India has emerged as the nerve centre of global health: PM Modi
The last day of 2020 is dedicated to all health workers who are putting their lives at stake to keep us safe: PM Modi
In the recent years, more people have got access to health care facilities: PM Modi

ନମସ୍କାର!

କେମିତି ଅଛନ୍ତି, ଗୁଜରାଟରେ ଥଣ୍ଡା–ଫଣ୍ଡା ହେଉଛି କି ନାହିଁ, ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ମହାଶୟ, ମୁଖ୍ୟମନ୍ତ୍ରୀ ଶ୍ରୀମାନ ବିଜୟ ରୂପାଣୀ ମହାଶୟ, ବିଧାନସଭା ବାଚସ୍ପତି ଶ୍ରୀ ରାଜେନ୍ଦ୍ର ତ୍ରିବେଦୀ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମହାଶୟ, ଉପ–ମୁଖ୍ୟମନ୍ତ୍ରୀ ଭାଇ ନୀତିନ ପଟେଲ ମହାଶୟ, ମନ୍ତ୍ରୀମଣ୍ଡଳରେ ମୋର ସାଥୀ ଶ୍ରୀମାନ ଅଶ୍ୱିନୀ ଚୌବେ ମହାଶୟ, ମନସୁଖ ଭାଇ ମାଣ୍ଡଭିୟା ମହାଶୟ, ପୁରୁଷୋତମ ରୂପାଲା ମହାଶୟ, ଗୁଜରାଟ ସରକାରରେ ମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ସିଂହ ଚୁଡାସମା ମହାଶୟ, ଶ୍ରୀ କିଶୋର କନାନୀ ମହାଶୟ, ଅନ୍ୟ ସମସ୍ତ ମନ୍ତ୍ରୀଗଣ, ସାଂସଦଗଣ, ଧାରାସଭ୍ୟଗଣ, ଅନ୍ୟ ସମସ୍ତ ମହାନୁଭବ।

ଭାଇ ଓ ଭଉଣୀମାନେ,

ନୂତନ ବର୍ଷ ପାଦ ଥାପୁଛି। ଆଜି ଦେଶର ମେଡିକାଲ ଭିତିଭୂମିକୁ ସୁଦୃଢ଼ କରୁଥିବା ଆଉ ଏକ ଶୃଙ୍ଖଳ ଯୋଡ଼ି ହେବାକୁ ଯାଉଛି। ରାଜକୋଟଠାରେ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନର ଶିଳାନ୍ୟାସ ଗୁଜରାଟ ସହିତ ସମଗ୍ର ଦେଶରେ ସ୍ୱାସ୍ଥ୍ୟ ଏବଂ ମେଡିକାଲ ଶିକ୍ଷାର ନେଟୱାର୍କକୁ ଏହା ଯୋଗୁ ଶକ୍ତି ମିଳିବ। ଭାଇ ଓ ଭଉଣୀମାନେ, ବର୍ଷ ୨୦୨୦କୁ ଏକ ନୂତନ ଜାତୀୟ ସ୍ୱାସ୍ଥ୍ୟ ସୁବିଧା ସହିତ ବିଦାୟ ଦେବା । ଏହା ବର୍ଷର ଆହ୍ୱାନଗୁଡ଼ିକୁ ମଧ୍ୟ ଦର୍ଶାଇଥାଏ ଆଉ ନୂତନ ବର୍ଷର ପ୍ରାଥମିକତାଗୁଡ଼ିକୁ ମଧ୍ୟ ସ୍ପଷ୍ଟ କରିଥାଏ। ଏହି ବର୍ଷଟି ସମଗ୍ର ଦୁନିଆ ପାଇଁ ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣରୁ ଅଦ୍ଭୁତପୂର୍ବ ଆହ୍ୱାନଗୁଡ଼ିକୁ ମଧ୍ୟ ଦର୍ଶାଉଛି ଆଉ ନୂତନ ବର୍ଷର ପ୍ରାଥମିକତାଗୁଡ଼ିକୁ ମଧ୍ୟ ସ୍ପଷ୍ଟ କରିଛି। ଏହି ବର୍ଷ ସମଗ୍ର ଦୁନିଆ ପାଇଁ ସ୍ୱାସ୍ଥ୍ୟ ରୂପରେ ଅଦ୍ଭୁତପୂର୍ବ ଆହ୍ୱାନଗୁଡ଼ିକର ବର୍ଷ ହୋଇ ରହିଛି । ଏହି ବର୍ଷ ଦେଖାଇଛି ଯେ ସ୍ୱାସ୍ଥ୍ୟ ହିଁ ହେଉଛି ସମ୍ପଦ, ଏହି କଥାକୁ ଆମକୁ ଆମର ପୂର୍ବପୁରୁଷମାନେ କାହିଁକି ଶିଖାଇଛନ୍ତି, ଏହି କଥାକୁ ଆମ ନିକଟରେ କାହିଁକି ବାରମ୍ବାର କୁହାଯାଇଛି, ଏହା ଆମକୁ ୨୦୨୦ ଭଲଭାବେ ଶିଖାଇ ଦେଇଛି। ଯେତେବେଳେ ସ୍ୱାସ୍ଥ୍ୟ ଉପରେ ଆଘାତ ଲାଗିଥାଏ, ସେତେବେଳେ ଜୀବନର ପ୍ରତ୍ୟେକ ଦିଗ ଖରାପ ଭାବେ ପ୍ରଭାବିତ ହୋଇଥାଏ । ଆଉ କେବଳ ପରିବାର ନୁହେଁ, ସମଗ୍ର ସାମାଜିକ ପରିସର ତାହା କବଳକୁ ଆସି ଯାଇଥାଏ ଆଉ ଏଥିପାଇଁ ବର୍ଷର ଏହି ଶେଷ ଦିନ ଭାରତର ସେହି ଲକ୍ଷ–ଲକ୍ଷ ଡାକ୍ତର, ସ୍ୱାସ୍ଥ୍ୟ ଯୋଦ୍ଧା, ସଫେଇ କର୍ମଚାରୀ, ଔଷଧ ଦୋକାନଗୁଡ଼ିକରେ କାର୍ଯ୍ୟ କରୁଥିବା ଏବଂ ଅନ୍ୟାନ୍ୟ ଆଗଧାଡ଼ିର କରୋନା ଯୋଦ୍ଧାମାନଙ୍କୁ ମନେ ରଖିବାକୁ ହେବ, ଯେଉଁମାନେ ମାନବତାର ରକ୍ଷା ପାଇଁ କ୍ରମାଗତ ଭାବେ ନିଜ ଜୀବନକୁ ବିପଦରେ ପକାଉଛନ୍ତି। କର୍ତ୍ତବ୍ୟପଥରେ ଯେଉଁ ସାଥୀମାନେ ନିଜ ଜୀବନ ଦେଇ ଦେଇଛନ୍ତି, ମୁଁ ଆଜି ସେ ସମସ୍ତଙ୍କୁ ଆଦରପୂର୍ବକ ପ୍ରଣାମ ଜଣାଉଛି। ଆଜି ଦେଶ ସେହି ସାଥୀମାନଙ୍କୁ, ସେହି ବୈଜ୍ଞାନିକମାନଙ୍କୁ, ସେହି କର୍ମଚାରୀମାନଙ୍କୁ ମଧ୍ୟ ବାରମ୍ବାର ମନେ ପକାଉଛି, ଯେଉଁମାନେ କରୋନା ସହିତ ଲଢ଼ିବା ପାଇଁ ଆବଶ୍ୟକୀୟ ମେଡିକାଲ ଭିତିଭୂମି ପ୍ରସ୍ତୁତ କରିବାରେ ଦିନ–ରାତି ଲାଗି ରହିଛନ୍ତି। ଆଜିକାର ଦିନ ହେଉଛି ସେ ସମସ୍ତଙ୍କୁ ପ୍ରଶଂସା କରିବାର ଦିନ, ଯେଉଁମାନେ ଏହି କଷ୍ଟକର ସମୟରେ ଗରିବମାନଙ୍କ ପାଖରେ ଭୋଜନ ଏବଂ ଅନ୍ୟାନ୍ୟ ସୁବିଧା ସବୁ ପହଞ୍ଚାଇବାରେ ସଂପୂର୍ଣ୍ଣ ସମର୍ପଣ ଭାବର ସହିତ କାର୍ଯ୍ୟ କରିଛନ୍ତି। ଏତେ ଦୀର୍ଘ ସମୟ, ଏତେ ବଡ଼ ବିପଦ, କିନ୍ତୁ ଏହି ସମାଜର ସଂଗଠିତ ସାମୁହିକ ଶକ୍ତି, ସମାଜର ସେବାଭାବ, ସମାଜର ସମ୍ବେଦନଶୀଳତା ତାହାର ହେଉଛି ପରିଣାମ ଯେ ଦେଶବାସୀ କୌଣସି ଗରିବଙ୍କୁ ମଧ୍ୟ ଏହି କଠିନ ଦିନମାନଙ୍କରେ ରାତିରେ ଉପାସ ରହି ଶୋଇବାକୁ ଦେଇନାହାଁନ୍ତି। ଏମାନେ ସମସ୍ତେ ହେଉଛନ୍ତି ପ୍ରଣାମଯୋଗ୍ୟ, ଆଦରର ପାତ୍ର।

