PM inaugurates four Particularly Vulnerable Tribal Groups skilling centres under PM Kaushal Vikas Yojana
‘India’s daughters and mothers are my ‘raksha kawach’ (protective shield)’
“In today's new India, the flag of women’s power is flying from Panchayat Bhawan to Rashtrapati Bhavan”
“I have confidence that you will face all the adversity but will not allow any harm to come to Cheetahs”
“Women power has become the differentiating factor between the India of the last century and the new India of this century”
“Over a period of time, ‘Self Help Groups’ turn into ‘Nation Help Groups’”
“Government is working continuously to create new possibilities for women entrepreneurs in the village economy”
“There will be always some item made from coarse grains in the menu of visiting foreign dignitaries”
“Number of women in the police force across the country has doubled from 1 lakh to more than 2 lakhs”

ଭାରତ ମାତା କୀ - ଜୟ,

ଭାରତ ମାତା କୀ - ଜୟ,

ଭାରତ ମାତା କୀ - ଜୟ,

ମଧ୍ୟ ପ୍ରଦେଶର ରାଜ୍ୟପାଳ ଶ୍ରୀଯୁକ୍ତ ମଙ୍ଗୁଭାଇ ପଟେଲ, ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଶିବରାଜ ସିଂହ ଜୀ ଚୌହାନ, କେନ୍ଦ୍ରୀୟ ମନ୍ତ୍ରୀ ପରିଷଦର ମୋର ବନ୍ଧୁଗଣ, ମଧ୍ୟ ପ୍ରଦେଶ ସରକାରର ମନ୍ତ୍ରୀଗଣ, ସାଂସଦ ଓ ବିଧାୟକ ବନ୍ଧୁ, ବିଶାଳ ସଂଖ୍ୟାରେ ଉପସ୍ଥିତ ଥିବା ଅନ୍ୟ ସମସ୍ତ ମହାନୁଭବ ତଥା ଆଜି ଏହି କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁରେ ଅଛନ୍ତି, ଯେଉଁମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ହେଉଛି, ଏଭଳି ବହୁତ ବଡ଼ ସଂଖ୍ୟାରେ ଉପସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ମାଆ ଓ ଭଉଣୀମାନଙ୍କୁ ପ୍ରଣାମ!

ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ମିଳନୀରେ ବହୁତ ବହୁତ ସ୍ୱାଗତ । ବର୍ତ୍ତମାନ ଆମ ମୁଖ୍ୟମନ୍ତ୍ରୀ ଜୀ, ଆମ ନରେନ୍ଦ୍ର ସିଂହ ତୋମର ମୋ ଜନ୍ମଦିନକୁ ମନେପକାଇଛନ୍ତି । ମୋର ସେତେ ସ୍ମରଣ ରହି ନ ଥାଏ, କିନ୍ତୁ ଯଦି ସୁବିଧା ହୁଏ, ଯଦି କୌଣସି କାର୍ଯ୍ୟକ୍ରମ ଦାୟିତ୍ୱ ନଥାଏ ତା’ହେଲେ ସାଧାରଣ ଭାବେ ମୋର ଉଦ୍ୟମ ରହିଥାଏ ଯେ ମୋ ମାଆଙ୍କ ପାଖକୁ ଯାଆନ୍ତି, ଚରଣ ସ୍ପର୍ଶ କରି ତାଙ୍କର ଆଶୀର୍ବାଦ ପାଆନ୍ତି । କିନ୍ତୁ ଆଜି ମୁଁ ମୋ ମାଆଙ୍କ ପାଖକୁ ଯାଇପାରି ନାହିଁ । ହେଲେ ମଧ୍ୟ ପ୍ରଦେଶର ଆଦିବାସୀ ଅଞ୍ଚଳର, ଅନ୍ୟ ସମାଜର ଗାଁ ଗାଁରେ ପରିଶ୍ରମ କରୁଥିବା ଏହି ଲକ୍ଷ ଲକ୍ଷ ମାଆମାନେ ମୋତେ ଆଶୀର୍ବାଦ ଦେଉଛନ୍ତି । ଏହି ଦୃଶ୍ୟ ଯେତେବେଳେ ମୋ ମାଆ ଦେଖିବେ ତାଙ୍କୁ ନିଶ୍ଚିତ ଖୁସି ଲାଗି ଯେ ମୁଁ ତାଙ୍କ ପାଖକୁ ନ ଗଲେ କ’ଣ ହେବ, ଲକ୍ଷ ଲକ୍ଷ ମାଆ ଆଜି ମୋତେ ଆଶୀର୍ବାଦ ଦେଇଛନ୍ତି । ମୋ ମାଆଙ୍କୁ ଆଜି ଅଧିକ ପ୍ରସନ୍ନତା ହେଉଥିବ । ଆପଣମାନେ ଆଜି ଏତେ ବଡ଼ ସଂଖ୍ୟାରେ ମାଆ-ଭଉଣୀ, ଝିଅମାନେ, ଆପଣମାନଙ୍କର ଆଶୀର୍ବାଦ ଆମ ସମସ୍ତଙ୍କ ପାଇଁ ବହୁତ ବଡ଼ ଶକ୍ତି । ଏକ ବହୁତ ବଡ଼ ଶକ୍ତି, ପ୍ରେରଣା ଅଟେ । ଆଉ ମୋ ପାଇଁ ତ ଦେଶର ମାଆ ଭଉଣୀ, ଦେଶର ଝିଅମାନେ, ମୋର ସବୁଠୁ ବଡ଼ ରକ୍ଷା କବଚ । ଶକ୍ତିର ସ୍ରୋତ । ମୋର ପ୍ରେରଣା ।

