The Hospital will remove darkness from the lives of many people in Varanasi and the region, leading them towards light: PM
Kashi is also now becoming famous as a big health center and healthcare hub of Purvanchal in UP: PM
Today, India's health strategy has five pillars - Preventive healthcare, Timely diagnosis of disease, Free and low-cost treatment, Good treatment in small towns and Expansion of technology in healthcare: PM

ହର ହର ମହାଦେବ !

ଶ୍ରୀ କାଞ୍ଚି କାମକୋଟି ପୀଠରେ ଶଙ୍କରାଚାର୍ଯ୍ୟ ଜୀ, ପୂଜ୍ୟ ଜଗତଗୁରୁ ଶ୍ରୀ ଶଙ୍କର ବିଜୟେନ୍ଦ୍ର ସରସ୍ୱତୀ ଜୀ, ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦି ବେନ ପଟେଲ, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଯୋଗୀ ଆଦିତ୍ୟନାଥ ଜୀ, ଉପ ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଜୀ, ଶଙ୍କରା ନେତ୍ର ଫାଉଣ୍ଡେସନର ଆର ବି ରମଣି ଜୀ, ଡାକ୍ତର ଏସ.ବି. ବାଲସୁଭ୍ରମଣ୍ୟମ୍ ଜୀ, ଶ୍ରୀ ମୂରଲୀ କୃଷ୍ଣମୂର୍ତ୍ତୀ ଜୀ, ରେଖା ଝୁନଝୁନୱାଲା ଜୀ ସଂସ୍ଥା ସହ ଜଡିତ ଅନ୍ୟ ସମସ୍ତ ସଦସ୍ୟଗଣ, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ ।

ଏହି ପବିତ୍ର ମାସରେ କାଶୀ ଆସିବା ନିଜ ଭିତରେ ଏକ ପୂଣ୍ଣ୍ୟତା ଅନୁଭବ ହେବାର ସୁଯୋଗ ଆସିଥାଏ । ଏଠାରେ ଆମର କାଶୀବାସୀ ଅଛନ୍ତି । ଭଦ୍ରଲୋକ ଏବଂ ପରୋପକାରୀ ମଧ୍ୟ ଏକତ୍ର ଅଛନ୍ତି । ଏହାଠାରୁ ଖୁସିର ସଂଯୋଗ ଆଉ କ’ଣ ଭଲ ହୋଇପାରିବ । ବର୍ତ୍ତମାନ ମୋତେ, ପରମପୂଜ୍ୟ ଶଙ୍କରାଚାର୍ଯ୍ୟ ଜୀଙ୍କର ଦର୍ଶନ, ପ୍ରସାଦ ପାଇବାର ଏବଂ ଆଶିର୍ବାଦ ପ୍ରାପ୍ତ ହେବାର ସୌଭାଗ୍ୟ ମିଳିଛି । ତାଙ୍କ ଆଶିର୍ବାଦରୁ ହିଁ, ଆଜି କାଶୀକୁ, ପୂର୍ବାଞ୍ଚଳକୁ, ଆଉ ଏକ ଆଧୁନିକ ମେଡିକାଲ ମିଳିଛି । ଭଗବାନ ଶଙ୍କରଙ୍କର ନଗରୀରେ, ଆର.ଜେ ଶଙ୍କର ନେତ୍ର ଚିକିତ୍ସାଳୟ ଆଜିଠାରୁ ଜନସାଧାରଣଙ୍କ ପାଇଁ ସମର୍ପିତ ହେଉଛି । ମୁଁ କାଶ୍ମୀର, ପୂର୍ବାଞ୍ଚଳର ସମସ୍ତ ପରିବାର ସଦସ୍ୟମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

 