ସାଥୀଗଣ,

କଷ୍ଟକର ଏହି ବର୍ଷଟି ଆମକୁ ଦେଖାଇ ଦେଇଛି ଯେ ଭାରତ ଯେତେବେଳେ ଏକଜୁଟ ହୋଇଥାଏ ସେତେବେଳେ କଠିନରୁ କଠିନ ସଙ୍କଟର ସାମ୍ନା ସେ କେତେ ପ୍ରଭାବଶାଳୀ ଢ଼ଂଗରେ କରି ପାରିବ। ଭାରତ ଐକବଦ୍ଧତା ସହିତ ଯେଉଁଭଳି ଭାବେ ସଠିକ ସମୟରେ ପ୍ରଭାବାଳୀ ପଦକ୍ଷେପ ଉଠାଇଛି, ତାହାର ହିଁ ପରିଣାମ ହେଉଛି ଯେ ଆଜି ଆମେ ବହୁତ ହିଁ ଉନ୍ନତ ସ୍ଥିତିରେ ରହିଛୁ। ଯେଉଁ ଦେଶରେ ୧୩୦ କୋଟିରୁ ଅଧିକ ଲୋକ ଅଛନ୍ତି, ଜନସଂଖ୍ୟାର ଘନତ୍ୱ ଅଧିକ, ସେଠାରେ ପାଖାପାଖି ଏକ କୋଟି ଲୋକ ଏହି ରୋଗ ସହିତ ଲଢ଼ି ବିଜୟ ପ୍ରାପ୍ତ କରି ସାରିଛନ୍ତି। କରୋନାରେ ପିଡ଼ୀତ ସାଥୀମାନଙ୍କୁ ବଞ୍ଚାଇବାର ରେକର୍ଡ ସାରା ଦୁନିଆ ଅପେକ୍ଷା ଭଲ ରହିଛି। ସେଠାରେ ଏବେ ସଂକ୍ରମଣର ମାମଲା କ୍ରମାଗତ ଭାବେ ନିମ୍ନଗାମୀ ହେଉଛି।

ଭାଇ ଓ ଭଉଣୀମାନେ,

ବର୍ଷ ୨୦୨୦ରେ ସଂକ୍ରମଣର ନିରାଶା ଥିଲା, ଚିନ୍ତା ଥିଲା, ଚାରିଆଡେ ପ୍ରଶ୍ନଚିହ୍ନ ରହିଥିଲା ୨୦୨୦ର ତାହା ପରିଚୟ ହୋଇଯାଇଥିଲା, କିନ୍ତୁ ୨୦୨୧ ଚିକିତ୍ସାର ଆଶା ନେଇ ଆସୁଅଛି। ଟିକାକୁ ନେଇ ଭାରତରେ ସମସ୍ତ ପ୍ରକାରର ଜରୁରୀ ପ୍ରସ୍ତୁତି ଚାଲୁଛି। ଭାରତରେ ପ୍ରସ୍ତୁତ କରାଯାଇଥିବା ଟିକା ଦ୍ରୁତ ଗତିରେ ସମସ୍ତ ଜରୁରୀ ବର୍ଗଙ୍କ ପାଖରେ ପହଞ୍ଚୁ, ଏଥିପାଇଁ ଚେଷ୍ଟା ଶେଷ ପର୍ଯ୍ୟାୟରେ ରହିଛି। ଦୁନିଆର ସବୁଠାରୁ ବଡ଼ ଟୀକାକରଣ ଅଭିଯାନ ଚଲାଇବା ପାଇଁ ଭାରତର ପ୍ରସ୍ତୁତି ଦ୍ରୁତ ଗତିରେ ଜାରି ରହିଛି। ମୋର ବିଶ୍ୱାସ ରହିଛି ଗତ ବର୍ଷ ଯେଉଁଭଳି ଭାବେ ସଂକ୍ରମଣକୁ ରୋକିବା ପାଇଁ ଆମେ ସମସ୍ତେ ଏକଜୁଟ ହୋଇ ପ୍ରୟାସ କଲୁ, ସେହିଭଳି ଭାବେ ଟୀକାକରଣକୁ ସଫଳ କରିବା ପାଇଁ ମଧ୍ୟ ସମଗ୍ର ଭାରତ ଏକାଠି ହୋଇ ଆଗକୁ ବଢ଼ିବ।

ସାଥୀଗଣ,

ଗୁଜରାଟରେ ମଧ୍ୟ ସଂକ୍ରମଣକୁ ରୋକିବା ପାଇଁ ଆଉ ଏବେ ଟୀକାକରଣ ପାଇଁ ପ୍ରସ୍ତୁତିକୁ ନେଇ ପ୍ରଶଂସନୀୟ କାର୍ଯ୍ୟ ହୋଇଛି। ବିଗତ ଦୁଇ ଦଶକ ମଧ୍ୟରେ ଯେଉଁଭଳି ଭାବେ ମେଡିକାଲ ଭିତିଭୂମି ଗୁଜରାଟରେ ପ୍ରସ୍ତୁତ ହୋଇଛି, ତାହା ହେଉଛି ଏକ ବହୁତ ବଡ଼ କାରଣ ଯେ ଗୁଜରାଟ କରୋନାର ଆହ୍ୱାନକୁ ଖୁବ୍‍ ଭଲ ଭାବେ ମୁକାବିଲା କରି ପାରିଛି। ଏମ୍ସ ରାଜକୋଟ ଗୁଜରାଟର ସ୍ୱାସ୍ଥ୍ୟ ନେଟୱର୍କକୁ ଆହୁରି ସଶକ୍ତ କରିବ, ସୁଦୃଢ଼ କରିବ। ଏବେ ଗୁରୁତରରୁ ଗୁରୁତର ରୋଗ ପାଇଁ ରାଜକୋଟରେ ହିଁ ଆଧୁନିକ ସୁବିଧା ଉପଲବ୍ଧ ହେଉଛି। ଚିକିତ୍ସା ଏବଂ ଶିକ୍ଷା ବ୍ୟତୀତ ଏହା ମାଧ୍ୟମରେ ରୋଜଗାରର ମଧ୍ୟ ଅନେକ ସୁଯୋଗ ସୃଷ୍ଟି ହେବ। ନୂତନ ହାସ୍ପାତାଳରେ କାମ କରିବା ପାଇଁ ପ୍ରାୟ ୫ ହଜାର ସିଧାସଳଖ ରୋଜଗାର ଉପଲବ୍ଧ ହେବ। ଏହା ସହିତ ରହିବା–ଚଳିବା, ଖାଦ୍ୟ–ପେୟ, ପରିବହନ, ଅନ୍ୟାନ୍ୟ ମେଡିକାଲ ସୁବିଧା ସହିତ ଜଡ଼ିତ ଅନେକ ପରୋକ୍ଷ ରୋଜଗାର ମଧ୍ୟ ଏହିଠାରେ ସୃଷ୍ଟି ହେବ ଆଉ ଆମ୍ଭେମାନେ ଦେଖିଛୁ କି ଯେଉଁଠାରେ ବଡ଼–ବଡ଼ ହାସ୍ପାତାଳ ହୋଇଥାଏ, ତାହାରି ବାହାରେ ଏକ ଛୋଟିଆ ସହର ମଧ୍ୟ ସୃଷ୍ଟି ହୋଇ ଯାଇଥାଏ।