ଏତେ ବୃହତ୍ ସଂଖ୍ୟାରେ ଅସିଥିବା ଭାଇ-ଭଉଣୀମାନେ, ଆଜି ଆଉ ଏକ ମହତ୍ତ୍ୱପୂର୍ଣ୍ଣ ଦିନ ଅଟେ । ଆଜି ବିଶ୍ୱକର୍ମା ପୂଜା ମଧ୍ୟ ହେଉଛି । ବିଶ୍ୱକର୍ମା ଜୟନ୍ତୀରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ଏତେ ବଡ଼ ସମ୍ମିଳନୀ, ନିଜେ ଏକ ବହୁତ ବଡ଼ ବିଶେଷତା ରୂପରେ ମୁଁ ଦେଖୁଛି । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ, ସମସ୍ତ ଦେଶବାସୀଙ୍କ ବିଶ୍ୱକର୍ମା ପୂଜା ପାଇଁ ମଧ୍ୟ ଅନେକ ଅନେକ ଶୁଭକାମନା ଜଣାଉଛି । ମୋତେ ଆଉ ଏକ ବଡ଼ କଥାକୁ ନେଇ ଖୁସି ଲାଗୁଛି ଯେ ଭାରତର ମାଟିରେ ଏବେ ୭୫ ବର୍ଷ ପରେ ପୁଣି ଚିତା ଫେରିଆସିଛି । କିଛି ସମୟ ପୂର୍ବରୁ କୁନୋ ଜାତୀୟ ଉଦ୍ୟାନରେ ଚିତା ଛାଡ଼ିବାର ମୋତେ ବହୁତ ବଡ଼ ସୌଭାଗ୍ୟ ମିଳିଥିଲା । ମୁଁ ଆପଣମାନଙ୍କଠାରୁ ଏକ ବଡ଼ ଆଗ୍ରହ ରଖିବାକୁ ଚାହୁଁଛି । ଆଗ୍ରହ ରଖିବି ତ? ସମସ୍ତଙ୍କଠୁ ଆଗ୍ରହ କରିବି ତ? ଏହି ମଞ୍ଚାସୀନ ଲୋକଙ୍କଠାରୁ ଆଗ୍ରହ କରିବି ତ? ସମସ୍ତେ କହିବାକୁ ଚାହୁଁଛନ୍ତି ଯେ ମୁଁ ଆଗ୍ରହ କରେ । ଆଜି ଏହି ମଇଦାନରୁ ଆମେ ପୂରା ବିଶ୍ୱକୁ ଏକ ବାର୍ତ୍ତା ଦେବାକୁ ଚାହୁଁଛୁ । ଆଜି ଯେତେବେଳେ ୮ଟି ଚିତା ୭୫ ବର୍ଷ ପରେ ଆମ ଦେଶର ମାଟିକୁ ଫେରିଆସିଛି । ସୁଦୂର ଆଫ୍ରିକାରୁ ଆସିଛି । ଲମ୍ବା ଯାତ୍ରା କରି ଆସିଛି । ଆମର ବହୁତ ବଡ଼ ଅତିଥି ଆସିଛନ୍ତି । ଏହି ଅତିଥିମାନଙ୍କ ସମ୍ମାନ ପାଇଁ ମୁଁ ଏକ କାମ କହୁଛି ଆପଣମାନେ କରିବେ? ଏହି ଅତିଥିମାନଙ୍କ ସମ୍ମାନରେ ଆମେ ସମସ୍ତେ ନିଜ ନିଜ ସ୍ଥାନରେ ଛିଡ଼ା ହୋଇ ଦୁଇ ହାତ ଉପରକୁ କରି ତାଳି ବଜାଇ ଆମ ଅତିଥିମାନଙ୍କୁ ସ୍ୱାଗତ କରିବା । ଜୋରରେ ତାଳି ବଜାନ୍ତୁ ଏବଂ ଯେଉଁମାନେ ଆମକୁ ଏହି ଚିତା ଦେଇଛନ୍ତି, ସେହି ଦେଶବାସୀଙ୍କୁ ଆମେ ଧନ୍ୟବାଦ ଜଣାଇବା । ଯେଉଁମାନେ ଲମ୍ବା ଅବଧି ପରେ ଆମର ଏହି କାମନା ପୂରା କରିଛନ୍ତି । ଜୋରରେ ତାଳି ବଜାନ୍ତୁ ବନ୍ଧୁମାନେ । ଏହି ଚିତାଗୁଡ଼ିକ ସମ୍ମାନରେ ତାଳି ବଜାନ୍ତୁ । ମୁଁ ଆପଣମାନଙ୍କର ବହୁତ ବହୁତ କୃତଜ୍ଞ ।

ମୁଁ ଦେଶର ଲୋକଙ୍କୁ, ମଧ୍ୟ ପ୍ରଦେଶର ଲୋକମାନଙ୍କୁ ଏହି ଐତିହାସିକ ଅବସରରେ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । କିନ୍ତୁ ଏହାଠାରୁ ଆହୁରି ଅଧିକ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ, ଏହି ଅଞ୍ଚଳର ନାଗରିକଙ୍କୁ ଏକ ବିଶେଷ ଶୁଭେଚ୍ଛା ଜଣାଉଛି । ହିନ୍ଦୁସ୍ତାନ ବହୁତ ବଡ଼ । ଜଙ୍ଗଲ ମଧ୍ୟ । ବନ୍ୟପଶୁ ମଧ୍ୟ ଅନେକ ସ୍ଥାନରେ ରହିଛନ୍ତି । କିନ୍ତୁ ଏହି ଚିତା ଆପଣଙ୍କର ଏଠାକୁ ଆଣିବା ଲାଗି ଭାରତ ସରକାର କାହିଁକି ନିଷ୍ପତ୍ତି ନେଲେ? ଆପଣମାନେ କ’ଣ କେବେ ଭାବିଛନ୍ତି? ଏହା ତ ସବୁଠୁ ବଡ଼ କଥା । ଏହି ଚିତାଗୁଡ଼ିକୁ ଆପଣମାନଙ୍କୁ ଏଥିପାଇଁ ଭେଟି ଦିଆଯାଇଛି, କାରଣ ଆପଣମାନେ ଆମର ଭରସା । ଆପଣମାନେ କଷ୍ଟ ଉଠାଇବେ, କିନ୍ତୁ ଚିତାକୁ ସାମାନ୍ୟତମ କଷ୍ଟ ଦେବେନାହିଁ, ଏହା ମୋର ବିଶ୍ୱାସ । ଏହି କାରଣରୁ ଆଜି ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଏହି ୮ଟି ଚିତାର ଦାୟିତ୍ୱ ପ୍ରଦାନ କରିବାକୁ ଆସିଛି, ଏବଂ ମୋର ପୂର୍ଣ୍ଣ ବିଶ୍ୱାସ ଯେ ଏହି ଦେଶର ଲୋକମାନେ ଆଦୌ ମୋ ବିଶ୍ୱାସ ଭାଙ୍ଗିନାହାନ୍ତି । ମଧ୍ୟ ପ୍ରଦେଶର ଲୋକମାନେ କଦାପି ମୋ ଭରସା ଉପରେ ଆଞ୍ଚ ଆଣିବାକୁ ଦେଇନାହାନ୍ତି ଏବଂ ଏହି ଶେଓପୁର ଅଞ୍ଚଳର ଲୋକମାନଙ୍କ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ଯେ ମୋର ଭରସାକୁ ସେମାନେ ଆଞ୍ଚ ଆଣିବାକୁ ଦେବେନାହିଁ । ଆଜି ମଧ୍ୟ ପ୍ରଦେଶରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ରାଜ୍ୟରେ ୧୦ ଲକ୍ଷ ଚାରା ରୋପଣ ବି କରାଯାଉଛି । ପରିବେଶ ସୁରକ୍ଷା ନିମନ୍ତେ ଆପଣମାନେ ସମସ୍ତଙ୍କର ଏହି ସଂଗଠିତ ପ୍ରୟାସ, ଭାରତର ପରିବେଶ ପ୍ରତି ପ୍ରେମ, ଚାରାରେ ମଧ୍ୟ ପରମାତ୍ମା ଦେଖୁଥିବା ମୋର ଦେଶ ଆଜି ଆପଣଙ୍କର ଏହି ଉଦ୍ୟମ ଦ୍ୱାରା ଭାରତକୁ ଏକ ନୂଆ ଶକ୍ତି ମିଳିବାକୁ ଯାଉଛି ।

