“ଜଗତଗୁରୁ ଶ୍ରୀ ସନ୍ଥ ତୁକାରାମ ମହାରାଜଙ୍କ ଠାରୁ ବାବାସାହେବ ଆମ୍ବେଦକରଙ୍କ ପର୍ଯ୍ୟନ୍ତ ମହାରାଷ୍ଟ୍ର ସମାଜ ସଂସ୍କାରକମାନଙ୍କର ଏକ ସମୃଦ୍ଧ ଉତ୍ତରାଧିକାରୀ ହୋଇ ରହିଛି”
“ସ୍ୱାଧୀନତା ସଂଗ୍ରାମକୁ କିଛି ଘଟଣାରେ ସୀମିତ ରଖିବାର ପ୍ରବୃତ୍ତି ଥିବାବେଳେ ଭାରତର ସ୍ୱାଧୀନତା ଅଗଣିତ ଲୋକଙ୍କ ‘ତପସ୍ୟା’ ସହ ଜଡିତ ଅଛି ବୋଲି ସେ କହିଛନ୍ତି”
“ସ୍ୱାଧୀନତା ଆନ୍ଦୋଳନର ଆବେଗ ‘ଲୋକାଲ ଟୁ ଗ୍ଲୋବାଲ' ହେଉଛି ଆମର ଆତ୍ମନିର୍ଭର ଭାରତ ଅଭିଯାନର ଶକ୍ତି”
“ଏକବିଂଶ ଶତାବ୍ଦୀରେ ମହାରାଷ୍ଟ୍ରର ଅନେକ ସହର ଦେଶର ଅଭିବୃଦ୍ଧି କେନ୍ଦ୍ର ହେବାକୁ ଯାଉଛି”

ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ଭଗତ ସିଂହ କୋଶୀୟାରୀ ମହାଶୟ, ମୁଖ୍ୟମନ୍ତ୍ରୀ ଶ୍ରୀ ଉଦ୍ଧବ ଠାକରେ ମହାଶୟ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ଅଜିତ ପାୱାର ମହାଶୟ, ଶ୍ରୀ ଅଶୋକ ମହାଶୟ, ବିରୋଧୀ ଦଳର ନେତା ଶ୍ରୀ ଦେବେନ୍ଦ୍ର ଫଡ଼ନବୀସ୍ ମହାଶୟ, ଏଠାରେ ଉପସ୍ଥିତ ଥିବା ଅନ୍ୟାନ୍ୟ ମହାନୁଭବ, ଭଦ୍ର ମହିଳା ଏବଂ ଭଦ୍ରବ୍ୟକ୍ତିଗଣ, ଆଜି ମଧ୍ୟ ହେଉଛି ବଟ ପୂର୍ଣ୍ଣିମା ଏବଂ ସନ୍ଥ କବିରଙ୍କର ଜନ୍ମ ଜୟନ୍ତି ମଧ୍ୟ। ସମସ୍ତ ଦେଶବାସୀଙ୍କୁ ମୁଁ ଅନେକ- ଅନେକ ଶୁଭକାମନା ଜଣାଉଛି।

ଏକା ଅତିଶୟ ଚାଙ୍ଗଲ୍ୟା କାର୍ଯ୍ୟକ୍ରମାସାଠୀ, ଆପଣ ଆଜ ସାରେ ଏକତ୍ର ଆଲୋ ଆହୋତ। ସ୍ୱାତନ୍ତ୍ର୍ୟ- ସମରାତିଳ, ବୀରାଂନା ସମର୍ପିତ କ୍ରାନ୍ତିଗାଥା, ହି ବାସ୍ତୁ ସମର୍ପିତ କରତାନା, ମଲା, ଅତିଶୟ ଆନନ୍ଦ ହୋତା ଆହେ।

ସାଥୀଗଣ,

ମହାରାଷ୍ଟ୍ରର ଏହି ରାଜଭବନ ବିଗତ ଦଶକମାନଙ୍କରେ ଅନେକ ଗଣତାନ୍ତ୍ରିକ ଘଟଣାଗୁଡ଼ିକର ସାକ୍ଷୀ ରହି ଆସିଛି। ଏହା ସେହି ସଂକଳ୍ପଗୁଡ଼ିକର ମଧ୍ୟ ସାକ୍ଷୀ ରହି ଆସିଛି ଯେଉଁଗୁଡ଼ିକ ସମ୍ବିଧାନ ଏବଂ ରାଷ୍ଟ୍ର ହିତରେ ଏଠାରେ ଶପଥ ରୂପେ ନିଆଯାଇଥିଲା। ଏବେ ଏଠାରେ ଜଳଭୂଷଣ ଭବନର ଏବଂ ରାଜଭବନରେ ପ୍ରତିଷ୍ଠା ହୋଇଥିବା କ୍ରାନ୍ତିବୀରମାନଙ୍କର ଗ୍ୟାଲେରୀର ଉଦଘାଟନ ହୋଇଛି। ମୋତେ ରାଜ୍ୟପାଳ ମହାଶୟଙ୍କର ଆବାସ ଏବଂ କାର୍ଯ୍ୟାଳୟର ଦ୍ୱାର ପୂଜନରେ ମଧ୍ୟ ଅଂଶଗ୍ରହଣ ଗରିବାର ସୁଯୋଗ ମିଳିଲା।

