କୋଭିଡ ସତ୍ତ୍ଵେ କାଶୀରେ ବିକାଶ ଧାରା ଅବ୍ୟାହତ : ପ୍ରଧାନମନ୍ତ୍ରୀ
ସମ୍ମିଳନୀ କେନ୍ଦ୍ର ଭାରତ-ଜାପାନ ମଧ୍ୟରେ ଦୃଢ ସମ୍ପର୍କ ସୂଚନା ଦିଏ: ପ୍ରଧାନମନ୍ତ୍ରୀ
ଏହି ସମ୍ମିଳନୀ କେନ୍ଦ୍ର ଏକ ସାଂସ୍କୃତିକ ସ୍ଥଳୀ ଓ ବିଭିନ୍ନ ଲୋକଙ୍କୁ ଏକାଠି କରିବାର ଏକ ମାଧ୍ୟମ: ପ୍ରଧାନମନ୍ତ୍ରୀ
ଗତ ସାତବର୍ଷ ମଧ୍ୟରେ କାଶୀରେ ଅନେକ ବିକାଶ ପ୍ରକଳ୍ପ ହୋଇଛି ଏବଂ ରୁଦ୍ରାକ୍ଷ ବିନା ଏହା ଅସମ୍ପୂର୍ଣ୍ଣ ରହିବ: ପ୍ରଧାନମନ୍ତ୍ରୀ

ହର ହର ମହାଦେବ! ହର ହର ମହାଦେବ! କାର୍ଯ୍ୟକ୍ରମରେ ମୋ ସହିତ ଉପସ୍ଥିତ ଉତର ପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନ୍ଦନ୍ଦୀବେନ ପଟେଲ ମହାଶୟା, ଉର୍ଜ୍ଜାବାନ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ମହାଶୟ, ଭାରତରେ ଜାପାନ ରାଷ୍ଟ୍ରଦୂତ ଶ୍ରୀମାନ ସୁଜୁକି ସାତୋଶୀ ମହାଶୟ, ସଂସଦରେ ମୋର ସହଯୋଗୀ ରାଧାମୋହନ ସିଂହ ମହାଶୟ, କାଶୀର ସମସ୍ତ ପ୍ରବୁଦ୍ଧଜନ ଏବଂ ସମ୍ମାନୀତ ସାଥୀଗଣ!

