“କୃଷ୍ଣଗୁରୁ ଜୀ ଜ୍ଞାନ, ସେବା ଏବଂ ମାନବିକତାର ପ୍ରାଚୀନ ଭାରତୀୟ ପରମ୍ପରାକୁ ପ୍ରଚାର କରିଥିଲେ”
“ଏକନାମ୍ ଅଖଣ୍ଡ କୀର୍ତ୍ତନ ବିଶ୍ୱକୁ ଉତ୍ତର-ପୂର୍ବର ଐତିହ୍ୟ ଏବଂ ଆଧ୍ୟାତ୍ମିକ ଚେତନା ସହିତ ପରିଚିତ କରାଉଛି”
“୧୨ ବର୍ଷ ମଧ୍ୟରେ ଏହିପରି କାର୍ଯ୍ୟକ୍ରମ ଆୟୋଜନ କରିବାର ଏକ ପ୍ରାଚୀନ ପରମ୍ପରା ରହିଆସିଛି”
“ବଞ୍ଚିତଙ୍କ ପାଇଁ ପ୍ରାଥମିକତା ଆଜି ଆମ ପାଇଁ ପ୍ରମୁଖ ମାର୍ଗଦର୍ଶିକା ଅଟେ”
“ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ୫୦ ଟି ପର୍ଯ୍ୟଟନ ସ୍ଥଳର ବିକାଶ କରାଯିବ”
“ଗତ ୮-୯ ବର୍ଷ ମଧ୍ୟରେ ଦେଶରେ ଗାମୁଛାର ଆକର୍ଷଣ ଏବଂ ଚାହିଦା ବୃଦ୍ଧି ପାଇଛି”
“ମହିଳାଙ୍କ ଆୟକୁ ସେମାନଙ୍କର ସଶକ୍ତିକରଣର ମାଧ୍ୟମ କରିବା ପାଇଁ "ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର” ଯୋଜନା ମଧ୍ୟ ଆରମ୍ଭ ହୋଇଛି”
“ଦେଶର କଲ୍ୟାଣ ଯୋଜନାର ଜୀବନ ଶକ୍ତି ହେଉଛି ସାମାଜିକ ଶକ୍ତି ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ”
“ସାଧାରଣ ଶସ୍ୟକୁ ବର୍ତ୍ତମାନ ଏକ ନୂତନ ପରିଚୟ ଦିଆଯାଇଛି - ଶ୍ରୀ ଅନ୍ନ”

ଜୟ କୃଷ୍ଣଗୁରୁ!

ଜୟ କୃଷ୍ଣଗୁରୁ!

ଜୟ କୃଷ୍ଣଗୁରୁ!

କୃଷ୍ଣଗୁରୁ ସେବାଶ୍ରମ ଠାରେ ଏକତ୍ରିତ ହୋଇଥିବା ସମସ୍ତ ସାଧୁ-ସନ୍ଥମାନେ ଏବଂ ଭକ୍ତମାନଙ୍କୁ ମୋର ସାଦର ପ୍ରଣାମ। କୃଷ୍ଣଗୁରୁ ଏକନାମ ଅଖଣ୍ଡ କୀର୍ତ୍ତନର ଏହି ଆୟୋଜନ ଗତ ଏକ ମାସ ଧରି ଚାଲିଛି । ମୋତେ ଖୁସି ଲାଗୁଛି ଯେ ଜ୍ଞାନ, ସେବା ଏବଂ ମାନବତାର ଯେଉଁ ପ୍ରାଚୀନ ଭାରତୀୟ ପରମ୍ପରାକୁ କୃଷ୍ଣଗୁରୁ ଜୀ ଆଗକୁ ବଢ଼ାଇଥିଲେ, ସେ ଆଜି ମଧ୍ୟ ନିରନ୍ତର ଗତିମାନ ଅଟନ୍ତି । ଗୁରୁକୃଷ୍ଣ ପ୍ରେମାନନ୍ଦ ପ୍ରଭୂ ଭକ୍ତମାନଙ୍କର ପ୍ରୟାସ ଦ୍ୱାରା ଏହି କାର୍ଯ୍ୟକ୍ରମରେ ସେହି ଦିବ୍ୟତା ସ୍ୱଚ୍ଛ ଭାବରେ ଦେଖାଯାଉଛି । ମୋର ଇଚ୍ଛା ଥିଲା ଯେ ମୁଁ ଏହି ଅବସରରେ ଆସାମ ଆଜି ଆପଣ ସମସ୍ତଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବି । ମୁଁ କୃଷ୍ଣଗୁରୁ ଜୀଙ୍କର ପାବନ ତପୋସ୍ଥଳୀରେ ଆସିବା ପୂର୍ବରୁ ଅନେକଥର ପ୍ରୟାସ କରିଛି । କିନ୍ତୁ ବୋଧହୁଏ ମୋର ପ୍ରୟାସରେ କୌଣସି ଅଭାବ ରହି ଯାଇଥିଲା ଯେ ଇଚ୍ଛା ଥିବା ସତ୍ତ୍ୱେ ମଧ୍ୟ ଏଠାକୁ ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଆସିପାରି ନ ଥିଲି । ମୋର ଏତିକି କାମନା ଯେ କୃଷ୍ଣଗୁରୁଙ୍କ ବନରେ ଏଠାକୁ ଆସି ଆପଣ ସମସ୍ତଙ୍କୁ ପ୍ରଣାମ କରିବି, ଆପଣଙ୍କ ଦର୍ଶନ କରିବି ।

