“ଆଜି ଆପଣମାନଙ୍କ ଭଳି ଖେଳାଳିଙ୍କ ଉତ୍ସାହ ବେଶ ଅଧିକ, ତାଲିମ ପ୍ରଦାନ ବ୍ୟବସ୍ଥା ମଧ୍ୟ ଅଧିକ ଭଲ ଏବଂ ଦେଶର କ୍ରୀଡ଼ା ପରିବେଶ ମଧ୍ୟ ଅସାଧାରଣ”
“ଲକ୍ଷ୍ୟ ହେଲା ତ୍ରିରଙ୍ଗା ପତାକାକୁ ଉଚ୍ଚରେ ଉଡ଼ିବାର ଦେଖିବା ଏବଂ ଜାତୀୟ ସଂଗୀତ ଗାନ ଶୁଣିବା”
“ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ଆମ କ୍ରୀଡ଼ାବିତମାନେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛନ୍ତି”
“ଆପଣମାନେ ସମସ୍ତେ ଉତ୍ତମ ତାଲିମ ପାଇଛନ୍ତି; ବିଶ୍ୱରେ ଉପଲବ୍ଧ ଶ୍ରେଷ୍ଠ ତାଲିମ ଆପଣମାନଙ୍କୁ ପ୍ରଦାନ କରାଯାଇଛି। ସେହି ତାଲିମ ଓ ଆପଣମାନଙ୍କ ଇଚ୍ଛାଶକ୍ତିକୁ ସମ୍ମିଳିତ କରିବାର ଏବେ ସମୟ”
“ଆପଣମାନେ ଏ ପର୍ଯ୍ୟନ୍ତ ଯାହା ହାସଲ କରିଛନ୍ତି ତାହା ନିଶ୍ଚିତ ଭାବେ ପ୍ରେରଣାଦାୟକ; ଏବେ କିନ୍ତୁ ଆପଣମାନଙ୍କୁ ସାନି ଦୃଷ୍ଟିକୋଣ ଆପଣାଇବାକୁ ପଡ଼ିବ, ନୂଆ ରେକର୍ଡ ସ୍ଥାପନ ଉପରେ ନଜର ରଖିବାକୁ ହେବ”

ମୁଁ ପ୍ରଥମେ ସେମାନଙ୍କ ସହ କଥା ହେବା ପୂର୍ବରୁ ନିଶ୍ଚିତ ଭାବରେ ଗୋଟିଏ ଦୁଇଟି ଶଦ୍ଦ କହିବି ତାପରେ ଯାଇ ସେମାନଙ୍କ ସହ କଥା ହେବି ।

ବନ୍ଧୁଗଣ,

ମୋ ପାଇଁ ଏହା ଖୁବ ଆନନ୍ଦର ବିଷୟ ଯେ ଆପଣ ସମସ୍ତଙ୍କୁ ଭେଟିବାର ସୁଯୋଗ ମିଳିଲା । ହୁଏ ତ  ସାକ୍ଷାତରେ ଭେଟ ହୋଇଥାଆନ୍ତା ତାହାହେଲେ ମତେ ଅଧିକ ଖୁସି ମିଳିଥାଆନ୍ତା, କିନ୍ତୁ ଆପଣମାନଙ୍କ ମଧ୍ୟରୁ ଅନେକ ଏବେ ବିଦେଶରେ ନିଜ ନିଜର ପ୍ରଶିକ୍ଷଣକୁ ନେଇ ବ୍ୟସ୍ତ ଅଛନ୍ତି । ଅନ୍ୟପକ୍ଷରେ ସଂସଦର ଅଧିବେଶନ ଚାଲିଥିବାରୁ ମୁଁ ମଧ୍ୟ ସେଠାରେ କିଛି ବ୍ୟସ୍ତ ଅଛି ।

ବନ୍ଧୁଗଣ,

ଆଜି ଜୁଲାଇ ୨୦ ତାରିଖ । କ୍ରୀଡା ଜଗତ ପାଇଁ ମଧ୍ୟ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିବସ ଅଟେ । ଆପଣମାନଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କୁ ନିଶ୍ଚିତ ଜଣା ଥିବ ଯେ ଆଜି ହେଉଛି ଅନ୍ତର୍ଜାତୀୟ ଚେସ୍ ଦିବସ । ଏହା ମଧ୍ୟ ଅତ୍ୟନ୍ତ କୌତୁହଳର ବିଷୟ ଯେ ଜୁଲାଇ ୨୮ ତାରିଖରେ ଯେଉଁଦିନ ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭ ହେବ ସେହିଦିନ ହିଁ ତାମିଲନାଡୁର ମହାବଳିପୁରମରେ ଚେସ ଅଲିମ୍ପିଆଡର ଶୁଭାରମ୍ଭ ହେବ । ଅର୍ଥାତ ଆସନ୍ତା ୧୦ – ୧୫ ଦିନ ପର୍ଯ୍ୟନ୍ତ ଭାରତର କ୍ରୀଡାବିତମାନଙ୍କ ନିକଟରେ ନିଜର ପ୍ରତିଭା ପ୍ରଦର୍ଶନର, ବିଶ୍ୱରେ ନିଜର ପ୍ରାଧାନ୍ୟ ବିସ୍ତାର କରିବାର ଏକ ବହୁତ ବଡ ସୁବର୍ଣ୍ଣ ସୁଯୋଗ ରହିଛି । ମୁଁ ଦେଶର ପ୍ରତ୍ୟେକ କ୍ରୀଡାବିତଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।

ବନ୍ଧଗୁଣ,

ଆପଣମାନଙ୍କ ମଧ୍ୟରୁ ଅନେକ ଖେଳାଳି ପୂର୍ବରୁ ମଧ୍ୟ ବଡ ବଡ କ୍ରୀଡା ପ୍ରତିଯୋଗୀତାରେ ଦେଶକୁ ଗର୍ବିତ କରିସାରିଛନ୍ତି । ଚଳିତ ଥର ମଧ୍ୟ ଆପଣମାନଙ୍କ ଭଳି ସମସ୍ତ ଖେଳାଳି, ଆପଣମାନଙ୍କ କୋଚ ଉତ୍ସାହରେ, ଉଦ୍ଦୀପନାରେ ପରିପୂର୍ଣ୍ଣ ଅଛନ୍ତି । ଯେଉଁମାନଙ୍କ ନିକଟରେ ପୂର୍ବରୁ ରାଜ୍ୟଗୋଷ୍ଠୀ କ୍ରୀଡାରେ ଖେଳିବାର ଅଭିଜ୍ଞତା ଅଛି, ସେମାନଙ୍କ ନିକଟରେ ନିଜକୁ ପୁନର୍ବାର ପରଖିବାର ଆଉ ଏକ ସୁଯୋଗ ଆସିଛି । ଯେଉଁ ୬୫ରୁ ଅଧିକ କ୍ରୀଡାବିତ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଂଟରେ ଭାଗ ନେଉଛନ୍ତି, ମୋର ବିଶ୍ୱାସ ଅଛି ଯେ ସେମାନେ ମଧ୍ୟ ନିଜର ବଳିଷ୍ଠ ଛାପ ଛାଡିବେ । ଆପଣମାନଙ୍କୁ କ’ଣ କରିବାର ଅଛି, କିଭଳି ଖେଳିବାର ଅଛି, ସେସବୁରେ ଆପଣମାନେ ବେଶ ଧୁରନ୍ଧର । ମୁଁ କେବଳ ଏୟା କହିବି ଯେ ମନ ଭରି ଖେଳିବେ, ଖୁବ ଭଲରେ ଖେଳିବେ, ସଂପୂର୍ଣ୍ଣ ସାମର୍ଥ୍ୟର ସହ ଖେଳିବେ, ଏବଂ ବିନା କୌଣସି ଚାପରେ ଖେଳିବେ । ଏବଂ ଆପଣମାନେ ତ ସେହି ପୁରୁଣା ସଂଳାପ ଶୁଣିଥିବେ । କୋଇ ନେହିଁ ହେ ଟକ୍କର ମେ, କହାଁ ପଡେ ହୋ ଚକ୍କର ମେଁ । ଅର୍ଥାତ୍ କେହି ନାହିଁ ଏଠି ଟକ୍କରରେ, କାହିଁକି ପଡିଛ ଚକ୍କରରେ । କେବଳ ଏହି ମନୋଭାବ ନେଇ ଆପଣମାନଙ୍କୁ ସେଠାକୁ ଯିବାକୁ ହେବ, ଖେଳିବାକୁ ହେବ, ମୁଁ ଏବେ ମୋ ତରଫରୁ ଆଉ ଅଧିକ କିଛିି ଜ୍ଞାନ ବାଂଟିବାକୁ ଚାହୁଁନାହିଁ । ଆସନ୍ତୁ କଥାବାର୍ତା ଆରମ୍ଭ କରିବା । ସର୍ବପ୍ରଥମେ ମୁଁ କାହା ସହ କଥା ହେବି?

