Inaugurates, dedicates to nation and lays foundation stone for multiple development projects worth over Rs 34,400 crore in Chhattisgarh
Projects cater to important sectors like Roads, Railways, Coal, Power and Solar Energy
Dedicates NTPC’s Lara Super Thermal Power Project Stage-I to the Nation and lays foundation Stone of NTPC’s Lara Super Thermal Power Project Stage-II
“Development of Chhattisgarh and welfare of the people is the priority of the double engine government”
“Viksit Chhattisgarh will be built by empowerment of the poor, farmers, youth and Nari Shakti”
“Government is striving to cut down the electricity bills of consumers to zero”
“For Modi, you are his family and your dreams are his resolutions”
“When India becomes the third largest economic power in the world in the next 5 years, Chhattisgarh will also reach new heights of development”
“When corruption comes to an end, development starts and creates many employment opportunities”

ଜୟ ଜୋହାର ।
ଛତିଶଗଡର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାୟ ଜୀ, ଛତିଶଗଡର ମନ୍ତ୍ରୀଗଣ, ଅନ୍ୟ ଜନପ୍ରତିନିଧୀ ଏବଂ ଛତିଶଗଡର କୋଣ ଅନୁକୋଣରେ, ମୋତେ କୁହାଯାଇଛି ଯେ ୯୦ରୁ ଅଧିକ ସ୍ଥାନରେ ହଜାର ହଜାର ଲୋକ ସେଠାରେ ଯୋଡି ହୋଇଛନ୍ତି । କୋଣ ଅନୁକୋଣରୁ ଯୋଡି ହୋଇଥିବା ମୋର ପରିବାରବର୍ଗ ! ସର୍ବପ୍ରଥମେ ତ ମୁଁ ଛତିଶଗଡର ସମସ୍ତ ବିଧାନସଭା ଆସନ ସହିତ ଜଡିତ ଲକ୍ଷ ଲକ୍ଷ ପରିବାରବର୍ଗଙ୍କୁ ଅଭିନନ୍ଦନ ଜଣାଉଛି । ବିଧାନସଭା ନିର୍ବାଚନରେ ଆପଣମାନେ ଆମ ସମସ୍ତଙ୍କୁ ଅନେକ ଆଶୀର୍ବାଦ ଦେଇଛନ୍ତି । ଆଣପଙ୍କ ଏହି ଆଶୀର୍ବାଦର ଫଳ ଏହା ଯେ ଆଜି ଆମେ ବିକଶିତ ଛତିଶଗଡର ସଂକଳ୍ପ ସହିତ ଆପଣଙ୍କ ମଧ୍ୟରେ ଅଛୁ । ବିଜେପି ହିଁ ତିଆରି କରିଛି, ବିଜେପି ହିଁ ସମ୍ଭାଳିବ, ଏକଥା ଆଜି ଏହି ଆୟୋଜନ ଦ୍ୱାରା ଆହୁରି ସ୍ପଷ୍ଟ ହେଉଛି ।

ବନ୍ଧୁଗଣ,
ବିକଶିତ ଛତିଶଗଡର ନିର୍ମାଣ, ଗରିବ, କୃଷକ, ଯୁବବର୍ଗ ଏବଂ ମହିଳାମାନଙ୍କ ସଶକ୍ତିକରଣ ଦ୍ୱାରା ହିଁ ସମ୍ଭବ । ବିକଶିତ ଛତିଶଗଡର ମୂଳଦୂଆ, ଆଧୁନିକ ଭିତିଭୂମି ଦ୍ୱାରା ମଜଭୁତ ହେବ । ଏଥିପାଇଁ ଆଜି ଛତିଶଗଡର ବିକାଶ ସହ ଜଡିତ ପାଖାପାଖି ୩୫ ହଜାର କୋଟି ଟଙ୍କାର ପ୍ରକଳ୍ପ ଗୁଡିକର ଶିଳାନ୍ୟାସ ଏବଂ ଲୋକାର୍ପଣ ହୋଇଛି । ଏଥିରେ କୋଇଲା ସହ ଜଡିତ, ସୌରଶକ୍ତି ସହ ଜଡିତ, ବିଜୁଳି ସହ ଜଡିତ ଏବଂ ସଂଯୋଗୀକରଣ ସହ ଜଡିତ ଅନେକ ପ୍ରକଳ୍ପ ରହିଛି । ଏଥିରୁ ଛତିଶଗଡର ଯୁବବର୍ଗ ପାଇଁ ରୋଜଗାରର ଅଧିକ ନୂଆ ସୁଯୋଗ ସୃଷ୍ଟି ହେବ । ଏହି ପ୍ରକଳ୍ପ ଗୁଡିକ ପାଇଁ ଛତିଶଗଡର ମୋର ସମସ୍ତ ଭାଇ-ଭଉଣୀମାନଙ୍କୁ, ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ।  