ସାଥୀମାନେ,

କୃଷ୍ଣଗୁରୁ ଜୀ ବିଶ୍ୱଶାନ୍ତି ପାଇଁ ପ୍ରତ୍ୟକ ୧୨ ବର୍ଷରେ ଗୋଟିଏ ମାସର ଅଖଣ୍ଡ ନାମଜପ ଏବଂ କୀର୍ତ୍ତନର ରୀତିନିତ ଆରମ୍ଭ କରିଥିଲେ । ଆମ ଦେଶରେ ୧୨ ବର୍ଷ ମଧ୍ୟରେ ଏହିପରି କାର୍ଯ୍ୟକ୍ରମ ଆୟୋଜନ କରିବାର ଏକ ପ୍ରାଚୀନ ପରମ୍ପରା ରହିଆସିଛି ଏବଂ ଆୟୋଜନର ମୁଖ୍ୟ ଭାବନା ରହିଛି- କର୍ତ୍ତବ୍ୟ । ଏହି କାର୍ଯ୍ୟକ୍ରମ, ବ୍ୟକ୍ତି, ସମାଜ, କର୍ତ୍ତବ୍ୟବୋଧର ଭାବନାକୁ ପୁନର୍ଜୀବିତ କରିବା ପାଇଁ ବ୍ୟବହୃତ ହେଉଥିଲା । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଏକାଠି ହେଉଥିଲେ । ଗତ ୧୨ ବର୍ଷରେ ଯାହା କିଛି ମଧ୍ୟ ବିଗତ ସମୟରେ ଯାହା ଘଟିଛି, ତାହାର ସମୀକ୍ଷା କରାଯାଉଥିଲା, ବର୍ତ୍ତମାନର ମୂଲ୍ୟାଙ୍କନ କରାଯାଏ ଏବଂ ଭବିଷ୍ୟତର ରୂପରେଖ ପ୍ରସ୍ତୁତ କରାଯାଏ। ପ୍ରତି ୧୨ ବର୍ଷରେ କୁମ୍ଭର ପରମ୍ପରା ମଧ୍ୟ ଏହାର ଏକ ଦୃଢ଼ ଉଦାହରଣ ହୋଇପାରିଛି । ୨୦୧୯ରେ ନିଜେ ଆସାମର ଲୋକମାନେ ବ୍ରହ୍ମପୁତ୍ର ନଦୀରେ ପୁଷ୍କରାମ ସମାରୋହକୁ ସଫଳତାର ସହ ଆୟୋଜନ କରିଥିଲେ। ଏବେ ପୁଣି ଏହି କାର୍ଯ୍ୟକ୍ରମ କେବଳ ଦ୍ୱାଦଶ ବର୍ଷରେ ବ୍ରହ୍ମପୁତ୍ର ନଦୀ ଉପରେ ଅନୁଷ୍ଠିତ ହେବ । ତାମିଲନାଡୁର କୁମ୍ଭକୋଣମରେ ମହାମାହମ ପର୍ବ ମଧ୍ୟ ୧୨ ବର୍ଷରେ ପାଳନ କରାଯାଉଥିଲା । ଭଗବାନ ବାହୁବଳୀଙ୍କ ଦ୍ୱାରା ମସ୍ତକାଭିଷେକ ଏହା ମଧ୍ୟ ୧୨ ବର୍ଷ ପରେ ହିଁ ହୋଇଥାଏ । ଏହା ମଧ୍ୟ ସଂଯୋଗ ଯେ ନୀଳଗିରିର ପାହାଡ଼ ଉପରେ ଖେଳୁଥିବା ନୀଳ କୁରୁଂଜୀ ଫୁଲ ଢ଼ଦ୍ୟ ପ୍ରତି ୧୨ ବର୍ଷରେ ହୋଇଥାଏ । ୧୨ ବର୍ଷରେ ହେଉଥିବା ଏହି କୃଷ୍ଣଗୁରୁ ଏକନାମ ଅଖଣ୍ଡ କୀର୍ତ୍ତନ ମଧ୍ୟ ଏମିତି ଶକ୍ତିଶାଳୀ ପରମ୍ପରା ସୃଷ୍ଟି କରୁଛି । ଏହି କୀର୍ତ୍ତନ, ଉତ୍ତର ପୂର୍ବର ଐତିହ୍ୟ, ଏହାର ଆଧ୍ୟାତ୍ମିକ ଚେତନା ସହିତ ବିଶ୍ୱକୁ ପରିଚିତ କରାଉଛି । ମୁଁ ଆପଣ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ଆନକ ଅନେକ ଶୁଭକାମନା ଜଣାଉଛି ।

