ସ୍କାଏରୁଟର ପ୍ରଥମ କକ୍ଷପଥ ରକେଟ୍, ବିକ୍ରମ-1 ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ; ଏହା ପୃଥିବୀର କକ୍ଷପଥକୁ ଉପଗ୍ରହ ପ୍ରକ୍ଷେପଣ କରିବାର କ୍ଷମତା ରଖିଛି
ଆମର ଯୁବ ଶକ୍ତି ନିଜର ନବସୃଜନ, ସାହସିକ ପଦକ୍ଷେପ ଗ୍ରହଣ କରିବାର କ୍ଷମତା ଏବଂ ଉଦ୍ୟମିତା ସହ ନୂତନ ଶିଖରରେ ପହଞ୍ଚିଛି: ପ୍ରଧାନମନ୍ତ୍ରୀ
ବିଗତ କିଛି ଦଶନ୍ଧି ମଧ୍ୟରେ ଭାରତର ମହାକାଶ ଯାତ୍ରାକୁ ନୂତନ ଶିଖରରେ ପହଞ୍ଚାଇଛି ଇସ୍ରୋ; ନିଜର ବିଶ୍ୱସନୀୟତା, କ୍ଷମତା ଏବଂ ମୂଲ୍ୟ ମାଧ୍ୟମରେ ଭାରତ ବିଶ୍ୱ ମହାକାଶ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ: ପ୍ରଧାନମନ୍ତ୍ରୀ
ଗତ ଛଅରୁ ସାତ ବର୍ଷ ମଧ୍ୟରେ, ଭାରତ ଏହାର ମହାକାଶ କ୍ଷେତ୍ରକୁ ଏକ ମୁକ୍ତ, ସହଯୋଗପୂର୍ଣ୍ଣ ଏବଂ ନବସୃଜନ ଆଧାରିତ ଇକୋସିଷ୍ଟମରେ ପରିଣତ କରିଛି: ପ୍ରଧାନମନ୍ତ୍ରୀ
ସରକାର ମହାକାଶ କ୍ଷେତ୍ରକୁ ଉନ୍ମୁକ୍ତ କରିବା ପରେ ଆମର ଯୁବପିଢ଼ି ବିଶେଷ କରି ଜେନ୍‌ ଜି ଏହି ସୁଯୋଗର ସର୍ବାଧିକ ଉପଯୋଗ କରିବା ପାଇଁ ଆଗକୁ ଆସିଥିଲେ: ପ୍ରଧାନମନ୍ତ୍ରୀ
ଭାରତ ପାଖରେ ମହାକାଶ କ୍ଷେତ୍ରରେ ଯେଉଁ କ୍ଷମତା ରହିଛି ତାହା ବିଶ୍ୱର ମାତ୍ର ହାତ ଗଣତି ଦେଶ ପାଖରେ ରହିଛି: ପ୍ରଧାନମନ୍ତ୍ରୀ

କ୍ୟାବିନେଟରେ ମୋର ସହଯୋଗୀ ଶ୍ରୀ ଜି. କିଶନ ରେଡ୍ଡୀ ଜୀ, ଆନ୍ଧ୍ର ପ୍ରଦେଶର ଶିଳ୍ପ ମନ୍ତ୍ରୀ ଶ୍ରୀ ଟି. ଜି. ଭରତ ଜୀ, ଇନ୍-ସ୍ପେସ୍ ର ଅଧ୍ୟକ୍ଷ ଶ୍ରୀ ପବନ ଗୋଏଙ୍କା ଜୀ, ସ୍କାଇରୁଟର ଟିମ୍, ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଓ ସଜ୍ଜନଗଣ!