 

ବନ୍ଧୁଗଣ,
ଆଜି ଏନ୍‌ଟିପିସିର ୧୬୦୦ ମେଗାୱାଟ୍‌ର ସୁପର୍ ଥର୍ମାଲ୍ ପାୱାର୍ ଷ୍ଟେସନ୍ ଷ୍ଟେଜ୍‌-ୱାନ୍‌କୁ ଦେଶ ପାଇଁ ସମର୍ପିତ କରାଯାଇଛି । ଏହା ସହିତ ହିଁ ଏହି ଆଧୁନିକ ପ୍ଲାଂଟ୍‌ର ୧୬୦୦ ମେଗାୱାଟ୍‌ର ଷ୍ଟେଜ୍‌-ଟୁର ଶିଳାନ୍ୟାସ ମଧ୍ୟ ହୋଇଛି । ଏହି ପ୍ଲାଂଟ୍ ଗୁଡିକରୁ ଦେଶବାସୀଙ୍କୁ ସ୍ୱଳ୍ପ ମୂଲ୍ୟରେ ବ୍ୟଦ୍ୟୁତ୍ ଉପଲବ୍ଧ ହୋଇପାରିବ । ଆମେ ଛତିଶଗଡକୁ ସୌରଶକ୍ତିର ଏକ ବହୁତ ବଡ କେନ୍ଦ୍ର କରିବାକୁ ଚାହୁଁଛୁ । ଆଜି ହିଁ ରାଜନାଂଦଗାଂବ ଏବଂ ଭିଲାଇରେ ବହୁତ ବଡ ସୌରଶକ୍ତି ପ୍ଲାଂଟ୍‌ର ଲୋକାର୍ପଣ କରାଯାଇଛି । ଏଥିରେ ଏପରି ବ୍ୟବସ୍ଥା ମଧ୍ୟ ଅଛି, ଯାହାଦ୍ୱାରା ରାତିରେ ମଧ୍ୟ ଆଖପାଖର ଲୋକଙ୍କୁ ବିଜୁଳି ମିଳୁଥିବ । ଭାରତ ସରକାରଙ୍କ ଲକ୍ଷ୍ୟ ସୌରଶକ୍ତି ଦ୍ୱାରା ଦେଶର ଲୋକମାନଙ୍କୁ ବିଜୁଳି ଯୋଗାଇ ଦେବା ସହିତ ସେମାନଙ୍କ ବିଜୁଳି ବିଲ୍‌କୁ ମଧ୍ୟ ଶୂନ୍ୟ କରିବାର ଅଛି । ମୋଦୀ ପ୍ରତ୍ୟେକ ଘରକୁ ସୂର୍ଯ୍ୟ ଘର କରିବାକୁ ଚାହୁଁଛି । ମୋଦୀ ପ୍ରତ୍ୟେକ ପରିବାରର ଘରେ ବିଦ୍ୟୁତ୍ ଉତ୍ପାଦନ କରି, ସେହି ବିଜୁଳିକୁ ବିକ୍ରୟ କରି ରୋଜଗାରର ଏକ ଅନ୍ୟ ମାଧ୍ୟମ ଦେବାକୁ ଚାହୁଁଛି । ଏହି ଉଦ୍ଦେଶ୍ୟ ସହିତ ଆମେ ପିଏମ୍ ସୂର୍ଯ୍ୟଘର-ମାଗଣା ବିଜୁଳି ଯୋଜନା ଆରମ୍ଭ କରିଛୁ । ଏବେ ଏହି ଯୋଜନା ୧ କୋଟି ପରିବାରଙ୍କ ପାଇଁ ଅଛି । ଏହାଦ୍ୱାରା ଘରର ଛାତ ଉପରେ ସୌରଶକ୍ତି ପ୍ୟାନେଲ୍ ଲଗାଇବା ପାଇଁ ସରକାର ସାହାଯ୍ୟ କରିବେ, ବ୍ୟାଙ୍କରୁ ସିଧାସଳଖ ଖାତାକୁ ଟଙ୍କା ପଠାଇବେ । ଏହାଦ୍ୱାରା ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ମିଳିବ ଏବଂ ଯେଉଁ ଅଧିକ ବିଜୁଳି ଉତ୍ପାଦନ ହେବ, ତାହାକୁ ସରକାର କିଣି ନେବେ । ଏହାଦ୍ୱାରା ପରିବାର ଗୁଡିକରେ ପ୍ରତ୍ୟେକ ବର୍ଷ ହଜାର ହଜାର ଟଙ୍କାର ରୋଜଗାର ହେବ ।  ଆମର ଅନ୍ନଦାତାଙ୍କୁ ଉର୍ଜାଦାତା କରାଇବା ପାଇଁ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ସୌରଶକ୍ତି ପମ୍ପ ପାଇଁ, ଖେତର ପାଶ୍ୱର୍ରେ, ଅନୁର୍ବର ଖେତରେ ଛୋଟ ଛୋଟ ସୌରଶକ୍ତି ପ୍ଲାଂଟ୍ ସ୍ଥାପନା କରିବା ପାଇଁ ସରକାର ସହାୟତା ଦେଉଛନ୍ତି । 