ସାଥୀମାନେ,

କୃଷ୍ଣଗୁରୁ ଜୀଙ୍କର ଅନନ୍ୟ ପ୍ରତିଭା, ତାଙ୍କର ଆଧ୍ୟାତ୍ମିକ ବୋଧ, ତାଙ୍କ ସହିତ ଜଡ଼ିତ ଆଶ୍ଚର୍ଯ୍ୟଜନକ ଘଟଣାମାନ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇଥାଏ । ସେ ଆମକୁ ଶିକ୍ଷା ଦେଇଛନ୍ତି ଯେ କୌଣସି କାମ, କୌଣସି ବ୍ୟକ୍ତି ଛୋଟ କିମ୍ବା ବଡ଼ ନୁହଁନ୍ତି । ଗତ ୮-୯ ବର୍ଷରେ ଦେଶ ଏହି ଭାବନା ସହିତ, ସମସ୍ତଙ୍କ ସହିତ ସମସ୍ତଙ୍କ ବିକାଶ ପାଇଁ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରିଛି । ଆଜି ବିକାଶର ଦୌଡ଼ରେ ଯିଏ ଯେତିକି ପଛରେ ଅଛି, ଦେଶ ପାଇଁ ସେ ସେତିକି ପ୍ରଥମ ପ୍ରାଥମିକତା ଅଟେ । ଅର୍ଥାତ, ଯେଉଁମାନେ ବଂଚିତ ଅଛନ୍ତି ସେମାନଙ୍କୁ ପ୍ରାଥମିକତା ଦେଉଛନ୍ତି, ବଞ୍ଚôତ ଲୋକମାନଙ୍କୁ ପ୍ରାଥମିକତା, ଆସାମ ହେଉ, ଆମର ଉତ୍ତର ପୂର୍ବ ହେଉ, ଯାହା ମଧ୍ୟ ଦଶନ୍ଧି ଧରି ବିକାଶର ସଂଯୋଗରୁ ବଂଚିତ ହୋଇଥିଲା । ଆଜି ଦେଶ ଆସାମ ଏବଂ ଉତ୍ତର ପୂର୍ବର ବିକାଶକୁ ପ୍ରାଧାନ୍ୟ ଦେଉଛି ।

