“Budget has given clear roadmap for achieving the goal of saturation of government development schemes benefits and how basic amenities can reach cent percent population”
“Broadband will not only provide facilities in the villages but will also create a big pool of skilled youth in the villages”
“We have to ensure that the dependence of the rural people on the revenue department is minimized.”
“For achieving 100 per cent coverage in different schemes, we will have to focus on new technology, so that projects get completed with speed and quality too is not compromised”
“Women power is the foundation of rural economy. Financial inclusion has ensured better participation of women in the financial decisions of the families”

ନମସ୍କାର !

ମନ୍ତ୍ରିମଣ୍ଡଳରେ ମୋର ସମସ୍ତ ସହଯୋଗୀ, ରାଜ୍ୟ ସରକାରମାନଙ୍କର ପ୍ରତିନିଧି, ସାମାଜିକ ସଂସ୍ଥାମାନଙ୍କ ସହ ଜଡ଼ିତ ସାଥୀମାନେ, ବିଶେଷ କରି ଉତ୍ତର ପୂର୍ବାଞ୍ଚଳର ଦୂରବର୍ତ୍ତୀ ଇଲାକାରୁ ଆମ ସହ ଯୋଡ଼ି ହୋଇଥିବା ସାଥୀମାନେ !

ଭାଇ ଓ ଭଉଣୀମାନେ,

ବଜେଟ୍‌ ପରେ, ବଜେଟ୍‌ରେ ହୋଇଥିବା ଘୋଷଣାଗୁଡ଼ିକୁ ଲାଗୁ କରିବା ଦିଗରେ ଆଜି ଆପଣମାନଙ୍କ ସହିତ, ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରିବା ଲାଗି ସୁଯୋଗ ମିଳିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ଆମ ସରକାରଙ୍କ ନୀତି ଓ ପଦକ୍ଷେପର ମୌଳିକ ସିଦ୍ଧାନ୍ତ ତଥା ପରିଣାମ ସୂତ୍ର । ଆଜିର ବିଷୟବସ୍ତୁ - ''Leaving no citizen behind'' (ଜଣେ ହେଲେ ନାଗରିକଙ୍କୁ ପଛରେ ଛାଡ଼ିବା ନାହିଁ) ମଧ୍ୟ ଏହି ସୂତ୍ରରୁ ଆସିଛି । ସ୍ୱାଧୀନତାର ଅମୃତକାଳ ପାଇଁ ଆମେ ଯେଉଁ ସଂକଳ୍ପ ନେଇଛୁ, ତାହା ସମସ୍ତଙ୍କ ପ୍ରୟାସ ବଳରେ ହିଁ ସିଦ୍ଧ ହୋଇପାରିବ । ସମସ୍ତଙ୍କ ପ୍ରୟାସ ସେତିକିବେଳେ ସମ୍ଭବ ହେବ ଯେତେବେଳେ ସମସ୍ତଙ୍କର ବିକାଶ ହେବ, ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ କ୍ଷେତ୍ରକୁ ବିକାଶର ସମ୍ପୂର୍ଣ୍ଣ ଲାଭ ମିଳିପାରିବ। ସେଥିପାଇଁ ବିଗତ ସାତ ବର୍ଷ ମଧ୍ୟରେ ଆମେ ଦେଶର ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ କ୍ଷେତ୍ରର ସାମର୍ଥ୍ୟକୁ ବଢ଼ାଇବା ଲାଗି ନିରନ୍ତର ପ୍ରୟାସ କରୁଛୁ । ଦେଶର ଗାଁ ଓ ଗରିବମାନଙ୍କୁ ପକ୍କା ଘର, ଶୌଚାଳୟ, ଗ୍ୟାସ, ବିଦ୍ୟୁତ, ପାଣି, ସଡ଼କ ଭଳି ମୌଳିକ ସୁବିଧା ସହ ଯୋଡ଼ିବା ସରକାରଙ୍କ ସବୁ ଯୋଜନାର ଉଦ୍ଦେଶ୍ୟ। ଦେଶ ଏ କ୍ଷେତ୍ରରେ ବିଶେଷ ସଫଳତା ପାଇପାରିଛି । କିନ୍ତୁ ଏବେ ସମୟ ଆସିଛି ଏସବୁ ଯୋଜନା କିଭଳି ପରିପୂର୍ଣ୍ଣତା ତଥା ଶତପ୍ରତିଶତ ଲକ୍ଷ୍ୟ ହାସଲ କରିବ ସେ ଦିଗରେ ଆମେ ଉଦ୍ୟମ କରିବା । ଏଥିପାଇଁ ଆମକୁ ନୂଆ ରଣନୀତି ଆପଣାଇବାକୁ ପଡ଼ିବ । ଅନୁଧ୍ୟାନ ପାଇଁ, ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ପାଇଁ, ପ୍ରଯୁକ୍ତିର ଉପଯୋଗ କରିବାକୁ ହେବ । ଏପରି ଭାବେ ନୂତନ ବ୍ୟବସ୍ଥା ବିକଶିତ କରିବାକୁ ପଡ଼ିବ । ଆମକୁ ସମ୍ପୂର୍ଣ୍ଣ ଶକ୍ତି ବିନିଯୋଗ କରିବାକୁ ହେବ ।