ପ୍ରସ୍ତୁତକର୍ତା: ମହାରାଷ୍ଟ୍ରରୁ ଦୌଡକୁଦ ପ୍ରତିଯୋଗୀ ଅବିନାଶ ସାବଲେ ।

ପ୍ରଧାନମନ୍ତ୍ରୀ: ଅବିନାଶ ନମସ୍କାର ।

ଅବିନାଶ ସାୱଲେ: ଜୟ ହିନ୍ଦ ସାର୍‌! ମୁଁ ଅବିନାଶ ସାୱଲେ, ମୁଁ ଏହି ରାଜ୍ୟଗୋଷ୍ଠୀ କ୍ରୀଡାରେ ଆଥଲେଟିକ୍ସରେ ୩୦୦୦ ମିଟର ଇଭେଂଟରେ ଭାରତର ପ୍ରତିନିଧିତ୍ୱ କରୁଛି ।

ପ୍ରଧାନମନ୍ତ୍ରୀ: ଅବିନାଶ ମତେ କୁହାଯାଇଛି ଯେ ଆପଣ ସେନାବାହିନୀରେ କାର୍ଯ୍ୟ କରୁଛନ୍ତି ଏବଂ ଆପଣ ତ ସିୟାଚୀନରେ ମଧ୍ୟ ପୋଷ୍ଟିଂ ପାଇ କାର୍ଯ୍ୟ କରିସାରିଛନ୍ତି । ମହାରାଷ୍ଟ୍ରରୁ ଆସି ହିମାଳୟରେ କାର୍ଯ୍ୟ କରିବା, ପ୍ରଥମେ ମତେ ଏ ସମ୍ପର୍କରେ ନିଜର ଅନୁଭୂତି ବିଷୟରେ କୁହନ୍ତୁ ।

ଅବିନାଶ ସାୱଲେ: ହଁ ସାର, ମୁଁ ମହାରାଷ୍ଟ୍ରର ବୀର ଜିଲ୍ଲାରୁ ଆସିଛି । ଏବଂ ମୁଁ ୨୦୧୨ରେ ଭାରତୀୟ ସେନାରେ ଯୋଗ ଦେଇଥିଲି । ଏବଂ ଏହା ପରେ ସାର ମୁଁ ସେନାର ଯେଉଁ କାର୍ଯ୍ୟ ଅଛି, ସାଧାରଣ କାର୍ଯ୍ୟରେ ଚାରି ବର୍ଷ କାର୍ଯ୍ୟ କଲି ସେଥିରୁ ମତେ ବହୁତ କିଛି ଶିଖିବାକୁ ମିଳିଲା । ମୁଁ ଚାରି ବର୍ଷ ପାଇଁ ଯେଉଁ ସାଧାରଣ ସେବା କଲି, ସେଥିରେ ୯ ମାସର ଯେଉଁ ମଜବୁତ ପ୍ରଶିକ୍ଷଣ ହୋଇଥାଏ ତାହା ଖୁବ କଠିନ ଅଟେ । ତ ସେହି ପ୍ରଶିକ୍ଷଣ ମତେ ଖୁବ ମଜବୁତ କରିଦେଲା ଏବଂ ସେହି ପ୍ରଶିକ୍ଷଣରୁ ଏବେ ମୁଁ କୌଣସି ବି କ୍ଷେତ୍ରକୁ ଯିବି ତ ମୁଁ ଭାବୁଛି ଯେ ମୁଁ ଖୁବ ଭଲ କରିବି ଏବଂ ସେହି ପ୍ରଶିକ୍ଷଣରୁ ମୁଁ ୪ ବର୍ଷ ପରେ ଏବେ ଯେତେବେଳେ ମତେ ସେନା ପକ୍ଷରୁ ଆଥେଲେଟିକସରେ ଯିବା ପାଇଁ ସୁଯୋଗ ମିଳିଲା ମୁଁ ଖୁବ କୃତଜ୍ଞ ଏବଂ ମୁଁ ସେନାର ଯେଉଁ ଶୃଙ୍ଖଳା ରହିଛି ଓ ମୁଁ ଯେଉଁ ଏତେ କଠିନ ସ୍ଥାନରେ କାର୍ଯ୍ୟ କରିଛି  ସେଥିରୁ ମତେ ବହୁତ ଲାଭ ମିଳୁଛି ।

ପ୍ରଧାନମନ୍ତ୍ରୀ: ଆଛା ଅବିନାଶ ମୁଁ ଶୁଣିଛି ଯେ ସେନାରେ ଯୋଗ ଦେବା ପରେ ହିଁ ଆପଣ ଷ୍ଟିପଲଚେଜ ବାଛିଥିଲେ । ସିୟାଚୀନ ଏବଂ ଷ୍ଟିପଲଚେଜ ମଧ୍ୟରେ କୌଣସି ସମ୍ପର୍କ ଅଛି କି?

ଅବିନାଶ ସାୱଲେ: ହଁ ସାର । ଆମକୁ ସେଠାରେ ଯେଉଁ ପ୍ରଶିକ୍ଷଣ ଦିଆଯାଉଥିଲା, ଅର୍ଥାତ୍ ସେଠାରେ ଯେଉଁଭଳି ପ୍ରତିବନ୍ଧକ ସବୁ ପାର କରି ଆଗେଇ ଯିବାକୁ ପଡୁଥିଲା, ଷ୍ଟିପଲଚେଜ୍ ଇଭେଂଟ ମଧ୍ୟ ସେହିଭଳି ପ୍ରତିବନ୍ଧକ ପାର କରିବାର କ୍ରୀଡା ଅଟେ । ଯେପରି ଆମକୁ ଏଠାରେ ହଡଲ୍ସ ଡେଇଁବାକୁ ହୋଇଥାଏ, ପୁଣି ୱାଟର ଜମ୍ପକୁ ଡେଇଁବାକୁ ହୋଇଥାଏ । ସେହିଭଳି ସେନାର ଯେଉଁ ପ୍ରଶିକ୍ଷଣ ହୋଇଥାଏ, ସେଥିରେ ମଧ୍ୟ ଆମକୁ ଅନେକ ପ୍ରତିବନ୍ଧକ ମଧ୍ୟ ଦେଇ ଗତି କରିବାକୁ ପଡିଥାଏ । ଯେପରି ଗୁରୁଣ୍ଡି ଗୁରୁଣ୍ଡି ଯିବାକୁ ପଡିଥାଏ କିମ୍ବା ୯ ଫୁଟର ଖାଇକୁ ଡେଇଁ ଯିବାକୁ ପଡିଥାଏ । ଅର୍ଥାତ ଏଭଳି ଅନେକ ପ୍ରତିବନ୍ଧକ ଥାଏ, ଯାହା ପ୍ରଶିକ୍ଷଣ ସମୟରେ ଶିକ୍ଷା ଦିଆଯାଇଥାଏ ଏବଂ ଏଠାରେ ମତେ ସବୁକିଛି ଖୁବ ସହଜ ଲାଗୁଛି । ସେନାର ପ୍ରଶିକ୍ଷଣ ପରେ ମତେ ଷ୍ଟିପଲଚେଜ ଭଳି ଇଭେଂଟ ଖୁବ ସହଜ ଲାଗୁଛି ।

ପ୍ରଧାନମନ୍ତ୍ରୀ: ଆଛା ଅବିନାଶ ମତେ କୁହ ଯେ ପୂର୍ବରୁ ଆପଣଙ୍କର ଓଜନ ଖୁବ ଅଧିକ ଥିଲା ଏବଂ ଆପଣ ଖୁବ କମ୍ ସମୟ ମଧ୍ୟରେ ନିଜର ଓଜନ ହ୍ରାସ କରିଥିଲେ ଏବଂ ଏହା ମୁଁ ଆଜି ମଧ୍ୟ ଦେଖିପାରୁଛି । ଆପଣ ଖୁବ ପତଳା ଦେଖାଯାଉଛନ୍ତି, ମୁଁ ଦେଖିଥିଲି ଆମର ଅନ୍ୟ ଜଣେ ସାଥୀ ନୀରଜ ଚୋପ୍ରା ମଧ୍ୟ ଖୁବ କମ୍ ସମୟ ମଧ୍ୟରେ ନିଜର ଓଜନ ହ୍ରାସ କରିଥିଲେ ଏବଂ ମୁଁ ଭାବୁଛି ଆପଣ ଯଦି ଏ ବିଷୟରେ ନିଜର ଅଭିଜ୍ଞତାରୁ କିଛି ବଖାଣିବେ ଯେ ଆପଣ କିଭଳି ଏଭଳି କଲେ ଯାହାଦ୍ୱାରା ବୋଧହୁଏ ଖେଳକୁଦ ଜଗତ ଛଡା ଅନ୍ୟାନ୍ୟ ଲୋକମାନଙ୍କର ମଧ୍ୟ ଏହା କାମରେ ଆସିପାରିବ ।

ଅବିନାଶ ସାୱଲେ: ସାର୍ ଯେତେବେଳେ ସେନାରେ ମୁଁ ଜଣେ ସୈନିକ ଭାବରେ କାର୍ଯ୍ୟ କରୁଥିଲି ସେତେବେଳେ ମୋର ଓଜନ ବହୁତ ଅଧିକ ଥିଲା । ତେଣୁ ଯେତେବେଳେ ମୁଁ ଭାବିଲି ଯେ ମତେ କ୍ରୀଡା କ୍ଷେତ୍ରକୁ ଯିବା ଦରକାର, ସେତେବେଳେ କ୍ରୀଡା କ୍ଷେତ୍ରରେ ପ୍ରବେଶ ପାଇଁ ମୋ ସହ ମୋ ୟୁନିଟ ଏବଂ ସେନା ମୋର ମନୋବଳ ବୃଦ୍ଧି କରିଥିଲେ । ସେତେବେଳେ ମୁଁ ଭାବିଲି ଯେ ଦୌଡିବା ପାଇଁ ତ ମୋ ଓଜନ ଆବଶ୍ୟକତାଠାରୁ ବହୁତ ଅଧିକ ଥିଲା । ସେତେବେଳେ ମୋର ଓଜନ ଅତି କମରେ ୭୪ କିଲୋଗ୍ରାମ ଥିଲ । । ତେଣୁ ମୁଁ ଭାବିଲି ଏବେ ଏହା କିପରି ହୋଇପାରିବ? କିନ୍ତୁ ସେମାନେ ମତେ ବହୁତ ସମର୍ଥନ କଲେ ଏବଂ ସେନାରେ ମତେ ପ୍ରଶିକ୍ଷଣ ପାଇଁ ପୃଥକ ଭାବେ ଅତିରିକ୍ତ ସମୟ ମିଳୁଥିଲା । ତେଣୁ ଏହି ଓଜନ ହ୍ରାସ କରିବା ପାଇଁ ମତେ ୩-୪ ମାସ ସମୟ ଲାଗିଲା ।

ପ୍ରଧାନମନ୍ତ୍ରୀ: କେତେ ଓଜନ ହ୍ରାସ କଲେ?

