ଦେଶବ୍ୟାପୀ ଏକାଧିକ ଶକ୍ତି ପ୍ରକଳ୍ପର ଶିଳାନ୍ୟାସ ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ
ପାୱାର ଗ୍ରିଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆର ୭ଟି ପ୍ରକଳ୍ପର ଉଦଘାଟନ ଓ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ
ଏକାଧିକ ନବୀକରଣୀୟ ଶକ୍ତି ପ୍ରକଳ୍ପର ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ
ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ
ତେଲେଙ୍ଗାନାବାସୀଙ୍କ ବିକାଶ ସ୍ୱପ୍ନକୁ ସାକାର କରିବା ପାଇଁ କେନ୍ଦ୍ର ସରକାର ସବୁ ପ୍ରକାର ସହଯୋଗ କରୁଛନ୍ତି
ଆମେ 'ରାଜ୍ୟ ଗୁଡ଼ିକର ବିକାଶ ମାଧ୍ୟମରେ ଦେଶର ବିକାଶ' ମନ୍ତ୍ର ନେଇ ଗତି କରୁଛୁ
ଭାରତୀୟ ଅର୍ଥନୀତିର ଉଚ୍ଚ ଅଭିବୃଦ୍ଧି ହାରକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି
ଆମ ପାଇଁ ବିକାଶ ଅର୍ଥ ଅତି ଗରିବ ଲୋକ ମାନଙ୍କର ବିକାଶ, ଦଳିତ, ଆଦିବାସୀ, ପଛୁଆ ଓ ବଞ୍ଚିତଙ୍କ ବିକାଶ

ତେଲେଙ୍ଗାନାର ରାଜ୍ୟପାଳ ତାମିଲିସାଇ ସୌନ୍ଦର୍ଯ୍ୟରାଜନ ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀମାନ ରେବନ୍ତ ରେଡ୍ଡୀ ଜୀ, ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଜି କିଶନ ରେଡ୍ଡୀ ଜୀ, ସୋୟମ ବାପୁ ରାଓ ଜୀ, ପି. ଶଙ୍କର ଜୀ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ରଲୋକମାନେ!

ଆଜି ଆଦିଲାବାଦର ମାଟିରେ କେବଳ ତେଲେଙ୍ଗାନା ନୁହେଁ ବରଂ ସମଗ୍ର ଦେଶ ପାଇଁ ଅନେକ ବିକାଶଧାରା ଦେଖିବାକୁ ମିଳୁଛି । ଆଜି ମୁଁ ଆପଣମାନଙ୍କ ମଧ୍ୟରେ ୩୦ରୁ ଅଧିକ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ କରିବାର ସୁଯୋଗ ପାଇଛି । ୫୬ ହଜାର କୋଟି- ଛପନ ହଜାର କୋଟି ଟଙ୍କାରୁ ମଧ୍ୟ ଅଧକ, ଏହି ପ୍ରକଳ୍ପଗୁଡ଼ିକ ତେଲେଙ୍ଗାନା ସମେତ ଦେଶର ଅନେକ ରାଜ୍ୟରେ ବିକାଶର ଏକ ନୂତନ ଅଧ୍ୟାୟ ଲେଖିବ । ଏଥିରେ ଅନେକ ବୃହତ ଶକ୍ତି ସମ୍ବନ୍ଧୀୟ ପ୍ରକଳ୍ପ, ପରିବେଶ ସୁରକ୍ଷା ଏବଂ ତେଲେଙ୍ଗାନାରେ ଏକ ଆଧୁନିକ ସଡ଼କ ନେଟୱାର୍କ ବିକଶିତ କରୁଥିବା ରାଜପଥ ମଧ୍ୟ ରହିଛି। ମୁଁ ତେଲେଙ୍ଗାନାର ମୋର ଭଉଣୀ ଓ ଭାଇଏବଂ ମୋର ଭାଇ-ଭଉଣୀମାନଙ୍କୁ ଏବଂ ମୋର ସମସ୍ତ ଦେଶବାସୀଙ୍କୁ ଏହି ପ୍ରକଳ୍ପ ପାଇଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି।

 

