“When we mark 15th August this year, it will be an Independence Day with the President, Vice President, Speaker and Prime Minister born after Independence. And each of them from very simple backgrounds”
“As our Vice President, you devoted a lot of time to youth welfare”
“Your each word is heard, preferred, and revered…and never countered”
“The one liners of Shri M. Venkaiah Naidu Ji are also wit liners”
“If we have feelings for the country, art of putting forward our views, faith in linguistic diversity then language and region never become obstacles for us and you have proved this”
“One of the admirable things about Venkaiah Ji is his passion towards Indian languages”
“You have taken so many decisions that will be remembered for the upward journey of the Upper House”
“I see the maturity of democracy in your standards”

ସଦନର ସଭାପତି ଏବଂ ଦେଶର ଉପରାଷ୍ଟ୍ରପତି ଆଦରଣୀୟ ଶ୍ରୀ ଭେଙ୍କୟା ନାଇଡ଼ୁ ମହାଶୟଙ୍କୁ ତାଙ୍କ କାର୍ଯ୍ୟକାଳର ସମାପ୍ତି ହେବା ଅବସରରେ ତାଙ୍କୁ ଧନ୍ୟବାଦ ଦେବା ପାଇଁ ଉପସ୍ଥିତ ହୋଇଛନ୍ତି । ଏହା ହେଉଛି ଏହି ସଦନ ପାଇଁ ବହୁତ ହିଁ ଭାବପୂର୍ଣ୍ଣ କ୍ଷଣ । ସଦନର କେତେ ହିଁ ଐତିହାସିକ କ୍ଷଣ ଆପଣଙ୍କ ଗରିମାମୟ ଉପସ୍ଥିତି ସହିତ ଯୋଡ଼ି ହୋଇଛି । ପୁଣି ମଧ୍ୟ ଆପଣ ଅନେକ ଥର କହିଛନ୍ତି ମୁଁ ରାଜନୀତିରୁ ଅବସର ଗ୍ରହଣ କରିଛି କିନ୍ତୁ ସାଧାରଣ ଜୀବନରୁ ନୁହେଁ ଆଉ ଏଥିପାଇଁ ଏହି ସଦନକୁ ନେତୃତ୍ୱ ଦେବାର ଆପଣଙ୍କର ଦାୟିତ୍ୱ ଯଦିଓ ସମ୍ପୂର୍ଣ୍ଣ ହୋଇ ଯାଉଛି କିନ୍ତୁ ଆପଣଙ୍କ ଅନୁଭବଗୁଡ଼ିକର ଲାଭ ଭବିଷ୍ୟତରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଶକୁ ମିଳି ଚାଲିବ। ଆମ ଭଳି ଅନେକ ସାର୍ବଜନିକ ଜୀବନର କାର୍ଯ୍ୟକର୍ତ୍ତାମାନଙ୍କୁ ମଧ୍ୟ ମିଳି ଚାଲିବ।

ଆଦରଣୀୟ ସଭାପତି ମହୋଦୟ,

ଆଜାଦୀର ଅମୃତ ମହୋତ୍ସବରେ ଆଜି ଯେତେବେଳେ ଦେଶ ନିଜର ଆଗାମୀ 25 ବର୍ଷର ନୂତନ ଯାତ୍ରା ଆରମ୍ଭ କରୁଛି ସେତେବେଳେ ଦେଶର ନେତୃତ୍ୱ ମଧ୍ୟ ଏକ ପ୍ରକାରରେ ଏକ ନୂତନ ଯୁଗର ହାତରେ ରହିଛି । ଆମେ ସମସ୍ତେ ଜାଣିଛୁ ଯେ ଏହିଥର ଏଭଳି ଏକ ଅଗଷ୍ଟ 15 ପାଳନ କରୁଛୁ ଯେତେବେଳେ ଦେଶର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ବାଚସ୍ପତି, ପ୍ରଧାନମନ୍ତ୍ରୀ ସମସ୍ତେ ହେଉଛନ୍ତି ସେହି ଲୋକ ଯେଉଁମାନେ ସ୍ୱାଧୀନ ଭାରତରେ ଜନ୍ମ ହୋଇଛନ୍ତି ଆଉ ସମସ୍ତେ ହିଁ ଅତି ସାଧାରଣ ପୃଷ୍ଠଭୂମିରୁ ଆସିଛନ୍ତି । ମୁଁ ଭାବୁଛି ଏହାର ନିଜସ୍ୱ ଏକ ସାଙ୍କେତିକ ମହତ୍ୱ ରହିଛି । ଏହା ସହିତ, ହେଉଛି ଦେଶର ନୂତନ ଯୁଗର ଏକ ପ୍ରତୀକ ମଧ୍ୟ।