ବନ୍ଧୁଗଣ,

ପରିପୂର୍ଣ୍ଣତା ପ୍ରାପ୍ତିର ଏହି ବଡ଼ ଲକ୍ଷ୍ୟ ହାସଲ କରିବା ଲାଗି ଏହି ବଜେଟରେ ସରକାର ଏକ ସ୍ପଷ୍ଟ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି । ବଜେଟରେ ପିଏମ ଆବାସ ଯୋଜନା, ଗ୍ରାମୀଣ ସଡ଼କ ଯୋଜନା, ଜଳ ଜୀବନ ମିଶନ, ଉତ୍ତର-ପୂର୍ବାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା, ଗାଁରେ ବ୍ରଡବ୍ୟାଣ୍ଡ କନେକ୍ଟିଭିଟି, ଏପରି ପ୍ରତ୍ୟେକ ଯୋଜନା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ଏସବୁ ହେଉଛି ଗ୍ରାମୀଣ କ୍ଷେତ୍ର, ଉତ୍ତର ପୂର୍ବାଞ୍ଚଳ ସୀମାବର୍ତ୍ତୀ ଇଲାକା ଏବଂ ଆକାଂକ୍ଷୀ ଜିଲ୍ଲାମାନଙ୍କରେ ବିଭିନ୍ନ ସୁବିଧାର ପରିପୂର୍ଣ୍ଣତା ଦିଗରେ ଆଗକୁ ବଢ଼ିବା ଲାଗି ହେଉଥିବା ପ୍ରୟାସର ଅଂଶବିଶେଷ। ବଜେଟରେ ଯେଉଁ ‘ଭାଇବ୍ରାଣ୍ଟ ବର୍ଡର ଭିଲେଜ’ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି, ତାହା ଆମ ସୀମାବର୍ତ୍ତୀ ଗ୍ରାମାଞ୍ଚଳର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ‘ଉତ୍ତର ପୂର୍ବାଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀଙ୍କ ବିକାଶ ଯୋଜନା’ ଅର୍ଥାତ୍‌ ପିଏମ-ଡିଭାଇନ ଉତ୍ତର ପୂର୍ବାଞ୍ଚଳରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବିକାଶ ଯୋଜନାର ଶତପ୍ରତିଶତ ଲାଭ ସୁନିଶ୍ଚିତ କରିବା ଦିଗରେ ବିଶେଷ ସହାୟକ ହୋଇପାରିବ ।

ଗ୍ରାମାଞ୍ଚଳର ବିକାଶ ଲାଗି ସେଠାରେ ଘର ଓ ଜମିଗୁଡ଼ିକୁ ସଠିକ ଭାବେ ଚିହ୍ନଟ କରିବାର ଆବଶ୍ୟକତା ରହିଛି । ସ୍ୱାମୀତ୍ୱ ଯୋଜନା ଯୋଗୁ ଏଥିରେ ବିଶେଷ ସହାୟତା ମିଳିପାରୁଛି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ଅଧୀନରେ ୪୦ ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ ଜାରି କରାଯାଇସାରିଛି । ଜମି ରେକର୍ଡ ପଞ୍ଜୀକରଣ ଲାଗି ଏକ ନେସନାଲ ସିଷ୍ଟମ ଏବଂ ଏକ ୟୁନିକ ଲ୍ୟାଣ୍ଡ ଆଇଡେଣ୍ଟିଫିକେସନ ପିନ, ଖୁବ୍‌ ବଡ଼ ଏକ ସୁବିଧା ଭାବେ କାର୍ଯ୍ୟ କରିବ । ରାଜସ୍ୱ ବିଭାଗ ଉପରେ ସାଧାରଣ ଗାଁ ଲୋକଙ୍କ ନିର୍ଭରଶୀଳତାକୁ ହ୍ରାସ କରିବା ଲାଗି ଆମକୁ ସୁନିଶ୍ଚିତ ପଦକ୍ଷେପ ଗ୍ରହଣ କରିବାକୁ ହେବ । ଜମି ରେକର୍ଡର ଡିଜିଟାଇଜେସନ ଏବଂ ଡିମାର୍କେସନ (ଚିହ୍ନଟ କରିବା) ସହ ଜଡ଼ିତ ସମାଧାନକୁ ଆଧୁନିକ ଟେକ୍ନୋଲୋଜି ସହ ଯୋଡ଼ିବା ଲାଗି ଆଜି ଆବଶ୍ୟକତା ରହିଛି । ମୁଁ ଭାବୁଛି ଯେ ସମସ୍ତ ରାଜ୍ୟ ସରକାର ଯଦି ସମୟ-ସୀମା ନିର୍ଦ୍ଧାରଣ କରି କାମ କରିବେ, ତା’ହେଲେ ଗାଁର ବିକାଶକୁ ଅଧିକ ଗତି ମିଳିବ । ଏଗୁଡ଼ିକ ଏପରି ସଂସ୍କାର, ଯାହା ଗାଁରେ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣର ଗତି ବଢ଼ାଇବେ ଏବଂ ଗାଁରେ ବ୍ୟବସାୟିକ କାର୍ଯ୍ୟକଳାପକୁ ମଧ୍ୟ ପ୍ରୋତ୍ସାହିତ କରିବେ । ଭିନ୍ନ ଭିନ୍ନ ଯୋଜନାରେ ୧୦୦ ପ୍ରତିଶତ ଲକ୍ଷ୍ୟ ହାସଲ କରିବା ଲାଗି ଆମକୁ ନୂଆ ପ୍ରଯୁକ୍ତି ଉପରେ ମଧ୍ୟ ଧ୍ୟାନ ଦେବାକୁ ହେବ, ଯାହାଫଳରେ ଦ୍ରୁତଗତିରେ ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହୋଇପାରିବ ଏବଂ ଗୁଣବତ୍ତା ସହ ମଧ୍ୟ ସାଲିସ ହେବ ନାହିଁ ।

