Atal Tunnel will transform the lives of the people of the region: PM
Atal Tunnel symbolizes the commitment of the government to ensure that the benefits of development reach out to each and every citizen: PM
Policies now are not made on the basis of the number of votes, but the endeavour is to ensure that no Indian is left behind: PM
A new dimension is now going to be added to Lahaul-Spiti as a confluence of Dev Darshan and Buddha Darshan: PM

କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀମାନ ରାଜନାଥ ସିଂହ ମହାଶୟ, ହିମାଚଳ ପ୍ରଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାଇ ଜୟରାମ ଠାକୁର ମହାଶୟ, କେନ୍ଦ୍ରରେ ମୋର ସହଯୋଗୀ ମନ୍ତ୍ରୀ ହିମାଚଳ ପ୍ରଦେଶର ପୁଅ ଭାଇ ଅନୁରାଗ ଠାକୁର, ହିମାଚଳ ସରକାରର ମନ୍ତ୍ରୀଗଣ, ସ୍ଥାନୀୟ ଜନପ୍ରତିନିଧି ଏବଂ ଲାହୋଲ-ସ୍ଫୀତିର ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ଆଜି ଏକ ଦୀର୍ଘ ସମୟ ପରେ ଆପଣମାନଙ୍କ ଗହଣକୁ ଆସିବା ମୋ ପାଇଁ ହେଉଛି  ବହୁତ ସୁଖଦ ଅନୁଭବ । ଅଟଳ ସୁଡ଼ଙ୍ଗ ପାଇଁ ଆପଣ ସମସ୍ତଙ୍କୁ ବହୁତ-ବହୁତ ଅଭିନନ୍ଦନ ଏବଂ ଶୁଭକାମନା ।

“ଜୁଲେ, ଦି କେହ୍ନିଙ୍ଗ ଅଟଳ ଜୀଉ ତରଫେ ତୋହଫା ଶୁ”

ସାଥୀଗଣ,

ବର୍ଷ ବର୍ଷ ତଳେ ଯେତେବେଳେ ମୁଁ ଏଠାକୁ ଜଣେ କାର୍ଯ୍ୟକର୍ତ୍ତା ଭାବେ ଆପଣମାନଙ୍କ ଗହଣକୁ ଆସୁଥିଲି ତେବେ ରୋହତଙ୍ଗର ଦୀର୍ଘ ଯାତ୍ରା, ଦୀର୍ଘ ପଥ ଅତିକ୍ରମ କରି ଏଠାରେ ପହଂଚୁଥିଲି । ଆଉ ଶୀତ ଦିନରେ ଯେତେବେଳେ ରୋହତଙ୍ଗ ପାସ୍ ବନ୍ଦ ହୋଇଯାଉଥିଲା, ତେବେ ଔଷଧ, ପାଠପଢ଼ା ଏବଂ ରୋଜଗାରର ମଧ୍ୟ ସମସ୍ତ ପଥ କିପରି ବନ୍ଦ ହୋଇଯାଉଥିଲା, ତାହା ମୁଁ ଅନୁଭବ କରିଛି, ନିଜେ ଦେଖିଛି । ସେହି ସମୟରେ ମୋର ଅନେକ ସାଥୀ ଆଜି ମଧ୍ୟ ସକ୍ରିୟ ଅଛନ୍ତି । କିଛି ସାଥୀ ଏବେ ଆମ ମଧ୍ୟରେ ଜୀବିତ ନାହାଁନ୍ତି ।