ଏବେ ମୋର ଗତ କାର୍ଯ୍ୟକ୍ରମରେ ମୁଁ କାଶୀବାସୀଙ୍କୁ କହିଥିଲି ଯେ ଚଳିତ ଥର ଦୀର୍ଘ ସମୟ ପରେ ଆପଣମାନଙ୍କ ଗହଣକୁ ଆସିବାର ସୌଭାଗ୍ୟ ମିଳିଲା। କିନ୍ତୁ ବନାରସର ମନୋଭାବ ଏପରି ଯେ ପ୍ରତୀକ୍ଷା ଯଦିଓ ଦୀର୍ଘ ହୋଇଥାଉ, କିନ୍ତୁ ଏହି ସହରକୁ ଯେତେବେଳେ ମିଳିଥାଏ ସେତେବେଳେ ଭରପୁର ରସ ଏକାଠି ଭରି ଦେଇଥାଏ । ଏବେ ଆପଣ ଦେଖନ୍ତୁ, ଯଦିଓ ଅନେକ ଦିନ ହୋଇଯାଇଛି, କିନ୍ତୁ ଯେତେବେଳେ କାଶୀ ଡାକରା ଦେଇଛି ସେତେବେଳେ ବନାରସ ବାସୀମାନେ ଏକା ସଙ୍ଗରେ ଏତେ ବିକାଶର ବର୍ଷା ଲଗାଇ ଦେଇଥାନ୍ତି। ଗୋଟିଏ ପଟେ ଆଜି ମହାଦେବଙ୍କ ଆଶୀର୍ବାଦରେ କାଶୀବାସୀଙ୍କ ପାଇଁ ବିକାଶର ଗଙ୍ଗା ବୁହାଇ ଦେଇଛନ୍ତି। ଆଜି ହିଁ ଶହ ଶହ କୋଟିର ଅନେକ ଯୋଜନାଗୁଡିକର ଲୋକାର୍ପଣ ଏବଂ ଶିନାନ୍ୟାସ ହେଲା, ଏବଂ ଏବେ ଏହି ରୁଦ୍ରାକ୍ଷ ସମ୍ମିଳନୀ କେନ୍ଦ୍ର! କାଶୀର ପ୍ରାଚୀନ ବୈଭବ ନିଜର ଆଧୁନିକ ସ୍ୱରୂପ ଅର୍ଥାତ ଏକ ପ୍ରକାରରେ ଆଧୁନିକ ସ୍ୱରୂପରେ ଅସ୍ତିତ୍ୱରେ ଆସୁଛି। କାଶୀ ବିଷୟରେ କୁହା ଯାଇଥାଏ, ବାବାଙ୍କର ଏହି ନଗରୀ କେବେ ଥମି ନଥାଏ, କେବେ ଥକି ନଥାଏ, କେବେ ଅଟକି ଯାଏ ନାହିଁ! ବିକାଶର ଏହି ନୂତନ ଶୀଖର କାଶୀର ଏହି ସ୍ୱଭାବକୁ ପୁଣିଥରେ ସିଦ୍ଧ କରି ଦେଇଛି। କରୋନା କାଳରେ ଯେତେବେଳେ ବିଶ୍ୱ ଅଟକି ଯାଇଥିଲା, ସେତେବେଳେ କାଶୀ ସଂଯମ ରକ୍ଷା କରିଥିଲା, ଅନୁଶାସିତ ମଧ୍ୟ ହୋଇଥିଲା, କିନ୍ତୁ ସୃଜନ ଏବଂ ବିକାଶର ଧାରା ଅବିରଳ ବହି ଚାଲିଥିଲା। କାଶୀର ବିକାଶର ଏହି ସୋପାନ, ଏହି ‘ଆନ୍ତର୍ଜାତିକ ସହଯୋଗ ସମ୍ମିଳନୀ କେନ୍ଦ୍ର- ରୁଦ୍ରାକ୍ଷ’ ଆଜି ଏହି ରଚନାତ୍ମକତାର, ଏହି ଗତିଶୀଳତାର ହେଉଛି ପରିଣାମ। ମୁଁ ଆପଣ ସମସ୍ତଙ୍କୁ, କାଶୀର ପ୍ରତ୍ୟେକ ନାଗରିକଙ୍କୁ ଏହି ଉପଲବ୍ଧି ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ବିଶେଷ ଭାବେ ଭାରତର ପରମ ମିତ୍ର ଜାପାନକୁ, ଜାପାନର ଲୋକଙ୍କୁ, ପ୍ରଧାନମନ୍ତ୍ରୀ ଶ୍ରୀ ସୁଗା ୟେଶିହିଦେଙ୍କୁ ଏବଂ ରାଷ୍ଟ୍ରଦୂତ ଶ୍ରୀ ସୁଜୁକି ସାତୋଶୀ ମହାଶୟଙ୍କୁ ବହୁତ- ବହୁତ ଧନ୍ୟବାଦ ଦେଉଛି। ଆଉ ଏବେ ଆମ୍ଭେମାନେ ପ୍ରଧାନମନ୍ତ୍ରୀ ମହୋଦୟଙ୍କ ଭିଡିଓ ସନ୍ଦେଶ ମଧ୍ୟ ଦେଖିଲେ। ତାଙ୍କର ଆତ୍ମୀୟ ପ୍ରୟାସ ଦ୍ୱାରା କାଶୀକୁ ଏହି ଉପହାର ମିଳିଛି। ପ୍ରଧାନମନ୍ତ୍ରୀ ଶ୍ରୀ ସୁଗା ୟେଶିହିଦେ ମହାଶୟ ସେହି ସମୟରେ ମୁଖ୍ୟ କ୍ୟାବିନେଟ ମନ୍ତ୍ରୀ ଥିଲେ। ସେବେଠାରୁ ନେଇ ପ୍ରଧାନମନ୍ତ୍ରୀଙ୍କ ଭୂମିକା ପର୍ଯ୍ୟନ୍ତ କ୍ରମାଗତ ଭାବେ ସେ ଏହି ପ୍ରକଳ୍ପ ସହିତ ବ୍ୟକ୍ତିଗତ ଭାବେ ସମ୍ପୃକ୍ତ ରହିଛନ୍ତି। ଭାରତ ପ୍ରତି ତାଙ୍କର ଏହି ଆପଣାରପଣିଆ ପାଇଁ ପ୍ରତ୍ୟେକ ଦେଶବାସୀ ତାଙ୍କୁ କୃତଜ୍ଞତା ଜଣାଉଛନ୍ତି।