ଆଦରଣୀୟ ସଭାପତି ମହୋଦୟ,

ଆପଣ ତ ହେଉଛନ୍ତି ଦେଶର ଏଭଳି ଜଣେ ଉପରାଷ୍ଟ୍ରପତି ଯିଏ ନିଜର ସମସ୍ତ ଭୂମିକା ଗୁଡ଼ିକରେ ସବୁବେଳେ ଯୁବକମାନଙ୍କ ପାଇଁ କାର୍ଯ୍ୟ କରିଛନ୍ତି । ଆପଣ ସଦନରେ ମଧ୍ୟ ସବୁବେଳେ ଯୁବ ସାଂସଦମାନଙ୍କୁ ଆଗକୁ ବଢ଼ାଇଛନ୍ତି, ସେମାନଙ୍କୁ ପ୍ରୋତ୍ସାହନ ଦେଇଛନ୍ତି । ଆପଣ କ୍ରମାଗତ ଭାବେ ଯୁବକମାନଙ୍କ ସହ ଆଲୋଚନା ପାଇଁ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନଗୁଡ଼ିକୁ ଲଗାତାର ଯାଉଥିଲେ । ନୂତନ ପିଢ଼ୀଙ୍କ ସହିତ ଆପଣଙ୍କର ଏକ ନିରନ୍ତର ଯୋଗାଯୋଗ ରହି ଆସିଛି ଆଉ ଯୁବକମାନଙ୍କୁ ଆପଣଙ୍କର ମାର୍ଗଦର୍ଶନ ମଧ୍ୟ ମିଳିଛି ଆଉ ଯୁବକମାନେ ମଧ୍ୟ ଆପଣଙ୍କ ସହିତ ସାକ୍ଷାତ କରିବାକୁ ସଦା ସର୍ବଦା ଉତ୍ସୁକ ରହି ଆସିଛନ୍ତି । ଏ ସମସ୍ତ ସଂସ୍ଥାନ ଗୁଡ଼ିକରେ ଆପଣଙ୍କର ଲୋକପ୍ରିୟତା ମଧ୍ୟ ବହୁତ ରହି ଆସିଛି । ମୋତେ ଅବଗତ କରାଯାଇଛି ଯେ, ଉପ ରାଷ୍ଟ୍ରପତି ଭାବେ ଆପଣ ସଦନ ବାହାରେ ଯେଉଁ ଭାଷଣ ଦେଇଛନ୍ତି, ସେଗୁଡ଼ିକରେ ପ୍ରାୟତଃ 25 ପ୍ରତିଶତ ଯୁବକମାନଙ୍କ ମଧ୍ୟରେ ରହିଛି, ଏହା ମଧ୍ୟ ହେଉଛି ନିଜକୁ ନିଜ ମଧ୍ୟରେ ଏକ ବହୁତ ବଡ଼ କଥା।