ଚଳିତ ବର୍ଷର ବଜେଟରେ ଦେଶର ଏହି ପ୍ରୟାସ ଏବଂ ଆମର ଭବିଷ୍ୟତ ଦୃଢ଼ ଝଲକ ମଧ୍ୟ ଦେଖାଯାଉଛି । ଉତ୍ତର-ପୂର୍ବର ଅର୍ଥନୀତି ଏବଂ ପ୍ରଗତିରେ ପର୍ଯ୍ୟଟନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହି ବଜେଟରେ ପର୍ଯ୍ୟଟନ ସହିତ ଜଡ଼ିତ ସୁଯୋଗ ବୃଦ୍ଧି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇ ଦେଶର ୫୦ଟି ପର୍ଯ୍ୟଟନ ସ୍ଥଳକୁ ବିକଶିତ କରାଯିବ । ସେମାନଙ୍କ ପାଇଁ ଆଧୁନିକ ଭିତ୍ତିଭୂମି ସୃଷ୍ଟି ହେବ, ଭର୍ଚୁଆଲ ସଂଯୋଗରେ ଉନ୍ନତି ହେବ, ପର୍ଯ୍ୟଟନ ସୁବିଧା ମଧ୍ୟ ସୃଷ୍ଟି ହେବ । ଏହି ବିକଶ କାର୍ଯ୍ୟରୁ ଉତ୍ତର-ପୂର୍ବ ଏବଂ ଆସାମ ବହୁତ ଲାଭ ପାଇବ । ଆଜି ମୁଁ ଏହି କାର୍ଯ୍ୟକ୍ରମରେ ଏକାଠି ହୋଇଥିବା ସମସ୍ତ ସାଧୁ ଓ ପଣ୍ଡିତମାନଙ୍କୁ ଆଉ ଏକ ସୂଚନା ଦେବାକୁ ଚାହୁଁଛି । ଆପଣମାନେ ସମସ୍ତେ ଗଙ୍ଗା ବିଳାସ କ୍ରୁଜ ସମ୍ପର୍କରେ ଶୁଣିଥିବେ । ଗଙ୍ଗା ବିଳାସ କ୍ରୁଜ ବିଶ୍ୱର ସବୁଠାରୁ ଦୀର୍ଘ ନଦୀ କ୍ରୁଜ ଅଟେ । ବହୁ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ ମଧ୍ୟ ଏହା ଉପରେ ଯାତ୍ରା କରୁଛନ୍ତି । ବନାରସ ଠାରୁ ବିହାରର ପାଟନା, ବକ୍ସର, ମୁଙ୍ଗେର ହୋଇ କ୍ରୁଜ ବାଂଲାଦେଶରେ ପହଞ୍ଚô ପାରିଛି । କିଛି ସମୟ ପରେ ଏହି କ୍ରୁଜ ଆସାମ ପହଂଚିବାକୁ ଯାଉଛି । ଏଥିରେ ଚଢ଼ୁଥିବା ପର୍ଯ୍ୟଟକମାନେ ନଦୀଗୁଡ଼ିକ ଦେଇ ଏହି ସ୍ଥାନଗୁଡ଼ିକ ବିଷୟରେ ବିସ୍ତୃତ ଭାବରେ ଜାଣିପାରିବେ, ସେଠିକାର ସଂସ୍କୃତି ମଧ୍ୟ ବଂଚିପାରୁଛି । ଏବଂ ଆମେ ଜାଣୁ ଯେ ଭାରତର ସାଂସ୍କୃତିକ ଐତିହ୍ୟର ସବୁଠାରୁ ବଡ଼ ମହତ୍ତ୍ୱ, ସବୁଠାରୁ ବଡ଼ ମୂଲ୍ୟବାନ ସମ୍ପଦ ଆମର ନଦୀ କୂଳରେ ଅଛି କାରଣ ଆମ ସମଗ୍ର ସଂସ୍କୃତିର ବିକାଶ ଯାତ୍ରା ନଦୀ କୂଳ ସହିତ ଜଡ଼ିତ । ମୁଁ ନିଶ୍ଚିତ, ଆସାମ ସଂସ୍କୃତି ଏବଂ ସୌନ୍ଦର୍ଯ୍ୟ ମଧ୍ୟ ଗଙ୍ଗା ବିଳାସ ମାଧ୍ୟମରେ ଏକ ନୂତନ ଉପାୟରେ ବିଶ୍ୱରେ ପହଂଚିବ ।