ଭାଇ ଓ ଭଉଣୀମାନେ,

ମେଡିକାଲ କ୍ଷେତ୍ରରେ ଗୁଜରାଟର ଏହି ସଫଳତାର ପଛରେ ଦୁଇ ଦଶକର ଅନବରତ ପ୍ରୟାସ ରହିଛି, ସମର୍ପଣ ଏବଂ ସଂକଳ୍ପ ରହିଛି । ବିଗତ ୬ ବର୍ଷରେ ସମଗ୍ର ଦେଶରେ ଚିକିତ୍ସା ଏବଂ ମେଡିକାଲ ଶିକ୍ଷାକୁ ନେଇ ଯେଉଁ ମାନକ ଉପରେ କାର୍ଯ୍ୟ ହୋଇଛି, ତାହାର ଲାଭ ନିଶ୍ଚିତ ରୂପେ ଗୁଜରାଟକୁ ମଧ୍ୟ ମିଳୁଛି।

ସାଥୀଗଣ,

ବଡ଼ ହାସ୍ପାତାଳର ସ୍ଥିତି, ସେମାନଙ୍କ ଉପରେ ରହୁଥିବା ଚାପ ସହିତ ମଧ୍ୟ ଆପଣମାନେ ଭଲ ଭାବେ ପରିଚିତ। ପରିସ୍ଥିତି ଏଭଳି ରହିଥିଲା ଯେ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଦେଶରେ କେବଳ ୬ଟି ମାତ୍ର ଏମ୍ସ ତିଆରି ହୋଇ ପାରିଥିଲା। ୨୦୦୩ରେ ଅଟଳ ମହାଶୟଙ୍କ ସରକାର ଆହୁରି ୬ଟି ଏମ୍ସ ତିଆରି କରିବା ପାଇଁ ପଦକ୍ଷେପ ଉଠାଇଥିଲେ। ସେ ଏହାକୁ ନିର୍ମାଣ କରୁ–କରୁ ୨୦୧୨ ଆସିଗଲା, ଅର୍ଥାତ ୯ ବର୍ଷ ଲାଗିଯାଇଥିଲା। ବିଗତ ୬ ବର୍ଷ ମଧ୍ୟରେ ୧୦ ନୂତନ ଏମ୍ସ ନିର୍ମାଣ କରିବାର କାର୍ଯ୍ୟ ଆରମ୍ଭ କରାଯାଇ ସାରିଛି, ଯାହା ମଧ୍ୟରୁ କେତେଗୁଡ଼ିଏ ସଂପୂର୍ଣ୍ଣ ଭାବେ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି। ଏମ୍ସ ସହିତ–ସହିତ ଦେଶରେ ୨୦ ଏମ୍ସ ଭଳି ସୁପର ସ୍ପେସିଆଲିଟି ହସ୍ପିଟାଲର ମଧ୍ୟ ନିର୍ମାଣ କରାଯାଉଛି।

ସାଥୀଗଣ,

ବର୍ଷ ୨୦୧୪ ପୂର୍ବରୁ ଆମର ସ୍ୱାସ୍ଥ୍ୟ କ୍ଷେତ୍ର ଭିନ୍ନ–ଭିନ୍ନ ଦିଗରେ, ଭିନ୍ନ–ଭିନ୍ନ ଅଭିବ୍ୟକ୍ତି ସହିତ କାର୍ଯ୍ୟ କରୁଥିଲା। ପ୍ରାଥମିକ ସ୍ୱାସ୍ଥ୍ୟ ସୁରକ୍ଷାର ନିଜସ୍ୱ ବ୍ୟବସ୍ଥା ଥିଲା। ଗାଁମାନଙ୍କରେ ସୁବିଧା ନାମକୁ ମାତ୍ର ଥିଲା, ଯାହାକି ନଥଲା ଭଳି। ଆମେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୌଦ୍ଧିକ ଉପାୟରେ କାର୍ଯ୍ୟ କରିବା ଆରମ୍ଭ କଲୁ। ଆମେ ଯେଉଁଠି ଗୋଟିଏ ପଟେ ପ୍ରତିଷେଧକ ଚିକିତ୍ସା ଉପରେ ଗୁରୁତ୍ୱ ଦେଲୁ ସେଠାରେ ଚିକିତ୍ସାର ଆଧୁନିକ ସୁବିଧାଗୁଡ଼ିକୁ ମଧ୍ୟ ପ୍ରାଥମିକତା ଦେଲୁ। ଆମେ ଯେଉଁଠି ଗରିବଙ୍କ ଚିକିତ୍ସା ଉପରେ ହେବାକୁ ଥିବା ଖର୍ଚ୍ଚ କମ୍‍ କଲୁ, ସେଠାରେ ଏହି କଥା ଉପରେ ମଧ୍ୟ ଗୁରୁତ୍ୱ ଦେଲୁ ଯେ ଡାକ୍ତରଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ହେଉ।

ସାଥୀଗଣ,

ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ସାରା ଦେଶର ଦୂର–ଦୂରାନ୍ତର ଅଞ୍ଚଳରେ ପ୍ରାୟ ଦେଢ଼ ଲକ୍ଷ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ତିଆରି କରିବାର କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି। ଏ ପର୍ଯ୍ୟନ୍ତ ଏଥିମଧ୍ୟରୁ ୫୦ ହଜାର କେନ୍ଦ୍ର ସେବା ଦେବା ଆରମ୍ଭ ମଧ୍ୟ କରି ସାରିଲେଣି, ଯେଉଁଥି ମଧ୍ୟରୁ ପ୍ରାୟ ୫ ହଜାର କେବଳ ଗୁଜରାଟରେ ହିଁ ରହିଛି। ଏହି ଯୋଜନା ଦ୍ୱାରା ଏ ପର୍ଯ୍ୟନ୍ତ ଦେଶର ପ୍ରାୟ ଦେଢ଼ କୋଟି ଗରିବଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳୁଛି। ଏହି ଯୋଜନା ଗରିବ ଭାଇ ଭଉଣୀଙ୍କୁ କେତେ ପରିମାଣରେ ସାହାଯ୍ୟ କରିଛି ସେଥିପାଇଁ ଗୋଟିଏ ପରିସଂଖ୍ୟାନ ମୁଁ ଦେଶକୁ ଜଣାଇବାକୁ ଚାହୁଁଛି।