ବନ୍ଧୁଗଣ,

ଆଜି ଦେଶ ମହାକାଶ କ୍ଷେତ୍ରରେ ଏକ ଅଭୂତପୂର୍ବ  ସୁଯୋଗ ସୃଷ୍ଟି ହୋଇଛି । ଆଜି ଭାରତର ମହାକାଶ ଇକୋସିଷ୍ଟମ ଘରୋଇ କ୍ଷେତ୍ରର ସମ୍ପୃକ୍ତି ସହ ଉଲ୍ଲେଖନୀୟ ପ୍ରଗତି ହାସଲ କରୁଛି। ସ୍କାଏରୁଟ୍‌ର ଇନଫିନିଟି କ୍ୟାମ୍ପସ ଭାରତର ନୂତନ ଚିନ୍ତାଧାରା, ନବସୃଜନ ଏବଂ ସର୍ବୋପରି ଯୁବ ଶକ୍ତିର ପ୍ରତିଫଳନ। ଆମ ଯୁବପିଢ଼ିଙ୍କ ନବସୃଜନ,ଦାୟିତ୍ଵ ନେବାର କ୍ଷମତା ଏବଂ ଉଦ୍ୟମିତା ଆଜି ନୂତନ ଶିଖର ଛୁଇଁଛି। ଏବଂ ଆଜି ଏହି କାର୍ଯ୍ୟକ୍ରମ ଏହି କଥାର ପ୍ରତିଫଳନ ଯେ ଆଗାମୀ ସମୟରେ ଭାରତ ବିଶ୍ୱ ଉପଗ୍ରହ ଉତକ୍ଷେପଣ ଇକୋସିଷ୍ଟମରେ ଅଗ୍ରଣୀ ଭାବେ ଉଭା ହେବ। ମୁଁ ପବନ କୁମାର ଚନ୍ଦନା ଏବଂ ନାଗା ଭାରତ ଡାକାକୁ ବହୁତ ବହୁତ ଶୁଭକମନା ଜଣାଉଛି। ଆପଣ ଦୁଇ ଯୁବକ ଦେଶର ଅନେକ ଯୁବ ମହାକାଶ ଉଦ୍ୟୋଗୀଙ୍କ ପାଇଁ, ପ୍ରତ୍ୟେକ ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ପ୍ରେରଣା। ଆପଣ ଦୁଇ ଯୁବକ ନିଜ ଉପରେ ବିଶ୍ୱାସ କରୁଥିଲେ, ଆପଣ ବିପଦ ନେବାକୁ ପଛଘୁଞ୍ଚା ଦେଇ ନ ଥିଲେ। ଆଉ ଏହାର ପରିଣାମ ଆଜି ସମଗ୍ର ଦେଶ ଦେଖୁଛି, ଦେଶ ଆପଣଙ୍କୁ ନେଇ ଗର୍ବ ଅନୁଭବ କରୁଛି ।

ବନ୍ଧୁଗଣ,

ଭାରତର ମହାକାଶ ଯାତ୍ରା ବହୁତ ସୀମିତ ସମ୍ବଳ ସହିତ ଆରମ୍ଭ ହୋଇଥିଲା। କିନ୍ତୁ ଆମର ମହତ୍ୱାକାଂକ୍ଷା କଦାପି ସୀମିତ ନୁହେଁ। ଏହା ମଧ୍ୟ ଏକ ଯୁଗ ଥିଲା, ସାଇକେଲରେ ରକେଟରେ ଅଂଶ ବହନ କରିବା ଠାରୁ ଆରମ୍ଭ କରି ବିଶ୍ୱର ସବୁଠାରୁ ବିଶ୍ୱସନୀୟ ଉତକ୍ଷେପଣ ଯାନ ପର୍ଯ୍ୟନ୍ତ, ଭାରତ ପ୍ରମାଣ କରିଛି ଯେ ସ୍ୱପ୍ନର ଉଚ୍ଚତା ସମ୍ବଳ ଦ୍ୱାରା ନୁହେଁ, ବରଂ ସଂକଳ୍ପ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ। ଦଶନ୍ଧି ଦଶନ୍ଧି ଧରି ଭାରତର ମହାକାଶ ଯାତ୍ରାକୁ ଇସ୍ରୋ ଏକ ନୂତନ ଉଡ଼ାଣ ଦେଇଛି। ବିଶ୍ୱସନୀୟତା, ସାମର୍ଥ୍ୟ ଏବଂ ମୂଲ୍ୟ, ପ୍ରତ୍ୟେକ ଦୃଷ୍ଟିରୁ, ଭାରତ ନିଜର ପରିଚୟ ସୃଷ୍ଟି କରିଛି।

 