ବନ୍ଧୁଗଣ,

ବିଗତ ଶତାବ୍ଦୀର ଭାରତ ଓ ଏହି ଶତାବ୍ଦୀର ନୂଆ ଭାରତରେ ଏକ ଅନ୍ତର ଆମ ନାରୀଶକ୍ତିର ପ୍ରତିନିଧିତ୍ୱ ରୂପରେ ଆସିଛି । ଆଜି ନୂଆ ଭାରତରେ ପଞ୍ଚାୟତ ଭବନରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ନାରୀଶକ୍ତିର ଧ୍ୱଜା ଉଡ଼ୁଛି । ମୋତେ ଅବଗତ କରାଯାଇଛି ଯେ ଏଠାକାର ଶେଓପୁର ଜିଲ୍ଲାରେ ଜଣେ ମୋର ଆଦିବାସୀ ଭଉଣୀ, ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ଭାବେ କାମ କରୁଛନ୍ତି । ସଦ୍ୟ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ପୂରା ମଧ୍ୟ ପ୍ରଦେଶରେ ପାଖାପାଖି ୧୭ ହଜାର ଭଉଣୀ ଜନପ୍ରତିନିଧି ଭାବେ ନିର୍ବାଚିତ ହୋଇଛନ୍ତି । ଏହା ବହୁତ ବଡ଼ ପରିବର୍ତ୍ତନର ସଂକେତ, ବଡ଼ ପରିବର୍ତ୍ତନର ଆହ୍ୱାନ ।

ବନ୍ଧୁଗଣ,

ସ୍ୱାଧୀନତା ଲଢ଼େଇରେ ସଶସ୍ତ୍ର ସଂଘର୍ଷଠାରୁ ସତ୍ୟାଗ୍ରହ ପର୍ଯ୍ୟନ୍ତ, ଦେଶର ଝିଅମାନେ କାହାଠାରୁ ପଛରେ ନାହାନ୍ତି । ଆଜି ଯେତେବେଳେ ଭାରତ ନିଜ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ଆମେ, ଆମେ ସମସ୍ତେ ଦେଖିଛେ ଯେ କିଭଳି ପ୍ରତ୍ୟେକ ଘରେ ଯେବେ ତ୍ରିରଙ୍ଗା ଉଡ଼ୁଥିଲା, ଆପଣମାନେ ସମସ୍ତ ଭଉଣୀମାନେ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ କେତେ ବଡ଼ କାମ କରିଥିଲେ । ଆପଣମାନଙ୍କ ଦ୍ୱାରା ପ୍ରସ୍ତୁତ ତ୍ରିରଙ୍ଗା ରାଷ୍ଟ୍ରୀୟ ଗୌରବର ଏହି କ୍ଷଣକୁ ଚମକ୍ରାର ବନାଇଥିଲେ । କରୋନା କାଳରେ, ସଂକଟର ସେହି ସମୟରେ ମାନବ ସେବା କରିବା ଇଚ୍ଛାରେ ଆପଣମାନେ ବହୁତ ବଡ଼ ମାତ୍ରାରେ ମାସ୍କ ତିଆରି କରିଥିଲେ, ପିପିଇ କିଟସ ତିଆରିଠାରୁ ଲକ୍ଷ ଲକ୍ଷ ତ୍ରିରଙ୍ଗା ଅର୍ଥାତ ଗୋଟିଏ ପରେ ଗୋଟିଏ ପ୍ରତ୍ୟେକ କାମରେ ଦେଶର ନାରୀଶକ୍ତି ପ୍ରତ୍ୟେକ ଅବସରରେ, ସବୁ ଆହ୍ୱାନକୁ ନିଜ ଉଦ୍ୟମିତା କାରଣରୁ ଦେଶରେ ନୂଆ ବିଶ୍ୱାସ ଜନ୍ମାଇଥିଲେ ଏବଂ ନାରୀଶକ୍ତିର ପରିଚୟ ଦେଇଛନ୍ତି । ଆଉ ଏଥିପାଇଁ ଆଜି ମୁଁ ବହୁତ ବଡ଼ ଦାୟିତ୍ୱ ସହ ଏକ ବିବୃତି ଦେବାକୁ ଚାହୁଁଛି । ବଡ଼ ଦାୟିତ୍ୱର ସହ କରିବାକୁ ଚାହୁଁଛି । ବିଗତ ୨୦-୨୨ ବର୍ଷର ଶାସନ ବ୍ୟବସ୍ଥାର ଅନୁଭବ ଆଧାରରେ କହିବାକୁ ଚାହୁଁଛି । ଆପଣଙ୍କ ଗୋଷ୍ଠୀର ଯେବେ ଜନ୍ମ ହୋଇଥାଏ, ୧୦-୧୨ ଭଉଣୀ ଏକତ୍ରିତ ହୋଇ କୌଣସି କାମ କରିଥାନ୍ତି । ଯେତେବେଳେ ଆପଣଙ୍କର ଏହି କାର୍ଯ୍ୟକଳାପ ନିମନ୍ତେ ଜନ୍ମ ହୋଇଥାଏ । ସେତେବେଳେ ଆପଣ ସ୍ୱୟଂ ସହାୟକ ଗୋଷ୍ଠୀ ହୋଇଥାନ୍ତି । ଯେତେବେଳେ ଆପଣଙ୍କ କାର୍ଯ୍ୟ ଆରମ୍ଭ ହୋଇଥାଏ, ଗୋଟିଏ ଗୋଟିଏ ଲକ୍ଷ୍ୟ ରଖି କାମ ଆରମ୍ଭ କରିଥାନ୍ତି । କିଛି ପଇସା ଏଠାରୁ କିଛି ପଇସା ସେଠାରୁ ଏକତି୍ରତ କରି ଉଦ୍ୟମ କରିଥାନ୍ତି, ସେ ପର୍ଯ୍ୟନ୍ତ ଆପଣମାନେ ସ୍ୱୟଂ ସହାୟକ ଗୋଷ୍ଠୀ ହୋଇଥାନ୍ତି । କିନ୍ତୁ ମୁଁ ଦେଖୁଛି ଯେ ଆପଣମାନଙ୍କ ପୁରୁଷାର୍ଥ କାରଣ, ଆପଣମାନଙ୍କ ସଂକଳ୍ପର କାରଣ ଦେଖୁ ଦେଖୁ ଏହି ସ୍ୱୟଂ ସହାୟକ ଗୋଷ୍ଠୀର ରାଷ୍ଟ୍ର ସହାୟକ ଗୋଷ୍ଠୀ ହୋଇଯାଇଥାଏ । ଆଉ ଏଥପାଇଁ କାଲି ଆପଣ ସ୍ୱୟଂ ସହାୟକ ଗୋଷ୍ଠୀ ହେବେ, କିନ୍ତୁ ଆଜି ଆପଣ ରାଷ୍ଟ୍ର ସ୍ୱୟଂ ସହାୟକ ଗୋଷ୍ଠୀ ହୋଇସାରିଛନ୍ତି । ରାଷ୍ଟ୍ରର ସହାୟତା କରୁଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଏହି ଶକ୍ତି ସ୍ୱାଧୀନତାର ଅମୃତ କାଳରେ ବିକଶିତ ଭାରତ, ଆତ୍ମନିର୍ଭର ଭାରତର ନିର୍ମାଣରେ ବହୁତ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ ପାଇଁ ଆଜି ପ୍ରତିବଦ୍ଧ, କଟିବଦ୍ଧ ଅଟେ ।

