In the coming years, Bihar will be among those states of the country, where every house will have piped water supply: PM Modi
Urbanization has become a reality today: PM Modi
Cities should be such that everyone, especially our youth, get new and limitless possibilities to move forward: PM Modi

ବିହାରର ରାଜ୍ୟପାଳ ଶ୍ରୀ ଫାଗୁ ଚୌହାନ ମହୋଦୟ, ବିହାରର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାର ମହାଶୟ, କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ହରଦୀପ ସିଂହ ପୁରୀ ମହାଶୟ, ଶ୍ରୀ ରବି ଶଙ୍କର ପ୍ରସାଦ ମହାଶୟ, କେନ୍ଦ୍ରୀୟ ଏବଂ ରାଜ୍ୟ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟ, ସାଂସଦଗଣ, ବିଧାୟକଗଣ ଏବଂ ମୋର ପ୍ରିୟ ସାଥୀଗଣ ।

ସାଥୀଗଣ, ଆଜି ଯେଉଁ 4ଟି ଯୋଜନାଗୁଡିକର ଉଦଘାଟନ ହେଉଛି, ସେଥିରେ ପାଟନା ସହରର ବେଉରୁ ଏବଂ କରମ-ଲୀଚକମେ ସ୍ୱରେଜ ଟ୍ରିଟମେଣ୍ଟ ପ୍ଳାଣ୍ଟ ବ୍ୟତୀତ ଅମୃତ ଯୋଜନା ଅଧୀନରେ ସୀୱାନ ଏବଂ ଛପରାରେ ଜଳ ସହିତ ଜଡିତ ପ୍ରକଳ୍ପଗୁଡିକ ମଧ୍ୟ ସାମିଲ ହୋଇଛି । ଏହା ସହିତ ମୁଙ୍ଗେର ଏବଂ ଜମାଲପୁରରେ ଜଳ ସଙ୍କଟକୁ ଦୂର କରିବା ଭଳି ଜଳ ଯୋଗାଣ ପରିଯୋଜନାଗୁଡିକ ଓ ମୁଜଫରପୁରରେ ନମାମୀ ଗଙ୍ଗେ ଅଧୀନରେ ରିଭର ଫ୍ରଣ୍ଟ ବିକାଶ ଯୋଜନାର ମଧ୍ୟ ଆଜି ଶିଳାନ୍ୟାସ କରାଯାଇଛି । ସହରୀ ଗରିବ, ସହରରେ ରହୁଥିବା  ମଧ୍ୟମ ବର୍ଗର ସାଥୀମାନଙ୍କ ଜୀବନକୁ ସହଜ ଓ ସରଳ କରିବା ପାଇଁ ଏହି ନୂତନ ସୁବିଧାଗୁଡିକ ନିମନ୍ତେ ବହୁତ-ବହୁତ ଅଭିନନ୍ଦନ ।

ସାଥୀଗଣ, ଆଜିର ଏହି କାର୍ଯ୍ୟକ୍ରମ, ଏକ ସ୍ୱତନ୍ତ୍ର ଦିନରେ ହେଉଛି । ଆଜି ଆମେ ଇଞ୍ଜିନିୟର ଦିବସ ମଧ୍ୟ ପାଳନ କରୁଛେ । ଏହି ଦିନ ହେଉଛି ଦେଶର ମହାନ ଇଞ୍ଜିନିୟର ଏମ. ବିଶ୍ୱେଶ୍ୱରୟା ମହାଶୟଙ୍କ ଜନ୍ମ ଜୟନ୍ତୀ, ତାଙ୍କରି ସ୍ମୃତିରେ ସମର୍ପିତ ହୋଇଛି । ଆମର ଭାରତୀୟ ଇଞ୍ଜିନିୟରମାନେ ଆମ ଦେଶର ନିର୍ମାଣରେ ଏବଂ ବିଶ୍ୱର ନିର୍ମାଣରେ ମଧ୍ୟ ଅଭୁତପୂର୍ବ ଯୋଗଦାନ କରିଛନ୍ତି । ହୁଏତ କାର୍ଯ୍ୟକୁ ନେଇ ସମର୍ପଣ ଭାବନା ହେଉ, କିମ୍ବା ସେମାନଙ୍କର ତୀକ୍ଷ୍ଣ ଦୃଷ୍ଟିଭଙ୍ଗୀ, ଭାରତୀୟ ଇଞ୍ଜିନିୟରମାନଙ୍କର ଭିନ୍ନ ଏକ ପରିଚୟ ସମଗ୍ର ଦୁନିଆରେ ରହିଛି । ଏହା ହେଉଛି ଏକ ସତକଥା, ଆଉ ଆମେ ଗର୍ବିତ ଯେ ଆମର ଇଞ୍ଜିନିୟରମାନେ ଦେଶର ବିକାଶକୁ ଦୃଢ଼ତାର ସହିତ ଆଗକୁ ବଢ଼ାଉଛନ୍ତି, 130 କୋଟି ଦେଶବାସୀଙ୍କର ଜୀବନକୁ ଉନ୍ନତ କରୁଛନ୍ତି । ମୁଁ ଏହି ଅବସରରେ ସମସ୍ତ ଇଞ୍ଜିନିୟରମାନଙ୍କୁ, ସେମାନଙ୍କର ନିର୍ମାଣ ଶକ୍ତିକୁ ପ୍ରଣାମ କରୁଛି । ରାଷ୍ଟ୍ରନିର୍ମାଣର ଏହି କାର୍ଯ୍ୟରେ ବିହାରର ମଧ୍ୟ ବହୁତ ବଡ଼ ଯୋଗଦାନ ରହିଛି । ବିହାର ଦେଶକୁ ନୂତନ ଶୀଖରକୁ ନେଇ ଯାଉଥିବା ଲକ୍ଷ-ଲକ୍ଷ ଇଞ୍ଜିନିୟରମାନଙ୍କୁ ଦିଏ । ବିହାରର ଧରଣୀରେ ଆବିଷ୍କାର ଏବଂ ନବସୃଜନର ପର୍ଯ୍ୟାପ୍ତ ସୁଯୋଗ ରହି ଆସିଛି । ବିହାରର ଅନେକ ପୁତ୍ର ପ୍ରତିବର୍ଷ ଦେଶର ସବୁଠାରୁ ବଡ଼ ଇଞ୍ଜିନିୟରିଂ ସଂସ୍ଥାନମାନଙ୍କରେ ପହଂଚୁଛନ୍ତି, ନିଜର ଚମକ ବିଚ୍ଛୁରିତ କରିଦେଖାଉଛନ୍ତି । ଆଜି ଯେଉଁ ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହୋଇଛି, ଯାହା ଉପରେ କାମ ଆରମ୍ଭ କରାଯାଇଛି, ସେଗୁଡ଼ିକୁ ସଂପୂର୍ଣ୍ଣ କରିବାରେ ମଧ୍ୟ ବିହାରର ଇଞ୍ଜିନିୟରମାନଙ୍କର ବହୁତ ବଡ଼ ଭୂମିକା ରହିଛି । ମୁଁ ବିହାରର ସମସ୍ତ ଇଞ୍ଜିନିୟରମାନଙ୍କୁ ମଧ୍ୟ ବିଶେଷ ଭାବେ ଇଞ୍ଜିନିୟର ଦିବସ ପାଇଁ ଶୁଭେଚ୍ଛା ଜଣାଉଛି ।