ସାଥିମ।ନେ,

ଆମର ଶାସ୍ତ୍ରରେ କୁହାଯାଇଛି -ତମସୋ ମା ଜ୍ୟୋତିର୍ଗମୟଃ ! ଅର୍ଥାତ୍ ଅନ୍ଧକାର ମଧ୍ୟରୁ ଆଲୋକ ଆଡକୁ ଚାଲିବା । ଏହି ଆର.ଜେ ଶଙ୍କରା ନେତ୍ର ଚିକିତ୍ସାଳୟ ବାରଣାସୀ ଏବଂ ଏହି ଅଞ୍ଚଳର ଲୋକମାନଙ୍କ ଜୀବନରୁ ଅନ୍ଧକାରକୁ ଦୂର କରିବା ସହିତ ସେମାନଙ୍କୁ ଆଲୋକିତ କରିପାରିବ। ମୁଁ ବର୍ତ୍ତମାନ ଏହି ନେତ୍ର ଚିକିତ୍ସାଳୟର ପରିଦର୍ଶନ କରି ଆସିଲି। ଏକ ପ୍ରକାରରେ ଏହା ଆଧ୍ୟାତ୍ମିକତା ଏବଂ ଆଧୁନିକତାର ସଙ୍ଗମ ଅଟେ । ଏହି ଚିକିତ୍ସାଳୟ ବୟୋଜ୍ୟେଷ୍ଠମାନଙ୍କୁ ମଧ୍ୟ ସେବା ପ୍ରଦାନ କରିବ ଏବଂ ପିଲାମାନଙ୍କୁ ମଧ୍ୟ ନୂତନ ଆଲୋକ ପ୍ରଦାନ କରିବ । ଏଠାରେ ବହୁତ ବଡ ସଂଖ୍ୟାରେ ଗରିବମାନଙ୍କୁ ମାଗଣାରେ ଚିକିତ୍ସା ପ୍ରଦାନ କରାଯିବ । ଏହି ନେତ୍ର ଚିକିତ୍ସାଳୟ, ଏଠିକାର ଯୁବଗୋଷ୍ଠୀମାନଙ୍କ ପାଇଁ ରୋଜଗାର କ୍ଷେତ୍ରରେ ମଧ୍ୟ ନୂତନ ଅବସର ନେଇ ଆସିବ। ଏଠିକାର ମେଡିକାଲ କଲେଜରେ ଛାତ୍ରମାନେ ଇଣ୍ଟର୍ନସିପ୍ କରିପାରିବେ । ପ୍ରାକ୍ଟଟିସ୍ କରିପାରିବେ । ସହଯୋଗୀ କର୍ମଚାରୀ ଭାବରେ ମଧ୍ୟ ଏଠାରେ ସେମାନଙ୍କ ଲୋକମାନଙ୍କୁ କାମ ମିଳିବ ।

ସାଥିମାନେ,

ଶଙ୍କରା ଆଇ ଫାଉଣ୍ଡେସନର ଭଲ କାମ ସହି ଯୋଡି ହେବା ଏହା ପୂର୍ବରୁ ମଧ୍ୟ ମୋତେ ସୁଯୋଗ ମିଳିଛି। ମୁଁ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ଶଙ୍କରା ନେତ୍ର ଚିକିତ୍ସାଳୟ ଖୋଲିଥିଲା। ଏବଂ ଆପଣଙ୍କ ଗୁରୁଜୀଙ୍କ ସାନିଧ୍ୟରେ ମୋତେ କାମ କରିବାର ଅବସର ମିଳିଲା ଏବଂ ମୋ ପାଇଁ ବହୁତ ସନ୍ତୁଷ୍ଟିର ବିଷୟ ଅଟେ । ଏମିତି ପୂଜ୍ୟ ସ୍ୱାମୀଜୀ ମଧ୍ୟ କହିଲେ, ମୋର ଗୋଟିଏ ସୌଭାଗ୍ୟ ରହିଛି । ଶ୍ରୀ କାଞ୍ôଚ କାମକୋଠି ପିଠାଧିପତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ଚନ୍ଦ୍ରଶେଖରେନ୍ଦ୍ର ସରସ୍ୱତୀ ମହାସ୍ୱାମୀ ଗଲଙ୍କର ମଧ୍ୟ ମୋ ଉପରେ ବଡ ଆର୍ଶୀବାଦ ରହିଛି। ପରମ ଆଚାର୍ଯ୍ୟ ଜୀଙ୍କୁ ଅନେକ ଥର ତାଙ୍କ ଚରଣରେ ବସିବାର ମୋତେ ସୌଭାଗ୍ୟ ମିଳିଥିଲା । ପରମ ପୂଜ୍ୟ ଜଗତପୁର ଶଙ୍କରାଚାର୍ଯ୍ୟ ଶ୍ରୀ ଜୟେଁନ୍ଦ୍ର ସରସ୍ୱତୀ ସ୍ୱାମୀଗଲ ଜୀଙ୍କର ମୋତେ ବହୁତ ସ୍ନେହ ମିଳିଛି । ତାଙ୍କ ମାର୍ଗଦର୍ଶନରେ ମୁଁ ତାଙ୍କ କାର୍ଯ୍ୟକୁ ପୂରଣ କରିଛି ଏବଂ ବର୍ତ୍ତମାନ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀ ଶଙ୍କର ବିଜେନ୍ଦ୍ର ସରସ୍ୱତୀ ଜୀଙ୍କର ମଧ୍ୟ ମୋତେ ସାନିଧ୍ୟ ମିଳୁଛି । ଅର୍ଥାତ୍ ଏକ ପ୍ରକାରରେ ତିନି ଗୁରୁ ପରମ୍ପରା ସହିତ ସମ୍ପର୍କ ଯୋଡିଥିବା ଏହାଠାରୁ ବଡ ସୌଭାଗ୍ୟ ଜୀବନରେ କ’ଣ ହୋଇପାରିବ । ଏହା ମୋ ପାଇଁ ବ୍ୟକ୍ତିଗତ ଭାବେ ବହୁତ ବଡ ସନ୍ତୁଷ୍ଟିର ବିଷୟ ଅଟେ । ଆଜି ଜଗତଗୁରୁ ବିଶେଷ ଭାବରେ ଏହି କାର୍ଯ୍ୟକ୍ରମ ପାଇଁ ମୋର ନିର୍ବାଚନ ମଣ୍ଡଳୀକୁ ଆସିବା ପାଇଁ ଯେଉ ସମୟ ବାହାର କଲେ, ମୁଁ ଏଠିକାର ଜନପ୍ରତିନିଧି ଭାବରେ ଆପଣଙ୍କୁ ସ୍ୱାଗତ କରୁଛି ଏବଂ ଆପଣଙ୍କଠାରେ କୃତଜ୍ଞତା ମଧ୍ୟ ପ୍ରକଟ କରୁଛି ।