ବନ୍ଧୁଗଣ,

ମୋର ଅନୁଭବ ରହିଛି ଯେ ଯେଉଁ କ୍ଷେତ୍ରରେ ମହିଳାମାନଙ୍କର ପ୍ରତିନିଧିତ୍ୱ ବଢ଼ିଛି, ସେ କ୍ଷେତ୍ରରେ, ସେହି କାର୍ଯ୍ୟରେ ସଫଳତା ଆପଣାଛାଏଁ ସ୍ଥିର ହୋଇଥାଏ । ସ୍ୱଚ୍ଛ ଭାରତ ଅଭିଯାନର ସଫଳତା ଏହାର ଅନନ୍ୟ ଉଦାହରଣ ଅଟେ, ଯାହାକୁ ମହିଳାମାନେ ନେତୃତ୍ୱ ନେଇଥିଲେ । ଆଜି ଗ୍ରାମଗୁଡ଼ିକରେ ଚାଷ ହେଉଛି, ପଶୁପାଳନ କାମ ହେଉ, ଅଧିକରୁ ଅଧିକ କ୍ଷେତ୍ରରେ ଭଉଣୀ-ଝିଅମାନଙ୍କୁ ପ୍ରବନ୍ଧନ ସହ ଯୋଡ଼ାଯାଉଛି । ମୁଁ ଖୁସି ଯେ ଏଥିରେ ଦୀନ ଦୟାଲ ଅନ୍ତ୍ୟୋଦୟ ଯୋଜନା ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଆମର ଆଜି ଯେଉଁ ଭଉଣୀମାନେ ଅଛନ୍ତି, ତାଙ୍କର ବି କାମ ଦେଖନ୍ତୁ, କିଭଳି ବିବିଧ ମୋର୍ଚ୍ଚାକୁ ସମ୍ଭାଳୁଛନ୍ତି । କିଛି ମହିଳା ପଶୁ ସଖୀ ଭାବେ, କିଛି କୃଷି ସଖୀ ଭାବେ, କେହି ବ୍ୟାଙ୍କ ସଖୀ ଭାବେ, କେହି ପୋଷଣ ସଖୀ ରୂପରେ, ଏମିତି ଅନେକ ସେବାର ତାଲିମ ନେଇ ସେମାନେ ଚମକ୍ରାର କାର୍ଯ୍ୟ କରୁଛନ୍ତି । ଆପଣମାନଙ୍କ ସଫଳ ନେତୃତ୍ୱ, ସଫଳ ଭାଗୀଦାରିର ଏକ ଉତ୍ତମ ଉଦାହରଣ ଜଳ ଜୀବନ ମିଶନ ମଧ୍ୟ ରହିଛି । ଏବେ ମୋତେ ଜଣେ ଭଉଣୀଙ୍କ ସହ କିଛି କଥା ହେବାର ସୁଯୋଗ ମିଳିଛି । ପ୍ରତି ଘରେ ପାଇପ ଦ୍ୱାରା ଜଳ ପହଞ୍ଚାଇବାର ଏହି ଅଭିଯାନରେ କେବଳ ୩ ବର୍ଷରେ ୭ କେଟି ନୂଆ ପାଣି ସଂଯୋଗ ଦିଆଯାଇଛି । ଏଥିରେ ମଧ୍ୟ ପ୍ରଦେଶରେ ମଧ୍ୟ ୪୦ ଲକ୍ଷ ପରିବାରକୁ ନଳ ଦ୍ୱାରା ଜଳ ପହଞ୍ଚାଯାଇଛି ଏବଂ ଯେଉଁଠି ନଳରେ ଜଳ ପହଞ୍ଚୁଛି, ସେଠାରେ ମାଆ-ଭଉଣୀମାନେ ଡବଲ ଇଞ୍ଜିନ ସରକାରକୁ ବହୁତ ଆଶୀର୍ବାଦ ଦେଉଥିବେ । ମୁଁ ଏହି ସଫଳ ଅଭିଯାନର ସବୁଠୁ ଅଧିକ ଶ୍ରେୟ ମୋ ଦେଶର ମାଆ ଭଉଣୀମାନଙ୍କୁ ଆପଣମାନଙ୍କୁ ଦେଉଛି । ମୋତେ ଅବଗତ କରାଯାଇଛି ଯେ ମଧ୍ୟ ପ୍ରଦେଶରେ ୩ ହଜାରରୁ ଅଧିକ ନଳ ଜଳ ପରିଯୋଜନାର ପ୍ରବନ୍ଧନ ଆଜି ସ୍ୱୟଂ ସହାୟକ ଗୋଷ୍ଠୀ ହାତରେ ରହିଛି । ସେମାନେ ରାଷ୍ଟ୍ର ସହାୟତା ଗୋଷ୍ଠୀ ହୋଇସାରିଛନ୍ତି । ପାଣି ସମିତିଗୁଡ଼ିକରେ ଭଉଣୀମାନଙ୍କ ଭାଗୀଦାରି ହେଉ, ପାଇପଲାଇନର ଦେଖାରଖା ହେଉ କିମ୍ବା ପାଣି ସହ ଜଡ଼ିତ ପରୀକ୍ଷା ହେଉ, ଭଉଣୀ-ଝିଅମାନେ ବହୁତ ପ୍ରଶଂସନୀୟ କାମ କରୁଛନ୍ତି । ଏହି ଯେଉଁ କିଟସ ଆଜି ଏଠାରେ ଦିଆଯାଇଛି, ଏହା ଜଳର ପ୍ରବନ୍ଧନରେ ଭଉଣୀ-ଝିଅମାନଙ୍କ ଭୂମିକାକୁ ବଢ଼ାଇବାର ହିଁ ପ୍ରୟାସ ।