ସାଥୀଗଣ,

ଆୟୁଷ୍ମାନ ଭାରତ ଯୋଜନା ଦ୍ୱାରା ଗରିବମାନଙ୍କର ପ୍ରାୟ ୩୦ ହଜାର କୋଟିରୁ ଅଧିକ ଟଙ୍କା ସଞ୍ଚୟ ହୋଇଛି। ୩୦ ହଜାର କୋଟି ଟଙ୍କା ଏହା ହେଉଛି ବହୁତ ବଡ଼ ପରିମାଣ। ଆପଣ ଚିନ୍ତାକରନ୍ତୁ, ଏହି ଯୋଜନା ଗରିବଙ୍କୁ କେତେ ବଡ଼ ଆର୍ଥିକ ଚିନ୍ତାରୁ ମୁକ୍ତ କରିଛି। କର୍କଟରୋଗ ହେଉ, ହୃଦ ରୋଗ ହେଉ, ବୃକ୍‍କର ଅସୁବିଧା ହେଉ, ସେମାନଙ୍କର ଗୁରୁତର ରୋଗର ଚିକିତ୍ସା, ମୋ ଦେଶର ଗରିବମାନେ ମାଗଣାରେ କରାଇଛନ୍ତି ଆଉ ତାହା ମଧ୍ୟ ଭଲ ହସ୍ପିଟାଲରେ।

ସାଥୀଗଣ,

ରୋଗ ସମୟରେ, ଗରିବଙ୍କର ଆଉ ଏକ ସାଥୀ ହେଉଛି – ଜନ ଔଷଧି କେନ୍ଦ୍ର। ଦେଶରେ ପ୍ରାୟ ୭ ହଜାର ଜନ ଔଷଧି କେନ୍ଦ୍ର, ଗରିବଙ୍କୁ ବହୁତ ହିଁ କମ୍‍ ମୂଲ୍ୟରେ ଔଷଧ ଉପଲବ୍ଧ କରାଉଛନ୍ତି। ଏହି ଜନ ଔଷଧି କେନ୍ଦ୍ରରେ ଔଷଧ ସବୁ ପ୍ରାୟତଃ ୯୦ ପ୍ରତିଶତ ଶସ୍ତାରେ ମିଳିଥାଏ। ଅର୍ଥାତ ଶହେ ଟଙ୍କାର ଔଷଧ ଦଶ ଟଙ୍କାରେ ମିଳୁଛି। ସାଢ଼େ ୩ ଲକ୍ଷରୁ ଅଧିକ ଗରିବ ରୋଗୀ, ପ୍ରତିଦିନ ଜନ ଔଷଧି କେନ୍ଦ୍ରର ଲାଭ ଉଠାଉଛନ୍ତି ଆଉ ଏହି କେନ୍ଦ୍ରଗୁଡ଼ିକର ଶସ୍ତା ଔଷଧ କାରଣରୁ ଗରିବମାନେ ପ୍ରତି ବର୍ଷ ହାରାହାରି ୩୬୦୦ କୋଟି ଖର୍ଚ୍ଚ ହେବାରୁ ରକ୍ଷା ପାଉଛନ୍ତି। ଆପଣମାନେ ଅନୁମାନ ଲଗାଇ ପାରୁଥିବେ ଯେ କେତେ ବଡ଼ ସାହାଯ୍ୟ ହୋଇ ପାରୁଛି। ଏମିତିରେ ମଧ୍ୟ କିଛି ଲୋକଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ଶେଷରେ ସରକାର ଚିକିତ୍ସା ଖର୍ଚ୍ଚ କମ୍‍ କରିବା, ଔଷଧରେ ହେଉଥିବା ଖର୍ଚ୍ଚକୁ କମ୍‍ କରିବା ଉପରେ ଏତେ ଗୁରୁତ୍ୱ କାହିଁକି ଦେଉଛନ୍ତି?

ସାଥୀଗଣ,

ଆମମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି, ସେହି ପୃଷ୍ଠଭୂମିରୁ ଆସିଥିବା ଲୋକ। ଗରିବ ଏବଂ ମଧ୍ୟମବର୍ଗଙ୍କ ମଧ୍ୟରେ ଚିକିତ୍ସା କରିବାର ଖର୍ଚ୍ଚ ସଦାସର୍ବଦା ଏକ ଚିନ୍ତାର ବିଷୟ ହୋଇ ରହିଥିଲା। ଯେତେବେଳେ କୌଣସି ଗରିବଙ୍କୁ ଗୁରୁତର ରୋଗ ହୋଇଥାଏ, ସେତେବେଳେ ଏହି କଥାର ସମ୍ଭାବନା ଖୁବ୍‍ ଅଧିକ ହୋଇଥାଏ, ଯେ ସେ ନିଜେ ନିଜର ଚିକିତ୍ସା କରାଇବ ହିଁ ନାହିଁ। ଚିକିତ୍ସା ପାଇଁ ପଇସା ନ ଥିବ, ଘରର ଅନ୍ୟାନ୍ୟ ଖର୍ଚ୍ଚ, ନିଜର ଦାୟିତ୍ୱବୋଧର ଚିନ୍ତା, ବ୍ୟକ୍ତିଙ୍କର ବ୍ୟବହାରରେ ଏହି ପରିବର୍ତନ ଆଣି ଦେଇଥାଏ ଆଉ ଆମେ ଦେଖିଛୁ ଯେତେବେଳେ ଗରିବ ରୋଗଗ୍ରସ୍ତ ହୋଇ ଯାଇଥାଏ, ଅର୍ଥ ନଥାଏ ସେତେବେଳେ ସେ କ’ଣ କରିଥାଏ, ଡୋର– ସୂତା ଭଳି ଦୁନିଆକୁ ଚାଲି ଯାଇଥାଏ, ପୂଜା–ପାଠ ଦୁନିଆକୁ ଚାଲି ଯାଇଥାଏ। ତାକୁ ଲାଗିଥାଏ ବୋଧହୁଏ ସେହିଥିରେ ବଞ୍ଚିଯିବି କିନ୍ତୁ ସେ ଏଥିପାଇଁ ଯାଇଥାଏ, ଯେ ତା’ପାଖରେ ସଠିକ ଜାଗାକୁ ଯିବା ପାଇଁ ଅର୍ଥ ନାହିଁ, ତାକୁ ଗରିବୀ ବିବ୍ରତ କରୁଛି।

ସାଥୀଗଣ,

ଆମେ ଏହା ମଧ୍ୟ ଦେଖିଛୁ ଯେ ଯେଉଁ ବ୍ୟବହାର ଅର୍ଥ କମ୍‍ ଥିବା କାରଣରୁ କମିଯାଉଛି, ସେହି ବ୍ୟବହାର ଯେତେବେଳେ ଗରିବ ପାଖରେ ଏକ ସୁରକ୍ଷା କବଚ ଭଳି ହୋଇଥାଏ, ସେତେବେଳେ ତାହା ଏକ ଆତ୍ମବିଶ୍ୱାସରେ ପରିବର୍ତିତ ହୋଇଥାଏ। ଆୟୂଷ୍ମାନ ଭାରତ ଯୋଜନା ମାଧ୍ୟମରେ ଗରିବଙ୍କ ଚିକିତ୍ସା ଲୋକମାନଙ୍କର ଏହି ଚିନ୍ତା, ଏହି ବ୍ୟବହାରକୁ ପରିବର୍ତନ କରିବାରେ ସଫଳ ହେଲା। ଯେଉଁଥିରେ ସେ ଅର୍ଥ କମ୍‍ ଥିବା କାରଣରୁ ନିଜର ଚିକିତ୍ସା କରିବା ପାଇଁ ହାସ୍ପାତାଳକୁ ଯାଉ ହିଁ ନଥିଲେ। ଆଉ କେବେ–କେବେ ତ ମୁଁ ଦେଖିଛି ଘରର ଯେଉଁ ବୟସ୍କମାନେ ଥାଆନ୍ତି, ଅଧିକ ବୟସ୍କ ନୁହେଁ ୪୫–୫୦ ବର୍ଷ ବୟସର, ବଡ଼ ବ୍ୟକ୍ତି ସେମାନେ ଏଥିପାଇଁ ଔଷଧ ନିଅନ୍ତି ନାହିଁ, ସେ କୁହନ୍ତି କରଜ ହୋଇଯିବ ଯଦି ସବୁ କରଜ ପିଲାମାନଙ୍କୁ ସୁଝିବାକୁ ପଡ଼ିବ ଆଉ ପିଲାମାନେ କ୍ଷତିଗ୍ରସ୍ତ ହୋଇଯିବେ। ପିଲାମାନଙ୍କର ଜୀବନ ନଷ୍ଟ ନ ହେଉ ସେଥିପାଇଁ କେତେକ ମାଆ–ବାପା ସାରା ଜୀବନ କଷ୍ଟ ସହି ଯାଉଛନ୍ତି ଆଉ କଷ୍ଟରେ ହିଁ ମରୁଛନ୍ତି। କାରଣ କରଜ ନ ହେଉ, କଷ୍ଟ ସହିଯାଆନ୍ତି କିନ୍ତୁ ପିଲାମାନଙ୍କର ଭାଗ୍ୟରେ କରଜ ସୁଝିବାକୁ ନପଡ଼ୁ, ସେଥିପାଇଁ ସେମାନେ ଚିକିତ୍ସା କରାନ୍ତି ନାହିଁ। ବିଶେଷ ଭାବେ ଏହା ମଧ୍ୟ ହେଉଛି ଠିକ୍‍ ଯେ ପୂର୍ବରୁ ଘରୋଇ ହସ୍ପିଟାଲ ଯିବା କଥାକୁ ଗରିବ କେବେ ହେଲେ ମଧ୍ୟ ଚିନ୍ତା କରି ପାରୁ ନଥିଲା। ଆୟୂଷ୍ମାନ ଭାରତ ପରେ ଏବେ ଏହି ଚିନ୍ତାଧାରାରେ ମଧ୍ୟ ପରିବର୍ତନ ହେଉଛି।

