“Ashtadhyayi is a thousands-year-old text of India's linguistics, India's intellectuality and our research culture”
“Time refined Sanskrit but could never pollute it, it remained eternal”
“Whatever national dimension you look at in India, you will witness Sanskrit’s contribution”
“Sanskrit is not only the language of traditions, it is also the language of our progress and identity”
“Chitrakoot has spiritual enlightenment as well as natural beauty”

ନମୋ ରାଘବାୟ !

ନମୋ ରାଘବାୟ !

ଆମ ସମସ୍ତଙ୍କୁ ଆଶୀର୍ବାଦ ଦେବା ପାଇଁ ଉପସ୍ଥିତ ପୂଜନୀୟ ଜଗତଗୁରୁ ଶ୍ରୀ ରାମଭଦ୍ରାଚାର୍ଯ୍ୟ ଜୀ, ଏଠାକୁ ଆସିଥିବା ସମସ୍ତ ତପସ୍ୱୀ, ବରିଷ୍ଠ ସନ୍ଥଗଣ, ଋଷିଗଣ, ମଧ୍ୟ ପ୍ରଦେଶର ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଭାଇ ଶିବରାଜ ମହାଶୟ, ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ !

ମୁଁ ଚିତ୍ରକୁଟର ପରମ ପବିତ୍ର ଭୂମିକୁ ପୁନଃ ପ୍ରଣାମ କରୁଛି । ମୋର ସୌଭାଗ୍ୟ ହେଉଛି ଯେ, ଆଜି ସାରା ଦିନ ମୋତେ ଭିନ୍ନ- ଭିନ୍ନ ମନ୍ଦିରମାନଙ୍କରେ ପ୍ରଭୁ ଶୀରାମଙ୍କର ଦର୍ଶନର ସୁଯୋଗ ମିଳିଲା, ଆଉ ସନ୍ଥମାନଙ୍କର ଆଶୀର୍ବାଦ ମଧ୍ୟ ମିଳିଲା । ବିଶେଷ ଭାବେ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ଜୀଙ୍କର ଯେଉଁ ସ୍ନେହ ମୋତେ ମିଳିଥାଏ, ତାହା ଅଭିଭୂତ କରି ଦେଇଥାଏ। ସମସ୍ତ ଶ୍ରଦ୍ଧେୟ ସନ୍ଥଗଣ, ମୁଁ ଖୁସି ଯେ ଆଜି ଏହି ପବିତ୍ର ସ୍ଥାନରେ ମୋତେ ଜଗତଗୁରୁ ମହାଶୟଙ୍କର ପୁସ୍ତକ ଗୁଡ଼ିକର ଉନ୍ମୋଚନ କରିବାର ସୁଯୋଗ ମଧ୍ୟ ମିଳିଛି । ଅଷ୍ଟାଧ୍ୟାୟୀ ଭାଷ୍ୟ, ରାମାନନ୍ଦାଚାର୍ଯ୍ୟ ଚରିତମ୍, ଆଉ ଭଗବାନ କୃଷ୍ଣଙ୍କର ରାଷ୍ଟ୍ରଲୀଳା, ଏହି ସମସ୍ତ ଗ୍ରନ୍ଥ ଭାରତର ମହାନ ଜ୍ଞାନ ପରମ୍ପରାକୁ ଆହୁରି ସମୃଦ୍ଧ କରିବ । ମୁଁ ଏହି ସବୁ ପୁସ୍ତକଗୁଡ଼ିକୁ ଜଗତଗୁରୁ ମହାଶୟଙ୍କର ଆଶୀର୍ବାଦର ଆଉ ଏକ ସ୍ୱରୂପ ଭାବେ ମାନୁଛି । ଆପଣ ସମସ୍ତଙ୍କୁ ମୁଁ ଏହି ସବୁ ପୁସ୍ତକଗୁଡ଼ିକର ଉନ୍ମୋଚନ ପାଇଁ ଶୁଭେଚ୍ଛା ଜଣାଉଛି।

 