ସାଥିମାନେ,

ଆଜିର ଦିନରେ, ମୋର ବନ୍ଧୁ ରାକେଶ ଝୁନୁଝୁଲା ୱାଲା ଜୀଙ୍କୁ ସ୍ମରଣ କରିବା ମଧ୍ୟ ବହୁତ ସ୍ୱାଭାବିକ ଅଟେ। ବାଣିଜ୍ୟ କ୍ଷେତ୍ରରେ ତାଙ୍କର ଏକ ଚିତ୍ର ସହିତ ଦୁନିଆ ପରିଚିତ ଅଟେ ଏବଂ ବିଶ୍ୱ ଆଜି ତାଙ୍କର ବହୁତ ଆଲୋଚନା ମଧ୍ୟ କରୁଛି । କିନ୍ତୁ ସେ ସେବାକାର୍ଯ୍ୟ ସହିତ କେମିତିି ଯୋଡି ହୋଇଥିଲେ, ତାହା ଆଜି ଏଠାରେ ପ୍ରତିଫଳିତ ହେଉଛି। ବର୍ତ୍ତମାନ ତାଙ୍କର ଏହି ଐତିହ୍ୟକୁ ତାଙ୍କର ପରିବାର ଆଗକୁ ବଢାଉଛି । ରେଖା ଜୀ ବହୁତ ସମୟ ଦେଉଛନ୍ତି ଏବଂ ମୋତେ ଖୁସି ଲାଗୁଛି ଯେ ରାକେଶ ଜୀଙ୍କ ପୁରା ପରିବାର ମଧ୍ୟ ଭେଟିବାର ସୁଯୋଗ ମିଳିଥିଲା । ମୋର ମନେ ଅଛି, ମୁଁ ଶଙ୍କରା ନେତ୍ର ଚିକିତ୍ସାଳୟ ଏବଂ ଚିତ୍ରକୂଟ ନେତ୍ର ଚିକିତ୍ସାଳୟ, ଉଭୟ ସଂସ୍ଥାନକୁ ବାରାଣାସୀ ଆସିବାକୁ ଆଗ୍ରହ ପ୍ରକାଶ କରିଥିଲି । ମୁଁ ଉଭୟ ସଂସ୍ଥାନକୁ କୃତଜ୍ଞତା ଜଣାଉଛି ଯେ ସେମାନେ କାଶୀବାସୀଙ୍କର ଆଗ୍ରହର ମାନ ରକ୍ଷା କଲେ । ଗତ ସମୟରେ ମୋର ସଂସଦୀୟ କ୍ଷେତ୍ରରେ ଆସିଥିବା ହଜାର ହଜାର ଲୋକଙ୍କ ମାନଙ୍କର ଚିତ୍ରକୂଟ ନେତ୍ର ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି ବର୍ତ୍ତମାନ ଏଠିକାର ଲୋକମାନଙ୍କୁ ବାରାଣାସୀରେ ଦୁଇଟି ନୂଆ ଆଧୁନିକ ସଂସ୍ଥାନ ମିଳିବାକୁ ଯାଉଛି ।

 

