ହୁ ମହାନିର୍ଦ୍ଦେଶକଙ୍କ ଏହି କେନ୍ଦ୍ର ପ୍ରତି ସମର୍ଥନ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ଜ୍ଞାପନ
ପାରମ୍ପାରିକ ଔଷଧ ନିମନ୍ତେ ହୁ ବୈଶ୍ୱିକ କେନ୍ଦ୍ର ପାଇଁ ବିଶ୍ୱ ନେତୃବୃନ୍ଦ ଭାରତକୁ ଜଣାଇଲେ ଧନ୍ୟବାଦ
“ପାରମ୍ପରିକ ଔଷଧରୁ ହୁ ବୈଶ୍ୱିକ କେନ୍ଦ୍ର ଏ କ୍ଷେତ୍ରରେ ଭାରତକୁ ସ୍ୱୀକୃତି”
“ଭାରତ ଏହି ଭାଗିଦାରୀକୁ ସମଗ୍ର ମାନବତାର ସେବା ପାଇଁ ଏକ ବିରାଟ ଦାୟିତ୍ୱ ବିବେଚନା କରେ”
“ହୁ ର ଏହି ବୈଶ୍ୱିକ ପାରମ୍ପରିକ ଔଷଧ କେନ୍ଦ୍ର ଜାମନଗର ପାଇଁ ସ୍ୱାସ୍ଥ୍ୟ ସୁଧାର କ୍ଷେତ୍ରରେ ବୈଶ୍ୱିକ ପରିସ୍ଥିତି ଆଣିବ”
“ଏକ ଗ୍ରହ ଆମର ସ୍ୱାସ୍ଥ୍ୟ’ ସ୍ଲୋଗାନ ଦେଇ ହୁ ଭାରତୀୟ ଚିନ୍ତାଧାରା ‘ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ’ ଧାରା ପ୍ରବର୍ତ୍ତନ କରିଛି”
“ଭାରତୀୟ ପାରମ୍ପାରିକ ଭେଷଜ ପଦ୍ଧତି କେବଳ ଉପାଚାର ମଧ୍ୟରେ ସୀମିତ ନୁହେଁ । ଏହା ସାମଗ୍ରୀକ ଜୀବ ବିଜ୍ଞାନ”

 ନମସ୍କାର!!

ମରିସସର ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ ଜୀ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଡାଇରେକ୍ଟର ଜେନେରାଲ ଟେଡ୍ରୋସ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ ଶ୍ରୀ ସର୍ବାନନ୍ଦ ସୋନୱାଲ ଜୀ, ଡକ୍ଟର ମନସୁଖ ମାଣ୍ଡଭିୟ, ଶ୍ରୀ ମୁଞ୍ଜପାରା ମହେନ୍ଦ୍ରଭାଇ, ଏଠାରେ ଉପସ୍ଥିତ ଥିବା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ଭଉଣୀମାନେ ଏବଂ ଭଦ୍ର ବ୍ୟକ୍ତିମାନେ ।