ସାଥୀଗଣ,

ଆଜିର ଏହି ଆୟୋଜନରେ ଆଉ ଜଣେ ବ୍ୟକ୍ତି ଅଛନ୍ତି, ଯାହାଙ୍କ ନାମ ନେବାକୁ ମୁଁ ଭୁଲିପାରିବି ନାହିଁ। ଜାପାନର ହିଁ ମୋର ଆଉ ଜଣେ ବନ୍ଧୁ- ସିଞ୍ଜୋ ଆବେ ମହାଶୟ। ମୋର ମନେ ଅଛି, ସିଞ୍ଜୋ ଆବେ ମହାଶୟ ଯେତେବେଳେ ପ୍ରଧାନମନ୍ତ୍ରୀ ଭାବେ କାଶୀ ଆସିଥିଲେ, ସେତେବେଳେ ରୁଦ୍ରାକ୍ଷର ଚିନ୍ତାଧାରା ଉପରେ ସେ ମୋ ସହିତ ଦୀର୍ଘ ସମୟ ଧରି ଚର୍ଚ୍ଚା କରିଥିଲେ। ସେ ତୁରନ୍ତ ହିଁ ନିଜର ଅଧିକାରୀମାନଙ୍କ ସହିତ ଏହି ଚିନ୍ତାଧାରା ଉପରେ କାର୍ଯ୍ୟ କରିବାକୁ କହିଥିଲେ। ଏହା ପରେ ଜାପାନର ଯେଉଁ ସଂସ୍କୃତି ଅଛି, ଚିରପରିଚିତ। ସେମାନଙ୍କର ବିଶେଷତ୍ୱ ହେଉଛି ସଠିକତା ଏବଂ ଯୋଜନାବଦ୍ଧ। ଏହା ସହିତ ଏହା ଉପରେ କାର୍ଯ୍ୟ ଆରମ୍ଭ ହେଲା, ଆଉ ଆଜି ଏହି ଭବ୍ୟ ଭବନ କାଶୀର ଶୋଭା ବୃଦ୍ଧି କରୁଛି। ଏହି ଭବନରେ ଆଧୁନିକତାର ଚମକ ମଧ୍ୟ ଅଛି, ସାଂସ୍କୃତିକ ଆଭା ମଧ୍ୟ ଅଛି। ଏଥିରେ ଭାରତ ଜାପାନ ସମ୍ପର୍କର ସଂଯୋଗ ମଧ୍ୟ ରହିଛି ଏବଂ ଭବିଷ୍ୟତ ପାଇଁ ଅନେକ ସମ୍ଭାବନାଗୁଡ଼ିକର ସୁଯୋଗ ମଧ୍ୟ ରହିଛି। ମୋର ଜାପାନ ଯାତ୍ରା ସମୟରେ ଆମେ ଉଭୟ ଦେଶର ସମ୍ପର୍କରେ ଜନରୁ ଜନ ସମ୍ପର୍କରେ ଏହି ଆପଣାପଣର କଥା କହିଥିଲୁ, ଆମେ ଜାପାନ ସହିତ ଏପରି ହିଁ ସାଂସ୍କୃତିକ ସମ୍ବନ୍ଧର ରୂପରେଖା ଅଙ୍କନ କରିଥିଲୁ। ମୁଁ ଖୁସି ଯେ ଆଜି ଉଭୟ ଦେଶର