ସାଥିମାନେ,

କାଶୀର ପରିଚୟ ଅନନ୍ତକାଳରୁ ଧର୍ମ ବା ସଂସ୍କୃତିର ରାଜଧାନୀ ଭାବରେ ରହିଛି । ବର୍ତ୍ତମାନ କାଶୀ, ୟୁପିର ପୂର୍ବାଞ୍ଚଳରେ ବଡ ଆରୋଗ୍ୟ କେନ୍ଦ୍ର, ସ୍ୱାସ୍ଥ୍ୟ କେନ୍ଦ୍ରର ହବ୍ ଭାବରେ ମଧ୍ୟ ବିଖ୍ୟାତ ହୋଇଛି । ବିଏଚୟୁରେ ଟ୍ରମା ସେଣ୍ଟର ହେଉ, ସୁପର ସ୍ପେଶିଆଲିଟି ହସ୍‌ପିଟାଲ ହେଉ, ଦିନଦୟାଲ ଉପାଧ୍ୟାୟ ହସ୍‌ପିଟାଲ ଏବଂ କବିରାଚୌରା ହସ୍‌ପିଟାଲର ସୁବିଧାଗୁଡିକ ପର୍ଯ୍ୟାନ୍ତ କରିବା ହେଉ, ବୟୋଜ୍ୟେଷ୍ଠ ମାନଙ୍କ ପାଇଁ, ସରକାରୀ କର୍ମଚାରୀମାନଙ୍କ ପାଇଁ ବିଶେଷ ହସ୍‌ପିଟାଲ ହେଉ,ମେଡିକାଲ କଲେଜ ହେଉ, ଏମିତି ଅନେକ କାର୍ଯ୍ୟ କାଶୀର ବିଗତଏକ ଦଶନ୍ଧି ମଧ୍ୟରେ ହୋଇଛି । ଆଜି ବୟସରେ କ୍ୟାନସର ଚିକିତ୍ସା ପାଇଁ ମଧ୍ୟ ଆଧୁନିକ ଚିକିତ୍ସାଳୟ ଅଛି । ପୂର୍ବେ ଯେଉଁ ରୋଗୀମାନଙ୍କୁ ଦିଲ୍ଲୀ-ମୁମ୍ବାଇ ଯିବାକୁ ପଡୁଥିଲା, ଆଜି ଏମାନେ ଏହିଠାରେ ଭଲ ଚିକିତ୍ସା ପାଇ ପାରୁଛନ୍ତି । ଆଜି ବିହାର, ଝାଡଖଣ୍ଡ, ଛତିଶଗଡ ଏବଂ ଦେଶ ବିଭିନ୍ନ ଅଞ୍ଚଳରେ ମଧ୍ୟ ହଜାର ହଜାର ଲୋକମାନେ ଏଠାକୁ ଚିକିତ୍ସା ପାଇଁ ଆସିଥାନ୍ତି । ଆମର ମୋକ୍ଷଦାୟିନୀ କାଶୀ ବର୍ତ୍ତମାନ ନୂତନ ଶକ୍ତିର ସହିତ, ନୂତନ ସଂସାଧନ ସହିତ ନବଜୀବନ-ଦାୟିନୀ ମଧ୍ୟ ହେଉଛି ।

ସାଥୀମାନେ

ପୂର୍ବ ସରକାର ସମୟରେ ବାରଣାସୀ ସମେତ ପୂର୍ବାଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ଘୋର ଅବହେଳା କରାଯାଇଥିଲା। ସ୍ଥିତି ଏପରି ହୋଇଥିଲା ଯେ ୧୦ ବର୍ଷ ତଳେ ପୂର୍ବାଂଚଳରେ ମସ୍ତିଷ୍କ ଜ୍ୱରର ଚିକିତ୍ସା ପାଇଁ ବ୍ଲକସ୍ତରରେ କୌଣସି ଚିକିତ୍ସା କେନ୍ଦ୍ର ନଥିଲା। ପିଲାମାନେ ମରିଯାଉଥିଲେ, ଗଣମାଧ୍ୟମରେ ହୋହାଲ୍ଲା ହୋଇଥିଲା। କିନ୍ତୁ ପୂର୍ବ ସରକାରମାନେ କିଛି କରିନଥିଲେ। ମୁଁ ସନ୍ତୁଷ୍ଟ ଯେ ଗତ ଦଶନ୍ଧି ମଧ୍ୟରେ କେବଳ କାଶୀ ନୁହେଁ ବରଂ ପୂର୍ବାଂଚଳର ସମଗ୍ର ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର ଅଭୂତପୂର୍ବ ସମ୍ପ୍ରସାରଣ ହୋଇଛି । ଆଜି ପୂର୍ବାଂଚଳରେ ଏନ୍ସେଫାଲାଇଟିସ୍ ର ଚିକିତ୍ସା ପାଇଁ ୧୦୦ରୁ ଅଧିକ କେନ୍ଦ୍ର କାର୍ଯ୍ୟ କରୁଛି। ଗତ ୧୦ ବର୍ଷ ମଧ୍ୟରେ ପୂର୍ବାଂଚଳର ପ୍ରାଥମିକ ଓ ଗୋଷ୍ଠୀ କେନ୍ଦ୍ରଗୁଡ଼ିକରେ ୧୦ ହଜାରରୁ ଅଧିକ ନୂତନ ଶଯ୍ୟା ଯୋଡ଼ାଯାଇଛି। ଗତ ୧୦ ବର୍ଷ ମଧ୍ୟରେ ପୂର୍ବାଞ୍ଚଳ ର ଗାଁଗୁଡ଼ିକରେ ୫,୫୦୦ରୁ ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନିର୍ମାଣ କରାଯାଇଛି। ୧୦ ବର୍ଷ ତଳେ ପୂର୍ବାଞ୍ଚଳର ଜିଲ୍ଲା ଡାକ୍ତରଖାନାରେ ଡାଏଲିସିସର ସୁବିଧା ନଥିଲା। ଆଜି ୨୦ରୁ ଅଧିକ ଡାଏଲିସିସ୍ ୟୁନିଟ୍ କାର୍ଯ୍ୟ କରୁଛି। ଯେଉଁଠି ରୋଗୀମାନେ ମାଗଣାରେ ଏହି ସୁବିଧା ପାଉଛନ୍ତି।