ସାଥୀଗଣ,

ନିଜର ସ୍ୱାସ୍ଥ୍ୟ ସୁରକ୍ଷାର ଅନୁଭୂତି, ଚିକିତ୍ସା ପାଇଁ ଅର୍ଥର ଚିନ୍ତା ସେତେ ପରିମାଣରେ ନ ହେବ, ଏହା ସମାଜର ଚିନ୍ତାଧାରାକୁ ପରିବର୍ତ୍ତନ କରି ଦେଇଛି ଆଉ ଆମେ ତାହାର ଫଳାଫଳକୁ ମଧ୍ୟ ଦେଖୁଛୁ। ଆଜି ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ନେଇ ଏକ ସତର୍କତା ଆସିଛି, ଗମ୍ଭୀରତା ଆସିଛି। ଆଉ ଏହା ଯେ କେବଳ ସହରମାନଙ୍କରେ ହେଉଛି ତା’ନୁହେଁ । ଆମ ଦେଶର ଦୂର–ଦୂରାନ୍ତ ଗାଁମାନଙ୍କରେ ମଧ୍ୟ ଆମେ ଏହି ସଚେତନତା ଦେଖୁଛୁ। ଚିନ୍ତାଧାରାର ପରିବର୍ତ୍ତନର ଏଭଳି ଉଦାହରଣ ଅନ୍ୟ କ୍ଷେତ୍ରମାନଙ୍କରେ ମଧ୍ୟ ଦୃଷ୍ଟିଗୋଚର ହେଉଛି। ଯେଭଳି ଶୌଚାଳୟର ଉପଲବ୍ଧତା, ଲୋକମାନଙ୍କୁ ସ୍ୱଚ୍ଛତା ପାଇଁ ଆହୁରି ଅଧିକ ସଚେତନ କରିଛି। ହର ଘର ଜଳ ଅଭିଯାନ(ପ୍ରତ୍ୟେକ ଘରକୁ ଜଳ) ଲୋକମାନଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ସୁନିଶ୍ଚିତ କରିଛି, ଜଳ ଦ୍ୱାରା ହେଉଥିବା ରୋଗକୁ କମ୍‍ କରୁଛି। ରୋଷେଇ ଘରେ ଗ୍ୟାସ ପହଞ୍ଚିବା ପରେ ନା କେବଳ ଆମର ଭଉଣୀ–ଝିଅମାନଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସିଛି ବରଂ ସମଗ୍ର ପରିବାରରେ ଏକ ସକରାତ୍ମକ ଚିନ୍ତାଧାରା ଆସିଛି। ଏହିଭଳି ହିଁ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଗର୍ଭବତୀ ମହିଳାମାନଙ୍କୁ ନିୟମିତ ଚେକ୍‍ ଅପ୍‍ ପାଇଁ ପ୍ରୋତ୍ସାହିତ କରିଛି। ଆଉ ଚେକ୍‍ ଅପ୍‍ କାରଣରୁ ସେମାନଙ୍କୁ ପୂର୍ବରୁ ହିଁ ଗମ୍ଭୀରତା ଆଡ଼କୁ ଥିବା ବିପଦ ସଂପର୍କରେ ସୂଚାଇ ଦିଆଯାଉଛି, ଯାହାର ଲାଭ ଏହା ହେଉଛି ଯେ ଗର୍ଭାବସ୍ଥା ସମୟରେ ଯେଉଁ ଜଟିଳ ମାମଲା ଥାଏ, ତାହା ଶୀଘ୍ର ଚିହ୍ନଟ ହୋଇଥାଏ ଏବଂ ଠିକ୍‍ ସମୟରେ ମଧ୍ୟ ତାହାର ଚିକିତ୍ସା ହୋଇଥାଏ। ସେହିପରି ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଦ୍ୱାରା ଏହା ସୁନିଶ୍ଚିତ କରାଯାଉଛି ଯେ, ଗର୍ଭବତୀ ମହିଳାମାନଙ୍କୁ ପର୍ଯ୍ୟାପ୍ତ ପୋଷଣ ମିଳୁ। ପୋଷଣ ଅଭିଯାନ ମଧ୍ୟ ସେମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିଛି। ଏହି ସମସ୍ତ ପ୍ରୟାସର ଏକ ବହୁତ ବଡ଼ ଲାଭ ଏହା ମିଳିଛି ଯେ ଦେଶରେ ମାତୃ ମୃତ୍ୟୁ ହାର ପୂର୍ବ ତୁଳନାରେ ବହୁତ କମ୍‍ ହେବାରେ ଲାଗିଛି।