ଆଦରଣୀୟ ସଭାପତି ମହୋଦୟ,

ବ୍ୟକ୍ତିଗତ ଭାବେ ମୋର ଏହି ସୌଭାଗ୍ୟ ରହିଛି ଯେ ମୁଁ ଆପଣଙ୍କୁ ଖୁବ ନିକଟରୁ ଭିନ୍ନ- ଭିନ୍ନ ଭୂମିକାରେ ଦେଖିଛି । ଆପଣଙ୍କର ଏଭଳି ବହୁତ ଗୁଡ଼ିଏ ଭୂମିକା ରହିଛି ଯେଉଁଥିରେ ଆପଣଙ୍କ ସହିତ କାନ୍ଧରେ କାନ୍ଧ ମିଳାଇ କାର୍ଯ୍ୟ କରିବାର ସୌଭାଗ୍ୟ ମଧ୍ୟ ମୋତେ ମିଳିଛି । ଦଳୀୟ କାର୍ଯ୍ୟକର୍ତ୍ତା ରୂପେ ଆପଣଙ୍କର ବୈଚାରିକ ପ୍ରତିବଦ୍ଧତା ରହି ଥାଇପାରେ। ଜଣେ ବିଧାୟକ ଭାବେ ଆପଣଙ୍କର କାର୍ଯ୍ୟ ହେଉ। ସାଂସଦ ଭାବେ ସଦନରେ ଆପଣଙ୍କର ସକ୍ରିୟତା ହେଉ। ଭାରତୀୟ ଜନତା ଦଳର ଅଧ୍ୟକ୍ଷ ଭାବେ ଆପଣଙ୍କର ସାଂଗଠନିକ କୌଶଲ୍ୟ ଏବଂ ନେତୃତ୍ୱର କଥା ହେଉ। କ୍ୟାବିନେଟ ମନ୍ତ୍ରୀ ଭାବେ ଆପଣଙ୍କର ପରିଶ୍ରମ, ନବସୃଜନରେ ଆପଣଙ୍କର ପ୍ରୟାସ ଆଉ ତାହାଦ୍ୱାରା ପ୍ରାପ୍ତ କରାଯାଇଥିବା ସଫଳତାଗୁଡ଼ିକ ଦେଶ ପାଇଁ ବହୁତ ହିଁ ଉପକାରୀ ସାବ୍ୟସ୍ତ ହୋଇଛି କିମ୍ବା ଉପରାଷ୍ଟ୍ରପତି ଏବଂ ସଦନର ସଭାପତି ଭାବେ ଆପଣଙ୍କର ଗାରିମା ଏବଂ ଆପଣଙ୍କର ନିଷ୍ଠା ମୁଁ ଆପଣଙ୍କୁ ଭିନ୍ନ- ଭିନ୍ନ ଦାୟିତ୍ୱରେ ଖୁବ ମଗ୍ନ ଭାବେ ଦାୟିତ୍ୱ ତୁଲାଇବାର ଦେଖିଛି । ଆପଣ କେବେ ହେଲେ ମଧ୍ୟ କୌଣସି କାର୍ଯ୍ୟକୁ ବୋଝ ବୋଲି ଭାବି ନାହାଁନ୍ତି। ଆପଣ ପ୍ରତ୍ୟେକ କାର୍ଯ୍ୟରେ ନୂତନ ପ୍ରାଣ ସଂଚାର କରିବାର ପ୍ରୟାସ କରିଛନ୍ତି । ଆପଣଙ୍କର ଉଦ୍ଦପନା ଆପଣଙ୍କର ଏକାଗ୍ରତାକୁ ଆମେ ସମସ୍ତେ ନିରନ୍ତର ଏହା ଦେଖିଛୁ । ମୁଁ ଏହି ସଦନ ମାଧ୍ୟମରେ ପ୍ରତ୍ୟେକ ମାନନୀୟ ସାଂସଦ ଏବଂ ଦେଶର ପ୍ରତ୍ୟେକ ଯୁବକଙ୍କୁ କହିବାକୁ ଚାହିଁବି ଯେ, ସେମାନେ ସମାଜ, ଦେଶ ଏବଂ ଗଣତନ୍ତ୍ର ବିଷୟରେ ଆପଣଙ୍କ ଠାରୁ ବହୁତ କିଛି ଶିଖିପାରିବେ। ଶୁଣିବା, ଶିଖିବା, ନେତୃତ୍ୱ ନେବା, ଯୋଗାଯୋଗ ରକ୍ଷା କରିବା, ବାର୍ତାଳାପ କରିବା, ପରିବର୍ତନ କରିବା ଏବଂ ପ୍ରତିଫଳିତ କରିବା, ପୁନଃ ଯୋଗାଯୋଗ ରକ୍ଷା କରିବା ଭଳି ପୁସ୍ତକ ଆପଣମାନଙ୍କ ବିଷୟରେ ବହୁତ କିଛି ଜଣାଇଥାଏ । ଆପଣଙ୍କର ଏହି ଅନୁଭବ ଆମର ଯୁବକମାନଙ୍କୁ ପଥ ପ୍ରଦର୍ଶକ ଭାବେ ସାହାଯ୍ୟ କରିବ ଏବଂ ଗଣତନ୍ତ୍ରକୁ ସୁଦୃଢ଼ କରିବ।

ଆଦରଣୀୟ ରାଷ୍ଟ୍ରପତି ମହୋଦୟ,

ଆପଣଙ୍କର ପୁସ୍ତକଗୁଡ଼ିକ ବିଷୟରେ ଏଠାରେ ମୁଁ ଉପସ୍ଥାପନ କରିବାର କାରଣ ହେଲା ସେଗୁଡ଼ିକର ନାମକରଣରେ ଆପଣଙ୍କର ସେହି ଶବ୍ଦ ପ୍ରତିଭା ପ୍ରସ୍ଫୁଟିତ ହେଉଛି ଯେଉଁଥିପାଇଁ ଆପଣ ପରିଚିତ । ଆପଣଙ୍କର ୱାନ ଲାଇନର୍ସ, ୱିକ୍ ଲାଇନର୍ସ ହୋଇଥାଏ ଏବଂ ୱିନ୍ ଲାଇନର୍ସ ମଧ୍ୟ ହୋଇଥାଆନ୍ତି । ଅର୍ଥାତ ତାହା ପରେ ଆଉ କିଛି କହିବାର ଆବଶ୍ୟକତା ହିଁ ରହି ନଥାଏ। ଆପଣଙ୍କର ପ୍ରତ୍ୟେକ ଶବ୍ଦ ଶୁଣାଯାଇଥାଏ, ପସନ୍ଦଯୋଗ୍ୟ ହୋଇଥାଏ ଏବଂ ପ୍ରତ୍ୟାବର୍ତ୍ତନ କରେ ଏବଂ କଦାପି କାଉଣ୍ଟର ହୁଏ ନାହିଁ। କିପରି ଭାବେ କେହି ନିଜର ଭାଷାର ଶକ୍ତିର ରୂପେ ଏବଂ ସହଜ ଭାବରେ ଏହି ସାମର୍ଥ୍ୟ ପାଇଁ ପରିଚିତ ହୋଇ ପାରନ୍ତି ଏବଂ କୌଶଳ ଦ୍ୱାରା ସ୍ଥିତିଗୁଡ଼ିକର ଦିଗ ପରିବର୍ତନ କରିବାର ସାମର୍ଥ୍ୟ ରଖିବେ, ପ୍ରକୃତରେ ଆପଣଙ୍କର ଏହି ସାମର୍ଥ୍ୟକୁ ମୁଁ ଶୁଭେଚ୍ଛା ଜଣାଉଛି।