ମୋର ପରିବାରଜନ,

 ଅଷ୍ଟାଧ୍ୟାୟୀ ହେଉଛି ଭାରତର ଭାଷା ବିଜ୍ଞାନର, ଭାରତର ବୌଦ୍ଧିକତାର ଆଉ ଆମର ଶୋଧ ସଂସ୍କୃତିର ହଜାର- ହଜାର ବର୍ଷର ପୁରୁଣା ଗ୍ରନ୍ଥ । କିଭଳି ଗୋଟିଏ- ଗୋଟିଏ ସୂତ୍ରରେ ବ୍ୟାକରଣକୁ ଏକାଠି କରାଯାଇ ପାରେ, କିଭଳି ଭାଷାକୁ ‘ସଂସ୍କୃତ ବିଜ୍ଞାନ’ରେ ପରିବର୍ତ୍ତିତ କରାଯାଇ ପାରେ, ମହର୍ଷି ପାଣିନୀଙ୍କର ଏହି ହଜାର- ହଜାର- ହଜାର ବର୍ଷ ତଳର ରଚନା ହେଉଛି ଏହାର ପ୍ରମାଣ । ଆପଣମାନେ ଦେଖିବେ, ବିଶ୍ୱରେ ବିଗତ ହଜାର- ହଜାର ବର୍ଷରେ କେତେଗୁଡ଼ିଏ ଭାଷା ଆସିଛି, ଆଉ ଚାଲି ଯାଇଛି । ନୂତନ ଭାଷାଗୁଡ଼ିକ ପୁରୁଣା ଭାଷାର ସ୍ଥାନ ନେଇ ଯାଇଛନ୍ତି । କିନ୍ତୁ, ଆମର ସଂସ୍କୃତ ଆଜି ମଧ୍ୟ ସେତିକି ହିଁ ଅକ୍ଷୁର୍ଣ୍ଣ, ସେତିକି ହିଁ ଅଟଳ ରହିଛି। ସଂସ୍କୃତ ସମୟ ସହିତ ପରିଷ୍କୃତ ତ’ ହୋଇଛି, କିନ୍ତୁ ପ୍ରଦୂଷିତ ହୋଇ ନାହିଁ। ଏହାର କାରଣ ହେଉଛି ସଂସ୍କୃତର ପରିପକ୍ୱ ବ୍ୟାକରଣ ବିଜ୍ଞାନ । କେବଳ 14 ମାହେଶ୍ୱର ସୂତ୍ର ଉପରେ ପର୍ଯ୍ୟବେଶିତ ଏହି ଭାଷା ହଜାର- ହଜାର ବର୍ଷ ଧରି ଶସ୍ତ୍ର ଏବଂ ଶାସ୍ତ୍ର, ଦୁଇଟି ଯାକ ବିଦ୍ୟାର ଜନନୀ ହୋଇ ରହି ଆସିଛି । ସଂସ୍କୃତ ଭାଷାରେ ହିଁ ଋଷିମାନଙ୍କ ଦ୍ୱାରା ବେଦର ଋଚାଗୁଡ଼ିକ ପ୍ରକଟ ହୋଇଛି । ଏହି ଭାଷାରେ ପତଞ୍ଜଳୀଙ୍କ ଦ୍ୱାରା ଯୋଗର ବିଜ୍ଞାନ ପ୍ରକଟ ହୋଇଛି । ଏହି ଭାଷାରେ ଧନ୍ୱନ୍ତରୀ ଏବଂ ଚରକଙ୍କ ଭଳି ମନୀଷିମାନେ ଆୟୂର୍ବେଦର ସାର ତତ୍ତ୍ବ ଲେଖିଛନ୍ତି । ଏହି ଭାଷାରେ କୃଷି ପାରାଶର ଭଳି ଗ୍ରନ୍ଥ କୃଷିକୁ ଶ୍ରମ ସହିତ ଗବେଷଣା ସହିତ ଜଡ଼ିତ କରିବାରେ କାର୍ଯ୍ୟ କରିଛି । ଏହି ଭାଷାରେ ଆମକୁ ଭରତ ମୁନୀଙ୍କ ଦ୍ୱାରା ନାଟ୍ୟଶାସ୍ତ୍ର ଏବଂ ସଂଗୀତ ଶାସ୍ତ୍ରର ଉପହାର ମିଳିଛି । ଏହି ଭାଷାରେ କାଳିଦାସଙ୍କ ଭଳି ବିଦ୍ୱାନ ସାହିତ୍ୟର ସାମର୍ଥ୍ୟ ଦ୍ୱାରା ବିଶ୍ୱକୁ ଆଶ୍ଚର୍ଯ୍ୟଚକିତ କରିବା ଭଳି କାର୍ଯ୍ୟ କରିଛନ୍ତି । ଆଉ, ଏହି ଭାଷାରେ ଅନ୍ତରୀକ୍ଷ ବିଜ୍ଞାନ, ଧନୁର୍ବେଦ ଏବଂ ଯୁଦ୍ଧ- କଳାର ଗ୍ରନ୍ଥ ମଧ୍ୟ ଲେଖା ଯାଇଛି । ଆଉ ଏହା ତ ମୁଁ କିଛିଟାର ହିଁ ଉଦାହରଣ ଦେଇଛି । ଏହି ତାଲିକା ହେଉଛି ଏତେ ଲମ୍ବା ଯେ ଆପଣ ଏକ ରାଷ୍ଟ୍ର ଭାବେ ଭାରତର ବିକାଶର ଯେଉଁ ପକ୍ଷ ଦେଖିବେ, ସେଥିରେ ଆପଣଙ୍କୁ ସଂସ୍କୃତର ଯୋଗଦାନର ଦର୍ଶନ ମିଳିବ । ଆଜି ମଧ୍ୟ ବିଶ୍ୱର ବଡ଼- ବଡ଼ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସଂସ୍କୃତ ଉପରେ ଗବେଷଣା କରାଯାଉଛି । ଏବେ ଆମେ ଏହା ମଧ୍ୟ ଦେଖିଛୁ ଯେ କିଭଳି ଭାବେ ଭାରତକୁ ଜାଣିବା ପାଇଁ ଲିଥୁଆନିୟା ଦେଶର ରାଷ୍ଟ୍ରଦୂତ ମଧ୍ୟ ସଂସ୍କୃତ ଭାଷା ଶିକ୍ଷା କରିଛନ୍ତି । ଅର୍ଥାତ ସଂସ୍କୃତର ପ୍ରସାର ସମଗ୍ର ବିଶ୍ୱରେ ବୃଦ୍ଧି ପାଉଛି ।