ସାଥୀଗଣ, ବିହାର ହେଉଛି ଐତିହାସିକ ନଗରମାନଙ୍କର ଭୂମି । ଏଠାରେ ହଜାର ହଜାର ବର୍ଷ ଧରି ନଗରମାନଙ୍କର ଏକ ସମୃଦ୍ଧ ପରମ୍ପରା ରହି ଆସିଛି । ପ୍ରାଚୀନ ଭାରତରେ ଗଙ୍ଗା ଉପତ୍ୟାକା ଆଖପାଖରେ ଆର୍ଥିକ, ସାଂସ୍କୃତିକ ଏବଂ ରାଜନୈତିକ ରୂପରେ ସମୃଦ୍ଧ ଏବଂ ସମ୍ପନ୍ନ ନଗରୀମାନଙ୍କର ବିକାଶ ହୋଇଛି । କିନ୍ତୁ ପରାଧୀନତାର ଦୀର୍ଘ ସମୟସୀମା ଏହି ପରମ୍ପରାକୁ ବିଶେଷ କ୍ଷତି ପହଂଚାଇଛି । ସ୍ୱାଧୀନତା ପରର କିଛି ଦଶକ ପର୍ଯ୍ୟନ୍ତ ବିହାରକୁ ବଡ଼ ଏବଂ ଦୂରଦୃଷ୍ଟି ସମ୍ପନ୍ନ ନେତାମାନଙ୍କର ନେତୃତ୍ୱ ମିଳିଲା, ଯେଉଁମାନେ ପରାଧୀନତାର ସମୟରେ ଆସିଥିବା ବିକୃତି ସବୁକୁ ଦୂର କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିଲେ । କିନ୍ତୁ ଏହା ପରେ ଏମିତି ଏକ ସମୟ ମଧ୍ୟ ଆସିଲା, ଯେତେବେଳେ ବିହାରରେ ମୌଳିକ ସୁବିଧାଗୁଡ଼ିକର ନିର୍ମାଣ ପରିବର୍ତ୍ତେ, ରାଜ୍ୟର ଲୋକମାନଙ୍କୁ ଆଧୁନିକ ସୁବିଧା ସୁଯୋଗ ଦେବା ପରିବର୍ତ୍ତେ, ପ୍ରାଥମିକତା ସବୁ ଏବଂ ପ୍ରତିବଦ୍ଧତା ସବୁ ବଦଳିଗଲା । ଫଳାଫଳ ଏହା ହେଲା ଯେ ରାଜ୍ୟରେ ଶାସନରୁ ଦୃଷ୍ଟି ହଟିଗଲା । ଏହାର ପରିଣାମ ଏହା ହେଲା ଯେ ବିହାରର ଗାଁଗୁଡ଼ିକ ଆହୁରି ଅଧିକ ପଛୁଆ ହୋଇଗଲା ଆଉ ଯେଉଁ ସହର କେବେ ସମୃଦ୍ଧିର ପ୍ରତୀକ ଥିଲା, ସେଗୁଡ଼ିକର ଭିତ୍ତିଭୂମି ବୃଦ୍ଧି ପାଉଥିବା ଜନସଂଖ୍ୟା ଏବଂ ପରିବର୍ତ୍ତିତ ସମୟ ଅନୁସାରେ ନବୀକରଣ ହୋଇ ପାରିଲା ନାହିଁ । ସଡ଼କ ହେଉ, ଗଳି ହେଉ, ପିଇବା ପାଣି ହେଉ, ସ୍ୱିରେଜ ହେଉ, ଏଭଳି ଅନେକ ମୂଳ ସମସ୍ୟାଗୁଡ଼ିକୁ ହୁଏତ ପଛକୁ ପକାଇ ଦିଆଗଲା କିମ୍ବା ଯେତେବେଳେ ମଧ୍ୟ ଏହା ସମ୍ପର୍କିତ କାମ ହେଲା ତାହା ଦୁର୍ନୀତର ଭେଟ ଚଢ଼ିଗଲା ।