ସାଥୀଗଣ,

ଆମେ ଯାହା ମଧ୍ୟ କହୁ ତାହା ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ କିନ୍ତୁ ଯେଉଁଭଳି ଭାବେ କହୁ ତାହାର ହିଁ ଗୁରୁତ୍ୱ ଅଧିକ ହୋଇଥାଏ। କୌଣସି ମଧ୍ୟ ବାର୍ତାଳାପର ସଫଳତାର ମାଧ୍ୟମ ହେଉଛି ଏହା ଯେ ତାହାର ଗଭୀର ପ୍ରଭାବ ରହିଥାଉ, ଲୋକମାନେ ତାହାକୁ ମନେ ରଖନ୍ତୁ ଆଉ ଯାହା ମଧ୍ୟ କୁହନ୍ତୁ ସେ ବିଷୟରେ ଚିନ୍ତା କରିବା ପାଇଁ ଲୋକମାନେ ବାଧ୍ୟ ହୁଅନ୍ତୁ, ଅଭିବ୍ୟକ୍ତିର ଏହି କଳାରେ ଭେଙ୍କେୟା ମହାଶୟଙ୍କର ଦକ୍ଷତା ଏହି କଥା ସହ ଆମେ ସଦନରେ ମଧ୍ୟ ସଦନ ବାହାରେ ଦେଶର ପ୍ରତ୍ୟେକ ଲୋକ ଭଲ ଭାବେ ପରିଚିତ ଅଛନ୍ତି । ଆପଣଙ୍କ ଅଭିବ୍ୟକ୍ତିର ଶୈଳୀ ହେଉଛି ଯେତିକି ଭାବପୂର୍ଣ୍ଣ ସେଥିରେ ସେତିକି ଆନ୍ତରିକତା ମଧ୍ୟ ଥାଏ । ଆପଣଙ୍କ କଥାରେ ଗଭୀରତା ମଧ୍ୟ ରହିଥାଏ, ଗମ୍ଭୀରତା ମଧ୍ୟ ରହିଥାଏ । କଥାରେ ମଞ୍ଜି ମଧ୍ୟ ରହିଥାଏ, ଗାମ୍ଭୀର୍ଯ୍ୟପୂର୍ଣ୍ଣ ମଧ୍ୟ ହୋଇଥାଏ । ଉଷ୍ମତା ମଧ୍ୟ ରହିଥାଏ ଆଉ ବୁଦ୍ଧିମତା ମଧ୍ୟ ରହିଥାଏ। ଆଲୋଚନା କରିବାର ଆପଣଙ୍କର ଶୈଳୀ ଏହିଭଳି ହିଁ କୌଣସି ଗୋଟିଏ କଥାରେ ମର୍ମସ୍ମର୍ଶୀ ହୋଇଥାଏ ଆଉ ଶୁଣିବାକୁ ମଧ୍ୟ ମଧୁର ଲାଗିଥାଏ।

ଆଦରଣୀୟ ସଭାପତି ମହୋଦୟ,

ଆପଣ ଦକ୍ଷିଣ ଭାରତରେରେ ଛାତ୍ର ରାଜନୀତି କରି ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ସେତେବେଳେ ଲୋକ କହୁଥିଲେ ଯେ ଯେଉଁ ବିଚାରଧାରା ସହିତ ଆପଣ ଯୋଡ଼ି ହୋଇଥିଲେ, ତାହାର ଏବଂ ସେହି ଦଳର ନିକଟ ଭବିଷ୍ୟତରେ ଦକ୍ଷିଣ ଭାରତରେ କୌଣସି ସାମର୍ଥ୍ୟ ଦୃଷ୍ଟିଗୋଚର ହେଉ ନାହିଁ । କିନ୍ତୁ ଆପଣ ଏକ ସାଧାରଣ ବିଦ୍ୟାର୍ଥୀ କାର୍ଯ୍ୟକର୍ତ୍ତା ଭାବେ ଯାତ୍ରା ଆରମ୍ଭ କରି ଆଉ ଦକ୍ଷିଣ ଭାରତରୁ ଆସି ସେହି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷର ଶୀର୍ଷପଦ ପର୍ଯ୍ୟନ୍ତ ପହଞ୍ଚିଲେ। ଏହା ହେଉଛି ଆପଣଙ୍କର ଏକ ଅବିରତ ବିଚାରନିଷ୍ଠା, କର୍ତବ୍ୟନିଷ୍ଠା ଏବଂ କର୍ମ ପ୍ରତି ସମର୍ପଣ ଭାବର ହେଉଛି ପ୍ରତୀକ । ଯଦି ଆମ ପାଖରେ ଦେଶ ପାଇଁ ଭାବନା ଥିବ, କଥା କହିବାର କଳା ରହିଥିବ, ଭାଷାଗତ ବିବିଧତାରେ ଆସ୍ଥା ରହିଥିବ, ତେବେ ଭାଷା କ୍ଷେତ୍ର ଆମ ପାଇଁ କେବେ ହେଲେ ମଧ୍ୟ ପ୍ରାଚୀର ହୋଇ ଠିଆ ହେବ ନାହିଁ । ଏହାକୁ ଆପଣ ସିଦ୍ଧ କରିଛନ୍ତି।