ବନ୍ଧୁଗଣ,

ବିଗତ ୮ ବର୍ଷରେ ସ୍ୱୟ ସହାୟକ ଗୋଷ୍ଠୀଗୁଡ଼ିକୁ ସଶକ୍ତ ବନାଇବାରେ ଆମେ ସବୁ ପ୍ରକାର ସହାୟତା ଦେଇଛୁ । ଆଜି ପୂରା ଦେଶରେ ୮ କୋଟିରୁ ଅଧିକ ଭଉଣୀ ଏହି ଅଭିଯାନରେ ଯୋଡ଼ି ହୋଇସାରିଛନ୍ତି । ଅର୍ଥାତ ଏକ ପ୍ରକାରେ ୮ କୋଟି ପରିବାର ଏହି କାମରେ ଯୋଡ଼ି ହୋଇଛନ୍ତି । ଆମର ଲକ୍ଷ୍ୟ ଯେ ପ୍ରତ୍ୟେକ ଗ୍ରାମୀଣ ପରିବାରରୁ ଅତିକମରେ ଜଣେ ମହିଳା, ଜଣେ ଭଉଣୀ ହୁଅନ୍ତୁ, ଜଣେ ଝିଅ ହୁଅନ୍ତୁ, ମାଆ ହୁଅନ୍ତୁ, ଏହି ଅଭିଯାନରେ ଯୋଡ଼ି ହୁଅନ୍ତୁ । ଏଠାରେ ମଧ୍ୟ ପ୍ରଦେଶର ମଧ୍ୟ ୪୦ ଲକ୍ଷରୁ ଅଧିକ ଭଉଣୀ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଯୋଡ଼ି ହୋଇଛନ୍ତି । ରାଷ୍ଟ୍ରୀୟ ଆଜୀବିକା ମିଶନରେ ୨୦୧୪ରୁ ପ୍ରଥମ ୫ ବର୍ଷରେ ଯେତିକି ସହାୟତା ଦିଆଯାଇଛି, ବିଗତ ୭ ବର୍ଷରେ ତାହାଠାରୁ ପାଖାପାଖି ୧୩ ଗୁଣା ବୃଦ୍ଧି ହୋଇଛି । ପ୍ରତ୍ୟେକ ସେଲ୍ଫ ହେଲ୍ପ ଗ୍ରୁପକୁ ପ୍ରଥମେ ଯେଉଁଠି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ଗ୍ୟାରେଣ୍ଟି ଋଣ ମିଳୁଥିଲା, ଏବେ ଏହି ସୀମା ମଧ୍ୟ ଦୁଇଗୁଣା ଅର୍ଥାତ ୧୦ ଲକ୍ଷରୁ ବଢ଼ି ୨୦ ଲକ୍ଷ ହୋଇଯାଇଛି । ଖାଦ୍ୟ ପ୍ରକ୍ରିୟାକରଣ ସହ ଜଡ଼ିତ ସେଲ୍ଫ ହେଲ୍ପ ଗ୍ରୁପକୁ ନୂଆ ୟୁନିଟ ଲଗାଇବା ପାଇଁ ୧୦ ଲକ୍ଷ ଟଙ୍କାରୁ ଆରମ୍ଭ କରି ୩ କୋଟି ଟଙ୍କା ପର୍ଯ୍ୟନ୍ତ ସହାୟତା ଦିଆଯାଉଛି । ଦେଖନ୍ତୁ ମାଆ-ଭଉଣୀଙ୍କ ଉପରେ, ସେମାନଙ୍କ ସଚ୍ଚୋଟତା ଉପରେ, ସେମାନଙ୍କ ଉଦ୍ୟମ ଉପରେ, ସେମାନଙ୍କ କ୍ଷମତା ଉପରେ କେତେ ଭରସା ରହିଛି ସରକାରଙ୍କର ଯେ ଏହି ଗୋଷ୍ଠୀମାନଙ୍କୁ ୩ କୋଟି ଟଙ୍କା ଦେବା ପାଇଁ ପ୍ରସ୍ତୁତ ହୋଇଯାଉଛନ୍ତି ।

ବନ୍ଧୁଗଣ,

ଗ୍ରାମର ଅର୍ଥ ବ୍ୟବସ୍ଥାରେ, ମହିଳା ଉଦ୍ୟୋଗୀମାନଙ୍କୁ ଆଗକୁ ବଢ଼ାଇବା ପାଇଁ, ସେମାନଙ୍କ ଲାଗି ନୂଆ ସମ୍ଭାବନା ବନାଇବା ଲାଗି ଆମ ସରକାର ନିରନ୍ତର କାମ କରୁଛି । ୱାନ ଡିଷ୍ଟି୍ରକ୍ଟ ୱାନ ପ୍ରଡକ୍ଟ ମାଧ୍ୟମରେ ଆମେ ପ୍ରତ୍ୟେକ ଜିଲ୍ଲାର ସ୍ଥାନୀୟ ଉତ୍ପାଦକୁ ବଡ଼ ବଜାରରେ ପର୍ଯ୍ୟନ୍ତ ପହଞ୍ଚାଇବା ନିମନ୍ତେ ଉଦ୍ୟମ କରୁଛୁ । ଏହାର ବହୁତ ବଡ଼ ଲାଭ ୱିମେନ ସେଲଫ ହେଲପ ଗ୍ରୁପକୁ ମଧ୍ୟ ହେଉଛି । କିଛି ସମୟ ପୂର୍ବରୁ ଏଠାରେ ୱାନ ଡିଷ୍ଟି୍ରକ୍ଟ ୱାନ ପ୍ରଡକ୍ଟ ଅଭିଯାନ ସହ ଜଡ଼ିତ ଭଉଣୀମାନଙ୍କ ସହ କଥା ହେବା ପାଇଁ ମୋତେ ସୁଯୋଗ ମିଳିଥିଲା । କିଛି ଉତ୍ପାଦକୁ ଦେଖିବାର ସୁଯୋଗ ମିଳିଥିଲା ଏବଂ କିଛି ଉତ୍ପାଦ ସେମାନେ ମୋତେ ଉପହାର ବି ଦେଇଥିଲେ । ଗ୍ରାମୀଣ ଭଉଣୀଙ୍କ ଦ୍ୱାରା ପ୍ରସ୍ତୁତ ଏହି ଉତ୍ପାଦ କେବଳ ମୋ ପାଇଁ ନୁହେଁ, ବରଂ ସମଗ୍ର ଦେଶ ନିମନ୍ତେ ମୂଲ୍ୟବାନ । ମୁଁ ଖୁସି ଯେ ଏଠାରେ ମଧ୍ୟ ପ୍ରଦେଶରେ ଆମ ଶିବରାଜ ଜୀଙ୍କ ସରକାର ଏଭଳି ଉତ୍ପାଦକୁ ବଜାର ପର୍ଯ୍ୟନ୍ତ ପହଞ୍ଚାଇବା ନିମନ୍ତେ ବିଶେଷ ଉଦ୍ୟମ କରୁଛନ୍ତି । ସରକାର ଅନେକ ଗ୍ରାମୀଣ ବଜାର ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ଭଉଣୀମାନଙ୍କ ନିମନ୍ତେ ବନାଇଛନ୍ତି । ମୋତେ ଅବଗତ କରାଯାଇଛି ଯେ ଏହି ବଜାରଗୁଡ଼ିକରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ୫୦୦ କୋଟି ଟଙ୍କାରୁ ଅଧିକ ଉତ୍ପାଦ ବିକି୍ର କରିଛନ୍ତି । ୫୦୦ କୋଟି, ଅର୍ଥାତ ଏତେ ଟଙ୍କା ଆପଣମାନଙ୍କ ପରିଶ୍ରମରୁ ଗ୍ରାମର ଭଉଣୀମାନଙ୍କ ପାଖରେ ପହଞ୍ଚିଛି ।

ବନ୍ଧୁଗଣ,

ଆଦିବାସୀ ଅଞ୍ଚଳଗୁଡ଼ିକରେ ଯେଉଁ ବନ ଆପଣମାନେ ସୃଷ୍ଟି କରିଛନ୍ତି, ସେଗୁଡ଼ିକୁ ଉନ୍ନତ ଉତ୍ପାଦରେ ପରିଣତ ଲାଗି ଆମର ଆଦିବାସୀ ଭଉଣୀମାନେ ପ୍ରଶଂସନୀୟ କାମ କରୁଛନ୍ତି । ମଧ୍ୟ ପ୍ରଦେଶ ସହିତ ଦେଶର ଲକ୍ଷ ଲକ୍ଷ ଆଦିବାସୀ ଭଉଣୀମାନେ ପ୍ରଧାନମନ୍ତ୍ରୀ ବନଧନ ଯୋଜନାର ଲାଭ ଉଠାଉଛନ୍ତି । ମଧ୍ୟ ପ୍ରଦେଶରେ ଆଦିବାସୀ ଭଉଣୀଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଉନ୍ନତ ଉତ୍ପାଦଗୁଡ଼ିକର ବହୁତ ପ୍ରଶଂସା ବି ହେଉଛି । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅଧୀନରେ ଆଦିବାସୀ ଅଞ୍ଚଳଗୁଡ଼ିକରେ ନୂଆ ସ୍କିଲିଙ୍ଗ ସେଣ୍ଟର ଦ୍ୱାରା ଏହି ପ୍ରକାରର ଉଦ୍ୟମକୁ ଆହୁରି ସମୃଦ୍ଧି ମିଳିବ ।