ଏହି ନୂତନ ଭବନ ମହାରାଷ୍ଟ୍ରର ସମସ୍ତ ଜନତାଙ୍କ ପାଇଁ, ମହାରାଷ୍ଟ୍ରର ଶାସନ ପାଇଁ ନୂତନ ଉର୍ଜ୍ଜା ପ୍ରଦାନ କରିବା ଭଳି ହେଉ, ଯେଭଳି ଭାବେ ରାଜ୍ୟପାଳ ମହାଶୟ କହିଲେ ଯେ ଏହା ରାଜଭବନ ନୁହେଁ ହେଉଛି ଲୋକଭବନ, ସେ ପ୍ରକୃତ ଅର୍ଥରେ ଜନତା- ଜନାର୍ଦ୍ଦନଙ୍କ ପାଇଁ ଏକ ଆଶାର କିରଣ ହୋଇ ବାହାରିବ, ଏଭଳି ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ଆଉ ଏହି ଗୁରୁତ୍ୱପୂର୍ଣ୍ଣ ଅବସର ପାଇଁ ଏଠାକାର ସମସ୍ତ ବନ୍ଧୁ ହେଉଛନ୍ତି ଶୁଭେଚ୍ଛାର ପାତ୍ର। କ୍ରାନ୍ତି ଗାଥାର ନିର୍ମାଣ ସହିତ ଜଡ଼ିତ ଇତିହାସକାର ବିକ୍ରମ ସଂପଥ ମହାଶୟ ଏବଂ ଅନ୍ୟ ସମସ୍ତ ସାଥୀମାନଙ୍କୁ ମଧ୍ୟ ମୁଁ ଅଭିନନ୍ଦନ ଜଣାଉଛି।

ସାଥୀଗଣ,

ମୁଁ ରାଜଭବନକୁ ପୂର୍ବରୁ ଅନେକ ଥର ଆସି ସାରିଛି। କେତେଥର ରହିଛି ମଧ୍ୟ। ମୁଁ ଖୁସି ଯେ ଆପଣ ଏହି ଭବନର ଏତେ ପୁରାତନ ଇତିହାସକୁ, ଏହାର ଶିଳ୍ପକୁ ସଇତି ରଖି ଆଧୁନିକତାର ଏକ ସ୍ୱରୂପ ଆପଣାଇଛନ୍ତି। ଏଥିରେ ମହାରାଷ୍ଟ୍ରର ମହାନ ପରମ୍ପରା ଅନୁରୂପ ଶୌର୍ଯ୍ୟ, ଆସ୍ଥା, ଆଧ୍ୟାତ୍ମ ଏବଂ ସ୍ୱଧୀନତା ଆନ୍ଦୋଳନରେ ଏହି ସ୍ଥାନର ଭୂମିକାର ଦର୍ଶନ ହୋଇଥାଏ। ଏଠାରୁ ସେ ସ୍ଥାନ ଅଧିକ ଦୂର ନୁହେଁ, ଯେଉଁଠାରୁ ପୂଜ୍ୟ ବାପୁ ଭାରତଛାଡ଼ ଆନ୍ଦୋଳନର ଶୁଭାରମ୍ଭ କରିଥିଲେ। ଏହି ଭବନ ସ୍ୱାଧୀନତା ସମୟରେ ପରାଧୀନତାର ପ୍ରତୀକକୁ ଓହ୍ଲାଇବା ଏବଂ ତ୍ରିରଙ୍ଗାକୁ ଗର୍ବ ଓ ଗୌରବର ସହ ଭାବେ ଉଡୁଥିବାର ଦେଖିଛି। ଏବେ ଯେଉଁ ଏହି ନୂତନ ନିର୍ମାଣ ହୋଇଛି, ସ୍ୱାଧୀନତାର ଆମର ବିପ୍ଳବୀ ବୀରଙ୍କୁ ଏଠାରେ ଯେଉଁ ସ୍ଥାନ ମିଳିଛି, ତାହାଦ୍ୱାରା ରାଷ୍ଟ୍ରଭକ୍ତିର ମୂଲ୍ୟବୋଧ ଆହୁରି ସଶକ୍ତ ହେବ।