ଭାଇ ଓ ଭଉଣୀମାନେ,
ଛତିଶଗଡରେ ଡବଲ୍ ଇଂଜିନ୍ ସରକାର ଯେଉଁଭଳି ନିଜର ଗ୍ୟାରେନ୍ଟିକୁ ପୂରଣ କରୁଛି, ତାହା ଅତ୍ୟନ୍ତ ପ୍ରଶଂସନୀୟ ଅଟେ । ଛତିଶଗଡର ଲକ୍ଷ ଲକ୍ଷ କୃଷକଙ୍କୁ ୨ ବର୍ଷର ବାକି ରହିଥିବା ବୋନସ୍ ଦିଆ ଯାଇସାରିଛି । ନିର୍ବାଚନ ସମୟରେ ମୁଁ କେନ୍ଦୁପତ୍ର ସଂଗ୍ରହକାରୀଙ୍କ ଟଙ୍କା ବୃଦ୍ଧି କରିବାକୁ ମଧ୍ୟ ଗ୍ୟାରେନ୍ଟି ଦେଇଥିଲି । ଡବଲ ଇଂଜିନ୍ ସରକାର ଏହି ଗ୍ୟାରେନ୍ଟି ମଧ୍ୟ ପୂରଣ କରି ଦେଇଛନ୍ତି । ପୂର୍ବର କଂଗ୍ରେସ ସରକାର ଗରିବଙ୍କୁ ଘର ନିର୍ମାଣ କରିବା ପାଇଁ ଅଟକାଉଥିଲେ, ବିଭିନ୍ନ ବାଧାବିଘ୍ନ ସୃଷ୍ଟି କରି ଅଟକାଉଥିଲେ । ଏବେ ବିଜେପି ସରକାର ଗରିବଙ୍କ ଘର ନର୍ମାଣ ପାଇଁ ଦ୍ରୁତ ଗତିରେ କାର୍ଯ୍ୟ କରି ଦେଉଛନ୍ତି । ପ୍ରତ୍ୟେକ ଘରେ ଜଳ ଯୋଜନାକୁ ମଧ୍ୟ ସରକାର ଏବେ ଦ୍ରୁତ ଗତିରେ ଆଗକୁ ଆଗେଇ ନେଉଛନ୍ତି । ପିଏସ୍‌ସି ପରୀକ୍ଷାରେ ହୋଇଥିବା ଅନିୟମିତତାର ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇ ଦିଆଯାଇଛି । ମୁଁ ଛତିଶଗଡର ଭଉଣୀମାନଙ୍କୁ ମହତାରୀ ବନ୍ଦନ ଯୋଜନା ପାଇଁ ଅଭିନନ୍ଦନ ଜଣାଉଛି । ଏହି ଯୋଜନା ଦ୍ୱାରା ଲକ୍ଷ ଲକ୍ଷ ଭଉଣୀଙ୍କୁ ଲାଭ ମିଳିବ । ଏହିସବୁ ନିଷ୍ପତି ଦର୍ଶାଏ ଯେ ବିଜେପି ଯାହା କହିଥାଏ, ତାହା କରିକି ଦେଖାଇଥାଏ । ଏଥିପାଇଁ ଲୋକ କୁହନ୍ତି, ମୋଦୀଙ୍କ ଗ୍ୟାରେନ୍ଟିର ଅର୍ଥ ଗ୍ୟାରେନ୍ଟି ପୂରଣର ଗ୍ୟାରେନ୍ଟି ।