ବନ୍ଧୁଗଣ,

ପ୍ରତ୍ୟେକ ବର୍ଷ ବଜେଟରେ ପିଏମ ଆବାସ ଯୋଜନା ପାଇଁ ୪୮ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ୮୦ ଲକ୍ଷ ଆବାସ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି, ଏହାକୁ ମଧ୍ୟ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ କରିବା ଲାଗି ଦ୍ରୁତ ଗତିରେ କାମ କରିବାକୁ ହେବ । ଆପଣମାନେ ସମସ୍ତେ ଜାଣନ୍ତି ଯେ ଆଜି ଦେଶର ୬ଟି ସହରରେ ଶସ୍ତା ବାସଗୃହ ନିର୍ମାଣ ପାଇଁ ନୂଆ ପ୍ରଯୁକ୍ତି ଉପଯୋଗ କରି, ୬ଟି ଲାଇଟ୍‌ ହାଉସ ପ୍ରକଳ୍ପ ନିର୍ମାଣ ପାଇଁ କାମ ଆରମ୍ଭ କରାଯାଇଛି । ଏଭଳି ପ୍ରଯୁକ୍ତି ଗ୍ରାମାଞ୍ଚଳ ଘରେ କିଭଳି ଉପଯୋଗ ହୋଇପାରିବ, ଆମ ଇକୋସିଷ୍ଟମ ଜୋନ୍ସରେ ହୋଇଥିବା ନିର୍ମାଣ ପାଇଁ ଆମେ ନୂଆ ପ୍ରଯୁକ୍ତିର ଉପଯୋଗ କିଭଳି କରିପାରିବା, ଏହାର ସମାଧାନ ଉପରେ ଏକ ସାର୍ଥକ ଏବଂ ଗମ୍ଭୀର ଆଲୋଚନା ଆବଶ୍ୟକ । ଗାଁରେ, ପାହାଡ଼ିଆ ଅଞ୍ଚଳରେ, ଉତ୍ତର ପୂର୍ବାଞ୍ଚଳରେ ସଡ଼କ ରକ୍ଷଣାବେକ୍ଷଣ କାର୍ଯ୍ୟ ମଧ୍ୟ ବହୁତ ବଡ଼ ଆହ୍ୱାନ ହୋଇଥାଏ। ସ୍ଥାନୀୟ ଭୌଗଳିକ ପରିସ୍ଥିତି ଅନୁଯାୟୀ, ଦୀର୍ଘସ୍ଥାୟିତ୍ୱ ହାସଲ କରିବା ଲାଗି ଉପଯୁକ୍ତ ଉପକରଣ ଚିହ୍ନଟ କରିବା, ଏହାର ସମାଧାନ କରିବା ମଧ୍ୟ ଅତ୍ୟନ୍ତ ଆବଶ୍ୟକ।

ବନ୍ଧୁଗଣ,

ଜଳ ଜୀବନ ମିଶନ ଅଧୀନରେ ପାଖାପାଖି ୪ କୋଟି ସଂଯୋଗ ଦେବା ପାଇଁ ଆମେ ଲକ୍ଷ୍ୟ ରଖିଛୁ । ଏହି ଟର୍ଗେଟ ହାସଲ କରିବା ଲାଗି ଆପଣଙ୍କୁ ନିଜ ପରିଶ୍ରମ ଆହୁରି ବଢ଼ାଇବାକୁ ହେବ। ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ମୋର ଅନୁରୋଧ ଯେ, ପାଇପଲାଇନ ବିଛାଇବା, ଜଳ ଯୋଗାଣ କାମ କରିବାରେ ଉଚ୍ଚ ଗୁଣବତ୍ତା ବଜାୟ ରଖିବା ପ୍ରତି ଧ୍ୟାନ ଦେବା ଜରୁରି । ଗ୍ରାମୀଣ ସ୍ତରରେ ଲୋକମାନଙ୍କ ମନରେ ଏକ ମାଲିକାନା ଭାବନା ଜାଗ୍ରତ ହେଉ, ଜଳ ପ୍ରଶାସନକୁ ଆହୁରି ବଳ ମିଳୁ, ତାହା ମଧ୍ୟ ଏହି ଯୋଜନାର ଏକ ଲକ୍ଷ୍ୟ। ଏସବୁ କଥାକୁ ଧ୍ୟାନରେ ରଖି ଆମକୁ ୨୦୨୪ ସୁଦ୍ଧା ସବୁ ଘରେ ନଳ ମାଧ୍ୟମରେ ଜଳ ପହଞ୍ଚାଇବାକୁ ହେବ।

ବନ୍ଧୁଗଣ,

ଗାଁର ଡିଜିଟାଲ କନେକ୍ଟିଭିଟି ଏବେ କେବଳ ଏକ ଆକାଂକ୍ଷା ନୁହେଁ, ବରଂ ଆଜିର ଆବଶ୍ୟକତା। ବ୍ରଡବ୍ୟାଣ୍ଡ କନେକ୍ଟିଭିଟି ମାଧ୍ୟମରେ ଗାଁରେ କେବଳ ସୁବିଧା ମିଳିବ ନାହିଁ, ବରଂ ଏସବୁ ଗ୍ରାମାଞ୍ଚଳରେ କୁଶଳୀ ଯୁବକମାନଙ୍କର ଏକ ବଡ଼ ପୁଲ୍‌ ତିଆରି କରିବାରେ ମଧ୍ୟ ସହାୟକ ହେବ । ଗାଁରେ ବ୍ରଡବ୍ୟାଣ୍ଡ କନେକ୍ଟିଭିଟି ମାଧ୍ୟମରେ ସେବା କ୍ଷେତ୍ରର ସମ୍ପ୍ରସାରଣ ଯେତେବେଳେ ହେବ ଦେଶର ସାମର୍ଥ୍ୟ ଆହୁରି ଅଧିକ ବଢ଼ିବ । ଅପ୍ଟିକାଲ ଫାଇଭର କନେକ୍ଟିଭିଟିରେ ଯଦି କୌଣସି ସ୍ଥାନରେ କିଛି ଅସୁବିଧା ଆସୁଛି, ଆମେ ତାହାକୁ ଚିହ୍ନଟ କରିବା ଏବଂ ତାହାର ସମାଧାନ ହାସଲ କରିବା ଆବଶ୍ୟକ । ଯେଉଁସବୁ ଗାଁରେ କାମ ସମ୍ପୂର୍ଣ୍ଣ ହୋଇସାରିଛି, ସେଠାରେ ଗୁଣବତ୍ତା ଏବଂ ଉପଯୁକ୍ତ ବ୍ୟବହାର ପ୍ରତି ସଚେତନତା ସୃଷ୍ଟି କରିବା ମଧ୍ୟ ଅତ୍ୟନ୍ତ ଜରୁରି । ଶତ-ପ୍ରତିଶତ ପୋଷ୍ଟ ଅଫିସକୁ କୋର ବ୍ୟାଙ୍କିଙ୍ଗ ସିଷ୍ଟମ ଅଧୀନକୁ ଆଣିବା ଲାଗି ନିଷ୍ପତ୍ତି ମଧ୍ୟ ଏକ ବଡ଼ ପଦକ୍ଷେପ । ଜନଧନ ଯୋଜନା ମାଧ୍ୟମରେ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ପାଇଁ ଆମେ ଯେଉଁ ଅଭିଯାନ ଆରମ୍ଭ କରିଥିଲୁ, ସେଥିରେ ପରିପୂର୍ଣ୍ଣତା ହାସଲ କରିବା ଲାଗି ମଧ୍ୟ ଏହି ପଦକ୍ଷେପରୁ ବଳ ମିଳିବ।