ସାଥୀଗଣ,

ଆଜିର ଏହି ଆୟୋଜନ ମଧ୍ୟ ଏଥିପାଇଁ ହେଉଛି ଗୁରୁତ୍ୱପୁର୍ଣ୍ଣ କାରଣ ଦେଶ ନିଜ ସ୍ୱାଧୀନତାର 75 ବର୍ଷ, ଆଜା ଦୀ କା ଅମୃତ ମହୋତ୍ସବ ପାଳନ କରୁଛି। ଏହା ହେଉଛି ସେହି ସମୟ ଯେତେବେଳେ ଦେଶର ସ୍ୱାଧୀନତା, ଦେଶର ଉତଥାନରେ ଯୋଗଦାନ ଦେଇଥିବା ପ୍ରତ୍ୟେକ ବୀର- ବୀରାଙ୍ଗନା, ପ୍ରତ୍ୟେକ ସଂଗ୍ରାମୀ, ପ୍ରତ୍ୟେକ ମହାନ ବ୍ୟକ୍ତିତ୍ୱ, ହେଉଛି ସେମାନଙ୍କୁ ସ୍ମରଣ କରିବାର ସମୟ। ମହାରାଷ୍ଟ୍ର ଅନେକ କ୍ଷେତ୍ରରେ ଦେଶକୁ ପ୍ରେରଣା ଦେଇଛି। ଯଦି ଆମେ ସାମାଜିକ କ୍ରାନ୍ତିର କଥା କହିବା ତେବେ ଜଗତଗୁରୁ ଶ୍ରୀ ସନ୍ଥ ତୁକାରାମ ମହାରାଜଙ୍କ ଠାରୁ ନେଇ ବାବା ସାହେବ ଆମ୍ବେଦକରଙ୍କ ପର୍ଯ୍ୟନ୍ତ ସମାଜ ସଂସ୍କାରକଙ୍କର ଏକ ସମୃଦ୍ଧ ପରମ୍ପରା ରହିଛି।

ଏଠାକୁ ଆସିବା ପୂର୍ବରୁ ମୁଁ ଦେହୁରେ ଥିଲି, ଯେଉଁଠାରେ ସନ୍ଥ ତୁକାରାମ ଶିଳା ମନ୍ଦିରର ଲୋକାର୍ପଣ କରିବାର ସୌଭାଗ୍ୟ ମୋତେ ମିଳିଲା। ମହାରାଷ୍ଟ୍ରରେ ସନ୍ଥ ଜ୍ଞାନେଶ୍ୱର, ସନ୍ଥ ନାମଦେବ, ସମର୍ଥ ରାମଦାସ, ସନ୍ଥ ଚୋଖାମେଲାଙ୍କ ଭଳି ସନ୍ଥମାନେ ଦେଶକୁ ଉର୍ଜ୍ଜା ପ୍ରଦାନ କରିଛନ୍ତି। ଯଦି ସ୍ୱରାଜ୍ୟର କଥା କହିବା ତେବେ ଛତ୍ରପତି ଶିବାଜୀ ମହାରାଜ ଏବଂ ଛତ୍ରପତି ସାମ୍ଭାଜୀ ମହାରାଜଙ୍କ ଜୀବନ ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କ ଠାରେ ରାଷ୍ଟ୍ରଭକ୍ତିର ଭାବନାକୁ ଆହୁରି ପ୍ରବଳ କରି ଦେଇଥାଏ। ଯେତେେବେଳ ସ୍ୱାଧୀନତାର କଥା ଆସେ ତେବେ ମହାରାଷ୍ଟ୍ର ତ ଏଭଳି ଅଗଣିତ ବୀର ସଂଗ୍ରାମୀ ଦେଇଛି, ଯେଉଁମାନେ ନିଜର ସବୁକିଛି ସ୍ୱାଧୀନତାର ଯଜ୍ଞରେ ଆହୁତି ପ୍ରଦାନ କରି ଦେଇଛନ୍ତି। ଆଜି ଦରବାର ହଲ୍ରୁ ମୋତେ ଏହି ସମୁଦ୍ରର ବିସ୍ତାର ଦେଖାଯାଉଛି, ତାହା ଆମକୁ ମହାନ ସଂଗ୍ରାମୀ ବୀର ବିନାୟକ ଦାମୋଦର ସାବରକର ମହାଶୟଙ୍କ ବୀରତାର ସ୍ମରଣ ଆସୁଛି। ସେ କିପରି ପ୍ରତ୍ୟେକ ଯନ୍ତ୍ରଣାକୁ ସ୍ୱାଧୀନତାର ଚେତନାରେ ପରିବର୍ତନ କରି ଦେଇଥିଲେ, ତାହା ପ୍ରତ୍ୟେକ ପିଢ଼ୀକୁ ପ୍ରେରିତ କରିବା ଭଳି।