ପ୍ରୟାସ ଦ୍ୱାରା ବିକାଶର ସହିତ ସମ୍ପର୍କରେ ମଧୁରତାର ନୂତନ ଅଧ୍ୟାୟ ଲେଖା ଯାଉଛି। କାଶୀର ରୁଦ୍ରାକ୍ଷ ଭଳି ହିଁ ଏବେ କିଛି ସପ୍ତାହ ପୂର୍ବେ ଗୁଜରାଟରେ ମଧ୍ୟ ଜାପାନୀ ଜେନ୍‍ ଗାର୍ଡେନ୍‍ ଏବଂ କାଇଜେନ୍‍ ଏକାଡେମୀର ମଧ୍ୟ ଲୋକାର୍ପଣ ହୋଇଥିଲା। ଯେଭଳି ଏହି ରୁଦ୍ରାକ୍ଷ ଜାପାନ ତରଫରୁ ଭାରତକୁ ଦିଆ ଯାଇଥିବା ଭଲ ପାଇବାର ମାଳା ସଦୃଶ, ସେହିଭଳି ଜେନ୍‍ ଗାର୍ଡେନ ମଧ୍ୟ ଉଭୟ ଦେଶର ପାରସ୍ପରିକ ଭଲ ପାଇବାର ସୁଗନ୍ଧ ବିତରିତ କରୁଛି। ଏହିଭଳି ଭାବେ, ସେ ରଣନୀତିକ କ୍ଷେତ୍ର ହେଉ ଅବା ଅର୍ଥନୈତିକ କ୍ଷେତ୍ର, ଜାପାନ ଆଜି ଭାରତର ସବୁଠାରୁ ବିଶ୍ୱାସନୀୟ ବନ୍ଧୁମାନଙ୍କ ମଧ୍ୟରୁ ହେଉଛି ଜଣେ। ଆମର ବନ୍ଧୁତ୍ୱକୁ ଏହି ସମଗ୍ର କ୍ଷେତ୍ରରେ ସବୁଠାରୁ ପ୍ରାକୃତିକ ସହଭାଗିତା ମଧ୍ୟରୁ ଗୋଟିଏ ବୋଲି ଗଣାଯାଉଛି। ଆଧୁନିକ ଭିତିଭୂମି ଏବଂ ବିକାଶକୁ ନେଇ ମଧ୍ୟ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଆଉ ସବୁଠାରୁ ବଡ଼ ପ୍ରକଳ୍ପ ମଧ୍ୟରେ ଜାପାନ ହେଉଛି ଆମର ସହଭାଗୀ। ମୁମ୍ବଇ- ଅହମ୍ମଦାବାଦ ହାଇସ୍ପିଡ଼ ରେଳ ହେଉ, ଦିଲ୍ଲୀ– ମୁମ୍ବଇ ଔଦ୍ୟୋଗିକ କରିଡର ହେଉ, ଅବା ଉତ୍ସର୍ଗୀକୃତ ଫ୍ରେଟ୍‍ କରିଡର ହେଉ, ଜାପାନର ସହଯୋଗରେ ନିର୍ମିତ ଏହିସବୁ ପ୍ରକଳ୍ପ ନ୍ୟୁ ଇଣ୍ଡିଆର ଶକ୍ତି ପାଲଟିବାକୁ ଯାଉଛି।