ସାଥୀମାନେ,

କୃଷ୍ଣଗୁରୁ ସେବାଶ୍ରମ ମଧ୍ୟ ବିଭିନନ ସଂଗଠନ ମାଧ୍ୟମରେ ପାରମ୍ପରିକ ହସ୍ତଶିଳ୍ପ ଏବଂ କୌଶଳରେ ନିୟୋଜିତ ଲୋକଙ୍କ କଲ୍ୟାଣ ପାଇଁ ମଧ୍ୟ କାର୍ଯ୍ୟ କରୁଛି । ବିଗତ ବର୍ଷଗୁଡ଼ିକରେ, ଉତ୍ତର-ପୂର୍ବର ପାରମ୍ପରିକ କୌଶଳକୁ ବିଶ୍ୱ ବଜାର ସହିତ ଯୋଡ଼ି ଏକ ନୂତନ ପରିଚୟ ଦେଇ ଦେଶରେ ଐତିହାସିକ କାର୍ଯ୍ୟ କରିଛି । ଆଜି ଦେଶ ତଥା ବିଶ୍ୱର ଲୋକମାନେ ଆସାମର କଳା, ଆସାମର ଲୋକଙ୍କ ଦକ୍ଷତା ଏବଂ ଏଠାରେ ତିଆରି ବାଉଁଶ ଉତ୍ପାଦ ବିଷୟରେ ଜାଣିଛନ୍ତି ଏବଂ ପସନ୍ଦ ମଧ୍ୟ କରୁଛନ୍ତି । ଆପଣ ଜାଣିଥିବେ ଯେ ପୂର୍ବେ ବୃକ୍ଷ ବର୍ଗରେ ଥିବା ବାଉଁଶ ଗଛକୁ କାଟିବା ଉପରେ ଆଇନଗତ କଟକଣା ଥିଲା, ଆମେ ଏହି ଆଇନକୁ ପରିବର୍ତ୍ତନ କରିଦେଇଛୁ କାରଣ ଏହା ଦାସତ୍ୱର ଅବଧି ସମୟରେ ଗଠନ କରାଯାଇଥିଲା । ବାଉଁଶକୁ ଘାସ ବର୍ଗରେ ରଖିବା ପାରମ୍ପରିକ ରୋଜକାର ପାଇଁ ସବୁ ରାସ୍ତା ଖୋଲିଲା । ବର୍ତ୍ତନା ଏହିପରି ପାରମ୍ପରିକ ଦକ୍ଷତା ବିକାଶ ପାଇଁ ଏହି ଉତ୍ପାଦଗୁଡ଼ିକର ଗୁଣବତ୍ତା ଏବଂ ଉପଲବ୍ଧତାକୁ ବଢ଼ାଇବା ପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହିପରି ଉତ୍ପାଦଗୁଡ଼ିକୁ ସ୍ୱୀକୃତି ଦେବା ପାଇଁ ପ୍ରତ୍ୟେକ ରାଜ୍ୟରେ ୟୁନିଟ ମଲ୍ ତିଆରି କରିବାକୁ ମଧ୍ୟ ଏହି ବଜେଟରେ ଘୋଷଣା କରାଯାଇଛି । ଅର୍ଥାତ, ଆସାମର କୃଷକ, କାରିଗର ଏବଂ ଯୁବଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଉତ୍ପାଦଗୁଡ଼ିକର ବିକ୍ରି ଏବଂ ବିସ୍ତାର ହେବା ପାଇଁ ‘ଏକତା ମାଲ’ରେ ବିଶେଷ ପ୍ରଦର୍ଶନ କରାଯିବ । କେବଳ ଏତିକି ନୁହେଁ, ରାଜ୍ୟର ରାଜଧାନୀରେ ଏବଂ ଅନ୍ୟ ମହତ୍ତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପ୍ରସ୍ତୁତ ହୋଇଥିବା ‘ଏକତା ମାଲ’ରେ ଆସାମର ଉତ୍ପାଦଗୁଡ଼ିକୁ ମଧ୍ୟ ପ୍ରଦର୍ଶିତ କରାଯିବ । ଦେଶରେ ଅନ୍ୟ ଭାଗରେ ଯେତେବେଳେ ପର୍ଯ୍ୟଟକ ‘ଏକତା ମାଲ’କୁ ଆସିବେ ସେତେବେଳେ ଆସାମର ଉତ୍ପାଦଗୁଡ଼ିକୁ ମଧ୍ୟ ଗୋଟିଏ ନୂତନ ବଜାର ମିଳିବ ।