ମାଆ-ଭଉଣୀମାନେ,

ଆଜିକାଲି ଅନଲାଇନ ଖରିଦଦାରିର ପ୍ରଚଳନ ବଢ଼ିବାରେ ଲାଗିଛି । ତେଣୁ ସରକାରଙ୍କର ଯେଉଁ ଜିଇଏମ ବା ଗଭର୍ଣ୍ଣମେଣ୍ଟ ଇ-ମାର୍କେଟପ୍ଲେସ ପୋର୍ଟାଲ ରହିଛି, ସେଠାରେ ବି ଆପଣମାନଙ୍କ ଉତ୍ପାଦ ନିମନ୍ତେ, ‘ସରସ’ ନାମରେ ଏକ ସ୍ୱତନ୍ତ୍ର ସ୍ଥାନ ରଖାଯାଇଛି । ଏହା ଜରିଆରେ ଆପଣମାନେ ନିଜ ଉତ୍ପାଦ ସିଧା ସରକାରଙ୍କୁ, ସରକାରୀ ବିଭାଗଗୁଡ଼ିକୁ ବିକି୍ର କରିପାରିବେ । ଯେଉଁଭଳି ଭାବେ ଏଠାକାର ଶେଓପୁରରେ କାଠରେ ଖୋଦେଇର ଏତେ ବଢ଼ିଆ କାମ ହେଉଛି । ଦେଶରେ ଏହାର ଚାହିଦା ବହୁତ ରହିଛି । ମୁଁ ଚାହୁଁଛି ଯେ ଆପଣମାନେ ଅଧିକରୁ ଅଧିକ ଏଥିରେ ନିଜକୁ, ନିଜ ଉତ୍ପାଦକୁ ଏହି ଜିଇଏମରେ ପଞ୍ଜିକରଣ କରାନ୍ତୁ ।

ବନ୍ଧୁଗଣ,

ସେପ୍ଟେମ୍ବରର ଏହି ମାସ ଦେଶରେ ପୋଷଣ ମାସ ଭାବେ ପାଳନ କରାଯାଉଛି । ଭାରତର ଉଦ୍ୟମଗୁଡ଼ିକ ଦ୍ୱାରା ଜାତିସଂଘ ୨୦୨୩ ବର୍ଷକୁ ପୃଥକ ବର୍ଷ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ମୋଟା ଖାଦ୍ୟଶସ୍ୟ ବର୍ଷ ଭାବେ ପାଳନ ଲାଗି ଘୋଷଣା କରିଛି । ମଧ୍ୟ ପ୍ରଦେଶ ପୋଷଣରେ ଭରପୂର ଏହି ମୋଟା ଖାଦ୍ୟଶସ୍ୟ ବାବଦରେ ଦେଶର ଅଗ୍ରଣୀ ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି । ବିଶେଷ ଭାବେ ଆମ ଆଦିବାସୀ ଅଞ୍ଚଳଗୁଡ଼ିକରେ ଏହାର ଏକ ସମୃଦ୍ଧ ପରିପାଟୀ ରହିଛି । ଆମ ସରକାରଙ୍କ ଦ୍ୱାରା କୋଦୋ, କୁଟକୀ, ଜୱାର, ବାଜରା ଏବଂ ରାଶି ଭଳି ମୋଟା ଖାଦ୍ୟଶସ୍ୟକୁ ନିରନ୍ତର ପ୍ରୋତ୍ସାହିତ କରାଯାଉଛି, ଏବଂ ମୁଁ ନିଷ୍ପତ୍ତି ନେଇଛି ଯେ ଯଦି ଭାରତ ସରକାରରେ କୌଣସି ବିଦେଶୀ ଅତିଥିଙ୍କ ପାଇଁ ଖାଦ୍ୟ ଦେବାକୁ ହୁଏ, ତେବେ ସେଥିରେ କିଛି ନା କିଛି ମୋଟା ଖାଦ୍ୟଶସ୍ୟ ହେବା ଉଚିତ । ଯଦ୍ଦ୍ୱାରା ମୋର ଯେଉଁ କ୍ଷୁଦ୍ର ଚାଷୀମାନେ କାମ କରୁଛନ୍ତି, ସେମାନଙ୍କ ଉତ୍ପାଦିତ ଖାଦ୍ୟ ବିଦେଶୀ ଅତିଥିଙ୍କ ଥାଳିରେ ପରଷା ଯାଇପାରିବ । ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ନିମନ୍ତେ ଏଥିରେ ବହୁତ ଅଧିକ ସୁଯୋଗ ରହିଛି ।

ବନ୍ଧୁଗଣ,

ଗୋଟିଏ ସମୟ ଥିଲା, ଯେତେବେଳେ ଘର-ପରିବାର ଭିତରେ ହିଁ ମାଆ-ଭଉଣୀମାନଙ୍କର ଅନେକ ସମସ୍ୟା ଥିଲା, ଘରର ନିଷ୍ପତ୍ତିରେ ଭୂମିକା ବହୁତ ସୀମିତ ରହୁଥିଲା । ଅନେକ ଘର ଏଭଳି ଥିଲା, ଯଦି ପିତା ଓ ପୁଅ ବ୍ୟବସାୟ ଅଥବା କୌଣସି କାମ ବାବଦରେ କଥା ହେଉଥିବେ, ଯଦି ମାଆ ରୋଷେଇଘରୁ ବାହାରକୁ ବାହାରନ୍ତି, ତେବେ ତୁରନ୍ତ ପୁଅ କହିଥାଏ କିମ୍ବା ପିତା କହିଦେଇଥାନ୍ତି- ଯା ଯା ତୁ ରୋଷେଇ ଘରେ କାମ କର, ଆମକୁ କଥା ହେବାକୁ ଦେ । ଆଜି କିନ୍ତୁ ସେଭଳି ନାହିଁ । ଆଜି ମାଆ-ଭଉଣୀଙ୍କ ବିଚାରବିମର୍ଶ ଦ୍ୱାରା ପରିବାରରେ ମଧ୍ୟ ତାଙ୍କର ମହତ୍ତ୍ୱ ବଢ଼ିବାରେ ଲାଗିଛି । କିନ୍ତୁ ଏହା ପଛରେ ଯୋଜନାବଦ୍ଧ ଉପାୟରେ ଆମ ସରକାର ଉଦ୍ୟମ କରିଛନ୍ତି । ପୂର୍ବରୁ ଏଭଳି ସୁଚିନ୍ତିତ ଭାବେ ଉଦ୍ୟମ ହେଉ ନ ଥିଲା । ୨୦୧୪ ପରେ ହିଁ ଦେଶ, ମହିଳାମାନଙ୍କ ଗରିମା ବଢ଼ାଇବା, ମହିଳାମାନଙ୍କ ସାମ୍ନାରେ ଆସୁଥିବା ଆହ୍ୱାନଗୁଡ଼ିକର ସମାଧାନରେ ଲାଗିପଡ଼ିଛି । ପାଇଖାନା ଅଭାବ ଯୋଗୁ ଯେଉଁ ଅସୁବିଧା ସୃଷ୍ଟି ହେଉଥିଲା, ରୋଷେଇ ଘରେ କାଠିକୁଟା ଧୂଅାଁରୁ ଯେଉଁ ସମସ୍ୟା ହେଉଥିଲା, ପାଣି ନିମନ୍ତେ ଦୁଇ-ଦୁଇ, ଚାରି-ଚାରି କିଲୋମିଟର ଯିବାକୁ ପଡୁଥିଲା । ଆପଣମାନେ ଏହିସବୁ କଥା ଭଲ ଭାବେ ଜାଣିଛନ୍ତି । ଦେଶରେ ୧୧ କୋଟିରୁ ଅଧିକ ଶୌଚାଳୟ ବନାଇ, ୯ କୋଟିରୁ ଅଧିକ ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ପ୍ରଦାନ କରି ଏବଂ କୋଟି କୋଟି ପରିବାରଗୁଡ଼ିକରେ ନଳରେ ଜଳ ଦେଇ ଆପଣମାନଙ୍କ ଜୀବନ ବେଶ ସହଜ କରିଦେଇଛନ୍ତି ।