ଆଦରଣୀୟ ସଭାପତି ମହୋଦୟ,

ଆପଣ କହିଥିବା ଗୋଟିଏ କଥା ବହୁତ ଲୋକଙ୍କର ମନେଅଛି, ମୋର ତ, ବିଶେଷ ଭାବେ ମନେ ରହିଛି । ମୁଁ ସବୁବେଳେ ଶୁଣିଛି ଆପଣ କେବଳ ମାତ୍ର ଭାଷାକୁ ନେଇ ବହୁତ ଆତ୍ମୀୟତାର ସହ ରହି ଆସିଛନ୍ତି, ବଡ଼ ଆଗ୍ରହୀ ରହି ଆସିଛନ୍ତି । କିନ୍ତୁ ସେହି କଥାକୁ କହିବା ପାଇଁ ଆପଣଙ୍କର ଶୈଳୀ ମଧ୍ୟ ହେଉଛି ବହୁତ ହିଁ ସୁନ୍ଦର । ଯେତେବେଳେ ଆପଣ କହୁଛନ୍ତି ଯେ ମାତୃଭାଷା ଆଖିର ଜ୍ୟୋତି ଭଳି ହୋଇଥାଏ ଆଉ ଆପଣ ଆଗକୁ କହୁଛନ୍ତି ଆଉ ଦ୍ୱିତୀୟ ଭାଷା ଚଷମା ଭଳି ହୋଇଥାଏ। ଏଭଳି ଭାବନା ହୃଦୟର ଗଭୀରତମ ପ୍ରଦେଶରୁ ବାହାରକୁ ଆସିଥାଏ । ଭେଙ୍କେୟା ମହାଶୟଙ୍କ ଉପସ୍ଥିତିରେ ସଦନର କାର୍ଯ୍ୟକାଳ ସମୟରେ ପ୍ରତ୍ୟେକ ଭାରତୀୟ ଭାଷାଗୁଡ଼ିକୁ ବିଶେଷ ଗୁରୁତ୍ୱ ଦିଆ ଯାଇଛି । ଆପଣ ସଦନରେ ସମସ୍ତ ଭାରତୀୟ ଭାଷାଗୁଡ଼ିକୁ ଆଗକୁ ବଢ଼ାଇବା ପାଇଁ କାର୍ଯ୍ୟ କଲେ। ସଦନରେ ଆମର ସମସ୍ତ 22ଗୋଟି ଅନୁମୋଦିତ ଭାଷାରେ କେହି ମଧ୍ୟ ମାନନୀୟ ସଦସ୍ୟଙ୍କ ସହିତ କଥା ହୋଇ ପାରିବେ ତାହାର ବ୍ୟବସ୍ଥା ଆପଣ କଲେ। ଆପଣଙ୍କର ଏହି ପ୍ରତିଭା, ଆପଣଙ୍କର ନିଷ୍ଠା ଆଗକୁ ମଧ୍ୟ ସଦନ ପାଇଁ ପଥପ୍ରଦର୍ଶକ ଭାବେ ସବୁବେଳେ କାର୍ଯ୍ୟ କରିବ। କିଭଳି ଭାବେ ସଂସଦୀୟ ଏବଂ ଶାନ୍ତଶିଷ୍ଟ ଉପାୟରେ ଭାଷାର ମର୍ଯ୍ୟାଦାରେ କେହି ମଧ୍ୟ ନିଜର କଥାକୁ ପ୍ରଭାବଶାଳୀ ଢ଼ଙ୍ଗରେ କହି ପାରିବେ ଏଥିପାଇଁ ଆପଣ ପ୍ରେରଣା ପୁଞ୍ଜ ହୋଇ ରହିବେ।