ସାଥୀଗଣ,

ଯେତେବେଳେ ଆମେ ଭାରତର ସ୍ୱାଧୀନତାର କଥା କହୁଛୁ, ତେବ ଜଣା- ଅଜଣା ଭାବେ ତାହାକୁ କିଛି ଘଟଣାବଳୀ ମଧ୍ୟରେ ସୀମିତ କରି ଦେଇଥାଉ। ଯେତେବେଳେ କି ଭାରତର ସ୍ୱାଧୀନତାରେ ଅଗଣିତ ଲୋକମାନଙ୍କର ତପ ଏବଂ ତାଙ୍କର ତପସ୍ୟା ସାମିଲ ରହିଛି। ସ୍ଥାନୀୟ ସ୍ତରରେ ହେଉଥିବା ଅନେକ ଘଟଣାଗୁଡ଼ିକର ସାମୁହିକ ପ୍ରଭାବ ରାଷ୍ଟ୍ରୀୟ ଥିଲା। ସାଧନ ଭିନ୍ନ ଥିଲା କିନ୍ତୁ ସଂକଳ୍ପ ଗୋଟିଏ ଥିଲା। ଲୋକମାନ୍ୟ ତିଲକ ନିଜର ସାଧନଗୁଡ଼ିକ ଦ୍ୱାରା, ତେବେ ତାଙ୍କର ହିଁ ପ୍ରେରଣା ପାଇଥିବା ଚାପେକର ବନ୍ଧୁଗଣ ନିଜସ୍ୱ ଉପାୟରେ ସ୍ୱାଧୀନତାର ପଥକୁ ପ୍ରଶସ୍ତ କଲେ।

ବାସୁଦେବ ବଲୱନ୍ତ ଫଡ଼କେ ନିଜର ଚାକରି ଛାଡ଼ି ସଶସ୍ତ୍ର କ୍ରାନ୍ତିର ରାସ୍ତାକୁ ଆପଣାଇ ନେଇଥିଲେ, ସେତେବେଳେ ଅନ୍ୟପଟେ ମ୍ୟାଡାମ ଭୀଖାଜୀ କାମା ସମ୍ପନ୍ନତାରେ ଭରି ରହିଥିବା ନିଜ ଜୀବନକୁ ତ୍ୟାଗ କରି ସ୍ୱାଧୀନତାର ବହ୍ନି ଜଳାଇଥିଲେ। ଆମର ଆଜିକାର ତ୍ରିରଙ୍ଗାର ପ୍ରେରଣାର ଯେଉଁ ସ୍ରୋତ ରହିଛି, ସେହି ପତାକାର ପ୍ରେରଣା ମ୍ୟାଡାମ କାମା ଏବଂ ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ଭଳି ସଂଗ୍ରାମୀ ହିଁ ଥିଲେ। ସାମାଜିକ, ପାରିବାରିକ, ବୈଚାରିକ ଭୂମିକା ହୁଏତ କୌଣସିଟି ମଧ୍ୟ ରହିଥାଉ, ଆନ୍ଦୋଳନର ସ୍ଥାନ ହୁଏତ ଦେଶ- ବିଦେଶରେ କେଉଁଠାରେ ମଧ୍ୟ ରହିଥାଉ, ଲକ୍ଷ୍ୟ ଥିଲା ଗୋଟିଏ- ଭାରତର ସମ୍ପୂର୍ଣ୍ଣ ସ୍ୱାଧୀନତା।

ସାଥୀଗଣ,

ଆମର ଯେଉଁ ସ୍ୱାଧୀନତାର ଆନ୍ଦୋଳନ ଥିଲା, ତାହାର ସ୍ୱରୂପ ସ୍ଥାନୀୟ ମଧ୍ୟ ଥିଲା ଏବଂ ବିଶ୍ୱସ୍ତରୀୟ ମଧ୍ୟ ଥିଲା। ଯେଭଳି ଗଦର ପାର୍ଟି, ହୃଦୟରୁ ରାଷ୍ଟ୍ରୀୟ ମଧ୍ୟ ଥିଲା, କିନ୍ତୁ ମାନଦଣ୍ଡରେ ବିଶ୍ୱସ୍ତରୀୟ ଥିଲା। ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ଇଣ୍ଡିଆ ହାଉସ୍, ଲଣ୍ଡନରେ ଭାରତୀୟଙ୍କ ଏକାଠି ହେବାର ସ୍ଥାନ ଥିଲା, କିନ୍ତୁ ଲକ୍ଷ୍ୟ ଥିଲା ଭାରତର ସ୍ୱାଧୀନତା। ନେତାଜୀଙ୍କ ନେତୃତ୍ୱରେ ଆଜାଦ ହିନ୍ଦ୍ ସରକାର ଭାରତୀୟଙ୍କ ହିତ ପାଇଁ ସମର୍ପିତ ଥିଲା, କିନ୍ତୁ ତାହାର ପରିସର ବିଶ୍ୱସ୍ତରୀୟ ଥିଲା। ଏହା ହେଉଛି କାରଣ ଯେ ଭାରତର ସ୍ୱାଧୀନତା ଆନ୍ଦୋଳନ ବିଶ୍ୱର ଅନେକ ଦେଶଗୁଡ଼ିକୁ ସେମାନଙ୍କର ସ୍ୱାଧୀନତା ଆନ୍ଦୋଳନ ପାଇଁ ପ୍ରେରିତ କରିଥିଲା।