ସାଥୀମାନେ

କେନ୍ଦ୍ରରେ ଆମ ସରକାର ଏବଂ ତେଲେଙ୍ଗାନା ରାଜ୍ୟ ଗଠନକୁ ପ୍ରାୟ ୧୦ ବର୍ଷ ବିତିଗଲାଣି। ତେଲେଙ୍ଗାନାବାସୀ ଯେଉଁ ବିକାଶ ର ସ୍ୱପ୍ନ ଦେଖିଥିଲେ, ତାକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାର ସବୁ ପ୍ରକାରର ସହଯୋଗ କରୁଛନ୍ତି । ଆଜି ମଧ୍ୟ ତେଲେଙ୍ଗାନାରେ ୮୦୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଏନଟିପିସିର ଦ୍ବିତୀୟ ୟୁନିଟ୍ ଉଦଘାଟିତ ହୋଇଛି। ଏହା ଦ୍ୱାରା ତେଲେଙ୍ଗାନାର ବିଦ୍ୟୁତ ଉତ୍ପାଦନ କ୍ଷମତା ଆହୁରି ବୃଦ୍ଧି ପାଇବ ଏବଂ ରାଜ୍ୟର ଆବଶ୍ୟକତା ପୂରଣ ହେବ । ଏହି ଅମ୍ବାରୀ-ଆଦିଲାବାଦ-ପିମ୍ପଲକୁଟ୍ଟି ରେଳ ଲାଇନର ବିଦ୍ୟୁତୀକରଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଆଜି ଆଦିଲାବାଦ-ବେଲା ଏବଂ ମୁଲୁଗୁରେ ଦୁଇଟି ନୂତନ ଜାତୀୟ ରାଜପଥର ଶିଳାନ୍ୟାସ କରାଯାଇଛି। ଏହି ଅତ୍ୟାଧୁନିକ ରେଳ ଏବଂ ସଡ଼କ ସୁବିଧା ସମଗ୍ର ଅଞ୍ଚଳ ଏବଂ ତେଲେଙ୍ଗାନାର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବ । ଏହା ଦ୍ୱାରା ଯାତ୍ରା ସମୟ ହ୍ରାସ ପାଇବ, ଶିଳ୍ପ ଓ ପର୍ଯ୍ୟଟନ ବୃଦ୍ଧି ପାଇବ ଏବଂ ଅଗଣିତ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

 

ସାଥୀମାନେ

କେନ୍ଦ୍ରରେ ଆମ ସରକାର ରାଜ୍ୟର ବିକାଶଠାରୁ ଆରମ୍ଭ କରି ଦେଶର ବିକାଶ ର ମନ୍ତ୍ର ରେ ଚାଲୁଛି । ସେହିଭଳି ଦେଶର ଅର୍ଥନୀତି ସୁଦୃଢ଼ ହେଲେ, ଦେଶ ଉପରେ ବିଶ୍ୱାସ ବଢ଼ିଲେ ରାଜ୍ୟଙ୍କୁ ମଧ୍ୟ ଏହାର ଲାଭ ମିଳିଥାଏ, ରାଜ୍ୟରେ ପୁଞ୍ଜିନିବେଶ ମଧ୍ୟ ବଢ଼ିଥାଏ। ଆପଣ ଦେଖିଥିବେ ଯେ ଗତ ୩-୪ ଦିନ ହେବ ଭାରତର ଦ୍ରୁତ ଅଭିବୃଦ୍ଧି ହାରକୁ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା ହେଉଛି । ଗତ ତ୍ରୈମାସରେ ୮.୪ ପ୍ରତିଶତ ଅଭିବୃଦ୍ଧି ହାସଲ କରିବାରେ ଭାରତ ବିଶ୍ୱର ଏକମାତ୍ର ବୃହତ୍ ଅର୍ଥନୀତି ଭାବେ ଉଭା ହୋଇଛି। ଏହି ଦ୍ରୁତ ଗତିରେ ଆମ ଦେଶ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ । ଏବଂ ଏହାର ଅର୍ଥ ତେଲେଙ୍ଗାନାର ଅର୍ଥନୀତିର ମଧ୍ୟ ଦ୍ରୁତ ଅଭିବୃଦ୍ଧି ହେବ ।