ସାଥୀଗଣ, ଯେତେବେଳେ ଶାସନ ଉପରେ ସ୍ୱାର୍ଥନୀତି ଭାରି ହୋଇଯାଏ, ଭୋଟବ୍ୟାଙ୍କର ତନ୍ତ୍ର ବ୍ୟବସ୍ଥାକୁ ଚାପିବାରେ ଲାଗିଥାଏ ତ ସବୁଠାରୁ ଅଧିକ ପ୍ରଭାବ ସମାଜର ସେହି ବର୍ଗ ଉପରେ ପଡ଼ିଥାଏ, ଯିଏ ହେଉଛନ୍ତି ପ୍ରପୀଡ଼ିତ, ବଂଚିତ, ଶୋଷିତ । ବିହାରର ଲୋକମାନେ ଏହି କଷ୍ଟକୁ ଦଶକ-ଦଶକ ଧରି ସହ୍ୟ କରିଛନ୍ତି । ଯେତେବେଳେ ପାଣି ଏବଂ ସ୍ୱରେଜ ଭଳି ମୌଳିକ ଆବଶ୍ୟକତାଗୁଡ଼ିକୁ ପୂରଣ କରାଯାଇ ନଥାଏ, ତ ଅସୁବିଧା ଆମ ମାଆ ଭଉଣୀମାନଙ୍କୁ ହୋଇଥାଏ, ଗରିବଙ୍କୁ ହୋଇଥାଏ, ଦଳିତଙ୍କୁ ହୋଇଥାଏ, ପଛୁଆ-ଅତିପଛୁଆ ବର୍ଗଙ୍କୁ ହୋଇଥାଏ । ଅପରିଷ୍କାର ପରିବେଶରେ ରହୁଥିବା ଯୋଗୁଁ, ବାଧ୍ୟବାଧ୍ୟକତାରେ ଅପରିଷ୍କାର ପାଣି ପିଇବା ଯୋଗୁଁ ଲୋକମାନଙ୍କୁ ରୋଗ ମାଡ଼ି ବସିଥାଏ । ଏମିତିରେ ତାଙ୍କ ରୋଜଗାରର ଏକ ବଡ଼ ଅଂଶ ଚିକିତ୍ସାରେ ଖର୍ଚ୍ଚ ହୋଇଯାଏ । ବହୁଥର ପରିବାର ଅନେକ ବର୍ଷ ପର୍ଯ୍ୟନ୍ତ ଋଣ ତଳେ ଚାପି ହୋଇ ରହିଯାଏ । ଏହିସବୁ ପରିସ୍ଥିତିରେ ବିହାରରେ ଏକ ବହୁତ ବଡ଼ ବର୍ଗ ଋଣ, ରୋଗ, ଅସହାୟତା, ଅପାଠୁଆ ରହିବାକୁ ନିଜର ଭାଗ୍ୟ ବୋଲି ମାନି ନେଇଥିଲେ । ଗୋଟିଏ ପ୍ରକାରରେ ସରକାରଙ୍କର ଭୁଲ ପ୍ରାଥମିକତା କାରଣରୁ ସମାଜର ଏକ ବୃହତ ବର୍ଗର ଆତ୍ମବିଶ୍ୱାସ ଉପରେ ଗଭୀର କ୍ଷତ କରାଗଲା । ଗରିବଙ୍କ ସହିତ ଏହାଠାରୁ ବଳି ବଡ଼ ଅନ୍ୟାୟ ଆଉ କ’ଣ ହୋଇପାରେ?

ସାଥୀଗଣ, ବିଗତ ଦେଢ଼ ଦଶକରେ ନିତୀଶ ମହାଶୟ, ସୁଶୀଲ ମହାଶୟ ଏବଂ ତାଙ୍କର ଟିମ୍ ସମାଜର ଏହି ସବୁଠାରୁ ଦୁର୍ବଳ ବର୍ଗଙ୍କର ଆତ୍ମବିଶ୍ୱାସକୁ ଫେରାଇ ଆଣିବାର ପ୍ରୟାସ ଜାରି ରଖିଛନ୍ତି । ବିଶେଷ ଭାବେ ଯେଉଁଭଳି ଭାବେ ଝିଅମାନଙ୍କର ଲେଖା-ପଢ଼ାକୁ, ପଞ୍ଚାୟତିରାଜ ସହିତ ସ୍ଥାନୀୟ ସ୍ୱାୟତଶାସନରେ ବଂଚିତ, ଶୋଷିତ, ସମାଜର ସାଥୀମାନଙ୍କର ଅଂଶଗ୍ରହଣକୁ ପ୍ରାଥମିକତା ଦିଆଯାଇଛି, ସେଥିପାଇଁ ସେମାନଙ୍କର ଆତ୍ମବିଶ୍ୱାସ ବଢ଼ୁଛି । ବର୍ଷ 2014 ପରଠାରୁ ଗୋଟିଏ ପ୍ରକାରରେ ମୌଳିକ ସୁବିଧାଗୁଡ଼ିକ ସହିତ ଜଡ଼ିତ ଯୋଜନାଗୁଡ଼ିକର ପ୍ରାୟତଃ ସଂପୂର୍ଣ୍ଣ ନିୟନ୍ତ୍ରଣ, ଗ୍ରାମପଞ୍ଚାୟତ କିମ୍ବା ସ୍ଥାନୀୟ ସ୍ୱାୟତଶାସନକୁ ଦିଆଯାଇଛି । ଏବେ ଯୋଜନାଗୁଡ଼ିକର ପ୍ଲାନିଂରୁ ନେଇ କାର୍ଯ୍ୟକାରୀ କରିବା ପର୍ଯ୍ୟନ୍ତ, ଆଉ ସେଗୁଡ଼ିକର ରକ୍ଷଣାବେକ୍ଷଣର ଦାୟିତ୍ୱ ଏବେ ସ୍ଥାନୀୟ ସ୍ୱାୟତଶାସନ ସଂସ୍ଥା, ସ୍ଥାନୀୟ ଆବଶ୍ୟକତା ଅନୁସାରେ କରି ପାରୁଛନ୍ତି । ଏହା ହେଉଛି କାରଣ ଯେ, ଏବେ କେନ୍ଦ୍ର ଆଉ ବିହାର ସରକାରଙ୍କ ଦ୍ୱିପାକ୍ଷିକ ପ୍ରୟାସ ଦ୍ୱାରା ବିହାରର ସହରମାନଙ୍କରେ ପାଣି ଏବଂ ସ୍ୱରେଜ ଭଳି ମୌଳିକ ସୁବିଧା ସବୁର ଢ଼ାଂଚାରେ ନିରନ୍ତର ସଂସ୍କାର ହେଉଛି । ମିଶନ ଅମୃତ ଏବଂ ରାଜ୍ୟ ସରକାରଙ୍କର ଯୋଜନା ମାଧ୍ୟମରେ ବିଗତ 4-5 ବର୍ଷରେ ବିହାରର ସହରୀ କ୍ଷେତ୍ରରେ ଲକ୍ଷ-ଲକ୍ଷ ପରିବାରଙ୍କୁ ପାନୀୟ ଜଳ ସୁବିଧା ସହିତ ଯୋଡ଼ା ଯାଇ ପାରିଛି । ଆଗାମୀ ବର୍ଷରେ ବିହାର ଦେଶର ସେହି ରାଜ୍ୟଗୁଡ଼ିକ ମଧ୍ୟରେ ଥିବ, ଯେଉଁଠାରେ ପ୍ରତ୍ୟେକ ଘରକୁ ପାଇପରେ ପାଣି ପହଂଚିବାକୁ ଲାଗିବ । ଏହା ହେବ ବିହାର ପାଇଁ ଏକ ବହୁତ ବଡ଼ ଉପଲବ୍ଧି, ବିହାରର ଗୌରବ ବଢ଼ାଇବା ଭଳି କଥା ହେବ ।