 

ସାଥୀଗଣ,

ପରାଧୀନତାର ଏକ ହଜାର ବର୍ଷର ସମୟ ମଧ୍ୟରେ ଭାରତକୁ ନାନା ପ୍ରକାରରେ ମୂଳୋତ୍ପାଟନ କରାଯିବା ପାଇଁ ଚେଷ୍ଟା କରା ଯାଇଛି । ସେଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା- ସଂସ୍କୃତ ଭାଷାର ସମ୍ପୂର୍ଣ୍ଣ ବିନାଶ । ଆମେ ସ୍ୱାଧୀନ ହେଲୁ, ମାତ୍ର ଯେଉଁ ଲୋକମାନଙ୍କ ମନ ମଧ୍ୟରୁ ପରାଧୀନତାର ମାନସିକତା ଗଲା ନାହିଁ, ସେମାନେ ସଂସ୍କୃତ ପ୍ରତି ଶତ୍ରୁତା ଭାବନା ପାଳି ଚାଲିଛନ୍ତି । କେଉଁଠାରେ କେବେ କୌଣସି ଲୁପ୍ତ ଭାଷାର ଶିଳାଲେଖ ମିଳିବା ପରେ ଏଭଳି ଲୋକ ତାହାର ମହିମା- ମଣ୍ଡନ କରନ୍ତି କିନ୍ତୁ ହଜାର- ହଜାର ବର୍ଷରୁ ରହି ଆସିଥିବା ସଂସ୍କୃତ ଭାଷାର ସମ୍ମାନ କରନ୍ତି ନାହିଁ । ଅନ୍ୟ ଦେଶର ଲୋକମାନେ ମାତୃଭାଷା ଜାଣିଲେ ତେବେ ଏହି ଲୋକମାନେ ପ୍ରଶଂସା କରିବେ କିନ୍ତୁ ସଂସ୍କୃତ ଭାଷା ଜାଣିବାକୁ ଏମାନେ ପଛୁଆ ପଣର ଚିହ୍ନ ଭାବେ ମାନନ୍ତି । ଏହିଭଳି ମାନସିକତାର ଲୋକମାନେ ବିଗତ ଏକ ହଜାର ବର୍ଷ ଧରି ହାରି ଆସୁଛନ୍ତି ଆଉ ଆଗକୁ ମଧ୍ୟ ଏଥିରେ ସେମାନେ ସଫଳ ହେବେ ନାହିଁ। ସଂସ୍କୃତ କେବଳ ପରମ୍ପରାର ଭାଷା ନୁହେଁ, ଏହା ହେଉଛି ଆମର ପ୍ରଗତି ଏବଂ ପରିଚୟର ଭାଷା ମଧ୍ୟ। ବିଗତ 9 ବର୍ଷ ମଧ୍ୟରେ ଆମେ ସଂସ୍କୃତର ପ୍ରସାର ପାଇଁ ବ୍ୟାପକ ପ୍ରୟାସ କରିଛୁ । ଆଧୁନିକ ସନ୍ଦର୍ଭରେ ଅଷ୍ଟାଧ୍ୟାୟୀ ଭାଷ୍ୟ ଭଳି ଗ୍ରନ୍ଥ ଏହିଭଳି ପ୍ରୟାସଗୁଡ଼ିକୁ ସଫଳ କରାଇବାରେ ବହୁତ ବଡ଼ ଭୂମିକା ତୁଲାଇବ ।