ବନ୍ଧୁଗଣ,

ଆମେ ସମସ୍ତେ ଜାଣୁ ଯେ, ଏହି ବଦଳୁଥିବା ସମୟରେ ମହାକାଶ କ୍ଷେତ୍ରର କେତେ ସମ୍ପ୍ରସାରଣ ହେଉଛି। ଏହା ଯୋଗାଯୋଗ, କୃଷି, ସାମୁଦ୍ରିକ ନିରୀକ୍ଷଣ, ସହରାଞ୍ଚଳ ଯୋଜନା, ପାଣିପାଗ ପୂର୍ବାନୁମାନ ଏବଂ ଜାତୀୟ ସୁରକ୍ଷାର ଆଧାର ପାଲଟିଛି। ଆଉ ସେଥିପାଇଁ ଆମେ ଭାରତର ମହାକାଶ କ୍ଷେତ୍ରରେ ଐତିହାସିକ ସଂସ୍କାର ଆଣିଛୁ। ସରକାର ମହାକାଶ କ୍ଷେତ୍ରକୁ ଘରୋଇ ନବସୃଜନ ପାଇଁ ଉନ୍ମୁକ୍ତ କରିଥିଲେ, ଏକ ନୂତନ ମହାକାଶ ନୀତି ପ୍ରସ୍ତୁତ କରାଯାଇଥିଲା। ଆମେ ଷ୍ଟାର୍ଟଅପ୍, ଉଦ୍ୟୋଗକୁ ନବସୃଜନ ସହିତ ଯୋଡ଼ିବା ପାଇଁ ପ୍ରୟାସ କରିଥିଲୁ। ଆମେ ଆଇଏନ୍-ଏସ୍ ପିଏସିଇ. ପ୍ରତିଷ୍ଠା କରିଛୁ, ଆଇ.ଏସ୍. ଆର୍.ଓ. ର ସୁବିଧା ଏବଂ ପ୍ରଯୁକ୍ତିବିଦ୍ୟା ଆମର ଷ୍ଟାର୍ଟଅପ୍ ପାଇଁ ଉପଲବ୍ଧ କରାଇଛୁ। ଅର୍ଥାତ୍, ଗତ ୬-୭ ବର୍ଷ ମଧ୍ୟରେ ଭାରତ ନିଜର ମହାକାଶ କ୍ଷେତ୍ରକୁ ଏକ ମୁକ୍ତ, ସହଯୋଗାତ୍ମକ ଏବଂ ନବସୃଜନ ପରିଚାଳିତ ଇକୋସିଷ୍ଟମରେ ପରିଣତ କରିଛି। ଆଜିର କାର୍ଯ୍ୟକ୍ରମରେ ଆମେ ଏହାର ଝଲକ ଦେଖିପାରୁଛୁ, ଏବଂ ଗର୍ବର ଭାବନା ଅନୁଭବ କରୁଛୁ।