ମୋର ବାରମ୍ବାର ସ୍ମରଣ ଅଛି ଯେ ଆମର କିନ୍ନୌରର ଠାକୁର ସେନ୍ ନେଗୀ ମହାଶୟ, ତାଙ୍କ ସହିତ କଥା ହେବା ପାଇଁ ମୋତେ ବହୁତ ସୁଯୋଗ ମିଳୁଥିଲା, ବହୁତ କିଛି ଜାଣିବା-ଶିଖିବାର ଅବସର ମିଳୁଥିଲା । ନେଗୀ ମହାଶୟ ଜଣେ ଅଧିକାରୀ ଭାବେ ଏବଂ ମୁଁ ଜଣେ ଜନ-ପ୍ରତିନିଧି ଭାବେ ହିମାଚଳର ବହୁତ ସେବା କରିଛି । ବୋଧହୁଏ ସେ 100 ବର୍ଷ ପୂରଣ କରିଥିଲେ, ଅବା କିଛି ଦିନ ବାକି ରହି ଯାଇଥିଲା? କିନ୍ତୁ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଏତେ ସକ୍ରିୟ ଥିଲେ । ତାଙ୍କ ବ୍ୟକ୍ତିତ୍ୱ ବହୁତ ବଡ଼ ଉର୍ଜ୍ଜାବାନ ଥିଲା, ବଡ଼ ପ୍ରେରଣାଦାୟକ ଥିଲା । ମୁଁ ତାଙ୍କୁ ବହୁତ କିଛି ପଚାରୁଥିଲି, ସେ ମଧ୍ୟ ବହୁତ କିଛି ଉତ୍ତର ଦେଉଥିଲେ, ଏକ ଦୀର୍ଘ ଇତିହାସର ସାକ୍ଷୀ ଥିଲେ । ଆଉ ସେ ଏହି ସଂପୂର୍ଣ୍ଣ କ୍ଷେତ୍ର ବିଷୟରେ ଜାଣିଥିଲେ, ବୁଝିଥିଲେ ଏବଂ ଏ ସମ୍ପର୍କରେ ମୋତେ ବହୁତ ସହାୟତା କରିଥିଲେ ।

ସାଥୀଗଣ,

ଏହି ଅଂଚଳର ସମସ୍ତ ଅସୁବିଧା ସହିତ ଅଟଳ ମହାଶୟ ଭଲ ଭାବେ ପରିଚିତ ଥିଲେ । ଏହି ପାହାଡ଼ ସଦା ସର୍ବଦା ଅଟଳ ମହାଶୟଙ୍କ ବହୁତ ପ୍ରିୟ ଥିଲା । ଆପଣ ସମସ୍ତଙ୍କର କଷ୍ଟ କମ୍ ହେଉ, ଏଥିପାଇଁ ହିଁ 2000 ମସିହାରେ ଅଟଳ ମହାଶୟ ଯେତେବେଳେ କୈଲାଙ୍ଗ ଆସିଥିଲେ ସେତେବେଳେ ଏହି ସୁଡ଼ଙ୍ଗ ସମ୍ପର୍କରେ ଘୋଷଣା କରିଥିଲେ । ସେହି ସମୟରେ ଉତ୍ସବର ଯେଉଁ ବାତାବରଣ ଏଠାକାର ସଂପୂର୍ଣ୍ଣ ଅଂଚଳରେ ଥିଲା, ତାହା ଆଜି ମଧ୍ୟ ମୋର ମନେ ପଡ଼ୁଛି । ଏଠାକାର ସୁପୁତ୍ର ଥିଲେ ମହାନ ଜନସେବକ ଟଶୀ ଦାୱା ମହାଶୟ, ଯାହାଙ୍କର ସଂକଳ୍ପକୁ ମଧ୍ୟ ଆଜି ସିଦ୍ଧି ମିଳି ପାରିଛି । ତାଙ୍କର ଏବଂ ତାଙ୍କ ଅନ୍ୟ ସାଥୀମାନଙ୍କର ଆଶୀର୍ବାଦରୁ ଏହା ସମ୍ଭବ ହୋଇଛି ।