ସାଥୀ,

ଯେତେବେଳେ ଆସାମର କାରିଗରୀର କଥା ଆସେ, ସେତେବେଳେ ‘ଗମୋଶା’ ଏକ ବିଶେଷ ସ୍ଥାନ ରଖିଥାଏ । ମୁଁ ନିଜେ ‘ଗମୋଶା’ ପିନ୍ଧିବାକୁ ବହୁତ ଭଲ ଲାଗେ । ପ୍ରତ୍ୟକ ସୁନ୍ଦର ‘ଗମୋଶା’ ପଛରେ ଆସାମର ମହିଳା, ଆମର ମା’ ଏବଂ ଭଉଣୀମାନଙ୍କର କଠିନ ପରିଶ୍ରମ ରହିଛି । ଗତ ୮-୯ ବର୍ଷ ମଧ୍ୟରେ ଦେଶରେ ଗମୋଶାର ଆକର୍ଷଣ ବୃଦ୍ଧି ପାଇଛି, ତେଣୁ ଏହାର ଚାହିଦା ମଧ୍ୟ ବୃଦ୍ଧି ପାଇଛି । ଏହି ଚାହିଦା ପୂରଣ କରିବା ପାଇଁ ବହୁ ସଂଖ୍ୟା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆସିଛନ୍ତି । ଏହି ଗୋଷ୍ଠୀରେ ହଜାର ହଜାର ମହିଳା ନିଯୁକ୍ତି ପାଇଛନ୍ତି । ବର୍ତ୍ତମାନ ଏହି ଗୋଷ୍ଠୀଗୁଡ଼ିକ ଆଗକୁ ଯାଇ ଦେଶର ଅର୍ଥନୀତିରେ ଶକ୍ତି ହୋଇଯିବେ । ଏଥିପାଇଁ ଚଳିତ ବର୍ଷର ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ମହିଳାମାନଙ୍କର ଆୟକୁ ସେମାନଙ୍କର ସଶକ୍ତିକରଣ ମାଧ୍ୟମ କରିବା ପାଇଁ ‘ମହିଳା ସମ୍ମାନ ସଂରକ୍ଷଣ ପ୍ରମାଣପତ୍ର’ ଯୋଜନା ମଧ୍ୟ ଆରମ୍ଭ ହୋଇଛି । ମହିଳାମାନେ ବିଶେଷ ଭାବରେ ସଞ୍ଚୟ ଉପରେ ଅଧିକ ସୁଧର ଲାଭ ପାଇପାରିବେ । ଏହା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଜେଟକୁ ମଧ୍ୟ ୭ଠ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହାଦ୍ୱାରା ପ୍ରତ୍ୟକ ଗରିବ ପରିବାର, ଯାହାର ସ୍ଥାୟୀ ପକ୍କାଘର ନାହିଁ ସେମାନେ ଏକ ସ୍ଥାୟ ପକ୍କା ଘର ପାଇପାରିବେ । ଏହି ଘରଗୁଡ଼ିକ ଅଧିକ ଭାବେ ମହିଳାମାନଙ୍କ ନାମରେ ପଞ୍ଜୀକୃତ ହୋଇପାରିବ । ମହିଳାମାନେ ଏହି ଘରର ଆଇନଗତ ମାଲିକ ହେବେ । ଏହି ବଜେଟରେ ଏମିତି ଅନେକ ବ୍ୟବସ୍ଥା ଅଛି, ଯାହାଦ୍ୱାରା ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ ଯେପରି ଆସାମ, ନାଗାଲାଣ୍ଡ, ତ୍ରିପୁରା, ମେଘାଳୟ ଆଦିର ମହିଳାମାନେ ବହୁ ଉପକୃତ ହେବେ ଏବଂ ସେମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ ।