ସାଥୀଗଣ,

କେବଳ ଫଳାଫଳ–ପରିଣାମ ଉପରେ ଦୃଷ୍ଟି ଦେବା ଯଥେଷ୍ଟ ନୁହେଁ। ପ୍ରଭାବ ହେଉଛି ମହତ୍ୱପୂର୍ଣ୍ଣ, କିନ୍ତୁ କାର୍ଯ୍ୟାନ୍ୱୟନ ମଧ୍ୟ ହେଉଛି ସେତିକି ମହତ୍ୱପୂର୍ଣ୍ଣ ଆଉ ଏଥିପାଇଁ, ମୁଁ ଭାବୁଛି ଯେ ଚିନ୍ତାଧାରାର ବ୍ୟାପକ ପରିବର୍ତ୍ତନ ଆଣିବା ନିମନ୍ତେ ଆମକୁ ସର୍ବପ୍ରଥମେ ପ୍ରକ୍ରିୟାରେ ସଂସ୍କାର ଆଣିବା ଆବଶ୍ୟକ। ବିଗତ ବର୍ଷରେ ଦେଶ ଏହା ଉପରେ ବହୁତ ଗୁରୁତ୍ୱ ଦେଇଥିଲା। ଏହାର ପରିଣାମ ଯାହା ଆମେ ଏବେ ଦେଖୁଛେ ଯେ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେଉଁଠାରେ ତୃଣମୂଳ ସ୍ତରରେ ପରିବର୍ତ୍ତନ ଆସୁଛି ଆଉ ଲୋକମାନଙ୍କୁ ଯେଉଁ ସବୁଠାରୁ ବଡ଼ କଥା ମିଳିଛି, ତାହା ହେଉଛି ଉପଲବ୍ଧତା, ସ୍ୱାସ୍ଥ୍ୟସୁବିଧାଗୁଡ଼ିକ ସେମାନଙ୍କ ପାଖରେ ପହଞ୍ଚିପାରିବା। ଆଉ ମୁଁ ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ବିଶେଷଜ୍ଞମାନଙ୍କୁ ଆଜି ଏହା ମଧ୍ୟ ଅନୁରୋଧ କରିବି ଯେ, ସରକାରଙ୍କର ଏହି ଯୋଜନା ଗୁଡ଼ିକର, ଝିଅମାନଙ୍କର ଶିକ୍ଷା ଉପରେ ଯେଉଁ ପ୍ରଭାବ ପକାଇଛି, ତାହା ଉପରେ ନିଶ୍ଚିତ ଅଧ୍ୟୟନ କରନ୍ତୁ। ଏହି ଯୋଜନାଗୁଡ଼ିକ, ଏହି ସଚେତନତାର ଏକ ବଡ଼ କାରଣ ହେଉଛି ଯେ ଏହା ସ୍କୁଲରେ ଝିଅମାନଙ୍କର ଡ୍ରପ୍‍ ଆଉଟ୍‍ (ଅଧାରୁ ପାଠ ଛାଡିବା) ହାର ହ୍ରାସ କରିବାରେ ସାହାଯ୍ୟ କରୁଛି।

ସାଥୀଗଣ,

ଦେଶରେ ଡାକ୍ତରୀ ଶିକ୍ଷାକୁ ପ୍ରୋତ୍ସାହନ ଦେବାପାଇଁ ମଧ୍ୟ ମିଶନ ମୋଡରେ କାର୍ଯ୍ୟ ଚାଲୁ ରହିଛି। ଡାକ୍ତରୀ ଶିକ୍ଷାର ପରିଚାଳନା ସହିତ ଜଡ଼ିତ ସଂସ୍ଥାଗୁଡ଼ିକରେ ସଂସ୍କାର ଅଣାଯାଇଛି। ପାରମ୍ପରିକ ଭାରତୀୟ ଚିକିତ୍ସା ସହିତ ଜଡ଼ିତ ଶିକ୍ଷାରେ ମଧ୍ୟ ଆବଶ୍ୟକ ସଂସ୍କାର ଅଣାଯାଇଛି। ଜାତୀୟ ମେଡିକାଲ କମିଶନ ଗଠନ ହେବାପରେ ସ୍ୱାସ୍ଥ୍ୟଶିକ୍ଷାରେ ଗୁଣାତ୍ମକ ମାନରେ ମଧ୍ୟ ଉନ୍ନତି ହେବ ଏବଂ ପରିମାଣ କ୍ଷେତ୍ରରେ ମଧ୍ୟ ପ୍ରଗତି ହେବ। ସ୍ନାତକ ମାନଙ୍କ ପାଇଁ ଜାତୀୟ ପ୍ରସ୍ଥାନ ପରୀକ୍ଷା, ତାହା ସହିତ ଦୁଇ ବର୍ଷର ପୋଷ୍ଟ ଏମବିବିଏସ ଡିପ୍ଲୋମା ହେଉ, ଅବା ପୁଣି ସ୍ନାତକୋତର ଡାକ୍ତରମାନଙ୍କ ପାଇଁ ଜିଲ୍ଲା ଆବାସିକ ଯୋଜନା ହେଉ, ଏଭଳି ନୂତନ ପଦକ୍ଷେପ ଦ୍ୱାରା ଆବଶ୍ୟକତା ଏବଂ ଗୁଣବତ୍ତା ଉଭୟ କ୍ଷେତ୍ରରେ କାର୍ଯ୍ୟ କରାଯାଉଛି।

ସାଥୀଗଣ,

ଲକ୍ଷ୍ୟ ଏହା ରହିଛି ଯେ ପ୍ରତ୍ୟେକ ରାଜ୍ୟ ପର୍ଯ୍ୟନ୍ତ ଏମ୍ସ ପହଞ୍ଚୁ ଏବଂ ପ୍ରତ୍ୟେକ ତିନୋଟି ଲୋକସଭା କ୍ଷେତ୍ର ମଧ୍ୟରେ ନିଶ୍ଚିତ ଗୋଟିଏ ମେଡିକାଲ କଲେଜ ହେଉ। ଏହି ପ୍ରୟାସର ପରିଣାମ ହେଉଛି ଯେ ବିଗତ ୬ ବର୍ଷରେ ଏମବିବିଏସରେ ୩୧ ହଜାର ନୂଆ ସିଟ୍‍ ଏବଂ ସ୍ନାତୋକତରରେ ୨୪ ହଜାର ନୂଆ ସିଟ୍‍ ସଂଖ୍ୟା ବୃଦ୍ଧି କରାଯାଇଛି। ସାଥୀଗଣ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ତୃଣମୂଳ ସ୍ତରରେ ବଡ଼ ପରିବର୍ତ୍ତନ ଆଡ଼କୁ ଅଗ୍ରସର ହେଉଛି। ଯଦି ୨୦୨୦ ସ୍ୱାସ୍ଥ୍ୟ ଆହ୍ୱାନର ସମୟ ଥିଲା, ତେବେ ୨୦୨୧ ସ୍ୱାସ୍ଥ୍ୟ ସମାଧାନର ବର୍ଷ ହେବାକୁ ଯାଉଛି। ୨୦୨୧ରେ ବିଶ୍ୱ, ସ୍ୱାସ୍ଥ୍ୟକୁ ନେଇ ଆହୁରି ଅଧିକ ସଚେତନ ହୋଇ ସମାଧାନ ଆଗକୁ ବଢ଼ିବ। ଭାରତ ମଧ୍ୟ ଯେଭଳି ଭାବରେ ୨୦୨୦ରେ ସ୍ୱାସ୍ଥ୍ୟଗତ ଆହ୍ୱାନର ମୁକାବିଲାରେ ନିଜର ଯୋଗଦାନ ଦେଇଛି, ତାହା ବିଶ୍ୱ ଦେଖିଛି। ମୁଁ ଆରମ୍ଭରୁ ଏହି ବିଷୟରେ ମଧ୍ୟ କହିଥିଲି।

ସାଥୀଗଣ,

ଭାରତର ଯୋଗଦାନ ୨୦୨୧ରେ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ପାଇଁ ସମାଧାନର ପରିଣାମ ଉପରେ ବହୁତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଭାରତ ସ୍ୱାସ୍ଥ୍ୟର ଭବିଷ୍ୟତ ଏବଂ ଭବିଷ୍ୟତର ସ୍ୱାସ୍ଥ୍ୟ, ଉଭୟ କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବାକୁ ଯାଉଛି। ଏଠାରେ ବିଶ୍ୱକୁ ଦକ୍ଷ ଡାକ୍ତରୀ ବୃତିଧାରୀ ମଧ୍ୟ ମିଳିବେ, ସେମାନଙ୍କର ସେବାଭାବ ମଧ୍ୟ ମିଳିବ। ଏଠାରେ ବିଶ୍ୱକୁ ସମୂହ ଟୀକାକରଣର ଅଭିଜ୍ଞତା ମଧ୍ୟ ମିଳିବ ଏବଂ ଦକ୍ଷ ବିଶେଷଜ୍ଞ ମଧ୍ୟ ମିଳିବେ। ଏଠାରେ ବିଶ୍ୱକୁ ସ୍ୱାସ୍ଥ୍ୟ ସମାଧାନ ଏବଂ ଟୋକ୍ନୋଲୋଜିକୁ ସମନ୍ୱୟ କରିବା ଭଳି ଷ୍ଟାର୍ଟ–ଅପ୍ସ ଏବଂ ଷ୍ଟାର୍ଟ–ଅପ୍‍ ଇକୋ ସିଷ୍ଟମ ମଧ୍ୟ ମିଳିବ। ଏହି ଷ୍ଟାର୍ଟ–ଅପ୍ସ ସ୍ୱାସ୍ଥ୍ୟ ସେବାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବାରେ ମଧ୍ୟ ସହାୟତା କରୁଛନ୍ତି ଏବଂ ସ୍ୱାସ୍ଥ୍ୟଗତ ପରିଣାମକୁ ମଧ୍ୟ ଉନ୍ନତ କରି ପାରୁଛନ୍ତି।