ସାଥୀଗଣ,

ଭାରତ ଏବଂ ଜାପାନର ଚିନ୍ତାଧାରା ହେଉଛି ଆମର ବିକାଶ, ଆମର ଉଲ୍ଲାସର ସହିତ ଯୋଡ଼ି ହେବା ଦରକାର। ଏହି ବିକାଶ ସର୍ବମୁଖୀ ହେବା ଉଚିତ, ସମସ୍ତଙ୍କ ପାଇଁ ହେବା ଉଚିତ ଆଉ ସମସ୍ତଙ୍କୁ ଯୋଡ଼ିବା ଭଳି ହେବା ଉଚିତ। ଆମର ପୁରାଣରେ କୁହାଯାଇଛି –

ତତ୍ର ଅଶ୍ରୁ ବିନ୍ଦୁତୋ ଜାତାମହା ରୁଦ୍ରାକ୍ଷ ବୃକ୍ଷାକାଃ। ମମ ଆଜ୍ଞୟା ମହାସେନସର୍ବେଷାମ ହିତ କାମ୍ୟୟା ।।

ଅର୍ଥାତ, ସମସ୍ତଙ୍କ ହିତ ପାଇଁ, ସମସ୍ତଙ୍କର କଲ୍ୟାଣ ପାଇଁ ଭଗବାନ ଶିବଙ୍କ ଆଖିରୁ ଝରିଥିବା ଅଶ୍ରୁ ବୁନ୍ଦାର ରୂପରେ ରୁଦ୍ରାକ୍ଷ ପ୍ରକଟ ହୋଇଛି। ଶିବ ହେଉଛନ୍ତି ସମସ୍ତଙ୍କର, ତାଙ୍କର ଅଶ୍ରୁ ବୁନ୍ଦା ମାନବ ମାତ୍ର ପାଇଁ ସ୍ନେହର, ଭଲ ପାଇବାର ହିଁ ହେଉଛି ପ୍ରତୀକ। ଏହିଭଳି ଭାବେ ଏହି ଆନ୍ତର୍ଜାତିକ ସମ୍ମିଳନୀ କେନ୍ଦ୍ର– ରୁଦ୍ରାକ୍ଷ ମଧ୍ୟ ସମଗ୍ର ବିଶ୍ୱକୁ ପାରସ୍ପରିକ ପ୍ରେମ, କଳା ଏବଂ ସଂସ୍କୃତି ମାଧ୍ୟମରେ ଯୋଡ଼ିବାର ଏକ ମାଧ୍ୟମ ପାଲଟିବ। ଆଉ କାଶୀର କଥା ହିଁ ହେଉଛି କ’ଣ, କାଶୀ ତ ଏମିତିରେ ହେଉଛି ବିଶ୍ୱର ସବୁଠାରୁ ପ୍ରାଚୀନ ଜୀବନ୍ତ ସହର। ଶିବରୁ ନେଇ ସାରନାଥରେ ଭଗବାନ ବୁଦ୍ଧଙ୍କ ପର୍ଯ୍ୟନ୍ତ, କାଶୀ ନିଜର ଆଧ୍ୟାତ୍ମ ସହିତ କଳା ଏବଂ ସଂସ୍କୃତିକୁ ଶତାବ୍ଦୀ ଶତାବ୍ଦୀ ଧରି ସଜାଇ କରି ରଖିଛି। ଆଜିକାର ସମୟରେ ମଧ୍ୟ ତବଲାରେ ‘ବନାରସବାଜ’ର ଶୈଳୀ ହେଉ, ଠୁମରୀ, ଦାଦରା, ଖୟାଲ, ଟପ୍ପୋ ଏବଂ ଦ୍ରୁପଦ ହେଉ, ଧମାର, କଜରୀ, ଚୈତି, ହୋରୀ ଭଳି ବନାରସର ଚର୍ଚ୍ଚିତ ଏବଂ ବିଖ୍ୟାତ ଗାୟନ ଶୈଳୀଗୁଡିକ ହେଉ, ସାରଙ୍ଗୀ ଏବଂ ପଖାୱଜ ହେଉ, ଅବା ଶାହନାଈ ହେଉ, ମୋ ବନାରସର ଶିରା ପ୍ରଶିରାରେ ଗୀତ ସଙ୍ଗୀତର କଳା ଝରୁଛି। ଏଠାରେ ଗଙ୍ଗାର ଘାଟରେ କେତେ ହିଁ କଳା ବିକଶିତ ହୋଇଛି, ଜ୍ଞାନ ଶୀଖର ପର୍ଯ୍ୟନ୍ତ ପହଁଚିଛି, ଆଉ ମାନବତା ସହିତ ଜଡିତ କେତେ ଗଭୀର ଚିନ୍ତନ ଏହି ମାଟିରେ ହୋଇଛି। ଆଉ ଏଥିପାଇଁ ବନାରସ ଗୀତ-ସଙ୍ଗୀତର, ଧର୍ମ-ଆଧ୍ୟତ୍ମର, ଏବଂ ଜ୍ଞାନ- ବିଜ୍ଞାନର ଏକ ବହୁତ ବଡ଼ ବିଶ୍ୱସ୍ତରୀୟ କେନ୍ଦ୍ର ହୋଇ ପାରିବ।