ବନ୍ଧୁଗଣ,

ଆମର ମାତୃଶକ୍ତି, ଆମର ମହିଳା ଶକ୍ତି ଗ୍ରାମୀଣ ଅର୍ଥବ୍ୟବସ୍ଥାର ଏକ ବଡ଼ ଆଧାର। ଆର୍ଥିକ ଅନ୍ତର୍ଭୂକ୍ତିକରଣ ପରିବାରରେ ଆର୍ଥିକ ନିଷ୍ପତ୍ତି ନେବାରେ ମହିଳାମାନଙ୍କର ଅଧିକ ଭାଗୀଦାରୀ ସୁନିଶ୍ଚିତ କରିଛି । ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନଙ୍କର ଏହି ଭାଗୀଦାରୀକୁ ଆହୁରି ଅଧିକ ବିସ୍ତାର ଦେବାର ଆବଶ୍ୟକତା ରହିଛି। ଆମେ ଗ୍ରାମୀଣ କ୍ଷେତ୍ରରେ ଅଧିକରୁ ଅଧିକ ଷ୍ଟାର୍ଟଅପ୍ସକୁ କିଭଳି ନେଇଯିବା, ସେଥିପାଇଁ ମଧ୍ୟ ଆପଣମାନଙ୍କୁ ନିଜର ପ୍ରୟାସ ବଢ଼ାଇବାକୁ ହେବ।

ବନ୍ଧୁଗଣ,

ଏହି ବଜେଟରେ ଘୋଷିତ ସମସ୍ତ କାର୍ଯ୍ୟକ୍ରମକୁ ଆମେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କିଭଳି ପୂରଣ କରିପାରିବା, ସମସ୍ତ ମନ୍ତ୍ରଣାଳୟ, ସବୁ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ କିପରି ସୁନିଶ୍ଚିତ କରିପାରିବା, ତା’କୁ ନେଇ ଏହି ୱେବିନାରରେ ବିସ୍ତୃତ ଆଲୋଚନା ହେବ ବୋଲି ମୁଁ ଆଶା କରୁଛି । ମୋର ବିଶ୍ୱାସ ରହିଛି ଯେ, ‘କେହି ଜଣେ ହେଲେ ନାଗରିକ ଯେପରି ପଛରେ ପଡ଼ିଯିବେ ନାହିଁ’, ତାହା ସୁନିଶ୍ଚିତ କରିବା ଲାଗି ଆମକୁ ପ୍ରୟାସ କରିବାକୁ ହେବ ।

ମୁଁ ଏହା ମଧ୍ୟ ଅନୁରୋଧ କରୁଛି ଯେ ଏଭଳି ଶିଖର ସମ୍ମିଳନୀରେ ଆମେ ସରକାରଙ୍କ ପକ୍ଷରୁ ଅଧିକ କିଛି କହିବା ଲାଗି ଚାହୁଁନା । ଆମେ ଆପଣମାନଙ୍କୁ ଶୁଣିବାକୁ ଚାହୁଁଛୁ, ଆମେ ଆପଣମାନଙ୍କର ଅନୁଭୂତି ଜାଣିବାକୁ ଚାହୁଁଛୁ । ଆମେ ଆମ ଗାଁର କ୍ଷମତାକୁ କିଭଳି ବଢ଼ାଇ ପାରିବା ସେ ସମ୍ପର୍କରେ ଚିନ୍ତା କରିବା ଆବଶ୍ୟକ । ପ୍ରଶାସନିକ ଦୃଷ୍ଟିରୁ ଆପଣ ଥରେ ଭାବି ଦେଖନ୍ତୁ, ଗାଁରେ ସରକାରୀ ଏଜେନ୍ସିଗୁଡ଼ିକର ଯେତିକି ଭୂମିକା ରହିଥାଏ, ସେମାନେ କେବେ ଦୁଇ ଚାରି ଘଣ୍ଟା ଗାଁ ଲୋକଙ୍କ ସହିତ ବସି କ’ଣ କରିପାରିବେ ଆଲୋଚନା କରିଛନ୍ତି କି? ମୁଁ ଦୀର୍ଘ ଦିନ ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ କାମ କରିଛି, ମୁଁ ନିଜ ଅଭିଜ୍ଞତାରୁ କହିପାରିବି ଯେ ଏଭଳି ଅଭ୍ୟାସ ଆମର ନାହିଁ । ସାଧାରଣତଃ ଦେଖିବାକୁ ମିଳିଥାଏ ଯେ ଗାଁକୁ ଦିନେ କୃଷି ବିଭାଗ ଅଧିକାରୀ ଯାଇଥାନ୍ତି । ଆଉ ଦିନେ ଜଳସେଚନ, ତହିଁ ପରଦିନ ସ୍ୱାସ୍ଥ୍ୟ ବିଭାଗ, ଚତୁର୍ଥ ଦିନ ଶିକ୍ଷା ବିଭାଗ ଅଧିକାରୀ ପୃଥକ ପୃଥକ ଭାବେ ଗାଁକୁ ଯାଇଥାନ୍ତି । ସେମାନଙ୍କର ପରସ୍ପର ସହ କୌଣସି ସମ୍ପର୍କ ନଥାଏ । ଗାଁରେ କୌଣସି ଏକ ଦିନ ଧାର୍ଯ୍ୟ କରାଯିବା ଉଚିତ୍‌, ଯେଉଁଦିନ ସମ୍ପୃକ୍ତ ଏଜେନ୍ସି ଏକସଙ୍ଗେ ବସି ବୈଠକ କରିବା ଆବଶ୍ୟକ । ଗାଁ ଲୋକ, ନିର୍ବାଚିତ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିବା ଉଚିତ୍‌ । ଆମ ଗାଁମାନଙ୍କରେ ଟଙ୍କାର ସେତେଟା ଅଭାବ ନାହିଁ, ବରଂ ବିଭିନ୍ନ ବାଧା ଦୂର କରିବା, ସମନ୍ୱୟ ଆଣିବା ଏବଂ ସରକାରୀ ପାଣ୍ଠିର ସମ୍ପୂର୍ଣ୍ଣ ଲାଭ ଉଠାଇବା କ୍ଷେତ୍ରରେ ସମସ୍ୟା ରହିଛି, ଯାହାକି ଆମକୁ ଦୂର କରିବାକୁ ହେବ ।