 

ବନ୍ଧୁଗଣ,
ଛତିଶଗଡ ପାଖରେ ପରିଶ୍ରମୀ କୃଷକ, ପ୍ରତିଭାଶାଳୀ ନୌଯବାନ ଏବଂ ପ୍ରାକୃତିକ ସମ୍ପଦ ରହିଛି । ବିକଶିତ ହେବା ପାଇଁ ଯାହା କିଛି ମଧ୍ୟ ଆବଶ୍ୟକ, ତାହା ଛତିଶଗଡ ପାଖରେ ଆଗରୁ ମଧ୍ୟ ମହଜୁଦ୍ ଥଲା ଏବଂ ଆଜି ମଧ୍ୟ ଅଛି । କିନ୍ତୁ ସ୍ୱାଧିନତା ପରେ ଯେଉଁମାନେ ଦେଶକୁ ଲମ୍ବା ସମୟ ପର୍ଯ୍ୟନ୍ତ ଶାସନ କଲେ, ସେମାନଙ୍କ ଚିନ୍ତାଧାରା ହିଁ ଖୋଲା ନଥିଲା । ସେମାନେ କେବଳ ୫ ବର୍ଷର ରାଜନୈତିକ ସ୍ୱାର୍ଥକୁ ଧ୍ୟାନରେ ରଖି ନିଷ୍ପତି ନେଇ ଆସୁଥିଲେ । କଂଗ୍ରେସ ବହୁବାର ସରକାର ଗଠନ କରିଛି, କିନ୍ତୁ ଭବିଷ୍ୟତର ଭାରତ ଗଠନ ଭୁଲିଯାଇଛି, କାରଣ ସେମାନଙ୍କ ମନରେ କେବଳ ସରକାର ଗଠନ କରିବାର କାମ ହିଁ ଥିଲା, ଦେଶକୁ ଆଗକୁ ବଢାଇବା ଏହା ତାଙ୍କ ଯୋଜନାରେ ନଥିଲା । ଆଜି ମଧ୍ୟ କଂଗ୍ରେସର ରାଜନୀତିର ଦିଗ ଓ ମାର୍ଗ ସେୟା ରହିଛି । କଂଗ୍ରେସ, ପରିବାରବାଦ, ଭ୍ରଷ୍ଟାଚାର ଏବଂ ତୃଷ୍ଟିକରଣର ଆଗକୁ ଭାବି ପାରୁନାହିଁ । ଯେଉଁମାନେ କେବଳ ନିଜର ପରିବାର ଗୁଡିକ ପାଇଁ କାର୍ଯ୍ୟ କରୁଛନ୍ତି, ସେମାନେ ଆପଣମାନଙ୍କ ପରିବାର ବିଷୟରେ କେବେ ବି ଚିନ୍ତା କରିପାରିବେ ନାହିଁ । ଯେଉଁମାନେ କେବଳ ନିଜର ସନ୍ତାନସନ୍ତତି ମାନଙ୍କର ଭବିଷ୍ୟତ ତିଆରି କରିବାରେ ଲାଗି ପଡିଛନ୍ତି, ସେମାନେ ଆପଣଙ୍କ ପିଲାପିଲିଙ୍କ ଭବିଷ୍ୟତର ଚିନ୍ତା କେବେ ବି କରିପାରିବେ ନାହିଁ । କିନ୍ତୁ ମୋଦୀ ପାଇଁ ତ ଆପଣମାନେ ସମସ୍ତେ, ଆପଣମାନେ ହିଁ ମୋଦୀର ପରିବାର ଅଟନ୍ତି । ଆପଣମାନଙ୍କ ସ୍ୱପ୍ନ ହିଁ ମୋଦୀର ସଂକଳ୍ପ ଅଟେ । ଏଥିପାଇଁ ମୁଁ ଆଜି ବିକଶିତ ଭାରତ-ବିକଶିତ ଛତିଶଗଡର କଥା କହୁଛି ।