ସାଥୀଗଣ,

ବୌଦ୍ଧିକ ବିମର୍ଶ ପାଇଁ, ବଡ଼ କର୍ମଶାଳା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବନାରସ ନିଜକୁ ନିଜ ମଧ୍ୟରେ ହେଉଛି ଏକ ଆଦର୍ଶର ସ୍ଥାନ। ଦେଶ ବିଦେଶର ଲୋକ ଏଠାକୁ ଆସିବାକୁ ଚାହୁଁଛିନ୍ତ, ଏଠାରେ ରହିବାକୁ ଚାହୁଁଛନ୍ତି। ଏଭଳି କ୍ଷେତ୍ରରେ ଯଦି ଏଠାରେ ଏପରି କାର୍ଯ୍ୟକ୍ରମ ପାଇଁ ସୁବିଧା ମିଳିବ, ଭିତିଭୂମି ରହିବା ହେଉଛି ସ୍ୱଭାବିକ, ବହୁତ ବଡ଼ ମାତ୍ରାରେ କଳା ଜଗତର ଲୋକ ବନାରସକୁ ପ୍ରାଥମିକତା ଦେବେ। ରୁଦ୍ରାକ୍ଷ ଏହି ସମ୍ଭାବନାକୁ ଆଗାମୀ ଦିନରେ ସାକାର କରିବ, ଦେଶ ବିଦେଶରେ ସାଂସ୍କୃତିକ ଭାବ ବିନିମୟର ଏକ କେନ୍ଦ୍ର ପାଲଟିବ। ଉଦାହରଣ ଭାବେ ବନାରସରେ ଯେଉଁ କବି ସମ୍ମିଳନୀ ହୋଇଥାଏ, ତାହାର ପ୍ରଶଂସକ ସମଗ୍ର ଦେଶରେ ଏବଂ ବିଶ୍ୱରେ ଅଛନ୍ତି। ଆଗାମୀ ଦିନରେ ଏହି କବି ସମ୍ମିଳନୀର ବୈଶ୍ୱିକ ସ୍ୱରୂପରେ ଏହି କେନ୍ଦ୍ରରେ ଆୟୋଜିତ କରାଯାଇ ପାରିବ। ଏଠାରେ ବାରଶହ ଲୋକଙ୍କର ବସିବାର ବ୍ୟବସ୍ଥା ସହିତ ସଭାଗୃହ ଏବଂ ସମ୍ମିଳନୀ କେନ୍ଦ୍ର ମଧ୍ୟ ରହିଛି, ପାର୍କିଂ ସୁବିଧା ମଧ୍ୟ ଅଛି, ଆଉ ଦିବ୍ୟାଙ୍ଗଜନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ଏହିଭଳି ଭାବେ ବିଗତ 6-7 ବର୍ଷରେ ବନାରସର ହସ୍ତକଳା ଏବଂ ଶିଳ୍ପକୁ ମଧ୍ୟ ପ୍ରୋତ୍ସାହିତ କରିବା, ସୁଦୃଢ କରିବା ଦିଗରେ ବହୁତ କିଛି କାର୍ଯ୍ୟ ହୋଇଛି। ଏହା ଦ୍ୱାରା ବନାରସୀ ରେଶମ ଏବଂ ବନାରସୀ ଶିଳ୍ପକୁ ପୁଣି ଥରେ ନୂଆ ପରିଚୟ ମିଳୁଛି, ଏଠାରେ ବ୍ୟବସାୟିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଉଛି। ରୁଦ୍ରାକ୍ଷ ଏହି କାର୍ଯ୍ୟକଳାପକୁ ମଧ୍ୟ ବୃଦ୍ଧି କରିବାରେ ସହାୟତା କରିବ। ଏହି ଭିତିଭୂମିରେ ମଧ୍ୟ ଅନେକ ପ୍ରକାରର ବ୍ୟବସାୟିକ କାର୍ଯ୍ୟକ୍ରମରେ ମଧ୍ୟ ବ୍ୟବହାର କରାଯାଇ ପାରିବ।