ସାଥୀଗଣ,

ଆଜି ଆମେ ସମସ୍ତେ ଏହା ଦେଖୁଛେ ଯେ ରୋଗଗୁଡ଼ିକର ଏବେ କିଭଳି ଜଗତୀକରଣ କରାଯାଉଛି। ଏଥିପାଇଁ, ଏହି ସମୟ ହେଉଛି ସ୍ୱାସ୍ଥ୍ୟ ସମାଧାନ କ୍ଷେତ୍ରରେ ମଧ୍ୟ ଜଗତୀକରଣ ହେଉ, ବିଶ୍ୱ ଏକସଙ୍ଗେ ଆସି ପ୍ରୟାସ କରୁ, ସହଯୋଗ କରୁ। ଆଜି ଭିନ୍ନ–ଭିନ୍ନ ପ୍ରୟାସ ଭିନ୍ନ–ଭିନ୍ନ ଦେଶରେ କାର୍ଯ୍ୟ ହେବା ଏହି ମାର୍ଗ କାମରେ ଆସିବାର ନୁହେଁ। ମାର୍ଗ ହେଉଛି ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା, ସମସ୍ତଙ୍କ ପାଇଁ ଚିନ୍ତା କରିବା ଆଉ ଭାରତ ଆଜି ଏକ ଏଭଳି ବିଶ୍ୱ ଖେଳାଳୀ ପାଲଟି ଯାଇଛି, ଯିଏ ଏହା କରି ଦେଖାଇଛି। ଭାରତ ଚାହିଦା ଅନୁସାରେ ଗ୍ରହଣ କରିବା, ବିବର୍ତନ ଏବଂ ସମ୍ପ୍ରସାରଣ କରିବାରେ ନିଜର କ୍ଷମତା ସାବ୍ୟସ୍ତ କରିଛି। ଆମେ ବିଶ୍ୱ ସହିତ ଆଗକୁ ବଢ଼ୁଛୁ। ସମନ୍ୱିତ ପ୍ରୟାସରେ ମୂଲ୍ୟଯୁକ୍ତ କରୁଛୁ, ଆଉ ପ୍ରତ୍ୟେକ କ୍ଷେତ୍ରରେ ଉପରକୁ ଉଠି ଆମେ କେବଳ ମାନବତାକୁ କେନ୍ଦ୍ରରେ ରଖିଛୁ, ମାନବତାର ସେବା କରିଛୁ। ଆଜି ଭାରତ ପାଖରେ କ୍ଷମତା ମଧ୍ୟ ଅଛି, ଆଉ ସେବା କରିବାର ଭାବନା ମଧ୍ୟ ଅଛି। ଏଥିପାଇଁ ଭାରତ ବିଶ୍ୱ ସ୍ୱାସ୍ଥ୍ୟର ପ୍ରମୁଖ କେନ୍ଦ୍ର ଭାବେ ବିକଶିତ ହେଉଛି। ୨୦୨୧ରେ ଆମକୁ ଭାରତର ଭୂମିକାକୁ ଆହୁରି ସୁଦୃଢ଼ କରିବାର ଅଛି।

ସାଥୀଗଣ,

ଆମର ଏଠାରେ କୁହାଯାଏ– ସର୍ବମ୍‍ ଅନ୍ୟ ପରିତ୍ୟଜ୍ୟ ଶରୀରମ୍‍ ପାଳୟେ ଦତ୍‍ଃ।ା ଅର୍ଥାତ ସବୁଠାରୁ ବଡ଼ ପ୍ରାଥମିକତା ହେଉଛି ଶରୀରର ସ୍ୱାସ୍ଥ୍ୟରକ୍ଷା। ସବୁକିଛି ଛାଡ଼ି ପ୍ରଥମେ ସ୍ୱାସ୍ଥ୍ୟର ଚିନ୍ତା କରିବା ଉଚିତ। ନୂତନ ବର୍ଷରେ ଆମକୁ ଏହି ମନ୍ତ୍ରକୁ ନିଜ ଜୀବନରେ ପ୍ରାଥମିକତାର ସହିତ ପାଳନ କରିବା ଉଚିତ। ଆମେ ସୁସ୍ଥ ରହିବା, ତେବେ ଦେଶ ସୁସ୍ଥ ରହିବ, ଆଉ ଆମେ ଏହା ମଧ୍ୟ ଜାଣିଛେ ଯେ ଫିଟ୍‍ ଇଣ୍ଡିଆ ଅଭିଯାନ ଚାଲୁ ରହିଛି, ତାହା ଯେ ହେଉଛି କେବଳ ଯୁବକମାନଙ୍କ ପାଇଁ ଏହା ନୁହେଁ। ପ୍ରତ୍ୟେକ ବୟସର ଲୋକ ଏହି ଫିଟ୍‍ ଇଣ୍ଡିଆ ଅଭିଯାନ ସହିତ ଯୋଡ଼ି ହେବା ଆବଶ୍ୟକ ଏବଂ ଏହି ସମୟ ମଧ୍ୟ ଫିଟ୍‍ ଇଣ୍ଡିଆକୁ ଗତି ଦେବାର ହେଉଛି ବହୁତ ଭଲ ସମୟ। କୌଣସି ପରିବାର ଏଭଳି ନଥାଉ, ସେ ଯୋଗ କଥା ହେଉ, ଫିଟ୍‍ ଇଣ୍ଡିଆ କଥା ହେଉ, ଆମକୁ ନିଜକୁ ସୁସ୍ଥ ରଖିବାକୁ ହେବ। ରୋଗ ହେବାପରେ ଯେଉଁ ଅସୁବିଧା ହୋଇଥାଏ, ସୁସ୍ଥ ରହିବା ପାଇଁ ସେତିକି ପ୍ରଚେଷ୍ଟା କରିବାକୁ ପଡ଼ି ନଥାଏ। ଆଉ ଏଥିପାଇଁ ଫିଟ୍‍ ଇଣ୍ଡିଆ ଏହି କଥାକୁ ସଦା ସର୍ବଦା ମନେ ରଖିବା, ନିଜକୁ ନିଜେ ସୁସ୍ଥ ରଖିବା, ନିଜ ଦେଶକୁ ଫିଟ୍‍ ରଖିବା, ଏହା ମଧ୍ୟ ହେଉଛି ଆମ ମାନଙ୍କର କର୍ତବ୍ୟ। ରାଜକୋଟର ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଏହି କଥାକୁ କେବେ ଭୁଲିବେ ନାହିଁ, ଯେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି, କିନ୍ତୁ ଏହି ଭୂତାଣୁ, ଯାହା ଦ୍ରୁତ ଗତିରେ ସଂକ୍ରମଣ କରୁଛି। ଏଥିପାଇଁ ଦୁଇ ଗଜର ଦୂରତା, ମାସ୍କ ଏବଂ ସାନିଟେସନ କ୍ଷେତ୍ରରେ ଆଦୌ କୋହଳ ହୁଅନ୍ତୁ ନାହିଁ। ନୂତନ ବର୍ଷ ଆମ ସମସ୍ତଙ୍କ ପାଇଁ ବହୁତ ଖୁସି ନେଇକରି ଆସୁ। ଆପଣମାନଙ୍କ ପାଇଁ ଆଉ ଦେଶ ପାଇଁ ନୂତନ ବର୍ଷ ମଙ୍ଗଳମୟ ହେଉ। କିନ୍ତୁ ମୁଁ ଏହା ମଧ୍ୟ କହିବି, ମୁଁ ପ୍ରଥମେ କହିଥିଲି ଯେ ପର୍ଯ୍ୟନ୍ତ ଔଷଧ ନାହିଁ, ସେ ପର୍ଯ୍ୟନ୍ତ କୋହଳ ମନୋଭାବ ନାହିଁ, ବାରମ୍ବାର କହିଥିଲି। ଏବେ ଟୀକା ସାମ୍ନାରେ ଦେଖିବାକୁ ମିଳୁଛି। ମାତ୍ର କିଛି ସମୟର ପ୍ରତୀକ୍ଷା। ତେବେ ମୁଁ କହିବି, ମୁଁ ପ୍ରଥମେ କହିଥିଲି ଯେ ପର୍ଯ୍ୟନ୍ତ ଔଷଧ ନାହିଁ, ସେ ପର୍ଯ୍ୟନ୍ତ କୋହଳ ମନୋଭାବ ନାହିଁ, କିନ୍ତୁ ଏବେ ମୁଁ ପୁଣି କହୁଛି ଟୀକା (ଔଷଧ) ମଧ୍ୟ ଏବଂ କାଢ଼ା ମଧ୍ୟ। କାଢ଼ା ପିଇବାର ଅଛି, ଟୀକା ମଧ୍ୟ ନେବାର ଅଛି। ଟୀକା (ଔଷଧ) ଆସିଗଲା, ତେବେ ସବୁକିଛିରୁ ମୁକ୍ତି ମିଳିଗଲା, ଏହି ଭ୍ରମ ଧାରଣାରେ ରୁହନ୍ତୁ ନାହିଁ। ବିଶ୍ୱ ଏହା କହୁଛି, ବୈଜ୍ଞାନିକମାନେ ଏହା କହୁଛନ୍ତି ଆଉ ଏଥିପାଇଁ ଏବେ ୨୦୨୧ରେ ଆମର ମନ୍ତ୍ର ରହିବ, ଟୀକା (ଔଷଧ) ମଧ୍ୟ ଏବଂ କାଢ଼ା ମଧ୍ୟ।