ସ୍ଥାନୀୟରୁ ବିଶ୍ୱସ୍ତରୀୟର ଏହି ଭାବନା ଆମର ଆତ୍ମନିର୍ଭର ଅଭିଯାନର ମଧ୍ୟ ହେଉଛି ଶକ୍ତି। ଭାରତର ସ୍ଥାନୀୟକୁ ଆତ୍ମନିର୍ଭର ଅଭିଯାନ ଦ୍ୱାରା ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ସ୍ତରର ପରିଚୟ ପ୍ରଦାନ କରାଯାଉଛି। ମୋର ବିଶ୍ୱାସ ରହିଛି, କ୍ରାନ୍ତିବୀର ଗ୍ୟାଲେରୀ ଦ୍ୱାରା, ଏଠାକୁ ଆସୁଥିବା ଲୋକମାନଙ୍କୁ ରାଷ୍ଟ୍ରୀୟ ସଂକଳ୍ପକୁ ସିଦ୍ଧ କରିବା ପାଇଁ ନୂତନ ପ୍ରେରଣା ମିଳିବ, ଦେଶ ପାଇଁ କିଛି କରି ଯିବାର ଭାବନା ବଢ଼ିବ।

ସାଥୀଗଣ,

ବିଗତ 7 ଦଶକରେ ମହାରାଷ୍ଟ୍ର ରାଷ୍ଟ୍ର ବିକାଶରେ ସବୁବେଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି। ମୁମ୍ବଇ ହିଁ ହେଉଛି ସ୍ୱପ୍ନର ସହର, ମହାରାଷ୍ଟ୍ରର ଏଭଳି ଅନେକ ସହର ରହିଛି, ଯେଉଁଗୁଡ଼ିକ ଏକବିଂଶ ଶତାବ୍ଦୀରେ ଦେଶର ବିକାଶର କେନ୍ଦ୍ର ହେବାକୁ ଯାଉଛି। ଏଭଳି ଚିନ୍ତାଧାରା ସହିତ ଗୋଟିଏ ପଟେ ମୁମ୍ବଇର ଭିତିଭୂମିକୁ ଆଧୁନିକ କରାଯାଉଛି ତ ଅନ୍ୟପଟେ ଅନ୍ୟାନ୍ୟ ସହରଗୁଡ଼ିକରେ ମଧ୍ୟ ଆଧୁନିକ ସୁବିଧା ବୃଦ୍ଧି କରାଯାଉଛି।

ଆଜି ଆମେ ଯେତେବେଳେ ମୁମ୍ବଇର ଲୋକାଲରେ ହେଉଥିବା ଅଦ୍ଭୂତପୂର୍ବ ପରିବର୍ତନକୁ ଦେଖୁଛୁ, ଯେତେବେଳେ ଅନେକ ସହରମାନଙ୍କରେ ମେଟ୍ରୋ ନେଟୱର୍କର ବିସ୍ତାରକୁ ଦେଖୁଛୁ, ଯେତେବେଳେ ମହାରାଷ୍ଟ୍ରର କୋଣ- ଅନୁକୋଣକୁ ଆଧୁନିକ ଜାତୀୟ ରାଜପଥ ସହିତ ଯୋଡ଼ି ହେଉଥିବା ଦେଖୁଛୁ, ସେତେବେଳେ ବିକାଶର ସକରାତ୍ମକତାର ଅନୁଭବ ହୋଇଥାଏ। ଆମେ ସମସ୍ତେ ଏହା ମଧ୍ୟ ଦେଖୁଛୁ ଯେ ବିକାଶର ଏହି ଯାତ୍ରାରେ ପଛରେ ରହିଯାଇଥିବା ଆଦିବାସୀ ଜିଲ୍ଲାମାନଙ୍କରେ ମଧ୍ୟ ଆଜି ବିକାଶର ନୂତନ ଆକାଂକ୍ଷା ଜାଗ୍ରତ ହୋଇଛି।

ସାଥୀଗଣ,

ସ୍ୱାଧୀନତାର ଏହି ଅମୃତକାଳରେ ଆମ ସମସ୍ତଙ୍କୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ ଆମେ ଯେଉଁ ମଧ୍ୟ କାର୍ଯ୍ୟ କରୁଛୁ, ଆମର ଯାହା କିଛି ମଧ୍ୟ ଭୂମିକା ରହିଛି, ତାହା ଆମର ରାଷ୍ଟ୍ରୀୟ ସଂକଳ୍ପକୁ ସୁଦୃଢ଼ କରୁ। ଏହା ହେଉଛି ଭାରତର ଦ୍ରୁତ ବିକାଶର ପଥ। ଏଥିପାଇଁ ରାଷ୍ଟ୍ରର ବିକାଶରେ ସମସ୍ତଙ୍କର ପ୍ରୟାସର ଆହ୍ୱାନକୁ ମୁଁ ପୁଣି ଦୋହରାଇବାକୁ ଚାହୁଁଛି। ଆମକୁ ଏକ ରାଷ୍ଟ୍ର ରୂପରେ ପରସ୍ପର ସହଯୋଗ ଏବଂ ସହକାରର ଭାବନା ସହିତ ଆଗକୁ ବଢ଼ିବାକୁ ହେବ, ଜଣେ ଅନ୍ୟ ଜଣଙ୍କୁ ଶକ୍ତି ପ୍ରଦାନ କରିବାକୁ ପଡ଼ିବ। ଏହି ଭାବନା ସହିତ ଆଉ ଥରେ ପୁଣି ଜଳଭୂଷଣ ଭବନକୁ ଏବଂ କ୍ରାନ୍ତିବୀରଙ୍କ ଗ୍ୟାଲେରୀ ପାଇଁ ମଧ୍ୟ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି।