ସାଥୀଗଣ,

ଅଟଳ ସୁଡ଼ଙ୍ଗ ନିର୍ମାଣ ହୋବ ପରେ ଲାହୋଲର ଲୋକମାନଙ୍କ ପାଇଁ ନୂଆ ସକାଳ ଆରମ୍ଭ ହୋଇଛି, ପାଙ୍ଗୀର ଲୋକଙ୍କ ଜୀବନ ମଧ୍ୟ ବଦଳିବାକୁ ଯାଉଛି । 9 କିଲୋମିଟରର ଏହି ସୁଡ଼ଙ୍ଗ ଦ୍ୱାରା 45-46 କିଲୋମିଟରର ଦୂରତା ସିଧାସଳଖ ହ୍ରାସ ପାଇଛି । ଏହି ଅଂଚଳର ଅନେକ ସାଥୀମାନେ କେବେ କଳ୍ପନା ମଧ୍ୟ କରି ନଥିଲେ ଯେ ସେମାନଙ୍କ ଜୀବନ କାଳରେ ଏହି ସୁଯୋଗ ସେମାନଙ୍କୁ ମଧ୍ୟ ମିଳିବ । ଏମାନେ ହେଉଛନ୍ତି ସେହି ଲୋକ, ଯେଉଁମାନେ କେଜାଣି କେତେ ରୋଗୀଙ୍କୁ ଶୀତ ଦିନେ କୌଣସି ସାଧନର ଅପେକ୍ଷାରେ, କଷ୍ଟରେ, ଯନ୍ତ୍ରଣା ମଧ୍ୟରେ, ପୀଡ଼ା ମଧ୍ୟରେ ଦେଖିଛୁ ଆଉ ନିଜେ ମଧ୍ୟ ସେହି ପୀଡ଼ାକୁ ଅନୁଭବ କରିଛୁ । ଆଜି ତାଙ୍କୁ ଆତ୍ମସନ୍ତୋଷ ମିଳିଛି ଯେ ସେମାନଙ୍କର ପିଲାମାନଙ୍କୁ, ପୁଅ-ଝିଅମାନଙ୍କୁ ସେହି କଷ୍ଟକର ଦିନଗୁଡ଼ିକୁ ଆଉ ଦେଖିବାକୁ ପଡ଼ିବ ନାହିଁ ।

ସାଥୀଗଣ,

ଅଟଳ ସୁଡ଼ଙ୍ଗ ନିର୍ମାଣ ହେବା ଦ୍ୱାରା ଲାହୋଲ-ସ୍ଫୀତି ଏବଂ ପାଙ୍ଗୀର କୃଷକ ହୁଅନ୍ତୁ, ଉଦ୍ୟାନ କୃଷି ସହିତ ଜଡ଼ିତ ଲୋକ ହୁଅନ୍ତୁ, ପଶୁପାଳକ ହୁଅନ୍ତୁ, ଛାତ୍ରଛାତ୍ରୀ ହୁଅନ୍ତୁ, ଚାକିରୀ କରିଥିବା ଲୋକ ହୁଅନ୍ତୁ, ବ୍ୟବସାୟୀ-କାରବାର କରୁଥିବା ଲୋକ ହୁଅନ୍ତୁ, ସମସ୍ତଙ୍କୁ ଲାଭ ମିଳିବାକୁ ଯାଉଛି । ଏବେ ଲାହୋଲର କୃଷକଙ୍କର କୋବି, ଆଳୁ ଏବଂ ମଟର ଫସଲ ନଷ୍ଟ ହେବ ନାହିଁ, ବରଂ ଦ୍ରୁତ ଗତିରେ ବଜାରରେ ପହଂଚିବ ।

