ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଏକ ବାଧାମୁକ୍ତ ଅନଲାଇନ ପ୍ଲାଟଫର୍ମ ସୃଷ୍ଟି କରିବ ଯାହା ଡିଜିଟାଲ ସ୍ୱାସ୍ଥ୍ୟ ଇକୋସିଷ୍ଟମ ମଧ୍ୟରେ ଇଣ୍ଟର-ଅପରେଟିବିଲିଟିକୁ ସକ୍ଷମ କରିବ : ପ୍ରଧାନମନ୍ତ୍ରୀ
ଏପରି ବୃହତ ସଂଯୁକ୍ତ ଭିତ୍ତିଭୂମି ସାରା ବିଶ୍ୱରେ ଅନ୍ୟତ୍ର କେଉଁଠି ନାହିଁ, ଜାମ ତ୍ରୟ ବିଷୟରେ ଉଲ୍ଲେଖ କରି କହିଲେ ପ୍ରଧାନମନ୍ତ୍ରୀ
“ଡିଜିଟାଲ ଭିତ୍ତିଭୂମି ରାସନ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସବୁକିଛି ସାଧାରଣ ଭାରତୀୟଙ୍କ ନିକଟରେ ଦ୍ରୁତ ଏବଂ ସ୍ୱଚ୍ଛ ଭାବେ ପହଞ୍ଚାଉଛି”
“ଟେଲି ମେଡ଼ିସିନ କ୍ଷେତ୍ରର ମଧ୍ୟ ଅଭୂତପୂର୍ବ ପ୍ରସାର ହୋଇଛି”
“ଆୟୁଷ୍ମାନ ଭାରତ-ପିଏମଜୟ ଗରିବ ଲୋକଙ୍କ ଜୀବନରେ ସବୁଠୁ ବଡ଼ ସମସ୍ୟା ଦୂର କରିଛି; ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ଅଧୀନରେ ୨ କୋଟିରୁ ଅଧିକ ଦେଶବାସୀ ମାଗଣା ଚିକିତ୍ସାର ଲାଭ ପାଇପାରିଛନ୍ତି; ଏମାନଙ୍କ ମଧ୍ୟରେ ଅଧା ମହିଳା ହିତାଧିକାରୀ ରହିଛନ୍ତି”
“ଆୟୁଷ୍ମାନ ଭାରତ-ଡିଜିଟାଲ ମିଶନ, ସାରା ଦେଶରେ ଥିବା ଡାକ୍ତରଖାନାଗୁଡ଼ିକର ଡିଜିଟାଲ ସ୍ୱାସ୍ଥ୍ୟ ସମାଧାନକୁ ପରସ୍ପର ସହ ଯୋଡ଼ିବ”
“ସରକାରଙ୍କ ଦ୍ୱାରା ଅଣାଯାଇଥିବା ସ୍ୱାସ୍ଥ୍ୟସେବା ସମାଧାନ ଦେଶର ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଏକ ବଡ଼ ନିବେଶ”;
“ଆମ ସ୍ୱାସ୍ଥ୍ୟ ଭିତ୍ତିଭୂମି ସମନ୍ୱିତ, ସୁଦୃଢ଼ ହେଲେ ଏହା ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ସୁଧାର ଆଣିବ”

ନମସ୍କାର!

କାର୍ଯ୍ୟକ୍ରମରେ ଉପସ୍ଥିତ ମନ୍ତ୍ରୀପରିଷଦରେ ମୋର ସାଥୀ ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ ମହାଶୟ, ମନ୍ତ୍ରିମଣ୍ଡଳରେ ମୋର ଅନ୍ୟ ସମସ୍ତ ସହଯୋଗୀ, ବରିଷ୍ଠ ଅଧିକାରୀଗଣ, ସାରା ଦେଶରୁ ସାମିଲ ହୋଇଥିବା ସରକାରୀ ଏବଂ ବେସରକାରୀ ଡାକ୍ତରଖାନାର ଡାକ୍ତର, ସ୍ୱାସ୍ଥ୍ୟ ପରିଚାଳନା ସହ ଜଡିତ ବ୍ୟକ୍ତି, କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅନ୍ୟ ସମସ୍ତ ମହାନୁଭବ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ଏକବିଂଶ ଶତାବ୍ଦୀରେ ଆଗକୁ ଅଗ୍ରସର ହେଉଥିବା ଭାରତ ପାଇଁ ଆଜି ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ବିଗତ ସାତ ବର୍ଷ ମଧ୍ୟରେ ଦେଶର ସ୍ୱାସ୍ଥ୍ୟ ସୁବିଧାଗୁଡିକୁ ସୁଦୃଢ କରିବା ପାଇଁ ଯେଉଁ ଅଭିଯାନ ଚାଲୁଛି, ତାହା ଆଜିଠାରୁ ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରୁଛି ଏବଂ ଏହା ସାଧାରଣ ପର୍ଯ୍ୟାୟ ନୁହେଁ, ଏହା ହେଉଛି ଏକ ଅସାଧାରଣ ପର୍ଯ୍ୟାୟ । ଆଜି ଏକ ଏଭଳି ମିଶନର ଶୁଭାରମ୍ଭ ହେଉଛି, ଯାହା ଦ୍ବାରା ଭାରତର ସ୍ୱାସ୍ଥ୍ୟ ସୁବିଧାଗୁଡିକରେ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ବହୁତ ଶକ୍ତି ଅଛି।

ସାଥୀଗଣ,

ତିନି ବର୍ଷ ପୂର୍ବେ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ମହାଶୟଙ୍କ ଜନ୍ମ ଜୟନ୍ତୀ ଅବସରରେ ପଣ୍ଡିତ ମହାଶୟଙ୍କୁ ସମର୍ପିତ ଆୟୁଷ୍ମାନ ଭାରତ ଯୋଜନା, ସାରା ଦେଶରେ କାର୍ଯ୍ୟକାରୀ କରାଯାଇଥିଲା। ମୁଁ ଖୁସି ଯେ ଆଜିଠାରୁ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ମଧ୍ୟ ସାରା ଦେଶରେ ଆରମ୍ଭ ହେଉଛି। ଏହି ମିଶନ ଦେଶର ଗରିବ ଏବଂ ମଧ୍ୟବିତ୍ତ ବର୍ଗ ସମ୍ମୁଖୀନ ହେଉଥିବା ଯେଉଁ ସ୍ବାସ୍ଥ୍ୟ ସମସ୍ୟା ରହିଛି, ତାହାକୁ ଦୂର କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଟେକ୍ନୋଲୋଜି ମାଧ୍ୟମରେ ସାରା ଦେଶର ହଜାର ହଜାର ଡାକ୍ତରଖାନାକୁ ସଂଯୋଗ କରିବାର ଯେଉଁ କାର୍ଯ୍ୟ ଆୟୁଷ୍ମାନ ଭାରତ କରିଥିଲା, ଆଜି ମଧ୍ୟ ତାହାର ସଂପ୍ରସାରଣ ହେଉଛି, ଏକ ସୁଦୃଢ ଟେକ୍ନୋଲୋଜି ପ୍ଲାଟଫର୍ମ ମିଳୁଛି।

ସାଥୀଗଣ,

ତିନି ବର୍ଷ ପୂର୍ବେ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ମହାଶୟଙ୍କ ଜନ୍ମ ଜୟନ୍ତୀ ଅବସରରେ ପଣ୍ଡିତ ମହାଶୟଙ୍କୁ ସମର୍ପିତ ଆୟୁଷ୍ମାନ ଭାରତ ଯୋଜନା, ସାରା ଦେଶରେ କାର୍ଯ୍ୟକାରୀ କରାଯାଇଥିଲା। ମୁଁ ଖୁସି ଯେ ଆଜିଠାରୁ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ମଧ୍ୟ ସାରା ଦେଶରେ ଆରମ୍ଭ ହେଉଛି। ଏହି ମିଶନ ଦେଶର ଗରିବ ଏବଂ ମଧ୍ୟବିତ୍ତ ବର୍ଗ ସମ୍ମୁଖୀନ ହେଉଥିବା ଯେଉଁ ସ୍ବାସ୍ଥ୍ୟ ସମସ୍ୟା ରହିଛି, ତାହାକୁ ଦୂର କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଟେକ୍ନୋଲୋଜି ମାଧ୍ୟମରେ ସାରା ଦେଶର ହଜାର ହଜାର ଡାକ୍ତରଖାନାକୁ ସଂଯୋଗ କରିବାର ଯେଉଁ କାର୍ଯ୍ୟ ଆୟୁଷ୍ମାନ ଭାରତ କରିଥିଲା, ଆଜି ମଧ୍ୟ ତାହାର ସଂପ୍ରସାରଣ ହେଉଛି, ଏକ ସୁଦୃଢ ଟେକ୍ନୋଲୋଜି ପ୍ଲାଟଫର୍ମ ମିଳୁଛି।