 

ସାଥୀମାନେ

ଏକବିଂଶ ଶତାବ୍ଦୀର ନୂତନ ଭାରତ ସ୍ୱାସ୍ଥ୍ୟସେବା ପ୍ରତି ପୁରୁଣା ଚିନ୍ତାଧାରା ଏବଂ ଆଭିମୁଖ୍ୟକୁ ବଦଳାଇ ଦେଇଛି । ଆଜି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଭାରତୀୟ ରଣନୀତିର ପାଞ୍ଚଟି ସ୍ତମ୍ଭ ରହିଛି । ପ୍ରଥମ- ପ୍ରତିଷେଧକ ସ୍ୱାସ୍ଥ୍ୟସେବା ଅର୍ଥାତ୍ ରୋଗ ହେବା ପୂର୍ବରୁ ପ୍ରତିରୋଧ। ଦ୍ବିତୀୟ- ରୋଗର ଠିକ୍ ସମୟରେ ପରୀକ୍ଷା। ତୃତୀୟ- ମାଗଣା ଓ ଶସ୍ତା ଚିକିତ୍ସା, ଶସ୍ତା ଔଷଧ। ଚତୁର୍ଥ, ଛୋଟ ସହରରେ ଭଲ ଚିକିତ୍ସା, ଡାକ୍ତରଙ୍କ ଅଭାବ ଦୂର। ଏବଂ ପଞ୍ଚମ, ସ୍ୱାସ୍ଥ୍ୟସେବାରେ ଟେକ୍ନୋଲୋଜିର ସମ୍ପ୍ରସାରଣ ।

ସାଥୀମାନେ

ଯେକୌଣସି ବ୍ୟକ୍ତିଙ୍କୁ ରୋଗରୁ ରକ୍ଷା କରିବା ଭାରତର ସ୍ୱାସ୍ଥ୍ୟ ନୀତିର ଏକ ପ୍ରମୁଖ ପ୍ରାଥମିକତା ଅଟେ, ଯାହା ସ୍ୱାସ୍ଥ୍ୟ କ୍ଷେତ୍ରର ପ୍ରଥମ ସ୍ତମ୍ଭ ଅଟେ । ଅସୁସ୍ଥତା ଗରିବଙ୍କୁ ଅଧିକ ଗରିବ କରିଥାଏ । ଆପଣ ଜାଣନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ୨୫୦ ନିୟୁତ ଲୋକ ଦାରିଦ୍ର୍ୟରୁ ମୁକୁଳିଛନ୍ତି । ଏକ ଗମ୍ଭୀର ରୋଗ ସେମାନଙ୍କୁ ପୁଣି ଦାରିଦ୍ର୍ୟ ଭିତରକୁ ଠେଲି ଦେଇପାରେ। ତେଣୁ ଏହି ରୋଗ ନ ହେବା ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ତେଣୁ ଆମ ସରକାର ସ୍ୱଚ୍ଛତା, ଯୋଗ-ଆୟୁର୍ବେଦ, ପୁଷ୍ଟିକର ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ଆମେ ଟିକାକରଣ ଅଭିଯାନକୁ ଅଧିକରୁ ଅଧିକ ଘରେ ପହଞ୍ଚାଇଛୁ। ୧୦ ବର୍ଷ ପୂର୍ବରୁ ସ୍ଥିତି ଥିଲା ଯେ ଦେଶରେ ଟିକାକରଣର କଭରେଜ୍ ପ୍ରାୟ ୬୦ ପ୍ରତିଶତ ଥିଲା। ଅର୍ଥାତ୍ କୋଟି କୋଟି ଶିଶୁ ମଧ୍ୟ ଟିକାକରଣ ପରିସରଭୁକ୍ତ ହୋଇନଥିଲେ। ଏବଂ ଟିକାକରଣର ଏହି କଭରେଜ୍ ପ୍ରତିବର୍ଷ ମାତ୍ର ଦେଢ଼ ପ୍ରତିଶତ ବେଗରେ ବୃଦ୍ଧି ପାଉଥିଲା । ଯଦି ଏହା ଜାରି ରହିଥାନ୍ତା, ତେବେ ପ୍ରତ୍ୟେକ ଅଞ୍ଚଳ, ପ୍ରତ୍ୟେକ ଶିଶୁଙ୍କୁ ଟିକାକରଣ ପରିସରକୁ ଆଣିବାକୁ ଆହୁରି ୪୦ରୁ ୫୦ ବର୍ଷ ସମୟ ଲାଗିଥାନ୍ତା। ଦେଶର ନୂଆ ପିଢ଼ି ପ୍ରତି କେତେ ବଡ଼ ଅନ୍ୟାୟ ହେଉଥିଲା ତାହା ଆପଣ କଳ୍ପନା କରିପାରିବେ। ତେଣୁ ସରକାର ଗଠନ ପରେ ଆମେ ପିଲାଙ୍କ ଟିକାକରଣକୁ ବହୁତ ପ୍ରାଥମିକତା ଦେଇଥିଲୁ, ଏହାର ବ୍ୟାପକତା ବୃଦ୍ଧି କରିଥିଲୁ । ଆମେ ମିଶନ ଇନ୍ଦ୍ରଧନୁଷ ଆରମ୍ଭ କରିଥିଲୁ, ଆମେ ଏକାସାଙ୍ଗରେ ଅନେକ ମନ୍ତ୍ରଣାଳୟକୁ ଏହି କାର୍ଯ୍ୟରେ ନିୟୋଜିତ କରିଥିଲୁ, ଫଳସ୍ୱରୂପ କେବଳ ଟିକାକରଣ ହାର ବଢିନଥିଲା, ବରଂ କୋଟି କୋଟି ଗର୍ଭବତୀ ମହିଳା ଏବଂ ପୂର୍ବରୁ ଏଥିରୁ ବାଦ୍ ପଡ଼ିଥିବା କୋଟି କୋଟି ଶିଶୁଙ୍କୁ ଟିକା ଦିଆଯାଇଥିଲା । ଟିକାକରଣ ଉପରେ ଭାରତ ଯେଉଁ ଗୁରୁତ୍ୱ ଦେଉଛି । କରୋନା ସମୟରେ ଆମକୁ ଏଥିରୁ ବହୁତ ଫାଇଦା ମିଳିଥିଲା। ଆଜି ସାରା ଦେଶରେ ଟିକାକରଣ ଅଭିଯାନ ଦ୍ରୁତ ଗତିରେ ଚାଲିଛି ।