ନିଜର ଏହି ବଡ଼ ଲକ୍ଷ୍ୟକୁ ପ୍ରାପ୍ତି କରିବା ପାଇଁ କରୋନାର ଏହି ସଙ୍କଟ ସମୟରେ ମଧ୍ୟ ବିହାରର ଲୋକମାନେ ନିରନ୍ତର କାର୍ଯ୍ୟ କରି ଚାଲିଛନ୍ତି । ବିଗତ କିଛି ମାସରେ ବିହାରର ଗ୍ରାମୀଣ କ୍ଷେତ୍ରରେ 57 ଲକ୍ଷରୁ ଅଧିକ ପରିବାରଙ୍କୁ ପାଣିର ସଂଯୋଗ ଦ୍ୱାରା ଯୋଡ଼ି ଦିଆଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଅଭିଯାନ ମଧ୍ୟ ବହୁତ ବଡ଼ ଭୂମିକା ତୁଲାଇଛି । ଆମର ହଜାର-ହଜାର ଶ୍ରମିକ ସାଥୀ, ଯେଉଁମାନେ କରୋନା କାରଣରୁ ଅନ୍ୟାନ୍ୟ ରାଜ୍ୟରୁ ବିହାରକୁ ଫେରିଛନ୍ତି, ସେହିମାନେ ଏହି କାର୍ଯ୍ୟ କରି ଦେଖାଇଛନ୍ତି । ଜଳ ଜୀବନ ମିଶନର ଏହି ଦ୍ରୁତଗତି, ବିହାରର ମୋର ଏହି ପରିଶ୍ରମୀ ସାଥୀମାନଙ୍କୁ ହିଁ ହେଉଛି ସମର୍ପିତ । ବିଗତ 1 ବର୍ଷ ମଧ୍ୟରେ, ଜଳ ଜୀବନ ମିଶନ ମାଧ୍ୟମରେ ସମଗ୍ର ଦେଶରେ 2 କୋଟିରୁ ଅଧିକ ପାଣିର ସଂଯୋଗ ଦିଆ ଯାଇ ସାରିଛି । ଆଜି ଦେଶରେ ପ୍ରତିଦିନ 1 ଲକ୍ଷରୁ ଅଧିକ ଘରଗୁଡ଼ିକୁ ପାଇପରେ ଜଳର ନୂତନ ସଂଯୋଗ ଦ୍ୱାରା ଯୋଡ଼ାଯାଉଛି । ସ୍ୱଚ୍ଛ ପାଣି, ମଧ୍ୟମ ବର୍ଗର, ଗରିବଙ୍କର ଜୀବନ ନା, କେବଳ ଉନ୍ନତତର କରିଥାଏ ବରଂ ସେମାନଙ୍କୁ ଅନେକ ମାରାତ୍ମକ ରୋଗରୁ ମଧ୍ୟ ରକ୍ଷା କରିଥାଏ ।

ସାଥୀଗଣ, ସହରୀ ଅଂଚଳରେ ମଧ୍ୟ ବିହାରର ଲକ୍ଷ-ଲକ୍ଷ ଲୋକଙ୍କୁ ବିଶୁଦ୍ଧ ଜଳର ସଂଯୋଗ ଦ୍ୱାରା ଯୋଡ଼ିବାର କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି । ସଂପୂର୍ଣ୍ଣ ବିହାରରେ ଅମୃତ ଯୋଜନା ମାଧ୍ୟମରେ ପ୍ରାୟ 12 ଲକ୍ଷ ପରିବାରଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସଂଯୋଗ ଦ୍ୱାରା ଯୋଡ଼ିବାର ଲକ୍ଷ୍ୟ ଅଛି । ଏଥିମଧ୍ୟରୁ ପ୍ରାୟ 6 ଲକ୍ଷ ପରିବାରଙ୍କ ପାଖରେ ମଧ୍ୟ ସୁବିଧା ପହଂଚି ସାରିଛି । ବଳକା ପରିବାରଙ୍କୁ ମଧ୍ୟ ଖୁବ ଶୀଘ୍ର ସ୍ୱଚ୍ଛ ଜଳର ସୁବିଧା ଉପଲବ୍ଧ ହୋଇଯିବ । ଆଜି ଯେଉଁ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରାଯାଇଛି, ତାହା ହେଉଛି ଏହି ସଂକଳ୍ପର ଅଂଶ ।