୧୪୦ କୋଟି ଦେଶବାସୀଙ୍କୁ ସେମାନଙ୍କର ଏହି ସେବକ ନିଜର ପରିଶ୍ରମ, ନିଜର ନିଷ୍ଠାର ଗ୍ୟାରେନ୍ଟି ଦେଇଛି । ୨୦୧୪ରେ ମୋଦୀ ଗ୍ୟାରେନ୍ଟି ଦେଇଥିଲା ଯେ ସରକାର ଏଭଳି ହେବ ଯେ ସାରା ବିଶ୍ୱରେ ପ୍ରତ୍ୟେକ ଭାରତୀୟଙ୍କ ଛାତି ଗର୍ବରେ ଫୁଲିଉଠିବ । ଏହି ଗ୍ୟାରେନ୍ଟି ପୂରଣ କରିବା ପାଇଁ ମୁଁ ନିଜକୁ ସମର୍ପି ଦେଇଛି । ୨୦୧୪ରେ, ମୋଦୀ ଗ୍ୟାରେନ୍ଟି ଦେଇଥିଲା ଯେ ସରକାର ଗରିବଙ୍କ ପାଇଁ କୌଣସି ପ୍ରୟାସରେ କିଛି ବି ଅବହେଳା କରିବ ନାହିଁ । ଗରିବଙ୍କୁ ଲୁଟୁଥିବା ଲୋକଙ୍କୁ ଗରିବଙ୍କ ଅର୍ଥ ଫେରାଇବାକୁ ପଡିବ । ଆଜି ଦେଖନ୍ତୁ, ଗରିବଙ୍କ ପଇସା ହଡପକାରୀ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଗରିବଙ୍କ ଯେଉଁ ଅର୍ଥ ହଡପରୁ ବଂଚିଯାଇଛି, ସେହି ପଇସା ଗରିବ କଲ୍ୟାଣ ଯୋଜନା ଗୁଡିକରେ କାମରେ ଲାଗୁଛି । ମାଗଣା ରାସନ, ମାଗଣା ଚିକିତ୍ସା, ସୁଲଭ ମୂଲ୍ୟରେ ଔଷଧପତ୍ର, ଗରିବଙ୍କୁ ଘର, ସବୁ ଘରେ ନଳରୁ ଜଳ, ଘରେ-ଘରେ ଗ୍ୟାସ୍ ସଂଯୋଗ, ସବୁ ଘରେ ଶୌଚାଳୟ, ଏହିସବୁ କାର୍ଯ୍ୟ ହୋଇଚାଲିଛି । ଯେଉଁ ଗରିବମାନେ ଏହି ସୁବିଧା ଗୁଡିକୁ କେବେ ବି କଳ୍ପନା କରିନଥିଲେ, ସେମାନଙ୍କ ଘରେ ମଧ୍ୟ ଏହି ସୁବିଧା ପହଁଚୁଛି । ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ମୋଦୀଙ୍କ ଗ୍ୟାରେନ୍ଟିବାଲା ଗାଡି, ଏଥିପାଇଁ ହିଁ ଗାଁ-ଗାଁରେ ପହଁଚିଥିଲା । ଏବଂ ଏବେ ମାନନୀୟ ମୁଖ୍ୟମନ୍ତ୍ରୀ ଗ୍ୟାରେନ୍ଟିବାଲା ଗାଡିରେ କି କି କାମ ହୋଇଛି ତାହାର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କଲେ, ଉତ୍ସାହ ବର୍ଦ୍ଧନକାରୀ କଥା ଜଣାଇଲେ ।

 