ଅବିନାଶ ସାୱଲେ: ସାର ଏବେ ୫୩ କିଲୋଗ୍ରାମ ଓଜନ ରହୁଛି । ସାର୍ ଏବେ ମୋ ଓଜନ ୫୩ କିଲୋଗ୍ରାମ ଏବଂ ସେତେବେଳେ ଥିଲା ୭୪ କିଲୋଗ୍ରାମ । ଅର୍ଥାତ୍ ୨୦ କିଲୋ ଓଜନ ହ୍ରାସ କଲି ।

ପ୍ରଧାନମନ୍ତ୍ରୀ: ଓଃ! ତାହେଲେ ବହୁତ କମ କରିଛନ୍ତି । ଆଛା ଅବିନାଶ ମତେ ଖେଳରେ ସବୁଠାରୁ ଭଲ ଏହି କଥା ଲାଗିଥାଏ ଯେ ଏବଂ ଏହା ନିଶ୍ଚିତ ଭାବରେ ମୋ ମନକୁ ଛୁଇଁଥାଏ ଯେ ଏଠାରେ ଅତୀତରେ ଯେଉଁ ହାର ଜିତର ବୋଝ ଅଧିକ ହୋଇ ନଥାଏ । ପ୍ରତି ଥର ପ୍ରତିଯୋଗୀତା ନୂଆ ହୋଇଥାଏ, ସଦ୍ୟ ହୋଇଥାଏ ଏବଂ ଆପଣ କହିଲେ ଯେ ଆପଣ ସମ୍ପୁର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି । ସମସ୍ତ ଦେଶବାସୀଙ୍କ ଶୁଭେଚ୍ଛା ଆପଣଙ୍କ ସହିତ ଅଛି । ଆପଣ ମନପ୍ରାଣ ଦେଇ ଖେଳିବେ । ଏବେ ଆସନ୍ତୁ  ଆଉ ଜଣେ କାହା ସହ କଥା ହେବା ।

ପ୍ରସ୍ତୁତକର୍ତା: ସାର୍ ଅଚିନ୍ତା ଶେଉଲୀ ପଶ୍ଚିମବଙ୍ଗର, ସିଏ ଭାରୋତଳନ କରନ୍ତି ।

ପ୍ରଧାନମନ୍ତ୍ରୀ: ଅଚିନ୍ତା ଜୀ ନମସ୍କାର!

ଅଚିନ୍ତା ଶେଉଲୀ: ନମସ୍କାର ସାର, ସାର ମୁଁ ପଶ୍ଚିମବଙ୍ଗର । ମୁଁ ଏବେ ଦ୍ୱାଦଶ ଶ୍ରେଣୀରେ ପଢୁଛି ।

ପ୍ରଧାନମନ୍ତ୍ରୀ: ଆପଣଙ୍କ ବିଷୟରେ କିଛି କୁହନ୍ତୁ ତ ।

ଅଚିନ୍ତା ଶେଉଲୀ: ମୁଁ ୭୩ କିଲୋଗ୍ରାମ ବର୍ଗରେ ଖେଳୁଛି ସାର୍ ।

ପ୍ରଧାନମନ୍ତ୍ରୀ: ଆଛା ଅଚିନ୍ତା, ଲୋକେ କୁହନ୍ତି ଯେ ଆପଣ ଖୁବ ଶାନ୍ତ ସ୍ୱଭାବର । ଏକଦମ କୁଲ୍ ଯାହାକୁ କୁହନ୍ତି । ଏବଂ ଆପଣଙ୍କର ଏଇ ଯେଉଁ ଖେଳ ରହିଛି ଏଥିରେ ତ ଜୋର ଲଗାଇବାକୁ ପଡିଥାଏ, ଏହା ଶକ୍ତିର ଖେଳ । ତାହାହେଲେ ଶକ୍ତି ଏବଂ ଶାନ୍ତି ଏଇ ଦୁଇଟି ଜିନିଷ ମଧ୍ୟରେ ଆପଣ କିଭଳି ତାଳମେଳ ଆଣି ପାରିଲେ ।

ଅଚିନ୍ତା ଶେଉଲୀ: ସାର ମୁଁ କିଛି କିଛି ଯୋଗାଭ୍ୟାସ କରେ, ସେଥିରେ ମନ ଶାନ୍ତ ହୋଇଯାଇଥାଏ କିନ୍ତୁ ପ୍ରଶିକ୍ଷଣ ସମୟରେ ସେସବୁ ବାହାର କରି ଦେଇଥାଏ । ଏକଦମ ଜୋଶର ସହିତ ଲାଗିପଡେ ସାର୍ ।

ପ୍ରଧାନମନ୍ତ୍ରୀ: ଆଛା ଅଚିନ୍ତା ଆପଣ ନିୟମିତ ଯୋଗ କରନ୍ତି?

ଅଚିନ୍ତା ଶେଉଲୀ: ହଁ ସାର୍‌, ବେଳେବେଳେ କରି ପାରି ନଥାଏ, କିନ୍ତୁ ସବୁବେଳେ କରିବାକୁ ଚେଷ୍ଟା କରିଥାଏ ।

ପ୍ରଧାନମନ୍ତ୍ରୀ: ଆଛା, ଆଛା, ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି?

ଅଚିନ୍ତା ଶିଉଲୀ: ମା ଅଛନ୍ତି ଏବଂ ବଡ ଭାଇ ଅଛନ୍ତି ସାର୍ ।

ପ୍ରଧାନମନ୍ତ୍ରୀ: ଆଛା ପରିବାରରୁ ବି ସାହାଯ୍ୟ ମିଳିଥାଏ?

ଅଚିନ୍ତା ଶିଉଲୀ: ହଁ ସାର ପରିବାରରୁ ମତେ ସମ୍ପୁର୍ଣ୍ଣ ସମର୍ଥନ ମିଳିଥାଏ । ଯେ କର, ଖୁବ ଭଲରେ କର । ପ୍ରତିଦିନ କଥା ହୋଇଥାଏ ସବୁବେଳେ ସମର୍ଥନ ହିଁ ମିଳିଥାଏ ସାର ।

ପ୍ରଧାନମନ୍ତ୍ରୀ: ଦେଖନ୍ତୁ ମାଆଙ୍କୁ ଚିନ୍ତା ରହୁଥାଇ ପାରେ ଯେ କାଳେ କେଉଁଠି ଆଘାତ ଲାଗିଯିବ ନାହିଁ ତ । କାରଣ ଭାରୋତଳନରେ ସର୍ବଦା ଆଘାତର ଆଶଙ୍କା ରହିଥାଏ । ସେଥିପାଇଁ

ଅଚିନ୍ତା ଶିଉଲୀ: ହଁ ସାର ଯେତେବେଳେ ମାଆଙ୍କ ସହ କଥା ହୋଇଥାଏ, ସେ କୁହନ୍ତି ଭଲରେ ଖେଳ ।

ପ୍ରଧାନମନ୍ତ୍ରୀ: ଦେଖନ୍ତୁ ମୁଁ ଚାହେଁ ଯେ ଆପଣଙ୍କର ଖୁବ ଅଗ୍ରଗତୀ ହେଉ, ଆପଣଙ୍କୁ ଖୁବ ଲାଭ ମିଳୁ ଏବଂ ଆପଣ ଅନେକ ପ୍ରଗତୀ କରନ୍ତୁ । ଆଛା ଆପଣ ନିଜକୁ କିଭଳି ଭାବରେ ଆଘାତରୁ ରକ୍ଷା କରନ୍ତି? ଏ ନେଇ କିଛି ବିଶେଷ ପ୍ରସ୍ତୁତି କରିଛନ୍ତି କି?

ଅଚିନ୍ତା ଶେଉଲୀ: ନାଁ ସାର, ଆଘାତ ଲାଗିଥାଏ କିନ୍ତୁ ତା ଉପରେ ଆମେ ଖୁବ କମ୍ ଧ୍ୟାନ ଦେଇଥାଉ, କ’ଣ ଭୁଲ କଲୁ ସେଥିପାଇଁ ଆଘାତ ଲାଗିଲା ତା ଉପରେ ଧ୍ୟାନ ଦେଇଥାଉ । ତାକୁ ପୁଣି ସୁଧାରୁ । ପୁଣି ଧିରେ ଧିରେ ଆଘାତ କମ ହୋଇଥାଏ ଏବଂ ଆଉ ଆଘାତର ସମ୍ମୁଖୀନ ହେବାକୁ ପଡିନଥାଏ ।

ପ୍ରଧାନମନ୍ତ୍ରୀ: ଆଛା ଅଚିନ୍ତା ମତେ କୁହାଯାଇଛି ଯେ ଆପଣ ତ ଫିଲ୍ମ ଦେଖିବାକୁ ଖୁବ ଭଲ ପାଆନ୍ତି । ଏବେ ତ ପ୍ରଶିକ୍ଷଣ ପାଇଁ ଆପଣଙ୍କୁ ଫିଲ୍ମ ଦେଖିବାକୁ ସୁଯୋଗ ମିଳୁ ନଥିବ ।

ଅଚିନ୍ତା ଶିଉଲୀ: ହଁ ସାର । ସମୟ ତ ମିଳେ ନାହିଁ କିନ୍ତୁ ଯେତେବେଳେ ଟିକିଏ ସମୟ ମିଳେ ମୁଁ ଫିଲ୍ମ ଦେଖି ନେଇଥାଏ ସାର ।

ପ୍ରଧାନମନ୍ତ୍ରୀ: ଏହାର ଅର୍ଥ ସେଠାରୁ ମେଡାଲ ନେଇ ଫେରିବ ତ ଏଠି ଗୋଟିଏ କାମ ରହିବ ଫିଲ୍ମ ଦେଖିବାର?

ଅଚିନ୍ତା ଶିଉଲୀ: ନାଁ ନାଁ ସାର୍ ।

ପ୍ରଧାନମନ୍ତ୍ରୀ: ମୋ ତରଫରୁ ଆପଣଙ୍କୁ ଶୁଭକାମନା ଏବଂ ମୁଁ ଆପଣଙ୍କ ପରିବାରର ମଧ୍ୟ ପ୍ରଶଂସା କରିବାକୁ ଚାହିଁବି । ବିଶେଷକରି ଆପଣଙ୍କ ମାଆ ଓ ଭାଇଙ୍କୁ ପ୍ରଣାମ କରୁଛି । ଯେଉଁମାନେ ଆପଣଙ୍କ ପ୍ରସ୍ତୁତିରେ କୌଣସି ଅଭାବ ରଖିନାହାନ୍ତି । ମୁଁ ଭାବେ ଯେ ଯେତେବେଳେ ଜଣେ କ୍ରୀଡାବିତ୍ ହୋଇଥାଏ, ଖେଳାଳି ସହ ତା ପରିବାରକୁ ମଧ୍ୟ ତପସ୍ୟା କରିବାକୁ ପଡିଥାଏ । ଆପଣ ରାଜ୍ୟଗୋଷ୍ଠୀ କ୍ରୀଡାରେ ନିଜର ଉତମ ପ୍ରଦର୍ଶନ କରନ୍ତୁ । ଆପଣଙ୍କ ମାଆଙ୍କ ସହ ଦେଶବାସୀଙ୍କ ଆଶୀର୍ବାଦ ମଧ୍ୟ ଆପଣଙ୍କ ସହ ରହିଛି । ଅଚିନ୍ତା, ଆପଣଙ୍କୁ ଅନେକ ଅନେକ ଶୁଭକାମନା ।

ଅଚିନ୍ତା ଶିଉଲୀ: ଧନ୍ୟବାଦ ସାର, ଧନ୍ୟବାଦ ସାର ।

ପ୍ରସ୍ତୁତକର୍ତା: ସାର ଏବେ କେରଳରୁ ଟ୍ରିସା ଜଲି । ସେ ବ୍ୟାଡମିଂଟନ ଖେଳନ୍ତି ।

ଟ୍ରିସା ଜାଲି: ସୁପ୍ରଭାତ ସାର । ମୁଁ ଟ୍ରିସା ଜଲି । ସାର୍ ମୁଁ ୨୦୨୦ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ବ୍ୟାଡମିଂଟନ ଖେଳୁଛି ସାର୍ ।

ପ୍ରଧାନମନ୍ତ୍ରୀ: ଆଛା ଟ୍ରିସା ଆପଣ କନ୍ନୁର ଜିଲ୍ଲାରୁ ଆସିଛନ୍ତି । ସେଠାକାର କୃଷି ଏବଂ ଫୁଟବଲ ଉଭୟ ଖୁବ ପ୍ରସିଦ୍ଧ ଅଟେ । ଆପଣଙ୍କୁ ବ୍ୟାଡମିଂଟନ ଖେଳିବା ପାଇଁ କିଏ ପ୍ରେରଣା ଦେଲା?