ସାଥୀଗଣ, ସହରୀକରଣ ହେଉଛି ଆଜିକାର ସମୟର ସତ୍ୟତା । ଆଜି ସମଗ୍ର ବିଶ୍ୱରେ ସହରୀ ଅଂଚଳର ସଂଖ୍ୟାରେ ବୃଦ୍ଧି ଘଟୁଛି । ଭାରତ ମଧ୍ୟ ଏହି ବୈଶ୍ୱିକ ପରିବର୍ତ୍ତନର ଅପବାଦ ନୁହେଁ । କିନ୍ତୁ କେତେ ଦଶକ ଧରି ଆମର ଏକ ମାନସିକତା ସୃଷ୍ଟି ହୋଇଯାଇଥିଲା, ଆମେ ଏହା ମାନି ନେଇଥିଲୁ ଯେମିତିକି ସହରୀକରଣ ହେଉଛି ନିଜକୁ ନିଜ ମଧ୍ୟରେ ଏକ ସମସ୍ୟା, କୌଣସି ବାଧା! କିନ୍ତୁ ମୁଁ ମାନୁଛି କି, ଏମିତି ନୁହେଁ । ଏମିତି ଆଦୌ ହିଁ ନୁହେଁ । ବାବା ସାହେବ ଆମ୍ବେଦକର ସେହି ସମୟକାଳ ମଧ୍ୟରେ ହିଁ ଏହି ସତ୍ୟତାକୁ ବୁଝି ପାରିଥିଲେ, ଆଉ ସେ ସହରୀକରଣର ଜଣେ ବଡ଼ ସମର୍ଥକ ଥିଲେ । ସେ ସହାରୀକରଣକୁ ଏକ ସମସ୍ୟା ଭାବେ ମାନି ନଥିଲେ, ସେ ଏମିତି ସହରର କଳ୍ପନା କରିଥିଲେ, ଯେଉଁଠାରେ ଗରିବରୁ ଅତି ଗରିବ ବ୍ୟକ୍ତିକୁ ମଧ୍ୟ ସୁଯୋଗ ମିଳିବ, ଜୀବନକୁ ଉନ୍ନତ କରିବାର ରାସ୍ତା ତା’ପାଇଁ ଖୋଲିଯିବ । ଆଜିକାର ଆବଶ୍ୟକତା ହେଉଛି କି ଆମ ସହରମାନଙ୍କରେ ସମ୍ଭାବନା ସବୁ ସୃଷ୍ଟି ହେଉ, ସମୃଦ୍ଧି ହେଉ, ସମ୍ମାନ ହେଉ, ସୁରକ୍ଷା ହେଉ, ସଶକ୍ତ ସମାଜ ହେଉ ଆଉ ଆଧୁନିକ ସୁବିଧା ହେଉ । ଅର୍ଥାତ ଏହା ଯେ, ସହର ଏଭଳି ହେଉ ଯେଉଁଠାରେ ସମସ୍ତଙ୍କୁ, ବିଶେଷ କରି ଆମର ଯୁବକମାନଙ୍କୁ ଆଗକୁ ବଢ଼ିବା ପାଇଁ ନୂତନ ଏବଂ ଅସୀମ ସମ୍ଭାବନା ମିଳି ପାରୁ । ସହର ଏଭଳି ହେଉ ଯେଉଁଠାରେ ସମସ୍ତ ପରିବାର ସମୃଦ୍ଧିର ସହିତ, ସୁଖରେ ଜୀବନ ବଂଚି ପାରିବେ ।  ସହର ଏଭଳି ହେଉ ଯେଉଁଠାରେ ସମସ୍ତଙ୍କୁ- ଗରିବଙ୍କୁ, ଦଳିତଙ୍କୁ, ପଛୁଆବର୍ଗଙ୍କୁ, ମହିଳାଙ୍କୁ ସମ୍ମାନଜନକ ଜୀବନ ମିଳୁ । ଯେଉଁଠାରେ ସୁରକ୍ଷା ହେଉ, ଆଇନର ଶାସନ ହେଉ । ଯେଉଁଠାରେ ସମାଜର ପ୍ରତ୍ୟେକ ବର୍ଗ ଏକାଠି ମିଳିମିଶି ରହି ପାରିବେ । ଆଉ ସହର ଏଭଳି ହେଉ, ଯେଉଁଠାରେ ଆଧୁନିକ ସୁବିଧାଗୁଡ଼ିକ ରହୁ, ଆଧୁନିକ ଭିତ୍ତିଭୂମି ହେଉ । ଏହା ତ ହେଉଛି ସହାବସ୍ଥାନ ସୁଗମତା ବା Ease of living । ଏହା ତ ହେଉଛି ଦେଶର ସ୍ୱପ୍ନ, ଏହି ଦିଗରେ ଦେଶ ଆଗକୁ ବଢ଼ୁଛି ।

ଆଉ ସାଥୀଗଣ, ଆଜି ଆମେ ଦେଶରେ ଏକ ନୂତନ ସହରୀକରଣ ଦେଖୁଛେ । ଯେଉଁ ସହର ପୂର୍ବରୁ ଦେଶର ନକ୍ସାରେ ଗୋଟିଏ ପ୍ରକାରରେ ହିଁ ନ ଥିଲା, ତାହା ଆଜି ନିଜର ଉପସ୍ଥିତି ମଧ୍ୟ ଜାହିର କରୁଛି ଏବଂ ଅନୁଭବ ମଧ୍ୟ କରୁଛି । ଏହି ସହରର ଆମ ଯୁବକମାନେ, ଯେଉଁମାନେ ବଡ଼-ବଡ଼ ଘରୋଇ ସ୍କୁଲରେ, କଲେଜରେ ପଢ଼ି ନାହାଁନ୍ତି, ଯେଉଁମାନେ ବହୁତ ଧନୀ ପରିବାରରୁ ଆସି ନାହାଁନ୍ତି, ସେମାନେ ଆଜି ଚମତ୍କାର କରୁଛନ୍ତି, ସଫଳତାର ନୂତନ ସୋପାନ ପ୍ରତିଷ୍ଠା କରୁଛନ୍ତି । କିଛି ବର୍ଷ ପୂର୍ବରୁ ସହରୀକରଣର ଅର୍ଥ ଏହାଥିଲା, କିଛି ବଡ଼-ବଡ଼ ସହରର ଚମକ-ଦମକରେ ଭରିଦିଅ । କିଛି ହାତଗଣତି ସହରରେ ଗୋଟିଏ ଦୁଇଟି କ୍ଷେତ୍ରରେ ବିକାଶ କରିଦିଅ । କିନ୍ତୁ ଏବେ ଏହି ଚିନ୍ତାଧାରା ଏହି ପଦ୍ଧତି ବଦଳିବାରେ ଲାଗିଛି । ଆଉ ବିହାରର ଲୋକ ଭାରତର ପ୍ରତ୍ୟେକ ନୂତନ ସହରୀକରଣରେ ନିଜର ଭରପୂର ଯୋଗଦାନ ଦେଉଛନ୍ତି ।