ଆଜି ଆମେ ସମସ୍ତେ, ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ଏକ ବିରାଟ ଆୟୋଜନର ସାକ୍ଷୀ ହୋଇପାରିଛୁ । ମୁଁ ଡବ୍ଲୁଏଚଓର ମହାନିର୍ଦେଶକ ଡକ୍ଟର ଟେଡ୍ରୋସଙ୍କୁ ବିଶେଷ ଭାବେ ଧନ୍ୟବାଦ ଦେଉଛି । ବର୍ତ୍ତମାନ ମୁଁ ଡକ୍ଟର ଟେଡ୍ରୋସ ଭାରତକୁ ଯେଉଁ ପ୍ରଶଂସା କରି ଶବ୍ଦ କହିଲେ ସେଥିପାଇଁ ଭାରତୀୟଙ୍କ ତରଫରୁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି । ଏବଂ ସେ ଯେପରି ଭାବରେ ଗୁଜୁରାଟୀ, ହିନ୍ଦୀ, ଇଂରାଜୀକୁ ଏକ ପ୍ରକାରରେ ତ୍ରିବେଣୀର ଅନୁଭବ କରାଇଛନ୍ତି ତାହା ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ଛୁଇଁ ପାରିଛି । ସେଥିପାଇଁ ବିଶେଷ ଭାବେ ତାଙ୍କୁ ଅଭିନନ୍ଦନ କରୁଛି । ଡକ୍ଟର ଟେଡ୍ରୋସଙ୍କ ସହ ମୋର ପରିଚୟ ପୁରୁଣା ଏବଂ ଯେତେବେଳେ ବି ଆମେ ଦେଖା ହୋଇଥାଉ ସେତେବେଳେ ଭାରତର ଗୁରୁମାନେ ତାଙ୍କୁ କିପରି ଶିକ୍ଷା ଦେଇଥିଲେ ସେ ତାହାକୁ ଗର୍ବର ସହିତ ଉଲ୍ଲେଖ କରିଥାନ୍ତି ଏବଂ ଏତେ ପ୍ରସନ୍ନଚିତ୍ତ ଭାବରେ ତାଙ୍କର ଭାବନାକୁ ଆନନ୍ଦର ସହ ପ୍ରକାଶ କରିଥାନ୍ତି ଏବଂ ତାଙ୍କର ଭାରତ ପ୍ରତି ଥିବା ଭଲପାଇବା, ଆଜି ଏକ ଅନୁଷ୍ଠାନ ଆକାରରେ ପ୍ରକାଶିତ ହୋଇଛି । ଏବଂ ସେ ମୋତେ କହୁଛନ୍ତି ଏହା ମୋର ପିଲା, ମୁଁ ଏହାକୁ ଆପଣଙ୍କୁ ଦେଉଛି, ବର୍ତ୍ତମାନ ଏହା ଆପଣଙ୍କର ଦାୟିତ୍ୱ ଅଟେ ଯେ ଯାହାକୁ ଆପଣଙ୍କୁ ଏହାର ଲାଳନପାଳନ କରିବାକୁ ପଡ଼ିବ । ମୁଁ ଡକ୍ଟର ଟେଡ୍ରୋସଙ୍କୁ ଆଶ୍ୱାସନା ଦେଉଛି ଯେ ଯେଉଁ ବିଶ୍ୱାସ ସହିତ ଆପଣ ଭାରତକୁ ଏହି ଦାୟିତ୍ୱ ଦେଇଛନ୍ତି ଏବଂ ଯେଉଁ ଉତ୍ସାହ ଓ ଉଦ୍ଦୀପନାର ସହ ଆମର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲ ଏହି ଦାୟିତ୍ୱକୁ ତାଙ୍କ କାନ୍ଧରେ ନେଇଛନ୍ତି । ମୋତେ ପୁରା ବିଶ୍ୱାସ ଅଛି ଯେ ଆପଣଙ୍କର ଆଶା ଏବଂ ଅପେକ୍ଷା ଅନୁଯାୟୀ ଆମେ ପୂରଣ କରିବୁ ।

ମୋର ପ୍ରିୟ ବନ୍ଦୁ ଏବଂ ମରିସସର ପ୍ରଧାନମନ୍ତ୍ରୀ ଶ୍ରୀ ଜୁଗନାଥଜୀଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି । ତାଙ୍କ ପରିବାର ସହିତ ପ୍ରାୟ ତିନି ଦଶନ୍ଧି ଧରି ମୋର ପୁରୁଣା ସମ୍ପର୍କ ରହିଛି । ଯେତେବେଳେ ବି ମୁଁ ମରିସସକୁ ଯାଇଛି, ତାଙ୍କ ଘରକୁ ଯିବା, ତାଙ୍କ ବାପାଙ୍କ ସହ ଭେଟିବା, ତାଙ୍କ ପରିବାରର ସମସ୍ତଙ୍କ ସହ ସମ୍ପର୍କ ରଖିବା, ତିନି ଦଶନ୍ଧି ଧରି ରହିଥିବା ଏହି ପୁରୁଣା ସମ୍ପର୍କ । ଏବଂ ମୁଁ ଖୁସି ଯେ ଆଜି ମୋର ନିମନ୍ତ୍ରଣ ରକ୍ଷା କରି ସେ ମୋର ନିଜର ହୋମ୍ ଷ୍ଟେଟ୍ ଗୁଜରାଟକୁ ଆସିଛନ୍ତି । ଏବଂ ଗୁଜରାଟ ସହିତ ତାଙ୍କର ସମ୍ପର୍କକୁ ଗୁଜୁରାଟୀ ଭାଷା ସହିତ ଯୋଡ଼ି ସେ ଆମ ସମସ୍ତଙ୍କର ହୃଦୟ ଜିତିଛନ୍ତି । ଆମେ କେବଳ ବାଂଲାଦେଶର ପ୍ରଧାନମନ୍ତ୍ରୀ, ଭୂଟାନର ପ୍ରଧାନମନ୍ତ୍ରୀ ଏବଂ ନେପାଳର ପ୍ରଧାନମନ୍ତ୍ରୀଙ୍କର ମତାମତ ଶୁଣିଛୁ । ଡବ୍ଲୁଏଚଓ- ଗ୍ଲୋବାଲ ସେଣ୍ଟର ଫର ଟ୍ରାଡିସନାଲ ମେଡିସିନ ପାଇଁ ସମସ୍ତେ ନିଜର ଶୁଭେଚ୍ଛା ଜଣାଇଛନ୍ତି । ମୁଁ ସମସ୍ତଙ୍କ ନିକଟରେ କୃତଜ୍ଞ ।