ଆଉ ଏବେ ଦେଖନ୍ତୁ ବୋଧହୁଏ ବିଶ୍ୱର ଲୋକମାନେ ଆମର ଥଟ୍ଟା କରିବେ ଯେ ରାଜଭବନ, 75 ବର୍ଷ ଧରି ଏଠାକାର ଗତିବିଧି ଚାଲି ଆସିଛି କିନ୍ତୁ ତଳେ ବଙ୍କର ରହିଛି ସେହି କଥା ସାତ ଦଶକ ପର୍ଯ୍ୟନ୍ତ କାହାକୁ ସୂଚନା ମିଳିଲା ନାହିଁ। ଅର୍ଥାତ ଆମେ କେତେ ଉଦାସୀନ, ଆମର ନିଜର ପରମ୍ପରା ପାଇଁ କେତେ ଉଦାସୀନ। ଖୋଜି- ଖୋଜି କରି ଆମର ଇତିହାସର ପୃଷ୍ଠାକୁ ବୁଝିବା, ଦେଶ ନିମନ୍ତେ ଏହା ଏହି ଦିଗରେ ଆଜାଦୀର ଅମୃତ ମହୋତ୍ସବର ଏକ କାରଣ ହୋଇପାରୁ।

ମୋର ସ୍ମରଣ ଅଛି ଏବେ ମଧ୍ୟ ଆମେ ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ଚିତ୍ରରେ ମଧ୍ୟ ଦେଖିଲୁ, ଆପଣ ଆଶ୍ଚର୍ଯ୍ୟ ହେବେ ଆମେ କେଉଁଭଳି ଭାବେ ଦେଶରେ ନିଷ୍ପତି ଗ୍ରହଣ କରିଛୁ। ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ଲୋକମାନ୍ୟ ତିଲକ ଜୀ ଚିଠି ଲେଖିଥିଲେ। ଆଉ ତାଙ୍କୁ କହିଥିଲେ ଯେ ମୁଁ  ମହାନ  ସଂଗ୍ରାମୀ ବୀର ସାଭରକରଙ୍କ ଭଳି ଏକ ପ୍ରତିଭାବାନ ଯୁବକଙ୍କୁ ପଠାଉଛି। ତାଙ୍କର ରହିବା- ପଢ଼ିବା ଦିଗରେ ଆପଣ ଟିକେ ସାହାଯ୍ୟ କରନ୍ତୁ। ଶ୍ୟାମଜୀ କୃଷ୍ଣ ବର୍ମା ମହାଶୟ ସେହି ବ୍ୟକ୍ତି ଥିଲେ।

ସ୍ୱାମୀ ବିବେକାନନ୍ଦ ମହୋଦୟ ତାଙ୍କ ସହିତ ସତସଙ୍ଗକୁ ଯାଉଥିଲେ। ଆଉ ସେ ଲଣ୍ଡନରେ ଇଣ୍ଡିଆ ହାଉସ ଯାହାକି ଏକ ପ୍ରକାରରେ କ୍ରାନ୍ତିକାରୀମାନଙ୍କର ତୀର୍ଥଭୂମି ପାଲଟି ଯାଇଥିଲା, ଆଉ ଇଂରେଜମାନଙ୍କ ନାକ ତଳୁ ଇଣ୍ଡିଆ ହାଉସରେ କ୍ରାନ୍ତିକାରୀମାନଙ୍କର ଗତିବିଧି ହେଉଥିଲା। ଶ୍ୟାମଜୀ କୃଷ୍ଣ ବର୍ମା ମହାଶୟଙ୍କ ଦେହାବସାନ 1930 ରେ ହେଲା। 1930 ରେ ତାଙ୍କର ସ୍ୱର୍ଗବାସ ହେଲା, ଆଉ ସେ ଇଚ୍ଛା ବ୍ୟକ୍ତ କରିଥିଲେ ଯେ ମୋର ଅସ୍ଥି ସମ୍ଭାଳି କରି ରଖାଯିବ ଆଉ ଯେତେବେଳେ ହିନ୍ଦୁସ୍ତାନ ସ୍ୱାଧୀନ ହେବ ତେବେ ସ୍ୱାଧୀନ ହିନ୍ଦୁସ୍ତାନର ସେହି ଧରଣୀକୁ ମୋର ଅସ୍ଥିକୁ ନିଆଯିବ।