ଆଦରଣୀୟ ସଭାପତି ମହୋଦୟ,

ଆପଣଙ୍କର ନେତୃତ୍ୱ କ୍ଷମତା, ଆପଣଙ୍କର ଅନୁଶାସନ ଏହି ସଦନର ପ୍ରତିବଦ୍ଧତା ଏବଂ କାର୍ଯ୍ୟଦକ୍ଷତାକୁ ନୂତନ ଶୀଖର ପ୍ରଦାନ କରିଛି । ଆପଣଙ୍କ କାର୍ଯ୍ୟକାଳର ଏହି ବର୍ଷମାନଙ୍କରେ ରାଜ୍ୟସଭାର କାର୍ଯ୍ୟଦକ୍ଷତା 70 ପ୍ରତିଶତ ବୃଦ୍ଧି ହୋଇଛି । ସଦନରେ ସଦସ୍ୟମାନଙ୍କର ଉପସ୍ଥିତି ବୃଦ୍ଧି ହୋଇଛି । ଏହି ସମୟ ମଧ୍ୟରେ ପ୍ରାୟ ୧୭୭ ବିଲ୍ ପାସ୍ ହୋଇଛି କିମ୍ବା ତାହା ଉପରେ ଚର୍ଚ୍ଚା ହୋଇଛି ଯାହାକି ହେଉଛି ନିଜକୁ ନିଜ ମଧ୍ୟରେ ଏକ କିର୍ତ୍ତୀମାନ । ଆପଣଙ୍କ ମାର୍ଗଦର୍ଶନରେ ଏଭଳି କେତେ ହିଁ ଆଇନ ପ୍ରସ୍ତୁତ ହୋଇଛି, ଯାହାକି ଆଧୁନିକ ଭାରତର ସଂକଳ୍ପକୁ ସାକାର କରୁଛି। ଆପଣ କେତେ ହିଁ ଏଭଳି ନିଷ୍ପତି ନେଇଛନ୍ତି। ଯାହାକି ଉଚ୍ଚ ସଦନର ଉଚ୍ଚ ଯାତ୍ରା ପାଇଁ ସ୍ମରଣ କରାଯିବ। ସଚିବାଳୟର କାର୍ଯ୍ୟରେ ଆହୁରି ଅଧିକ କାର୍ଯ୍ୟଦକ୍ଷତା ଆଣିବା ପାଇଁ ମଧ୍ୟ ଆପଣ ଏକ ସମିତିର ଗଠନ କରିଥିଲେ । ଏହିଭଳି ଭାବେ ରାଜ୍ୟସଭା ସଚିବାଳୟକୁ ସୁବ୍ୟବସ୍ଥିତ କରିବା, ସୂଚନାତ୍ମକ ବୈଷୟିକଜ୍ଞାନକୁ ପ୍ରୋତ୍ସାହନ ଦେବା, କାଗଜବିହୀନ କାର୍ଯ୍ୟ ପାଇଁ ଇ-ଅଫିସ ବ୍ୟବସ୍ଥାକୁ ଲାଗୁ କରିବା, ଆପଣଙ୍କର ଏଭଳି କେତେଗୁଡ଼ିଏ କାର୍ଯ୍ୟ ରହିଛି ଯାହା ମାଧ୍ୟମରେ ଉଚ୍ଚ ସଦନକୁ ଏକ ନୂତନ ଶୀଖର ମିଳିଛି।