ସାଥୀ,

କୃଷ୍ଣଗୁରୁ କହୁଥିଲେ- ଦୈନନ୍ଦୀନ ଭକ୍ତି କାର୍ଯ୍ୟରେ ବିଶ୍ୱାସ ରଖିôବା ସହିତ ନିଜର ଆତ୍ମାର ସେବା କର । ଆତ୍ମାର ସେବା କରିବା, ସମାଜର ସେବା କରିବା ଏବଂ ସମାଜର ବିକାଶର ଏହି ମନ୍ତ୍ରରେ ବହୁତ ଶକ୍ତି ଅଛି । ମୁଁ ଖୁସି ଯେ କୃଷ୍ଣଗୁରୁ ସେବାଶ୍ରମ ଏହାସହ ଜଡ଼ିତ ସମାଜ ସହ ଜଡ଼ିତ ପ୍ରାୟ ସମସ୍ତ ଦିଗରେ କାର୍ଯ୍ୟ କରୁଛନ୍ତି । ଆପଣଙ୍କ ଦ୍ୱାରା ପରିଚାଳିତ ଏହି ସେବାଗୁଡ଼ିକ ଦେଶର ଏକ ମହାନ ଶକ୍ତି ହୋଇଯାଉଛି । ଦେଶର ବିକାଶ ପାଇଁ ସରକାର ଅନେକ ଯୋଜନା କରିଛନ୍ତି । କିନ୍ତୁ ଦେଶର କଲ୍ୟାଣକାରୀ ଯୋଜନାର ଜୀବନଦାୟିନୀ ସମାଜର ଶକ୍ତି ଏବଂ ଜନଭାଗିଦାରୀ ଅଟେ । ଆମେ ଦେଖିଛୁ ଯେ କେମିତି ଦେଶ ଦ୍ୱାରା ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନ ଲୋକମାନଙ୍କର ଭାଗିଦାରୀ ଯୋଗୁ ବହୁତ ବଡ଼ ସଫଳତା ହୋଇପାରିଲା । ଡିଜିଟାଲ ଇଣ୍ଡିଆ ଅଭିଯାନର ସୁଫଳତା ପଛରେ ସବୁଠାରୁ ବଡ଼ କାରଣ ହେଉଛି ଜନସାଧାରଣଙ୍କ ଅଂଶଗ୍ରହଣ । ବେଗକୁ ସଶକ୍ତ କରୁଥିବା ଏହିପରି ଅନେକ ଯୋଜନାକୁ ଆଗେଇ ନେବାରେ କୃଷ୍ଣଗୁରୁ ସେବାଶ୍ରମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଉଦାହରଣସ୍ୱରୂପ, ସେବାଶ୍ରମ ମହିଳାମାନେ ଏବଂ ଯୁବଗୋଷ୍ଠୀଙ୍କ ପାଇଁ ବହୁତ ଗୁଡ଼ିଏ ସାମାଜିକ କାର୍ଯ୍ୟ କରିଥାନ୍ତି । ଆପଣ ‘ବେଟି-ବଚାଓ, ବେଟି-ପଢ଼ାଓ’ ଏବଂ ‘ପୋଷଣ’ ଭଳି ଅଭିଯାନକୁ ଆଗକୁ ବଢ଼ାଇବାରେ ଦାୟିତ୍ୱ ମଧ୍ୟ ନେଇପାରିବେ । ଅଧିକରୁ ଅଧିକ ଯୁବକମାନଙ୍କୁ ‘ଖେଲୋ ଇଣ୍ଡିଆ’ ଏବଂ ‘ଫିଟ ଇଣ୍ଡିଆ’ ଭଳି ଅଭିଯାନ ଦ୍ୱାରା ଯୋଡ଼ିବା ପାଇଁ ସେବାଶ୍ରମର ପ୍ରେରଣା ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ । ଯୋଗ ଏବଂ ଆୟୁର୍ବେଦର ପ୍ରଚାର ପ୍ରସାରରେ ଆପଣଙ୍କ ଅଂଶଗ୍ରହଣ ଦ୍ୱାରା ସାମାଜିକ ଶକ୍ତି ଦୃଢ଼ ହେବ ।

ସାଥୀ,

ଆପଣ ଜାଣନ୍ତି ଯେ କୌଣସି ମଧ୍ୟ ଉଦାହରଣ ସାହାଯ୍ୟରେ ହାତରେ କାମ କରୁଥିବା କାରୀଗର କୁଶଳୀ ଲୋକମାନେ ଅଛନ୍ତି ସେମାନଙ୍କୁ ଆମ ଦେଶରେ ବିଶ୍ୱକର୍ମ କୁହାଯାଏ । ଦେଶ ବର୍ତ୍ତମାନ ପ୍ରଥମ ଥର ପାଇଁ ଏହି ପାରମ୍ପରିକ କାରିଗରମାନଙ୍କ ଦକ୍ଷତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ସେମାନଙ୍କ ପାଇଁ ପିଏମ- ବିଶ୍ୱକର୍ମା କୌଶଳ ସମ୍ମାନ ଅର୍ଥାତ ପିଏମ ବିକାଶ ଯୋଜନା ଆରମ୍ଭ ହେଉଛି ଏବଂ ଏହାକୁ ଚଳିତ ବର୍ଷ ବଜେଟରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି । କୃଷ୍ଣଗୁରୁ ସେବାଶ୍ରମ ମଧ୍ୟ ଏହି ଯୋଜନା ପ୍ରତି ସଚେତନତା ବୃଦ୍ଧି କରି ବିଶ୍ୱକର୍ମା ମିତ୍ରମାନଙ୍କୁ ଉପକୃତ କରିପାରିବ ।