ସାଥୀମାନେ,

ଡବ୍ଲୁଏଚଓ ପାରମ୍ପରିକ ଔଷଧର ଏହି କେନ୍ଦ୍ର ଆକାରରେ ଭାରତ ସହିତ ଏକ ନୂତନ ଭାଗିଦାରୀରେ ପ୍ରବେଶ କରିଛି । ଏହି ପାରମ୍ପରିକ ଚିକିତ୍ସା କ୍ଷେତ୍ରରେ ଭାରତର ଅବଦାନ ଏବଂ ଭାରତର ସାମର୍ଥ୍ୟ ଏହି ଦୁଇଟିର ସ୍ୱୀକୃତି ରହିଛି । ଭାରତ ଏହି ଭାଗିଦାରୀକୁ ସମ୍ପୂର୍ଣ୍ଣ ଭାବେ ସମଗ୍ର ମାନବିକତାର ସେବା କରିବା ପାଇଁ ବହୁତ ବଡ଼ ଦାୟିତ୍ୱ ନେଇଛି । ଏହି କେନ୍ଦ୍ର ସମଗ୍ର ବିଶ୍ୱରେ ପାରମ୍ପରିକ ଚିକିତ୍ସା ସହଯୋଗରେ ଦୁନିଆର ଲୋକମାନଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇବାରେ ସାହାଯ୍ୟ କରିବ ଏବଂ ମୁଁ ଏହା ମଧ୍ୟ କହିବାକୁ ଚାହେଁ ଯେ ଜାମନଗର ଭୂମିରେ ଡକ୍ଟର ଟେଡ୍ରୋସ ଏବଂ ପ୍ରବିଂଦ ଜୀଙ୍କ ଉପସ୍ଥିତିରେ ଏକ କେବଳ ଏକ ପୋଖରୀର ମୂଳଦୁଆ ହୋଇନାହିଁ, କେବଳ ଏକ ଅନୁଷ୍ଠାନର ମୂଳଦୁଆ ହୋଇନାହିଁ, କିନ୍ତୁ ମୁଁ ସମଗ୍ର ବିଶ୍ୱରେ ପ୍ରାକୃତିକ ଚିକିତ୍ସାକୁ ବିଶ୍ୱାସ କରୁଥିବା ପରମ୍ପରାଗତ ଚକିତ୍ସାକୁ ବିଶ୍ୱାସ ରଖୁଥିବା ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ଆଜି ଯେତେବେଳେ ଭାରତ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି ସେହି ସମୟ ମଧ୍ୟରେ ଏହି ଯେଉଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ଏହି ଶିଳାନ୍ୟାସ ଆଗାମୀ ୨୫ ବର୍ଷ ପାଇଁ ସମଗ୍ର ବିଶ୍ୱରେ ପାରମ୍ପରିକ ଔଷଧର ଯୁଗ ଆରମ୍ଭ ହେଉଛି ।

ମୁଁ ମୋ ଆଖି ଆଗରେ ଦେଖୁଛି ଯେ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଢୁଥିବା ଆକର୍ଷଣ ହେତୁ ଆସନ୍ତା ୨୫ ବର୍ଷ ମଧ୍ୟରେ ଯେତେବେଳେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ ସେତେବେଳେ ପାରମ୍ପରିକ ଔଷଧ ଦୁନିଆରେ ପ୍ରତ୍ୟେକ ପରିବାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରରେ ପରିଣତ ହେବ, ତାହାର ହେଉଛି ଏହି ଶିଳାନ୍ୟାସ । ଏବଂ ଆୟୁର୍ବେଦରେ ଅମୃତ କଳସର ଏକ ବଡ଼ ମହତ୍ୱ ରହିଛି ଏବଂ ଏହି ଅମୃତ କାଳରେ ଏହି କାର୍ଯ୍ୟକ୍ରମର ଆରମ୍ଭ ହୋଇଛି । ତେଣୁ ମୁଁ ଏକ ନୂତନ ବିଶ୍ୱାସ ସହିତ ଏକ ସୁଦୂରପ୍ରସାରୀ ପ୍ରଭାବର ପ୍ରଭାବ ଦେଖୁଛି । ଏବଂ ମୋ ପାଇଁ ବ୍ୟକ୍ତିଗତ ଭାବରେ ଏହି ବିଶ୍ୱସ୍ତରୀୟ କେନ୍ଦ୍ର ପ୍ରତିଷ୍ଠା ହେବା ଅତ୍ୟନ୍ତ ଖୁସି ଯେ ଏହି ଗ୍ଲୋବାଲ ସେଣ୍ଟରର ସ୍ଥାପନା ଆମର ଜାମନଗର ଠାରେ ହେଉଛି । ଆୟୁର୍ବେଦ ସହିତ ଜାମନଗରର ଏକ ବିଶେଷ ସମ୍ପର୍କ ଅଛି । ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ପୂର୍ବରୁ ଜାମନଗର ଠାରେ ବିଶ୍ୱର ପ୍ରଥମ ଆୟୁର୍ବେଦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଆୟୁର୍ବେଦ କ୍ଷେତ୍ରରେ ସର୍ବୋତ୍ତମ ଆୟୁର୍ବେଦ ପ୍ରତିଷ୍ଠାନ- ଶିକ୍ଷାଦାନ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନ ଏଠାରେ ଅଛି । ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏହି ଗ୍ଲୋବାଲ ସେଣ୍ଟର ବିଶ୍ୱସ୍ତରରେ ସୁସ୍ଥତା କ୍ଷେତ୍ରରେ ଜାମନଗରର ପରିଚୟକୁ ଏକ ନୂତନ ପରିଚୟ ଦେବ । ରୋଗମୁକ୍ତ ରହିବା, ନିରୋଗ ରହିବା, ଜୀବନଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରେ । କିନ୍ତୁ ସୁସ୍ଥତା ହିଁ କେବଳ ତାହାର ମୂଳ ଲକ୍ଷ୍ୟ ହେବା ଉଚିତ ।