ବନ୍ଧୁଗଣ,

ଭାରତର ଯୁବକମାନେ ଦେଶ ହିତ ସର୍ବାଗ୍ରେ ରଖି ଚାଲିଥାନ୍ତି, ସେମାନେ ପ୍ରତ୍ୟେକ ସୁଯୋଗର ସଠିକ ଉପଯୋଗ କରିଥାନ୍ତି  । ଯେତେବେଳେ ସରକାର ମହାକାଶ କ୍ଷେତ୍ରକୁ ଉନ୍ମୁକ୍ତ କଲେ, ସେତେବେଳେ ଦେଶର ଯୁବକମାନେ, ବିଶେଷ କରି ଆମର ଜେନ-ଜି ଯୁବକମାନେ ଏହାର ସମ୍ପୂର୍ଣ୍ଣ ଲାଭ ଉଠାଇବା ପାଇଁ ଆଗେଇ ଆସିଲେ। ଆଜି ଭାରତର ୩୦୦ରୁ ଅଧିକ ମହାକାଶ ଷ୍ଟାର୍ଟଅପ୍, ଭାରତର ମହାକାଶ ଭବିଷ୍ୟତକୁ ନୂଆ ଆଶା ଦେଉଛନ୍ତି। ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆମର ଅଧିକାର, ଏବଂ ଆମର ଅଧିକାଂଶ ସ୍ପେସ୍ ଷ୍ଟାର୍ଟଅପ୍, ଏକ ବହୁତ ଛୋଟ ଦଳ ସହିତ ଆରମ୍ଭ ହୋଇଛି। ଏବଂ ଗତ ୫-୬ବର୍ଷ ମଧ୍ୟରେ, ନିରନ୍ତର ଭାବେ, ସମସ୍ତଙ୍କୁ ଭେଟିବାର ସୁଯୋଗ ମୋତେ ମିଳିଛି। ବେଳେବେଳେ ଦୁଇ ଜଣ, ବେଳେବେଳେ ପାଞ୍ଚ ଜଣ ବନ୍ଧୁ, ବେଳେବେଳେ ଏକ ଛୋଟ ଭଡ଼ା ଘର। ଦଳ ଛୋଟ ଥିଲା, ସମ୍ବଳ ସୀମିତ ଥିଲା, କିନ୍ତୁ ଉଦ୍ଦେଶ୍ୟ ହେଉଛି ନୂତନ ଶିଖରରେ ପହଞ୍ଚିବା। ଏହା ହେଉଛି ସେହି ଭାବନା ଯାହା ଭାରତରେ ଘରୋଇ ମହାକାଶ ବିପ୍ଳବକୁ ଜନ୍ମ ଦେଇଛି। ଆଜି ଏହି ଜେନ୍-ଜି ଇଞ୍ଜିନିୟର, ଜେନ୍-ଜି ଡିଜାଇନର୍, ଜେନ୍-ଜି କୋଡର୍ ଏବଂ ଜେନ୍-ଜି ବୈଜ୍ଞାନିକମାନେ ନୂଆ ନୂଆ ଟେକ୍ନୋଲୋଜି ପ୍ରସ୍ତୁତ କରୁଛନ୍ତି। ପ୍ରଚଳନ ପ୍ରଣାଳୀ ହେଉ, କମ୍ପୋଜିଟ୍ ସାମଗ୍ରୀ ହେଉ, ରକେଟ୍ ପର୍ଯ୍ୟାୟ ହେଉ, ସାଟେଲାଇଟ୍ ପ୍ଲାଟଫର୍ମ ହେଉ, ଆଜି ଭାରତର ଯୁବପିଢ଼ି ଏପରି କ୍ଷେତ୍ରରେ କାମ କରୁଛନ୍ତି ଯାହା କିଛି ବର୍ଷ ପୂର୍ବରୁ କଳ୍ପନା ମଧ୍ୟ କରାଯାଇ ନଥିଲା। ଭାରତର ଘରୋଇ ମହାକାଶ ପ୍ରତିଭା ସମଗ୍ର ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରୁଛି। ଆଜି ଭାରତର ମହାକାଶ କ୍ଷେତ୍ର ବିଶ୍ୱ ନିବେଶକମାନଙ୍କ ପାଇଁ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ପାଲଟିଛି।

ବନ୍ଧୁଗଣ,

ଆଜି ବିଶ୍ୱରେ ଛୋଟ ଉପଗ୍ରହଗୁଡ଼ିକର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଉତକ୍ଷେପଣ କ୍ରମାଗତ ମଧ୍ୟ ବୃଦ୍ଧି ପାଉଛି। ନୂଆ ନୂଆ କମ୍ପାନୀଗୁଡିକ  ଉପଗ୍ରହ ସେବା ପ୍ରଦାନ କରିବା ଆରମ୍ଭ କରିଛନ୍ତି। ଏବଂ ମହାକାଶ ଏବେ ଏକ ରଣନୈତିକ ସମ୍ପଦ ଭାବେ ଅବସ୍ଥାପିତ ହୋଇଛି। ତେଣୁ ଆଗାମୀ ବର୍ଷଗୁଡ଼ିକରେ ବିଶ୍ୱର ମହାକାଶ ଅର୍ଥବ୍ୟବସ୍ଥା ଅନେକ ଗୁଣ ବୃଦ୍ଧି ପାଇବାକୁ ଯାଉଛି। ଭାରତର ଯୁବକମାନଙ୍କ ପାଇଁ ଏହା ଏକ ବହୁତ ବଡ଼ ସୁଯୋଗ ଅଟେ ।

 