 

ମୋର ପରିବାରଜନ,

ରାମଭଦ୍ରାଚାର୍ଯ୍ୟ ଜୀ ହେଉଛନ୍ତି ଆମ ଦେଶର ଏଭଳି ଜଣେ ସନ୍ଥ, ଯାହାଙ୍କର ବ୍ୟକ୍ତିଗତ ଜ୍ଞାନରେ ବିଶ୍ୱର କେତେ ବିଶ୍ୱବିଦ୍ୟାଳୟ ଅନୁଧ୍ୟାନ କରି ପାରନ୍ତି । ପିଲାଟି ଦିନରୁ ହିଁ ଭୌତିକ ନେତ୍ର ନ ଥିବା ସତ୍ୱେ ମଧ୍ୟ ଆପଣଙ୍କର ପ୍ରଜ୍ଞା ଚକ୍ଷୁ ଏତେ ମାତ୍ରାରେ ବିକଶିତ ଯେ, ଆପଣଙ୍କର ସମ୍ପୂର୍ଣ୍ଣ ବେଦ- ବେଦାଙ୍ଗ କଣ୍ଠସ୍ଥ ରହିଛି । ଆପଣ ହଜାର- ହଜାର ଗ୍ରନ୍ଥର ରଚନା କରି ସାରିଛନ୍ତି । ଭାରତୀୟ ଜ୍ଞାନ ଏବଂ ଦର୍ଶନରେ ‘ପ୍ରସ୍ଥାନତ୍ରୟୀ’କୁ ବଡ଼- ବଡ଼ ବିଦ୍ୱାନମାନଙ୍କ ପାଇଁ ମଧ୍ୟ କଷ୍ଟକର ବୋଲି ଧରି ନିଆଯାଇଛି । ଜଗତଗୁରୁ ମହାଶୟ ମଧ୍ୟ ତାଙ୍କର ଭାଷ୍ୟକୁ ଆଧୁନିକ ଭାଷାରେ ଲେଖି ସାରିଛନ୍ତି। ଏହି ସ୍ତରର ଜ୍ଞାନ, ଏଭଳି ମେଧା ବ୍ୟକ୍ତିଗତ ହୋଇ ନ ଥାଏ। ଏହି ମେଧା ସମ୍ପୂର୍ଣ୍ଣ ରାଷ୍ଟ୍ରର ଐତିହ୍ୟ ହୋଇଥାଏ । ଆଉ ଏଥିପାଇଁ, ଆମ ସରକାର 2015ରେ ସ୍ୱାମୀଜୀଙ୍କୁ ପଦ୍ମ ବିଭୂଷଣରେ ସମ୍ମାନିତ କରିଥିଲେ।