ସାଥୀମାନେ,

ଆମ ଜୀବନରେ ସୁସ୍ଥତାର ମହତ୍ୱ କ’ଣ ଅଛି, କୋଭିଡ୍ ମହାମାରୀର ଏକ ବୈଶ୍ୱିକ ମହାମାରୀ ସମୟ ଆମେ ଏହାକୁ ମଧ୍ୟ ଅନୁଭବ କରିଛୁ । ସେଥିପାଇଁ ଆଜି ବିଶ୍ୱ ସ୍ୱାସ୍ଥ୍ୟ ସେବା ବିତରଣର ଏକ ନୂତନ ଦିଗ ଅନୁସନ୍ଧାନ କରୁଛି । ମୁଁ ଖୁସି ଯେ ଚଳିତ ବର୍ଷ ପାଇଁ ‘ଆମ ଗ୍ରହ, ଆମର ସ୍ୱାସ୍ଥ୍ୟ’ ସ୍ଲୋଗାନ ଦେଇ ଡବ୍ଲୁଏଚଓ ଭାରତର ‘ଗୋଟିଏ ପୃଥିବୀ, ଗୋଟିଏ ସ୍ୱାସ୍ଥ୍ୟ’ର ଏହି ଚିନ୍ତାଧାରାକୁ ଆଗକୁ ବଢ଼ାଇଛି ।


ସାଥୀମାନେ,

ଆମର ଏଠାରେ ହଜାରେ ବର୍ଷ ପୂର୍ବେ ରଚନା ହୋଇଥିବା ଆୟୁର୍ବେଦରେ ଏହା କୁହାଯାଇଛି- ଜିୱେମ ଶରଦ: ଶତମ୍। ଅର୍ଥାତ ଶହେ ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତୁ! ଆମର ପରମ୍ପରାରେ ୧ଠଠ ବର୍ଷର କାମନା ଅତ୍ୟନ୍ତ ସହଜ କାରଣ ସେତେବେଳେ ୧ଠଠ ବର୍ଷର କମ ଆୟୁ ପ୍ରାପ୍ତ କରିବା ଆଶ୍ଚର୍ଯ୍ୟଜନକ ହେଉ ନ ଥିଲା । ଏବଂ ଏଥିରେ ବହୁତ ବଡ଼ ଭୂମିକା ଆମର ପାରମ୍ପରିକ ଚିକିତ୍ସା ପଦ୍ଧତି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଭାରତର ପାରମ୍ପରିକ ଚିକିତ୍ସା ପଦ୍ଧତି କେବଳ ଚିକିତ୍ସା ମଧ୍ୟରେ ସୀମିତ ରହିନାହିଁ । ବରଂ ଏହା ଜୀବନର ଏକ ସାମଗ୍ରିକ ବିଜ୍ଞାନ ହୋଇଯାଇଛି । ଆପଣମାନଙ୍କ ମଧ୍ୟରୁ ଅନେକ ଜାଣନ୍ତି ଯେ ଆୟୁର୍ବେଦରେ ଆରୋଗ୍ୟ ଏବଂ ଚିକିତ୍ସା ବ୍ୟତୀତ ସାମାଜିକ ସ୍ୱାସ୍ଥ୍ୟ, ମାନସିକ ସ୍ୱାସ୍ଥ୍ୟ, ସୁଖ, ପରିବେଶ ସ୍ୱାସ୍ଥ୍ୟ, ଦୟା, ସହାନୁଭୂତି, ସଂବେଦନଶୀଳତା ଏବଂ ଉତ୍ପାଦକତା ସବୁକିଛି ଅମୃତ କଳସରେ ଅନ୍ତର୍ଭୁକ୍ତ । ସେଥିପାଇଁ ଆମର ଆୟୁର୍ବେଦକୁ ଜୀବନର ଜ୍ଞାନ ଭାବରେ ବୁଝା ଯାଇଥାଇଥାଏ ଏବଂ ଆମର ଏଠାରେ ଯେତିକି ପ୍ରତିଷ୍ଠା ୪ଟି ବେଦରେ କରାଯାଇଛି ସେହିଭଳି ଆୟୁର୍ବେଦକୁ ପଞ୍ଚମ ବେଦ କୁହାଯାଇଥାଏ ।