ସାଥୀଗଣ, ଆତ୍ମନିର୍ଭର ବିହାର, ଆତ୍ମନିର୍ଭର ଭାରତର ମିଶନକୁ ଗତି ଦେବାପାଇଁ ବିଶେଷ କରି ଦେଶର ଛୋଟ-ଛୋଟ ସହରକୁ ବର୍ତମାନ ହିଁ ନୁହେଁ, ଭବିଷ୍ୟତର ଆବଶ୍ୟକତା ଅନୁସାରେ ପ୍ରସ୍ତୁତ କରିବା ହେଉଛି ବହୁତ ଜରୁରି । ଏହି ଚିନ୍ତାଧାରା ସହିତ ଅମୃତ ମିଶନ ଅଧୀନରେ ବିହାରର ଅନେକ ସହରରେ ଜରୁରି ସୁବିଧାର ବିକାଶ ସହିତ ସହାବସ୍ଥାନ ସୁଗମତା ଏବଂ ବ୍ୟବସାୟ ସୁଗମତା ପାଇଁ ଉନ୍ନତ ବାତାବରଣ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଅମୃତ ମିଶନ ଅଧୀନରେ ଏହି ସହରଗୁଡ଼ିକରେ ପାଣି ଏବଂ ସ୍ୱରେଜ ସହିତ ଗ୍ରୀନ ଜୋନ୍, ପାର୍କ, ରାଜପଥରେ ଏଲଇଡ଼ି ଆଲୋକ ବ୍ୟବସ୍ଥା ଭଳି ବ୍ୟବସ୍ଥାଗୁଡ଼ିକ ନିର୍ମାଣ କରାଯାଉଛି । ଏହି ମିଶନ ଅଧୀନରେ ବିହାରର ସହରାଂଚଳରେ ଲକ୍ଷ-ଲକ୍ଷ ଲୋକଙ୍କୁ ଉନ୍ନତ ସ୍ୱରେଜ ବ୍ୟବସ୍ଥା ସହିତ ମଧ୍ୟ ସାମିଲ କରାଯିବ । ଏଥିରେ ମଧ୍ୟ ଅଧିକାଂଶ ସୁବିଧାଗୁଡ଼ିକ ଏଭଳି ବସ୍ତିଗୁଡ଼ିକରେ ବିକଶିତ କରାଯାଇଛି, ଯେଉଁଠାରେ ଗରିବରୁ ଅତି ଗରିବ ପରିବାର ରହୁଛନ୍ତି । ବିହାରରେ ମଧ୍ୟ 100ରୁ ଅଧିକ ପୌର ସଂସ୍ଥାରେ ସାଢ଼େ ଚାରି ଲକ୍ଷ ଏଲଇଡ଼ି ବଲବ ମାଧ୍ୟମରେ ରାସ୍ତାରେ ଆଲୋକୀକରଣ କରାଯାଇଛି । ଏହାଦ୍ୱାରା ଆମର ଛୋଟ ସହରର ରାସ୍ତା ଏବଂ ଗଳିରେ ଉନ୍ନତ ଧରଣର ଆଲୋକ ବ୍ୟବସ୍ଥା କରାଯାଉଛି, ଶହ-ଶହ କୋଟି ଟଙ୍କାର ବିଜୁଳି ମଧ୍ୟ ସଂଚୟ ହେଉଛି ଏବଂ ଲୋକଙ୍କ ଜୀବନ ସହଜ ହେଉଛି ।

ସାଥୀଗଣ, ବିହାରର ଲୋକଙ୍କ, ବିହାରର ସହର ସହିତ ଗଙ୍ଗାମାତାଙ୍କର ଖୁବ ଗଭୀର ସମ୍ପର୍କ ରହିଛି । ରାଜ୍ୟର 20ଟି ବଡ଼ ଏବଂ ମହତ୍ୱପୂର୍ଣ୍ଣ ସହର ଗଙ୍ଗାନଦୀ କୂଳରେ ରହିଛି । ଗଙ୍ଗାମାତାଙ୍କ ସ୍ୱଚ୍ଛତା, ଗଙ୍ଗାଜଳର ସ୍ୱଚ୍ଛତାର ସିଧାସଳଖ ପ୍ରଭାବ ଏହି ସହରଗୁଡ଼ିକରେ ରହୁଥିବା କୋଟି-କୋଟି ଲୋକଙ୍କ ଉପରେ ପଡ଼ୁଛି । ଗଙ୍ଗାର ସ୍ୱଚ୍ଛତାକୁ ଧ୍ୟାନରେ ରଖି ବିହାରରେ 6 ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟରେ 50ରୁ ଅଧିକ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ସରକାରଙ୍କର ଏହା ପ୍ରୟାସ ରହିଛି କି ଯେ, ଗଙ୍ଗା ନଦୀ କୂଳରେ ଥିବା ଯେତେ ମଧ୍ୟ ସହର ଅଛି, ସେଠାରେ ବଡ଼-ବଡ଼ ନାଳ ଦେଇ ଅପରିଷ୍କାର ତଥା ମଇଳା ଜଳ ସିଧା ଗଙ୍ଗାନଦୀରେ ମିଶିବାକୁ ରୋକାଯାଉ । ଏଥିପାଇଁ ଅନେକ ଜଳ ପରିଚାଳନା ପ୍ଳାଣ୍ଟ ପ୍ରତିଷ୍ଠା କରାଯାଉଛି । ଆଜି ଯେଉଁ ପାଟନାରେ ବେଉରୁ ଏବଂ କରମ-ଲିଚକର ଯୋଜନାର ଉଦଘାଟନ ହୋଇଛି, ତାହାଦ୍ୱାରା ଏହି ଅଂଚଳର ଲକ୍ଷ-ଲକ୍ଷ ଲୋକଙ୍କୁ ଲାଭ ମିଳିବ । ଏହା ସହିତ, ଗଙ୍ଗା ନଦୀର କୂଳରେ ଯେଉଁ ଗାଁ ଅଛି, ତାହାକୁ ‘ଗଙ୍ଗା ଗ୍ରାମ’ ଭାବେ ମଧ୍ୟ ବିକଶିତ କରାଯାଉଛି । ଏହି ଗାଁଗୁଡ଼ିକରେ ଲକ୍ଷ-ଲକ୍ଷ ଶୌଚାଳୟର ନିର୍ମାଣ ପରେ ଏବେ ଆବର୍ଜନା ପରିଚାଳନା ଏବଂ ଜୈବିକ ଚାଷ ଭଳି କାର୍ଯ୍ୟ ପାଇଁ ପ୍ରୋତ୍ସାହନ ଦିଆଯାଉଛି ।