ସାଥୀଗଣ,

ଆଜି ଭାରତରେ, ଯେଉଁଭଳି ଭାବରେ ଟେକ୍ନୋଲୋଜି ବା ପ୍ରଯୁକ୍ତିବିଦ୍ୟାକୁ ସୁଶାସନ ପାଇଁ, ଶାସନରେ ସଂସ୍କାର ଆଣିବାର ଏକ ଆଧାର ଭାବେ ପରିଗଣିତ କରାଯାଉଛି, ତାହା ନିଜକୁ ନିଜ ମଧ୍ୟରେ ସାଧାରଣ ଜନତାଙ୍କୁ ସଶକ୍ତ କରୁଛି, ଏହା ହେଉଛି ଅଦ୍ଭୁତପୂର୍ବ । ଡିଜିଟାଲ ଇଣ୍ଡିଆ ଅଭିଯାନ ଭାରତର ସାଧାରଣ ଜନତାଙ୍କୁ ଡିଜିଟାଲ ଟେକ୍ନୋଲୋଜି ସହିତ ସଂଯୋଗ କରି, ଦେଶର ଶକ୍ତିକୁ ଅନେକ ଗୁଣ ବୃଦ୍ଧି କରିଛି ଏବଂ ଆମେ ବହୁତ ଭଲ ଭାବରେ ଜାଣିଛୁ, ଆମ ଦେଶ ଗର୍ବର ସହିତ କହିପାରିବ, 130 କୋଟି ଆଧାର ନମ୍ବର, 118 କୋଟି ମୋବାଇଲ୍ ଉପଭୋକ୍ତା, ପାଖାପାଖି 80 କୋଟି ଇଣ୍ଟରନେଟ୍ ବ୍ୟବହାରକାରୀ, ପ୍ରାୟ 43 କୋଟି ଜନ- ଧନ ବ୍ୟାଙ୍କ ଖାତା,  ଏତେ ବଡ଼ ସଂଯୋଗକାରୀ ଭିତ୍ତିଭୂମି ବିଶ୍ବରେ କୌଣସି ସ୍ଥାନରେ ନାହିଁ । ଏହି ଡିଜିଟାଲ୍ ଭିତ୍ତିଭୂମି, ରାସନ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଦ୍ରୁତ ଏବଂ ପାରଦର୍ଶୀ ଢଙ୍ଗରେ ସାଧାରଣ ଭାରତୀୟଙ୍କ ପର୍ଯ୍ୟନ୍ତ ପହଞ୍ଚାଉଛି । ୟୁପିଆଇ ମାଧ୍ୟମରେ ଯେ କୌଣସି ସ୍ଥାନରେ, ଯେତେବେଳେ ବା ଯେକୌଣସି ସମୟରେ ଡିଜିଟାଲ୍ କାରବାର କରି ଆଜି ଭାରତ ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରି ପାରିଛି । ଏବେ ଦେଶରେ ଯେଉଁ ଇ-ରୂପି ଭାଉଚର ଆରମ୍ଭ ହୋଇଛି, ତହା ମଧ୍ୟ ଏକ ପ୍ରମୁଖ ପଦକ୍ଷେପ।

ସାଥୀଗଣ,

ଭାରତର ଡିଜିଟାଲ୍ ସମାଧାନ ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କୁ କରୋନା ବିରୋଧରେ ଲଢେଇରେ ବହୁତ ସାହାଯ୍ୟ କରିଛି, ଏକ ନୂତନ ଶକ୍ତି ଦେଇଛି । ଏବେ ଯେପରି, ଆରୋଗ୍ୟ ସେତୁ ଆପ ଦ୍ବାରା କରୋନା ସଂକ୍ରମଣର ବ୍ୟାପକତାକୁ ରୋକିବା ପାଇଁ ସଚେତନତା ସୃଷ୍ଟି କରିବା, ଜାଗରଣ ସୃଷ୍ଟି କରିବା, ସମଗ୍ର ପରିସ୍ଥିତିକୁ ଜାଣିବା, ନିଜର ଆଖପାଖ ଓ ପରିସରକୁ ଜାଣିବା, ସେଥିରେ ଆରୋଗ୍ୟ ସେତୁ ଆପ୍ ମଧ୍ୟ ବହୁତ ସାହାଯ୍ୟ କରିଛି । ସେହିଭଳି, ସମସ୍ତଙ୍କୁ ଟିକାନିଶୁଳ୍କ ଟିକା ଅଭିଯାନ ଅଧୀନରେ ଭାରତ ଆଜି ପ୍ରାୟ 90 କୋଟି ଡୋଜ୍ ଟିକାକରଣ କରିପାରିଛି, ଆପରେ ଏହାର ରେକର୍ଡ ଉପଲବ୍ଧ ହେଉଛି, ପ୍ରମାଣପତ୍ର ଉପଲବ୍ଧ ହେଉଛି, ତେବେ ଏଥିରେ କୋ-ୱିନର ବହୁତ ବଡ଼ ଭୂମିକା ରହିଛି । ପଞ୍ଜୀକରଣ ଠାରୁ ଆରମ୍ଭ କରି ସାର୍ଟିଫିକେଟ୍ ପର୍ଯ୍ୟନ୍ତ, ଏତେ ବଡ ଡିଜିଟାଲ୍ ପ୍ଲାଟଫର୍ମ, ବିଶ୍ବର ବଡ଼- ବଡ଼ ଦେଶଗୁଡିକ ପାଖରେ ମଧ୍ୟ ନାହିଁ।

ସାଥୀଗଣ,

କରୋନା ସମୟରେ ଟେଲି ମେଡିସିନର ମଧ୍ୟ ଅଦ୍ଭୁତ ପୂର୍ବ ସଂପ୍ରସାରଣ ହୋଇଛି । ଇ-ସଞ୍ଜୀବନୀ ମାଧ୍ୟମରେ ଏପର୍ଯ୍ୟନ୍ତ ପ୍ରାୟ 125 କୋଟି ପରାମର୍ଶ ସମ୍ପୂର୍ଣ୍ଣ ହୋଇଛି । ଏହି ସୁବିଧା ପ୍ରତିଦିନ ଦେଶର ଦୂରଦୂରାନ୍ତରେ ବସବାସ କରୁଥିବା ହଜାର ହଜାର ଦେଶବାସୀଙ୍କୁ ଘରେ ବସି ସହରର ବଡ଼ ବଡ଼ ଡାକ୍ତରଖାନାର ବିଶିଷ୍ଟ ଡାକ୍ତରମାନଙ୍କ ସହିତ ଯୋଗାଯୋଗ କରୁଛି । ବିଶିଷ୍ଟ ତଥା ପ୍ରସିଦ୍ଧ ଡାକ୍ତରଙ୍କ ସେବା ସହଜ ହୋଇଛି । ଆଜି ଏହି ଅବସରରେ ମୁଁ ଦେଶର ସମସ୍ତ ଡାକ୍ତର, ନର୍ସ ଏବଂ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଇବାକୁ ଚାହୁଁଛି । ତାହା ଟିକାକରଣ ହେଉ, କରୋନା ରୋଗୀଙ୍କ ଚିକିତ୍ସା ହେଉ, ସେମାନଙ୍କ ପ୍ରୟାସ କରୋନା ବିରୋଧରେ ଲଢେଇରେ ଦେଶକୁ ବହୁତ ଆଶ୍ବାସନ ଆଣି ଦେଇଛି, ବହୁତ ବଡ଼ ସାହାୟତା କରି ପାରିଛି।