ଆଦରଣୀୟ ସଭାପତି ମହୋଦୟ,

ଆମର ଏଠାରେ ଶାସ୍ତ୍ରରେ କୁହାଯାଇଛି । ନ ସ ସଭା ୟତ୍ର ନ ସନ୍ତି ବୃଦ୍ଧା ନ ତେ ବୃଦ୍ଧା ୟେ ନ ବଦନ୍ତି ଧର୍ମମ୍ ! ଅର୍ଥାତ ଯେଉଁ ସଭାରେ ଅଭିଜ୍ଞ ତଥା ଅନୁଭୂତି ସଂମ୍ପର୍ଣ୍ଣ ଲୋକ ଥାଆନ୍ତି । ସେହିଠାରେ ହିଁ ସଭା ଅନୁଷ୍ଠିତ ହୁଏ ଏବଂ ସେହିମାନେ ହେଉଛନ୍ତି ଅନୁଭବୀ ଲୋକ ଯେଉଁମାନେ ହିଁ ଧର୍ମ ଅର୍ଥାତ୍ କର୍ତ୍ତବ୍ୟର ଶିକ୍ଷା ଦିଅନ୍ତି । ଆପଣଙ୍କ ମାର୍ଗଦର୍ଶନରେ ରାଜ୍ୟସଭା ଏହି ମାନକକୁ ସର୍ବୋଚ୍ଚ ଗୁଣବତ୍ତା ସହିତ ପୂରଣ କରିଛି । ଆପଣ ମାନ୍ୟବର ସଦସ୍ୟମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଉଥିଲେ ଏବଂ ସେମାନଙ୍କୁ ଆପଣଙ୍କର ଅନୁଭବର ଲାଭ ମଧ୍ୟ ଦେଉଥିଲେ ଏବଂ ଅନୁଶାସନକୁ ଧ୍ୟାନରେ ରଖି ଭଲପାଇବାର ସହିତ ଗାଳି ମଧ୍ୟ ଦେଉଥିଲେ। ମୋର ବିଶ୍ବାସ ଯେ, କୌଣସି ସଭ୍ୟମାନଙ୍କ ମଧ୍ୟରୁ କେହି କେବେ ଆପଣଙ୍କର କୌଣସି ଶବ୍ଦକୁ ଅନ୍ୟଥା ଭାବେ ଗ୍ରହଣ କରିନାହାନ୍ତି । ଏହି ପୁଞ୍ଜି ସେତେବେଳେ ଜନ୍ମ ହୁଏ । ଯେତେବେଳେ ବ୍ୟକ୍ତିଗତ ଜୀବନରେ ଆପଣ ସେହି ଆଦର୍ଶ ଏବଂ ମାନକକୁ ପାଳନ କରିଥାନ୍ତି । ଆପଣ ସଦାସର୍ବଦା ଏହି କଥା ଉପରେ ଗୁରୁତ୍ବ ଦେଇଛନ୍ତି ଯେ ସଂସଦରେ ବାଧାବିଘ୍ନ ସୃଷ୍ଟି କରିବା ଏକ  ସୀମାଠାରୁ ଅଧିକ ହେଲେ ତାହା ସଂସଦର ଅବମାନନା ଭଳି ହୋଇଥାଏ । ମୁଁ ଆପଣଙ୍କର ଏହି ମାନଦଣ୍ଡରେ ଗଣତନ୍ତ୍ରର ପରିପକ୍ୱତାକୁ ଦେଖୁଛି । ପୂର୍ବରୁ ଏହା ଧରିନିଆଯାଇଥିଲା ଯେ, ଯଦି ଗୃହରେ ଆଲୋଚନା ସମୟରେ ହଟ୍ଟଗୋଳ ହୁଏ, ତେବେ ଗୃହ କାର୍ଯ୍ୟକୁ ସ୍ଥଗିତ ରଖାଯାଉଥିଲା । କିନ୍ତୁ ଆପଣ ଆଲୋଚନା, ଯୋଗାଯୋଗ ଏବଂ ସମନ୍ୱୟ ମାଧ୍ୟମରେ, ନା କେବଳ ଗୃହକୁ ପରିଚାଳନା କରିନାହାନ୍ତି ବରଂ ଏହାକୁ ଫଳପ୍ରଦ ବା ଅଧିକ କାର୍ଯ୍ୟକ୍ଷମ ମଧ୍ୟ କରିଛନ୍ତି । ସଦନର କାର୍ଯ୍ୟକାଳ ସମୟରେ, ଯେତେବେଳେ ମଧ୍ୟ ସଦସ୍ୟମାନଙ୍କ ମଧ୍ୟରେ ବିବାଦ ଭଳି ପରିସ୍ଥିତି ଉପୁଜୁଥିଲା, ଆପଣଙ୍କଠାରୁ ବାରମ୍ବାର ଶୁଣିବାକୁ ମିଳୁଥିଲା “ସରକାର ପ୍ରସ୍ତାବ ଦିଅନ୍ତୁ, ବିରୋଧୀ ବିରୋଧ କରନ୍ତୁ ଏବଂ ଗୃହରେ ଆଲୋଚନା ଜରିଆରେ ସମାଧାନ ହେଉ ।” ଏହି ସଦନକୁ ଅନ୍ୟ ସଦନରୁ ଆସୁଥିବା ବିଲ୍ ଉପରେ ନିଶ୍ଚିତ ଭାବରେ ଆପଣଙ୍କର ସହମତି ଅବା ଅସହମତିର ଅଧିକାର ରହିଛି । ଏହି ସଦନ ତାହାକୁ  ଗୃହୀତ ଅବା ପ୍ରତ୍ୟାଖ୍ୟାନ କରିପାରେ କିମ୍ବା ସଂଶୋଧନ କରିପାରେ । କିନ୍ତୁ ସେଗୁଡିକୁ ଅଟକାଇବା, ପ୍ରତିରୋଧ କରିବାର ପରିକଳ୍ପନା ଆମ ଗଣତନ୍ତ୍ରରେ ନାହିଁ।