ଏବେ ଆପଣ ଚିନ୍ତା କରିପାରନ୍ତି, ଆରେ ଭାଇ, ଜାତୀୟ ଶିକ୍ଷା ନୀତି ଏବଂ ଗ୍ରାମୀଣ ବିକାଶ ମଧ୍ୟରେ କିଭଳି ସମ୍ପର୍କ ରହିଛି । ଏବେ ଆପଣ ଚିନ୍ତା କରନ୍ତୁ, ଜାତୀୟ ଶିକ୍ଷା ନୀତିରେ ଏକ ବିଷୟ ରହିଛି ଯାହା ମାଧ୍ୟମରେ ଆପଣ ସ୍ଥାନୀୟ କୌଶଳ ସହିତ ପିଲାମାନଙ୍କୁ ପରିଚିତ କରାଇବା ଲାଗି ପଦକ୍ଷେପ ନେଇପାରିବେ । ଆପଣ ସ୍ଥାନୀୟ ଅଞ୍ଚଳ ବୁଲି ଦେଖନ୍ତୁ । ଆମେ କ’ଣ କେବେ ଏ ବିଷୟରେ ଚିନ୍ତା କରିପାରିଥିଲୁ? ଭାଇବ୍ରାଣ୍ଟ ବର୍ଡର ଭିଲେଜ୍‌ ପାଇଁ ଯେଉଁ ପରିକଳ୍ପନା କରାଯାଇଛି ସେଥିରେ ବ୍ଲକସ୍ତରରେ ଥିବା ସ୍କୁଲଗୁଡ଼ିକୁ ଚିହ୍ନଟ କରାଯାଇପାରିବ । ଅଷ୍ଟମ ଶ୍ରେଣୀ, ନବମ ଶ୍ରେଣୀ ଏବଂ ଦଶମ ଶ୍ରେଣୀରେ ବହୁ ପ୍ରତିଭାବାନ ଛାତ୍ରଛାତ୍ରୀ ରହିଥାନ୍ତି । ଦୁଇ ଦିନ, ଗୋଟିଏ ରାତି ସୀମାନ୍ତବର୍ତ୍ତୀ ଗାଁରେ ରୁହନ୍ତୁ, ସେଠାରେ ବୁଲନ୍ତୁ। ଗାଁକୁ ଦେଖନ୍ତୁ, ଗାଁର ଗଛଲତାକୁ ଦେଖନ୍ତୁ, ସେଠାକାର ଲୋକମାନଙ୍କ ଜୀବନଶୈଳୀକୁ ଅନୁଭବ କରନ୍ତୁ । ତା’ପରେ କୌଣସି ପଦକ୍ଷେପ ନିଅନ୍ତୁ । ଏପରି ଭାବେ ଗାଁରେ ବିକାଶ ପାଇଁ ମାର୍ଗପ୍ରଶସ୍ତ ହୋଇପାରିବ ।

ତହସିଲ କେନ୍ଦ୍ରରେ ରହୁଥିବା ପିଲାମାନେ ଚାଳିଶ ପଚାଶ କିଲୋମିଟର ଯାତ୍ରା କରିବା ପରେ ଶେଷ ସୀମାରେ ଥିବା ଗାଁରେ ପହଞ୍ଚିବେ, ନିଜ ସୀମାକୁ ଦେଖିବେ । ଏହା ସେମାନଙ୍କର ଶିକ୍ଷା କ୍ଷେତ୍ରରେ କାମରେ ଆସିବ । ଏହା ଶିକ୍ଷାସ୍ତରୀୟ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ଆମ ଭାଇବ୍ରାଣ୍ଟ ବର୍ଡର ଭିଲେଜ ଅଭିଯାନରେ ମଧ୍ୟ ସହାୟକ ହୋଇପାରିବ । ଆମେ କ’ଣ ଏଭଳି କିଛି ବ୍ୟବସ୍ଥା ବିକଶିତ କରିପାରିବା ନାହିଁ ?

