଯେଉଁମାନେ ଦେଶର ବିଭିନ୍ନ ପ୍ରାନ୍ତରୁ ଏଠାକୁ ଆସିଛନ୍ତି । ଆପଣ ଏକୁଟିଆ ଏଠାକୁ ଆସିନାହାଁନ୍ତି, ଆପଣମାନେ ସମସ୍ତେ ଆପଣ ରାଜ୍ୟର ମହକ, ବିଭିନ୍ନ ରୀତିନୀତିର ଅନୁଭୂତି ଏବଂ ଆପଣଙ୍କ ସମାଜର ସମୃଦ୍ଧ ଚିନ୍ତାଧାରା ନେଇ ଆସିଛ । ଆଜି ଆପଣ ସମସ୍ତଙ୍କୁ ଭେଟିବା ମଧ୍ୟ ଏକ ବିଶେଷ ଅବସର ପାଲଟିଯାଏ । ଆଜି ଜାତୀୟ କନ୍ୟା ସନ୍ତାନ ଦିବସ । ଝିଅଙ୍କ ସାହସ, ଉତ୍ସାହ ଓ ଉପଲବ୍ଧିକୁ ପାଳନ କରିବାର ଆଜିର ଦିନ । ଝିଅମାନେ ସମାଜ ଓ ଦେଶକୁ ଉନ୍ନତ କରିବାର ସାମର୍ଥ୍ୟ ରଖନ୍ତି । ଇତିହାସର ବିଭିନ୍ନ ଯୁଗରେ ଭାରତର ଝିଅମାନେ ନିଜର ଦୃଢ଼ ଇଚ୍ଛାଶକ୍ତି ଓ ସମର୍ପଣ ଭାବନା ବଳରେ ଅନେକ ବଡ଼ ପରିବର୍ତ୍ତନର ମୂଳଦୁଆ ପକାଇଛନ୍ତି । କିଛି ସମୟ ପୂର୍ବରୁ ଆପଣ ଦେଇଥିବା ଉପସ୍ଥାପନା ମଧ୍ୟ ଏହି ଭାବନାକୁ ପ୍ରତିଫଳିତ କରୁଥିଲା ।

 