 

ସାଥୀମାନେ

ଏହି ୧୦ ବର୍ଷ ମଧ୍ୟରେ ଦେଶର କାର୍ଯ୍ୟଶୈଳୀ କିପରି ବଦଳିଛି, ଆଜି ତେଲେଙ୍ଗାନାବାସୀ ମଧ୍ୟ ଏହା ଦେଖୁଛନ୍ତି। ପୂର୍ବ କାଳରେ ତେଲେଙ୍ଗାନା ଭଳି ସବୁଠାରୁ ଅବହେଳିତ ଅଂଚଳକୁ ଏହାର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା । କିନ୍ତୁ ଆମ ସରକାର ଗତ ୧୦ ବର୍ଷ ମଧ୍ୟରେ ତେଲେଙ୍ଗାନାର ବିକାଶ ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିଛନ୍ତି। ଆମ ପାଇଁ ବିକାଶ ଅର୍ଥ ଗରିବ, ଦଳିତ, ବଞ୍ଚିତ, ଆଦିବାସୀ ମାନଙ୍କ ବିକାଶ! ଏହି ପ୍ରୟାସ ଫଳରେ ଆଜି ୨୫୦ ନିୟୁତ ଲୋକ ଦାରିଦ୍ର୍ୟରୁ ମୁକୁଳିପାରିଛନ୍ତି। ଆମର ଗରିବ କଲ୍ୟାଣକାରୀ ଯୋଜନା ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଆଗାମୀ ୫ ବର୍ଷ ମଧ୍ୟରେ ବିକାଶର ଏହି ଅଭିଯାନକୁ ଆଗକୁ ନିଆଯିବ । ଏହି ସଂକଳ୍ପ ସହିତ ମୁଁ ଆପଣସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି । ୧୦ ମିନିଟ୍ ପରେ ମୁଁ ଏକ ସାର୍ବଜନୀନ କାର୍ଯ୍ୟକ୍ରମକୁ ଯାଉଛି। ସେହି ପ୍ଲାଟଫର୍ମ ପାଇଁ ଅନ୍ୟ ଅନେକ ବିଷୟ ଅଧିକ ଉପଯୁକ୍ତ । ତେଣୁ ମୁଁ ଏହି ମଞ୍ଚରେ ଏତିକି କହି ମୋ ଭାଷଣ ଶେଷ କରିବି। ୧୦ ମିନିଟ୍ ପରେ ଖୋଲା ମନରେ ସେହି ଖୋଲା ପଡ଼ିଆରେ ଅନେକ କଥା ହେବାର ସୁଯୋଗ ମିଳିବ। ଏଠାକୁ ଆସିବା ପାଇଁ ସମୟ ବାହାର କରିଥିବାରୁ ମୁଁ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ଏବଂ ଆମେ ସମସ୍ତେ ମିଳିମିଶି ବିକାଶର ଯାତ୍ରାକୁ ଆଗକୁ ବଢ଼ାଇବା, ଏହି ସଂକଳ୍ପକୁ ନେଇ ଆଗକୁ ଚାଲିବା

ବହୁତ ବହୁତ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's 1 Trillion Retail Moment: Dawn of Retail Revenue Intelligence

Media Coverage

India's 1 Trillion Retail Moment: Dawn of Retail Revenue Intelligence
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Abelardo de la Espriella on his victory in the Colombian presidential elections
June 26, 2026

Prime Minister Shri Narendra Modi congratulated Abelardo de la Espriella on his victory in the Colombian presidential elections.

The Prime Minister noted that India deeply values its close friendship with Colombia which continues to grow in all areas. “I convey my best wishes for a successful tenure and look forward to working together to further deepen our bilateral relations in the years ahead”, Shri Modi added.

Shri Modi posted on X;

Heartiest congratulations, Abelardo de la Espriella, on your victory in the Colombian presidential elections.

India values its close friendship with Colombia which continues to grow in all areas. I convey my best wishes for a successful tenure and look forward to working together to further deepen our bilateral relations in the years ahead.

@ABDELAESPRIELLA