ଏବେ ଆମେ ଠିକ୍‌ କରିବା ଯେ ତହସିଲ ସ୍ତରରେ ଯେତିକି ପ୍ରତିଯୋଗିତା ହେବ ସେସବୁ କାର୍ଯ୍ୟକ୍ରମ ଆମେ ସୀମାବର୍ତ୍ତୀ ଗାଁରେ ଆୟୋଜନ କରିବା, ଫଳରେ ସେହିସବୁ ଗାଁରେ ବିକାଶଧାରରେ ଆଗକୁ ବଢ଼ିପାରିବେ । ଅନୁରୂପ ଭାବେ ଆମ ଗାଁରେ କେତେ ଜଣ ଲୋକ ସରକାରୀ ସଂସ୍ଥାରେ କାମ କରୁଛନ୍ତି ଆମେ ତାଙ୍କୁ ଖୋଜିବା। ଏମିତି କେତେ ଜଣ ଲୋକ ଅଛନ୍ତି ଯେଉଁମାନେ ଆମ ଗାଁର ବାସିନ୍ଦା କିନ୍ତୁ ଏବେ ସରକାରୀ ସେବାରୁ ଅବସର ନେଇ ଆମ ଗାଁରେ ରହୁଛନ୍ତି ନା ନିକଟସ୍ଥ କୌଣସି ସହରରେ ରହୁଛନ୍ତି। ଏମିତି ଲୋକମାନଙ୍କ ସହ ଆମେ ଯୋଗାଯୋଗ କରିପାରିବା। ଏମିତି କିଛି ବ୍ୟବସ୍ଥା କରିବା ଯାହାଦ୍ଵାରା ସରକାରଙ୍କ ସହ ଯୋଡ଼ି ହୋଇ ରହିଥିବା କିମ୍ବା ସରକାରୀ ପେନସନରେ ଚଳୁଥିବା କିମ୍ବା ସରକାରଙ୍କ ଠାରୁ ଦରମା ନେଇ କାମ କରୁଥିବା ଲୋକମାନେ ବର୍ଷକୁ ଥରେ ଗାଁରେ ଏକାଠି ହୋଇପାରିବେ । ସେମାନେ ଚିନ୍ତା କରିବା ଉଚିତ୍‌ ଯେ ଆମେ ଏହି ଗାଁରେ ଜନ୍ମ ନେଇଛୁ, ଏବେ ବାହାରକୁ ଆସି ଚାକିରି କରୁଛୁ, ସହରରେ ରହୁଛୁ; କିନ୍ତୁ ଆମେ ବସି ଗାଁର ବିକାଶ ପାଇଁ କିଛି ଚିନ୍ତା କରିପାରିବୁ । ଆମେ ସରକାରଙ୍କ ସହ ସମ୍ପୃକ୍ତ ରହିଛୁ, ସରକାରଙ୍କୁ ଜାଣିଛୁ, ଆବଶ୍ୟକ ବ୍ୟବସ୍ଥା କରି ଆମେ ମିଳିମିଶି କାମ କରିପାରିବୁ । ଏପରି ଭାବେ ଆମେ ଏକ ନୂଆ ରଣନୀତି ନେଇ କାମ କରିପାରିବା । ଆଉ ଏକ କଥା ବିଷୟରେ କେହି କେବେ ଚିନ୍ତା କରିଛି କି? ଗାଁର ଏକ ଜନ୍ମ ଦିନ ଠିକ୍‌ କରିବା ଏବଂ ଗାଁରେ ଜନ୍ମଦିନ ପାଳିବା । ଗାଁର ଲୋକମାନେ ୧୦-୧୫ ଦିନ ଉତ୍ସବ ପାଳନ କରି ଗାଁର ଆବଶ୍ୟକତା ପୂରଣ କରିବା ଲାଗି ଆଗକୁ ଆସିବେ । ଗାଁ ସହ ଏଭଳି ସମ୍ପର୍କ ଗାଁକୁ ସମୃଦ୍ଧି ପଥରେ ଆଗେଇ ନେବ । ବଜେଟ୍‌ ମାଧ୍ୟମରେ ଯେତିକି ହୋଇନପାରିବ, ସମସ୍ତଙ୍କ ପ୍ରୟାସ ବଳରେ ତା’ଠାରୁ ଅଧିକ ହେବ ।

ଗୋଟିଏ ନୂଆ ରଣନୀତି ନେଇ ଆଗକୁ ବଢ଼ିବା । ଯେମିତିକି ଆମ ଗାଁରେ କୃଷି ବିଜ୍ଞାନ କେନ୍ଦ୍ର ରହିଛି, ଗାଁରେ ଦୁଇ ଶହ କୃଷକ ଅଛନ୍ତି, ସେମାନଙ୍କ ମଧ୍ୟରୁ ଏଥର ୫୦ ଜଣ ଚାଷୀଙ୍କୁ ଆମେ ପ୍ରାକୃତିକ କୃଷି ଦିଗରେ ଆଗେଇ ନେବା । ଏମିତି କ’ଣ ଆମେ କେବେ ଚିନ୍ତା କରିପାରିବା ନାହିଁ? ଆମ ଦେଶରେ ଯେଉଁ କୃଷି ବିଶ୍ୱବିଦ୍ୟାଳୟ ରହିଛି, ସେଥିରେ ଅଧିକାଂଶ ଗ୍ରାମୀଣ ପରିବେଶର ପିଲାମାନେ ପଢ଼ିବାକୁ ଆସିଥାନ୍ତି । ଏମାନେ ଛୁଟି ହେଲେ ଗାଁକୁ ଯାଇଥାନ୍ତି, ଗାଁ ଲୋକଙ୍କ ସହିତ ବସିଥାନ୍ତି । ଆମେ ଏସବୁ ବିଶ୍ୱବିଦ୍ୟାଳୟକୁ ଯାଇ ଗ୍ରାମୀଣ ବିକାଶର ସମ୍ପୂର୍ଣ୍ଣ ଚିତ୍ର ସେହି ପିଲାମାନଙ୍କ ସମ୍ମୁଖରେ ରଖିପାରିବା। ସେମାନେ ପାଠୁଆ ପିଲା ହୋଇଥିବାରୁ ସରକାରଙ୍କ ଯୋଜନାକୁ ଜାଣିବେ, ବୁଝିବେ ଏବଂ ନିଜ ଗାଁ ପାଇଁ କିଛି କାମ କରିବେ। ଏମିତି କିଛି ନୂଆ ରଣନୀତି ବିଷୟରେ ଆମେ ଚିନ୍ତା କରିପାରିବା କି? ଆହୁରି ଆମେ ଏହା ଜାଣିବା ଉଚିତ୍‌ ଯେ ଆଜି ଭାରତର ଅଧିକାଂଶ ରାଜ୍ୟରେ ଆଉଟପୁଟ୍‌ (ଉତ୍ପାଦନ) ଠାରୁ ଅଧିକ ଆଉଟକମ୍‌ (ପରିଣାମ) ଉପରେ ଉପରେ ଜୋର ଦେବାର ଆବଶ୍ୟକତା ରହିଛି । ଆଜି ଗାଁକୁ ଯଥେଷ୍ଟ ମାତ୍ରାରେ ଅର୍ଥ ଯାଉଛି । ସେହି ଅର୍ଥକୁ ସଠିକ୍‌ ସମୟରେ ଯଦି ଆମେ ଉପଯୋଗ କରିବା, ତା’ହେଲେ ଆମେ ଗାଁର ସ୍ଥିତି ବଦଳାଇପାରିବା।