ମୋର ପ୍ରିୟ ସାଥୀମାନେ,

ଆପଣମାନେ ସମସ୍ତେ ଦେଖିଥିବେ ଯେ ଗତକାଲି ଦେଶ ଏକ ବଡ ନିଷ୍ପତ୍ତି ନେଇଛି । ଜନନାୟକ କର୍ପୁରୀ ଠାକୁରଙ୍କୁ ଭାରତ ରତ୍ନ ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଆଜିର ଯୁବପିଢ଼ି କର୍ପୂରୀ ଠାକୁରଜୀଙ୍କ ବିଷୟରେ ଜାଣିବା, ତାଙ୍କ ଜୀବନରୁ ଶିଖିବା ଅତ୍ୟନ୍ତ ଜରୁରୀ । ଏହା ଆମ ବିଜେପି ସରକାରଙ୍କ ସୌଭାଗ୍ୟ ଯେ ଜନନାୟକ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବାର ସୁଯୋଗ ପାଇଛି । ଅତ୍ୟଧିକ ଦାରିଦ୍ର‌୍ୟ ଓ ସାମାଜିକ ଅସମାନତା ଭଳି ଆହ୍ୱାନର ମୁକାବିଲା କରି ସେ ଜାତୀୟ ଜୀବନରେ ଏକ ଉଚ୍ଚ ସ୍ଥାନରେ ପହଞ୍ଚିଥିଲେ । ସେ ଦୁଇଥର ବିହାରର ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ । ଏହା ସତ୍ତ୍ୱେ ସେ ସମାଜର ସବୁ ବର୍ଗଙ୍କ ପାଇଁ କାମ କରିବା ବନ୍ଦ କରିନଥିଲେ । ଜନନାୟକ କର୍ପୂରୀ ଠାକୁର ତାଙ୍କ ସରଳତା ପାଇଁ ସର୍ବଦା ଜଣାଶୁଣା ଥିଲେ । ତାଙ୍କର ସମଗ୍ର ଜୀବନ ସାମାଜିକ ନ୍ୟାୟ ଏବଂ ପଛୁଆଲୋକଙ୍କ ଉନ୍ନତି ପାଇଁ ଉତ୍ସର୍ଗୀକୃତ ଥିଲା । ଆଜି ବି ତାଙ୍କ ସଚ୍ଚୋଟତାର ଉଦାହରଣ ନିଆଯାଇପାରେ । ଗରିବଙ୍କ ଦୁଃଖ ବୁଝିବା, ଗରିବଙ୍କ ଚିନ୍ତା କମାଇବା ପାଇଁ ପ୍ରୟାସ କରିବା, ଗରିବଙ୍କ କଲ୍ୟାଣକୁ ପ୍ରାଥମିକତା ଦେବା, ଗରିବ ଙ୍କ ପାଖରେ ପହଞ୍ଚାଇବା ପାଇଁ ବିକାଶ ଭାରତ ସଂକଳ୍ପ ଯାତ୍ରା ଭଳି ଅଭିଯାନ ଚଳାଇବା, ସମାଜର ପଛୁଆ ଓ ଅବହେଳିତ ବର୍ଗଙ୍କ ପାଇଁ କ୍ରମାଗତ ଭାବେ ନୂଆ ନୂଆ ଯୋଜନା କରିବା, ଆମ ସରକାରଙ୍କ ଏହି ସବୁ କାର୍ଯ୍ୟରେ କର୍ପୂରୀ ବାବୁଙ୍କ ଚିନ୍ତାଧାରାରୁ ମିଳିଥିବା ପ୍ରେରଣା ଆପଣମାନେ ସମସ୍ତେ ଦେଖିପାରୁଥିବେ । ଆପଣମାନେ ସମସ୍ତେ ତାଙ୍କ ବିଷୟରେ ପଢନ୍ତୁ, ତାଙ୍କ ଆଦର୍ଶକୁ ଆପଣଙ୍କ ଜୀବନର ଏକ ଅଂଶ କରନ୍ତୁ । ଏହା ଆପଣଙ୍କ ବ୍ୟକ୍ତିତ୍ୱକୁ ଏକ ନୂତନ ଶିଖରକୁ ନେଇଯିବ ।

ମୋର ପ୍ରିୟ ଯୁବ ବନ୍ଧୁମାନେ,

ଆପଣମାନଙ୍କ ମଧ୍ୟରୁ ଅନେକ ଥିବେ ଯେଉଁମାନେ ପ୍ରଥମ ଥର ପାଇଁ ଦିଲ୍ଲୀ ଆସିଛନ୍ତି । ଗଣତନ୍ତ୍ର ଦିବସକୁ ନେଇ ଆପଣ ଉତ୍ସାହିତ ଅଛନ୍ତି, କିନ୍ତୁ ମୁଁ ଜାଣେ ଯେ ଅନେକ ଲୋକ ପ୍ରଥମ ଥର ପାଇଁ ଏଭଳି ଥଣ୍ଡା ଅନୁଭବ କରିଥିବେ । ଆମ ଦେଶ ପାଣିପାଗ ଦୃଷ୍ଟିରୁ ମଧ୍ୟ ଭିନ୍ନତାରେ ପରିପୂର୍ଣ୍ଣ । ଏଭଳି ଥଣ୍ଡା ଓ ଘନ କୁହୁଡ଼ି ଭିତରେ ଆପଣ ଦିନରାତି ଅଭ୍ୟାସ କରିବା ସହ ଏଠାରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି । ମୁଁ ନିଶ୍ଚିତ ଯେ ଯେତେବେଳେ ଆପଣ ଏଠାରୁ ଘରକୁ ଯିବେ, ସେତେବେଳେ ଆପଣଙ୍କୁ ଗଣତନ୍ତ୍ର ଦିବସର ଅଭିଜ୍ଞତା ବିଷୟରେ ବହୁତ କିଛି କହିବାର ଅଛି ଏବଂ ଏହା ହେଉଛି ଏହି ଦେଶର ବିଶେଷତ୍ୱ । ବିବିଧତାରେ ପରିପୂର୍ଣ୍ଣ ଆମ ଦେଶରେ କେବଳ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ଦ୍ୱାରା ଜୀବନରେ ନୂଆ ଅନୁଭୂତି ଯୋଡି ହେବାରେ ଲାଗିଥାଏ ।