 

ସାଥୀମାନେ

ରୋଗ ନିରାକରଣ ସହିତ ଠିକ୍ ସମୟରେ ରୋଗ ଚିହ୍ନଟ ହେବା ମଧ୍ୟ ଜରୁରୀ । ସେଥିପାଇଁ ସାରା ଦେଶରେ ଲକ୍ଷ ଲକ୍ଷ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନିର୍ମାଣ କରାଯାଇଛି । ଏହି କାରଣରୁ ଆରମ୍ଭରେ କର୍କଟ ଓ ମଧୁମେହ ଭଳି ଅନେକ ରୋଗ ଚିହ୍ନଟ କରିବା ସମ୍ଭବ ହୋଇପାରିଛି। ଆଜି ଦେଶରେ କ୍ରିଟିକାଲ କେୟାର ବ୍ଲକ ଏବଂ ଆଧୁନିକ ଲ୍ୟାବ ର ନେଟୱାର୍କ ମଧ୍ୟ ସୃଷ୍ଟି କରାଯାଉଛି । ସ୍ୱାସ୍ଥ୍ୟ କ୍ଷେତ୍ରର ଏହି ଦ୍ବିତୀୟ ସ୍ତମ୍ଭ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଉଛି।

ସାଥୀମାନେ

ସ୍ୱାସ୍ଥ୍ୟର ତୃତୀୟ ସ୍ତମ୍ଭ ହେଉଛି ସୁଲଭ ଚିକିତ୍ସା, ସୁଲଭ ମୂଲ୍ୟର ଔଷଧ । ଆଜି ଗୋଟିଏ ରୋଗର ଚିକିତ୍ସା ରେ ଦେଶର ପ୍ରତ୍ୟେକ ନାଗରିକଙ୍କ ହାରାହାରି ଖର୍ଚ୍ଚ ୨୫ ପ୍ରତିଶତ ହ୍ରାସ ପାଇଛି । ପିଏମ ଜନ ଔଷଧି କେନ୍ଦ୍ରରେ ଲୋକମାନେ ୮୦% ରିହାତିରେ ଔଷଧ ପାଉଛନ୍ତି । ହାର୍ଟ ଷ୍ଟେଣ୍ଟ ହେଉ, ଆଣ୍ଠୁ ପ୍ରତିରୋପଣ ହେଉ, କର୍କଟ ଔଷଧ ହେଉ, ଏହାର ଦାମ୍ ବହୁତ କମିଯାଇଛି। ଗରିବଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇ ଦେଉଥିବା ଆୟୁଷ୍ମାନ ଯୋଜନା ସେମାନଙ୍କ ପାଇଁ ସଞ୍ଜିବନୀ ସାବ୍ୟସ୍ତ ହୋଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ସାଢ଼େ ୭ କୋଟିରୁ ଅଧିକ ରୋଗୀ ମାଗଣା ଚିକିତ୍ସାର ଫାଇଦା ନେଇସାରିଲେଣି। ଆଉ ଏବେ ଏହି ସୁବିଧା ଦେଶର ପ୍ରତ୍ୟେକ ପରିବାରର ବୟସ୍କଲୋକଙ୍କ ପାଇଁ ମଧ୍ୟ ଉପଲବ୍ଧ ।