ଲାହୋଲ ପାଇଁ ପରିଚୟ ସୃଷ୍ଟି କରିଥିବା ଚନ୍ଦ୍ରମୁଖୀ ଆଳୁ, ତାହାର ସ୍ୱାଦ ମୁଁ ମଧ୍ୟ ଜାଣିଛି । ଚନ୍ଦ୍ରମୁଖୀ ଆଳୁକୁ ମଧ୍ୟ ଏବେ ନୂତନ ବଜାର ମିଳିବ, ନୂତନ କ୍ରେତା ମିଳିବେ, ସଂପୂର୍ଣ୍ଣ ନୂତନ ବଜାର ମିଳିଯିବ । ଏବେ ନୂତନ ପନିପରିବା, ନୂଆ ଫସଲ ଭଳି ଏହି କ୍ଷେତ୍ରରେ ନିଜ ଉତ୍ପାଦ ପାଇଁ ଦାମ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବ ।

ଲାହୋଲ-ସ୍ଫୀତି ଏକ ପ୍ରକାରରେ ଔଷଧୀୟ ବୃକ୍ଷ ଏବଂ ତାହାର ମସଲା ହେଙ୍ଗୁ, କୁଠ, ମନୁ, କଳାଜିରା, କଡ଼ୁ, କେସର, ପତୀଶ ଭଳି ଶହ-ଶହ ଜଡ଼ିବୁଟୀର ମଧ୍ୟ ବହୁତ ବଡ଼ ଉତ୍ପାଦକ ପାଲଟିଛି । ଏହି ଉତ୍ପାଦ କେବଳ ଦେଶରେ ହିଁ ନୁହେଁ, ସମଗ୍ର ବିଶ୍ୱରେ ଲାହୋଲ-ସ୍ଫୀତିର, ହିମାଚଳର, ଭାରତର ପରିଚୟ ସୃଷ୍ଟି କରିପାରିବ ।

ଅଟଳ ସୁଡ଼ଙ୍ଗର ଆଉ ଏକ ଲାଭ ହେବ ଯେ ଏବେ ନିଜ ପିଲାମାନଙ୍କର ପାଠପଢ଼ା ପାଇଁ ଆପଣମାନଙ୍କୁ ପଳାୟନ କରିବାର ଆବଶ୍ୟକତା ପଡ଼ିବ ନାହିଁ । ଏହି ସୁଡ଼ଙ୍ଗରେ କେବଳ ଯିବା ପାଇଁ ନୁହେଁ, ଫେରିବା ପାଇଁ ମଧ୍ୟ ରାସ୍ତାକୁ ସହଜ କରି ଦେଇଛି ।

ସାଥୀଗଣ,

ଏହି ସମଗ୍ର ଅଂଚଳରେ ପର୍ଯ୍ୟଟନକୁ ନେଇ ଅପାର ସମ୍ଭାବନା ରହିଛି । ଏଠାରେ ପ୍ରକୃତିର ମଧ୍ୟ ଅସୀମ କୃପା ରହିଛି ଏବଂ ଆଧ୍ୟାତ୍ମ ଓ ଆସ୍ଥା ସହିତ ଜଡ଼ିତ ପର୍ଯ୍ୟଟନ ପାଇଁ ଅଦ୍ଭୁତ ସମ୍ଭାବନା ରହିଛି । ପର୍ଯ୍ୟଟକଙ୍କ ପାଇଁ ଏବେ ନା ଚନ୍ଦ୍ରତାଲ ଦୂରରେ ଅଛି ନା ହିଁ ସ୍ଫୀତି ଉପତ୍ୟାକା ପର୍ଯ୍ୟନ୍ତ ପହଂଚିବା କଷ୍ଟକର ହେବ । ତୁପଚିଲିଙ୍ଗ ଗୋଁପା ହେଉ ଅବା ତ୍ରିଲୋକୀନାଥ ହେଉ, ଦେବଦର୍ଶନ ଏବଂ ବୌଦ୍ଧ ଦର୍ଶନର ସଙ୍ଗମ ରୂପେ ଲାହୋଲ-ସ୍ଫୀତିକୁ ଏବେ ନୂତନ ପରିଚୟ ମିଳିବାକୁ ଯାଉଛି । ବରଂ ଏହା ହେଉଛି ସେହି ପଥ ଯେଉଁଠାରୁ ବୌଦ୍ଧମଠ ଏବଂ ତିବ୍ଦତ ଏବଂ ଅନ୍ୟ ଦେଶ ପର୍ଯ୍ୟନ୍ତ ପ୍ରଚାର-ପ୍ରସାର ବଢ଼ିଲା ଏବଂ ସମ୍ପ୍ରସାରଣ ହେଲା ।