 

ମୋର ପ୍ରିୟ ବନ୍ଧୁମାନେ,

ଆପଣଙ୍କ ପିଢ଼ିକୁ ଆପଣଙ୍କ ନିଜ ଶବ୍ଦରେ 'ଜେନ୍ ଜେଡ୍‌' କୁହାଯାଏ । କିନ୍ତୁ ମୁଁ ଆପଣମାନଙ୍କୁ ଅମୃତ ପିଢ଼ି ବୋଲି ବିବେଚନା କରୁଛି । ଆପଣମାନେ ହିଁ ଅମୃତକାଳରେ ଦେଶକୁ ଗତି ଦେବେ । ଆପଣମାନେ ସମସ୍ତେ ଜାଣନ୍ତି ଯେ ଭାରତ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ରେ ପରିଣତ ହେବାର ସଂକଳ୍ପ ନେଇଛି । ଆଗାମୀ ୨୫ ବର୍ଷ ଦେଶ ପାଇଁ, ଆପଣଙ୍କ ଭବିଷ୍ୟତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମର ସଂକଳ୍ପ ଯେ ଆପଣମାନଙ୍କର ଏହି ଅମୃତ ପିଢ଼ିର ପ୍ରତ୍ୟେକ ସ୍ୱପ୍ନ ପୂରଣ ହେବ । ଆମର ସଂକଳ୍ପ ହେଉଛି ଆପଣଙ୍କ ଅମୃତ ପିଢ଼ି ସୁଯୋଗରେ ପରିପୂର୍ଣ୍ଣ ହେବା ଉଚିତ୍ । ଆମର ସଂକଳ୍ପ ହେଉଛି ଅମୃତ ପିଢ଼ିର ପଥରେ ଥିବା ପ୍ରତ୍ୟେକ ପ୍ରତିବନ୍ଧକକୁ ଦୂର କରିବା । ତୁମ ପ୍ରଦର୍ଶନରେ ବର୍ତ୍ତମାନ ମୁଁ ଯେଉଁ ଶୃଙ୍ଖଳା, କେନ୍ଦ୍ରୀଭୂତ ମାନସିକତା ଏବଂ ସମନ୍ୱୟ ଦେଖୁଛି ତାହା ଅମୃତକାଳର ସଂକଳ୍ପପୂରଣର ଆଧାର ।