ଟ୍ରିସା ଜଲି: ସାର ମୋ ଗାଁରେ ଭଲିବଲ ଓ ଫୁଟବଲ ସବୁଠାରୁ ଲୋକପ୍ରିୟ କ୍ରିଡା ହୋଇଥିବାରୁ ମୋ ବାପା ମତେ ଖେଳିବାକୁ ଉତ୍ସାହିତ କରିଥିଲେ । କିନ୍ତୁ ସେ ବୟସରେ ବ୍ୟାଡମିଂଟନ ଖେଳିବା ଅଧିକ ସହଜ ହୋଇଥାଏ । ୫ ବର୍ଷ ବୟସରେ ।

ପ୍ରଧାନମନ୍ତ୍ରୀ: ଆଛା ଟ୍ରିସା ମତେ କୁହାଯାଇଛି ଯେ ଆପଣ ଓ ଗାୟତ୍ରୀ ଗୋପୀଚାନ୍ଦ ଭଲ ବନ୍ଧୁ ମଧ୍ୟ ଅଟନ୍ତି, ଡବଲ୍ସ ଯୋଡି ମଧ୍ୟ । ଏବେ ବନ୍ଧୁତା ଏବଂ କୋର୍ଟରେ ପାର୍ଟନର ହେବା ବିଷୟରେ କିଛି କୁହନ୍ତୁ ।

ଟ୍ରିସା ଜଲି: ସାର୍‌, ଗାୟତ୍ରୀଙ୍କ ସହ ମୋର ବନ୍ଧୁତା ଖୁବ ଭଲ, ଯେପରିକି ଯେତେବେଳେ ଆମେ କୋର୍ଟରେ ଖେଳିଥାଉ ସେତେବେଳେ ଏହା ଏକ ଉତମ ଯୋଡି ସୃଷ୍ଟି କରିଥାଏ, ଯାହାକି ଖୁବ ଗୁରୁତ୍ୱପୂର୍ଣ୍ଣ । ମୁଁ ଭାବେ ଯେ ନିଜ ପାର୍ଟନରଙ୍କ ସହ ଭଲ ବନ୍ଧୁତା ରଖିବା ଖୁବ ଗୁରୁତ୍ୱ ରଖିଥାଏ ।

ପ୍ରଧାନମନ୍ତ୍ରୀ: ଆଛା ଟ୍ରିସା ଆପଣ ଓ ଗାୟତ୍ରୀ ଫେରିବା ପରେ କିପରି ଖୁସି ମନାଇବାକୁ ଯୋଜନା କରିଛନ୍ତି?

ଟ୍ରିସା ଜଲି: ସାର ସେଠାରୁ ପଦକ ମିଳିଲା ପରେ ଯାଇ ଆମେ ଖୁସି ମନାଇବୁ । ସାର ଏବେ ଚିନ୍ତା କରି ନାହୁଁ ସେତେବେଳେ ଆମେ କେମିତି ଖୁସି ହେବୁ ।

ପ୍ରଧାନମନ୍ତ୍ରୀ: ପି. ଭି. ସିନ୍ଧୁ କହିଥିଲେ ଯେ ସେ ସେଠାରୁ ଫେରି ଆଇସକ୍ରିମ ଖାଇବେ । ଠିକ୍ ଅଛି ଆପଣଙ୍କ ପ୍ରଦର୍ଶନର ଆରମ୍ଭ ଖୁବ୍ ଚମତ୍କାର ରହିଛି । ଏବେ ତ ସମ୍ପୁର୍ଣ୍ଣ କ୍ୟାରିଅର ଆପଣଙ୍କ ସମ୍ମୁଖରେ ରହିଛି, ଏବେ ତ ଆପଣଙ୍କ ବିଜୟର  ପ୍ରାରମ୍ଭିକ ସମୟ ଏବଂ ଆପଣ ପ୍ରତି ମ୍ୟାଚରେ ନିଜର ଶତ ପ୍ରତିଶତ ଦିଅନ୍ତୁ । ପ୍ରତି ମ୍ୟାଚକୁ ଗୁରୁତ୍ୱର ସହ ନିଅନ୍ତୁ । ମ୍ୟାଚ ପରେ ଫଳାଫଳ ଯାହା ବି ହେଉ । ଦେଖନ୍ତୁ ଆପଣଙ୍କ ଅନୁଭବ ହିଁ ସବୁକିଛି, ଆପଣଙ୍କୁ ଏହା ଲାଗିବା ଦରକାର ଯେ ଆପଣ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା । ଆପଣଙ୍କ ଦଳକୁ ମୋ ତରଫରୁ ଅନେକ ଅନେକ ଶୁଭକାମନା ।

ଟ୍ରିସା ଜଲି: ଧନ୍ୟବାଦ ସାର ।

ପ୍ରସ୍ତୁତକର୍ତା: ସାର ଏବେ ମିସ ସଲିମା ଟେଟେ ।  ଝାଡଖଣ୍ଡର ସେ ଜଣେ ହକି ଖେଳାଳି ।

ପ୍ରଧାନମନ୍ତ୍ରୀ: ସଲିମା ଜୀ ନମସ୍ତେ ।

ସଲିମା ଟେଟେ: ସୁପ୍ରଭାତ ସାର ।

ପ୍ରଧାନମନ୍ତ୍ରୀ: ହଁ ସଲିମା ଜୀ ଆପଣ କେମିତି ଅଛନ୍ତି?

ସଲିମା ଟେଟେ: ଠିକ୍ ଅଛି ସାର୍‌, ଆପଣମାନେ କେମିତି ଅଛନ୍ତି?

ପ୍ରଧାନମନ୍ତ୍ରୀ: ତାହାହେଲେ ଆପଣ ଏବେ କେଉଁଠାରେ ଅଛନ୍ତି, କୋଚିଂ ପାଇଁ କୌଣସି ଅନ୍ୟ ସ୍ଥାନରେ ଅଛନ୍ତି କି, ବାହାରେ ଅଛନ୍ତି କି?

ସଲିମା ଟେଟେ: ହଁ ସାର, ଏବେ ଇଂଲଣ୍ଡରେ ଆମେ । ଆମର ପୁରା ଟିମ ଏଠାରେ ଅଛି ।

ପ୍ରଧାନମନ୍ତ୍ରୀ: ଆଛା ସଲିମା ମୁଁ ଆପଣଙ୍କ ବିଷୟରେ କେଉଁଠାରେ ପଢୁଥିଲି ଯେ ଆପଣ ଓ ଆପଣଙ୍କ ପିତା ହକି ପାଇଁ ଅନେକ ସଂଘର୍ଷ କରିଛନ୍ତି । ସେବେଠାରୁ ନେଇ ବର୍ତମାନ ପର୍ଯ୍ୟନ୍ତ ଯାତ୍ରା ସମ୍ପର୍କରେ କିଛି ଜଣାନ୍ତୁ ଏହା ଦ୍ୱାରା ଦେଶର ଖେଳାଳିମାନଙ୍କୁ ମଧ୍ୟ ଆବଶ୍ୟକ ପ୍ରେରଣା ମିଳିବ ।

ସଲିମା ଟେଟେ: ହଁ ସାର ନିଶ୍ଚୟ, ଯେମିତି କି ମୁଁ ଗାଁ ରୁ ଆସିଛି ଓ ମୋର ପିତା ମଧ୍ୟ ପୂର୍ବରୁ ଖେଳୁଥିଲେ । ବହୁତ ଦିନ ହେବ ବାପା ଖେଳ ଛାଡି ଦେଇଛନ୍ତି । ବାପା ଯେଉଁଠାକୁ ମଧ୍ୟ ଖେଳିବାକୁ ଯାଉଥିଲେ, ମୁଁ ବାପାଙ୍କ ସହ ସାଇକେଲରେ ବସି ସେହି ସ୍ଥାନକୁ ଯାଉଥିଲି ।  ମୁଁ ବାପାଙ୍କଠାରୁ ଶିଖିବା ପାଇଁ ଚାହୁଁଥିଲି ଯେ ମୁଁ କିପରି ଶିଖିବି ଯେ ମତେ ବି ହକି ଖେଳିବାର ଅଛି । ଯେପରି ୟସୱନ୍ତ ଲକଡାଙ୍କ ଭଳି ଖେଳାଳି ଝାଡଖଣ୍ଡରୁ ଖେଳୁଥିଲେ, ତାଙ୍କୁ ଦେଖୁଥିଲି ତ ଲାଗୁଥିଲା ଯେ ଏହି ଖେଳାଳି କେତେ ଭଲ ଖେଳୁଛନ୍ତି । ମତେ ତାଙ୍କ ଭଳି ହେବାର ଅଛି । ମୁଁ ବାପାଙ୍କ ସହ ସାଇକେଲରେ ବସି ଯାଉଥିଲି ଏବଂ ଦେଖୁଥିଲି କିପରି ଖେଳ ଖେଳାଯାଉଛି । ପରେ ମୁଁ ଧିରେ ଧିରେ ବୁଝିବାକୁ ଲାଗିଲି ଯେ ନିଜ ଜୀବନକୁ ଆମେ ବହୁତ କିଛି ଦେଇପାରିବା । ମୁଁ ବାପାଙ୍କଠାରୁ ଶିଖିଛି ଯେ ସଂଘର୍ଷ କଲେ ଆମକୁ ଅନେକ କିଛି ମିଳିଥାଏ । ମତେ ମୋ ପରିବାରକୁ ନେଇ ଗର୍ବ ଅନୁଭବ ହୁଏ ଯେ ମୁଁ ସେମାନଙ୍କଠାରୁ କେତେ ସୁନ୍ଦର ଜ୍ଞାନ ହାସଲ କରିଛି ।