 

ସାଥୀମାନେ

ସ୍ୱାସ୍ଥ୍ୟ କ୍ଷେତ୍ରର ଚତୁର୍ଥ ସ୍ତମ୍ଭ, ଚିକିତ୍ସା ପାଇଁ ଦିଲ୍ଲୀ ଓ ମୁମ୍ବାଇ ଭଳି ବଡ଼ ସହର ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଯାଉଛି। ଏମ୍ସ ହେଉ, ମେଡିକାଲ କଲେଜ ହେଉ, ସୁପର ସ୍ପେଶାଲିଟି ହସ୍ପିଟାଲ ହେଉ, ଗତ ଦଶନ୍ଧି ମଧ୍ୟରେ ଆମେ ଏଭଳି ଡାକ୍ତରଖାନାକୁ ଛୋଟ ଛୋଟ ସହରରେ କରିଛି। ଦେଶରେ ଡାକ୍ତରଙ୍କ ଅଭାବ ଦୂର କରିବା ପାଇଁ ଗତ ଦଶନ୍ଧି ମଧ୍ୟରେ ହଜାର ହଜାର ନୂଆ ମେଡିକାଲ ସିଟ୍ ଯୋଡ଼ାଯାଇଛି। ଏବେ ଆମେ ନିଷ୍ପତ୍ତି ନେଇଛୁ ଯେ ଆଗାମୀ ୫ ବର୍ଷ ମଧ୍ୟରେ ଆହୁରି ୭୫ ହଜାର ସିଟ୍ ଯୋଡ଼ାଯିବ।

ସାଥୀମାନେ

ବୈଷୟିକ ଜ୍ଞାନକୌଶଳ ଜରିଆରେ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଲଭ କରିବା ସ୍ୱାସ୍ଥ୍ୟ କ୍ଷେତ୍ରର ପଞ୍ଚମ ସ୍ତମ୍ଭ । ଆଜି ଡିଜିଟାଲ ହେଲଥ ଆଇଡି ତିଆରି କରାଯାଉଛି । ଇ-ସଞ୍ଜୀବନୀ ଆପ୍ ଭଳି ମାଧ୍ୟମରେ ରୋଗୀଙ୍କୁ ଘରେ ବସି ପରାମର୍ଶ ସୁବିଧା ଯୋଗାଇ ଦିଆଯାଉଛି। ମୁଁ ଖୁସି ଯେ ବର୍ତ୍ତମାନ ସୁଦ୍ଧା ୩୦ କୋଟିରୁ ଅଧିକ ଲୋକ ଇ-ସଞ୍ଜୀବନୀ ଆପ୍ ସହାୟତାରେ ପରାମର୍ଶ ନେଇଛନ୍ତି। ଆମେ ଡ୍ରୋନ୍ ଟେକ୍ନୋଲୋଜି ସହ ସ୍ୱାସ୍ଥ୍ୟ ସେବାକୁ ଯୋଡିବା ଦିଗରେ ମଧ୍ୟ ଅଗ୍ରସର ହେଉଛୁ ।