ସାଥୀଗଣ,

ଆୟୁଷ୍ମାନ ଭାରତ- ପିଏମ୍-ଜୟ (PM JAY) ଗରିବ ଲୋକଙ୍କ ଜୀବନରୁ ବହୁତ ବଡ଼ ଚିନ୍ତା ଦୂର କରି ପାରିଛି । ଏପର୍ଯ୍ୟନ୍ତ 2 କୋଟିରୁ ଅଧିକ ଦେଶବାସୀ ଏହି ଯୋଜନା ଅଧୀନରେ ମାଗଣା ଚିକିତ୍ସା ସୁବିଧାର ଲାଭ ପାଇଛନ୍ତି ଏବଂ ଏହାର ଅଧା  ହିତାଧିକାରୀ ହେଉଛନ୍ତି ଆମର ମାଆ, ଭଉଣୀ, ଆମର ଝିଅମାନେ । ଏହା ନିଜକୁ ନିଜ ମଧ୍ୟରେ ଏକ ସନ୍ତୋଷ ଜନକ କଥା, ଏହା ମନକୁ ସନ୍ତୁଷ୍ଟ କରିବା ଭଳି ବିଷୟ। ଆମେ ସମସ୍ତେ ଆମ ପରିବାରର ଅବସ୍ଥା ଜାଣୁ, ଶସ୍ତା ଚିକିତ୍ସା ଅଭାବରୁ କେବଳ ଆମ ଦେଶର ମାଆ ଏବଂ ଭଉଣୀମାନେ ଅଧିକ କଷ୍ଟ ପାଉଥିଲେ । ଘରର ଚିନ୍ତା, ଘରର ଖର୍ଚ୍ଚ ବିଷୟରେ ଚିନ୍ତା, ଘରର ଅନ୍ୟ ଲୋକଙ୍କ ବିଷୟରେ ଚିନ୍ତା କରି, ଆମର ମାଆ​ଏବଂ ଭଉଣୀମାନେ ସବୁବେଳେ ନିଜ ଚିକିତ୍ସା ଖର୍ଚ୍ଚକୁ ଏଡାଇ ଦେଇ ଥାଆନ୍ତି, କ୍ରମାଗତ ଭାବେ ଏହାକୁ ଏଡ଼ାଇବାକୁ ଚେଷ୍ଟା କରନ୍ତି, ସେମାନେ ଏହା କୁହନ୍ତି ଯେ ନାହିଁ ଏବେ ଠିକ୍ ହୋଇଯିବ ନା, ଏହା କେବଳ ଗୋଟିଏ ଦିନର କଥା, ନାହିଁ, ଯଦି ମୁଁ ଏପରି ଏକ ପାନେ ନେଇଯିବି, ତେବେ ଏହା ଠିକ୍ ହୋଇଯିବ । କାରଣ ମାଆର ହୃଦୟ ନା, ସେ ଦୁଃଖ ଯନ୍ତ୍ରଣା ସହି ଯାଏ କିନ୍ତୁ ପରିବାର ଉପରେ କୌଣସି ଆର୍ଥିକ ବୋଝ ଲଦି ଦିଏ ନାହିଁ।

ସାଥୀଗଣ,

ଯେଉଁମାନେ ଆୟୁଷ୍ମାନ ଭାରତ ଅଧୀନରେ, ଏପର୍ଯ୍ୟନ୍ତ ଚିକିତ୍ସାର ଲାଭ ନେଇଛନ୍ତି କିମ୍ବା ଯେଉଁମାନେ ଉପଚାର କରାଉଛନ୍ତି, ସେମାନଙ୍କ ମଧ୍ୟରେ ଲକ୍ଷ ଲକ୍ଷ ସାଥୀ ଅଛନ୍ତି । ଯେଉଁମାନେ ଏହି ଯୋଜନା ପୂର୍ବରୁ ଡାକ୍ତରଖାନା ଯିବାକୁ ସାହସ କରିପାରୁନଥିଲେ, ଏଡାଇ ଚାଲିଥିଲେ। ସେମାନେ ଯନ୍ତ୍ରଣା ସହୁଥିଲେ, ଯେକୌଣସି ପ୍ରକାରେ ଜୀବନର ଗାଡିକୁ ଟାଣି ନେଉଥିଲେ କିନ୍ତୁ ଅର୍ଥ ଅଭାବ ଯୋଗୁ ଡାକ୍ତରଖାନା ଯାଇପାରୁନଥିଲେ । ଏହି ଅସୁବିଧାକୁ ହୃଦୟଙ୍ଗମ କରିବା ପରେ ଏହା ଆମ ମନ ପ୍ରାଣକୁ ଦୋହଲାଇ ଦେଇଥିଲା । ଏହି କରୋନା କାଳରେ ମୁଁ ଏପରି ପରିବାରମାନଙ୍କୁ ଭେଟିଥିଲି ଏବଂ ତାହା ପୂର୍ବରୁ ଯେତେବେଳେ ଏହି ଲୋକମାନେ ଏଇ ଆୟୁଷ୍ମାନର ସେବା ନେଉଥିଲେ । କିଛି ବୟସ୍କମାନେ କହୁଥିଲେ ମୁଁ ଚିକିତ୍ସା ପାଇଁ ଯାଉନାହିଁ କାରଣ, ମୁଁ ମୋ ପିଲାମାନଙ୍କ ଉପରେ କୌଣସି ଋଣ ବୋଝ ଛାଡିଯିବାକୁ ଚାହୁଁ ନାହିଁ । ମୁଁ ଏହାକୁ ନିଜେ ସହି ନେବି, ହୁଏତ ଖୁବ ଶୀଘ୍ର ଯିବାକୁ ପଡିବ, ଯଦି ଭଗବାନ ଡାକି ନିଅନ୍ତି, ମୁଁ ଚାଲିଯିବି, କିନ୍ତୁ ପିଲାମାନଙ୍କ ଉପରେ କୌଣସି ଆର୍ଥିକ ଋଣ ଛାଡିବାକୁ ପଡିବ ନାହିଁ, ତେଣୁ ସେମାନେ ଚିକିତ୍ସା କରାଉନଥିଲେ ଆଉ ଏଠାରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଆମମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଆମ ପରିବାରରେ, ନିଜର ଆଖପାଖରେ, ଏପରି ଅନେକ ଲୋକଙ୍କୁ ଦେଖିଥିବେ । ଆମ ମଧ୍ୟରୁ ଅଧିକାଂଶ ଲୋକ ନିଜେ ଏହିଭଳି ଚିନ୍ତାଧାରା ଦେଇ ଗତି କରିଛନ୍ତି।