ସାଥୀଗଣ,

ସ୍ୱାମିଜୀ ଯେତିକି ଧର୍ମ ଏବଂ ଆଧ୍ୟାତ୍ମ କ୍ଷେତ୍ରରେ ସକ୍ରିୟ ରହୁଛନ୍ତି, ସେତିକି ହିଁ ସମାଜ ଏବଂ ରାଷ୍ଟ୍ର ପାଇଁ ମଧ୍ୟ ମୁଖର ରହୁଛନ୍ତି । ମୁଁ ଯେତେବେଳେ ସ୍ୱଚ୍ଛ ଭାରତ ଅଭିଯାନର 9 ରତ୍ନ ମଧ୍ୟରେ ଆପଣଙ୍କୁ ନାମିତ କରିଥିଲି, ତେବେ ସେହି ଦାୟିତ୍ୱ ମଧ୍ୟ ଆପଣ ସେତିକି ହିଁ ନିଷ୍ଠାପର ଭାବେ ସମ୍ପାଦନ କରିଥିଲେ । ମୁଁ ଖୁସି ଯେ ସ୍ୱାମିଜୀ ଦେଶର ଗୌରବ ପାଇଁ ଯେଉଁ ସଂକଳ୍ପ କରିଥିଲେ, ତାହା ଏବେ ପୂରଣ ହେଉଛି । ଆମ ଭାରତ ଏବେ ସ୍ୱଚ୍ଛ ମଧ୍ୟ ହେଉଛି, ଆଉ ସୁସ୍ଥ ମଧ୍ୟ ହେଉଛି। ମା’ ଗଙ୍ଗାଙ୍କ ଧାରା ମଧ୍ୟ ନିର୍ମଳ ହେଉଛି । ପ୍ରତ୍ୟେକ ଦେଶବାସୀଙ୍କ ଆଉ ଏକ ସ୍ୱପ୍ନକୁ ପୂରଣ କରିବା ପାଇଁ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ମହାଶୟଙ୍କର ବହୁତ ବଡ଼ ଭୂମିକା ରହି ଆସିଛି। ଅଦାଲତରୁ ନେଇ ଅଦାଲତ ବାହାର ପର୍ଯ୍ୟନ୍ତ ଯେଉଁ ରାମ ମନ୍ଦିର ପାଇଁ ଆପଣ ଏତେ ଯୋଗଦାନ ଦେଲେ, ତାହା ମଧ୍ୟ ନିର୍ମାଣ ହୋଇ ପ୍ରସ୍ତୁତ ହେବାକୁ ଯାଉଛି । ଆଉ ଏବେ ଦୁଇ ଦିନ ପୂର୍ବରୁ ହିଁ ମୋତେ ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ୱାରା, ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବା ପାଇଁ ନିମନ୍ତ୍ରଣ ମିଳିଛି । ଏହାକୁ ମଧ୍ୟ ମୁଁ ମୋର ବହୁତ ବଡ଼ ଭାଗ୍ୟ ବୋଲି ମାନୁଛି । ସମସ୍ତ ସନ୍ଥଗଣ, ସ୍ୱାଧୀନତାର 75 ବର୍ଷରୁ ସ୍ୱାଧୀନତାର 100 ବର୍ଷର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାଳଖଣ୍ଡକୁ ଅର୍ଥାତ 25 ବର୍ଷ, ଦେଶ ଯାହାକୁ ଏବେଠାରୁ ଅମୃତକାଳ ରୂପରେ ଦେଖୁଛି । ଏହି ଅମୃତକାଳରେ ଦେଶ, ବିକାଶ ଏବଂ ନିଜର ପରମ୍ପରାକୁ ସାଙ୍ଗରେ ନେଇ ଚାଲୁଛି। ଆମେ ଆମର ତୀର୍ଥଗୁଡ଼ିକର ବିକାଶକୁ ମଧ୍ୟ ପ୍ରାଥମିକତା ଦେଉଛୁ । ଚିତ୍ରକୂଟ ତ’ ହେଉଛି ସେହି ସ୍ଥାନ ଯେଉଁଠାରେ ଆଧ୍ୟାତ୍ମିକ ଆଭା ମଧ୍ୟ ରହିଛି, ଆଉ ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟ ରହିଛି। 45 ହଜାର କୋଟି ଟଙ୍କାର କେନ ବେତୱା ଲିଙ୍କ ପ୍ରକଳ୍ପ ହେଉ, ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ହେଉ, ପ୍ରତିରକ୍ଷା କରିଡର ହେଉ, ଏଭଳି ପ୍ରୟାସ ଏହି କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବ। ମୋର ଇଚ୍ଛା ଏବଂ ପ୍ରୟାସ ହେଉଛି ଏହା ଯେ, ଚିତ୍ରକୂଟ, ବିକାଶର ନୂତନ ଶୀଖର ପର୍ଯ୍ୟନ୍ତ ପହଞ୍ଚୁ। ଆଉ ଥରେ ପୁଣି ପୂଜ୍ୟ ଜଗତଗୁରୁ ଶ୍ରୀ ରାମଭଦ୍ରାଚାର୍ଯ୍ୟ ଜୀଙ୍କୁ ମୁଁ ଆଦରପୂର୍ବକ ପ୍ରଣାମ ଜଣାଉଛି। ତାଙ୍କର ଆଶୀର୍ବାଦ ଆମ ସମସ୍ତଙ୍କୁ ପ୍ରେରଣା ଦେଉ, ଶକ୍ତି ଦେଉ ଆଉ ତାଙ୍କର ଯେଉଁ ଜ୍ଞାନର ପ୍ରସାଦ ରହିଛି ତାହା ଆମ ସମସ୍ତଙ୍କୁ ନିରନ୍ତର ମାର୍ଗଦର୍ଶନ କରି ଚାଲିଥାଉ । ଏହି ଭାବନାକୁ ପ୍ରକଟ କରି ମୁଁ ଅନ୍ତରର ସହିତ ଆପଣ ସମସ୍ତଙ୍କୁ ବହୁତ- ବହୁତ ଧନ୍ୟବାଦ ଜଣାଉଛି ।