ଆଦରଣୀୟ ସଭାପତି ମହୋଦୟ,

ଆମର ସମସ୍ତ ସହମତି, ଅସହମତି ସତ୍ତ୍ବେ ଆଜି ଆପଣଙ୍କୁ ବିଦାୟ ଦେବା ପାଇଁ ସଦନର ସମସ୍ତ ସଦସ୍ୟ ଏକାଠି ଉପସ୍ଥିତ ଅଛନ୍ତି। ଏହା ହେଉଛି ଆମର ଗଣତନ୍ତ୍ରର ସୁନ୍ଦରତା। ଏହା ଆପଣଙ୍କ ପାଇଁ ହେଉଛି ଏହି ସଦନର ସମ୍ମାନର ଉଦାହରଣ । ମୁଁ ଆଶା କରୁଛି ଯେ ଆପଣଙ୍କର କାର୍ଯ୍ୟ, ଆପଣଙ୍କର ଅଭିଜ୍ଞତା ଭବିଷ୍ୟତରେ ସମସ୍ତ ସଦସ୍ୟଙ୍କୁ ନିଶ୍ଚୟ ପ୍ରେରଣା ଦେବ । ଆପଣ ଅନନ୍ୟ ଉପାୟରେ, ଆପଣ ଗୃହ ଚଳାଇବା ପାଇଁ ଏପରି ମାନଦଣ୍ଡ ସ୍ଥାପିତ କରିଛନ୍ତି, ଯାହା ଭବିଷ୍ୟତରେ ଏହି ପଦରେ ଆସୀନ ହେବାକୁ ଥିବା ଲୋକଙ୍କୁ ପ୍ରେରଣା ଯୋଗାଇବ । ଆପଣ ଉତ୍ତରାଧିକାରୀ ସୂତ୍ରରେ ଯେଁ ପରମ୍ପରା ପ୍ରତିଷ୍ଠା କରିଛନ୍ତି, ରାଜ୍ୟସଭା ତାହାକୁ ଅନୁସରଣ କରିବ, ଦେଶ ପ୍ରତି ନିଜର ଉତ୍ତରଦାୟିତ୍ୱ ଅନୁଯାୟୀ କାର୍ଯ୍ୟ କରିବ । ଏହି ବିଶ୍ବାସ ସହିତ ଆପଣଙ୍କୁ ସମ୍ପୂର୍ଣ୍ଣ ସଦନ ତରଫରୁ ମୁଁ ଆପଣଙ୍କୁ ମୋର ଅନେକ ଅନେକ ଶୁଭକାମନା ଜଣାଉଛି ଆଉ ଆପଣ ଦେଶ ପାଇଁ ଯାହା କିଛି କରିଛନ୍ତି, ଏହି ସଦନ ପାଇଁ ଆପଣ ଯାହା କିଛି କରିଛନ୍ତି, ଏଥିପାଇଁ ସମସ୍ତଙ୍କ ତରଫରୁ ଏହି ଋଣ ସ୍ବୀକାର କରି ମୁଁ ଧନ୍ୟବାଦ ଜଣାଉଛି । ବହୁତ ବହୁତ ଶୁଭକାମନା।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India records highest-ever startup surge with 55,200 recognised in FY26

Media Coverage

India records highest-ever startup surge with 55,200 recognised in FY26
NM on the go

Nm on the go

Always be the first to hear from the PM. Get the App Now!
...
Cabinet approves Continuation of Pradhan Mantri Gram Sadak Yojana-III till March 2028
April 18, 2026

The Union Cabinet, chaired by the Prime Minister Shri Narendra Modi, today has given its approval for the continuation of Pradhan Mantri Gram Sadak Yojana-III (PMGSY-III) beyond March 2025 upto March 2028. It involves consolidation of Through Routes and Major Rural Links connecting habitations to Gramin Agricultural Markets (GrAMs), Higher Secondary Schools and Hospitals. The revised outlay of the scheme will be Rs.83,977 crore.

The Cabinet further, amongst other things, approved the following:

  • Extension of timeline till March 2028 for completion of roads and bridges in plain areas and roads in hilly areas.
  • Extension of timeline till March 2029 for completion of bridges in hilly areas.
  • Works sanctioned before 31.03.2025 but un-awarded till now may be taken up for tender/award.
  • Long Span Bridges (LSBs) (161 Nos. with estimated cost of Rs.961 crore) pending for sanction but lying on the alignment of already sanctioned roads may be sanctioned and tendered/awarded.
  • Revision of outlay to Rs. 83,977 crore from original outlay of Rs.80,250 crore.

Benefits:

The extension of the timeline of PMGSY-III will enable the full realization of its intended socio-economic benefits by ensuring completion of targeted upgradation of rural roads. It will significantly boost the rural economy and trade by enhancing market access for agricultural and non-farm products, reducing transportation time and costs, and thereby improving rural incomes. Improved connectivity will facilitate better access to education and healthcare institutions, ensuring timely delivery of essential services, particularly in remote and underserved areas.

The continued implementation will also generate substantial employment opportunities, both directly through construction activities and indirectly by promoting rural enterprises and services. Overall, the extension will contribute to inclusive and sustainable development by bridging the rural-urban divide and advancing the vision of Viksit Bharat 2047.