ବନ୍ଧୁଗଣ,

ମହାକାଶ କ୍ଷେତ୍ରରେ ଭାରତର ଯେତିକି ସାମର୍ଥ୍ୟ ରହିଛି, ତାହା ବିଶ୍ୱର କେବଳ ଅଳ୍ପ କେତେକ ଦେଶ ପାଖରେ ଅଛି। ଆମ ପାଖରେ ଅଭିଜ୍ଞ ଇଞ୍ଜିନିୟର ଅଛନ୍ତି, ଉଚ୍ଚମାନର ଉତ୍ପାଦନ ଇକୋସିଷ୍ଟମ ଅଛି, ବିଶ୍ୱସ୍ତରୀୟ ଲଞ୍ଚ ସାଇଟ୍ ଏବଂ ନବସୃଜନକୁ ପ୍ରୋତ୍ସାହିତ କରୁଥିବା ମାନସିକତା ରହିଛି। ଭାରତର ମହାକାଶ କ୍ଷମତା ବ୍ୟୟବହୁଳ ମଧ୍ୟ ଅଟେ, ଏବଂ ଏହା ସହିତ ବିଶ୍ଵାସଯୋଗ୍ୟ ମଧ୍ୟ ଅଟେ । ସେଥିପାଇଁ ବିଶ୍ୱର ଭାରତଠାରୁ ବହୁତ ଆଶା ରହିଛି। ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକ ଭାରତରେ ଉପଗ୍ରହ ନିର୍ମାଣ କରିବାକୁ ଚାହୁଁଛନ୍ତି, ଭାରତରୁ ଉତକ୍ଷେପଣ ସେବା ନେବାକୁ ଚାହୁଁଛନ୍ତି, ଭାରତ ସହିତ ବୈଷୟିକ ଭାଗିଦାରୀ ଚାହୁଁଛନ୍ତି। ତେଣୁ ଆମକୁ ଏହି ସମୟର ସର୍ବାଧିକ ଲାଭ ଉଠାଇବାକୁ ପଡ଼ିବ।

ବନ୍ଧୁଗଣ,

ମହାକାଶ କ୍ଷେତ୍ରରେ ଆଜି ଆମେ ଯେଉଁ ପରିବର୍ତ୍ତନ ଦେଖୁଛୁ, ତାହା ଭାରତରେ ହେଉଥିବା ଷ୍ଟାର୍ଟଅପ୍ ବିପ୍ଳବର ଅଂଶବିଶେଷ। ବିଗତ ଦଶନ୍ଧି ମଧ୍ୟରେ, ଭିନ୍ନ ଭିନ୍ନ କ୍ଷେତ୍ରରେ ଷ୍ଟାର୍ଟଅପ୍ ଗୁଡ଼ିକର ଏକ ନୂତନ ତରଙ୍ଗ ଆସିଛି। ଆର୍ଥିକ ପ୍ରଯୁକ୍ତି ହେଉ, କୃଷି ପ୍ରଯୁକ୍ତି ହେଉ, ସ୍ୱାସ୍ଥ୍ୟ ପ୍ରଯୁକ୍ତି ହେଉ, ଜଳବାୟୁ ପ୍ରଯୁକ୍ତି ହେଉ, ପ୍ରତିରକ୍ଷା ପ୍ରଯୁକ୍ତି ହେଉ ପ୍ରତ୍ୟେକ କ୍ଷେତ୍ରରେ ଭାରତର ଯୁବକ ଏବଂ ଆମର ଜେନ୍-ଜି ନୂଆ ସମାଧାନ ଦେଉଛନ୍ତି। ଏବଂ ଆଜି, ମୁଁ ବିଶ୍ୱର ଜେନ୍-ଜି କୁ ମଧ୍ୟ ବହୁତ ଆତ୍ମବିଶ୍ୱାସର ସହ କହିପାରିବି ଯେ ଯଦି ଜେନ୍-ଜି ପାଇଁ ପ୍ରକୃତ ଅର୍ଥରେ ଯେକୌଣସି ସ୍ଥାନରୁ ପ୍ରେରଣା ଆସିପାରିବ, ତେବେ ଏହା ଭାରତର ଜେନ ଜେଡରୁ ଆସିପାରିବ। ଭାରତର ଜେନ୍-ଜିଙ୍କ ସୃଜନଶୀଳତା, ଭାରତର ଜେନ୍-ଜି ଙ୍କ ସକାରାତ୍ମକ ମାନସିକତା, ଭାରତର ଜେନ୍-ଜିଙ୍କ କ୍ଷମତା ନିର୍ମାଣ ସମଗ୍ର ବିଶ୍ୱର ଜେନ୍-ଜି ଙ୍କ ପାଇଁ ଏକ ଆଦର୍ଶ ହୋଇପାରିବ। ଆଜି ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ ହୋଇଛି। ଏକ ସମୟ ଥିଲା ଯେତେବେଳେ ଷ୍ଟାର୍ଟଅପ୍ ମାନେ କେବଳ ଅଳ୍ପ କିଛି ବଡ଼ ସହର ଥିଲା। କିନ୍ତୁ ଆଜି ଭାରତର ଛୋଟ ଛୋଟ ସହର ଏବଂ ଗାଁ ଗୁଡ଼ିକରୁ ମଧ୍ୟ ଷ୍ଟାର୍ଟଅପ୍ ବିକଶିତ ହେଉଛି। ଆଜି ଦେଶରେ ଦେଢ଼ ଲକ୍ଷରୁ ଅଧିକ ପଞ୍ଜୀକୃତ ଷ୍ଟାର୍ଟଅପ୍ ରହିଛି। ଅନେକ ଷ୍ଟାର୍ଟଅପ୍ ୟୁନିକର୍ଣ୍ଣରେ ପରିଣତ ହୋଇଛି।