ସ୍ଫୀତି ଉପତ୍ୟାକାରେ ଅବସ୍ଥିତ ଦେଶର ବୌଦ୍ଧଶିକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ତାମ୍ବୋ ମଠ ପର୍ଯ୍ୟନ୍ତ ବିଶ୍ୱର ବିଭିନ୍ନ ଲୋକଙ୍କର ପହଂଚିବା ଆହୁରି ସୁଗମ ହେବାକୁ ଯାଉଛି । ଅର୍ଥାତ ଏକ ପ୍ରକାରରେ ଏହି ସଂପୂର୍ଣ୍ଣ ଅଂଚଳ ପୂର୍ବ ଏସିଆ ସମେତ ବିଶ୍ୱର ଅନେକ ଦେଶର ବୌଦ୍ଧ ଅନୁଗାମୀମାନଙ୍କ ପାଇଁ ମଧ୍ୟ ଏକ ବଡ଼ କେନ୍ଦ୍ର ହେବାକୁ ଯାଉଛି ।

ଏହା ସୁନିଶ୍ଚିତ ଯେ ଏହି ସୁଡ଼ଙ୍ଗ ଏଇ ସଂପୂର୍ଣ୍ଣ ଅଂଚଳର ଯୁବକମାନଙ୍କ ପାଇଁ ରୋଜଗାରର ଅନେକ ସୁଯୋଗ ସୃଷ୍ଟି କରିବାକୁ ଯାଉଛି । କେହି ଘରେ ଆଶ୍ରୟ ଗୃହ ଚଳାଇବ, କେହି ଗେଷ୍ଟ ହାଉସ ଚଳାଇବ, କିଏ ଢ଼ାବା ଖୋଲିବ, କିଏ  ଦୋକାନ ଖୋଲିବ ପୁଣି ଏଠାରେ ଅନେକ ସାଥୀଙ୍କୁ ଗାଇଡ଼୍ ଭାବେ ମଧ୍ୟ ରୋଜଗାର ଉପଲବ୍ଧ ହେବ । ଏଠାକାର ହସ୍ତକଳା, ଏଠାକାର ଫଳ, ଔଷଧପତ୍ର ସବୁକିଛି ।

ସାଥୀଗଣ,

ଅଟଳ ସୁଡ଼ଙ୍ଗ କେନ୍ଦ୍ର ସରକାରଙ୍କର ସେହି ସଂକଳ୍ପର ମଧ୍ୟ ହେଉଛି ଅଂଶ, ଯାହା ଦେଶର ପ୍ରତ୍ୟେକ ଭାଗରେ, ଦେଶର ପ୍ରତ୍ୟେକ ବ୍ୟକ୍ତି ପର୍ଯ୍ୟନ୍ତ ବିକାଶର ଲାଭ ପହଂଚିବା ଦରକାର । ନଚେତ ଆପଣ ମନେ ପକାନ୍ତୁ, ପୂର୍ବରୁ ସ୍ଥିତି କ’ଣ ଥିଲା ।

ଲାହୋଲ-ସ୍ଫୀତି ଭଳି ଦେଶର ଅନେକ ଭାଗରେ ଏଭଳି ଅବସ୍ଥା ଥିଲା, ଯାହାକୁ ଅନେକ ସମସ୍ୟା ସହିତ ସଂଘର୍ଷ କରିବା ପାଇଁ ସେମାନଙ୍କ ଭାଗ୍ୟ ଉପରେ ଛାଡ଼ି ଦିଆ ଯାଇଥିଲା । ଏହାର ସିଧାସଳଖ କାରଣ ଏହାଥିଲା ଯେ ଏହି କ୍ଷେତ୍ର କିଛି ଲୋକଙ୍କର ରାଜନୈତିକ ସ୍ୱାର୍ଥକୁ ସିଦ୍ଧ କରୁ ନଥିଲା ।