ସାଥୀମାନେ,

ଆଜି ଆଧୁନିକ ଦୁନିଆର ଯେଉଁ ଜୀବନଶୈଳୀ ରହିଛି, ଯେଉଁ ନୂଆ ନୂଆ ରୋଗ ଆମେ ଦେଖୁଛୁ ସେଥିରୁ ମୁକ୍ତି ପାଇବା ପାଇଁ ଆମର ପାରମ୍ପରିକ ଜ୍ଞାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯାହାର ଉତ୍ତମ ସ୍ୱାସ୍ଥ୍ୟର ଏକ ସିଧାସଳଖ ସମ୍ବନ୍ଧ ସହିତ ଜଡ଼ିତ ଅଛୁ । ଆମର ପୂର୍ବପୁରୁଷମାନେ ବିଶ୍ୱାସ କରୁଥିଲେ ଯେ କୌଣସି ରୋଗର ଅଧା ଉପଶମ ଏକ ସନ୍ତୁଳିତ ଖାଦ୍ୟରେ ରହିଥାଏ । ଆମର ପୁର୍ବପୁରୁଷମାନେ ଏହା ମାନୁଥିଲେ କି କୌଣସି ରୋଗର ଅଧା ଉପଚାର ସନ୍ତୁଳିତ ଖାଦ୍ୟ ମଧ୍ୟରେ ଲୁଚି ରହିଥାଏ । ଆମର ପାରମ୍ପରିକ ଚିକିତ୍ସା ପଦ୍ଧତିଗୁଡ଼ିକ ଏହି ସୂଚନା ଦେଇଥାଏ ଯେ କେଉଁ ଋତୁରେ କ’ଣ ଖାଇବ ଏବଂ କ’ଣ ଖାଇବ ନାହିଁ । ଏବଂ ଏହି ସୂଚନାର ଆଧାର ଶହ ଶହ ବର୍ଷର ଅନୁଭବ, ଶହ ଶହ ବର୍ଷର ଅଭିଜ୍ଞତାର ସଂକଳନ । ଯେପରି ଆମର ଏଠାରେ ଭାରତର ଏକ ସମୟ ଥିଲା, ବିଶେଷ ଭାବେ କଠିନ ଶସ୍ୟ, ମିଲେଟର ବ୍ୟବହାର ଉପରେ ପୂର୍ବପୁରୁଷମାନେ ଗୁରୁତ୍ୱ ଦେଉଥିଲେ । ସମୟ ସହିତ ଆମେ ଏହାର ବ୍ୟବହାର ହ୍ରାସ ପାଉଥିବାର ଦେଖିଲୁ । ଏବଂ ଆଜିକାଲି ଆମେ ମିଲେଟଗୁଡ଼ିକର ଆଲୋଚନା ହେଉଥିବା ଦେଖିବାକୁ ମିଳୁଛି । ମୁଁ ମଧ୍ୟ ଏହି କଥାରେ ସନ୍ତୁଷ୍ଟ ଯେ ମିଲେଟ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଭାରତର ପ୍ରସ୍ତାବକୁ ମିଳିତ ଜାତିସଂଘ ଗ୍ରହଣ କରିଛି । ୨ଠ୨୩ ବର୍ଷକୁ ଆନ୍ତର୍ଜାତୀୟ ମିଲେଟ ବର୍ଷ ଭାବେ ଘୋଷଣା କରିବା ମାନବିକତା ପାଇଁ ଅତ୍ୟନ୍ତ ଲାଭଦାୟକ ପଦକ୍ଷେପ ।

ମାନ୍ୟଗଣ୍ୟ ବ୍ୟକ୍ତି, ବର୍ତ୍ତମାନ କିଛି ସମୟ ପୂର୍ବରୁ ଭାରତରେ ‘ଜାତୀୟ ପୁଷ୍ଟିକର ମିଶନ’ ଆରମ୍ଭ ହୋଇଛି । ସେଥିରେ ଆମର ପ୍ରାଚୀନ ଏବଂ ପାରମ୍ପରିକ ବିଦ୍ୟାର ଧ୍ୟାନକୁ ଦୃଷ୍ଟିରେ ରଖି ତାହା କରାଯାଇଛି । କୋଭିଡ-୧୯ ମହାମାରୀ ସମୟରେ ଆମେ ମଧ୍ୟ ଆୟୁଷ ପ୍ରଣାଳୀକୁ ବହୁଳ ଭାବରେ ବ୍ୟବହାର କରିଥିଲୁ । ‘ଆୟୁଷ କାଢ଼ା’ ଏହି ନାମରେ ଆୟୁର୍ବେଦ ଆଧାରିତ କାଢ଼ା ବହୁତ ପ୍ରଚଳିତ ହୋଇଥିଲା । ଆୟୁର୍ବେଦ ସିଦ୍ଧ ୟୁନାନି ସୂତ୍ର ପାଇଁ ସର୍ବଭାରତୀୟ ସ୍ତରରେ ମଧ୍ୟ ବହୁତ ଚାହିଦା ରହିଛି ।  ମହାମାରୀକୁ ରୋକିବା ପାଇଁ ଆଜି ବିଶ୍ୱର ଅନେକ ଦେଶ ପାରମ୍ପରିକ ଔଷଧ ପ୍ରଣାଳୀର ବ୍ୟବହାର ଉପରେ ଗୁରୁତ୍ୱ ଦେଉଛନ୍ତି ।