ଆମେ ଗାଁ ଭିତରେ ଏକ ପ୍ରକାର ଭିଲେଜ୍‌ ସେକ୍ରେଟାରିଏଟ୍‌ ପ୍ରତିଷ୍ଠା କରିପାରିବା । ଯେତେବେଳେ ମୁଁ ଭିଲେଜ୍‌ ସେକ୍ରେଟାରିଏଟ୍‌ କଥା କହୁଛି ସମସ୍ତେ ଚିନ୍ତା କରିପାରନ୍ତି ଯେ ଏକ ବିଲ୍ଡିଂ ରହିବା ଉଚିତ୍‌ । ସମସ୍ତଙ୍କ ପାଇଁ ଚାମ୍ବର ରହିଥିବା ଆବଶ୍ୟକ। ତାହା ମୁଁ କହୁନାହିଁ । ଆମେ ସବୁଦିନ ଯେଉଁ ସ୍ଥାନରେ ବସିଥାଉ, ଛୋଟ ସ୍ଥାନ ହେଉ ପଛେ ସମସ୍ତେ ମିଶି ସେଠାରେ ବସିପାରିବା। ଶିକ୍ଷାର ବିକାଶ ପାଇଁ କିଛି ଯୋଜନା ପ୍ରସ୍ତୁତ କରିପାରିବା । ସେହିପରି ଆପଣମାନେ ଜାଣିଥିବେ, ଭାରତ ସରକାର ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହି ଯୋଜନା ଦ୍ଵାରା ଜିଲ୍ଲାମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତାମୂଳକ ଭାବନା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏହା ଅତ୍ୟନ୍ତ ଅଦ୍ଭୂତ ଅଭିଜ୍ଞତା । ପ୍ରତ୍ୟେକ ଜିଲ୍ଲା ନିଜ ରାଜ୍ୟରେ ଅଗ୍ରଣୀ ହେବା ଲାଗି ପ୍ରୟାସ କରୁଛନ୍ତି । ପ୍ରତିଯୋଗିତାରେ ଆଗରେ ରହିବାର ଭାବନା ସେମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି। ଆହୁରି ଜାତୀୟ ବିକାଶ ହାର ଠାରୁ ମଧ୍ୟ ଆଗକୁ ଯିବା ଲାଗି କିଛି ଜିଲ୍ଲା ଉଦ୍ୟମ କରୁଛନ୍ତି । ଆପଣମାନେ ମଧ୍ୟ ନିଜ ତହସିଲ ସ୍ତରରେ ଆଠ କିମ୍ବା ଦଶଟି ପାରାମିଟର ନିର୍ଦ୍ଧାରଣ କରନ୍ତୁ । ସେହି ଆଠଟି କିମ୍ବା ଦଶଟି ପାରାମିଟରକୁ ନେଇ ପ୍ରତି ତିନି ମାସରେ ଥରେ ଏକ ପ୍ରତିଯୋଗିତା ଆୟୋଜନ କରାଯାଉ । ଏହାର ପରିଣାମ ସମୀକ୍ଷା କରାଯିବା ସହ କେଉଁ ଗାଁ କେଉଁ ପାରାମିଟରରେ କେତେ ଅଗ୍ରଗତି ହାସଲ କରିଛି ତାହା ଦେଖିବା ଠିକ୍‌ ହେବ । ବର୍ତ୍ତମାନ ଆମେ କ’ଣ କରୁଛୁ, ରାଜ୍ୟସ୍ତରରେ ଶ୍ରେଷ୍ଠ ଗ୍ରାମ ପୁରସ୍କାର ଦେଉଛୁ, ଜାତୀୟ ସ୍ତରରେ ଶ୍ରେଷ୍ଠ ଗ୍ରାମ ପୁରସ୍କାର ବାଣ୍ଟୁଛୁ । ଏବେ ଆମେ କ’ଣ କରିବା ଆବଶ୍ୟକ, ତହସିଲସ୍ତରରେ ଯଦି ପଚାଶ, ଶହେ, ଦେଢ଼ ଶହ, ଦୁଇ ଶହ ଗାଁ ରହିଛି ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେବା ଉଚିତ୍‌ । ନିର୍ଦ୍ଦିଷ୍ଟ ପାରାମିଟର ପ୍ରସ୍ତୁତ କରାଯିବା ଆବଶ୍ୟକ । ୨୦୨୨ରେ ଏହି ନିର୍ଦ୍ଦିଷ୍ଟ ୧୦ଟି ପାରାମିଟର ନିର୍ଦ୍ଧାରଣ କରାଯାଇଛି । ଗାଁଗୁଡ଼ିକ ମଧ୍ୟରେ ଏହିସବୁ ବିଷୟବସ୍ତୁକୁ ନେଇ ପ୍ରତିଯୋଗିତା ହେବ । ଦେଖିବା, ଏହି ଦଶଟି ବିଷୟରେ କେଉଁ ଗାଁ ଆଗକୁ ବଢ଼ିପାରୁଛି। ଆପଣମାନେ ଦେଖିବେ, ପରିବର୍ତ୍ତନ ଆରମ୍ଭ ହୋଇଯିବ, ବ୍ଲକ୍‌ସ୍ତରରେ ଏପରି ପ୍ରତିଯୋଗିତାକୁ ମାନ୍ୟତା ମିଳିଲେ, ପରିବର୍ତ୍ତନ ଆରମ୍ଭ ହୋଇଯିବ। ତେଣୁ ମୁଁ ବଜେଟକୁ ଏକ ପ୍ରସଙ୍ଗ ଭାବେ ମୁଁ ଦେଖୁନାହିଁ । ଆଜି ଆମକୁ ପରିଣାମ ଏବଂ ତୃଣମୂଳସ୍ତରରେ ପରିବର୍ତ୍ତନ ଦିଗରେ ପ୍ରୟାସ କରିବାକୁ ହେବ ।