ସାଥୀମାନେ

ଅମୃତକାଳର ଏହି ଯାତ୍ରାରେ ଆପଣ ସବୁବେଳେ ମୋର ଗୋଟିଏ କଥା ମନେ ରଖିବେ ଯେ ଆପଣଙ୍କୁ ଯାହା କରିବାକୁ ପଡିବ, ଦେଶ ପାଇଁ କରିବାକୁ ପଡିବ । ଦେଶ ପ୍ରଥମେ-ଏହା ଆପଣଙ୍କର ମାର୍ଗଦର୍ଶକ ନୀତି ହେବା ଉଚିତ୍ । ଆପଣ ଯାହା ବି କରିବେ, ପ୍ରଥମ ଚିନ୍ତା କରନ୍ତୁ ଯେ ଏହା କିପରି ଦେଶପାଇଁ ଲାଭଦାୟକ ହେବ । ଦ୍ୱିତୀୟଟି ହେଉଛି ଆପଣଙ୍କ ଜୀବନରେ କେବେ ବି ବିଫଳତାକୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ । ଏବେ ଦେଖନ୍ତୁ, ଆମ ଚନ୍ଦ୍ରଯାନ ପୂର୍ବରୁ ଚନ୍ଦ୍ରରେ ଅବତରଣ କରିପାରିନଥିଲା । କିନ୍ତୁ ତା'ପରେ ଆମେ ଏଭଳି ରେକର୍ଡ କରି ଯାହା ବି ହେଉ ଚନ୍ଦ୍ରର ଦକ୍ଷିଣ ମୁଣ୍ଡରେ ପହଞ୍ଚିବାରେ ଆମେ ଏକ ନମ୍ବର ହୋଇଗଲୁ । ତେଣୁ ଜିତିବା କିମ୍ବା ହାରିବା, ନିରନ୍ତର ରହିବା ଉଚିତ । ଆମ ଦେଶ ବହୁତ ବଡ଼, କିନ୍ତୁ ଛୋଟ ଛୋଟ ପ୍ରୟାସ ଦ୍ୱାରା ହିଁ ଏହା ସଫଳ ହୋଇଥାଏ । ପ୍ରତ୍ୟେକ ଛୋଟ ଛୋଟ ପ୍ରୟାସ ଗୁରୁତ୍ୱପୂର୍ଣ୍ଣ, ପ୍ରତ୍ୟେକ ପ୍ରକାରର ଅବଦାନ ଗୁରୁତ୍ୱପୂର୍ଣ୍ଣ ।

 