ସାଥୀଗଣ,

ଭଗବାନ ବିଶ୍ୱନାଥ ତ ସ୍ୱୟଂ ହିଁ କହିଛନ୍ତି-

ସର୍ବ କ୍ଷେତ୍ରେଷୁ ଭୂପୃଷ୍ଠେ କାଶୀ କ୍ଷେତ୍ରମ୍‍ ଚ ମେ ବପୁଃ।

ଅର୍ଥାତ, କାଶୀର ତ ସମଗ୍ର କ୍ଷେତ୍ର ହିଁ ହେଉଛି ମୋର ସ୍ୱରୂପ। କାଶୀ ତ ହେଉଛି ସାକ୍ଷାତ ଶିବ। ଏବେ ଯେତେବେଳେ ବିଗତ 7 ବର୍ଷରେ ଏତେ କିଛି ବିକାଶ ପ୍ରକଳ୍ପ ଦ୍ୱାରା କାଶୀର ଶୃଙ୍ଗାର ହେଉଛି ତେବେ ଏହି ଶୃଙ୍ଗାର ବିନା ରୁଦ୍ରାକ୍ଷ କିପରି ସମ୍ପୂର୍ଣ୍ଣ ହୋଇ ପାରି ଥାଆନ୍ତା ? ଏବେ ଯେତେବେଳେ ଏହି ରୁଦ୍ରାକ୍ଷ କାଶୀ ଧାରଣ କରି ନେଇଛି, ସେତେବେଳେ କାଶୀର ବିକାଶ ଆହୁରି ଅଧିକ ଚମକିବ ଏବଂ ଆହୁରି ଅଧିକ କାଶୀର ଶୋଭା ବଢ଼଼ିବ। ଯେତେବେଳେ ଏହା ହେଉଛି କାଶୀବାସୀଙ୍କର ଦାୟିତ୍ୱ, ମୁଁ ଆପଣ ସମସ୍ତଙ୍କୁ ବିଶେଷ ଅନୁରୋଧ କରୁଛି, ଯେ ରୁଦ୍ରାକ୍ଷର ଶକ୍ତିକୁ ଆପଣମାନେ ସମ୍ପୂର୍ଣ୍ଣ ଭାବେ ଉପଯୋଗ କରିବେ। 

 