ପ୍ରଧାନମନ୍ତ୍ରୀ: ଆଛା ସଲିମା ଟୋକିଓ ଅଲିମ୍ପିକ୍ସରେ ଆପଣଙ୍କ ଖେଳ ସମସ୍ତଙ୍କୁ ପ୍ରଭାବିତ କରିଥିଲା ଏବଂ ମୁଁ ଭାବୁଛି ଆପଣ ଯଦି ନିଜର ଟୋକିଓ କ୍ରୀଡା ସମୟର ଅଭିଜ୍ଞତା ବର୍ଣ୍ଣନା କରନ୍ତି ତେବେ ସମସ୍ତଙ୍କୁ ଭଲ ଲାଗନ୍ତା ।

ସଲିମା ଟେଟେ: ହଁ ସାର ନିଶ୍ଚୟ, ଯେପରି ଆମେମାନେ ଟୋକିଓ ଅଲିମ୍ପିକ୍ସକୁ ଯିବା ପୂର୍ବରୁ ଆପଣଙ୍କ ସହ କଥା ହୋଇଥିଲୁ । ପୁଣି ଏବେ ରାଜ୍ୟଗୋଷ୍ଠୀ କ୍ରୀଡା ପୂର୍ବରୁ ଆମେ ଆପଣଙ୍କ ସହ କଥା ହେଉଛୁ । କିନ୍ତୁ ସର୍ବପ୍ରଥମେ ଆପଣ ଆମକୁ ଉତ୍ସାହିତ କଲେ, ଯେପରି ଟୋକିଓ ଅଲିମ୍ପିକ୍ସରେ ଯିବା ପୂର୍ବରୁ ଆପଣ ଆମ ସମସ୍ତଙ୍କ ସହ କଥା ହୋଇଥିଲେ, ଆମ ସମସ୍ତଙ୍କୁ ବହୁତ ଭଲ ଲାଗିଥିଲା ଆଉ ଆମର ମନୋବଳ ବହୁତ ଅଧିକ ମାତ୍ରାରେ ବୃଦ୍ଧି ପାଇଥିଲା । ଟୋକିଓ ଅଲିମ୍ପିକ୍ସରେ ଆମେ ଏଥର ଏୟା ଭାବିକି ଯାଇଥିଲୁ ଯେ ଆମକୁ ଏଥର କିଛି କରିବାର ଅଛି । ଟୋକିଓ ଅଲିମ୍ପିକ୍ସ ସମୟରେ ଯେପରି କୋଭିଡ ମଧ୍ୟ ଥିଲା, ତେଣୁ ଆମକୁ ବହୁତ କଷ୍ଟ ମଧ୍ୟ ହୋଇଥିଲା । ଯେପରି ଆମକୁ ଖୁବ ଅଧିକ ସଂଗଠିତ କରାଯାଇଥିଲା, ଯାହାଦ୍ୱାରା ଆମେ ଟୋକିଓ ଯାଇ ସେଠାରେ ବହୁତ କିିଛି ଶିଖିବାକୁ ପାଇଲୁ ଏବଂ ନିଜ ସାମର୍ଥ୍ୟ ପ୍ରଦର୍ଶନ କରିପାରିଲୁ । କେବଳ ଆପଣମାନେ ଆମକୁ ଏମିତି ସମର୍ଥନ କରୁଥାଆନ୍ତୁ, ଯାହାଦ୍ୱାରା ଆମେ ଆହୁରି ଆଗକୁ ଯାଇପାରିବୁ । ଯେପରି ଟୋକିଓ ଅଲିମ୍ପିକ୍ସ ଆମର ଏକ ବହୁତ ଭଲ ପରିଚୟ ଥିଲା, ଯେପରି ଆମେ ଓ ଆମ ଦଳ ସେଠାରେ ଖୁବ ଭଲ ପ୍ରଦର୍ଶନ କଲା, ସେହି ପ୍ରଦର୍ଶନ ଆମକୁ ଜାରି ରଖିବାକୁ ଅଛି ।

ପ୍ରଧାନମନ୍ତ୍ରୀ: ସଲିମା ଆପଣ ଛୋଟ ବୟସରୁ ହିଁ ଅନେକ ବଡ ବଡ ଅନ୍ତର୍ଜାତୀୟ ମ୍ୟାଚ ଖେଳି ସାରିଲେଣି । ଏବଂ ମୋର ପୂର୍ଣ୍ଣ ବିଶ୍ୱାସ ଯେ ଏହି ଅନୁଭବ ଆପଣଙ୍କୁ ଆଗକୁ ବହୁତ ସାହାଯ୍ୟ କରିବ । ଆପଣ ବହୁତ ଆଗକୁ ଯିବେ । ମୁଁ ଆପଣଙ୍କ ମାଧ୍ୟମରେ ମହିଳା ଏବଂ ପୁରୁଷ ଉଭୟ ହକି ଦଳକୁ ନିଜ ତରଫରୁ ଏବଂ ଦେଶ ତରଫରୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି । ଆପଣମାନେ ସମସ୍ତେ କୌଣସି ଚାପ ବିନା, ଖୁସି ମଜାର ସହ ଖେଳନ୍ତୁ । ଯେତେବେଳେ ସମସ୍ତେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବେ ସେତେବେଳେ କୌଣସି ପରିସ୍ଥିତିରେ ବି ପଦକ ଆସିବ ହିଁ ଆସିବ । ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା ।

ସଲିମା ଟେଟେ: ଧନ୍ୟବାଦ ସାର

ପ୍ରସ୍ତୁତକର୍ତା: ସାର ହରିଆଣାରୁ ଶର୍ମିଲା । ସେ ପାରା ଆଥେଲେଟିକ୍ସରେ ଶଟପୁଟ ଖେଳାଳି ।

ଶର୍ମିଲା: ନମସ୍କାର ସାର ।

ପ୍ରଧାନମନ୍ତ୍ରୀ: ନମସ୍କାର ଶର୍ମିଲା ଜୀ । ଶର୍ମିଲା ଜୀ ଆପଣ ହରିଆଣାର ଏବଂ କ୍ରୀଡା କ୍ଷେତ୍ରରେ ତ ହରିଆଣା ସବୁବେଳେ ଆଗରେ ରହିଥାଏ । ଆଛା ଆପଣ ୩୪ ବର୍ଷ ବୟସରେ ଖେଳରେ କ୍ୟାରିଅର ଆରମ୍ଭ କଲେ । ଏବଂ ଆପଣ ଦୁଇ ବର୍ଷରେ ହିଁ ସ୍ୱର୍ଣ୍ଣ ପଦକ ଜିତି ଦେଖାଇ ଦେଲେ । ମୁଁ ଟିକିଏ ଅବଶ୍ୟ ଜାଣିବାକୁ ଚାହିଁବି ଯେ ଏଭଳି ଚମତ୍କାର କିପରି ହେଲା? ଆପଣଙ୍କର ପ୍ରେରଣା କଣ?

ଶର୍ମିଲା: ସାର ମୁଁ ହରିଆଣାର ମହେନ୍ଦ୍ରଗଡ ଜିଲ୍ଲାର ରିୱାଡିରେ ରୁହେ । ଏବଂ ମୋ ଜୀବନରେ ବହୁତ ବଡ ଝଡ ଆସିଛି ସାର୍ । କିନ୍ତୁ ଛୋଟ ବେଳୁ ମୋର ଖେଳିବାର ଆଗ୍ରହ ଥିଲା କିନ୍ତୁ ମତେ ସୁଯୋଗ ମିଳିଲା ନାହିଁ । ମୋ ପରିବାର ଗରିବ ଥିଲା, ମୋ ମାଆ ଦୃଷ୍ଟିବାଧିତ ଥିଲେ, ମୋର ତିନି ଭଉଣୀ ଓ ଦୁଇ ଭାଇ । ଖୁବ ଗରିବ ପରିବାର ଆମର ସାର୍ । ପୁଣି କମ୍ ବୟସରେ ମୋର ବାହାଘର କରି ଦିଆଗଲା । କିନ୍ତୁ ସ୍ୱାମୀ ମଧ୍ୟ ସେତେ ଭଲ ମିଳିଲେ ନାହିଁ । ମୋ ଉପରେ ବହୁତ ଅତ୍ୟାଚାର କଲେ । ମୋ ଦୁଇ ଜଣ ଝିଅ ଅଛନ୍ତି ସାର । ସେମାନେ ମଧ୍ୟ କ୍ରୀଡା କ୍ଷେତ୍ରରେ ଅଛନ୍ତି । କିନ୍ତୁ ଆମ ମାଆ ଝିଅ ତିନିଜଣଙ୍କ ଉପରେ ଖୁବ ଅତ୍ୟାଚାର ହେଲା । ସେତେବେଳେ ମୋ ବାପା ମତେ ତାଙ୍କ ଘରକୁ ନେଇ ଆସିଲେ । ମୁଁ ଛଅ ବର୍ଷ ବାପଘରେ ରହିଛି ସାର । କିନ୍ତୁ ମୋ ମନରେ ପିଲାବେଳୁ କିଛି କରିବାର ଦୃଢ ଇଚ୍ଛା ଥିଲା । କିନ୍ତୁ ସାର ମତେ କିଛି ରାସ୍ତା ମିଳୁ ନଥିଲା । ଦ୍ୱିତୀୟ ବିବାହ ପରେ କ୍ରୀଡା କ୍ଷେତ୍ର ହିଁ ମୋ ଆଖି ଆଗକୁ ଆସିଲା । ମୋର ସମ୍ପର୍କୀୟ ଟେକଚାନ୍ଦ ଭାଇ ଫ୍ଲାଗ ବିଅରର ଥିଲେ । ସେ ମତେ ବହୁତ ସମର୍ଥନ କଲେ ଏବଂ ସେ ପ୍ରତିଦିନ ଆଠ ଘଂଟା , ସକାଳେ ୪ଘଂଟା, ସଂଧ୍ୟାରେ ୪ ଘଂଟା ମୋ ଦ୍ୱାରା ଖୁବ ପରିଶ୍ରମ କରାଇଲେ । ଏବଂ ତାଙ୍କରି କାରଣରୁ ଆଜି ମୁଁ ଜାତୀୟ ସ୍ତରରେ ଏକ ବର୍ଷ ଦୁଇ ବର୍ଷ ମଧ୍ୟରେ ସ୍ୱର୍ଣ୍ଣ ପଦକ ପାଇସାରିଛି ସାର ।