ମୋର ଯୁବ ବନ୍ଧୁମାନେ,

ଆପଣ ମୋର ସବୁଠାରୁ ବଡ ପ୍ରାଥମିକତା । ଆପଣମାନଙ୍କ ପାଖରେ ଦୁନିଆର ନେତୃତ୍ୱ ନେବାର ସାମର୍ଥ୍ୟ ଅଛି। ମୁଁ ଲାଲକିଲ୍ଲାରୁ କହିଥିଲି, ଏହା ହେଉଛି ଉପଯୁକ୍ତ ସମୟ । ଏହା ଆପଣଙ୍କ ର ସମୟ । ଏହି ସମୟ ହିଁ ଆପଣଙ୍କ ଓ ଦେଶର ଭବିଷ୍ୟତ ନିର୍ଦ୍ଧାରଣ କରିବ । ଆପଣଙ୍କୁ ନିଜର ସଂକଳ୍ପକୁ ସୁଦୃଢ଼ କରିବାକୁ ପଡିବ ଯାହାଦ୍ୱାରା ବିକଶିତ ଭାରତର ଲକ୍ଷ୍ୟ ହାସଲ ହୋଇପାରିବ । ଭାରତର ବୁଦ୍ଧି ଯେପରି ବିଶ୍ୱକୁ ଏକ ନୂଆ ଦିଗ ଦେଇପାରିବ ସେଥିପାଇଁ ଆପଣଙ୍କୁ ନିଜର ଜ୍ଞାନକୁ ବିସ୍ତାର କରିବାକୁ ପଡିବ । ଆପଣଙ୍କୁ ନିଜର ଦକ୍ଷତା ବୃଦ୍ଧି କରିବାକୁ ପଡିବ ଯାହାଦ୍ୱାରା ଭାରତ ବିଶ୍ୱସ୍ତରୀୟ ଆହ୍ୱାନର ସମାଧାନ ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ସରକାର ନିଜ ଯୁବ ବନ୍ଧୁମାନଙ୍କ ସହ ପର୍ଯ୍ୟାୟକ୍ରମେ ଚାଲି ଚାଲି ଯାଉଛନ୍ତି । ଆଜି ଆପଣଙ୍କ ପାଇଁ ସୁଯୋଗର ନୂଆ ବାଟ ଖୋଲାଯାଉଛି । ନୂଆ ନୂଆ କ୍ଷେତ୍ରରେ ଆଜି ଆପଣଙ୍କ ପାଇଁ ସୁଯୋଗ ସୃଷ୍ଟି ହେଉଛି । ମହାକାଶ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଆପଣଙ୍କ ପାଇଁ ନୂଆ ମାର୍ଗ ସୃଷ୍ଟି କରାଯାଉଛି । ବ୍ୟବସାୟ କରିବାର ସହଜତା ଉପରେ ଆପଣଙ୍କ ପାଇଁ ଗୁରୁତ୍ୱ ଦିଆଯାଉଛି । ପ୍ରତିରକ୍ଷା କ୍ଷେତ୍ରରେ ଆପଣଙ୍କ ପାଇଁ ଘରୋଇ କ୍ଷେତ୍ର ପାଇଁ ଏକ ସ୍ଥାନ ସୃଷ୍ଟି କରାଯାଇଛି । ଆପଣଙ୍କ ପାଇଁ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ ଗଠନ କରାଯାଇଛି । ଏକବିଂଶ ଶତାବ୍ଦୀରେ ଆପଣଙ୍କୁ କେଉଁ ପ୍ରକାର ର ଆଧୁନିକ ଶିକ୍ଷା ର ଆବଶ୍ୟକତା ପଡିବ ତାହା ଉପରେ ଆମେ କାମ କରୁଛୁ । ଆମେ ଦେଶର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିଛୁ । ଆଜି ଆପଣଙ୍କୁ ନିଜ ମାତୃଭାଷାରେ ଉଚ୍ଚ ଶିକ୍ଷା ଲାଭ କରିବାର ସୁଯୋଗ ମିଳିଛି । ଆଜି ଆପଣଙ୍କର କୌଣସି ଧାରା କିମ୍ବା ବିଷୟ ସହିତ ବନ୍ଧା ହେବାର ବାଧ୍ୟତା ନାହିଁ । ଆପଣ ସର୍ବଦା ନିଜ ପସନ୍ଦର ବିଷୟ ଚୟନ କରି ଅଧ୍ୟୟନ କରିପାରିବେ । ଆପଣ ସମସ୍ତେ ଗବେଷଣା ଏବଂ ଉଦ୍ଭାବନ ସହିତ ଅଧିକରୁ ଅଧିକ ସଂଯୁକ୍ତ ହେବା ଉଚିତ୍ । ସୃଜନଶୀଳତା ଏବଂ ଉଦ୍ଭାବନକୁ ପ୍ରୋତ୍ସାହିତ କରିବାରେ ଅଟଳ ଟିଙ୍କରିଂ ଲ୍ୟାବ୍ ବହୁତ ସହାୟକ ହେବ । ସେନାରେ ଯୋଗ ଦେଇ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା ଛାତ୍ରୀଙ୍କ ପାଇଁ ମଧ୍ୟ ସରକାର ନୂଆ ସୁଯୋଗ ସୃଷ୍ଟି କରିଛନ୍ତି । ଏଣିକି ଛାତ୍ରୀମାନେ ମଧ୍ୟ ବିଭିନ୍ନ ସୈନିକ ବିଦ୍ୟାଳୟରେ ନାମ ଲେଖାଇପାରିବେ । ପୂରା ଆତ୍ମବିଶ୍ୱାସ ସହ ଆଗକୁ ବଢ଼ିବାକୁ ପଡ଼ିବ । ଆପଣଙ୍କ ପ୍ରୟାସ, ଦୂରଦୃଷ୍ଟି, ସାମର୍ଥ୍ୟ ଭାରତକୁ ନୂତନ ଶିଖରରେ ପହଞ୍ଚାଇବ ।