ବନ୍ଧୁଗଣ,

ଆଜି ଭାରତ କେବଳ ଆପ୍ ଏବଂ ସେବା ମଧ୍ୟରେ ସୀମିତ ନାହିଁ। ଆମେ ବର୍ତ୍ତମାନ ଗଭୀର-ପ୍ରଯୁକ୍ତି, ଉତ୍ପାଦନ ଏବଂ ହାର୍ଡୱେର୍ ନବସୃଜନ ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛୁ, ଜେନ୍-ଜିକୁ ଧନ୍ୟବାଦ। ଆପଣ ସେମିକଣ୍ଡକ୍ଟର କ୍ଷେତ୍ରର ଉଦାହରଣ ନିଅନ୍ତୁ, ସରକାରଙ୍କ ଦ୍ୱାରା ନିଆଯାଇଥିବା ଐତିହାସିକ ପଦକ୍ଷେପ ଭାରତର ବୈଷୟିକ ଭବିଷ୍ୟତର ମୂଳଦୁଆକୁ ମଜବୁତ କରୁଛି। ଆଜି ଦେଶରେ ସେମିକଣ୍ଡକ୍ଟର ଫେବ୍ରିକେସନ୍ ୟୁନିଟ୍, ଚିପ୍ ଉତ୍ପାଦନ ଏବଂ ଡିଜାଇନ୍ ହବ୍ ଦ୍ରୁତ ଗତିରେ ବିକଶିତ ହେଉଛି। ଚିପ୍ ଠାରୁ ଆରମ୍ଭ କରି ସିଷ୍ଟମ୍ ପର୍ଯ୍ୟନ୍ତ, ଭାରତ ବର୍ତ୍ତମାନ ଏକ ଶକ୍ତିଶାଳୀ ଇଲେକ୍ଟ୍ରୋନିକ୍ସ ମୂଲ୍ୟ ଶୃଙ୍ଖଳ ସୃଷ୍ଟି କରୁଛି। ଏହା କେବଳ ଆତ୍ମନିର୍ଭରଶୀଳତାର ସଂକଳ୍ପର ଏକ ଅଂଶ ନୁହେଁ, ଏହା ଭାରତକୁ ବିଶ୍ୱ ଯୋଗାଣ ଶୃଙ୍ଖଳାର ଏକ ଦୃଢ଼ ଏବଂ ବିଶ୍ୱସନୀୟ ମାନଦଣ୍ଡ ମଧ୍ୟ ହେବ ।