ମାଆ-ଭଉଣୀମାନେ,

ଗର୍ଭାବସ୍ଥା ବେଳେ କେତେ ସମସ୍ୟା ହେଉଥିଲା, ତାହା ଆପଣମାନେ ଭଲ ଭାବେ ଜାଣିଛନ୍ତି । ଠିକ୍ ଭାବେ ଖାଇବା ପିଇବା ବି ହୋଇପାରୁ ନଥିଲା, ଚେକଅପ ସୁବିଧାର ଅଭାବ ମଧ୍ୟ ଥିଲା । ତେଣୁ ଆମେ ମାତୃ ବନ୍ଦନା ଯୋଜନା ଆରମ୍ଭ କଲୁ । ଏହା ଅଧୀନରେ ୧୧ ହଜାର କୋଟି ଟଙ୍କାରୁ ଅଧିକ ସିଧା ଗର୍ଭବତୀ ମହିଳାମାନଙ୍କ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର କରିଦିଆଗଲା । ମଧ୍ୟ ପ୍ରଦେଶର ଭଉଣୀମାନଙ୍କୁ ମଧ୍ୟ ଏହା ଅଧୀନରେ ପାଖାପାଖି ୧,୩୦୦ କୋଟି ଟଙ୍କା ଗର୍ଭବତୀ ମହିଳାମାନଙ୍କ ଖାତାରେ ପହଞ୍ଚିଛି । ଆୟୁଷ୍ମାନ ଭାରତ ଯୋଜନାରେ ମିଳୁଥିବା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ସେବା ଚିକିତ୍ସା ବି ଗରିବ ପରିବାରର ଭଉଣୀମାନଙ୍କର ବହୁତ ବଡ଼ ସହାୟତା କରୁଛି ।

ମାଆ-ଭଉଣୀମାନେ,

ବେଟି ବଚାଓ, ବେଟି ପଢ଼ାଓ ଅଭିଯାନରେ ଉତ୍ତମ ପରିଣାମ ଆଜି ଦେଶ ଅନୁଭବ କରୁଛି । ଝିଅମାନେ ଠିକ ଭାବେ ଯେମିତି ପଢ଼ିପାରିବେ, ସେମାନଙ୍କୁ ସ୍କୁଲ ଅଧାରୁ ଛାଡ଼ିବାକୁ ନ ପଡ଼େ, ସେଥିପାଇଁ ସ୍କୁଲଗୁଡ଼ିକରେ ଝିଅମାନଙ୍କ ନିମନ୍ତେ ପୃଥକ ଶୌଚାଳୟ ବନାଯାଇଛି, ସାନିଟାରି ପ୍ୟାଡ ବ୍ୟବସ୍ଥା କରାଯାଇଛି । ସୁକନ୍ୟା ସମୃଦ୍ଧି ଯୋଜନା ଅଧୀନରେ ପାଖାପାଖି ଅଢ଼େଇ କୋଟି ଝିଅଙ୍କ ପାଇଁ ଆକାଉଣ୍ଟ ଖୋଲାଯାଇଛି ।

ବନ୍ଧୁଗଣ,

ଆଜି ଜନଧନ ବ୍ୟାଙ୍କ ଖାତା ଦେଶରେ ମହିଳାମାନଙ୍କ ସଶକ୍ତୀକରଣର ବହୁତ ବଡ଼ ମାଧ୍ୟମ ପାଲଟିଛି । କରୋନା କାଳରେ ସରକାର ଯଦି ଆପଣ ଭଉଣୀମାନଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଭାବେ ଟଙ୍କା ସ୍ଥାନାନ୍ତର କରିପାରିଛନ୍ତି, ତା’ ପଛରେ ଜନ ଧନ ଆକାଉଣ୍ଟର ଶକ୍ତି ରହିଛି । ଆମର ଏଠାରେ ସମ୍ପତ୍ତି ମାମଲାରେ ଅଧିକାଂଶ ନିୟନ୍ତ୍ରଣ ପୁରୁଷଙ୍କ ପାଖରେ ରହିଛି । ଯଦି ଜମି ରହିଛି, ତା’ହେଲେ ପୁରୁଷଙ୍କ ନାମରେ, ଦୋକାନ ଥିଲେ ପୁରୁଷଙ୍କ ନାମରେ, ଘର ଥିଲେ ପୁରୁଷଙ୍କ ନାମରେ, ଗାଡ଼ି ଥିଲେ ପୁରୁଷଙ୍କ ନାମରେ, ସ୍କୁଟର ଥିଲେ ପୁରୁଷଙ୍କ ନାମରେ, ମହିଳାମାନଙ୍କ ନାମରେ କିଛି ନାହିଁ ଏବଂ ପତି ନ ଥିଲେ ପୁଅ ନାମରେ ସବୁ ଚାଲୁଛି । ଆମେ ଏହି ପରିପାଟୀକୁ ଶେଷ କରି ମୋ ମାଆ-ଭଉଣୀମାନଙ୍କୁ ଶକ୍ତି ପ୍ରଦାନ କରିଛୁ । ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳୁଥିବା ଘର ଆମେ ସିଧାସଳଖ ମହିଳାଙ୍କ ନାମରେ ଦେଉଛୁ । ମହିଳାମାନେ ତାହାର ମାଲିକ ହୋଇଯାଉଛନ୍ତି । ଆମ ସରକାର ଦେଶର ୨ କୋଟିରୁ ଅଧିକ ମହିଳାଙ୍କୁ ନିଜ ଘରର ମାଲିକାଣୀ ବନାଇଛନ୍ତି । ଏହା ବହୁତ ବଡ଼ କାମ ମାଆ-ଭଉଣୀମାନେ । ମୁଦ୍ରା ଯୋଜନାରେ ମଧ୍ୟ ଏ ପର୍ଯ୍ୟନ୍ତ ଦେଶବ୍ୟାପୀ ୧୯ ଲକ୍ଷ କୋଟି ଟଙ୍କା ବିନା ଗ୍ୟାରେଣ୍ଟିର ଋଣ କ୍ଷୁଦ୍ର ବ୍ୟବସାୟୀଙ୍କ ନିମନ୍ତେ ଦିଆଯାଇଛି । ଏହି ଯେଉଁ ଟଙ୍କା, ତାହାର ପାଖାପାଖି ୭୦ ପ୍ରତିଶତ ମୋର ମାଆ-ଭଉଣୀମାନେ ଯେଉଁମାନେ ଉଦ୍ୟୋଗ କରୁଛନ୍ତି, ସେମାନେ ପ୍ରାପ୍ତ କରିଛନ୍ତି । ମୁଁ ଖୁସି ଯେ ସରକାରଙ୍କ ଏଭଳି ଉଦ୍ୟମଗୁଡ଼ିକ କାରଣରୁ ଆଜି ଘରର ଆର୍ଥିକ ନିଷ୍ପତ୍ତି ମାମଲାରେ ମହିଳାମାନଙ୍କ ଭୂମିକା ବଢ଼ିବାରେ ଲାଗିଛି ।