ଜୟ ସିୟା- ରାମ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI — an eventful journey

Media Coverage

UPI — an eventful journey
NM on the go

Nm on the go

Always be the first to hear from the PM. Get the App Now!
...
PM chairs 53rd PRAGATI Meeting
August 25, 2026
PM reviews six key infrastructure projects across the Railway, Road and Power sectors
Projects reviewed span across 9 States with cumulative investment of more than ₹30,000 crore
PM says Infrastructure projects should be viewed as an integrated whole, rather than as individual sections or packages
PM calls for continuous reforms across all stages of project implementation and a proactive work culture across Ministries and States
PM says Speed must go hand-in-hand with quality
While reviewing AgriStack, PM emphasises the need to leverage the latest digital technologies including AI to derive greater value from agricultural data
On cyber fraud and ‘digital arrest’, PM stresses training, public awareness, cyber-safety education and coordinated action

Prime Minister Shri Narendra Modi chaired the 53rd meeting of PRAGATI, the ICT-enabled, multi-modal platform for Pro-Active Governance and Timely Implementation, at Seva Teerth earlier today.

During the meeting, Prime Minister reviewed six key infrastructure projects across the Railway, Road and Power sectors, spanning nine States with a cumulative cost of more than ₹30,000 crore. The projects, significant for strengthening connectivity, supporting industrial and economic activity and improving public services, were reviewed with particular emphasis on adherence to timelines, inter-agency coordination, resolution of pending issues and expeditious completion.

Prime Minister emphasised that delays in infrastructure projects have consequences beyond cost escalation, as they also postpone the benefits intended for citizens, businesses and the economy. He said that infrastructure projects should be viewed and monitored as an integrated whole, rather than as isolated sections, stretches or packages. He noted that progress in individual packages should ultimately translate into timely completion and operationalisation of the entire project. Ministries and States were therefore asked to adopt an end-to-end approach, and address critical gaps that could delay the overall commissioning and delivery of benefits. He called for fostering a proactive work culture across Ministries and State Governments, with greater ownership at every level of project implementation.

Prime Minister stressed the need to explore common utility corridors for infrastructure services, wherever feasible, particularly while planning major transport and infrastructure projects. He called upon Ministries and States to examine such integrated approaches at the planning stage itself, keeping in view their technical and economic feasibility.

Prime Minister said that speed of execution must be accompanied by uncompromising quality. He called upon Ministries, States and implementing agencies to adopt modern technologies and strengthen quality assurance and supervision at every stage.

While reviewing AgriStack under the Digital Agriculture Mission, Prime Minister emphasised the need to leverage the latest digital technologies, including Artificial Intelligence, to derive greater value from agricultural data. He stressed that the data ecosystem should be effectively utilised across the agricultural value chain, from input planning to processing, enabling more informed interventions, better targeting and data-driven decision-making. He appreciated the efforts of the States and the Central Government in building the AgriStack ecosystem and called for further strengthening its use for delivering better outcomes for farmers.

During the review of cyber fraud cases, including incidents of digital arrest, Prime Minister said that prevention must be strengthened through a sustained focus on training, awareness and education. He stressed the need for continuous and targeted public-awareness campaigns, particularly for senior citizens, youth and other vulnerable sections, to familiarise them with common fraud techniques, warning signs and safe digital practices. He also called for regular capacity-building of personnel involved so that emerging modes of cyber fraud are identified and acted upon swiftly.