ସାଥୀମାନେ

ଆପଣମାନେ ସମସ୍ତେ ସ୍ୱେଚ୍ଛାସେବୀ, ମୁଁ ଖୁସି ଯେ ଆପଣମାନେ ଆପଣଙ୍କ ଶକ୍ତିକୁ ସଠିକ୍ ଦିଗରେ ବ୍ୟବହାର କରୁଛନ୍ତି । ଆପଣ ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ । ଏହା କାହାର ପୂରା ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । ଯିଏ ଶୃଙ୍ଖଳାର ଭାବନା ରଖିଛି, ଯିଏ ଦେଶ ବହୁତ ଭ୍ରମଣ କରିଛି, ଯାହାର ବନ୍ଧୁ ଅଛନ୍ତି ଯିଏ ବିଭିନ୍ନ ପ୍ରଦେଶର ଭାଷା ଜାଣନ୍ତି, ତାଙ୍କ ବ୍ୟକ୍ତିତ୍ୱରେ ଉନ୍ନତି ହେବା ସ୍ୱାଭାବିକ । ଆଉ ଏକ କଥା ଆପଣଙ୍କୁ ସବୁବେଳେ ମନେ ରଖିବାକୁ ପଡିବ ତାହା ହେଉଛି ଫିଟନେସ । ଠିକ୍ ଅଛି ମୁଁ ଦେଖୁଛି, ତୁମେ ସମସ୍ତେ ଫିଟ୍ ଅଛ । ଫିଟନେସ୍ ଆପଣଙ୍କର ପ୍ରଥମ ପ୍ରାଥମିକତା ହେବା ଉଚିତ୍ । ଏବଂ ଫିଟନେସ୍ ବଜାୟ ରଖିବା ପାଇଁ ଆପଣଙ୍କ ଶୃଙ୍ଖଳା ବହୁତ କାମରେ ଆସିଥାଏ । କୌଣସି ସମୟରେ ପ୍ରେରଣା କମିପାରେ, କିନ୍ତୁ ଶୃଙ୍ଖଳା ହିଁ ଆପଣଙ୍କୁ ସଠିକ୍ ମାର୍ଗରେ ରଖିଥାଏ । ଏବଂ ଯଦି ଆପଣଙ୍କ ଶୃଙ୍ଖଳା କାହାକୁ ପ୍ରେରଣା ଦେଇଥାଏ, ତେବେ ବୁଝନ୍ତୁ ଯେ ପ୍ରତ୍ୟେକ କ୍ଷେତ୍ରରେ ବିଜୟ ସୁନିଶ୍ଚିତ ।

ସାଥୀମାନେ,

ମୁଁ ମଧ୍ୟ ଆପଣଙ୍କ ଭଳି ଏନସିସିରେ ଅଛି । ମୁଁ ଏନସିସିରୁ ବାହାରକୁ ଆସିଛି । ମୁଁ ସେହି ରାସ୍ତା ଦେଇ ଆପଣମାନଙ୍କ ମଧ୍ୟକୁ ଆସିଥିଲି । ମୁଁ ଜାଣେ ଯେ ଏନସିସି, ଏନଏସଏସ କିମ୍ବା ସାଂସ୍କୃତିକ ଶିବିର ଭଳି ଅନୁଷ୍ଠାନ ଯୁବକମାନଙ୍କୁ ସମାଜ ଏବଂ ନାଗରିକର କର୍ତ୍ତବ୍ୟ ବିଷୟରେ ସଚେତନ କରିଥାଏ । ଏହି କ୍ରମରେ ଦେଶରେ ଆଉ ଏକ ସଂଗଠନ ଗଠନ କରାଯାଇଛି । ଏହି ସଂଗଠନର ନାମ 'ମୋ ଯୁବ ଭାରତ' । ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଯେ 'ମୋ ଭାରତ' ସ୍ୱେଚ୍ଛାସେବୀ ଭାବରେ ପଞ୍ଜୀକରଣ କରନ୍ତୁ । ଅନଲାଇନରେ 'ମୋ ଭାରତ' ୱେବସାଇଟକୁ ଯାଆନ୍ତୁ ।

 