ସାଥୀଗଣ,

ଏବେ ତ ହେଉଛି କୋରାନା ସମୟ, କିନ୍ତୁ ଏହା ପୂର୍ବରୁ, ଯେତେବେଳେ ମୁଁ ମଧ୍ୟ ଦେଶରେ ରହୁଥିଲି, ମୁଁ ରାଜ୍ୟଗୁଡ଼ିକୁ ଯାଉଥିଲି। ସେତେବେଳେ ମୋର ପ୍ରୟାସ ରହୁଥିଲା ଯେ, ମୁଁ ଆୟୁଷ୍ମାନ ଭାରତର ହିତାଧିକାରୀଙ୍କୁ ନିଶ୍ଚିତ ଭେଟୁଥିଲି । ମୁଁ ସେମାନଙ୍କୁ ସାକ୍ଷାତ କରୁଥିଲି, ତାଙ୍କ ସହିତ କଥାବାର୍ତ୍ତା ହେଉଥିଲି । ସେମାନଙ୍କର ଦୁଃଖ ଯନ୍ତ୍ରଣା, ସେମାନଙ୍କର ଅନୁଭବ, ସେମାନଙ୍କର ପରାମର୍ଶ, ମୁଁ ସେମାନଙ୍କଠାରୁ ସିଧାସଳଖ ନେଉଥିଲି । ଯଦିଓ ଏହି କଥା ଗଣମାଧ୍ୟମରେ ଏବଂ ସର୍ବସାଧାରଣରେ ଅଧିକ ଆଲୋଚନା ହୋଇନଥିଲା, କିନ୍ତୁ ମୁଁ ଏହାକୁ ମୋର ଦୈନନ୍ଦିନ ଅଭ୍ୟାସରେ ପରିଣତ କରିଥିଲି । ଆୟୁଷ୍ମାନ ଭାରତର ଶହ ଶହ ହିତାଧିକାରୀଙ୍କୁ ମୁଁ ବ୍ୟକ୍ତିଗତ ଭାବେ ଭେଟିଛି ଏବଂ ମୁଁ କିପରି ଭୁଲି ପାରିବି ସେହି ବୃଦ୍ଧ ମାଆଙ୍କୁ, ଯିଏ କି ବର୍ଷ ବର୍ଷ ଧରି ଯନ୍ତ୍ରଣା ଭୋଗିବା ପରେ ପଥୁରୀର ଅପରେସନ୍ କରିପାରିଥିଲା, ସେହି ଯୁବକଙ୍କୁ ଯିଏକି କିଡନୀ ରୋଗରେ ପୀଡିତ ହୋଇ ସମସ୍ୟା ମଧ୍ୟରେ ଥିଲା, କାହାର ଗୋଡରେ ଯନ୍ତ୍ରଣା ଥିଲା, କାହାର ମେରୁଦଣ୍ଡରେ ସମସ୍ୟା, ସେମାନଙ୍କ ମୁହଁର ଭାବକୁ ମୁଁ ଭୁଲି ପାରିବି ନାହିଁ । ଆଜି ଆୟୁଷ୍ମାନ ଭାରତ ଏଭଳି ସମସ୍ତ ଲୋକଙ୍କ ପାଇଁ ଏକ ବଡ଼ ସମ୍ବଳ ହୋଇ ପାରିଛି । କିଛି ସମୟ ପୂର୍ବରୁ ଏଠାରେ ଯେଉଁ ଚଳଚ୍ଚିତ୍ର ପ୍ରଦର୍ଶିତ ହେଲା, ଯେଉଁ କଫି ଟେବୁଲ୍ ବୁକ୍ ଉନ୍ମୋଚିତ କରାଗଲା, ସେଥିରେ ବିଶେଷ କରି ସେହି ମାଆ ଏବଂ ଭଉଣୀମାନଙ୍କ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି । ବିଗତ 3 ବର୍ଷ ମଧ୍ୟରେ ସରକାର ଯେଉଁ ହଜାର ହଜାର କୋଟି ଟଙ୍କା ବ୍ୟୟ କରିଛନ୍ତି, ତାହା ଲକ୍ଷ ଲକ୍ଷ ପରିବାରକୁ ଦାରିଦ୍ର୍ୟର କୁଚକ୍ରରେ ଫସିଯିବାରୁ ରକ୍ଷା କରିଛି । କେହି ଗରିବ ହେବାକୁ ଚାହାଁନ୍ତି ନାହିଁ, ସମସ୍ତେ କଠିନ ପରିଶ୍ରମ କରି ଦାରିଦ୍ର୍ୟରୁ ମୁକ୍ତି ପାଇବାକୁ ଚେଷ୍ଟା କରନ୍ତି, ସୁଯୋଗ ଖୋଜିଥାନ୍ତି । ବେଳେବେଳେ ଏହା ଦେଖାଯାଏ ଯେ ହଁ, ଅଳ୍ପ ସମୟ ମଧ୍ୟରେ ସେମାନେ ଦାରିଦ୍ର୍ୟରୁ ବାହାରକୁ ଆସିଯିବେ, ଏବଂ ହଠାତ୍ ପରିବାରରେ ଏକ ରୋଗ ଆସିଯାଏ, ସେତେବେଳେ, ସମସ୍ତ କଠିନ ପରିଶ୍ରମ ମାଟିରେ ମିଶିଯାଏ। ତାପରେ ସେ ପୁଣି ପାଞ୍ଚରୁ ଦଶ ବର୍ଷ ପଛକୁ ସେହି ଦାରିଦ୍ର୍ୟର ଚକ୍ରରେ ଫସିଯାଇଥାଏ। ରୋଗ ବା ବେମାରୀ ସମଗ୍ର ପରିବାରକୁ ଦାରିଦ୍ର୍ୟର କୁଚକ୍ରରୁ ବାହାରକୁ ଆସିବାକୁ ଦେଇନଥାଏ ଆଉ ଏଥିପାଇଁ ଆୟୁଷ୍ମାନ ଭାରତ ସମେତ ସ୍ୱାସ୍ଥ୍ୟସେବା ସହିତ ଜଡିତ ଯାହା ମଧ୍ୟ ସମାଧାନ ସରକାର ସାମ୍ନାକୁ ଆଣୁଛନ୍ତି, ତାହା  ହେଉଛି ଦେଶର ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଏକ ବହୁତ ବଡ଼ ନିବେଶ।

ଭାଇ  ଭଉଣୀମାନେ,

ଆୟୁଷ୍ମାନ ଭାରତ - ଡିଜିଟାଲ ମିଶନ, ଡାକ୍ତରଖାନାଗୁଡ଼ିକରେ ପ୍ରକ୍ରିୟାକୁ ସରଳ କରିବା ସହିତ ବଞ୍ଚିବାର ସହଜତା ବୃଦ୍ଧି କରିବ । ବର୍ତ୍ତମାନ, ଡାକ୍ତରଖାନାଗୁଡ଼ିକରେ ଟେକ୍ନୋଲୋଜିର ଯେଉଁ ବ୍ୟବହାର ହେଉଛି, ତାହା କେବଳ ଗୋଟିଏ ଡାକ୍ତରଖାନା କିମ୍ବା ଗୋଟିଏ ଗ୍ରୁପର ଡାକ୍ତରଖାନା  ମଧ୍ୟରେ ସୀମିତ ରହିଥାଏ । ଯେତେବେଳେ ଜଣେ ନୂଆ ରୋଗୀ ଏକ ନୂତନ ଡାକ୍ତରଖାନା କିମ୍ବା ଏକ ନୂତନ ସହରକୁ ଯାଆନ୍ତି, ତାଙ୍କୁ ପୁନର୍ବାର ସେହି ସମାନ ପ୍ରକ୍ରିୟା ଦେଇ ଗତି କରିବାକୁ ପଡିଥାଏ । ଡିଜିଟାଲ୍ ସ୍ୱାସ୍ଥ୍ୟ ରେକର୍ଡଗୁଡିକର ଅଭାବରେ, ତାଙ୍କୁ ବର୍ଷ ବର୍ଷ ଧରି ଚାଲି ଆସୁଥିବା ଧାରା ଅନୁସାରେ ଫାଇଲକୁ  ନେଇ ଚାଲିବାକୁ ପଡିଥାଏ । ଜରୁରୀକାଳୀନ ପରିସ୍ଥିତିରେ, ଏହା ମଧ୍ୟ ସମ୍ଭବ ହୋଇ ନ ଥାଏ। ଏହି କାରଣରୁ, ଉଭୟ ରୋଗୀ ଏବଂ ଡାକ୍ତରଙ୍କ ଅନେକ ସମୟ ନଷ୍ଟ ହୋଇଥାଏ, ସମସ୍ୟା ମଧ୍ୟ ଅଧିକ ହୋଇଥାଏ ଏବଂ ଚିକିତ୍ସା ଖର୍ଚ୍ଚ ମଧ୍ୟ ବହୁତ ଅଧିକ ବଢି ଯାଇଥାଏ । ଆମେ ପ୍ରାୟତଃ ଦେଖିଥାଉ ଯେ ଡାକ୍ତରଖାନା ଯିବା ସମୟରେ ଅନେକ ଲୋକଙ୍କ ପାଖରେ ଡାକ୍ତରୀ ବା ମେଡିକାଲ ରେକର୍ଡ ନଥାଏ । ଏଭଳି ପରିସ୍ଥିତିରେ, ଡାକ୍ତରୀ ପରାମର୍ଶ, ଯାଞ୍ଚ ଯାହା ମଧ୍ୟ କରାଯାଇଥାଏ, ଏହାକୁ ସମ୍ପୂର୍ଣ୍ଣ ମୂଳରୁ ଆରମ୍ଭ କରିବାକୁ ପଡିଥାଏ, ଏହାକୁ ପୁନର୍ବାର ନୂଆକରି ଆରମ୍ଭ କରିବାକୁ ପଡିଥାଏ । ଚିକିତ୍ସା ଇତିହାସର ରେକର୍ଡ ଅଭାବ ଯୋଗୁଁ ଏହା ଅଧିକ ସମୟ ନେଇଥାଏ ଏବଂ ଖର୍ଚ୍ଚ ବଢିଯାଇଥାଏ ଏବଂ ବେଳେବେଳେ ଚିକିତ୍ସା ମଧ୍ୟ ପରସ୍ପର ବିରୋଧୀ ହୋଇଯାଏ ଆଉ ଗ୍ରାମାଞ୍ଚଳରେ ରହୁଥିବା ଆମର ଭାଇ ଓ ଭଉଣୀମାନେ ଏହି କାରଣରୁ ବହୁତ କଷ୍ଟ ପାଆନ୍ତି । କେବଳ ଏତିକି ନୁହେଁ, ଡାକ୍ତରମାନଙ୍କର ବିଜ୍ଞାପନ କେବେବି ଖବରକାଗଜରେ ବାହାରେ ନାହିଁ । ଏହି କଥା କାନକୁ କାନ ଦେଇ ପହଞ୍ଚି ଯାଇଥାଏ ଯେ, ଅମୁକ ଡାକ୍ତର ବହୁତ ଭଲ, ମୁଁ ଯାଇଥିଲି ଭଲ ହୋଇଗଲା। ବର୍ତ୍ତମାନ ଏହି କାରଣରୁ, ଡାକ୍ତରଙ୍କ ସୂଚନା ସମସ୍ତଙ୍କ ନିକଟରେ ପହଞ୍ଚିବ ଯେ ଭାଇ ହଁ ଏତେ ବଡ଼ ଭଲ ଡାକ୍ତର, କିଏ ଏହି ବିଷୟରେ ଜାଣିଛନ୍ତି, କାହା ପାଖରେ ପହଞ୍ଚିବା ଉଚିତ୍, କିଏ ନିକଟରେ ଅଛନ୍ତି, କେଉଁଠାରେ ଶୀଘ୍ର ପହଞ୍ଚିପାରିବେ, ସମସ୍ତ ସୁବିଧା ଏବଂ ଆପଣ ଜାଣନ୍ତି ଆଉ ମୁଁ ଗୋଟିଏ କଥା କହିବାକୁ ଚାହେଁ ଏହି ସମସ୍ତ ନାଗରିକଙ୍କ ଲାଗି ଏହିସବୁ ସମସ୍ୟାରୁ ମୁକ୍ତି ଦେବାରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।