ପ୍ରଧାନମନ୍ତ୍ରୀ: ଶର୍ମିଲା ଜୀ, ଆପଣଙ୍କ ଜୀବନରେ ଏଭଳି ଅନେକ ଘଟଣା ଅଛି ଯାହା ଶୁଣି କେହି ମଧ୍ୟ ଏଇ ଦୁନିଆରେ ଆଗକୁ ବଢିବା ହିଁ ଛାଡିଦେବ । କିନ୍ତୁ ଆପଣ କେବେ ବି ସାହସ ହରାଇ ନାହାନ୍ତି । ଶର୍ମିଲା ଜୀ, ଆପଣ ବାସ୍ତବରେ ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଜଣେ ଆଦର୍ଶ ଅଟନ୍ତି ଏବଂ ଆପଣଙ୍କ ଦୁଇ ଝିଅ ମଧ୍ୟ । ଯେପରି ଆପଣ କହିଲେ, ଏବେ ସେମାନେ ମଧ୍ୟ ଖେଳକୁଦ ବିଷୟରେ ବୁଝିବାକୁ ଲାଗିଲେଣି । ଦେବିକା ମଧ୍ୟ ଆଗ୍ରହ ଦେଖାଉଥିବ ଏବଂ ଆପଣଙ୍କଠାରୁ ଖେଳକୁଦ ବିଷୟରେ ପଚାରି ବୁୁଝୁଥିବ, ଆପଣଙ୍କ ପିଲାମାନଙ୍କର କ’ଣ ସବୁ ରୁଚି ରହିଛି?

ଶର୍ମିଲା: ସାର ବଡ ଝିଅ ଜାଭଲିନ ଖେଳୁଛି । ଏଥର ସେ ୧୪ ବର୍ଷରୁ କମ୍ ବର୍ଗରେ ଭାଗ ନେବ । କିନ୍ତୁ ସେ ଖୁବ ଭଲ କ୍ରୀଡାବିତ ହେବ । ଏବେ ଯେତେବେଳେ ୟୁଟୋପିଆ ହରିଆଣାରେ ଖେଳ ହେବ, ସେତେବେଳେ ଏହା ଜଣା ପଡିବ । ସାର ସାନ ଝିଅ ଟେବୁଲ ଟେନିସ ଖେଳୁଛି । ମୋର ଇଚ୍ଛା ଯେ ମୁଁ ମୋ ଝିଅମାନଙ୍କୁ ମଧ୍ୟ କ୍ରୀଡା କ୍ଷେତ୍ରକୁ ଆଣି ସେମାନଙ୍କ ଜୀବନକୁ ମଧ୍ୟ ସୁନ୍ଦର କରି ଗଢି ତୋଳିବି । କାରଣ ଅତୀତରେ ଯାହା ଯାହା ଭୋଗିଛୁ, ପିଲାମାନେ ସେସବୁ ନ ଭୋଗନ୍ତୁ ।

ପ୍ରଧାନମନ୍ତ୍ରୀ: ଆଛା ଶର୍ମିଲା ଜୀ, ଆପଣଙ୍କର ଯେଉଁ କୋଚ ଅଛନ୍ତି, ଟେକଚନ୍ଦ ଜୀ, ସେ ମଧ୍ୟ ଜଣେ ପାରା ଅଲିମ୍ପିଆନ । ତାଙ୍କଠାରୁ ମଧ୍ୟ ଆପଣଙ୍କୁ ବହୁତ କିଛି ଶିଖିବାକୁ ମିଳିଥିବ?

ଶର୍ମିଲା: ହଁ ସାର । ସେ ମତେ ପ୍ରେରଣା ଦେଇଛନ୍ତି ଏବଂ ପ୍ରତିଦିନ ସକାଳେ ସଂଧ୍ୟାରେ ଚାରି ଚାରି ଘଂଟା ଅଭ୍ୟାସ କରାଇଛନ୍ତି । ଯେତେବେଳେ ମୁଁ ଷ୍ଟାଡିଅମକୁ ଯାଉ ନଥିଲି ସେତେବେଳେ ସେ ମତେ ଘରୁ ଧରି କି ନେଇ ଯାଉଥିଲେ । ମୁଁ ଥକି ଯାଉଥିଲି । କିନ୍ତୁ ତାପରେ ସେ ମୋର ମନୋବଳ ବଢାଉଥିଲେ ଯେ, କେବେ ବି ହାର ମାନିବାର ନାହିଁ, ଯେତେ ବି ପରିଶ୍ରମ କରିବୁ ନିଜର ଭବିଷ୍ୟତ ସେତିକି ଉଜ୍ଜ୍ୱଳ ହେବ, ପରିଶ୍ରମ ଉପରେ ଧ୍ୟାନ ଦିଅ ।

ପ୍ରଧାନମନ୍ତ୍ରୀ: ଶର୍ମିଲା ଜୀ, ଆପଣ ଯେଉଁ ବୟସରେ ଖେଳିବା ପାଇଁ ଭାବିଲେ, ସେହି ବୟସରେ ବହୁତ ଲୋକଙ୍କ ପାଇଁ ଖେଳ ଆରମ୍ଭ କରିବା କଠିନ ହୋଇଥାଏ । ଆପଣ ପ୍ରମାଣିତ କରି ଦେଲେ ଯେ ଯଦି ଜିତିବାର ଇଚ୍ଛା ଥିବ ତ କୌଣସି ବି ଲକ୍ଷ୍ୟ ଅସମ୍ଭବ ନୁହେଁ । ପ୍ରତ୍ୟେକ ଆହ୍ୱାନ ଆପଣଙ୍କ ସାହସ ସମ୍ମୁଖରେ ହାରି ଯାଇଥାଏ । ଆପଣଙ୍କ ସମର୍ପଣ ସମଗ୍ର ଦେଶକୁ ଅନୁପ୍ରେରିତ କରୁଛି । ମୋ ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା । ଏବଂ ଆପଣଙ୍କ ଝିଅମାନଙ୍କୁ ଆଗକୁ ନେଇଯିବାର ଆପଣଙ୍କର ଯେଉଁ ସ୍ୱପ୍ନ ଅଛି ତାହା ନିଶ୍ଚିତ ଭାବରେ ପୂରଣ ହେବ । ଯେଉଁ ମନଯୋଗର ସହ ଆପଣ କାର୍ଯ୍ୟ କରୁଛନ୍ତି, ଆପଣଙ୍କ ଝିଅମାନଙ୍କର ଜୀବନ ମଧ୍ୟ ସେହିଭଳି ଉଜ୍ଜ୍ୱଳ ହେବ । ମୋ ତରଫରୁ ଅନେକ ଅନେକ ଶୁଭକାମନା ଏବଂ ପିଲାମାନଙ୍କୁ ଆଶୀର୍ବାଦ ।

ପ୍ରସ୍ତୁତକର୍ତା: ହେଭଲୋକରୁ ଶ୍ରୀ ଡେଭିଡ ବେକହାମ । ସେ ଆଣ୍ଡାମାନ ନିକୋବରର ଜଣେ ସାଇକେଲ ଚାଳକ ।

ଡେଭିଡ: ନମସ୍କାର ସାର ।

ପ୍ରଧାନମନ୍ତ୍ରୀ: ନମସ୍କର ଡେଭିଡ! କେମିତି ଅଛ?

ଡେଭିଡ: ଭଲ ଅଛି ସାର!

ପ୍ରଧାନମନ୍ତ୍ରୀ: ଡେଭିଡ ଆପଣଙ୍କ ନାଁ ତ ଜଣେ ବହୁତ ବଡ ଫୁଟବଲ ଖେଳାଳିଙ୍କ ନାମକୁ ନେଇ ରଖାଯାଇଛି । କିନ୍ତୁ ଆପଣ ସାଇକେଲ ଚଳାଉଛନ୍ତି । ଲୋକମାନେ ମଧ୍ୟ ଆପଣଙ୍କୁ ଫୁଟବଲ ଖେଳିବା ପାଇଁ ମତ ଦେଉଥିବେ । କେବେ ଆପଣଙ୍କୁ ଲାଗିଛି କି ଆପଣ ବୃତିଗତ ଭାବେ ଫୁଟବଲ ଖେଳିବା ଉଚିତ୍ ଅଥବା ସାଇକେଲ ଚଳାଇବା ଆପଣଙ୍କର ପ୍ରଥମ ପସନ୍ଦ ରହି ଆସିଛି?

ଡେଭିଡ: ବୃତିଗତ ଭାବେ ଫୁଟବଲ ଖେଳିବାକୁ ମୁଁ ଭଲ ପାଉଥିଲି । କିନ୍ତୁ ଆଣ୍ଡାମାନ ନିକୋବରରେ ଫୁଟବଲ ଖେଳିବା ପାଇଁ ଏତେ ଭଲ ସୁଯୋଗ ନ ଥଲା । ତେଣୁ ଫୁଟବଲ ଖେଳିବାର ଇଚ୍ଛା ଏତେଟା ବଢି ପାରିଲା ନାହିଁ ସେଠାରେ ।

ପ୍ରଧାନମନ୍ତ୍ରୀ: ଆଛା ଡେଭିଡ ଜୀ, ମତେ କୁହାଯାଇଛି ଯେ ଆପଣଙ୍କ ଦଳରେ ଆଉ ଜଣେ ସାଥୀଙ୍କ ନାମ ମଧ୍ୟ ଜଣେ ପ୍ରସିଦ୍ଧ ଫୁଟବଲ ଖେଳାଳୀଙ୍କ ନାମକୁ ନେଇ ରଖାଯାଇଛି । ଅବସର ସମୟରେ ଆପଣ ଦୁହେଁ ଫୁଟବଲ ଖେଳନ୍ତି ନାଁ ନାହିଁ?