ଆୟୁର୍ବେଦ ଏବଂ ଇଣ୍ଟିଗ୍ରେଟିଭ ମେଡିସିନ କ୍ଷେତ୍ରରେ ଭାରତର ଯେଉଁ ଅନୁଭୂତି ରହିଛି ତାହାକୁ ବିଶ୍ୱ ସହିତ ବାଣ୍ଟିବା ଏହାର ଦାୟିତ୍ୱ ବୋଲି ବିବେଚନା କରେ । ଭାରତର ଯୋଗ ଓ ପରମ୍ପରା ମଧୁମେହ, ମେଦବହୁଳତା, ଉଦାସୀନତା ଭଳି ଅନେକ ରୋଗର ମୁକାବିଲା କରିବାରେ ବିଶ୍ୱକୁ ବହୁତ ସାହାଯ୍ୟ କରୁଛି । ଆନ୍ତର୍ଜାତୀୟ ଯୋଗ ଦିବସ ମାଧ୍ୟମରେ ‘ଯୋଗ’ ଲୋକପ୍ରିୟ ହେବାରେ ଲାଗିଛି । ଏବଂ ଯୋଗ ବିଶ୍ୱର ଲୋକଙ୍କର ଚାପ ହ୍ରାସ କରିବାରେ, ମନ- ଶରୀର- ଚେତନାରେ ସନ୍ତୁଳନ କରିବାରେ ସାହାଯ୍ୟ କରୁଛି । ଯୋଗର ପରିସର ବିସ୍ତାର କରିବାରେ ଏହି ନୂତନ ଅନୁଷ୍ଠାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଉଚିତ, ଏହା ଅତ୍ୟନ୍ତ ଆବଶ୍ୟକ ଅଟେ ।

ମାନ୍ୟଗଣ୍ୟ ବ୍ୟକ୍ତି, ଆଜି ଏହି ଅବସରରେ ମୁଁ ମଧ୍ୟ ଏହି ଗ୍ଲୋବାଲ ସେଣ୍ଟର ପାଇଁ ୫ଟି ଲକ୍ଷ୍ୟ ସ୍ଥିର କରିବାକୁ ଚାହୁଁଛି । ପ୍ରଥମ ଲକ୍ଷ୍ୟ ହେଉଛି- ଟେକ୍ନୋଲୋଜୀର ବ୍ୟବହାର କରି ପାରମ୍ପରିକ ଜ୍ଞାନ ସଗ୍ରହ କରିବା, ଏଗୁଡ଼ିକର ଏକ ଡାଟାବେସ ସୃଷ୍ଟି କରିବା । ବିଭିନ୍ନ ଦେଶରେ ପାରମ୍ପରିକ ଔଷଧର ଭିନ୍ନ ପରମ୍ପରା ରହିଛି । ଏହି କେନ୍ଦ୍ରରେ ଏହି ପରମ୍ପରାଗୁଡ଼ିକର ସମ୍ପୃକ୍ତି ଏକ ବିଶ୍ୱସ୍ତରୀୟ ସଂଗ୍ରହାଳୟ ସୃଷ୍ଟି କରାଯିବା ଉଚିତ । ଏହି କେନ୍ଦ୍ର ଏହି ପରମ୍ପରାର ଉତ୍ସ, ମୂଳ ଅଭ୍ୟାସଗୁଡ଼ିକର ଅଧ୍ୟୟନ କରିବା ପରେ ଏକ ସଂକଳନ କରିବା ସହ ଏକ ବୈଶ୍ୱିକ ସଂଗ୍ରହ ତଥା ଗଚ୍ଛିତ କରିବା ଆବଶ୍ୟକ । ଏହି କେନ୍ଦ୍ର ପରମ୍ପରା ବିଷୟରେ ଜ୍ଞାନ ରଖିବା ଆବଶ୍ୟକ । ମୂଳ ପଦ୍ଧତିଗୁଡ଼ିକର ସୂତ୍ରର ଅଧ୍ୟୟନ କରି ତାହାର ମଧ୍ୟ ଏକ ସଂକଳନ କରିପାରିବେ, ଏପରି କରିବା ଏଥିପାଇଁ ଜରୁରୀ ଅଟେ, ଯାହାକି ଅଲଗା ଅଲଗା ଦେଶରେ ଥିବା ପାରମ୍ପରିକ ଚିକିତ୍ସାର ମହତ୍ୱପୂର୍ଣ୍ଣ ସୂଚନା ଆଗାମୀ ପିଢ଼ିକୁ ମିଳିପାରିବ ।