ସାଥୀଗଣ,

ଆୟୁଷ୍ମାନ ଭାରତ - ଡିଜିଟାଲ୍ ମିଶନ୍, ବର୍ତ୍ତମାନ ସାରା ଦେଶର ଡାକ୍ତରଖାନାଗୁଡ଼ିକର ଡିଜିଟାଲ୍ ସ୍ୱାସ୍ଥ୍ୟ ସମାଧାନକୁ ପରସ୍ପର ସହିତ ସଂଯୋଗ କରିବ । ଏହା ଅଧୀନରେ ଦେଶବାସୀମାନଙ୍କୁ ଏବେ ଏକ ଡିଜିଟାଲ୍ ସ୍ୱାସ୍ଥ୍ୟ ପରିଚୟ ମିଳିବ । ପ୍ରତ୍ୟେକ ନାଗରିକଙ୍କ ସ୍ୱାସ୍ଥ୍ୟ ରେକର୍ଡ ଡିଜିଟାଲ୍  ପଦ୍ଧତିରେ ସୁରକ୍ଷିତ ରହିବ । ଡିଜିଟାଲ୍ ସ୍ୱାସ୍ଥ୍ୟ ପରିଚୟ ମାଧ୍ୟମରେ ରୋଗୀ ନିଜେ ଏବଂ ଡାକ୍ତର ମଧ୍ୟ ଆବଶ୍ୟକ ହେଲେ ପୁରୁଣା ରେକର୍ଡଗୁଡିକ ଯାଞ୍ଚ କରିପାରିବେ । କେବଳ ଏତିକି ନୁହେଁ, ଏଥିରେ ଡାକ୍ତର, ନର୍ସ, ପାରାମେଡିକ୍ସ ଭଳି ସହକର୍ମୀଙ୍କର ମଧ୍ୟ ପଞ୍ଜିକରଣ ହେବ । ଦେଶରେ ଯେଉଁ ଡାକ୍ତରଖାନା, କ୍ଲିନିକ୍, ଲ୍ୟାବ, ଔଷଧ ଦୋକାନ, ତାହା ସବୁ ମଧ୍ୟ ପଞ୍ଜିକୃତ ହେବ। ଅର୍ଥାତ ଏହି ଡିଜିଟାଲ୍ ମିଶନ୍, ସ୍ୱାସ୍ଥ୍ୟ ସହିତ ଜଡିତ ପ୍ରତ୍ୟେକ ହିତାଧିକାରୀଙ୍କୁ ଏକ ପ୍ଲାଟଫର୍ମରେ ଏକାଠି କରି ପାରିବ।

ସାଥୀଗଣ,

ଏହି ମିଶନର ସବୁଠାରୁ ବଡ ଲାଭ ଦେଶର ଗରିବ ଏବଂ ମଧ୍ୟବିତ୍ତ ବର୍ଗଙ୍କୁ ମିଳିବ । ଏହାର ଆଉ ଏକ ସୁବିଧା ହେଉଛି ଯେ ଦେଶର ଯେକୌଣସି ସ୍ଥାନରେ ଡାକ୍ତରଙ୍କୁ ଖୋଜିବା ସହଜ ହେବ, ଯିଏ ତାଙ୍କ ଭାଷା ଜାଣିଥିବେ ଏବଂ ବୁଝୁଥିବେ ତଥା ତାଙ୍କ ରୋଗର ସର୍ବୋତ୍ତମ ଚିକିତ୍ସାରେ ଅଭିଜ୍ଞ ଥିବେ। ଏହା ଦ୍ବାରା ଦେଶର ଯେକୌଣସି କୋଣରେ ଥିବା ବିଶେଷଜ୍ଞ ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ରୋଗୀଙ୍କୁ ସୁବିଧା ହେବ । କେବଳ ଡାକ୍ତର ନୁହଁନ୍ତି, ବରଂ ଉତ୍ତମ ପରୀକ୍ଷା ପାଇଁ ପରୀକ୍ଷାଗାର ଏବଂ ଔଷଧ ଦୋକାନ ମଧ୍ୟ ସହଜରେ ଚିହ୍ନଟ କରି ହେବ।

ସାଥୀଗଣ,

ଏହି ଆଧୁନିକ ପ୍ଲାଟଫର୍ମ ଦ୍ବାରା ଚିକିତ୍ସା ଏବଂ ସ୍ୱାସ୍ଥ୍ୟସେବା ନୀତି ପ୍ରସ୍ତୁତ ସହିତ ସମ୍ପୃକ୍ତ ସମଗ୍ର ଇକୋସିଷ୍ଟମ୍ ଅଧିକ ପ୍ରଭାବଶାଳୀ ହେବାକୁ ଯାଉଛି । ଡାକ୍ତର ଏବଂ ଡାକ୍ତରଖାନା ଏହି ପ୍ଲାଟଫର୍ମକୁ ବ୍ୟବହାର କରି ଦୂର ଦୂରାନ୍ତରେ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ସକ୍ଷମ ହେବେ।  ପ୍ରଭାବଶାଳୀ ଏବଂ ନିର୍ଭରଯୋଗ୍ୟ ତଥ୍ୟ ସହିତ ଏହା ଚିକିତ୍ସାରେ ଉନ୍ନତି ଆଣିବ ଏବଂ ରୋଗୀଙ୍କୁ ମଧ୍ୟ ବଞ୍ଚାଇବ ପାରିବ।