ସାଥୀଗଣ,

ବିଗତ ବର୍ଷଗୁଡ଼ିକ ପରେ ଏବେ ନୂତନ ଚିନ୍ତାଧାରା ସହିତ ଦେଶରେ କାର୍ଯ୍ୟ ହେଉଛି । ସମସ୍ତଙ୍କ ସହିତ, ସମସ୍ତଙ୍କର ବିଶ୍ୱାସ ସହିତ, ସମସ୍ତଙ୍କର ବିକାଶ ହେଉଛି । ସରକାରଙ୍କର କାର୍ଯ୍ୟକଳାପର ପଦ୍ଧତିରେ ବଡ଼ ପରିବର୍ତ୍ତନ ଅଣାଯାଇଛି । ଏବେ ଯୋଜନା ସବୁ ଏହି ଆଧାର ଉପରେ ନୁହେଁ, ଯେ  କେଉଁଠାରେ କେତେ ଭୋଟ ଅଛି । ଏବେ ପ୍ରୟାସ କରାଯାଉଛି ଓ ଏହି କଥା ଉପରେ ଗୁରୁତ୍ୱ ଦିଆଯାଉଛି ଯେ, କୌଣସି ଭାରତୀୟ ମଧ୍ୟ ବାଦ୍ ନ ପଡ଼ନ୍ତୁ, ପଛରେ ରହି ନ ଯାଆନ୍ତୁ ।

ଏହି ପରିବର୍ତ୍ତନର ଏକ ବହୁତ ବଡ଼ ଉଦାହରଣ ହେଉଛି ଲାହୋଲ-ସ୍ଫୀତି । ଏହା ହେଉଛି ଦେଶର ସେହି ପ୍ରଥମ ଜିଲ୍ଲା ମଧ୍ୟରୁ ଗୋଟିଏ, ଯେଉଁଠାରେ ପ୍ରତ୍ୟେକ ଘରେ ପାଇପ୍ ଯୋଗେ ପାନୀୟ ଜଳର ବ୍ୟବସ୍ଥା ହୋଇ ପାରିଛି । ଜଳ ଜୀବନ ମିଶନ କିପରି ଲୋକଙ୍କ ଜୀବନକୁ ସହଜ କରିଛି, ଏହି ଜିଲ୍ଲା ହେଉଛି ତାହାର ପ୍ରତୀକ ।

ସାଥୀଗଣ,

ଆମ ସରକାର ଦଳିତ-ପୀଡ଼ିତ-ଶୋଷିତ-ବଂଚିତ, ଆଦିବାସୀ, ସମସ୍ତଙ୍କୁ ମୌଳିକ ସୁବିଧାଗୁଡ଼ିକ ଯୋଗାଇ ଦେବାର ସଂକଳ୍ପର ସହିତ କାର୍ଯ୍ୟ କରୁଛି । ଆଜି ଦେଶର 15 କୋଟିରୁ ଅଧିକ ଘରେ ବିଶୁଦ୍ଧ ପିଇବା ପାଣି, ପାଇପ୍ ଯୋଗେ ପହଂଚାଇବାର ବହୁତ ବଡ଼ ଅଭିଯାନ ଚାଲୁ ରହିଛି ।

ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଦେଶର 18 ହଜାରରୁ ଅଧିକ ଗାଁ ଅନ୍ଧକାର ମଧ୍ୟରେ ବଂଚିବା ପାଇଁ ବାଧ୍ୟ ହେଉଥିଲେ । ଆଜି ଏହିସବୁ ଗାଁରେ ଆଲୋକ ପହଂଚିପାରିଛି ।