ସାଥୀମାନେ,

ପାରମ୍ପରିକ ଔଷଧର ପରୀକ୍ଷା ଏବଂ ପ୍ରମାଣପତ୍ର ପାଇଁ ଜିସିଟିଏମକୁ ମଧ୍ୟ ଆନ୍ତର୍ଜାତୀୟ ମାନକ ସୃଷ୍ଟି କରିବା ଉଚିତ । ଏହା ଆପଣଙ୍କ ସଂସ୍ଥାର ଅନ୍ୟ ଏକ ଲକ୍ଷ୍ୟ ହୋଇପାରେ । ଏହା ସହିତ ପ୍ରତ୍ୟେକ ଔଷଧ ଉପରେ ପ୍ରତ୍ୟେକ ଦେଶରେ ଲୋକଙ୍କର ବିଶ୍ୱାସ ଆହୁରି ବୃଦ୍ଧି ପାଇବ । ଆମେ ଦେଖୁ ଯେ ଭାରତର ଅନେକ ପାରମ୍ପରିକ ଔଷଧ ବିଦେଶୀମାନଙ୍କ ଦ୍ୱାରା ମଧ୍ୟ ବହୁତ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି । କିନ୍ତୁ ବିଶ୍ୱ ରେକର୍ଡ ନ ହେବା କାରଣରୁ ସେମାନଙ୍କର ନିୟମିତ ବ୍ୟବସାୟ ସୀମିତ ରହିଯାଇଛି । ସେଥିପାଇଁ ସେମାନଙ୍କର ଉପଲବ୍ଧତା ମଧ୍ୟ କମ ରହିଥାଏ । ମୁଁ ଭାବୁଛି ଯେ ଅନ୍ୟ ଦେଶ ମଧ୍ୟ ଏହିଭଳି ଭାବରେ ସମାନ ଅସୁବିଧାର ସମ୍ମୁଖୀନ ହେଉଥିବେ । ଏହି ଗ୍ଲୋବାଲ ସେଣ୍ଟର ମଧ୍ୟ ଏହାର ସମାଧାନ ଦିଗରେ କାର୍ଯ୍ୟ କରିବା ଉଚିତ । ଡବ୍ଲୁଏଚଓ ନିକଟରେ ଆୟୁର୍ବେଦ, ପଞ୍ଚକର୍ମ ଏବଂ ୟୁନାନୀ ପାଇଁ ବେଞ୍ଚମାର୍କ ଡକୁମେଣ୍ଟ ମଧ୍ୟ ପ୍ରସ୍ତୁତ କରିଛି । ଏହାକୁ ବିସ୍ତାର କରିବା ମଧ୍ୟ ଆବଶ୍ୟକ ।

ସାଥୀମାନେ,

ସିଜିଟିଏମ ଏଭଳି ଏକ ପ୍ଲାଟଫର୍ମ ହେବା ଉଚିତ, ଯେଉଁଥିରେ ବିଶ୍ୱର ପାରମ୍ପରିକ ଚିକିତ୍ସା ପ୍ରଣାଳୀର ବିଶେଷଜ୍ଞମାନେ ଏକାଠି ହେବେ, ଏକତ୍ରିତ ହେବେ ଏବଂ ନିଜର ଅଭିଜ୍ଞତା ବାଣ୍ଟିବେ । ଏହି ପ୍ରୟାସକୁ ଏହି ଗ୍ଲୋବାଲ ସେଣ୍ଟର ନିଜର ତୃତୀୟ ଲକ୍ଷ୍ୟ କରିପାରିବେ । କ’ଣ ଏହି ଅନୁଷ୍ଠାନ ଏକ ବାର୍ଷିକ ସମାରୋହ କରିପାରିବ, କୌଣସି ବାର୍ଷିକ ପାରମ୍ପରିକ ଔଷଧ ମହୋତ୍ସବ କରିପାରିବ ଯେଉଁଥିରେ ବିଶ୍ୱର ଅଧିକରୁ ଅଧିକ ଦେଶର ବିଶେଷଜ୍ଞମାନେ ଚିନ୍ତା କରିବେ, ସେମାନଙ୍କର ପଦ୍ଧତିକୁ ବାଣ୍ଟିବେ ।