ଭାଇ  ଭଉଣୀମାନେ,

ଦେଶରେ ସ୍ୱାସ୍ଥ୍ୟ ସେବାକୁ ସହଜ ତଥା ସୁଗମ କରିବା ପାଇଁ  ଆଜି ସାରା ଦେଶରେ ଏ ଯେଉଁ ଅଭିଯାନ ଆରମ୍ଭ ହୋଇଛି, ଏହା ଗତ 6-7 ବର୍ଷ ଧରି ଚାଲିଆସୁଥିବା ନିରନ୍ତର ପ୍ରକ୍ରିୟାର ଏକ ଅଂଶ । ବର୍ଷ ବର୍ଷ ଧରି ଭାରତ, ଦେଶରେ ସ୍ୱାସ୍ଥ୍ୟ ଓ ଚିକିତ୍ସା​‌​‌ ସହିତ ଜଡିତ ଦଶନ୍ଧି ଦଶନ୍ଧିର ଚିନ୍ତାଧାରା ଏବଂ ଆଭିମୁଖ୍ୟକୁ ବଦଳାଇ ଦେଇଛି । ବର୍ତ୍ତମାନ ଭାରତରେ ଏକ ଏଭଳି ସ୍ୱାସ୍ଥ୍ୟ ମଡେଲ ଉପରେ କାର୍ଯ୍ୟ ଚାଲିଛି ଯାହା ହେଉଛି ସାମଗ୍ରିକ ଓ ସମାବେଶୀ। ଏକ ଏଭଳି ମଡେଲ୍ ଯେଉଁଥିରେ ରୋଗ ଅପେକ୍ଷା ନିରାକରଣ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି, ଅର୍ଥାତ ପ୍ରତିଷେଧକ ସ୍ୱାସ୍ଥ୍ୟସେବା, ରୋଗ ଅବସ୍ଥାରେ ଚିକିତ୍ସା ସମସ୍ତଙ୍କ ପାଇଁ ସୁଲଭ ହେଉ, ଶସ୍ତା ଏବଂ ସମସ୍ତଙ୍କ ପାଇଁ ଉପଲବ୍ଧ ହେଉ। ଯୋଗ ଏବଂ ଆୟୁର୍ବେଦ ଭଳି ଆମର ପାରମ୍ପରିକ ଆୟୁଷ ଚିକିତ୍ସା ପ୍ରଣାଳୀ ଉପରେ ଗୁରୁତ୍ୱ ଦିଆଯିବା ସହିତ ଏପରି ସମସ୍ତ କାର୍ଯ୍ୟକ୍ରମ ଗରିବ ଏବଂ ମଧ୍ୟବିତ୍ତ ବର୍ଗର ଲୋକଙ୍କୁ ରୋଗର କୁଚକ୍ରରୁ ରକ୍ଷା କରିବା ପାଇଁ ଆରମ୍ଭ ହୋଇଛି । ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଏବଂ ଉନ୍ନତ ଚିକିତ୍ସା ସୁବିଧା, ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଏକ ନୂତନ ସ୍ୱାସ୍ଥ୍ୟ ନୀତି ପ୍ରସ୍ତୁତ କରାଯାଇଛି । ଆଜି ଦେଶରେ ଏମ୍ସ (AIIMS) ଭଳି ବହୁତ ବଡ ଏବଂ ଆଧୁନିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ଏକ ନେଟୱାର୍କ ମଧ୍ୟ ସୃଷ୍ଟି କରାଯାଉଛି । ପ୍ରତ୍ୟେକ 3ଟି ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ଗୋଟିଏ ମେଡିକାଲ କଲେଜର ମଧ୍ୟ ନିର୍ମାଣ ଚାଲିଛି ।

ସାଥୀଗଣ,

ଭାରତରେ ସ୍ୱାସ୍ଥ୍ୟ ସୁବିଧାକୁ ଉନ୍ନତ ଓ ସୁଦୃଢ କରିବା ପାଇଁ ବହୁତ ଆବଶ୍ୟକ ଯେ, ଗ୍ରାମଗୁଡ଼ିକରେ ଯେଉଁ ଚିକିତ୍ସା ସୁବିଧା ଉପଲବ୍ଧ ହେଉଛି, ସେଥିରେ ସଂସ୍କାର ଆସୁ । ଆଜି ଦେଶରେ ଉଭୟ ଗ୍ରାମ ତଥା ଘର ନିକଟରେ ହିଁ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ସହିତ ଜଡିତ ନେଟୱାର୍କକୁ  ସ୍ବାସ୍ଥ୍ୟ ଏବଂ  ଆରୋଗ୍ୟ କେନ୍ଦ୍ର ଦ୍ବାରା ମଜବୁତ କରାଯାଉଛି । ଏପର୍ଯ୍ୟନ୍ତ ଏଭଳି ପ୍ରାୟ 80 ହଜାର କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ଏହି କେନ୍ଦ୍ରଗୁଡିକ ନିତ୍ୟ ଆବଶ୍ୟକ ଚେକଅପ୍ ଏବଂ ଟିକାକରଣ ଠାରୁ ଆରମ୍ଭ କରି ଗୁରୁତର ରୋଗର ପ୍ରାରମ୍ଭିକ ଯାଞ୍ଚ ଏବଂ ବିଭିନ୍ନ ପ୍ରକାରର ପରୀକ୍ଷଣ ସୁବିଧା ସହିତ ସଜ୍ଜିତ ହୋଇଛି । ଏଭଳି ପ୍ରୟାସ ହେଉଛି ଯେ, ଏହି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ସଚେତନତା ବୃଦ୍ଧି କରିବା ଏବଂ ସମୟ ପୂର୍ବରୁ ଗୁରୁତର ରୋଗ ଚିହ୍ନଟ କରିବା।

ସାଥୀଗଣ,

କରୋନା ବୈଶ୍ବିକ ମହାମାରୀର ଏହି ସମୟରେ, ଚିକିତ୍ସା ଭିତ୍ତିଭୂମି ନିର୍ମାଣକୁ ନିରନ୍ତର ଗତି ଦିଆଯାଉଛି । ଦେଶର ଜିଲ୍ଲା ଡାକ୍ତରଖାନାଗୁଡ଼ିକରେ ଜଟିଳ ଚିକିତ୍ସା ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି, ପିଲାମାନଙ୍କର ଚିକିତ୍ସା ପାଇଁ ଜିଲ୍ଲା ତଥା ବ୍ଲକ ଡାକ୍ତରଖାନାରେ ସ୍ୱତନ୍ତ୍ର ସୁବିଧା ସୃଷ୍ଟି କରାଯାଉଛି । ଜିଲ୍ଲା ସ୍ତରୀୟ ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନ କାରଖାନା ମଧ୍ୟ ସ୍ଥାପନ କରାଯାଉଛି ।

ସାଥୀଗଣ,

ଭାରତର ସ୍ୱାସ୍ଥ୍ୟ କ୍ଷେତ୍ରକୁ ପରିବର୍ତ୍ତନ କରିବା ପାଇଁ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ମଧ୍ୟ ଅଦ୍ଭୁତପୂର୍ବ ସଂସ୍କାର ହେଉଛି । 7-8 ବର୍ଷ ତୁଳନାରେ ଆଜି ଦେଶରେ ଅଧିକ ଡାକ୍ତର ଏବଂ ପାରାମେଡିକାଲ୍ ମାନବ ସମ୍ବଳ ପ୍ରସ୍ତୁତ କରାଯାଉଛି । କେବଳ ମାନବ ସମ୍ବଳ ହିଁ ନୁହେଁ ବରଂ ଦେଶରେ ସ୍ୱାସ୍ଥ୍ୟ ସହିତ ଜଡିତ ଆଧୁନିକ ଜ୍ଞାନକୌଶଳ, ବାୟୋଟେକ୍ନୋଲୋଜି ସହିତ ଜଡିତ ଗବେଷଣା, ଔଷଧ ଏବଂ ଉପକରଣରେ ଆତ୍ମନିର୍ଭରଶୀଳତାକୁ ନେଇ ଦେଶରେ ମିଶନ ମୋଡରେ କାର୍ଯ୍ୟ ଚାଲୁ ରହିଛି । କରୋନା ଟିକାର ବିକାଶ ଏବଂ ଉତ୍ପାଦନରେ ଭାରତ ଯେପରି ନିଜର ସାମର୍ଥ୍ୟ ପ୍ରଦର୍ଶନ କରିଛି, ତାହା ଆମକୁ ଗର୍ବରେ ପରିପୂର୍ଣ୍ଣ କରିଦେଇଛି । ସ୍ୱାସ୍ଥ୍ୟ ଉପକରଣ ଏବଂ ଔଷଧର କଞ୍ଚାମାଲ ପାଇଁ ପିଏଲଆଇ(PLI) ଯୋଜନା ମଧ୍ୟ ଏହି କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଅଭିଯାନକୁ ବହୁତ ଶକ୍ତି ପ୍ରଦାନ କରୁଛି ।

ସାଥୀଗଣ,

ଏକ ଉନ୍ନତ ଚିକିତ୍ସା ବ୍ୟବସ୍ଥା ସହିତ, ଏହା ମଧ୍ୟ ଆବଶ୍ୟକ ଯେ ଗରିବ ଏବଂ ମଧ୍ୟବିତ୍ତ ବର୍ଗର ଔଷଧ ପାଇଁ ସର୍ବନିମ୍ନ ଖର୍ଚ୍ଚ ହେଉ । ଏଥିପାଇଁ କେନ୍ଦ୍ର ସରକାର ଅନେକ ଅତ୍ୟାବଶ୍ୟକ ଔଷଧ,  ଅସ୍ତ୍ରୋପଚାର ସାମଗ୍ରୀ, ଡାୟଲିସିସ୍ ଭଳି ସେବା ଏବଂ ସାମଗ୍ରୀର ମୂଲ୍ୟ ଶସ୍ତା କରିଛନ୍ତି। ଚିକିତ୍ସାରେ ସର୍ବାଧିକ ବ୍ୟବହାର ପାଇଁ ଭାରତରେ ପ୍ରସ୍ତୁତ ବିଶ୍ୱର ସର୍ବଶ୍ରେଷ୍ଠ ଜେନେରିକ୍ ଔଷଧର ଅଧିକରୁ ଅଧିକ ବ୍ୟବହାର କରିବାକୁ ପ୍ରୋତ୍ସାହନ ଦିଆଯାଇଛି । 8 ହଜାରରୁ ଅଧିକ ଜନଔଷଧି କେନ୍ଦ୍ର ଗରିବ ଏବଂ ମଧ୍ୟବିତ୍ତ ଲୋକଙ୍କୁ ବହୁତ ଆଶ୍ବସ୍ତି ଆଣି ଦେଇଛି ଏବଂ ମୁଁ ମଧ୍ୟ ବିଗତ ଦିନରେ ଏପରି ରୋଗୀଙ୍କ ସହ ଅନେକ ଥର କଥାବାର୍ତ୍ତା କରିବାର ସୁଯୋଗ ପାଇଛି, ଯେଉଁମାନେ ଜନଔଷଧି କେନ୍ଦ୍ରରୁ ଔଷଧ ନେଇ ସେବନ କରୁଛନ୍ତି ଆଉ ମୁଁ କିଛି ପରିବାରରେ ଏହା ଦେଖିଛି ଯେଉଁମାନେ ବାର୍ଦ୍ଧକ୍ୟ ଏବଂ କିଛି ରୋଗ ପାଇଁ ଦୈନିକ କିଛି ନା କିଛି ଔଷଧ ନେବାକୁ ପଡିଥାଏ । ଏହି ଜନଔଷଧି କେନ୍ଦ୍ର ଯୋଗୁ ଏହିପରି ମଧ୍ୟବିତ୍ତ ପରିବାରର ମାସକୁ ହଜାର, ପନ୍ଦର ଶହ, ଦୁଇ-ଦୁଇ ହଜାର ଟଙ୍କା ସଞ୍ଚୟ କରାଯାଇ ପାରୁଛି।

ସାଥୀଗଣ,

ଏହା ମଧ୍ୟ ଏକ ସଂଯୋଗ ଯେ, ଆଜିର ଏହି କାର୍ଯ୍ୟକ୍ରମ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଆୟୋଜିତ ହେଉଛି । କିଛି ଲୋକ ପ୍ରଶ୍ନ କରିପାରନ୍ତି ଯେ ପର୍ଯ୍ୟଟନ ସହିତ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମର କ’ଣ ସମ୍ପର୍କ ରହିଛି ? କିନ୍ତୁ ପର୍ଯ୍ୟଟନ ସହିତ ସ୍ୱାସ୍ଥ୍ୟର ଏକ ଦୃଢ ସମ୍ପର୍କ ରହିଛି। କାରଣ ଯେତେବେଳେ ଆମର ସ୍ୱାସ୍ଥ୍ୟ ଭିତ୍ତିଭୂମି ସମନ୍ବିତ ହେଉଛି, ଶକ୍ତିଶାଳୀ ହେଉଛି, ସେତେବେଳେ ଏହାର ପ୍ରଭାବ ପର୍ଯ୍ୟଟନ କ୍ଷେତ୍ର ଉପରେ ମଧ୍ୟ ପଡିଥାଏ। କ’ଣ ଜଣେ ପର୍ଯ୍ୟଟକ ଏଭଳି ଏକ ସ୍ଥାନକୁ ଆସିବାକୁ ଚାହାଁନ୍ତି ଯେଉଁଠାରେ ଜରୁରୀକାଳୀନ ପରିସ୍ଥିତିରେ ଭଲ ଚିକିତ୍ସା ସୁବିଧା ଥିବ? ଆଉ କରୋନା ପରେ, ବର୍ତ୍ତମାନ ଏହା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ଯେଉଁଠାରେ ଯେତେ ଅଧିକ ଟିକାକରଣ ହେବ, ପର୍ଯ୍ୟଟକମାନେ ସେଠାକୁ ଯିବା ପାଇଁ ଅଧିକ ନିରାପଦ ଅନୁଭବ କରିବେ ଏବଂ ଆପଣ ଦେଖିଥିବେ, ହିମାଚଳ ହେଉ, ଉତ୍ତରାଖଣ୍ଡ ହେଉ, ସିକ୍କିମ୍ ହେଉ, ଗୋଆ ହେଉ, ଆମର ଏହି ପର୍ଯ୍ୟଟନ ସ୍ଥଳ ଥିବା ରାଜ୍ୟ, ସେଠାରେ ବହୁତ ଦ୍ରୁତ ଗତିରେ ଆଣ୍ଡାମାନ ଏବଂ ନିକୋବର ହେଉ  ବହୁତ ଦ୍ରୁତ ଗତିରେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି, କାରଣ ପର୍ଯ୍ୟଟକଙ୍କ ମନରେ ଏକ ଆତ୍ମବିଶ୍ୱାସ ସୃଷ୍ଟି ହୋଇଥାଏ । ଆଗାମୀ ବର୍ଷଗୁଡିକରେ ଏହା ନିଶ୍ଚିତ ଯେ, ଏହି ଦିଗଗୁଡିକ ଅଧିକ ଶକ୍ତିଶାଳୀ ହେବ । କାରଣ ଯେଉଁଠାରେ ସ୍ୱାସ୍ଥ୍ୟ ଭିତ୍ତିଭୂମୀ ଭଲ ହେବ, ସେଠାରେ ପର୍ଯ୍ୟଟନର ସମ୍ଭାବନା ବହୁତ ଭଲ। ଅର୍ଥାତ୍ ଡାକ୍ତରଖାନା ଏବଂ ଆତିଥ୍ୟ ପରସ୍ପର ସହିତ ମିଳିମିଶି ଚାଲିବେ ।