1930ର ଘଟଣା। 100 ବର୍ଷ ହେବାକୁ ବସିଛି, ଶୁଣିକରି ଆପଣମାନଙ୍କର ରୁମ ମଧ୍ୟ ଟାଙ୍କୁରି ଯିବ। କିନ୍ତୁ ମୋ ଦେଶର ଦୁର୍ଭାଗ୍ୟକୁ ଦେଖନ୍ତୁ, ୧୯୩୦ରେ ଦେଶ ପାଇଁ ମରି ମାଟିରେ ମିଶିବାକୁ ପ୍ରସ୍ତୁତ ଥିବା ବ୍ୟକ୍ତି, ଯାହାଙ୍କର ଏକମାତ୍ର ଇଚ୍ଛା ଥିଲା ଯେ ସ୍ୱାଧୀନ ଭାରତର ଧରଣୀକୁ ମୋର ଅସ୍ଥି ଯିବ, ଫଳରେ ମୋର ସ୍ୱାଧୀନତାକୁ ନେଇ ଯେଉଁ ସ୍ୱପ୍ନ ରହିଛି ମୁଁ ନୁହେଁ ମୋର ଅସ୍ଥି ଅନୁଭବ କରି ପାରିବ, ଆଉ କୌଣସି ଆଶା ନ ଥିଲା। 15 ଅଗଷ୍ଟ, 1947 ରେ ଦ୍ୱିତୀୟ ଦିନ ଏହି କାର୍ଯ୍ୟଟି ହେବା ଉଚିତ ଥିଲା, ହେବା ଉଚିତ ନ ଥିଲା? ହେଲା ନାହିଁ। ଆଉ ବୋଧହୁଏ ଈଶ୍ୱରଙ୍କର ହିଁ କୌଣସି ସଙ୍କେତ ହୋଇଥିବ।

2003 ରେ, 73 ବର୍ଷ ପରେ ସେହି ଅସ୍ଥିଗୁଡ଼ିକୁ ହିନ୍ଦୁସ୍ତାନକୁ ଆଣିବାର ସୌଭାଗ୍ୟ ମୋତେ ପ୍ରାପ୍ତ ହେଲା। ଭାରତ ମାତାର ଜଣେ ସୁପୁତ୍ରଙ୍କ ଅସ୍ଥି ଅପେକ୍ଷା କରି ରହିଲା ବନ୍ଧୁଗଣ। ଯାହାକୁ କାନ୍ଧ ଉପରେ ଉଠାଇ ଆଣିବାର ସୌଭାଗ୍ୟ ମୋତେ ପ୍ରାପ୍ତ ହେଲା, ଆଉ ଏହିଠାରେ ମୁମ୍ବଇ ବିମାନବନ୍ଦରରେ ମୁଁ ଆସି ଓହ୍ଲାଇଥିଲି। ଆଉ ଏହିଠାରୁ ବୀରାଞ୍ଜଳି ଯାତ୍ରା ନେଇକରି ମୁଁ ଗୁଜରାଟ ଯାଇଥିଲି। ଆଉ କଚ୍ଛ, ମାଣ୍ଡୱୀ ତାଙ୍କର ଜନ୍ମସ୍ଥାନ, ସେଠାରେ ଆଜି ସେମିତି ହିଁ ଇଣ୍ଡିଆ ହାଉସ୍ ନିର୍ମାଣ କରିଛି ଯେପରି ଲଣ୍ଡନରେ ଥିଲା। ଆଉ ହଜାର ହଜାର ସଂଖ୍ୟାରେ ଛାତ୍ର ସେଠାକୁ ଯାଉଛନ୍ତି, କ୍ରାନ୍ତିବୀରମାନଙ୍କର ଏହି ଗାଥାକୁ ଅନୁଭବ କରୁଛନ୍ତି।

ମୋର ବିଶ୍ୱାସ ରହିଛି ଯେ ଆଜି ଯେଉଁ ବଙ୍କର ବିଷୟରେ କାହାକୁ ଜଣା ମଧ୍ୟ ନ ଥିଲା, ଯେଉଁ ବଙ୍କର ଭିତରେ ସେହି ଜିନିଷ ସବୁ ରଖା ଯାଇଥିଲା, ଯାହା କେବେ ହିନ୍ଦୁସ୍ତାନର କ୍ରାନ୍ତିକାରୀମାନଙ୍କର ଜୀବନକୁ ଶେଷ କରିବା ପାଇଁ କାର୍ଯ୍ୟରେ ଆସୁଥିଲା, ସେହି ବଙ୍କର ଭିତରେ ଆଜି ମୋର କ୍ରାନ୍ତିକାରୀମାନଙ୍କର ନାମ, ଏହି ଉନ୍ମାଦନା ରହିବା ଆବଶ୍ୟକ ମୋର ଦେଶବାସୀମାନଙ୍କ ନିକଟରେ ଆଜ୍ଞା। ଆଉ ସେତେବେଳେ ଯାଇ ଦେଶର ଯୁବ ପିଢ଼ୀମାନଙ୍କୁ ପ୍ରେରଣା ମିଳିଥାଏ। ଆଉ ଏଥିପାଇଁ ରାଜଭବନର ଏହି ପ୍ରୟାସ ହେଉଛି ବହୁତ ହିଁ ଅଭିନନ୍ଦନୀୟ।