ଡେଭିଡ: ଫୁଟବଲ ଖେଳି ନଥାଉ । କାରଣ ପ୍ରଶିକ୍ଷଣ ସମୟରେ ଆମେ ନିଜର ଟ୍ରାକ ସାଇକେଲ ଚାଳନା ଉପରେ ଧ୍ୟାନ ଦେଇଥାଉ । କେବଳ ସେଇଥିରେ ହିଁ ଆମେ ପୁରା ସମୟ ଦେଇଥାଉ କିପରି ଆମେ ଭଲ ସାଇକେଲ ଚାଳନା କରିପାରିବୁ ।

ପ୍ରଧାନମନ୍ତ୍ରୀ: ଆଛା ଡେଭିଡ ଜୀ, ଆପଣ ନିଜ ଜୀବନରେ ଅନେକ କଷ୍ଟ ସହିଛନ୍ତି କିନ୍ତୁ ସାଇକେଲରୁ କେବେ ବି ହାତ ହଟି ନାହିଁ, ସେଥିପାଇଁ ଖୁବ ଅଧିକ ପ୍ରେରଣାର ଆବଶ୍ୟକତା ରହିଛି । ଏହି ପ୍ରେରଣା ଏବଂ ନିଜର ମନୋବଳକୁ ବଢାଇ ରଖିବା, ଏହା ଏକ ଚମତ୍କାର ବିଷୟ ନିଶ୍ଚୟ, ଆପଣ ଏସବୁ କିପରି କରିଥାଆନ୍ତି?

ଡେଭିଡ: ମୋ ଘର ଲୋକ ମତେ ଖୁବ ଉତ୍ସାହିତ କରନ୍ତି ଯେ ତତେ ଆଗକୁ ଯିବାକୁ ହେବ ଏବଂ ପଦକ ଜିତି ଆସିବାର ଅଛି । ଏବଂ ମୁଁ ବାହରକୁ ଯାଇ ପଦକ ଜିତି ଆସିବି ଏହା ମୋ ପାଇଁ ଏକ ଖୁବ ବଡ କଥା ହେବ ।

ପ୍ରଧାନମନ୍ତ୍ରୀ: ଆଛା ଡେଭିଡ ଜୀ, ଆପଣ ଖେଲୋ ଇଣ୍ଡିଆ ଯୁବ କ୍ରୀଡାରେ ମଧ୍ୟ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ । ଖେଲୋ ଇଣ୍ଡିଆ ଗେମ୍ସରୁ ଆପଣଙ୍କୁ କିଭଳି ସାହାଯ୍ୟ ମିଳିଥିଲା ? ଏହା ଆପଣଙ୍କ ବିଜୟ ସଙ୍କଳ୍ପକୁ ଆଉ କେତେ ମଜବୁତ କରିଛି?

ଡେଭିଡ: ସାର ତାହା ମୋର ପ୍ରଥମ ଯାତ୍ରା ଥିଲା ଯେ ମୁଁ ଦୁଇ ଥର ମୋର ଜାତୀୟ ରେକର୍ଡ ଭାଙ୍ଗିଥିଲି ଏବଂ ଏହା ଖୁବ ଆନନ୍ଦର କଥା ଯେ ମନ କି ବାତ୍ କାର୍ଯ୍ୟକ୍ରମରେ ଆପଣ ମୋ ବିଷୟରେ ବହୁତ କିଛି କହିଥିଲେ ଏବଂ ମୁଁ ଖୁବ ଖୁସି ଥିଲି ଯେ ସେଥରର ମନ କି ବାତ କାର୍ଯ୍ୟକ୍ରମରେ ଆପଣ ମତେ ଖୁବ ଅନୁପ୍ରେରିତ କରିଥିଲେ । ଏବଂ ମୁଁ ଆଣ୍ଡାମାନ ନିକୋବରର ଏକ ଖେଳାଳି ହୋଇ ସେଠାରୁ ବାହାରି ଜାତୀୟ ଦଳ ପର୍ଯ୍ୟନ୍ତ ପହଂଚିଛି । ଏବଂ ଏହା ଖୁବ ଖୁସିର ବିଷୟ ଯେ ମୋ ଆଣ୍ଡାମାନ ଟିମ ମଧ୍ୟ ଖୁବ ଗର୍ବିତ ଅନୁଭବ କରୁଛି ଯେ ମୁଁ ଇଣ୍ଡିଆ ଟିମ  ଓ ଅନ୍ତର୍ଜାତୀୟ ଟିମରେ ଖେଳିବାର ସୁଯୋଗ ପାଇଛି ।

ପ୍ରଧାନମନ୍ତ୍ରୀ: ଦେଖନ୍ତୁ ଡେଭିଡ, ଆପଣ ଆଣ୍ଡାମାନ ନିକୋବର କଥା ମନେ ପକାଇଲେ ଏବଂ ମୁଁ ନିଶ୍ଚୟ କହିବି ଯେ ଆପଣ ଦେଶର ସବୁଠାରୁ ସୁନ୍ଦର କ୍ଷେତ୍ରରୁ ଆସିଛନ୍ତି । ଆପଣ ବର୍ଷେ ଦେଢ ବର୍ଷର ହୋଇଥିବେ ଯେତେବେଳେ ନିକୋବରରେ ଆସିଥିବା ସୁନାମୀ ଆପଣଙ୍କଠାରୁ ଆପଣଙ୍କ ପିତାଙ୍କୁ ଛଡାଇ ନେଇଥିଲା । ଏକ ଦଶନ୍ଧି ପରେ, ଆପଣ ନିଜ ମାତାଙ୍କୁ ମଧ୍ୟ ହରାଇଲେ । ମୋର ମନେ ଅଛି ୨୦୧୮ରେ ମୁଁ କାର ନିକୋବର ଯାଇଥିଲି ଏବଂ ମତେ ସୁନାମୀ ସ୍ମାରକୀ ଯିବାର ସୁଯୋଗ ମିଳିଥିଲା ଓ ସେଠାରେ ମୁଁ ସୁନାମୀରେ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲି । ମୁଁ ଆପଣଙ୍କ ପରିବାରକୁ ପ୍ରଣାମ କରୁଛି ଯେ ଏତେ ସବୁ କଠିନ ପରିସ୍ଥିତି ସତ୍ୱେ ସେମାନେ ଆପଣଙ୍କୁ ପ୍ରୋତ୍ସାହିତ କରୁଛନ୍ତି । ଆପଣଙ୍କ ସହ ପ୍ରତ୍ୟେକ ଦେଶବାସୀଙ୍କର ଆଶୀର୍ବାଦ ରହିଛି । ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ।

ଡେଭିଡ: ଧନ୍ୟବାଦ ସାର ।

ବନ୍ଧୁଗଣ,

ଭଲ ହୋଇଥାଆନ୍ତା ଯେମିତି ମୁଁ ପୂର୍ବରୁ କହିଲି ଯେ ମୁଁ ଆପଣମାନଙ୍କୁ ଭେଟି ଆପଣ ସମସ୍ତଙ୍କ ସହ କଥା ହୋଇଥାଆନ୍ତି । କିନ୍ତୁ ଯେପରି ମୁଁ କହିଲି ଆପଣମାନଙ୍କ ମଧ୍ୟରୁ ଅନେକ ବିଶ୍ୱର ଭିନ୍ନ ଭିନ୍ନ ଦେଶରେ ପ୍ରଶିକ୍ଷଣ ନେଉଛନ୍ତି ଏବଂ ମୁଁ ମଧ୍ୟ ସଂସଦରେ ଅଛି । ସଂସଦର ଅଧିବେଶନ ଚାଲିଥିବା କାରଣରୁ ଖୁବ ବ୍ୟସ୍ତ ଅଛି ଏବଂ ଏହି କାରଣରୁ ଏଥର ଦେଖା ହୋଇ କଥା ହେବା ସମ୍ଭବ ହୋଇପାରିଲା ନାହିଁ । କିନ୍ତୁ ମୁଁ ଆପଣମାନଙ୍କୁ ନିଶ୍ଚିତ ପ୍ରତିଶୃତି ଦେଉଛି ଯେ ଯେତେବେଳେ ଆପଣମାନେ ଫେରିବେ, ଆମେ ନିଶ୍ଚିତ ଭାବେ ଆପଣମାନଙ୍କ ବିଜୟର ଉତ୍ସବ ପାଳନ କରିବା । ନୀରଜ ଚୋପ୍ରାଙ୍କ ଉପରେ ତ ଦେଶବାସୀଙ୍କର ସ୍ୱତନ୍ତ୍ର ଭାବେ ନଜର ରହିବ ।