ବନ୍ଧୁଗଣ,

ଆମର ସଂସ୍କାରର ପରିସର ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଯେପରି ଆମେ ଘରୋଇ କ୍ଷେତ୍ର ପାଇଁ ମହାକାଶ ନବସୃଜନକୁ ଉନ୍ମୁକ୍ତ କରିଛୁ, ସେହିଭଳି ଆମେ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ମଧ୍ୟ ପଦକ୍ଷେପ ନେବାକୁ ଯାଉଛୁ। ଆମେ ମଧ୍ୟ ଆଣବିକ କ୍ଷେତ୍ରକୁ ଉନ୍ମୁକ୍ତ କରିବା ଦିଗରେ ଅଗ୍ରସର ହେଉଛୁ। ଏହି କ୍ଷେତ୍ରରେ ମଧ୍ୟ ଆମେ ଘରୋଇ କ୍ଷେତ୍ରର ଏକ ଦୃଢ଼ ଭୂମିକା ପାଇଁ ମୂଳଦୁଆ ପକାଇବାକୁ ଯାଉଛୁ। ଏହା କ୍ଷୁଦ୍ର ମଡ୍ୟୁଲାର ରିଆକ୍ଟର, ଉନ୍ନତ ରିଆକ୍ଟର ଏବଂ ଆଣବିକ ନବସୃଜନ କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବ। ଏହି ସଂସ୍କାର ଆମର ଶକ୍ତି ସୁରକ୍ଷା ଏବଂ ବୈଷୟିକ ନେତୃତ୍ୱକୁ ନୂତନ ଶକ୍ତି ପ୍ରଦାନ କରିବ।

 

ବନ୍ଧୁଗଣ,

ଆଗାମୀ ଭବିଷ୍ୟତରେ କ’ଣ ହେବ, ତାହା ଆଜି ଯେଉଁ ଗବେଷଣା କରାଯାଉଛି, ତାହା ଉପରେ ମଧ୍ୟ ନିର୍ଭର କରିଥାଏ। ତେଣୁ ଯୁବକମାନଙ୍କୁ ଅଧିକରୁ ଅଧିକ ଗବେଷଣା ସୁଯୋଗ ଦେବା ଉପରେ ମଧ୍ୟ ଆମ ସରକାର ଗୁରୁତ୍ୱ ଦେଉଛନ୍ତି। ଆମେ 'ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ୍' ଗଠନ କରିଛୁ, ଯାହା 'ୟୁଥ୍ ଫର୍ ମଡର୍ଣ୍ଣ ରିସର୍ଚ୍ଚ' କୁ ସହାୟତା କରୁଛି। ଏକ ରାଷ୍ଟ୍ର, ଏକ ସଦସ୍ୟତା ସମସ୍ତ ଛାତ୍ରଙ୍କ ପାଇଁ ଆନ୍ତର୍ଜାତୀୟ ଜର୍ଣ୍ଣାଲ ପାଇବା ସହଜ କରିଛି। ଏକ ଲକ୍ଷ କୋଟି ଟଙ୍କାର ଗବେଷଣା, ବିକାଶ ଏବଂ ନବସୃଜନ ପାଣ୍ଠି ସାରା ଦେଶର ଯୁବକମାନଙ୍କ ପାଇଁ ବହୁତ ସହାୟକ ହେବାକୁ ଯାଉଛି। ଆମେ ୧୦,୦୦୦ରୁ ଅଧିକ ଅଟଳ ଟିଙ୍କରିଂ ଲ୍ୟାବ ମଧ୍ୟ ଖୋଲିଛୁ, ଯାହା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗବେଷଣା ଏବଂ ନବସୃଜନ ଭାବନା ସୃଷ୍ଟି କରୁଛି। ଆଗାମୀ ଦିନରେ ଆମେ ଏଭଳି ୫୦,୦୦୦ ନୂତନ ଅଟଳ ଟିଙ୍କରିଂ ଲ୍ୟାବ ସୃଷ୍ଟି କରିବା ଉପରେ କାର୍ଯ୍ୟ କରୁଛୁ। ସରକାରଙ୍କ ଏହି ପ୍ରୟାସ ଭାରତରେ ନୂତନ ନବସୃଜନର ମୂଳଦୁଆ ପକାଇଛି।