ମୁଁ ବିଶେଷ କରି ଶିକ୍ଷା ବିଭାଗର ଲୋକମାନଙ୍କୁ ଅନୁରୋଧ କରିବି ଯେ ଆମର ଛାତ୍ରମାନଙ୍କୁ ତ ଆମେ ସେହିଠାକୁ ନେଇ ଯାଉ ବର୍ଷକରେ ଥରେ ଦୁଇଥର ଟୁର୍ ରେ ତେବେ କୌଣସି ବଡ଼- ବଡ଼ ପିକନିକ୍ ସ୍ପଟକୁ ନେଇ ଯାଉଛେ। ଟିକେ ଅଭ୍ୟାସ କରି ନେବା, କେବେ ଆଣ୍ଡାମାନ ନିକୋବର ଯାଇ ସେହି ଜେଲକୁ ଦେଖିବା ଯେଉଁଠାରେ ବୀର ସାଭରକର ନିଜର ଯୁବାବସ୍ଥା ଅତିବାହିତ କରିଥିଲେ। କେବେ ଏହି ବଙ୍କରକୁ ଆସି ଦେଖିବା ଯେ କେଉଁଭଳି ବୀର ପୁରୁଷମାନେ ଦେଶ ପାଇଁ ନିଜ ଜୀବନକୁ ଜଳାଞ୍ଜଳି ଦେଇ ଦେଇଥିଲେ। ଅଗଣିତ ଲୋକମାନେ ଏହି ସ୍ୱାଧୀନତା ପାଇଁ ଲଢ଼େଇ ଲଢ଼ିଛନ୍ତି। ଆଉ ଏହା ହେଉଛି ଏଭଳି ଦେଶ ହଜାର ବାରଶହ ବର୍ଷର ପରାଧୀନତାର ସମୟରେ ଏଭଳି କୌଣସି ଦିନ ନ ଥିବ ଯେତେବେଳେ ହିନ୍ଦୁସ୍ତାନର କୌଣସି ନା କୌଣସି କୋଣରେ ସ୍ୱାଧୀନତାର ବହ୍ନି ଜଳି ନ  ଥିବ ଆଜ୍ଞା। 1200 ବର୍ଷ ପର୍ଯ୍ୟନ୍ତ ଏହି ମସ୍ତିଷ୍କ, ଏହି ମିଜାଜ ଦେଶବାସୀଙ୍କର ରହିଛି। ଆମକୁ ସେ ବିଷୟରେ ଜାଣିବାକୁ ପଡ଼ିବ, ଚିହ୍ନିବାକୁ ପଡ଼ିବ ଆଉ ପୁଣିଥରେ ତାହାକୁ ନେଇ ବଂଚିବାର ପ୍ରୟାସ କରିବାକୁ ପଡ଼ିବ ଆଉ ଆମେ କରି ପାରିବା।

ସାଥୀଗଣ,

ଏଥିପାଇଁ ଆଜିକାର ଏହି ଅବସରକୁ ଅନେକ ରୂପରେ ମୁଁ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବୁଛି। ମୁଁ ଚାହୁଁଛି ଯେ ଏହି ଅଂଚଳ ସାର୍ଥକ ଅର୍ଥରେ ଦେଶର ଯୁବ ପିଢ଼ୀଙ୍କ ପାଇଁ ପ୍ରେରଣାର କେନ୍ଦ୍ର ହେଉ। ମୁଁ ଏହି ପ୍ରୟାସ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଆପଣ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ମୋର ବାଣୀକୁ ବିରାମ ଦେଉଛି।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Sample Of Brotherhood': Venezuelan FM Thanks PM Modi After Visiting India's Field Hospital

Media Coverage

'Sample Of Brotherhood': Venezuelan FM Thanks PM Modi After Visiting India's Field Hospital
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tribute to Shri Ram Vilas Paswan ji
July 05, 2026

The Prime Minister, Shri Narendra Modi, paid tributes to former Union Minister Shri Ram Vilas Paswan ji on his birth anniversary today."He made significant contributions to the upliftment of society's deprived and weaker sections. He will always be remembered for his dedication to public service and national service", Shri Modi remarked.

The Prime Minister posted on X:

पूर्व केंद्रीय मंत्री रामविलास पासवान जी की जयंती पर उन्हें मेरी भावभीनी श्रद्धांजलि। समाज के वंचित और कमजोर वर्गों के उत्थान के लिए उन्होंने अहम योगदान दिया। जनसेवा और राष्ट्रसेवा के प्रति अपने समर्पण भाव के लिए वे हमेशा याद किए जाएंगे।