ସାଥୀଗଣ,

ଆଜି ଭାରତର ଡାକ୍ତର ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ବିଶ୍ବର ବିଶ୍ୱାସ କ୍ରମାଗତ ଭାବେ ବୃଦ୍ଧି ପାଉଛି । ବିଶ୍ୱରେ ଆମ ଦେଶର ଡାକ୍ତରମାନେ ବହୁତ ସମ୍ମାନ ଅର୍ଜନ କରିଛନ୍ତି, ଭାରତର ସୁନାମ ବୃଦ୍ଧି କରିଛନ୍ତି । ଯଦି ବିଶ୍ବର ବଡ଼ ବଡ଼ ଲୋକଙ୍କୁ ଆପଣ ପଚାରିବେ, ତେବେ ସେ କହିବେ, ମୋର ଡାକ୍ତର ହେଉଛନ୍ତି ଜଣେ ହିନ୍ଦୁସ୍ତାନୀ, ଅର୍ଥାତ୍ ଭାରତର ଡାକ୍ତରଙ୍କ ନାମ କହିବେ । ଯଦି ଭାରତରେ ଭିତ୍ତିଭୂମୀ ଉପଲବ୍ଧ ହେବ, ତେବେ ସ୍ୱାସ୍ଥ୍ୟ ସେବା ପାଇଁ ବିଶ୍ୱରୁ ଭାରତକୁ ଆସୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ । ଭିତ୍ତିଭୂମୀର ଅନେକ ମର୍ଯ୍ୟାଦା ଭିତରେ ମଧ୍ୟ ଲୋକମାନେ ଚିକିତ୍ସା ପାଇଁ ଭାରତକୁ ଆସନ୍ତି ଏବଂ ବେଳେବେଳେ ଆମେ ଏହା ବିଷୟରେ ବଡ଼ ଭାବପ୍ରବଣତାର କାହାଣୀ ଶୁଣିବାକୁ ପାଇଥାଉ। ଯେତେବେଳେ ଆମ ପାଖ ପଡୋଶୀ ଦେଶରୁ ଛୋଟ ପିଲାମାନେ ମଧ୍ୟ ସୁସ୍ଥ ହେବା ପରେ ଏଠାକୁ ଆସନ୍ତି, ଏକ ବଡ଼ ପରିବାରର ଖୁସି ଦେଖିବାକୁ ମିଳିଥାଏ, ଖୁସି ବ୍ୟାପିଯାଇଥାଏ ।

ସାଥୀଗଣ,

ଆମର ଟିକାକରଣ କାର୍ଯ୍ୟକ୍ରମ, କୋ-ୱିନ ଟେକ୍ନୋଲୋଜି ପ୍ଲାଟଫର୍ମ ଏବଂ ଫାର୍ମା କ୍ଷେତ୍ର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାରତର ପ୍ରତିଷ୍ଠାକୁ ଆହୁରି ବଢାଇ ଦେଇଛି । ଯେତେବେଳେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଦ୍ବାରା ଟେକ୍ନୋଲୋଜିର ନୂତନ ବ୍ୟବସ୍ଥା ବିକଶିତ ହେବ, ସେତେବେଳେ ବିଶ୍ବର ଯେକୌଣସି ଦେଶର ରୋଗୀଙ୍କ ପାଇଁ ଭାରତର ଡାକ୍ତରଙ୍କ ପରାମର୍ଶ, ଚିକିତ୍ସା କରିବା, ତାଙ୍କ ରିପୋର୍ଟ ଡାକ୍ତରଙ୍କ ନିକଟକୁ ପଠାଇ ପରାମର୍ଶ ନେବା ଅତ୍ୟନ୍ତ ସହଜ ହେବ। ନିଶ୍ଚିତ ଭାବେ ଏହାର ପ୍ରଭାବ ସ୍ୱାସ୍ଥ୍ୟ ପର୍ଯ୍ୟଟନ ଉପରେ ମଧ୍ୟ ପଡିବ।

 

ସାଥୀଗଣ,

ସୁସ୍ଥ ଭାରତର ପଥ, ଆଜାଦୀ କା ଅମୃତ ମହୋତ୍ସବ ସମୟରେ, ଭାରତର ବଡ଼ ସଂକଳ୍ପକୁ ସିଦ୍ଧି କରିବାରେ, ବଡ଼ ସ୍ୱପ୍ନକୁ ସାକାର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଆମକୁ ମିଳିମିଶି ଆମର ପ୍ରୟାସ ଜାରି ରଖିବାକୁ ପଡିବ। ମୁଁ ନିଶ୍ଚିତ ଯେ ଡାକ୍ତରୀ କ୍ଷେତ୍ର ସହିତ ଜଡିତ ସମସ୍ତ ଲୋକ, ଆମର ଡାକ୍ତର, ପାରାମେଡିକ୍ସ, ଡାକ୍ତରୀ ଅନୁଷ୍ଠାନ, ଏହି ନୂତନ ବ୍ୟବସ୍ଥାକୁ ଦ୍ରୁତ ଗତିରେ ଅନୁକରଣ କରିବେ। ପୁଣି ଥରେ, ଆୟୁଷ୍ମାନ ଭାରତ - ଡିଜିଟାଲ ମିଶନ ମୁଁ ପାଇଁ ଦେଶକୁ ବହୁତ ଶୁଭେଚ୍ଛା ଜଣାଉଛି !!

ବହୁତ- ବହୁତ ଧନ୍ୟବାଦ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How PLI schemes, design in India and manufacturing excellence are transforming the architectural lighting industry

Media Coverage

How PLI schemes, design in India and manufacturing excellence are transforming the architectural lighting industry
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi Chairs Second High-Level Meeting with Secretaries of Government of India
July 28, 2026
Sectors discussed: Finance and Economy, Commerce and Industry, and Technology
PM emphasises the need to break both horizontal and vertical silos within the Government
PM emphasises the importance of technological self-reliance and building domestic capabilities in critical sectors
PM encourages greater participation of young innovators and entrepreneurs in cybersecurity ecosystem
PM Stresses Proactive Outreach on Strategic Sectors to Counter Misinformation
PM says Govt must always remain youthful, dynamic and forward-looking, continuously adapting to new challenges and opportunities with agility and innovation
Secretaries share experiences and perspectives on key initiatives, emerging opportunities and implementation challenges

Prime Minister Shri Narendra Modi chaired the second high-level meeting with Secretaries to the Government of India at his residence at 7, Lok Kalyan Marg earlier today. He reviewed the future action agenda of Ministries and Departments dealing with Finance and Economy, Commerce and Industry, and Technology sectors. The meeting focused on accelerating progress towards the goals of Viksit Bharat.

Prime Minister called for a strong focus on team building across Ministries and Departments, urging officers to work with a shared sense of purpose. He emphasised the need to break both horizontal and vertical silos within the Government so that departments function in close coordination and deliver integrated outcomes.

Highlighting the importance of citizen-centric governance, Prime Minister said that the people of India must remain at the centre of governance. He reminded that every decision and policy should be guided by the interests and aspirations of the common citizen.

Prime Minister stressed that while India is making significant investments in infrastructure, equal priority must be given to developing indigenous technologies. He underscored the importance of technological self-reliance and building domestic capabilities in critical sectors.

Prime Minister underlined that energy security is closely linked with national security, economic stability and citizens’ welfare. Prime Minister said India must achieve self-reliance in the energy sector through innovation, diversification and accelerated capacity creation.

Emphasising that reforms are not merely a fashionable term but a continuous necessity for effective governance, Prime Minister stressed the need to reform processes, improve work culture and strengthen institutional efficiency.

Prime Minister said that growing use of technology must be accompanied by a strong focus on cybersecurity to safeguard digital systems and infrastructure. He stressed the need for constant vigilance against emerging cyber threats. He called for encouraging greater participation of young innovators and entrepreneurs in the cybersecurity ecosystem and emphasised that it should evolve into a nationwide movement.

Prime Minister also emphasised the importance of proactive communication on strategic sectors where the country is undertaking major initiatives, to counter misinformation and unfounded fears surrounding such efforts.

Prime Minister says that new academic courses should be planned in partnership with industry to equip the workforce with skills required by emerging and future industries. He also observed that a government must always remain youthful, dynamic and forward-looking, continuously adapting to new challenges and opportunities with agility and innovation.

The meeting featured detailed discussions by Secretaries on the progress, priorities and implementation issues across their respective domains. The meeting was attended by the Cabinet Secretary, Secretaries of key Ministries and Departments, and senior officials from the Prime Minister’s Office.