ବନ୍ଧୁଗଣ,

ଆଜିର ଏହି ସମୟ ଭାରତୀୟ କ୍ରୀଡା ଇତିହାସରେ ଏକ ପ୍ରକାର ସବୁଠାରୁ ମହତ୍ୱପୂର୍ଣ୍ଣ କାଳଖଣ୍ଡ ଅଟେ । ଆଜି ଆପଣମାନଙ୍କ ଭଳି ଖେଳାଳିମାନଙ୍କ ମନୋବଳ ମଧ୍ୟ ଦୃଢ ରହିଛି, ପ୍ରଶିକ୍ଷଣ ମଧ୍ୟ ଉନ୍ନତ ହେବାରେ ଲାଗଛି ଏବଂ ଖେଳ ପ୍ରତି ଦେଶରେ ପରିବେଶ ମଧ୍ୟ ଖୁବ ଉତମ ରହିଛି । ଆପଣମାନେ ସମସ୍ତେ ନୂତନ ଶିଖର ଚଢୁଛନ୍ତି, ନୂତନ ଶିଖର ଗଢୁଛନ୍ତି । ଆପଣମାନଙ୍କ ମଧ୍ୟରୁ ଅନେକ ସାଥୀ ଲଗାତାର ଅନ୍ତରାଷ୍ଟ୍ରୀୟ ଟୁର୍ଣ୍ଣାମେଂଟରେ ପ୍ରଶଂସନୀୟ ପ୍ରଦର୍ଶନ କରୁଛନ୍ତି । ଆପଣ ସମସ୍ତଙ୍କ ମଧ୍ୟରେ ଏହି ଅଦ୍ଭୁତପୂର୍ବ ଆତ୍ମବିଶ୍ୱାସ ଆଜି ସମଗ୍ର ଦେଶ ଅନୁଭବ କରୁଛି । ଏବଂ ବନ୍ଧୁଗଣ, ଚଳିତଥର ଆମର ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଯେଉଁ ଦଳ ରହିଛି, ସେହି ଦଳ ଅନେକ କାରଣ ପାଇଁ ସ୍ୱତନ୍ତ୍ର ଅଟେ । ଆମ ନିକଟରେ ଅନୁଭବ ଏବଂ ଏଥି ସହ ନୂତନ ଉର୍ଜା, ଉଭୟର ଅଦ୍ଭୁତ ସଂଗମ ରହିଛି । ଏହି ଟିମରେ ୧୪ ବର୍ଷିୟ ଅନହତ ଅଛନ୍ତି, ୧୬ ବର୍ଷିୟ ସଞ୍ଜନା ସୁଶୀଲ ଯୋଶୀ ଅଛନ୍ତି, ଶେଫାଳୀ ଏବଂ ବେବି ସହାନା ଅଛନ୍ତି । ଏହି ୧୭-୧୮ ବର୍ଷର ପିଲାମାନେ, ଏମାନେ ଆମ ଦେଶର ଗୌରବ ବଢାଇବାକୁ ଯାଉଛନ୍ତି । ଆପଣମାନେ କେବଳ ଖେଳରେ ନୁହେଁ, ବରଂ ବୈଶ୍ୱିକ ମଂଚରେ ନବ ଭାରତର ପ୍ରତିନିଧିତ୍ୱ କରୁଛନ୍ତି । ଆପଣମାନଙ୍କ ଭଳି ଯୁବ ଖେଳାଳି ଏହା ପ୍ରମାଣିତ କରୁଛନ୍ତି ଯେ ଭାରତର କୋଣ ଅନୁକୋଣ କ୍ରୀଡା ପ୍ରତିଭାରେ ପରିପୂର୍ଣ୍ଣ ।

ବନ୍ଧୁଗଣ,

ଆପଣମାନଙ୍କୁ ପ୍ରେରଣା ପାଇଁ, ପ୍ରୋତ୍ସାହନ ପାଇଁ ବାହାରକୁ ଦେଖିବାର ଆବଶ୍ୟକ ପଡିବ ନାହିଁ । ଆପଣଙ୍କ ଦଳ ମଧ୍ୟରେ ହିଁ ଯେତେବେଳେ ଆପଣମାନେ ମନପ୍ରୀତଙ୍କ ଭଳି ସାଥୀ ଖେଳାଳିଙ୍କୁ ଦେଖିବେ ତ ମନୋବଳ ବହୁଗୁଣା ବଢିଯିବ । ଗୋଡରେ ଆଘାତ କାରଣରୁ ତାଙ୍କୁ ଦୌଡ ପରିବର୍ତେ ସର୍ଟପୁଟରେ ନୂତନ ଭୂମିକା ଆପଣାଇବାକୁ ପଡିଲା ଏବଂ ସେ ଏହି ଖେଳରେ ଜାତୀୟ ରେକର୍ଡ ସ୍ଥାପନ କଲେ । କୌଣସି ବି ଆହ୍ୱାନ ସମ୍ମୁଖରେ ପରାସ୍ତ ନ ହେବା, ନିରନ୍ତର ଗତିଶୀଳ ରହିବା, ନିଜ ଲକ୍ଷ୍ୟ ପ୍ରତି ସମର୍ପିତ ରହିବାର ନାମ ହିଁ ହେଉଛି ଖେଳାଳି । ଏଥିପାଇଁ ଯେଉଁମାନେ ପ୍ରଥମ ଥର ଅନ୍ତରାଷ୍ଟ୍ରୀୟ କ୍ରୀଡାଙ୍ଗନରେ ଖେଳିବାକୁ ଯାଉଛନ୍ତି, ସେମାନଙ୍କୁ ମୁଁ କହିବି ଯେ ପଡିଆ ବଦଳିଛି, ପରିବେଶ ମଧ୍ୟ ବଦଳିଛି, କିନ୍ତୁ ଆପଣମାନଙ୍କ ମନୋଭାବ ବଦଳି ନାହିଁ, ଜିଦ୍ ବଦଳି ନାହିଁ । ଲକ୍ଷ୍ୟ ସେହି ସମାନ ରହିଛି ଯେ ତ୍ରିରଙ୍ଗା ଉଡାଇବାର ଅଛି, ଜାତୀୟ ସଂଗୀତର ଧୁନ ବାଜୁଥିବାର ଶୁଣିବାର ଅଛି । ଏଥିପାଇଁ ଚାପର ବଶବର୍ତୀ ହେବାର ନାହିଁ । ଉତମ ଏବଂ ପରାକାଷ୍ଠା ପୂର୍ଣ୍ଣ ଖେଳ ସହ ନିଜର ଛାପ ଛାଡି ଆସିବାକୁ ହେବ । ଆପଣମାନେ ଏପରି ସମୟରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେଉଛନ୍ତି, ଯେତେବେଳେ ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛି । ଏହି ଅବସରରେ ଆପଣ ଦେଶକୁ ସର୍ବଶ୍ରେଷ୍ଠ ପ୍ରଦର୍ଶନର ଉପହାର ଦେବେ, ଏହି ଲକ୍ଷ୍ୟ ସହ ଯେତେବେଳେ ପଡିଆକୁ ଓହ୍ଲାଇବେ, ସେତେବେଳେ ସମ୍ମୁଖରେ କିଏ ଅଛି, ସେ କଥାକୁ  ନେଇ କୌଣସି ତଫାତ୍ ପଡିବ ନାହିଁ ।

ବନ୍ଧୁଗଣ,

ଆପଣ ସମସ୍ତେ ଶ୍ରେଷ୍ଠ ପ୍ରଶିକ୍ଷଣ ନେଇଛନ୍ତି, ବିଶ୍ୱର ସମସ୍ତ ଉତମ ସୁବିଧା ସହ ପ୍ରଶିକ୍ଷଣ ନେଇଛନ୍ତି । ଏବେ ସେହି ପ୍ରଶିକ୍ଷଣକୁ ଏବଂ ନିଜର ସଙ୍କଳ୍ପ ଶକ୍ତିକୁ ଏକାଠି କରିବାର ସମୟ । ଆପଣମାନେ ଏପର୍ଯ୍ୟନ୍ତ ଯାହା ସବୁ ହାସଲ କରିଛନ୍ତି ସେସବୁ ନିଶ୍ଚିତ ଭାବରେ ପ୍ରେରଣାଦାୟୀ ଅଟେ । କିନ୍ତୁ ଏବେ ଆପଣମାନଙ୍କୁ ନୂତନ ଭାବରେ, ନୂଆ କିର୍ତୀମାନ ଆଡକୁ ଦେଖିବାର ଅଛି । ଆପଣମାନେ ନିଜ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରନ୍ତୁ, ଏହା କୋଟି କୋଟି ଦେଶବାସୀଙ୍କର ଆପଣଙ୍କଠାରୁ ଆଶା । ଦେଶବାସୀଙ୍କର ଶୁଭକାମନା ମଧ୍ୟ ଆପଣମାନଙ୍କ ପାଇଁ ରହିଛି । ଦେଶବାସୀଙ୍କ ପକ୍ଷରୁ ଆପଣମାନଙ୍କ ପ୍ରତି ଆଶୀର୍ବାଦ ମଧ୍ୟ ରହିଛି । ଏବଂ ମୋ ତରଫରୁ ଆପଣମାନଙ୍କୁ ଅନେକ ଅନେକ ଶୁଭକାମନା! ବହୁତ ବହୁତ ଧନ୍ୟବାଦ । ଏବଂ ଯେତେବେଳେ ବିଜୟୀ ହୋଇ ଫେରିବେ, ମୋ ପାଖକୁ ଆସିବାର ନିମନ୍ତ୍ରଣ ଆପଣମାନଙ୍କୁ ଏବେଠାରୁ ଦେଉଛି, ଅନେକ ଅନେକ ଶୁଭେଚ୍ଛା, ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rashtrapati Bhavan replaces colonial-era texts with Indian literature in 11 classical languages

Media Coverage

Rashtrapati Bhavan replaces colonial-era texts with Indian literature in 11 classical languages
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets citizens on National Voters’ Day
January 25, 2026
PM calls becoming a voter an occasion of celebration, writes to MY-Bharat volunteers

The Prime Minister, Narendra Modi, today extended greetings to citizens on the occasion of National Voters’ Day.

The Prime Minister said that the day is an opportunity to further deepen faith in the democratic values of the nation. He complimented all those associated with the Election Commission of India for their dedicated efforts to strengthen India’s democratic processes.

Highlighting the importance of voter participation, the Prime Minister noted that being a voter is not only a constitutional privilege but also a vital duty that gives every citizen a voice in shaping India’s future. He urged people to always take part in democratic processes and honour the spirit of democracy, thereby strengthening the foundations of a Viksit Bharat.

Shri Modi has described becoming a voter as an occasion of celebration and underlined the importance of encouraging first-time voters.

On the occasion of National Voters’ Day, the Prime Minister said has written a letter to MY-Bharat volunteers, urging them to rejoice and celebrate whenever someone around them, especially a young person, gets enrolled as a voter for the first time.

In a series of X posts; Shri Modi said;

“Greetings on #NationalVotersDay.

This day is about further deepening our faith in the democratic values of our nation.

My compliments to all those associated with the Election Commission of India for their efforts to strengthen our democratic processes.

Being a voter is not just a constitutional privilege, but an important duty that gives every citizen a voice in shaping India’s future. Let us honour the spirit of our democracy by always taking part in democratic processes, thereby strengthening the foundations of a Viksit Bharat.”

“Becoming a voter is an occasion of celebration! Today, on #NationalVotersDay, penned a letter to MY-Bharat volunteers on how we all must rejoice when someone around us has enrolled as a voter.”

“मतदाता बनना उत्सव मनाने का एक गौरवशाली अवसर है! आज #NationalVotersDay पर मैंने MY-Bharat के वॉलंटियर्स को एक पत्र लिखा है। इसमें मैंने उनसे आग्रह किया है कि जब हमारे आसपास का कोई युवा साथी पहली बार मतदाता के रूप में रजिस्टर्ड हो, तो हमें उस खुशी के मौके को मिलकर सेलिब्रेट करना चाहिए।”