ସାଥୀମାନେ

ସୁସ୍ଥ ଓ ଦକ୍ଷ ଯୁବପିଢ଼ି ବିକଶିତ ଭାରତର ସଂକଳ୍ପପୂରଣ କରିବାକୁ ଯାଉଛନ୍ତି। ମୁଁ ବହୁତ ଖୁସି ଯେ ଏହି ମିଶନରେ ପୂଜ୍ୟ ଶଙ୍କରାଚାର୍ଯ୍ୟ ଜୀ ଆଶୀର୍ବାଦ ଆମ ସହିତ ଅଛି । ମୁଁ ବାବା ବିଶ୍ୱନାଥଙ୍କୁ ପ୍ରାର୍ଥନା କରୁଛି ଯେ ସୁସ୍ଥ ଏବଂ ସକ୍ଷମ ଭାରତର ଏହି ମିଶନ କୁ ସୁଦୃଢ଼ କରାଥାଉ । ଆଉ ଆଜି ଯେତେବେଳେ ମୁଁ ପୂଜ୍ୟ ଶଙ୍କରାଚାର୍ଯ୍ୟ ପାଦରେ ବସିଛି, ମୋତେ ମୋ ପିଲାଦିନର କିଛି ସ୍ମୃତି ମନେ ପଡୁଛି । ଯେତେବେଳେ ଆମେ ଛୋଟ ଥିଲୁ, ମୋ ଗାଁର ଜଣେ ଡାକ୍ତର କିଛି ଲୋକଙ୍କ ସହ ଏକ ମାସ ପାଇଁ ବିହାର ଯାଉଥିଲେ । ଏବଂ ବିହାରରେ ସେ ଚକ୍ଷୁ ରୋଗ କରୁଥିଲେ ଏବଂ ମୋତିଆବିନ୍ଦୁ ଅପରେସନର ଏକ ବିରାଟ ଅଭିଯାନ ଚଳାଇଥିଲେ । ସେମାନେ ପ୍ରତିବର୍ଷ ଗୋଟିଏ ମାସ ଦେଉଥିଲେ। ମୋ ଗାଁର ଅନେକ ଲୋକ ସ୍ୱେଚ୍ଛାସେବୀ ଭାବେ ଯାଉଥିଲେ। ପିଲାଦିନେ ମୁଁ ଏସବୁ ବିଷୟରେ ଜାଣିଥିଲି ଏବଂ ମୁଁ ସେତେବେଳେ ଜାଣିଥିଲି ଯେ ବିହାରରେ ଏହାର କେତେ ଆବଶ୍ୟକତା ରହିଛି । ତେଣୁ ଆଜି ମୁଁ ସର୍ବସାଧାରଣରେ ଶ୍ରଦ୍ଧାଳୁ ଶଙ୍କରାଚାର୍ଯ୍ୟ ଅନୁରୋଧ କରୁଛି ଯେ ଆମେ ବିହାରରେ ସମାନ ଶଙ୍କର ଚକ୍ଷୁ ଚିକିତ୍ସାଳୟ କରିବା ଉଚିତ, କାରଣ ମୋ ପିଲାଦିନର ସେହି ସ୍ମୃତିଗୁଡ଼ିକ, ମୁଁ ଅନୁଭବ କରୁଛି ଯେ ଏହା ବିହାରବାସୀ ଏବଂ ମହାରାଜଙ୍କ ପାଇଁ ବହୁତ ସେବା କରିବ ଦେଶର କୋଣ ଅନୁକୋଣକୁ ଯିବାକୁ ଚାହୁଁଛି । ତେଣୁ ବୋଧହୁଏ ବିହାରନିଶ୍ଚିତ ଭାବେ ପ୍ରାଥମିକତା ପାଇବ, ବିହାର ଆପଣଙ୍କ ଆଶୀର୍ବାଦ ପାଇବ ଏବଂ ବିହାରବାସୀଙ୍କ ପ୍ରକୃତ ସେବା କରିବା ମଧ୍ୟ ଏକ ବଡ଼ ସୌଭାଗ୍ୟ। ବହୁତ ପରିଶ୍ରମୀ ଲୋକ ଅଛନ୍ତି, ବହୁତ ପରିଶ୍ରମୀ ଲୋକ ଅଛନ୍ତି ଏବଂ ଯଦି ଆମେ ସେମାନଙ୍କ ଜୀବନରେ କିଛି କରିଥାଉ, ତେବେ ଆମକୁ ଜୀବନରେ ମଧ୍ୟ ବହୁତ ସନ୍ତୋଷ ମିଳିବ । ମୁଁ ପୁଣି ଥରେ ଆପଣସମସ୍ତଙ୍କୁ, ବିଶେଷ କରି ଆମର ଡାକ୍ତର, ଆମର ବନ୍ଧୁ, ପାରାମେଡିକ୍ସ, ପାରାମେଡିକ୍ସ, ସେହି କର୍ମଚାରୀଙ୍କ ସମସ୍ତ ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଉଛି । ପୂଜ୍ୟ ଜଗତଗୁରୁ ଜୀଙ୍କ ଚରଣରେ ମଥା ନୁଆଁଇ ତାଙ୍କ ଆଶୀର୍ବାଦ ପାଇଁ ତାଙ୍କ ସାନିଧ୍ୟ ଲାଭ କରିବା ପାଇଁ ହୃଦୟରୁ ପ୍ରାର୍ଥନା କରୁଛି । କୃତଜ୍ଞତା ଜଣାଇ, ମୋର ବାଣୀକୁ ବିରାମ ଦେଉଛି ।

ହର ହର ମହାଦେବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi reviews projects with investment of Rs 30,000 crore under PRAGATI meeting

Media Coverage

PM Modi reviews projects with investment of Rs 30,000 crore under PRAGATI meeting
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasizing on mutual learning and listening
August 26, 2026

The Prime Minister, Shri Narendra Modi, shared a Sanskrit Subhashitam highlighting the virtues of mutual learning and listening. He remarked that those who are eager to learn and listen to one another are praised by the wise are free from selfish pursuits and ulterior motives, and they prosper in happiness in every way:

"ज्ञानवृद्धाः प्रशंसन्ति शुश्रूषन्तः परस्परम्।

विनिवृत्ताभिसन्धानाः सुखमेधन्ति सर्वशः॥"

The Prime Minister posted on X:

ज्ञानवृद्धाः प्रशंसन्ति शुश्रूषन्तः परस्परम्।

विनिवृत्ताभिसन्धानाः सुखमेधन्ति सर्वशः॥