ସାଥୀଗଣ, ଗଙ୍ଗା ନଦୀ କୂଳରେ ଥିବା ଗାଁ ଏବଂ ସହର, ଆସ୍ଥା ଏବଂ ଆଧ୍ୟାତ୍ମ ସହିତ ଜଡ଼ିତ ପର୍ଯ୍ୟଟନର ପ୍ରମୁଖ କେନ୍ଦ୍ର ଭାବେ ରହିଛି । ଗଙ୍ଗାକୁ ନିର୍ମଳ ଏବଂ ଚିରସ୍ରୋତା କରିବା ପାଇଁ ଅଭିଯାନ ଯେପରି ଆଗକୁ ବଢ଼ି ଚାଲିଛି, ସେହିପରି ଏଥିରେ ପର୍ଯ୍ୟଟନର ଆଧୁନିକ ଉପାୟ ମଧ୍ୟ ଯୋଡ଼ି ହୋଇ ଯାଉଛି । ନମାମୀ ଗଙ୍ଗେ ମିଶନ ଅଧୀନରେ ବିହାର ସମେତ ସମଗ୍ର ଦେଶରେ 180ରୁ ଅଧିକ ଘାଟଗୁଡ଼ିକର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଏଥିମଧ୍ୟରୁ 130ଟି ଘାଟ ସଂପୂର୍ଣ୍ଣ ନିର୍ମାଣ ହୋଇ ସାରିଛି । ଏହା ବ୍ୟତୀତ 40ରୁ ଅଧିକ ମୋକ୍ଷ ଧାମ ଉପରେ ମଧ୍ୟ କାର୍ଯ୍ୟ କରାଯାଇ ସାରିଛି । ଦେଶରେ ଗଙ୍ଗାକୂଳରେ ଅନେକ ସ୍ଥାନରେ ଆଧୁନିକ ସୁବିଧାଯୁକ୍ତ ରିଭର ଫ୍ରଣ୍ଟ ଉପରେ ମଧ୍ୟ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି । ପାଟନାରେ ରିଭର ଫ୍ରଣ୍ଟ ପ୍ରକଳ୍ପ ସଂପୂର୍ଣ୍ଣ ହୋଇ ସାରିଛି ଏବଂ ମୁଜାଫରପୁରରେ ମଧ୍ୟ ଏଭଳି ରିଭର ଫ୍ରଣ୍ଟ ନିର୍ମାଣର ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରାଯାଇଛି । ଯେତେବେଳେ ମୁଜାଫରପୁରର ଆଖଡ଼ାଘାଟ, ସିଢ଼ିଘାଟ ଏବଂ ଚନ୍ଦୱାରା ଘାଟକୁ ବିକଶିତ କରି ଦିଆଯିବ, ତେବେ ଏହା ଏଠାରେ ପର୍ଯ୍ୟଟନର ମଧ୍ୟ ବଡ଼ କେନ୍ଦ୍ର ପାଲଟିଯିବ । ବିହାରରେ ଏତେ ଦ୍ରୁତ ଗତିରେ କାର୍ଯ୍ୟ ହେବ, କାର୍ଯ୍ୟ ଆରମ୍ଭ ହେବାପରେ ସଂପୂର୍ଣ୍ଣ ମଧ୍ୟ ହେବ, ଏହି କଥାର କଳ୍ପନା ମଧ୍ୟ ଦେଢ଼ ଦଶକ ପୂର୍ବେ କରାଯାଉ ନଥିଲା । କିନ୍ତୁ ନୀତିଶ ମହାଶୟଙ୍କ ପ୍ରୟାସ, କେନ୍ଦ୍ର ସରକାରଙ୍କ ପ୍ରୟାସରେ ଏହାକୁ ସତ୍ୟରେ ପରିଣତ କରି ଦେଖାଇଛନ୍ତି । ମୋର ଆଶା ରହିଛି, ଏହି ପ୍ରୟାସ ଆଗାମୀ ଛଠି ମାତାଙ୍କ ପୂଜା ସମୟରେ ବିହାରର ଲୋକଙ୍କୁ, ବିଶେଷ କରି ବିହାରର ମହିଳାମାନଙ୍କର ସମସ୍ୟା କମ୍ ହେବ, ସେମାନଙ୍କର ସୁବିଧା-ସୁଯୋଗ ବଢ଼ିବ । ଛଠି ମାତାଙ୍କ ଆଶୀର୍ବାଦରୁ ଆମେ ବିହାରର ସହର ଏବଂ ଗ୍ରାମୀଣ ଅଂଚଳର ଅପରିଷ୍କାର ଜଳ, ରୋଗ ସୃଷ୍ଟି କରୁଥିବା ଜଳରୁ ମୁକ୍ତି ପାଇଁ ମନ-ପ୍ରାଣ ଦେଇ କାର୍ଯ୍ୟ କରି ଚାଲିବୁ ।