କାଶୀର ସାଂସ୍କୃତିକ ସୌନ୍ଦର୍ଯ୍ୟକୁ, କାଶୀର ପ୍ରତିଭାମାନଙ୍କୁ, ଏହି କେନ୍ଦ୍ର ସହିତ ଯୋଡ଼ିବାର ଅଛି। ଆପଣମାନେ ଯେତେବେଳେ ଏହି ଦିଗରେ କାର୍ଯ୍ୟ କରିବେ, ସେତେବେଳେ କାଶୀ ସହିତ ସମଗ୍ର ଦେଶକୁ ଏବଂ ବିଶ୍ୱକୁ ମଧ୍ୟ ଯୋଡ଼ିପାରିବେ। ଯେମିତି- ଯେଭଳି ଭାବେ ଏହି କେନ୍ଦ୍ର ସକ୍ରିୟ ହେବ, ଏହା ମାଧ୍ୟମରେ ଭାରତ- ଜାପାନର ସମ୍ପର୍କକୁ ମଧ୍ୟ ବିଶ୍ୱରେ ଏକ ନୂତନ ପରିଚୟ ମିଳିବ।

 

ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ମହାଦେବଙ୍କ ଆଶୀର୍ବାଦରୁ ଆଗାମୀ ଦିନରେ ଏହି କେନ୍ଦ୍ର କାଶୀ ପାଇଁ ଏକ ନୂତନ ପରିଚୟ ସୃଷ୍ଟି କରିବ, କାଶୀର ବିକାଶକୁ ନୂତନ ଗତି ଦେବ। ଏହି ଶୁଭକାମନା ସହିତ ମୁଁ ନିଜ କଥା ସମାପ୍ତ କରୁଛି। ମୁଁ ପୁଣି ଥରେ ଜାପାନ ସରକାରଙ୍କର ଜାପାନର ପ୍ରଧାନମନ୍ତ୍ରୀ ମହାଶୟଙ୍କୁ ବିଶେଷ ଭାବେ କୃତଜ୍ଞତା ଜଣାଉଛି ଆଉ ବାବାଙ୍କୁ ଏହି ପ୍ରାର୍ଥନା କରୁଛି। ଆପଣ ସମସ୍ତଙ୍କୁ ସୁସ୍ଥ ରଖନ୍ତୁ, ଖୁସିରେ ରଖନ୍ତୁ, ସଜାଗ ରଖନ୍ତୁ ଏବଂ କରୋନାର ସମସ୍ତ ପ୍ରୋଟୋକଲର ପାଳନ କରିବାର ଅଭ୍ୟାସ ଜାରି ରଖନ୍ତୁ। ଆପଣ ସମସ୍ତଙ୍କୁ ବହୁତ-ବହୁତ ଧନ୍ୟବାଦ! ହର ହର ମହାଦେବ। 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
7 hyper local foods that PM Modi made popular via speeches, social media and Mann ki Baat

Media Coverage

7 hyper local foods that PM Modi made popular via speeches, social media and Mann ki Baat
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Rastriya Swatantra Party leaders on electoral success in Nepal
March 09, 2026

The Prime Minister, Shri Narendra Modi, had warm telephone conversations with Mr. Rabi Lamichhane, Chairman of the Rastriya Swatantra Party (RSP), and Mr. Balendra Shah, Senior Leader of the RSP.

Shri Modi congratulated both leaders on their electoral victories and the RSP’s resounding success in the Nepal elections. He conveyed his best wishes for the forthcoming new Government and reaffirmed India’s commitment to work with them for mutual prosperity, progress and well-being of the people of both countries.

Expressing confidence in the future of India-Nepal relations, the Prime Minister said that with joint endeavours, the partnership between the two nations will scale new heights in the years ahead.

In a X post, the Prime Minister said;

“Had warm telephone conversations with Mr. Rabi Lamichhane, Chairman of the Rastriya Swatantra Party (RSP) and Mr. Balendra Shah, Senior Leader of the RSP.

Congratulated both leaders on their electoral victories and RSP’s resounding success in the Nepal elections. Conveyed my best wishes for their forthcoming new Government and India's commitment to work with them for mutual prosperity, progress and well-being of our two countries.

I am confident that with our joint endeavours, India and Nepal relations will scale new heights in the years ahead.

@hamrorabi

@ShahBalen

@party_swatantra”