ସ୍ୱାଧୀନତାର ଏତେ ଦଶକ ପରେ ମଧ୍ୟ ଏହି ଅଂଚଳକୁ ଶୌଚାଳୟର ସୁବିଧା ମିଳି ପାରିଛି, କେବଳ ଏତିକି ହିଁ ନୁହେଁ ଖାଦ୍ୟ ରୋଷେଇ କରିବା ପାଇଁ ଏଲପିଜି ଗ୍ୟାସ ସଂଯୋଗ ଉପଲବ୍ଧ ହୋଇ ପାରିଛି ।

ଏବେ ଏହି ପ୍ରୟାସ କରାଯାଉଛି ଯେ ଦେଶର ଦୂର-ଦୂରାନ୍ତରେ ରହିଥିବା ଅଂଚଳକୁ ଉତ୍ତମରୁ ଅତି ଉତ୍ତମ ଚିକିତ୍ସା ସୁବିଧା ମିଳିପାରୁ । ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଗରିବମାନଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମଧ୍ୟ ଦିଆଯାଇଛି ।

ଏଠାରେ ହିମାଚଳକୁ ମଧ୍ୟ 22 ଲକ୍ଷରୁ ଅଧିକ ଗରିବ ଭାଇ-ଭଉଣୀମାନଙ୍କୁ ଚିକିତ୍ସାର ସୁବିଧା ସୁନିଶ୍ଚିତ ହୋଇଛି । ଏହି ଅଭିଯାନରେ ଦେଶର ଦୂର-ଦୂରାନ୍ତର ଅଂଚଳରେ ରୋଜଗାରର ମଧ୍ୟ ଅନେକ ସୁଯୋଗ ସୃଷ୍ଟି ହୋଇଛି, ଯୁବକମାନଙ୍କୁ ଲାଭ ମିଳିଛି ।

ସାଥୀଗଣ,

ପୁଣିଥରେ ଅଟଳ ସୁଢ଼ଙ୍ଗ ଭାବେ ବିକାଶର ନୂତନ ଦ୍ୱାର ପାଇଁ ଲାହୋଲ-ସ୍ଫୀତି ଏବଂ ପାଙ୍ଗୀ ଘାଟୀର ଆପଣ ସମସ୍ତ ଭାଇ-ଭଉଣୀମାନଙ୍କୁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି । ଆଉ ମୁଁ ଅନୁରୋଧ କରିବି, ଏହି କଥା ମୁଁ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ କହୁଛି । କରୋନାର ଏହି ସଙ୍କଟ ସମୟରେ ନିଜର ଏବଂ ନିଜ ପରିବାରର ଧ୍ୟାନ ରଖନ୍ତୁ । ମାସ୍କର ଉପଯୋଗ କରନ୍ତୁ, ହାତର ପରିଷ୍କାର-ପରିଚ୍ଛନ୍ନତା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ।

ମୋତେ ଏହି ଐତିହାସିକ କାର୍ଯ୍ୟକ୍ରମର ଏକ ଅଂଶ ଭାବେ ବିବେଚନା କରିଥିବାରୁ, ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ହୃଦୟର ସହିତ ବହୁତ-ବହୁତ କୃତଜ୍ଞତା ଜଣାଉଛି ।

ଧନ୍ୟବାଦ!      

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Meets Amazon CEO Andy Jassy, Tech Giant To Invest $48 Billion In India By 2030

Media Coverage

PM Modi Meets Amazon CEO Andy Jassy, Tech Giant To Invest $48 Billion In India By 2030
NM on the go

Nm on the go

Always be the first to hear from the PM. Get the App Now!
...
Governor of Gujarat meets the Prime Minister
June 25, 2026

Governor of Gujarat, Shri Acharya Devvrat met with the Prime Minister Shri Narendra Modi, today.

The Prime Minister posted on X;

Governor of Gujarat, Shri @ADevvrat met Prime Minister @narendramodi today.