ବନ୍ଧୁଗଣ,

ମହିଳାମାନଙ୍କର ଆର୍ଥିକ ସଶକ୍ତୀକରଣ ସେମାନଙ୍କୁ ସମାଜରେ ମଧ୍ୟ ସେତିକି ସଶକ୍ତ ବନାଉଛି । ଆମ ସରକାର ଝିଅମାନଙ୍କ ନିମନ୍ତେ ସମସ୍ତ, ଯେତେ ଦ୍ୱାର ବନ୍ଦ ଥିଲା, ସବୁକୁ ଖୋଲିଦେଇଛନ୍ତି । ଏବେ ଝିଅମାନେ ସୈନିକ ସ୍କୁଲରେ ମଧ୍ୟ ନାମ ଲେଖାଉଛନ୍ତି, ପୁଲିସ କମାଣ୍ଡୋରେ ଯାଇ ଦେଶର ସେବା କରୁଛନ୍ତି । ସେତିକି ନୁହେଁ, ସୀମାରେ ଭାରତ ମାଆର ଝିଅ, ଭାରତ ମାତାର ରକ୍ଷା କରିବାର କାମ ସେନାରେ ଯାଇ କରୁଛି । ବିଗତ ୮ ବର୍ଷରେ ଦେଶବ୍ୟାପୀ ପୁଲିସ ବଳରେ ମହିଳାମାନଙ୍କ ସଂଖ୍ୟା ୧ ଲକ୍ଷରୁ ବଢ଼ି ଦୁଇଗୁଣା ଅର୍ଥାତ ୨ ଲକ୍ଷରୁ ଅଧିକ ହୋଇଯାଇଛି । କେନ୍ଦ୍ରୀୟ ବଳଗୁଡ଼ିକରେ ମଧ୍ୟ ପୃଥକ ପୃଥକ ଯେଉଁ ସୁରକ୍ଷା ବଳ ରହିଛି, ଆଜି ଆମର ୩୫ ହଜାରରୁ ଅଧିକ ଝିଅ ଦେଶର ଶତ୍ରୁମାନଙ୍କ ସହ, ଆତଙ୍କବାଦୀଙ୍କ ସହ ଟକ୍କର ଦେଉଛନ୍ତି, ବନ୍ଧୁମାନେ । ଆତଙ୍କବାଦୀମାନଙ୍କୁ ଧୂଳି ଚଟାଉଛନ୍ତି । ଏହି ସଂଖ୍ୟା ୮ ବର୍ଷ ପୂର୍ବର ତୁଳନାରେ ପାଖାପାଖି ଦୁଇଗୁଣା ହୋଇଯାଇଛି । ଅର୍ଥାତ ପରିବର୍ତ୍ତନ ହେଉଛି, ପ୍ରତ୍ୟେକ କ୍ଷେତ୍ରରେ ହେଉଛି । ଆପଣଙ୍କ ଶକ୍ତି ଉପରେ ମୋର ପୂର୍ଣ୍ଣ ବିଶ୍ୱାସ । ସମସ୍ତଙ୍କ ପ୍ରୟାସ ଦ୍ୱାରା ଏକ ଉନ୍ନତ ସମାଜ ଏବଂ ସଶକ୍ତ ରାଷ୍ଟ୍ର ବନାଇବାରେ ଆମେ ନିଶ୍ଚିତ ସଫଳ ହେବା । ଆପଣମାନେ ସମସ୍ତେ ଏତେ ବଡ଼ ସଂଖ୍ୟାରେ ଆସି ଆମକୁ ଆଶୀର୍ବାଦ ଦେଇଛନ୍ତି । ଆପଣମାନଙ୍କ ନିମନ୍ତେ ଅଧିକ କାମ କରିବା ଲାଗି ଆପଣମାନେ ପ୍ରେରଣା ଦେଇଛନ୍ତି । ଆପଣମାନେ ମୋତେ ଶକ୍ତି ଦେଇଛନ୍ତି । ମୁଁ ହୃଦୟରୁ ଆପଣମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ବହୁତ ବହୁତ ଧନ୍ୟବାଦ ଜଣାଉଛି ।

ମୋ ସହିତ ଦୁଇ ହାତ ଉପରକୁ କରି ଜୋରରେ କୁହନ୍ତୁ,

ଭାରତ ମାତା କୀ - ଜୟ,

ଭାରତ ମାତା କୀ - ଜୟ,

ଭାରତ ମାତା କୀ - ଜୟ,

ଭାରତ ମାତା କୀ - ଜୟ,

ଭାରତ ମାତା କୀ - ଜୟ,

ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament on verge of history, says PM Modi, as it readies to take up women's bills

Media Coverage

Parliament on verge of history, says PM Modi, as it readies to take up women's bills
NM on the go

Nm on the go

Always be the first to hear from the PM. Get the App Now!
...
PM to visit Karnataka on 15th April
April 14, 2026
PM to inaugurate Sri Guru Bhairavaikya Mandira at Sri Kshetra Adichunchanagiri in Mandya
Sri Guru Bhairavaikya Mandira is a memorial dedicated to Sri Sri Sri Dr. Balagangadharanatha Mahaswamiji, the 71st Pontiff of Sri Adichunchanagiri Mahasamsthana Math
PM to also jointly release the book titled “Saundarya Lahari and Shiva Mahimna Stotram” along with former Prime Minister Shri H. D. Deve Gowda ji

Prime Minister, Shri Narendra Modi will visit Karnataka on 15th April 2026. At around 11 AM, Prime Minister will inaugurate the Sri Guru Bhairavaikya Mandira at Sri Kshetra Adichunchanagiri in Mandya district. He will also address the gathering on the occasion.

During the visit, Prime Minister will also jointly release the book titled “Saundarya Lahari and Shiva Mahimna Stotram” along with former Prime Minister Shri H. D. Deve Gowda ji.

Sri Guru Bhairavaikya Mandira is a memorial dedicated to the revered seer, Sri Sri Sri Dr. Balagangadharanatha Mahaswamiji, the 71st Pontiff of Sri Adichunchanagiri Mahasamsthana Math. Constructed in the traditional Dravidian architectural style, the Mandira stands as a tribute to the life and legacy of the late seer. The Mandira is envisioned not only as a place of reverence but also as a source of inspiration for future generations.

Sri Sri Sri Dr. Balagangadharanatha Mahaswamiji was widely respected for his lifelong commitment to social service, having established numerous educational institutions and healthcare facilities. He firmly believed that service to society is the highest form of worship, and his teachings transcended barriers of caste, creed, and region, inspiring millions.