ସାଥୀଗଣ, ଆପଣମାନେ ଶୁଣିଥିବେ, ଏବେ ନିକଟରେ ସରକାର ଏକ ପ୍ରୋଜେକ୍ଟ ଡଲଫିନର ଘୋଷଣା ମଧ୍ୟ କରିଛନ୍ତି । ଏହି ମିଶନର ବହୁତ ବଡ଼ ଲାଭ ଗଙ୍ଗା-ଡଲଫିନକୁ ମଧ୍ୟ ହେବ । ଗଙ୍ଗାନଦୀର ସଂରକ୍ଷଣ ପାଇଁ, ଗାଙ୍ଗେୟ ଡଲଫିନ, ସଂରକ୍ଷଣ ହେଉଛି ବହୁତ ଜରୁରୀ । ପାଟନାରୁ ନେଇ ଭାଗଲପୁର ପର୍ଯ୍ୟନ୍ତ ଗଙ୍ଗାମାତାଙ୍କର ସଂପୂର୍ଣ୍ଣ ବିସ୍ତୃତ ଅଂଚଳ ହେଉଛି ଡଲଫିନଙ୍କ ନିବାସ ସ୍ଥାନ । ଏଥିପାଇଁ ‘ପ୍ରୋଜେକ୍ଟ ଡଲଫିନ’ଦ୍ୱାରା ବିହାରକୁ ଅଧିକ ଲାଭ ମିଳିପାରିବ, ଏଠାରେ ଗଙ୍ଗାନଦୀରେ ଜୈବ ବିବିଧତା ସହିତ ପର୍ଯ୍ୟଟନକୁ ମଧ୍ୟ ଶକ୍ତି ମିଳିବ ।

ସାଥୀଗଣ, କରୋନା ସଂକ୍ରମଣର ଆହ୍ୱାନ ମଧ୍ୟରେ ବିହାରର ବିକାଶ, ବିହାରରେ ସୁଶାସନର ଏହି ଅଭିଯାନ ନିରନ୍ତର ଚାଲୁ ରହିବ । ଆମେ ସଂପୂର୍ଣ୍ଣ ଶକ୍ତି, ସଂପୂର୍ଣ୍ଣ ସାମର୍ଥ୍ୟର ସହିତ ଆଗକୁ ବଢ଼ିବା । କିନ୍ତୁ ଏହା ସହିତ ପ୍ରତ୍ୟେକ ବିହାରବାସୀ, ପ୍ରତ୍ୟେକ ଦେଶବାସୀଙ୍କୁ ସଂକ୍ରମଣରୁ ବଂଚିବା ପାଇଁ ସଂକଳ୍ପ ଭୁଲିବା ନାହିଁ । ମାସ୍କ, ପରିଷ୍କାର ପରିଚ୍ଛନ୍ନତା ଏବଂ ଦୁଇ ଗଜର ଦୂରତା, ଏହା ଆମର ସୁରକ୍ଷା ପାଇଁ ହେଉଛି ସବୁଠାରୁ ବଡ଼ ଉପଯୋଗୀ ଅସ୍ତ୍ର । ଆମର ବୈଜ୍ଞାନିକ ଟୀକା ପ୍ରସ୍ତୁତ କାର୍ଯ୍ୟରେ ଦିନ-ରାତି ଲାଗିଛନ୍ତି । କିନ୍ତୁ ଆମକୁ ମନେ ରଖିବାର ଅଛି- ଯେ ପର୍ଯ୍ୟନ୍ତ ଔଷଧ ନାହିଁ, ସେ ପର୍ଯ୍ୟନ୍ତ ଅବହେଳା କରିବା ନାହିଁ ।

ଏହି ନିବେଦନ ସହିତ, ପୁଣିଥରେ ଆପଣ ସମସ୍ତଙ୍କୁ ଏହି ବିକାଶମୂଳକ ପ୍ରକଳ୍ପଗୁଡ଼ିକ ପାଇଁ ବହୁତ-ବହୁତ ଅଭିନନ୍ଦନ ।

ଧନ୍ୟବାଦ!!!         

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's commercial vehicle sales surge, manufacturers double growth projections to 10-15% this fiscal

Media Coverage

India's commercial vehicle sales surge, manufacturers double growth projections to 10-15% this fiscal
NM on the go

Nm on the go

Always be the first to hear from the PM. Get the App Now!
...
Prime Minister remembers victims of 9/11 attacks, reiterates unwavering resolve to combat terrorism
September 11, 2026

The Prime Minister, Shri Narendra Modi has remembered and honoured the victims of the horrific 9/11 attacks on the 25th anniversary and expressed solidarity with the families whose lives were forever changed.

Shri Modi said that terrorism has claimed countless lives around the world and noted that, as a victim of cross-border terrorism, India has been at the forefront of the fight against terrorism for several decades.

He further added that while the threat of terrorism continues to evolve, India’s resolve and opposition to terrorism in all its forms and manifestations remain unwavering. He expressed solidarity with all efforts to combat this scourge.

The Prime Minister also shared glimpses from his visit to the 9/11 Memorial & Museum in 2014.

In a post on X, Shri Modi said;

“25 years on from the horrific 9/11 attacks, we remember and honour the victims and stand in solidarity with the families whose lives were forever changed.

Terrorism has claimed countless lives around the world. As a victim of cross-border terrorism, India has been at the forefront of this fight for several decades.

While the threat keeps evolving, our resolve and opposition to terrorism in all its forms and manifestations remain unwavering. We stand in solidarity with all efforts to combat this scourge.

Here are glimpses from my visit to the 9/11 Memorial & Museum in 2014.”