ସାଥୀ,

୨୦୨୩ ମସିହାରେ, ଭାରତର ଉଦ୍ୟମରେ ସମଗ୍ର ବିଶ୍ୱ ମଧ୍ୟ ମିଲେଟ ବର୍ଷ ପାଳନ କରୁଛି । ମିଲେଟ ଅର୍ଥ ହେଉଛି, କଠିନ ଶସ୍ୟ, ଯାହାକୁ ଆମେ ସାଧାରଣତ କଠିନ ଶସ୍ୟ ବୋଲି କହିଥାଉ । ବାଜରାକୁ ଏବେ ଶ୍ରୀ ଅନ୍ନ ଭାବରେ ଏକ ନୂଆ ପରିଚୟ ଦିଆଯାଇଛି । ଏହାର ତାତ୍ପର୍ଯ୍ୟ ଏହା ଯେ ଶ୍ରୀ ଅନ୍ନ ସବୁ ଅନ୍ନ ଠାରୁ ଶ୍ରେଷ୍ଠ । କୃଷ୍ଣଗୁରୁ ସେବାଶ୍ରମ ଏବଂ ଅନ୍ୟ ସମସ୍ତ ଧାର୍ମିକ ସଂଗଠନ ଶ୍ରୀ ଅନ୍ନ ପ୍ରତି ସଚେତନତା ବିସ୍ତାର କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ । ମୋର ଅନୁରୋଧ ଯେ ଆଶ୍ରମରେ ଯେଉଁ ‘ପ୍ରସାଦ’ ବଣ୍ଣାଯାଉଛି, ତାହା ଶ୍ରୀ ଅନ୍ନ ଦ୍ୱାରା ପ୍ରସ୍ତୁତ କରାଯାଉ । ଏହିଭଳି ଭାବରେ ସ୍ୱାଧୀନତାର ଅମୃତ ମହୋତ୍ସବରେ ଆମର ସ୍ୱତନ୍ତ୍ରତା ସେନାନୀମାନଙ୍କର ଇତିହାସକୁ ଯୁବପିଢ଼ି ପରିଚିତ କରାଇବାରେ ଅଭିଯାନ ଚାଲିଛି । ଏହି ଦିଗରେ, ସେବାଶ୍ରମ ପ୍ରକାଶନ ଦ୍ୱାରା ଆସାମ ଏବଂ ଉତ୍ତର ପୂର୍ବର କ୍ରାନ୍ତିକାରୀଙ୍କ ସମ୍ପର୍କରେ ବହୁତ କିଛି କରାଯାଇପାରିବ । ମୋତେ ବିଶ୍ୱାସ ଅଛି ଯେ ଆପଣଙ୍କର ଏବଂ ଦେଶର ଏହି ମିଳିତ ପ୍ରୟାସ ଦ୍ୱାରା ୧୨ ବର୍ଷ ପରେ ଯେତେବେଳେ ଏହି ଅଖଣ୍ଡ କୀର୍ତ୍ତନ ହେବ ସେତେବେଳେ ଆମେ ଏକ ଅଧିକ ସଶକ୍ତ ଭାରତ ଦେଖିବା ଏବଂ ଏହି କାମନା ସହିତ ସମସ୍ତ ସନ୍ଥମାନଙ୍କୁ, ସମସ୍ତ ପୂଣ୍ୟାତ୍ମାମାନଙ୍କୁ ନମସ୍କାର କରୁଛି ଏବଂ ପୁଣିଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways to roll out the first rake of 20 LHB coaches for Bangladesh Railway on August 12

Media Coverage

Indian Railways to roll out the first rake of 20 LHB coaches for Bangladesh Railway on August 12
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting determination, perseverance, and continuous effort in overcoming life's challenges
August 13, 2026

Prime Minister Shri Narendra Modi shared a Sanskrit Subhashitam today, highlighting the power of determination, perseverance, and courage in overcoming life's challenges and turning adverse circumstances into favorable ones.

The Prime Minister wrote on X;

"दैवं पुरुषकारेण यः समर्थः प्रबाधितुम्।

न दैवेन विपन्नार्थः पुरुषः सोऽवसीदति॥"

A person who possesses the determination, perseverance and courage to turn adverse circumstances into favorable ones is never defeated by the challenges of life. Instead, through continuous effort and unwavering resolve, he moves forward and ultimately achieves success.