ସାଥୀମାନେ,

ମୁଁ ଭାବୁଛି ଏହି କେନ୍ଦ୍ରର ଚତୁର୍ଥ ଲକ୍ଷ୍ୟ ଗବେଷଣା ପାଇଁ ବିନିଯୋଗ ହେବା ଉଚିତ । ପାରମ୍ପରିକ ଚିକିତ୍ସାରେ ଗବେଷଣା ପାଇଁ ଜିସିଟିଏମ ପାଣ୍ଠି ସଂଗ୍ରହ କରିବା ଉଚିତ । ଆମେ ଦେଖିଛୁ ଯେ ଆଧୁନିକ ଫାର୍ମା କମ୍ପାନୀଗୁଡ଼ିକ ପାଇଁ ଅନୁସନ୍ଧାନ କ୍ଷେତ୍ରରେ କୋଟି କୋଟି ଡଲାର ଉପଲବ୍ଧ ରହିଥାଏ । ଆମେ ସେହିଭଳି ଗବେଷଣା କ୍ଷେତ୍ରରେ ଯାହା କି ପାରମ୍ପରିକ ଔଷଧ ତିଆରି କରିବାରେ ରିସର୍ଚ୍ଚ କରିବାକୁ ପ୍ରସ୍ତୁତ ହେବା ଦରକାର । ପଞ୍ଚମ ଲକ୍ଷ୍ୟ ଚିକିତ୍ସା ପ୍ରାକ୍ଟିକାଲ ସହିତ ଜଡ଼ିତ ହୋଇ ରହିଛି । ଜିସିଟିଏମ କିଛି ନିର୍ଦ୍ଦିଷ୍ଟ ରୋଗ ପାଇଁ ହୋଲିଷ୍ଟିକ ଚିକିତ୍ସାର ପ୍ରୋଟୋକଲ ବିକଶିତ କରିପାରିବ, ଯେଉଁଥିରେ ରୋଗୀ ଉଭୟ ଆଧୁନିକ ଏବଂ ପାରମ୍ପରିକ ଔଷଧରୁ ଉପକୃତ ହେବେ, ଉଭୟଙ୍କୁ ଫାଇଦା ମିଳୁ । ଆପଣ ସ୍ୱାସ୍ଥ୍ୟ ସେବା ପ୍ରଣାଳୀରେ ଏହି ପ୍ରାଚୀନ ଶାସ୍ତ୍ରଗୁଡ଼ିକରୁ ପ୍ରଭାବଶାଳୀ ଏକକୀକରଣରୁ ଅନେକ ରୋଗର ମୁକାବିଲା କରିବାରେ ସାହାଯ୍ୟ ମିଳିପାରିବ ।



ସାଥୀମାନେ,

ଆମେ ଭାରତୀୟମାନେ ବସୁଦେବ କୁଟୁମ୍ବକମ ଏବଂ ସର୍ବେ ସନ୍ତୁ ନିରାମୟା: ଏହି ଭାବନା ରହିଥବା ଲୋକମାନେ ଅଛନ୍ତି । ସମଗ୍ର ବିଶ୍ୱ ଗୋଟିଏ ପରିବାର ଏବଂ ଏହି ସମଗ୍ର ପରିବାର ସର୍ବଦା ନିରୋଗୀ ରୁହନ୍ତୁ । ଏହା ଆମର ଇଚ୍ଛା ରହିଛି । ଆଜି ଡବ୍ଲୁଏଚଓ - ଜିସିଟିଏମର ସ୍ଥାପନା ଦ୍ୱାରା ଭାରତର ଏହି ପରମ୍ପରା ଆହୁରି ସମୃଦ୍ଧ ହେଉଛି । ଡବ୍ଲୁଏଚଓର ଏହି କେନ୍ଦ୍ର ବିଶ୍ୱରେ ଲୋକମାନଙ୍କର ସ୍ୱାସ୍ଥ୍ୟ ଭଲ ରଖିବ- ଏହି କାମନା ସହିତ ମୁଁ ମୋର ବକ୍ତବ୍ୟ ଶେଷ କରୁଛି ଏବଂ ମୁଁ ବର୍ତ୍ତମାନ ଦୁଇଟି ପରିଶ୍ରମର ସମୟ ବାହାର କରିବା ପାଇଁ, ଏହି ସମାରୋହକୁ ଶୀର୍ଷରେ ଦେଖିବା ପାଇଁ, ଏହାର ମାହାତ୍ମ୍ୟକୁ ବଢ଼ାଇବା ପାଇଁ, ହୃଦୟରୁ ତାଙ୍କର ବହୁତ ବହୁତ କୃତଜ୍ଞତା ଜଣାଉଛି । ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Mahatma Ayyankali on his birth anniversary
August 28, 2026

The Prime Minister, Shri Narendra Modi, has paid homage to Mahatma Ayyankali on his birth anniversary, today. Shri Modi remembered Mahatma Ayyankali as a great pioneer of social justice, who dedicated his life to the empowerment and welfare of the marginalised. The Prime Minister highlighted his efforts to secure educational opportunities for the marginalised, improve the lives of agricultural workers and serve the poor.

The Prime Minister posted on X:

Paying homage to Mahatma Ayyankali on his birth anniversary!

He is remembered as a great pioneer of social justice. His efforts to secure educational opportunities for the marginalised, improve the lives of agricultural workers and serve the poor remain very inspiring. His life gives strength to all those working for social empowerment.