ଗାଁରେ ଜଣେ ହେଲେ ଶିଶୁକୁ ଅପପୁଷ୍ଟିର ଶିକାର ହେବାକୁ ଦେବା ନାହିଁ, ଏଭଳି ଭାବନା ଆମ ଭିତରେ ବିକଶିତ ହେବା ଆବଶ୍ୟକ । ମୁଁ ଜୋର ଦେଇ କହିପାରେ, ସେମାନେ ସରକାରଙ୍କ ବଜେଟ୍‌ ପ୍ରତି ଧ୍ୟାନ ଦେବେ ନାହିଁ । ଗାଁ ଲୋକମାନେ ଥରେ ସଂକଳ୍ପ ନେଲେ ଜଣେ ହେଲେ ପିଲାକୁ ଅପପୁଷ୍ଟିର ଶିକାର ହେବାକୁ ଦେବେ ନାହିଁ । ଆଜି ବି ଆମ ସମାଜରେ ଏପରି ସଂସ୍କାର ରହିଛି । ଗାଁ ଲୋକମାନେ ଏକାଠି ହେଲେ ଗାଁର ଜଣେ ହେଲେ ପିଲାକୁ ସ୍କୁଲ ଛାଡ଼ିବାକୁ ଦେବେ ନାହିଁ । କିନ୍ତୁ ଆମେ ଏବେ ଦେଖୁଛୁ କ’ଣ? ଗାଁରେ ନେତା ଅଛନ୍ତି, ସରପଞ୍ଚ ଅଛନ୍ତି, ଯେଉଁମାନେ କେବେ ଗାଁର ବିଦ୍ୟାଳୟକୁ ଯାଆନ୍ତି ନାହିଁ । କେବେ ଯାଆନ୍ତି, କେବଳ ପତାକା ଉତ୍ତୋଳନ କରିବା ଦିନ, ବାକି ଦିନ କେବେ ଯିବାକୁ ଇଚ୍ଛା ସୁଦ୍ଧା କରନ୍ତି ନାହିଁ । ଏଭଳି ଅଭ୍ୟାସ ଆମେ କିଭଳି ବଦଳାଇବା? ଏହା ମୋ ଗାଁ, ମୋ ଗାଁର ବ୍ୟବସ୍ଥା, ମୋତେ ସେହି ଗାଁକୁ ଯିବାକୁ ହେବ । ସରକାରଙ୍କ ସମସ୍ତ ସଂସ୍ଥା ଗାଁ ଲୋକମାନଙ୍କୁ ଏଭଳି ନେତୃତ୍ୱ ପ୍ରଦାନ କରିବା ଉଚିତ୍‌ । ଯଦି ଆମେ ଏଭଳି ନେତୃତ୍ୱ ଦେବା ନାହିଁ ତା’ହେଲେ ପରିବର୍ତ୍ତନ ଆସିପାରିବ ନାହିଁ । ଆମେ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ କରିବା ସମୟରେ ଆମକୁ ମହାତ୍ମା ଗାନ୍ଧୀଙ୍କ ଜୀବନ ସହ ଜଡ଼ିତ କିଛି କଥା ମନେ ରଖିବାକୁ ହେବ, ଆମେ କ’ଣ ତାହାକୁ ସାକାର କରିପାରିବା ନାହିଁ ? ସ୍ୱଚ୍ଛତା, ଭାରତର ଆତ୍ମା ଗାଁରେ ରହିଛି, ଏସବୁ କଥା ମହାତ୍ମା ଗାନ୍ଧୀ କହି ଯାଇଛନ୍ତି, ଆମେ କ’ଣ ଏହାକୁ ପୂରଣ କରିପାରିବା ନାହିଁ?

ବନ୍ଧୁଗଣ,

ରାଜ୍ୟ ସରକାର, କେନ୍ଦ୍ର ସରକାର, ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥା ମିଶି ଆଗେଇ ଆସିଲେ ଏବଂ ଆମର ସମସ୍ତ ବିଭାଗ ପ୍ରତିବନ୍ଧକଗୁଡ଼ିକୁ ଦୂର କରି କାମ କଲେ ଆମେ ସର୍ବୋତ୍ତମ ପରିଣାମ ପାଇପାରିବା ବୋଲି ମୋର ବିଶ୍ୱାସ ରହିଛି । ସ୍ୱାଧୀନତାର ୭୫ ବର୍ଷରେ ଆମେ ଦେଶକୁ କିଛି ଦେବା ଉଚିତ୍‌ । ଏଭଳି ମନୋବୃତ୍ତି ନେଇ ଆମେ କାମ କରିବା । ଆଜି ସାରା ଦିନ ଆପଣମାନେ ଆଲୋଚନା କରିବେ । ଗାଁରେ ଜୀବନ ବଦଳାଇବାରେ ଆମେ କିଭଳି ବଜେଟର ସର୍ବୋତ୍ତମ ଉପଯୋଗ କରିବା ଏବଂ ଗୋଟିଏ ଗୋଟିଏ ଟଙ୍କାର ସୁବିନିଯୋଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଆମେ ଏପରି କରିପାରିଲେ, ଜଣେ ହେଲେ ନାଗରିକ ପଛରେ ପଡ଼ିଯିବେ ନାହିଁ । ଆମର ସ୍ୱପ୍ନ ପୂରଣ ହେବ । ମୁଁ ଆପଣମାନଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି ।

ଅନେକ ଅନେକ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India AI Summit: Global South’s AI Voice Finds Its Microphone In Delhi

Media Coverage

India AI Summit: Global South’s AI Voice Finds Its Microphone In Delhi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tribute to Chhatrapati Shivaji Maharaj on his Jayanti
February 19, 2026

On the Jayanti of Chhatrapati Shivaji Maharaj, Prime Minister Shri Narendra Modi paid homage to the visionary leader, exceptional administrator, strategic thinker, and champion of Swarajya.

The Prime Minister stated that Shivaji Maharaj’s courage continues to inspire, his governance serves as a guiding light, and his spirit of justice and self-respect strengthens society even today.

He emphasized that Chhatrapati Shivaji Maharaj always placed the welfare of every single person above everything else and dedicated himself completely to their protection. This commitment is why his life remains a beacon for India across generations.

In separate posts on X, Shri Modi said:

“On the Jayanti of Chhatrapati Shivaji Maharaj, we bow in reverence to the visionary leader, exceptional administrator, strategic thinker and champion of Swarajya.

May his courage inspire us, his governance guide us and his spirit of justice and self-respect strengthen our society.”