ବନ୍ଧୁଗଣ,
୧୦ ବର୍ଷ ପୂର୍ବେ ମୋଦୀ ଆଉ ଏକ ଗ୍ୟାରେନ୍ଟି ଦେଇଥିଲା । ସେତେବେଳେ ମୁଁ କହିଥିଲି ଯେ ଏଭଳି ଭାରତ ଗଠନ କରିବି, ଯାହାର ସ୍ୱପ୍ନ ଆମର ପୂର୍ବପିଢି ବହୁ ଆଶାର ସହିତ ସେହି ସବୁ ସ୍ୱପ୍ନକୁ ଦେଖିଥଲା, ସ୍ୱପ୍ନ ସବୁକୁ ସଜେଇଥିଲା । ଆଜି ଦେଖନ୍ତୁ, ଚାରିଆଡେ, ଆମର ପୂର୍ବଜମାନେ ଯେଉଁଭଳି ସ୍ୱପ୍ନ ଦେଖିଥିଲେ ନୂଆ ଭାରତ ସେହିଭଳି ଗଠିତ ହେଉଛି । ୧୦ ବର୍ଷ ପୂର୍ବେ କେହି କେବେ ବି ଭାବିଥିଲା ଯେ ଗାଁ ଗାଁରେ ମଧ୍ୟ ଡିଜିଟାଲ୍ ନେଣଦେଣ ହୋଇପାରିବ ? ବ୍ୟାଙ୍କର କାର୍ଯ୍ୟ ହେଉ, ବିଲ୍ ଜମା କରିବା ହେଉ, କେଉଁଠାକୁ ଆବେଦନ ଦରଖାସ୍ତ ପଠାଇବାର ହେଉ, ତାହା କଣ ଘରୁ ସମ୍ଭବ ହୋଇପାରିବ? ଏକଥା କଣ କିଏ ଭାବିଥିଲା ଯେ ବାହାରେ ମଜୁରି ଲାଗିବା ପାଇଁ ଯାଇଥିବା ପୁଅ, ତତ୍‌କ୍ଷଣାତ୍ ଗାଁରେ ନିଜର ପରିବାର ପର୍ଯ୍ୟନ୍ତ ପଇସା ପଠାଇ ପାରିବ ? କିଏ କେବେ ବି ଭାବିଥିଲା ଯେ କେନ୍ଦ୍ରର ବିଜେପି ସରକାର ପଇସା ପଠେଇବ ଏବଂ ଗରିବର ମୋବାଇଲ୍‌ରେ ତୁରନ୍ତ ସନ୍ଦେଶ ଆସିଯିବ ଯେ ପଇସା ଜମା ହୋଇସାରିଛି । ଆଜି ଏହା ସମ୍ଭବ ହୋଇଛି । ଆପଣମାନଙ୍କ ମନେଥିବ, କଂଗ୍ରେସର ଜଣେ ପ୍ରଧାନମନ୍ତ୍ରୀ ଥିଲେ, ସେହି ପ୍ରଧାନମନ୍ତ୍ରୀ ନିଜର ହିଁ କଂଗ୍ରେସ ସରକାର ଉଦ୍ଦେଶ୍ୟରେ କହିଥିଲେ, ନିଜର ସରକାରଙ୍କୁ କହିଥିଲେ, ସେ କହିଥିଲେ ଯେ ଦିଲ୍ଲୀରୁ ଗୋଟିଏ ଟଙ୍କା ପଠାଯାଏ ତ ଗାଁ ପର୍ଯ୍ୟନ୍ତ ଯାଉ ଯାଉ ମାତ୍ର ୧୫ ପଇସା ପହଁଚିଥାଏ, ୮୫ ପଇସା ବାଟମାରଣା ହୋଇ ଯାଇଥାଏ । ଯଦି ଏହିଭଳି ପରିସ୍ଥିତି ରହିଥାନ୍ତା ତାହେଲେ ଆଜି ଆପଣାନେ କଳ୍ପନା କରନ୍ତୁ ଯେ ଏବେ କିଭଳି ସ୍ଥିତି ହୋଇଥାନ୍ତା  ? ଏବେ ଆପଣମାନେ ହିସାବ କରନ୍ତୁ ଗତ ୧୦ ବର୍ଷରେ ବିଜେପି ସରକାର ୩୪ ଲକ୍ଷ କୋଟିରୁ ଅଧିକ ଟଙ୍କା, ୩୪ ଲକ୍ଷ କୋଟିରୁ ଅଧିକ, ଏହି ଅଙ୍କ ଛୋଟ ନୁହଁ, ଡିବିଟି, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଅର୍ଥାତ୍ ଦିଲ୍ଲୀରୁ ସିଧା ଆପଣଙ୍କ ମୋବାଇଲ୍‌କୁ ପଇସା ପହଁଚି ଯାଉଛି । ଡିବିଟି ମାଧ୍ୟମରେ ଦେଶର ଜନସାଧାରଣଙ୍କ ବ୍ୟାଙ୍କ ଖାତାରେ ୩୪ ଲକ୍ଷ କୋଟି ଟଙ୍କା ପଠେଇଛୁ । ଏବେ ଆପଣମାନେ ଚିନ୍ତା କରନ୍ତୁ, କଂଗ୍ରେସ ସରକାର ହେଇଥାନ୍ତା ଏବଂ ଗୋଟିଏ ଟଙ୍କାରୁ ୧୫ ପଇସାର ଏହି ପରମ୍ପରା ଚାଲିଥାନ୍ତା ତ କଣ ହୋଇଥାନ୍ତା, ୩୪ ଲକ୍ଷ କୋଟିରୁ ୨୯ ଲକ୍ଷ କୋଟି ଟଙ୍କା, ରାସ୍ତା ମଝିରେ ହିଁ କୋଉ ଦଲାଲ୍ ହଡପ କରି ନେଇଥାନ୍ତା । ବିଜେପି ସରକାର ମୁଦ୍ରା ଯୋଜନା ଅଧିନରେ ମଧ୍ୟ ଯୁବବର୍ଗକୁ ରୋଜଗାର- ସ୍ୱରୋଜଗାର ନିମନ୍ତେ ୨୮ ଲକ୍ଷ କୋଟି ଟଙ୍କାର ସହାୟତା ପ୍ରଦାନ କରିଛି । ଯଦି କଂଗ୍ରେସ ସରକାର ହୋଇଥାନ୍ତା ତାହେଲେ ତାର ଦଲାଲ୍‌ମାନେ ମଧ୍ୟ, ଏଥିରୁ ୨୪ ଲକ୍ଷ କୋଟି ଟଙ୍କା ହଡପି ନେଇଥାନ୍ତେ । ବିଜେପି ସରକାର ପିଏମ୍ କୃଷକ ସମ୍ମାନନିଧୀ ଅଧିନରେ ଚାଷୀମାନଙ୍କୁ ୨ଲକ୍ଷ ୭୫ହଜାର କୋଟି ଟଙ୍କା ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରିଛି । ଯଦି କଂଗ୍ରେସ ସରକାର ହୋଇଥାନ୍ତା ତାହେଲେ ଏଥିରୁ ମଧ୍ୟ ୨ଲକ୍ଷ ୧୫ହଜାର କୋଟି ଟଙ୍କା ନିଜ ଘରକୁ ନେଇ ଯାଇଥାନ୍ତା, କୃଷକ ପର୍ଯ୍ୟନ୍ତ ପହଁଚି ହିଁ ନଥାନ୍ତା । ଆଜି ବିଜେପି ସରକାର ଅଛି ଯିଏ ଗରିବମାନଙ୍କୁ ସେମାନଙ୍କର ହକ୍ ପ୍ରଦାନ କରିଛି । ସେମାନଙ୍କୁ ଅଧିକାର ଦେଇଛି । ଯେତେବେଳେ ଭ୍ରଷ୍ଟାଚାର ଅଟକିଥାଏ ସେତେବେଳେ ବିକାଶର ଯୋଜନା ଆରମ୍ଭ ହୋଇଥାଏ, ରୋଜଗାରର ଅନେକ ସୁଯୋଗ ମିଳିଥାଏ । ଏଥିସହିତ ଆଖପାଖ ଅଂଚଳ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟର ଆଧୁନିକ ସୁବିଧା ମଧ୍ୟ ଉପଲବ୍ଧ ହୋଇଥାଏ । ଆଜି ଏହି ଯେଉଁ ଓସାରିଆ ସଡକ ତିଆରି ହେଉଛି, ନୂଆ ରେଳ ଲାଇନ୍ ନିର୍ମାଣ ହେଉଛି, ଏହା ବିଜେପି ସରକାରଙ୍କ ସୁଶାସନର ଫଳ ।