ବନ୍ଧୁଗଣ,

ଆଗାମୀ ସମୟ ଭାରତର, ଭାରତର ଯୁବକମାନଙ୍କ ପାଇଁ, ଭାରତର ନବସୃଜନର। କିଛି ମାସ ପୂର୍ବରୁ, ମହାକାଶ ଦିବସ ଅବସରରେ, ମୁଁ ଆମର ମହାକାଶ ଆକାଂକ୍ଷାଗୁଡ଼ିକ ବିଷୟରେ ଆଲୋଚନା କରିଥିଲି। ଆମେ ସ୍ଥିର କରିଥିଲୁ ଯେ ଆଗାମୀ ୫ ବର୍ଷ ମଧ୍ୟରେ ଭାରତ ଏହାର ଉତକ୍ଷେପଣ କ୍ଷମତାକୁ ନୂତନ ଉଚ୍ଚତାକୁ ନେଇଯିବ। ଆମେ ଏହା ମଧ୍ୟ ସ୍ଥିର କରିଥିଲୁ ଯେ ଭାରତର ମହାକାଶ କ୍ଷେତ୍ରରେ ୫ଟି ନୂଆ ୟୁନିକର୍ଣ୍ଣ ନିର୍ମାଣ କରାଯିବ। ସ୍କାଇରୁଟ ଦଳ ଯେଉଁଭଳି ଭାବେ ଆଗକୁ ବଢ଼ୁଛି, ଏହା ନିଶ୍ଚିତ ଯେ ଭାରତ ପ୍ରତ୍ୟେକ ଲକ୍ଷ୍ୟ ହାସଲ କରିବ।

ବନ୍ଧୁଗଣ,

ମୁଁ ଭାରତର ପ୍ରତ୍ୟେକ ଯୁବପିଢ଼ିଙ୍କୁ, ପ୍ରତ୍ୟେକ ଷ୍ଟାର୍ଟଅପ୍, ପ୍ରତ୍ୟେକ ବୈଜ୍ଞାନିକ, ପ୍ରତ୍ୟେକ ଇଞ୍ଜିନିୟର, ପ୍ରତ୍ୟେକ ଉଦ୍ୟୋଗୀ, ପ୍ରତ୍ୟେକ ଯୁବପିଢ଼ିଙ୍କୁ ଆଶ୍ୱାସନା ଦେଉଛି, ଏହା ହେଉଛି ମୋର ଗ୍ୟାରେଣ୍ଟି, ସରକାର ପ୍ରତ୍ୟେକ ପଦକ୍ଷେପରେ ଆପଣଙ୍କ ସହିତ ଛିଡା ହେଉଛନ୍ତି। ମୁଁ ପୁଣିଥରେ ସ୍କାଇରୁଟର ସମଗ୍ର ଟିମଙ୍କୁ ଅଭିନନ୍ଦନ ଜଣାଉଛି। ଏବଂ ଭାରତର ମହାକାଶ ଯାତ୍ରାକୁ ଏକ ନୂତନ ଗତି ପ୍ରଦାନ କରୁଥିବା ସମସ୍ତଙ୍କୁ ମୋର ଶୁଭେଚ୍ଛା। ଆସନ୍ତୁ ପୃଥିବୀରେ ହେଉ କିମ୍ବା ମହାକାଶରେ, ଏକବିଂଶ ଶତାବ୍ଦୀକୁ ଭାରତର ଶତାବ୍ଦୀରେ ପରିଣତ କରିବା । ଆପଣ ସମସ୍ତଙ୍କୁ ବହୁତ-ବହୁତ ଧନ୍ୟବାଦ। ବହୁତ-ବହୁତ ଶୁଭେଚ୍ଛା!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-UK social security pact to benefit 90-95% of Indian professionals working in Britain

Media Coverage

India-UK social security pact to benefit 90-95% of Indian professionals working in Britain
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights growing global engagement and investment in India
June 19, 2026

The Prime Minister, Shri Narendra Modi today highlighted India’s readiness to contribute towards a better planet and noted that the world is engaging with and investing in India with hope and enthusiasm.

The Prime Minister stated that thanks to the 140 crore people of India, the world looks at India with hope and enthusiasm. He added that this is also why the world is engaging with India and investing in India.

The Prime Minister highlighted these observations under #12YearsOfIndiaFirst.

The Prime Minister wrote on X;

“India is always ready to do whatever is possible to contribute towards a better planet. At the same time, thanks to the 140 crore people of India, the world looks at India with hope and enthusiasm. That is also why the world is engaging with India and investing in India.

#12YearsOfIndiaFirst”