ସାଥୀମାନେ

ସାଧାରଣତନ୍ତ୍ର ଦିବସର ଏହି ପାଳନ ସମୟରେ ଆପଣଙ୍କୁ କ୍ରମାଗତ ଭାବରେ ଏଭଳି କାର୍ଯ୍ୟକ୍ରମକୁ ଯିବାର ସୁଯୋଗ ମିଳିବ । ପରେଡ୍ ରେ ଅଂଶଗ୍ରହଣ କରିବା ବ୍ୟତୀତ ଆପଣମାନେ ସମସ୍ତେ ଅନେକ ଐତିହାସିକ ସ୍ଥାନ ପରିଦର୍ଶନ କରିବା ସହ ଅନେକ ବିଶେଷଜ୍ଞଙ୍କୁ ଭେଟିବେ । ଏହା ଏକ ଅନୁଭୂତି ହେବ ଯାହାକୁ ଆପଣ ସାରା ଜୀବନ ମନେ ରଖିବେ । ପ୍ରତିବର୍ଷ ଯେତେବେଳେ ବି ଆପଣ ଗଣତନ୍ତ୍ର ଦିବସ ପରେଡ୍ ଦେଖିବେ, ଆପଣଏହି ଦିନଗୁଡ଼ିକୁ ମନେ ରଖିବେ, ଆପଣଙ୍କୁ ମଧ୍ୟ ମନେ ଥିବ ଯେ ମୁଁ ଆପଣଙ୍କୁ କିଛି କଥା କହିଥିଲି । ତେଣୁ ମୋ ପାଇଁ ଗୋଟିଏ କାମ କରନ୍ତୁ । କେବଳ ହାତ ଉପରକୁ ରଖନ୍ତୁ, ମୋତେ କୁହନ୍ତୁ? କନ୍ୟାମାନଙ୍କର ସ୍ୱର ଶୁଭୁଛି, ପୁଅମାନଙ୍କ ସ୍ୱର ଶୁଭୁନାହିଁ । କହିବେ କି? ଏବେ ଏହା ସମାନ ହୋଇଛି । ଆପଣଙ୍କ ଅନୁଭୂତିକୁ କେଉଁଠି ଡାଏରୀରେ ଲେଖନ୍ତୁ । ଦ୍ୱିତୀୟତଃ, ଆପଣ ଗଣତନ୍ତ୍ର ଦିବସରୁ ଯାହା ଶିଖିଛନ୍ତି, ତାହା ନମୋ ଆପରେ ଲେଖି କିମ୍ବା ଭିଡିଓ ରେକର୍ଡିଂ କରି ମଧ୍ୟ ମୋତେ ପଠାଇବେ । ପଠାନ୍ତୁ? କେମିତି ଆପଣଙ୍କ କଣ୍ଠସ୍ୱର ଶୁଭିଲା । ନମୋ ଆପ୍ ଜରିଆରେ ଆଜିର ଯୁବପିଢ଼ି ମୋ ସହ ନିରନ୍ତର ଯୋଡ଼ି ହୋଇପାରିବେ । ଆଉ ଯେତେବେଳେ ଆପଣ ମଧ୍ୟ ଆପଣଙ୍କ ପକେଟରେ ମୋବାଇଲ ରଖିବେ, ତେବେ ଆପଣ ଦୁନିଆକୁ କହିପାରିବେ ଯେ ମୁଁ ନରେନ୍ଦ୍ର ମୋଦିଙ୍କୁ ମୋ ପକେଟରେ ରଖିଛି ।

 