 

ଭାଇ ଓ ଭଇଣୀମାନେ,
ଏକବିଂଶ ଶତାବ୍ଦୀର ଆଧୁନିକ ଆବଶ୍ୟକତା ପୂରଣ କରିପାରୁଥିବା ଏଭଳି କାର୍ଯ୍ୟ ଦ୍ୱାରା ବିକଶିତ ଛତିଶଗଡର ସ୍ୱପ୍ନ ପୂରଣ ହେବ । ଛତିଶଗଡ ବିକଶିତ ହେବ, ତାହେଲେ ଯାଇ ଭାରତକୁ ବିକଶିତ ହେବାରୁ କେହି ରୋକି ପାରିବେନାହିଁ । ଆଗାମୀ ୫ ବର୍ଷରେ ଯେତେବେଳେ ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଆର୍ଥିକ ଶକ୍ତି ପାଲଟିବ, ସେତେବେଳେ ଛତିଶଗଡର ବିକାଶ ନୂଆ ଶିଖରରେ ପହଁଚିବ । ଏହା ବିଶେଷ କରି ପ୍ରଥମ ଥରର ଭୋଟର୍‌ମାନଙ୍କ ପାଇଁ, ସ୍କୁଲ୍ କଲେଜ୍‌ରେ ପାଠ ପଢୁଥିବା ଯୁବସାଥୀଙ୍କ ପାଇଁ ବହୁତ ବଡ ସୁଯୋଗ ଅଟେ । ବିକଶିତ ଛତିଶଗଡ, ସେମାନଙ୍କ ସ୍ୱପ୍ନକୁ ସାକାର କରିବ । ଆପଣ ସମସ୍ତଙ୍କୁ ପୁଣିଥରେ ଏହି ସବୁ ବିକାଶ କାର୍ଯ୍ୟ ପାଇଁ ଅନେକ ଅନେକ ଅଭିନନ୍ଦନ ।

ଧନ୍ୟବାଦ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s jewellery exports rise 2.4% to $9.17 billion; studded gold emerges as bright spot

Media Coverage

India’s jewellery exports rise 2.4% to $9.17 billion; studded gold emerges as bright spot
NM on the go

Nm on the go

Always be the first to hear from the PM. Get the App Now!
...
Prime Minister recalls the courage of those impacted by Partition on Partition Horrors Remembrance Day
August 14, 2026
PM shares Sanskrit Subhashitam highlighting the power of hard work and human endeavor

Prime Minister Shri Narendra Modi today stated that as we mark Partition Horrors Remembrance Day, we recall the courage of all those who were impacted by Partition. He noted that it was a moment in history that tore apart several lives, where families were uprooted, loved ones were lost, and immense suffering was endured.

The Prime Minister highlighted that at the same time, overcoming this, people rebuilt their lives from nothing, turned adversity into achievement, and contributed immensely to our nation’s progress. He observed that their life journeys remind us of the strength of the human spirit. Shri Modi expressed hope that this day may deepen our resolve to preserve harmony and brotherhood in our nation and collectively work towards building a Viksit Bharat.

The Prime Minister offered his heartfelt tributes to all those countrymen who, emerging from that horrific period, made invaluable contributions to the progress of the country. He stated that through their courage and capability, they showed how resolutions are accomplished even in adverse circumstances. Shri Modi called upon everyone to further strengthen the national spirit of goodwill and solidarity.

Sharing a Subhashitam, the Prime Minister emphasized that it is through hard work, enterprise, and dedicated effort that diverse arts, science, technological skills, craftsmanship, and innovations flourish, paving the way for success. He added that therefore, one should not remain dependent on fate; rather, one should move steadily towards one's goals with courage, diligence, and persistent effort, for it is human endeavor that shapes destiny.

In a series of posts on X, the Prime Minister wrote:

"Today we mark #PartitionHorrorsRemembranceDay. We recall the courage of all those who were impacted by Partition. It was a moment in history that tore apart several lives…families were uprooted, loved ones were lost and immense suffering was endured.

At the same time, overcoming this, people rebuilt their lives from nothing, turned adversity into achievement and contributed immensely to our nation’s progress. Their life journeys remind us of the strength of the human spirit.

May this day deepen our resolve to preserve harmony and brotherhood in our nation and collectively work towards building a Viksit Bharat."

"विभाजन विभीषिका स्मृति दिवस पर उन सभी देशवासियों का हृदय से नमन, जिन्होंने उस वीभत्स दौर से निकलकर देश की प्रगति में अमूल्य योगदान दिया। उन्होंने अपने साहस और सामर्थ्य से दिखाया कि कैसे विपरीत परिस्थितियों में भी संकल्पों को सिद्ध किया जाता है। आइए, सद्भावना और एकजुटता की राष्ट्रीय भावना को और सशक्त करें।

उद्यमस्य प्रसादेन दृश्यन्ते विविधाः कलाः।
कातरा एव जल्पन्ति यद् भाव्यं तद् भविष्यति॥”

It is through hard work, enterprise and dedicated effort that diverse arts, science, technological skills, craftsmanship and innovations flourish, paving the way for success. Therefore, one should not remain dependent on fate; rather, one should move steadily towards one's goals with courage, diligence and persistent effort, for it is human endeavor that shapes destiny.