ଅନ୍ୟ ଏକ କଥା ହେଉଛି ଆମ ଦେଶରେ ଗୁଜବର ବଜାର ଟିକେ ସବୁବେଳେ ଗରମ ରହିଥାଏ। ଭିନ୍ନ–ଭିନ୍ନ ପ୍ରକାରର ଲୋକ ନିଜର ସ୍ୱାର୍ଥ ପାଇଁ କେବେ–କେବେ ଦାୟିତ୍ୱହୀନ ମନ୍ତବ୍ୟ ଦେଇ ଭିନ୍ନ–ଭିନ୍ନ ଗୁଜବ ସୃଷ୍ଟି କରିଥାଆନ୍ତି। ହୋଇପାରେ ଯେତେବେଳେ ଟୀକାକରଣ କାମ ଆରମ୍ଭ ହେବ, ସେତେବେଳେ ମଧ୍ୟ ଗୁଜବର ବଜାର ମଧ୍ୟ ସେତେ ଦ୍ରୁତ ଗତିରେ ଚାଲିବ। କାହାକୁ ଖରାପ ଦର୍ଶାଇବା ପାଇଁ ସାଧାରଣ ମଣିଷକୁ କେତେ କ୍ଷତି ସହିବାକୁ ପଡ଼ୁଛି ଏହାକୁ ଖାତିର ନ କରି କାହିଁକେତେ ଅଗଣିତ କାଳ୍ପନିକ ମିଥ୍ୟାର ପ୍ରଚାର କରାଯିବ। କିଛି ମାତ୍ରାରେ ଆରମ୍ଭ ହୋଇ ଯାଇଛି। ଆଉ ସାଧାସିଧା ଗରିବ ଲୋକ କିମ୍ବା କିଛି ମନ୍ଦ ଉଦ୍ଦେଶ୍ୟଯୁକ୍ତ ଲୋକ ବହୁତ ଦୃଢ଼ତାର ସହିତ ଏହାକୁ ପ୍ରଚାର କରିଥା’ନ୍ତି। ମୋର ଦେଶବାସୀଙ୍କୁ ଅନୁରୋଧ ରହିବ ଯେ, କରୋନା ବିରୁଦ୍ଧରେ, ଏକ ଅଜ୍ଞାତ ଶତ୍ରୁ ବିରୁଦ୍ଧରେ ଯୁଦ୍ଧ ଚାଲିଛି। ଗୁଜବର ବଜାରକୁ ଗରମ ହେବାକୁ ଦିଅନ୍ତୁ ନାହିଁ, ଆମେ ମଧ୍ୟ ସାମାଜିକ ଗଣମାଧ୍ୟମରେ କିଛି ମଧ୍ୟ ଦେଖିଲେ ଅନ୍ୟ ପାଖକୁ ପଠାଇବା ନାହିଁ। ଆମେ ମଧ୍ୟ ଏକ ଦାୟିତ୍ୱବାନ ନାଗରିକ ଭାବେ ଆଗାମୀ ଦିନରେ ଦେଶରେ ସ୍ୱାସ୍ଥ୍ୟସେବାର ଯେଉଁ ଅଭିଯାନ ଚାଲିବ, ଆମେ ସମସ୍ତେ ନିଜ ତରଫରୁ ଯୋଗଦାନ ଦେବା, ସମସ୍ତେ ନିଜ ତରଫରୁ ଦାୟିତ୍ୱ ଉଠାଇବା ଆଉ ଯେଉଁ ଲୋକଙ୍କ ପାଇଁ ପ୍ରଥମରୁ ଏହିକଥା ପହଞ୍ଚିବାର ଅଛି, ସେଥିରେ ଆମେ ସମ୍ପୂର୍ଣ୍ଣ ସହାୟତା କରିବା ଯେଭଳି ଟୀକାକରଣର କାର୍ଯ୍ୟ ଆଗକୁ ବଢ଼ିବ, ଦେଶବାସୀଙ୍କୁ ଉପଯୁକ୍ତ ସମୟରେ ତାହାର ସୂଚନା ମିଳିବ। ମୁଁ ପୁଣିଥରେ ୨୦୨୧ ପାଇଁ ଆପଣ ସମସ୍ତଙ୍କୁ ବହୁତ–ବହୁତ ଶୁଭକାମନା ଜଣାଉଛି।

ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
AI will augment, create new jobs in India: World Bank

Media Coverage

AI will augment, create new jobs in India: World Bank
NM on the go

Nm on the go

Always be the first to hear from the PM. Get the App Now!
...
Visit of Prime Minister to Israel
February 24, 2026

At the invitation of the Prime Minister of Israel, H.E. Mr. Benjamin Netanyahu, Prime Minister Shri Narendra Modi will pay a State visit to Israel on February 25-26, 2026. This will be the second visit of Prime Minister to Israel.

During the visit, Prime Minister will meet Prime Minister of Israel, H.E. Mr. Benjamin Netanyahu. The two leaders will review the significant progress made in India - Israel Strategic Partnership, and discuss further opportunities in various areas of cooperation, including science and technology, innovation, defence and security, agriculture, water management, trade and economy, and people to people exchanges. The leaders are also expected to exchange perspectives on regional and global issues of mutual interest.

The Prime Minister will also call on H.E. Mr. Isaac Herzog, the President of Israel.

This visit will reaffirm the deep and long-standing strategic partnership between the two countries and will present an opportunity to review the common challenges as well as realign efforts towards achieving their shared vision for a robust partnership between two resilient democracies.