ମୋର ଯୁବ ବନ୍ଧୁ ସାଥିମାନେ,

ମୁଁ ଆପଣଙ୍କ ଉପରେ ବିଶ୍ୱାସ କରେ, ମୁଁ ଆପଣଙ୍କ ଉପରେ ବିଶ୍ୱାସ କରେ । କଠିନ ଅଧ୍ୟୟନ କରନ୍ତୁ, ସଚେତନ ନାଗରିକ ହୁଅନ୍ତୁ, ପରିବେଶର ସୁରକ୍ଷା କରନ୍ତୁ, ଖରାପ ଅଭ୍ୟାସରୁ ଦୂରେଇ ରୁହନ୍ତୁ ଏବଂ ନିଜ ଐତିହ୍ୟ ଓ ସଂସ୍କୃତି କୁ ନେଇ ଗର୍ବିତ ହୁଅନ୍ତୁ । ଆପଣମାନଙ୍କ ସହିତ ଦେଶର ଆଶୀର୍ବାଦ ଅଛି, ମୋର ଶୁଭେଚ୍ଛା । ମୁଁ ଚାହୁଁଛି ଯେ ଆପଣ ପ୍ୟାରେଡ୍ ସମୟରେ ପ୍ରଭାବଶାଳୀ ରୁହନ୍ତୁ ଏବଂ ସମସ୍ତଙ୍କ ହୃଦୟ ଜିତନ୍ତି । ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ । ଆପଣମାନେ ପୂରା ସାମର୍ଥ୍ୟ ସହିତ ମୋ ସହିତ କଥା ହୁଅ –

ଭାରତ ମାତା କି ଜୟ ।

ଭାରତ ମାତା କି ଜୟ ।

ଭାରତ ମାତା କି ଜୟ ।

ବନ୍ଦେ ମାତରମ୍ ।

ବନ୍ଦେ ମାତରମ୍ ।

ବନ୍ଦେ ମାତରମ୍ ।

ବନ୍ଦେ ମାତରମ୍ ।

ବନ୍ଦେ ମାତରମ୍ ।

ବନ୍ଦେ ମାତରମ୍ ।

ବନ୍ଦେ ମାତରମ୍ ।

ବନ୍ଦେ ମାତରମ୍ ।

ବନ୍ଦେ ମାତରମ୍ ।

 ସାବାସ୍ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Crude Steel Production Rises 3% To Reach 14.2 MT In May

Media Coverage

India's Crude Steel Production Rises 3% To Reach 14.2 MT In May
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights 12 years of transformative initiatives centered on Garib Kalyan and human empowerment
June 08, 2026

Prime Minister Shri Narendra Modi today highlighted that over the last 12 years, India has witnessed many transformations, stating that at the core of these changes is the welfare of the poor and downtrodden. The Prime Minister noted that the government has always been inspired by Antyodaya and its effort has always been to ensure that the benefits of development reach those who were left behind for decades.

Shri Modi observed that from Jan Dhan accounts and Direct Benefit Transfer to Swachh Bharat, PM Awas Yojana, Jal Jeevan Mission, Ayushman Bharat and more, every initiative has been driven by a simple objective of ensuring people have dignity and opportunity.

The Prime Minister expressed gladness that technology has played a vital role in ensuring a better quality of life for the poor. Shri Modi pointed out that through Direct Benefit Transfer and digital platforms, support is reaching people directly and transparently. The Prime Minister affirmed that this has reduced leakages, improved efficiency, and strengthened trust in governance, adding that this is how the journey of furthering Garib Kalyan has become a collective movement towards human empowerment and realising the dream of a Viksit Bharat.

In a series of posts on X, the Prime Minister shared:

"Over the last 12 years, India has witnessed many transformations and at the core of these changes is the welfare of the poor and downtrodden. We have always been inspired by Antyodaya and our effort has always been to ensure that the benefits of development reach those who were left behind for decades. From Jan Dhan accounts and Direct Benefit Transfer to Swachh Bharat, PM Awas Yojana, Jal Jeevan Mission, Ayushman Bharat and more, every initiative has been driven by a simple objective of ensuring people have dignity and opportunity.
#12YearsOfGaribKalyan”

“It is also gladdening that technology has played a vital role in ensuring a better quality of life for the poor. Through Direct Benefit Transfer and digital platforms, support is reaching people directly and transparently. This has reduced leakages, improved efficiency and strengthened trust in governance. This is how the journey of furthering Garib Kalyan has become a collective movement towards human empowerment and realising our dream of a Viksit Bharat.

#12YearsOfGaribKalyan"